text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ସାଗର ବେଳାର ଶାମୁକା ଟିଏ ମୁଁ
ଅତୀତ ଭୁଲି ପାରୁନି
ଏ ବାଲୁକା ପରେ ସ୍ମୃତିର ମନ୍ଦିରେ।
ନିଜକୁ ଖୋଜି ପାରୁନି ।।।
କେତେ ଯତନରେ ସାଇତି ଥିଲି ମୁଁ
ଗୋଟିଏ ବୋଲି ମୁକୁତା
କେଜାଣି କେଉଁଠି ଝରି ଗଲା ପୁଣି
ବୁଝିଲାନି ମନ ବ୍ୟଥା
ସମୟ ଢେଉ ଯେ ପ୍ରତାରଣା କଲା
ମନ କଥା ବୁଝିଲାନି ।।
ଏ ବାଲୁକା ପରେ ସ୍ମୃତିର ମନ୍ଦିରେ
ନିଜକୁ ଖୋଜି ପାରୁନି(ଘୋଷା)
ମୁକୁତା ବିନା ମୁଁ ଦୁନିଆରେ ଖାଲି
ଅପବାଦ ମୁଁ ଲଭିଛି
ଜାଣି ମୁଁ ପାରୁନି କେଜାଣି କେଉଁଠି
କେମିତି ଭୁଲ କରିଛି
ଜାଣିଛି ଦୁନିଆ ମୁକୁତା ବିହୁନେ
ଶାମୁକା ବଞ୍ଚି ପାରେନି ।।
ଏ ବାଲୁକା ତିରେ ସ୍ମୃତିର ମନ୍ଦିରେ
ନିଜକୁ ଖୋଜି ପାରୁନି
ନିଜକୁ ଖୋଜି ପାରୁନି।।।।।। | <urn:uuid:758cd8d4-8ed0-4ab8-95f4-e9bd2457088f> | CC-MAIN-2017-47 | http://www.ameodia.com/odia-poem/odia-poem-shamukaara-bedanaa-bindass-gopal/ | 2017-11-22T21:58:16Z | s3://commoncrawl/crawl-data/CC-MAIN-2017-47/segments/1510934806676.57/warc/CC-MAIN-20171122213945-20171122233945-00671.warc.gz | ory | 0.993952 | Orya | 18 | {"ory_Orya_score": 0.9939518570899963} |
ଗଳ୍ପ ପାଇଁ କେତୋଟି କାର୍ଯ୍ୟ
ଗଳ୍ପ ପାଇଁ କେତୋଟି କାର୍ଯ୍ୟ ର ସୂଚନା
- Contents
-
ଶ୍ରେଣୀରେ ପିଲାମାନଙ୍କୁ ଗଳ୍ପ କହିବା ଓ ପିଲାମାନଙ୍କୁ ଦ୍ଵାରା ମଧ୍ୟ କୁହାଇବା ପାଇଁ ଉତ୍ସାହିତ କରିବା ନିହାତି ଆବଶ୍ୟକ । ଏଥିପାଇଁ କେତୋଟି ଶିକ୍ଷଣକାର୍ଯ୍ୟ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି ।
କଥାର କାହାଣୀ
ପିଲାମାନଙ୍କୁ ଗୋଲାକର ଭାବେ ବସାଇବା । ସେମାନଙ୍କ ମଧ୍ୟରୁ ଜଣକୁ ଶିକ୍ଷକ କରାଇବା । ଶିକ୍ଷକଙ୍କ ହାତରେ ଗୋଟିଏ ରବର ବଲବ ଥିବ । ସେ ଯେକୌଣସି ଗୋଟିଏ ବାକ୍ୟ କହିବେ ଏବଂ ଧରିଥିବା ବଲଟିକୁ ଯେକୌଣସି ପିଲାପାଖକୁ ପକାଇବେ । ବଲଟି ଯେଉଁ ପିଲା ପାଖରେ ପଡିବ ସେହି ପିଲା ଶିକ୍ଷକ କହିଥିବା କାର୍ଯ୍ୟଟିକୁ ଆଖିଆଗରେ ରଖି ଦ୍ଵିତୀୟ ବାକ୍ୟଟିକୁ କହିବେ । ଯେପରି ଆଗରୁ କୁହାଯାଇଥିବା ବାକ୍ୟର ସମ୍ପର୍କ ଥିବ । ଏହିପରି ଖେଳ ଚାଲିବ । ସବୁପିଲା ଗୋଟିଏ ଗୋଟିଏ ବାକ୍ୟ କହିବେ ଯେପରି ବାକ୍ୟ ମଧ୍ୟରେ ସମଞ୍ଜ୍ୟସ ଥିବ ଶେଷରେ ଦେଖାଯିବ ଯେ ସୁନ୍ଦର ଗପଟିଏ ହୋଇଯାଇଛି ।
ଶବ୍ଦର କାହାଣୀ
ପିଲାମାନେ ଛୋଟ ଛୋଟ ଦଳରେ ବସିବେ । ପ୍ରତ୍ୟେକ ଦଳକୁ (5 X 4 ) ର କାର୍ଡ କରି ଦିଆଯିବ ଏବଂ ପିଲାମାନଙ୍କୁ ନିଜ ମନରେ କିଛି ଶବ୍ଦ ଦିଆଯାଇଥିବା କାର୍ଡରେ ଲେଖିବାକୁ କୁହାଯାଇଛି । ତା ପରେ ପିଲାମାନଙ୍କୁ ଲେଖିଥିବା ଶବ୍ଦଗୁଡିକୁ ବର୍ଗୀକାରଣ କରିବାକୁ କୁହାଯିବ । ଯଥା - କେଉଁ ଗୁଡିକ କାଠିରେ ତିଆରି , କେଉଁ ଗୁଡିକ ଆମେ ବଜାରରେ ଦେଖିବାକୁ ପାଉ । ତା ପରଦିନ ପ୍ରତିଦଳକୁ ଲେଖିଥିବା ଯେକୌଣସି ଦୁଇଟି ଶବ୍ଦକୁ ନେଇ ବାକ୍ୟଗଢିବା ପାଇଁ କୁହାଯିବ । ଗୋଟିଏ ଦଳ ସେମାନେ ଲେଖିଥିବା ବାକ୍ୟଟିକୁ ପଡିବ । ଅନ୍ୟଦଳ ସେମାନେ ଲେଖିଥିବା ଦୁଇଟି ଶବ୍ଦକୁ ନେଇ ପ୍ରଥମ ଦଳର ବାକ୍ୟକୁ ନେଇ ଆଉ ଗୋଟିଏ ବାକ୍ୟ କହିବେ । ଏପରି ଦଳ ଭୀତରେ କାର୍ଯ୍ୟ ଚାଲୁରହିବ । ପୂର୍ଣ୍ଣାଙ୍ଗ ହେଲା ପର୍ଯ୍ୟନ୍ତ । ଏହାଦ୍ଵାରା ପିଲାମାନେ ଶବ୍ଦକୁ ନେଇ କାହାଣୀ ତିଆରି କରିପାରିବେ । କାର୍ଯ୍ୟଟିକୁ ଦଳଗତ ମାଧ୍ୟମରେ ମଧ୍ୟ କରାଯାଇ ପାରିବ ।
ଅଦରକାରୀ ଜିନିଷକୁ ନେଇ ଗଳ୍ପ
କିଛି ଖାଲି ବୋତଲ , ଠିପି , ପେନ , କ୍ୟାପ , ଛିଣ୍ଡାକନା , ପେନର ରିଫିଲ , ଗୋଡି ଇତ୍ୟାଦି ସଂଗ୍ରହ କରି ବିଦ୍ୟାଳୟରେ ରଖାଯିବ । ଶ୍ରେଣୀର ସମୁଦାୟ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ ବା ଛଅ ଗୋଟି ଦଳରେ ବିଭକ୍ତ କରି ସଂରୁହିତ ବସ୍ତୁ ଗୁଡିକ ଦିଆଯିବ । ଦଳରେ ଆଲୋଚନା କରି ପ୍ରତ୍ୟେକ ବସ୍ତୁକୁ ନେଇ ଓ ନିଜ ମନରୁ କିଛି କଥା ମିଶାଇ ଗଳ୍ପ ତିଆରି କରିବାକୁ ଦିଆଯିବ ।
ନୂଆ ନୂଆ ଗଳ୍ପ ସୃଷ୍ଟିପାଇଁ ଆବଶ୍ୟକ ସାମଗ୍ରୀ
- ପୁରୁଣା ଖବରକାଗଜ ବା ସମାଜ , ସାପ୍ତାହିକ , ମାସିକ ପତ୍ରିକା , ଗଳ୍ପବହି ଇତ୍ୟାଦିର ସଂଗ୍ରହ ।
- ଅଦରକରି ସାମଗ୍ରୀ ଯଥା :- ପେନ, ରିଫିଲ , କ୍ୟାପ, ଭିନ୍ନ ଭିନ୍ନ ପ୍ରକାର ପଥର , ଆଦରକରି ଛିଣ୍ଡା କନା , ରଙ୍ଗୀନ କାଗଜ ଇତ୍ୟାଦି ।
- ଚିତ୍ରକାର୍ଡ - ପଶୁ ପକ୍ଷୀ , ଗଛ , ଫୁଲ, ଫଳ, ଶବ୍ଦ , ଜାଣବାହାନ ଇତ୍ୟାଦି
- ଅଧା ଚିତ୍ର ହୋଇଥିବା କାର୍ଡ :- କୌଣସି ଘଟଣା ବା ଗଳ୍ପର ଅଧାଚିତ୍ର । ଅଧା ଚିତ୍ର ଗଳ୍ପ ମାଧ୍ୟମରେ ପୂରଣ କରିବା ।
- ଛୋଟ ଛୋଟ କଣ୍ଢେଇ , ମାଟିର ମଡେଲ ଇତ୍ୟାଦି ।
- ବିଭିନ୍ନ ପ୍ରକାର ହସ୍ତକର୍ମ
ପିଲାମାନଙ୍କୁ ଗଳ୍ପପ୍ରତି ଆକୃଷ୍ଟ କରିବା ପାଇଁ ଆଉ କେତୋଟି କାର୍ଯ୍ୟ
- ଗଳ୍ପ କହିବା ପ୍ରତିଯୋଗୀତା ।
- ଗଳ୍ପ ଲେଖିବା ପ୍ରତିଯୋଗୀତା
- ଗଳ୍ପ ନେଇ ଥିବା ଯେକୌଣସି କାଳ୍ପନିକ ବସ୍ତୁ ବିଷୟରେ ଭାବିବା ଏବଂ କହିବା ଇତ୍ୟାଦି ।
ଆଧାର – ପୋର୍ଟାଲ ଟିମ | <urn:uuid:90578dc3-1c5d-429c-b476-6db29dc4154f> | CC-MAIN-2017-47 | http://or.vikaspedia.in/education/b36b3fb15b4db37b15b19b4db15-b26b43b37b4db1fb3fb30b41/b17b33b4db2a-b2ab3eb07b01-b15b47b24b1fb3f-b15b3eb30b4db2fb4db5f | 2017-11-18T13:58:14Z | s3://commoncrawl/crawl-data/CC-MAIN-2017-47/segments/1510934804965.9/warc/CC-MAIN-20171118132741-20171118152741-00363.warc.gz | ory | 1.000009 | Orya | 23 | {"ory_Orya_score": 1.0000085830688477} |
ମଧୁମେହ ବା ଡାଇବେଟିସ୍ ଭଳି ସମସ୍ୟାକୁ ନେଇ ଅଧିକାଂଶ ଲୋକ ଭ୍ରମରେ ଥାଆନ୍ତି । କିଛି ଲୋକଙ୍କ କହିବା କଥା ହେଲା ଚିନି ଖାଇବାଦ୍ୱାରା ହିଁ ଡାଇବେଟିସ୍ ଭଳି ସମସ୍ୟା ଦେଖା ଦେଇଥାଏ । ମାତ୍ର ଏହା ପ୍ରକୃତରେ ସତ୍ୟ ନୁହେଁ । ତେବେ କଣ ରହିଛି ଏହାର ପ୍ରକୃତ କାରଣ ଓ ସମାଧାନ ଆସନ୍ତୁ ଜାଣିବା ।
ଚିନି ଖାଇବାଦ୍ୱାରା ଡାଇବେଟିସ୍ ବା ମଧୁମେହ ଭଳି ସମସ୍ୟା ଆଧିକ ମାତ୍ରାରେ ଦେଖାଯାଇଥାଏ ବୋଲି ଅନେକ ଭାବିଥାନ୍ତି । ମାତ୍ର ଏହା ଭାବିବା ସଂପୂର୍ଣ୍ଣ ଭୂଲ । କାରଣ ସାଧାରଣତଃ ଡାଇବେଟିସ୍ ଦୁଇ ପ୍ରକାର ହୋଇଥାଏ । ପ୍ରଥମଟି ହେଲା, ଶରୀରରେ କୋଷରାଶିମାନଙ୍କରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ତଥା ଇଂସୁଲିନ ତିଆରି କରୁଥିବା କୋଷିକା କାରଣରୁ ହୋଇଥାଏ । ଆଉ ଦ୍ୱିତୀୟଟି ହେଲା,ଏହା ଆନୁବାଂଶିକ ବା ବଂଶାନୁକ୍ରମ ଓ ଲାଇଫଷ୍ଟାଇଲ ଉପରେ ନିର୍ଭର କରିଥାଏ । ଯଦି ଆପଣ ଖାଇବାରେ କ୍ୟାଲୋରିର ମାତ୍ରା ଅଧିକ ଥାଏ ତେବେ ଏହାଦ୍ୱାରା ଶରୀରରେ ମୋଟାପଣ ବୃଦ୍ଧି ପାଇବା ସହ ଡାଇବେଟିସ୍ ଭଳି ସମସ୍ୟା ସୃଷ୍ଟି କରିଥାଏ ।
କିଛି ଲୋକ ଭାବନ୍ତି ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିର ଦେହ ସବୁବେଳେ ଅସୁସ୍ଥ ରହିଥାଏ । ତାକୁ ବିଭିନ୍ନ ରୋଗର ଶିକାର ହେବାକୁ ମଧ୍ୟ ପଡିଥାଏ । ମାତ୍ର ପ୍ରକୃତରେ ଏହା ଭୁଲ ଅଟେ । କାରଣ ଯଦି କୌଣସି ବ୍ୟକ୍ରି ଏହି ରୋଗରେ ପୀଡିତ ତେବେ ଏହା ଜରୁରୀ ନୁହେଁ କି ସେ ସବୁବେଳେ ରୋଗରେ ଆକ୍ରାନ୍ତ ରହିବେ । କିନ୍ତୁ ହଁ ଏଇଟା ସତ ଯଦି କିଛିି ଜ୍ୱର ହୁଏ ତେବେ ଏହାକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ ହୋଇଥାଏ ।
ଡାଇବେଟିସକୁ ପ୍ର।ୟତଃ ଆମେ ଏକ ସାଧାରଣ ରୋଗ ବୋଲି ମନେକରନ୍ତି । ମାତ୍ର ଏହା ଭାବିବା ଆପଣଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିପାରେ । କାରଣ ଏହି ରୋଗଦ୍ୱାରା ହୃଦ୍ ଘାତ ଭଳି ସମସ୍ୟା ବଡ ବଡ ସମସ୍ୟା ଦେଖଦେଇଥାଏ । ଆଉ ଯାହାଦ୍ୱାରା ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଏଥିପାଇଁ ନିୟମିତ ରୂପେ ଡାକ୍ତରଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ ।
କିଛି ଲୋକ ଭାବନ୍ତି ଏହି ରୋଗର ଶିକାର ବ୍ୟକ୍ତି କୌଣସି ମିଠା ଜାତୀୟ ଖାଦ୍ୟପେୟ ଗ୍ରହଣ କରିବା ଉଚିତ୍ ନୁହେଁ । ମାତ୍ର ଏହା ଭାବିବା ଭୂଲ । କାରଣ ଏପରି ରୋଗୀ ଜଣେ ସୁସ୍ଥ ଲୋକ ଭଳି ମିଠା ଖାଇପାରିବେ କିନ୍ତୁ ସୀମିତ ପରିମାଣରେ ଅର୍ଥାତ୍ ଏଥିପାଇଁ ତାଙ୍କ ଡାଇଟରେ କାର୍ବାହାଇଡ୍ରେଟର ମାତ୍ରା ଅନୁସାରେ ବା ନିୟନ୍ତ୍ରିତ କରିବା ଦରକାର ।
ଯେଉଁ ଜିନିଷମାନଙ୍କରେ କାର୍ବୋହାଇଡ୍ରେଟ କମ ମାତ୍ରାରେ ଥାଏ ,ସେଥିରେ ପ୍ରୋଟିନ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ । ଏଥିପାଇଁ ହୃଦୟ ଓ କିଡନୀ ଭଳି ସମସ୍ୟା ଦେଖାଦେବାର ବହୁତ ଭାବରେ ସମ୍ଭାବନା ଥାଏ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଡାଇଟରେ କାର୍ବୋହାଇଡ୍ରେଟକୁ ସନ୍ତୁଳିତ ମାତ୍ରାରେ ଗ୍ରହଣ କରିବା ସହ ଏହାର ଚିକିତ୍ସା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ଉଚିତ । | <urn:uuid:e4bf3012-21fc-45ac-9a46-b6cfee86cdfc> | CC-MAIN-2017-47 | http://kanaknews.com/lifestyle-fitness-myths-related-to-diabetes/ | 2017-11-23T07:23:12Z | s3://commoncrawl/crawl-data/CC-MAIN-2017-47/segments/1510934806760.43/warc/CC-MAIN-20171123070158-20171123090158-00363.warc.gz | ory | 1.000007 | Orya | 16 | {"ory_Orya_score": 1.000007152557373} |
କନକ ବ୍ୟୁରୋ : କେଉଁଠି ଅଛି ବିସ୍ମୟ ବାଳକ ବୁଦ୍ଧିଆ ସିଂ। ନିଖୋଜ ବୁଦ୍ଧିଆର ଠିକଣା ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି ଶିଶୁ କଲ୍ୟାଣ ସମିତି। ଏଥିପାଇଁ କ୍ରୀଡା ଛାତ୍ରାବାସ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗକୁ ଚିଠି ଲେଖିଛି। କେମିତି ଓ କେଉଁ ପରିସ୍ଥିତିରେ ବୁଦ୍ଧିଆ ନିଖୋଜ ହୋଇଗଲା ଓ ତାକୁ ଖୋଜିବାକୁ କଣ ଉଦ୍ୟମ କରାଯାଇଛି, ସେ ନେଇ ସବିଶେଷ ତଥ୍ୟ ଦେବାକୁ ୩ ଦିନର ଡେଡଲାଇନ୍ ଦେଇଛି ସିଡବ୍ଲୁସି । ସେପଟେ ବର୍ଣ୍ଣ ଟୁ ରନ୍ ଫିଲ୍ମର ନିର୍ଦେଶକ ସୌମେନ୍ଦ୍ର ପାଢୀଙ୍କ ସୂଚନା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।
ତେବେ ବୁଦ୍ଧିଆ ଭୁବନେଶ୍ୱରରେ ନାହିଁ । ପ୍ରଥମରୁ ସମସ୍ତଙ୍କ ସନ୍ଦେହ ଥିଲା ଫିଲ୍ମ ନିର୍ମାଣକାରୀ ସଂସ୍ଥା ପ୍ରମୋଶନ ପାଇଁ ତାଙ୍କୁ ମୁମ୍ବାଇ ଡାକିଥିବେ । ଏପିରିକି ଗତମାସ ଶେଷ ଆଡକୁ ବୁଦ୍ଧିଆ ଓ ତାଙ୍କ ମା ମୁମ୍ବାଇ ଯାଇଥିବାର ପ୍ରମାଣ ମଧ୍ୟ ମିଳିସାରିଛି । ତେବେ ଏକଥାକୁ ସ୍ପଷ୍ଟ କରିନଥିଲେ ନିର୍ଦେଶକ ସୌମେନ୍ଦ୍ର ପାଢୀ। କିନ୍ତୁ ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ନିଖୋଜ ବୁଦ୍ଧିଆକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ସାମ୍ନା କରିବାକୁ ପଡିଥିଲା । ଆଉ ସୌମେନ୍ଦ୍ର କହିଥିଲେ ବୁଦ୍ଧିଆ ଓ ତାଙ୍କ ମା'ଙ୍କ ପ୍ରାଇଭେସିକୁ ପ୍ରୋଟେକ୍ଟ କରିବା ତାଙ୍କ ଦାୟିତ୍ୱ ।
ସେ ଦିନର ବିସ୍ମୟ ଆଜି ରହସ୍ୟମୟ । ହେଲେ ଏ ଅପେକ୍ଷା ଖୁବ୍ କମ୍ ଦିନର । କାରଣ ଚଳିତ ମାସ ଶେଷ ସପ୍ତାହରେ ବୁଦ୍ଧିଆ ଫିଲ୍ମର ପ୍ରମୋଶନ କରିବା ଏକ ପ୍ରକାର ଚୁଡାନ୍ତ ହୋଇ ଯାଇଛି । | <urn:uuid:02cb0018-a5b5-42bc-bffd-fe7e5483491a> | CC-MAIN-2017-47 | http://kanaknews.com/budhia-singh-is-in-mumbai/ | 2017-11-24T20:20:25Z | s3://commoncrawl/crawl-data/CC-MAIN-2017-47/segments/1510934808935.79/warc/CC-MAIN-20171124195442-20171124215442-00363.warc.gz | ory | 1.000007 | Orya | 5 | {"ory_Orya_score": 1.0000067949295044} |
ଶୀତଦିନେ କେଶ ଝଡ଼ିବା, ରୁପି ହେବା ଓ କେଶମୂଳ ଶୁଷ୍କ ହେବା ଭଳି ସମସ୍ୟା ଦେଖାଯାଇଥାଏ। ଆପଣ ଘରୋଇ ଉପଚାର ଦ୍ୱାରା ସହଜରେ ଏହାର ସମାଧାନ କରି ପାରିବେ। ସମାନ ପରିମାଣର ଆଲ୍ମଣ୍ଡ୍ ତେଲ, ଜୋଜୋବା ତେଲ ଏବଂ ଶୁଦ୍ଧ ନଡ଼ିଆ ତେଲକୁ ନେଇ ୪ରୁ ୫ ମିନିଟ୍ ଯାଏ ଉଷୁମ କରନ୍ତୁ। ତା'ପରେ କେଶରେ ଭଲ ଭାବେ ମାଲିସ୍ କରନ୍ତୁ ଦେଖିବେ କେଶ ନରମ ରହିବ।
ଚାରି ଚାମଚ ଅଦା ରସରେ ଦୁଇ ଚାମଚ ନଡ଼ିଆ ତେଲ ଏବଂ ଗୋଟିଏ ଚାମଚ ଲେମ୍ବୁରସକୁ ଭଲ ଭାବେ ମିଶାଇ କେଶମୂଳରେ ଲଗାଇଲେ କେଶରୁ ରୁପି ସମସ୍ୟା ଦୂର ହୋଇଥାଏ। ଗୋଟିଏ ପାଚିଲା କଦଳୀ ଓ ଦୁଇଟି ପାଚିଲା ଆଭୋକାଡୋ ନିଅନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ୨୦ରୁ ୩୦ ମିନିଟ୍ ଯାଏ ରଖନ୍ତୁ। ତା'ପରେ ଥଣ୍ଡା ପାଣିରେ ଭଲ ଭାବେ କେଶକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶମୂଳ ଶୁଷ୍କ ହେବା ସହିତ କେଶ ଝଡ଼ିବା ମଧ୍ୟ ଦୂର ହୋଇଥାଏ।
ଗୋଟିଏ ପାତ୍ରରେ ଦୁଇଟି ଅଣ୍ଡାର ଧଳା ଅଂଶ ନେଇ ସେଥିରେ ଚାରି ଚାମଚ ପାଣି ମିଶାଇ ଫେଣ ହେବାଯାଏ ଫେଣ୍ଟନ୍ତୁ। ସେହି ମିଶ୍ରଣକୁ କେଶରେ ଭଲ ଭାବେ ଲଗାଇ ୩୦ରୁ ୪୦ ମିନିଟ୍ ଯାଏ ଛାଡ଼ିଦିଅନ୍ତୁ। ତା'ପରେ ସାମ୍ପୁରେ କେଶକୁ ଭଲ ଭାବେ ସଫା କରନ୍ତୁ। ଏହାଦ୍ୱାରା କେଶର ରୁଖାପଣ ଦୂର ହେବା ସହ କେଶର ଚମକ ବଢ଼େ। | <urn:uuid:a8249e53-4ab9-4fff-b800-bbc9f7b3cb44> | CC-MAIN-2017-47 | http://kanaknews.com/hair-care-in-winter/ | 2017-11-24T20:20:22Z | s3://commoncrawl/crawl-data/CC-MAIN-2017-47/segments/1510934808935.79/warc/CC-MAIN-20171124195442-20171124215442-00363.warc.gz | ory | 0.999958 | Orya | 8 | {"ory_Orya_score": 0.9999582767486572} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଗୁରୁବାର ବିଧାନସଭା ପକ୍ଷରୁ ମାଓବାଦୀଙ୍କୁ ନିବେଦନ କରାଯାଇଛି ।
ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ବାଚନିକ ଭୋଟ୍ ରେ ଏହା ଗୃହୀତ ହୋଇଛି ।
"ଦୁଇ ଇଟାଲୀୟ ନାଗରିକଙ୍କ ଅପହରଣ ଘଟଣାକୁ ନେଇ ଗୃହରେ ଉ୍ବେଗ ପ୍ରକାଶ ପାଇଛି । ସେମାନଙ୍କୁ ମୁକ୍ତ କରିବାକୁ ଗୃହ ପକ୍ଷରୁ ନିବେଦନ କରାଯାଉଛି ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଯାଉଛି" ମୁଖ୍ୟମନ୍ତ୍ରୀ କହିଥିଲେ ।
ତେବେ ଅପହରଣ ଘଟଣା ନେଇ ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ବିରୋଧୀ ମନ୍ତବ୍ୟ ଦେଇଥିବାରୁ ବିରୋଧୀ କଂଗ୍ରେସ ବିଧାୟକମାନେ ତାଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ଏବଂ ଏହାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:79406eed-b641-414e-b8bf-bee3cf8ec637> | CC-MAIN-2017-47 | http://www.odisha.com/archives/10109 | 2017-11-21T11:57:51Z | s3://commoncrawl/crawl-data/CC-MAIN-2017-47/segments/1510934806353.62/warc/CC-MAIN-20171121113222-20171121133222-00121.warc.gz | ory | 1.000007 | Orya | 3 | {"ory_Orya_score": 1.000007152557373} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ,ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍):ଘରୋଇ ମନୋରଞ୍ଜନ ଟିଭି ଚ୍ୟାନେଲ ସୋନିରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଇଣ୍ଡିଆନ ଆଇଡ଼ଲରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି ଓଡ଼ିଶାର ସୋହିନୀ ମିଶ୍ର ।
କଟକ ସହରର ଝିଅ ସୋହିନୀ ଶାସ୍ତ୍ରୀୟ ସଙ୍ଗୀତରେ ନିଜ ଯାଦୁ ଦେଖାଇ ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛନ୍ତି । ସେ ଗାଇଥିବା ଗୀତ ଶୁକ୍ରବାର ଉକ୍ତ ଚ୍ୟାନେଲରେ ପ୍ରସାରିତ ହୋଇଛି ।
ଏହି କାର୍ଯ୍ୟକ୍ରମର କୋଲକାତା ଅଡ଼ିସନ୍ ରେ ସେ 'ସୀମା' ଚଳଚ୍ଚିତ୍ରର ଲତା ମଙ୍ଗେସ୍କରଙ୍କ 'ମନମୋହନା ବଡ଼ି ଝୁଟେ' ଗୀତ ଗାଇ ବିଚାରକମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିେଇଥିଲେ ।
ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ, ସୁନିଧି ଚୌହାନ୍, ଏହି କାର୍ଯ୍ୟକ୍ରମରେ ବିଚାରକରିଥିବା ବେଳେ ବିଶିଷ୍ଟ ଗାୟିକା ଆଶା ଭୋସ୍ଲେ ମହାଗୁରୁ ଭାବେ ଯୁବଗାୟକ ଗାୟିକାମାନଙ୍କ ଗାୟନଶୈଳୀ ପରଖୁଛନ୍ତି ।
ସୋହିନୀ ରେଭେନ୍ସା ବିଶ୍ୱଦିଦ୍ୟାଳୟର ଏମ୍ଏସ୍ସି ବାୟୋ-ଟୋକ୍ନୋଲୋଜିର ଦ୍ୱିତୀୟ ବର୍ଷର ଛାତ୍ରୀ । ରାଜ୍ୟବାସୀଙ୍କ ଶ୍ରଦ୍ଧା ଓ ସମର୍ଥନ ହିଁ ସୋହିନୀଙ୍କୁ ଆଗକୁ ଯିବାର ମାର୍ଗ ପ୍ରଦର୍ଶିତ କରିବ ତାଙ୍କ ପିତାମାତା କହିଛନ୍ତି ।
ତାଙ୍କ ପ୍ରତି ସମର୍ଥନ ଜଣାଇବା ନିମନ୍ତେ ମୋବାଇଲର ମେସେଜ୍ ବକ୍ସରେ ଇଂରାଜୀରେ ଆଇଡ଼ଲ ସ୍ପେସ ଦେଇ ଏସ୍ଓଏଚ୍ ଲେଖି ୫୨୫୨୫କୁ ପଠାଇବାକୁ ସେମାନେ ଅନୁରୋଧ କରିଛନ୍ତି ।
ତାଙ୍କ ମାତାପିତା ଉଭୟ ଆକାଶବାଣୀ ଓ ଦୁରଦର୍ଶନର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିବା ବେଳେ ପିତା ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ ।
ପିଲାଟିଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ସୋହିନୀ ୫ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥିଙ୍କ ଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ ଶିକ୍ଷାଲାଭ କରୁଛନ୍ତି ।
ସୋହିନୀ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱକୃତୀପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର 'ପ୍ରେମ୍ୱେଡ଼୍ସ ପ୍ରିୟା', 'ହାଏ ଡ଼ାର୍ଲିଂ', 'କଟକ ସିଲ୍ଭର ସିଟି', 'ଥୁକୁଲ' ଆଦିରେ କଣ୍ଠଦାନ କରିଛନ୍ତି ।
ଭବିଷ୍ୟତରେ ବଲିଉଡ଼୍ ରେ ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ୍ଟ ଗାୟିକା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତକୁ ଅଧିକ ପ୍ରାଧାନ୍ୟ ଦେଉଥିବା ସୋହିନୀ ଲତାଜୀ ତାଙ୍କ ଜୀବନର ଆଦର୍ଶ ବୋଲି କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:1eb829ec-939f-4a63-a9fa-0d8f276a012c> | CC-MAIN-2017-47 | http://www.odisha.com/archives/11946 | 2017-11-21T11:53:06Z | s3://commoncrawl/crawl-data/CC-MAIN-2017-47/segments/1510934806353.62/warc/CC-MAIN-20171121113222-20171121133222-00121.warc.gz | ory | 1.000002 | Orya | 21 | {"ory_Orya_score": 1.000002145767212} |
ଯାଜପୁର-୧୪/୯(ଓଡିଆ ପୁଅ/ଏ.ରାଉତ) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଡେଙ୍ଗୁ,ଡାଇରିଆ ମ୍ୟାଲେରିଆ ଆଦି ନିରାକରଣ ପାଇଁ ପାଲା ମାଧ୍ୟମରେ ସଚେତନତା କରାଯାଉଛି । ସେହିପରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନୂକୁଲ୍ୟରେ ଜେନାପୁର ଦୁର୍ଗାମଣ୍ଡପ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଇ ପାଲା ମଣ୍ଡଳୀ ପକ୍ଷରୁ ପାଲାକାର ରବିନାରାୟଣ କର, ବାୟକ ଦିବାକର ରାଉତ, ମନ୍ଦରଧର ପାତ୍ର, ନରହରି ନାୟକ ଓ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଡେଙ୍ଗୁ, ମ୍ୟାଲେରିଆ, ସ୍ୱାଇନଫ୍ଲୁ, ଡାଇରିଆ ଓ ଜଣ୍ଡିସ୍ ଆଦି ରୋଗ ସଚେତନତା ସଂପର୍କରେ ପାଲା ପରିବେଶଣ କରିଥିଲେ । ନିୟମିତ ମାଶାରୀ ଟାଙ୍ଗି ଶୋଇବା, ଫୁଟା ପାଣି ପିଇବା, ଘରର ଆଖ ପାଖରେ ପାଣି ଜମିବାକୁ ନଦେବା ଓ ନଳକୂପ ପାଣି ବ୍ୟବହାର କରିବା ସମ୍ପର୍କରେ ଜନସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଜେନାପୁର ସରପଞ୍ଚ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ପିତବାସ ମଲ୍ଲିକ, ସ୍ୱାସ୍ଥ୍ୟକର୍ମୀ ଦେବାଷିଶ ଦାସ, ସାବିତ୍ରୀ ଦାସ,ଅଙ୍ଗନୱାଡି କର୍ମୀ ନଳିନୀପ୍ରଭା ମହାନ୍ତି, ଭାର୍ଗବି ବେହେରା, ହେନରମା ମହାନ୍ତି, ପ୍ରିୟାଶ୍ରୀ ମଲ୍ଲୀକ, ଆଶାକର୍ମୀ କାଚଂନବାଳା ଚାନ୍ଦ, କୁନି ରାଉତ,ନମିତା ମହାନ୍ତି, କ୍ରିଷ୍ଣାନା ଦାସ ପ୍ରମୁଖ ଯୋଗଦେଇଥିଲେ । | <urn:uuid:565c8b7e-9602-4af5-b862-4ce29e9bdbd0> | CC-MAIN-2017-47 | http://odiapua.com/%E0%AC%AA%E0%AC%BE%E0%AC%B2%E0%AC%BE-%E0%AC%AE%E0%AC%BE%E0%AC%A7%E0%AD%8D%E0%AD%9F%E0%AC%AE%E0%AC%B0%E0%AD%87-%E0%AC%B8%E0%AC%9A%E0%AD%87%E0%AC%A4%E0%AC%A8%E0%AC%A4%E0%AC%BE/ | 2017-11-23T01:29:27Z | s3://commoncrawl/crawl-data/CC-MAIN-2017-47/segments/1510934806715.73/warc/CC-MAIN-20171123012207-20171123032207-00121.warc.gz | ory | 0.999966 | Orya | 3 | {"ory_Orya_score": 0.9999656677246094} |
ଭୁବନେଶ୍ଵର, ଏପ୍ରିଲ ୯ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍ ପ୍ରତ୍ୟାହାର ଦାବି କରି ଓଡିଶା ବ୍ୟବସାୟୀ ମହାସଂଘ ଗୁରୁବାର ଠାରୁ ଆମଦାନୀ ବନ୍ଦ ନିଷ୍ପତ୍ତି ନେଇଥିବାରୁ ରାଜ୍ୟରେ ଏହି ସବୁ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି ।
ତେବେ ସରକାର ଏହିଦାବି ନ ମାନିବାରୁ ସଂଘ ଅନିର୍ଦିଷ୍ଟ କାଳ ପାଇଁ ଏହି ସାମଗ୍ରୀର ଆମଦାନୀ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
ଏହା ଫଳରେ ବାହାରୁ ଡାଲି, ଗହମ, ଅଟା, ସୁଜି, ମଇଦା ଓ ଚୋକଡ଼ ଆଦି ଗହମଜାତ ଦ୍ରବ୍ୟ ରାଜ୍ୟକୁ ଆସିବା ନାହିଁ ଓ ଖାଉଟିଙ୍କ ଅସୁବିଧା ପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି ।
ଅଧିକ ଦିନଧରି ଆମଦାନୀ ବନ୍ଦ ରହିଲେ ରାଜ୍ୟରେ ଏହି ଖାଦ୍ୟ ସାମଗ୍ରୀର ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଖାଦ୍ୟ ଓ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଓଡିଶା ଡଟ କମକୁ କହିଛନ୍ତି ।
ରାଜ୍ୟରେ ଆବଶ୍ୟକ ପରିମାଣର ସାମଗ୍ରୀ ଗଚ୍ଛିତ ଥିବାରୁ ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ କୌଣସି ସମସ୍ୟା ହେବ ନାହିଁ । ରାଜ୍ୟରେ ଏହିସାମଗ୍ରୀର ଯେଭଳି କୁତ୍ରିମ ଅଭାବ ସୃଷ୍ଟି ନ ହେବ ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆ ଯାଇଥିବା ସେ ପ୍ରକାଶ କରିଛନ୍ତି।
ସରକାର ବ୍ୟବସାୟୀ ମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଓ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।
ବ୍ୟବସାୟୀ ମହାସଂଘ କହିଛି ଦେଶର ୨୪ଟି ରାଜ୍ୟରେ ଏହି ସବୁ ସାମଗ୍ରୀ ଉପରେ ଭାଟ୍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଛି । ଭାଟ୍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।
ଓଡିଶା ଡଟ କମ | <urn:uuid:96a621ba-b645-4cb3-ad0b-7f1c915f43bd> | CC-MAIN-2017-47 | http://www.odisha.com/archives/tag/%E0%AC%86%E0%AC%AE%E0%AC%A6%E0%AC%BE%E0%AC%A8%E0%AD%80 | 2017-11-21T00:33:32Z | s3://commoncrawl/crawl-data/CC-MAIN-2017-47/segments/1510934806309.83/warc/CC-MAIN-20171121002016-20171121022016-00651.warc.gz | ory | 1.000005 | Orya | 44 | {"ory_Orya_score": 1.0000050067901611} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) – ପାଖରେ ନିର୍ବାଚନ ନଥିଲେ ମଧ୍ୟ ଓଡିଶାରେ ରାଜନୀତିର ପାଣିପାଗ ବେଶ୍ ଗରମ ଜଣାପଡୁଛି । ସାଧାରଣ ନିର୍ବାଚନ ପୂର୍ବରୁ କିଭଳି ଲୋକଙ୍କ ପାଖରେ ପହଞ୍ଚି ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରିବେ ସେନେଇ କଂଗ୍ରେସ ଓ ବିଜେଡି ପୁରାଦମ୍ ରେ ଲାଗି ଯାଇଛନ୍ତି ।
ଲୋକଙ୍କ ନିକଟକୁ ଏବେ ଯିବାକୁ ଏମାନେ ନିଷ୍ପତି ନେଇଥିବାରୁ ମାଧ୍ୟମ ହୋଇଛି ପଦଯାତ୍ରା । ଉଭୟ ଦଳର ପଦଯାତ୍ରା ଆରମ୍ଭ କରିବାର ତାରିଖ ସମାନ । ତେବେ କେବଳ ଆୟୋଜନ ଭିନ୍ନ ।
ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥି ଅକ୍ଟୋବର ୨ରୁ ଉଭୟ ଦଳ କରିବେ ତାଙ୍କର ପଦଯାତ୍ରା । ବିଜେଡି ଏହି ପଦ ଯାତ୍ରା ରାଜ୍ୟର ୫୦ ହଜାର ଗାଁରେ ପ୍ରବେଶ କରିବ ।
ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥରୁ ବିଜେଡି ଆରମ୍ଭ କରିଥିବା ଏହି ପଦଯାତ୍ରା ଅକ୍ଟୋବର ୧୧ ତାରିଖ ଅର୍ଥାତ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ସରିବ । ଠିକ୍ ସେହିପରି କଂଗ୍ରସର ପଦ ଯାତ୍ରା ମାତ୍ର ଆଠ ଦିନ ଚାଲିବ । ଏହା ଗୋପବନ୍ଧୁ ଜୟନ୍ତୀରେ ଶେଷହେବ ।
ବିଜେଡି ପକ୍ଷରୁ ରାଜଧାନୀରୁ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ ।
ଠିକ୍ ସେହିଦିନ କଂଗ୍ରେସ ପକ୍ଷରୁ ଗାନ୍ଧୀଜୟନ୍ତୀରୁ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ଗୋପବନ୍ଧୁଙ୍କ କର୍ମସ୍ଥଳୀ ବକୁଳ ବନରେ ଏହା ଉଦ୍ୟାପିତ ହେବ ।
କଂଗ୍ରେସ ନବୀନ ପଟ୍ଟନାୟକଙ୍କ ୧୨ ବର୍ଷ ଶାସନ କାଳରେ ହୋଇ ଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ଏହି ପଦଯାତ୍ରା କରୁଥିବା ବେଳେ ବିଜେଡି ତରଫରୁ ନବୀନ ଶାସନର ବିକାଶ କଥା ଏହି ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କୁହା ଯାଇଛି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:af1b9e73-7a87-46d7-a2aa-21ed28c9ac38> | CC-MAIN-2017-47 | http://www.odisha.com/archives/tag/%E0%AC%97%E0%AC%BE%E0%AC%A8%E0%AD%8D%E0%AC%A7%E0%AD%80%E0%AC%9C%E0%AD%9F%E0%AC%A8%E0%AD%8D%E0%AC%A4%E0%AD%80 | 2017-11-21T00:34:31Z | s3://commoncrawl/crawl-data/CC-MAIN-2017-47/segments/1510934806309.83/warc/CC-MAIN-20171121002016-20171121022016-00651.warc.gz | ory | 1 | Orya | 11 | {"ory_Orya_score": 1.0000004768371582} |
କେଦାର ମିଶ୍ର
ପାଖାପାଖି ୩୦ ହଜାର ପୃଷ୍ଠାର ମୁଦ୍ରିତ ସାହିତ୍ୟ, ୧୦୦ ରୁ ଅଧିକ ଉପନ୍ୟାସ, ୨୦୦୦ ରୁ ଅଧିକ ଗଳ୍ପ, ୩୫୦୦ ରୁ ଅଧିକ କବିତା ଓ ସାହିତ୍ୟର ଆହୁରି ଅନେକ ବିଭାଗ।
ଗୋଟିଏ ମାସରେ ଏତେ ପରିମାଣର ସାହିତ୍ୟିକ ସୃଷ୍ଟି ବଜାରରେ ଉପଲବ୍ଧ ହେବା ସାରା ଭାରତରେ ଏକ ବିରଳ ଘଟଣା।
ଗତ ପ୍ରାୟ ୨୦ ବର୍ଷ ହେଲା ଓଡିଶାରେ ପୂଜା ପତ୍ରିକାର ଏକ ବିରାଟ ବଜାର ସୃଷ୍ଟି ହୋଇଛି । ସାହିତ୍ୟ ପତ୍ରିକାର ବିକ୍ରୀ ବା କାଟତି ନାହିଁ ବୋଲି ଯେଉଁମାନେ ଭାବୁଥିଲେ, ସେମାନେ ପୂଜା ବଜାର ର ଏହି ସମ୍ଭାର ଦେଖି ଚକିତ ଓ ବିସ୍ମିତ।
ବର୍ଷ ସାରା ପତ୍ରିକା ବଜାରରେ କାଉ ଉଡୁଥିବା ବେଳେ ହଠାତ୍ ଅକ୍ଟୋବର ମାସ ଆରମ୍ଭରୁ ପତ୍ରିକା ଷ୍ଟଲ୍ ଗୁଡିକରେ ଓଡିଆ ପତ୍ରିକାର ଗହଳି ଆରମ୍ଭ ହୁଏ ।
ଗତ ବର୍ଷ ପୂଜା ବେଳକୁ ୧୧୭ ଟି ଓଡିଆ ପତ୍ରିକା ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା (ନଭେମ୍ବର ୩ ) ୯୨ ଟି ପତ୍ରିକା ବଜାରକୁ ଆସି ସାରିଛି ।
ଆସନ୍ତା ମାସ ରେ ଆଉ କିଛି ପତ୍ରିକା ବଜାରକୁ ଆସିବାର ସମ୍ଭାବନା ରହିଛି । ଭାରତର କୌଣସି ବି ଭାଷା ସାହିତ୍ୟରେ ଏତେ ସଂଖ୍ୟକ ପତ୍ରିକା ଏକା ସାଂଗରେ ପ୍ରକାଶିତ ହୁଅନ୍ତି କି ନାହିଁ ତାହା ଗବେଷଣା ସାପେକ୍ଷ । ଓଡିଶ ପତ୍ର ପତ୍ରିକା ର ଏହି ବିରଳ ଜୟଯାତ୍ରା କୁ ନେଇ ଦଶଟି କଥା-
୧. ବର୍ଷ ସାରା ଓଡିଶାରେ ସାହିତ୍ୟର ପାଠକ ନାହାନ୍ତି ଓ ଓଡିଆ ପଢୁଥିବା ଲୋକଂକ ସଂଖ୍ୟା କମିଯାଉଛି ବୋଲି ଚିତ୍କାର ଶୁଭୁଥିବା ବେଳେ ଦଶହରା ସମୟରେ ସ୍ଵର ଓ ଚିତ୍ର ବଦଳିଯାଏ ।
ମହାଳୟା ରୁ କାଳୀ ପୂଜା ଭିତରେ ଓଡିଆ ପତ୍ରପତ୍ରିକା ବଜାର ସରଗରମ ହୋଇଉଠେ। ଗତ ଦଶ ବର୍ଷର ପତ୍ରପତ୍ରିକା ପ୍ରକାଶନ ର ବିଶ୍ଲେଷଣ ରୁ ଜଣାପଡୁଛି ଯେ ପ୍ରତି ବର୍ଷ ଏହି ସମୟରେ ପ୍ରାୟ ୧୦୦ ରୁ ୧୨୦ ପତ୍ରିକା ପ୍ରକାଶିତ ହୁଅନ୍ତି ।
୨. ୨୪ ପୃଷ୍ଠା ରୁ ୧୭୦୦ ପୃଷ୍ଠା ଯାଏଁ ବିଭିନ୍ନ ଆକାର ଓ ପ୍ରକାରର ସାହିତ୍ୟ ପତ୍ରିକା ଏହି ସମୟରେ ବଜାରକୁ ଆସେ। ଚଳିତ ବର୍ଷ ସବୁଠୁ ମୋଟା ପତ୍ରିକା "ବର୍ତ୍ତିକା" ର ପୃଷ୍ଠା ସଂଖ୍ୟା ୧୭୦୦+ ହୋଇଥିବା ବେଳେ ୨୪-୭୪ ପୃଷ୍ଠାର ଅନେକ ଛୋଟ ପତ୍ରିକା ମଧ୍ୟ ପ୍ରକାଶିତ ହୋଇଛନ୍ତି।
୩. ଏତେ ପରିମାଣର ସାହିତ୍ୟ ପତ୍ରିକା ପ୍ରକାଶ ପାଉଛି ଯଦିଓ, ଏହାର ବଜାର ଅଛି କି ନା1000ହିଁ, ତାହା ଏକ ବଡ ପ୍ରଶ୍ନ ।
ତେବେ ପତ୍ରପତ୍ରିକା ର ସବୁଠୁ ବଡ ବିତରଣ କେନ୍ଦ୍ର ଭୁବନେଶ୍ଵର ପୁରୁଣା ବସଷ୍ଟାଣ୍ଡ ରେ ଏହି ସମୟରେ ପତ୍ରିକା କିଣୁଥିବା ଲୋକଂକର ବେଶ୍ ଭିଡ ଜମିଥାଏ।
ଏହି ସମୟ ମଧ୍ୟରେ କେତେ ପତ୍ରିକା ବିକ୍ରୀ ହେଉଛି ତାର ସଠିକ ଅର୍ଥନୈତିକ ଆକଳନ ସମ୍ଭବ ନଥିଲେ ମଧ୍ୟ, ଏହା ବେଶ୍ ମୋଟା ଅଂକର ବ୍ୟବସାୟ ବୋଲି ସୂଚନା ମିଳୁଛି ।
୪. ପୁରୁଣା ବସ ଷ୍ତାଣ୍ଡ୍ ସ୍ଥିତ ନାରାୟଣୀ ପତ୍ରିକା ଦୋକାନର ମାଲିକ ବାବୁଲିଂକ ସୂଚନା ଅନୁସାରେ ଚଳିତ ବର୍ଷ ସବୁଠୁ ଅଧିକ ବିକ୍ରୀ ହୋଇଥିବା ପତ୍ରିକା ଗୁଡିକ ହେଲେ-
ସମ୍ବାଦ ବାର୍ଷିକ ସଂଖ୍ୟା,(ସମ୍ପାଦକ- ସୌମ୍ୟରଂଜନ ପଟ୍ଟନାୟକ ) ସାମ୍ନା, (ସଂ-ସରୋଜ ବଳ), ବର୍ତ୍ତିକା (ସଂ- ନବକୁମାର ଦାସ),କଥା (ସଂ- ଗୌରହରି ଦାସ), କାଦମ୍ବିନୀ (ସଂ- ଇତି ସାମନ୍ତ ), ପଶ୍ଚିମା (ସଂ- ଅଶୋକ ମହାନ୍ତି), ଝଂକାର (ସଂ- ସରୋଜ ରଂଜନ ମହାନ୍ତି), ନବନୀତା (ସଂ- କ୍ଷେତ୍ରବାସୀ ନାୟକ),ପୌରୁଷ( ସଂ- ଅସିତ ମହାନ୍ତି) ଓ ଶିଶିର (ସଂ- ସୁନିଲ ପୃଷ୍ଟି) ।
୫. ମୁଦ୍ରଣ ପରିପାଟୀ, ପାଠ ବିନ୍ୟାସ, ପ୍ରଛଦ ତଥା ଅନ୍ୟାନ୍ୟ ଦୃଶ୍ୟଗତ କ୍ଷେତ୍ରରେ ପତ୍ରିକା ସବୁ ସୁନ୍ଦର ଲାଗୁଥିବା ବେଳେ, ପାଠ ଦୃଷ୍ଟିରୁ ପ୍ରାୟ ସବୁ ପତ୍ରିକା ସମାନ ସମ୍ପାଦକୀୟ ସୀମା ଭିତରେ ରହିବାକୁ ଚେଷ୍ଟା କରିଛନ୍ତି ।
ନୁଆ ପାଠ ଓ ଜଣ ଜୀବନର ନୁଆ ବିଭାଗ ବିଷୟରେ ଲେଖା ସଂଯୋଜିତ କରିବାର ଆଗ୍ରହ କ୍ବଚିତ୍ ଦେଖିବାକୁ ମିଳିଛି ।
୬. ତେବେ କିଛି ପତ୍ରିକା ଅଛନ୍ତି ଯେଉଁମାନେ ନୁଆ କିଛି କରିବାର ପ୍ରୟାସ କରିବା ସହିତ ପୂଜା ସଂଖ୍ୟାରେ ସ୍ବତନ୍ତ୍ର ବିଷୟ ପ୍ରସଂଗକୁ ଆଧାର କରିଛନ୍ତି।
"ଅକ୍ଷର" ର ସମ୍ପାଦକ ଦେଶର ଅସହିଷ୍ଣୁତା ଓ ଦେଶପ୍ରେମକୁ ନେଇ ପୂରା ସଂଖ୍ୟା ପ୍ରସ୍ତୁତ କରିଥିବା ବେଳେ "ସାମ୍ନା" ଉପନ୍ୟାସ ବିଶେଷାଂକ ପ୍ରସ୍ତୁତ କରିଛି। ସେହିପରି "ନିଶାନ୍ତ" ଓଡିଆ ରଂଗମଂଚ କୁ ପ୍ରସଂଗ କରି ନିଜର ସ୍ବତନ୍ତ୍ରସଂଖ୍ୟା ବଜାରକୁ ଛାଡିଛନ୍ତି ।
୭. ଏଥର ପୂଜା ସଂଖ୍ୟାରେ ନୁଆ ଲେଖକ ଲେଖିକାମାନଙ୍କର ଉପସ୍ଥିତି ବେଶ୍ ବାରି ହୋଇ ପଡୁଛି ।
ଅନେକ ନୁଆ ଗାଳ୍ପିକ ଓ ଔପନ୍ୟାସିକଂକ ଲେଖା ସମ୍ପାଦକ ମାନେ ଛାପିଛନ୍ତି । ତରୁଣ ପିଢିର ଲେଖିକା ସ୍ଵାଗତିକା ସ୍ଵାଇଁ ଏଥର ପୂଜାରେ ଚାରୋଟି ଉପନ୍ୟାସ ଲେଖି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।
୮. ପତ୍ର ପତ୍ରିକା କେବଳ ଷ୍ଟଲରେ ନୁହଁ, ଅନ୍ ଲାଇନ୍ ରେ ମଧ୍ୟ ବିକ୍ରୀ ହେଉଛି। ଓଡିଆ ବହିର ଅନ୍ ଲାଇନ୍ ବଜାର odikart.com ପ୍ରାୟ ଷାଠିଏ ଟି ପତ୍ରିକା ଉପଲବ୍ଧ ହେଉଛି ।
୯. ବଂଗଳା ପତ୍ରିକା ର ଅନୁସରଣରେ ଓଡିଆ ପୂଜା ପତ୍ରିକା ଆରମ୍ଭ ହୋଇଥିବା ବେଳେ ପରିମାଣ ଦୃଷ୍ଟିରୁ ଏବେ ବଂଗଳା ଠାରୁ ଓଡିଆ ପତ୍ରିକା ବହୁ ଆଗରେ । ତେବେ ଗୁଣାତ୍ମକ ଦୃଷ୍ଟିରୁ ଆମ ସମ୍ପାଦକ ମାନଂକୁ ଆହୁରି ଅନେକ କଥା କରିବାକୁ ବାକି ଅଛି ।
୧୦. ତେବେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ସାହିତ୍ୟର ଏହି ଶାରଦୀୟ ଶୋଭାଯାତ୍ରା ଆମ ସମୟ ଓ ସାହିତ୍ୟ ପାଇଁ ଏକ ଶୁଭ ସୂଚନା । ଖୁବ୍ କମ୍ ସରକାରୀ ଓ କର୍ପୋରେଟ୍ ବିଜ୍ଞାପନ ସତ୍ତ୍ୱେ ବ୍ୟକ୍ତିଗତ ସାହିତ୍ୟ ପ୍ରେମ ଯୋଗୁଁ ଏତେ ଗୁଡାଏ ପତ୍ରିକା ପ୍ରକାଶ ପାଇବା କମ ବଡ ସଫଳତା ନୁହେଁ । | <urn:uuid:cfa9d7c5-ab19-4656-85cd-d83593daad2a> | CC-MAIN-2017-47 | http://www.odisha.com/archives/tag/%E0%AC%95%E0%AC%AC%E0%AC%BF%E0%AC%A4%E0%AC%BE | 2017-11-20T19:14:39Z | s3://commoncrawl/crawl-data/CC-MAIN-2017-47/segments/1510934806124.52/warc/CC-MAIN-20171120183849-20171120203849-00389.warc.gz | ory | 1.000003 | Orya | 224 | {"ory_Orya_score": 1.0000028610229492} |
ଅଶୋକ ସାହୁ
ପ୍ରଶାସନରେ ବିଭିନ୍ନ ପଦପଦବୀ ବିଭିନ୍ନ କାନୁନ୍ ଅନୁଯାୟୀ ରହିଛି । ଉକ୍ତ ପଦପଦବୀରେ ଉପଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି କରିବାପାଇଁ କାନୁନି ବ୍ୟବସ୍ଥା ରହିଛି, ଯାହା ପଦୋନ୍ନତି ମାଧ୍ୟମରେ ମଧ୍ୟ ସାଧିତ ହୋଇଥାଏ ।
ସେହି ଉଦ୍ଧେଶ୍ୟରେ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ ସମ୍ପୃକ୍ତ ବିଭାଗର ସରକାରୀ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଏ, ଯାହା ମଧ୍ୟରୁ ଚୟନ ପ୍ରକ୍ରିୟା ମାଧ୍ୟମରେ ଶୂନ୍ୟ ପଦବୀରେ ନିଯୁକ୍ତି ମିଳିଥାଏ ।
ଆବଶ୍ୟକତା ଅନୁଯାୟୀ ପ୍ରଶାସନିକ ପଦପଦବୀରେ ନିଯୁକ୍ତି ପଦୋନ୍ନତି ମାଧ୍ୟମରେ ସମାହିତ କରିବାପାଇଁ ବିଭିନ୍ନ ସମୟରେ ନିର୍ଦ୍ଧେଶନାମା ଏବଂ ନିୟମାବଳୀ ପ୍ରସ୍ତୁତ ହୋଇଥାଏ ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ବିଧି ଏବଂ ନଜିର ରହିଛି ।
ଏଥିରେ କିଛି ବିଭ୍ରାଟ ହେଲେ ଅନ୍ୟାୟ ଏବଂ ଅବ୍ୟବସ୍ଥାର ଶୀକାର ହୋଇଥିବା ସରକାରୀ କର୍ମଚାରୀ ନ୍ୟାୟାଳୟର ଆଶ୍ରୟ ନେଇ ପାରନ୍ତି ।
କିଛିଦିନତଳେ ଓଡ଼ିଶାର ପୋଲିସ ମହା ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ କେନ୍ଦ୍ରକରି ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା ।
ସଦ୍ୟ ନିଯୁକ୍ତିପ୍ରାପ୍ତ ମହାନିର୍ଦ୍ଦେଶକ ପୂର୍ବରୁ ଭଜିଲାନସ ଡିଜି ଥିବା ସମୟରେ ପୂର୍ବତନ ଡିଜି ଶ୍ରୀ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏକ ବିବାଦୀୟ ମାମଲାର ନିଷ୍ପତ୍ତି କରି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତତ୍କାଳୀନ ଭିଜିଲାନସ ଡିଜିଙ୍କ କାଯ୍ୟର୍କଳାପ ଉପରେ ତିର୍ଯ୍ୟକ୍ ମନ୍ତବ୍ୟ ଦେଇ ଏକ ପ୍ରକାର ଭର୍ସ୍ତନା କରିଥିଲେ ।
ତଥାପି କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଭଳି ଏକ ବ୍ୟକ୍ତିଙ୍କୁ ପୋଲିସ ବିଭାଗର ମୁଖ୍ୟଭାବେ ନିଯୁକ୍ତି ଦେଲେ ତାକୁ କେହି କେହି ପ୍ରଶ୍ନ କରିଛନ୍ତି ।
ଉଚ୍ଚ ନ୍ୟାୟାଳୟ କୌଣସି ସରକାରୀ କର୍ମଚାରୀଙ୍କ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ଚେଷ୍ଟାକୃତ ଭାବେ ମନ୍ଦ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିଥିବା କାରଣରୁ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି ତେବେ ସରକାର ତାହା ଅନୁରୂପ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ।
କିନ୍ତୁ ଉପରୋକ୍ତ ମାମଲାରେ ସେମିତି କୌଣସି ନିର୍ଦ୍ଦେଶ ନଥିବା କାରଣରୁ ଶ୍ରୀ କେବି ସିଂହଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ତୃଟି ହୋଇନାହିଁ ।
(ଅଶୋକ ସାହୁ ଜଣେ ପୂର୍ବତନ ଭାରତୀୟ ପୁଲିସ ସେବା ଅଧିକାରୀ)
ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ । | <urn:uuid:bb52bae2-cf61-4ca0-b5ec-cb53b53d6dbc> | CC-MAIN-2017-47 | http://www.odisha.com/archives/tag/%E0%AC%A1%E0%AC%BF%E0%AC%9C%E0%AC%BF | 2017-11-20T19:14:31Z | s3://commoncrawl/crawl-data/CC-MAIN-2017-47/segments/1510934806124.52/warc/CC-MAIN-20171120183849-20171120203849-00389.warc.gz | ory | 1.000007 | Orya | 103 | {"ory_Orya_score": 1.000007152557373} |
କଳିଙ୍ଗନଗର ଓ ଏହାର ପାଶ୍ୱର୍ବର୍ୀ ଅଳମାନଙ୍କରେ ଡେଙ୍ଗୁର ଭୟାବହତା ନିୟନ୍ତ୍ରଣ ପାଇଁ ଟାଟା ଷ୍ଟିଲ ପକ୍ଷରୁ ଜଣେ କୀଟବିଜ୍ଞାନୀଙ୍କ ନେତୃ୍ତ୍ୱରେ ୬୦ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପ୍ରତିଷେଧକ ଦଳ ଓ ଦକ୍ଷତା ସମ୍ପନ୍ନ ଅପରେଟର ତଥା ସେମାନଙ୍କ ଅଧୀକ୍ଷକମାନଙ୍କ ଦ୍ୱାରା ପ୍ରଭାବିତ ଅଳରେ ଯୁଦ୍ଧକାଳୀନ ଭିିରେ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।
ଜାମସେଦପୁରରୁ ଅଣାଯାଇଥିବା ଏକ ଅତିଉଚ୍ଚ କ୍ଷମତା ସମ୍ପନ୍ନ ମଶାଧୂଅାଁ ଯନ୍ତ୍ର ସାହାଯ୍ୟରେ କଳିଙ୍ଗନଗର ଓ ଏହାର ପାରିପାଶ୍ୱର୍ିକ ଅଳରେ ଏହି ଅଭିଯାନ ସାଳିତ ହେଉଛି । ଏପର୍ଯ୍ୟନ୍ତ କାରଖାନା ପରିସର, ଶ୍ରମିକ କଲୋନୀ ଏବଂ ଗୋବରଘାଟି, ତ୍ରୀଜଙ୍ଗା ଓ ସନ୍ସାଇଲୋ ପୁନର୍ବାସ କଲୋନୀ ତଥା ରାମଠେଙ୍ଗା ଅନ୍ତର୍ଗତ ସ୍ବତନ୍ତ୍ର ଥଇଥାନ ବସତି ଗୁଡ଼ିକରେ ଏହା ସମ୍ପନ୍ନ ହୋଇଛି ।
କାରଖାନା ପରିସରରେ ୧୯ଟି ଦଳ ଡେଙ୍ଗୁ ପ୍ରତିଷେଧକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ସମସ୍ତ କର୍ମଚାରୀ ଓ ପରିଚାଳକମାନେ ମଶା ନିରୋଧକ ମଲମ ବ୍ୟବହାର କରୁଛନ୍ତି । କାରଖାନା ସଂଲଗ୍ନ ବିଭିନ୍ନ ଅଳରେ ନିୟମିତ ଭାବେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ମଶା ଧୂଅାଁ ଓ ମଶା ମରା ଔଷଧ ସିନ ଅଭିଯାନକୁ କଳିଙ୍ଗନଗର ସନ୍ନିକଟସ୍ଥ ଗ୍ରାମମାନଙ୍କରେ ତ୍ୱରାନ୍ୱିତ କରାଯାଇଛି । ଏହି ଅଭିଯାନରେ ମଧୂବନ, ମିରିଗିଚେରା, ବାରଗାଡିଆ,ଗାଡ଼ପୁର, ନୂଆ ଗାଁ, ଧଳାପଥର ଓ ରାୟାନାଳରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ସହ ପାଶ୍ୱର୍ବର୍ୀ ଗ୍ରାମମାନଙ୍କୁ ସମ୍ପ୍ରସାରିତ କରାଯାଉଛି ।
ଏଭଳି ଏକ ଭୟାବହ ରୋଗର ପ୍ରତିରୋଧ ପାଇଁ ଟାଟା ଷ୍ଟିଲ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । କେବଳ କାରଖାନା ନୁହେଁ ବରଂ ଶ୍ରମିକ କଲୋନୀ ଓ ଗ୍ରାମାଳରେ ମଧ୍ୟ ଏହି ସବୁ ସଚେତନତା କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ଉମ ପ୍ରଭାବ ପାଇଁ ବିଭିନ୍ନ ଗୋଷ୍ଠୀକୁ ସମ୍ବେଦନଶୀଳ କରିବା ପାଇଁ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଉଛି । ଶ୍ରମିକମାନଙ୍କ ମଧ୍ୟରେ ତଥା ଗ୍ରାମମାନଙ୍କରେ ପ୍ରଚାର ପତ୍ର ଓ ପୋଷ୍ଟରମାନ ଲଗାଯାଇ ଗୋଷ୍ଠୀ ସଚେତନତାକୁ ପରିବର୍ଦ୍ଧିତ କରାଯାଇଛି । ଏହାଛଡ଼ା ସୂଚନା, ସାର ଓ ଶିକ୍ଷା ସମ୍ପର୍କିତ ଭ୍ରାମ୍ୟମାଣ ଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ା ପ୍ରସାର କରାଯାଉଛି । | <urn:uuid:85c9f834-b509-4fd8-a061-cb0ae9e59870> | CC-MAIN-2017-47 | http://odishan.com/13555 | 2017-11-18T00:46:50Z | s3://commoncrawl/crawl-data/CC-MAIN-2017-47/segments/1510934804125.49/warc/CC-MAIN-20171118002717-20171118022717-00156.warc.gz | ory | 1.000005 | Orya | 3 | {"ory_Orya_score": 1.0000046491622925} |
ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଡ଼ିସେମ୍ବର ମାସରୁ ରାଜ୍ୟବାସୀଙ୍କ ଏକକ ଫଟୋ ପରିଚୟ ପତ୍ର ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରାଯାଇ ୨୦୧୧ ଜୁନ୍ ରୁ ତାହାର ଆବଣ୍ଟନ କରାଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଏହି ପରିଚୟ ପତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଫଟୋ ସହ ଟିପଚିହ୍ନ ଏବଂ ଆଖିଡ଼ୋଳାର ପ୍ରତିଛବି ମଧ୍ୟ ରହିବ ।
ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ମହାରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ଏହି ଆଧାରରେ ଓଡ଼ିଶାରେ ତାହାର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ନିଷ୍ପତ୍ତି ଅନୁସାରେ ୨୦୧୦ ଡ଼ିସେମ୍ବରରୁ ୨୦୧୧ ଡ଼ିସେମ୍ବର ମଧ୍ୟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ପ୍ରତ୍ୟେକ ନାଗରିକଙ୍କୁ ଏହି କେନ୍ଦ୍ରୀୟ ଯୋଜନାରେ ବାୟୋ-ମେଟ୍ରିକ କାର୍ଡ଼ ପ୍ରଦାନ କରାଯିବ ।ଏହି ପରିଚୟ ପତ୍ର ପ୍ରସ୍ତୁତ ନିମନ୍ତେ ବର୍ତ୍ତମାନ ଚାଲୁଥିବାର ଜନଗଣନା ସର୍ଭେରୁ ବହୁ ତଥ୍ୟ ମିଳିପାରିବ ।
ତେବେ ଅଧିକ ତଥ୍ୟ ଆହରଣ ପାଇଁ ରାଜସ୍ୱ ବିଭାଗର ତଳସ୍ତରର କର୍ମଚାରୀଙ୍କ ସହାୟତା ନିଆଯିବ । ତେଣୁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଥିବା ୬୦୦ ଲୋକଙ୍କୁ ନେଇ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଗଣନା କେନ୍ଦ୍ର ସ୍ଥାପନ କରାଯିବ । ଏହି ପରିଚୟ ପତ୍ର ଟେଲିଫୋନ ସଂଯୋଗ, ଗ୍ୟାସ ସଂଯୋଗ, ପାସପୋର୍ଟ, ଭିସା, ଡ଼୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଉପଯୋଗୀ ହେବ ।
ଓଡିଶା ଡଟ୍ କମ୍ | <urn:uuid:3a1d1451-54da-4b66-ae4c-29fc30093c2a> | CC-MAIN-2017-47 | http://www.odisha.com/archives/date/2010/09 | 2017-11-22T18:05:19Z | s3://commoncrawl/crawl-data/CC-MAIN-2017-47/segments/1510934806620.63/warc/CC-MAIN-20171122175744-20171122195744-00156.warc.gz | ory | 1.000009 | Orya | 17 | {"ory_Orya_score": 1.0000085830688477} |
ନୂଆଦିଲ୍ଲୀ: ଷ୍ଟାର ଟିଭିରେ ପ୍ରସାରିତ ଲୋକପ୍ରିୟ ହିନ୍ଦୀ ଧାରାବାହିକ 'କ୍ୟୁଁ କି ଶାଶ୍ ଭି କଭି ବହୂ ଥି'ର ନିର୍ଦ୍ଦେଶକ ତଲତ ଜନୀଙ୍କର ଅକ୍ଟୋବର ୯ତାରିଖରେ ପରଲୋକ ଘଟିଛି। ଅକ୍ଟେବାର ୬ତାରିଖ ଦିନ ଗାଧୁଆ ଘରେ ପଡ଼ି ଯିବାରୁ ତାଙ୍କୁ ଭସାଇସ୍ଥିତ ଆଇଏଏସ୍ ଆଇଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ଜାନି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ତଲତ ଜାନୀ ତାଙ୍କ କ୍ୟାରିୟରରେ ୧୨ଟି ଲୋକପ୍ରିୟ ଟେଲି ସୋ'ର ନିର୍ଦ୍ଦେଶନା ଦେଇଥିଲେ। ସେଥିମଧ୍ୟରେ ରହିଛି 'ତୁଝ ସଙ୍ଗ ପ୍ରୀତ ଲଗାଇ ସଜ୍ନା', 'ଖ୍ଵାହିସ', 'ସନ୍ନାଟା', 'ଜୀନା ସିର୍ଫ ମେରେ ଲିୟେ', 'ହୀନା', 'ତାକତ୍', 'ରଙ୍ଗ' ଓ 'ଫତେ'।
ଉଲ୍ଲେଖଯୋଗ୍ୟ କି, ବର୍ତ୍ତମାନର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ୱୃତି ଇରାନି 'କ୍ୟୁଁ କି …'ରେ ତୁଲସୀ ଚରିତ୍ରରେ ଅଭିନୟ କରିବା ପରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। | <urn:uuid:95a6d182-08ce-4ed5-962a-0fe56b548fdc> | CC-MAIN-2017-47 | http://sambad.in/entertainment/kyunki-saas-bhi-kabhi-bahu-thi-assistant-director-talat-jani-passed-away-8711/ | 2017-11-20T11:43:23Z | s3://commoncrawl/crawl-data/CC-MAIN-2017-47/segments/1510934806030.27/warc/CC-MAIN-20171120111550-20171120131550-00432.warc.gz | ory | 0.999946 | Orya | 5 | {"ory_Orya_score": 0.9999455213546753} |
କେନ୍ଦୁଝର, ଫେବୃୟାରୀ ୨୪: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଜାମୁଯୋଡି ସରପଂଚ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ନେଇ ଉତେଜନା ଦେଖା ଦେଇଛି । ନିର୍ବାଚନ ଫଳା ଫଳ ଘୋଷଣା ହୋଇଛି । ପରାଜୟ ପ୍ରାର୍ଥୀ ଓ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୧୨ ଟି ଭୋଟ ରହିଥିବା ବେଳେ ପରାଜୟ ପ୍ରାର୍ଥୀ ପୁନଃ ଗଣନା ପାଇଁ ଆବେଦନ କରିଥିଲେ । ହରିଚନ୍ଦନପୁର ନିର୍ବାଚନ ଅଧିକାରୀ ତାକୁ ଗ୍ରହଣ କରିନଥିବା କାରଣରୁ ପରାଜୟ ପ୍ରାର୍ଥୀ ଓ ସମର୍ଥକମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ନିର୍ବାଚନ ଫଳାଫଳ ଘୋଷଣା ସରିଥିବା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ହରିଚନ୍ଦନପୁର ବିଡିଓ ପୁନଃ ଗଣନା ପାଇଁ ଘୋଷଣା କରିଥିଲେ । ଏହା ପରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକ ମାନେ ପୁନଃ ଗଣନାକୁ ବିରୋଧ କରି ବ୍ଲକ ସାମ୍ନାରେ ପହଁଚିଥିଲେ । ଏହା ପର ଠାରୁ ଦୁଇ ଗୋଷ୍ଟି ମୁହାଁ ମୁହିଁ ପରିସ୍ଥିତିରେ ବସି ରହିଛନ୍ତି । ତେବେ ପରିସ୍ଥିତି ଅଣାୟତ ହେବା ଆଶଙ୍କାରେ ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ସହିତ ଘଟଗାଁ ଏସ ଡି ପି ଓ ଏବଂ ୧୦ରୁ ଉର୍ଦ୍ଧ ଅଫିସର ଉପସ୍ଥିତ ରହିଛନ୍ତି । | <urn:uuid:93ad3869-d89b-47a6-b2b2-14d3bc2a9bf3> | CC-MAIN-2017-47 | http://odia.annnews.in/odia/investigation/news/Fight-On-Recounting-Of-Vote-Between-Two-Party | 2017-11-24T08:58:14Z | s3://commoncrawl/crawl-data/CC-MAIN-2017-47/segments/1510934807344.89/warc/CC-MAIN-20171124085059-20171124105059-00432.warc.gz | ory | 1.000005 | Orya | 10 | {"ory_Orya_score": 1.0000048875808716} |
ବାଣୀବିହାର ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। କୌଣସି ବିଶ୍ୱବିଦ୍ୟାଳୟର କୁଳପତି ଅନଶନରେ ବସିବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହାକୁ ନେଇ ଆଜି ଦିନତମାମ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ କ୍ୟାମ୍ପସ ରହିଥିଲା ସରଗରମ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିଟି ଗତିବିଧି ଉପରେ ରହିଥିଲା ସମସ୍ତଙ୍କ ନଜର। କିଏ କୁଆଡ଼େ ଗଲେ? କ'ଣ କଲେ? କେତେବେଳେ ମୁହଁ ଖୋଲିବେ କୁଳପତି? ଏହାକୁ ନେଇ ଲାଗିରହିଥିଲା ଉତ୍କଣ୍ଠା। ରାତି ୮ଟାରେ କୁଳପତି ଅନଶନ ଓ ମୌନବ୍ରତ ଭାଙ୍ଗବା ପରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା।
କ୍ୟାମ୍ପସ୍ରେ କାହା ପାଖରେ କିଛି ଖବର ନ ଥିଲା। ଅଚାନକ ସକାଳ ୮ଟାରେ ଅଚାନକ ଅନଶନରେ ବସିଥିଲେ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ।
ସାମ୍ନାରେ ଥୁଆ ହୋଇଥିଲା ମହାତ୍ମା ଗାନ୍ଧୀଙ୍କ ଫଟୋ। ବାଜୁଥିଲା ରାମଧୂନ୍। ଗାନ୍ଧୀଙ୍କ ଫଟୋ ଆଗରେ କୁଳପତି ଚକାମାଡ଼ି ଚୁପ୍ଚାପ୍ ବସିଥିବା ଦେଖି ଆଉ କେତେଜଣ ଅଧ୍ୟାପକ ବି ଆସି ତାଙ୍କ ପାଖରେ ବସି ଯାଇଥିଲେ। କୁଳପତି କିନ୍ତୁ ପାଟି ଫିଟାଇ ନ ଥିଲେ। କାହାକୁ ଡାକି ନ ଥିଲେ କି କିଏ ବସିବାକୁ ବାରଣ କରି ନ ଥିଲେ। ତେବେ କୁଳପତିଙ୍କ ଏଭଳି ଗାନ୍ଧୀଗିରିର କାରଣ ଠଉରାଇ ନେଇଥିଲେ ଛାତ୍ରଛାତ୍ରୀ। କ୍ୟାମ୍ପସ୍ରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ପ୍ରତିଷ୍ଠା ଲାଗି କୁଳପତି ଏଭଳି କରିଛନ୍ତି ଜାଣି ତିନିଟି ଯାକ ଛାତ୍ର ସଂଗଠନ ବି ଆଗେଇ ଆସିଥିଲେ ଅନଶନରେ ସାମିଲ ହେବାକୁ। ଦିନତମାମ ଏମିତି ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଣୀବିହାରରେ। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅନଶନସ୍ଥଳରେ କେବଳ ରାମଧୁନ୍ ବାଜୁଥିଲା। ରାତି ୮ଟାରେ କୁଳପତି ଉପବାସ ଭାଙ୍ଗିବା ସମୟରେ ପ୍ରଫେସର ମିତାଲି ଚିନ୍ନାରା, ପ୍ରଫେସର ଅନୁସୂୟା ନାଥ ଏବଂ ପ୍ରଫେସର ପୁଷ୍ପାଞ୍ଜଳି ଜେନା ରାମଧୂନ ପରିବେଷଣ କରିଥିଲେ। ତାଙ୍କ ସହ ଉପସ୍ଥିତ ପ୍ରଫେସର, ଅଧ୍ୟାପକ, ଛାତ୍ରଛାତ୍ରୀ ମଧ୍ୟ ଗାଇ ଉଠିଥିଲେ ରଘୁପତି ରାଘବ ରାଜା ରାମ…।
ପୂର୍ବରୁ ଇସ୍ତଫା ଦେଇଥିଲେ ରେଭେନ୍ସା କୁଳପତି
ଛାତ୍ର ଅଶାନ୍ତି ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନଶନ ପ୍ରଥମ ଘଟଣା ହୋଇଥିବା ବେଳେ ଚଳିତବର୍ଷ ପ୍ରଥମାର୍ଦ୍ଧରେ ରେଭେନ୍ସା କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ କ୍ୟାମ୍ପସ୍ରେ ଅଶାନ୍ତିକୁ ନିୟନ୍ତ୍ରଣ କରି ନ ପାରି ଇସ୍ତଫା ଦେଇଥିଲେ। ପଦ ଛାଡ଼ିବା ନେଇ ସେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ। ତେବେ ରାଜନୈତିକ ଚାପରେ ପଡ଼ି ସେ ଏପରି କରିଥିବା ଚର୍ଚା ହୋଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ପୁଣିଥରେ ସେ ନିଜ ପଦକୁ ଫେରିଥିଲେ।
ନିର୍ବାଚନ ଲାଗି ସର୍ତ୍ତ ରଖିଲେ ତିନି ଛାତ୍ର ସଂଗଠନ
ଛାତ୍ର ସଂସଦ ନିର୍ବାଚନ ଲାଗି କ୍ୟାମ୍ପସ୍ରେ ଅନୁଷ୍ଠିତ ବୈଠକରେ ୩ଟି ଯାକ ସଙ୍ଗଠନର ପ୍ରାର୍ଥୀମାନେ ନିର୍ବାଚନ ସପକ୍ଷରେ ମତ ଦେଇଥିଲେ। ତେବେ ଏ ନେଇ ସମସ୍ତେ କିଛି କିଛି ସର୍ତ ରଖିଥିଲେ। ଛାତ୍ର ବିଜେଡିର ସଭାପତି ଏବଂ ସାଧାରଣ ସମ୍ପାଦକ ପ୍ରାର୍ଥୀ ୭ ଦିନ ମଧ୍ୟରେ କିଭଳି ନିର୍ବାଚନ ହୋଇପାରିବ ତାହା ଉପରେ ମତପ୍ରକାଶ କରିଥିଲେ। ଏବିଭିପି ପ୍ରାର୍ଥୀମାନେ ୪ଟି ସର୍ତ୍ତ ରଖିଥିଲେ। ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ କୁଳପତିଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିବା ଛାତ୍ର/ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଅଣଛାତ୍ରଙ୍କ ପ୍ର୍ରବେଶ ଉପରେ ରୋକ ଏବଂ ଲିଙ୍ଗଡୋ କମିସନଙ୍କ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ନିର୍ବାଚନ ହେଉ ବୋଲି କହିଥିଲେ। ଛାତ୍ର କଂଗ୍ରେସ ପ୍ରାର୍ଥୀମାନେ କ୍ୟାମ୍ପସର ପାଚେରି ବୁଲାଇବା, ଅଣଛାତ୍ରଙ୍କୁ କ୍ୟାମ୍ପସରୁ ତଡ଼ି ସୁରକ୍ଷା କଡ଼ାକଡ଼ି କରିବା, କୁଳପତିଙ୍କୁ ଯେଉଁମାନେ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ନିର୍ବାଚନ କରାଯାଉ ବୋଲି କହିଥିଲେ। ବୈଠକରେ ଜଣେ ପ୍ରାର୍ଥୀ କହିଥିଲେ ଯେ ଅନ୍ୟ ଦୁଇ ସଙ୍ଗଠନର ଅଣଛାତ୍ର କ୍ୟାମ୍ପସକୁ ନ ଆସିଲେ ଆମ ସଙ୍ଗଠନର ଅଣଛାତ୍ର କ୍ୟାମ୍ପସକୁ ଆସିବେନି।
ଫଳ ରସ ପିଆଇଲେ ୩ ସଭାପତି ପ୍ରାର୍ଥୀ
ରାତି ଠିକ୍ ୮ଟାରେ ଏକ ଭାବବିହ୍ଵଳ ପରିବେଶରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସହ ସମସ୍ତେ ଉପବାସ ଭାଙ୍ଗିଥିଲେ। ଓ୍ଵାଡେନ୍ ପ୍ରଫେସର କିଶୋର ବାସା ପ୍ରଥମେ ଛିଡ଼ା ହୋଇ କହିଥିଲେ ଯେ ବିଶ୍ୱବିଦ୍ୟାଳୟର ଗାରିମାକୁ ଫେରାଇ ଆଣିବାକୁ ପଡ଼ିବ। ହିଂସାକୁ ଛାଡ଼ି ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିବା ଉଚିତ। ଉତ୍କର୍ଷର ଏହି କ୍ୟାମ୍ପସର ଗୌରବକୁ ବଜାୟ ରଖିବା ଲାଗି ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହାପରେ କୁଳପତି ପ୍ରଫେସର ପଟ୍ଟନାୟକ ଛିଡ଼ା ହୋଇ ସଂକ୍ଷିପ୍ତ ଉଦ୍ବୋଧନ ଦେବା ପରେ ଛାତ୍ର କଂଗ୍ରେସ ସଭାପତି ପ୍ରାର୍ଥୀ ସୌମ୍ୟ ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର, ଏବିଭିପି ସଭାପତି ପ୍ରାର୍ଥୀ ରତନ ଦିଗଲ୍ ତାଙ୍କୁ ଫଳରସ ପିଆଇ ଉପବାସ ଭଙ୍ଗ କରାଇଥିଲେ।
ସ୍ୱାଭାବିକ ଭାବେ ଚାଲିଲା କ୍ଲାସ୍
କୁଳପତି ଅନଶନରେ ବସିଥିଲେ ମଧ୍ୟ ଏହାର ପ୍ରଭାବ ପିଲାଙ୍କ ପାଠପଢ଼ା ଉପରେ ପଡ଼ି ନ ଥିଲା। ପ୍ରଫେସରମାନେ ସ୍ୱାଭାବିକ ଭାବେ ଛାତ୍ରଛାତ୍ରୀଙ୍କ କ୍ଲାସ ନେଇଥିଲେ। ଯେତେବେଳେ କୌଣସି ପ୍ରଫେସରଙ୍କ କ୍ଲାସ ନ ଥିଲା ସେତେବେଳେ ସେ ଆସି ଅନଶନସ୍ଥଳରେ ବସି ଯାଉଥିଲେ। | <urn:uuid:b9dee4aa-c673-495f-a35b-78eec9918655> | CC-MAIN-2017-47 | http://sambad.in/metro/utkal-university-news-8409/ | 2017-11-25T03:55:42Z | s3://commoncrawl/crawl-data/CC-MAIN-2017-47/segments/1510934809392.94/warc/CC-MAIN-20171125032456-20171125052456-00432.warc.gz | ory | 0.999976 | Orya | 5 | {"ory_Orya_score": 0.9999761581420898} |
ଗରମ ଦିନରେ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ û କାରଣ ଏହା ଯେ କେବଳ ଆପଣଙ୍କ ଶରୀର ପାଇଁ ଭଲ ତା'ନୁହଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାରୁ ମଧ୍ୟ ରକ୍ଷା କରିଥାଏ । ସମସ୍ତେ ଜାଣନ୍ତି ଗରମ ଦିନରେ ବହୁତ ଶୋଷ ଲାଗେ ଏବଂ ଏଥିପାଇଁ ଆମେ ପାଣି ଠାରୁ ଆରମ୍ଭ କରି ଜୁସ, ସରବତ ଆଦିର ବ୍ୟବହାର ଅଧିକ ପାରିମାଣରେ କରିଥାଉ ।
ଏମିତିରେ ଛତୁଆ ଆପଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । କଳା ବୁଟରେ ତିଆରି ହୋଇଥିବା ଛତୁଆ ସବୁଠାରୁ ଅଧିକ ସରବତ ରୂପେ ବ୍ୟବହାର ହୋଇଥାଏ । ପ୍ରଧାନତଃ ବିହାର, ବଙ୍ଗଳା ଓ ଉତ୍ତରପ୍ରଦେଶରେ ରହୁଥିବା ପରିବାର ଏହାର ବହୁଳ ବ୍ୟବହାର କରନ୍ତି ।
ଶ୍ରମିକଙ୍କ ପ୍ରଥମ ପସନ୍ଦ ଛତୁଆ-
ଦିନସାରା କାମ କରୁଥିବା ଶ୍ରମିକଙ୍କ ପାଇଁ ଛତୁଆ ଠାରୁ ଭଲ ଆଉ କ'ଣ ହୋଇପାରେ । ଯେଉଁଠି ଗୋଟିଏ ପଟେ ଛତୁଆ ଖାଇବାରେ ସ୍ୱାଦ ଆଣେ ଅନ୍ୟପଟେ ଛତୁଆରେ ଢେର ସାରା ପ୍ରୋଟିନ ମଧ୍ୟ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଛତୁଆ ଶସ୍ତା ହେବା ସହ ସବୁଠାରେ ଏହା ସହଜରେ ମିଳଯାଏ ।
ପିଲାଙ୍କ ପାଇଁ କିପରି ଲାଭଦାୟକ-
ଛତୁଆ ବଢୁୁଥିବା ଶିଶୁମାନଙ୍କ ପାଇଁ ବେଶ ଲାଭଦାୟକ । ଯଦି ଛତୁଆରେ ତିଆରି ଅଟାର ସ୍ୱାଦ ୨ ଗୁଣା କରିବା ପାଇଁ ଚାହୁଛନ୍ତି ତେବେ ଆପଣ ଗୁଡର ବ୍ୟବହାର କରିପାରିବେ । ଛତୁଆରେ ଥିବା ପ୍ରୋଟିନ, ଭିଟାମିନ ଏ, କାର୍ବୋହାଇଡ୍ରେଟ ଓ ମିନେରାଲସ ଶିଶୁମାନଙ୍କ ପାଇଁ ବେଶ ଭଲ ।
ଛତୁଆରେ ତିଆରି ହେୁଥିବା ବ୍ୟଞ୍ଜନ-
କେବଳ ଯେ ଛତୁଆରେ ସରବତ ତିଆରି ହୁଏ ତା'ନୁହଁ ଛତୁଆରେ ଅନେକ ପ୍ରକାରର ବ୍ୟଞ୍ଜନ ମଧ୍ୟ ତିଆରି ହୋଇପାରିବ । ବିହାରର ପୂର୍ବାଞ୍ଚଳରେ ଛତୁଆ ଭରା ହୋଇଥିବା ପରାଠା ବେଶ ସ୍ୱାଦିଷ୍ଟ ହୋଇଥାଏ । | <urn:uuid:1686b4d2-54f0-4e44-a5f1-61d18e1e2185> | CC-MAIN-2017-51 | http://kanaknews.com/sattu-benefit-in-summer/ | 2017-12-15T08:21:32Z | s3://commoncrawl/crawl-data/CC-MAIN-2017-51/segments/1512948567785.59/warc/CC-MAIN-20171215075536-20171215095536-00460.warc.gz | ory | 1 | Orya | 9 | {"ory_Orya_score": 0.9999998807907104} |
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ସୋସିଆଲ ମିଡିଆରେ ବଦନାମ କରିବା ଘଟଣାରେ ଆରୋହୀ କ୍ରିଏସନ୍ର ମାଲିକ ସୁଜିତ ସାହୁଙ୍କୁ ମାହାଙ୍ଗା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ ସ୍ପେଶାଲ କ୍ରାଇମବ୍ରାଞ୍ଚ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଜିତଙ୍କ ଗିରଫଦାରୀ ସମ୍ପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି।
ଆରୋହୀ କ୍ରିଏସନ୍ ନାମକ ଏକ କମ୍ପାନୀର ଆଇଡିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଜଣ ଛାତ୍ରୀଙ୍କ ଫଟୋ ପୋଷ୍ଟ କରାଯାଇ ଅଶ୍ଳୀଳ କ୍ୟାପସନ ଦିଆଯାଇଥିଲା। ଏନେଇ ଜଣାପଡିବା ପରେ ଛାତ୍ରୀମାନେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରମାଦେବୀ, ଶୈଳବାଳା ଓ କମଳାନେହରୁ ମହିଳା କଲେଜର ଛାତ୍ରୀମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏବଂ କ୍ରାଇମବ୍ରାଞ୍ଜ ଡିଜି ବିକେ ଶର୍ମାଙ୍କୁ ଭେଟି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବା ସହ ଅଭିଯୁକ୍ତ ସୁଜିତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ସେହିପରି ଏହି ପ୍ରସଙ୍ଗକୁ ନେଇ ଏବିଭିପି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା। | <urn:uuid:0a406be9-baed-4d18-9718-b844de51650c> | CC-MAIN-2017-51 | http://odishareporter.in/odisha/rd-case-sujit-sahoo-arrested/ | 2017-12-12T06:42:29Z | s3://commoncrawl/crawl-data/CC-MAIN-2017-51/segments/1512948515309.5/warc/CC-MAIN-20171212060515-20171212080515-00171.warc.gz | ory | 0.999981 | Orya | 4 | {"ory_Orya_score": 0.9999806880950928} |
ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍ରେ 'ଗ୍ରୁପ୍ ବି'ରେ ଥିବା ଓଡ଼ିଶା ଆସନ୍ତାକାଲି ତା'ର ଚତୁର୍ଥ ମ୍ୟାଚ୍ ଟିମ୍ ରାଜସ୍ଥାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ପଟିଆଲାରେ ସକାଳ ସାଢ଼େ ନଅଟାରୁ ଆରମ୍ଭ ହେବ।
ଓଡ଼ିଶା ତୃତୀୟ ମ୍ୟାଚ୍ ଦିଲ୍ଲୀ ବିପକ୍ଷରେ ଖେଳିଥିଲା। ଏହା ଡ୍ର' ରହିଥିଲା। ବିଦର୍ଭ ବିପକ୍ଷ ପ୍ରଥମ ମ୍ୟାଚ୍ ଓଡ଼ିଶା ଡ୍ର' ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ସୌରାଷ୍ଟ୍ରକୁ ୩୨ ରନ୍ରେ ପରାସ୍ତ କରିଥିଲା। ଏହା ସହିତ ୩ଟି ମ୍ୟାଚ୍ରୁ ୮ ପଏଣ୍ଟ ପାଇ ଓଡ଼ିଶା ଦଳ 'ଗ୍ରୁପ୍ ବି'ର ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଚାରୋଟି ମ୍ୟାଚ୍ ଖେଳି ସାରିଥିବା ରାଜସ୍ଥାନ ୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।
ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଗୋଆ ଓ ଛତିଶଗଡ଼ ମଧ୍ୟରେ ଅନ୍ୟ ଏକ ରଣଜୀ ମ୍ୟାଚ୍ ଆରମ୍ଭ ହେବ। | <urn:uuid:e5ecf0e2-ad56-49af-8bcd-9912448d6e65> | CC-MAIN-2017-51 | http://odishareporter.in/sports/ranji-match-odisha-rajasthan-match-from-tomorrow/ | 2017-12-11T02:11:10Z | s3://commoncrawl/crawl-data/CC-MAIN-2017-51/segments/1512948512054.0/warc/CC-MAIN-20171211014442-20171211034442-00194.warc.gz | ory | 0.999995 | Orya | 4 | {"ory_Orya_score": 0.9999951124191284} |
ପ୍ରତିବର୍ଷ, ବିଦେଶରେ କାମକରୁଥିବା ଭାରତୀୟଙ୍କ ପ୍ରେରିତ ଅର୍ଥ ବାବଦକୁ ଭାରତ ୨୦୦୦କୋଟି ଡଲାର ପାଇଥାଏ । ଏହା ସମଗ୍ର ବିଶ୍ୱର ୧୦ ପ୍ରତିଶତ ଅଟେ । ଆଜିକାଲି ଅନେକ ଯୁବକ ଉଚ୍ଚଶିକ୍ଷା ପାଇଁ ଆମରିକା ଯାଉଛନ୍ତି । ଏକ ପରିସଂଖ୍ୟାନ ଅନୁସାରେ, ୨୦୧୧ରେ ଆମେରିକାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷା ପାଇଁ ନାମଲେଖାଇଥିବା ବିଦେଶୀ ଛାତ୍ରଙ୍କ ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାଥିଲା ଦ୍ୱିତୀୟ ସର୍ବବୃହତ୍ । ସେମାନେ ସିଲକନ୍ ଭ୍ୟାଲି ଓ ନିଉୟର୍କରେ ବୃତ୍ତିଗତ କର୍ମସଂସ୍ଥାନର ସୁଯୋଗ ମଧ୍ୟ ପାଇଛନ୍ତି । କିନ୍ତୁ ଏହି କାହାଣୀ ସଂପୂର୍ଣ୍ଣ ଭିନ୍ନ । ଏହା ଏକ ଆମେରିକୀୟ ଯୁବକଙ୍କ କାହାଣୀ, ଯିଏ ଭାରତର ଜଳ ଯୋଗାଣ ସମସ୍ୟାର ସମାଧାନ ପାଇଁ କାଲିଫର୍ଣ୍ଣିଆ କଲେଜର ପାଠପଢ଼ା ଅଧାରୁ ଛାଡ଼ିଛନ୍ତି ।
ନିଜର ଏଭଳି ତ୍ୟାଗ ସଂପର୍କରେ ନେକ୍ସଟ୍ ଡ୍ରପ୍ କଂପାନୀରେ ସଫ୍ଟୱେର୍ ଡେଭ୍ଲପର ଭାବେ କାମକରୁଥିବା ଡେଭିନ୍ ମିଲର କହନ୍ତି, "ଏହା ଏକ ଚ୍ୟାଲେଞ୍ଜ ସତ କିନ୍ତୁ ଏହାର ଏକ ବିଶେଷତ୍ୱ ରହିଛି । ମୁଁ ଏହାର ପ୍ରଭାବକୁ ଅନୁଭବ କରୁଛି ଏବଂ ଅନେକ ଲୋକଙ୍କ ପାଇଁ ଏହା ଲାଭଦାୟକ ହୋଇଛି ।" କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ-ବର୍କଲିର ସିଭିଲ୍ ଇଂଜିନିୟରିଂ କ୍ଲାସ ପ୍ରତିଯୋଗିତାରେ ଏହି କଂପାନୀ ଏକ ପ୍ରମୁଖ ପ୍ରକଳ୍ପ ରୂପେ ଗଠିତ ହୋଇଥିଲା । ଗତ ବର୍ଷ, ୨୦ ବର୍ଷୀୟ ଆମେରିକୀୟ ଛାତ୍ର ଡେଭିନ୍, ନେକ୍ସଟ୍ ଡ୍ରପ୍ର ସିଇଓ ଏବଂ ସହ ପ୍ରତିଷ୍ଠାତା ଅନୁ ଶ୍ରୀଧରଣଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଭାରତକୁ ଆସି ଏଠାର ଜଳ ଯୋଗାଣ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଡେଭିନ୍ କହନ୍ତି, "ଏହା ଏକ ବଡ଼ ନିଷ୍ପତ୍ତି ଥିଲା, କଲେଜ ଅଧାରୁ ଛାଡ଼ିବା ଏବଂ ମୋର କୁଶଳତାର ପରୀକ୍ଷା କରିବା । ମୁଁ ଏସିଆର ଅନ୍ୟ ଅଂଚଳ ବୁଲିଛି ଏବଂ ବିକାଶଶୀଳ ଦେଶର ଲୋକମାନଙ୍କ ଜୀବନ ଶୈଳୀକୁ ସ୍ୱଚକ୍ଷୁରେ ଦେଖିଛି ।"
ନେକ୍ସଟ୍ ଡ୍ରପର ପ୍ରମୁଖ ଉପ୍ତାଦ ହେଉଛି ସଫ୍ଟୱେର୍ । ଏହାର ସ୍ମାର୍ଟ ଗ୍ରିଡ୍ ଲାଇଟ୍ ସହାୟତାରେ କଂପାନୀ ସହରର ବାସିନ୍ଦାଙ୍କ ଠାରୁ ଜଳ ଯୋଗାଣ ଓ ଜଳ ବ୍ୟବହାର ସଂପର୍କିତ ସୂଚନାର ସଂଗ୍ରହ ଓ ଆଦାନପ୍ରଦାନ କରିଥାଏ । ଭାଲ୍ଭମ୍ୟାନ୍ ପ୍ରତ୍ୟେକ ଦିନ ଜଳବନ୍ଧର ଜଳସ୍ତରକୁ ମାପିଥାଏ ଓ ନେକ୍ସଟ୍ ଡ୍ରପ୍ ଏହି ସୂଚନାକୁ ଇଂଜିନିୟରଙ୍କ ନିକଟକୁ ପଠାଇଥାଏ । ଇଂଜିନିୟରମାନେ ଏହି ତଥ୍ୟ ଆଧାରରେ କେଉଁ ଅଂଚଳକୁ କେଉଁ ସମୟରେ କେତେ ପରିମାଣରେ ଜଳ ଯୋଗାଣ କରାଯିବ ତାହା ନିଷ୍ପତ୍ତି ନେଇଥାନ୍ତି । ୟୁଟିଲିଟି କର୍ମଚାରୀ ନିକଠରେ ଥିବା ଜଳ ଭ୍ୟାଲ୍ଭ ଖୋଲିବା ସମୟରେ ନେକ୍ସଟ୍ ଡ୍ରପର ପାରସ୍ପରିକ ଧ୍ୱନୀ ପ୍ରତିକ୍ରିୟା ବ୍ୟବସ୍ଥା ସହ ଯୋଗାଯୋଗ କରନ୍ତି ଏବଂ ପ୍ରତିକ୍ରିୟା ବ୍ୟବସ୍ଥା ସ୍ଥାନୀୟ ଲୋକଙ୍କ ନିକଟରେ ଏକ ଲିଖିତ ସୂଚନା ମୋବାଇଲ୍ ଫୋନ୍ ମାଧ୍ୟମରେ ଜଳ ଯୋଗାଣର ୩୦ରୁ ୬୦ମିନିଟ୍ ପୂର୍ବରୁ ପାଇଥାନ୍ତି । କେବଳ ଏହାନୁହେଁ ଏହି ପ୍ରତିକ୍ରିୟା ବ୍ୟବସ୍ଥା ବିଭିନ୍ନ ସମୟରେ ବାସିନ୍ଦାଙ୍କ ସହ ଯୋଗାଯୋଗ ରକ୍ଷା କରି ଭ୍ୟାଲ୍ଭମ୍ୟାନଙ୍କ ସୂଚନାର ସତ୍ୟତାର ଯାଞ୍ଚ କରିଥାଏ ।
ଡେଭିନ୍ କହନ୍ତି, "ଆମେ ସାମାଜିକ ଓ ପ୍ରଯୁକ୍ତି ଉଦ୍ୟୋଗୀ । ଆମେ ନୂତନ ଉତ୍ପାଦର ଉଦ୍ଭାବନ କରି ବିଶ୍ୱକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛୁ ଏବଂ ସରକାର ଲୋକଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ କରୁଛୁ । ଏକ ମୋବାଇଲ୍ ଫୋନଧାରୀ ନାଗରିକ ସୃଷ୍ଟି କରିବା ପଛରେ ଉଦ୍ଧେଶ୍ୟ ହେଉଛି, ପ୍ରତ୍ୟେକ ମୋବାଇଲ ଫୋନଧାରୀଙ୍କ ଏକ ସ୍ୱର ରହିଛି ଯାହାକୁ ସରକାର ଶୁଣିବା ଉଚିତ । ଲୋକଙ୍କ ଠାରୁ ଜଳଯୋଗାଣ ପାଇପର କ୍ଷତି ଓ ନିମ୍ନ ଜଳ ଚାପ ଆଦିର ସୂଚନା ସଂଗ୍ରହ କରି ଜଳ ଯୋଗାଉଥିବା ସଂସ୍ଥା ନିକଟରେ ପହଂଚାଇଥାଉ ଫଳରେ ସେମାନେ ଉଚିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।"
୨୦୧୧ ମସିହାରେ, ନେକ୍ସଟ୍ ଡ୍ରପର ଶୁଭାରମ୍ଭ ହୋଇଥିଲା । ପ୍ରଥମେ ଏହା କର୍ଣ୍ଣାଟକର ଦ୍ୱୈତନଗରୀ ହୁବୁଳି-ଧରୱାଦରେ କାର୍ଯ୍ୟ କରିଥିଲା । ଡେଭିନ୍ ଏହି କଥାକୁ ମନେ ପକାଇ କହନ୍ତି, " ସେମାନେ ପ୍ରତ୍ୟେକ ଦିନ ସାଇକଲରେ ସ୍ଥାନ ଚିହ୍ନଟ କରିବାକୁ ଯାଇଥାନ୍ତି । ଏହାଦ୍ୱାରା ଭାରତର ଲୋକମାନେ ବାସ୍ତବରେ କିଭଳି ଜଳ ଯୋଗାଣ ବିନା ଜୀବନଧାରଣ କରନ୍ତି ଏବଂ ଗରାମାଠିଆ ଧରି ଦୀର୍ଘ ପଥ କିଭଳି ଅତିକ୍ରମ କରନ୍ତି ତାହା ଦେଖିବାକୁ ପାଇଥିଲେ ।" ସେ କହନ୍ତି, "ଏହା ଆପଣକୁ ଅଧିକ ନମ୍ର କରିବ । ସେମାନଙ୍କ ଜୀବନ କଭଳି ଦୁଃସାଧ୍ୟ ତାହା ଆପଣ ଅନୁଭବ କରିପାରିବେ ଏବଂ ମୁଁ ଏହି କଥାକୁ ସର୍ବଦା ମନେ ପକାଇବାକୁ ଚେଷ୍ଟା କରେ । ଏଣୁ ମୁଁ ଏହି କଥାଗୁଡ଼ିକୁ ଲିପିବଦ୍ଧ କରିରଖିଛି । ଯେତେବେଳେ ମୁଁ ବୁଢ଼ା ହୋଇଯିବି ସେତେବେଳେ ଏହାକୁ ପୁଣି ମନେ ପକାଇପାରିବି ।"
ହୁବୁଳିରେ ନେକ୍ସଟ୍ ଡ୍ରପ୍ ୧୬ହଜାର ପରିବାରଙ୍କୁ ନିମୟିତ ଲିଖିତ ମ୍ୟାସେଜ୍ ପଠାଉଛି । ପ୍ରତି ସପ୍ତାହରେ ସେମାନେ ସୂଚନା ପାଉଛନ୍ତି କି ପାଣି କେଉଁ ସମୟରେ ସେମାନଙ୍କ ନିକଟରେ ପହଂଚିବ, ଯଦି ପହଂଚିବନାହିଁ ତେବେ ଏହାର କାରଣ କ'ଣ । ନେକ୍ସଟ୍ ଡ୍ରପ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବାପୂର୍ବରୁ ଲୋକମାନେ ପ୍ରତିମାସରେ ୨୦ରୁ ୪୦ ଘଂଟା କେବଳ ଜଳ ପାଇଁ ଅପେକ୍ଷା କରି କଟାଉଥିଲେ । ସମୟ ସମୟରେ, ସେମାନେ ସଂପୂର୍ଣ୍ଣ ଦିନ ଜଳ ସଂଗ୍ରହ କରିବାରେ ବିତାଇଦେଉଥିଲେ ।
ବର୍ତ୍ତମାନ, ନେକ୍ସଟ୍ ଡ୍ରପ୍ ବାଙ୍ଗାଲୁରୁକୁ ପରିବ୍ୟାପ୍ତ ହୋଇଛି । ସଂପ୍ରତି ସହରର ୫୦୦ଟି ପରିବାର ଏହି ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି ଏବଂ ଖୁବଶିଘ୍ର ଏହା ସମଗ୍ର ସହରରେ ଲାଗୁ ହେବ ବୋଲି ଡେଭିନ୍ ଆଶା ରଖିଛନ୍ତି । ତେବେ ବେଙ୍ଗାଲୁରୁ ସହରର ପ୍ରମୁଖ ସମସ୍ୟା ହେଉଛି ଏହାର ୧୧ ନିୟୁତ ଜନସଂଖ୍ୟା । ଯଦିଓ ଜଳ ଯୋଗାଣ ବ୍ୟବସ୍ଥା କେବଳ ୨ ନିୟୁତ ଲୋକଙ୍କ ନିକଟରେ ପହଂଚି ପାରୁଛି, ତେବେ ତାହା ପର୍ଯ୍ୟାପ୍ତ ନୁହେଁ । ଡେଭିନ୍ ଏ ସଂପର୍କରେ କହନ୍ତି, " ସହରର ବସ୍ତି ଓ ଗଳିରେ ବୁଲିବା ସମୟରେ ସେ ଅନେକ ଜଳଯୋଗାଣ ପାଇପ୍ ଗଭୀର କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷ କରିଛନ୍ତି ଏବଂ ଏହାକୁ ଲିପିବଦ୍ଧ କରି ପ୍ରତିକ୍ରିୟା ବ୍ୟବସ୍ଥାରେ ପ୍ରକାଶ କରିଛନ୍ତି । ନେକ୍ସଟ୍ ଡ୍ରପର ଏସ୍ଏମ୍ଏସ୍ ବ୍ୟବସ୍ଥା ପାଇଁ ସହରର ପରିସୀମାକୁ ଦୃଷ୍ଟିରେ ରଖି ଜଣେ ଗ୍ରାହକଙ୍କୁ ମାସିକ ୧୦ରୁ ୨୫ଟଙ୍କା ଦେୟ ଦେବାକୁ ହୋଇଥାଏ । ସଂପ୍ରତି ହୁବୁଳିର ୨୫ହଜାର ପରିବାର ଏହି ସୁବିଧା ପାଇଁ ସହମତି ପ୍ରକାଶ କରିଛନ୍ତି ।
ଡେଭିନଙ୍କ ଅନୁସାରେ, ଏଭଳି ସୂଚନାର ଆଦାନପ୍ରଦାନ ବ୍ୟବସ୍ଥା କେବଳ ଜଳ ଯୋଗାଣ କ୍ଷେତ୍ର ନୁହେଁ ପରିବହନ ଭଳି କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଯାଇପାରିବ । ଯଦିଓ ନେକ୍ସଟ୍ ଡ୍ରପ୍ ସଂପ୍ରତି କେବଳ ଜଳଯୋଗାଣ ବ୍ୟବସ୍ଥା ସଂପର୍କରେ କାର୍ଯ୍ୟ କରୁଛି, କିନ୍ତୁ ନିକଟ ଅତୀତରେ ନିଜର କାର୍ଯ୍ୟ କ୍ଷେତ୍ରକୁ ପରିବୃଦ୍ଧ କରି ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା ପରିଚାଳନା କିମ୍ବା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନ୍ୟ ସେବାକୁ ସାମିଲ କରିବାକୁ ଯୋଜନା ରଖିଛନ୍ତି । ସେହିଭଳି ଆସନ୍ତା ଦୁଇବର୍ଷ ମଧ୍ୟରେ ଦେଶର ଅନ୍ୟ ସହରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଚେଷ୍ଟିତ ।
ଡେଭିନ୍ କହନ୍ତି, "ଯେତେବେଳେ ଆମେ ଆଗକୁ ବଢ଼ୁଛୁ, ଆମେ ଅଧିକ ଏସ୍ଏମ୍ଏସ୍ ପଠାଇବାର ଆବଶ୍ୟକତା ରହିଛି ଏବଂ ସେହି ସମୟରେ, ଅଧିକ ସଂଖ୍ୟକ ଫୋନ୍ କଲ୍ ପାଇବାର ସମ୍ଭାବନା ରହିଛି ।" ଏହି ପ୍ରସଙ୍ଗର ସମାଧାନ ପାଇଁ ନେକ୍ସଟ୍ ଡ୍ରପ୍ କ୍ଷୁଦ୍ର ଭଏସ୍ କଲ୍ ସର୍ଭିସ୍ କଂପାନୀଙ୍କ ସହଭାଗୀତା ପାଇଁ ଯୋଜନା କରୁଛି । । "ଆମେ ଚାହୁଁ ଲୋକଙ୍କ କଥା ଶୁଣାଯାଉ । ଆମେ ଏହା ମଧ୍ୟ ଅବଗତ ଯେ ପ୍ରତି ସମସ୍ୟାର ସମାଧାନ ଅସମ୍ଭବ । ତେବେ ଭାରତର ଜଳ ସମସ୍ୟାର ସମାଧାନ ପାଇଁ ଯେଉଁ ପ୍ରଚେଷ୍ଟା ଚାଲିଛି ତାହାର ସୁଫଳ ନିଶ୍ଚିତ ମିଳିବ । ଭାରତକୁ ଆସିବାରେ ମୁଁ ଦ୍ରୁତ ବିକାଶ ହେବା ଲକ୍ଷ୍ୟ କରିଛି ଏବଂ ଲୋକମାନେ ସେମାନଙ୍କ ଜୀବନରେ ପ୍ରଥମ ଥର ପାଇଁ ପ୍ରଯୁକ୍ତିକୁ ବ୍ୟବହାର କରିପାରିଛନ୍ତି । ପରିସ୍ଥିତି ଅନୁକୂଳ ରହିଛି ଏବଂ ଆମେ ଚେଷ୍ଟା କରୁଛୁ, ଲୋକମାନେ କିଭଳି ନିଜର ମୋବାଇଲ୍ ଫୋନକୁ ସଫଳ ଭାବେ ପ୍ରୟୋଗ କରିପାରିବେ । ବାସ୍ତବରେ ଏହା ଏକ ରୋମାଂଚକାରୀ ପରିବର୍ତନ ବୋଲି ଡେଭିନ୍ କହନ୍ତି ।
Stories by Team Odia | <urn:uuid:a8065a64-811a-442b-8ac2-3bc6b6496971> | CC-MAIN-2017-51 | https://odia.yourstory.com/read/cbb6a6149d/- | 2017-12-14T06:01:52Z | s3://commoncrawl/crawl-data/CC-MAIN-2017-51/segments/1512948541253.29/warc/CC-MAIN-20171214055056-20171214075056-00194.warc.gz | ory | 1.000007 | Orya | 8 | {"ory_Orya_score": 1.0000066757202148} |
ସତ୍ ପୁରୁଷ ସାଧୁ ଏ ସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ଦିନେ କୋଲକାତାର ମାୟାପୁର ଗ୍ରାମରେ ବାସ କରୁଥିବା ସମୟରେ ଝରକା ଫାଙ୍କରେ କିଛି ପିଲା ରାସ୍ତାରେ ଅଇଁଠା ଖାଦ୍ୟ ପାଇଁ କୁକୁର ସହ ସଂଘର୍ଷ କରୁଥିବାର ଦେଖିଲେ । ଏଭଳି ଦୁଃଖଦ ଦୃଶ୍ୟ ଦେଖି ସେ ତାଙ୍କ ଇସ୍କନ କେନ୍ଦ୍ରଠାରୁ ୧୦ କିଲୋ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ସ୍ଥିର କଲେ। ଏପରି ଏକ ଉଦ୍ଧେଶ୍ୟ ରଖି ୨୦୦୦ ମସିହାରେ ଅକ୍ଷୟ ପାତ୍ରର ଆରମ୍ଭ ହୋଇଥିଲା । ସେହି ଦିନରୁ ଏହା ଏକ ସଫଳ ଅନୁଷ୍ଠାନରେ ପରିଣତ ହୋଇ ଦେଶର ୯ ଟି ରାଜ୍ୟରେ ୧.୩ ମିଲିଅନ ପିଲାଙ୍କୁ ୧୦,୦୦୦ ସରକାରୀ ବିଦ୍ୟାଳୟର ମଧ୍ୟାନ ଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇ ଖାଦ୍ୟ ଯୋଗାଉଛି । ଏପରି କରି ସେମାନେ ପିଲାମାନଙ୍କୁ ପୃଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ କରି ଏକ ଉନ୍ନତ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ରଖିଛନ୍ତି । ଅକ୍ଷୟ ପାତ୍ରର ଏପରି ଏକ ମହାନ ଉଦ୍ଧେଶ୍ୟ ସଂପର୍କରେ ଜାଣି YS ଏହାର ବେଙ୍ଗାଲୁରୁ ସ୍ଥିତ ଅକ୍ଷୟ ପାତ୍ର ରୋଷେଇ ଘର ବୁଲିଥିଲା ଓ ଏହାର କମ୍ୟୁନିକେଶନ୍ସ ବିଭାଗର ସ୍ୱାମୀ ଭଟ୍ଟାଚାର୍ଯ୍ୟଙ୍କ ସହ ହୋଇଥିବା ଆଳାପର କିଛି ଅଂଶ ଏଠାରେ ବର୍ଣ୍ଣିତ କରୁଛି।
୧। ବଡ ସମସ୍ୟାର ବଡ ସମାଧାନ ଖୋଜିବା
ଭାରତରେ ୪୫ ମିଲିଅନ ପିଲା ବିଦ୍ୟାଳୟ ଯାଇପାରନ୍ତି ନାହିଁ କାରଣ ସେମାନଙ୍କୁ ସେମାନଙ୍କ ନିଜର ଓ ନିଜ ପରିବାରର ଦେଖାଶୁଣା କରିବାକୁ ପଡିଥାଏ । ସେଥିପାଇଁ ସେମାନଙ୍କୁ ଛୋଟମୋଟ କାମ କରିବାକୁ ପଡିଥାଏ ଓ ଏହି ଦାରିଦ୍ର୍ୟ ସେମାନଙ୍କୁ ଶିକ୍ଷାରୁ ବଂଚିତ କରିଥାଏ । ଯେଉଁମାନେ ବି ବିଦ୍ୟାଳକୁ ଶିକ୍ଷାଲାଭ ପାଇଁ ଯାଆନ୍ତି ସେମାନେ ପୃଷ୍ଟିହୀନତାର ଶୀକାର ହୋଇଥାନ୍ତି । ଯାହାକି ସେମାନଙ୍କୁ ଶିକ୍ଷାଲାଭରେ ମଧ୍ୟ କ୍ଷତି ପହଂଚାଇଥାଏ । ଏସବୁ ସମସ୍ୟାର ସମାଧାନ କରିବା ପାଇଁ ଅକ୍ଷୟ ପାତ୍ର ଏକ ଅନନ୍ୟ ପ୍ରଚେଷ୍ଟା ଚଳାଇଛି । ମଧ୍ୟାନ ଭୋଜନ ଏକ ସୀମିତ ରୋଷେଇର ପ୍ରକଳ୍ପ ହୋଇଥିବା ବେଳେ ଅକ୍ଷୟ ପାତ୍ର ଏହାକୁ ବର୍ଦ୍ଧିତ କରି ଯେତେ ସଂଭବ ଅଧିକରୁ ଅଧିକ ଲୋକଙ୍କ କ୍ଷୁଧା ଦୂର କରି ପୃଷ୍ଟିକର ଖାଦ୍ୟ ଯୋଗାଇବାରେ ଚେଷ୍ଟାରତ । ସାଧାରଣରେ ସେମାନଙ୍କର ଗୋଟିଏ ରୋଷେଇଘର ୫୦୦୦୦-୧୦୦୦୦୦ ପିଲାଙ୍କୁ ଖାଦ୍ୟ ଯୋଗାଇଥାଏ । ସେମାନଙ୍କ ହୁବୁଳି ସ୍ଥିତ ସବୁଠୁ ବଡ ରୋଷେଇଘର ୨୫୦୦୦୦ ପିଲାଙ୍କୁ ଖାଦ୍ୟ ଯୋଗାଇଥାଏ ।
୨। ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ
ଅଧିକରୁ ଅଧିକ ଦରିଦ୍ର ଲୋକଙ୍କ କ୍ଷୁଧା ଦୂରକରିବାକୁ ଅକ୍ଷୟ ପାତ୍ର ଚେଷ୍ଟା କରିବା ସହ ଖାଦ୍ୟର ଗୁଣବତ୍ତା, ଓ ସ୍ୱଛତା ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଥାଏ । ଭାତ, ରୁଟି, ସମ୍ବର, ଡାଲି, ଓ ଦହି ଅକ୍ଷୟ ପାତ୍ରର ଖାଦ୍ୟ ପରିବେଷଣରେ ଅନ୍ତର୍ଭୂକ୍ତ । ବିଭିନ୍ନ ଅତ୍ୟାଧୁନିକ ଉପକରଣର ବ୍ୟବହାର କରି ଏକା ସାଥିରେ ଅଧିକ ପରିମାଣର ଖାଦ୍ୟ ପ୍ରସ୍ତତ କରୁ ଥିବାରୁ ଏହା ଖୁବ କମ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ସଫଳ ହୋଇଥାଏ ।
୩। ଏକ ବଡ କମ୍ପାନୀ ଭଳି ବ୍ୟବହାର କରିବା
ଭାରତରେ ଧାର୍ମିକ ଜାଗରଣ ପ୍ରଚାର କରୁଥିବା ଇଷ୍କନ ଓ ଇନଫୋସିସ ପରି ବଡ ବଡ ଟୋକନୋଲୋଜି କଂପାନୀର ବରିଷ୍ଠ ଅଧିକାରୀମାନଙ୍କ ମିଳିତ ସହଯୋଗରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା ସେମାନେ ଏକ ନୂତନ କୌଶଳରେ ଅତ୍ୟାଧୁନିକ ଜ୍ଞ୍ୟାନକୌଶଳର ବ୍ୟବହାରରେ ଯଥାସଂଭବ ସଫଳ କରିବାକୁ ଚେଷ୍ଟା କରିଥିଲେ । ଆମର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଆଇ ଆଇ ଟି ଭଳି ଖ୍ୟାତନାମା ସଂପନ୍ନ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିଥିଲେ, ତେଣୁ ଜ୍ଞାନକୌଶଳର ବ୍ୟବହାରରେ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଟେକନୋଲୋଜି କଂପାନୀସହ ଅନୁବନ୍ଧିତ ହୋଇ ଏହାର ପରିଚାଳନାକୁ ସହଜ କରିପାରିଥିଲେ ବୋଲି ସାୟନୀ କୁହନ୍ତି ।
୪। ଗୁଣବତ୍ତା
ଅକ୍ଷୟ ପାତ୍ର ଅଧିକ ସଂଖ୍ୟାର ଖାଦ୍ୟ ପଦାର୍ଥ ପରିବେଷଣ କରିବାର ଲକ୍ଷ୍ୟ ରାଖୀ କଦାପି ଏହାର ଗୁଣବତ୍ତାର ମାନ ସହ କୌଣସି ବୁଝାମଣା କରିନାହିଁ। ଏହାଛଡା ଖାଦ୍ୟ ତିଆରିର ପ୍ରଣାଳୀ ଉପରେ ମଧ୍ୟ ଅଧିକନ୍ତୁ ଧ୍ୟାନ ଦିଆ ହେଇଛି। ଅକ୍ଷୟ ପାତ୍ର ଉର୍ଜ୍ଜା ଚୁଲ୍ଲା ବ୍ୟବହାର କରି ରୋଷେଇ କରିବା ସହ ପରିବେଶ ଉପଯୋଗୀ ରୋଷେଇ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥାଏ ।
୫। ସ୍ଵପ୍ନ
ଅକ୍ଷୟ ପାତ୍ର ଭଳି ସଂସ୍ଥା ବଢିବା ପାଇଁ ହେଇଛି। ଏହା ଖାଲି ଦକ୍ଷ ନୁହେଁ ବରଂ ଏହାର ଏକ ଦୂରଗାମୀ ସ୍ଵପ୍ନ ମଧ୍ୟ ରହିଛି। ଏହା ବିଶ୍ଵାସ କରେ ଯେ "ଦେଶର କୌଣସି ଛୁଆ ଭୋକ ପାଇଁ ଶିକ୍ଷାରୁ ବଞ୍ଚିତ ନହେଉ।" ସେମାନେ ଏହି ଦିଗରେ ଯାହା ସମ୍ଭବ ତାହା କରିବାରେ ରତ। ବର୍ତ୍ତମାନ ଅକ୍ଷୟ ପାତ୍ର ବିଶ୍ଵର ସର୍ବବୃହତ ଖାଦ୍ୟ ବଣ୍ଟନ ଯୋଜନା। ତାଙ୍କର ଲକ୍ଷ୍ୟ ୨୦୨୦ ସୁଧା ୫ ମିଲିୟନ ଶିଶୁଙ୍କୁ ଖାଦ୍ୟ ଯୋଗାଇବା।
ମୂଳ ଲେଖା - ଆଲେସିଓ ପିରୋନି
ଭାଷାନ୍ତର - ସୌରଭ ପରିଡ଼ା
Stories by Team Odia | <urn:uuid:eacc6168-2da2-4d4d-98dc-9ee6f17adaca> | CC-MAIN-2017-51 | https://odia.yourstory.com/read/1e8d4acf4e/- | 2017-12-12T00:47:22Z | s3://commoncrawl/crawl-data/CC-MAIN-2017-51/segments/1512948514238.17/warc/CC-MAIN-20171212002021-20171212022021-00077.warc.gz | ory | 1.000008 | Orya | 10 | {"ory_Orya_score": 1.0000081062316895} |
କନକ ବ୍ୟୁରୋ : କଳାଧନ ପ୍ରସଙ୍ଗରେ ଗୋଆରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ନୋଟ୍ ବ୍ୟାନ ନେଇ ନିଷ୍ପତି ଅପରିବର୍ତ୍ତିତ ରହିବ । କଳାଧନ ରୋକିବାକୁ ସମସ୍ତ ପ୍ରୟାସ ଜାରି ରହିବ । ସମସ୍ତ କାର୍ଯ୍ୟ ସଚ୍ଚୋଟତାର ସହିତ କରାଯାଉଛି । ଦେଶବାସୀଙ୍କୁ ମୁଁ ଅନ୍ଧାରରେ ରଖିବାକୁ ଚାହୁଁ ନାହିଁ ।
ତେବେ ପୁରୁଣା ନୋଟ୍ ବ୍ୟାନ ପରେ ଦେଶରେ ଦେଖା ଦେଇଥିବା ଅର୍ଥନୈତିକ ଅବସ୍ଥା ସୁଧାରିବା ପାଇଁ ଦେଶବାସୀଙ୍କୁ ୫୦ ଦିନ ସମୟ ମାଗିଛନ୍ତି ମୋଦି । ସେ କହିଛନ୍ତି ୭୦ବର୍ଷ ଧରି ଚାଲି ଆସିଥିବା କଳାଧନ କାରବାରକୁ ସେ ଶେଷ କରିବାକୁ ଚାହୁଁଛନ୍ତି । ପୂର୍ବ ସରକାର ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଂଚା ଦେଉଥିଲେ । | <urn:uuid:309eab18-784f-49df-ab87-6a212a5cab9d> | CC-MAIN-2017-51 | http://kanaknews.com/modis-discussion-on-note-ban-at-goa/ | 2017-12-13T01:30:19Z | s3://commoncrawl/crawl-data/CC-MAIN-2017-51/segments/1512948520218.49/warc/CC-MAIN-20171213011024-20171213031024-00441.warc.gz | ory | 1.000009 | Orya | 11 | {"ory_Orya_score": 1.0000089406967163} |
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ତଥା ଡେଥ୍ ଓଭରରେ ଦୁନିଆର ସବୁଠୁ ଘାତକ ବୋଲର ଭାବେ ଜଣାଶୁଣା ବୁମ୍ରା ବୁଧବାର ୬ ଡିସେମ୍ବରକୁ ୨୪ ବର୍ଷରେ ପାଦ ଦେଇଛନ୍ତି। ଏଥର ଜନ୍ମଦିନ ତାଙ୍କ ପାଇଁ ଅଧିକ ଖୁସି ଆଣିଛି। କାରଣ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଘୋଷିତ ହୋଇଛି। ଯେଉଁଥିରେ ବୁମ୍ରାଙ୍କୁ ବି ଦଳରେ ସ୍ଥାନ ମିଳିଛି।
ଟିମ୍ ଇଣ୍ଡିଆର ଜଣେ ଷ୍ଟାର୍ କ୍ରିକେଟର୍ ହେବା ସଫର ତାଙ୍କ ପାଇଁ ସହଜ ନଥିଲା। ଅନେକ ବାଧାବଘ୍ନ ସହି ସେ ଆଜି ସଫଳ ବୋଲର ହୋଇପାରିଛନ୍ତି। ୧୯୯୩ ମସିହା ଗୁଜରାଟର ଅହମଦାବାଦରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବୁମ୍ରା। ସେ ଯେତେବେଳେ ୭ ବର୍ଷରେ ହୋଇଥିଲେ ସେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ଏହାପରେ ତାଙ୍କ ମା ହିଁ ବୁମ୍ରା ଓ ତାଙ୍କ ବଡ଼ ଭଉଣୀଙ୍କୁ ବଡ଼ କରିଥିଲେ।
ପିଲାଦିନୁ ବୁମ୍ରା କ୍ରିକେଟ ପାଇଁ ଦିୱାନ ଥିଲେ। ଦିନସାରା ଘରର କାନ୍ଥକୁ ବୋଲିଂ କରୁଥିଲେ। କାନ୍ଥର ବଲ ବାଜୁଥିବାରୁ ଏହାର ଶବ୍ଦ ଜୋର ହେଇଥିଲା। ତେଣୁ ବିରକ୍ତ ହୋଇ ମା ବୁମ୍ରାକୁ କହୁଥିଲେ କି ଏମିତ ବୋଲିଂ କର ଯେମିତି ବଲ୍ କାନ୍ଥରେ ନ ବାଜ ଏବଂ ଶବ୍ଦ କମ୍ ହେଉ। ଏହାପରେ ବୁମ୍ରା କାନ୍ଥ ଓ ଚଟାଣକୁ ଜୋଡୁଥିବା ସ୍ଥାନକୁ ଲାଗାତର ବୋଲିଂ କରିବାକୁ ଲାଗିଲେ। ଯାହାଫଳରେ ସେଥିରୁ ଶବ୍ଦ କମ୍ ହେଉଥିଲା। ଏହାକୁ ୟର୍କର ବୋଲିଂ କୁହାଯାଏ ବୋଲି ସେତେବେଳେ ବୁମ୍ରା କିମ୍ବା ତାଙ୍କ ମା ଜଣିନଥିଲେ। ତାଙ୍କ ମା ଏକ ଇଣ୍ଟର୍ଭ୍ୟୁରେ କହିଛନ୍ତି ଯେ, ତାଙ୍କର ଏହି କଥାରୁ ବୁମ୍ରା ୟର୍କର ବୋଲିଂ କରିବା ଆରମ୍ଭ କରିଥିଲେ। | <urn:uuid:f3e89d14-3508-44d3-8c26-85172ac55246> | CC-MAIN-2017-51 | http://odishareporter.in/sports/specialist-boler-bumra/ | 2017-12-13T20:46:17Z | s3://commoncrawl/crawl-data/CC-MAIN-2017-51/segments/1512948530841.24/warc/CC-MAIN-20171213201654-20171213221654-00441.warc.gz | ory | 0.999986 | Orya | 5 | {"ory_Orya_score": 0.9999861717224121} |
ଭୁବନେଶ୍ୱର : ସଂସ୍କୃତି ବିଭାଗର ସଚିବ ଅମରେନ୍ଦ୍ର କୁମାର ପଟ୍ଟନାୟକ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ହେବେ। ଡାଇରେକ୍ଟର ଅଫ୍ ଇଷ୍ଟେଟ୍ ଦେବେନ୍ଦ୍ର ମହାପାତ୍ରଙ୍କୁ ଅବକାରୀ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ନିକଟରେ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ନାୟକ ଏଣିକି ଓପେପାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ଆଜି ରାଜ୍ୟ ସରକାର ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଆଜି ଆଇଏଏସ୍ ଅଫିସର ଓ ବରିଷ୍ଠ ଓଏଏସ୍ ଅଫିସରସ୍ତରରେ (୪୩ଜଣଙ୍କର) ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଶୁପାଳନ ଓ ପଶୁଚିକିତ୍ସା ନିର୍ଦେଶକ ପ୍ରତାପ ଚନ୍ଦ୍ର ଦାସଙ୍କୁ ପଞ୍ଚାୟତିରାଜ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ହେମନ୍ତ କୁମାର ପାଢୀଙ୍କୁ ଡାଇରେକ୍ଟର ଇଷ୍ଟେଟ୍ ଭାବେ ଅବସ୍ଥାପିତ କରାଯାଇଛି। ଅବକାରୀ କମିସନର ପି କେ ସେନାପତି ମତ୍ସ୍ୟ ନିର୍ଦେଶକ, ଗୃହ ବିଭାଗର ଉପଶାସନ ସଚିବ ମନିଷ ଅଗ୍ରଓ୍ଵାଲ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଆଧୁନିକୀକରଣ କେନ୍ଦ୍ର ବା ସିଏମ୍ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରିବେ। କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ସଚିବ ଶରତ ଚନ୍ଦ୍ର ନାୟକଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଥିବା ବେଳେ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଏସ୍ ଆର୍ ପ୍ରଧାନଙ୍କୁ ଶିଳ୍ପ ନିର୍ଦେଶକ, ଶିକ୍ଷା (ସେକେଣ୍ଡାରି) ନିର୍ଦେଶକ ରତ୍ନାକର ରାଉତଙ୍କୁ ଓଏସ୍ଆଇସିର ପରିଚାଳନା ନିର୍ଦେଶକ, ମତ୍ସ୍ୟ ନିର୍ଦେଶକ ବି କେ ଉପାଧ୍ୟାୟଙ୍କୁ ଜଳସଂପଦ ବିଭାଗର ଯୁଗ୍ମ ଶାସନ ସଚିବ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ ଆଇଏଏସ୍ ଅଫିସର ମାନସୀ ନିମ୍ଭାଲଙ୍କୁ ଓଟିଇଏଲ୍ପିର ପ୍ରକଳ୍ପ ନିର୍ଦେଶକ, କୁଚିଣ୍ଡା ଉପଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ କ୍ରୀଡା ଓ ଯୁବ ସେବା ବିଭାଗର ଓଏସ୍ଡି, ଓପେପା ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ପଶୁୁପାଳନ ଓ ପଶୁଚିକିତ୍ସା ନିର୍ଦେଶକ ଭାବେ ବଦଳି କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ସଚିବ ଚିତ୍ରା ଅରୁମୁଗମ୍ଙ୍କୁ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ସେହିଭଳି ଉଦ୍ୟାନ କୃଷି ନିର୍ଦେଶକ ଏମ୍ ମୁଥୁକୁମାରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ରାମ୍ସା ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଜଳସଂପଦ ବିଭାଗରେ କାର୍ଯ୍ୟରତ ଉପସଚିବ ଭି ଜୟ କୁମାର ଏବେ ଅତିରିକ୍ତ ଭାବେ ଓଡ଼ିଶା ଉଠା ଜଳସେଚନ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରିବେ।
ସେହିଭଳି ମାର୍କଫେଡ୍ ପରିଚାଳନା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କୁ ସମବାୟ ବିଭାଗର ଅତିରିକ୍ତ ସଚିବ, ରାମ୍ସା ପ୍ରଶାସନିକ ଅଧିକାରୀ ଆରତୀ ରାଉତଙ୍କୁ ସେଠାରେ ଉପ ନିର୍ଦେଶକ, ବିଏମ୍ସି ଅତିରିକ୍ତ କମିସନର ଆଲୋକ କୁମାର କରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ ଭାବେ ନିଯୁକ୍ତି ପାଇଥିବା ଅବନୀକାନ୍ତ ପଟ୍ଟନାୟକ ଏବେ ଶ୍ରୀ କରଙ୍କ ସ୍ଥାନରେ ବିଏମ୍ସିରେ କାର୍ଯ୍ୟ କରିବେ। ଏମ୍ଡିଏମ୍ ନୋଡାଲ ଅଫିସର ଗଙ୍ଗାଧର ସାହୁଙ୍କୁ ଓଏସ୍ଆର୍ଟିସି ମହାପ୍ରବନ୍ଧକ ଓ ସେଠାରେ ଥିବା ସରୋଜ କୁମାର ପଟେଲଙ୍କୁ ଏମ୍ଡିଏମ୍ ନୋଡାଲ ଅଫିସର ଭାବେ ବଦଳି କରାଯାଇଛି।
ଖାଉଟି କଲ୍ୟାଣ ନିର୍ଦେଶକ ଅନନ୍ତ କୁମାର ଭୂୟାଁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ, ଟେକ୍ସଟାଇଲ୍ ନିର୍ଦେଶକ ସୁଶାନ୍ତ ବାରିକଙ୍କୁ ମାନସୀ ନିମ୍ଭାଲଙ୍କ ସ୍ଥାନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ ଭାବେ କାର୍ଯ୍ୟ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ବିଭୁ ପ୍ରସାଦ ଷ଼ଡଙ୍ଗୀଙ୍କୁ ଶିକ୍ଷା (ସେକେଣ୍ଡାରି) ନିର୍ଦେଶକ, ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଧନଞ୍ଜୟ ହେମ୍ବ୍ରମ୍ଙ୍କୁ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ସଚିବ ଭାବେ ବଦଳି କରାଯାଇଛି। ବୟନିକା ଏମ୍ଡି ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଟେକ୍ସଟାଇଲ୍ ନିର୍ଦେଶକ ଭାବେ ବଦଳି କରାଯାଇଛି। ସେ ବୟନିକା ଏମ୍ଡି ଭାବେ ମଧ୍ୟ କାର୍ଯ୍ୟ କରିବେ। ବିଜ୍ଞାନ ଓ କାରିଗରୀ କୌଶଳ ଅତିରିକ୍ତ ଶାସନ ସଚିବ ସିଦ୍ଧାର୍ଥ ଧଳଙ୍କୁ ପାଠ୍ୟପୁସ୍ତକ ବ୍ୟୁରୋ ନିର୍ଦେଶକ ଓ ସେଠାରେ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଶ୍ରୀ ଧଳଙ୍କ ସ୍ଥାନକୁ ବଦଳି କରାଯାଇଛି।
ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ମିଶ୍ର ଏମ୍କେସିଜି ମେଡିକାଲ କଲେଜ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ପୂର୍ତ ବିଭାଗର ଅତିରିକ୍ତ ଶାସନ ସଚିବ ବ୍ରତତୀ ହରିଚନ୍ଦନଙ୍କୁ ସଂସ୍କୃତି ନିର୍ଦେଶକ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପ ସଚିବ ସୁଧାଂଶୁ ଶେଖର ନାୟକଙ୍କୁ ମିସନ ଶକ୍ତି ଉପନିର୍ଦେଶକ, ଯାଜପୁର ଅତିରିକ୍ତ ପିଡି ଇନ୍ଦ୍ରମଣୀ ନାୟକଙ୍କୁ ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବେ ବଦଳି କରାଯାଇଛି। କନ୍ଧମାଳ ଅତିରିକ୍ତ ପିଡି ଗୋରାଚାନ୍ଦ ଗମାଙ୍ଗଙ୍କୁ ଗୁଣୁପୁର ଆଇଟିଡିଏ ପିଏ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଜାତୀୟ ଉଦ୍ୟାନ କୃଷି ମିସନ ଅତିରିକ୍ତ ନିର୍ଦେଶକ ସରୋଜ କୁମାର ସାମଲଙ୍କୁ ପୂର୍ତ ବିଭାଗର ଯୁୁଗ୍ମ ସଚିବ, ଅବକାରୀ ଉପକମିସନର ମୃଣାଳ କାନ୍ତି ଦାସଙ୍କୁ ଜାତୀୟ ଉଦ୍ୟାନ କୃଷି ମିସନର ଅତିରିକ୍ତ ନିର୍ଦେଶକ ଭାବେ ବଦଳି ହୋଇଛି।
ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର, ଏହି ପଦବିରେ ଥିବା ସଂଗ୍ରାମ କୁମାର ରାୟସର୍ଦାରଙ୍କୁ ଶ୍ରୀ ଷଡଙ୍ଗୀଙ୍କ ସ୍ଥାନକୁ ବଦଳି ହୋଇଛି। ଇସ୍ପାତ ଓ ଖଣି ବିଭାଗର ଉପ ସଚିବ ମଞ୍ଜୁଲତା ସ୍ୱାଇଁ ମିସନ ଶକ୍ତି ଉପ ନିର୍ଦେଶକ, ଇଷ୍ଟେଟ୍ ଅତିରିକ୍ତ ନିର୍ଦେଶକ ଗଣେଶ୍ୱର ଜେନା ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବେ। ଇଡ୍କୋ ମୁଖ୍ୟ ମହାପ୍ରବନ୍ଧକ ସୁଶାନ୍ତ କୁମାର ଦାଶଙ୍କୁ ଶ୍ରୀ ଜେନାଙ୍କ ସ୍ଥାନରେ ଇଷ୍ଟେଟ୍ ଅତିରିକ୍ତ ନିର୍ଦେଶକ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଯୁଗ୍ମ ସଚିବ ଚିତ୍ତରଂଜନ ପାତ୍ରଙ୍କର ଇଡ୍କୋ ମୁଖ୍ୟ ମହାପ୍ରବନ୍ଧକ ଭାବେ ବଦଳି ହୋଇଛି। | <urn:uuid:6edcec24-5e4e-485a-9964-58e6df01e594> | CC-MAIN-2017-51 | http://sambad.in/state/odisha-govt-transfers-43-officers-17686/ | 2017-12-14T00:18:06Z | s3://commoncrawl/crawl-data/CC-MAIN-2017-51/segments/1512948532873.43/warc/CC-MAIN-20171214000736-20171214020736-00299.warc.gz | ory | 0.999962 | Orya | 5 | {"ory_Orya_score": 0.9999616146087646} |
ଅନେକ ସମୟରେ ଆମ ଶରୀରର ଭିତରୁ ଖରାପ ରହିଥାଏ ହେଲେ ଏହା ବାହାରକୁ ସ୍ପଷ୍ଟ ଭାବରେ ଜଣା ପଡିନଥାଏ । କିନ୍ତୁ କିଛି ଲକ୍ଷଣ ଦେଖାଯାଇଥାଏ ଯାହା ଶରୀର ଅସୁସ୍ଥ ବୋଲି ସୂଚନା ଦେଇଥାଏ । ଏହି ସବୁ ଲକ୍ଷଣ ଦର୍ଶାଇଥାଏ ଶରୀରକୁ ସାହାଯ୍ୟ ଦରକାର ଉପେକ୍ଷା ନୁହେଁ । ଅଧିକ ଦିନ ଏହାକୁ ଉପେକ୍ଷା କରାଗଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ। ତେଣୁ, ଶରୀରର କେତେକ ଲକ୍ଷଣ ଉପରେ ସର୍ବଦା ଧ୍ୟାନ ଦେବା ଆବଶ୍ୟକ।
ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧି:
ସଭିଏଁ କେବେ ନା କେବେ ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧିର ଶିକାର ହୁଅନ୍ତି । କିନ୍ତୁ, ଯଦି ଏହା ଲାଗି ରହେ, ତେବେ ଜାଣନ୍ତୁ ଶରୀରରେ ମ୍ୟାଗ୍ନେସିୟମ୍ ଜନିତ ସମସ୍ୟା ଅଛି । ମସ୍ତିଷ୍କ, ମାଂସପେଶୀ ଏବଂ ହୃତପିଣ୍ଡ ପାଇଁ ମ୍ୟାଗ୍ନେସିୟମ୍ ଗୁରୁତ୍ୱପୂର୍ଣ୍ଣ । ଏମିତି ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ବାଦାମ, ଶାଗ, କଦଳୀ ଏବଂ ଫଳ ଆଦି ଖାଆନ୍ତୁ ।
ଚର୍ମ ଶୁଷ୍କ ପଡିବା :
ଶରୀରରେ ଭିଟାମିନ୍ 'ଇ'ର ଅଭାବ ହେଲେ ତାହା ଚର୍ମରୁ ଜଣାପଡ଼େ। ଭିଟାମିନ୍ 'ଇ' ଚର୍ମକୁ ସୁସ୍ଥ ରଖେ। ଶରୀରରୁ ଭିଟାମିନ୍ 'ଇ' କମିଗଲେ, ଚର୍ମ ଫାଟିବା, ଶୁଖିଲିଆ ଲାଗିବା, କାତି କାତିଆ ଦିଶିବା ସହ କୁଣ୍ଡେଇ ହୋଇଥାଏ । ତେଣୁ, ମାଛତେଲ, ବାଦାମ ଏବଂ ଅନ୍ୟାନ୍ୟ ତୈଳ ଖାଆନ୍ତୁ।
ମିଠା ଖାଇବାର ଇଚ୍ଛା:
ଯଦି ଆପଣଙ୍କର ହଠାତ୍ ମିଠା ଖାଇବାକୁ ପ୍ରବଳ ଆଗ୍ରହ ହେଉଛି, ଜାଣନ୍ତୁ ଚାପ, ବିଷାଦ ବା କ୍ଳାନ୍ତି ଏହାର କାରଣ ହୋଇପାରେ । ଆପଣଙ୍କ ଶରୀର ଗ୍ଲୁକୋଜ୍ ପାଇଁ କହୁଛି। ଏଥିପାଇଁ କଳା ଚକଲେଟ୍ କିମ୍ବା ମହୁ ଖାଆନ୍ତୁ।
ଖଟା ଖାଇବାର ଇଚ୍ଛା:
ଶରୀରରେ ହର୍ମୋନ୍ ଜନିତ ପରିବର୍ତ୍ତନ ହେଲେ ଖଟା ଖାଇବାକୁ ମନ ବଳିଥାଏ । ଉଦାହରଣ ସ୍ୱରୂପ: ଅନ୍ତଃସତ୍ତ୍ୱା ଅବସ୍ଥାରେ। କିନ୍ତୁ, ଏହା ଲିଭର୍ ଏବଂ ପିତ୍ତକୋଷ ସମସ୍ୟାର ଲକ୍ଷଣ ମଧ୍ୟ ହୋଇପାରେ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ବରଫ/ ଥଣ୍ଡା ଜିନିଷ ଖାଇବାର ଇଚ୍ଛା :
ଯଦି ଆପଣଙ୍କର ବରଫ/ ଥଣ୍ଡା ଜିନିଷ ଖାଇବାକୁ ମନ ହେଉଛି, ଆପଣ ରକ୍ତହୀନତା ଶିକାର ହୋଇଛନ୍ତି । ଶରୀରରେ ଆଇରନର ଅଭାବ ଦେଖା ଦେଇଛି । କଂଚା କଦଳୀ, ଅଣ୍ଡା ଆଦିରେ ପ୍ରଚୁର ଲୌହସାର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସବୁ ଖାଆନ୍ତୁ।
ମାଢ଼ିରୁ ରକ୍ତ ବାହାରିଲେ :
ଦାନ୍ତ ଘଷିବାବେଳେ ହଠାତ୍ କିମ୍ବା ସବୁବେଳେ ମାଢ଼ିରୁ ରକ୍ତ ବୋହିବା ଭିଟାମିନ୍ 'ସି' ଅଭାବର ଲକ୍ଷଣ ବୋଲି ଜାଣନ୍ତୁ। ଲେମ୍ବୁଜାତୀୟ ଫଳ, ପାଳଙ୍ଗ, ସବୁଜ ଓ ଲାଲ୍ ଶିମଳା ଲଙ୍କା, ବିଲାତୀ ବାଇଗଣ, ବନ୍ଧାକୋବି, ଫୁଲକୋବି ଏବଂ ବ୍ରୋକୋଲି ଖାଆନ୍ତୁ।
ଚୁଟି ଛିଡ଼ିଲେ କି, ନଖ ଭାଙ୍ଗିଲେ:
ଯଦି ଆପଣଙ୍କର ଚୁଟି ଛିଡ଼ି ଯାଉଥାଏ କି, ନଖ ଭାଙ୍ଗି ଯାଉଥାଏ ଜାଣନ୍ତୁ, ଶରୀର ଭିଟାମିନ୍ 'ବି' ଲୋଡୁଛି । ପ୍ରତିକାର ପାଇଁ ଦୁଗ୍ଧ ପାନ କରନ୍ତୁ ଏବଂ ଛତୁ ଖାଆନ୍ତୁ।
ଆଖି ପିତୁଳା ଚାରିପଟେ ବଳୟ ଦିଶିଲେ :
ସାଧାରଣତଃ ପଚାଶ ବର୍ଷ ଟପିଲେ ଆଖି ପିତୁଳା ଚାରିପଟେ ବଳୟ ଦିଶିବା ସ୍ୱାଭାବିକ କଥା । ଯଦି, ଏହା ତା'ଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କ ଆଖିରେ ଦେଖାଗଲା, ତାହା ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧିର ସୂଚନା ବୋଲି ଜାଣନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ। | <urn:uuid:849051b7-b2b8-426d-90df-10c7e22bf0af> | CC-MAIN-2017-51 | http://kanaknews.com/know-need-of-the-body-from-symptoms/ | 2017-12-11T21:02:51Z | s3://commoncrawl/crawl-data/CC-MAIN-2017-51/segments/1512948514051.18/warc/CC-MAIN-20171211203107-20171211223107-00488.warc.gz | ory | 0.999988 | Orya | 16 | {"ory_Orya_score": 0.9999879598617554} |
ଯିହିଜିକଲ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 11Oriya Bible: Easy-to-Read Version (ERV-OR)
Prophecies Against the Leaders
11 ଅନନ୍ତର ଏକ ପବନ ମୋତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ୱାର ନିକଟକୁ ମୋତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସେହି ପ୍ରବେଶ ଦ୍ୱାର ନିକଟରେ ପଚିଶ୍ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅସସୁରର ପୁତ୍ର ଯାସନିୟଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାୟର ପୁତ୍ର ପ୍ଲଟିୟକୁ ଦେଖିଲି।
2 ଏବଂ ପରମେଶ୍ୱର ମୋତେ କହିଲେ, "ହେ ମନୁଷ୍ୟ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧ୍ୟରେ କୁମନ୍ତ୍ରଣାସବୁ ଦିଅନ୍ତି। 3 ଏହି ଲୋକମାନେ କହନ୍ତି, 'ଆମ୍ଭେମାନେ ଯଥା ଶୀଘ୍ର ଗୃହ ପୁନର୍ବାର ନିର୍ମାଣ କରିଦେବୁ। ଆମ୍ଭେମାନେ ହଣ୍ଡାରେ ମାଂସ ତୁଲ୍ୟ ଏହି ନଗରରେ ସୁରକ୍ଷିତ।' 4 ତେଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର।"
5 ତା'ପରେ ସଦାପ୍ରଭୁଙ୍କର ଆତ୍ମା ମୋ' ଉପରେ ଅଧିଷ୍ଠିତ ହେଲେ ଓ ମୋତେ କହିଲେ, "ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଏହିକଥା କହନ୍ତି, ହେ ଇସ୍ରାଏଲବାସୀ, ତୁମ୍ଭେ ଏହି କଥା କହୁଅଛ। କିନ୍ତୁ ତୁମ୍ଭମାନଙ୍କ ମନରେ ଯେଉଁ ବିଷୟ ଉଠୁଅଛି, ଆମ୍ଭେ ତାହା ଜାଣୁ। 6 ତୁମ୍ଭେମାନେ ଏହି ନଗରରେ ବହୁତ ଲୋକଙ୍କୁ ହତ୍ୟା କରିଅଛ ଓ ତହିଁରେ ପଥସବୁ ନିହତ ଲୋକଙ୍କ ଶବରେ ପୂର୍ଣ୍ଣ କରିଅଛ। 7 ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗରରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ। 8 ତୁମ୍ଭେମାନେ ଖଡ଼୍ଗକୁ ଭୟ କରିଅଛ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍ଗ ଆଣିବା।'" ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
9 "ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗର ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତା'ପରେ ଆମ୍ଭେ ତୁମ୍ଭମାନଙ୍କର ବିଗ୍ଭର କରିବା। 10 ତୁମ୍ଭେମାନେ ଖଡ଼୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଗ୍ଭର କରିବା; ତହିଁରେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ। 11 ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ କିଅବା ତୁମ୍ଭେମାନେ ତାହା ମଧ୍ୟରେ ମାଂସ ହେବ ନାହିଁ। ଆମ୍ଭେ ଇସ୍ରାଏଲ ସୀମା ମଧ୍ୟରେ ତୁମ୍ଭର ବିଗ୍ଭର କରିବା। 12 ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଯାହାର ନିୟମ ତୁମ୍ଭେମାନେ ଅନୁସରଣ କରି ନାହଁ ଓ ଯାହାର ଶାସନ ତୁମ୍ଭେମାନେ ମାନି ନାହଁ, କିନ୍ତୁ ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକର ପ୍ରଥା ଅନୁସରଣ କରିଛ।"
13 ଏବଂ ମୁଁ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲାବେଳେ ବନାୟର ପୁତ୍ର ପ୍ଲଟିୟ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, "ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ'ଣ ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?"
Prophecies Against Survivors in Jerusalem
14 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା। ସେ କହିଲେ, 15 "ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତରେ ସମଗ୍ର ଇସ୍ରାଏଲୀୟମାନଙ୍କୁ ଯିରୁଶାଲମର ଅଧିବାସୀମାନେ କହିଲେ, 'ସଦାପ୍ରଭୁଙ୍କଠାରୁ ଦୂରେଇ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ରରେ ଆମ୍ଭଙ୍କୁ ଦିଆଯାଇଛି।'
16 "ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, 'ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଜାତିଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସେମାନଙ୍କର ମନ୍ଦିର ସ୍ଥଳ ହେବା। 17 ଏଥିପାଇଁ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ବିଭିନ୍ନ ଗୋଷ୍ଠୀ ମଧ୍ୟରୁ ଏକତ୍ରିତ କରିବା ଏବଂ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଏବଂ ଆମ୍ଭେ ତୁମ୍ଭମାନଙ୍କୁ ଇସ୍ରାଏଲର ଭୂମି ଦେବା। 18 ପୁଣି ସେମାନେ ସେ ଦେଶକୁ ଯିବେ ଓ ତହିଁରେ ଯାବତୀୟ ପ୍ରତିମା ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେ ସ୍ଥାନରୁ ଦୂର କରିବେ। 19 ଏବଂ ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କର ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କଠାରୁ କଠିନ ହୃଦୟ ଦୂର କରି, ସେମାନଙ୍କୁ କୋମଳ ହୃଦୟ ଦେବା। 20 ତହିଁରେ ସେମାନେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିୟମସବୁ ରଖିବା ପାଇଁ ଯତ୍ନବାନ୍ ହେବେ ଏବଂ ସେମାନେ ମଧ୍ୟ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।'"
The Glory of the Lord Leaves Jerusalem
21 ତା'ପରେ ପରମେଶ୍ୱର କହିଲେ, "କିନ୍ତୁ ଯେଉଁମାନଙ୍କର ହୃଦୟ ଘୃଣ୍ୟ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସେମାନଙ୍କୁ ସେମାନଙ୍କର କୁକର୍ମ ଅନୁସାରେ ଦଣ୍ଡିତ କରିବା।" ସଦାପ୍ରଭୁ ମୋର ପ୍ରଭୁ ଏହା କହିଛନ୍ତି। 22 ଅନନ୍ତର କିରୁବଗଣ ନିଜ ନିଜ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା। ଆଉ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା। 23 ଏହା ପରେ ସଦାପ୍ରଭୁଙ୍କର ମହିମା ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା। 24 ତା'ପରେ ଗୋଟିଏ ପବନ ମୋତେ ଉଠାଇଲା ଏବଂ ନିର୍ବାସିତରୂପେ ମୋତେ ବାବିଲକୁ ନେଇଗଲା। ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ମୁଁ ଦର୍ଶନରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା'ପରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଗ୍ଭଲିଗଲା। 25 ତା'ପରେ ସଦାପ୍ରଭୁ ମୋତେ ଯାହା ଯାହା ବିଷୟ ଦେଖାଇ ଥିଲେ, ସେହି ସମସ୍ତ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି। | <urn:uuid:af2e7c31-0eed-4c0d-a742-39e8278c52e1> | CC-MAIN-2017-51 | https://www.biblegateway.com/passage/?search=%E0%AC%AF%E0%AC%BF%E0%AC%B9%E0%AC%BF%E0%AC%9C%E0%AC%BF%E0%AC%95%E0%AC%B2%20%E0%AC%AD%E0%AC%AC%E0%AC%BF%E0%AC%B7%E0%AD%8D%E0%AD%9F%E2%80%8C%E0%AC%A6%E0%AD%8D%E2%80%8C%E0%AC%AC%E0%AC%95%E0%AD%8D%E0%AC%A4%E0%AC%BE%E0%AC%99%E0%AD%8D%E0%AC%95%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+11&version=ERV-OR | 2017-12-11T21:20:41Z | s3://commoncrawl/crawl-data/CC-MAIN-2017-51/segments/1512948514051.18/warc/CC-MAIN-20171211203107-20171211223107-00488.warc.gz | ory | 1.000005 | Orya | 17 | {"ory_Orya_score": 1.000004768371582} |
କନକବ୍ୟୁରୋ : ହୀରାକୁଦ ବନ୍ଧ । ଏକ ନାଁ ନୁହେଁ । ଗୋଟିଏ ଜାତିର ବିକାଶରେ ମୁଖ୍ୟ ସହଭାଗିତା । ଓଡିଶାର ବିକାଶର ପ୍ରମୁଖ ଭୂମିକା ନିଭାଇଥିବା ହୀରକୁଦ ନାଁରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । ଆଉ ଏକ ସମ୍ମାନମିଳିଛି ଏହି ପୁରୁଣା ଡ୍ୟାମକୁ । ନିର୍ମାଣର ୬୦ ବର୍ଷ ପୂର୍ତ୍ତି ଅବସରରେ ହୀରାକୁଦ ବନ୍ଧକୁ ଡାକ ଲଫାପାରେ ସ୍ଥାନିତ କରିଛି ।
ସ୍ୱାଧୀନତା ପରେ ଏହା ପ୍ରଥମ ବହୁମୁଖୀ ନଦୀ ଅବବାହିକା ପ୍ରକଳ୍ପ । ମହାନଦୀରେ ବନ୍ୟା ରୋକିବା ଉଦ୍ଦେଶ୍ୟରେ ବିଶିଷ୍ଟ ବନ୍ଧର ନିର୍ମାଣ କାର୍ୟ୍ୟ ୧୯୪୮ରେ ଆରମ୍ଭ ହୋଇଥିଲା । ବିଧିବଦ୍ଧ ଭାବେ ୧୯୫୭ରେ ଏହାର ଉଦଘାଟନ କରାଯାଇଥିଲା । ପରେ ଏହି ଡ୍ୟାମ ଓଡିଶାବାସୀଙ୍କ ଲାଇଫଲାଇନ ପାଲଟିଯାଇଥିଲା । ଓଡିଶାବାସୀଙ୍କ ଭାଗ୍ୟକୁ ବଦଳାଇବାରେ ବଡ ଅବଦାନ ରଖିଲା ହୀରାକୁଦ ଡ୍ୟାମ । ଆଜିର ଦିନରେ କୃଷ. ବିଦ୍ୟୁତ ଶକ୍ତି ଉତ୍ପାଦନକରିବା ସହ ଅନେକ ଲୋକଙ୍କ ଜୀବନଜୀବିକାର ମାଧ୍ୟମ ପାଲଟିଛି ।
ଶତାଧିକ ବର୍ଷ ଧରି ଡାକସେବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଗ ଭାବେ ରହି ଆସିଛି। ଏକ ପ୍ରକାରେ ଏହା ସଂସ୍କୃତିର ଜୀବନଧାରାରେ ପରିଣତ ହୋଇସାରିଛି। ଦେଶର କୋଣ ଅନୁକୋଣରେ ନିୟୋଜିତ ଥିବା ଡାକ କର୍ମଚାରୀମାନେ ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ ଭାବେ ରହିଛନ୍ତି ବୋଲି ଡାକ ଟିକଟ ସଂଗ୍ରହ ଉତ୍ସବ(ଫିଲାଟେଲିକ୍ ଫେଷ୍ଟିଭାଲ)ରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଂଜନ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ପାନ୍ଥନିବାସର ମହାନଦୀ ହଲ୍ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ ନିର୍ମାଣର ୬୦ ବର୍ଷ ପୂର୍ତ୍ତି ଅତିକ୍ରମ କରିଥିବା ହୀରାକୁଦ ବନ୍ଧର ଫଟୋ ସମ୍ବଳିତ ଲଫାପାକୁ ଉନ୍ମୋଚିତ କରିଥିଲେ।
ଶାନ୍ତସୁଧାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟବକ୍ତା ଶାନ୍ତନୁ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସହକାରୀ ଡାକ ନିର୍ଦେଶକ ମୁକୁନ୍ଦ ବେହେରା, ବିଶିଷ୍ଟ ଅତିଥି ଭାବେ କେନ୍ଦୁଝର ଡାକ ଡିଭିଜନର ଅଧୀକ୍ଷକ ଦେବୀପ୍ରସାଦ ନାୟକ, କଟକ ଡାକ ଡିଭିଜନର ବରିଷ୍ଠ ଅଧୀକ୍ଷକ ଆଦିତ୍ୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସମ୍ବଲପୁର ଡାକ ମଣ୍ଡଳର ଅଧୀକ୍ଷକ ବାନାମ୍ବର ସେଠୀ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ। ଡାକ ଟିକଟ ପ୍ରଦର୍ଶନୀରେ ୪ ଜଣ ବିଶିଷ୍ଟ ଡାକ ଟିକଟ ସଂଗ୍ରହକାରୀ ଅଜିତ ରାଉତ, କମଳ ଚକ୍ରବର୍ତ୍ତୀ, ଗଂଗାଧର ତ୍ରିପାଠୀ ଓ କାଶିନାଥ ସାହୁ ଅଂଶ ଗ୍ରହଣ କରିଥିଲେ। ଏହି ଦୁଇଦିନିଆ କାର୍ୟ୍ୟକ୍ରମର ପ୍ରଥମ ଦିନରେ ପ୍ରଦର୍ଶନୀ ସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଓଡିଶାରେ ବନ୍ୟାକୁ ନିୟନ୍ତିତକରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ହୀରାକୁଦ ବନ୍ଧ । ପଶ୍ଚିମଓଡିଶାର ବରଗଡ,ସମ୍ବଲପୁର, ଝାରସୁଗୁଡା ଆଦି ଅଂଚଳରେ ଜୀବନ ଧାରଣର ମାଧ୍ୟମରେ ଅନେକ ପରିବର୍ତନ କରାଇପାରିଛି । ହୀରାକୁଦ ଡ୍ୟାମର ମୁଖ୍ୟ ତିନୋଟି କେନାଲ ଯଥା ବରଗଡ ମୁଖ୍ୟ କେନାଲ,ଶାସନ କେନାଲ ଓ ସମ୍ବଲପୁର କେନାଲ ଦ୍ୱାରା ବହୁ ଚାଷୀଙ୍କର ଭାଗ୍ୟରେ ପରିବର୍ତନ ଆଣିଛି ।ଓଡିଶାର ଶିଳ୍ପ ଜଗତରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ହୀରାକୁଦ । ଝାରସୁଗୁଡା ଓ ସମ୍ବଲପୁର ଅଂଚଳରେ ଥିବା ଥର୍ମାଲ ପାୱାର ପ୍ଲାଂଟ ସମେତ ମିନେରାଲ ପ୍ରୋସେସିଂ ୟୁନିଟକୁ ସହାୟତା ଯୋଗାଉଛି ।
କେବଳ କୃଷି ନୁହେଁ ଅନେକ ଲୋକଙ୍କ ପାଇଁ ଜୀବନଜୀବିକାର ସ୍ଥଲ ପାଲଟିଛି ହୀରାକୁଦ । ନିର୍ମାଣର ଷାଠିଏ ବର୍ଷ ପରେ ଡାକ ଲଫାପାରେ ସ୍ଥାନିତ ହେବା ନିଶ୍ଚିତ ଭାବେ ଗର୍ବ, ଗୌରବ ଓ ସମ୍ମାନର ବିଷୟ । ଆଶା କରିବା ହୀରାକୁଦ ଏହିଭଳି ଓଡିଶାବାସୀଙ୍କ ସୁଖଦଃଖରେ ସାମିଲ ହେବା ସହ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାରେ ସହାୟକ ହେବ । | <urn:uuid:a6d5a984-d53d-4094-aa58-95c025f80f0c> | CC-MAIN-2017-51 | http://kanaknews.com/odisha-pain-garba-aniala-hirakud/ | 2017-12-14T06:02:34Z | s3://commoncrawl/crawl-data/CC-MAIN-2017-51/segments/1512948541253.29/warc/CC-MAIN-20171214055056-20171214075056-00488.warc.gz | ory | 0.999997 | Orya | 8 | {"ory_Orya_score": 0.9999970197677612} |
ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ୫ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଶେଷ କରି କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ରହିଛି। ଏପରି ସ୍ଥିତି ରାଜ୍ୟରେ ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହିଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଛି।
ସାରା ରାଜ୍ୟରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏପରି ଶୀତ ପ୍ରକୋପ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,"ତାମିଲନାଡୁ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨ରୁ ୪ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଏହାପରେ ପୁଣି ଶୀତ ଅନୁଭୁତ ହେବ।" | <urn:uuid:e8c3f968-9b20-43f1-be7c-cc2ce645fc0f> | CC-MAIN-2017-51 | http://odishareporter.in/top-story/sita-lahari-jari/ | 2017-12-13T07:12:39Z | s3://commoncrawl/crawl-data/CC-MAIN-2017-51/segments/1512948522205.7/warc/CC-MAIN-20171213065419-20171213085419-00715.warc.gz | ory | 0.999926 | Orya | 4 | {"ory_Orya_score": 0.9999263286590576} |
କଟକ: କଟକ ବଡ଼ ମେଡିକାଲରେ ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି। ଏନେଇ ମହିଳା ଡାକ୍ତରଙ୍କ ନାଁରେ କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ଅଞ୍ଚଳର ଆରତୀ ସାହୁ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନାର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗରେ ଆରତୀଙ୍କ ନଣନ୍ଦ ସଙ୍ଗୀତା ଚିକିତ୍ସିତ ହେଉଥିଲେ। ଅଭିଯୋଗ ଅନୁଯାୟୀ ସଙ୍ଗୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆରତୀ ଡାକ୍ତରଙ୍କୁ ଡାକିଥିଲେ, ହେଲେ ଡାକ୍ତର ଶୁଣି ନଥିଲେ। ଆରତୀ ସଂପୃକ୍ତ ମହିଳା ଡାକ୍ତରଙ୍କୁ ହାତ ମାରି ଡାକିବାରୁ ସେ ରାଗି ଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। | <urn:uuid:0c17d9d1-3c23-4bb3-83e7-f9cec90d5ee0> | CC-MAIN-2017-51 | http://odishareporter.in/odisha/scb-doc-tharshes-patient-kin/ | 2017-12-18T22:30:14Z | s3://commoncrawl/crawl-data/CC-MAIN-2017-51/segments/1512948627628.96/warc/CC-MAIN-20171218215655-20171219001655-00715.warc.gz | ory | 0.999942 | Orya | 5 | {"ory_Orya_score": 0.999942421913147} |
ଦଶହରାରେ ଓଡିଆ ଫିଲ୍ମରେ କଡା ଟକ୍କର । ଅନୁଭବ- ଅରିନ୍ଦମ-ବାବୁସାନଙ୍କ ଫିଲ୍ମଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା । ତିନି ତିନି ଜଣ ଷ୍ଟାରଙ୍କ ଫିଲ୍ମ ବଡପରଦାରେ ରାଜ୍ କରୁଛି । ସୁପରଷ୍ଟାର ଅନୁଭବଙ୍କ ବାବୁଲା ବାରବୁଲା ଏକ ନିଆରା ଢଙ୍ଗର ଫିଲ୍ମ ହୋଇଥିବା ବେଳେ ବିଦେଶରେ ଏହାର କେତେ ଅଂଶ ସୁଟିଂ ହୋଇଛି । ତେବେ ଓଡିଆ ଫିଲ୍ମର କ୍ରେଜ୍ ଜାରି ରହିଛି ଏବଂ ଓଲିଉଡ୍ ଧିରେ ଧିରେ ଅଧିକ ଉନ୍ନତି କରୁଛି ବୋଲି କହିଛନ୍ତି ଫିଲ୍ମ ସୁପରଷ୍ଟାର ଅନୁଭବ। ଓଡିଆ ସିନେମାକୁ ନେଇ ୱାନ୍ ଟୁ ୱାନରେ ଦେଖନ୍ତୁ ଅଭିନେତା ଅନୁଭବଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।
1st October, 2017 | 5:20 pm
You might also like
- ବିଜେଡି କର୍ମୀଙ୍କୁ ସାତଖୁନ୍ ମାଫ୍ ! ହକି ଇଣ୍ଡିଆ ଲିଗର ଫାଇନାଲରେ ଷ୍ଟାଡିୟମକୁ ଧସେଇ ପଶିଲେ ବିଜେଡି ନେତା ଓ ସମର୍ଥକ, ହାତ ମାରିଲେନି ସୁରକ୍ଷାକର୍ମୀ
- ପ୍ରାଇମ୍ ଟାଇମ୍ ନ୍ୟୁଜ୍ : ୧୧– ୧୨ -୧୭
- କାଳିଆ ସାରଙ୍କ କଳାକାରନାମା ! ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ଧମକ ଦେଇ ଛାତ୍ରୀଙ୍କ ସହ ପିଇଟି ସାରଙ୍କ ଅନୈତିକ ସଂପର୍କ
- ଯୋଗାଣ ମନ୍ତ୍ରୀଙ୍କ ମୁହଁରେ ପେଟ୍ରୋଲ ଟାମ୍ପରିଂର କାହାଣୀ ! କହିଲେ, କିଛି ପେଟ୍ରୋଲ ଟାଙ୍କିରେ ଲାଗିଛି ପମ୍ପିଂ ମେସିନ, ଗାଁ ମାନଙ୍କରେ ହେଉଛି ଅଧିକ ଠକେଇ | <urn:uuid:e1739664-4810-4438-982b-24443f51909a> | CC-MAIN-2017-51 | http://kanaknews.com/exclusive-interview-with-anubhav-mohanty/ | 2017-12-12T00:53:44Z | s3://commoncrawl/crawl-data/CC-MAIN-2017-51/segments/1512948514238.17/warc/CC-MAIN-20171212002021-20171212022021-00373.warc.gz | ory | 0.999908 | Orya | 1 | {"ory_Orya_score": 0.9999078512191772} |
ଓଡ଼ିଶା ର ହୃଦୟ* ବିଦାରକ ଐତିହାସିକ କାହାଣୀ ! ପୁରୀ ର ଗଜପତି ନୃସିଂଘ ଦେବ ନ୍କ ହତ୍ୟା ! ସପ୍ତଦଶ ଶତାବ୍ଦୀ !
[ଯେମିତି ନରସିଂଘ = ନୃସିଂଘ, ସେମିତି ହରଦୟ = ହୃଦୟ, ଏହି ବ୍ୟାକରଣ ବହୁଧା କାଳ ରୁ ଅବଗତ, ନିମ୍ନେ ଉଦାହରଣ ପ୍ରଦତ୍ତ; କିନ୍ତୁ ଅଭିପ୍ରାୟ; ହରଦୟ = ହର+ଉଦୟ = ପ୍ରଭୁ ଆଗମନ = "ସୁର୍ଯ୍ୟ ସକଳ ପ୍ରକରଣ" ତତ୍ତ୍ବ, ଭାଷା ନିମିତ୍ତ]
ଆମେ ମାନେ ସବୁ କଥା ରେ ଅନ୍ୟ ଧର୍ମ ସମ୍ପ୍ରଦାୟ ମାନ ନ୍କୁ ଦୋଷ ଦେଇ ଥାଉ ! କିନ୍ତୁ ନିମ୍ନଲିଖିତ ଘଟଣା ଟି ମାଦଳା ପାଂଜୀ ଏବଂ ଇତିହାସକାର ମାନଂକ ଦ୍ବାରା ଲିପିବଦ୍ଧ >> ନିଜର ପିତାମହ ବା ଅଜା ଅନୁରୁଦ୍ଧ ରାୟ ନ୍କ ପ୍ରତାରଣା ଯୋଗୁଁ ଉଦାରବାଦୀ ସୁବେଦାର୍ ମୁତାକ୍ବାଦ୍ ଖାଁ ନ୍କ ନିଷ୍ଠୁର ସେନାପତି ଅମିର୍ ଫତେ ଖାଁ ପିତାମହ ନ୍କ ସହାୟତା ନେଇ ମହାରାଜ୍ ନ୍କ ମୁଣ୍ଡକାଟ୍ କରିଥିଲେ ଏବଂ ଧନ ସମ୍ପତ୍ତି ଲୁଟି ନେଇ ଥିଲେ ! [କହିବା ଦରକାର କି ଏଥିରେ କିଛି ଭାଗ ଅନୁରୁଦ୍ଧ ନ୍କୁ ମିଳି ନ ଥିବ ?]
ଏପରି ବୁଢା ମାନେ ଓଡ଼ିଶା ରେ କିଛି ନୁଆଁ ନୁହନ୍ତି ! ସମ୍ପର୍କୀୟ ମାନଂକୁ ହତ୍ୟା କରି କ୍ଷମତା ହାସିଲ୍ କରିବା ୩୦୦୦ ବର୍ଷ ପୁର୍ବେ ଇଜିପ୍ଟ୍ ରେ ମଧ୍ୟ ଘଟୁଥିଲା ଯେଉଁଠି ବାପା କୁ ହତ୍ୟା କରି ପୁତ୍ର କିମ୍ବା ଭାଈ କୁ ହତ୍ୟା କରି ଭାଈ ମଧ୍ୟ କ୍ଷମତା ଆବୋରି ନେଉଥିଲେ ! ଏହାକୁ ନିଜର ସ୍ବାର୍ଥ ପାଇଁ ତତ୍କାଳିନ ଉତ୍କଳ ରେ ଉତ୍କଳିୟ ରାଜବଂଶ ର ଭିତିରି ଶତ୍ରୁ ମାନେ ମଧ୍ୟ ଆପଣେଇଥିଲେ !
ଏହା ସମ୍ରାଟ୍ ଶାଃଜହାଁ ନ୍କ ସମୟ ର ଘଟଣା ଯେ ନିଜର ୩୦ ବର୍ଷ ରାଜୁତି ରେ ୪୮ ଟି ଯୁଦ୍ଧ ରେ ସାମିଲ୍ ଥିଲେ ! [ଯଦି ଶାଃଜହାଁ ଅଧୁନା କାଳ ରେ ବୈଜ୍ଞାନିକ ରୁପେ ଉଭା ହୁଅନ୍ତି ତେବେ ସେ ନିଜର ୩୦ ବର୍ଷ ର ଖରିୟର୍ ରେ ୪୮ ଟି ସ୍ବସିଦ୍ଧ ପେପର୍ ଲେଖିବେ ନାହିଁକି?]
ତେବେ ବଡଦେଉଳ ହତ୍ୟା ଓ ଲୁଟ୍ ର ସମ୍ପୁର୍ଣ୍ଣ କଥା ଆଜିର ପ୍ରମେୟ ରେ ବଣ୍ଣିତ ! | <urn:uuid:8cafca76-330f-484f-b125-a731f0accb11> | CC-MAIN-2017-51 | https://mdashf.org/2015/07/23/%E0%AC%89%E0%AC%A4%E0%AD%8D%E0%AC%95%E0%AC%B3%E0%AC%BF%E0%AD%9F-%E0%AC%B0%E0%AC%BE%E0%AC%9C%E0%AC%AC%E0%AC%82%E0%AC%B6-%E0%AC%B0-%E0%AC%AD%E0%AC%BF%E0%AC%A4%E0%AC%BF%E0%AC%B0%E0%AC%BF-%E0%AC%B6/ | 2017-12-15T06:27:28Z | s3://commoncrawl/crawl-data/CC-MAIN-2017-51/segments/1512948567042.50/warc/CC-MAIN-20171215060102-20171215080102-00373.warc.gz | ory | 0.999996 | Orya | 21 | {"ory_Orya_score": 0.9999955892562866} |
ଏଇ ନଭେମ୍ବର ୩ ତାରିଖରେ ଏକାବେଳକେ ଦୁଇଟି ହିନ୍ଦି ଥ୍ରିଲର୍-ହରର୍ ଫିଲ୍ମ ରିଲିଜ୍ ହେବାକୁ ଯାଉଛି: 'ଇତେଫାକ୍' ଓ 'ଦି ହାଉସ୍ ନେକ୍ସଟ୍ ଡୋର୍'।
କରନ୍ ଯୋହର, ଗୌରୀ ଖାଁ ଓ ରେନୁ ରବି ଚୋପ୍ରା ପ୍ରମୁଖଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ 'ଇତେଫାକ୍: ଇଟ୍ ହେପେନ୍ଡ୍ ଓ୍ଵାନ୍ ନାଇଟ୍'କୁ ୟଶ୍ ଚୋପ୍ରାଙ୍କ ପୁରୁଣା ଫିଲ୍ମ 'ଇତେଫାକ୍' ଉପରେ ଆଧାରିତ ବୋଲି କୁହାଯାଉଛି। ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭୟ ଚୋପ୍ରା। ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ମାଲହୋତ୍ରା, ଅକ୍ଷୟ ଖାନ୍ନା, ସୋନାକ୍ଷୀ ସିହ୍ନା, ମନୋଜ ଯୋଶୀ ଓ ପାରୁଲ୍ ଗୁଲାଟି ପ୍ରମୁଖ। ଏ ଫିଲ୍ମରେ ଗୋଟିଏ ହତ୍ୟାକାଣ୍ଡର ଦୁଇ ପ୍ରକାର ସତ୍ୟ କିନ୍ତୁ ଅଲଗା ଅଲଗା ଅବତାରଣାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଓ ତା'ର ପରିଣତିର ଚିତ୍ର ରହିଛି।
ଅନ୍ୟପକ୍ଷରେ ମିଲିନ୍ଦ ରାଓଙ୍କ ନିର୍ଦ୍ଦେଶିତ 'ଦି ହାଉସ୍ ନେକ୍ସଟ୍ ଡୋର୍'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ନାରାୟଣ, ଆନ୍ଦ୍ରିଆ ଜେରେମିଆ ଓ ଅତୁଲ୍ କୁଲ୍କର୍ଣ୍ଣି। ଫିଲ୍ମଟି ପରେ ପରେ ତାମିଲ୍ ଓ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍ ହେବ। | <urn:uuid:9e90a380-4591-4b0f-8791-308d7afd9448> | CC-MAIN-2017-51 | http://sambad.in/entertainment/thriller-horror-17991/ | 2017-12-11T11:35:46Z | s3://commoncrawl/crawl-data/CC-MAIN-2017-51/segments/1512948513478.11/warc/CC-MAIN-20171211105804-20171211125804-00716.warc.gz | ory | 0.999956 | Orya | 6 | {"ory_Orya_score": 0.9999563694000244} |
ଚର୍ଚ୍ଚିତ ଖବର
ହିନ୍ଦ୍ ମଜଦୁର ସଭାର ଚତୁର୍ଦଶ ରାଜ୍ୟସ୍ତରୀୟ ସମ୍ମିଳନୀ
ଭୁବନେଶ୍ୱର: ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି। ସବୁ କ୍ଷେତ୍ରର ବିକାଶରେ ଶ୍ରମିକମାନଙ୍କର ଯଥେଷ୍ଟ ଅବଦାନ ରହିଛି। ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ବାବୁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ। ରାଜ୍ୟ ସରକାର ମଧ୍ୟ ଚାଷୀ, ମୂଲିଆ ଓ ମଜଦୁରମାନଙ୍କ ସହିତ ରହିଛନ୍ତି। ଶନିବାର ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହିନ୍ଦ୍ ମଜଦୁର ସଭା (ଏଚ୍ଏମ୍ଏସ୍ )ର ଚତୁର୍ଦଶ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ହିନ୍ଦ୍ ମଜଦୁର ସଭାର ସଭାପତି ବିଦ୍ୟାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୭୦ ବର୍ଷର ବିରାଟ ସଂଗଠନ ହେଉଛି ହିନ୍ଦ ମଜଦୁର ସଭା । ଜୟ ପ୍ରକାଶ ନାରାୟଣ ଓ ଅଶୋକ ମେହେଟା ଭଳି ସଂଗଠକମାନେ ଏହି ସଂଗଠନକୁ ଆଗକୁ ବଢ଼ାଇଥିଲେ। ସେ ଆହୁରିମଧ୍ୟ କହିଥିଲେ ଯେ, ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। କେନ୍ଦୁ ପତ୍ର ତୋଳାଳିଙ୍କୁ ବ୍ୟବସାୟରେ ଭାଗୀଦାର କରାଯାଇଛି। ସେମାନଙ୍କୁ ଲାଭାଂଶ ମଧ୍ୟ ପ୍ରଦାନ କରାଯାଉଛି। ଏହାସହ ମହିଳା ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଚ୍ଏମ୍ଏସ୍ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ହରଭଜନ ସିଂ ସିଦ୍ଧୁ କହିଛନ୍ତି, ଦେଶ ତଥା ସମାଜର ନିର୍ମାଣ ପାଇଁ ପୁଞ୍ଜି ଓ ଶ୍ରମର ଆବଶ୍ୟକତା ରହିଛି। ଏଥିରେ ଉଭୟଙ୍କ ସମାନ ଭାଗୀଦାରି ରହିବା ଜରୁରୀ। ନିର୍ବାଚନ ସମୟରେ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଲୋକମାନଙ୍କ ପ୍ରତି ଏକପ୍ରକାର ଧୋକା ହୋଇଛି। ତେଣୁ ଶ୍ରମିକମାନେ ଏକାଠି ହୋଇ ନିଜର ହକ୍ ପାଇଁ ଲଢ଼ିବାର ଆବଶ୍ୟକତା ରହିଛି ବୋଲି ସିଦ୍ଧୁ କହିଥିଲେ।
ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ରାଜ୍ୟ ସରକାର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। ଏଚ୍ଏମ୍ଏସ୍ ହେଉଛି ୧୯୪୮ ମସିହାର ଏକ ପୁରୁଣା ଶ୍ରମିକ ସଂଗଠନ। ଏହି ସଂଗଠନର ଛତ୍ରଛାୟା ତଳେ ଦେଶର ଅନେକ ରାଜ୍ୟରେ ସରକାର ଆସିଛି। ମାତ୍ର କେନ୍ଦ୍ର ସରକାର ଯେଉଁଭଳି ଭାବେ ଶ୍ରମ ଆଇନରେ ପରିବର୍ତନ କରିବାରେ ଲାଗିଛନ୍ତି, ଏହା ବିରୋଧରେ ଲଢ଼େଇ ଜାରି ରହିବ ବୋଲି ସ୍ୱାଇଁ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ଗୃହ ଓ ଶ୍ରମ ମନ୍ତ୍ରୀ ଏନ୍.ନରସିଂହ ରେଡ୍ଡି, ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ନରେନ୍ଦ୍ର ସ୍ୱାଇଁ, ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ, କୃଷ୍ଣଚନ୍ଦ୍ର ପାତ୍ର ଓ ସୌରୀବନ୍ଧୁ କର ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ
ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି? | <urn:uuid:5c60dbe8-d4bf-4aef-bade-a290fa9f39f0> | CC-MAIN-2017-51 | http://www.pratinidhiodia.in/page_details.php?id=13664 | 2017-12-17T02:29:23Z | s3://commoncrawl/crawl-data/CC-MAIN-2017-51/segments/1512948592846.98/warc/CC-MAIN-20171217015850-20171217041850-00716.warc.gz | ory | 1.000006 | Orya | 4 | {"ory_Orya_score": 1.000006079673767} |
-ଗୋଲଖ ଚନ୍ଦ୍ର ଦାସ
ରୋହିଙ୍ଗ୍ୟା ମୁସଲମାନ ଘଟଣାକୁ ନେଇ ଆଜିକାଲି ଆମ ଦେଶରେ ରାଜନୀତି ପାଣିପାଗରେ ଉଷ୍ମତା ଦେଖା ଦେଇଛି। ଏଥିଲାଗି ଏବେ ଦେଶରେ ମହାଭାରତ। ମିଆଁମାରୁ ଆସିଥିବା ଏହି ଶରଣାର୍ଥିଙ୍କୁ ନେଇ ଦେଶର ରାଜନୀତି ଏବେ ଦୁଇ ଭାଗ। କଂଗ୍ରେସ ନେତା ମଣିଶଙ୍କର ଆୟାର, ଏସ୍ପି ନେତା ଆଜମ୍ ଖାନ ଆଦି ନେତା ରୋହିଙ୍ଗ୍ୟା ମୁସଲମାନଙ୍କୁ ଶରଣ ଦେବା ସପକ୍ଷରେ ଯୁକ୍ତି କରିଥିବା ବେଳେ ଜେଡିୟୁ ନେତା ଅଲି ଅନଓା୍ୱର କହିଛନ୍ତି ଯେ ଏ ଦେଶ ଅନେକ ଶରଣାର୍ଥିଙ୍କୁ ଆଶ୍ରୟ ଦେଇଛି ଏବେ ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଶରଣାର୍ଥି କରିବାରେ ଅସୁବିଧା କେଉଁଠି ? ଦେଶର ସରକାର ରୋହିଙ୍ଗ୍ୟାଙ୍କୁ ଶରଣ ଦେବା ପକ୍ଷରେ ନଥିବା ବେଳେ ଅନେକ ରାଜନେତା ଏହାକୁ ହିନ୍ଦୁ ମୁସଲମାନ ଚଷମାରେ ଦେଖୁଛନ୍ତି। ବିରୋଧି ଏହାକୁ ସରକାରଙ୍କର ମୁସଲମାନ ବିରୋଧୀ ନୀତି ବୋଲି କହୁଛନ୍ତି। ଏହି ରାଜନୀତିର ସାପ ସିଡି ଖେଳ ଭିତରେ ଆମକୁ ଦେଶର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ। ଆମକୁ ପ୍ରଥମେ ଜାଣିବାକୁ ହେବ ରୋହିଙ୍ଗ୍ୟା ମୁସଲମାନ କିଏ ? ସେମାନେ ଭାରତକୁ କିପରି ଆସିଲେ ? ସେମାନଙ୍କୁ ନେଇ ବର୍ତ୍ତମାନ କି ପରିସ୍ଥିତି ସୃଷ୍ଟି ହୋଇଛି ?
ଦେଶରେ ଥିବା ତଥାକଥିତ କିଛି ମାନବତାବାଦୀ ରୋହିଙ୍ଗ୍ୟା ମୁସଲମାନଙ୍କ ଲାଗି ଅଣ୍ଟା ଭିଡିଛନ୍ତି। ସେମାନଙ୍କ ମତରେ ରୋହିଙ୍ଗ୍ୟା ମୁସଲମାନ ପଞ୍ଜିକୃତ ଶରଥାର୍ଥି। ସେମାନଙ୍କୁ ଭାରତରୁ ବିତାଡିତ କରିବା ସମ୍ବିଧାନ ଧାରା ୧୪ ଏବଂ ୨୧ର ଉଲଙ୍ଘନ ହେବ। ଧାରା ୧୪ ରେ ଭାରତ ସମ୍ବିଧାନ ସମସ୍ତଙ୍କୁ ସମାନତା ଅଧିକାର ଦେଇଛି ଏବଂ ଧାରା ୨୧ ସମସ୍ତଙ୍କୁ ସମାନ ଭାବରେ ବଞ୍ଚôବାକୁ ଅଧିକାର ଦେଇଛି। ଦେଶର ବିଭିନ୍ନ ଭାଗରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ପରିସ୍ଥିତି ବହୁତ ଖରାପ। ଏହା ହେଉଛି ଏକ ଆନ୍ତରାଷ୍ଟ୍ରୀୟ ସମସ୍ୟା। ଏ ସମସ୍ୟାର ସମାଧାନ ଆନ୍ତରାଷ୍ଟ୍ରୀୟସ୍ତରେ ହେବାକୁ ଥିବା ବେଳେ ଭାରତ ସରକାର ସେମାନଙ୍କୁ ଦେଶରୁ ବିତାଡିତ କରିବାକୁ ଚାହିଁଛନ୍ତି। ଏହା କଣ ମାନବିକତା ?
ଅନ୍ୟ ପକ୍ଷରେ ଭାରତ ସରକାର କହୁଛନ୍ତି ସେମାନେ ଦେଶ ପାଇଁ ବିପଦ। ରୋହିଙ୍ଗାଙ୍କୁ ଦେଶରୁ ବିତାଡିତ କରିବା ମାମଲାରେ ସୁପ୍ରିମକୋର୍ଟରେ ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ରୋହିଙ୍ଗ୍ୟାମାନେ ଦେଶରେ ବେଆଇନ ଭାବେ ରହୁଛନ୍ତି। ସେମାନେ ଦେଶର ନିରାପତ୍ତା ଏବଂ ସୁରକ୍ଷା ପ୍ରତି ବଡ ବିପଦ ବୋଲି କେନ୍ଦ୍ର ସରକାର ନିଜର ଜବାବରେ ମାନ୍ୟବର ଶୀର୍ଷ କୋର୍ଟଙ୍କୁ ଜଣାଇଛନ୍ତି। ବିତାଡିତ ମାମଲାରେ ରୋହିଙ୍ଗ୍ୟାମାନଙ୍କ ପକ୍ଷରୁ ଏହାକୁ ବିରୋଧ କରି ଦାଖଲ ହୋଇଛି ଏକାଧିକ ପିଟିଶନ। ଏ ସମସ୍ତ ତର୍କ ବିତର୍କ ମଧ୍ୟରୁ କିଏ ଠିକ୍ କିଏ ଭୁଲ ତାହା ଏବେ ବିଚାରଣୀୟ ବିଷୟ। ସରକାର ଠିକ୍ କରୁଛନ୍ତି ନା ତଥାକଥିତ ମାନବତାବାଦୀମାନେ ଠିକ୍ କହୁଛନ୍ତି ?
ଏବେ ଆମକୁ ବୁଝିବାକୁ ପଡିବ ଯେ ଭାରତ ସରକାର ରୋହିଙ୍ଗ୍ୟା ମୁସଲମାନ ଭାରତ ପ୍ରତି ବିପଦ ବୋଲି କାହିଁକି କହୁଛନ୍ତି ? ଭାରତ ସରକାର କହୁଛନ୍ତି ଏହି ରୋହିଙ୍ଗ୍ୟାମାନଙ୍କ ମଧ୍ୟରେ ଅନେକ ଆତଙ୍କବାଦୀଙ୍କ ସହିତ ସଂପର୍କ ରହିଛି। ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ଅଛନ୍ତି।
ରୋହିଙ୍ଗ୍ୟା ମୁସଲମାନ କହୁଛନ୍ତି ସେମାନେ ମିଆଁମାର ରଖାଇନ ରାଜ୍ୟର ବାସିନ୍ଦା। ସେମାନଙ୍କର ନିଜସ୍ୱ ସଂସ୍କୃତି, ନିଜସ୍ୱ ଭାଷା ଓ ନିଜସ୍ୱ ପରିଚୟ ଅଛି। ରଖାଇନରେ ଏବେ ଅଧିକରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଅଟନ୍ତି ବୋଲି ସେମାନେ ଦାବି କରୁଛନ୍ତି।
ଏଠାରେ ବୌଦ୍ଧ ଏବଂ ରୋହିଙ୍ଗ୍ୟା ମୁସଲମାନମାନଙ୍କ ମଧ୍ୟରେ ହେଉଥିବା ସଂଘର୍ଷ ବହୁ ପୁରାତନ ଅଟେ। ଷଷ୍ଠ ଶତାବ୍ଦୀ ସମୟରେ ସଂପୂର୍ଣ୍ଣ ମଧ୍ୟ ଏସିୟାରେ ବୌଦ୍ଧ ମତ ପ୍ରସାରିତ ହୋଇ ସାରିଥିଲା। ବାମିୟାନ ସମେତ ଅନେକ ସ୍ଥାନରେ ବୁଦ୍ଧଙ୍କ ପ୍ରତିମା ପ୍ରତିଷ୍ଠା ହୋଇ ସାରିଥିôଲା। ମୁସଲମାନଙ୍କ ଇସଲାମ୍ ଧର୍ମ ପାଇଁ ଏହା ବିପଦ ବୋଲି ସେମାନେ ଭାବୁଥିଲେ, ଯେଉଁଥି ପାଇଁକି ସେମାନେ ବୌଦ୍ଧଙ୍କ ପ୍ରତି ଅସହିଂଷ୍ଣୁ ଥିଲେ। ଏହି କାରଣରୁ ରୋହିଙ୍ଗ୍ୟା ମୁସଲମାନମାନେ ବୌଦ୍ଧଙ୍କ ଉପରେ ବାରମ୍ବାର ଅତ୍ୟାଚାର କରୁଥିଲେ। ପଂଚଦଶ ଶତାବ୍ଦୀରେ ବଙ୍ଗଳାର ସୁଲତାନ ଥିଲେ ଜଲ୍ଲାଉଦ୍ଦୀନ ମହମ୍ମଦ। ସୁ ମୁନ ଜଲ୍ଲାଉଦ୍ଦୀନଙ୍କ ସୈନ୍ୟ ସହଯୋଗ ନେଇ ରଖାଇନର ରାଜାଙ୍କୁ ପରାସ୍ତ କରି ରାଜ୍ୟ ଦଖଲ କଲେ। ସୁଲତାନ ଏହି ମଉକାରେ ବହୁ ସଂଖ୍ୟାକ ମୁସଲମାନଙ୍କୁ ରଖାଇନକୁ ପଠାଇ ଦେଲେ। ଏହାପରେ ବଙ୍ଗଳାରେ ପ୍ରାୟ ୧୦୦ ବର୍ଷଧରି ପର୍ତ୍ତଗାଲ ଲୁଟେରାଙ୍କ ଆତଙ୍କ ଲାଗି ରହିଲା। ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ବର୍ମା ନିକଟବର୍ତ୍ତୀ ରଖାଇନକୁ ଅନେକ ପଳାଇ ଯାଇଥିଲେ। ଯେତେବେଳେ ରଖାଇନରେ ମୁସଲମାନଙ୍କ ସଂଖ୍ୟା ବଢିବାରେ ଲାଗିଲା ସେତେବେଳେ ସେମାନେ ସ୍ଥାନୀୟ ବାସିନ୍ଦା ବୌଦ୍ଧମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଲେ। ଏହାପରେ ଏହାକୁ ଇଂରେଜମାନେ ଶାସନ କଲେ। ଇଂରେଜମାନେ ରୋହିଙ୍ଗ୍ୟା ମୁସଲମାନ ଓ ବୌଦ୍ଧ ମାନଙ୍କ ମଧ୍ୟରେ ସଂଘର୍ଷ କରାଇ ଫାଇଦା ହାସଲ କରିବାକୁ ଲାଗିଲେ। ସହିବାର ସୀମା ଅଛି। ଅତି ସହି ସହି ବୌଦ୍ଧମାନେ ମଧ୍ୟ ହିଂସ୍ର ହୋଇ ଉଠିଲେ। ଇଂରେଜମାନେ ଗଲା ପରେ ରୋହିଙ୍ଗ୍ୟା ମୁସଲମାନମାନେ ଏଠାରେ ଅମାନବୀୟ ଦମନଲୀଳା ଚଳାଇଥିଲେ। ଏକ ରିପୋର୍ଟ ଅନୁସାରେ ଏକ ମାସ ଧରି ଚାଲିଥିବା ଦଙ୍ଗାରେ ପ୍ରାୟ ହଜାରରୁ ଉଦ୍ଧ୍ୱର୍ ବୌଦ୍ଧଙ୍କୁ ହତ୍ୟା କରାଯାଇଥିଲା।
୨୦୧୨ ମସିହା ଜୁନ ରୁ ଅକ୍ଟୋବର ମାସ ମଧ୍ୟରେ ରୋହଙ୍ଗ୍ୟା ମୁସଲମାାନଙ୍କ ମଧ୍ୟରେ ମିଆଁମାରରେଏକ ବଡ ଧରଣର ସଂଘର୍ଷ ହୋଇଥିଲା। ଏହାର ଶାସକ ରୋହିଙ୍ଗ୍ୟା ମୁସଲମାନଙ୍କ ପ୍ରତି କଠୋର ହେବାକୁ ବାଧ୍ୟ ହୋଇଥିଲେ। ୨୦୧୨ରେ ୧ ଲକ୍ଷ ୪୦ ହାଜର ରୋହିଙ୍ଗ୍ୟା ବିସ୍ତାପିତ ହୋଇଥିଲେ। ଏବେ ବି ପ୍ରାୟ ୧ ଲକ୍ଷ ୨୦ ହଜାର ରୋହିଙ୍ଗ୍ୟା ଲୋକ ମିଆଁମାରର ରଖାଇନ ଶରଣାର୍ଥି ଶିବିରରେ ଅଛନ୍ତି। ମିଆଁମାରରେ ପ୍ରାୟ ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଲୋକ ଅଛନ୍ତି କିନ୍ତୁ ମିଆଁମାର ସେମାନଙ୍କୁ ନିଜର ଅଧିବାସୀ ବୋଲି ଭାବୁ ନାହିଁ। ମିଆଁମାରରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିରୁଦ୍ଧରେ ଦୁଇ ଥର ହିଂସାକାଣ୍ଡ ସୃଷ୍ଟି ହୋଇଛି। ଗତ ୨୫ ଅଗଷ୍ଟରେ ୧୫୦ ରୋହିଙ୍ଗ୍ୟା ଲୋକ ଅସ୍ତ୍ରଶସ୍ତ୍ର ସହିତ ୨୪ଟି ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ମିଆଁମାର ରଖାଇନ ରାଜ୍ୟରେ ହୋଇଥିବା ଏହି ଆକ୍ରମଣରେ ୭୧ ଜଣ ମୃତୁ୍ୟ ବରଣ କରିଥିଲେ। ଏହି ଆକ୍ରମଣ ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି ନାମକ ଆତଙ୍କବାଦୀ ସଂଗଠନ କରିଥିଲ୍। ଏହି ସଂଗଠନର ମୁଖ୍ୟ ହେଉଛନ୍ତି ସରଗନା ଅତା ଉଲ୍ଲାହ। ଅତା ଉଲ୍ଲାହ ଜଣେ ରୋହିଙ୍ଗ୍ୟା ମୁସଲମାନ। ସେ ପାକିସ୍ତାନର କରାଚୀରେ ଜନ୍ମ ଗ୍ରହଣ କରିଥିଲା ଏବଂ ମକ୍କାରେ ଯାଇ ବଡ ହୋଇଥିଲା।
ରୋହିଙ୍ଗ୍ୟା ଆତଙ୍କବାଦୀମାନେ ମିଆଁମାର ସେନା ଶିବିର ଉପରେ ଆକ୍ରମଣ କରିବାରୁ ସେଠାରେ ହିଂସା ସୃଷ୍ଟି ହୋଇଥିଲା। ଅଗଷ୍ଟ ୨୫ ରୁ ଆରମ୍ଭ ହୋଇଥିବା ହିଂସାକୁ ନେଇ ରୋହିଙ୍ଗ୍ୟାମାନେ ବାଂଲାଦେଶ ଆଡକୁ ମୁହାଁଇଥିଲେ। ଇତି ମଧ୍ୟରେ ବାଂଲାଦେଶରେ ୩ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହିଛନ୍ତି। ସେହିପରି ଜାତିସଂଘ ଦ୍ୱାରା ପଞ୍ଜୀକୃତ ୧୪ ହଜାର ରୋହିଙ୍ଗ୍ୟା ଶରଣାର୍ଥୀ ଭାରତରେ ରହୁଥିବା ବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଉଦ୍ଧ୍ୱର୍ ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ତେଣୁ ଭାରତ ସରକାର ସେମାନଙ୍କୁ ବିତାଡିତ କରିବାକୁ ଚାହୁଁଛନ୍ତି। ଅନ୍ୟ ପଟେ ମିଆଁମାର ସୀମାନ୍ତ ଦେଇ ବାଂଲାଦେଶକୁ ପ୍ରବେଶ କରିଥିବା ଲକ୍ଷାଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖ ଦନ ଭାରତ ସରକାରଙ୍କ ପକ୍ଷରୁ ରିଲିଫ ପଠାଯାଇଥିଲା
ରୋହିଙ୍ଗ୍ୟା ମୁସଲମାନଙ୍କ ସହିତ ପାକିସ୍ତାନ ଆତଙ୍କବାଦୀ ସଂଗଠନର ଯୋଗସୂତ୍ର ରହିଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ବାଙ୍ଗଲାଦେଶରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥି ଶିବିରକୁ ଯାଇ ସେଠାରେ ଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଇ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରୁଛନ୍ତି।
କେତେକ ରୋହିଙ୍ଗ୍ୟା ମୁସଲିମ ପାକିସ୍ତାନର ଆଇଏସଆଇ ଏବଂ ଇଲାମିକ ଷ୍ଟେଟ ସଙ୍ଗଠନ ସହିତ ଜଡିତ। ତେଣୁ ସେମାନେ ଭବିଷ୍ୟତରେ ନିଶ୍ଚିତ ଭାବେ ଦେଶ ପାଇଁ ବିପଦ ସାଜିବେ, ଏଥିରେ କୌଣସି ସନେ୍ଦହ ନାହିଁ। ରୋହିଙ୍ଗ୍ୟାମାନଙ୍କୁ ବେଆଇନ ଭାବେ ସ୍ଥାନ ଦେବା ପାଇଁ ମିଆଁମାର, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ସ୍ୱତନ୍ତ୍ର ନେଟୱର୍କ କାମ କରୁଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
୨୦୧୨ରେ ହୋଇଥିବା ହିସାଂକାଣ୍ଡ ପରେ ପ୍ରାୟ ୪୦ ହଜାରରୁ ଉଦ୍ଧ୍ୱର୍ ରୋହିଙ୍ଗ୍ୟା ମୁସଲମାନ ଭାରତକୁ ଚାଲି ଆସିଥିଲେ। ସେମାନେ ଭାରତର ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ନିଜର ଆଡା ଜମାଇ ସାରିଲେଣି। ବିଶେଷକରି ତେଲେଙ୍ଗାନା, ହରିୟାନା, ଉତ୍ତର ପ୍ରଦେଶ, ରାଜସ୍ତାନ ଆଦି ରାଜ୍ୟକୁ ତାଙ୍କ ଚେର ଲମ୍ବି ଯାଇଛି। ଦିଲ୍ଲୀର କାଲନ୍ଦୀ କୁଞ୍ଜରେ ତାଙ୍କର ଏକ କଲୋନୀ ଅଛି। ହରିୟାନାକୁ ମାତ୍ର ୪ଟି ପରିବାର ଯାଇଥିଲେ। ସେମାନଙ୍କର ସଂଖ୍ୟା ଥିଲା ୪୭ ଏବେ ମାତ୍ର ୫ ବର୍ଷ ପରେ ସମାନଙ୍କର ସଂଖ୍ୟା ବଢି ୧୫୦ ହୋଇଛି। ସେମାନେ କବାଡି ବାଲା ରୂପେ ଜୀବନ ବିତାଇବା ସହିତ ଭାରତରେ ଭୋଟ ଦେବାର ଅଧିକାର ମଧ୍ୟ ପାଇ ସାରିଛନ୍ତି। ସେମାନଙ୍କ ନିକଟରେ ମଧ୍ୟ ଶରଣାର୍ଥିର ପରିଚୟ ପତ୍ର ମଧ୍ୟ ଅଛି। ସେମାନେ ଯେଉଁ ଅଞ୍ଚଳରେ ରହିଛନ୍ତି ସେ ଅଞ୍ଚଳରେ ସାଂପ୍ରଦାୟିକ ଉତ୍ତେଜନା ବଢୁଅଛି। ଶୁକ୍ରବାର ଦିନ ନମାଜ ସମୟେର ସମସ୍ତେ ଏକଜୁଟ ହେଲା ପରେ ପାଖ ଗାଁରୁ ମଇଁଷି ଓ ଗାଇ ଗୋରୁ ଚୋରାଇ ଆଣି ମାରି ତାକୁ ରାନ୍ଧିକରି ଏକାଠି ଖାଉଛନ୍ତି। ଯାହା ଫଳରେ ସେହି ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି ହେଉଛି। ବଲଭଗଡର ମୁଲେଡି ଗାଁରେ ଏହିପରି ଅଭାବନୀୟ ଘଟଣା ଘଟି ଯାଇଛି। ଗାଁ ଲୋକଙ୍କର ଅଭିଯୋଗ ହେଉଛି ଯେ ସେମାନେ ସରକାରୀ ଜମିକୁ ଜବରଦଖଲ କରି ରହିବା ସହିତ ବିଭିନ୍ନ ପ୍ରକାର ରାହାଜାନିରେ ସଂପୃକ୍ତ ରହୁଛନ୍ତି। ସେମାନଙ୍କ ଭୟରେ ଆମେ ଖୋଲାରେ ଆମର ଗୃହପାଳିତ ପଶୁକୁ ବାହାରକୁ ଛାଡି ପାରୁ ନାହିଁ। ବେଆଇନ ଭାବରେ ଅନୁପ୍ରବେଶକରି ଥିବା ଏହି ଅନୁପ୍ରବେଶକାରୀ ଯେପର୍ଯ୍ୟନ୍ତ ଭାରତ ଛାଡି ନ ଯାଇଛନ୍ତି ତେବେ ସେପର୍ଯ୍ୟନ୍ତ ଏଠାରେ ଶାନ୍ତି ଫେରିବା ଅସମ୍ଭବ।
ନିଜ ଦେଶରେ ହିଂସା ଯୋଗୁଁ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟାମାନଙ୍କୁ ଭାରତ କିଭଳି ବିତାଡିତ କରିବାକୁ ଚାହୁଁଛି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜାତିସଂଘର ମାନବାଧିକାର ମୁଖ୍ୟ ଜିଏଦ ରାଦ ଅଲ ହୁସେନ କହିଥିଲେ। ଏହାପରେ ଭାରତ ଦୃଢ ଜବାବ ଦେଇଥିଲା। ଅନ୍ୟ ଦେଶ ଭଳି ନିଜ ଦେଶର ନିରାପତ୍ତା ପାଇଁ ନୂଆଦିଲ୍ଲୀ ସର୍ବଦା ପ୍ରତିଶ୍ରୁତିବଦ୍ଧ। କୌଣସି ପ୍ରକାର କରୁଣା ଦେଖାଇ ଭାରତ ବଡ ଭୁଲ କରି ବିପଦକୁ ନିମନ୍ତ୍ରଣ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଉଥିଲା। ଭାରତ ସମ୍ବନ୍ଧରେ ଭୁଲ ତଥ୍ୟ ପ୍ରଚାର କର ନାହିଁ। ଭାରତ ସରକାର ଏହି ବେଆଇନ ଅନୁପ୍ରବେଶକୁ ବରଦାସ୍ତ କରି ପାରିବେ ନାହିଁ। କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ମାନବାଧିକାର ଦଳକୁ ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ରୋହିଙ୍ଗ୍ୟା ଶରଣାର୍ଥୀ ମାମଲାରେ ଏ କଥା କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ଯେ ରୋହିଙ୍ଗ୍ୟା ଦେଶର ନିରାପତ୍ତା ପାଇଁ ବିପଦ ଏବଂ ଦେଶର ସମ୍ବଳ ନିଗାଡି ଦେବ ବୋଲି କେନ୍ଦ୍ରର ମନ୍ତବ୍ୟକୁ ଭୁଲ ବୁଝିବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦେଶର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ। ତେଣୁ ଭାରତ ଓ ଭାରତ ଲୋକମାନଙ୍କୁ ଅସହିଂଷ୍ଣୁ ନକୁହ। ଆମେ ମାନବାଧିକାରକୁ ସଂପୂର୍ଣ୍ଣ ରୂପେ ସ୍ୱାଗତ କରୁଛୁ। ରକ୍ଷା ବିଶେଷଜ୍ଞ ସୁଦର୍ଶନ କୁମାରଙ୍କ ମତରେ ଏମାନଙ୍କ ଯୋଗୁଁ ଦେଶର ସୁରକ୍ଷା ବିପଦ ପୂର୍ଣ୍ଣ।
୨୦୧୨ରେ ମିଆଁମାର ସେନା ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେମାନେ ପ୍ରତିଶୋଧ ନେବା ପାଇଁ ୨୦୧୩ରେ ଭାରତର ବୁଦ୍ଧଗୟା ଠାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ମୁଖ୍ୟ ଭୂମିକା ତୁଲାଇ ଥିଲା ଲସ୍କର-ଇ-ତୋଇବା। କେବଳ ସେତିକି ନୁହେଁ କାଶ୍ମୀରରେ ଆତଙ୍କବାଦୀଙ୍କ ସଂଘର୍ଷ ବେଳେ ଦୁଇ ଜଣ ବିଦେଶୀ ଆତଙ୍କବାଦୀଙ୍କର ମୃତୁ୍ୟ ହୋଇଥିଲା। ସେଥିରେ ଜଣେ ମିଆଁମାରର ବାସୀନ୍ଦା ଥିଲେ।
ଲସ୍କର-ଇ-ତୋଏବା ମିଆମାର ଏବଂ ଥାଇଲାଣ୍ଡ ସୀମାରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଆତଙ୍କବାଦୀ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି। ହାଫିଜ ସହିଦ ନେତୃତ୍ୱରେ ଏହା ପରିଚାଳିତ ହେଉଛି। ସେଥିପାଇଁ ହାଫିଜ ସହିଦ ରୋହିଙ୍ଗ୍ୟା ଆତଙ୍କବାଦୀଙ୍କ ଶୁଭଚିନ୍ତକ ପାଲଟି ଯାଇଛି। ଏହାକୁ ସହଯୋଗ କରୁଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ। ଯେଉଁଠି ରୋହିଙ୍ଗ୍ୟା ଜେହାଦୀଙ୍କୁ ଭାରତ ବିରୁଦ୍ଧରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ମତ। ତେଣୁ ରୋହିଙ୍ଗ୍ୟା ମୁସଲମାନଙ୍କ ମାମଲାରେ ଦଳମତ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ଚିନ୍ତା କରିବାକୁ ପଡିବ। ପାକିସ୍ତାନର ପ୍ଲାନ କଣ ତହା ବୁଝିବାକୁ ପଡିବ ?
୨୦୦୭ରୁ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ଏବେ କାହିକି ହାଫିଜ ସହିଦର ଦରଦ ଉଛୁଳି ପଡିଲା ? ଏହା ଭିତରେ ହାଇଦ୍ରାବାଦ ପୋଲିସ ଜଣେ ରୋହିଙ୍ଗ୍ୟା ଆତଙ୍କବାଦୀକୁ ଗିରଫ କରିଛି। ସେ ହେଉଛି ମିଆଁମାର ଇକୈପୁ ରାଜ୍ୟର ବୁଶିଡାଙ୍ଗ ଜିଲ୍ଲାର ନୟାପଡା ଗାଁର ବାସୀନ୍ଦା ମହମ୍ମଦ ଇସମାଇଲ। ଏହି ଆତଙ୍କବାଦୀ କହିଛି ୨୦୧୪ରେ ଢାକା ଦେଇ ସେ କଲିକତା ଆସିଥିଲା। ଦମଦମ ନଗରପାଳୀକା ଠାରୁ ସେ ଜନ୍ମ ପ୍ରମାଣ ପତ୍ର ପାଇବା ପରେ ସେ ନିଜକୁ ଭାରତୀୟ ନାଗରୀକ ଭାବେ ପ୍ରମାଣ କରି ପାରିଥିଲା। ଏଥିରୁ ପ୍ରମାଣିତ ହୋଇ ଯାଇଉଛି ରୋହିଙ୍ଗ୍ୟା ମୁସଲମାନ ଆତଙ୍କବାଦୀ ହେବା ସହିତ ଭାରତରେ ପ୍ରବେଶ କରି ସାରିଛନ୍ତି। ଗୁଇନ୍ଦା ଏଜେନ୍ସି ଯେଉଁ ବିପଦ କଥା କହୁଛନ୍ତିି ତାହା ଭୁଲ ନୁହେଁ। ଧରାପଡିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଜେରା ବେଳେ ଜଣା ପଡିଥିଲା ଯେ ସେହି କ୍ୟାମ୍ପରେ ଖଲିସ୍ଥାନୀ ଆତଙ୍କବାଦୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ଆଇଏସ୍ଆଇ ସେହି ଆତଙ୍କବାଦୀଙ୍କୁ ଅର୍ଥ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦେଉଛି। ଏହା ହେଉଛି ପାକିସ୍ତାନର ଦୋମୁହାଁ ନୀତି। ଗୋଟିଏ ପଟେ ସେ ରୋହିଙ୍ଗ୍ୟା ମୁସଲମାନଙ୍କ ଶୁଭ ଚିନ୍ତକ ବୋଲି ଦେଖାଇ ହେଉଥିବା ବେଳେ ଅନ୍ୟ ପଟରେ ରୋହିଙ୍ଗ୍ୟାମାନଙ୍କୁ ଅସ୍ତ୍ରକରି ଭାରତ ବିରୁଦ୍ଧରେ ଆତଙ୍କ ଯୁଦ୍ଧକୁ ନୂଆ ଆୟାମ ଦେବାକୁ ଚାହୁଁଛି। ପାକିସ୍ତାନ ଏହି ଉପାୟରେ ବଙ୍ଗଳାଦେଶ, ମିଆଁମାର ଓ ଥାଇଲାଣ୍ଡରେ ନୂଆ ଆତଙ୍କବାଦୀ ସଂଗଠନ ସୃଷ୍ଟି କରିବାକୁ ଚାହୁଁଛି। ଆଇଏସ୍ଆଇ ରୋହିଙ୍ଗ୍ୟା ଜେହାଦୀଙ୍କୁ ହର କତ ଉଲ୍ ଜିହାଦ ଇସଲାମ ଆରକନ୍ ସାହାଯ୍ୟରେ ଟ୍ରେନିଂ ଦେଉଛି। ଏହି ସଂଗଠନର ନେତା ମୌଲାନ ଅବଦୁଲ କୁଦୁସ ଏବେ ପାକିସ୍ତାନରେ ରହୁଛି। ଏହି ସଂଗଠନରେ ଏକ ହଜାରରୁ ଉଦ୍ଧ୍ୱର୍ ଜିହାଦୀ ଅଛନ୍ତି। ଏହି ସଂଗଠନ ଦ୍ୱାରା ହାଫିଜ ସଇଦ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଛି। ଏହା ହେଉଛି ପାକିସ୍ତାନର ପ୍ଲାନ ଆତଙ୍କବାଦୀ ଅତିଥି।
କଣ ଏସବୁ ଜାଣିଲା ପରେ ଆମେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଭିରତରେ ରହିବା ପାଇଁ କହିବା କି ? ରୋହିଙ୍ଗ୍ୟା ମୁସଲମାନଙ୍କ ଯୋଗୁଁ ଦେଶର ଭୌଗଳିକ ପରିସ୍ଥିତିରେ କିଛି ପରିବର୍ତ୍ତନ ହେବ ନାହିଁ ତ ? ମିଆଁମାର ନିଜ ଲୋକଙ୍କୁ ନିଜର ମାନୁ ନାହଁ ତେବେ ଭାରତ କାହିଁକି ଏମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଅତିଥି କରିବ ବୋଲି ଏବେ ପ୍ରଶ୍ନ ଉଠୁଛି ? ମୁସଲମାନଙ୍କୁ ନେଇ ଭୋଟ ବ୍ୟାଙ୍କ ସୃଷ୍ଟି କରୁଥିବା ରାଜନୈତିକ ଦଳମାନଙ୍କର ସଂଖ୍ୟାଲଘୁ ତୁଷ୍ଟିକରଣ ନୀତି ରୋହିଙ୍ଗ୍ୟାମାନଙ୍କୁ ଭାରତରେ ଅତିଥି ହେବାକୁ କହୁଛନ୍ତି ନା ଆଉ କିଛି ?
କିଛି ରାଜନୈତିକ ନେତା, ମାନବାଧିକାର କର୍ମୀ କହୁଛନ୍ତି ଭାରତରେ ମୁସଲମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ସେଥିପାଇଁ ଏହି ଅନୁପ୍ରବେଶକାରୀ ରୋହିଙ୍ଗ୍ୟା ମୁସଲମାନମାନେ ଭାରତରୁ କୌଣସି ମୁସଲମାନ ଦେଶକୁ ଚାଲି ଯିବା ଉଚିତ। ମୁସଲମାନ ଦେଶରେ ସୁରକ୍ଷିତ ଭାବରେ ରହି ପାରିବେ। ଏହା ନକରି କାହିଁକି ଭାରତରେ ରହିବା ପାଇଁ ପସନ୍ଦ କରୁଛନ୍ତି ? ନା ଯୋଜନା ବଦ୍ଧ ଭାବେ ସେମାନଙ୍କୁ ଭାରତକୁ ପଠା ଯାଉଛି ? ସେମାନେ ନିଜ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ନରହି କାହିଁକି ଜାମ୍ମୁ କାଶ୍ମୀରରେ ରହିବାକୁ ଚାହୁଁଛନ୍ତି ?
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଟୁଇଟ୍କରି ରୋହିଙ୍ଗ୍ୟାଙ୍କ ସପକ୍ଷରେ ଅଛନ୍ତି ବୋଲି କହି କହିଛନ୍ତି ଯେ ସବୁ ରୋହିଙ୍ଗ୍ୟା ମୁସଲମାନ ଆତଙ୍କବଦୀ ନୁହଁନ୍ତି କିନ୍ତୁ ଏବେ ପ୍ରଶ୍ନ ଉଠୁଛି ସମସ୍ତ ରୋହିଙ୍ଗ୍ୟା ମୁସଲମାନ ଆତଙ୍କବାଦୀ ନୁହଁନ୍ତି ତେବେ କିଛିତ ଆତଙ୍କବାଦୀ। ଏହାର ଗ୍ୟାରେଣ୍ଟି କିଏ ନେବ ଭାରତରେ ରହୁଥିବା ରୋହିଙ୍ଗ୍ୟାଙ୍କ ମଧ୍ୟରେ କେହି ମଧ୍ୟ ଆତଙ୍କବାଦୀ ନାହାଁନ୍ତି। ଯେଉଁ ରୋହିଙ୍ଗ୍ୟା ମୁସଲମାନ ମିଆଁମାରରେ ଉତ୍ପାତ କରିବା ସହିତ ଆତଙ୍କ ବାଦୀ ସଂଗଠନ କରିଛନ୍ତି ସେମାନେ ଭାରତରେ ଏପରି କରିବେ ନାହିଁତ ? କଣ ପାଇଁ ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ରାଜନୈତିକ ସଂରକ୍ଷଣ ଦାବୀ ହେଉଛି ? ଯେଉଁମାନେ ରୋହିଙ୍ଗ୍ୟା ମୁସଲମାନ ନାଁରେ ରାଜନୀତି କରୁଛନ୍ତି ସେମାନେ ତଥ୍ୟ ଜାଣିକରି ନିଷ୍ପତ୍ତି ନିଅନ୍ତୁ। ସେମାନେ କଣ ଆତଙ୍କବାଦୀଙ୍କୁ ନିଜ ପୋଡୋଶୀ କରିବେ ? ପାକିସ୍ତାନ ତିଆରି କରିଛି ଆତଙ୍କବାଦୀ ଅତିଥି। ସେମାନେ ଭାରତକୁ ଧର୍ମଶାଳା କରି ଆତଙ୍କ ବିସ୍ତାର କରିବେ। ଅତିଥିନାମରେ ଆତଙ୍କବାଦର ପ୍ରବେଶ ହୋଇ ସାରିଛି। ଏହା ହେଉଛି ପାକିସ୍ତାନ ପ୍ରସ୍ତୁତି ନୂଆ ଷଡଯନ୍ତ୍ର। ଯେଉଁମାନେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଅତିଥି ବୋଲି କହି ସେମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ କାହିଁକି ଦିଲ୍ଲୀର ପୁଟପାଥରେ ପଡିରହିଥିବା କାଶ୍ମୀର ପଣ୍ଡିତମାନଙ୍କ ପାଇଁ ଟିକିଏ ହେଲେ ଦରଦ ଦେଖାଇ ନାହାଁନ୍ତି ? ଶରଣାଥି ଭାବେ ରହିଥିବା ଏହି କାଶ୍ମୀର ପଣ୍ଡିତମାନଙ୍କୁ ତାଙ୍କ ଅଞ୍ଚଳକୁ ଫେରାଇ ଦେବା ପାଇଁ ତଥା ସେମାନଙ୍କ ସୁଖ ଦୁଖଃରେ କେବେ ହେଲେ ପଦଟୁଏ କହି ନାହିଁନ୍ତି କାହିଁକି ?
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
(ଏହା ଲେଖକଙ୍କ ନିଜସ୍ୱ ମତ) | <urn:uuid:0be6af48-0233-4c9a-84d2-8361cb8e35e0> | CC-MAIN-2017-51 | http://odiapua.com/%E0%AC%85%E0%AC%A4%E0%AC%BF%E0%AC%A5%E0%AC%BF-%E0%AC%AC%E0%AD%87%E0%AC%B6%E0%AC%B0%E0%AD%87-%E0%AC%86%E0%AC%A4%E0%AC%99%E0%AD%8D%E0%AC%95%E0%AC%AC%E0%AC%BE%E0%AC%A6%E0%AD%80/ | 2017-12-16T16:53:46Z | s3://commoncrawl/crawl-data/CC-MAIN-2017-51/segments/1512948588294.67/warc/CC-MAIN-20171216162441-20171216184441-00792.warc.gz | ory | 0.999979 | Orya | 3 | {"ory_Orya_score": 0.99997878074646} |
ଭାରତର ଅଗ୍ରଣୀ ୱାଇନ୍ କମ୍ପାନୀ ସୁଲା ଭିନେୟାର୍ଡ ପକ୍ଷରୁ ପ୍ରିମିୟମ୍ ୱାଇନ୍ କାଡୁର ବଜାର ପ୍ରବେଶ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ସୁଲାର କର୍ଣ୍ଣାଟକ ଭିନେୱାର୍ଡ ଦ୍ୱାରା ପ୍ରଥମ କରି ପ୍ରସ୍ତୁତ ହୋଇଥିବା ଏହି ୱାଇନ୍ ବାଘ ସଂରକ୍ଷଣ ଯୋଜନାକୁ ରୁଦ୍ଧିମନ୍ତ କରିବା ଉଦେ୍ଧଶ୍ୟ ନେଇ ଆରମ୍ଭ ହୋଇଛି । ଏହାର ଡିଜାଇନନିଂ ସିମନ୍ ଫ୍ରୁୱାସ୍ କରିଛନ୍ତି । ଏହା କର୍ଣ୍ଣାଟକର ବାଘ ସଂରକ୍ଷଣ ପାଇଁ ମୁଡ୍ ଅନ୍ ଭୁଟ୍ ପ୍ରକଳ୍ପ ଅନ୍ତର୍ଗତ ଆରମ୍ଭ ହୋଇଛି । ଏହାର ବଜାର ପ୍ରବେଶ ସୁଲା ଭିନେୟାର୍ଡ ସିଇଓ ତଥା ପ୍ରତିÂାତା ରାଜୀବ ସାମନ୍ତଙ୍କ ଦ୍ୱାରା ବାଙ୍ଗାଲୁର୍ରେ ସମ୍ପନ୍ନ ହୋଇଛି ।
ଏହି ଅବସରରେ ସୁଲା ଭିନେୟାର୍ଡ ସିଇଓ ତଥା ପ୍ରତିÂାତା ରାଜୀବ ସାମନ୍ତ କହିଲେ, "କାଡୁ ୱାଇନ୍ ଗତ ୧୦ ବର୍ଷ ଧରି କର୍ଣ୍ଣାଟକରେ ପ୍ରସ୍ତୁତ ହେଉଥିବାବେଳ ଏହା ସମ୍ପ୍ରତି ବନ୍ୟଜୀବ ସଂରକ୍ଷଣ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଆରମ୍ଭ କରିଛି । ମୁଖ୍ୟତଃ ବାଘ ସଂରକ୍ଷଣ ପାଇଁ ଏହା କାର୍ଯ୍ୟ ଆରମ୍ଭ କରିଛି ।"
ଏହି ଅବସରରେ ସାଚୁଂ୍ୟରୀ ନେଚର୍ ପାଉଣ୍ଡେସନ୍ର ପ୍ରତିÂାତା ବିଟୁ ସହେଗଲ କହିଲେ, " ମୁଡ୍ ଅନ୍ ଭୁଟ୍ ପ୍ରକଳ୍ପ ଅନ୍ତର୍ଗତ ଆରମ୍ଭ ହୋଇଥିବା ଯୋଜତା ତୃଣମୂଳ ସ୍ତରରେ ଦେଶର ବନ୍ୟଜୀବ ସଂରକ୍ଷରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା କର୍ଣ୍ଣାଟକର ଭଦ୍ରା ଅଂଚଳରେ ଆରମ୍ଭ ହୋଇଛି । ଜଙ୍ଗଲ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ଗୋÂୀଙ୍କ ସହଯୋଗରେ ଏହା କାର୍ଯ୍ୟ କରୁଛି ।"
ୱାଇନ୍ ପ୍ରସ୍ତୁତକର୍ତା ଗୋରଖ ଗାଇକ୍ୱାଡ୍ ଏହାର ପ୍ରସ୍ତୁତି କରିଛନ୍ତି । ସେ ୪ ପ୍ରକାର କାଡୁ ୱାଇନ୍ ପ୍ରସ୍ତୁତ କରିଛନ୍ତି । କାଡୁ ଚେନିନ୍ ବ୍ଲାଙ୍କ୍, କାଡୁ ସୌଭିଗନ୍ ବ୍ଲାଙ୍କ୍, କାଡୁ ଶିରାଜ୍ ରୋଜ୍ ଏବଂ କାଡୁ କ୍ୟାବରନେଟ୍ ଶିରାଜ୍ ପ୍ରଭୃତି ୱାଇନ୍ ସେ ପ୍ରସ୍ତୁତ କରିଛନ୍ତି । ଏହି ୱାଇନ୍ ୭୫୦ ମିଲି ଏବଂ ୩୭୫ ମିଲିରେ ଉପଲବ୍ଧ ହେଉଥିବାବେଳେ କାଡୁ ଚେନିନ୍ ବ୍ଲାଙ୍କ୍ର ମୂଲ୍ୟ ୬୨୫ ଟଙ୍କା, ୩୪୦ ଟଙ୍କା ରହିଛି ସେହିପରି କାଡୁ ସୌଭିଗନ୍ ବ୍ଲାଙ୍କ୍ର ମୂଲ୍ୟ ୬୭୫ ଟଙ୍କ ।ଏବଂ ୩୬୫ ଟଙ୍କା ରହିଛି । କାଡୁ ଶିରାଜ୍ ରୋଜ୍ର ମୂଲ୍ୟ ୬୫୦ ଟଙ୍କା ଓ ୩୫୦ ଟଙ୍କା ରହିଛି । ସେହିପରି କାଡୁ କ୍ୟାବରନେଟ୍ ଶିରାଜ୍ର ମୂଲ୍ୟ ୬୯୫ ଟଙ୍କା ଏବଂ ୩୭୫ ଟଙ୍କା ରହିଛି ।
ଏହି ଅବସରରେ ୱାଇନ୍ ମେକର ମୁଖ୍ୟ ଗୋରଖ ଗାଇକ୍ୱାଡ୍ କହିଲେ, "ଏହି ନୂତନ ଉପôାଦ ଗ୍ରାହକଙ୍କୁ ଅନନ୍ୟ ସ୍ୱାଦ ପ୍ରଦାନ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଗ୍ରାହକ ଆଧୁନିକ ଯୁଗଡ୍ମେଧ୍ୟ ପାରମ୍ପରିକ ସ୍ୱାଦର ଆନନ୍ଦ ନେଇ ପାରିବେ । ଏହା କର୍ଣ୍ଣାଟକର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରସ୍ତୁତ ହୋଇଛି ।"
ସୂଚନା ଯୋଗ୍ୟ ଯେ, ସୁଲା ଭିନେÿୱାର୍ଡ ଭାରତର ଲୋକପ୍ରିୟ ୱାଇନ୍ ବ୍ରାଣ୍ଡ୍ । ୨୦୧୬ରେ ଏହା ଏକ ନିୟୁତରୁ ଅଧିକ ୱାଇନ୍ କେସ୍ ବିକ୍ରି କରିଛି । କମ୍ପାନୀ ପକ୍ଷରୁ ୨୦୦୫ରେ ପ୍ରଥମ କରି ୱିନରୀ ଟେଷ୍ଟିଂ ରୁମ୍ର ଆରମ୍ଭ କରାଯାଇଥିଲା । ସେହିପରି ୨୦୦୭ରେ ଭିନେୱାର୍ଡ ରିସୋର୍ଟର ଆରମ୍ଭ କରାଯାଇଥିଲା । ୨୦୧୭ ମାର୍ଚ୍ଚରେ କମ୍ପାନୀ ପକ୍ଷରୁ ପ୍ରଥମ କରି ବାର୍ଷିକ ମୁ୍ୟଜିକ ଉତ୍ସବ ସୁଲା ଫେଷ୍ଟର ଆୟୋଜନ କରାଯାଇଛି । ଗତ ବର୍ଷ ୨୫୦,୦୦୦ରୁ ଅଧିକ ବ୍ୟକ୍ତି କମ୍ପାନୀର ୱାଇନ୍ ୱାର୍ଡକୁ ଆସିଥିବାବେଳେ କମ୍ପାନୀ ୨୦୧୬ରେ ଡ୍ରିଙ୍କ୍ ବିଜନେସ୍ ଆୱାର୍ଡ ହାସଲ କରିଛି । | <urn:uuid:9fc4e8a0-cd11-484a-a3eb-2e963cf035ab> | CC-MAIN-2017-51 | http://odishan.com/21935 | 2017-12-11T09:09:59Z | s3://commoncrawl/crawl-data/CC-MAIN-2017-51/segments/1512948513330.14/warc/CC-MAIN-20171211090353-20171211110353-00677.warc.gz | ory | 1.000007 | Orya | 7 | {"ory_Orya_score": 1.0000073909759521} |
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନସ୍କାମନା ପୂରଣ ପାଇଁ ଠାକୁରଙ୍କ ପାଖରେ ଘିଅ ଦୀପ ଜଳାଯାଏ। ମାତ୍ର ଏହି ଭେଜାଲ ଦୁନିଆରେ ଠାକୁରଙ୍କୁ ମଧ୍ୟ ଠିକିବାକୁ ପଛାଏ ନାହିଁ ମଣିଷ। ଘିଅ ଟିକକରେ ପୂଜା ପାଉଥିବା ଦିଅଁଙ୍କୁ ଠକିବାକୁ ଯାଇ ୟା'କୁ ବି ଭେଜେଲ କରାଯାଉଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ନ ଲାଗିଲେ ବି ମୁହଁକୁ ଆପେ ଆପେ ଆସିଯାଉଛି, ସତରେ ଧର୍ମ ଛାଡିଗଲାଣି।
ଏହିଭଳି ଏକ ଠକାମୀର ନମୂନା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ନକଲି ଘିଅ ତିଆରି କରି ବିକ୍ରି କରୁଥିବା ଏକ ଗ୍ୟାଙ୍ଗ ଆଜି ଧରା ପଡ଼ିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହିତ ନକଲି ଘିଅ ପ୍ରସ୍ତୁତି ସରଞ୍ଜାମ ଜବତ କରିଛି।
ଭୁବନେଶ୍ୱର ରେଳଷ୍ଟସନ ନିକଟ ବଙ୍ଗାଳି ବସ୍ତିରେ ନକଲି ଘିଅ ଫ୍ୟାକ୍ଟ୍ରି ଚାଲିଥିଲା। ଏଠାରେ ନକଲି ଘିଅ ପ୍ରସ୍ତୁତ କରାଯାଏ। ନିମ୍ନମାନର ରିଫାଇନ ତେଲକୁ ପ୍ରଥମେ ଗରମ କଢ଼େଇରେ ପକାଯାଏ। ପରେ ସେଥିରେ କିଛି ଶୁଦ୍ଧ ଦେଶୀ ଘିଅ ଓ ସେଣ୍ଟ ମିଶାଇ ପ୍ରସ୍ତୁତ କରାଯାଏ ଖାଣ୍ଟି ଘିଅ। ତା'ପରେ ବଜାରକୁ ବିକ୍ରି ପାଇଁ ଆସିଥାଏ ଏହି ଘିଅ। ଯାହାକୁ ୮୦ରୁ ୧୦୦ଟଙ୍କା ବିକ୍ରି କରାଯାଉଛି।ଏହି ଘଅ ପୂଜାରେ ବ୍ୟବହାର ହୋଇଥାଏ। ସେହିପରି ଖାଇବା ଘିଅ ମଧ୍ୟ ଏଠାରେ ତିଆରି ହେଉଥିଲା। ଦୀର୍ଘ ୫ ବର୍ଷ ଧରି ଏଠାରେ ନକଲି ଘିଆ ତିଆରି ହେଉଥିଲା। ଏ ସମ୍ପର୍କରେ କମିଶନରେଟ୍ ପୋଲିସ ଜାଣିପାରି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଏପରିକି ଦୁଇ କ୍ୱିଣ୍ଟାଲରୁ ଅଧିକ ନକଲି ଘିଅ ଓ ପ୍ରସ୍ତୁତି ସରଞ୍ଜାମ ଜବତ କରିଛି।
ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି-"ନକଲି ଘିଅକୁ ଅସଲି ଗୁଆ ଘିଅ କହି ବିକ୍ରି କରୁଥିଲେ। ଏହି ଘିଅର ନମୂନା ପରୀକ୍ଷା ପାଇଁ ପଠାଯିବ।" | <urn:uuid:8567ba23-f77a-4813-8e57-69be0fbcf82b> | CC-MAIN-2017-51 | http://odishareporter.in/odisha/police-arrest-six-person/ | 2017-12-18T14:33:26Z | s3://commoncrawl/crawl-data/CC-MAIN-2017-51/segments/1512948617816.91/warc/CC-MAIN-20171218141805-20171218163805-00677.warc.gz | ory | 0.999962 | Orya | 1 | {"ory_Orya_score": 0.9999624490737915} |
ଭୁବନେଶ୍ୱର: ଆସନ୍ତାକାଲି ଚତୁର୍ଥ ପାଳିର ତୃତୀୟ ବର୍ଷ ପୂରଣ କରିବେ ନବୀନ ସରକାର। ପଂଚାୟତ ଝଟ୍କା ପରେ ବିଜେଡି ଏହାକୁ ପ୍ରଭାବୀ ଢଙ୍ଗରେ ପାଳିବାକୁ ଯାଉଛି। ଏଥିପାଇଁ ଆଜି ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଦଳୀୟ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ସୁପ୍ରିମୋ ଗୁରୁମନ୍ତ୍ର ଦେଇପାରନ୍ତି।
ସଙ୍ଗଠନକୁ କିପରି ଅଧିକ ମଜଭୁତ କରାଯିବ, ନିରାମୟ, ମମତା ଆହାର ଭଳି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇ ଦଳ ଲୋକଙ୍କ ପାଖକୁ ଯିବା ନେଇ ଆଲୋଚନା ହୋଇପାରେ। ବିଧାୟକ ଓ ମନ୍ତ୍ରୀମାନେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ କହିପାରନ୍ତି। ଏହାସହ ବୈଠକରେ ଚୂଡାନ୍ତ କାର୍ଯ୍ୟଖସଡ଼ା ମଧ୍ୟ ଘୋଷଣା ହେବ। | <urn:uuid:b5f26b86-8a7c-4db4-be95-ebc33741478f> | CC-MAIN-2017-51 | http://odishareporter.in/top-story/naveen-pattanaik-gov-will-complete-three-years-tomorrow/ | 2017-12-18T03:07:19Z | s3://commoncrawl/crawl-data/CC-MAIN-2017-51/segments/1512948604248.93/warc/CC-MAIN-20171218025050-20171218051050-00122.warc.gz | ory | 0.999994 | Orya | 6 | {"ory_Orya_score": 0.9999935626983643} |
ପର୍ଯ୍ୟଟନର ଭିତିଭୂମିର ବିକାଶ ଘଟିଲେ ତାହା ପର୍ଯ୍ୟଟକକୁ ଆକୃଷ୍ଟ କରିବା ସହ ଅର୍ଥନୀତିକୁ ସୁଦୃଢ କରିବ। ତେଣୁ ଜିଲ୍ଲାରେ ମଂଜୁର ହୋଇଥିବା ପର୍ଯ୍ୟଟନ ପ୍ରକଳ୍ପ ଗୁଡିକୁ ତ୍ୱାରାନ୍ନିତ ପ୍ରକ୍ରିୟାରେ ଶେଷ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦେଶ ଦେଇଛନ୍ତି। ବୁଧବାର ଅପରାହ୍ନରେ ବିରଜା ପାନ୍ଥଶାଳା ଓ ବରାହ ମନ୍ଦିର ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣଧିନ ପ୍ରକଳ୍ପକୁ ଜିଲ୍ଲାପାଳ ଶ୍ରୀ ଦାସ ପରିଦର୍ଶନ କରିଥିଲେ। ୬ କୋଟି ଟଙ୍କା ବ୍ୟୟରେ ବିରଜା ମନ୍ଦିର ନିକଟରେ ନିର୍ମାଣଧିନ ପାନ୍ଥ ନିବାସକୁ ଅନୁଧ୍ୟାନ କରି ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମ୍ମରେ ଶେଷ କରିବାକୁ ଜିଲ୍ଲାପାଳ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିରଜା ମନ୍ଦିର ଏକ ଦର୍ଶନୀୟ ସ୍ଥାନ ହୋଇଥିବାରୁ ଦୈନିକ ଶହ ଶହ ଲୋକ ମା' ଙ୍କ ଦର୍ଶନ ପାଇଁ ଆସୁଛନ୍ତି।
ଏହି ଯାତ୍ରୀମାନଙ୍କ ସୁବିଧା ନିମିତ ପାନ୍ଥଶାଳାଟି ଅତ୍ୟନ୍ତ ଉପଯୋଗୀ ହେବାର ଥିବାରୁ ଏହାକୁ ତ୍ୱାରାନ୍ନିତ ପ୍ରକ୍ରିୟାରେ ସାରିବାକୁ ସେ ନିଦେ୍ର୍ଧଶ ଦେଇଥିଲେ। ଏହାର ପ୍ରାଚୀର ଓ ଗେଟ୍କୁ ଐତିହ୍ୟ ପୂର୍ଣ୍ଣ ଶୈଳୀରେ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ। ପରେ ଜିଲ୍ଲାପାଳ ବରାହ ମନ୍ଦିର ନିକଟରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ପର୍ଯ୍ୟଟନ କାର୍ଯ୍ୟାଳୟ ଓ ସଂଗ୍ରାହାଳୟ, ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ହେବାକୁ ଥିବା ଟୁରିଷ୍ଟ ମେଗା ଡେଷ୍ଟିନେସନ କେନ୍ଦ୍ର, ୬ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ବରାହପୀଠ ନିକଟସ୍ଥ ଦଶ୍ୱାସ୍ୱମେଧ ଘାଟକୁ ପରିଦର୍ଶନ କରିବା ସହ ଏହାର ଉପଯୋଗିତା ଉପରେ ଆଲୋଚନା କରିଥିଲେ।
ଜିଲ୍ଲାପାଳଙ୍କ ସହ ଉପ-ଜିଲ୍ଲାପାଳ ମହେଶ୍ୱର ପାଣିଗ୍ରାହୀ, ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଓ.ଟି.ଡି.ସି. ର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଓ.ଟି.ଡି.ସି. ର ସହକାରୀ ଯନ୍ତ୍ରୀ ଶ୍ରୀଧର ମହାଲା ଓ ଜେ.ଇ. ଲାଲୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୫-୨୦୧୬ ବର୍ଷରେ ୩୩,୫୦,୭୦.୦୦୦ ଟଙ୍କାର ୨୧ଟି ପର୍ଯ୍ୟଟନ ପ୍ରକଳ୍ପ ମଂଜୁର ହୋଇ କାର୍ଯ୍ୟ ଚାଲିଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ। ଏଥିମ୍ମରେ ବରୀର ସ୍ୱାଧୀନତା ସଂଗ୍ରାମୀ ପୀଠର ପୁନରୁଦ୍ଧାର , ବରୁଣେଶ୍ୱର ମନ୍ଦିରର ଉନ୍ନୟନ, ଅଶୋକ ଝରର ପାରିପାଶ୍ୱର୍ିକ ଉନ୍ନୟନ, ଯାଜପୁର ମୁ୍ୟନିସିପାଲିଟିରେ ଏଲ.ଇ.ଡି. ଆଲୋକ ବ୍ୟବସ୍ଥା, ବରାହ ମନ୍ଦିରର ଉନ୍ନୟନ ଓ ଆଲୋକୀକରଣ ବ୍ୟବସ୍ଥା, ଛତିଆ ଅତିଥିଶାଳାର ଅତିରିକ୍ତ ଗୃହ ନିର୍ମାଣ, ଛତିଆ ମନ୍ଦିର ନିକଟ ଅମରାବତୀରେ ଆନନ୍ଦ ବଜାର ନିର୍ମାଣ, ଗାଙ୍ଗୀରେ ପର୍ଯ୍ୟଟନ ବିକାଶ, କୃଷ୍ଣଦାସପୁରଠାରେ ଐତିହ୍ୟ ଗେଟ୍ ନିର୍ମାଣ, ସଠିପୁରଠାରେ ଯାଯାବର ଗୃହ ନିର୍ମାଣ, ନେଉଳପୁର ପାହାଡଠାରେ ବୁଦ୍ଧ ମୃର୍ତି ସ୍ଥାପନ, ବ୍ୟାସସରବର ଉନ୍ନୟନ, ଯାଜପୁର ରୋଡସ୍ଥିତ ସଂସ୍କୃତି ଭବନ ନିର୍ମାଣ, ଦେଉଳିଠାରେ ୱାଚ ଟାୱାର ନିର୍ମାଣ, ବିରଜା ମନ୍ଦିର ଉନ୍ନୟନ ଓ ବ୍ରହ୍ମାକୁଣ୍ଡର ପୁନରୁଦ୍ଧାରର ବ୍ୟବସ୍ଥା ରହିଅଛି। | <urn:uuid:3c979bd4-af86-433d-aa4e-e9285763c526> | CC-MAIN-2017-51 | http://odishan.com/17807 | 2017-12-16T18:26:52Z | s3://commoncrawl/crawl-data/CC-MAIN-2017-51/segments/1512948588420.68/warc/CC-MAIN-20171216181940-20171216203940-00450.warc.gz | ory | 0.999989 | Orya | 8 | {"ory_Orya_score": 0.9999885559082031} |
ଆତଙ୍କ ଆଇନ୍ରେ ଜାକିର୍ ନାଇକ୍ଙ୍କ ବିଚାର ଚାହେଁ ଏନ୍ଆଇଏ
ନୂଆଦିଲ୍ଲୀ: ଜାକିର୍ ନାଇକ୍ଙ୍କ ପ୍ରତ୍ୟାର୍ପଣ ଲୋଡ଼ି ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ବିବାଦୀୟ ଇସ୍ଲାମୀୟ ପ୍ରଚାରକଙ୍କ ଆତଙ୍କବାଦ କାର୍ଯ୍ୟ କଳାପ ସମ୍ବନ୍ଧରେ ଏକ ପୁଙ୍ଖାନୁପୁଙ୍ଖ ବିବରଣୀ ପଠାଇବା ସହ ତାଙ୍କ ବିରୋଧରେ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ୍ ଏବଂ ତତ୍ସମ୍ପର୍କୀୟ ଭାରତୀୟ ପିଙ୍ଗଳ କୋଡ୍ ଧାରା ଅଧୀନରେ ଥିବା ଆଇନ ଅନୁସାରେ ଗୃହମନ୍ତ୍ରାଳୟ ଠାରୁ ପ୍ରେଜେକ୍ୟୁସନ୍ ସାଙ୍କସନ୍ ଚାହିଁଛି।
ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ମନ୍ତ୍ରାଳୟ ସୂଚନା ଦେଇଛି କି ନାଇକ୍ଙ୍କ ବିରୋଧରେ ତଦନ୍ତ ସମାପନ ହୋଇଛି। ଭାରତୀୟ ମୁସ୍ଲିମ୍ ଯୁବକମାନଙ୍କୁ ଜେହାଦ୍ରେ ଯୋଗ ଦିଆଇବା ନିମନ୍ତେ ପ୍ରଚୋଦିତ କରିବା, ଭିନ୍ନ ଭିନ୍ନ ଧାର୍ମିକ ଦଳ ମଧ୍ୟରେ ଶତ୍ରୁତା ପ୍ରସାରଣ କରିବା ଏବଂ ସାମ୍ପ୍ରଦାୟିକ ସଦ୍ଭାବରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବା ଏବଂ ତାଙ୍କ ଏନ୍ଜିଓ 'ଇସ୍ଲାମିକ୍ ରିସର୍ଚ ଫାଉଣ୍ଡେସନ୍ (ଆଇଆର୍ଏଫ୍) ଜରିଆରେ ବ୍ୟକ୍ତି ବିଶେଷଙ୍କୁ ଜୋର୍ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାରେ ତାଙ୍କର ଭୂମିକା ସଂକ୍ରାନ୍ତରେ ଅନେକ ବଳିଷ୍ଠ ପ୍ରମାଣ ମିଳିଛି।
ଆତଙ୍କବାଦ ଷଡ଼ଯନ୍ତ୍ର ସମ୍ପର୍କୀୟ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ୍ ଆକ୍ଟ୍ର ଅତି କଠୋର ଧାରା ୧୮, ବେଆଇନ୍ ସଙ୍ଗଠନର ସଦସ୍ୟ ମାମଲାରେ ସମ୍ପୃକ୍ତ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ୍ ଆକ୍ଟ୍ର ଧାରା ୧୦ ଏବଂ ୧୨ ଓ ସାମ୍ପ୍ରଦାୟିକ ଘୃଣା ପ୍ରସାରଣ କରୁଥିବା ମାମଲା ନିମନ୍ତେ ଭାରତୀୟ ପିଙ୍ଗଳ କୋଡ୍ରେ ଥିବା ଧାରା ୧୫୩ ଭିତ୍ତିରେ ନାଇକ୍ଙ୍କ ବିରୋଧରେ ପ୍ରୋଜେକ୍ୟୁସନ୍ ସାଙ୍କ୍ସନ୍ ମଗା ଯାଇଛି।
ଗୃହମନ୍ତ୍ରାଳୟ ପ୍ରୋଜେକ୍ୟୁସନ୍ ସାଙ୍କ୍ସନ୍ ଦେବା ମାତ୍ରେ ଏନ୍ଆଇଏ ନାଇକ୍, ତାଙ୍କ ସହଯୋଗୀ ଏବଂ ଆଇଆର୍ଏଫ୍ଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ୍ କରିବ। ଏହି ଚାର୍ଜସିଟ୍କୁ ଆନୁଷ୍ଠାନିକ ପ୍ରତ୍ୟାର୍ପଣ ଅନୁରୋଧ ଭାବେ ନାଇକ୍ ବସବାସ କରୁଥିବା ଓ ବାରମ୍ବାର ପରିଭ୍ରମଣ କରୁଥିବା ମାଲେସିୟା ଏବଂ ସାଉଦି ଆରବକୁ ପଠାଯିବ।
ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ନାଇକ୍ଙ୍କ ବିରୋଧରେ କରିଥିବା ତଦନ୍ତରୁ ଜଣା ପଡ଼ିଛି ଯେ ତାଙ୍କର ଭାଷଣ ଜରିଆରେ ସେ କେତେଗୁଡ଼ିଏ ମୁସଲମାନ୍ ଯୁବକମାନଙ୍କୁ ଜେହାଦି କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହେବାକୁ ପ୍ରଭାବିତ କରୁଥିଲେ। ସେଥିରେ ଉଦ୍ବୁଦ୍ଧ ହୋଇ ସେମାନେ କେତେକ ଉଗ୍ର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମର ଅଗ୍ରଗତି ଭାବେ ସେମାନେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ନିମନ୍ତେ ବିଭିନ୍ନ ଯୋଜନା କରିଥିଲେ।
ଇଣ୍ଡିଆନ୍ ମୁଜାହିଦୀନ୍ର ସଦସ୍ୟ କ୍ୱାତୀଲ୍ ଅହମଦ୍ ସିଦ୍ଦିକିଙ୍କ ସମେତ କଥିତ ମହିଳା ଆଇଏସ୍ ଅନ୍ଲାଇନ୍ ଚୟନକାରିଣୀ ଅଫ୍ଶା ଜବୀନ ତାଙ୍କର ଉତ୍ତେଜକ ଭାଷଣ ଶୁଣି ଶୁଣି ସେଥିରେ ଉଦ୍ବୁଦ୍ଧ ହୋଇଥିବା କଥା ସ୍ୱୀକାର କରି ଥିଲେ। ଏହା ବ୍ୟତିରେକେ, ଗତ ବର୍ଷ ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିର ପାନ୍-ଇଣ୍ଡିଆ ଚଢ଼ଉରେ ଗିରଫ ହୋଇଥିବା ଆଇଏସ୍ ଚୟନକାରୀ ମୁଦାବ୍ଦିର ଶେଖ୍, ମହମ୍ମଦ ଓବାଇଦୁଲ୍ଲା ଖାଁ, ଅବୁ ଅନସ୍ ଏବଂ ମହମ୍ମଦ ଅଫୀସ୍ ଖାଁ, ଙ୍କ ସମେତ କେତେକ ସନ୍ଦିଗ୍ଧ ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ନାଇକ୍ଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ।
ଏବେ ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିର ଅପେକ୍ଷା ଗୃହମନ୍ତ୍ରାଳୟର ପ୍ରୋଜେକ୍ୟୁସନ୍ ସାଙ୍କ୍ସନ୍କୁ। ତାହା ମିଳିଯିବା ପରେ ପରେ ନାଇକ୍ ଏବଂ ତାଙ୍କର ସହଯୋଗୀମାନଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତି କରାଯାଇ ଆନୁଷ୍ଠାନିକ ପ୍ରତ୍ୟାର୍ପଣ ନିମନ୍ତେ ମାଲେସିଆ ଏବଂ ସାଉଦି ଆରବକୁ ପଠାଯିବ। | <urn:uuid:a684c488-89d7-4c4c-9f4b-78fbf296e87b> | CC-MAIN-2018-05 | http://sambad.in/india-and-beyond/nia-wants-zakir-naik-tried-under-terror-laws-13368/ | 2018-01-17T14:52:33Z | s3://commoncrawl/crawl-data/CC-MAIN-2018-05/segments/1516084886946.21/warc/CC-MAIN-20180117142113-20180117162113-00157.warc.gz | ory | 0.999972 | Orya | 5 | {"ory_Orya_score": 0.999971866607666} |
କହିବାକୁ ଗଲେ ୪ ବର୍ଷ ବୟସରେ ପିଲାମାନେ ସାଧାରଣତଃ ପାଠପଢାରେ ଦୁର୍ବଳ ହୋଇଥାନ୍ତି । ଆଉ ଖେଳ କୁଦରେ ଅଧିକ ବିଚକ୍ଷଣ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ଏଭଳି ଶିଶୁ ସଂପର୍କରେ ଜଣାଇବୁ ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ ସତ କିନ୍ତୁ ବିଶ୍ୱାସ କରିବାକୁ ଟିକେ କୁଣ୍ଠାବୋଧ କରିବେ ।
ସୂଚନା ଅନୁସାରେ, ଜର୍ଜିଆରେ ବାସକରୁଥିବା ମାତ୍ର ୪ ବର୍ଷର ଶିଶୁ ଡାଲିଆ ଅରାନା । ଏହି ପିଲାଟି ଏଯାବତ୍ ପାଖାପାଖି ୧ ହଜାରରୁ ଅଧିକ ବହି ପଢି ଶେଷ କରିସାରିଛି । ଯାହା କାରଣରୁ ଡାଲିୟା ବିଶ୍ୱରେ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏଥିପାଇଁ ଡାଲିୟାକୁ ବିଶ୍ୱର ସବୁଠାରୁ ବଡ ଲାଇବ୍ରେରୀ 'ୟୁଏସ ଲାଇବ୍ରେରୀ ଅଫ୍ କାଂଗ୍ରେସ'ରେ ଦିନକ ପାଇଁ ଲାଇବ୍ରେରିୟନ କରିଦିଆଯାଇଥିଲା । ସେଠାରେ ଥିବା ଲାଇବ୍ରେରିୟନ କାର୍ଲା ହେଡନଙ୍କ ସହ ଡାଲିୟା ଦିନକ ପାଇଁ ମଧ୍ୟ କାର୍ଯ୍ୟଭାର ସମ୍ଭାଳିବାକୁ ସୁଯୋଗ ମିଳିଥିଲା । କାର୍ଲା ଓ ଡାଲିୟାଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା । ଆଉ ଏଥିରେ ଡାଲିୟା ତାଙ୍କୁ ଲାଇବ୍ରେରୀରେ ହ୍ୱାଇଟ୍ ବୋର୍ଡ ଲଗାଇବାକୁ ପରାମର୍ଶ ଦେଇଥିଲେ । ଯାହା ଦ୍ୱାରା ପିଲାମାନେ ଏଠାରେ ଆସି ଲେଖାଲେଖି ଅଭ୍ୟାସ କରିପାରିବେ । ଆଉ ଏହି କଥାକୁ ସ୍ୱୟଂ କାର୍ଲା ଟୁଇଟ କରି ଜଣାଇଥିଲେ ।
ତେବେ ଡାଲିୟାଙ୍କୁ ଯେତେବେଳେ ମାତ୍ର ୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମ ବହି ପଢିବା ଆରମ୍ଭ କରିଥିଲେ । ଡାଲିୟାଙ୍କ ବହି ପଢିବାର ଆଗ୍ରହ ଦେଖି ତାଙ୍କ ମାଆ ତାଙ୍କୁ ଏକ ଏଭଳି ସ୍କୁଲରେ ଦାଖଲ କରିଥିଲେ ଯେଉଁଠି ଛୋଟ ପିଲାମାନଙ୍କୁ ବହି ବଢିବା ପାଇଁ ପ୍ରୋତ୍ସାହିତ କରାଯିବା ସହ ଜଣେ ପିଲା ଦିନକୁ କେତେଟା ଲେଖାଏଁ ବହି ପଢୁଛି ତାହାର ମଧ୍ୟ ହିସାବ ରଖାଯାଇଥାଏ ।
Related Stories
Stories by Team Odia | <urn:uuid:6981803d-3a30-45e1-98a0-39c064799914> | CC-MAIN-2018-05 | https://odia.yourstory.com/read/4fa5bcaa8c/- | 2018-01-18T20:01:46Z | s3://commoncrawl/crawl-data/CC-MAIN-2018-05/segments/1516084887600.12/warc/CC-MAIN-20180118190921-20180118210921-00734.warc.gz | ory | 1 | Orya | 11 | {"ory_Orya_score": 1.000000238418579} |
ଏହି ସମାଜରେ ବହୁ ସଂଖ୍ୟାରେ ସମସ୍ୟା ଭିତରେ ଫସି ରହିଥିବା ଲୋକ ରହିଛନ୍ତି | ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁଇ ବେଳା ଖାଇବା ମିଳେନାହିଁ | ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କିଛି ଲୋକ ନିଜକୁ ପ୍ରସ୍ତୁତ କରନ୍ତି ଓ ଆଗକୁ ବଢନ୍ତି | ଜୀବନକୁ ଭଲରେ କଟାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି | ପ୍ରକୃତରେ ସଫଳତା ତା'ର ପାଦ ଚୁମେ ଯିଏ ପାଣିରେ ବି ଗାର ପକାଇବାର ସାହସ ରଖେ | କାନପୁର ପାଖ ଏକ ଗାଁରେ ଜଣେ ମହିଳା ଏମିତି କିଛି କରି ଦେଖାଇଛନ୍ତି | ସେ ହେଉଛନ୍ତି ଗୁଡିୟା | ହଁ, ବାପା ମା ସ୍ନେହ ଓ ଗେଲବସରରେ ତାଙ୍କ ନାଁ ଗୁଡିୟା ରଖିଥିଲେ | ବର୍ତ୍ତମାନ ଏହି ଗୁଡିୟା କାନପୁରର ଆଖପାଖ ଗାଁ ଲୋକଙ୍କ ପାଇଁ 'ସୋଲାର ଦିଦି' ନାମରେ ପରିଚିତ | ଶୁଣିବାକୁ ଅଜବ ଲାଗିପାରେ | କିନ୍ତୁ ଏହା ସତ୍ୟ | ସୋଲାର ଦିଦି ପାଇଁ ଗୁଡିୟାଙ୍କୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡିଛି | ସଂଘର୍ଷ ସେହି କ୍ଷେତ୍ରରେ ଯେଉଁଥିରେ ସବୁବେଳେ ପୁରୁଷମାନଙ୍କର କର୍ତ୍ତୁତ୍ଵ ରହିଛି | ନିଜର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସେ ଜଣେ ସଫଳ ସୋଲାର ମେକାନିକ୍ ହୋଇ ବାହାରିଛନ୍ତି |
ଗୁଡିୟା ରାଠୋଡଙ୍କ ପୈତୃକ ଗାଁ ହେଉଛି କାନପୁରର ବିଧାନୁ ଅଂଚଳର ହଡହା ଗାଁ | ସେ ଫତେହଫୁର ଗାଁରେ ବିବାହ କଲେ | ବିବାହ ସମୟରେ ତାଙ୍କର ସ୍ଥିତି ଯେ ବହୁତ ଭଲ ଥିଲା, ତାହା କହି ହେବ ନାହିଁ | ଚାରିବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା | ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଧରି ଶାଶୁ ଘରେ ରହିବା କଷ୍ଟକର ହୋଇପଡିଥିଲା | ସେ ଚିନ୍ତା କଲେ ଶାଶୁ ଘରେ ରହି ଏ ଅଭାବ ଭିତରେ ପିଲାଙ୍କୁ ଭଲ ମଣିଷ କରିହେବ ନାହିଁ | ଗୁଡିୟା ପିଲାଙ୍କୁ ଧରି ବାପ ଘରକୁ ଚାଲିଆସିଲେ | ସେ ଆତ୍ମନିର୍ଭର ହେବାକୁ ନିଷ୍ପତି ନେଲେ | ସେ ଘରୁ ଗୋଡ କାଢିଲେ ଓ ସାମାଜିକ ସଂସ୍ଥା ଶ୍ରମିକ ଭାରତୀ ସହ ସାମିଲ ହେଲେ | ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଟେରୀ ଯୋଜନା ମାଧ୍ୟମରେ ଗାଁରେ ସୋଲାର ଲାଇଟ୍ କାର୍ଯ୍ୟକ୍ରମ ଚଲାଉଥିଲା |
ୟୋର ଷ୍ଟୋରୀକୁ ଗୁଡିୟା ନିଜର ଏହି ଦିନଗୁଡିକୁ ମନେ ପକାଇ କହନ୍ତି ,
"ଶ୍ରମିକ ଭାରତୀ ସହ ଯୋଡି ହୋଇ ପ୍ରଥମ ସୋଲାର ଲାଇଟ୍ ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେଲି | ଏବେ ସୋଲାର ଲାଇଟ୍ ର ମରାମତି କାମ ମୁଁ ଭଲ ଭାବେ କରିପାରୁଛି | ମୁଁ ପ୍ରଥମେ ଭାବିଥିଲି ଏମିତି କଣ ଅଛି ଏହି କାମରେ ଯେ କେବଳ ପୁରୁଷମାନେ କରିପାରିବେ | ଚେଷ୍ଟା କରି ଏବେ ମୁଁ ଭଲ କାମ କରିପାରୁଛି |"
ଗୁଡିୟା ଗାଁ ଗାଁ ବୁଲି ସୋଲାର ଲାଇଟ୍, ସୋଲାର ଚୁହ୍ଲା, ସୋଲାର ପଂଖା ଆଦି ଲଗାଇବା କାମ ଆରମ୍ଭ କରିଦେଲେ | ସେଗୁଡିକର ମରାମତି ମଧ୍ୟ କଲେ | ଚାରିବର୍ଷର କଡା ପରିଶ୍ରମ ଫଳରେ ଲୋକେ ତାଙ୍କୁ ସୋଲାର ଦିଦି ବୋଲି ଡାକୁଛନ୍ତି |
"ପ୍ରଥମେ ଲୋକେ ମୋତେ ଯେତେବେଳେ ସୋଲାର ଦିଦି ଡାକିଲେ, ମୋତେ ଅଜବ ଲାଗିଥିଲା | କିନ୍ତୁ ଧୀରେ ଧୀରେ ମୋତେ ବି ଏହି ନାଁ ଭଲ ଲାଗିଲା | "
ସେ ବହୁତ ଭଲ କାମ କରନ୍ତି | ଖାସ୍ ସେଇଥିପାଇଁ ବିଧାନୁ ଅଂଚଳରେ ବନପୁରା, କଠାରା,ଇଜିୟାରା, ତିବାରୀପୁର ଆଦି ୧୨ରୁ ଅଧିକ ଗାଁରେ ସୋଲାର ମେକାନିକ୍ କଥା ଉଠିଲେ କେବଳ ସୋଲାର ଦିଦିଙ୍କ ନାମ ହିଁ ଆସେ |
ଗାଁର ଜଣେ ମହିଳା ଭାରତୀଙ୍କ କହିବା କଥା ହେଲା -
"ଗାଁରେ ସୋଲାର ଲାଇଟ୍ ଖରାପ ହୋଇଗଲା, ପଂଖା ଖରାପ ହୋଇଗଲା କି ଆଉ କଣ ସୋଲାର ଜିନିଷ ଖରାପ ହୋଇଗଲା ମାତ୍ରେ ଆମେ ସୋଲାର ଦିଦିଙ୍କୁ ଫୋନ୍ ଲଗାଉ | ସୋଲାର ଦିଦି ନିଜ ବ୍ୟାଗରେ ପେଚକସ୍, ପ୍ଲାସ ଓ ସୋଲାର ଉପକରଣ ଧରି ସ୍କୁଟିରେ ଗାଁରେ ଆସି ପହଁଚିଯାନ୍ତି |"
କୁହାଯାଏ ସମୟ ସମସ୍ତଙ୍କୁ ସୁଯୋଗ ଦିଏ, ନୂଆ ରାହା ଦେଖାଏ | ଯଦି ସାମ୍ନାରେ ଥିବା ମଣିଷ ଏହାର ସଂକେତକୁ ବୁଝି ପାରିଲା, ତେବେ ତାର ସ୍ଥିତି ବଦଳିବା ନିଶ୍ଚିତ | ସେହିଭଳି ଗିଡିୟା ପୁରୁଣା ସମସ୍ୟାକୁ ନୂତନ ଦିଶା ଦେଇଥିଲେ ଓ ତାହାକୁ ସକାରାତ୍ମକ କରିପାରିଥିଲେ | ଏହି ବାଟରେ ପରିଶ୍ରମ ତ ଅଛି, କିନ୍ତୁ ଆତ୍ମନିର୍ଭର ହେବାର ଶାନ୍ତି ମଧ୍ୟ ଅଛି | ଏ ସମ୍ପର୍କରେ ଗୁଡିୟା କୁହନ୍ତି -
" ଏମିତି ଏକ ସମୟ ଆସିଥିଲା, ଯେତେବେଳ ମୋତେ ଲାଗିଲା ଏ ଜୀବନରେ ଏବେ କଣ ହେବ | କିନ୍ତୁ ସବୁ ସମସ୍ୟାରୁ ବାହାରିବା ପାଇଁ ରାସ୍ତା ଥାଏ | କିନ୍ତୁ ଆମକୁ ଏହା ବାହାର କରିବାକୁ ପଡିବ | ମୁଁ ଯାହା କରୁଛି, ମୋତେ ଖୁବ୍ ଶାନ୍ତି ମିଳୁଛି "
ଆଉ ଜଣେ ଗ୍ରାମବାସୀ କଲ୍ଲୁଙ୍କ କହିବା କଥା ହେଲା -
"ସୋଲାର ଦିଦିଙ୍କୁ ଯେତେବେଳେ ଫୋନ୍ କଲେ ସେ ନିଜ ବ୍ୟାଗ୍ ଧରି ଆସି ପହଁଚିଯାନ୍ତି | ସେଥିରେ ସେ କେବେ ଖିଲାପ କରିନାହାନ୍ତି | ଘରେ ସେଲାରକୁ ନେଇ ସବୁ ସମସ୍ୟାର ସମାଧାନ ହେଉଛନ୍ତି ସୋଲାର ଦିଦି |"
ନିଜ ବଳରେ ଏତେ ସବୁ ଗାଁରେ କାମ କରିବା କେଉଁ ପାହାଡ ଚଢାଠାରୁ ମଧ୍ୟ କମ୍ ନୁହେଁ | ସହରରେ ଯେତେ ସୁବିଧା ହେଲେ ମଧ୍ୟ ଜଣେ ମହିଳା ଘର ଘର ବୁଲି ବିଦ୍ୟୁତ୍ କିମ୍ବା ସୋଲାର ଲାଇଟ୍ ମରାମତି କରିବା ପ୍ରାୟ ଦେଖାଯାଏନି | ଗୁଡିୟା ଓରଫ ସୋଲାର ଦିଦିଙ୍କ ହିମ୍ମତ କେବଳ ପ୍ରଶଂସା ଯୋଗ୍ୟ ନୁହେଁ, ବଂର ପ୍ରେରଣାଦାୟୀ ମଧ୍ୟ | ୟୋର ଷ୍ଟୋରୀ ସୋଲାର ଦିଦିଙ୍କ ଏହି ପରିଶ୍ରମକୁ ସଲାମ୍ କରୁଛି |
Related Stories
Stories by Akhand | <urn:uuid:bccd0504-3ddc-43d0-8783-a4aff444839a> | CC-MAIN-2018-05 | https://odia.yourstory.com/read/bc1b102e8f/- | 2018-01-20T10:41:12Z | s3://commoncrawl/crawl-data/CC-MAIN-2018-05/segments/1516084889567.48/warc/CC-MAIN-20180120102905-20180120122905-00734.warc.gz | ory | 0.999973 | Orya | 9 | {"ory_Orya_score": 0.9999727010726929} |
ତାଳଚେର,୧୭/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର କଙ୍କିଳି ଉଚ୍ଚ ପ୍ର୍ରାଥମିକ ବିଦ୍ୟାଳୟରେ ରବିବାର ପୂର୍ବାହ୍ନରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗା୍ରମର ଯୁଗଜନ୍ମା ଯୁବକ ସଂଘ ଆନୁକୂଲ୍ୟରେ ତଥା ରେଡ଼କ୍ରସ ରକ୍ତଭଣ୍ଡାର,ତାଳଚେର ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୧୯ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ପ୍ରଧାନ,ବିଜେଡି ବ୍ଲକ ସଭାପତି ନିରଞ୍ଜନ ପ୍ରଧାନ,କଙ୍କିଳି ସରପଂଚ ସୁଧାକର ଦାସ,ସମିତି ସଭ୍ୟା ପ୍ରମିଳା ନାଏକ,କ୍ଲବର ସଭାପତି ବିକାଶ ପ୍ରଧାନ,ସମାଜସେବୀ କ୍ଷୀରୋଦ ସାହୁ,ଯୁବ ନେତା ରାଜେଶ ଦାସ,ଲିପୁନା ଭୁକ୍ତା,ମକରଧ୍ୱଜ ପ୍ରଧାନ,ଶେଖର ଚନ୍ଦ୍ର ମହାନ୍ତି,ଦୀପକ ପ୍ରଧାନ,ଅକ୍ଷୟ ବିଶ୍ୱାଳ,ଟୁନା ବିଶ୍ୱାଳ,ବିଶେଶ୍ୱର ପ୍ରଧାନ,ସିପୁନ ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ତାଳଚେର ରକ୍ତଭଣ୍ଡାର ଅଧିକାରୀ ଡା.ସୁବାସ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଟେକ୍ନିସିଆନ ପ୍ରସନ୍ନ କୁମାର ବେହେରା,ବିଜୟଲକ୍ଷ୍ମୀ ନାୟକ,ଗୋପାଳ ବେହେରା,ସମାଲିନ ରଥ, ଅନୁକୂଳ ଶତପଥି,ରାଜକିଶୋର ପ୍ରଧାନ,ଚନ୍ଦ୍ରମଣି ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ମୋଟ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ବିଧାୟକ ପାଣ୍ଠିରୁ ୩ଲକ୍ଷ ଟଙ୍କା ବ୍ୟୟରେ ନୂତନ କ୍ଲବ ବିଲଡିଂକୁ ଉଦଘାଟନ କରିଥିଲେ । | <urn:uuid:950bb196-36f2-48ca-83f2-7cdc2a11e2ec> | CC-MAIN-2018-05 | http://odiapua.com/%E0%AC%95%E0%AC%99%E0%AD%8D%E0%AC%95%E0%AC%BF%E0%AC%B3%E0%AC%BF-%E0%AD%9F%E0%AD%81%E0%AC%AA%E0%AC%BF-%E0%AC%B8%E0%AD%8D%E0%AC%95%E0%AD%81%E0%AC%B2%E0%AC%B0%E0%AD%87-%E0%AC%9C%E0%AD%80%E0%AC%AC/ | 2018-01-22T02:32:27Z | s3://commoncrawl/crawl-data/CC-MAIN-2018-05/segments/1516084890947.53/warc/CC-MAIN-20180122014544-20180122034544-00734.warc.gz | ory | 0.999974 | Orya | 2 | {"ory_Orya_score": 0.9999735355377197} |
ଦିନେ ପ୍ରଭାତ ସମୟରେ ଶ୍ରୀକୃଷ୍ଣ, ସାତ୍ୟକି ଓ ଉଦ୍ଧବଙ୍କ ସହ ଆଲୋଚନା କରୁଥିବା ବେଳେ ଜଣେ ଅତିଥି ଆସି ସେଠାରେ ଉପସ୍ଥିତ ହେଲେ । ଶ୍ରୀକୃଷ୍ଣଙ୍କୁ ନିବେଦନ କରି ସେ କହିଲେ, "ମହାତ୍ମନ୍, ଦୁଷ୍ଟ ଜରାସନ୍ଧ ପ୍ରାୟ କୋଡିଏ ହଜାର ରାଜାଙ୍କୁ ବନ୍ଦୀ କରି ରଖିଛି । ସେମାନଙ୍କୁ ସେ କିଛି ହେଲେବି ଖାଇବାକୁ ଦେଉ ନାହିଁ । ଭାରି ହଇରାଣ କରି କଷ୍ଟ ଦେଇ ଅତ୍ୟାଚାର କରି ସେମାନଙ୍କୁ ସେଠି ସେ ରଖିଛି । ଜରାସନ୍ଧ ହାତରେ ସେମାନଙ୍କ ଦୁର୍ଦ୍ଦଶା କଥା କହିଲେ ନ ସରେ । ସେମାନେ ସମସ୍ତେ ମୋତେ ଆପଣଙ୍କ ନିକଟକୁ ପଠାଇଛନ୍ତି । ଆପଣ କୃପାକରି ସେମାନଙ୍କୁ ଜରାସନ୍ଧର ଅତ୍ୟାଚାରରୁ ଉଦ୍ଧାର କରନ୍ତୁ । ମୁଁ ସେମାନଙ୍କ ଦୂତ ହୋଇ ଏଠାକୁ ଆସିଛି । ସେମାନେ ସମସ୍ତେ ଆପଣଙ୍କ ଶରଣ ନେଇଛନ୍ତି । କାହିଁକିନା ସେମାନେ ଭଲଭାବେ ଜାଣନ୍ତି ଯେ ଆପଣଙ୍କ ବ୍ୟତୀତ ସେମାନଙ୍କୁ ଏ ଭୟଙ୍କର କଷ୍ଟରୁ ଆଉ କେହି ମଧ୍ୟ ଉଦ୍ଧାର କରିପାରିବେ ନାହିଁ ।"
ଠିକ୍ ସେହି ସମୟରେ ନାରଦ ଆସି ସେଠାରେ ପହଁଚିଲେ । ଶ୍ରୀକୃଷ୍ଣ ନାରଦଙ୍କର ଯଥୋଚିତ ସତ୍କାର କରିବା ପରେ ନାରଦ କହିଲେ, "ଯୁଧିଷ୍ଠିର ଏବେ ରାଜସୂୟ ଯଜ୍ଞ କରୁଛନ୍ତି । ତାଙ୍କର ଇଚ୍ଛା ଆପଣହିଁ ସେହି ଯଜ୍ଞର ଅଧ୍ୟକ୍ଷ ହୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ସମସ୍ତ ମିତ୍ର ରାଜାମାନେ ଆପଣଙ୍କ ପ୍ରତୀକ୍ଷାରେ ଅଛନ୍ତି । ସେଠାକୁ ଶୀଘ୍ର ଗମନ କରନ୍ତୁ ।"
ଦୁଇଟି ମହତ୍ତ୍ୱପୂର୍ଣ୍ଣ କାମ ପାଇଁ ଡାକରା ଆସିଥିବାରୁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଲେ, "ଏ ଦୁଇଟି କାର୍ଯ୍ୟ ମହତ୍ତ୍ୱପୂର୍ଣ୍ଣ । କେଉଁଟି ପ୍ରଥମେ କରିବି?"
ଏକଥା ଶୁଣି ଉଦ୍ଧବ କହିଲେ, "ଜରାସନ୍ଧକୁ ସଂହାର କରିବା ପାଇଁ କୌଣସି ଏକ ବିଶେଷ ସମୟ ଖୋଜିବାର ଆବଶ୍ୟକତା ନାହିଁ । କାରଣ ରାଜସୂୟ ଯଜ୍ଞ କରିବା ବେଳେ ଯୁଧିଷ୍ଠିରଙ୍କୁ ଅନେକ ରାଜ୍ୟ ଜିତିବାକୁ ହେବ । ସେହି ଅବସରରେ ଏହି ପ୍ରଥମ କାର୍ଯ୍ୟଟି ମଧ୍ୟ କରାଯାଇ ପାରେ । ତେଣୁ ଆପଣ ପ୍ରଥମରେ ଯୁଧିଷ୍ଠିରଙ୍କ ପାଖକୁ ଯାଆନ୍ତୁ । ସେଠାରେ ସୁବିଧା ଦେଖି ଜରାସନ୍ଧକୁ ପରାଜିତ କରିବେ । ନଚେତ୍ ରାଜସୂୟ ଯଜ୍ଞ ସୁରୁଖୁରୁରେ ହୋଇ ପାରିବ ନାହିଁ । ପୁନଶ୍ଚ ଜରାସନ୍ଧକୁ ସୈନ୍ୟବଳ ଦ୍ୱାରା ମାରିବା ଆଦୌ ସମ୍ଭବ ନୁହେଁ । ଯଦି କୌଣସି ମତେ ଭୀମସେନ ସେଠାକୁ ଯାଇ ତା' ସହିତ ଦ୍ୱନ୍ଦଯୁଦ୍ଧ କରନ୍ତେ ତେବେ ତାକୁ ସେ ହରାଇ ପାରନ୍ତେ । ଏବେ ଆପଣଙ୍କର ଯାହା ଇଛା ।"
ଉଦ୍ଧବଙ୍କ କଥା ଶ୍ରୀକୃଷ୍ଣଙ୍କର ବହୁତ ପସନ୍ଦ ହେଲା । ସେ ବଳରାମ ଓ ଅନ୍ୟାନ୍ୟ ଗୁରୁଜନଙ୍କ ପାଖରୁ ବିଦାୟ ନେଇ ଯୁଧିଷ୍ଠିରଙ୍କ ନିକଟକୁ ପ୍ରସ୍ଥାନ କରିବାକୁ ରଥ ସଜ୍ଜା ପାଇଁ ଆଦେଶ ଦେଲେ । ଜରାସନ୍ଧ ବନ୍ଦୀ କରିଥିବା ରାଜାମାନଙ୍କ ପାଖରୁ ଆସିଥିବା ପ୍ରତିନିଧିକୁ ଶ୍ରୀକୃଷ୍ଣ କହିଲେ, "ପରିସ୍ଥିତି ତ ଦେଖୁଛ । ସେମାନଙ୍କୁ ଯାଇ କୁହ ଆଉ ବେଶି ଡେରି ନାହିଁ । ମୁଁ ଅବଶ୍ୟ ଶୀଘ୍ର ଯାଇ ଜରାସନ୍ଧକୁ ମାରି ସେମାନଙ୍କୁ ଉଦ୍ଧାର କରିବି । ଏବେ ସେମାନେ ଧୈର୍ଯ୍ୟ ଧରି ରହିଥା'ନ୍ତୁ ଏବଂ ଜରାସନ୍ଧ ବଧ ବିଷୟରେ ନିଶ୍ଚିନ୍ତ ଥା'ନ୍ତୁ ।"
ତା'ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ପାଖକୁ ଗଲେ । ଶ୍ରୀକୃଷ୍ଣ ଆସୁଥିବାର ସମ୍ବାଦ ଶୁଣି ସମସ୍ତେ ଆନନ୍ଦ ମନରେ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବାକୁ ଏକତ୍ରିତ ହେଲେ ।
ଶ୍ରୀକୃଷ୍ଣ ପହଁଚିବା ମାତ୍ରେ ନିଜେ ଯୁଧିଷ୍ଠିର ତାଙ୍କୁ ଆଲିଙ୍ଗନ କରି ପାଛୋଟି ଆଣିଲେ । ନାନା ସାଜସଜ୍ଜା ତୋରଣ ଆଦି ଦ୍ୱାରା ଶୋଭିତ ଇନ୍ଦ୍ରପ୍ରସ୍ଥର ପ୍ରଧାନ ମାର୍ଗ ଦେଇ ରଥ ଆସୁଥାଏ । ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ବିପୁଳ ସଂଖ୍ୟାରେ ନରନାରୀ ଆସି ଭିଡ କରିଥା'ନ୍ତି ।
ଶ୍ରୀକୃଷ୍ଣଙ୍କ ରଥ ଧୀରେ ଧୀରେ ଚାଲୁଥାଏ ଯଦ୍ୱାରା ସମସ୍ତେ ତାଙ୍କର ଦର୍ଶନ ଅତି ସୁବିଧାରେ କରିପାରିବେ; ତା'ପରେ ରଥ ପ୍ରାସାଦ ଭିତରେ ପ୍ରବେଶ କଲା । ଶ୍ରୀକୃଷ୍ଣ ପ୍ରଥମେ ତାଙ୍କ ପିଉସୀ କୁନ୍ତୀଙ୍କୁ ଯାଇ ଦେଖାକଲେ ଓ ପରେ ସେ କୁନ୍ତୀଙ୍କ ବୋହୁମାନଙ୍କ ସହ ଦେଖାକଲେ ।
ଶ୍ରୀକୃଷ୍ଣ ତ ପାଣ୍ଡବମାନଙ୍କର ପ୍ରିୟାଦପି ପ୍ରିୟ ଥିଲେ । ପୁଣି ଅର୍ଜୁନ, ଶ୍ରୀକୃଷ୍ଣଙ୍କର ସମ୍ବନ୍ଧ ଯୁଗଯୁଗର, ଲୋକୋତର । ପାଣ୍ଡବମାନଙ୍କ ସହିତ ଶ୍ରୀକୃଷ୍ଣ ଏକାଠି ଆହାର ବିହାର କରୁଥା'ନ୍ତି । ଅନେକ କଥାବାର୍ତ୍ତା ଓ ଆଳାପ ଆଲୋଚନା ମଧ୍ୟରେ ଯୁଧିଷ୍ଠିର ରାଜସୂୟ ଯଜ୍ଞ କଥା ଶ୍ରୀକୃଷ୍ଣଙ୍କୁ କହିଲେ ।
ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, "ଆପଣ ରାଜସୂୟ ଯଜ୍ଞ କରିବା ପାଇଁ ସଂକଳ୍ପ କରିଛନ୍ତି ଏହା ଶୁଣି ମୁଁ ବଡ ଖୁସି ହେଲି । ସେଥିପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଗ୍ରହଣ କରନ୍ତୁ । ଦିଗ୍ବିଜୟ କରିବା ପାଇଁ ଆପଣଙ୍କର ଦିକ୍ପାଳକ ପରି ବୀରଶ୍ରେଷ୍ଠ ଚାରି ଭାଇ ଅଛନ୍ତି; ସେମାନେ ଚାରିଦିଗକୁ ଯାଇ ସମସ୍ତ ରାଜ୍ୟ ଜୟ କରି ଆପଣଙ୍କ ପାଦ ତଳେ ସେସବୁ ସମର୍ପଣ କରିପାରିବେ । ମୋର ଶୁଭେଚ୍ଛା, ସ୍ନେହ, ପ୍ରେମ ସବୁ ଆପଣମାନଙ୍କ ପାଇଁ ରହିଛି । ଆପଣଙ୍କ ସଂକଳ୍ପିତ ଯଜ୍ଞ ନିଶ୍ଚୟ ସଫଳତାର ସହିତ ସମ୍ପନ୍ନ ହେବ ।"
ଶ୍ରୀକୃଷ୍ଣଙ୍କ କଥା ଶୁଣି ସେ ବହୁତ ଆନନ୍ଦିତ ହେଲେ । ଏହାପରେ ସେ ତାଙ୍କ ଚାରିଜଣ ଭାଇଙ୍କୁ ଚାରି ଦିଗକୁ ଦିଗ୍ବିଜୟ କରିବା ପାଇଁ ପଠାଇଦେଲେ । ସହଦେବ ଦକ୍ଷିଣ ଦିଗକୁ ଗଲେ, ନକୁଳ ପଶ୍ଚିମକୁ, ଅର୍ଜୁନ ଉତ୍ତରକୁ, ଆଉ ଭୀମସେନ ପୂର୍ବଦିଗକୁ ଗଲେ । ରାଜସୂୟ ଯଜ୍ଞ ସମ୍ପନ୍ନ କରିବା ପାଇଁ ବିପୁଳ ଧନ ଧରି ସେ ଚାରିଭାଇ ଲେଉଟି ଆସିଲେ ଓ ସେସବୁକୁ ସେମାନେ ଯୁଧିଷ୍ଠିରଙ୍କୁ ସମର୍ପଣ କଲେ । | <urn:uuid:2191ddcc-28fb-422b-9308-20daaf2c0d72> | CC-MAIN-2018-05 | http://odiagapa.com/%E0%AC%95%E0%AD%83%E0%AC%B7%E0%AD%8D%E0%AC%A3%E0%AC%BE%E0%AC%AC%E0%AC%A4%E0%AC%BE%E0%AC%B0-15/ | 2018-01-23T02:09:24Z | s3://commoncrawl/crawl-data/CC-MAIN-2018-05/segments/1516084891705.93/warc/CC-MAIN-20180123012644-20180123032644-00242.warc.gz | ory | 1.000008 | Orya | 7 | {"ory_Orya_score": 1.0000079870224} |
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଆଜି ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୭ ପ୍ଲସ୍ର ବ୍ଲୁ ରଙ୍ଗର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏହାର ମୂଲ୍ୟ ୨୧.୯୯୦ ଟଙ୍କା ରହିଛି । ଗ୍ରାହକ ଏହାର ପ୍ରି-ବୁକ୍ ନଭେମ୍ବର ୧୦ ତାରିଖ ଠାରୁ ଆମାଜନ୍ରେ କରିପାରିବେ । ନଭେମ୍ବର ୧୫ ତାରିଖ ଠାରୁ ଏହା ଷ୍ଟୋର୍ରେ ଉପଲବ୍ଧ ହେବ । ଏହା ବଜାରରେ ଚ୍ୟାମ୍ପାଜେନ୍ ଗୋଲ୍ଡ ଏବଂ ମାଟେ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେଉଛି ।
ଏହି ଅବସରରେ ଭିଭୋ ଇଣ୍ଡିଆର ମୁଖ୍ୟ ବିପଣନ ଅଧିକାରୀ ଶ୍ରୀ କେନ୍ନି ଜେଙ୍ଗ୍ କହିଲେ, " ଭି-୭ ପ୍ଲସ୍ ସ୍ମାର୍ଟଫୋନ୍ର ବ୍ଲୁ ରଙ୍ଗର ବଜାର ପ୍ରବେଶ ସହିତ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ଏହି ନୂତନ ସ୍ମାର୍ଟଫୋନ୍ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ ।"
ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୨ ରାଜ୍ୟର ୪୦୦ରୁ ଅଧିକ ସହରରେ କମ୍ପାନୀର ୪୦୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମୁ୍ୟଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଥିବାବେଳେ ୨୦୧୬ ଏବଂ ୨୦୧୭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରୋତ୍ସାହକ ଥିଲା । ଆଗାମୀ ୫ ବର୍ଷ ଧରି ଏହା ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବ । ସେହିପରି ୨୦୧୭ରେ ଏହା ପ୍ରୋ କବାଡିର ୫ ବର୍ଷିଆ ପ୍ରୋତ୍ସାହକ ଅଧିକାର ହାସଲ କରିଛି । ବିଶ୍ୱସ୍ତରରେ ଏହା ୨୦୧୮ ଏବଂ ୨୦୨୨ ଫିଫା ବିଶ୍ୱକପ୍ର ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବ । | <urn:uuid:629d0136-5249-4af6-a444-b4c7cf046b4e> | CC-MAIN-2018-05 | http://odishan.com/21774 | 2018-01-17T09:10:01Z | s3://commoncrawl/crawl-data/CC-MAIN-2018-05/segments/1516084886860.29/warc/CC-MAIN-20180117082758-20180117102758-00478.warc.gz | ory | 1.000007 | Orya | 5 | {"ory_Orya_score": 1.0000065565109253} |
'ଅର୍ଥ ବିନା ସବୁ ଅନର୍ଥ' । ଯାହାର ଅର୍ଥ, ସ୍ୱଚ୍ଛଳତାର ମାପଦଣ୍ଡ; ମାନ ଏବଂ ଶକ୍ତିର ପ୍ରତୀକ । ଆଜି ଯେଉଁ ମୁଦ୍ରା ପ୍ରଚଳିତ ହେଉଛି ତାହା ପୂର୍ବରୁ ନଥିଲା । କାରଣ ପୁରୁଣା କାଳରେ ବସ୍ତୁ ବିନମୟ ଦ୍ୱାରା ବାଣିଜ୍ୟ କାରବାର କରାଯାଉଥିଲା । ତେବେ ଆସନ୍ତୁ ଜାଣିବା ଆମର ଅତି ପ୍ରିୟ ତଥା ଜୀବନର ଏକମାତ୍ର ସାହାରା ଟଙ୍କା ସଂପର୍କରେ କିଛି ରୋଚକ ତଥ୍ୟ ।
• ପ୍ରଥମେ ପେପର ବା କାଗଜ ଟଙ୍କାର ପ୍ରଚଳନ ଆରମ୍ଭ ହୋଇଥିଲା ଚୀନରେ । ୮ମ ଶତାଦ୍ଦୀ ବେଳକୁ ଏହା ପ୍ରଚଳିତ ହୋଇଥିଲା ବୋଲି ବିଶେଷଜ୍ଞଙ୍କ ମତ ରହିଛି । ଭାରତରେ ୧୮ଶ ଶତାଦ୍ଦୀରେ କିନ୍ତୁ ଘରୋଇ ବ୍ୟାଙ୍କ ଯେପରି ବ୍ୟାଙ୍କ ଅଫ୍ ବମ୍ବେ, ବ୍ୟାଙ୍କ ଅଫ୍ ମାଡ୍ରାସରେ ପେପର ତଥା କାଗଜ ଟଙ୍କାର ପ୍ରଚଳନ କରିଥିଲା ।
• ୧୮୬୧ରେ ଭାରତ ସରକାର ନିଜେ ନୋଟ୍ ଛାପିବା ଆରମ୍ଭ କରିଥିଲେ ।
• ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଅନେକ ଦେଶ ତଥା ଓମାନ୍, କୁଏତ୍, ବାହରିନ୍ ଓ କେନିଆ ଭଳି ଦେଶରେ ଭାରତୀୟ ଟଙ୍କା ପ୍ରଚଳିତ ଥିଲା ।
• ୧୯୧୭ବେଳକୁ ଭାରତୀୟ ମୁଦ୍ରାର ମୂଲ୍ୟ ଯୁକ୍ତରାଷ୍ଟ୍ରର ଡଲାରଠାରୁ ଅଧିକ ଥିଲା ।
• ନୋଟ୍ ଗୁଡିକର ତଥା କାଗଜର ଜୀବନକାଳ ସେମାନଙ୍କ ଚଳନି ଉପରେ ନିର୍ଭର କରିଥାଏ । ଯେତେ ଛୋଟ ମୂଲ୍ୟର ନୋଟ୍ ତାର ଜୀବନକାଳ ମଧ୍ୟ କମ୍ ହୋଇଥାଏ । ଯେପରିକି, ୧୦ ଟଙ୍କିଆ ନୋଟର ଜୀବନକାଳ ପାଖାପାଖି ୨ ବର୍ଷ ହୋଇଥିବାବେଳେ ୧୦୦ ଟଙ୍କିଆ ନୋଟର ଜୀବନକାଳ ହୋଇଥାଏ ୩ରୁ୪ ବର୍ଷ । ସେହିପରି ୫୦୦ ଓ ୧୦୦୦ ଟଙ୍କିଆ ନୋଟର ଜୀବନକାଳ ହୋଇଥାଏ ୫ରୁ ୭ ବର୍ଷ ।
• ୧୯୫୪ରୁ ୧୯୭୮ ମସିହା ପର୍ଯ୍ୟନ୍ତ ୫୦୦୦ ଓ ୧୦,୦୦୦ ଟଙ୍କିଆ ନୋଟର ପ୍ରଚଳନ ଥିଲା ।
• ନୋଟ୍ ଉପରେ ହିନ୍ଦୀ, ଇଂରାଜୀ ବ୍ୟତୀତ ୧୫ଟି ଆଂଚଳିକ ଭାଷାରେ ଲିଖନ ହୋଇଥାଏ ।
• ଦୃଷ୍ଟିହୀନମାନଙ୍କର ସୁବିଧା ପାଇଁ ମଧ୍ୟ ଟଙ୍କାରେ ବିଭିନ୍ନ ଆକୃତିର ଚିହ୍ନ ଛପାଯାଇଥାଏ । ଯେପରିକି, ୧୦୦୦ ଟଙ୍କା ପାଇଁ ହିରା,୫୦୦ ଟଙ୍କିଆ ପାଇଁ ବୃତ୍ତ, ୧୦୦ ଟଙ୍କିଆ ପାଇଁ ତ୍ରିକୋଣ ,୫୦ ଟଙ୍କିଆ ପାଇଁ ଚତୁର୍ଭୁଜ, ୨୦ ଟଙ୍କିଆ ପାଇଁ ଆୟତ ଚିତ୍ର ଏବଂ ୧୦ ଟଙ୍କିଆ ପାଇଁ କୌଣସି ଚିହ୍ନ ନଥାଏ ।
• ଟଙ୍କା ବା ମୁଦ୍ରାରେ ଲେଖାଯାଇଥିବା ବର୍ଷର ଠିକ୍ ତଳକୁ କିଛି ଚିହ୍ନ ମୁଦ୍ରିତ କରାଯାଇଥାଏ । ଯାହା ଟଙ୍କା ମୁଦ୍ରଣର ସ୍ଥାନକୁ ସୂଚିତ କରିଥାଏ । ଯେପରି, ଦିଲ୍ଲୀ ପାଇଁ ଏକ ଡଟ୍ ,ମୁମ୍ବାଇ ପାଇଁ ଏକ ହିରା, ହାଇଦ୍ରାବାଦ ପାଇଁ ଏକ ତାରା ଚିହ୍ନ ଏବଂ କୋଲକତାରେ ମୁଦ୍ରଣ କରାଯାଇଥିଲେ ଆଦୌ କୋଣସି ଚିହ୍ନ ନଥାଏ ।
• ଖାଲି ସେତିକି ନୁହେଁ ନୋଟରେ ଆଇ,ଜେ, ଓ, ଏକ୍ସ, ୱାଇ, ଜେଡ୍ ଆଦି ଅକ୍ଷର ଦେଖିବାକୁ ମିଳି ନଥାଏ ।
ଏହାସହ ମଧ୍ୟ ପଢନ୍ତୁ-କାହିଁକି ଧଳା ରଙ୍ଗର ପୋଷାକ ପିନ୍ଧନ୍ତି କୋଲକତା ପୋଲିସ୍ ? ଜାଣନ୍ତୁ ଏହାର ଇତିହାସ | <urn:uuid:c9cbe30b-58d6-4fda-8bc4-ecf1e8f6b437> | CC-MAIN-2018-05 | http://kanaknews.com/special-10-interestung-facts-you-probably-did-not-know-about-the-indian-rupees/ | 2018-01-23T03:52:53Z | s3://commoncrawl/crawl-data/CC-MAIN-2018-05/segments/1516084891706.88/warc/CC-MAIN-20180123032443-20180123052443-00478.warc.gz | ory | 1.000002 | Orya | 6 | {"ory_Orya_score": 1.0000019073486328} |
ଭୁବନେଶ୍ୱର : ଗୁରୁବାରଠାରୁ ରାଜଧାନୀର ହୋଟେଲ ଟ୍ରାଇଡେଣ୍ଟରେ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ 'ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍'। 'ସମ୍ବାଦ ଗ୍ରୁପ୍' ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମାରୋହକୁ ଦୁଇ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଶିଷ୍ଟ ଲେଖକ ମନୋଜ ଦାସ ଓ ରସ୍କିନ୍ ବଣ୍ଡ ଉଦ୍ଘାଟନ କରିବେ। ପ୍ରଖ୍ୟାତ ସାମ୍ବାଦିକ ତଥା ଲେଖକ ମାର୍କ ଟଲିଙ୍କ ସମେତ ଦେଶ ଓ ରାଜ୍ୟର ବହୁ ଖ୍ୟାତାନାମା ବ୍ୟକ୍ତି, ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାର, ସାମ୍ବାଦିକ ଓ ରାଜନେତା ଏହି ସମାରୋହରେ ଯୋଗଦେବେ। ବିଭିନ୍ନ ଅଧିବେଶନରେ ଅତିଥିମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ମତ ବିନିମୟ କରିବେ। ସମାରୋହର ଅନ୍ତିମ ଦିବସରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ବେଶ୍ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଛି।
ଉଦ୍ଘାଟନୀ ଅଧିବେଶନରେ ମନୋଜ ଦାସ ତାଙ୍କ ସାମଗ୍ରିକ ଲେଖା ଉପରେ ବକ୍ତବ୍ୟ ରଖିବା ପରେ ରସ୍କିନ୍ ବଣ୍ଡ ଓ ମାର୍କ ଟଲିଙ୍କ ସହ ଆଲୋଚନା କରିବେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ। ଦ୍ୱିତୀୟ ଦିନର ଅଧିବେଶନରେ ମନୋଜ ଦାସ, ରସ୍କିନ୍ ବଣ୍ଡ, ପଞ୍ଚମୀ ମାନୁ ଉକିଲ, ବ୍ରିଟିଶ କବୟିତ୍ରୀ ନିଆ ଡେଭିସ୍, କନ୍ନଡ଼ ଲେଖିକା ମମତା ସାଗର, ମରାଠୀ ଲେଖକ କିରଣ ନାଗରକର, ସାମ୍ବାଦିକ ତଥା ଔପନ୍ୟାସିକ ପ୍ରୟାଗ ଆକବର, ମାଳବିକା ବାନାର୍ଜୀ, ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ପଞ୍ଚାନନ ମହାନ୍ତି, 'ସମ୍ବାଦ' ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ଦେବାଶିଷ ପାଣିଗ୍ରାହୀ, ଲେଖିବା ପ୍ରତିଭା ଶତପଥୀ ଓ ପାରମିତା ଶତପଥୀ, ଅନନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନରେ ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା ରହିଛି।
ଅନ୍ତିମ ଦିନର ଅଧିବେଶନରେ ପି.ଚିଦାମ୍ବରମ୍ଙ୍କ ସହ 'ସମ୍ବାଦ' ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଜାତୀୟ ଅର୍ଥନୀତି ନେଇ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସୀତାଙ୍କ ରାମାୟଣ ଓ ପିଲାଙ୍କ ମହାଭାରତର ରଚୟିତା ସଂହିତା ଆର୍ଣ୍ଣି, ତେଲୁଗୁ ଲେଖିକା ଭାଲ୍ଗୋ, ନୃତ୍ୟାଙ୍ଗନା ଅନିତା ରତ୍ନମ୍, ଅଭିନେତ୍ରୀ ନନ୍ଦିତା ଦାଶ, ରସିକା ଦୁଗ୍ଗଲ, ସାମ୍ବାଦିକ ଅର୍ଣ୍ଣବ ରାୟ, ଲେଖକ ରବି ସୁବ୍ରମଣ୍ୟମ, ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା, ଗୌରହରି ଦାସ, ଯତୀନ୍ଦ୍ର ନାୟକ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ବିଜେଡି ସାଂସଦ ପିନାକୀ ମିଶ୍ର ଓ କଂଗ୍ରେସ ନେତା ମନୀଷ ତିଓ୍ଵାରି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିବେ। | <urn:uuid:11ee4c32-1431-4842-b665-e53aaae04b26> | CC-MAIN-2018-05 | http://sambad.in/state/tata-steel-bhubaneswar-literary-meet-today-63064/ | 2018-01-23T23:51:33Z | s3://commoncrawl/crawl-data/CC-MAIN-2018-05/segments/1516084892802.73/warc/CC-MAIN-20180123231023-20180124011023-00478.warc.gz | ory | 0.999975 | Orya | 5 | {"ory_Orya_score": 0.9999746084213257} |
ଭୁବନେଶ୍ୱର: ଓଡ଼ିଆ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡାଙ୍କ ଶିଶୁ ଅଧିକାର ଉପରେ ପର୍ଯ୍ୟବସିତ ଫିଲ୍ମ 'ସାବାସ୍ ବିଜୁ' ୨୦ତମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହେବାପରେ ଏବେ ଆଉଜଣେ ଓଡ଼ିଆ ନିର୍ମାତା ବାଜି ମାରିଛନ୍ତି। ଯୁବ ନିର୍ମାତା ଓ ନିର୍ଦ୍ଦେଶକ ଶିଶିର ସାହୁଙ୍କ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର 'ଫର୍ଚ୍ଚା' ବମ୍ବେରେ ହେବାକୁ ଥିବା ୧୯ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଆସନ୍ତା ୧୨ ତାରିଖରୁ ଏଠାରେ ହେବାକୁ ଥିବା ସପ୍ତାହବ୍ୟାପୀ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଲାର୍ଜ ଶର୍ଟ ଫିଲ୍ମସ କାଟାଗୋରୀରେ ପ୍ରଦର୍ଶିତ ହେବ। ଫିଲ୍ମ ଫେଷ୍ଟିଭାଲରେ ମୋଟ ୪୯ ରାଷ୍ଟ୍ରରୁ ୫୧ଟି ଭାଷାର ୨୨୦ ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିବା ବେଳେ ସେଥିରେ ଏକ ଓଡ଼ିଆ ଫିଲ୍ମ ରହିବା ଓଡ଼ିଶାବାସୀଙ୍କ ପାଇଁ ଖୁସିର ବିଷୟ। ଫିଲ୍ମର ସମସ୍ତ ଦୃଶ୍ୟ କଟକରେ ଶୁଟିଂ ହୋଇଛି। ଏହାର କାହାଣୀ ଯୁଗ ଯୁଗରୁ ରହିଆସିଥିବା ଓଡ଼ିଶାର ସାମାଜିକ କଥା ଉପରେ ଆଧାରିତ ହୋଇଛି। ଫିଲ୍ମର ପ୍ରଯୋଜନା ପିନାକୀ ସିଂ ରାଜପୁତ କରିଛନ୍ତି। କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ୍ରୁ ଶିକ୍ଷାଗ୍ରହଣ କରିଥିବା ଶିଶିର ଆଶୁତୋଷ ଗୋଓ୍ବାରିକରଙ୍କ ନିର୍ଦ୍ଦେଶିତ ଏବଂ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ 'ମହେଞ୍ଜୋଦାରୋ'ରେ ସହନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ୫ବର୍ଷ ଅଭିଜ୍ଞତା ରହିଥିବା ବେଳେ 'ଫର୍ଚ୍ଚା' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ। | <urn:uuid:83b2f438-3c1a-437f-94a4-7a4ea1e412ad> | CC-MAIN-2018-05 | http://www.dharitri.com/main/news/6111 | 2018-01-23T23:45:52Z | s3://commoncrawl/crawl-data/CC-MAIN-2018-05/segments/1516084892802.73/warc/CC-MAIN-20180123231023-20180124011023-00478.warc.gz | ory | 1.000002 | Orya | 4 | {"ory_Orya_score": 1.0000016689300537} |
କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ପଞ୍ଚାୟତରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏମପିଲାଡ୍ ଫଣ୍ଡରୁ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ ନେଇ ବିଜେଡ଼ି ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡ଼ି ନିଶ୍ଚିନ୍ତ କୋଇଲି ବ୍ଲକ୍ ସଭାପତି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ କଟକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଥିବା ବେଳେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ଉଦ୍ଘାଟନ ହେବା ଜରୁରି ଦର୍ଶାଇ ବୁହାଳ ସରପଞ୍ଚ ଏହାର ବ୍ୟବସ୍ଥା ପାଇଁ ପ୍ରଶାସନକୁ ଚିଠି ଲେଖିଛନ୍ତି। ଏହିପରି ପରସ୍ଥିିତିରେ ଆଜି ସାଂସଦ ଶ୍ରୀ ପଣ୍ଡା ବୁହାଳ ଯାଇ ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ତଳେ ବିଜେଡ଼ି ନେତ୍ରୀ ତଥା ବ୍ଲକ୍ ଅଧ୍ୟକ୍ଷାଙ୍କ ନେତୃତ୍ୱରେ କେତେକ ମହିଳା ସାଂସଦଙ୍କୁ ବିରୋଧ କରି ନିରବ ଧାରଣା ଦେଇଛନ୍ତି। ନିଶ୍ଚିନ୍ତକୋଇଲିରେ ସାଂସଦଙ୍କୁ ବିରୋଧ କରି ବିଜେଡିର ଏକ ଗୋଷ୍ଠୀ ନିରବ ପ୍ରତିବାଦ କରୁଥିବା ବେଳେ ବୁହାଲୋ ଗ୍ରାମବାସୀ ସାଂସଦଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି। ତେବେ ଏ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି। | <urn:uuid:a42bbe59-ea18-4026-8ca1-e696aa26b413> | CC-MAIN-2018-05 | http://sambad.in/district/bjd-protests-mp-baijayant-panda-63355/ | 2018-01-19T03:49:34Z | s3://commoncrawl/crawl-data/CC-MAIN-2018-05/segments/1516084887729.45/warc/CC-MAIN-20180119030106-20180119050106-00730.warc.gz | ory | 0.999985 | Orya | 6 | {"ory_Orya_score": 0.9999852180480957} |
ଭୁବନେଶ୍ଵର,୨୪ ଏପ୍ରିଲ (ଓଡିଶା ଡଟ କମ), ଭୁବନେଶ୍ଵର ରେ ଥିବା ରମାଦେବୀ ସ୍ଵୟଂ ଶାସିତ ମହିଳା ମହାବିଦ୍ୟାଳୟ ଓ ଗଞ୍ଜାମ ଜିଲ୍ଲାରେ ଥିବା ଖଲ୍ଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ ସରକାର ନେଇଥିବା ନିଷ୍ପତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇଛନ୍ତି।
ଖୁବଶୀଘ୍ର ସରକାର ଏ ସମ୍ପର୍କୀୟ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ବିଜ୍ଞପ୍ତି ପ୍ରକାଶ ପାଇଲେ ରମାଦେବୀ ମହିଳା ମହାବିଦ୍ୟାଳୟ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନାମରେ ନାମିତ ହେବ । ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହିଳା ମହାବିଦ୍ୟାଳୟ ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ରହିବେ ।
ସେହିପରି ବ୍ରହ୍ମପୁରୁ ସ୍ଥିତ ଖଲ୍ଲିକୋଟ ମହାବିଦ୍ୟାଳୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ' ନାମରେ ନାମିତ ହେବ । ଏହା ଅଧୀନରେ ବ୍ରହ୍ମପୁର ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ, ବ୍ରହ୍ମପୁର ଏସବିଆରଜି ମହାବିଦ୍ୟାଳୟ, ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟ ଓ ଛତ୍ରପୁରର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରହିବ ।
ସେହିପରି ସମ୍ବଲପୁର ଗଙ୍ଗାଧର ମେହର ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ମଧ୍ୟ ବିଶ୍ଵବିଦ୍ୟାଳୟ ର ମାନ୍ୟତା ଦେବାପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଇଛନ୍ତି।
ଓଡିଶା ଡଟ କମ | <urn:uuid:b01dcef3-c118-4497-b90f-0411349afa8d> | CC-MAIN-2018-05 | http://www.odisha.com/2015/04/24/%E0%AC%B0%E0%AC%AE%E0%AC%BE%E0%AC%A6%E0%AD%87%E0%AC%AC%E0%AD%80-%E0%AC%96%E0%AC%B2%E0%AD%8D%E0%AC%B2%E0%AC%BF%E0%AC%95%E0%AD%8B%E0%AC%9F-%E0%AC%AE%E0%AC%B9%E0%AC%BE%E0%AC%AC%E0%AC%BF%E0%AC%A6/ | 2018-01-19T03:11:10Z | s3://commoncrawl/crawl-data/CC-MAIN-2018-05/segments/1516084887729.45/warc/CC-MAIN-20180119030106-20180119050106-00730.warc.gz | ory | 1.000004 | Orya | 49 | {"ory_Orya_score": 1.0000041723251343} |
ଭୁବନେଶ୍ୱର: ସରକାର ବିପିୟୁଟି ଛାତ୍ରଛାତ୍ରୀଙ୍କଠାରୁ ନିୟୁକ୍ତି ପାଇଁ ଶହେ ଟଙ୍କା ଆଦାୟର ପ୍ରତିବାଦ ଓ ଚିଟଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ଶତାଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିକ୍ଷୋଭ କରିଛନ୍ତି। ଆଜି ଶତାଧିକ ଯୁବମୋର୍ଚ୍ଚା କର୍ମୀ ବିଜେପି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ ଓ ବିଧାନସଭା ଘେରାଉ କରିବା ପାଇଁ ଉଦ୍ୟମ କଲାବେଳେ ପୋଲିସ୍ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ୍ ଅଟକ ରଖିଛି।
ଯୁବ ବିଜେପି ମୋର୍ଚ୍ଚା ନେତ୍ରୀ ମାନସୀ ମଞ୍ଜରୀ ରାୟ କହିଛନ୍ତି, "୧୬ ବର୍ଷ ହେବ ବିଜେଡି ଶାସନ କରୁଛି। କିନ୍ତୁ ଯୁବ ସମାଜ ପାଇଁ ସେ କିଛି କରିନାହିଁ।"
କାର୍ଯ୍ୟକାରିଣୀ ସଦସ୍ୟ ବିମଳେନ୍ଦୁ ଭୋଳ କହିଛନ୍ତି, "ନବୀନ ସରକାରଙ୍କ ଚିଟଫଣ୍ଡ ଦୁର୍ନୀତି ଓ ଛାତ୍ରମାନଙ୍କୁ ୧୦୦ ଟଙ୍କା ନେଇ ନିୟୁକ୍ତି ନ ଦେବା ବିରୋଧରେ ଆଜି ଆମେ ଆନ୍ଦୋଳନ କରିଛୁ। ଆମେ ନବୀନ ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରୁଛୁ। ଏହି ଆନ୍ଦୋଳନକୁ ଆମେ ମଣ୍ଡଳ ଓ ବ୍ଲକ ସ୍ତରରେ ମଧ୍ୟ ବିରୋଧ କରିବୁ।" | <urn:uuid:e482e5aa-3e59-4e76-826c-05bad5ade385> | CC-MAIN-2018-05 | http://odishareporter.in/odisha/bhubanswer-yubamucha-karmi-nka-bikhava/ | 2018-01-20T22:28:01Z | s3://commoncrawl/crawl-data/CC-MAIN-2018-05/segments/1516084889736.54/warc/CC-MAIN-20180120221621-20180121001621-00420.warc.gz | ory | 0.999973 | Orya | 2 | {"ory_Orya_score": 0.9999730587005615} |
ସୁପରଷ୍ଟାର ବିଗ୍ ବି ନୁହଁନ୍ତି, ଇଏ ହେଉଛନ୍ତି ଆନ୍ଧ୍ରର ଅମିତାଭ
ଉଚ୍ଚତା, ହେୟାରଷ୍ଟାଇଲ୍ରୁ ନେଇ ଅନ୍ୟ ସମସ୍ତ ଦିଗ ସମାନ
ଆନ୍ଧ୍ରପ୍ରଦେଶର ଅମିତାଭ କହାଯାଉଥିବା ଏହି କଳାକାର ରାଜମହେନ୍ଦ୍ରିରେ ରହନ୍ତି, ନାମ ହେଉଛି 'ଗୋପି'।
ଆଜି ୭୫ ବର୍ଷରେ ପଦାର୍ପଣ କରିଥିବା ଅମିତାଭ ବଚ୍ଚନଙ୍କର ଗୋପି ହେଉଛନ୍ତି ଜଣେ ବଡ଼ ଫ୍ୟାନ୍ । ୫୦ ବର୍ଷୀୟ ଗୋପି ତାଙ୍କ ସ୍କୁଲ ସମୟରୁ ହିଁ ଅମିତାଭଙ୍କ ଭଳି ଦେଖାଯିବା ଲାଗି ପ୍ରୟାସ ଆରମ୍ଭ କରିଥିଲେ । ଏପରିକି ତାଙ୍କ ଜୀବନଶୈଳୀ ମଧ୍ୟ ପ୍ରାୟ ବିଗ୍ ବିଙ୍କ ସହ ମେଳ ଖାଏ। ଜାଣନ୍ତୁ ତାଙ୍କ ବିଷୟରେ…. | <urn:uuid:7bf02f87-f017-4b16-8d69-a4fde8e849a3> | CC-MAIN-2018-05 | http://sambad.in/special/duplicate-amitabh-8704/ | 2018-01-20T22:37:59Z | s3://commoncrawl/crawl-data/CC-MAIN-2018-05/segments/1516084889736.54/warc/CC-MAIN-20180120221621-20180121001621-00420.warc.gz | ory | 1.000003 | Orya | 5 | {"ory_Orya_score": 1.0000032186508179} |
ପୁରୀ ୧/୮(ଓଡ଼ିଆପୁଅ/ ବିଜୟ ପଟ୍ଟନାୟକ)୨୦୧୧ ଜନଗଣନା ଅନୁସାରେ ପୁରୀ ସହରର ଜନସଂଖ୍ୟା ୨ଲକ୍ଷ ୫୬୪ । ୩୨ଟି ୱାର୍ଡକୁ ନେଇ ପୌରସଂସ୍ଥା ଗଠିତ ହୋଇଛି । କିନ୍ତୁ ସହରର କଳେବର ବଢ଼ିବାରେ ଲାଗିଛି । ସମୁଦ୍ରକୂଳ ମାର୍ଗର ହୋଟେଲ ହାନ୍ସକୋକୋପାମ୍ ଠାରୁ ମଙ୍ଗଳାନଦୀ ପର୍ଯ୍ୟନ୍ତ ଅଞ୍ଚଳରେ ଜନବସତି ବଢ଼ିବା ସହିତ ବିକାଶ ହେଉଛି । ଏହି ଅଞ୍ଚଳ ପୁରୀ ସଦର ଅଞ୍ଚଳରେ ରହିଛି । ସେହିପରି ଭୂବନେଶ୍ୱର ପାଶ୍ୱର୍ ସହର ବାଟଗାଁ ପର୍ଯ୍ୟନ୍ତ ସହର ବଢ଼ିଲାଣି । ଏହିସବୁ ଅଞ୍ଚଳକୁ ନେଇ ପୁରୀ ସହରର ସୀମା ବୃଦ୍ଧି କରାଯିବାକୁ ଗତକାଲି ଅନୁଷ୍ଠିତ ପୌରସଂସ୍ଥା କାଉନ୍ସିଲ୍ ବୈଠକରେ ଦାବି ଉଠିଛି । ଏଥିଲାଗି ପୌରସଂସ୍ଥା ନକ୍ସା ମଧ୍ୟ ପ୍ରସ୍ତୁତ କରିସାରିଛି । ଏହାକୁ କାଉନ୍ସିଲ୍ ବୈଠକରେ ଅନୁମୋଦନ କରାଯାଇ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପଠାଯିବ । ଏହି ପ୍ରସ୍ତାବ ଅନୁମୋଦନ କରି ରାଜ୍ୟ ସରକାରଙ୍କୁ ଦେବାଲାଗି ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବାକୁ ବୈଠକରେ ସ୍ଥିର ହୋଇଛି । ସୀମା ବୃଦ୍ଧି ହେଲେ ଗୋପୀନାଥ ପୁର, ସମଙ୍ଗ, ବାଲି ଗୁଆଳି ଏବଂ ବୀରହରେକୃଷ୍ଣପୁର ପଞ୍ଚାୟତର କିଛି କିଛି ଅଞ୍ଚଳ ପୌରସଂସ୍ଥା ଅଧୀନକୁ ଆସିବ । ସହରସୀମା ବୃଦ୍ଧି ହେଲେ ଭୋଟର ସଂଖ୍ୟା ବଢ଼ିବ । ୩ଲକ୍ଷଭୋଟର ହେଲେ ମହାନଗର ନିଗମ ଗଠନ ହୋଇପାରିବ ବୋଲି ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ସ୍ଥାନୀୟ ନୂତନ କାଉନ୍ସିଲ୍ ହଲ୍ ଠାରେ ନଗରପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପୌରସଂସ୍ଥାର କାଉନ୍ସିଲ୍ ବୈଠକ । ଗତ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ଗୃହିତ କରାଯାଇଥିଲା । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଭତ୍ତାଗୁଡ଼ିକ ଅନ୍ଲାଇନ୍ ଜରିଆରେ ଦିଆଯିବାକୁ ନିଦେ୍ର୍ଦଶ ରହିଛି । ଏହାଦ୍ୱାରା ବିଭିନ୍ନ ସମସ୍ୟା ଉପୁଜୁଥିବାରୁ ଏକ ସ୍ୱତନ୍ତ୍ର ବୈଠକ କରିବା ଲାଗି ଆଲୋଚନା ହୋଇଛି । ବୈଠକରେ ଆୟ୍ୟବ୍ୟୟର ଅଟକଳ ଆଲୋଚନା ହୋଇଥିଲା । ସମୟ ଅଭାବରୁ ବୈଠକକୁ ଅଧାରୁ ମୁଲତବୀ କରାଯାଇଥିଲା । ବୈଠକରେ ଉପାଧ୍ୟକ୍ଷା ଶାନ୍ତିଲତା ପ୍ରଧାନ, କାଉନ୍ସିଲର୍ ଏବଂ ପୌର ନିର୍ବାହୀ ଅଧିକାରୀ ସଞ୍ଜୟ ମିଶ୍ର, ଏନ୍ଫୋର୍ସମେଣ୍ଟ ଅଫିସର ଅଭିମନ୍ୟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । | <urn:uuid:fa10ef1c-11f8-4606-b93e-34cbf808e614> | CC-MAIN-2018-05 | http://odiapua.com/%E0%AC%AA%E0%AD%8C%E0%AC%B0-%E0%AC%95%E0%AC%BE%E0%AC%89%E0%AC%A8%E0%AC%B8%E0%AC%BF%E0%AC%B2-%E0%AC%AC%E0%AD%88%E0%AC%A0%E0%AC%95%E0%AC%B0%E0%AD%87-%E0%AC%B8%E0%AD%80%E0%AC%AE%E0%AC%BE-%E0%AC%AC/ | 2018-01-17T18:11:16Z | s3://commoncrawl/crawl-data/CC-MAIN-2018-05/segments/1516084886952.14/warc/CC-MAIN-20180117173312-20180117193312-00684.warc.gz | ory | 0.999998 | Orya | 2 | {"ory_Orya_score": 0.9999980926513672} |
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11Oriya Bible: Easy-to-Read Version (ERV-OR)
ଦୁଇଜଣ ସାକ୍ଷୀ
11 ତା'ପରେ ମୋତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମୋତେ କୁହାଗଲା, "ଯାଅ ପରମେଶ୍ୱରଙ୍କର ମନ୍ଦିର, ବେଦୀକୁ ମାପ, ଏବଂ ସେଠାରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ୟା ଗଣନା କର। 2 କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସେହିପରି ଛାଡ଼ିଦିଅ, କାରଣ ତାହା ଅଣଯିହୂଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସେହି ଲୋକମାନେ ବୟାଳିଶ୍ ମାସ ପର୍ଯ୍ୟନ୍ତ ପବିତ୍ର ନଗରକୁ ପଦଦଳିତ କରିବେ। 3 ମୁଁ ମୋର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବି। ସେମାନେ 1260 ଦିନ ପର୍ଯ୍ୟନ୍ତ ଅଖା ପିନ୍ଧି ଭବିଷ୍ୟଦ୍ବାଣୀ କହିବେ।"
4 ଏହି ଦୁଇ ସାକ୍ଷୀ ହେଉଛନ୍ତି, ପୃଥିବୀରେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇ ବୀଜ ବୃକ୍ଷ ଓ ଦୁଇ ଦୀପରୂଖା। 5 ଯଦି କେହି ସେମାନଙ୍କର କ୍ଷତି କରିବାକୁ ଗ୍ଭହେଁ, ତା'ହେଲେ ସେମାନଙ୍କର ମୁହଁରୁ ବାହାରୁଥିବା ଅଗ୍ନି ସେମାନଙ୍କୁ ଧ୍ୱଂସ କରିବ। ଯଦି କୌଣସି ଲୋକ ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ୟୁ ଭୋଗ କରିବ। 6 ଏହି ଦୁଇଜଣ ଭବିଷ୍ୟଦ୍ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସେମାନଙ୍କର କ୍ଷମତା ଅଛି। ଜଳକୁ ରକ୍ତରେ ପରିଣତ କରିବାର କ୍ଷମତା ସେମାନଙ୍କର ଅଛି। ପୃଥିବୀକୁ ପ୍ରତ୍ୟେକ ପ୍ରକାରର ମହାମାରୀ ଦ୍ୱାରା କଷ୍ଟ ଦେବାର କ୍ଷମତା ସେମାନଙ୍କର ଅଛି। ସେମାନେ ସେମାନଙ୍କର ନିଜ ଇଚ୍ଛା ଅନୁସାରେ ଯେତେଥର ଗ୍ଭହିଁବେ, ସେତଥର ଏହା କରି ପାରିବେ।
7 ସେମାନଙ୍କର ସାକ୍ଷ୍ୟ ଦେବା ସମୟ ସରିଯିବା ପରେ ସେହି ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ସେ ସେମାନଙ୍କୁ ପରାସ୍ତ କରି ହତ୍ୟା କରିବ। 8 ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତାରେ ପଡ଼ିରହିବ। ଏହି ନଗରର ନାମ 'ସଦୋମ' ଓ 'ମିଶର'। ନଗରର ନାମଗୁଡ଼ିକର ବିଶେଷ ଅର୍ଥ ରହିଛି। ଏହି ନଗରରେ ସେମାନଙ୍କର ପ୍ରଭୁଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଥିଲା। 9 ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସେମାନଙ୍କର ଶବ ଦେଖିବେ। କିନ୍ତୁ ସେମାନେ ସେମାନଙ୍କର ସମାଧିସ୍ଥ ହେବାକୁ ଦେବେ ନାହିଁ। 10 ସେମାନଙ୍କର ମୃତ୍ୟୁରେ ପୃଥିବୀର ଲୋକେ ଖୁସୀ ହେବେ। ସେମାନେ ଭୋଜି କରିବେ ଓ ପରସ୍ପର ଭିତରେ ଉପହାର ଦିଆନିଆ କରିବେ। ସେମାନେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ।
11 କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ୱରଙ୍କଠାରୁ ଜୀବନୀ ଶକ୍ତି ସେହି ଦୁଇଜଣ ଭବିଷ୍ୟଦ୍ବକ୍ତାଙ୍କ ଭିତରେ ପ୍ରବେଶ କଲା। ସେମାନେ ସେମାନଙ୍କର ପାଦରେ ଉଠି ଠିଆ ହେଲେ। ସେମାନଙ୍କୁ ଦେଖିବା ଲୋକମାନେ ବହୁତ ଭୟ କଲେ। 12 ତା'ପରେ ସେହି ଦୁଇଜଣ ସାକ୍ଷୀ ସ୍ୱର୍ଗରୁ ଆସୁଥିବା ଗୋଟିଏ ଉଚ୍ଚ ସ୍ୱର ଶୁଣି ପାରିଲେ, "ଏଠାକୁ ଉଠି ଆସ।" ଏହା ଶୁଣି ଦୁଇଜଣ ଭବିଷ୍ୟଦ୍ବକ୍ତା ମେଘ ଦ୍ୱାରା ସ୍ୱର୍ଗକୁ ଗଲେ। ଏହା ସେମାନଙ୍କର ଶତ୍ରୁମାନେ ଦେଖୁଥିଲେ।
13 ଠିକ୍ ସେହି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହୋଇଗଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସେମାନେ ସ୍ୱର୍ଗର ପରମେଶ୍ୱରଙ୍କୁ ଗୌରବ ଦେଲେ।
14 ଦ୍ୱିତୀୟ କ୍ଳେଶ ଦୂର ହେଲା। ତୃତୀୟ କ୍ଳେଶଟି ଖୁବ୍ ଶୀଘ୍ର ଆସୁଛି।
ସପ୍ତମ ତୂରୀ
15 ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ,
"ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା।
16 ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି। 17 ସେହି ପ୍ରାଚୀନମାନେ କହିଲେ:
"ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ।
19 ତା'ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା'ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା। | <urn:uuid:abb464c8-ba22-463a-8b34-81221a67886f> | CC-MAIN-2018-05 | https://www.biblegateway.com/passage/?search=%E0%AC%AF%E0%AD%8B%E0%AC%B9%E0%AC%A8%E0%AC%99%E0%AD%8D%E0%AC%95%20%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%20%E0%AC%AA%E0%AD%8D%E0%AC%B0%E0%AC%95%E0%AC%BE%E0%AC%B6%E0%AC%BF%E0%AC%A4%20%E0%AC%AC%E0%AC%BE%E0%AC%95%E0%AD%8D%E0%AD%9F+11&version=ERV-OR | 2018-01-17T19:09:17Z | s3://commoncrawl/crawl-data/CC-MAIN-2018-05/segments/1516084886952.14/warc/CC-MAIN-20180117173312-20180117193312-00684.warc.gz | ory | 1 | Orya | 19 | {"ory_Orya_score": 0.9999997615814209} |
କନକ ବ୍ୟୁରୋ : ସୁସ୍ଥ ଅଛନ୍ତି ଜଗାବଳିଆ । ଦିଲ୍ଲୀ ଏମ୍ସରେ ଅପରେସନ ପରେ ସେମାନଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ସେମାନଙ୍କୁ ସେଥିରୁ କଢାଯାଇଥିବା ବେଳେ ଏବେ ଆଇସିୟୁରେ ରଖାଯାଇଛି । ଏହି ଯୋଡା ଯାଆଁଳା ଶିଶୁଙ୍କୁ ଏବେ ନାକପଟେ ପାଣିଆ ଖାଦ୍ୟ ଦିଆଯାଉଥିବା ବେଳେ ଆସନ୍ତାକାଲିଠାରୁ ସେମାନଙ୍କୁ ପାଟିପଟେ ପାଣିଆ ଖାଦ୍ୟ ଦିଆଯାଇପାରେ ବୋଲି ଜଣାପଡିଛି । ଜଗାବଳିଆଙ୍କ ହୋସ ଆସିଲାଣି ଏବଂ ସେମାନେ ଚଳଚଂଚଳ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଏହା ସହ ସେମାନଙ୍କୁ ତାଙ୍କ ମାଆ ଆଇସିୟୁରେ ଦେଖିଛନ୍ତି ।
ସୋମବାର କିମ୍ବା ମଙ୍ଗଳବାର ବେଳକୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ଆଇସିୟୁରୁ କଢାଯାଇପାରେ ଏବଂ ପରେ ଜଗାବଳିଆଙ୍କ ସିଟି ସ୍କାନ କରାଯିବ । ଦୁଇ ଶିଶୁଙ୍କ ମସ୍ତିଷ୍କର ସ୍ଥିତି ଅସ୍ତ୍ରୋପଚାର ପରେ କିପରି ଅଛି ତାକୁ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବେ । ଯୋଡାମୁଣ୍ଡକୁ ଅଲଗା କରି୍ବା ପାଇଁ ଗତ ୨୮ ତାରିଖ ଦିନ ପାଖାପାଖି ୨୦ ଘଂଟା ଧରି ବିଶେଷଜ୍ଞଙ୍କର ଏକ ୪୦ ଜଣିଆ ଟିମ ଅସ୍ତ୍ରୋପଚାର କରିଥିଲେ । ପ୍ରଥମ ପର୍ଯ୍ୟାୟ ଅପରେସନ ସରିଥିବା ବେଳେ ଏକାଧିକ ପର୍ଯ୍ୟାୟରେ ଏହା ଶେଷ ହେବ ବୋଲି ଡାକ୍ତର କହିଛନ୍ତି । | <urn:uuid:713ec84e-534d-45d0-b319-2456c6283fb6> | CC-MAIN-2018-05 | http://kanaknews.com/1st-phase-surgery-of-conjoined-twins-concludes-successfully-in-aiims/ | 2018-01-22T15:54:02Z | s3://commoncrawl/crawl-data/CC-MAIN-2018-05/segments/1516084891485.97/warc/CC-MAIN-20180122153557-20180122173557-00684.warc.gz | ory | 1 | Orya | 7 | {"ory_Orya_score": 1.0000003576278687} |
ଭୁବନେଶ୍ୱର: ଅନିଶ୍ଚିତତା ମଧ୍ୟରେ ଶ୍ରୀମନ୍ଦିରର ଜଗମୋହନ ମରାମତି କାମ। ବିବାଦର ସମାଧାନ ନେଇ ଆଜି ଆଇନମନ୍ତ୍ରୀ କୋର୍ କମିଟି ବୈଠକ ଡାକିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା କୋର୍ କମିଟି ଏବଂ ଏଏସ୍ଆଇ ଅଧିକାରୀଙ୍କୁ ନେଇ ଆଲୋଚନା ହେବ। ଷ୍ଟିଲ୍ ଫ୍ରେମ୍ ଦେଇ ଜଗମୋହନକୁ ସୁରକ୍ଷିତ କରିବା ନେଇ ବୈଷୟିକ କୋର୍ କମିଟି ପଠାଇଥିବା ପ୍ଲାନ୍ ଓ ଏଷ୍ଟିମେସନ୍କୁ ଏଏସ୍ଆଇ ଡିଜି ଅଗ୍ରାହ୍ୟ କରି ଦେଇଛନ୍ତି। ଜଗମୋହନ ସୁରକ୍ଷା ନେଇ ଠିକ୍ ଭାବେ ସାଇଣ୍ଟିକ୍ଫିକ୍ ସର୍ଭେ ହୋଇନଥିବା ଏଏସ୍ଆଇ ପକ୍ଷରୁ କୁହାଯାଉଛି। ମାଡ୍ରାସ ଆଇଆଇଟି ଓ ଏଏସ୍ଆଇ ବିଶେଷଜ୍ଞ ଆଉ ଥରେ ଯାଞ୍ଚ କରିବେ।
ବିଶେଷଜ୍ଞଙ୍କ ମତାମତ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଗତ ଜାନୁଆରୀ ୨୭ରେ ଜଗମୋହନ ମରାମତି କାମ ଆରମ୍ଭ ହୋଇଥିଲା। ବୈଷୟିକ କୋର୍ କମିଟି ବିଶେଷଜ୍ଞ ଏହାର ଅନୁଧ୍ୟାନ କରିବା ସହ ଦୁର୍ବଳ ପଥର ପରିବର୍ତ୍ତନ ଲାଗି ମତ ଦେଇଥିଲେ। | <urn:uuid:1aff0fbd-29c9-4909-98f0-c670db701761> | CC-MAIN-2018-05 | http://odishareporter.in/odisha/bbsr-jagamohana-mamola-aji-meeting/ | 2018-01-18T23:39:00Z | s3://commoncrawl/crawl-data/CC-MAIN-2018-05/segments/1516084887660.30/warc/CC-MAIN-20180118230513-20180119010513-00498.warc.gz | ory | 0.999928 | Orya | 3 | {"ory_Orya_score": 0.9999279975891113} |
ସୋନପୁର: ରାସ୍ତା କଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଗଲା। କିନ୍ତୁ ଆମ୍ବୁଲାନ୍ସ ଆସିଲା ନାହିଁ। ତେଣୁ ସ୍ଥାନୀୟ କିଛି ଲୋକ ଏକ ଠେଲାଗାଡ଼ିରେ ଯୁବକ ଜଣଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାଟି ଘଟିଛି ସୋନପୁର ସହରରେ।
ବୁଧବାର ସୋନପୁର ସହରର ମଝିପଡ଼ା ମସଜିଦ ନିକଟରେ ରାସ୍ତା ଉପରେ ଜଣେ ଯୁବକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତା'ସହିତ ନିକଟସ୍ଥ ଦମକଳ କେନ୍ଦ୍ରକୁ ମଧ୍ୟ ଫୋନ୍ କରି ଜଣାଇଥିଲେ। ଯୁବକ ଜଣଙ୍କ ପଡ଼ିଥିବା ସ୍ଥାନରୁ ଡାକ୍ତରଖାନା ଓ ଦମକଳ କେନ୍ଦ୍ର ମାତ୍ର ୧୦୦ ମିଟର ଦୂରରେ ଥିଲେ ସୁଦ୍ଧା ନା ଆସିଲା ଆମ୍ବୁଲାନ୍ସ ନା ଦମକଳ ଗାଡ଼ି। ଏହା ପରେ କିଛି ଲୋକ ଏକ ଠେଲାଗାଡ଼ିରେ ଯୁବକ ଜଣଙ୍କୁ ନେଇ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକ ଜଣକ ଜଣେ ମାନସିକ ରୋଗୀ। ସେ ସହରରେ ଏଣେତେଣେ ବୁଲୁ ଥିଲେ।
୧୦୮ ଆମ୍ବୁଲାନ୍ସ ନ ଆସିବା ଘଟଣାକୁ ନେଇ ସହରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏମିତି ଅବହେଳାକୁ ଲୋକେ ସମାଲୋଚନା କରିଛନ୍ତି। ଠିକ୍ ସମୟରେ ଆମ୍ବୁଲାନ୍ସ ଆସିଥିଲେ ଯୁବକଙ୍କ ଜୀବନ ବଞ୍ଚିଯାଇଥାଆନ୍ତା ବୋଲି କୁହାଯାଉଛି। | <urn:uuid:822dc4bd-5719-46cf-ba67-4d5a9bb0b88d> | CC-MAIN-2018-05 | http://odishareporter.in/top-story/108-ambulance-sonepur/ | 2018-01-18T23:38:32Z | s3://commoncrawl/crawl-data/CC-MAIN-2018-05/segments/1516084887660.30/warc/CC-MAIN-20180118230513-20180119010513-00498.warc.gz | ory | 0.999882 | Orya | 3 | {"ory_Orya_score": 0.9998815059661865} |
କଟକ ଅଫିସ, ୮।୧୨- ମହିଳାମାନଙ୍କ ବିରୋଧରେ ସଂଗଠିତ ଅପରାଧର ତଦନ୍ତରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଅବହେଳା ପ୍ରଦର୍ଶନ କରୁଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ପୋଲିସ ପାଳନ କରୁନାହିଁ, ଯାହା ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଘଟଣାରୁ ସ୍ପଷ୍ଟ ହୋଇଛି। ପୀଡ଼ିତା ଥାନାରେ ଏତଲା ଦେଲେ ଗତ ନଭେମ୍ବର ୮ରେ। ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କୁ ଗିରଫ ନ କରିବାରୁ ଜଣେ ଅଦାଲତରୁ ଆଗୁଆ ଜାମିନରେ ଆସିଛନ୍ତି। ଅନ୍ୟ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରକୁ ଯାଇ ଥାନାରୁ ମାମଲା ଉଠାଇବା ପାଇଁ ଧମକ ଦେଇଛନ୍ତି। ମାମଲା ନ ଉଠାଇଲେ ଦୁଇ ଝିଅଙ୍କୁ ଘରୁ ଉଠାଇନେବା ପାଇଁ ଧମକ ଦେଇଛନ୍ତି। ଏପରି କି ପୀଡ଼ିତାଙ୍କୁ ରାସ୍ତା ଉପରେ ବଳାତ୍କାର କରିବା ସହିତ ତାଙ୍କ ମୁହଁରେ ଏସିଡ୍ ଫିଙ୍ଗିବା ପାଇଁ ମଧ୍ୟ ଧମକ ଦେଇଛନ୍ତି। ଭୟ ଓ ମାନସିକ ଯନ୍ତ୍ରଣାରେ ପୀଡ଼ିତା ଶେଷରେ ଡିଜିପିଙ୍କୁ ଭେଟିବା ପାଇଁ ଶୁକ୍ରବାର ଆସିଥିଲେ। ଡିଜିପି ନ ଥିବାବେଳେ ଅଭିଯୋଗ ପ୍ରକୋଷ୍ଠ ଦାୟିତ୍ୱରେ ଥିବା ଏଆଇଜି ସୁବଳ ଚନ୍ଦ୍ର କରଙ୍କୁ ଭେଟି ଘଟଣା ବିଷୟରେ ପୀଡ଼ିତା ଅବଗତ କରାଇଥିଲେ। ଅଭିଯୋଗ ମୁତାବକ, ପୀଡ଼ିତାଙ୍କୁ ପଦ୍ମପୁରର କେତେଜଣ ଯୁବକ ଯୌନ ନିର୍ଯାତନା ଦେବା ସହିତ ଗତ ନଭେମ୍ବର ୩ରେ ତାଙ୍କ ମୋବାଇଲକୁ ଆପତ୍ତିଜନକ ମେସେଜ ପଠାଇଥିଲେ। ସେମାନଙ୍କ କଥାରେ ରାଜି ନ ହେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକ୍ରମେ ଥାନାରେ ଆଇପିସି ଦଫା ୫୦୬, ୫୦୭, ୩୫୪(ଏ) ଓ ଇନଫର୍ମେଶନ ଟେକ୍ନୋଲୋଜି ଆକ୍ଟ-୨୦୦୦ ଅନୁଯାୟୀ ୬୬(ଏ) ମାମଲା (ନଂ. ୨୪୪/୨୦୧୭) ରୁଜୁ ହୋଇଥିଲା। ଏହି ମାମଲା ରୁଜୁ ହେବା ପରେ ପୀଡ଼ିତାଙ୍କ ଉପରେ ନିର୍ଯାତନା ବଢିଥିଲା। ସେମାନେ ପୂର୍ବପରି ଧମକଚମକ ଦେବା ସହିତ ଗତ ନଭେମ୍ବର ୧୧ ତାରିଖ ରାତିରେ ୫ ଜଣ ଯୁବକ ପୀଡ଼ିତାଙ୍କ ଘର ଭିତରକୁ ଯାଇଥିଲେ। ଭୟରେ ପୀଡ଼ିତା କବାଟ ବନ୍ଦ କରିଦେଇଥିଲେ। ସେମାନେ କବାଟ ବାଡେଇବା ସହିତ ଥାନାରୁ ମାମଲା ଉଠାଇବା ପାଇଁ ଧମକ ଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତା ପୁନର୍ବାର ଅଭିଯୋଗ କଲେ। ଘଟଣା ସମ୍ପର୍କରେ ମାମଲା ରୁଜୁ ହୋଇଛି। ସେମାନେ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି କହି ପୀଡ଼ିତାଙ୍କୁ ପୋଲିସ ଥାନାରୁ ଫେରାଇ ଦେଲା। ଏହା ପରେ ପୀଡ଼ିତା ଡିସିପିଙ୍କୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ। ତଥାପି କୌଣସି ସୁଫଳ ମିଳିଲା ନାହିଁ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଯୋଗାଇଛି। ଫଳରେ ଭୟରେ ପୀଡ଼ିତା ଓ ତାଙ୍କ ପରିବାର ରହୁଛନ୍ତି। ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ମହିଳା ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୀଡ଼ିତା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ବନଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ପୀଡ଼ିତା ଡିଜିପିଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଏଆଇଜି କରଙ୍କୁ ଭେଟିଥିଲେ। ଏଆଇଜି କରଙ୍କୁ ଏ ସମ୍ପର୍କରେ ପଚାରିବାରୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଜଗତପୁର ଥାନା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଡିସିପିଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଉକ୍ତ ମାମଲାର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁଧ୍ୟାନ କରିବାକୁ କୁହାଯାଇଛି ବୋଲି ସେ କହିଥିଲେ। | <urn:uuid:53f848f6-f9d2-47ca-a30f-3668e37a5ab1> | CC-MAIN-2018-05 | http://www.dharitri.com/main/news/13568 | 2018-01-23T02:02:19Z | s3://commoncrawl/crawl-data/CC-MAIN-2018-05/segments/1516084891705.93/warc/CC-MAIN-20180123012644-20180123032644-00498.warc.gz | ory | 0.999967 | Orya | 5 | {"ory_Orya_score": 0.9999667406082153} |
ପୁରୀ ଅଫିସ,୧୫।୧୨: କିଛିଦିନ ହେଲା ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବାରେ ଲାଗିଛି। ଗତ ୩ ମାସ ମଧ୍ୟରେ ୭ ଥର ଫଟୋ ଭାଇରାଲ ହୋଇଥିବା ବେଳେ ବଡ଼ଦେଉଳ ଉପରେ ଉଡ଼ିଛି ଡ୍ରୋନ୍। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସର ଚିନ୍ତା ବଢିଯାଇଛି। ଗୁରୁବାର ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଫଟୋ ଭାଇରାଲ କରିଥିବା ପୁନେର ଆକାଶ ମାଡାକେ ଏବଂ ରାୟପୁରର ଯୁଗଳ କିଶୋର ବୈଷ୍ଣବଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଦୁଇଜଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ହାଜର ହେବା ସହ ପୋଲିସକୁ ତଦନ୍ତରେ ସହଯୋଗ କରିବା ଲାଗି ଶୁକ୍ରବାର ନୋଟିସ୍ ପଠାଯାଇଥିବା ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ଗଣମାଧ୍ୟମକୁ ଏସ୍ପି କହିଛନ୍ତି, ଫଟୋ ଭାଇରାଲ ଦ୍ୱାରା ଟେମ୍ପୁଲ ଆକ୍ଟ ସେକ୍ସନ ୩୦(କ) ଉଲ୍ଲଂଘନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଆମକୁ ଲେଖିଛନ୍ତି। ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ତାଙ୍କ ରିପୋର୍ଟ ଉପରେ ୨ ଜଣଙ୍କ ନାମରେ ମାମଲା ରୁଜୁ କରିଛୁ। ଏହି ୨ ଜଣ ସେମାନଙ୍କ ଫେସ୍ବୁକ ଆକାଉଣ୍ଟରେ ମନ୍ଦିର ବେଢାର ଫଟୋ ଅପ୍ଲୋଡ କରିଛନ୍ତି। ଏହି ୨ ଜଣ ମନ୍ଦିର ପ୍ରଶାସନ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ଲାଗି ନୋଟିସ୍ ପଠାଇଛୁ। ଶ୍ରୀମନ୍ଦିର ହେଉଛି ସମ୍ବେଦନଶୀଳ କୀର୍ତ୍ତିରାଜି। ତେଣୁ ଏହାର ସୁରକ୍ଷାକୁ ଆଖି ଆଗରେ ରଖି ମନ୍ଦିର ଭିତରକୁ ମୋବାଇଲ ନେବା ନିଷିଦ୍ଧ କରାଯାଇଛି। ଟେମ୍ପୁଲ ଆକ୍ଟ ୩୦ (କ) ଅନୁଯାୟୀ, ଯଦି ମନ୍ଦିର ନୀତି କିମ୍ବା ଅନ୍ୟ କୌଣସିରେ କିଛି ଉଲ୍ଲଂଘନ ହୁଏ ତେବେ ମନ୍ଦିର ପ୍ରଶାସନ ଥାନାରେ ରିପୋର୍ଟ କରିପାରିବ। ଏଥିରେ ୬ ମାସର ଦଣ୍ଡ ବ୍ୟବସ୍ଥା ଏବଂ ଜରିମାନା ବି ରହିଛି। ଯଦି ସମ୍ପୃକ୍ତ ବ୍ୟକ୍ତି ମୁଖ୍ୟ ପ୍ରଶାସକଙ୍କ ନିକଟରେ କ୍ଷମା ପ୍ରାର୍ଥନା ଲାଗି ଆବେଦନ କରନ୍ତି ତେବେ ସେ ଚାହିଁଲେ କ୍ଷମା ଦେଇପାରିବେ। ବାରମ୍ବାର ଏହି ଘଟଣା ନଜରକୁ ଆସିବା ପରେ ମନ୍ଦିର ପ୍ରଶାସନ ଗୁରୁବାର ସମ୍ପୃକ୍ତ ୨ ଜଣଙ୍କ ବିରୋଧରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟଟକ ତାଙ୍କ ଆକାଉଣ୍ଟରୁ ଫଟୋ ପ୍ରତ୍ୟାହାର କରିନାହାନ୍ତି କିମ୍ବା ମନ୍ଦିର ପ୍ରଶାସନକୁ କ୍ଷମା ପ୍ରାର୍ଥନା ଆବେଦନ କରିନାହାନ୍ତି। ଅପରପକ୍ଷେ ଶ୍ରୀମନ୍ଦିରରେ କିମ୍ବା କୌଣସି କୀର୍ତ୍ତିରାଜିର ଫଟୋ ଉଠାଇବା ନେଇ ନିର୍ଦ୍ଦିଷ୍ଟ କିଛି ଦଣ୍ଡବିଧାନ ବ୍ୟବସ୍ଥା ନାହିଁ। ଏ ନେଇ ଭାରତୀୟ ଦଣ୍ଡବିଧି ଆଇନରେ କିଛି ବ୍ୟବସ୍ଥା କରାଯିବା ଉଚିତ କି ବୋଲି ପ୍ରଶ୍ନରେ ଏସ୍ପି କହିଥିଲେ, ଫଟୋ ଉଠାଇବାକୁ ମନା କରାଯାଇଛି କିନ୍ତୁ ଏହା ଦଣ୍ଡନୀୟ ନୁହେଁ। ଏ ପର୍ଯ୍ୟନ୍ତ ସେମିତି କିଛି ଆଇନ ହୋଇନାହିଁ। ଏଏସ୍ଆଇ ମନ୍ୟୁମେଣ୍ଟରେ ଯଦି ଫଟୋ ଉଠାଇବା ଦଣ୍ଡନୀୟ ବୋଲି ଆଇନ କରାଯାଏ ତେବେ ଏହାକୁ ସଂଶୋଧନ କରାଯାଇପାରିବ। କିନ୍ତୁ ଟେମ୍ପୁଲ ଆକ୍ଟ ଉଲ୍ଲଂଘନ କରିଥିବାରୁ ୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଫଟୋ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଏସ୍ପି କହିଥିଲେ। ସମ୍ପୃକ୍ତ ୨ ଜଣଙ୍କ ନଁ।ରେ ଟେମ୍ପୁଲ ଆକ୍ଟ ସହିତ ଆଇଟି ଆକ୍ଟ ମଧ୍ୟ ଯୋଡାଯାଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ନିଷିଦ୍ଧ ଥିଲା। ଯେହେତୁ ଉଭୟେ ଏହାକୁ ଉଲ୍ଲଂଘନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତେଣୁ ଆଇଟି ଆକ୍ଟ ଅନୁଯାୟୀ ସେମାନଙ୍କ ପାଖକୁ ନୋଟିସ୍ ପଠାଯାଇଛି ବୋଲି ଏସ୍ପି କହିଛନ୍ତି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ସମ୍ପର୍କରେ ଏସ୍ପି କହିଥିଲେ, ବର୍ତ୍ତମାନ ଆମକୁ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ପଡିବ। ଗୁରୁବାର ଡ୍ରୋନ୍ ଉଡାଇ ଧରାପଡିଥିବା ରୁଷିଆର ପର୍ଯ୍ୟଟକମାନେ କହିଥିଲେ, ଏହା ନିଷିଦ୍ଧାଞ୍ଚଳ ଏବଂ ଏଠାରେ ଫଟୋ ଉଠାଇ ହେବ ନାହିଁ ବୋଲି ଆମେ ଜାଣି ନ ଥିଲୁ। ଶ୍ରୀମନ୍ଦିର ଅଞ୍ଚଳକୁ ବି ଏ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା ହୋଇନାହିଁ। ଏ ନେଇ ମନ୍ଦିର ପ୍ରଶାସନ ସିଭିଲ ଆଭିଏଶନକୁ ଚିଠି ଲେଖିଥିଲା। କିନ୍ତୁ ସିଭିଲ ଆଭିଏଶନ ମନା କରିଛନ୍ତି। ବାହାରୁ ଆସୁଥିବା ଅନେକ ଭକ୍ତ ଓ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ଉପରେ କଟକଣା ଥିବା ଜାଣିପାରୁ ନାହାନ୍ତି। ସେହିଭଳି ଏବେ ମଧ୍ୟ କେତେଜଣ ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ ମାଧ୍ୟମରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ଯାଉଛି। ତେଣୁ ଏହାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଏସ୍ପି କହିଛନ୍ତି। ଅପରପକ୍ଷରେ ରୁଷିଆ ପର୍ଯ୍ୟଟକ ଡ୍ରୋନ ଉଡ଼ାଇବା ଘଟଣାରେ ସିଂହଦ୍ୱାର ଥାନା ପୋଲିସ ଭୁବନେଶ୍ୱର ଇସ୍କନ ମ୍ୟାନେଜରଙ୍କୁ ଡାକି ପଚରାଉଚୁରା କରିଛି। ବିଦେଶୀ ନାଗରିକଙ୍କ ଡ୍ରୋନ କ୍ୟାମେରା ଓ ଏହାର ଚିପ୍ ଜବତ କରିଛି। ଏହି ଘଟଣାରେ ମଧ୍ୟ ଗୋଇନ୍ଦା ବିଭାଗର ସହଯୋଗ ଲୋଡିଛି ସିଂହଦ୍ୱର ଥାନା ପୋଲିସ। | <urn:uuid:a7e911cb-fe05-44b6-bfd9-2abea5fa4f96> | CC-MAIN-2018-05 | http://www.dharitri.com/main/news/14459 | 2018-01-23T02:02:28Z | s3://commoncrawl/crawl-data/CC-MAIN-2018-05/segments/1516084891705.93/warc/CC-MAIN-20180123012644-20180123032644-00498.warc.gz | ory | 0.999951 | Orya | 5 | {"ory_Orya_score": 0.9999507665634155} |
ବ୍ରହ୍ମପୁର ଅଫିସ,୧୮।୧୨- ଦେଶର ଦ୍ୱିତୀୟ ବୃହତ୍ତମ ତଥା ରାଜ୍ୟର ଅଗ୍ରଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ଭାବେ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରତିଷ୍ଠା ଅର୍ଜନ କରିଛି। ଉନ୍ନତ ବୈଷୟିକ ଶିକ୍ଷାଦାନର ମାନ୍ୟତା ପାଇଛି। ତେବେ ଏଭଳି ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ନାମଲେଖାଠାରୁ ସାର୍ଟିଫିକେଟ ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଶିକ୍ଷାନୁଷ୍ଠାନରେ ଚାଲିଥିବା ବହୁ ଅବ୍ୟବସ୍ଥା ପଦାକୁ ଆସିଛି। ଏହାକୁ ଇସ୍ୟୁ କରି ଡିଏସଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ପୂରଣର ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଉକ୍ତ ଆଇଟିଆଇ ବହୁ ପୁରାତନ ତାଲିମ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବେଳେ ଶିକ୍ଷାଦାନ ନିମିତ୍ତ ୯୦ ପ୍ରତିଶତ ପାର୍ଟଟାଇମ ଗେଷ୍ଟ ଇନଷ୍ଟ୍ରକ୍ଟର(ପିଜିଟିଆଇ)ଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। କିନ୍ତୁ ଗତ ନଭେମ୍ବର୨୭ ତାରିଖରୁ ପିଜିଟିଆଇ ଶିକ୍ଷକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ପାଠ ପଢା ଠପ ହୋଇଯାଇଛି। ଅନ୍ୟପକ୍ଷରେ ଜାନୁୟାରୀ ୧୬ ତାରିଖରୁ ପ୍ରଥମ ଓ ତୃତୀୟ ସେମିଷ୍ଟାର ପରୀକ୍ଷା ହେବାକୁ ଥିବା ବେଳେ ଏଭଳି ଅବ୍ୟବସ୍ଥା ସମସ୍ୟା ସୃଷ୍ଟି କରିଛି। ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଗତ ୨୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ଆଇଟିଆଇ ଫେଷ୍ଟିଭାଲ ଆୟୋଜନ କରିବାକୁ ନେଇଥିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି। ୨୦ ଦିନ ଧରି ବନ୍ଦ ହୋଇଥିବା ପାଠପଢାକୁ ନିୟମିତ କରିବା ପାଇଁ ଆନ୍ଦୋଳନରତ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦିଗରେ ପଦକ୍ଷେପ ନ ନେଇ ଫେଷ୍ଟିଭାଲକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୋମବାର ଏହା ଆନ୍ଦୋଳନର ରୂପ ନେଇଛି। ପାଠ ପଢା ନିୟମିତ କରାଯିବା ସହ ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ରଙ୍କ ସମେତ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ(ଡିଏସଓ)ର କର୍ମକର୍ତ୍ତାମାନେ ଆଇଟିଆଇ ଫାଟକ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଙ୍କ ଅଭିଯୋଗ ପ୍ରକାରେ, ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଆବଶ୍ୟକ ସଂଖ୍ୟକ ଶୌଚାଳୟର ସୁବିଧା ନାହିଁ। ଆଡମିଶନ ସମୟରେ ଏସସି ଏସଟି ବର୍ଗର ଛାତ୍ରୀଛାତ୍ରଙ୍କଠାରୁ ଫି' ଆଦାୟ କରାଯାଇ ତାହା ଫେରାଇବାକୁ କହି ବର୍ତ୍ତମାନ ସୁଦ୍ଧା ଫେରାଯାଇ ନାହିଁ। ୟୁନିଫର୍ମ ବାବଦକୁ ମଧ୍ୟ ୩ ହଜାର ଟଙ୍କା ବର୍ତ୍ତମାନ ସୁଦ୍ଧା ଫେରସ୍ତ କରାଯାଇ ନାହିଁ। ସାର୍ଟିଫିକେଟ ପାଇଁ ବହୁବାର ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ତାହା ଦିଆଯାଉନାହିଁ। କମ୍ପ୍ୟୁଟର ଲ୍ୟାବରେ ବହୁ କମ୍ପ୍ୟୁଟର ଅଚଳ ହୋଇ ପଡିଛି। ଏ ନେଇ ଅଭିଯୋଗ କଲେ ବହିଷ୍କାର ଓ ପେପର ବ୍ୟାକ କରାଯିବ ବୋଲି ଧମକ ମିଳୁଛି। ଛାତ୍ରମାନେ କରିଥିବା ଏଭଳି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ତୁରନ୍ତ କ୍ଲାସ ଚାଲୁ କରିବାକୁ ଦାବି ହୋଇଛି। ପ୍ରସ୍ତାବିତ ଆଇଟିଆଇ ଫେଷ୍ଟିଭାଲକୁ ବାତିଲ କରିବା ଓ ଅନ୍ୟାନ୍ୟ ଦାବିଗୁଡିକ ପୂରଣ ଲାଗି ଡିଏସଓ ପକ୍ଷରୁ ଆନ୍ଦୋଳନ ସ୍ଥଳରେ ଦାବି କରାଯାଇଛି। ଖବରପାଇ ପୋଲିସ ଥାନା ଅଧିକାରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପହଞ୍ଚି ବୁଝାଶୁଝା କରିଥିଲେ। ଅସ୍ଥାୟୀ ପିଜିଟିଆଇ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ବ୍ୟତୀତ ୭ ଦିନ ମଧ୍ୟରେ ଅନ୍ୟସମସ୍ତ ଦାବି ପୂରଣ କରିବା ନେଇ ଅନୁଷ୍ଠାନ କର୍ତ୍ତୃପକ୍ଷ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ଡିଏସଓ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଘୋଷଣା କରିଛି । ତେବେ ଆଗାମୀ ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଡିଏସଓ ନେତା ଚେତାବନୀ ଦେଇଛନ୍ତି। | <urn:uuid:f75ee3d1-eebf-4322-ae12-473b0c994983> | CC-MAIN-2018-05 | http://www.dharitri.com/main/news/14954 | 2018-01-23T02:02:36Z | s3://commoncrawl/crawl-data/CC-MAIN-2018-05/segments/1516084891705.93/warc/CC-MAIN-20180123012644-20180123032644-00498.warc.gz | ory | 0.999993 | Orya | 5 | {"ory_Orya_score": 0.9999933242797852} |
କନକ ବ୍ୟୁରୋ : ଅସ୍ତରଙ୍ଗ ବରଡିହ ଜଙ୍ଗଲରୁ ମିଳିଲା ନରକଙ୍କାଳ । ଜଙ୍ଗଲରେ ଏକ ନରକଙ୍କାଳ ମିଳିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଚିଂ କଙ୍କାଳକୁ ଉଦ୍ଧାର କରିବା ପରେ ପରୀକ୍ଷା ପାଇଁ କଟକ ପଠାଇଛନ୍ତି । କଙ୍କାଳରୁ ଏକ ସାର୍ଟ, ପ୍ୟାଂଟ, ପର୍ସ ଓ ଭୋଟ ପରିଚୟ ପତ୍ର ଜବତ ହୋଇଛି । ଏହି କଙ୍କାଳଟି କାକଟପୁର ଥାନା ଶ୍ରୀରାମପୁର ଗାଁର ପ୍ରଦୀପ ସ୍ୱାଇଁଙ୍କ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୁଲିସ ତଦନ୍ତ ଚଳାଇଛି ।
9th January, 2017 | 6:05 pm
You might also like
- ଟିକେଟ୍ କରି ଟ୍ରେନରେ ପାଇଲେନି ସିଟ୍ ! ରେଳ ବିଭାଗ ଦେବେ ଜୋରିମନା
- ମଦ୍ୟପାନ ସମୟରେ ଖାଆନ୍ତୁ ନାହିଁ ପାଂଚଟି ଜିନିଷ । ନଚେତ ମୃତ୍ୟୁ ସୁନିଶ୍ଚିତ
- ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣେରେ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ସମ୍ମାନ । ନବୀନ କହିଲେ, ଲୋକଙ୍କୁ ଭଲ ପାଇବା ହିଁ ଭଲ ରାଜନୀତି
- ଲାଭ ଆଶାରେ 'ଆପ'ର କ୍ଷତି । ୨୦ ବିଧାୟକ ଅଯୋଗ୍ୟ ଘୋଷିତ । ନିର୍ବାଚନ ଆୟୋଗର ସୁପାରିଶକୁ ରାଷ୍ଟ୍ରପତିଙ୍କ ମଂଜୁରୀ | <urn:uuid:d2186cd1-451f-4760-977f-924ffdd6fcb9> | CC-MAIN-2018-05 | http://kanaknews.com/skeleton-got-from-astaranga-jungle/ | 2018-01-21T12:53:35Z | s3://commoncrawl/crawl-data/CC-MAIN-2018-05/segments/1516084890582.77/warc/CC-MAIN-20180121120038-20180121140038-00741.warc.gz | ory | 1.000008 | Orya | 1 | {"ory_Orya_score": 1.0000081062316895} |
ଅନ୍ୟକୁ ଆନନ୍ଦ ଦେଇ ଯେଉଁ ଆନନ୍ଦ ମିଳେ ତାହାହିଁ ପରମାନନ୍ଦ: ସୌମ୍ୟରଞ୍ଜନ
କୁଆଁପାଳ ଜେ.ଏନ୍ କଲେଜ ଛାତ୍ରସଂସଦର ବାର୍ଷିକ ଉତ୍ସବ
ମାହାଙ୍ଗା : ଆନନ୍ଦ ପାଇବା ପାଇଁ ସମସ୍ତେ ଚାହାନ୍ତି। କିଏ ଅନ୍ୟକୁ କଷ୍ଟ ଦେଇ ଆନନ୍ଦ ଅନୁଭବ କରିଥାନ୍ତି ତ ଆଉ କିଏ ବିନା କଷ୍ଟରେ ଆନନ୍ଦ ପାଇଥାନ୍ତି। କିନ୍ତୁ ଅନ୍ୟକୁ ଆନନ୍ଦ ଦେଇ ଯେଉଁ ଆନନ୍ଦ ମିଳେ ତାହାହିଁ ପରମାନନ୍ଦ। ଅନ୍ୟକୁ ଦୁଃଖ ଦେଇ ନିଜେ ଖୁସି ହେବା ଅପେକ୍ଷା ଅନ୍ୟକୁ ଆନନ୍ଦ ଦେଇ ନିଜେ ଆନନ୍ଦିତ ହେବା ବ୍ୟକ୍ତି ହିଁ ମହାନ। ତେଣୁ କେବେ କାହା ମନରେ ଦୁଃଖ ନଦେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି ସମ୍ବାଦର ସଂପାଦକ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ମାହାଙ୍ଗା ବ୍ଲକ୍ କୁଆଁପାଳ ସ୍ଥିତ ଜେ.ଏନ୍.କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ଉଦ୍ଘାଟକ ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟର ଜୀବନ ବଂଚାଉଥିବା ବ୍ୟକ୍ତିଙ୍କୁ ଦେବଦୂତ ଭାବେ ବର୍ଣ୍ଣନା କରିଥିଲେ। ଯୁବକମାନେ ରକ୍ତଦାନ କରି ନୂଆ ଓଡିଶା ଗଢିବାରେ ପ୍ରମୁଖ ଭୁମିକା ଗ୍ରହଣ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।
ଛାତ୍ର ସଂସଦ ସଭାପତି ତ୍ରିନାଥ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ତଥା କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରତାପ ଜେନା, ସାଂସଦ ଅନୁଭବ ମହାନ୍ତି, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ତଥା କଲେଜ ପ୍ରତିଷ୍ଠାତା ବିକ୍ରମ କେଶରୀ ବର୍ମା ପ୍ରମୁଖ ଯୋଗ ଦେଇଥିଲେ। ନମ୍ରତାର ସହିତ ଶିକ୍ଷା ଗ୍ରହଣ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଂଚାଇଥାଏ ବୋଲି ସାଂସଦ ଅନୁଭବ ମହାନ୍ତି କହିଥିଲେ। ଛାତ୍ରଛାତ୍ରୀମାନେ ନିଜ ମା', ମାଟିକୁ ଭଲ ପାଇବା ସହ ନିଜକୁ ଭଲ ମଣିଷଭାବେ ଗଢିତୋଳିବା ପାଇଁ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ପରାମର୍ଶ ଦେଇଥିଲେ। ପୂର୍ବତନ ବିଧାୟକ ତଥା କଲେଜ ପ୍ରତିଷ୍ଠାତା ଶ୍ରୀ ବର୍ମା ଯୋଗଦେଇ ଲାଞ୍ଚ ଓ ନିଶାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ପ୍ରତାପ ଜେନା ମହାବିଦ୍ୟାଳୟର ଛାତ୍ର ଜୀବନ ଭବିଷ୍ୟତ ଗଢିବାର ପ୍ରକୃଷ୍ଟ ସମୟ ବୋଲି କହିବା ସହ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନିଜର ପରିଚୟ ନିଜେ ସୃଷ୍ଟି କରିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ତାଙ୍କ ହ୍ଵାଟସ୍ ଅପ୍ ନମ୍ବରରେ ଯୋଡିହେବାକୁ ସୂଚନା ଦେଇଥିଲେ।
କଲେଜ ଅଧ୍ୟକ୍ଷ ପଲ୍ଲବ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଅର୍ଜୁନ ଚରଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ର ସଂସଦ ସମ୍ପାଦିକା ମଧୁସ୍ମିତା ଲେଙ୍କା ବିବରଣୀ ପାଠ କରିଥିଲେ। ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ୍, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାଜ କିଶୋର ଜେନା, ଭିକାରୀ ଚରଣ ସ୍ୱାଇଁ, ଛାତ୍ର ସଂସଦ ଉପସଭାପତି ରିଙ୍କୁ ରଞ୍ଜନ ଦାସ, ସହ-ସମ୍ପାଦକ ଏସ୍.କେ.ଆଲାମିନ୍ ରାହେଗୁଜାର, ଆକାଶ କୁମାର ସିଂହ, ମନୋଜ କୁମାର ଭୁୟାଁ, ଅଧ୍ୟାପକ କୁମୁଦ ସିଂହ ଓ ଅଧ୍ୟାପକ ବସନ୍ତ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। | <urn:uuid:482caeaa-5c3a-4cd2-b08b-9ecf3a9c09d4> | CC-MAIN-2018-05 | http://sambad.in/state/college-students-union-annual-function-of-j-n-college-kuanpal-63126/ | 2018-01-17T12:54:48Z | s3://commoncrawl/crawl-data/CC-MAIN-2018-05/segments/1516084886939.10/warc/CC-MAIN-20180117122304-20180117142304-00187.warc.gz | ory | 0.999987 | Orya | 6 | {"ory_Orya_score": 0.9999872446060181} |
ଆପଣ ଜାଣିଛନ୍ତି କି ? ଗୋଡ଼ ହଲାଇବା ଅଭ୍ୟାସ ନୁହଁ, ଏକ ରୋଗ
ସାଧାରଣତଃ ଅନେକ ବ୍ୟକ୍ତି ଖାଲିରେ ବସିବା ଏବଂ ଶୋଇବା ସମୟରେ ଗୋଡ଼ ହଲାଇ ଥାନ୍ତି । କେତେକଙ୍କର ଏହା ଦୈନନ୍ଦିନ ଅଭ୍ୟାସରେ ମଧ୍ୟ ପରିଣତ ହୋଇଯାଇଥାଏ। ତେବେ ଗବେଷଣାରୁ ଜଣାପଡ଼ିଛି, ପ୍ରାୟ ୧୦ ପ୍ରତିଶତ ଲୋକଙ୍କର ଗୋଡ଼ ହଲାଇବା ଅଭ୍ୟାସ ରହିଥାଏ। ଏହା ସାଧାରଣତଃ ୩୫ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ଦେଖାଯାଇଥାଏ। ତେବେ ବର୍ତ୍ତମାନ ଏହା ବହୁତ କମ ବୟସର ବ୍ୟକ୍ତିଙ୍କ ପାଖରେ ମଧ୍ୟ ଦେଖାଦେଲାଣି । ଯଦି ଆପଣଙ୍କର ମଧ୍ୟ ବସିବା କିମ୍ବା ଶୋଇବା ଅବସ୍ଥାରେ ଗୋଡ଼ ହଲାଇବାର ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କ ଗୋଡ଼ ହଲାଇବା ଅଭ୍ୟାସ 'ରେଷ୍ଟଲେସ ସିନଡ୍ରୋମ' ରୋଗର ଲକ୍ଷଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ।
ରେଷ୍ଟଲେସ ସିନ୍ଡ୍ରୋମ୍ ଶରୀରରେ ଆଇରନ କମ ହେବା ଯୋଗୁଁ ଦେଖାଦେଇଥାଏ। ସାଧାରଣତଃ ୩୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଏହା ଦେଖା ଦେଇଥାଏ। ଆଜିକାଲି କମ ବୟସର ବ୍ୟକ୍ତିଙ୍କ ମଧ୍ୟରେ ଏହା ଦେଖାଯାଉଛି। ଏହା ସ୍ନାୟୁ ଜନିତ ରୋଗ ହୋଇଥିବା ବେଳେ ଏହା ଦ୍ୱାରା ଡ଼ିନ୍ଲୋମାଇନ ହରମୋନ ବଢ଼ିବାରୁ ବାରମ୍ବାର ଗୋଡ଼ ହଲାଇବାକୁ ଇଛା ହୋଇଥାଏ। ତେବେଏହାର ମୁଖ୍ୟ କାରଣ ହେଉଛି ନିଦ୍ରାହୀନତା । ନିଦ ପୂରା ନ ହୋଇଥିଲେ ବ୍ୟକ୍ତି ଥକାପଣ ଅନୁଭବ କରିଥାଏ ଯାହା ଦ୍ୱାରା ଏପରି କରିବା ପାଇଁ ଇଛା ହୋଇଥାଏ।
ରେଷ୍ଟଲେସ ସିନଡ଼୍ରୋମ ନିଦ୍ରାହୀନତା ଏବଂ ଶରୀରରେ ଆଇରନର ଅଭାବରୁ ହୋଇଥାଏ। ଏହା ଛଡ଼ା କିଡ଼ନୀ, ମଧୁମେହ,ରକ୍ତଚାପ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ପାଖରେ ଏହି ଅଭ୍ୟାସ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହି ରୋଗର ଉପଚାର ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହ କିଛି ଘରୋଇ ଉପଚାର ମଧ୍ୟ କରିବା ଆବଶ୍ୟକ। ଆପଣ ଦୈନିକ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରେ ସୁଧାର ଆସିଥାଏ ବୋଲି ଗବେଷଣାରୁ ପ୍ରମାଣିତ ହୋଇଛି। | <urn:uuid:62c3d821-c6d1-475d-b738-5fccdd19bac2> | CC-MAIN-2018-05 | http://sambad.in/lifestyle/if-you-have-a-habit-of-moving-feet-in-sitting-then-be-careful-59939/ | 2018-01-20T01:02:41Z | s3://commoncrawl/crawl-data/CC-MAIN-2018-05/segments/1516084888341.28/warc/CC-MAIN-20180120004001-20180120024001-00187.warc.gz | ory | 1.000002 | Orya | 6 | {"ory_Orya_score": 1.000002145767212} |
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ୨୦୧୫ ରିପୋର୍ଟ ଅନୁସାରେ ଦେଶରେ ପାଖାପାଖି ୩୪,୬୫୧ ଦୁଷ୍କର୍ମ ମାମଲା ଦାଏର ହୋଇଥିଲା । ଏହାସହ ଭାରତରେ ଏପରି କିଛି ଦୁଷ୍କର୍ମ ମାମଲା ଶୁଣିବାକୁ ମିଳୁଛିି ଯାହା ଶୁଣି ଲୋମଟାଙ୍କୁରି ଉଠିବ । ଏପରିସ୍ଥଳେ ହାଇଦ୍ରାବାଦର ଏକ ସ୍କୁଲରେ ପଢ଼ୁଥିବା ୧୭ ବର୍ଷର ଛାତ୍ର ସିଦ୍ଧାର୍ଥ ମଣ୍ଡଲା ଏମିତି ଏକ ଜୋତା ତିଆରି କରିଛନ୍ତି, ଯାହା ଦ୍ୱାରା ମହିଳାମାନେ ନିଜର ରକ୍ଷା ନିଜେ କରିପାରିବେ ।
ଏହି ଜୋତା ପିନ୍ଧିବା ପରେ ଯିଏ ବି ଝିଅ/ମହିଳାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିବେ ତାକୁ ୦.୧ଏଏମପି ବିଦ୍ୟୁତ ଝଟକା ଲାଗିବ । କେବଳ ଏତିକି ନୁହଁ ଏହି ଜୋତା ପୁଲିସ ଓ ଝିଅର ଅଭିଭାବକଙ୍କୁ ସଠିକ ଜାଗାର ଠିକଣା ପଠାଇଦେବ,ଯେଉଁଠି ମହିଳା ବିପଦରେ ଥିବେ । ସିଦ୍ଧାର୍ଥ ଏହି ଜୋତାର ନାମ ରଖିଛନ୍ତି 'ଇଲୋକ୍ଟ୍ରୋ ସୁ' । ଯାହା ପଦାର୍ଥ ବିଜ୍ଞାନର ପେଜୋଇଲୋକ୍ଟ୍ରୋନିକ୍ସ ପ୍ରସଙ୍ଗ ଉପରେ ଆଧାରିତ ।
ଏହି ଜୋତାର ସବୁଠାରୁ ଖାସ କଥା ହେଲା ଏହାକୁ ବ୍ୟାଟେରୀ କିମ୍ବା ବିଜୁଳୀରେ ଚାର୍ଜ କରିବା ଦରକାର ନାହିଁ । ମହିଳାମାନେ ଏହି ଜୋତାକୁ ପିନ୍ଧି ଚାଲିବା ଆରମ୍ଭ କରିବା ଦ୍ୱାରା ଏହା ଆପେ ଆପେ ଚାର୍ଜ ହୋଇଯିବ । ଏହି ଜୋତା ଦେଖିବା ପାଇଁ ବିଲକୁଲ ସାଧାରଣ ଜୋତା ପରି । କିନ୍ତୁ ଏହାର ଗୁଣ ଅସାଧାରଣ । ଏତେ ଅଳ୍ପ ବୟସରୁ ସିଦ୍ଧାର୍ଥଙ୍କ ଚିନ୍ତାଶୈଳୀ ଓ ଅଭିନବ ଉଦ୍ଭାବନ ପାଇଁ ସେ ଏବେ ସବୁଆଡେ ଖୁବ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସୌଜନ୍ୟ-ଆଜତକ | <urn:uuid:7e242d18-30c3-4058-9e32-cc074f389720> | CC-MAIN-2018-05 | http://kanaknews.com/17-years-old-siddharth-mandala-made-electroshoe/ | 2018-01-20T23:00:25Z | s3://commoncrawl/crawl-data/CC-MAIN-2018-05/segments/1516084889736.54/warc/CC-MAIN-20180120221621-20180121001621-00685.warc.gz | ory | 0.999959 | Orya | 6 | {"ory_Orya_score": 0.9999591112136841} |
ମୁମ୍ବାଇ: ମହାରାଷ୍ଟ୍ରରେ ଜାତିବାଦକୁ ନେଇ ହିଂସା। ଆଙ୍ଗ୍ଲୋ ମରାଠା ଯୁଦ୍ଧକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ତେଜନା ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ନେଇ ଦୁଇ ଜାତି ମଧ୍ୟରେ ତେଜିଲା ଉତ୍ତେଜନା। ଏହି ଗଣ୍ଡଗୋଳରେ ଜଣେ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୧୪୪ ଧାରା ଜାରି କରିଛି । ଜିଲ୍ଲା ପ୍ରଶାସନ ପୁନେ କୋରେଗାଁଓ ଅଞ୍ଚଳରେ ମରାଠା ଯୁଦ୍ଧକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଶୋଭାଯାତ୍ରା ବାହାରିଥିଲେ। ତେବେ ଏହାକୁ ବିରୋଧ କରିଥିଲା ଅନ୍ୟ ଏକ ଗୋଷ୍ଠୀ।
ପରିସ୍ଥିତି ଏପରିକି, ଉଭୟ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ସୃଷ୍ଟି ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଥିଲେ ବିକ୍ଷୋଭକାରୀ। ଉତ୍ତେଜନାର ସିଧା ପ୍ରଭାବ ଗାଡ଼ି ଚଳାଚଳା ଉପରେ ପଡ଼ିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଏବଂ ତ୍ରୀବ ଉତ୍ତେଜନା ଯୋଗୁଁ ଶହ ଶହ ଯାତ୍ରୀ ଅଟକି ରହିଥିଲେ । ତେବେ ଘଟଣାକୁ ନିୟନ୍ତଣାଧିନ କରିବା ପାଇଁ ବ୍ୟାପକ ପରିମାଣର ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା ପ୍ରଶାସନକୁ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିବେଦନ କରିଛନ୍ତି ଫଡ଼ନାଭିସ। ଏହାସହ ମୃତକଙ୍କ ପରିବାରଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଛି। ସେପଟେ ପୁନେର ଉତ୍ତେଜନକାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା। ମୁମ୍ବାଇ, ଥାନେ ଏବଂ ମହାରାଷ୍ଟ୍ରର ପ୍ରମୁଖ ସ୍ଥାନରେ ଫୋର୍ସ ମୁତୟନ ହୋଇଛି।
ସୂଚନା ଅନୁଯାୟୀ, ଭୀମା-କୋରେଗାଓ ଯୁଦ୍ଧର ୨୦୦ତମ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଦଳିତ ବର୍ଗର ଗୋଟିଏ ଗୋଷ୍ଠୀ ପୁନେ ନିକଟରେ ଏକ ସମାରୋହର ଆୟୋଜନ କରିଥିବା ବେଳେ ଏଥିରେ ସଂଘର୍ଷ ଘଟିଥିଲା। ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ୨ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। | <urn:uuid:ab895aba-8e89-4710-b11d-5e1146170422> | CC-MAIN-2018-05 | http://odishareporter.in/nation/violence-occured-in-maharastra/ | 2018-01-21T18:08:52Z | s3://commoncrawl/crawl-data/CC-MAIN-2018-05/segments/1516084890823.81/warc/CC-MAIN-20180121175418-20180121195418-00685.warc.gz | ory | 0.999992 | Orya | 2 | {"ory_Orya_score": 0.9999915361404419} |
ପେଟ୍ରୋଲ ଏବଂ ଡିଜେଲର ଅହେତୂକ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ରାଜସ୍ୱ କରକୁ ୨ ଟଙ୍କାକୁ ହ୍ରାସ କରି ଦେଇଛନ୍ତି । ସେହିପରି ମହାରାଷ୍ଟ୍ର ସମେତ କିଛି ରାଜ୍ୟ ମଧ୍ୟ ଭାଟ୍ ମୂଲ୍ୟକୁ କମାଇ ଦେଇଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପାଖରେ ଏହି ସମସ୍ୟାର ସମାଧାନ ନେଇ ଏକ ଭଲ ତଥା ଉତ୍ତମ ଉପାୟ ରହିଛି ଆଉ ଯଦି ସରକାର ତାଙ୍କ କଥାକୁ ମାନି ନିଅନ୍ତି ତେବେ ବୋଧହୁଏ ଏହି ସମସ୍ୟାରୁ ମୁକ୍ତି ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।
ସୂଚନା ମୁତାବକ, ଦେବେନ୍ଦ୍ର ଫଡନାବିସ୍ ନିକଟରେ ଜାତୀୟ ଗଣମାଧ୍ୟମ ଆଜତକର 'ମୁମ୍ବାଇ ମନ୍ଥନ' ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମତ ଦେଇଛନ୍ତି । ତାଙ୍କ କହିବା କଥା ହେଲା କି, ଯଦି ପେଟ୍ରୋଲୃ-ଡିଜେଲକୁ ଜିଏସଟି ପରିସରର୍ଭୁକ୍ତ କରାଯାଏ ତେବେ ଏହି ସମସ୍ୟା ସବୁଦିନ ପାଇଁ ଦୂର ହୋଇପାରିବ ।
ଖାଲି ଦେବେନ୍ଦ୍ର କାହିଁକି କେନ୍ଦ୍ରତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏସଂପର୍କରେ ପୂର୍ବରୁ ନିବେଦନ କରିସାରିଛନ୍ତି । ତାଙ୍କ କହିବା ମୁତାବକ, ଯଦି ପେଟ୍ରେଲ-ଡିଜେଲକୁ ଜିଏସଟି ପରିସରରେ ଅଣାଯାଏ ତେବେ ଏହାଦ୍ୱାରା ସବୁଠାରୁ ଅଧିକ ଲାଭ ସାଧାରଣ ଜନତାଙ୍କୁ ହିଁ ମିଳିବ । ଖାଲି ସେତିକି ନୁହେଁ ଇନ୍ଧନର ମୂଲ୍ୟ ବର୍ତ୍ତମାନର ମୂଲ୍ୟଠାରୁ ବି ଅଧା ହୋଇଯିବ । ସେହିପରି ଯଦି ଜିଏସଟି ପରିଷଦ ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରର୍ଭୁକ୍ତ କରନ୍ତି ତେବେ ଏହା ଉପରେ ଅତି ବେଶିରେ ୨୮ ପ୍ରତିଶତ ଟାକ୍ସ ଲଗାଯାଇପାରିବ ଆଉ ୨୮ ପ୍ରତିଶତ ଟାକ୍ସ ଲାଗିବା ଦ୍ୱାରା ପେଟ୍ରୋଲ ଦର ଲିଟର ପିଛା ୪୩ ଟଙ୍କାରେ ମିଳିବ ଏବଂ ଡିଜେଲ ଲିଟର ପିଛା ୪୧ ଟଙ୍କାରେ ମିଳବ ।
ଇଣ୍ଡିଆନ ଅଏଲ୍ କଂପାନୀ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟ ମୁତାବକ, ବିଭିନ୍ନ ତୈଳ କଂପାନୀମାନଙ୍କ ପେଟ୍ରୋଲ ପାଇଁ ଲିଟର ପ୍ରତି ଦେବାକୁ ପଡିଥାଏ ୨୬.୬୫ ଟଙ୍କା । ସେହିପରି ଡିଲରମାନେ ଏହାକୁ ଲିଟର ପ୍ରତି ୩୦.୧୩ ଟଙ୍କା ହିସାବରେ ବିକ୍ରୀ କରିଥାନ୍ତି । ଯେଉଁଥିରେ ଡିଲରଙ୍କର ୩.୨୪ ଟଙ୍କା ନିଜର କମିଶନ ଯୋଡା ଯାଇଥାଏ ଏବଂ ଏଭଳି ଭାବେ ହିଁ ୩୩.୩୭ ଟଙ୍କାରେ ଲିଟର ପ୍ରତି ପେଟ୍ରୋଲ ଦର ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏହାକୁ ଯଦି ଜିଏସଟି ଅର୍ନ୍ତଭୁକ୍ତ କରିଦିଆଯାଏ ତେବେ ଏହା ଉପରେ ଅତି ବେଶିରେ ୨୮ ପ୍ରତିଶତ ଟାକ୍ସ ଲଗାଯାଇପାରିବ । ଯାହାଦ୍ୱାରା ଆପଣଙ୍କୁ ପାଖାପାଖି ୯.୪୨ ପଇସା ଜିଏସଟି ବାବଦକୁ ଦେବାକୁ ପଡିବ । ଏଭଳି ଭାବରେ ୩୩.୩୭ଟଙ୍କା ସହିତ ଜିଏସଟି ଯୋଡିଯିବ ଆଉ ଆପଣଙ୍କୁ ଦେବାକୁ ପଡିବ ଲିଟର ପ୍ରତି ମାତ୍ର ୪୨.୭୯ ଟଙ୍କା ।
ସେହିପରି ଡିଜେଲର ଅବସ୍ଥା ମଧ୍ୟ ସମାନ ରହିବ । ତୈଳ କଂପାନୀଙ୍କୁ ରିଫାଇନରିଜକୁ ୨୩.୮୬ଟଙ୍କାରେ ଦେବାକୁ ପଡିଥାଏ ଆଉ ଡିଲର୍ସ ଏହାକୁ ୨୭.୬୩ ଟଙ୍କାରେ ବିକିଥାନ୍ତି । ଯେଉଁଥିରେ ଡିଲରଙ୍କର କମିଶନ ରହିଥାଏ ୧.୬୫ ଟଙ୍କା । ତେବେ ଜିଏସଟି ସାମିଲ ହେବା ଦ୍ୱାରା ଏହାର ମୂଲ୍ୟ ୨୯.୨୮ ଟଙ୍କା ହୋଇଯିବ । ଅର୍ଥାତ୍ ଏଥିରେ ଯଦି ୨୮ ପ୍ରତିଶତ ଜିଏସଟି ସାମିଲ କରାଯାଏ ତେବେ ଏହା ୯.୦୨ ଟଙ୍କା ଅଧିକ ଯୋଡି ହୋଇଯିବ । ଏଭଳି ଭାବେ ଆପଣଙ୍କୁ ଲିଟର ପ୍ରତି ଦେବାକୁ ପଡିବ ମାତ୍ର ୪୧.୧୭ ଟଙ୍କା ।
ସୌଜନ୍ୟ: ଆଜତକ୍ | <urn:uuid:c15fb920-c1bb-4474-bc3b-4fdb61fc665b> | CC-MAIN-2018-05 | http://kanaknews.com/special-petrol-at-just-43-rupees-under-gst/ | 2018-01-24T05:34:03Z | s3://commoncrawl/crawl-data/CC-MAIN-2018-05/segments/1516084893397.98/warc/CC-MAIN-20180124050449-20180124070449-00685.warc.gz | ory | 0.999992 | Orya | 9 | {"ory_Orya_score": 0.9999916553497314} |
କନକ ବ୍ୟୁରୋ: ଅନୁଗୁଳର ଜିନ୍ଦଲ ଷ୍ଟିଲ ପାୱାର ପ୍ଲାଂଟ୍ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ସକାଳ ୧୦ଟାରେ ବିଦ୍ୟୁତ ସରବରାହରେ ତ୍ରୁଟି ଯୋଗୁଁ କୁଲିଙ୍ଗ ଟାୱାରରେ ନିଆଁ ଲାଗି ଯାଇଥିଲା । ତେବେ ନିଆଁ ଲାଗିବା ସମୟରେ ସେଠାରେ କେହି କାମ କରୁନଥିବା ଜଣାପଡିଛି । କୁଲିଙ୍ଗ ଟାୱାରର ସମସ୍ତ ଫୋମ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ବିଶେଷ କ୍ଷତି ଘଟିନାହିଁ । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛି ।
30th May, 2017 | 1:47 pm
You might also like
- ଏବେ ବି ଚାଲିଛି ବାଲ୍ୟବିବାହ ! ମାଲକାନଗିରି ଜିଲ୍ଲାରେ ଏକ ବାଲ୍ୟ ବିବାହକୁ ରୋକିଛି ଚାଇଲ୍ଡ ଲାଇନ୍
- ରାଉରକେଲା : ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଲେ ଦୃର୍ବୃତ୍ତ
- ଓଜନ କମାଇବା ପାଇଁ ଚାହୁଁଛନ୍ତି କି ? ସକାଳେ ପରିତ୍ୟାଗ କରନ୍ତୁ ୫ଟି ପାନୀୟ
- ବେକାର ଯୁବକ ଯୁବତୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ! ଏସିବିଆଇ ଜାରି କଲା ୯ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ | <urn:uuid:84ddadeb-ca93-476e-87a9-55df59ed668d> | CC-MAIN-2018-05 | http://kanaknews.com/fire-missap-at-anugul-jindal-still-power-plant/ | 2018-01-20T07:04:10Z | s3://commoncrawl/crawl-data/CC-MAIN-2018-05/segments/1516084889473.61/warc/CC-MAIN-20180120063253-20180120083253-00158.warc.gz | ory | 0.999918 | Orya | 1 | {"ory_Orya_score": 0.9999178647994995} |
କନକ ବ୍ୟୁରୋ : ସାଂସଦ ବନାମ ସାଂସଦ । କଟକର ବିଜେଡି ସାଂସଦ ଭର୍ତୃହରି ମହତାବ ବନାମ କେନ୍ଦ୍ରାପଡାର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତୃହରି । କିଛି ଦିନ ତଳେ ସଂସଦୀୟ ଦଳ ମୁଖପାତ୍ର ପଦରୁ ବୈଜୟନ୍ତଙ୍କୁ ବହିଷ୍କୃତ କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିକ୍ରିୟାରେ ବୈଜୟନ୍ତ କହିଥିଲେ, କଟକ ସାଂସଦ ଭର୍ତୃହରି ମହତାବ ଦଳ ପ୍ରସଙ୍ଗରେ ତାଙ୍କଠୁ ଅଧିକ ଲେଖା ଲେଖୁଛନ୍ତି ଏବଂ କହୁଛନ୍ତି । ଇସାରା ଇସାରାରେ କହିଥିଲେ, ନବୀନ ଭର୍ତୃହରିଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ନେଉନାହାଁନ୍ତି । ଆଜି ଏହା ଉପରେ ମତ ରଖିଛନ୍ତି ଭର୍ତୃହରି ।
20th May, 2017 | 8:21 pm
You might also like
- ଗୋଖାଦ୍ୟ ଦୁର୍ନୀତି ନେଇ ତୃତୀୟ ମାମଲାରେ ଲାଲୁଙ୍କ ସମେତ ୫୦ ଜଣ ଦୋଷୀ ସାବ୍ୟସ୍ତ । ୫ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା
- ସ୍କୁଲରେ ପିଲାଙ୍କୁ ମିଳିବ ନାହିଁ ମାର୍କ । ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧିକରିବା ଶିକ୍ଷକଙ୍କ ନୂଆ ତରିକା । ଜାଣନ୍ତୁ କ'ଣ
- ନିଶାକୁ କଲେ ପେଶା । ସେଲଫି ନେବାର ନିଶାକୁ ନିଜ ପେଶାରେ ବଦଳାଇ ଏବେ ଦିନକୁ ରୋଜଗାର କରୁଛନ୍ତି ହଜାର ହଜାର ଟଂକା
- ମୁହଁରେ ଲଗାନ୍ତୁ ପରିବା ଫେସ୍ ପ୍ୟାକ୍ ! ଚେହେରାର ଚମକ ହେବ ଦୁଇଗୁଣା | <urn:uuid:4728edb6-f460-4f79-9966-723558cf440b> | CC-MAIN-2018-05 | http://kanaknews.com/bhartruhari-reaction-on-baijayanta/ | 2018-01-24T09:55:19Z | s3://commoncrawl/crawl-data/CC-MAIN-2018-05/segments/1516084893629.85/warc/CC-MAIN-20180124090112-20180124110112-00158.warc.gz | ory | 0.999988 | Orya | 1 | {"ory_Orya_score": 0.9999876022338867} |
ମଲ୍ଲିପୁର ଗାଁର ରମେଶ ବାବୁ ଜଣେ ବେଶ୍ ଥିଲା ବାଲା ଲୋକ ଥିଲେ । ସେ ଅତ୍ୟନ୍ତ ଭଦ୍ରଲୋକ ବିବେକୀ ଓ ବିଚାରବନ୍ତ । ଆଖପାଖର ଲୋକେ ତାଙ୍କୁ ଭାରି ସମ୍ମାନ କରୁଥିଲେ । ତାଙ୍କର ଦୁଇ ପୁଅ : ବିନୟ ଏବଂ ରବି । ସେମାନେ ବି ଖୁବ୍ ଭଦ୍ର ଓ ବୁଦ୍ଧିମାନ୍ ଥିଲେ । ତେଣୁ ରମେଶବାବୁ ସୁଖୀଲୋକଙ୍କ ଭିତରେ ଗଣ୍ୟ ହେବା ଉଚିତ୍ ।
କିନ୍ତୁ ଦୁର୍ଭାଗ୍ୟ! ତାଙ୍କ ସ୍ତ୍ରୀ କିଶୋରୀ ଦେବୀ ଅତ୍ୟନ୍ତ ମୁଖରା । ଅଭିଧାନରେ ଯେତେ କଡା ଶବ୍ଦ ଅଛି, ସେସବୁ ତାଙ୍କ ଜିଭ ଅଗରେ ଥାଏ । ଖାଲି ଯେ ସ୍ୱାମୀ ଓ ପୁଅମାନଙ୍କ ସାଙ୍ଗରେ କଥାକଥାକେ ସେ କଳି କରୁଥିଲେ, ସେତିକି ନୁହେଁ, ପାଖ ପଡୋଶୀରୁ କେହି ରମେଶବାବୁ ସହ ସାକ୍ଷାତ କରି ତାଙ୍କ ପରାମର୍ଶ ନେବାକୁ ଆସିଲେ ସେ ଉପରେ ପଡି ସେମାନଙ୍କୁ ଭୁଲ୍ ପରାମର୍ଶ ଦେଇ ରମେଶବାବୁଙ୍କୁ ମହା ଅଡୁଆରେ ପକାଉଥିଲେ । ପୁଣି କେହି ତାଙ୍କ ପରାମର୍ଶ ନ ମାନିଲେ ତାକୁ ସେ ସମାଲୋଚନା କରୁଥିଲେ ।
ରମେଶବାବୁଙ୍କ ବଡ ପୁଅ ବିନୟ ବାହା ହେଲା । ବୋହୁ କମଳା ବେଶ୍ ଭଲ ସ୍ୱଭାବର ଝିଅ । କିନ୍ତୁ ସେ ଘରେ ଗୋଡ ଦେବାର ସପ୍ତାହେ ଯାଇଛି କି ନାହିଁ କିଶୋରୀ ଦେବୀ ଖୋଳି ତାଡି ତା'ର ଦୋଷ ବାହାର କଲେ । ଥରେ ରାଗିଗଲେ ତ ତାଙ୍କର ଆଉ ଜ୍ଞାନ ରହେନାହିଁ । କମଳାର ନିର୍ଦୋଷ ବାପା ବୋଉଙ୍କର ବି ଶ୍ରାଦ୍ଧ କରିପକାନ୍ତି ।
କମଳା ଚୁପ୍ ଚାପ୍ ସବୁ ସହୁଥାଏ । କିନ୍ତୁ ଯେଉଁ ଦିନ କିଶୋରୀ ଦେବୀ ଖଶଲି ତା' ବାପାବୋଉଙ୍କ ଶ୍ରାଦ୍ଧରେ ସନ୍ତୁଷ୍ଟ ନ ରହି ଆହୁରି ଦୁଇ ଚାରି ଉଦ୍ଧ୍ୱର୍ତନ ପୁରୁଷକୁ ମଧ୍ୟ କମଳା ବାବଦରେ ଅପରାଧୀ ବୋଲି ସାବ୍ୟସ୍ତ କଲେ; ଦିନେ କମଳା ହଠାତ୍ ତା' ସ୍ୱାମୀଙ୍କୁ କହିଲା, "ଏଥର ମୁଁ ଚାଲିଲି । ଯେଉଁ ଦିନ ତମେ ଅଲଗା ଘର କରିବ, ସେହିଦିନ ଯାଇ ଫେରି ଆସିବି ।"
ଏହା ଶୁଣି ବିନୟ ସ୍ତବ୍ଧ ହେଲା । କମଳା ବାପଘରକୁ ଚାଲିଗଲା । ରମେଶ ବାବୁ ଗୋପନରେ ବିନୟକୁ କହିଲେ, "ବାପା, ଦ୍ୱିଧା ସଙ୍କୋଚ କରି କିଛିବି ଲାଭ ନାହିଁ । ତୁ ଅଲଗା ଘର କରି ରହ ।"
ବିନୟ ଅଗତ୍ୟା ତାହାହିଁ କଲା । କମଳା ଫେରି ଆସିଲା ।
ରମେଶ ବାବୁ ଦିନେ କେତକୀପୁର ଗାଁରେ ଥିବା ତାଙ୍କ ମିତ୍ର ରଘୁ ଚୌଧୁରୀଙ୍କ ଘରକୁ ବୁଲି ଯାଇଥାନ୍ତି । ଅନେକଦିନ ପରେ ସେ ଦୁଇ ବନ୍ଧୁଙ୍କର ମିଳନ ହେଲା । ଦୁହେଁ ଦୋଳିରେ ବସି ସୁଖ ଦୁଃଖ ହେଉଥାନ୍ତି, ଠିକ୍ ଏହି ସମୟରେ ଜଣେ ଫେରିବାଲା ଆସି ଚୌଧୁରୀଙ୍କୁ କହିଲା, "ଆଜ୍ଞା, ଆପଣଙ୍କ ଝିଅକୁ ଟିକିଏ ଡାକି ଦେବେ? ସେ ମୋତେ ଗତଥର ଜରି ସାଢୀ କଥା କହୁଥିଲେ । ଏଥର ଭଲ ଜରି ସାଢୀ ଆଣିଛି ।" ଏହା କହି ସେ ତା' ଲୁଗା ଗଣ୍ଠିଲି ତଳେ ଥୋଇଲା ।
ଚୌଧୁରୀ ଡାକ ପକାଇଲେ, "ରତ୍ନା! ରତ୍ନା!" ରତ୍ନା ବାହାରିଆସି ପ୍ରଥମେ ପିତୃବନ୍ଧୁ ରମେଶବାବୁଙ୍କୁ ନମସ୍କାର କଲା । ରମେଶବାବୁ ତ ତାକୁ ବହୁ ଦିନରୁ ଦେଖିନଥିଲେ । ତେଣୁ ତାକୁ ଦେଖି ସେ ବଡ ଖୁସି ହେଲେ । | <urn:uuid:133339f9-35fc-4932-87da-ed323d9c0845> | CC-MAIN-2018-05 | http://odiagapa.com/%E0%AC%AA%E0%AC%B0%E0%AC%BF%E0%AC%AC%E0%AC%B0%E0%AD%8D%E0%AC%A4%E0%AD%8D%E0%AC%A4%E0%AC%A8-3/ | 2018-01-17T06:46:26Z | s3://commoncrawl/crawl-data/CC-MAIN-2018-05/segments/1516084886830.8/warc/CC-MAIN-20180117063030-20180117083030-00753.warc.gz | ory | 1.000003 | Orya | 7 | {"ory_Orya_score": 1.0000033378601074} |
ଲଣ୍ଡନ: ଏଠାରେ ରହୁଥିବା ଏକ ଭାରତୀୟ ବଂଶୋଦ୍ଭବ ଯୁବକ ନିଜ ପିତାଙ୍କୁ ମାରିବା ପାଇଁ ଅନଲାଇନରେ ବୋମା ଅର୍ଡର କରି ଗିରଫ ହୋଇଛି। ବ୍ରିଟେନର ଏକ କୋର୍ଟ ତାକୁ ୮ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଗୁରୁତେଜ ସିଂ ରନ୍ଧାଓ୍ଵା ନାମକ ଏହି ୧୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଯୁବକ ସେଠାରେ ଜଣେ ଶ୍ୱେତାଙ୍ଗ ତରୁଣୀକୁ ପ୍ରେମ କରୁଥିଲା ଓ ତାକୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ତାର ପରିବାର ଏହାକୁ ବିରୋଧ କରୁଥିଲେ । ଏହି କାରଣରୁ ସେ ନିଜ ପିତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ନିଜର ଏହି ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ସେ ଏକ ଯୋଜନା ପ୍ରସ୍ତୁତ କରିଥିଲା । ଅନଲାଇନରେ ବିସ୍ଫୋରକ ମଗାଇ ନିଜ ବାପାଙ୍କ କାର୍ ରେ ଲଗାଇବାକୁ ସେ ଯୋଜନା କରିଥିଲା । କିନ୍ତୁ ବ୍ରିଟେନର ନାସନାଲ କ୍ରାଇମ ଏଜେନ୍ସିର ଏକ ସାଇବର କ୍ରାଇମ ଟିମ୍ ରନ୍ଧାଓ୍ଵାର ଏହି ଅନଲାଇନ ଅର୍ଡର ବିଷୟରେ ଆଗୁଆ ଜାଣିବା ପରେ ଏକ ଜାଲ ବିଛାଇଲେ । ପୁଲିସର ଯୋଜନା ଅନୁଯାୟୀ ଅସଲି ବିସ୍ଫୋରକ ବଦଳରେ କିଛି ନକଲି ବିସ୍ଫୋରକ ତା ଠିକଣାରେ ପଠାଗଲା । ଡେଲିଭରୀ ବେଳେ ପୁଲିସ ଉକ୍ତ ଯୁବକକୁ ଗିରଫ କରିଥିଲା ।
ଏହି ମାମଲାର ବିଚାର କରି ଲଣ୍ଡନର ଜଣେ ଜଜ୍ ତାକୁ ୮ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାହାର ଏହି ଅପରାଧ ସଂପର୍କରେ ମନ୍ତବ୍ୟ ଦେଇ ବିଚାରପତି କହିଥିଲେ ଯେ ଏହା ଏକ ଆଶ୍ଚର୍ଯ୍ୟଜନକଭାବେ ଭୟଙ୍କର ଅପରାଧ । ସେ ନିଜ ଜୀବନ ଲକ୍ଷ୍ୟ ହାସଲ କରିବା ପାଇଁ ନିଜ ବାପାଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏଭଳି ବ୍ୟକ୍ତି ସାରା ସମାଜ ପାଇଁ ଏକ ବିପଦ । | <urn:uuid:b8913025-e267-4b99-9835-7a3558fe480b> | CC-MAIN-2018-05 | http://sambad.in/india-and-beyond/nri-teen-jailed-for-trying-to-fit-bomb-in-his-fathers-car-64902/ | 2018-01-17T11:00:58Z | s3://commoncrawl/crawl-data/CC-MAIN-2018-05/segments/1516084886895.18/warc/CC-MAIN-20180117102533-20180117122533-00207.warc.gz | ory | 1.000005 | Orya | 7 | {"ory_Orya_score": 1.0000051259994507} |
କାଠମାଣ୍ଡୁ,୧୮।୧୧: ନେପାଳ-ଚାଇନା ବାଣିଜ୍ୟପଥରୁ ଶନିବାର ୧୭ କିଲୋଗ୍ରାମ ସୁନା ଜବତ କରାଯାଇଛି। ଚାଲାଣରେ ବ୍ୟବହୃତ ଗାଡି ଓ ଡ୍ରାଇଭରଙ୍କୁ ନେପାଳ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ନେପାଳ ପୋଲିସକୁ ଗୋଟିଏ ଜିପ୍ରେ ତିବ୍ବତରୁ ସୁନା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ପରେ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ସହ ସୁନାକୁ ଜବତ କରିବାରେ ସଫଳ ହୋଇଛି। ଏହାସହ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। | <urn:uuid:9bb76147-c6d2-46eb-b59c-eb5195de4d49> | CC-MAIN-2018-05 | http://www.dharitri.com/main/news/11145 | 2018-01-17T11:13:36Z | s3://commoncrawl/crawl-data/CC-MAIN-2018-05/segments/1516084886895.18/warc/CC-MAIN-20180117102533-20180117122533-00207.warc.gz | ory | 0.999835 | Orya | 5 | {"ory_Orya_score": 0.9998349547386169} |
ଭାପୁର, ୬।୧୨(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ଗ୍ରାମରେ ଚାଲିଥିବା ମାଣବସା ଗୁରୁବାର ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ପୂଜା କମିଟିର ନିଷ୍ପତ୍ତି ଅନୁଯାୟୀ ଅପରାହ୍ନ ୩ଟା ପୂର୍ବରୁ ସ୍ଥାନୀୟ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ମେଳଣ ପଡ଼ିଆରେ ୧୩ଟି ମେଢ଼ ଏକତ୍ରିତ ହୋଇଥିଲେ। ସେଠାରୁ ବାଳକ ଉଚ୍ଚ ପ୍ରାଥମିକ ସ୍କୁଲ ଗେଟ୍ ଦେଇ ସମସ୍ତ ମେଢ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ବାହାରିଥିଲା। ପରେ ବଜାର ଛକ ଦେଇ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲେ। ଜଗନ୍ନାଥ ସାହି, ତଳ ଶବର ସାହି, ରଘୁନାଥ ସାହି, ଉପର ଦକ୍ଷିଣ ସାହି, ଗୋପୀନାଥ ସାହି, ତଳ ଦକ୍ଷିଣ ସାହି, ବଡ଼ଦାଣ୍ଡ ସାହି, ଲକ୍ଷ୍ମୀନଗର, ନୂଆସାହି, ଭଞ୍ଜନଗର, ବଣିଆ ସାହି, ଗୋବିନ୍ଦେଇ ସାହିର ସୁସଜ୍ଜିତ ମେଢ ପଛକୁ ପଛ ଧାଡ଼ିବାନ୍ଧି ନଗର ପରିକ୍ରମା କରିଥିଲେ। ଡିଜେ ସାଉଣ୍ଡ ସାଙ୍ଗକୁ ସ୍ଥାନୀୟ ଯୁବକମାନଙ୍କ ନୃତ୍ୟରେ ପରିବେଶ କମ୍ପି ଉଠିଥିଲା। ଭସାଣି ଉତ୍ସବ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଦର୍ଶକଙ୍କ ଭିଡ଼ ଜମିଥିଲା। ତେବେ ଶୋଭାଯାତ୍ରା ପାଇଁ ପ୍ରାୟ ୨ ଘଣ୍ଟ ଧରି ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭାପୁର ପୋଲିସ ସମେତ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। | <urn:uuid:30e65b99-5f3a-40d9-9fb8-a88243cd0dab> | CC-MAIN-2018-05 | http://www.dharitri.com/main/news/13422 | 2018-01-17T11:13:31Z | s3://commoncrawl/crawl-data/CC-MAIN-2018-05/segments/1516084886895.18/warc/CC-MAIN-20180117102533-20180117122533-00207.warc.gz | ory | 0.99997 | Orya | 5 | {"ory_Orya_score": 0.9999697208404541} |
ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ଦାରିଦ୍ର୍ୟ ଆଗରେ ହାର୍ ମାନିଲା ମା'ର ସ୍ନେହ ମମତା। ଶେଷରେ କିଛି ଟଙ୍କା ପାଇଁ ମା' ନିଜର ୪ ସନ୍ତାନଙ୍କୁ ଅନ୍ୟକୁ ବିକି ଦେଲା। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଏବଂ ଚାଇଲ୍ଡଲାଇନ ଗୋଟିଏ ଶିଶୁପୁତ୍ରକୁ ସାଲିଆସାହିର ଜନତାନଗରରୁ ଗୁରୁବାର ଉଦ୍ଧାର କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ପିଲାଙ୍କୁ ବିକି ଦେଇଥିବା ମହିଳା ଏବଂ ତାଙ୍କ ସ୍ବାମୀ ଏବେ ଫେରାର ଅଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସାଲିଆସାହି ଜନତାନଗରରେ ରୁହନ୍ତି ରେଖା ବିଶ୍ୱାଳ(ଛଦ୍ମନାମ)। ସ୍ବାମୀ ସ୍ତ୍ରୀ ଶ୍ରମିକଭାବେ କାମ କରି ଗୁଜୁରାଣ ମେଣ୍ଟାନ୍ତି। ୫ବର୍ଷ ତଳେ ସେମାନଙ୍କର ପ୍ରଥମେ ୨ ଯାଁଳା ଝିଅ ଜନ୍ମ ହୋଇଥିଲେ। ଅର୍ଥାଭାବରୁ ପିଲାଙ୍କ ଭରଣପୋଷଣ କରି ନ ପାରିବାରୁ ସେମାନଙ୍କୁ ବିକି ଦେଇଥିଲେ। ୩ମାସ ତଳେ ଉଭୟଙ୍କର ପୁଣି ଯାଁଳା ପୁଅ ଜନ୍ମ ନେଇଥିଲେ। ଏଥର ବି ସମାନ ଅବସ୍ଥା ଥିଲା। ଅଭାବ ଅନଟନ ଯୋଗୁ ପିଲାଙ୍କ ଲାଳନପାଳନ କରିବାରେ ସମସ୍ୟା ହେଲା। ତେଣୁ ମାସକ ପରେ ସେମାନେ ୨ପୁଅଙ୍କୁ ବିକ୍ରି କରିଦେଇଥିଲେ। ଉକ୍ତ ବସ୍ତିରେ ରହୁଥିବା ଲିଙ୍ଗରାଜ ଦିଗାଲ ଓ ତାଙ୍କ ସ୍ତ୍ରୀ ଆରତି ଦିଗାଲଙ୍କର କୌଣସି ସନ୍ତାନ ନ ଥିବାରୁ ସେମାନେ ରେଖାଙ୍କଠାରୁ ଏକ ଶିଶୁପୁତ୍ର କିଛି ଟଙ୍କା ଦେଇ କିଣିଥିଲେ। ଅନ୍ୟ ଏକ ଶିଶୁକୁ ରେଖା ଅନ୍ୟତ୍ର ବିକ୍ରି କରିଦେଇଥିଲେ। ଗୁରୁବାର ବସ୍ତିର ଜଣେ ମହିଳା ସିଡବ୍ଲ୍ୟୁସିକୁ ଘଟଣା ବିଷୟରେ ଜଣାଇଥିଲେ। ସିଡବ୍ଲ୍ୟୁସି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚାଇଲ୍ଡ ଲାଇନ୍କୁ ଖବର ଦେଇଥିଲା। ଚାଇଲ୍ଡଲାଇନ ସଦସ୍ୟମାନେ ଲିଙ୍ଗରାଜଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। ପ୍ରଥମେ ଲିଙ୍ଗରାଜ ଓ ତାଙ୍କ ସ୍ତ୍ରୀ ଏହାକୁ ଏଡାଇ ଯାଇଥିଲେ। ସେମାନେ ଉକ୍ତ ଶିଶୁପୁତ୍ରକୁ ପାଇଥିଲେ ବୋଲି କହି ଭୁଆଁ ବୁଲାଇଥିଲେ। ଶେଷରେ ପୋଲିସ ଯାଇ ସେମାନଙ୍କୁ ପଚରାଉଚରା କରିବା ପରେ ଉଭୟେ ସତ ମାନିଯାଇଥିଲେ। ଉକ୍ତ ଶିଶୁପୁତ୍ରକୁ ରେଖାଙ୍କଠାରୁ ସେମାନେ କିଣିଥିବା ସ୍ବୀକାର କରିଥିଲେ। ଅଧିକ ତଦନ୍ତ ପାଇଁ ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହାସହ ଆଉ ୩ଜଣ ଶିଶୁଙ୍କୁ ରେଖା କାହାକୁ ବିକ୍ରି କରିଛନ୍ତି ସେ ନେଇ ମଧ୍ୟ ପୋଲିସ ଖୋଳତାଡ଼ ଜାରି ରଖିଛି। ଅନ୍ୟ ୩ ଶିଶୁଙ୍କୁ ରେଖା କେଉଁମାନଙ୍କୁ ବିକ୍ରି କରିଛନ୍ତି ସେ ଧରାପଡ଼ିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏହାସହ ଲାଇଲ୍ଡଲାଇନ୍ ପକ୍ଷରୁ ନୟାପଲ୍ଲୀ ଥାନା ଅଧିକାରୀଙ୍କୁ ଏକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଶୋର ନ୍ୟାୟ ଆଇନ-୨୦୧୫ ଅନୁଯାୟୀ ଧାରା ୮୦, ୮୧ରେ ମାମଲା ରୁଜୁ କରିବା ସହିତ ମହିଳା ଜଣକ ବିକ୍ରି କରିଥିବା ଆଉ ୩ଜଣ ଶିଶୁଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। | <urn:uuid:1f0ad7ff-5d7e-42e5-8f7f-f8152a31aa18> | CC-MAIN-2018-05 | http://www.dharitri.com/main/news/14313 | 2018-01-17T11:13:24Z | s3://commoncrawl/crawl-data/CC-MAIN-2018-05/segments/1516084886895.18/warc/CC-MAIN-20180117102533-20180117122533-00207.warc.gz | ory | 0.99999 | Orya | 5 | {"ory_Orya_score": 0.9999904632568359} |
ପାଟକୁରା, ୨୧।୧୨ (ଡି.ଏନ୍.ଏ.)- ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ରଙ୍କୁ ଅଣଦେଖା ଦଳକୁ ମହଙ୍ଗା ପଡିଛି। କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକର ପାଟକୁରା ପଞ୍ଚାୟତରେ ଗୁରୁବାର ଅନୁଷ୍ଠିତ ଭାଜପାର ମିଶ୍ରଣ ପର୍ବକୁ ବିଜୟଙ୍କ ସମର୍ଥକମାନେ ଦୃଢ଼ ବିରୋଧ କରିଛନ୍ତି। ଭାଜପା ନେତା ଉତ୍କଳ କେଶରୀ ପରିଡ଼ାଙ୍କ ଆବାହକତ୍ୱରେ ସ୍ଥାନୀୟ ସିଙ୍ଗିଟିଆ ପଡିଆଠାରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ କୋରୁଆ ପୋଲ ନିକଟରୁ ଏକ ଶୋଭାଯାତ୍ରା ସଭାମଞ୍ଚକୁ ଆସୁଥିବା ବେଳେ ବିଜୟଙ୍କ ସମର୍ଥକମାନେ ଏଥିରେ ବାଧା ସୃଷ୍ଟି କରିଥିଲେ। ଏଥିସହ ଉକ୍ତ ସଭାକୁ ବିଜୟଙ୍କୁ ଡ଼କାଯାଇ ନଥିବାରୁ ତାଙ୍କର ଶତାଧିକ ସମର୍ଥକ ସଭାସ୍ଥଳରେ ପହଞ୍ଚତ୍ ସଭାମଞ୍ଚ ଭଙ୍ଗାରୁଜା କରିଥିଲେ। ବିଜୟଙ୍କୁ ଦଳ ପକ୍ଷରୁ ଅଣଦେଖା ଓ ଜିଲାର ବିଭିନ୍ନ ସ୍ଥାନରେ ବିଜୟ ହଟାଅ କାର୍ଯ୍ୟକ୍ରମର ଏହା ପ୍ରତିଫଳନ ବୋଲି ପୂର୍ବତନ ବ୍ଲକ ଭାଜପା ସଭାପତି ଅମୀୟ କୁମାର ପରିଜା ପ୍ରକାଶ କରିଛନ୍ତି। ଅପରପକ୍ଷେ ସଭାମଞ୍ଚ ଭାଙ୍ଗି ଦଳୀୟ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଟାର ଜବାବ ପଥରରେ ଦିଆଯିବ ବୋଲି ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁ ସୂଚନା ଦେଇଛନ୍ତି। ଭାଜପା ମୁଖପାତ୍ର ଜ୍ଞାନଦେବ ବେଉରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ଅଲେଖ ଜେନା, ଦଳୀୟ ମୁଖପାତ୍ର ଜ୍ଞାନଦେବ ବେଉରା, ଜିଲା ଭାଜପା ସଭାପତି ସାହୁ, ଉତ୍କଳକେଶରୀ ପରିଡ଼ା, ଭୁବନମୋହନ ଜେନା, ଗୀତାଞ୍ଜଳି ସେଠୀ, ବିକ୍ରମ କେଶରୀ ରାଉତରାୟ, ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ପ୍ରମୁଖ ଯୋଗଦେଇଥିଲେ। ସଭାରେ ଭାଜପା ନେତୃମଣ୍ଡଳୀ ବିଜୟଙ୍କ ସମର୍ଥକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ । ଏହି ଅବସରରେ ନକୁଳ ବିଶ୍ୱାଳ, ରବୀନ୍ଦ୍ର ସେଠୀ, କେଦାରନାଥ ବାରିକ, ନୃସିଂହ ରାଉତ, ତାପସ ରାଉତ, ଚନ୍ଦନ ମିତ୍ର, ସୁବାସ ରାଉତ ପ୍ରମୁଖ ଭାଜପାରେ ଯୋଗଦେଇଥିଲେ। | <urn:uuid:1821a50e-4582-41e9-82d9-fe0ef45b2c44> | CC-MAIN-2018-05 | http://www.dharitri.com/main/news/15204 | 2018-01-17T11:13:17Z | s3://commoncrawl/crawl-data/CC-MAIN-2018-05/segments/1516084886895.18/warc/CC-MAIN-20180117102533-20180117122533-00207.warc.gz | ory | 0.999919 | Orya | 5 | {"ory_Orya_score": 0.9999194145202637} |
କଟକ: ଆନ୍ତଃଜିଲ୍ଲା ସିନ୍ଧି ଚୋର ରାକେଟର ୪ ଜଣଙ୍କୁ ଗିରଫ କରିଛି ଚୌଦ୍ୱାର ପୋଲିସ୍। ଏହି ରାକେଟର ମୁଖ୍ୟ କଟକ ଗୁରୁଡ଼ିଝାଟିଆ ଅଞ୍ଚଳର ବାବୁଲି ଓରଫ ଅଶୋକ କୁମାର ଦାସଙ୍କ ସମେତ ଆଉ ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଲାପ୍ଟପ୍,ଜେନରେଟର ଓ ଏସି ସହ ଅନେକ ସାମଗ୍ରୀ ଜବତ କରାଯାଇଛି। ୪ଜଣଙ୍କ ମଧ୍ୟରୁ ଜଣେ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଗିରଫ ହୋଇଛି।
ଏହି ରାକେଟ୍ କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଆଦି ଅଞ୍ଚଳରେ ଚୋରି କରୁଥିଲା ବୋଲି କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି। | <urn:uuid:c0e37cc4-cd40-4879-8337-1ca770e1c863> | CC-MAIN-2018-05 | http://odishareporter.in/crime/interstate-sindhi-chora-giraf/ | 2018-01-17T12:46:09Z | s3://commoncrawl/crawl-data/CC-MAIN-2018-05/segments/1516084886939.10/warc/CC-MAIN-20180117122304-20180117142304-00441.warc.gz | ory | 0.999604 | Orya | 2 | {"ory_Orya_score": 0.999603807926178} |
ଗତ ୩ତାରିଖ ଦିନ ସିଂହ ସଫାରୀ ବାହାରେ ବସ୍ ଦୁର୍ଘଟଣାର ଶିକାର ହୋଇଥିଲେ ଅମିୟଙ୍କ ସହ ୩ ଯୁବକ। ନନ୍ଦନକାନନ ଭିତରେ ଏକ ସଫାରୀ ବସ୍ ଭାରସାମ୍ୟ ହରାଇ ସମସ୍ତ ଯୁବକଙ୍କୁ ପଛରୁ ଧକ୍କା ଦେଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଅମିୟଙ୍କ ମୃତ୍ୟୁ ଘଟିଛି।
ପର୍ଯ୍ୟଟକଙ୍କ ମୃତ୍ୟୁ ପାଇଁ ନନ୍ଦରକାନନ କର୍ତ୍ତୃପକ୍ଷଙ୍କୁ ମୃତକଙ୍କ ପରିବାର ଲୋକେ ଦାୟୀ କରିଛନ୍ତି। ଦୁର୍ଘଟଣା ଘଟିବା ପରେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। | <urn:uuid:1b07c8f1-9c95-44d1-a545-623f03b43049> | CC-MAIN-2018-05 | http://odishareporter.in/odisha/one-dies-while-undergoing-treatment-in-a-private-hospital/ | 2018-01-17T12:46:27Z | s3://commoncrawl/crawl-data/CC-MAIN-2018-05/segments/1516084886939.10/warc/CC-MAIN-20180117122304-20180117142304-00441.warc.gz | ory | 1.000007 | Orya | 2 | {"ory_Orya_score": 1.000007152557373} |
ଭାରତୀୟ କ୍ରିକେଟ୍ରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଏମିତି ଅନେକ ଉଦାହରଣ ରହିଛି। କିନ୍ତୁ ଏବେ ଆଇପିଏଲ ଚାଲିଥିବା ବେଳେ ଏମିତି କିଛି ଘଟଣା ସମ୍ନାକୁ ଆସିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସନରାଇଜର୍ସ ଟିମ୍ର ସବୁଠୁ ସଫଳ ବୋଲର ଭୁବନେଶ୍ୱର କୁମାର ତାଙ୍କ ବୋଲିଂ ଯାଦୁରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥାନ୍ତି। ଚଳିତ ଆଇପିଏଲରେ ଏବେ ପର୍ପଲ୍ କ୍ୟାପ୍ ତାଙ୍କ ପାଖରେ ଥିବା ବେଳେ ୨୦୧୬ ଆଇପିଏଲରେ ମଧ୍ୟ ପର୍ପଲ୍ କ୍ୟାପକୁ ସେ କବ୍ଜା କରିଥିଲେ। ହେଲେ ନିକଟରେ ଏକ ଭିଡିଓ ସମ୍ନାକୁ ଆସିଛି। ଯେଉଁଥିରେ ଭୁବୀଙ୍କୁ ୩ଜଣଙ୍କ ନାଁ କୁହାଯାଇଥିଲା, ଯାହାଙ୍କ ସହ ସେ ଏକ ଶୁନଶାନ୍ ଦ୍ୱୀପରେ ସମୟ ବିତେଇବାକୁ ଚାହିଁବେ। ଏହି ତିନ ଜଣଙ୍କ ଭିତରୁ ଜଣେ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ହୋଇଥିବା ବେଳେ ଅନ୍ୟଜଣେ ହେଲେ କ୍ରିକେଟର ଏମ୍.ଏସ୍ ଧୋନୀ । ହେଲେ ଭୁବନେଶ୍ୱର କୁମାର କିନ୍ତୁ ଏହି ଦୁଇଜଣଙ୍କୁ ଛାଡି ତୃତୀୟ ଜଣଙ୍କ ସହ ଶୁନଶାନ୍ ଦ୍ୱୀପରେ ସମୟ ବିତେଇବା ପାଇଁ କହିଥିଲେ। ସେ ତୃତୀୟ ଜଣକ ହେଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କାପୁର । ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ସର୍ବଦା ନିଜ ଖେଳ ପ୍ରତି ଧ୍ୟାନ ଦେଉଥିବା ଲାଜକୁଳା ସ୍ୱଭାବର ଭୁବୀଙ୍କୁ କେହି ଭାବିନଥିବେ ଯେ ସେ ଶ୍ରଦ୍ଧାଙ୍କୁ ଏତେ ପସନ୍ଦ କରନ୍ତି ବୋଲି। | <urn:uuid:82ac3aa7-fe36-4d22-a56a-359d57487db4> | CC-MAIN-2018-05 | http://odishareporter.in/sports/which-cricketer-wants-time-spent-with-sradha/ | 2018-01-22T12:23:11Z | s3://commoncrawl/crawl-data/CC-MAIN-2018-05/segments/1516084891316.80/warc/CC-MAIN-20180122113633-20180122133633-00441.warc.gz | ory | 1.000002 | Orya | 5 | {"ory_Orya_score": 1.0000019073486328} |
କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛା ଶକ୍ତି କେବେ ହେଲେ ନିଷ୍ଫଳ ହୁଏ ନାହିଁ । ଯାହାକୁ ସଫଳ କରି ଦେଖାଇଛନ୍ତି ଚୀନର ଜଣେ ୮୨ ବର୍ଷୀୟ ବୃଦ୍ଧ । କୁହାଯାଏ ଯଦି କିଛି କରିବାର ଇଚ୍ଛା ଥାଏ ତେବେ ତାର ବାଟ ଆପଣା ଛାଏଁ ଖୋଲି ଯାଏଁ । ଯେଉଁଟାକି ଦେଖିବାକୁ ମିଳିଛି ଏହି ବୃଦ୍ଧଙ୍କଠାରେ ।
ଚୀନର ଗୁଇଜୋଉ ଅଂଚଳ ତଥା କାଓୱାଙ୍ଗବା ଗାଁରେ ବାସ କରନ୍ତି ହୁଆଙ୍ଗ ଡାଫା । ଦୀର୍ଘ ୩୯ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ଏକାକୀ ପାଖାପାଖି ୧୦ କିଲୋମିଟର ଲମ୍ବ ବିଶିଷ୍ଟ ଏକ କେନାଲ ଖୋଳି ନିଜ ଗ୍ରାମବାସୀଙ୍କୁ ପାଣି ଯୋଗାଇ ସମସ୍ତଙ୍କ ପାଇଁ ପାଲିଟିଛନ୍ତି ଆଦର୍ଶ ।
ସୂଚନା ମୁତାବକ, ୧୯୫୯ରେ ଅଂଚଳରେ ସାଘାଂତିକ ମରୁଡି ପଡିବା ଦ୍ୱାରା ସମସ୍ତ ଜଳାଶୟ ସଂପୂର୍ଣ୍ଣ ରୂପେ ଶୁଖି ଯାଇଥିଲା । ଫଳରେ ଜଳ ଉତ୍କଟ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ଏହି ଗାଁରେ । ତେବେ ଏହି ସମୟରେ ଡାଫା ନିଜର ଅଦମ୍ୟ ସାହସ ଦେଖାଇ ଗାଁକୁ ଲାଗି ରହିଥିବା ଏକ ପାହାଡକୁ ଖୋଳିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଡାଫାଙ୍କ ବୟସ ହୋଇଥିଲା ମାତ୍ର ୨୩ ବର୍ଷ ।
ଖାଲି ସେତିକି ନୁହେଁ ଆପଣ ଜାଣିଲେ ଚକିତ ହେବେ କେନାଲ ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ଏବଂ ଏଥିପାଇଁ ତାଙ୍କୁ ପାହାଡ ଉପରକୁ ମଧ୍ୟ ଚଢିବାକୁ ପଡିଥିଲା । ତେବେ ନିଜକୁ ଏକ ଗଛରେ ଦଉଡିରେ ବାନ୍ଧି ପାହାଡକୁ ଖୋଳିଥିଲେ । ସବୁଠାରୁ ବଡ କଥା ହେଲା ଏଥିପାଇଁ ସେ କାହାର ସାହାର୍ଯ୍ୟ ମଧ୍ୟ ଲୋଡି ନଥିଲେ । ଆଉ ତାଙ୍କୁ ସହାୟତା ହାତ ମଧ୍ୟ କେହି ବଢାଇ ନଥିଲେ । ଏହାର ମୁଖ୍ୟ କାରଣ ଥିଲା ଗାଁ ଲୋକଙ୍କର ଥିଲା ନିଜ ଜୀବନ ପ୍ରତି ଲୋଭ ।
ତେବେ ପ୍ରଥମ ଥର ଅସଫଳ ହେବା ପରେ ଡାଫା ଇଂଜିନିୟର ପାଠପଢିବାକୁ ଗାଁ ଛାଡି ଚାଲିଯାଇଥିଲେ । ପରବର୍ତ୍ତି କାଳରେ ତଥା ୧୯୯୦ରେ ଜୀବନର ଏହି ଗୋଟିଏ ମାତ୍ର ଲକ୍ଷ୍ୟକୁ ପୁରଣ କରିବାକୁ ଗାଁକୁ ଫେରିଥିଲେ ଓ ପୁନଃ ପ୍ରୟାସ କରିଥିଲେ ଏବଂ ଶେଷରେ ଡାଫା ୧୯୯୫ରେ କେନାଲ ଖୋଳି ଦେଖାଇଥିଲେ । ଆଉ ଏହି ସମୟରେ ତାଙ୍କ ବୟସ ହୋଇଥିଲା ୮୨ । ଆପଣ ଜାଣିଲେ ଚକିତ ହେବେ କି ଡାଫାଙ୍କ କଠିନ ପରିଶ୍ରମ କାରଣରୁ ବର୍ତ୍ତମାନ ଏହି ଗାଁକୁ ଉପଯୁକ୍ତ ପାନୀୟ ଜଳ ମିଳିବା ସହ ବିଜୁଳୀ ଏବଂ ପକ୍କା ସଡକ ଆଦି ସୁବିଧାମାନ ମିଳିପାରିଛି ।
Related Stories
Stories by Team Odia | <urn:uuid:f53a1276-eff1-4175-9ce9-a273e31de33d> | CC-MAIN-2018-05 | https://odia.yourstory.com/read/a85956162e/- | 2018-01-20T10:47:03Z | s3://commoncrawl/crawl-data/CC-MAIN-2018-05/segments/1516084889567.48/warc/CC-MAIN-20180120102905-20180120122905-00448.warc.gz | ory | 1.000004 | Orya | 21 | {"ory_Orya_score": 1.0000038146972656} |
ଚାଷୀ ଆତ୍ମହତ୍ୟାର ସମାଧାନ
News Story - Posted on 2017-12-20
କୃଷି ଓ କୃଷକର କାହାଣୀ ପଢ଼ିଆସୁଥିବା ଆମ ସମାଜ ଆଜି କୃଷକର ଜୀବନ ହାରିବାର କାହାଣୀ ନିଶ୍ଚୟ ପଢ଼ୁଥିବେ । ପ୍ରାୟତଃ ଭାରତବର୍ଷରେ କୃଷକର ଆତ୍ମହତ୍ୟା ଖବର ବରାବର ଶୁଣିବାକୁ ମିଳୁଛି । ଭାରତ ଏକ କୃଷି ପ୍ରଧାନ ଦେଶ ବୋଲି କୁହାଯାଏ । ତଥାପି କୃଷକର ଜୀବନ ଅସୁରକ୍ଷିତ ହୋଇ ପଡ଼େ କାହିଁକି? ଏହା ଏକ ଅସମାହିତ ପ୍ରଶ୍ନ । କେଦାରମାଳାରେ ଲୋଟୁଥିବା ସବୁଜ ଶସ୍ୟ ଶ୍ୟାମଳା ଚିତ୍ର ଭିତରେ କୃଷକଟି ମରିପଡ଼ିବାର ଦୃଶ୍ୟ ମନପ୍ରାଣକୁ ଦୋହଲାଇ ଦେଇଥାଏ । କୃଷିର ଜୀବନ ତା'ର କ୍ଷେତ । ତା'ର ଘର ସଂସାର ସୁଖ ଦୁଃଖ ସବୁ କିଛି ଧାନ ଶସ୍ୟର ଅମଳ ଉପରେ ହିଁ ନିର୍ଭର କରିଥାଏ । ସେଇ ଧାନ ଗଛକୁ ଦେଖି ପେଟରୁ କ୍ଷୁଧା ଭୁଲିଯାଏ । କେମିତି ଅମଳ କରି ସାହୁକାର କିମ୍ବା ସରକାରଙ୍କ ପାଖରେ ବସ୍ତା ବାନ୍ଧି ଥୋଇଦେଲେ ବର୍ଷ ତମାମ ଶ୍ରମର ଫଳପ୍ରାପ୍ତ ଆନନ୍ଦ ମିଳିଥାଏ । ସମୟାନୁକ୍ରମେ ଆଜି ସରକାରଙ୍କ ବହୁବିଧ କାର୍ଯ୍ୟକ୍ରମ କୃଷକର କୃଷି ସଂପଦ ସୁରକ୍ଷା ପାଇ ତତ୍ପର ହୋଇ ଆସୁଥିବା ନେଇ ସରାକରୀ ବାବୁମାନେ ଜିଲ୍ଲା ଓ ଅନ୍ୟ ସ୍ତରରେ କର୍ମଶାଳା ଆୟୋଜନ କରନ୍ତି । କୃଷକ ସଚେତନତାର ସନ୍ଦେଶ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ । ତଥାପି କୃଷକର ମନ ବୁଝେନି । ପ୍ରାଣ ହାରିବାକୁ ପଡ଼େ । ଏକରୁ ଅନେକ କୃଷକର ଅକାଳମୃତ୍ୟୁରେ କରାଳ ରୂପ ଦେଖି ସରକାରୀ ବାବୁ ମନ୍ତ୍ରୀ ମନଇଚ୍ଛା ବିବୃତି ଦେଇଚାଲନ୍ତି । କିନ୍ତୁ କୃଷକ ମନସ୍ତାତ୍ତ୍ୱିକ ଦିଗକୁ ଅନୁଶୀଳନ କରି ସମୟୋଚିତ ସମୁଚିତ ପଦକ୍ଷେପ ନିଆଗଲେ ହୁଏତ ଏଭଳି ଦୁଃଖଦ ଦୁର୍ଘଟଣା ଆକସ୍ମିକ କୃଷକ ଜୀବନ ହାରିବାର ଦୁଃସମ୍ବାଦ ଶୁଣିବାକୁ ମିଳିବ ନାହିଁ ବୋଲି ଅନେକ ସମୟରେ ଆଲୋଚନା ହୁଏ ।
କୃଷି ଓ କୃଷକର ସଂପର୍କରେ ସମନ୍ୱୟ ରକ୍ଷା କରିବାରେ ରାଜ୍ୟରେ ଅନେକ ବୋର୍ଡ଼ ଅନେକ ସଂଗଠନ କାର୍ଯ୍ୟ କରନ୍ତି । କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଛି ଏବଂ ଏହି ବିଶ୍ୱ ବିଦ୍ୟାଳୟ ସହ ଅନେକ ଆଂଚଳିକ ଗବେଷଣା କେନ୍ଦ୍ର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଛି । ବହୁ କୃଷି ବୈଜ୍ଞାନିକ କୃଷି ସମନ୍ଧୀୟ ବିବରଣୀ ପୃଷ୍ଠା ପୃଷ୍ଠା ଛପାଇ ଦିଅନ୍ତି ଅନେକ ଭାଷାରେ । କୃଷି ବୈଜ୍ଞାନିକମାନଙ୍କ ସହ ବ୍ଲକ୍ ସ୍ତରୀୟ କାର୍ଯ୍ୟ କର୍ତ୍ତାମାନେ ଗ୍ରାମପଂଚାୟତ କୃଷି ଅଧିକାରୀ ଜିଲ୍ଲା କୃଷିଧିକାରୀ ଯୋଗ ସୂତ୍ରରକ୍ଷା କରି କୃଷି ସଂପଦରେ ସୁରକ୍ଷିତ ଭବିଷ୍ୟତ ପାଇଁ ଯତ୍ନଶୀଳ ହୁଅକରି ତଥାପି ଉଜୁଡ଼ିଯାଏ କୃଷକର କ୍ଷେତ ।
ପାଣିପାଗ ପରିବର୍ତ୍ତନଶୀଳ । ଶୀତରେ ବର୍ଷା, ବର୍ଷା ଦିନରେ ଖରା ଭିତରେ କୃଷକ ଖୋଜୁଥାଏ ଆଶା ନେଇ । ଏଇ ଭିତରେ କୀଟପୋକ ମାନେ ମଧ୍ୟ ଦାଉସାଧନ୍ତି । ବ୍ୟାପିଯାଆନ୍ତି ଚକଡ଼ା ପୋକ ଏକର ଏକର ଜମିକୁ । ସମ୍ଭବ ହୁଏନି ଚକଡ଼ା ପୋକର ଦାଉରୁ ଏଇ କୃଷକର କ୍ଷେତକୁ ବଂଚାଇବା ପାଇଁ କୃଷକ ମୁଣ୍ଡ ପିଟି ଦିଏ । କୃଷି ଋଣରେ ଭାରାକ୍ରାନ୍ତ ମନକୁ ଭାରସାମ୍ୟ ରକ୍ଷା କରିପାରେନି ଏକ ଜୀବନ ବଳିଦିଏ ସେଇ କୀଟନାଶକ ଔଷଧରେ କିମ୍ବା ଗଳାକୁ ସୁତାଖିଅରେ ଝୁଲାଇ ନେଇ । କୀଟନାଶକ ଔଷଧର ବ୍ୟବହାର ଜମିରେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସଂସାର ଆଜି ଭେଜାଲ ବ୍ୟବସ୍ଥା ଭିତରେ ଛନ୍ଦି ହୋଇଗଲାଣି । କୀଟନାଶକ ଔଷଧ ମଧ୍ୟ ଭେଜାଲ ବୋଲି ସ୍ୱର ଶୁଣିଲାଣି । କିଏ ଏପରି କୀଟନାଶକ ଔଷଧ ପ୍ରସ୍ତୁତ କରିବାକୁ ଯିଏକି ପ୍ରୋତ୍ସାହନ ନେଇ ଆସୁଛି । ଏପରି ଅସାମାଜିକ ଦୁର୍ବୃତ୍ତମାନଙ୍କୁ କି ଦଣ୍ଡ ବିଧାନ ଅଛି? ଔଷଧ ନିର୍ମାଣ କରୁଥିବା କଂପାନୀଙ୍କୁ ଯାଂଚ କରୁଥିବା ଅଧିକାରୀଙ୍କ ପ୍ରୋତ୍ସାହନରେ ଏସବୁ ଚାଳୁଛି । କୃଷି ଅଧିକାରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ବସି ନିଜ ନିଜର ଚିଠା କରି ମନଗଢ଼ା କାହାଣୀ ପରି ସରକାରଙ୍କ ଆଗରେ ବାଢ଼ିଦିଅନ୍ତି ସଂସ୍କାରମୂଳକ ଚିଠା । ଅଥଚ କେବେ କୌଣସି କୃଷକର ଦୁଆର ନମାଡ଼ି ଅନେକ କୃଷକର ନାମ ତାଲିକା ପ୍ରସ୍ତୁତ କରି ପ୍ରଶିକ୍ଷଣର ବିସ୍ତୃତ ବିବରଣୀ ମଧ୍ୟ ପଢ଼ିଦିଅନ୍ତି ।
ଶେଷରେ କୃଷକର ଜୀବଜନ୍ତୁ ନେଇ ଚିନ୍ତାକରୁ ଥିବା ସରକାରଙ୍କ ପାଖରେ କିଛି ପରାମର୍ଶ । ରାଜ୍ୟ ସରକାର ଜିଲ୍ଲାସ୍ତରରେ କୃଷକର କ୍ଷେତର ସୁରକ୍ଷା ସହ କୃଷକର ଜୀବନ ସୁରକ୍ଷାକୁ ନେଇ ପରାମର୍ଶ କେନ୍ଦ୍ର ଖୋଲିବା ଆବଶ୍ୟକ । କୃଷକର ଋଣ ଦେଉଥିବା ବ୍ୟାଙ୍କ ଅଧିକାରୀମାନେ କୃଷକର ମନକୁ ଭୟଭୀତ ନକରି କୃଷି ଋଣ ଯୋଗାଉଥିବା ବ୍ୟାଙ୍କ ଶାଖାମାନଙ୍କ ଜରିଆରେ ଅଧିକ ସଚେତନମୂଳକ କେନ୍ଦ୍ର (କାଉନସିଲିଂ ୟୁନିଟ୍) ସ୍ଥାପନ ହେଉ ବ୍ଲକ୍ ସ୍ତରରେ । କୃଷକ ସହ ଉତ୍ତମ ସଂପର୍କ ଆବେଗାତ୍ମକ ବ୍ୟବହାର ଭିତରେ ଏଇ ଉଚ୍ଚପ୍ରଶିକ୍ଷିତ ଅଧିକାରୀମାନେ କାନ୍ଧକୁ କାନ୍ଧ ମିଶାଇ କୃଷକକୁ ଉପଯୁକ୍ତ ସାନ୍ତ୍ୱନା ଦିଅନ୍ତୁ ଏବଂ କୃଷକର ମନୋବଳକୁ ଭାଙ୍ଗିବାକୁ ନଦେଇ ତକ୍ରାଳ ଋଣ ଦେଇଥିବା ବ୍ୟାଙ୍କ ଅଧିକାରୀମାନେ କୃଷକ ପ୍ରତି କଠୋର ବିଚାରରୁ ଟିକେ ନରମ ରହି କୃଷକ ଘରେ ପହଂଚି ବିକଳ୍ପ ବିଚାର ସହ ଜିଲ୍ଲା କୃଷି ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କଠାରେ ସୌଜନ୍ୟମୂଳକ ପରାମର୍ଶ ଦିଅନ୍ତୁ । ହତୋତ୍ସାହିତ କୃଷକରେ ଜୀବନକୁ ସୁରକ୍ଷା ପାଇଁ ଏକମାତ୍ର ବାଟ ପଦାଧିକାରୀ ବ୍ୟାଙ୍କ ଓ ସରକାର ପ୍ରଶାସନ ସମୂହ ସଚେତନ ହୋଇ କୃଷକର ମନକୁ ସାମାନ୍ୟ ହାଲୁକା କରିବାର ବିକଳ୍ପ ବିଚାର ବିମର୍ଶ କରିବା ଆବଶ୍ୟକ । | <urn:uuid:88dfd262-0084-4ddb-9f57-e2b876a2af84> | CC-MAIN-2018-05 | http://samanyakathan.com/readmore.php?sid=2300 | 2018-01-22T15:45:27Z | s3://commoncrawl/crawl-data/CC-MAIN-2018-05/segments/1516084891485.97/warc/CC-MAIN-20180122153557-20180122173557-00152.warc.gz | ory | 0.999999 | Orya | 2 | {"ory_Orya_score": 0.9999991655349731} |
ଭାରତୀୟ ନ୍ୟାୟପାଳିକାର ଇତିହାସରେ ସ୍ୱଚ୍ଛତାର ଏକ ନୂଆ ଉଜ୍ଜ୍ୱଳ ଅଧ୍ୟାୟ ଯୋଡ଼ି ହୋଇଛି। ଏହାର ଶ୍ରେୟ ବର୍ତ୍ତମାନ କାର୍ଯ୍ୟରତ ସୁପ୍ରିମ୍କୋର୍ଟର ୪୫ତମ ପ୍ରଧାନ ନ୍ୟାୟାଧୀଶ, ଓଡ଼ିଶା ମାଟିର ସନ୍ତାନ ନ୍ୟାୟମୂର୍ତ୍ତି ଦୀପକ କୁମାର ମିଶ୍ରଙ୍କୁ ଯିବ। ଉଚ୍ଚ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ନେଉଥିବା ସୁପ୍ରିମ୍କୋର୍ଟର ପାଞ୍ଚଜଣିଆ କଲେଜିୟମ୍ର କାର୍ଯ୍ୟ ବିବରଣୀ ଆଉ ଗୋପନୀୟ ରଖା ନଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ମିଶ୍ରଙ୍କ ଦ୍ୱାରା ଆଗତ ଏ ସମ୍ପର୍କିତ ପ୍ରସ୍ତାବ କଲେଜିୟମ୍ରେ ଅକ୍ଟୋବର ୩ ତାରିଖରେ ସର୍ବସମ୍ମତିକ୍ରମେ ଗୃହୀତ ହେବାପରେ ଛଅରେ କେବଳ ନୂଆ ବ୍ୟବସ୍ଥାର ଘୋଷଣା କରାଯାଇନାହିଁ, ଏହାକୁ ତୁରନ୍ତ କାର୍ଯ୍ୟକାରୀ ମଧ୍ୟ କରାଯାଇଛି। କେରଳ ଓ ମାଡ୍ରାସ ହାଇକୋର୍ଟରେ ବିଚାରପତି ନିଯୁକ୍ତି ସମ୍ପର୍କିତ ତଥ୍ୟ ସର୍ବୋଚ୍ଚ ନ୍ୟାୟାଳୟର ଓ୍ଵବ୍ସାଇଟ୍ରେ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପ୍ରସାରିତ ହୋଇଛି।
ନିଃସନ୍ଦେହ, ଏହା ଏକ ଯୁଗାନ୍ତକାରୀ ଐତିହାସିକ ପଦକ୍ଷେପ ଓ ଏହାଦ୍ୱାରା ଉଚ୍ଚ ନ୍ୟାୟପାଳିକାର ସ୍ୱଚ୍ଛତାର ଏକ ସୁସ୍ଥ ପରମ୍ପରାର ଅୟମାରମ୍ଭ ହୋଇଛି। ନିକଟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଜୟନ୍ତ ପଟେଲଙ୍କ ବଦଳି ଏବଂ ପରେ ପଦୋନ୍ନତିରେ ଉପେକ୍ଷିତ ହେବା ପ୍ରତିବାଦରେ ତାଙ୍କ ଇସ୍ତଫାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ସହ କଲେଜିୟମ୍ର ସ୍ୱଚ୍ଛତା ନିଷ୍ପତ୍ତିକୁ ଯୋଡ଼ାଯାଉଛି। କିନ୍ତୁ କେବଳ ଏହି ଘଟଣା ନୁହେଁ, ସ୍ୱଚ୍ଛତା ପ୍ରସଙ୍ଗରେ ଏହି ପଦକ୍ଷେପର ପୃଷ୍ଠଭୂମିରେ ରହିଛି ଆହୁରି ଅନେକ ବିବାଦୀୟ ଘଟଣା, ଦୀର୍ଘ ବର୍ଷର ମାନସ ମନ୍ଥନ ଏବଂ ଖୋଦ୍ ସର୍ବୋଚ୍ଚ ନ୍ୟାୟାଳୟ ବହୁସଂଖ୍ୟକ ମାମଲାରେ ଶୁଣାଇଥିବା 'ଆତ୍ମଶୁଦ୍ଧି' ମୂଳକ ରାୟ। ମାନ୍ୟବର ସୁପ୍ରିମ୍କୋର୍ଟ ତାଙ୍କର ଅନେକ ରାୟରେ କାର୍ଯ୍ୟ-ନିର୍ବାହୀକୁ ସ୍ୱଚ୍ଛତାର ମନ୍ତ୍ର ପଢ଼ାଇଛନ୍ତି, ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟଧାରାରେ ଅଧିକ ସ୍ୱଚ୍ଛତା ଉପରେ ଜୋର୍ ଦେଇଚନ୍ତି। ଅଥଚ, ନିଜ କ୍ଷେତ୍ରରେ ସ୍ୱଚ୍ଛତା ଲାଗୁ କଲାବେଳକୁ ରକ୍ଷଣଶୀଳତାସୁଲଭ କୁଣ୍ଠା ବାଟ ଓଗାଳୁଥିଲା। ଗତ ଦୁଇବର୍ଷ ତଳେ ଉଚ୍ଚ ନ୍ୟାୟପାଳିକାର ବିଚାରପତି ନିଯୁକ୍ତି ପାଇଁ ଏନ୍ଜେଏସି (ନ୍ୟାସ୍ନାଲ ଜୁଡ଼ିସିଆଲ୍ ଆପଏଣ୍ଟମେଣ୍ଟ କମିସନ୍) ଗଠନ ପାଇଁ ସଂସଦରେ ପ୍ରଣୀତ ଆଇନକୁ ରଦ୍ଦ କରି ଦେଇ ସୁପ୍ରିମ୍ କୋର୍ଟ ୧୯୯୬ରୁ ଚାଲି ଆସିଥିବା କଲେଜିୟମ୍ ବ୍ୟବସ୍ଥାକୁ ବଳବତ୍ତର ରଖିଥିଲେ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ କଲେଜିୟମ୍ ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବ ନେଇ ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।
ଏହି ପାଞ୍ଚଜଣିଆ ବେଞ୍ଚର ଦୁଇଜଣ ବିଚାରପତି ନ୍ୟାୟମୂର୍ତ୍ତି ଜେ.ଚେଲାମେଶ୍ୱର ଏବଂ ନ୍ୟାୟମୂର୍ତ୍ତି କୁରିଆନ୍ ଜୋସେଫ୍ ନିର୍ଦ୍ଦିଷ୍ଟ ଭାବେ ଟିପ୍ପଣୀ ରଖିଥିଲେ ଯେ କଲେଜିୟମ୍ ବ୍ୟବସ୍ଥାରେ ସ୍ୱଚ୍ଛତା ନାହିଁ। ବିଚାରପତି ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟାର ମର୍ଯ୍ୟାଦା ଓ ଗରିମା ଦୃଷ୍ଟିରୁ ଗୋପନୀୟତାର ପରଦା ହଟାଇ ସ୍ୱଚ୍ଛତା ନିଶ୍ଚିତ କରାଯିବା ଉଚିତ। ଇତିମଧ୍ୟରେ ଦୁଇବର୍ଷ ବିତିଯାଇଛି, ତିନିଜଣ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ମଧ୍ୟ ସରିଯାଇଛି। କିନ୍ତୁ କେହି ବି ସୁପ୍ରିମ୍କୋର୍ଟର ଅକ୍ଟୋବର ୨୦୧୫ର ଏନ୍ଜେଏସି ରାୟର ଛାୟାରେ କଲେଜିୟମ୍ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନ ନେଇ ଏହାକୁ ଏଡ଼ାଇ ଯାଇଛନ୍ତି। ଏପରିକି କଲେଜିୟମ୍ର ସଦସ୍ୟ ଥିବା ଅନ୍ୟତମ ବିଚାରପତି ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ସ୍ୱଚ୍ଛତାର ଅଭାବ ନେଇ ଅସନ୍ତୋଷ ଜଣାଇ କଲେଜିୟମ୍ରୁ ନିଜକୁ ଦୂରେଇ ରଖିଥିଲେ। କୋଲ୍କାତା ହାଇକୋର୍ଟର ବିବାଦୀୟ ତଥା ପଦଚ୍ୟୁତ ବିଚାରପତି ନ୍ୟାୟମୂର୍ତ୍ତି କର୍ଣ୍ଣନ୍ ମଧ୍ୟ ବିଚାରପତି ନିଯୁକ୍ତିରେ ସ୍ୱଚ୍ଛତାର ଅଭାବ ପ୍ରତି ଅଙ୍ଗୁଳି ଦେଖାଇଥିଲେ। ଶେଷରେ ଏହି ଧାରାରେ ଯବନିକା ଟାଣି ପ୍ରଧାନ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ଅଗଷ୍ଟ ୨୮ରେ ଦାୟିତ୍ୱ ନେବାର ଚାଳିଶ ଦିନ ଭିତରେ ସ୍ୱଚ୍ଛତାର ନୂଆ ପରମ୍ପରାର ମଞ୍ଜି ବପନ କରିଛନ୍ତି। ସେଥିପାଇଁ ନ୍ୟାୟମୂର୍ତ୍ତି ମିଶ୍ର ନିଶ୍ଚିତ ଭାବେ ଅଭିନନ୍ଦନ ଓ ପ୍ରଶଂସାର ପାତ୍ର। ନ୍ୟାୟପାଳିକାର ସମ୍ମାନ ଓ ଗରିମାମୟ ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ୱଳ କରିବା ଲାଗି ଏହା ତାଙ୍କର ଦାୟିତ୍ୱବୋଧ ଓ ଅଙ୍ଗୀକାରର ପରିଚାୟକ। ଭାରତର ଉଚ୍ଚ ନ୍ୟାୟପାଳିକାରେ ସ୍ୱଚ୍ଛତା ପ୍ରସଙ୍ଗ ଯେତେବେଳେ ବି ଆଲୋଚନା ହେବ, ସେତେବେଳେ ସ୍ୱଚ୍ଛତାର ନୂଆ ପରମ୍ପରାର ସୂତ୍ରଧର ଭାବେ ନ୍ୟାୟମୂର୍ତ୍ତି ମିଶ୍ରଙ୍କ ନାମ ମଧ୍ୟ ସମ୍ମାନର ସହ ନିଆଯିବ।
ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି ସଂକ୍ରାନ୍ତ ସମସ୍ତ ବିବରଣୀକୁ ଗୋପନୀୟତାର ବନ୍ଦୀଶାଳାରୁୁ ମୁକୁଳାଇ, ଖୋଲାଖୋଲି ମୁକ୍ତ ପ୍ରକାଶ ସକାଶେ ନିଆଯାଇଥିବା ପଦକ୍ଷେପ ଫଳରେ କଲେଜିୟମ୍ ବ୍ୟବସ୍ଥା ବିରୋଧରେ ସବୁଠାରୁ ବଡ଼ ଅଭିଯୋଗର ଅବକାଶକୁ ଅନେକ ମାତ୍ରାରେ ସଂକୁଚିତ କରାଯାଇ ପାରିଛି। ଏହା ନିଶ୍ଚିତ ଭାବେ ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି କ୍ଷେତ୍ରରେ ପ୍ରିୟାପ୍ରୀତି, ପାତରଅନ୍ତରର ସନ୍ଦେହକୁ ଅନେକାଂଶରେ ଦୂର କରିବ। ସରକାର ଓ ନ୍ୟାୟପାଳିକା ମଧ୍ୟରେ ଟଣାଓଟରା ଯୋଗୁ ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିଥିବା ପ୍ରାୟ ଚାରିଶହ ବିଚାରପତି ପଦରେ ନିଯୁକ୍ତି ନେଇ ଦେଖା ଦେଇଥିବା ଅଚଳାବସ୍ଥା ମଧ୍ୟ ଦୂର ହୋଇ ପ୍ରକ୍ରିୟା ତ୍ୱରାନ୍ଵିତ ହେବାର ସମ୍ଭାବନା ଅଛି। ଅବଶ୍ୟ, ଏ ପ୍ରସଙ୍ଗରେ ଏମ୍ଓପି (ମେମୋରାଣ୍ଡମ୍ ଅଫ୍ ପ୍ରସିଡ଼ିଓର୍)କୁ କେନ୍ଦ୍ର କରି ସରକାର ଓ କଲେଜିୟମ୍ ମଧ୍ୟରେ ବିବାଦ ଆଉ ଏକ ସମସ୍ୟା। ତେବେ କଲେଜିୟମ୍ ନିଷ୍ପତ୍ତିିର ଆଉ ଏକ ସକାରାତ୍ମକ ଦିଗ ହେଲା- ବିଚାରପତି ନିଯୁକ୍ତି ଓ ପଦୋନ୍ନତିରେ ନିଜର ଭୂମିକାକୁ ଅଧିକ ସ୍ୱଚ୍ଛ ଓ ସ୍ପଷ୍ଟ କରିବା ଲାଗି ସରକାରଙ୍କ ଉପରେ ଏହା ଚାପ ପକାଇବ। ବର୍ତ୍ତମାନ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି କଲେଜିୟମ୍ ଉପରେ ନ୍ୟସ୍ତ ଥିଲେ ସୁଦ୍ଧା ସରକାରଙ୍କ ମଧ୍ୟ ଏ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଭୂମିକା ରହିଛି।
ସୁପ୍ରିମ୍ କୋର୍ଟ କଲେଜିୟମ୍ରେ ଗୃହୀତ ଅକ୍ଟୋବର ୩ ତାରିଖର ପ୍ରସ୍ତାବ ଓ ଛଅ ତାରିଖରୁ ଏହାର କାର୍ଯ୍ୟକାରିତା ଏକ ପ୍ରଗତିଶୀଳ ପଦକ୍ଷେପ ଏବଂ ସର୍ବାଦୌ ସ୍ୱାଗତଯୋଗ୍ୟ। ତେବେ ବିଚାରପତି ନିଯୁକ୍ତି, ପଦୋନ୍ନତି ଓ ବଦଳି ପ୍ରସଙ୍ଗରେ ଅଧିକ ସ୍ୱଚ୍ଛତା ପାଇଁ ଆହୁରି କେତେକ ପଦକ୍ଷେପ ନିଆଯିବାର ଆବଶ୍ୟକତା ଅଛି। ବିଚାରପତି ନିଯୁକ୍ତି ପାଇଁ ଯୋଗ୍ୟତାର ମାପକାଠି ନିର୍ଦ୍ଧାରିତ ହେବା ଉଚିତ। ପଦୋନ୍ନତି ଓ ବଦଳି ପାଇଁ ନିର୍ଦ୍ଦିଷ୍ଟ ମାପଦଣ୍ଡ ସହ ସ୍ପଷ୍ଟ ନୀତି ପ୍ରଣୟନ ହେବା ଦରକାର। ନୀତି ଓ ମାପଦଣ୍ଡ ସ୍ପଷ୍ଟ ହୋଇଗଲେ ବ୍ୟକ୍ତିଗତ ପସନ୍ଦ, ନାପସନ୍ଦ ପାଇଁ 'ଇଚ୍ଛାଧୀନ' କ୍ଷମତାର ପ୍ରୟୋଗ ସକାଶେ ବିଶେଷ ଅବକାଶ ରହିବ ନାହିଁ। ସ୍ୱଚ୍ଛତା ସଂଦର୍ଭରେ ଏହା ଉଲ୍ଲେଖ କରିବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ ମାନ୍ୟବର ସୁପ୍ରିମ୍କୋର୍ଟ ସୂଚନା ଅଧିକାର ଆଇନର ପରିସରରୁ ବର୍ତ୍ତମାନ ସୁଦ୍ଧା ନିଜକୁ ଦୂରେଇ ରଖିବା ସ୍ୱଚ୍ଛତା ଭାବନାର ଆଦୌ ଅନୁକୂଳ ନୁହେଁ। ଅଧିକ ସ୍ୱଚ୍ଛତା ପାଇଁ ମାନ୍ୟବର କୋର୍ଟ ନିଜକୁ ସମ୍ପୂର୍ଣ୍ଣ ଭାବେ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରିବା ନେଇ ପୁନଃଚିନ୍ତନ କରିବେ ବୋଲି ଆଶା। ଯଦି ମାନ୍ୟବର ସର୍ବୋଚ୍ଚ ଅଦାଲତ ନିଜକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରନ୍ତି, ତେବେ ତାହା ସ୍ୱଚ୍ଛତା ଦିଗରେ ଆଉ ଏକ ମାଇଲଖୁଣ୍ଟ ହେବ। କେବଳ ସ୍ୱଚ୍ଛତା ନୁହେଁ, ନ୍ୟାୟପାଳିକାର ନିରପେକ୍ଷତା, ସାଧୁତା ରକ୍ଷା ପାଇଁ ବିଚାରପତିମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସମୟାବଦ୍ଧ ତଦନ୍ତ ଓ ତାର ବିଚାରପାଇଁ ଏକ ସ୍ଥାୟୀ ସ୍ୱଚ୍ଛ ବ୍ୟବସ୍ଥାର ଆବଶ୍ୟକତା ନେଇ ମଧ୍ୟ ଗୁରୁତ୍ୱର ସହ ବିଚାର କରାଯିବା ଉଚିତ।
ମନେ ରଖିବାକୁ ହେବ ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱଚ୍ଛତା ହିଁ ଉତ୍ତମ ଶାସନର ଗୋଟିଏ ଚାବିକାଠି। ବ୍ୟବସ୍ଥା ଯେତେ ଅଧିକ ସ୍ୱଚ୍ଛ ହୁଏ, ଶାସନର ଅଙ୍ଗମାନେ, ସେ କାର୍ଯ୍ୟନିର୍ବାହୀ ହେଉ ଅବା ନ୍ୟାୟପାଳିକା, ସେତେ ଅଧିକ ସମ୍ବେଦନଶୀଳ, ଉତ୍ତରଦାୟୀ ଓ ଦକ୍ଷ ହୋଇଥାନ୍ତି। ଯାହା ସାଧୁତା ଓ ନିରପେକ୍ଷତା ନିଶ୍ଚିତ କରିବା ଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ। | <urn:uuid:8dfbd69b-8fe8-4921-8243-6e276fa3c5f3> | CC-MAIN-2018-05 | http://sambad.in/editorial/editorial-7-7403/ | 2018-01-22T16:14:19Z | s3://commoncrawl/crawl-data/CC-MAIN-2018-05/segments/1516084891485.97/warc/CC-MAIN-20180122153557-20180122173557-00152.warc.gz | ory | 0.999961 | Orya | 5 | {"ory_Orya_score": 0.9999608993530273} |
ଜାଣନ୍ତୁ, ବିନା ବିଦ୍ୟୁତରେ କେମିତି କରିବେ ଆପଣଙ୍କ ସ୍ମାର୍ଟଫୋନ୍କୁ ଚାର୍ଜ!
ସାଧାରଣତଃ ଆଜିକାଲି ସ୍ମାର୍ଟଫୋନ୍ଗୁଡ଼ିକର ଚାର୍ଜ ବହୁତ ଶୀଘ୍ର ହିଁ ସରିଯାଉଛି। ତେବେ ଏ ନେଇ ଆପଣଙ୍କୁ ଆଉ ଚିନ୍ତିତ ହେବାର କୌଣସି ଆବଶ୍ୟକତା ହିଁ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏନେଇ ଏପରି ଉପାୟ ବିଷୟରେ ଜଣାଇବୁ, ଯେଉଁ ଉପାୟର କି ଉପଯୋଗ କରି ଆପଣ କୌଣସି ବି ସ୍ମାର୍ଟଫୋନ୍କୁ ପାଓ୍ଵାର୍ବ୍ୟାଙ୍କ୍ ଭଳି ବ୍ୟବହାର କରିପାରିବେ! ଚାଲନ୍ତୁ ଜାଣିବା ଏହି ବିଷୟରେ….
ପ୍ରଥମତଃ ଆପଣ କୌଣସି ବି ଏକ ସ୍ମାର୍ଟଫୋନ୍ର ସହାୟତାରେ ଅନ୍ୟ ଏକ ସ୍ମାର୍ଟଫୋନ୍କୁ ମଧ୍ୟ ଚାର୍ଜ କରିପାରିବେ । ଯେଉଁଥିପାଇଁକି ଆପଣଙ୍କୁ ବିଜୁଳି ବା ଚାର୍ଜିଙ୍ଗ୍ ସ୍ଲଟ୍ର ଆବଶ୍ୟକତା ନେବାକୁ ପଡ଼ିବନି। ହଁ, ଯଦି ଆପଣ ଏମିତି ଏକ ସ୍ଥାନରେ ଫସିଯାଇଛନ୍ତି ,ଯେଉଁଠାରେ କି ଆପଣଙ୍କ ପାଖରେ ଚାର୍ଜର ନ ଥାଏ କି ବଜୁଳିର ମଧ୍ୟ ସୁବିଧା ରହିନଥାଏ ,ସେହି ପରିସ୍ଥିତିରେ ଆପଣ ଅନ୍ୟ ଏକ ଫୋନ୍ ସାହାଯ୍ୟରେ ଆପଣଙ୍କ ମୋବାଇଲ୍ ଫୋନ୍କୁ ମଧ୍ୟ ଚାର୍ଜ କରିପାରନ୍ତି!
ତେବେ ଏନେଇ ଆପଣଙ୍କ କେବଳ ଦୁଇଟି ଜିନିଷର ଆବଶ୍ୟକ ପଡ଼ିବ।ପ୍ରଥମତଃ USB କେବୁଲ୍ ଏବଂ ଅନ୍ୟଟି ହେଉଛି OTG କେବୁଲ୍। ଏହାପରେ ଆପଣ ଏହି ଦୁଇ କେବୁଲ୍ ସାହାଯ୍ୟରେ ହିଁ ଆପଣଙ୍କର ଫୋନ୍କୁ ଯୋଡ଼ିରଖନ୍ତୁ। ଏହାପରେ ଆପଣଙ୍କ ଫୋନ୍ଟି ଆପେ ଆପେ ଚାର୍ଜ ହେବାକୁ ଲାଗିବ। ହେଲେ ମନେରଖନ୍ତୁ ଆପଣ ଯେଉଁ ଫୋନ୍କୁ ଚାର୍ଜ କରିବାକୁ ଚାହୁଁଛନ୍ତି ସେହି ଫୋନ୍ ହିଁ OTG କେବୁଲ୍କୁ ଲଗାନ୍ତୁ। | <urn:uuid:260e0d70-d6b2-4106-99c1-1c08b8b7bfff> | CC-MAIN-2018-05 | http://sambad.in/special/smart-phone-recharge-10396/ | 2018-01-22T16:14:02Z | s3://commoncrawl/crawl-data/CC-MAIN-2018-05/segments/1516084891485.97/warc/CC-MAIN-20180122153557-20180122173557-00152.warc.gz | ory | 0.999923 | Orya | 5 | {"ory_Orya_score": 0.9999231100082397} |
ଭୁବନେଶ୍ୱର: ମେଣ୍ଢା ମୃତ୍ୟୁ ପଛରେ ଅଛନ୍ତି ୩ ଜନ୍ତୁ। ରାମଶିଆଳ, ଗଧିଆ ଏବଂ ହେଟା ବାଘ। ଏହି ରିପୋର୍ଟ ଦେଇଛି ଓ୍ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(WII)ର ବିଶେଷଜ୍ଞ ଟିମ୍। ଏଥିସହ ନବଜନ୍ମିତ ଛୁଆକୁ ଶିକାର ଶିଖାଇବା ପାଇଁ ଜନ୍ତୁମାନେ ଏଭଳି କରିଥାଇପାରନ୍ତି ବୋଲି ବିଶେଷଜ୍ଞ ଟିମ୍ କହିଛି। ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଟିମ୍ ଏହି ରିପୋର୍ଟ ଦେଇଛି। ନିଆଳି ସମେତ ଅନ୍ୟ ସ୍ଥାନରେ କିଛି ଦିନ ହେଲା ମେଣ୍ଢା ମୃତ୍ୟୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ପଛର କାରଣ ଜାଣିବାରେ ବନ ବିଭାଗ ବିଫଳ ହେବା ପରେ ରାଜ୍ୟ ସରକାର ଓ୍ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହାୟତା ନେଇଥିଲେ। ସେହି ଅନୁଯାୟୀ ବିଶେଷଜ୍ଞ ଟିମ୍ ଆସି ସମ୍ପୃକ୍ତ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ଯାଇଥିଲା।
ବିଶେଜ୍ଞଙ୍କ ରିପୋର୍ଟ ଅନୁଯାୟୀ, ନିଆଳିରେ ଗଧିଆ ମେଣ୍ଢା ମାରୁଛି। ଭଞ୍ଜନଗରରେ ହେଟା ବାଘ ଓ ରାମଶିଆଳ ମେଣ୍ଢା ମୃତ୍ୟୁର କାରଣ। ନବଜନ୍ମିତ ଛୁଆକୁ ଶିକାର ଶିଖାଇବା ପାଇଁ ଜନ୍ତୁମାନେ ଏଭଳି କରିଥାଇ ପାରନ୍ତି ବୋଲି ବିଶେଷଜ୍ଞ ଟିମ୍ ଅନୁମାନ କରିଛି। ତେଣୁ କିଭଳି ମେଣ୍ଢା ଭଳି ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖାଯାଇ ପାରିବ, କିଭଳି ପନ୍ଥା ଗ୍ରହଣ କଲେ ଆଗାମୀ ଦିନରେ ଏହି ସମସ୍ୟା ଉପୁଜିବ ନାହିଁ, ସେ ସଂକ୍ରାନ୍ତରେ ମଧ୍ୟ ଟିମ୍ ପରାମର୍ଶ ଦେଇଛନ୍ତି।
ଏପଟେ ଜନ୍ତୁ ଆକ୍ରମଣରେ ଯେଉଁମାନଙ୍କ ମେଣ୍ଢା ମରିଛି, ସେମାନଙ୍କୁ ମାସକ ମଧ୍ୟରେ କ୍ଷତିପୂରଣ ଦଆଯିବ। ଏନେଇ ପ୍ରଚଳିତ ନିୟମରେ ସଂଶୋଧନ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ମନ୍ତ୍ରୀ ମୋହର ମାରିଥିବା ଜଣାପଡିଛି। | <urn:uuid:e9ad55e2-4fb1-40f4-ba03-8ac6c3959ada> | CC-MAIN-2018-05 | http://odishareporter.in/odisha/sheep-murder-mistri/ | 2018-01-24T07:38:14Z | s3://commoncrawl/crawl-data/CC-MAIN-2018-05/segments/1516084893530.89/warc/CC-MAIN-20180124070239-20180124090239-00152.warc.gz | ory | 0.999923 | Orya | 5 | {"ory_Orya_score": 0.9999227523803711} |
ଅନୁଗୁଳ : ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ଏସସିବି ପଠାଯିବ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ । ନରାଜ ହେଲିପ୍ୟାଡରେ ଓହ୍ଲାଇବ ଏୟାର୍ ଆମ୍ବୁଲାନ୍ସ । ଏଥିପାଇଁ ନରାଜ ଠାରେ ୬ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ରିଙ୍ଗ୍ ରୋଡ ଦେଇ ଆହତକୁ ଏସସିବି ଅଣାଯିବ । ତେବେ ଏନେଇ ଏସସିବିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଲ୍ଲାପାଳ । ସେପଟେ କଂଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୧୪ ଓ ମେଡିକାଲରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରେ ୪ଜଣ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଥିବା ସୂଚନା ମିଳିଛି । ଆହତ ୩୦ଜଣଙ୍କୁ ଆମ୍ବୁଲାନ୍ସ ଜରିଆରେ ଆଠମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଓ ଅନୁଗୁଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । | <urn:uuid:8f8d2897-ae29-4617-be4d-f7cfb93d3727> | CC-MAIN-2018-05 | http://kanaknews.com/anugul-collector-serious-injured-will-send-in-helicopter/ | 2018-01-18T02:03:01Z | s3://commoncrawl/crawl-data/CC-MAIN-2018-05/segments/1516084887054.15/warc/CC-MAIN-20180118012249-20180118032249-00782.warc.gz | ory | 0.999994 | Orya | 5 | {"ory_Orya_score": 0.9999938011169434} |
ସ୍କିଜୋଫ୍ରେନିଆ
ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ ।
- Contents
-
ଉପକ୍ରମ
ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ । ଫଳରେ ରୋଗୀ ଚିନ୍ତାଭାବନା ଅନୁଭବ ଓ କାର୍ଯ୍ୟକଳାପରେପ୍ରକାଶ ପାଏ ଅସ୍ଵାଭାବିକତା ଏଭଳି ରୋଗୀମାନେ କେଉଁତା ବାସ୍ତବ ଓ କେଉଁଟା କାଳ୍ପନିକ, ଏହାର ବାଛବିଚାର କରିପାରନ୍ତି ।
ସ୍କିଜୋଫ୍ରେନିଆ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଉଦ୍ଧୃତ । ଶବ୍ଦଟି ଦୁଇଟି ହେଉଛି 'ସ୍କିଜୋ' ଏବଂ ଫ୍ରେନ୍' । 'ସ୍କିଜୋ ର ଅର୍ଥ ବିଭାଜନ ଏବଂ ଫ୍ରେନ୍ ର ଅର୍ଥ ମନା । ତେଣୁ ସ୍କିଜୋଫ୍ରେନିଆ ରୋଗରେ ମନ ହୋଇଯାଇଥାଏ ବିଭାଜିତ ଓ ଏହାର କାର୍ଯ୍ୟ ହୋଇପଡ଼େ ଅସନ୍ତୁଳିତ ।
ହୁଏ କାହିଁକି
ଏହି ରୋଗଟି ହୁଏ କାହିଁକି, ତାହା ସନ୍ତୋଷଜନକ ଭାବରେ ଜଣାନାହିଁ । ତେବେ ଏହି ରୋଗ ହେବାରେ କିଛି ବଂଶଗତ ପ୍ରଭାବ ରହିଛି । ଯେଉଁ ପରିବାରରେ କେହି ନା କେହି ନିକଟ ସମ୍ପର୍କୀୟ ସ୍କିଜୋଫ୍ରେନିଆରେ ଆକ୍ରାନ୍ତ ହୋଇଥିବେ, ସେହି ପରିବାରର ଅନ୍ୟ କେହି ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ବେଶି । ଅସ୍ଵାଭାବିକ ମାନସିକ ଚିନ୍ତା, ପାରିବାରିକ ତଥା ମାନସିକ ଚାପ ରୋଗ ସୃଷ୍ଟିକୁ ପ୍ରତ୍ସାହନ ଦେଇପାରେ । ସାଧାରଣ ଭାବରେ ଦେଖିଲେ ଯେଉଁମାନେ ଶାନ୍ତି ଧୀର ଧର୍ମଭାବପନ, ସମାଜର ରୀତିନୀତି ମାନି ଚଳିବାରେ ଅଭ୍ୟସ୍ତ ସେମାନେ ସ୍କିଜୋଫ୍ରେନିଆ ପ୍ରତି ଅଧିକ ସମ୍ବେଦନଶୀଳ ।
ଆପଣମାନେ ଜାଣନ୍ତି ମସ୍ତିଷ୍କରେ କ୍ଷରିତ ହୋଇଥାଏ କେତେକ ରାସାୟନିକ ଉପାଦାନ । ଏହାକୁ ନ୍ୟୁରୋଟ୍ରାନ୍ସମିଟର ବା ସ୍ନାୟୁସଞ୍ଚାରକ ବୋଲି କହନ୍ତି । ଏଗୁଡିକ ସାହାଯ୍ୟରେ ମସ୍ତିଷ୍କର ସ୍ନାୟୁକୋଷଗୁଡିକ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥାନ୍ତି । କିନ୍ତୁ ସ୍କିଜୋଫ୍ରେନିଆ ରୋଗୀଙ୍କ କ୍ଷେତ୍ରରେ ମସ୍ତିଷ୍କର କ୍ଷରିତ ସ୍ନାୟୁସଞ୍ଚାରକ ଉପାଦାନର ମାତ୍ରାରେ ତାଳମେଳ ରହି ନ ଥାଏ । ତେଣୁ ପରିବେଶର ବିଭିନ୍ନ ବିଭାଗ ପ୍ରତି ରୋଗୀଠାରେ ପ୍ରକାଶ ପାଇଥାଏ ଅସ୍ଵାଭାବିକ ତଥା ଅସନ୍ତୁଳିତ ପ୍ରତିକ୍ରିୟା ।
ରୋଗକୁ ଚିହ୍ନବେ କିପରି
ରୋଗର ଲକ୍ଷଣ ସାଧାରଣତଃ ଖୁବ୍ ଧୀରେ ଧୀରେ ପ୍ରକାଶ ପାଉଥିବାରୁ ରୋଗକୁ ଟା'ର ପ୍ରାଥମିକ ଅବସ୍ଥାରେ ଚିହ୍ନିବା ସହଜ ହୋଇ ନ ଥାଏ । ତେବେ କେଉଁକେଉଁ କ୍ଷେତ୍ରରେ ଲକ୍ଷଣ ବି ହଠାତ୍ ପ୍ରକାଶ ପାଇପାରେ । ସାଧାରଣ ଭାବରେ ଦେଖିଲେ ପ୍ରତି ଶହେ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତତଃ ଜଣେ ଏହି ରୋଗର ଶିକାର ହୁଅନ୍ତି । ପୁଣି କିଶୋର କିଶୋରୀ ଓ ଯୁବତୀ ଯୁବକମାନେ ବେଶି ସଂଖ୍ୟାରେ ଏହି ରୋଗ ଭାଗିଥାନ୍ତି ।
ସ୍କିଜୋଫ୍ରେନିଆ ରୋଗୀଟି ପାଇଁ ଦୁନିଆର ରୀତିନୀତି ସଂପୂର୍ଣ୍ଣ ଅଲଗା । ଟା'ର ଦୁନିଆ ଏକ ଅଲଗା ଦୁନିଆ ଓ ସେ ସେହି ଦୁନିଆର ବାଦ୍ ସାହ । ସେ ଜଣେ ରୋଗୀ ବୋଲି ଟା'ର ଧାରଣା ନ ଥାଏ । ସେ ନିଜେ ଠିକ୍ ଭାବେ ଚିନ୍ତା କରିପାରେନି, ଅନୁଭବ କରିପାରେନି କି ସାଧାରଣ ଲୋକଙ୍କ ପରି ଆଚରଣ ଦେଖାଇପାରେନି । ଯାହା ବୁଝିଥିବା ସେଇଆ- ସ୍ଥାନ, କାଳ ପାତ୍ର ଏସବୁ ବିଚାର କରିବା ପାଇଁ ସେ ଥାଏ ସମ୍ପୁର୍ଣ୍ଣ ଅସମର୍ଥ ଟା'ର ଉପଲବ୍ଧି ପରିବର୍ତ୍ତିତ ହୋଇଯାଏ । ସେ ୟୁକ୍ତିସଙ୍ଗତ ଭାବରେ ଚିନ୍ତା କରିପାରେନି କଥୋପକଥନରେ ପ୍ରାସଙ୍ଗିକତା ରହେନି । ଟା'ଠାରେ ଆବେଗ ଭାବପ୍ରବଣତା ଇଚ୍ଛାଶକ୍ତି , ଉତ୍ସାହ, ସାମାଜ୍ୟକତା, ଏକାଗ୍ରତା ଇତ୍ୟାଦି ହୋଇପଡ଼େ ଅସ୍ଵାଭାବିକ ।
ରୋଗ ପ୍ରକାଶ ପାଇଲେ ରୋଗୀ ଟା'ର ଦୈନନ୍ଦିନ କାର୍ଯ୍ୟ, ପାଠପଢା ଚାକିରି ପରିବାର ତଥା ବନ୍ଧୁବାନ୍ଧବଙ୍କ ପ୍ରତି କେମିତି ଏକ ଖାପଛଡା ବ୍ୟବହାର ଦେଖାଏ । କୌଣସି କାର୍ଯ୍ୟରେ ଦୀର୍ଘ ସମୟ ଧରି ମନୋନିବେଶ କରିପାରେନି । ତାଙ୍କୁ କିଛି ପାଚରିଲେ ସେ କେତେବେବେ ଖୁବ୍ ଉଠେ ଊ ଆଉ କେତେବେଳେ ବୋକାଙ୍କ ଭଳି ଚାହିଁରହେ । ଲକ୍ଷ୍ୟହୀନ ଭାବରେ ବୁଲାଚଳା କରିପାରେ । ସବୁବେଳେ କୌଣସି ଚିନ୍ତାରେ ବୁଡି ରହିଥିବା ଭଳି ଜଣାପଡେ । କଥାବାର୍ତ୍ତା ନ କରି ମୌନ ରୁହେ । ବେଳେବେଳେ ସେ ମନକୁ ମନ ଧରିନିଏ ଯେ, ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଅନ୍ୟମାନେ ଲୁଚିଲୁଚି ଟା'ର କାର୍ଯ୍ୟକଳାପକୁ ଲକ୍ଷ କରୁଛନ୍ତି । ଟା'ର ବିରୋଧରେ ଚକ୍ରାନ୍ତ ଚଳେଇଛନ୍ତି । ପୁରୁଷ ରୋଗୀ ଟା'ର ସ୍ତ୍ରୀର ସତୀତ୍ଵ ପ୍ରତି ସନ୍ଦେହ ପୋଷଣ କରିପାରେ ତ ସ୍ଵାମୀର ଅନ୍ୟ ମହିଳାଙ୍କ ସହ ଗୁପ୍ତପ୍ରଣୟ ଅଛି ବୋଲି ସ୍ତ୍ରୀ ରୋଗୀ ଧରିନେଇପାରେ । କେହିକେହି ଧାରଣା କରିନିଅନ୍ତି ଯେ ତାଙ୍କୁ ଗୁଣିଗାରେଡି କରାଯାଇଛି । ଯେତେ ଯାହା କଲେ ବି ରୋଗୀର ଏହି ବଦ୍ଧମୂଳ ଧାରଣା ଆଦୌ ଦୂର ହୋଇପାରେ ନାହିଁ ।
କେତେକ ରୋଗୀଙ୍କଠାରେ ପ୍ରାକାଶ ପାଏ ଚିତ୍ତ ବିଭ୍ରମର ଲକ୍ଷଣ । କିଏ ବିଭିନ୍ନ ପ୍ରକାର ଦବ୍ଦ ଶୁଣି ପାରିଥିବାର ଧରିନେଇ ମନକୁ ମନ ଉତ୍ତର ଦେବାରେ ଲାଗେ । ଅବସ୍ତାବ ତଥା କାଳ୍ପନିକ ଦୃଶ୍ୟ ଦେଖୁଥିବାର ପ୍ରକାଶ କରେ । କେତେବେଳେ ହସେ ତ କେତେବେଳେ ଦୁଃଖଦପରିସ୍ଥିତିରେ ମଧ୍ୟ ହସିବାରେ ଲାଗେ । ନିରର୍ଥକ ଭାବରେ କାନ୍ଦି ପକାଏ । ଆଉ କେତେବେଳେ ହାତ ହଲେଇ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରବେ । କେତେକ ରୋଗୀ ରୋଗର ପ୍ରଭାବରେ ମାରପିଟ ତଥା ହଂସାତ୍ମକ ଆଚରଣ ପ୍ରଦର୍ଶନ କରିଥାନ୍ତି । ଏପରିକି ଆତ୍ମହତ୍ୟା କରିବା ପାଇଁ ପ୍ରଚେଷ୍ଟା କରିଥାନ୍ତି । କେହିକେହି ଆତ୍ମହତ୍ୟା ପରିପକାନ୍ତି ମଧ୍ୟ ଅନେକଙ୍କୁ ଭଲ ଏନଆଇଡ଼ି ହୁଏନି ଓ ରାତିରାତି ଅନିନ୍ଦ୍ରା ରହି ମଧ୍ୟ ଏମାନେ କ୍ଳାନ୍ତ ଅନୁଭବ ନ କରିବା ବି କିଛି ଅସ୍ଵାଭାବିକ ନୁହେଁ । ଏମାନଙ୍କର ବ୍ୟକ୍ତିତ୍ଵରେ ପରିବର୍ତ୍ତନ ଘଟିବାରୁ ଏମାନେ ସାମାଜିକ ହୋଇପାରନ୍ତିନି ଓ ସାମାଜିକ ସମାବେଶରୁ ନିଜକୁ ଦୂରେଇ ରଖନ୍ତି । ଏମାନଙ୍କ କଥାବାର୍ତ୍ତାରେ କୌଣସି ତାଳମେଳ ନ ଥାଏ ଓ ପ୍ରସଙ୍ଗକୁ ଚାହିଁ ଠିକ୍ ଶବ୍ଦ ସେମାନଙ୍କ ମୁଣ୍ଡକୁ ଢୁକେନି । କେହିକେହି ଅନ୍ୟମାନଙ୍କ କଥାକୁ ବାରମ୍ବାର ଉଚ୍ଚାରଣ କରୁଥିବାର ଦେଖାଯାଏ । ଅନେକେ ହୋଇପଡିନ୍ତି ବିଷାଦଗ୍ରସ୍ତ ଅସୁଖୀ ଅଶାନ୍ତ ଅସ୍ଥିର ଓ ଉତ୍କଣ୍ଠିତ । ରୋଗର ପରବର୍ତ୍ତୀ ଅବସ୍ଥାରେ ରୋଗୀମାନେ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା ପ୍ରତି ଆଦୌ, ଧ୍ୟାନ ଦେଇ ନ ଥାନ୍ତି । ଗାଧୁଆପାଧୁଆ କରନ୍ତିନି, ଧୁଆଧୋଇ ହୁଅନ୍ତିନି । ଲୁଗାପଟା ସଫା ରଖନ୍ତିନି । ଚିରା ଛିଣ୍ଡାଲୁଗା ଅଖା ପାଲ- ଯାହା ପାଆନ୍ତି ପିନ୍ଧି ପକାନ୍ତି । ବେଳେବେଳେ ପୁରା ଲଙ୍ଗଳା ହୋଇ ବୁଲାବୁଲି କରନ୍ତି । ଏଣୁତେଣୁ ଗପୁଥାନ୍ତି । ତେବେ ସମସ୍ତଙ୍କଠାରେ ସମସ୍ତ ଲକ୍ଷଣ ପ୍ରକାଶ ପାଇ ନ ଥାଏ କି ସମାନ ପ୍ରକାରର ଲକ୍ଷଣ ପ୍ରକାଶ ପାଇ ନ ଥାଏ ।
ପ୍ରତିକାର ବ୍ୟବସ୍ଥା
ରୋଗୀର ଅସ୍ଵାଭାବିକ ଲକ୍ଷଣ ଦେଖି ଅମାନିଆ, ଜାଣିସିଆଣା, କର୍ମକୋଢି ବୋକା ଆଦି ନିଜର ମତାମତ ଦେବା ଅପେକ୍ଷା ତୁରନ୍ତ ଟା'କୁ ନେଇ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଆବଶ୍ୟକ । ଯେତେ ଚଞ୍ଚଲ ଟା'ର ଚିକିତ୍ସା ଆରମ୍ଭ କରାଯାଏ ସେତେ ମଙ୍ଗଲ ଓ ରୋଗ ଉପଶମର ସମ୍ଭାବନା ସେତେ ଅଧିକ । ଆବହମାନ କାଳରୁ ମାନସିକ ରୋଗୀଙ୍କ ପ୍ରତି ଯଥେଷ୍ଟ ଅନ୍ୟାୟ ହୋଇଆସୁଛି । ସେମାନଙ୍କୁ ' ପାଗଳ' ବାଇଆ ଆଦି ନାହିଁ ଦେଇ ଉପକ୍ଷା କରାଯାଉଛି । ରୋଗାକ୍ରାନ୍ତ ଶିକ୍ଷକ ଶିକ୍ଷକତା କାର୍ଯ୍ୟ ଓ ଅନ୍ୟ ବୃତ୍ତିଧାରୀମାନେ ନିଜ ନିଜର ବୃତ୍ତିକୁ ବେଶ୍ ଦାୟିତ୍ଵବାନ କର୍ମଚାରୀ ଭାବେ ସମ୍ପାଦନ କରିପାରୁଛନ୍ତି । ହେଲେ ଏହି ସଫଳତାର ମୂଳମନ୍ତ୍ର ହେଉଛି ନିୟମିତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ।
ପରିବାରର ଦାୟିତ୍ଵ
ରୋଗୀକୁ ନିୟମିତ ଔଷଧ ଖୁଆନ୍ତୁ ଔଷଧ ବନ୍ଦ କରିଦେଲେ ଗୋଗ ଲେଉଟି ଆସେ । ଏହି ରୋଗର ସମ୍ପୁର୍ଣ୍ଣ ଆରୋଗ୍ୟ ସମ୍ଭବ ହେଉ ନ ଥିବାରୁ ଚିକିତ୍ସାରେ ଆଦୌ ଅବହେଳା କରିବେନି ।
- ରୋଗୀକୁ ଉପେକ୍ଷ କରିବେନି । ତା'କୁ ଜଣେ ସୁସ୍ଥା ବ୍ୟକ୍ତି ବୋଲି ଭାବି ତା'ସହ ଅନୁରୂପ ଆଚରଣ ଦେଖାନ୍ତୁ । ତା' ସହ କଥାବାର୍ତ୍ତା କରନ୍ତୁ ।
- ତା'କୁ ପରିବାରର ବିଭିନ୍ନ କାର୍ଯ୍ୟରେ ଜଡିଡ କରନ୍ତୁ । ତା'କୁ ପ୍ରଶଂସା କରନ୍ତୁ । ବିଶ୍ଵାସକୁ ନିଅନ୍ତୁ ।
- ତା'କୁ ଅବଜ୍ଞା କରନ୍ତୁ କି ହଇରାଣ ହରକଢ କରନ୍ତୁନି ।
- ତା'ର ଚେନ୍ ରେ ନ ବାନ୍ଧି ଡାକ୍ତରଓ ଔଷଧ ସହ ବାନ୍ଧିଦିଅନ୍ତୁ ।
ଆଧାର
ଧରିତ୍ରୀ | <urn:uuid:f342e9d1-3dac-4aee-87ea-49d0386b70fd> | CC-MAIN-2018-05 | http://or.vikaspedia.in/health/b2eb3eb28b38b3fb15-b38b4db2cb3eb38b4db25b4db2f/b38b4db15b3fb1cb2bb4db30b47b28b3fb06 | 2018-01-16T13:06:12Z | s3://commoncrawl/crawl-data/CC-MAIN-2018-05/segments/1516084886436.25/warc/CC-MAIN-20180116125134-20180116145134-00214.warc.gz | ory | 0.999996 | Orya | 11 | {"ory_Orya_score": 0.9999958276748657} |
ଆବାସ ଯୋଜନା ଗରିବ ନାମେ, ଲାଗଇ ତାହା ତ ଧନୀର କାମେ । ଯେଉଁ ରାଇଜେ ଗରିବ ପାଏନି ଗୋଡ଼େଇ ଗୋଡ଼େଇ ବର୍ଷ ବର୍ଷକ, ସେଇ ରାଇଜର ମୁଖିଆମନ୍ତ୍ରୀ ଶ୍ରେଷ୍ଠ...
ଦ୍ରୁତ ଗତିରେ ଗଡାଇ ତାର ସଂସାର ରୂପକ ଯାନ... ବୁଝେନାହିଁ କାହିଁ ଅଳ୍ପ ଦିନ ଯେ ଏ ଜୀବନ ଯୌବନ
ଏଡିକି ବିଶାଳ ମୂର୍ତ୍ତି ମୋ କରୁଛ ଦେଖିଲେ ଡରୁଛି ମୁହିଁ ଥନ୍ତଲ ପେଟକୁ ଦେଖଉଛ ବସି ଶରମ ଟିକିଏ ନାହିଁ ।
ତୋ ମମ ଯାଇଛି ଅଫିସ କୁ ଚାଲି ଡ୍ୟୁଟି କରିବ ବୋଲି ତୋତେ ଛାଡ଼ି ଦେଇ ମୋରି କୋଳରେ ଯାଏ ସେ ତାପରେ ଭୁଲି ।୧।
ମାଷ୍ଟ୍ରେ କହନ୍ତି ପାଠପଢା ଆଡଭାନ୍ସ ହେଲାଣି ହ୍ୱାଟ୍ସଆପ ନମ୍ବର ନିଅ; ମୁଁ ତ ଦିନସାରା ବ୍ୟସ୍ତ ରାତିକି ମୋ ସହ ଚାଟରେ ଜ୍ଞାନ ନିଅ ! ଅମାନିଆ ଯଦି ହୁଅ,...
ତାଙ୍କୁ ଦେଖି ଦୁର୍ଘଟଣା ହୁଅନ୍ତି କେତେ ଯେ ବାଟୋଇ ଷ୍ଟାଇଲ୍ରେ କଥାବାର୍ତା କରନ୍ତି ଦେଖେଇ ହୋଇ ପାଠୋଇ ବଡ ଅଜବ ତାଙ୍କର ଚାଲିଚଳନ ଆଚାର ବ୍ୟବହାର
କେବେ ସିଏ କୁକୁର ପରି ଧାଏଁ କେବେ ବିଲେଇ ପରି ମ୍ୟାଉଁମ୍ୟାଉଁ; ଏତେ ସୁନ୍ଦର ଅଭିନୟ ମଣିଷ ଛଡା କିଏ ବା କରିପାରିବ ଆଉ !
ଶ୍ରମିକ ଆଉ ପ୍ରେମିକ ଭିତରେ ଅଧିକ କିଛି ଫରକ ନାହିଁ; ପ୍ରେମିକ ଦିବସ ନଥିବାରୁ ଏହା ଶ୍ରମିକ ଦିବସେ ଦେଉଚି କହି !
ନାନାବାୟା ଗୀତ ହେଲା ଅଜଣା ଜହ୍ନ ମାମୁଁ ହାତେ ଖସି ପଡ଼େନା ଜନି ଜନି ଗାଇ ଗୀତ ପଢ଼ିଲେ କାର୍ଟୁନ୍ ଟିଭିରୁ କଥା ଶିଖିଲେ ।। | <urn:uuid:c3a7c952-1815-4d9b-8f67-90699b78f708> | CC-MAIN-2018-05 | http://www.ameodia.com/category/odia-poem/odia-satire-poem/ | 2018-01-16T13:46:10Z | s3://commoncrawl/crawl-data/CC-MAIN-2018-05/segments/1516084886436.25/warc/CC-MAIN-20180116125134-20180116145134-00214.warc.gz | ory | 0.999929 | Orya | 2 | {"ory_Orya_score": 0.9999289512634277} |
ଦେଓଗାଁ, ୩।୧୨ (ଡି.ଏନ.ଏ.)- ଦେଓଗାଁ ବ୍ଲକକେ ଲଣ୍ଡାପଥର ପନ୍ଚେତ ରୁଗୁଡିପାଲି ଗାଁର ୨ ଝନ ବୁଢ଼ା ଭତା ପାଏବାର ଆଶରେ ଶୁକୁରବାର ବିଡିଓକଁୁ ଗୁହାରୀ କରବାକେ ଆସିଥିବାର ଜନାପଡିଛେ। ସେ ଗାଁର ଦଖିଲ ଖେତି(୬୬) ଆର କପିଲ ଡାଙ୍ଗ(୮୨) ବାରବାର ଭତା ଲାଗି ଆବେଦନ କରି ନିରାଶ ହେଲା ଉତରୁ ଶେଷେ ବିଡିଓକୁଁ ଗୁହାରୀ କରବାର ଲାଗି ଆସିଥିବାର କହିଛନ। କପିଳ ଡାଙ୍ଗ କହେବାର ହିସାବେ ଆଜକେ ୧୫ ବଛର ହେଲା ପନ୍ଚେତ ପରତିନିଧିମାନକୁ ଗୁହାରୀ କରିଆସୁଛନ ହେଲେ କେହି ତାକର କଥା ନାଇଁ ଶୁନଲେ କି ସାହାଯ୍ ଭିଲ ନାଇଁ କଲେ। ଯଦି ପରଶାସନ ମୋର ଭତା ପାଏବାର ବେବସତାଟା କରତା ତ ଇ ବୁଢ଼ା ବଏସେ ମୋର କାମକେ ଆଏତେ ବଲି କହିଛନ। ସେନ୍ତା ଦଖିଲ ଖେତି କହିଛନ ଯେ ଆଜକେ ବହୁତ ଦିନ ହେଲା ଦୁହିଝନ ବ୍ଲକକେ ଆଏବାର ଲାଗି ବାହାରୁଥିଲୁଁ। ହେଲେ ଗାଁରୁ ବ୍ଲକଟା ୨୦/୩୦ କିମି ଦୂରିଆ ହେବାର ଲାଗି ଆସି ନାଇଁ ହେଉଥିଲା। ଆଜି ଝନେ ସମାଜିକ କର୍ମୀ ସାହାଯ୍ କଲେ ଯେ ଗୁହାରୀ କରବାକେ ଆସିପାରଲୁଁ ବଲି କହିଥିଲେ। ଏନ୍ତା ବହୁତଯେ ବୁଢ଼ୀବୁଢ଼ା ଭତା ପାଏବାର ଆଶରେ ଥିଲାବେଲକେ ବହୁତଟେ ପନ୍ଚେତରେ ମଲା ଲୁକ୍କର ନାଁରେ ଭତା ହରିଲୁଟ ହେଉଥିବାର ଅଭିଯୋଗ ହେଉଛେ। କେତେ ଦିନ ଆଗରୁ ମକୁନ୍ଦପୁର ପନ୍ଚେତରେ ୫୦ରୁ ଅଧ୍କା ମଲା ଲୁକ୍କର ନାଁରେ ବଛର ବଛର ହେଲା ଭତା ହରିଲୁଟ ହେଉଥିଲା। ସରକାରୀ ଅଧ୍କାରୀମାନକର ଉଦାସୀନ ମନଭାବ ଲାଗି ୬୦ ବଛରରୁ ଅଧ୍କା ହେଲା ଅସହାୟ ବୁଢ଼ୀବୁଢ଼ା, ବିଧବା ଆର ଦିବ୍ୟାଙ୍ଗମାନେ ଭିଲ ସରକାରକଁର ପେନସନ ଯୋଜନାର ସୁଫଲ ନାଇଁ ପାଇପାରବାର। ବୁଧିଜୀବୀମାନକର ଅନସାରେ ଫି ପନ୍ଚେତରେ ଝନେ ଅଧ୍କାରୀ ସବୁ ଓ୍ବାର୍ଡର ଅସହାୟ ବୁଢ଼ୀବୁଢ଼ାମାନକର ପାଖକେ ଯାଇ ଆବେଦନ ଫର୍ମ ପୁରନ କରି ଭତା ଦେବାର ବେବସତା କଲେ ସରକାରକଁର ଇ ମହତ ଯୋଜନା ସଫଲ ହେଇପାରତା ବଲି ମତ ଦେଇଛନ। | <urn:uuid:9406a424-bdf9-4f55-bd2e-7d907e8bbff7> | CC-MAIN-2018-05 | http://www.dharitri.com/main/news/12989 | 2018-01-19T01:58:15Z | s3://commoncrawl/crawl-data/CC-MAIN-2018-05/segments/1516084887692.13/warc/CC-MAIN-20180119010338-20180119030338-00214.warc.gz | ory | 0.998624 | Orya | 4 | {"ory_Orya_score": 0.9986237287521362} |
ଜୁନିୟର ହକି ବିଶ୍ୱକପ ପ୍ରତିଯୋଗିତାରେ ଭାରତୀୟ ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କରେ କାର୍ଯ୍ୟରତ ଖେଳାଳୀ ମାନଙ୍କୁ ରବିବାର ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଧନା କରିଛନ୍ତି ।
ଡିସେମ୍ବର ମାସରେ ଲକ୍ଷ୍ନୌ ଠାରେ ଆୟୋଜିତ ବିଶ୍ୱ କପ ଜୁନିୟର ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ଶକ୍ତିଶାଳୀ ବେଲଜିୟମକୁ ପରାଜିତ କରି ବିଜୟୀ ହୋଇଥିଲା । ଏହି ବିଜୟୀ ଭାରତୀୟ ଟିମରେ ପାଂଚ ଜଣ ଖେଳାଳୀ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସିର ଥିବା ବେଳେ ୫ ଜଣ ଖେଳାଳୀ ବିପିସିଏଲର ରହିଥିଲେ । ଓଏନଜିସି ଖେଳାଳୀ ଗୁରୁଚରଣ ସିଂହ, ସିମରନଜିତ ସିଂହ ଓ ମନଦୀପ ସିଂହ ସେମି ଫାଇନାଲ ଓ ଫାଇନାଲରେ ଗୋଲ କରି ଭାରତକୁ ବିଜୟୀ କରାଇବାରେ ସହାୟକ ହୋଇଥିଲେ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଜୁନିୟର ବିଶ୍ୱକପରେ ଏହି ଖେଳାଳୀ ମାନେ ନିଜର ଉକ୍ରୃଷ୍ଟ ଖେଳ ପ୍ରଦର୍ଶନ କରିଥିବାରୁ ଏହି ବିଜୟ ହାସଲ ହୋଇ ପାରିଛି । ଓଏନଜିସି ଓ ବିପିସିଏଲ ପରି କର୍ପୋରେଟ ସଂସ୍ଥା ମାନେ ଯୁବ ପ୍ରତିଭା ମାନଙ୍କୁ ଖୋଜି ସେମାନଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଏହା ପ୍ରଶଂସନୀୟ
ବୋଲି ସେ କହିଥିଲେ । ଉଲ୍ଲେଖନୀୟ ଯେ ଭାରତ ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱକପ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । ପୂର୍ବରୁ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଭାରତ ଚାମ୍ପିୟାନ ହୋଇଥିଲା । | <urn:uuid:f3bbbf66-e438-497d-a2b3-4a29c604cd43> | CC-MAIN-2018-05 | http://odishan.com/18477 | 2018-01-21T12:38:30Z | s3://commoncrawl/crawl-data/CC-MAIN-2018-05/segments/1516084890582.77/warc/CC-MAIN-20180121120038-20180121140038-00214.warc.gz | ory | 1.000008 | Orya | 12 | {"ory_Orya_score": 1.000008463859558} |
ପୁରୀ ଅଫିସ,୧୩।୧: ଏକମାସ ବାପଘରେ କଟାଇ ଶ୍ରୀମନ୍ଦିରକୁ ଫେରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ରବିବାର ମକର ସଂକ୍ରାନ୍ତି। ଶନିବାର ବଡ଼ଦେଉଳରେ ପହଞ୍ଚତ୍ଛି ମକରତାଡ଼। ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ମକର ଚାଉଳ ଓ ମକର ଚଉରାଶି ଭୋଗ ଲାଗି ହେବ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ବଢିଲା ପରେ କୁମ୍ଭାର ବିଶୋୟୀ ସେବକମାନେ ବାଘମୁହଁ। ବାନ୍ଧି ମା' ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ଘଣ୍ଟ, କାହାଳୀ ସହିତ ମକର ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ। ମକର ତାଡ଼ ଶ୍ରୀମନ୍ଦିର ଭିତର ବେଢାରେ ଗୋଟିଏ ଥର ବୁଲାଇ ଅଚିନ୍ତା ପହଣ୍ଡି ରୋଷ ବେହେରଣଠାରେ ରଖାଯାଇଥିଲା। | <urn:uuid:f3654d3d-4056-4e5a-8ed1-36df02b56526> | CC-MAIN-2018-05 | http://www.dharitri.com/main/news/17939 | 2018-01-21T12:27:09Z | s3://commoncrawl/crawl-data/CC-MAIN-2018-05/segments/1516084890582.77/warc/CC-MAIN-20180121120038-20180121140038-00214.warc.gz | ory | 0.999939 | Orya | 5 | {"ory_Orya_score": 0.9999390840530396} |
ଭୁବନେଶ୍ୱର: ଫେଡେରେସନ୍ କପ୍ ଆଥଲେଟିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଆଥଲେଟ୍ ଦୂତି ଚାନ୍ଦ ଆଜି ଓଡ଼ିଶା ଫେରିଛନ୍ତି । ଦୂତି ୧୦୦ ମିଟର ଦୌଡରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ପାଇଛନ୍ତି। ତେବେ ଅଳ୍ପକେ ଅଲିମ୍ପିକ୍ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିବାରୁଦୁଃଖ ଅନୁଭବ କରିଛନ୍ତି। କିନ୍ତୁ ଆଗାମୀ ଦିନରେ ଅଲିମ୍ପିକ୍ ଯୋଗ୍ୟତା ପାଇଁ ପୂର୍ଣ୍ଣ ମାତ୍ରାରେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।
ସେହିପରି ଅନ୍ୟ ଓଡ଼ିଶା ଆଥଲେଟ୍ ଅମୀୟ ମଲ୍ଲିକ ମଧ୍ୟ ଭୁବନେଶ୍ୱର ଫେରିଛନ୍ତି। ଆହତ ହେବା କାରଣରୁ ୧୦୦ ମିଟର ଦୌଡରେ ଭଲପ୍ରଦର୍ଶନ କରିପାରିଲେ ନାହିଁ। ତେବେ ଶୀଘ୍ର ସୁସ୍ଥ ହୋଇ ଅଲିମ୍ପିକ୍ ଯୋଗ୍ୟତା ପାଇଁ ଚେଷ୍ଟା କରିବେ ବୋଲି ଅମୀୟ କହିଛନ୍ତି। | <urn:uuid:8ccaebd3-4ebe-47a9-9a5d-4717f628fb54> | CC-MAIN-2018-05 | http://odishareporter.in/sports/odisha-farila-duti-amiya/ | 2018-01-23T03:52:39Z | s3://commoncrawl/crawl-data/CC-MAIN-2018-05/segments/1516084891706.88/warc/CC-MAIN-20180123032443-20180123052443-00214.warc.gz | ory | 0.99993 | Orya | 2 | {"ory_Orya_score": 0.9999297857284546} |
ଚେନ୍ନାଇ: ଟି.ଏନ୍ ଶେଷାନଙ୍କୁ କିଏ ଅବା ନ ଜାଣେ। ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ସେ ଆଣିଥିଲେ ଅନେକ ସଂସ୍କାର। ନିର୍ବାଚନକୁ ସେ ଏକ ନୂଆ ପରିଚୟ ଦେଇଥିଲେ ଅବା ଦେଶର ଘରେ ଘରେ ଲୋକଙ୍କ ପାଖରେ ପରିଚିତ କରାଇଥିଲେ ବୋଲି କହିଲେ ଭୁଲ ହେବ ନାହିଁ। ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ସେ ଦେଶର ୧୦ମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିଥିଲେ। ଉତ୍ତମ ପ୍ରଶାସନିକ ସେବା ପାଇଁ ରମଣ ମେଗାସେସ ପୁରସ୍କାର ଜିତିଥିବା ଶେଷାନ ଏବେ ଚେନ୍ନାଇର ଏକ ଜରାଶ୍ରମରେ ବିତାଉଛନ୍ତି ଜୀବନର ଶେଷ ଦିନ। ସାଥୀରେ ଅଛନ୍ତି ଧର୍ମପତ୍ନୀ ଜୟଲକ୍ଷ୍ମୀ। ଶେଷାନଙ୍କୁ ୮୫ ବର୍ଷ ହେଲାଣି। ସେ ଭୁଲା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବୟସାଧିକ ଯୋଗୁଁ ଦେହ ବି ଆଉ ଭଲ ରହୁନି। ତାଙ୍କ ପତ୍ନୀ ବି ଆଉ ତାଙ୍କ ସେବା କରିବା ସ୍ଥିତିରେ ନାହାନ୍ତି। ସେ ବି ଅନେକ ରୋଗରେ ଆକ୍ରାନ୍ତ। ତେଣୁ ସେମାନେ ଚେନ୍ନାଇର 'ଗୁରୁକୁଲମ ଓଲଡ୍ ଏଜ୍ ହୋମ୍'ରେ ରହୁଛନ୍ତି। ଶେଷାନ ଦମ୍ପତିଙ୍କର ପିଲାପିଲି ନାହାନ୍ତି। ସେମାନଙ୍କ ଦେଖାଶୁଣା କରିବାକୁ ସେମିତି ନିକଟ ସମ୍ପର୍କୀୟ ବି ନାହାନ୍ତି। ତେଣୁ ସେମାନେ ଏହି ଜରାଶ୍ରମରେ ରହୁଛନ୍ତି।
ଶେଷାନ ପୁଟ୍ଟପତିର ସତ୍ୟ ସାଇବାବାଙ୍କ ଭକ୍ତ ଥିଲେ। ୨୦୧୧ରେ ସତ୍ୟସାଇ ବାବାଙ୍କ ପରଲୋକ ପରେ ସେ ଖୁବ୍ ଭାଙ୍ଗି ପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ୍ ବିଗିଡି ଯାଇଥିଲା। ତାଙ୍କର ସେବା କରିବା ତାଙ୍କ ପତ୍ନୀଙ୍କ ପକ୍ଷେ ବି ସମ୍ଭବ ହୋଇନଥିଲା। କେରଳର ପଲକ୍କାଡ ଘର ଛାଡି ସେ ସ୍ୱାମୀଙ୍କୁ ନେଇ ଏହି ଜରାଶ୍ରମକୁ ଚାଲି ଆସିଥିଲେ। ଏଠାରେ ପ୍ରାୟ ୩ ବର୍ଷ ରହିବା ପରେ ସେମାନେ ପୁଣି ଘରକୁ ଫେରିଥିଲେ। ତେବେ ଘରେ ଶେଷାନଙ୍କ ଅବସ୍ଥା ପୁଣି ବିଗିଡ଼ି ଯିବାରୁ ନିକଟରେ ସେମାନେ ଏହି ବୃଦ୍ଧାଶ୍ରମରେ ଫେରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି।
ନିଜ କର୍ତ୍ତବ୍ୟକୁ ସବୁବେଳେ ଠିକ୍ ଢଙ୍ଗରେ କରି ପ୍ରଶଂସିତ ହୋଇଥିବା ଶେଷାନ ଜରାଶ୍ରମରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ପେନ୍ସନ୍ର କିଛି ଅଂଶକୁ ଅନ୍ତେବାସୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି।
୧୯୫୫ ବ୍ୟାଚ୍ର ତାମିଲନାଡୁ କ୍ୟାଡ୍ରର ଏହି ଆଇଏଏସ୍ ୧୯୯୦ ଡିସେମ୍ୱର ୧୨ ତାରିଖରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ବୁଥ୍ କ୍ୟାପଚରିଂ ପାଇଁ ବିହାର ଖୁବ୍ ବଦନାମ ଥିଲା। ବ୍ୟାପକ ହିଂସା ହେଉଥିଲା। ଟି.ଏନ୍ ଶେଷାନ ଏ ନେଇ କଠୋର ପଦକ୍ଷେପ ଗ୍ରହଣ କରିଥିଲେ। ସେ ବଭିନ୍ନ ପର୍ଯ୍ୟାୟରେ ନିର୍ବାଚନ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।
ସେ ସେତେବେଳେ ବିହାରରେ ୫ଟି ପର୍ଯ୍ୟାୟରେ ନିର୍ବାଚନ କରାଇଥିଲେ। ବୁଥ୍ କ୍ୟାପଚରିଂଙ୍କୁ ରୋକିବା ପାଇଁ ସେ କେନ୍ଦ୍ରୀୟ ସୁରକ୍ଷା ବଳକୁ ସୁରକ୍ଷା କାମରେ ନିୟୋଜିତ କରାଇଥିଲେ। ସତକଥା କହି ସେ ଅନେକ ସମୟରେ ନେତାଙ୍କ ଦ୍ୱାରା ସମାଲୋଚିତ ମଧ୍ୟ ହୋଇଛନ୍ତି। ୧୯୯୭ ମସିହାରେ ଶେଷାନ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ। ତେବେ ଏଥିରେ ସେ ହାରିଯାଇଥିଲେ। | <urn:uuid:4b0bfd7c-3190-4e5f-aa72-1c3d28dce57c> | CC-MAIN-2018-05 | http://odishareporter.in/top-story/seshan-lives-in-old-age-home-in-chennai/ | 2018-01-24T00:01:36Z | s3://commoncrawl/crawl-data/CC-MAIN-2018-05/segments/1516084892802.73/warc/CC-MAIN-20180123231023-20180124011023-00214.warc.gz | ory | 0.999996 | Orya | 2 | {"ory_Orya_score": 0.9999958276748657} |
ସମସ୍ତ ବାଦବିବାଦ ସତ୍ଵେ ଶନିବାର ପୁରୀ ସ୍ଵର୍ଗଦ୍ଵାର ଠାରେ ପିପିଲି ପୀଡ଼ିତା ବେବିନାଙ୍କ ସଂସ୍କାର ସରିଛି। ହେଲେ ଏବେବି ତାଙ୍କ ପରିବାର ଲୋକେ ନିଜ ସୁରକ୍ଷା ନେଇ ଭୟଭୀତ ଅଛନ୍ତି। ଏପରିକି ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଗତକାଲି ବେବିନାଙ୍କ ବାପା ବାବୁଲି ବେହେରା ଗଣମଧ୍ୟମ ଜରିଆରେ ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଏବେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ସବୁ ମହଲରେ ଅପେକ୍ଷା ରହିଛି। | <urn:uuid:1a8b5992-75c9-45ad-87f0-178a79eddf76> | CC-MAIN-2018-05 | http://odishan.com/263 | 2018-01-17T01:20:36Z | s3://commoncrawl/crawl-data/CC-MAIN-2018-05/segments/1516084886792.7/warc/CC-MAIN-20180117003801-20180117023801-00728.warc.gz | ory | 0.999861 | Orya | 4 | {"ory_Orya_score": 0.9998611211776733} |
ଲାଲଗଡ଼ରେ ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ
କଟକ: ମାଓ ଆକ୍ରମଣର ଭୟକୁ ଖାତିର ନକରି ମାନବିକତା ଓ ସାହସିକତାର ପରିଚୟ ଦେଖାଇଛନ୍ତି ଯବାନ । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଆହତ ମହିଳାଙ୍କୁ ଭାରରେ ବୋହି ୭ କିଲୋମିଟର ଚାଲିଲେ ସିଆରପିଏଫ ଯବାନ । ସୂଚନାଯୋଗ୍ୟ, ଗତ ଶନିବାର ବିଜାପୁର ଗଙ୍ଗାଲୁର ଥାନା ଅନ୍ତର୍ଗତ ବୁର୍ଜି ଜଙ୍ଗଲରେ ସିଆରପିଏଫ ଯବାନମାନେ କମ୍ବିଂ ଅପରେସନ ସାରି ଫେରୁଥିଲେ । ସେହି ସମୟରେ ମାଓବାଦୀ ଖଂଜିଥିବା ପ୍ରେସର ବୋମା ବିସ୍ଫୋରଣ ହେଇଥିଲା । ଏଥିରେ ସେହି ବାଟରେ ଯାଉଥିବା ପୁଷ୍ନାର ଅଂଚଳ ଦୁଇ ଜଣ ଆଦିବାସୀ ମହିଳା ଆହତ ହୋଇଥିଲେ । ଆହତ ମହିଳାଙ୍କୁ ଯବାନ ମାନେ ବାଉଁଶରେ ଭାର କରି ଗଙ୍ଗାଲୁର ମୁଖ୍ୟ ରାସ୍ତାକୁ ଆଣିଥିଲେ । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବିଜାପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି ।
ଯବାନମାନେ ଜଙ୍ଗଲ ଭିତରେ ମହିଳାଙ୍କୁ ଭାରରେ ବୋହି ଆସିବା ବାଟରେ ଆଉ ଏକ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଛନ୍ତି । | <urn:uuid:6ca7cc88-916d-4bde-9d05-1d4d515e5f4f> | CC-MAIN-2018-05 | http://aajiraodisha.org/crpf-saved-life-in-lalgad/ | 2018-01-21T16:30:13Z | s3://commoncrawl/crawl-data/CC-MAIN-2018-05/segments/1516084890795.64/warc/CC-MAIN-20180121155718-20180121175718-00697.warc.gz | ory | 0.99996 | Orya | 6 | {"ory_Orya_score": 0.9999604225158691} |
'ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ' ଏହା ତ ଆପଣ ଶୁଣିଥିବେ । ଅଣ୍ଡା ଖାଇବାକୁ କିଏ ବା ଭଲ ନ ପାଏ । କିନ୍ତୁ ଅଣ୍ଡା ଖାଇବା ବେଳେ ଅପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ । ଅଣ୍ଡା ଏକ ସୁପର ଫୁଡ । ଏହାକୁ ଖାଇବା ଦ୍ୱାରା ପ୍ରୋଟିନ, କ୍ୟାଲସିୟମ ଓ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ । ପ୍ରୋଟିନ ଶରୀରର ମଂସପେଶୀକୁ ମଜବୁତ କରିଥାଏ । କ୍ୟାଲସିୟମ ଦାନ୍ତ ଓ ହାଡକୁ ମଜବୁତ କରିଥାଏ । ସେହିପରି ଓମେଗା ୩ ଫ୍ୟାଟି ଏସିଡ ଶରୀର ପାଇଁ ଏକ ଭଲ କୋଲେଷ୍ଟ୍ରୋଲ ପ୍ରଦାନ କରିଥାଏ । କିନ୍ତୁ ଯଦି ଆପଣ ଅଣ୍ଡାକୁ ଫ୍ରିଜରେ ରଖୁଥାନ୍ତି ତେବେ ଏହି ଅଭ୍ୟାସ ଆପଣଙ୍କ ପାଇଁ ହାନିକାରକ ହୋଇପାରେ ।
ଏକ ରିପୋର୍ଟରୁ ଜଣାପଡିଛି ଯେ ଖାଦ୍ୟକୁ ଫ୍ରିଜରେ ରଖିବା ଠିକ୍ ନୁହେଁ । କିଛି ଖାଇବା ଜିନିଷ ଅଛି ଯାହାକୁ ଫ୍ରିଜରେ ରଖିହେବ । କିନ୍ତୁ କିଛି ସାଧାରଣ ଖାଦ୍ୟ ଅଛି ଯାହାକୁ ଫ୍ରିଜରେ ରଖିବା ଶରୀର ପାଇଁ ହାନିକାରକ ହୋଇପାରେ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ଖାଦ୍ୟର ସତେଜତା ହ୍ରାସ ହୋଇଥାଏ ।
ଅଣ୍ଡା : ଅଣ୍ଡାକୁ ଏପରି ସ୍ଥାନରେ ରଖିବା ଆବଶ୍ୟକ ଯେଉଁଠି ଏହା ସୁରକ୍ଷିତ ରହିପାରିବ ଏବଂ ସହଜରେ ଫାଟିବ ନାହିଁ । ଏପରି ସ୍ଥଳରେ ଅନେକ ଲୋକ ଅଣ୍ଡାକୁ ଫ୍ରିଜରେ ରଖିଥାନ୍ତି । କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଫ୍ରିଜ ବାହାରେ ଅଣ୍ଡା ରଖିବା ଦ୍ୱାରା ଏଥିରେ କୌଣସି ପରିବର୍ତ୍ତନ ହୁଏନାହିଁ । ସେହିପରି ଅନ୍ୟ ଏକ ଗବେଷଣାରୁ ଜଣାପଡିଛି ଯେ ଅଣ୍ଡାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ସ୍ୱାଦରେ ପରିବର୍ତ୍ତନ ହୋଇଥାଏ । ଏଥିପାଇଁ ଅଣ୍ଡାକୁ ବାହାରେ ରଖିବା ଆବଶ୍ୟକ ।
କଦଳୀ :
ଡାକ୍ତରୀ ବିଜ୍ଞାନ ଅନୁସାରେ କଦଳୀ ଏକ ଥଣ୍ଡା ଖାଦ୍ୟ । ତେଣୁ ଏହାକୁ ଫ୍ରିଜରେ ରଖିବା ଉଚିତ ନୁହେଁ । କଦଳୀକୁ ବାହାରେ ରଖିବା ଦ୍ୱାରା ପୋଷକ ତତ୍ତ୍ୱ ନଷ୍ଟ ହୁଏ ନାହିଁ ଏବଂ ଏହା ନଷ୍ଟ ହୋଇନଥାଏ । ଯଦି କଦଳୀ କଞ୍ଚା ଥାଏ ତେବେ ଫ୍ରିଜରେ ରଖିବା ଦ୍ୱାରା ପାଚିବା ସମ୍ଭାବନା କମ ହୋଇଥାଏ ।
କଫି :
ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି ତେବେ ମନେରଖନ୍ତୁ କଫିକୁ ଥଣ୍ଡା, ଶୁଖିଲା ଏବଂ ଅନ୍ଧାର ସ୍ଥାନରେ ରଖିବା ଆବଶ୍ୟକ । କିନ୍ତୁ ଏଥିପାଇଁ ଫ୍ରିଜର ଆଦୌ ଆବଶ୍ୟକତା ରହିନଥାଏ । ଏଥିପାଇଁ ଏହାକୁ ଫ୍ରିଜରେ ନରଖି ଏୟାର ଟାଇଟ ବାକ୍ସରେ ରଖନ୍ତୁ । ଏହାଦ୍ୱାରା କଫିର ସ୍ୱାଦ ସଠିକ ରହିଥାଏ । କିନ୍ତୁ ଏହାକୁ ଫ୍ରିଜରେ ରଖିଲେ ଏହା ଟାଣ ହୋଇଯାଇଥାଏ ।
ଟମାଟୋ :
ଟମାଟୋକୁ ଫ୍ରିଜରେ ସମସ୍ତେ ରଖନ୍ତି । କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ । ଫ୍ରିଜରେ ରଖିବା ଦ୍ୱାରା ଟମାଟୋର ସ୍ୱାଦ ନଷ୍ଟ ହୋଇଯାଇଥାଏ । ଏହାସହ ଟମାଟୋକୁ ରାନ୍ଧିବା ବେଳେ ଏହା ସହଜରେ ସିଝେ ନାହିଁ । ତେଣୁ ଏହାକୁ ବାହାରେ ରଖିବା ଆବସ୍ୟକ । | <urn:uuid:c543e589-a94e-46d4-a474-7ec1d7ff09d6> | CC-MAIN-2018-05 | http://kanaknews.com/dont-store-these-foods-in-refrigerator/ | 2018-01-23T07:54:36Z | s3://commoncrawl/crawl-data/CC-MAIN-2018-05/segments/1516084891791.95/warc/CC-MAIN-20180123072105-20180123092105-00697.warc.gz | ory | 1.000004 | Orya | 4 | {"ory_Orya_score": 1.0000039339065552} |
ଢେଙ୍କାନାଳ ଅଫିସ, ୮ା୨-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର କର୍କଟ ରୋଗର ଚିକିତ୍ସା ପାଇଁ ପୁରୁଷ ଭେଷଜ ବିଭାଗ ୱାର୍ଡରେ ସ୍ବତନ୍ତ୍ର ପ୍ରକୋଷ୍ଠ ଉଦ୍ଘାଟିତ ହୋଇଯାଇଛି। ବିଧାୟକ ସରୋଜ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲାପାଳ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇଜଣ କର୍କଟ ଆକ୍ରାନ୍ତଙ୍କୁ କେମୋଥେରାପି ଦିଆଯାଇଥିଲା। ସିଡିଏମ୍ଓ ବାସୁଦେବ ବେହେରାଙ୍କ ତତ୍ତ୍ୱାବଧାନରେ ତାଲିମପ୍ରାପ୍ତ ଭେଷଜ ବିଶେଷଜ୍ଞ ରାଜକିଶୋର ସେଠୀ ରୋଗୀଙ୍କୁ କେମୋଥେରାପି ଦେଇଥିଲେ। ଏଡିଏମ୍ଓ ଧ୍ରୁବଚରଣ ଦେବତା, ବିଦ୍ୟୁତ୍ ନନ୍ଦ, ଜିଲା କୁଷ୍ଠ ରୋଗ ବିଭାଗ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର, ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ଜଗଦାନନ୍ଦ ତ୍ରିପାଠୀ, ଡା. ନଗଜାନନ୍ଦ ଦାସ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପ ଅଧିକାରୀ ରୂପକ କୁମାର ମହାପାତ୍ର, ଚିକିତ୍ସାଳୟ ପରିଚାଳକ ଦାୟିତ୍ୱରେ ଥିବା ଜ୍ୟୋତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଅନଗୁଳ-ଢେଙ୍କାନାଳ | <urn:uuid:8ba110eb-7b2f-46e8-be05-921487a74cf9> | CC-MAIN-2018-09 | http://www.dharitri.com/main/news/21208 | 2018-02-24T14:17:47Z | s3://commoncrawl/crawl-data/CC-MAIN-2018-09/segments/1518891815812.83/warc/CC-MAIN-20180224132508-20180224152508-00568.warc.gz | ory | 0.999944 | Orya | 4 | {"ory_Orya_score": 0.9999443292617798} |
ନୂଆଦିଲ୍ଲୀ: କଥାରେ ଅଛି ଦୁଇଜଣ ନୂଆ ବନ୍ଧୁ ଅପେକ୍ଷା ଜଣେ ନୂଆ ବନ୍ଧୁ ୧୦୦ ଗୁଣ ଭଲ। ଏହା ପୁଣି ଥରେ କରି ଦେଖାଇଛି ଋଷ। ଚୀନ୍ ଓ ପାକିସ୍ତାନକୁ ପୁଣି ଥରେ ଝଟକା ଦେଇ ଭାରତ ସହ ବନ୍ଧୁତ୍ୱକୁ ପୁଣି ଥରେ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛି ଏହି ଦେଶ। ମସ୍କୋ ପକ୍ଷରୁ କୁହାଯାଇଛି, NSG ସଦସ୍ୟତା ପାଇଁ ଭାରତର ଦାବି ସହ ପାକିସ୍ତାନକୁ ଯୋଡା ଯାଇପାରିବ ନାହିଁ। ଏନେଇ ବିଭିନ୍ନ ସ୍ତରରେ ଚୀନ୍ ସହ ଆଲୋଚନା ଜାରି ରହିଛି। ସୂଚନାଯୋଗ୍ୟ, ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍ (ଏନ୍ଏସ୍ଜି)ରେ ଭାରତର ସଦସ୍ୟତାକୁ ଚୀନ ବିରୋଧ କରି ଆସୁଛି।
ଚୀନ୍ କହୁଛି, ୪୮ ସଦସ୍ୟ ବିଶିଷ୍ଟ ଏନ୍ଏସ୍ଜି ଗ୍ରୁପ୍ ବିସ୍ତାର ପାଇଁ କିଛି ନୂଆ ସ୍ତର ଅଣାଯାଉ। ମେରିଟ୍ ଆଧାରରେ କୌଣସି ଦେଶକୁ ସଦସ୍ୟତା ଦିଆ ନଯାଉ। ଏନ୍ଏସ୍ଜି ବିଶ୍ୱସ୍ତରରେ ପରମାଣୁ ବ୍ୟାପାରକୁ ନିୟନ୍ତ୍ରଣ କରିଥାଏ। ଚୀନ୍ର ଏପରି ବିରୋଧ ପାକିସ୍ତାନକୁ ସମର୍ଥନ ବୋଲି ଭାରତ ଭାବୁଛି।
ଋଷର ଉପ ବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋୱ ଭାରତର ବିଦେଶ ସଚିବ ଏସ୍. ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏନ୍ଏସ୍ଜିର ସଦସ୍ୟତା ପୁଣି ଥରେ ତାଜା ହୋଇଛି। ଜୟଶଙ୍କରଙ୍କୁ ଭେଟିବା ପରେ ସର୍ଗେଇ କହିଛନ୍ତି- "ଏନ୍ଏସ୍ଜିରେ ସଦସ୍ୟତା ପାଇଁ ପାକିସ୍ତାନର ଆବେଦନ ଉପରେ ସର୍ବସମ୍ମତି ନାହିଁ। ଏହାକୁ ଭାରତର ଦାବି ସହ ଯୋଡ଼ା ଯାଇପାରିବ ନାହିଁ। ଆମେ ଏହି ମାମଲାର ଜଟିଳତାକୁ ଜାଣିଛୁ। ହେଲେ ଆମେ ସେପରି ଦେଶ ନୁହେଁ ଯିଏ କେବଳ କଥା କହିଥାଏ। ଆମେ ବାସ୍ତବିକତାରେ ଏହା ଉପରେ କାମ କରୁଛୁ। ଆମେ ଏହି ମାମଲାରେ ଚୀନ୍ ସହ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରଖିଛୁ।"
ଏନ୍ଏସ୍ଜି ସଦସ୍ୟତା ପ୍ରସଙ୍ଗକୁ ରାଜନୀତିକରଣ କରାଯିବାକୁ ସର୍ଗେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି- "ସବୁ ଦେଶ ଏହାକୁ ନେଇ ଚେଷ୍ଟା ନକଲେ ଚୀନ୍ କିଛି ବି ମାନିବାକୁ ରାଜି ହେବ ନାହିଁ। ଅନ୍ୟ ଦେଶଙ୍କୁ ଭାରତର ସଦସ୍ୟତା ପାଇଁ ଅଧିକ ସକରାତ୍ମକ ପ୍ରୟାସ କରିବାକୁ ପଡ଼ିବ।"
ସୂଚନାଯୋଗ୍ୟ, ଏପରି ପ୍ରଥମ ଥର ହୋଇଛି ଋଷର କୌଣସି ବରିଷ୍ଠ ଅଧିକାରୀ ଦୁଇଟି ମାମଲାକୁ ଏକା ସାଙ୍ଗରେ ଯୋଡ଼ା ଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି।
ଚଳିତବର୍ଷ ଆରମ୍ଭରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ ଚୀନ୍କୁ ବୁଝାଇବାକୁ ଋଷ ସହ ଆଲୋଚନା କରାଯାଇଛି। | <urn:uuid:d2694efa-251b-4d3a-972d-406e6af814c6> | CC-MAIN-2018-09 | http://odishareporter.in/nation/russia-target-china-and-pakistan-on-nsg-membership-of-india/ | 2018-02-25T09:36:49Z | s3://commoncrawl/crawl-data/CC-MAIN-2018-09/segments/1518891816351.97/warc/CC-MAIN-20180225090753-20180225110753-00568.warc.gz | ory | 0.999973 | Orya | 5 | {"ory_Orya_score": 0.9999728202819824} |
ମହାଦେବ ସମସ୍ତ ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରିଥାନ୍ତି। ସେ ସତ୍ୟ-ଶିବ-ସୁନ୍ଦର। ସେ ସହଜରେ ମନୋବାଞ୍ଛିତ ଫଳ ପ୍ରଦାନ କରନ୍ତି। ତେବେ ଶିବ ପୁରାଣ ଅନୁସାରେ କିଛି କାର୍ଯ୍ୟ ମହାଦେବଙ୍କୁ କଷ୍ଟ ଦେଇଥାଏ। ଏପରି କାର୍ଯ୍ୟ କଲେ ମହାଦେବ ଭୁଲ୍ରେ କ୍ଷମା କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ସବୁ କାର୍ଯ୍ୟ ମହାଦେବଙ୍କର ପସନ୍ଦ ନୁହେଁ ।
– ଅନ୍ୟ ଧନକୁ ହଡ଼ପ କରି ନିଜର କରୁଥିବା ବ୍ୟକ୍ତି ମହାଦେବଙ୍କ ନଜରରେ ଅପରାଧୀ।
– ଅନ୍ୟ କାହାର ସ୍ୱାମୀ ଅବା ସ୍ତ୍ରୀ ଉପରେ ଖରାପ ନଜର ପକାଇଲେ ଅବା ତାକୁ ପାଇବାକୁ ଇଚ୍ଛା କରୁଥିବା ଲୋକଙ୍କ ଉପରେ ମହାଦେବ କ୍ଷୁବ୍ଧ ହୁଅନ୍ତି।
– ନିର୍ଦ୍ଦୋଷ ଲୋକଙ୍କୁ କଷ୍ଟ ଦେଲେ ଓ ଧନ ସଂପତ୍ତି ଲୁଟିଲେ ମହାଦେବ କଦାପି କ୍ଷମା କରନ୍ତି ନାହିଁ।
– କୌଣସି ଗର୍ଭବତୀ ମହିଳାଙ୍କୁ କଟୁ କଥା କହିଲେ ମହାଦେବ କ୍ରୋଧିତ ହୁଅନ୍ତି।
– ଶିଶୁ, ମହିଳା, ଦୁର୍ବଳ ଶ୍ରେଣୀ ପ୍ରତି ହିଂସା ପ୍ରଦର୍ଶନ, ଅସାମାଜିକ କାର୍ଯ୍ୟପ୍ରତି ଆସକ୍ତ ମନୁଷ୍ୟଙ୍କୁ ମହାଦେବ କ୍ଷମା କରନ୍ତି ନାହିଁ।
– ଗୁରୁ, ମାତା-ପିତା ଅବା ପୂର୍ବଜଙ୍କୁ ଭୁଲ୍ରେ ମଧ୍ୟ ଅପମାନିତ କରନ୍ତୁ ନାହିଁ। | <urn:uuid:f84f81e9-f6f4-4226-a08b-276bb06afeb7> | CC-MAIN-2018-09 | http://odishareporter.in/top-story/do-not-angry-mahadev/ | 2018-02-19T09:58:35Z | s3://commoncrawl/crawl-data/CC-MAIN-2018-09/segments/1518891812579.21/warc/CC-MAIN-20180219091902-20180219111902-00375.warc.gz | ory | 0.999998 | Orya | 3 | {"ory_Orya_score": 0.999997615814209} |
ଫୁଲବାଣୀ: ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତିଙ୍ଗିଆ ପଞ୍ଚାୟତ ଦଲାବାଲି ଘାଟିରେ 'ଲଳିତା' ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ବସଟି ପ୍ରାୟ ୩୫ରୁ ଊର୍ଧ୍ୱ ଯାତ୍ରୀଙ୍କୁ ନେଇ ପକାରିରୁ ବାଲିଗୁଡା ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗୁରୁତର ୨୦ ଜଣଙ୍କୁ ବାଲିଗୁଡା ଉପଖଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । | <urn:uuid:2b94e0e3-95ae-4a8b-b7f3-01a25c715ba4> | CC-MAIN-2018-09 | http://sambad.in/district/bus-over-turn-one-dies-20-injured-23102/ | 2018-02-21T20:41:12Z | s3://commoncrawl/crawl-data/CC-MAIN-2018-09/segments/1518891813803.28/warc/CC-MAIN-20180221202619-20180221222619-00375.warc.gz | ory | 0.999997 | Orya | 8 | {"ory_Orya_score": 0.9999973773956299} |
LATEST NEWS:
ସୁନ୍ଦର ଦେଖାଯିବ ସହିତ ବିଚକ୍ଷଣ ବୁଦ୍ଧି କାମନା ସମସ୍ତଙ୍କୁ ଦରକାର। କିନ୍ତୁ ଏହା କାହିଁକି ସମ୍ଭବ ନୁହେଁ ତାହା ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ..(Pc-Istock/Shutterstock)
ଆପଣଙ୍କ ଆହାରରେ ଫଳ, ପନିପରିବା ଏବଂ ଆମିଷ ସାମିଲ କରନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ବ୍ରେନ୍ ଫୁଡ ଖାଇଲେ ବଢେପାରେ ଆପଣଙ୍କ ବ୍ରେନ ପାୱର ।
ବ୍ୟସ୍ତଭରା ଜୀବନରେ ବହୁତ ଟେନସନ ଆଣିଦିଏ ଯାହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡେ । ଏଥିପାଇଁ ପୁଷ୍ଟିକର ଖାଦ୍ୟ ଏବଂ ଲାଇଫଷ୍ଟାଇଲ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ ।
କଥାରେ ଅଛି ନା ପ୍ରତିଦିନ ଗୋଟିଏ ସେଓ ଖାଇଲେ ଡାକ୍ତର ଆମଠୁ ଦୂରରେ ରହିବେ। ଲାଲ ରଙ୍ଗର ସେଓରୁ କିଛି ଏପରି ରସାୟନ ମିଳିଛି ଯାହାକୁ ଖାଇଲେ ବ୍ରେନ ଡେମେଜ ହେବାରୁ ରକ୍ଷା ପାଇପାରିବା ।
କଫି ଏକଗ୍ରତା ବଢେଇବାରେ ବହୁତ ସାହାଯ୍ୟ କରେ । ଏହାଛଡା ବ୍ରେନରେ ଏଣ୍ଟିଅକ୍ସିଡେଣ୍ଟସ୍ ମଧ୍ୟ ପହଞ୍ଚେ ।
ବିଟ୍ ରୁଟ୍ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ବୋଲି ପ୍ରମାଣ ହୋଇଛି । ବିଟ୍ ରୁଟ ସେବନ କଲେ ଡିପ୍ରେଶନକୁ ଲଢିବାରେ ସାହାଯ୍ୟ କରେ ।
ସବୁଜ ପତ୍ର ଥିବା ପରିବାରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ । ଏଥିରେ କେରୋଟେନାଇଡସ୍ ମଧ୍ୟ ରହିଥାଏ ଯାହାକି ପାୱାରଫୁଲ ବ୍ରେନ ପ୍ରୋଟେକ୍ଟର୍ସ ରୂପେରେ ପରିଚିତ ।
ଷ୍ଟ୍ରବେରୀରେ ଏଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ ସି ଭରପୁର ରହିଛି । ମେମୋରୀ ଲସ୍ ଠାରୁ ବଞ୍ଚିବା ପାଇଁ ଷ୍ଟ୍ରବେରୀକୁ ସେବନ କରିବା ଏକ ବୁଦ୍ଧିମାନର କାର୍ଯ୍ୟ ।
ଭିଟାମିନ ଇ ସେବନ କରିବା ଦ୍ୱାରା ମେମୋରୀ ଲସ ହେବାର ସମସ୍ୟା ଦୂର କରିଥାଏ । ଆଖରୋଟ୍ ରେ ପ୍ରଚୁର ମାତ୍ରାରେ ଭିଟାମିନ ଇ ଥାଏ । ଏହାର ସେବନ ପ୍ରତିଦିନ କରିବା ଉଚିତ୍ ।
ହଳଦୀ ମସ୍ତିଷ୍କକୁ ବହୁତ ଲାଭ ପହଞ୍ଚାଇଥାଏ । ହଳଦୀ କେବଳ ଖାଇବାରେ ରଙ୍ଗ ଏବଂ ସ୍ୱାଦ ହିଁ ବଢାଏ ନାହିଁ ବରଂ ଏହାକୁ ସେବନ କଲେ ଆପଣଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରାଇଥାଏ ।
ବାଦାମରେ ଏଣ୍ଟି-ଅକ୍ସିଡେଣ୍ଟ ମିଳେ । ପ୍ରତିଦିନ ବାଦାମ ଖାଇଲେ ମସ୍ତିଷ୍କକୁ ତୀବ୍ର କରାଇଥାଏ ।
ପୁଦିନା ପତ୍ରରେ ଔଷଧିୟ ଗୁଣ ରହିଛି । ପୁଦିନା ପତ୍ରକୁ ଖାଇଲେ ମସ୍ତିଷ୍କକୁ ଅଲର୍ଟ କରିବା ସହିତ ମେମୋରୀଙ୍କୁ ତୀବ୍ର କରାଇଥାଏ ।
ପାଳଙ୍ଗ ଶାଗରେ ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ବହୁତ ମାତ୍ରାରେ ରହିଛି । ଏହା ସ୍ମରଣ ଶକ୍ତିକୁ ବଢାଇବା ସହିତ ଶିଖିବା କ୍ଷମତାକୁ ବଢାଇଥାଏ ।
ଏକଗ୍ରତା ବଢେଇବା ପାଇଁ ମସ୍ତିଷ୍କକୁ ଗ୍ଲୁକୋଜର ଆବଶ୍ୟକତା ରହିଛି । ଏଥିପାଇଁ ସକାଳେ ଶସ୍ୟ ଜାତୀୟ ଜିନିଷ ସେବନ କରିବା ଉଚିତ୍ । ଏଥିରେ ଭିଟାମିନ ଏବଂ ଫାଇବର ଥାଏ ଯାହା ମସ୍ତିଷ୍କକୁ ତୀବ୍ର କରେ
ଓଟସ୍ ରେ କାର୍ବୋହାଇଡ୍ରେଟ ରହିଛି ଯାହାକି ମସ୍ତିଷ୍କକୁ ଏନର୍ଜୀ ପହଞ୍ଚାଇଥାଏ । ମେମୋରୀକୁ ଶକ୍ତିଶାଳୀ କରିଥାଏ ।
କ୍ଷୀରରେ ଭିଟାମିନ ବି 6, ବି 12, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମର ମାତ୍ରା ଭରପୁର ରହିଛି । ଏହି ସବୁ ଭିଟାମିନ ଏକା ସହ କ୍ଷୀରରେ ମିଳୁଛି ଅର୍ଥାତ୍ ଏହା ମସ୍ତିଷ୍କ ପାଇଁ ବହୁତ ଭଲ।
ଦହିରେ ଆମିନୋ ଏସିଡ ଥାଏ । ଏହା ସେବନ କଲେ ମାନସିକ ଚାପ ଦୂର ହୁଏ ।
ଅଳସୀ ମଞ୍ଜି ଦେହ ପାଇଁ ବହୁତ ହିତକର । ଏଥିରେ ଓମେଗା 3 ଫେଟି ଏସିଡ ଏବଂ ଫାଇବର ରହିଛି ଯାହାକି ବ୍ରେନକୁ ସାର୍ପ କରେଇଥାଏ ।
ଚା' ପ୍ରତିଟି ଘରେ ପ୍ରସ୍ତୁତ କରାଯାଏ । କିନ୍ତୁ ଆପଣଙ୍କୁ ଜଣା କି ଏଥିରେ ମିଳିଥିବା ପାଲିଫେନାଲ ମସ୍ତିଷ୍କକୁ ସନ୍ତୁଳିତ କରିବା ପାଇଁ ସାହାଯ୍ୟ କରେ ।
ଟୋମାଟୋ ଏକ ଏପରି ପରିବା ଯେଉଥିରେ ଏଣ୍ଟିଅକ୍ସିଡେଣ୍ଟ ଆପଣଙ୍କ ବ୍ରେନର ସେଲସକୁ ଡ୍ୟାମେଜ ହେବାରୁ ବଞ୍ଚାଇଥାଏ ।
କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରର ଉଚ୍ଚତା ବଢେଇବା ସହିତ ମସ୍ତିଷ୍କ ସବଳ ହୋଇଥାଏ ।
ଷ୍ଟଡିଜ ଅନୁସାରେ ବ୍ଲାକବେରୀ ସେବନ କଲେ ମେମୋରୀ ପାୱାର ଦୁଇଗୁଣ ବଢିଯାଏ ।
ଅଣ୍ଡାର ହଳଦିଆ ଅଂଶ ମସ୍ତିଷ୍କ ପାଇଁ ବହୁତ ଭଲ । ଏହା ବ୍ରେନକୁ ଶକ୍ତିଶାଳୀ କରେ ।
ମସ୍ତିଷ୍କ ତୀବ୍ର କରିବା ପାଇଁ ଚକଲେଟ ମଧ୍ୟ ବହୁତ ସାହାଯ୍ୟ କରେ । ଡାର୍କ ଚକଲେଟରେ 70 ପ୍ରତିଶତ ନଡିଆ ଥାଏ, ଏହା ବ୍ରେନ ବୁଷ୍ଟ କରିବାରେ ସାହାଯ୍ୟ କରେ ।
ମାଛକୁ ଖାସ୍ ହୋମ ବ୍ରେନ୍ ଫୁଡ୍ ମଧ୍ୟ କୁହାଯାଏ । ମାଛ ଚର୍ବିରେ 3ଟି ଫେଟି ଏସିଡ ମିଳିଥାଏ ଯେଉଁଟି ବ୍ରେନ ପାୱାର ବଢାଇଥାଏ ।
ବ୍ରେନକୁ ଏକ୍ଟିଭ୍ ରଖିବା ପାଇଁ ପାଣି ପିଇବା ନିହାତି ଜରୁରୀ । ଆମର ମସ୍ତିଷ୍କଟି 85 ପ୍ରତିଶତ ଜଳୀୟ ଅଂଶରେ ତିଆରି ହୋଇଛି । ଦିନକୁ 6-8 ଗ୍ଲାସ୍ ପାଣି ପିଇବା ଉଚିତ । | <urn:uuid:ae31765e-f6fa-409a-b870-ee34515f9634> | CC-MAIN-2018-09 | http://m.hindi.eenaduindia.com/Gallery/OdiaGallery/OdiaNews/FOODS-TO-BOOST-BRAIN-POWERR | 2018-02-24T08:14:04Z | s3://commoncrawl/crawl-data/CC-MAIN-2018-09/segments/1518891815500.61/warc/CC-MAIN-20180224073111-20180224093111-00375.warc.gz | ory | 1.000007 | Orya | 6 | {"ory_Orya_score": 1.0000067949295044} |
ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ ହୋମାଇ ଭ୍ୟାରାୱାଲାଙ୍କୁ ଡୁଡୁଲ୍ରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ତାଙ୍କର ୧୦୪ ତମ ଜୟନ୍ତୀରେ ଗୁଗଲ୍ ତାର ଲୋଗରେ ଡୁଡୁଲ ତିଆରି କରି ଏଭଳି ଶ୍ରଦ୍ଧାଞ୍ଜଳୀ ଦେଇଛି। ଏପିର କରି ତାଙ୍କୁ 'ଫାଷ୍ଟ ଲେଡି ଅଫ୍ ଦି ଲେନ୍ସ'ର ସମ୍ମାନ ଦେଇଛି।
Doodle କ'ଣ: ଏହା ହେଉଛି ଏକ ଗୁଗଲ ୱେବ୍ ପେଜ୍ରେ ଦୃଶ୍ୟାୟିତ ହେଉଥିବା ସ୍ଥିର ଚିତ୍ର ବା ଗ୍ରାଫିକ୍ସ ଇମେଜ୍। କୌଣସି ନିର୍ଦ୍ଦିଷ୍ଟ ଦିବସ ବା ଉତ୍ସବ ପାଳନ ସହ ବିଶିଷ୍ଟ ବ୍ୟକ୍ତିଙ୍କୁ ବଧେଇ ଦେବାକୁ ଗୁଗଲ୍ ଏହାକୁ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରିଥାଏ।
ହୋମାଇ ଭ୍ୟାରାୱାଲାଙ୍କ ଜନ୍ମ ୧୯୧୩ ମସିହା ଡିସେମ୍ବର ୧୩ରେ ଗୁଜରାଟରେ ହୋଇଥିଲା। ଦେଶର ଫଟୋ ସମ୍ବାଦିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଭାରତର ଇତିହାସକୁ କ୍ୟାମେରା ଲେନ୍ସରେ କଏଦ କରିଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ତାଙ୍କରି ପାଇଁ ଆଜି ଇତିହାସ ବନିଥିବା ଅନେକ ଫଟୋରେ ଆମ ଦେଖିବାକୁ ପାଉଛେ। ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କର ଫଟୋ ତାଙ୍କ କ୍ୟାମେରାରେ କଏଦ ହୋଇଥିଲା।
ସ୍ୱାଧୀନତା ପରେ ପ୍ରଥମେ ଲାଲ୍କିଲାରେ ତିରଙ୍ଗା ଉଡିବାର ଚିତ୍ର, ଭାରତରୁ ଲର୍ଡ ମାଉଣ୍ଟବେଟନଙ୍କ ପ୍ରସ୍ଥାନ, ମାହାତ୍ମା ଗାନ୍ଧି, ଜବାହାରଲାଲ୍ ନେହରୁ ଓ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ମହାଯାତ୍ରା ଭିଳି ଅନେକ ସ୍ମରଣୀୟ ମୂହୁର୍ତ୍ତର ଫଟୋ ସେ ହିଁ ଉତ୍ତୋଳନ କରିଥିଲେ।
ତତ୍କାଳୀନ ପ୍ରଧନମନ୍ତ୍ରୀ ଜବାହାର ଲାଲ୍ ନେହେରୁଙ୍କ ଫଟୋ ଉଠାଇବାକୁ ସେ ଅଧିକ ପସନ୍ଦ କରୁଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ୧୯୭୦ରେ ପେଶାଦାର ଫଟୋଗ୍ରାଫିରୁ ସେ ସନ୍ୟାସ ନେଇଥିଲେ। ୨୦୧୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ଭାରତ ସରକାର। ଜନୁୟାରୀ ୧୫ ତାରିଖ ୨୦୧୨ରେ ଗୁଜରାଟ୍ର ଭଡୋଦ୍ରାଠାରେ ୯୮ ବର୍ଷ ବୟସରେ ଏହି ମହାନାୟିକାଙ୍କର ମହାପରାୟଣ ଘଟିଥିଲା। | <urn:uuid:3cf13a19-fe33-4302-90e3-21afb45f4517> | CC-MAIN-2018-09 | http://odishareporter.in/nation/1st-indian-women-photo-journalist-in-google/ | 2018-02-20T15:09:13Z | s3://commoncrawl/crawl-data/CC-MAIN-2018-09/segments/1518891812978.31/warc/CC-MAIN-20180220145713-20180220165713-00069.warc.gz | ory | 1.000001 | Orya | 4 | {"ory_Orya_score": 1.0000005960464478} |
ସମ୍ବଲପୁର : ହୀରାକୁଦ ଡଙ୍ଗା ବୁଡି ଘଟଣା ପରେ ବି ଚେତିନି ସମ୍ବଲପୁର ପ୍ରଶାସନ । ଏବେ ବି ଲୋକ ବିପଦ ଶଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି,ତା ପୁଣି ମହାନଦୀରେ । ଲୋକମାନେ ଡଙ୍ଗାରେ ଯାତାୟାତ କରୁଥିଲେ ମଧ୍ୟ ତାଙ୍କ ସୁରକ୍ଷା କଥା ଭୂଲି ଯାଇଛି ଜିଲ୍ଲା ପ୍ରଶାସନ । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଦେଓଗାଁ ପଂଚାୟତବାସୀ ଯାତାୟତ ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି । ଦେଓଗାଁରେ ମହାନଦୀ ଯାଇଥିବାରୁ ଲୋକମାନେ ପାର ହେବା ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି ।
ଦେଓଗାଁ ଓ ଆଖପାଖ ଗାଁର ଲୋକମାନଙ୍କୁ ବରଗଡ଼ ଯିବା ପାଇଁ ହୁଲି ଡଙ୍ଗାରେ ମହାନଦୀ ପାର ହେଉଛନ୍ତି । ପ୍ରତ୍ୟେକ ଦିନ ଶହ ଶହ ଲୋକ ଏହି ଡଙ୍ଗା ସାଯ୍ୟରେ ମହାନଦୀ ପାର ହୋଇ ବରଗଡ଼ ଯାଉଥିବା ବେଳେ ଡଙ୍ଗାରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଏମିତିକି ଡଙ୍ଗାରେ ବିପଦ ସଂକୁଳ ଅବସ୍ଥାରେ ମଟର ସାଇକେଲ ଓ ସାଇକେଲ ମଧ୍ୟ ନିଆଯାଉଛି ।
କେତେବେଳେ ଯେ, ଆଉ ଏକ ହୀରାକୁଦ ଡଙ୍ଗାବୁଡି ଘଟଣା ନଘଟିବ ତା କହିହେବନି । ତେବେ ହୀରାକୁଦ ଡଙ୍ଗା ଦୁର୍ଘଟଣା ପରେ ରାଜ୍ୟ ସରକାର ଡଙ୍ଗା ସୁରକ୍ଷା ପ୍ରତି କଡ଼ା ନିୟମ ଲାଗୁ କରଛନ୍ତି । ଏହାସହ ବୋଟ ନିୟମ ୨୦୦୪କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି । ହେଲେ ଦେଓଗାଁର ଚିତ୍ରକୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହୁଏ ଜିଲ୍ଲା ପ୍ରଶାସନ ସରକାରୀ ନିୟମକୁ କିଭଳି ପାଳନ କରୁଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ : | <urn:uuid:647849bd-7804-42cc-ae8a-8b6d2a04f376> | CC-MAIN-2018-09 | http://kanaknews.com/sambalpur-boat-issue/ | 2018-02-20T07:43:14Z | s3://commoncrawl/crawl-data/CC-MAIN-2018-09/segments/1518891812913.37/warc/CC-MAIN-20180220070423-20180220090423-00669.warc.gz | ory | 0.999982 | Orya | 5 | {"ory_Orya_score": 0.9999819993972778} |