text
stringlengths
265
390k
id
stringlengths
47
47
dump
stringclasses
96 values
url
stringlengths
17
5.15k
date
stringlengths
20
20
file_path
stringlengths
109
155
language
stringclasses
1 value
language_score
float64
0.31
1
language_script
stringclasses
1 value
minhash_cluster_size
int64
1
1.05k
top_langs
stringlengths
23
515
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ମାର୍ଚ ୧୭,(ଓଡ଼ିଶା ଡ଼ଟ୍ କମ୍)-ନିଜ ପତ୍ନୀଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କର ପୁଅ ରାଜାଶ୍ରୀ ମହାନ୍ତିକୁ ପୋଲିସ ରବିବାର କଟକ ନିକଟସ୍ଥ ଏକ ସ୍ଥାନରୁ ଗିିରଫ କରିଛି । ରାଜାଶ୍ରୀଙ୍କ ପତ୍ନୀ ବର୍ଷା ବାଲେଶ୍ୱରରେ ତାଙ୍କୁ ବିବାହ ପରଠାରୁ ଯୌତୁକ ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ବିବାହ ସମୟରେ ତାଙ୍କ ବାପା ଯୌତୁକ ଦାବି ମୁତାବକ ନଗଦ୧୦ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ । କିନ୍ତୁ ତାଙ୍କୁ ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ସ୍କର୍ପିଓ ଗାଡ଼ି ଆଣିବା ପାଇଁ ତାଙ୍କ ସ୍ୱାମୀ,ଶ୍ୱଶୁର, ଶାଶୂ ଓ ନଣନ୍ଦ ଚାପ ପକାଇ ଆସୁଥିଲେ । ଏହି ଅଭିଯୋଗ ପରେ ତାଙ୍କ ଶ୍ୱଶୁର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ,ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହି ଘଟଣାରେ ରଘୁନାଥ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବର୍ଷା ଓ ବିରୋଧୀ ଦଳମାନେ ଦାବି କରିଛନ୍ତି । ରାଜଶ୍ରୀ ମହାନ୍ତି ବର୍ଷା ସୋନିଙ୍କୁ ଜୁନ୨୦୧୨ରେ ବିବାହ କରିଥିଲେ । ଓଡ଼ିଶା ଡ଼ଟ୍ କମ୍
<urn:uuid:b202cfb6-f5c6-4420-983e-02ccb9827a79>
CC-MAIN-2017-34
http://www.odisha.com/archives/tag/%E0%AC%AC%E0%AC%B0%E0%AD%8D%E0%AC%B7%E0%AC%BE-%E0%AC%B8%E0%AD%8B%E0%AC%A8%E0%AC%BF
2017-08-20T04:10:37Z
s3://commoncrawl/crawl-data/CC-MAIN-2017-34/segments/1502886105970.61/warc/CC-MAIN-20170820034343-20170820054343-00537.warc.gz
ory
1.000006
Orya
24
{"ory_Orya_score": 1.000005841255188}
ଲେମ୍ବୁ ଖାଲି ଖାଦ୍ୟ ରୂପରେ ବ୍ୟବହାର ହୁଏନି । ଏହାର ବହୁ ଉପକାରୀ ଗୁଣ ମଧ୍ୟ ରହିଛି । ସବୁ କାମରେ ସବୁ ସ୍ଥାନରେ ଲେମ୍ବୁ ର ଆବଶ୍ୟକତା ରହିଆସିଛି । ଆସନ୍ତୁ ଜାଣିବା ଲେମ୍ବୁର କେତେକ ବିଶେଷ ବ୍ୟବହାର ଓ ଉପକାରୀତା ଗୁଣ ବିଷୟରେ । • ଶୋଇବା ଘରେ କଟା ଲେମ୍ବୁ ରଖିବାଦ୍ୱାରା ଖୁବ୍ ସତେଜ ସୁଗନ୍ଧ ଆସିଥାଏ । ଯାହାଦ୍ୱାରା ରୁମ୍ ସ୍ପ୍ରେ ଭଳି ରସାୟନଯୁକ୍ତ ଜିନିଷର ବ୍ୟବହାର କରିବାକୁ ପଡେ ନାହିଁ । ଏହାଛଡା ଶୋଇବା ଘରେ ଲେମ୍ବୁର ସୁଗନ୍ଧ ଦ୍ୱାରା ଆଜମା ଏବଂ ଥଣ୍ଡା ସର୍ଦ୍ଦିରେ ପୀଡିତ ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ସହଜ କରାଇବାରେ ସହାୟକ ହୋଇଥାଏ । • କେଶ ଝଡୁ ଥିଲେ କିମ୍ବା ରୂପୀ ର ସମସ୍ୟା ଥିଲେ, ଆପଣ ନଡିଆ ତେଲ ସହ ଲେମ୍ବୁ ରସ ଲଗାଇବା ଦ୍ୱାରା କେଶ ଝଡା ବନ୍ଦ ହୋଇଯାଇଥାଏ ଓ ରୂପୀ ସମସ୍ୟା ରୁ ମୁକ୍ତି ମିଳିଥାଏ । • କେଶ ରଙ୍ଗ କରି ଯଦି ବିରକ୍ର ହୋଇଯିବେଣି ତେବେ ଏହାକୁ ଛଡାଇବା ଲାଗି ଆପଣ ଲେମ୍ବୁ ରସକୁ ବ୍ୟବହାର କରିପାରିବେ । କାରଣ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ଯୋଗୁଁ ରଙ୍ଗ ସହଜରେ ଛାଡିଯାଇଥାଏ । • ସେଓ କାଟି କିଛି ସମୟ ରଖିଦେଲେ ତାହା ମାଟିଆ ରଙ୍ଗ ହୋଇଯିବାର ଦେଖିଥିବେ ତେବେ ଏଭଳି ଅବସ୍ଥାରେ ଆପଣ ସେଓ ଖଣ୍ଡରେ ଲେମ୍ବୁ ରସ ଟିକେ ଲଗାଇଦେବେ ,ପରେ ଦେଖିବେ ତାହା ପୂର୍ବପରି ସତେଜ ଦେଖାଯିବ । • ମାଇକ୍ରୋେଓଭ ଭିତର ଯଦି ଦୁର୍ଗନ୍ଧ ହେଉଥାଏ ,ତେବେ ଗୋଟିଏ ପାତ୍ରରେ କିଛି ଲେମ୍ବୁ ଖଣ୍ଡ ପକାଇ ଏଥିରେ ରଖି ଏହାକୁ ଅନ୍ କରିଦେବେ ଓ ଏହାର ବାମ୍ଫ ଭିତରେ ଜମିଗଲେ କପଡାରେ ଏହାକୁ ଭଲଭାବରେ ପୋଛି ସଫା କରିଦିଅନ୍ତୁ,ତାପରେ ଦେଖିବେ ଆଉ ଦୁର୍ଗନ୍ଧ ବାହାରିବ ନାହିଁ । • ପୋଷାକରେ କୌଣସି ଗହିରିଆ ଦାଗ ଲାଗିଯାଇଥିଲେ ସେଥିରେ ଲେମ୍ବୁରସ ସହିତ ବେକିଂ ସୋଡାକୁ ମିଶ୍ରଣ କରି ଥଣ୍ଡାପାଣିରେ ଭଲଭାବରେ ସଫା କରି ଦିଅନ୍ତୁ ଦେଖିବେ ପୋଷାକରେ ଲାଗିଥିବା ଦାଗ ସଂପୂର୍ଣ୍ଣ ଭାବରେ ଛାଡିଯିବ । • ଗାଧୁଆ ଘର ଆଇନା ହେଉ କି କାର କାଚ ସଫା କରିବା ପାଇଁ ଆପଣ ଲେମ୍ବୁରସକୁ ବ୍ୟବହାର କରିପାରିବେ ।ଏଥିସହ ପ୍ଲାଷ୍ଟିକ ବୋତଲ, ଆମିଷ ବାସନ କିମ୍ବା ଟିଫିନ୍ ବକ୍ସରେ ତେଲ ଲାଗି ଦୁର୍ଗନ୍ଧ ହେଉଥିଲେ ମଧ୍ୟ ଲେମ୍ବୁକୁ ବ୍ୟବହାର କରିପାରିବେ,ଏଥିପାଇଁ ଏହାକୁ ରାତିସାରା ଲେମ୍ବୁରସ ସହ ବେକିଂ ସୋଡା ଭିଜାଇ ଦେଇ ସକାଳୁ ସଫା କରିବାଦ୍ୱାରା ଏଥିମଧ୍ୟରୁ ବାହାରୁଥିବା ଦୁର୍ଗନ୍ଧ ଏକପ୍ରକାରେ ବାହାରି ଯାଇଥାଏ । • ଲେମ୍ବୁର ଚୋପାକୁ ଆପଣ ମୁହଁ, କହୁଣୀ ଓ ଆଣ୍ଠୁରେ ବାରମ୍ବାର ଘଷିବାଦ୍ୱାରା କଳାଦାଗ ଲିଭିଯାଇଥାଏ । • ମୋଟାପଣ ଦୂର କରିବାରେ ମଧ୍ୟ ଆପଣ ଲେମ୍ବୁକୁ ବ୍ୟବହାର କରିପାରିବେ । ପ୍ରତିଦିନ ସକାଳୁ ନଖ ଉସୁମ ପାଣିରେ ମହୁ ସହ ଲେମ୍ବୁରସ ମିଶ୍ରଣ କରି ପିଇବାଦ୍ୱାରା ମୋଟାପଣ ଦୂର ହେବା ସହ ପେଟ ରୋଗ ମଧ୍ୟ ଦୂର ହୋଇଥାଏ ।
<urn:uuid:e5b01961-d72f-4ea4-bc6e-6ab3619c88b6>
CC-MAIN-2017-34
http://enewsodia.com/uses-of-lemon/
2017-08-24T10:40:20Z
s3://commoncrawl/crawl-data/CC-MAIN-2017-34/segments/1502886133449.19/warc/CC-MAIN-20170824101532-20170824121532-00025.warc.gz
ory
0.99999
Orya
6
{"ory_Orya_score": 0.9999897480010986}
ସଭିଏଁ ଜାଣନ୍ତି ଯେ ଭାରତର ଆଧୁନିକ ସ୍ଥପତି ବିଦ୍ୟା ଇଂରେଜ ଓ ମୁଗଲମାନଙ୍କ ଦାନ । ଏଡ଼ଉଇନ ଲ୍ୟୁଟେନସ ଏବଂ ହରବର୍ଟ ବେକର ପାର୍ଲ୍ୟାମେଣ୍ଟ ହାଉସର ନିର୍ମାଣ ଶୈଳୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ସତ୍ୟ ଯେ ସେ ଭାରତର ପ୍ରାଚୀନ ସ୍ଥପତିକୁ ନକଲ କରି ତାଙ୍କ ସମୁର୍ଣ୍ଣ ନିଜର ଢାଞ୍ଚା ବୋଲି ଅଭିହିତ କରିଥିଲେ । ମଧ୍ୟ ପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି । ଓଡ଼ିଶାର ଭୁବନେଶ୍ବରରେ ନିକଟବର୍ତ୍ତି ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) । ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ଓ ଯୋଗମାର୍ଗକୁ ପାଥେୟ କରି ଶକ୍ତି ଉପାସନାର ମାତୃକା, ବିଦ୍ୟା ଓ ମହାବିଦ୍ୟାର ମିଶ୍ରଣରେ ଚତୁଃଷଷ୍ଠୀ ଯୋଗିନୀଙ୍କ ଆରମ୍ଭ ହୋଇଥିଲା । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା । କାଳିକା ପୁରାଣକୁ ଆଲୋଚନା କଲେ ଜଣାଯାଏ ଭାରତରେ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର ଚଉଷଠି ଯୋଗିନୀ ପୀଠ ବିଦ୍ୟମାନ । ଚଉଷଠି ଯୋଗିନୀ ମନ୍ଦିର ଭାରତରେ ଏକ ଐତିହ ସ୍ଥଳ ରୂପେ ମାନ୍ୟତା ପାଇଛି । ଇଂରେଜ ଶାସନ ପୂର୍ବରୁ ମୋଗଲ ଶାସକ ଏହାର ଅନେକ ଅଂଶ ନଷ୍ଟ କରିଦେଇଥିଲେ । ନିଜ ରାଜତ୍ଵ କାଳରେ କଳାପାହାଡ଼ ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ସେଠାକାର ଗ୍ରାମବାସୀ କହନ୍ତି । ମନ୍ଦିରଟିର ଗଠନଶୈଳୀ ବୈଚିତ୍ର୍ୟମୟ, ଯାହାକି ନଦେଖିଲେ ବର୍ଣ୍ଣନା କରିବା ଅସମ୍ଭବ । ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ଯୋଗିନୀମାନେ ଏକ ପୁରାତନ ପଥରରେ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିରର ଆକାର ଗୋଲାକାର କିନ୍ତୁ ଛାତ ଶୂନ୍ୟ । ମନ୍ଦିରର ପ୍ରବେଶ ପଥର ଦ୍ୱାରଦେଶଟି ଏକ ତୋରଣ ପରି ପଥରରେ ନିର୍ମିତ । ଏହାର ଦୁଇ ପାଶ୍ୱର୍ରେ ଦୁଇଟି ଭୈରବ ମୂର୍ତ୍ତି ବିଦ୍ୟମାନ । ସେହି ଦୁଇଟି ମୂର୍ତ୍ତିର ନାମ କାଳ ଓ ବିକାଳ । ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ । ମନ୍ଦିରର ବାହାର କାନ୍ଥରେ ନଅଟି କାତାୟନୀ ମୂର୍ତ୍ତି ବିଦ୍ୟମାନ । ସେମାନେ ହସ୍ତରେ ପାନପତ୍ର ଆୟୁଧ ଧରି ଦଣ୍ଡାୟମାନ । ପୀଠର ମଧ୍ୟଭାଗରେ ଚତୁଃଷ୍କୋଣ ବିଶିଷ୍ଟ କୃତି । ଚାରି କୋଣରେ ଚାରୋଟି ପ୍ରତିମା ଦଣ୍ଡାୟମାନ । ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ମୂର୍ତ୍ତି ଶୂନ୍ୟ । ବର୍ତ୍ତମାନ ତିନୋଟି ପ୍ରତିମାର ମଧ୍ୟଭାଗରେ ଅଦୈକ ପାଦ ଭୈରବ । କ୍ରୋଟର ଚକ୍ଷୁ, ନୃମୁଣ୍ଡମାଳୀ ଓ ଖଡ଼୍ଗଧାରୀ ଅଟନ୍ତି । ଅଧିଷ୍ଠାତ୍ରୀ ମହାମାୟାଙ୍କ ଦୁଇ ପାଶ୍ୱର୍ରେ ଅନ୍ୟ ସମସ୍ତ ମା' ଯୋଗିନୀ ଦେବୀ ସେମାନଙ୍କର ବାହନମାନଙ୍କ ଉପରେ ଆସ୍ଥାନ ବିମଣ୍ଡିତ । ଏହି ପ୍ରତିମାଗୁଡିକ କଳା ମୁଗୁନି ପଥରରେ ନିର୍ମିତ । ଅଧିକ ଦେଖନ୍ତୁ https://or.wikipedia.org/s/2lk Author NISTHA RANJAN DASH A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected] I will be happy to interact with u through odisha's leading media website bhubaneswar buzz. thank you. Happy reading…
<urn:uuid:36710abd-8004-450b-9d0c-dcc8b800a421>
CC-MAIN-2017-34
http://www.bhubaneswarbuzz.com/citizen-bloggers/daily-column/odiapostat11-%E0%AC%9C%E0%AC%BE%E0%AC%A3%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%95%E0%AC%BF-%E0%AC%97%E0%AC%A3%E0%AC%A4%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0%E0%AC%B0-%E0%AC%AE%E0%AC%A8
2017-08-16T19:29:51Z
s3://commoncrawl/crawl-data/CC-MAIN-2017-34/segments/1502886102393.60/warc/CC-MAIN-20170816191044-20170816211044-00097.warc.gz
ory
0.99999
Orya
13
{"ory_Orya_score": 0.9999901056289673}
ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ ଭଦ୍ରକ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଆକାଶବାଣୀ କେନ୍ଦ୍ରର ସମ୍ବାଦଦାତା ଅଶୋକ କୁମାର ନାୟକଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ଆକାଶବାଣୀ କଟକ କେନ୍ଦ୍ରର ୬୫ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ନାୟକଙ୍କୁ ଉପଢ଼ୌକନ, ଫଳକ ମାନପତ୍ର ନଗଦ ୨ ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଆକାଶବାଣୀ କଟକ କେନ୍ଦ୍ର ନିଦେ୍ର୍ଧଶକ ସୁଧା ମିଶ୍ର, ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ପାଦକ ଅଶୋକ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ନାୟକ ଭଦ୍ରକ ସହର ଅସ୍ଥଳ ନରିପୁର ଗ୍ରାମର ରାଜ୍ୟ ଗୋପବନ୍ଧୁ ପୁରସ୍କାର ପ୍ରାପ୍ତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ହରିପ୍ରିୟା ନାୟକଙ୍କ ସୁପୁତ୍ର ଅଟନ୍ତି । ସେ ୧୯୮୭ରୁ ଆଜି ପର୍ଯ୍ୟନ୍ତ ସାମ୍ବାିକତା କ୍ଷେତ୍ରରେ ସକ୍ରିୟ ଅଛନ୍ତି । ସେ ନିର୍ଭିୀକ ଭାବେ ସତ୍ୟର ସାମ୍ନା କରି ମାନବିକ ମୂଲ୍ୟବୋଧକୁ ସମ୍ମାନ ଜଣାଇ ନିରବଚ୍ଛିନ୍ନ ଭାବେ ଭିନ୍ନ ଭିନ୍ନ ସମ୍ବାଦ ପତ୍ରର ମଧ୍ୟ ପ୍ରତିନିଧି ରୂପେ କାର୍ଯ୍ୟ କରିଛନ୍ତି । ନାୟକ ୨୦୦୪ ଜାନୁୟାରୀ ୧୩ରୁ ଭଦ୍ରକ ଜିଲ୍ଲା ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ଜିଲ୍ଲା ସମାଚାର ପ୍ରତିନିଧି ଭାବେ ବିଭିନ୍ନ ସକାରାତ୍ମକ ସମ୍ବାଦ ପ୍ରେରଣ କରି ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଛନ୍ତି । ଓଡ଼ିଶା ଡ଼ଟ୍ କମ୍
<urn:uuid:69a9502b-5149-406d-b501-7e0601d92d23>
CC-MAIN-2017-34
http://www.odisha.com/archives/8887
2017-08-22T01:33:07Z
s3://commoncrawl/crawl-data/CC-MAIN-2017-34/segments/1502886109803.8/warc/CC-MAIN-20170822011838-20170822031838-00577.warc.gz
ory
1.000006
Orya
12
{"ory_Orya_score": 1.000006079673767}
ମାତ୍ର କିଛି ଦିନ ତଳ ଯାଏଁ ଗ୍ରାମୀଣ ପଶ୍ଚିମବଙ୍ଗରେ ରହୁଥିବା ୪୩ ବର୍ଷ ବୟସ୍କ ଶେଖ ଲାଲଚାନ୍ଦ ଏକ ସାଧାରଣ ଘାଟର ନାଉରୀ ଥିଲେ ଯିଏ ଲୋକଙ୍କୁ ଥିବା ମୁଣ୍ଡେଶ୍ଵରୀ ନଈକୁ ପାରି ହେବାରେ ସାହାଯ୍ୟ କରୁଥିଲେ। ଆଜି ସେ ପାଲଟି ଯାଇଛନ୍ତି ସ୍ଥାନୀୟ ଲୋକଙ୍କ ପାଇଁ ଜଣେ ହିରୋ ଓ ଏକ ପ୍ରେରଣାର ଉତ୍ସ। କାରଣ? ସେ ନଈ ଉପରେ ନିଜେ ଗଢିଛନ୍ତି ଏକ ବାଉଁଶ ପୋଲ। ଏହି ପୋଲ ଯୋଗୁଁ ଏବେ ଘୋଡ଼ାବେରିଆ-ଚିନ୍ତନ ଓ ଭାତୋରା ଗାଁର ଲୋକେ ଯେଉଁମାନେ ପୂର୍ବେ ଏକ ଦ୍ଵୀପରେ ରହିଲା ଭଳି ରହୁଥିଲେ (ଏହି ଗାଁ ଗୁଡ଼ିକୁ ଚାରିପଟରୁ ମୁଣ୍ଡେଶ୍ଵରୀ, ଦାମୋଦର ଓ ରୂପନାରାୟଣ ନଦୀ ଘେରି ରହିଛି) ବର୍ତ୍ତମାନ ମୂଳ ଭୂଖଣ୍ଡ ସଙ୍ଗେ ଯୋଡି ହୋଇପାରିଛନ୍ତି। ଶେଖ ନିଜେ ହିଁ ଏହି ପୋଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବର୍ଷର କିଛି ସମୟ ଏପରି ଥିଲା ଯେତେବେଳେ ସେ ତାଙ୍କ ଡଙ୍ଗା ନେଇ ନଦୀକୁ ଯାଇପାରୁନଥିଲେ। ସେହି ସମୟରେ ଲୋକେ ମୂଳ ଭୂଖଣ୍ଡକୁ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଭଟ୍ଟା ସମୟରେ ଲୋକଙ୍କୁ ନଈ ଭିତରେ ଆଣ୍ଠୁଏ ପଙ୍କ କାଦୁଅ ହେଇ ଯିବାକୁ ପଡୁଥିଲା। ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ସ୍କୁଲ ପିଲାମାନେ। ସ୍କୁଲ ବ୍ୟାଗ ଧରି ପଙ୍କକାଦୁଅ ପାଣି ଭିତରେ ପଶି ଯିବା ଅସମ୍ଭବ ଥିଲା। ସେତେବେଳେ ମୁଁ ଭାବିଲି ଏଇ ନଈ ଉପରେ ଗୋଟେ ବାଉଁଶ ପୋଲ ତିଆରି କରିହେଲେ କେମିତି ହୁଅନ୍ତା ? - ଶେଖ Telegraphକୁ କୁହନ୍ତି। ଏଇ ବାଉଁଶ ପୋଲ ତିଆରି କରିବା ପାଇଁ ସମୁଦାୟ ୭.୫ ଲକ୍ଷ ଟଙ୍କା ଲାଗିଥିଲା। ଶେଖ ନିଜ ସ୍ତ୍ରୀଙ୍କର କିଛି ଗହଣା ବିକ୍ରି କରି ଓ କିଛି ସମ୍ପର୍କୀୟଙ୍କ ଠାରୁ କରଜ କରି ଏହି ଅର୍ଥ ଯୋଗାଡ଼ କରିଥିଲେ। ଏହାର ତିଆରି କରିବା ପାଇଁ ମୋଟ ୧୬ଜଣ ଶ୍ରମିକ ୨୮ ଦିନ ଲଗାତର କାମ କରିଥିଲେ। ବର୍ତ୍ତମାନ ପୋଲ ଯୋଗେ ଯାତାୟାତ କରୁଥିବା ଲୋକଙ୍କୁ ଏକ ଛୋଟ ପରିମାଣ ଟୋଲ ଦେବାକୁ ପଡ଼ୁଛି। ତାହା ହିଁ ଶେଖଙ୍କର ବର୍ତ୍ତମାନର ଆୟ। ପୋଲ ବ୍ୟବହାର କରୁଥିବା ପାଦଚଲା ଓ ସାଇକେଲ ଯାତ୍ରୀଙ୍କୁ ୨ ଟଙ୍କା ଟୋଲ ଦେବାକୁ ହେଉଛି। ମୋଟର ବାଇକ ନେଇ ଯାଉଥିବା ଲୋକେ ୬ ଟଙ୍କା ଓ କାର ନେଇ ଯିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ୁଛି। ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ମାନଙ୍କୁ ଦେବାକୁ ପଡ଼ୁଛି ମାତ୍ର ଟଙ୍କାଏ ଏବଂ ଆମ୍ବୁଲାନ୍ସ ଓ ପରୀକ୍ଷା ଚାଲୁଥିବା ସମୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯିବା ଆସିବା ମାଗଣା। ଚାଷୀ ଭାଇ ମାନେ ମାସକୁ ୫୦ ଟଙ୍କା ଦେଇ ନିଜ ମନ ମୁତାବକ ପୋଲ ବ୍ୟବହାର କରିପାରୁଛନ୍ତି। Related Stories Stories by Team Odia
<urn:uuid:c481afad-b5eb-4e2e-908e-8d1e1b380cbd>
CC-MAIN-2017-34
https://odia.yourstory.com/read/914a3cd083/-
2017-08-19T18:29:16Z
s3://commoncrawl/crawl-data/CC-MAIN-2017-34/segments/1502886105712.28/warc/CC-MAIN-20170819182059-20170819202059-00296.warc.gz
ory
1.000001
Orya
10
{"ory_Orya_score": 1.0000011920928955}
କେଦାର ମିଶ୍ର ମହାନଦୀକୁ ନେଇ ଅ।ମେ ଯେତିକି ଚିତ୍କାର ଶୁଣୁଛୁ, ମହାନଦୀକୁ ନେଇ ଅ।ମର ଅଜ୍ଞତା ମଧ୍ୟ ସେତିକି ବାରି ହୋଇ ପଡୁଛି । ଯେଉଁମାନେ ମହାନଦୀ ବିଷୟରେ ଗଳା ଫଟାଇ ରାସ୍ତାରେ ଚିତ୍କାର କରୁଛନ୍ତି, ସେମାନଙ୍କ ପାଖରେ ବାସ୍ତବ ମହାନଦୀର ଚିତ୍ର ଅ।ଜି ପର୍ଯ୍ୟନ୍ତ ପହଂଚି ପାରିନାହିଁ । ଛତିଶଗଡ଼ ଏବଂ ଓଡ଼ିଶାର ବିବାଦକୁ ନେଇ ଯେଉଁ ରାଜନୈତିକ ଘୂର୍ଣ୍ଣିଝଡ଼ ଏବେ ଚାଲିଛି, ତା ପଛରେ ମହାନଦୀର ବାସ୍ତବତା ଅପେକ୍ଷା ରାଜନୀତିର ଚକ୍ରାନ୍ତ ଜଳଜଳ ହୋଇ ଦିଶିଯାଉଛି । ତେବେ ମହାନଦୀର ସତ୍ୟ କଣ ? ଛତିଶଗଡ଼ ସରକାର ଯଦି ମହାନଦୀର ଜଳକୁ ଅଟକ ରଖନ୍ତି, ତା ହେଲେ ମହାନଦୀ ମରିଯିବ କି ? କେବଳ ହୀରାକୁଦ ନଦୀବନ୍ଧର ଜଳକୁ ଅ।ଶ୍ରା କରି ମହାନଦୀ ଚିରସ୍ରୋତା ହୋଇ ପ୍ରବହମାନ ହେଉଛି କି ? ପ୍ରଶ୍ନ ଅନେକ ଅଛି । ଉତ୍ତର ରାଜନୀତିର କୋଳାହଳ ଭିତରେ ହଜିଯାଉଛି । ତେଣୁ ମହାନଦୀକୁ ନେଇ ଏକ ଅନୁସନ୍ଧାନୀ ଦୃଷ୍ଟିର ଅ।ବଶ୍ୟକତା ଅ।ଜି ସବୁଠୁ ବେଶୀ । ନଦୀ ସବୁବେଳେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମତାର ବାର୍ତ୍ତା ଦେଇଥାଏ । ଗତ ଷାଠିଏ ବର୍ଷ ଧରି ମହାନଦୀ ଛତିଶଗଡ଼ ଓ ଓଡ଼ିଶାର ଜୀବନରେଖା ଭାବରେ ପ୍ରବାହିତ ହୋଇ ଚାଲିଛି । ଏହାକୁ ନେଇ କେବେ କୌଣସି ବିବାଦ ଅ।ମେ ଶୁଣିନଥିଲୁ । ପ୍ରଥମଥର ପାଇଁ ଏ ବିବାଦ ଯେତେବେଳେ ରାଜନୈତିକ ଉଗ୍ର ରୂପ ଧାରଣ କରୁଛି, ସେତେବେଳେ ମହାନଦୀର ସତ୍ୟକୁ ଖୋଜି ବାହାର କରିବା ନିତାନ୍ତ ଜରୁରୀ । ଏ ସମ୍ପର୍କରେ ଏକ ତଥ୍ୟ ସମ୍ବଳିତ ରିପୋର୍ଟ୍- ୧. ମହାନଦୀ ସମ୍ପର୍କରେ ପ୍ରଥମ ବଡ଼ ତଥ୍ୟଟି ହେଲା, ଏହାର ଜନ୍ମ ଛତିଶଗଡ଼ରେ କିନ୍ତୁ ଏହାର ଯୌବନ ଓ ମହାସଙ୍ଗମ ଓଡ଼ିଶାରେ । ୮୫୧ କିଲୋମିଟର ଦୀର୍ଘ ମହାନଦୀର ମାତ୍ର ୨୮୬ କିଲୋମିଟର ଛତିଶଗଡ଼ ଭିତରେ ପ୍ରବାହିତ ହେଉଥିବାବେଳେ ବାକି ୫୬୫ କିଲୋମିଟର ଏହା ଓଡ଼ିଶା ଭିତର ଦେଇ ବହୁଛି । ତେବେ ଓଡ଼ିଶାରେ ଅ।ହୁରି ଅନେକ ବଡ଼ ନଦୀର ଉପତ୍ୟକା ଓ ଅବବାହିକା ରହିଥିବାବେଳେ ଛତିଶଗଡ଼ ପାଇଁ ମହାନଦୀ ହେଉଛି ଏକମାତ୍ର ପ୍ରାଣରେଖା । ଯଦିଓ ଗଙ୍ଗା, ଗୋଦାବରୀ ଓ ଇନ୍ଦ୍ରାବତୀର ବେସିନ ଛତିଶଗଡ଼ରେ ରହିଛି, ତଥାପି ମହାନଦୀ ବ୍ୟତୀତ ଛତିଶଗଡ଼ର ଅନ୍ୟ କୌଣସି ଚାରା ନାହିଁ । ଛତିଶଗଡ଼ର ମୋଟ ଜଳସମ୍ବଳର ୫୮.୪୮ % ଜଳସମ୍ପଦର ମହାନଦୀ ଓ ତାର ଶାଖା ନଦୀଗୁଡ଼ିକରେ ରହିଛି । ୨. ଧନ୍ଵତ୍ତରୀ ଜିଲ୍ଲାରୁ ବାହାରିଲା ପରେ ମହାନଦୀ କ୍ରମଶଃ ଶିୱନାଥ୍, ଅର୍ପା, ହଁସଦେଓ , ସନ୍ଦର୍, ଜୋଙ୍କ୍, କେଲୋ ଓ ଇବ୍ ନଦୀର ସଂଯୋଗରେ ନିଜ ପ୍ରବାହକୁ ବିଶାଳ କରିଛି । ହୀରାକୁଦ ପୂର୍ବରୁ ଏହି ସବୁ ନଦୀ ମହାନଦୀର ଜଳସ୍ତରକୁ ଚିରସ୍ରୋତା କରିଛନ୍ତି । ୧୯୪୮ରେ ଯେତେବେଳେ ହୀରାକୁଦ ବୃହତ୍ ନଦୀ ଜଳବନ୍ଧର ପରିକଳ୍ପନା କରାଗଲା, ସେତେବେଳେ ଏହି ସବୁ ନଦୀର ଜଳପ୍ରବାହକୁ ହୀରାକୁଦଠାରେ ବାନ୍ଧି ରଖିବାର ଉଦ୍ୟମ କରାଗଲା । ୧୯୫୭ରେ ହୀରାକୁଦ ନଦୀବନ୍ଧ କାର୍ଯ୍ୟକ୍ଷମ ହେଲା । ଏଠି କହି ରଖିବା ଉଚିତ୍ ଯେ ହୀରାକୁଦ ନଦୀବନ୍ଧର କ୍ୟାଚମେଣ୍ଟ୍ ବା ଜଳଧାରଣ କ୍ଷେତ୍ରର ୮୭% ଛତିଶଗଡ଼ ରାଜ୍ୟରେ ରହିଛି । ତେଣୁ ହୀରାକୁଦ ନିର୍ମାଣରେ ଛତିଶଗଡ଼ର ଭୂମି ଓ ଜଳ ବିନିଯୋଗ ହୋଇଥିବାସ୍ଥଳେ ଏହାର ଲାଭ ଓଡ଼ିଶାକୁ ମିଳିଛି । ସର୍ବାଧିକ ଜଳ ଓ ଜଳ ବିଦ୍ୟୁତ୍ ଅ।ମେ ଓଡ଼ିଶାବାସୀ ଭୋଗ କରି ଅ।ସିଛୁ । ବିଭିନ୍ନ ସମୟରେ ପୂର୍ବତନ ମଧ୍ୟପ୍ରଦେଶ ସରକାର ଓ ଏବେର ଛତିଶଗଡ଼ ସରକାର ହୀରାକୁଦରୁ କିଛି ଲାଭ ନେବା ପାଇଁ ଉଦ୍ୟମ କରିଛନ୍ତି । ଯାହାକି ଅ।ମେ କରେଇ ଦେଇ ନାହୁଁ । ୩.. ୨୦୦୦ ମସିହାରେ ଯେତେବେଳେ ଛତିଶଗଡ଼ ରାଜ୍ୟ ଗଠିତ ହେଲା, ତାପରେ ଛତିଶଗଡ଼ ସରକାର ମହାନଦୀର ଜଳକୁ ଜଳସେଚନ ତଥା ଶିଳ୍ପ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କଲେ । ୨୦୦୦ ମସିହାଠୁ ଅ।ଜି ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ରେ ରାଜନୈତିକ ସ୍ଥିରତା ରହିଛି । ୨୦୦୦ ମସିହାରୁ ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଥିବାବେଳେ ୨୦୦୩ ମସିହାରୁ ରମଣ ସିଂହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ରମଣ ସିଂହଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଶତାଧିକ ପ୍ରକଳ୍ପ ଅ।ରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ୱେବସାଇଟ ରେ ମହାନଦୀକୁ ନେଇ ତାଙ୍କ ସ୍ୱପ୍ନ ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଗତ କିଛି ବର୍ଷ ଭିତରେ ଚାରୋଟି ବୃହତ୍ ବନ୍ଧ, ଚାରୋଟି ମଧ୍ୟମ ଧରଣର ବନ୍ଧ ଓ ୨୯୮ଟି କ୍ଷୁଦ୍ର ବନ୍ଧ ଛତିଶଗଡ଼ ସରକାର ନିର୍ମାଣ କରିଛନ୍ତି । ୪. ଭାରତ ସରକାରଙ୍କ ଜଳ ସଂସାଧନ ବିଭାଗର ସୂଚନା ଅନୁସାରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ୨୫୩ଟି ବନ୍ଧ ରହିଥିବାବେଳେ ସେଥିରୁ ଛତିଶଗଡ଼ରେ ୧୬୪ଟି ଓ ଓଡ଼ିଶାରେ ୧୮୯ଟି ବନ୍ଧ ନିର୍ମାଣ କରାଯାଇଛି । ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ମୋଟ ୨୮ଟି ବ୍ୟାରେଜ ରହିଥିବାବେଳେ ୧୪ଟି ଓଡ଼ିଶାରେ ଓ ୧୪ଟି ଛତିଶଗଡ଼ରେ ରହିଛି । ସେହିପରି ଚାରୋଟି ଜଳବିଦ୍ୟୁତ ପ୍ରକଳ୍ପରୁ ତିନୋଟି ଛତିଶଗଡ଼ରେ ଥିବାବେଳେ ଗୋଟିଏମାତ୍ର ଓଡ଼ିଶାରେ ରହିଛି । ଏହି ତଥ୍ୟରୁ ଅ।ମକୁ ଗୋଟିଏ ସତ୍ୟରେ ଉପନୀତ ହେବାକୁ ପଡୁଛି ଯେ, ଛତିଶଗଡ଼ ସରକାର ମହାନଦୀକୁ ପୂରାପୂରି ଦୋହନ କରିବା ପାଇଁ ପ୍ରସ୍ତୁତି କରି ସାରିଛନ୍ତି । ୫. ମହାନଦୀର ମୂଳ ପ୍ରବାହ ୨୮୬ କିଲୋମିଟର ସହିତ ଏହାର ଶାଖା ନଦୀ ମାନଙ୍କର ପ୍ରବାହକୁ ମିଶେଇ ଦେଇ ଅ।ମେ ଯଦି ଏକ ହାରାହାରି ହିସାବ କରିବା, ତାହେଲେ ଛତିଶଗଡ଼ରେ ସରକାର ପ୍ରତି ଗୋଟିଏ କିଲୋମିଟରରେ ଗୋଟିଏ ପ୍ରକଳ୍ପ ତିଅ।ରି କରୁଛନ୍ତି । ଏକ ଉଚ୍ଚାଭିଳାଷୀ ଯୋଜନା ନେଇ ବର୍ତ୍ତମାନ ଛତିଶଗଡ଼ରେ ଜଳସେଚିତ ଜମିର ପରିମାଣ ୧.୩୮ ନିୟୁତ ହେକ୍ଟରରୁ ୪.୩ ନିୟୁତ ହେକ୍ଟରକୁ ବଢାଇବାକୁ ସେମାନେ ଉଦ୍ୟମ କରୁଛନ୍ତି । ତେବେ ଏପ୍ରକାର ଉଦ୍ୟମ ମହାନଦୀର ପ୍ରାକୃତିକ ପ୍ରବାହକୁ କେବଳ ନଷ୍ଟ କରିବ ନାହିଁ, ସମୟକ୍ରମେ ଏହା ମହାନଦୀକୁ ଏକ ମୃତନଦୀ ଭାବରେ ରୂପାନ୍ତରିତ କରିବ । ଛତିଶଗଡ଼ ସରକାର ବର୍ତ୍ତମାନ ମହାନଦୀର ଜଳ ବ୍ୟବହାରକୁ ୭୫% ଜଳସେଚନ ପାଇଁ, ୧୮% ଶିଳ୍ପ ପାଇଁ ଓ ୬% ପାନୀୟ ଜଳ ପାଇଁ ବ୍ୟବହାର କରୁଛନ୍ତି ବୋଲି କହୁଛନ୍ତି । ତେବେ ମହାନଦୀରେ ଯେଉଁସବୁ ପ୍ରକଳ୍ପ ହେଉଛି ସେଥିରୁ ୫୦%ରୁ ଅଧିକ ଜଳ ଅ।ଗାମୀ ଦିନରେ ଶିଳ୍ପ ସଂସ୍ଥାମାନଙ୍କୁ ଦିଅ।ଯିବ ବୋଲି ଜଣାପଡୁଛି । ୬. ଉପରୋକ୍ତ ତଥ୍ୟ ଅ।ଧାରରେ ଅ।ମେ ଓଡ଼ିଶାର ସ୍ୱାର୍ଥ କଥା ଅ।ମେ ଚିନ୍ତା କରିବା । ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହର ସ୍ଥିତି ଏହା ଦ୍ୱାରା ନିଶ୍ଚିତ ଭାବରେ ପ୍ରଭାବିତ ହେବ । ହୁଏତ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ବିଲକୁଲ୍ ପାଣି ନ ଅ।ସିପାରେ । ଏହା ହୀରାକୁଦ ବନ୍ଧ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ଏହା କେବଳ ଅନୁମାନର ବିଷୟ । ଓଡ଼ିଶା ସରକାର ଅ।ଜିପର୍ଯ୍ୟନ୍ତ ଏହାକୁନେଇ କୌଣସି ପ୍ରକାରର ଠୋସ୍ ତଥ୍ୟ ରଖିନାହାନ୍ତି । ଯେଉଁ ସବୁ ପ୍ରକଳ୍ପ ଉପରମୁଣ୍ଡରେ କାର୍ଯ୍ୟକାରୀ ହେଉଛି, ତାହା ଯୋଗୁଁ କେତେ ପରିମାଣରେ ଜଳ ପ୍ରବାହ ବ୍ୟାହତ ହେବ, ତାର ସଠିକ୍ ତଥ୍ୟ ସରକାରଙ୍କ ପାଖରେ ନାହିଁ। ୭. ଓଡ଼ିଶା ସରକାର ଛତିଶଗଡ଼ର ପ୍ରକଳ୍ପଗୁଡ଼ିକ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ଅଜ୍ଞ ଥିଲେ ବୋଲି ଯାହା କହୁଛନ୍ତି, ତାହା ସବୁଠୁ ହାସ୍ୟାସ୍ପଦ । ଛତିଶଗଡ଼ ସରକାରଙ୍କ ନିଜସ୍ୱ ୱେବସାଇଟ୍, କେନ୍ଦ୍ର ଜଳ କମିଶନଙ୍କ ୱେବ୍ସାଇଟ୍ ତଥା ଅନ୍ୟାନ୍ୟ ସୂତ୍ରରୁ ଏହି ସବୁ ତଥ୍ୟ ଖୁବ୍ ସହଜରେ ମିଳୁପାରୁଛି । ତେବେ ଓଡ଼ିଶା ସରକାରର ବାବୁମାନେ ଏବିଷୟରେ କେମିତି କିଛି ଜାଣିପାରିଲେ ନାହିଁ, ତାହା ଏ ପୃଥିବୀର ଅଷ୍ଟମ ଅ।ଶ୍ଚର୍ଯ୍ୟ । କେଲୋ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ତଥ୍ୟ ଦିଅ।ଯାଇନଥିଲା ବୋଲି ସଂସଦ ଗୃହରେ ବିଜେଡ଼ିର ନେତା ଭର୍ତ୍ତୃହରି ମହତାବ କହିଲେ । ସରକାରୀ ସ୍ତରରେ ଚିଠିପତ୍ର କିଏ କାହାକୁ ଦେଇଥିଲା, ସେ ବିଷୟରେ ଅ।ମେ ଜାଣିନାହୁଁ । କିନ୍ତୁ ଏ ସମ୍ପର୍କିତ ସମସ୍ତ ତଥ୍ୟ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ଉପଲବ୍ଧ ହେଉଛି । ଓଡ଼ିଶା ସରକାର ମହାନଦୀର ଉପରମୁଣ୍ଡରେ କଣ ଘଟୁଛି, ସେ ବିଷୟରେ ଅ।ଖି ବୁଜି ବସିଥିଲେ କି ? ଛତିଶଗଡ଼ ସରକାର ନିଜ ଜଳସମ୍ପଦକୁ କେବେବି ବ୍ୟବହାର ନ କରି ଏହାକୁ ଓଡ଼ିଶାର ଅପଚୟ ପାଇଁ ଛାଡ଼ିଦେବେ ବୋଲି ଓଡ଼ିଶା ସରକାର କାହିଁକି ଭାବୁଛନ୍ତି ? ୮. ଅପଚୟ ଶବ୍ଦର ବ୍ୟବହାର ଏଥିପାଇଁ ଅ।ମେ କରୁଛୁ ଯେ, ହୀରାକୁଦ ପରେ ମୁଣ୍ଡଳୀ ଓ ନରାଜ ପର୍ଯ୍ୟନ୍ତ ମହାନଦୀର ଟୋପାଏ ପାଣିକୁ ମଧ୍ୟ ଅ।ମେ ବ୍ୟବହାର କରୁନାହୁଁ । ହୀରାକୁଦ ପରେ ମହାନଦୀକୁ ଅ।ହୁରି ଅନେକ ବଡ଼ ନଦୀ ପ୍ରବେଶ କରୁଛନ୍ତି । ହୀରାକୁଦ ତଳକୁ ଜୀରା, ଭେଡେନ୍, ଅଙ୍ଗ, ସୁକତେଲ୍, ତେଲ୍, ବାଘ, ସାଲୁଙ୍କୀ, ପିଲା ସାଲୁଙ୍କୀ, ମେହେରୁଣୀ ଇତ୍ୟାଦି ଅନେକ ନଦୀ ମହାନଦୀକୁ ପରିପୁଷ୍ଟ କରୁଛନ୍ତି । ମହାନଦୀ ସହିତ ତେଲ ନଦୀ ଓ ହାତୀ ନଦୀର ସଂଯୋଗକ୍ରମେ ଇନ୍ଦ୍ରାବତୀ ସହ ସଂଯୋଗ ସ୍ଥାପିତ ହେଉଛି । ମୁଣ୍ଡଳୀ ଓ ହୀରାକୁଦ ମଝିରେ ମହାନଦୀର ମୁଖ୍ୟସ୍ରୋତର ଜଳ ବିନିଯୋଗ ତ ହେଉନାହିଁ, ତା ସହିତ ଏହାର ଶାଖାନଦୀଗୁଡ଼ିକର ଜଳକୁ ମଧ୍ୟ ଅ।ମେ ସଠିକ୍ ବିନିଯୋଗ କରିପାରୁନାହୁଁ । ମହାନଦୀର ଶାଖା ଓ ପ୍ରଶାଖା ନଦୀଗୁଡ଼ିକ ଯଥା ବାଘ, ବିରୂପା, ଡାହୁକା, ଭାର୍ଗବୀ, ହାତୀ, ଅଙ୍ଗ, ରାଜୁଅ।, ସାଲୁଙ୍କୀ, ସୁକତେଲ୍ ଇତ୍ୟାଦି ନଦୀରେ କେତେକ ମଧ୍ୟମ ଧରଣର ପ୍ରକଳ୍ପ ଓଡ଼ିଶା ସରକାର କରିଛନ୍ତି । ତେବେ ଏହା ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଅ।ଦୌ ଯଥେଷ୍ଟ ନୁହେଁ । ୯. ଓଡ଼ିଶାରେ ମହାନଦୀର ଜଳକୁ ସଠିକ୍ ଉପାୟରେ ବ୍ୟବହାର କରିବାର ସାମର୍ଥ୍ୟ ଅ।ମ ସରକାରଙ୍କ ପାଖରେ ନାହିଁ । ତେଣୁ ଏହାକୁ ନେଇ ବିକାଶର ବିମର୍ଶ ପରିବର୍ତ୍ତେ ରାଜନୈତିକ ଅ।ତସବାଜୀ ଅଧିକ ଚାଲିଛି । ଛତିଶଗଡ଼ ସରକାର ମହାନଦୀ ସମ୍ପର୍କରେ କୌଣସି ତଥ୍ୟ ଲୁଚାଇବାର ପ୍ରମାଣ ମିଳୁନାହିଁ । ଛତିଶଗଡ଼ର ଜଳସମ୍ପଦକୁ ବ୍ୟବହାର କରିବା ପାଇଁ ଅ।ନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କନସଲଟାନ୍ସୀ "ପ୍ରାଇସ୍ ୱାଟର ହାଉସ୍ କୁପର୍" ସଂସ୍ଥା ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଛତିଶଗଡ଼ର କେଉଁଠି ଓ କି ପ୍ରକାର ଯୋଜନା ମାଧ୍ୟମରେ ମହାନଦୀ ବେସିନର ଜଳକୁ ବ୍ୟବହାର କରାଯିବ, ସେ ସମ୍ପର୍କରେ ଏହି ସଂସ୍ଥା ନିଜର ରିପୋର୍ଟ ଦେଇଛନ୍ତି । ସେହି ରିପୋର୍ଟ ଅ।ଧାରରେ ଛତିଶଗଡ଼ ସରକାର ଚତୁରତାର ସହ ବଡ଼ ବନ୍ଧ ନ କରି ମଧ୍ୟମ ଓ ଛୋଟ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି । ଏଠି କହି ରଖିବା ଉଚିତ୍ ହେବ ଯେ, ମଧ୍ୟମ ଓ ଛୋଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ଜଳ କମିଶନ ବା କେନ୍ଦ୍ର ସରକାରଙ୍କ ସହମତିର କୌଣସି ଅ।ବଶ୍ୟକତା ନାହିଁ । ୧୦. ଏ କ୍ଷେତ୍ରରେ ଓଡ଼ିଶା ଯେତିକି ସତର୍କ ରହିବା କଥା, ତାହା କରିନାହିଁ । ଅ।ଜି ଯେତେବେଳେ ନେଡ଼ିଗୁଡ଼ କହୁଣୀକୁ ବହି ସାରିଛି, ସେତେବେଳେ ଅ।ମେ ପାଟି ଖୋଲିବା ଅ।ରମ୍ଭ କରିଛୁ । ସମ୍ପ୍ରତି କେଲୋ ପ୍ରକଳ୍ପ ସମେତ ପେରୀମାନ ଡିହି, କେନ୍ଦୁଲା ଓ ତେନ୍ଦୁଲା ପ୍ରକଳ୍ପ କାମ ଛତିଶଗଡ଼ ସରକାର ଅ।ଗେଇ ନେଉଛନ୍ତି । ତେବେ ଯେଉଁସବୁ ପ୍ରକଳ୍ପ ଗତ ୧୫ବର୍ଷରେ ଅ।ରମ୍ଭ ହୋଇଥିଲା, ସେଥିରୁ ନବେଭାଗ କାର୍ଯ୍ୟକାରୀ ହୋଇ ସାରିଲାଣି । ଅ।ଜି ଚିତ୍କାର କଲାବେଳକୁ ଅ।ମ ପାଖରେ ଅ।ଉ କିଛି ନାହିଁ । ୧୧. ତେବେ ଛତିଶଗଡ଼ ଓ ଓଡ଼ିଶା ଭିତରେ ମହାନଦୀର ଜଳ ବଣ୍ଟନ ସମସ୍ୟାକୁ ନେଇ ୧୯୮୩ ଓ ୧୯୯୫ରେ ଦୁଇଟି ଚୁକ୍ତିନାମା କରାଯାଇଥିଲା । ସେହି ଅନୁସାରେ ଦ୍ୱିପାକ୍ଷିକ ଅ।ଲୋଚନା ହୋଇ ଏକ ନିୟନ୍ତ୍ରଣ ସମିତି ଗଠିତ ହେବା କଥା, ତାହା ଅ।ଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଗତ ପନ୍ଦର ବର୍ଷ ଧରି ଉଭୟ ରାଜ୍ୟରେ ଦୁଇଜଣ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେମାନେ ଏ ପ୍ରସଙ୍ଗରେ ଥରେ ମଧ୍ୟ ଦ୍ୱିପାକ୍ଷିକ ଅ।ଲୋଚନା କରିନାହାନ୍ତି । ମହାନଦୀକୁ ନେଇ ଅନ୍ତତଃ ପ୍ରତି ତିନିମାସରେ ଥରେ ଛତିଶଗଡ଼ ସରକାର ଓ ଓଡ଼ିଶା ସରକାରଙ୍କର ଅ।ଲୋଚନା ହେବା ଉଚିତ୍ । ଏସବୁ ପ୍ରଶାସନିକ ଉଦ୍ୟମ ନ କରି ନିଜେ ନିଜର ଅଫିସ୍ ଅ।ଗରେ ଆନ୍ଦୋଳନ କଲେ, କିଛି ଲାଭ ହେବାର ନାହିଁ । ଓଡ଼ିଶା ସରକାର ମହାନଦୀର ଜଳ ସମ୍ପଦକୁ କେତେ ସାମର୍ଥ୍ୟର ସହ ଉପଯୋଗ କରିପାରିବେ, ତାର ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରନ୍ତୁ । ଓଡିଶା ଡଟ କମ
<urn:uuid:1b49861f-b2a5-4229-a59e-a8a7daeae900>
CC-MAIN-2017-34
http://www.odisha.com/archives/tag/%E0%AC%98%E0%AD%82%E0%AC%B0%E0%AD%8D%E0%AC%A3%E0%AD%8D%E0%AC%A3%E0%AC%BF%E0%AC%9D%E0%AD%9C
2017-08-17T17:28:33Z
s3://commoncrawl/crawl-data/CC-MAIN-2017-34/segments/1502886103891.56/warc/CC-MAIN-20170817170613-20170817190613-00503.warc.gz
ory
1.000001
Orya
214
{"ory_Orya_score": 1.000001072883606}
କନ୍ଧମାଳ ଘଟଣାର ସରଜମିନ୍ ତଦନ୍ତ ପାଇଁ ଆସନ୍ତା ୧୨ରେ ଭର୍ତୀୟ ଜନତା ପାର୍ଟିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ ଭୂବନେଶ୍ୱର, ତା.୧୦/୦୭/୨୦୧୬ (ମନୋମାନୀ ସିଂ): କନ୍ଧମାଳରେ ନିରୀହ ମହିଳା ଓ ଶିଶୁଙ୍କ ସମେତ ୬ ଜଣଙ୍କୁ ଯେଉଁଭଳି ଭାବେ ପୋଲିସ ହତ୍ୟା କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ବିଫଳତାର ଏହା ଚରମ ନିଦର୍ଶନ ଏବଂଏହି ଘଟଣା ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ଅପାରଗତାକୁ ପଦାରେ ପକାଇ ଦେଇଛି । ମୂଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଅଧିନରେ ଥିବା ଗୃହ ବିଭାଗର ଅପବ୍ୟବହାର ଓ ରାଜନୀତିକରଣ କରି ମୂଖ୍ୟମନ୍ତ୍ରୀ ତାଙ୍କର ବ୍ୟକ୍ତିଗତ ଏବଂ ଶାସକ ବିଜେଡି ଦଳ ନିଜ ଦଳୀୟ କାର୍ଯ୍ୟରେ ଅପବ୍ୟବହାର କରି ଚାଲିଛନ୍ତି । ତେଣୁ ଉଭୟ ପୋଲିସ ଓ ଗୋଇନ୍ଦା ବିଭାଗ ସ୍ଥାଣୁ ପାଲଟିଯିବା ସହ ପଙ୍ଗୁ ସାଜିଛି । ଫଳସ୍ୱରୁପ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏହିଭଳି ଅମାନବୀୟ ଘଟଣା ଘଟିଚାଲିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି । ବରଗଡରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଡିଏସପି ଯଶୋବନ୍ତ ସେନାପତିଙ୍କୁ ରାଜ୍ୟ ସରକାର ଘଟଣାର ପରଦିନ ଯେଉଁଭଳି ଭାବେ ପଦୋନ୍ନତି ଦେଲେ ତାହା ଗୃହ ବିଭାଗର ରାଜନୀତିକରଣକୁ ସ୍ପଷ୍ଟ କରିଛି ।ଏହି ପରିପେକ୍ଷୀରେ ଆସନ୍ତା କାଲି ୧୧ ତାରିଖରେ କନ୍ଧମାଳବାସୀ ଶାନ୍ତିପୂର୍ଣ୍ଣ ଭାବେ ହଡତାଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେହିପରି ଆସନ୍ତା ୧୨ ତାରିଖରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାଶ ଏବଂ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସୁକେଶୀ ଓରାମ, ସାଧାରଣ ସଂପାଦକ ଅନନ୍ତ ନାୟକ, ସଂପାଦିକା ଶୋଭନା ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର, ଅଶୋକ ସାହୁ,ମୋହନ ମାଝୀ, ଛୋଟେଲାଲ ମହନ୍ତ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ କନ୍ଧମାଳ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତାହତ ପରିବାରବର୍ଗଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିବେ ବୋଲି ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାଜପା ପକ୍ଷରୁ କୁହାଯାଇଛି ।
<urn:uuid:fd0d3261-cd7b-47a1-b1f0-4157d1b6bc25>
CC-MAIN-2017-34
http://navratnanews.com/index.php/2016/07/10/high-level-team-of-bjp-will-visit-kandhamal-on-12th-july-2016/
2017-08-20T09:49:38Z
s3://commoncrawl/crawl-data/CC-MAIN-2017-34/segments/1502886106367.1/warc/CC-MAIN-20170820092918-20170820112918-00023.warc.gz
ory
0.999998
Orya
5
{"ory_Orya_score": 0.9999984502792358}
ଭାରତୀୟ ବେଶଭୂଷାରେ ଶାଢୀର ପରିଚୟ ସ୍ୱତନ୍ତ୍ର । ଶାଢୀ ଓ ସିନ୍ଦୂର ପିନ୍ଧା ମହିଳାଙ୍କୁ ଦେଖିଲେ ସମ୍ମାନରେ ମୁଣ୍ଡ ନଇଁ ଆସେ । ପରିବର୍ତ୍ତିତ ସମୟ ସାଙ୍ଗରେ ଆଉ କର୍ମଜୀବୀ ମହିଳାଙ୍କ ସମୟର ସ୍ୱଳ୍ପତା ଭିତରେ ହୁଏତ କିଛିଟା ଫିକା ପଡ଼ି ଆସିଥିଲା ଶାଢୀ । ଏବେ କିନ୍ତୁ ସେଇ ଆନ୍ଦୋଳନକୁ ବ୍ୟାପକ ରୂପ ଦେଉଛି- #100SareePact । ଘଟଣାଟି ଆରମ୍ଭ ହୋଇଥିଲା ଏମିତି । ଦୁଇ ମହିଳା ବନ୍ଧୁ ଶାଢୀ ପିନ୍ଧାକୁ ନେଇ ନିଜ ଭିତରେ କିଛି କଥା ହେଉଥିଲେ । ସୋସିଆଲ୍ ମିଡ଼ିଆରେ ଫଟୋ ବି ଛାଡ଼ୁଥିଲେ । ହେଲେ ଅଚାନକ ତାହା ବଢିଗଲା । ତା'ର ପରିଧି ନେଲା ବ୍ୟାପକ ରୂପ । #100SareePactରେ ଏବେମହିଳାମାନେ ନିଜ ଶାଢୀ ପିନ୍ଧା ଫଟୋ ଛାଡ଼ୁଛନ୍ତି । ଦିନକୁ ଦିନ ଏହା ବଢିବାରେ ଲାଗିଛି । ଦକ୍ଷିଣ ଭାରତୀୟ ସହର ବେଙ୍ଗାଲୁରୁର ଦୁଇ ମହିଳା ଉଦ୍ୟୋଗୀ ଆଲି ମାଲଥାନ୍ ଏବଂ ଅଂଜୁ ମୌଦଗଲ୍ କଦମ୍ ନିଜ ବ୍ୟସ୍ତବହୁଳ ଜୀବନରେ ଶାଢୀ ପିନ୍ଧି ପାରୁ ନଥିଲେ । ତେଣୁ, ସେମାନେ ଠିକ କଲେ - ସପ୍ତାହକୁ ଦୁଇ ଥର ଯାହା ହେଲେ ବି ଶାଢୀ ପିନ୍ଧିବେ । ଅର୍ଥାତ୍ ବର୍ଷକୁ ୧୦୦ ଥର । ସେଇ ଅନୁସାରେ ସେମାନେ ନିଜର ଶାଢୀ ପିନ୍ଧା ଫୋଟୋ ସୋସିଆଲ୍ ମିଡ଼ିଆ ଟ୍ୱିଟର୍ ଓ ଫେସବୁକରେ ଛାଡ଼ିଥିଲେ । #100SareePact ହାସଟ୍ୟାଗ ଦେଇଥିଲେ । ଆଉ ଏବେ ସେଇ ହାସଟ୍ୟାଗରେ ହଜାର ହଜାର ଫଟୋ ସୋସିଆଲ୍ ମିଡ଼ିଆରେ ଛାଇ ଯାଇଛି । କଦମ୍ ଙ୍କ କହିବା ଅନୁସାରେ- ପ୍ରତିଟି ଶାଢୀର ମହତ୍ୱ ଅଲଗା । ପ୍ରତିଟି ଶାଢୀ କୌଣସି ଏକ ଉତ୍ସବ ବା ପରଂପରା ସହ ଜଡ଼ିତ । ତାହା ଏକ ସଜଳ ସ୍ମୃତି । ପୁଣି ଶାଢୀ ପିନ୍ଧା ନାରୀ ଜଣକ ସତରେ ଭାରୀ ସୁନ୍ଦରି ଲାଗେ । ସେଥିପାଇଁ ଗଲା ମାର୍ଚ୍ଚରେ ଆମେ ଏମିତି ନିଷ୍ପତି ନେଇଥିଲୁ । କୌଣସି ରାଜନୈତିକ ଘଟଣାବଳୀ ନୁହେଁ । ବରଂ ଆମେ କେବଳ ଶାଢୀ ପିନ୍ଧାକୁ ଯାହା ପ୍ରୋତ୍ସାହିତ କରିଛୁ । ଦକ୍ଷିଣ ଏସୀୟ ମହିଳାଙ୍କ ପରିଚୟ ଶାଢୀ । ଆଉ ଭାରତୀୟ ସଂସାରରୁ ଶାଢୀ କେବେ ହଜି ହିଁ ନଥିଲା- ବୋଲି କଦମ୍ କୁହନ୍ତି । #100SareePactରେ ମହିଳାମାନେ ନିଜ ଶାଢୀ ପିନ୍ଧା ଫଟୋ ସହିତ ଏହା ପଛର କାହାଣୀ ବି ଲେଖି ପଠାଉଛନ୍ତି । ଯେମିତି - ନାଲି ଏବଂ ହଳଦିଆ ଶାଢୀ ପରିହିତା ସ୍ମିତା ତ୍ରିପାଠୀଙ୍କ କହିବା ଅନୁସାରେ, ଏଇ ଶାଢୀଟି ସତରେ ସ୍ୱତନ୍ତ୍ର । କାରଣ ତା'କୁ ମୋ ପୁଅ ଆର୍ଯ୍ୟାନ୍ ୬ ବର୍ଷର ହୋଇଥିଲା ବେଳେ ବାଛିଥିଲା । Related Stories Stories by Team Odia
<urn:uuid:0dc25e14-8486-4146-ab07-a0866ab5a2dd>
CC-MAIN-2017-34
https://odia.yourstory.com/read/2c7dd03a5c/-100sareepact
2017-08-16T23:39:39Z
s3://commoncrawl/crawl-data/CC-MAIN-2017-34/segments/1502886102757.45/warc/CC-MAIN-20170816231829-20170817011829-00247.warc.gz
ory
1.000003
Orya
9
{"ory_Orya_score": 1.0000033378601074}
ଅଳ୍ପ ପରିମାଣର ବ୍ୟାଙ୍କ ଲୋନକୁ ପୁଞ୍ଜି କରି ଦିଲ୍ଲୀର ସଫଦରଜଙ୍ଗରେ ୧୯୮୯ ମସିହାରେ ଆରମ୍ଭ ହୋଇଥିବା VLCC ଆଜି ୧୧ଟି ଦେଶରେ ନିଜର ଉପସ୍ଥିତି ଜାହିର କରିପାରିଛି। ହରିଦ୍ଵାର ଓ ସିଙ୍ଗାପୁରରେ ସଂସ୍ଥାର ଦୁଇଟି ନିଜସ୍ୱ ଉତ୍ପାଦନ କେନ୍ଦ୍ର ମଧ୍ୟ ରହିଛି। ଆଉ ନିକଟ ଅତୀତରେ ସଂସ୍ଥା ଆମେରିକାରେ ନିଜ ଶାଖା ଖୋଲିବା ପାଇଁ ମଧ୍ୟ ଅନୁରୋଧ ପାଇଛି। ଆଉ ଏ ସବୁର ଶ୍ରେୟ ଯାଏ VLCCର ସଂସ୍ଥାପିକା ବନ୍ଦନା ଲୁଥରାଙ୍କୁ। ସମସ୍ତ ପ୍ରତିକୂଳ ପରିସ୍ଥିତି, ପ୍ରତିଦ୍ୱନ୍ଦିତା ଓ ସମାଲୋଚନାକୁ ସଫଳ ଭାବେ ମୁକାବିଲା କରି ବନ୍ଦନା ନିଜକୁ ଏ କ୍ଷେତ୍ରର ସବୁଠାରୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିପାଦିତ କରିପାରିଛନ୍ତି। ଅଶୀ ଦଶକରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟକୁ ନେଇ ବ୍ୟବସାୟ କରିବା ଅନେକଙ୍କୁ ଅବାସ୍ତବ ଲାଗୁଥିଲା। ମାତ୍ର ଏହି ଅବାସ୍ତବକୁ କଠିନ ପରିଶ୍ରମ ଦ୍ଵାରା ବାସ୍ତବତାର ରୂପ ଦେଇ ଥିଲେ ବନ୍ଦନା। ୨୦୧୩ ମସିହାରେ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରକୁ ତାଙ୍କ ଅବାଦନ ପାଇଁ ବନ୍ଦନାଙ୍କୁ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ୨୦୧୫ ମସିହାରେ ଫୋର୍ବସ ପତ୍ରିକା ତାଙ୍କୁ ଭାରତୀୟ ବାଣିଜ୍ୟ କ୍ଷେତ୍ରର ୩୩ତମ ଶକ୍ତିଶାଳୀ ମହିଳା ଭାବେ ଅବିହିତ କରିଥିଲା। ବନ୍ଦନା ବର୍ତ୍ତମାନ ଭାରତ ସରକାରଙ୍କ Beauty & Wellness Sector Skill Councilର ଅଧ୍ୟକ୍ଷା। ତା ସହ ସେ ଅନେକ ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ସଂସ୍ଥା ସହ ଜଡିତ। ବନ୍ଦନାଙ୍କ ସଫଳତାର ଚିଠା ବହୁତ ଲମ୍ବା। ଆଉ ଏହାକୁ ଲମ୍ବା କରିବା ପଛରେ ରହିଛି ତାଙ୍କର କଠିନ ପରିଶ୍ରମ ଆତ୍ମବିଶ୍ଵାସ ଓ ଧୈର୍ଯ୍ୟ। VLCC ଆରମ୍ଭ କରିବା ଦିନ ଗୁଡିକର ସ୍ମୃତି ଚରଣ କରି ବନ୍ଦନା କୁହନ୍ତି, ସେତେବେଳେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ନଗଣ୍ୟ ଥିଲା। ମତେ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ମୁଁ ମୋ କାମରେ ସଫଳ ହୁଏ ତାହା ଅନେକ ଚାହୁଁ ନଥିଲେ। ହେଲେ ମୁଁ ଜାଣିଥିଲି ଯେ ମୋ ପାଖରେ ଗୋଟିଏ ନୂଆ ଚିନ୍ତାଧାରା ରହିଛି ଆଉ ସେପରି କାମ ଭାରତରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ମେ ସ୍ଵାମୀ ମୋତେ ସମ୍ପୂର୍ଣ ସହଯୋଗ କରିଥିଲେ। ଏଠି ପାଇଁ ସେ ପୁଞ୍ଜି ନିବେଶ କରିବାକୁ ମଧ୍ୟ ଚାହୁଁଥିଲେ। ମାତ୍ର, ମୁଁ ମନା କରିଥିଲି ଓ ବ୍ୟାଙ୍କ ଋଣରେ କାମ ଆରମ୍ଭ କଲି। ବନ୍ଦନାଙ୍କ ଏହି ନୂତନ ଚିନ୍ତାଧାରା ଲୋକଙ୍କୁ ପ୍ରଭାବିତ କରିଥିଲା। ତାଙ୍କ ସଂସ୍ଥା ସଫଦରଜଙ୍ଗ ଅଞ୍ଚଳରେ ରହୁଥିବା ସେଲେବ୍ରିଟିମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା। କିଛି ମାସ ମଧ୍ୟରେ ବନ୍ଦନା ନିଜ ପୁଞ୍ଜି ନିବେଶରୁ ଲାଭ କରିବାକୁ ଆରମ୍ଭ କଲେ। ନିଜ ବ୍ୟବସାୟ ମଡେଲ ଉପରେ ମତ ଦେଇ ବନ୍ଦନା କୁହନ୍ତି, ମୋ କାମ କରିବା ପଦ୍ଧତି ବିଜ୍ଞାନ ଉପରେ ଆଧାରିତ ଥିଲା ଓ ପ୍ରଥମ ଦିନରୁ ମୁଁ ଡାକ୍ତରମାନଙ୍କୁ ମୋ ସଂସ୍ଥା ସହ ଯୋଡିଥିଲି। ସଠିକ ବ୍ରାଣ୍ଡିଂ ମଧ୍ୟ ବ୍ୟବସାୟକୁ ଆଗକୁ ନେବାରେ ସାହାଯ୍ୟ କରିଥିଲା। ଆମ VLCC ସେଣ୍ଟର ଗୁଡିକ ବିଉଟି ପାର୍ଲର ନୁହେଁ ବରଂ ଡାକ୍ତରୀ କ୍ଲିନିକ ଭଳି କାମ କରୁଥିଲେ। ଡାକ୍ତର ମାନଙ୍କୁ ମୋ ସଂସ୍ଥା ସହ ଯୋଡିବା ଟିକେ କଠିନ ଥିଲା। ସୁସ୍ଥ ରହିବାର ପରିସୀମା ଯେ ବ୍ୟାପକ ଏହା ସେମାନଙ୍କୁ ବୁଝାଇବା ପାଇଁ ମତେ ପ୍ରାୟ ୬ ବର୍ଷ ସମୟ ଲାଗିଥିଲା। ଏକ ଶିକ୍ଷିତ ମଧ୍ୟବିତ୍ତ ପରିବାରରେ ଜନ୍ମିତ ବନ୍ଦନା VLCC ଭଳି ଏକ ଅଭିନବ ପରିକଳ୍ପନା ପାଇଁ ନିଜ ମାଙ୍କ ଠାରୁ ପ୍ରେରଣା ପାଇଥିଲେ। ତାଙ୍କ ମା ଜଣେ ଆୟୁର୍ବେଦ ଡାକ୍ତର ଥିଲେ ଓ ଅମର ଜ୍ୟୋତି ନାମକ ଏକ ସଂସ୍ଥା ମଧ୍ୟ ଚଲାଉଥିଲେ। ତାଙ୍କ କାମ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା ସହ ସେମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିଲା। ଭଲ ଭାବନା ଓ ସ୍ୱାସ୍ଥ୍ୟ ସହ ସୌନ୍ଦର୍ଯ୍ୟକୁ ଯୋଡିବା ପାଇଁ ବନ୍ଦନା ମନସ୍ଥ କଲେ ଓ ଏହା ବିଷୟରେ ଅଧିକ ପଢିବା ପାଇଁ ୟୁରୋପ ଗଲେ। ୧୯୮୦ ମସିହାରେ ତାଙ୍କ ବିବାହ ହେଲା। ବୈବାହିକ ଜୀବନର ଆରମ୍ଭ ଦିନ ଗୁଡିକରେ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଧୀରେ ଧୀରେ ଅବସ୍ଥାରେ ପରିବର୍ତ୍ତନ ଆସିଲା ଓ ବନ୍ଦନା ନିଜ କାମ ପାଇଁ ପରିବାରର ସମସ୍ତଙ୍କ ସହଯୋଗ ପାଇବାରେ ଲାଗିଲେ। ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ବନ୍ଦନା କୁହନ୍ତି। ଶିକ୍ଷାର ପ୍ରଭାବ, କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ଓ ସୁନ୍ଦର ଦେଖାଯିବା ଓ ଭଲ ଅନୁଭବ କରିବା ମାନସିକତାରେ ଅଭିବୃଦ୍ଧି ଏହି ପରିବର୍ତ୍ତନର କାରଣ ବୋଲି ବନ୍ଦନା ମତ ଦିଅନ୍ତି। ମାତ୍ର ଏହି କ୍ଷେତ୍ର ଏବେ ବି ଅଣସଂଗଠିତ। ଏହାକୁ ସରକାରୀ ସହଯୋଗ ଓ ନିଜସ୍ୱ ପ୍ରଚେଷ୍ଟାରେ ସଂଗଠିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ବନ୍ଦନା ପ୍ରୟାସ କରୁଛନ୍ତି। ସେ VLCC ସେଣ୍ଟର ମାନଙ୍କରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସମ୍ପର୍କିତ ସମସ୍ତ ସେବା ଓ ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି। ଏହା ଗ୍ରାହକମାନଙ୍କର ଉଭୟ ସମୟ ଓ ଅର୍ଥ ବଞ୍ଚାଇବାରେ ସହାୟକ ହେବ। VLCC ର ନିଜସ୍ୱ ଅନୁସନ୍ଧାନ ଓ ଗବେଷଣା ସଂସ୍ଥା ରହିଛି। ଏହା ଲୋକମାନଙ୍କ ବଦଳୁଥିବା ରୁଚିକୁ ବୁଝି ସେବାର ଗୁଣାତ୍ମକ ମାନେ ଅଭିବୃଦ୍ଧି ପାଇଁ ଆବଶ୍ୟକ ପରାମର୍ଶ ଦେଇଥାଏ। ଲୋକଙ୍କ ରୁଚି ବୁଝିବା ପାଇଁ ବନ୍ଦନା ନିଜେ ମଧ୍ୟ ବ୍ୟାପକ ଭ୍ରମଣ କରିଥାନ୍ତି। ମୂଳ ଲେଖା - ତନବୀ ଦୁବେ ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ Related Stories Stories by Team Odia
<urn:uuid:a1672c95-6188-4e3c-a5f5-65d5683e2e4b>
CC-MAIN-2017-34
https://odia.yourstory.com/read/8c8f5a6d1b/-vlcc-
2017-08-16T23:39:26Z
s3://commoncrawl/crawl-data/CC-MAIN-2017-34/segments/1502886102757.45/warc/CC-MAIN-20170816231829-20170817011829-00247.warc.gz
ory
0.999997
Orya
12
{"ory_Orya_score": 0.999996542930603}
Facebook Twitter RSS Youtube ଗିରଫ ପରେ ଅଭିନେତା ପୁପିନ୍ଦର ସିଂଙ୍କୁ ଜାମିନ୍ । ଚେକ୍ ବାଉନ୍ସ ମାମଲାରେ ବାଲିଅନ୍ତା ପୋଲିସ୍ ତାଙ୍କୁ ଗିରଫ କରିଥିଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ପରେ ପୁପିନ୍ଦରଙ୍କୁ ୧୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ଏବଂ ଜଣେ ଜାମିନଦାରଙ୍କ ବଦଳରେ ଜାମିନ୍ ମିଳିଛି । ପି.କେ ଓରସ୍ ନାମକ ଏକ ସଂସ୍ଥା ଠାରୁ ପୁପିନ୍ଦର ଏବଂ ତାଙ୍କ ପତ୍ନୀ ୨୦୧୩ ମସିହାରେ ୩୦ ଲକ୍ଷ ଟଙ୍କା ଲୋନ୍ ଆକାରରେ ନେଇଥିଲେ । ବୁର୍ଲା ଭିମସାରରେ ପିଜି ଛାତ୍ର ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାରେ ନା ନେଉନି । ମେଡିକାଲ୍ କଲେଜ ମୁଖ୍ୟ ଫାଟକ ନିକଟରେ ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ଆଜି ଦିତ୍ବୀୟ ଦିନରେ ବି ଜାରି ରହିଛି । ଏ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବୁର୍ଲା ଡାକ୍ତରଖାନାର ନିର୍ଦ୍ଦେଶକ, ଏସପି, ସ୍ଥାନୀୟ ବିଧାୟିକା ଓ ପିଜି ଛାତ୍ରଙ୍କର ଏକ ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା ହୋଇଥିଲା । ଧୀରେ ଧିରେ ସୁଧୁରୁଛି ବାଲେଶ୍ୱର ଜିଲ୍ଲା ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମୁଥିଲେ ମଧ୍ୟ ୪୦ ରୁ ଅଧିକ ଗାଁ ଏବେ ବି ଜଳବନ୍ଦୀ ହୋଇ ରହିଛି । ବନ୍ୟା ଯୋଗୁଁ ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଶହଶହ ହେକ୍ଟର ଚାଷ ଜମି ଧୋଇ ହୋଇଯାଇଛି. ପ୍ରଶାସନ ପକ୍ଷରୁ କେବଳ ୩ ଦିନ ରିଲିଫ ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ କୌଣସି ସୁବିଧା ଦିଆଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସଞ୍ଚାର ନିଗମ ଲିମିଟେଡ ବା BSNL ଅଫର ବର୍ଷା । ଟେଲିକମ୍ କ୍ଷେତ୍ରରେ ବିଭିନ୍ନ ଘରୋଇ କମ୍ପାନୀର ପ୍ରବେଶ ଯୋଗୁଁ BSNL ଗ୍ରାହକ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ତେଣୁ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ରହ୍ମପୁର BSNL ଶାଖା ପକ୍ଷରୁ କେତେକ ନୂତନ ଯୋଜନା ରହିଥିବା ନେଇ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି । ସ୍ଥାନୀୟ ଟେଲିଫୋନ୍ ଭବନ ପରିସରରେ ଆୟୋଜିତ ସମ୍ମିଳନୀରେ BSNLପକ୍ଷରୁ ନୂତନ ଗ୍ରାହକଙ୍କ ନିମନ୍ତେ ଲ୍ୟାଣ୍ଡଫୋନ୍ ଏବଂ ମୋବାଇଲ ସହ ଇଣ୍ଟରନେଟ୍ ପାଇଁ ରହିଥିବା ବିଭିନ୍ନ ସୁବିଧା ବା ଅଫର୍ ସଂପର୍କରେ ସୂଚନା ଦେଇଛନ୍ତି BSNL କର୍ତ୍ତୃପକ୍ଷ । Known for its commitment in delivering programme that resolve to be tender with the young, compassionate with the aged, sympathetic with the striving and tolerant of the weak and wrong in sync with the needs of the times.
<urn:uuid:f1c9b86b-eca8-4c54-888f-32848b904777>
CC-MAIN-2017-39
http://mbctv.co.in/index.php/odisha/itemlist/tag/mbc%20news?limit=4&start=12
2017-09-21T17:42:17Z
s3://commoncrawl/crawl-data/CC-MAIN-2017-39/segments/1505818687834.17/warc/CC-MAIN-20170921172227-20170921192227-00529.warc.gz
ory
0.999966
Orya
1
{"ory_Orya_score": 0.9999663829803467}
ସେଦିନ ରାଜ୍ୟସଭାରେ ହଠାତ୍ ଏବେକାର ପ୍ରଧାନମନ୍ତ୍ରୀ ମହୋଦୟ ବିଗତ ପୁର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଚାହିଁ କହିଲେ ସାହେବ ଜଣେ ଗୁଣି ଲୋକ । ତାଙ୍କଠାରୁ ଅନେକ କଥା ସଦନକୁ ଶିଖିବାକୁ ମିଳୁଛି । ଏଭଳି ପ୍ରଶଂସା ଶୁଣି କଂଗ୍ରେସ ନେତାମାନେ କୁରୁଳିବାକୁ ଆରମ୍ଭ କରିଛନ୍ତି କି ନାହିଁ, ମୌସୁମି ବାତ୍ୟାର ଦିଗ ବଦଳି ଗଲା । ବକ୍ତା ମହୋଦୟ ପ୍ରଥମେ ସିଂ ସାହେବଙ୍କୁ ପାହାଡ଼ ଶିଖର ଉପରକୁ ଟେକିନେଇ ଠେଲିଦେଲେ । ଦୁଇ ତିନିଟା ବାକ୍ୟ ଏମିତି ତୀକ୍ଷ୍ନଥିଲା ଯେ କେହି କିଛି ଠିକ୍ରେ ବୁଝି ପାରିଲେନି । ଠେଙ୍ଗା ସଜ କରୁକରୁ ଛେଳି ଯାଇ ମଙ୍ଗଳପୁରରେ ପଶିଗଲା । ସମସ୍ତେ ନିସ୍ତବ୍ଧ ରହି ଶୁଣି ଚାଲିଲେ । ଭାଷଣ ଥିଲା "ଡ଼ଃ. ସିଂ ଗତ ୩୫ ବର୍ଷ ଧରି ଦେଶର ଅର୍ଥନିତି ସହ ଜଡ଼ିତ ଏବଂ ଜଣେ ପ୍ରବୀଣ ଅର୍ଥନିତିଜ୍ଞ । ମନମୋହନଙ୍କ ସମୟରେ ଦୁନ୍ନିତି ଚରମ ସୀମାରେ ପହଞ୍ଚି ଏକାଧିକ ଘୋଟାଲା ଲୋକଲୋଚନକୁ ଆସିଥିଲେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଛବିରେ କୌଣସି ସମୟରେ କିଛି ବି ଛିଟା ପଡ଼ିନି । ଅତଏବ୍ ତାଙ୍କୁ ବାଥ୍ରୁମ୍ରେ ରେନ୍ କୋଟ୍ ପିନ୍ଧି କେମିତି ଗାଧୋଇବାକୁ ହୁଏ, ସେ କଳାଟି ଭଲ ଭାବରେ ଜଣା । ରାଜ୍ୟ ସଭାର ଏହି ଉପରୋକ୍ତ ଭାଷଣକୁ କଂଗ୍ରେସ୍ ନେତା ତ ନାପସନ୍ଦ କରୁଛନ୍ତି କିନ୍ତୁ ଏହି ଉକ୍ତିରେ ବହୁ ବୁଦ୍ଧିଜିବୀ ମଧ୍ୟ ଅସହମତ । ଆମର ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗର ଦିଦିଙ୍କ କଥା ନିଆଯାଉ । ଦଳିୟ ବିଧାୟକଙ୍କ ନାମରେ ଗଣ୍ଡାଗଣ୍ଡା ଅଭିଯୋଗ ଆସି କେତେଜଣ ସିବିଆଇର ଅତିଥି ହୋଇସାରିଥିଲେ ମଧ୍ୟ ଦିଦିଙ୍କ ଛବି ଏପର୍ଯ୍ୟନ୍ତ ଟିକିଏ ବି ମଳିନ ପଡ଼ିନି । ବଙ୍ଗାଳି ଭାଇମାନେ ଆଗରେ ଆଗରେ ପୁର୍ବଭଳି ଖଣ୍ଡା ବୁଲାଇ ଅନ୍ଧାଦୁନ ମାଡ଼ି ଚାଲିଛନ୍ତି । ସେମିତି ଉତର ପ୍ରଦେଶର ଏବକାର ମୂଖିଆ ଯୁବରାଜ ଭେୟା ଅଖିଲେଶଙ୍କୁ ତାଙ୍କ ରାଇଜର ଲୋକେ ଦୁଧ୍ କା ଧୂଲାହୁଆ ସାଧୂ ହିସାବରେ ନେଉଛନ୍ତି । ଏମାନଙ୍କୁ ବି କଣ ସେ ବାଥ୍ରୁମ୍ରେ ରେନ୍ କୋଟ୍ ପିନ୍ଧି ଗାଧୋଇବା କଳାଟି କମ୍ ଭାବରେ ଜଣା ବୋଲି ଆପଣ କହିବେ? ଦ୍ୱୀପତଳ ଅନ୍ଧାର ପରି ଆମେ ପଶ୍ଚିମବଙ୍ଗରୁ ଯାଇ ଉତର ପ୍ରଦେଶର କଳାକାର ମାନଙ୍କ ଆଲୋଚନା କରୁଛେ କିନ୍ତୁ ଆମର ଜଣେ ସାର୍ ଦୀର୍ଘ ୧୭ ବର୍ଷ ହେଲା ଏଇ ରାଇଜର ବଡ଼ଗାଦି ମାଡ଼ି ବସିଛନ୍ତି, ତାଙ୍କୁ ଭୁଲିଗଲେ ଚଳିବ କେମିତି ? ଦୁଇ ଦଶକ ସମୟ ଯେ କୌଣସି ରାଜ୍ୟର ଉନ୍ନତି ପାଇଁ ଏକ ଯଥେଷ୍ଠ କାଳଖଣ୍ଡ ବୋଲି ଆକଳନ କରାଯାଇପାରେ କିନ୍ତୁ ଓଡ଼ିଶା କ୍ଷେତ୍ରରେ ସେପରି କିଛି ଆଖିଦୃଷ୍ଟିଆ ପରିବର୍ତ୍ତନ ଦେଖାଯାଉନାହିଁ । ବରଂ ନୂଆ ନୂଆ ଦୁନ୍ନିତି ସାମନାକୁ ଆସୁଛି । ନିତି ଅନିତି ରାଜନିତି ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ସେ ବିଷୟରେ ବିଶେଷ ଗଭୀରକୁ ନ ଯାଇ କିଛି ବିରଳ ଦୃଷ୍ଟାନ୍ତ ଗୁଡ଼ିକୁ ନିଆଯାଉ । ଅସାମାଜିକ ପ୍ରକୃତିର ବାବା ଗୁଡ଼ିକ ବର୍ଷକେଇଟାରେ କୋଟିକୋଟି ଟଙ୍କାର ମାଲିକ ହୋଇ ଆଶ୍ରମରୁ ଅପରାଧର ସାମ୍ରାଜ୍ୟକୁ ନିୟନ୍ତ୍ରୀତ କରୁଥିଲେ । ଏସବୁ କ'ଣ ସରକାରଙ୍କର ପ୍ରତ୍ୟେକ୍ଷ ସହଯୋଗ ବିନା ସମ୍ଭବ? ତା' ଛଡ଼ା ଅନେକ ରାଜନେତା ସେହିସବୁ ମହାମାନବ ମାନଙ୍କର ଗଣମାଧ୍ୟମରେ ପାଦସେବା କରି ସାଧାରଣ ସରଳ ଲୋକମାନଙ୍କର ଆସ୍ଥା ଭାଜନ କରାଇବାଟା କଣ ଅପରାଧ ନୁହେଁ? ସରକାର କଳର ସମସ୍ତ ଗୁଇନ୍ଦା ସଂସ୍ଥା କଣ ତାଙ୍କର କର୍ତ୍ତବ୍ୟବୋଧତା ଭୁଲି ଯାଇଥିଲେ? ଏକାଧିକ ଚିଟ୍ ଫଣ୍ଡ ଠକେଇ କମ୍ପାନୀ କଥା ବି ଠିକ୍ ଏକା ଭଳି । ଗରିବ ଲୋକଙ୍କ ପଇସା ଆଦାୟ କରି କିଛି ଅସାଧୁ ଲୋକ ନିଜେ ଅୟସ କରିବା ସହ କିଛି ରାଜନେତା ମାନଙ୍କୁ ବିଦେଶ ବୁଲାଇଲେ । କିଏ ଅପେକ୍ଷା କରିଛି ଝିଅକୁ ଅଠର ବର୍ଷ ହେଲେ କମ୍ପାନୀରୁ ପଇସା ପାଇ ବାହାଘର କରିବ ତ ଆଉକିଏ ଭାବିଛି ତିନିବର୍ଷ ଭିତରେ ବହୁ କଷ୍ଠରେ ଚଳି କିଛି ଜମା ହୋଇଗଲେ ଘରଟିଏ କରି ନୂଆବୋହୁଟି ସଙ୍ଗରେ ଗୃହ ପ୍ରବେଶ କରିବ । ହଠାତ୍ ଯେତେବେଳେ ଶୁଣିବାକୁ ପାଇଲେ ସେସବୁ କମ୍ପାନି ଠକ ବୋଲି, ପାଦତଳୁ ମାଟି ଧସିଗଲା । କିଛି ଲୋକତ ଜିବନରୁ ଆଶା ଛାଡ଼ିଦେଲେ ଆଉ କିଛି ଏବେ ବି ସରକାର ଓ ଜଗନ୍ନାଥ ଦୁହିଁଙ୍କ ଉପରେ ଭରସା ରଖି ନ୍ୟାୟ ଆଶାରେ ଜୀବିତ ଅଛନ୍ତି । ନଗଡ଼ାର ଅପପୃଷ୍ଟି କଥା ଲୋକେ ଯଦିଓ ଭୁଲିବାକୁ ବସିଲେଣି ତଥାପି ଇତିହାସର ବହୁ ପୃଷ୍ଠା ଶିଶୁମାନଙ୍କ କରୁଣ ମୃତ୍ୟୁ କାହାଣିରେ ପୁରିଗଲା । ଜାପାନୀଜ୍ୱର କବଳରେ ମାଲକାନାଗିରି ଥରି ଉଠିଲା ପରେ ପ୍ରଶାସନର ନିଦ ଭାଙ୍ଗିଲା ଏବଂ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଲେ କିନ୍ତୁ ସେତେ ବେଳକୁ ପ୍ରାୟ ୧୦୦ଜଣ ଶିଶୁ ଆରପାରିକୁ ଯାତ୍ରା କରିବା ସହ ବହୁ ପରିବାରରେ ଶୋକର ନିଆଁ ଜଳିଜଳି ପାଉଁଶ ହୋଇ ସାରିଥିଲା । ଭାଗଚାଷି ମୃତ୍ୟୁ, ଦାନମାଝିର ଶବବୁହା ଓ ଗୁମୁଡ଼ୁମାହର ଗୁଳିକାଣ୍ଡ ଘଟଣା ପ୍ରଭୃତୀର ଗୋହି ନ ଖୋଳିବା ଭଲ । ଏମିତି ୧୭ବର୍ଷର ସବୁ ନାକାରତ୍ମକ ଘଟଣାକୁ ଯୋଡ଼ିଲେ ଏହି ସମ୍ପାଦକିୟ ପୃଷ୍ଠା ନିଅଣ୍ଟ ହେବ ତଥାପି ଆମ ନବିନ ସାର୍ଙ୍କ ଛବି ତ ଯେମିତି ଥିଲା ଏବେବି ସେମିତି ଥିବା ଭଳି ଲାଗୁଛି । ସବୁ କଥା ପଛରେ ପକାଇ ଦେଖିବା ଆମର ଶିକ୍ଷା ବ୍ୟବସ୍ଥା- ଦିନୁ ଦିନ ଅଧୋଗତି ହେବାରେ ଲାଗିଛି ସିନା ସୁଧୁରି ବାର ନାଁ ନେଉ ନାହିଁ । ଏହା ଫଳରେ ଆମ ସମାଜ ଓ ଜାତି ଦୁଇଟିଯାକର ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି । କେଜି ଠାରୁ ପିଜି ଯାଏଁ ସବୁସ୍ତରରେ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସଂଖ୍ୟାରେ ମୁନାଫା ହୋଇଛି କିନ୍ତୁ ଗୁଣାତ୍ମକ ଶିକ୍ଷାର ମାନର ଅଧୋପତନ ଘଟିଛି । ପୁରାକାଳର ନାଳନ୍ଦା ଏକଦା ବିଶ୍ୱ ବିଖ୍ୟାତ ଥିଲା କିନ୍ତୁ ଏବେ ବିଶ୍ୱସ୍ତରୀୟ ମାନ୍ୟତା ଆମର କୌଣସି ଶିକ୍ଷାନୁଷ୍ଠାନର ନାହିଁ । ୨୦୧୬ ମସିହା ସର୍ଭେରୁ ଜଣାଯାଏ ବିଶ୍ୱସ୍ତରୀୟ ମାନ୍ୟତା ସୂଚିର ୨୫୦ କ୍ରମିକ ସଂଖ୍ୟା ଭିତରେ କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟ ନାହିଁ । ୨୦୧୫ର "Times Asia Ranking" ସର୍ଭେ ଅନୁସାରେ ୧୦୦ଟି ଏସୀୟ ଅନୁଷ୍ଠାନ ଭିତରେ କେବଳ ମାତ୍ର ୯ଟି ଭାରତୀୟ ଅନୁଷ୍ଠାନ ସ୍ଥାନ ପାଇଛି । ଏଥିରେ ୩୭ତମ ସ୍ଥାନରେ ଅଛି ଆଇଆଇଏସ୍ସି ଏବଂ ୯୬ତମ ଜାଗାରେ ଅଛି ଜେଏନ୍ୟୁ । ୩୭ ରୁ ୯୬ ଭିତରେ ଅଛନ୍ତି ଅନ୍ୟ ଦୁଇଟି ପାରମ୍ପାରିକ ବିଶ୍ୱବିଦ୍ୟାଳୟ ଓ ପାଞ୍ଚଟି ଆଇଆଇଟି । ସେହିପରି କ୍ୟୁଏସ୍ (QS) ବିଶ୍ୱବିଦ୍ୟାଳୟ ବି୍ରକ୍ସ (BRICS) Ranking ତାଲିକାରେ ଶିଂଘୁଆ ଓ ପେକିଂ ବିଶ୍ୱବିଦ୍ୟାଳୟ ୧ମ ଏବଂ ୨ୟ ସ୍ଥାନରେ ଥିବାବେଳେ ଆମ ଆଇଆଇଏସ୍ସି କୁ ଜାଗା ମିଳିଛି ଷଷ୍ଠ ସ୍ଥାନରେ । ପ୍ରତ୍ୟେକ ସର୍ଭେରେ ଚୀନ୍, କୋରିଆ ଓ ଜାପାନର ୨୦ ଉପରେ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିଲେ ମଧ୍ୟ ଆମ ଦେଶର ଅବସ୍ଥା ଦୟନୀୟ । ଶିକ୍ଷା ବ୍ୟବସ୍ଥା ଆମ ସମାଜକୁ ଗଢ଼ିତୋଳିବାରେ ସାହାଯ୍ୟ କରେ, ତେଣୁ ଏହାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେବା ଦରକାର । ଭାରତର ବିଶ୍ୱବିଦ୍ୟାଳୟ Ranking ଯାହାକି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ କରାଯାଇଛି ସେଥିରେ ଓଡ଼ିଶାର ମାତ୍ର ଦୁଇଟି ବିଶ୍ୱବିଦ୍ୟାଳୟ ୨୬ତମ ଓ ୫୩ତମ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି । ୧୦୦ ଭିତରେ ୭୪ ଓ ୭୭ ତମ ବିଶ୍ୱବିଦ୍ୟାଳୟ ଦୁଇଟି ଓଡ଼ିଶା ରାଜ୍ୟରେ ଅଛି କିନ୍ତୁ ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଅନେକାଂଶ ସରକାରୀ ହୋଇଥିଲାବେଳେ ଆମର ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ ଏଥିରେ ସ୍ଥାନ ପାଇଛି । କହିଲେ ଅତ୍ୟୁକ୍ତି ହୋଇପାରେ ଯେ ଶିକ୍ଷା ବ୍ୟବସ୍ଥାର ରୁପରେଖ ଏମିତି ହେଲେ ସମାଜ ଉତ୍ସୃଙ୍ଖଳ ହୋଇ ଧ୍ୱଂସାବିମୂଖୀ ହେବ ଏଥିରେ ଆଧୁନିକ ସଭ୍ୟ ସମାଜର ସଂନ୍ଦେହ ରହିବା ଅନୂଚିତ୍ । ତେବେ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଆମ ଦେଶର ଅବସ୍ଥା ଯେତିକି ଶୋଚନୀୟ ଜାତୀୟ ସ୍ତରରେ ଆମ ରାଜ୍ୟର ଅବସ୍ଥା ତାଠାରୁ ଅଧିକ ବୋଲି ମନେହୁଏ । ନିକଟରେ ପ୍ରକାଶିତ ଏକ ରିପୋଟ ଅନୁସାରେ ଆମ ରାଜ୍ୟରେ ପ୍ରାୟ ୨୫୦୦ସ୍କୁଲର ନିଜସ୍ୱ ଶ୍ରେଣୀଗୃହ ନାହିଁ । ସିଏଜି ରିପୋଟ୍ ଅନୁସାରେ ପ୍ରାୟ ୧୦% ସ୍କୁଲରେ କେବଳ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ଅଧିକାଂଶ ଶିକ୍ଷକଙ୍କ ପ୍ରକୃତ ଯୋଗ୍ୟତା ନଥିବା ବେଳେ ପ୍ରାୟ ୪୦୦୦୦ ପଦ ଏବେ ବି ଖାଲି ପଡ଼ିଛି । ବହୁ ସମୟରେ ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକତ୍ର ବସାଇ ଜଣେ ଶିକ୍ଷକ ପଢ଼ାଇବାର ଦୃଷ୍ଟାନ୍ତ ବି ଅଛି । ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାରର ଶିକ୍ଷକ କାର୍ୟ୍ୟରତ ଅଛନ୍ତି ଯଥା ସରକାରୀ ଶିକ୍ଷକ, ବେସରକାରୀ ଶିକ୍ଷକ , ନିୟମିତ ଶିକ୍ଷକ ଓ ଅନିୟମିତ ଶିକ୍ଷକ, ବ୍ଲକ୍ ଗ୍ରାଣ୍ଟ, ଶିକ୍ଷକ, ଜିଲ୍ଲା ପରିଷଦ ଶିକ୍ଷକ, ଶିକ୍ଷା ସହାୟକ ଶିକ୍ଷକ, ଗଣ ଶିକ୍ଷକ, ପାରା ଶିକ୍ଷକ, କୋଟା ଶିକ୍ଷକ, କନିଷ୍ଠ ଶିକ୍ଷକ ଏବଂ ଏବକାର ନୂଆ ଅଇନ ବଳରେ ଆସିବେ ୬୫ ବର୍ଷିଆ ବରିଷ୍ଠ ଅତିଥି ଶିକ୍ଷକ । ସମସ୍ତଙ୍କ ଲକ୍ଷ ଭିନ୍ନ ଭିନ୍ନ ହୋଇଥିବାରୁ ପ୍ରାଥମିକତା ବି ଅଲଗା ଅଲଗା ରହୁଛି । ସର୍ବଶିକ୍ଷା ଯୋଜନା ଅନ୍ତର୍ଗତ ମୂଖ୍ୟତଃ କେବିକେ ଅଞ୍ଚଳର ଶ୍ରେଣୀଗୃହ, ମେଘନାଦ ପରି ପାଚେରି, ଦାମିକା ଫାଟକ, ଭିତର ରାସ୍ତା କଡ଼ର ଫୁଲ ଗଛ, ବଗିଚା ଓ ଆବାସିକ ବ୍ୟବସ୍ଥା ସହ ଶିକ୍ଷଣ ସାମଗ୍ରୀ, ଭୋଜନ ଆୟୋଜନ, ମାଗଣା ବହି, ପୋଷାକ ପ୍ରଭୃତିର ବଣ୍ଟନ ବ୍ୟବସ୍ଥାରେ ନିୟମିତ ଅନିୟମିତତା ପରିଲକ୍ଷିତ ହେଉଛି । କେତୋଟି ବିଦ୍ୟାଳୟକୁ ଗଲେ ଦେଖିବାକୁ ମିଳିବ ବିଜ୍ଞାନ ଶାଳାର ଅନେକ ଶିକ୍ଷଣିୟ ଉପକରଣ, କମ୍ପ୍ୟୁଟର ଆଦି ଧୂଳିର ଏକ ବହଳ ଆବରଣ ତଳେ ଏଭଳି ପୋତି ହୋଇ ରହିଛି ଯେ ସହଜରେ ଜଣାଯିବ ଏଗୁଡ଼ିକ କେବେ ବି ଅତିତରେ ଥରକ ପାଇଁ ଉପେଯାଗ ହୋଇନାହିଁ । କେଉଁ କେଉଁ ଯାଗାରେ ବହୁତ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲେ ମଧ୍ୟ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବାକୁ ପ୍ରଶାସନ ଭୁଲିଯାଇଛି । ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲାପରି ବିଚରା ବୁଢ଼ା ପ୍ରଧାନ ଶିକ୍ଷକଟି ନିଜର କିଂକର୍ତବ୍ୟବିମୁଢ଼ତା ବଖାଣି ବୁଲିବା ଛଡ଼ା ଆଉ କିଛି ଉପାୟ ପାଉନି । ଏହା ଭିତରେ ଶିକ୍ଷା ବ୍ୟବସ୍ଥାର ଗର୍ଭଗୃହ ଆଡ଼କୁ ଆଗୋଉଆଗୋଉ ଆମର ମୂଖ୍ୟ ଆଲୋଚ୍ୟ ବିଷୟ "ଅନୋଖା ଗାଧୁଆ କଳା" ଠାରୁ ଟିକିଏ ଦୂରକୁ ଚାଲିଗଲେ । କହିବା ବାହୁଲ୍ୟ ଯେ ଦିଲ୍ଲିରେ ଶିଲ୍ଲା ଦିକ୍ଷୀତ ମୂଖ୍ୟ ମନ୍ତ୍ରୀ ଥିବାବେଳେ ଅନେକ ଘୋଟାଲାଯୁକ୍ତ ଘଟଣା ଘଟିଥିଲା କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ କଂଗ୍ରେସରେ ଏବଂ ସମାଜରେ ସେମିତି ଛବିର କିଛି ପତନ ଘଟିନାହିଁ । ଆମ ସାର୍ଙ୍କର ଏଇଟା ନିଜ ବାପାର ଦଳ । ତେଣୁ ଏଠି ଆମ ମୂଖ୍ୟମନ୍ତ୍ରୀ ଯଦିଓ ଗତ ୧୭ବର୍ଷ ଧରି ରାଜ୍ୟର ମଙ୍ଗୁଆଳ ଥାଉ ଥାଉ ଅନେକ ଘୋଟାଲାର ସୂତ୍ରପାତ ହୋଇଛି, ତାଙ୍କ ଛବିରେ କାହିଁକିି କିଛି ପରିବର୍ତ୍ତନ ଆସିବ? ତେଣୁ ଖାଲି ଡ଼ଃ. ମନମୋହନ ସିଂଙ୍କୁ ଏଭଳି ଅନୋଖା ଗାଧୁଆ କଳାରେ ନିପୁଣ କହିଲେ ଆମର ଦିଦି, ୟୁପିର ଯୁବରାଜ ଭେୟା, ମାଡ଼ାମ୍ ଦିକ୍ଷୀତ୍ ଏବଂ ଆମର ରାଜ୍ୟ ମୂଖିଆ ନବିନ୍ ସାର୍ଙ୍କ ପ୍ରତି ଅନ୍ୟାୟ ହେବନି ? ଏଭଳି ଅନେକ କଳାକାର ଭାରତରେ ପୁରି ରହିଛନ୍ତି ଏବଂ ସୁଯୋଗ ପାଇଲେ ନିଜରୁପ ବଦଳାଇ ଦୁନ୍ନିତି ଖୋରମାନ୍ଙ୍କୁ ପ୍ରୋତ୍ସାହନ ଦେବାକୁ ବିନା ଦ୍ୱୀଧାରେ ଆଗେଇ ଆସିବେ । ତେବେ କଣ ସମାଜ ଖାଲି ତର୍କ ବିତର୍କ ଭିତରେ ଘୁରିଘୁରି ଏସବୁକୁ ଏମିତି ସହି ସହି ଭୁଲିଯିବ? ଆଉ ଆଗାମି ପିଢ଼ିର ଓଡ଼ିଆ ଜାତିକୁ ଗୋଟିଏ ଅନ୍ଧାରୁଆ ବନ୍ଦ କୋଠରିକୁ ଠେଲିଦେବାର ବନ୍ଦୋବସ୍ତ ପକ୍କା କରି ବସିବ? ଚୁପ୍ଚାପ୍ ଦୁନ୍ନିତିକୁ ସହି ଚାଲିଲେ ଆଗାମି ଦିନରେ ନିଜର କର୍ତବ୍ୟବୋଧତା ସହ ନ୍ୟାୟ କରିହେବ କି? ତେଣୁ ସବୁ ଆଗାମି ନିର୍ବାଚନରେ ଚାଲନ୍ତୁ ଭଲଲୋକ ପ୍ରତିନିଧି ଦେଖି ଭୋଟ୍ ଦେବା ଏବଂ ସୁଯୋଗ୍ୟ ସାଧୁ ଲୋକମାନଙ୍କୁ ରାଜନିତି ପ୍ରତି ଆଗ୍ରହ ସୃଷ୍ଟି କରିବା । ଜୟ ଉତ୍କଳ ଜନନୀ ।
<urn:uuid:8cafe55c-ef00-4ff2-a052-aa3072bf54df>
CC-MAIN-2017-39
http://www.ameodia.com/editorial/odia-editorial-anokhaa-gadhuaa-kalaa-bidyadhar-panda/
2017-09-25T04:34:56Z
s3://commoncrawl/crawl-data/CC-MAIN-2017-39/segments/1505818690318.83/warc/CC-MAIN-20170925040422-20170925060422-00691.warc.gz
ory
0.999984
Orya
20
{"ory_Orya_score": 0.9999837875366211}
ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ଗୃହରେ କୌଣସି କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦିତ ହୋଇପାରିନଥିବା ବେଳେ ଜଣେ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଶୋଇପଡ଼ିଥିଲେ । ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା ପୂର୍ବିନ ଭଳି ଆଜି ମଧ୍ୟ କିଛି କହିବା ପାଇଁ ନିଜ ଆସନରେ ଛିଡ଼ା ହୋଇଥିଲେ । ମାତ୍ର ବାଚସ୍ପତି ସେଥିପ୍ରତି ଧ୍ୟାନ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାର ପ୍ରତିବାରେ ବିରୋଧି ସଦସ୍ୟ ମାନେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ବେଳେ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଆସି ଶୋଇପଡ଼ିଥିବା ବେଳେ ଦୁଷ୍ମନ୍ତ ନାୟକ ପୋଡ଼ିୟମକୁ ଲାଗିଥିବା କାଠବାଡ଼ ଉପରେ ଛିଡ଼ା ହୋଇଯାଇଥିଲେ । ଏଭଳି ପରିସ୍ଥିତିରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଚାଲିପାରିନଥିଲା । ଫଳରେ ବାଚସ୍ପତି ୧୦ଟା ୪୩ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହାପରେ ବାଚସ୍ପତି ପୁଣିଥରେ ଆସନକୁ ଆସି ସ୍ୱତନ୍ତ୍ର ଉଲେଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିରୋଧି ସଭ୍ୟମାନେ ପୁଣି ହଟ୍ଟଗୋଳ ଆରମ୍ଭ କରିଥିଲେ ମଧ୍ୟ ବାଚସ୍ପତିଙ୍କ ନିଦେ୍ର୍ଧଶକ୍ରମେ ଶାସକ ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ହଟ୍ଟଗୋଳ ଯୋଗୁଁ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇପାରୁ ନାହିଁ । ପ୍ରଥମେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା କରାଯାଉ ନଚେତ୍ ବିଧାନସଭାକୁ ସାଇନଡ଼ାଏ କରାଯାଉ ବୋଲି ଏନ୍ସିପି ବିଧାୟକ ଅମର ସତପଥି ଦାବି କରିଥିଲେ । ବିରୋଧି ବିଧାୟକମାନେ ପୁଣି ହଟ୍ଟଗୋଳ କରିବାରୁ ବାଚସ୍ପତି ୧୨ଟା ୪୫ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନରେ ପୁଣି ଅନୁରୂପ ପରିସ୍ଥିତି ସୃଷ୍ଟି ହେବାରୁ ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ । ଓଡ଼ିଶା ଡ଼ଟ୍ କମ୍
<urn:uuid:8c5544d1-2f29-42d8-b420-903df0627da9>
CC-MAIN-2017-39
http://www.odisha.com/archives/885
2017-09-20T13:04:18Z
s3://commoncrawl/crawl-data/CC-MAIN-2017-39/segments/1505818687281.63/warc/CC-MAIN-20170920123428-20170920143428-00227.warc.gz
ory
1.000005
Orya
12
{"ory_Orya_score": 1.000004529953003}
ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ ବରଗଡ଼, ମାର୍ଚ୍ଚ ୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ସ୍ଥିତ ଚକ୍ରତୀର୍ଥ ଭଟଲିରେ ଶ୍ରୀ ଶ୍ୟାମ ବିହାରୀଙ୍କ ବସନ୍ତକାଳୀନ ମହୋତ୍ସବ ଫାଲ୍ଗୁନ ମେଳା ସଂପନ୍ନ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ ବିହାରର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଶ୍ୟାମ ବିହାରୀଙ୍କ ଭଜନ କୀର୍ତନ କରି ଆଶିର୍ବାଦ ଭିକ୍ଷା କରିଥିଲେ । ମାଧୋଜୀ ଅଗ୍ରୱାଲଙ୍କ ଦ୍ୱାରାନିର୍ମିତ ଏହି ମନ୍ଦିରରେ ପ୍ରତିବର୍ଷ ବସନ୍ତ ଋତୁରେ ଉତ୍ସବ ପାଳିତ ହୋଇଥାଏ । ଭକ୍ତମାନେ ହୋଲି ପର୍ବ ପୂର୍ବରୁ ଶ୍ୟାମ ବିହାରୀଙ୍କ ରଥଟାଣି ପରସ୍ପର ମଧ୍ୟରେ ଅବିର ବୋଲି ହୋଲିର ପରମ୍ପରା ରକ୍ଷା କରିଥାନ୍ତି । ମହାଭାରତରେ ବର୍ଣ୍ଣିତ ଭୀମପୁତ୍ର ବେଲାରସେନ ଏଠାରେ ଶ୍ୟାମ ବିହାରୀଙ୍କ ରୂପରେ ପୂଜା ପାଉଛନ୍ତି । ଏହି ଅଞ୍ଚଳରେ ଥିବା ଧିବାମନ ମନ୍ଦିର ଏବଂ ଶ୍ୟାମ ବିହାରୀ ମନ୍ଦିରର ପ୍ରସିଦ୍ଧି ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଆକୃଷ୍ଟ କରୁଛି । ଓଡ଼ିଶା ଡ଼ଟ୍ କମ୍
<urn:uuid:07601e7b-ef9c-4630-aaf4-740dcb574516>
CC-MAIN-2017-39
http://www.odisha.com/archives/9769
2017-09-23T20:02:08Z
s3://commoncrawl/crawl-data/CC-MAIN-2017-39/segments/1505818689775.73/warc/CC-MAIN-20170923194310-20170923214310-00547.warc.gz
ory
1.000008
Orya
12
{"ory_Orya_score": 1.000008463859558}
ଦାନିୟେଲଙ୍କ ପୁସ୍ତକ 8Oriya Bible: Easy-to-Read Version (ERV-OR) ଗୋଟିଏ ମେଷ ଓ ଛାଗ ବିଷୟରେ ଦାନିୟେଲଙ୍କ ଦର୍ଶନ 8 ରାଜା ବେଲ୍ଶତ୍ସରଙ୍କ ରାଜତ୍ୱର ତୃତୀୟ ବର୍ଷରେ ମୁଁ ଆଉ ଏକ ଦର୍ଶନ ପାଇଲି। 2 ଯେତେବେଳେ ମୁଁ ଏଲମର ରାଜଧାନୀ ଶୂଶନରେ ଥିଲି, ଏବଂ ଉଲୟ ନଦୀ ନିକଟରେ ଛିଡ଼ା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି। 3 ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାର୍ଶ୍ୱରେ ଏକ ଅଣ୍ତିରା ମେଷ ଠିଆ ହୋଇଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା। 4 ମୁଁ ଲକ୍ଷ୍ୟ କଲି ସେହି ମେଷ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ି ଯାଉଛି। ଆଉ କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇପାରୁ ନ ଥିଲେ ଏବଂ ଆଉ କେହି ତା'ଠାରୁ ରକ୍ଷା ପାଇ ପାରିଲେ ନାହିଁ। ତେଣୁ ସେ ନିଜ ଇଚ୍ଛାନୁସାରେ କର୍ମ କରି ନିଜର ବଡ଼ିମା ପ୍ରକାଶ କରି ଶକ୍ତିଶାଳୀ ହେଲା। 5 ମୁଁ ସେ ଅଣ୍ତିରା ମେଷ ବିଷୟରେ ଚିନ୍ତା କରୁଥିବା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ବଡ଼ ଶିଙ୍ଗ ଥିଲା ଓ ତାହା ଧ୍ୟାନାକର୍ଷଣୀୟ ଥିଲା। ସେ ଛାଗ ଏତେ ଦ୍ରୁତଗତିରେ ଦୌଡ଼ୁଥିଲା ଯେ ତା'ର ପାଦ ଭୂମିକୁ ସ୍ପର୍ଶ କରୁ ନ ଥିଲା। 6 ସେହି ଛାଗ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଲୟ ନଦୀ ନିକଟରେ ଛିଡ଼ା ହୋଇଥିବା ଦୁଇ ଶିଙ୍ଗ ବିଶିଷ୍ଟ ଅଣ୍ତିରା ମେଷ ଆଡ଼କୁ ଧାଇଁଲା। 7 ଏବଂ ମୁଁ ଦେଖିଲି ଯେ ସେହି ଛାଗ ପ୍ରଚଣ୍ତ କ୍ରୋଧରେ ସେହି ମେଷ ନିକଟକୁ ଆସିଲା ଓ ଉତ୍ତେଜିତ ହୋଇ ମେଷକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମେଷ, ସେହି ଛାଗର ସମ୍ମୁଖୀନ ହୋଇ ପାରିଲା ନାହିଁ। ତା'ର ଠିଆ ହେବାକୁ ଶକ୍ତି ପାଇଲା ନାହିଁ। ସେହି ଛାଗ ତାକୁ ଭୂମିଶାୟୀ କରି ପାଦରେ ଦଳିଲା, ଆଉ ସେହି ଛାଗଠାରୁ ମେଷକୁ ରକ୍ଷା କରିବାକୁ କେହି ନ ଥିଲେ। 8 ସେହି ଛାଗ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ନିଜର ପ୍ରତାପ ଦେଖାଉଥିଲା ବେଳେ ତା'ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସେହି ସ୍ଥାନରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା। 9 ତା'ପରେ ସେହି ଶିଙ୍ଗଗୁଡ଼ିକୁ ମଧ୍ୟରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ୟଦେଶ ଆଡ଼କୁ ବଢ଼ିଲା। 10 ସେହି ଛୋଟ ଶିଙ୍ଗଟି ଆକାଶ ପର୍ଯ୍ୟନ୍ତ ବଢ଼ିଲା। ଏହା ଆକାଶର କେତେକ ତାରାଙ୍କୁ ଭୂମିରେ ଖସାଇ ପକାଇଲା ଓ ସେମାନଙ୍କୁ ପାଦରେ ଦଳିଲା। 11 ଆଉ ସେହି ଶିଙ୍ଗଟି ଅତି ବଳିଷ୍ଠ ହୋଇ ପରମେଶ୍ୱରଙ୍କ ସ୍ୱର୍ଗୀୟ ସୈନ୍ୟମାନଙ୍କ ଦଳପତି ବିରୁଦ୍ଧରେ ଗଲା, ଏହା ତାଙ୍କଠାରୁ ଦୈନନ୍ଦିନ ହୋମାର୍ଥକ ବଳି ଛଡ଼େଇ ନେଲା ଓ ମନ୍ଦିରକୁ ଧ୍ୱଂସ କଲା। 12 ତା'ପରେ ନିତ୍ୟ ହୋମବଳି ବିରୁଦ୍ଧରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ୟକୁ ତଳେ ପକାଇ ଦେଲା, ଯାହା ଇଚ୍ଛା ତାହା କଲା। 13 ତା'ପରେ ଏକ ପବିତ୍ର ସ୍ୱର୍ଗଦୂତ କହିବାର ମୁଁ ଶୁଣିଲି। ତା'ପରେ ଅନ୍ୟ ଏକ ସ୍ୱର୍ଗଦୂତ ଏହି ଦୂତକୁ ପଗ୍ଭରିଲେ, "କେତେଦିନ ପର୍ଯ୍ୟନ୍ତ ନିତ୍ୟ ହୋମବଳି ବିରୁଦ୍ଧରେ ଏହି ଦର୍ଶନ ରହିବ ଏବଂ କେତେକାଳ ପର୍ଯ୍ୟନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହେବାକୁ ଅନୁମତି ହୋଇଛି?" 14 ଅନ୍ୟ ପବିତ୍ର ବ୍ୟକ୍ତି ଉତ୍ତର କଲେ, "ଏହା 2300 ଦିନ ପର୍ଯ୍ୟନ୍ତ ଗ୍ଭଲିବ। ତା'ପରେ ଧର୍ମଧାମ ପ୍ରତିଷ୍ଠିତ ହେବ।" ଦାନିୟେଲଙ୍କ ଦର୍ଶନ ବ୍ୟାଖ୍ୟା କରାଗଲା 15 ଅନନ୍ତର ମୁଁ, ଦାନିୟେଲ, ଏହି ଦର୍ଶନ ପାଇଲା ପରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ୟ ପରି ଦେଖାଯାଉଥିବା ପ୍ରାଣୀ ମୋ' ସମ୍ମୁଖରେ ଆବିର୍ଭାବ ହୋଲା। 16 ପୁଣି ଉଲୟ ନଦୀ ମଧ୍ୟରୁ ମୁଁ ଏକ ମନୁଷ୍ୟର ସ୍ୱର ଶୁଣିଲି। ସେ ଡାକି କହିଲା, "ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।" 17 ମନୁଷ୍ୟାକୃତି ସ୍ୱର୍ଗଦୂତ ଗାବ୍ରିଏଲ ମୋ' ନିକଟକୁ ଆସିଲେ। ମୁଁ ଭୟଭୀତ ହୋଇ ତାଙ୍କ ପାଦତଳେ ପଡ଼ିଗଲି। ମାତ୍ର ସେ ମୋତେ କହିଲେ, "ହେ ମନୁଷ୍ୟ ପୁତ୍ର, ବୁଝ, ଏହି ଦର୍ଶନ ଶେଷକାଳ ବିଷୟକ ଅଟେ।" 18 ସେ ମୋତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି, ମାତ୍ର ସେ ମୋତେ ସ୍ପର୍ଶ କରି ଠିଆ କରାଇଲେ। 19 ଗାବ୍ରିଏଲ କହିଲେ, "ମୁଁ ତୁମ୍ଭକୁ ଦର୍ଶନ ସମ୍ବନ୍ଧରେ ବୁଝାଇବି, ଭବିଷ୍ୟତରେ କ'ଣ ଘଟିବ ଓ ତୁମ୍ଭର ଏହି ଦର୍ଶନ ନିରୂପିତ ଶେଷକାଳର କଥା ବୋଲି ଜଣାଇବି। 20 "ତୁମ୍ଭେ ମେଷର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀୟ ଓ ଅନ୍ୟ ଜଣେ ପାରସିକ ରାଜା। 21 ଆଉ ସେ ଛାଗ ହେଉଛି ଯବନ ଦେଶର ରାଜା। ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା। 22 ଆଉ ଯେଉଁ ଶିଙ୍ଗ ଭଗ୍ନ ହୋଇ ସେ ସ୍ଥାନରେ ଗ୍ଭରିଶିଙ୍ଗ ଉତ୍ପନ୍ନ ହେଲା, ଏଥିରୁ ସେହି ଦେଶୀୟମାନଙ୍କ ମଧ୍ୟରୁ ଗ୍ଭରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ସେଗୁଡ଼ିକ ପ୍ରଥମ ପରି ଶକ୍ତିଶାଳୀ ହେବେ ନାହିଁ। 23 "ଯେତେବେଳେ ସେହି ରାଜ୍ୟଗୁଡ଼ିକର ଶେଷ ସମୟ ଆସିବ ସେତେବେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହେବେ। ଆଉ ସେ ରାଜା ଅତି କୌଶଳୀ ହେବେ ମାତ୍ର ସେତେବେଳେ ବହୁ ପାପୀଷ୍ଠ ବ୍ୟକ୍ତି ଜନ୍ମ ନେଇଥିବେ। 24 ସେ ବଳରେ ଅତି ପରାକ୍ରମୀ ହେବ। ମାତ୍ର ତାହାର ନିଜ ବଳରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହେବ ଓ ଶକ୍ତିଶାଳୀ ହୋଇ ସ୍ୱେଚ୍ଛାଗ୍ଭରୀ ଭାବରେ କାର୍ଯ୍ୟ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ। 25 "ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ୟା ବଳରେ ସଫଳକାମୀ ହେବ। ସେ ନିଜ ଅନ୍ତଃକରଣରେ ନିଜକୁ ବଡ଼ ମନେ କରିବ ଓ ନିରାପଦ ସମୟରେ ଅନେକଙ୍କୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ। ମାତ୍ର ସେ ମଣିଷ ହସ୍ତରେ ବିନାଶ ହେବ ନାହିଁ। 26 "ସେ ସମୟରେ ଦର୍ଶନ ବିଷୟରେ ମୁଁ ଯାହା କହିଲି ସେସବୁ ସତ୍ୟ, ମାତ୍ର ତୁମ୍ଭେ ସେହି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁ ଦିନ ପର୍ଯ୍ୟନ୍ତ ଘଟିବ ନାହିଁ।" 27 ମୁଁ, ଦାନିୟେଲ ଏହା ପରେ ବିଶେଷ କ୍ଳାନ୍ତ ହୋଇ ପଡ଼ିଲି। ସେହି ଦର୍ଶନ ପରେ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି। ତା'ପରେ ମୁଁ ଉଠି ରାଜକାର୍ଯ୍ୟ କଲି। କିନ୍ତୁ ସେ ଦର୍ଶନରେ ବିବ୍ରତ ହୋଇ ପଡ଼ିଲି କାରଣ ସେ ଦର୍ଶନର ଅର୍ଥ କିଛି ବୁଝିଲି ନାହିଁ।
<urn:uuid:0dc15137-247a-461c-8159-7c21aedf611d>
CC-MAIN-2017-39
https://www.biblegateway.com/passage/?search=%E0%AC%A6%E0%AC%BE%E0%AC%A8%E0%AC%BF%E0%AD%9F%E0%AD%87%E0%AC%B2%E0%AC%99%E0%AD%8D%E0%AC%95%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+8&version=ERV-OR
2017-09-24T00:19:55Z
s3://commoncrawl/crawl-data/CC-MAIN-2017-39/segments/1505818689806.55/warc/CC-MAIN-20170923231842-20170924011842-00422.warc.gz
ory
0.999988
Orya
16
{"ory_Orya_score": 0.9999876022338867}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ମହାରତ୍ନ କମ୍ପାନୀ ସେଲ୍କୁ ମାଇନିଂ ଏବଂ ମେଟାଲ କ୍ଷେତ୍ରରେ କ୍ରମାଗତ ଭାବେ ଅଷ୍ଟମଥର ପାଇଁ ଏମ୍ଓୟୁ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ମଙ୍ଗଳବାର ଅନୁଷ୍ଠିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେଲ୍ ଅଧ୍ୟକ୍ଷ ସିଏସ୍ ବର୍ମାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଆମ ପ୍ରୟାସର ଏକ ନିଦର୍ଶନ ଏବଂ ଏହି ଧାରା ବଜାୟ ରଖିବାକୁ ପଡ଼ିବ ବୋଲି ଏହି ଅବସରରେ ବର୍ମା କହିଥିଲେ । ୨୦୦୨-୦୩ ବର୍ଷ ଠାରୁ ସେଲ୍ ଏହି ପୁରସ୍କାର ପାଇଆସୁଛି । ଓଡ଼ିଶା ଡ଼ଟ୍ କମ୍
<urn:uuid:a2630ea4-cf19-4ed3-9f18-fd61640ca36d>
CC-MAIN-2017-39
http://www.odisha.com/archives/tag/%E0%AC%B8%E0%AD%87%E0%AC%B2%E0%AD%8D
2017-09-24T23:04:43Z
s3://commoncrawl/crawl-data/CC-MAIN-2017-39/segments/1505818690228.57/warc/CC-MAIN-20170924224054-20170925004054-00282.warc.gz
ory
1.000009
Orya
26
{"ory_Orya_score": 1.0000088214874268}
ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ ବରଗଡ଼, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ମିଳିତ ଭାବରେ ବରଗଡ଼ରେ ବୀରତା ଦିବସ ପାଳିତ ହୋଇଛି । ଶନିବାର ଏହି ଅବସରରେ ସ୍ଥାନୀୟ ଗାନ୍ଧିଛକ ଠାରେ ସାମ୍ବାଦିକ, ବ୍ୟବସାୟୀ, ଆଇନଜୀବୀ, ସମାଜସେବୀ, ଯୁବନେତା ଓ କଳାକାର ପ୍ରମୁଖ ଏକତ୍ରିତ ହୋଇ ମଟରସାଇକେଲ ରାଲିରେ ବୀରଛକ ଠାରେ ପହଞ୍ଚିଥିଲେ । ପଶ୍ଚିମ ଓଡ଼ିଶାର ଘେଁସ ଜମିାର ପରିବାର ସମେତ ପାହାଡ଼ଶ୍ରୀଗିଡ଼ା, ଭେଡ଼େନ, ଅମ୍ବାଭନା ଆଦି ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ । ଓଡ଼ିଶା ଡ଼ଟ୍ କମ୍
<urn:uuid:e251da0a-e406-4cfc-8419-d79923d13d5c>
CC-MAIN-2017-39
http://www.odisha.com/archives/7006
2017-09-20T07:25:03Z
s3://commoncrawl/crawl-data/CC-MAIN-2017-39/segments/1505818686705.10/warc/CC-MAIN-20170920071017-20170920091017-00289.warc.gz
ory
0.999968
Orya
11
{"ory_Orya_score": 0.9999682903289795}
ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଜାନୁଆରୀ ୨୬(ଓଡିଶା ଡଟ୍ କମ୍ )-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିବାପରେ ବିରୋଧୀ ସମାଲୋଚନା କରିଛନ୍ତି । କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ନିର୍ବାଚନୀ ଚାଲ । ଖାଦ୍ୟ ସୁରକ୍ଷା ବିଲ୍ ଗୃହୀତ ହେବାପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସାଧାରଣ ବଣ୍ଟନ ସାମଗ୍ରୀକ ଭାବରେ ଅନେକ ରିହାତି ଦେଉଛନ୍ତି । ଏଥିରେ ରାଜ୍ୟର କିଛି ବାହାଦୁରି ନାହିଁ । କେବଳ ଘୋଷଣା କରି ଭୋଟ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ । ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦ୍ଦେଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି । ଏହାଛଡା ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେବାପରେ କେନ୍ଦ୍ର ସରକାର ଗରୀବ ପରିବାରକୁ ଚାଉଳ କିଲୋ ପିଛା ୩ଟଙ୍କାରେ ଦେବାକୁ ଯୋଜନା କରିଥିଲେ । ଏବେ ରାଜ୍ୟ ସରକାର କିଲୋପିଛା ଏକ ଟଙ୍କା ଦେଲେ ସେଥିରେ କିଛି ବାହାଦୁରି ନାହିଁ । ବିଜେପି ମଧ୍ୟ କଂଗ୍ରେସ ସ୍ୱରରେ ସ୍ୱର ମିଳାଇଛି । ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ରାଜ୍ୟର ୪୪ ଲକ୍ଷ ଗରିବ ପରିବାର ଭୋଟ ହାତେଇବା ପାଇଁ ସାଧାରଣତନ୍ତ୍ର ଦିବସରେ ଏପରି ଅସାଧରଣ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ରାଜନୈତିକ ବିଶେଷଜ୍ଞଙ୍କ ମତହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସାଧାରଣ ଜନତାଙ୍କ ଉନ୍ନତି ହେବ ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆଗାମୀ ଦିନରେ ମଧ୍ୟ ମାଗଣାରେ ଚାଉଳ ମିଳି ପାରିବ । ସାଧାରଣ ବଣ୍ଟନ ନିୟମରେ ବିପିଏଲ ପରିବାରକୁ ପ୍ରତିକିଲୋ ଚାଉଳ ପିଛା କେନ୍ଦ୍ର ସରକାର ଦେଉଛନ୍ତି ୧୬ ଟଙ୍କା ରିହାତି । ରାଜ୍ୟ ସରକାର କେନ୍ଦ୍ର ସରକାର ଠାରୁ ଚାଉଳ କିଣୁଛନ୍ତି କିଲୋ ପିଛା ୬ ଟଙ୍କା ଦରରେ । ସେଥିରେ ୫ଟଙ୍କା ରିହାତି ଦେଇ କିଲୋ ପିଛା ଏକଟଙ୍କା ଦରରେ ଚାଉଳ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି । ଓଡିଶା ଡଟ୍ କମ୍
<urn:uuid:a8a7e608-3b47-429f-a9ff-d511c955e677>
CC-MAIN-2017-39
http://www.odisha.com/archives/15042
2017-09-21T06:56:47Z
s3://commoncrawl/crawl-data/CC-MAIN-2017-39/segments/1505818687702.11/warc/CC-MAIN-20170921063415-20170921083415-00072.warc.gz
ory
1.000003
Orya
33
{"ory_Orya_score": 1.0000028610229492}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମିଳୁଥିବା କ୍ଷୀର ଅପମିଶ୍ରଣ ବୋଲି ଜଣାପଡ଼ିବା ପରେ ଏନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାର ଓ ଓମ୍ଫେଡ଼୍ କୁ ଜବାବ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଖାଦ୍ୟ ନିରାପତ୍ତା ମାନକ କର୍ତୃପକ୍ଷ ରାଜ୍ୟରେ ମିଳୁଥିବା କ୍ଷୀର ଅପମିଶ୍ରିତ ବୋଲି ରିପୋର୍ଟ ଦେବା ପରେ ଉକ୍ତ କ୍ଷୀର ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଦର୍ଶାଇ "ତ୍ରିଧାରା" ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା । ଗୁରୁବାର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଏବଂ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସଂକ୍ରାନ୍ତାର ୧୫ଦିନ ମଧ୍ୟରେ ଜବାବ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଡ଼ଟ୍ କମ୍
<urn:uuid:e1d901ff-b1f8-4952-9a4c-e5c0b505e9bb>
CC-MAIN-2017-39
http://www.odisha.com/archives/7989
2017-09-20T13:03:42Z
s3://commoncrawl/crawl-data/CC-MAIN-2017-39/segments/1505818687281.63/warc/CC-MAIN-20170920123428-20170920143428-00549.warc.gz
ory
1.000003
Orya
15
{"ory_Orya_score": 1.0000030994415283}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା କଟକ, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ଘଟଣାର ସବିଶେଷ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ କହିଛନ୍ତି । ଏହି ଘଟଣାରେ ପୂର୍ବରୁ କୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି କି ନାହିଁ ସେ ସଂପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି । କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ କାଶ, ଥଣ୍ଡା ଏବଂ ଖଣ୍ଡିଆ ସ୍ଥାନରେ ଲଗାଇବା ପାଇଁ ବ୍ୟବହାର କରାଯାଉଥିବା "ଇପିକାରମ୍" ଓ "ସିନେମନ୍" ନାମକ ଔଷଧ କିଣି ଖାଇବା ପରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିଲେ । ପରେ ଏହି ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ବର୍ତମାନ ମଧ୍ୟ ଚିକିତ୍ସାଧିନ ଅଛନ୍ତି । ଓଡ଼ିଶା ଡ଼ଟ୍ କମ୍
<urn:uuid:fc1d9c23-a1c0-481d-a2fa-b9282b47f6f5>
CC-MAIN-2017-39
http://www.odisha.com/archives/8979
2017-09-23T02:13:05Z
s3://commoncrawl/crawl-data/CC-MAIN-2017-39/segments/1505818689413.52/warc/CC-MAIN-20170923014525-20170923034525-00069.warc.gz
ory
1.000008
Orya
23
{"ory_Orya_score": 1.0000075101852417}
କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହା ଗୋପାଳପୁର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୧୨୧୦ କିଲୋମିଟର ଦୂରରେ ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆକଳନ ଅନୁସାରେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନର ରୂପ ନେବ । ଆନ୍ଧ୍ରପ୍ରଦେଶର ସ୍ଥଳ ଭାଗକୁ ଛୁଇବାର ସମ୍ବାବନା ରହିଛି । ଏବଂ ପରବର୍ତୀ ୨୪ ଘଂଟାରେ ଏହା ବାତ୍ୟାର ରୂପ ନେବାର ସମ୍ବାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ୧୧ ରୁ ୧୩ ତାରିଖ ମଧ୍ୟରେ ବର୍ଷା ହେବା ଅନୁମାନ କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗକୁ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି ରାଜ୍ୟ ସରକାର । ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଆରଡିସି, କୃଷି ଓ ଖାଦ୍ୟ ଯୋଗାଣ ବିଭାଗକୁ ଏନେଇ ଅବଗତ କରିବା ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ୧୦ରୁ ୧୩ ତାରିଖ ମଧ୍ୟରେ, ମଧ୍ୟମ ଧରଣର ବର୍ଷା ହେବା ଅନୁମାନ କରାଯାଉଛି । ଏହାକୁ ଆଖିରେ ରଖି ଜିଲ୍ଲାପାଳମାନେ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମଣ୍ଡିରେ ଥିବା ଧାନର ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ରାଜସ୍ୱ ବିଭାଗ କହିଛି । ସରକାର ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଏହା ସହ ଦେଖନ୍ତୁ ଏହି ଭିଡିଓ :
<urn:uuid:ea94d8c3-92bc-4c29-8326-c72816bd6622>
CC-MAIN-2017-39
http://kanaknews.com/weather-update-odisha-2/
2017-09-21T15:52:31Z
s3://commoncrawl/crawl-data/CC-MAIN-2017-39/segments/1505818687833.62/warc/CC-MAIN-20170921153438-20170921173438-00255.warc.gz
ory
1.000004
Orya
12
{"ory_Orya_score": 1.0000044107437134}
ଗୀତସଂହିତା 111Oriya Bible: Easy-to-Read Version (ERV-OR) 111 ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। 2 ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି। 3 ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ। 4 ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି। ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ। 5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି। 6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ। 7 ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ। 8 ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ। ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ। 9 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ। ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା। ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର। 10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।
<urn:uuid:109a32a7-4692-4609-9f1d-a87a517d465d>
CC-MAIN-2017-39
https://www.biblegateway.com/passage/?search=%E0%AC%97%E0%AD%80%E0%AC%A4%E0%AC%B8%E0%AC%82%E0%AC%B9%E0%AC%BF%E0%AC%A4%E0%AC%BE+111&version=ERV-OR
2017-09-24T04:02:20Z
s3://commoncrawl/crawl-data/CC-MAIN-2017-39/segments/1505818689845.76/warc/CC-MAIN-20170924025415-20170924045415-00495.warc.gz
ory
1
Orya
15
{"ory_Orya_score": 0.9999997615814209}
ଏ ପାଞ୍ଚ ତତ୍ତ୍ୱକୁ ପରା ପଞ୍ଚଭୂତ କହନ୍ତି, ଏମାନଙ୍କୁ ନେଇ ସିଏ ସଂସାରକୁ ଗଢ଼ନ୍ତି । କିଛିଦିନ ପରେ ସେ ବସ୍ତିର ଆଉ ଜଣେ ଧନୀ ଲୋକର ଝିଅ ସହିତ ସମ୍ୱନ୍ଧ କରି ନିଜ ପୁଅ ପାଇଁ ବୋହୂ ଆଣିବାର ଯୋଗାଡ଼ କଲା । ସୁନ୍ଦରୀ ବୋହୂଟିଏ... ମଢ଼ ପାଖରୁ ଆମ୍ୱଗଛଟିର ଦୂରତା ୧୫ ଫୁଟ । ବାଘକୁ ମାରିବାକୁ ହେଲେ ନିହାତି ୧୫/୧୬ ଫୁଟ ଉଚ୍ଚରେ ମଞ୍ଚା ବାନ୍ଧିବା ଦରକାର । ପୃଥିବୀଟା ସାରା ବୁଲି ବୁଲିକା ଫେରିବ ଏଇ ଭାରତେ ଜନମ ଭୂଇଁଠୁ କିଏ ବା ଆଉ ଏତେ ପ୍ରିୟ ହେବ ସତେ । ସକାଳୁ ପେଟେ ପଡ଼ିନି କିଛି ମିଳିଛି ଭାଗ୍ୟେ ପାଚିଲା କୋଳି, ଚୋବାଇ ଯାଏ ମଞ୍ଜିକୁ ଥୁକି କି ଅବା ମାଡ଼ କି ଅବା ଗାଳି ।।୪।। ତା ସାଙ୍ଗେ କେଶବ, ମିତା ଓ ଟୁକୁ ଯୁବତୀ ଯୁବକ ସେତେ ବେଳକୁ ସମସ୍ତେ ପିନ୍ଧନ୍ତି ମୋଟା ଚଷମା ନ ହେଲେ ଦେଖା ନ ଯାଉଛି ଜମା ।।୨।। କିଏ ସେ ଦେଇଛି ଆକାଶରେ ରବି ତାରକା ଫୁଲର ରାତି, କାହାପାଇଁ ଏହି ମଣିଷ ଜାତି କର୍ମରେ ଯାଏ ମାତି ।୨। ବୁଢ଼ା କହିଲା ତୁମେ ବିନା ପରିଶ୍ରମରେ ଏ ଫଳଟି ଖାଇଲ, ବିନା ପରିଶ୍ରମର ଫଳଠାରୁ ପରିଶ୍ରମର ଫଳ ବହୁତ ମିଠା । ଜଙ୍ଗଲ ସେପାରେ ତା ବାପ ଘର, ଜଙ୍ଗଲଟି ବଣ ଜନ୍ତୁରେ ପୁର, ଇଷ୍ଟଦେବତାଙ୍କୁ ସ୍ମରଣ କରି, ପୁଟୁଳିଟେ ଧରି ଗଲା ବାହାରି । ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି । ମଉଜ, ଖୁସି, ଆରାମ ପାଇଁ ଟିକିଏ ବେଳ ନାହିଁକି ।
<urn:uuid:ec186d6e-ac36-46a2-ba41-e88bf619e7a1>
CC-MAIN-2017-39
http://www.ameodia.com/category/children/page/8/
2017-09-24T12:03:02Z
s3://commoncrawl/crawl-data/CC-MAIN-2017-39/segments/1505818690016.68/warc/CC-MAIN-20170924115333-20170924135333-00266.warc.gz
ory
0.999692
Orya
2
{"ory_Orya_score": 0.9996922016143799}
ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)-ଚଳିତବର୍ଷ ଜୁଲାଇ ଠାରୁ ଏମ୍ସରେ ରୋଗୀସେବା ଆରମ୍ଭ ହେବ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୋଲାମନବୀ ଆଜାଦ୍ ବୁଧବାରଏମ୍ସ ବୁଲି ଦେଖିବାପରେ ଏ ବିଷୟରେ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ସିଜୁଆ ଠାରେ ନିର୍ମାଣଧିନ ଅଖିଳ ଭାରତୀୟ ଆର୍ୟୁବେଦ ସଂସ୍ଥା ଏମ୍ସର ନିର୍ମାଣ କାର୍ଯ୍ୟ ସମୀକ୍ଷାକରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏମ୍ସର ନିର୍ମାଣ କାର୍ଯ୍ୟ ଆସନ୍ତା ମେ ସୁଦ୍ଧା ଶେଷ କରିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଏମ୍ସର ନିର୍ମାଣ କାର୍ଯ୍ୟରେ ତିନୋଟି ସଂସ୍ଥା ନିୟୋଜିତ ହୋଇଛନ୍ତି । ମେ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବା ସହ ଏମ୍ସରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ,ଗେଷ୍ଟେ ହାଉସ,ଷ୍ଟାପକ୍ୱାଟର ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ତିନୋଟି ଯାକ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କୁ ଡାକି ଏ ବିଷୟରେ ତାଗିଦ୍ କରିଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଉଟଡୋର ସହ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଲକ୍ଷ ରଖି ଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜିର ଏ ଗସ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନେ ଏମ୍ସ ଆଖପାଖ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଡାକ୍ତରଙ୍କୁ ସାହାର୍ଯ୍ୟ କରିନ୍ତୁ ଓ ଅଭିଜ୍ଞତା ହାସଲ କରନ୍ତୁ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶା ଡ଼ଟ୍ କମ୍
<urn:uuid:b8abff15-b46b-4902-b744-db4dbcad5ccf>
CC-MAIN-2017-39
http://www.odisha.com/archives/tag/%E0%AC%8F%E0%AC%AE%E0%AD%8D%E0%AC%B8
2017-09-22T15:28:33Z
s3://commoncrawl/crawl-data/CC-MAIN-2017-39/segments/1505818688997.70/warc/CC-MAIN-20170922145724-20170922165724-00552.warc.gz
ory
1.000006
Orya
48
{"ory_Orya_score": 1.0000057220458984}
ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଫେବୃଆରୀ ୨(ଓଡିଶା ଡଟ୍ କମ୍)-ଏବେ ପିଆଜ ଦର ହୋଇଛି ରାଜ୍ୟରେ ୩୦ ଟଙ୍କା । ବିଗତ ତିନି ଦିନରେ ବଢିଛି ଦଶ ଟଙ୍କା । ଏବେ ଚିନ୍ତାରେ ପଡିଛନ୍ତି ଖାଉଟି । ରାଜଧାନୀରେ ପୁର୍ବରୁ ପିଆଜ କୁଇଣ୍ଟାଲ ପିଛା ୧୫ଶହ ଟଙ୍କା ଥିବା ବେଳେ ଖୁଚୁରାରେ କିଲୋ ପିଛା ୧୫ ରୁ ୨୦ ଟଙ୍କାରେ ବିକ୍ରୀ ହେଉଥିଲା । ହେଲେ ଏବେ କୁଇଣ୍ଟାଲ ପିଛା ୨୪ଶହରୁ ୨୫ଶହ ଟଙ୍କା ରହିଛି । ତେବେ କିଲୋ ପିଛା ବ୍ୟବସାୟୀମାନେ ୩୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ବ୍ୟବସାୟୀ ନିରଞ୍ଜନ ସାହୁ କହିଛନ୍ତି ଯେ ମୌସୁମୀ ଖରାପ ଯୋଗୁଁ ପିଆଜ ରପ୍ତାନି କମ ଅଛି । ତେଣୁ ପିଆଜ ଦର ହୁ ହୁ ହୋଇ ବଢି ଚାଲିଛି । ପନ୍ଦରଦିନ ହେଲାଣି ଟଙ୍କେ ଆଠଣା ବଢୁଥିଲା ଏବେ ତିନି ଦିନ ହେଲା ଦଶଟଙ୍କା ବଢି ଯାଇଛି । ପିଆଜ ପାଇଁ ଆମ ରାଜ୍ୟ ନାସିକ, ବେଙ୍ଗଲୁର ଆଦି ରାଜ୍ୟ ଉପରେ ନିର୍ଭର କରେ । ଚଳିତ ବର୍ଷ ଏହି ରାଜ୍ୟରେ ପିଆଜ ଉତ୍ପାଦନ କମ୍ ହୋଇଛି । ତେଣୁ ଓଡିଶାକୁ ଯେତିକି ପରିମାଣରେ ପିଆଜ ଆସିବା କଥା ଆସି ପାରୁନାହିଁ । ଯେଉଁ ସବୁ ଗୋଦାମ ମାଲିକ ପିଆଜ ଗଛିତ ରଖିଛନ୍ତି ସେମାନେ ତାହାକୁ ଚଢା ଦରରେ ବିକ୍ରୀ କରୁଛନ୍ତି । ନୂଆ ପିଆଜ ବଜାରକୁ ଆସିଲେ ପିଆଜ ଦର କମିବ ବୋଲି ବ୍ୟବସାୟୀ ସଂଘ କହିଛି । ବ୍ୟବସାୟୀମାନେ ଯେପରି ଚଢା ଦରରେ ପିଆଜ ବିକ୍ରୀ ନକରିବେ ସେଥିପାଇଁ ତାଗିଦ୍ କରିଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ମଧୁସୂଦନ ପାଢି କହିଛନ୍ତି କମ୍ ପିଆଜ ଉତ୍ପାଦନ ଯୋଗୁଁ ଦର ବଢିଛି । ଓଡିଶା ଡଟ୍କମ୍
<urn:uuid:11668721-0c4e-44ea-a5d0-9d76a9b2e458>
CC-MAIN-2017-39
http://www.odisha.com/archives/tag/%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F-%E0%AC%96%E0%AC%BE%E0%AC%A6%E0%AD%8D%E0%AD%9F-%E0%AC%AF%E0%AD%8B%E0%AC%97%E0%AC%BE%E0%AC%A3
2017-09-22T15:28:15Z
s3://commoncrawl/crawl-data/CC-MAIN-2017-39/segments/1505818688997.70/warc/CC-MAIN-20170922145724-20170922165724-00552.warc.gz
ory
0.999985
Orya
35
{"ory_Orya_score": 0.9999854564666748}
କେଦାର ମିଶ୍ର କଳା ଓ କ୍ରୀଡାର ସମ୍ପର୍କ ଖୁବ୍ ବେଶୀ ନିବିଡ଼ ନୁହଁ। କଳା ସୂକ୍ଷ୍ମ ଓ ଆତ୍ମିକ ହୋଇଥିବା ବେଳେ କ୍ରୀଡା ସ୍ଥୂଳ ଓ ଅନେକାଂଶରେ ଶାରୀରିକ ଶକ୍ତି ସହ ସମ୍ପୃକ୍ତ। ତେବେ ସବୁ କ୍ରୀଡା ଶାରୀରିକ କୌଶଳ ର ସୀମା ଭିତରେ ରହି ନଥାନ୍ତି। ଅନେକ କ୍ରୀଡା ଅଛି ଯାହା କେବଳ ମସ୍ତିସ୍କ ଓ ଭାବନା ଶକ୍ତିକୁ ଶାଣିତ କରିଥାଏ। ଯେମିତି ଚେସ୍, ପଶା, ତାସ୍ ଇତ୍ୟାଦି। ମାନସିକ ଶକ୍ତି ସହ ନିର୍ଭରଶୀଳ କ୍ରୀଡାରେ ସୂକ୍ଷ୍ମ କଲାତ୍ମକ ରୂପ ଦେଖିବାକୁ ମିଳିଥାଏ। ଯେମିତି ତାସ୍ ଖେଳର ରଂଗ, ରେଖା ଓ ଚିତ୍ରରେ ବହୁ ନୁଆ ପ୍ରୟୋଗ ହୋଇଥାଏ। ପଶାପାଲି ନିର୍ମାଣ ସହ କଲାତ୍ମକତା ର ସମ୍ପର୍କ ରହିଆସିଛି। କଳା ଓ କ୍ରୀଡାର ସବୁଠୁ ସୁନ୍ଦର ସମନ୍ଵୟ ଦେଖିବାକୁ ମିଳେ ଓଡିଶାର 'ଗଂଜପା' ରେ। ଏହି କଳା ର ଉଦ୍ଭବ ଓ ବିକାଶ ସମ୍ପର୍କରେ ଐତିହାସିକ ମାନଂକର ଭିନ୍ନ ଭିନ୍ନ ମତ ରହିଛି। ଏବେ 'ଗଂଜପା' କୁ ନେଇ କିଛି କଥା- ୧ . 'ଗଂଜପା' ଶବ୍ଦ ର ଆକ୍ଷରିକ ଅର୍ଥ କୁ ନେଇ କୌଣସି ନିର୍ଦିଷ୍ଟ ମତ ନାହିଁ। ତେବେ ଓଡିଶାର ତିନୋଟି ଅଂଚଳରେ ଏହାର ଅଲଗା ଅଲଗା ନାଁ ରହିଛି। କେହି କେହି ଏହାକୁ ତାସ୍ ବୋଲି କହୁଥବା ବେଳେ ଗାଁ ରେ ଏହାକୁ "ସାର" ବା "ଚକାସାର" ବୋଲି କୁହନ୍ତି। ସାର କୁ ଆମେ ତାସ୍ ଖେଳ ର ସେଟ୍ ସହ ତୁଳନା କରିପାରିବା । ତେବେ ତାସ୍ ଖେଳରେ ଗୋଟିଏ ସେଟ୍ ରେ ପତା ସଂଖ୍ୟା ସ୍ଥିର ରହିଥିବା ବେଳେ 'ଗଂଜପା' ର ସ୍ଥାନ ଭେଦରେ ସାର ରେ ଭିନ୍ନ ଭିନ୍ନ ସଂଖ୍ୟା ର ଚକି ରହିଥାଏ। ୨. ତାସ୍ ପତା ଆୟତାକାର ହୋଇଥିବା ବେଳେ 'ଗଂଜପା' ର ଆକୃତି ଗୋଲାକାର। ସେଥିଲାଗି ଏହାକୁ ଚକି ବୋଲି କୁହାଯାଏ। ଓଡିଶାର ଗଂଜାମ, ପୁରୀ ଓ ସୋନପୁର ଜିଲାର ଚିତ୍ରକର ମାନେ 'ଗଂଜପା' ତିଆରି କରିବା ସହିତ ଏହାର କ୍ରୀଡା କୌଶଳକୁ ପ୍ରସାରିତ କରନ୍ତି। ୩ . ଐତିହାସିକ ଭାବେ ମୋଗଲ୍ ଗଂଜିଫା ରୁ 'ଗଂଜପା' ର ସୃଷ୍ଟି ବୋଲି କୁହାଯାଏ। ତେବେ ୟୁରୋପୀୟ ମାନେ ଭାରତକୁ ଆସିବା ସହିତ ଆମ ଦେଶରେ ତାସ୍ ର ପ୍ରବେଶ ମଧ୍ୟ ଘଟିଛି। ତେଣୁ 'ଗଂଜପା' କୁ ମୋଗଲ୍ ଓ ୟୁରୋପୀୟ କଳା ର ମିଶ୍ରଣ ବୋଲି କେହି କେହି ବିଚାର କରନ୍ତି। ୪. ବଂଗଳା ର ବିଷ୍ଣୁପୁର ଶାସକ ମାନେ ଦଶାବତାର ଓ ଦିଗପାଳ 'ଗଂଜପା' ପ୍ରବର୍ତନ କରିଥିଲେ। ତେବେ ପୁରୀ ଚିତ୍ରକର ପରମ୍ପରାରେ ଦଶାବତାର ଓ ଦିଗପାଳ 'ଗଂଜପା' କେମିତି ଆସିଲା ତାର ଐତିହାସିକ ସୁତ୍ର ଏଯାଏ ଖୋଜା ଯାଇପାରିନାହିଁ। ୫. ଗୋଟେ 'ଗଂଜପା' ସାର ବା ସେଟ୍ ରେ ୯୬/୧୨୦/୧୪୪ ଟି ଚକି ରହିଥାଏ। ପ୍ରତ୍ୟେକ ସାର ରେ ରଂଗଭେଦ ମଧ୍ୟ ଅଲଗା। ଆଠରଂଗୀ, ଦଶ ରଂଗୀ, ବାର ରଂଗୀ, ଚୌଦ ରଂଗୀ, ଷୋହଳ ରଂଗୀ ଓ କୋଡିଏ ରଂଗୀ 'ଗଂଜପା' ସବୁ ରଂଗ ଦୃଷ୍ଟିରୁ ନିଆରା । ୬. ରଘୁରାଜ ପୁର ଓ ଗଂଜାମ ରେ ଦଶାବତାର 'ଗଂଜପା' ଅଧିକ ପ୍ରଚଳିତ ଥିବା ବେଳେ ସୋନପୁର 'ଗଂଜପା' ରେ ରାମାୟଣ ର ରାମ ରାବଣ ଯୁଦ୍ଧ କୁ ପ୍ରଦର୍ଶିତ କର ଯାଇଥାଏ। ସୋନପୁର୍ 'ଗଂଜପା' ରାମ, ରାବଣ, ଇନ୍ଦ୍ରଜିତ ଓ ମାଂକଡ ନକ ରଂଗ ଅଲଗା ଅଲଗା। ୭. 'ଗଂଜପା' ଚକି ଓ ରଂଗ ତିଆରି ର ନିର୍ଦିଷ୍ଟ ଦେଶୀ ପ୍ରକ୍ରିୟା ରହିଛି। କପଡା ରେ ତେନ୍ତୁଳି ମଣ୍ଡ ଓ ଅଠା ଦେଇ ଚକି କୁ ଟାଣ କରାଯାଏ। ସେହିପରି ଗୁଗୁଲ, ହରିତାଳ, ଅଂଗାର,ପଥର,ମାଟି,ପୋଡାପତ୍ର ଓ ଶୁଖିଲା ପତ୍ର ଗୁଣ୍ଡ ରୁ ରଂଗ ତିଆରି କରାଯାଏ। ୮. ସମୟକ୍ରମେ 'ଗଂଜପା' କ୍ରୀଡାର ଆଦର କମି ଆସୁଛି। ଏହାର ଖେଳାଳୀ ଓ ରସିକଂକ ସଂଖ୍ୟା ମଧ୍ୟ କମି କମି ଆସୁଛି। ତେଣୁ 'ଗଂଜପା' ର ଅଂକନ ଶୈଳୀ ରେ ପରିବର୍ତନ ଆସୁଛି। ଏବେ ବିଦେଶୀ ଗ୍ରାହକଂକୁ ଆକର୍ଷିତ କରିବା ଲାଗି "ବନ୍ଧ ଗଂଜପା" ତିଆରି କରାଯାଉଛି। କାମ ସୂତ୍ର ରେ ରହିଥିବା ଚୌଶଠି ବନ୍ଧ ଏଥିରେ ଅଂକିତ ହୁଏ। ୯. ସମ୍ପ୍ରତି ସୋନପୁର୍ 'ଗଂଜପା' ର କୁଶଳୀ କାରିଗର ମାନେ ପ୍ରାୟ ଆଉ ନାହାନ୍ତି। ବିଶିଷ୍ଟ ଶିଳ୍ପୀ ଜ୍ଞାନୀ ମହାରଣ ନକ ପରେ ନୁଆ ପିଢି ର ବିଶେଷ ଆଗ୍ରହ ଆଉ ନାହିଁ। 'ଗଂଜପା' ତିଆରି ଲାଗି ଯେତିକି ଶ୍ରମ ଓ ସମୟ ଦେବାକୁ ହୁଏ ସେ ତୁଳନାରେ ଚିତ୍ରକରକୁ ସେତିକି ମୂଲ୍ୟ ମିଲେ ନାହିଁ। ଅର୍ଥନୈତିକ ଦୃଷ୍ଟିରୁ ଲାଭ ନ ମିଳିଲେ ଯୁବ ପିଢି ଏହାକୁ ଶିଖିବେ କାହିଁକି? ୧୦. ପାରମ୍ପରିକ କଳା ଓ କୌଳିକ ଦକ୍ଷତା ଭାବରେ ଏହାକୁ ବିକଶିତ କରି 'ଗଂଜପା' ର ବଜାର ସୃଷ୍ଟି କରା ଯାଇ ପାରିବ। ଏହି ଲୁପ୍ତ ପ୍ରାୟ ଚିତ୍ରକର ପରମ୍ପରାର ସୁରକ୍ଷା ଲାଗି ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି। ଓଡିଶା ଡଟ କମ
<urn:uuid:f7427199-c517-4288-92d5-2552986a1c78>
CC-MAIN-2017-39
http://www.odisha.com/archives/tag/%E0%AC%B8%E0%AC%BE%E0%AC%B0
2017-09-22T15:28:06Z
s3://commoncrawl/crawl-data/CC-MAIN-2017-39/segments/1505818688997.70/warc/CC-MAIN-20170922145724-20170922165724-00552.warc.gz
ory
0.999892
Orya
171
{"ory_Orya_score": 0.9998916387557983}
-: ପୂର୍ବରୁ :- ବୀରେଇ ତ ଘରକୁ ଡାଙ୍ଗୁଆ ମଣିଷ, ବର କନ୍ୟାକୁ ବନ୍ଦାଇ ନେଉଛି କିଏ ? ବୀରେଇ ଖୁଡ଼ୀ, ମାଉସୀ, ଅପା ପାଞ୍ଚଜଣ ଏହିଅଙ୍କୁ କହି ଆସିଥିଲା । ଅଡ଼କରାରେ ଗାଁ ମାଇକନିଆମାନେ ବି ଧାଇଁ ଆସି ବିରେଇ ଘରେ ଭର୍ତ୍ତି ହୋଇ ଯାଇଛନ୍ତି । କନ୍ୟାଟି ଦୋଳମୁକୁଟ ମୁଣ୍ଡରେ କଜଳପାତିଟି ଧରି ନଇଁ ନଇଁ ଆଗରେ ଚାଲିଛି, ଖିଲକାତିଟିଏ ନଡ଼ିଆଟିଏ ଧରି ବର ପଛରେ । ଭଣ୍ଡାରୁଣୀଟା ଆଗେ ଦେଖି ପକାଇଲା, କନ୍ୟାର ପେଟଟା ବାହାରି ପଡ଼ିଛି, ନସରପସର ହୋଇ ଚାଲୁଛି, ଭଲ କରି ଚାଲି ପାରୁନାହିଁ । ଭଣ୍ଡାରୁଣୀ ଆଉ ପାଞ୍ଚ ମାଇକିନିଆଙ୍କ ବାହୁ ଟିପି ଦେଇ ଖାଇଲା ହାତ ଆଙ୍ଗୁଳି ବଢ଼ାଇ କ'ଣ ଦେଖାଇ ଦେଲା । ସବୁ ଅହିଅଯାକ କନ୍ୟାକୁ ଛାଡ଼ି ଅଲଗା ହୋଇଗଲେ, ଟୋକୀଗୁଡ଼ାକ ହସି ହସି କେହି ହାୟ ହାୟ କରି ଆପଣା ଘରକୁ ପଳାଇ ଗଲେ । କେହି କହୁଥାଏ ପାଞ୍ଚ ମାସ, ଜାଣିବା ମାଇକିନିଆମାନେ ଠିକ୍ କରିନେଲେ, ସାତ ମାସରୁ ଊଣା ନୁହେଁ । ହାମଦରଦୀ ମାଉସୀ ପିଉସୀମାନେ ଘରକୁ ଯାଇ କାନ୍ଦିବାକୁ ବସିଗଲେ । ହାୟ ! ହାୟ ! ଛୁଆଟା ଅଭିଆଡ଼ା ଥିଲା ତ ଥିଲା, ସର୍ବସ୍ୱ ସାରି ସାତପୁରୁଷକୁ ନରକକୁ ଦେଲା । ଘର ଶୂନଶାନ, ବୀରେଇ ଗାଲରେ ହାତ ଦେଇ କାନ୍ଥକୁ ଆଉଜି ବସିଛି । କମଳୀ କବାଟ ଉହାଡ଼ରୁ ଜିଭରେ ଚୁଁ-ଚୁଁ କରି ବୀରେଇକୁ ହାତ ଠାରି ପାଖକୁ ଡାକିଲା । ପେଟ ଉପରେ ମୁଣିଏ ଟଙ୍କା, ତା' ଉପରେ ଯୋଡ଼ାଏ ବେଢ଼ାଣ ଖଦୀ କଷି ଗୁଡ଼ିଆ ହୋଇଛି, ଫିଟାଇ ପକାଇ ଝଣ କରି ଥଳିଟା ତଳେ ପକାଇ ଦେଲା । ବୀରେଇ ଯେମନ୍ତର ସ୍ୱପ୍ନ ଦେଖୁଛି ସ୍ୱର୍ଗର ଦେବୀଟିଏ ଓହ୍ଲାଇ ଆସିଲେ । ପଚାରିଲା, ଏ କ'ଣ ? କମଳୀ କହିଲା, "ଏ ତୁମ ଟଙ୍କା, ବଳଦ ଗାଈ ପାଣ୍ଠି ପଲାଣ ଯାହା ବିକିଛ, ଟଙ୍କା ଦେଇ ଆଗେ ଫେରାଇ ଆଣ, ତା' ବାଦେ ଏ ଘରେ ପାଣି ଛୁଇଁବି ।" ବୀରେଇ ଗଣି ଦେଖିଲା, ପୁରା ହଜାରେ ଟଙ୍କା । ପଚାରିଲା, ଆଉ ତିନିଶ କ'ଣ ? କମଳୀ କହିଲା, "ଦୁଇ ଅପାଙ୍କୁ ବିକି ଯେ ଟଙ୍କା ବାପା ପାଇଥିଲା, ଦଶମାଣ ବିଲ କିଣିଛି, ବାକି ତିନିଶ ଅଛି । ଅପାମାନେ ବଡ଼ ଦୁଃଖରେ ଅଛନ୍ତି, ଏତକ ଟଙ୍କା ଉଛୁଣିକା ସେମାନଙ୍କ ପାଖକୁ ପଠାଇ ଦିଅ ।" ଉପର ଓଳି ଗାଁ ଗୋହିରୀ ମଝିରେ ରାଘବ ପାତ୍ରେ ଡକା ପକାଇ ବାୟା ପରି ଧାଇଁଛନ୍ତି । ବୀରେଇ ଦୁଆରେ ଡକା ପକାଇ ପରସ୍ତେ ଗଡ଼ିଲେ, ଖାଲି କହୁଛନ୍ତି, କମଳୀ ମୋ ବେକରେ ଛୁରୀ ମାରିଲୁ, ମୋ ଟଙ୍କା ଦେ । କମଳୀ କହିଲା, "ବାପା ! ତୋର କି ଟଙ୍କା ? ମୋ ଟଙ୍କା ମୁଁ ଆଣିଛି ।" ଗାଁ ଲୋକେ ଶୁଣି ଧାଇଁଲେ । ସେମାନେ ରାଘବ ପାତ୍ର ଉପରେ ଆଗରୁ ବଡ଼ ଖପା ହୋଇଥିଲେ । ତିନି ତିନିଟା ଝିଅ ତିନି ହଜାରରେ ବିକିଲା, ସେମାନଙ୍କ ମୁହଁରେ ମୁଢ଼ି ଗୁଣ୍ଡିଟାଏ ବି ବାଜି ନାହିଁ । ବିଭାବେଳେ ନାନ୍ଦୀମୁଖୀ ଆଉ ତିଳକାଞ୍ଚନ ଦକ୍ଷିଣା ବିଷୟରେ ପୁରୋହିତଙ୍କ ସାଙ୍ଗରେ କିଛି ବୋଲାବୋଲି ହୋଇଥିଲା । ସେ ତ ଆଗରୁ ନିଆଁ ହୋଇଥିଲେ । ପହଞ୍ଚିଯାଇ ହୁକୁମ ଦେଲେ, ମାର ଚଣ୍ଡାଳ ମାଉଁସବିକାକୁ । ପାତ୍ରେ ଦେଖିଲେ ଗ୍ରାମ ଲୋକେ ସମସ୍ତେ ମାର ମାର କହି ଧାଇଁଛନ୍ତି, ତାଙ୍କ ପଟକୁ କେହି ନାହିଁ । ଯୋଡ଼ାଏ ତିନିଟା ଧକା ବିଧା ଚାପୁଡ଼ା ବି ବାଜିଗଲାଣି । ଟଙ୍କା ମାଗିବେ କ'ଣ, ଘରମୁହାଁ ଧାଇଁଛନ୍ତି । ପିଲାଗୁଡ଼ାକ ହାତତାଳି ଦେଇ ପଛରେ ଧାଇଁଛନ୍ତି, ପାତ୍ରଙ୍କ ଉପରେ ଢେଲା ଧୂଳି ବୃଷ୍ଟି ହେଉଛି, ତିନି ଜାଗା ହାବୁଡ଼ି ପଡ଼ି ଆଣ୍ଠୁ ଗଣ୍ଠି ଛିଡ଼ିଗଲାଣି । ପାତ୍ରଙ୍କୁ ଦିନବେଳେ ଆଉ କେହି କେବେ ଗାଁ ଦାଣ୍ଡରେ ଦେଖିନାହିଁ । କମଳୀ ନାମରେ ଧନ୍ୟ ଧନ୍ୟ ପଡ଼ିଗଲା । ବୀରେଇ ବାହାରି ଆସିବା ଦିନଠାରୁ ମାମୁଁ, ମାଇଁ ବଡ଼ ବେହାଲରେ ପଡ଼ିଲେଣି । ଆଗେ ବୀରେଇ ଡରରେ ଚଣ୍ଡୀ ଗୋଠରୁ ଗୋରୁ ବା ମରେଇରୁ ଧାନ ଲୁଚା ଚୋରା କରି ବିକୁଥିଲା, ଏବେ ଡାକଫୁକାର ଦିନବେଳେ ବିକି ଦେଉଛି । ବାପ ମା' କିଛି କହିଲେ ବାଡ଼େଇବାକୁ ଧାଏଁ, ସେମାନେ ଡରରେ କିଛି କହି ପାରନ୍ତି ନାହିଁ । ପୁଅଟା କଥା କାହାକୁ ବା କହିବେ, ତୁନି ହୋଇ ପଡ଼ିଥାନ୍ତି । ବର୍ଷ ଦୁଇଟା ଭିତରେ ଅଢ଼େଇ ବୋଡ଼ିଆ ପଲଟାରେ ଛଡ଼ା ଲାଞ୍ଜ ଖଣ୍ଡେ ବି ନାହିଁ । ଗଛ ପରି ତିନିଟା ମରେଇ ଝାଡ଼ଝୁଡ଼ । ଏଣେ ଚାଷଟା ବି ସେହିପରି । ଶ୍ୱାସ ବେମାରିଟା ପାତ୍ରଙ୍କୁ ବଳି ପଡ଼ିଲାଣି, ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ବିଲବାଡ଼ି ଯିବେ କ'ଣ ? ଚଣ୍ଡୀ ତ ମୌଜରେ ଲାଗିଛି, ବିଲକୁ ଯିବ କ'ଣ ? ଚାଷଗୁଡ଼ିକ ମୂଲିଆଙ୍କ ଜିମା, ମୂଲିଆ ଦଶ ଗୌଣୀ ବୁଣିବାକୁ ଘେନିଗଲେ ତ ପାଞ୍ଚଗୌଣୀ ପଡ଼ିଲା ବିଲରେ, ଆଉ ପାଞ୍ଚ ଗୌଣୀ ମୂଲିଆଣୀର ଢେଙ୍କିଶାଳରେ । ପାତ୍ରଙ୍କ ପାଖରୁ ମୂଳ ନେଇ ଆପଣାର ବିଲ ବାଛି ଯା'ନ୍ତି । ଏଥିରୁ ଯାହା ଚାଷ ହେବ, ସମସ୍ତଙ୍କୁ ଜଣା । ବୋଇଲା- ଆପେ ଚଷିବୁ ପୂରା ଚାଷ ଛତା ଯୋତା ଅଧା ଚାଷ, ମୂଲିଆ ଚାଷ ଫସରଫାସ । ଯେ କେତେ ପୁଞ୍ଜା କଳେଇ ଖଳାକୁ ଆସେ, ଖଜଣାକୁ ନିଅଣ୍ଟ । ଏତିକିବେଳେ କ'ଣ ହେଲା କି ଗାଁରୁ ଢେର୍ ବଳଦ ଗାଈ ଚୋରି ଗଲା । ଆଜି ଶୁଣାଗଲା ଶାମଲ୍ ଘର ବଳଦ ଚୋରି ତ, କାଲି ପରିଡ଼ା ଘର ଯୋଡ଼ାଏ ଗାଈ ମିଳୁନାହାନ୍ତି । ମାସ ଛଅଟା ମଧ୍ୟରେ ଦଶ ପାଞ୍ଚ ଗଣ୍ଡା ଗୋରୁ ଚୋରି ଗଲାଣି । ଗାଁଯାକ ଡକା ପଡ଼ିଗଲା । ଚୋର ଧରିବା ଲାଗି ଗାଁଯାକ ତୁନି ତୁନି ବିଚାର କରି ଛକଛାକରେ ରହିଗଲେ । ଦିନେ ଅଧରାତି ବେଳେ ପାଣ୍ଡିଆ ପାତ୍ର ପୁଅ ଚଣ୍ଡିଆ ଆଉ ଚାରି ଜଣ ବାଉରି ଟୋକା ଯୋଡ଼ାଏ ବଳଦ ବାନ୍ଧି ଘେନି ବିଲ ମଝିରେ ଯାଉଥିଲେ, ଗୋଟାଏ ଲୋକ କୁହାଟଟାଏ ମାରିଦେଲା, କୋଡ଼ିଏ ତିରିଶ ଜଣ ଚାରି ପଟରୁ ବେଢ଼ି ଗଲେ । ଆଉ ଚୋର କାହିଁ ଯିବେ । ଲଙ୍ଗଳ ଦଉଡ଼ାରେ ବାହୁକୁ ବାହୁ ଛନ୍ଦି କାଠମୁଠିଆ କରି ବାନ୍ଧି ପକାଇଲେ । ମାଡ଼ ତ ମାଡ଼, ଚୋରଗୁଡ଼ାଙ୍କ ଚେତା ବୁଡ଼ିଗଲାଣି । ଚୌକିଆ ଗୋରୁ ସହିତ ଚୋରମାନଙ୍କୁ ଥାନାକୁ ଘେନିଗଲା । ଚୋର ମା' ଲାଜରେ ନ କାନ୍ଦେ, ପାତ୍ର ପାତ୍ରାଣୀ ବୁଢ଼ା ବୁଢ଼ୀ ଯୋଡ଼ିକ କବାଟ ଦେଇ ଘର ଭିତରେ ଧକେଇ ଧକେଇ କାନ୍ଦୁଛନ୍ତି । ଗାଁ ଗୋଟାକ ବାଡ଼େ, ହେଲେ ବୀରେଇ ମାମୁଁ ମାଇଁଙ୍କର ବିକଳ ସହିପାରିଲା ନାହିଁ । ସହର କଚେରିକୁ ଧାଇଁଲା, ଟାଣୁଆ ଟାଣୁଆ ଓକିଲ ମୁକ୍ତାର ଯୋଡ଼ାଏ ଦେଲା, ଖୁବ୍ ଲଢ଼ିଲା । ଚମାଲ ଗ୍ରେପ୍ତାର, ଆଉ କ'ଣ ରକ୍ଷା ଅଛି, ଚଣ୍ଡିଆର କଠିନ ପରିଶ୍ରମ ସହିତ ମିଆଦ ଦେଢ଼ ବର୍ଷ । ବିପଦ ଯେ ସଞ୍ଜୁଆ ଅନ୍ଧାରପରି ଚାରି ଆଡୁ ମାଡ଼ି ଆସେ । ଚଣ୍ଡୀ ବିଭାଘରକୁ ପାତ୍ରେ ମଧୁସାହୁ ମହାଜନକୁ ଗୁଜା ଲେଖିଦେଇ ପାଞ୍ଚଶ ଟଙ୍କା କରଜ ଆଣିଥିଲେ । ପାତ୍ରଙ୍କ ମରେଇରେ ଢେର ଧାନ ଥିଲା, ପାତ୍ରେ ସେ ଧାନ ବିକିଦେଇ ଦେଣା ଶୁଣିବାକୁ ବସିଥିଲେ, ପାତ୍ରାଣୀ କରିବାକୁ ଦେଲେ ନାହିଁ । କହିଲେ, ବିରେଇ ବିଲରୁ ଯେ ଧାନ ଆସିବ, ଅଲଗା ଅଲଗା ଖଳା ମୁଣ୍ଡରେ ବିକି ଦେଇ ଦେଣା ଶୁଝା ହେବ । ବୀରେଇ ତ ତାହାର ବିଲ ଘେନିଗଲା, ଚାଷରୁ ତ ଧାନ ମିଳିଲା ନାହିଁ, ଦେଣାଟା ବଢ଼ିଗଲା । କଳନ୍ତର ଆଗରେ ଘୋଡ଼ା ଦଉଡ଼ି ପାରେ ନାହିଁ । ମହାଜନ ମୂଳ କଳନ୍ତର ମାମଲା ଖର୍ଚ୍ଚା ବାରଶ ଟଙ୍କାତକ ଡିଗ୍ରୀ କରି ରଖିଥିଲା, ଏତିକିବେଳେ ପାତ୍ରଙ୍କ ଘରଦୁଆର ସହିତ ବିଲବାଡ଼ି ନିଲାମ କରି ନେଇ ପାତ୍ର ପାତ୍ରାଣୀଙ୍କୁ ଘରୁ କାଢ଼ି ଦେଲା । ମଳିଆ ଚିରକୁଟ ଲୁଗା, ଦେହରେ ଅଧଆଙ୍ଗୁଳିଏ ବହଳ ମଳି, ଖଡ଼ିଗାର କାଟି ଯାଉଛି । ଗେଧ ଗେଧୁଣି ପରି ଯୋଡ଼ାକଯାକ ଦଣ୍ଡ ବରଗଛ ମୂଳରେ ପଡ଼ିଛନ୍ତି । ବୀରେଇ ଶୁଣି ଧାଇଁଲା । ଦେଖିଲା, ମାଇଁର ଚେତା ନାହିଁ, ମାମୁଁ ବେକ ଭାଙ୍ଗି ଆଣ୍ଠୁ କୁଣ୍ଢେଇ ବସିଛନ୍ତି । ବୀରେଇ କାହାରିକୁ କିଛି ନ କହି ମାଇଁକୁ ଲାଉ କଲା, ମାମୁଁ ହାତ ଧରି ଧୀରେ ଧୀରେ ଆପଣା ଘରକୁ ଘେନି ଆସିଲା । ବୀରେଇ କମଳୀ ଦୁଇ ଜଣ ଦୁଇ ଗିନା ତେଲ ଲଗାଇ ଦେଇ ଦୁଇଜଣଙ୍କୁ ଗାଧୁଆ ପାଧୁଆ କରାଇ ଦେଇ ଦୁଇଖଣ୍ଡ ଧୋବ ଲୁଗା ପିନ୍ଧାଇ ଦେଲେ । ମାଇଁ ତଣ୍ଟିରେ ଭାତ ଗଳୁ ନାହିଁ । କମଳୀ ଅଧସେରେ ସରିକି ଦୁଧରେ ମୁଠାଏ ଭାତ ଚକଟି ପିଆଇ ଦେଲା ।
<urn:uuid:76738532-2bc7-47c6-bc82-d0c7b5d0e3d3>
CC-MAIN-2017-39
http://www.ameodia.com/odia-kathaa/odia-story/odia-story-beerei-bishaal-4-fakir-mohan-senapati/
2017-09-25T04:15:03Z
s3://commoncrawl/crawl-data/CC-MAIN-2017-39/segments/1505818690318.83/warc/CC-MAIN-20170925040422-20170925060422-00072.warc.gz
ory
0.99995
Orya
6
{"ory_Orya_score": 0.9999504089355469}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଫେବୃଆରୀ ୧୫(ଓଡ଼ିଶା ଡ଼ଟ୍ କମ୍)-ପୁରୀ ବେଳାଭୂମିରେ ସିଆରଜେଡ୍ ରେ ଖୋଲା ଉଲଂଘନ ଓ ୩୦୦ରୁ ଅଧିକ ବେଆଇନ କୋଠା ନିର୍ମାଣ ଅଭିଯୋଗ ଉପରେ ମୁଖ୍ୟଶାସନ ସଚିବଙ୍କୁ ମାନ୍ୟବର ଜାତୀୟ ମାନବାଧିକାର କମିସନ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ସଂଗଠନ 'ଇଣ୍ଡିଆ ମିଡିଆ ସେଣ୍ଟର' ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ସିଆରଜେଡ୍ ସର୍ତ ଓ ପରିବେଶ ଆଇନକୁ ପୁରୀ ବେଳାଭୂମିରେ ଖୋଲାଖୋଲି ଉଲଂଘନ କରାଯାଇଛି । ବେଆଇନ ଭାବେ ଗଢି ଉଠିଛି ୩୦୦ରୁ ଅଧିକ ଛୋଟ ବଡ ହୋଟେଲ୍ ଓ ଲଜ୍ । ଏଥିରୁ ନିର୍ଗତ ଅପରିସ୍କାର ଜଳ ଓ ବର୍ଯ୍ୟବସ୍ତୁ ସମୁଦ୍ରରେ ହିଁ ପଡୁଛି । ଯାହା ଫଳରେ ଅନେକ ସ୍ଥାନରେ ସମୁଦ୍ର ପାଣି ଅପରିସ୍କାର ହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ପ୍ରଦୁଷଣ ନିୟମକୁ ଏମାନେ ତିଳେ ହେଲେ ଖାତିର କରୁନାହାନ୍ତି । ସିଆର୍ଜେଡ୍ ଆଇନରେ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ବେଳାଭୂମି ନିକଟରେ ଥିବା ହୋଟେଲ୍ ଗୁଡିକ ତାଙ୍କ ପରିସରରେ ବର୍ଯ୍ୟବସ୍ତୁ ପରିଚାଳନା ପ୍ଲାଂଟ୍ ସ୍ଥାପନ କରିବେ । କିନ୍ତୁ ପୁରୀର ଅଧିକାଂଶ ହୋଟେଲ୍ ସମୁଦ୍ରକୁ ହିଁ ନର୍ଦ୍ଧମା ଭାବେ ବ୍ୟବହାର କରୁଛନ୍ତି । ଏହା ଯୋଗୁଁ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ରହିଛି ଓ ବିଭିନ୍ନ ରୋଗମାନ ଦେଖାଦେଉଛି । ଅନେକ କ୍ଷେତ୍ରରେ ବେଳାଭୂମିକୁ ବ୍ୟକ୍ତି ଓ ବ୍ୟବସାୟିକ ସଂସ୍ଥା ଜବର ଦଖଲ କରିଛନ୍ତି । ଯାହା ଫଳରେ ସମୁଦ୍ର ବେଳାଭୂମିକୁ ଖାଇବାରେ ଲାଗିଛି । ଏଭଳି ସି' ଇରୋଜେନ୍ ପୁରା ପୁରୀ ସହର ପ୍ରତି ବିପଦ ସୃଷ୍ଟି କରିଛି । ସରକାର ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ କରୁନଥିବାରୁ ସିଆରଜେଡ୍ ଓ ପରିବେଶ ଆଇନଉଲଂଘନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସରକାର ଏ ଦିଗରେ ଆନ୍ତରିକତାର ସହ କାର୍ଯ୍ୟକରୁନହାନ୍ତି । ବେଆଇନ ଭାବେ ନିର୍ମାଣ କରାଯାଇଥିବା କୋଠାଗୁଡିକୁ ଭାଙ୍ଗିବା ଲାଗି ସରକାର ସାହାସ କରୁନାହିଁ । ବେଆଇନ ନିର୍ମାଣ ହୋଇଥିବା କୋଠାକୁ ଭାଙ୍ଗିବା ସହ ଏଭଳି ନିର୍ମାଣ କରି ପରିବେଶକୁ ଦୂଷିତ କରିଥିବା ସଂସ୍ଥାଗୁଡିକ ଉପରେ ସର୍ବନିମ୍ନ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇବାକୁ ଏନଏଚଆରସିଙ୍କୁ ନିବେଦନ କରାଯାଇଥିଲା ବୋଲି ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର କହିଛନ୍ତି । ସିଆର୍ଜେଡ୍ ଓ ପରିବେଶ ନିୟମ ଉଲଂଘନ କରି ଏଠାରେ ନିର୍ମାଣ ହୋଇଥିବା ହୋଟେଲ୍ ଓ ଲଜ୍ ଗୁଡିକ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କମିସନ ନୋଟିସ୍ ଜାରି କରି ନିଦେ୍ର୍ଧଶ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ଡ଼ଟ୍ କମ୍
<urn:uuid:e0ad8b9e-3336-48cd-a06b-4e08f91a5761>
CC-MAIN-2017-39
http://www.odisha.com/archives/tag/%E0%AC%AA%E0%AD%8D%E0%AC%B0%E0%AC%A6%E0%AD%81%E0%AC%B7%E0%AC%A3-%E0%AC%A8%E0%AC%BF%E0%AD%9F%E0%AC%AE
2017-09-25T04:34:49Z
s3://commoncrawl/crawl-data/CC-MAIN-2017-39/segments/1505818690318.83/warc/CC-MAIN-20170925040422-20170925060422-00072.warc.gz
ory
1.000003
Orya
33
{"ory_Orya_score": 1.0000032186508179}
କ୍ୟାନସର ବିରୁଦ୍ଧରେ ବୈଜ୍ଞାନିକମାନେ ଲଢ଼େଇ ଜାରି ରଖିଛନ୍ତି। ସବୁ ପ୍ରକାର କ୍ୟାନସର ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗବେଷଣା। ଏଭଳି ଏକ ସ୍ଥିତିରେ ଜନ୍ ହପ୍କିନ୍ସ ବିଶ୍ୱବିଦ୍ୟାଳୟର ଏକ ବୈଜ୍ଞାନିକ ଟିମ୍ ପ୍ରଥମ ଥର ପାଇଁ କାହିଁକି କ୍ୟାନସର ଶରୀରରେ ବ୍ୟାପେ ସେ ବିଷୟରେ ଗବେଷଣା କରି ଜାଣିପାରିଛନ୍ତି। କ୍ୟାନସରକୁ କିପରି ବ୍ୟାପିବାକୁ ଦିଆ ନ ଯିବ ସେ ନେଇ ବି ସେମାନେ ଗବେଷଣା କରି ଜାଣିପାରିଛନ୍ତି। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ୯୦ ପ୍ରତିଶତ କ୍ୟାନସର ଜନିତ ମୃତ୍ୟୁ କ୍ୟାନସର ସେଲ୍ ବା କର୍କଟ କୋଷ ତା'ର ମୂଳ ସ୍ଥାନରୁ ଭାଙ୍ଗି ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିବା ଯୋଗୁଁ ହୋଇଥାଏ। କ୍ୟାନସରକୁ ଶରୀର ମଧ୍ୟରେ ବ୍ୟାପିବାକୁ ନ ଦେବାକୁ ଏଯାଏଁ କୌଣସି ଔଷଧ ବାହାରି ନାହିଁ। କ୍ୟାନସର ଶରୀରରେ ବ୍ୟାପିବା ପ୍ରକ୍ରିୟାକୁ ଡାକ୍ତରୀ ଭାଷାରେ ମେଟାଷ୍ଟାସିସ୍ କୁହାଯାଏ। ଏହି ଗବେଷଣାରୁ ଜଣାପଡ଼ିଛି ଯେ ଯେତେବେଳେ କ୍ୟାନ୍ସର କୋଷିକା ଅଧିକ ବଡ଼ ହୋଇଯାଏ ଏହା ଦୁଇଟି ପ୍ରୋଟିନ୍ କୋଷ ନିଃସୃତ କରିଥାଏ ଯାହା ଅନ୍ୟ ସେଲ୍ଗୁଡ଼ିକୁ ସ୍ଥାନ ଛାଡ଼ିବାକୁ ସ୍ପଷ୍ଟ ବାର୍ତ୍ତା ଦିଅନ୍ତି। ଏହା ହେତୁ କ୍ୟାନସର କୋଷିକା ଭାଙ୍ଗି ଥାଏ ଓ ରକ୍ତ ଦ୍ୱାରା ପ୍ରବାହିତ ହୋଇ ଶରୀରର ଅନ୍ୟ ସ୍ଥାନକୁ ଯାଇ ସେଠାରେ ନିଜକୁ ବୃଦ୍ଧି କରେ। ତେଣୁ କ୍ୟାନସର ଶରୀରର ଗୋଟିଏ ସ୍ଥାନରୁ ବିଭିନ୍ନ ସ୍ଥାନକୁ ବ୍ୟାପେ। ଏହି ଗବେଷକ ଟିମ୍ ଶରୀର ମଧ୍ୟରେ ଗୋଟିଏ ଅଂଶରୁ ଅନ୍ୟ ଅଂଶକୁ ସ୍ଥାନାନ୍ତରଣ ହେଉଥିବା କ୍ୟାନସର୍ କୋଷିକାର ପ୍ରବାହ ବନ୍ଦ କରିବାକୁ ଔଷଧ ବାହାର କରିଛନ୍ତି। ତେବେ ଏହା ପ୍ରଥମେ ପଶୁଙ୍କ ଉପରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ଯଦି ଗବେଷକ ଟିମ୍ ଏଥିରେ ସଫଳ ହୁଅନ୍ତି ତେବେ କ୍ୟାନସର୍ ଗବେଷଣା କ୍ଷେତ୍ରରେ ନୂଆ ଆଶା ସଂଚାର ହେବ। ୮ ସପ୍ତାହର ଗବେଷଣାରେ ଗବେଷକ ମାନେ ଟୋସିଲଜୁମାବ ଓ ରେପାରାକ୍ସିନ୍ ନାମକ ଔଷଧକୁ ଏକା ସାଙ୍ଗରେ ବ୍ୟବହାର କରିଥିଲେ ଏବଂ ଏହାର ଫଳାଫଳ ମଧ୍ୟ ବେଶ୍ ଚକିତ କରିଥିଲା ଗବେଷକ ଟିମ୍କୁ। ଏହି ଦୁଇଟି ଔଷଧକୁ ଏକାଠି ବ୍ୟବହାର କରାଯିବା ଦ୍ୱାରା କ୍ୟାନସରରେ ପ୍ରାଥମିକ ପର୍ଯ୍ୟାୟରେ ହେଉଥିବା ଟ୍ୟୁମରର ଅଭିବୃଦ୍ଧି ଆପଣାଛାଏଁ ବନ୍ଦ ହୋଇଯାଇଥିଲା। ତା'ସହିତ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କ୍ୟାନସର କୋଷିକାର ପ୍ରବାହ ମଧ୍ୟ ଅପେକ୍ଷାକୃତ କମ୍ ରହିଥିଲା। ଏହା ଗବେଷକଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। ସୌଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ
<urn:uuid:3d2ddc95-2d6f-4ff5-a805-18b5a8e6ef20>
CC-MAIN-2017-39
http://odishareporter.in/or-special/new-research-in-cancer/
2017-09-26T21:40:26Z
s3://commoncrawl/crawl-data/CC-MAIN-2017-39/segments/1505818696696.79/warc/CC-MAIN-20170926212817-20170926232817-00706.warc.gz
ory
1.000002
Orya
4
{"ory_Orya_score": 1.000002384185791}
ଲିଙ୍ଗରାଜ ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି । ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ । ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି । ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି । କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )। ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା । ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି । କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ । ଏହା ସହ ପଢନ୍ତୁ 'ଜୟ କିଶାନ୍'ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ ୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି । ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା । ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା । ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ । ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି । ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା । ୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି । ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ । କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ । ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ । କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି । ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ । ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା । ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା । ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? । ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ? ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ । ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି । ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା । ୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି । ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ । କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ । ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି? ସମତା ଭବନ, ବରଗଡ଼ -୭୬୮୦୨୮ ମୋ: ୯୪୩୭୦୫୬୦୨୯ ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।
<urn:uuid:3a3cf83a-5776-4abb-b951-5f83932b8a4a>
CC-MAIN-2017-39
http://www.odisha.com/archives/23195
2017-09-23T02:15:16Z
s3://commoncrawl/crawl-data/CC-MAIN-2017-39/segments/1505818689413.52/warc/CC-MAIN-20170923014525-20170923034525-00410.warc.gz
ory
1.000005
Orya
102
{"ory_Orya_score": 1.0000052452087402}
ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବିଷ୍ଣୁ ଉପାସକମାନଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ସ୍ଥଳ ରୂପେ ସ୍ମରଣାତୀତ କାଳରୁ ସ୍ବୀକୃତ ହୋଇଆସିଛି। ଏହି ଚରମ ରହସ୍ୟମୟ ବିଗ୍ରହଙ୍କ ଆଦ୍ୟ ସ୍ବରୂପ ଥିଲା ଶ୍ରୀନୀଳମାଧବ ରୂପରେ। ଶ୍ରୀନୀଳ ପର୍ବତରେ ଅଧିଷ୍ଠିତ ଭଗବାନ ଶ୍ରୀନୀଳମାଧବ ସ୍ବର୍ଗର ଦେବତାବୃନ୍ଦ ଓ ଶବରରାଜ ବିଶ୍ୱାବସୁଙ୍କ ଦ୍ୱାରା ଅତ୍ୟନ୍ତ ଗୋପନୀୟ ଭାବେ ଉପାସିତ ହେଉଥିଲେ। ପୁରାଣମାନଙ୍କରେ ବର୍ଣ୍ଣନାରୁ ଜଣାଯାଏ ଯେ ଶ୍ରୀନୀଳାଚଳ କ୍ଷେତ୍ରରେ ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କ ଆବିର୍ଭାବ ପୂର୍ବରୁ ଶ୍ରୀନୀଳମାଧବ ହିଁ ପୀଠ ଦେବତା ବା ପ୍ରଧାନ ଦେବତା ରୂପେ ପୂଜା ପାଉଥିଲେ। ମହାପ୍ରଳୟ କାଳରେ ନୀଳଗିରିରେ ଅକ୍ଷୟ ବଟ ପ୍ରଳୟ ଜଳରେ ନିମଗ୍ନ ହୋଇ ନ ଥିଲା ଏବଂ ସେହି ବୃକ୍ଷର ମୂଳରେ ମହର୍ଷି ମାର୍କଣ୍ଡେୟ ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଏହି ବଟ ବୃକ୍ଷର ପଶ୍ଚିମକୁ ରୋହିଣୀ କୁଣ୍ଡ ଏବଂ ଉତ୍ତରକୁ ଶ୍ରୀନୀଳମାଧବଙ୍କ ଆସ୍ଥାନ ଥିଲା। ସ୍କନ୍ଦ ପୁରାଣର ବର୍ଣ୍ଣନାନୁସାରେ ଶ୍ରୀନୀଳମାଧବଙ୍କ ମୂର୍ତ୍ତି ନୀଳକାନ୍ତ ମଣିରେ ନିର୍ମିତ ଏବଂ ଏହି ବିଗ୍ରହଙ୍କର ଉଚ୍ଚତା ଏକଶୀତି ଅଙ୍ଗୁଳ ବିଶିଷ୍ଟ। ସେ ଏକ ସ୍ପଟିକ ମଣିମୟ ବେଦୀ ଉପରେ ସ୍ବର୍ଣ୍ଣ ପଦ୍ମ ଆସନରେ ଅବସ୍ଥାନ କରୁଥିଲେ। ଶ୍ରୀନୀଳମାଧବଙ୍କ ରୂପ ଅତୀବ ମନୋହର ବୋଲି ଏହି ପୁରାଣରେ ଉଲ୍ଲେଖ ରହିଛି। ଯୁଗଳ ମକର ମୁଖ କର୍ଣ୍ଣ ଭୂଷଣରେ ତାଙ୍କର କର୍ଣ୍ଣ ଶୋଭିତ ଥିଲା। କଣ୍ଠ ଦେଶରେ ମନୋହର ଭୂଷଣ, ଏକ ହସ୍ତରେ ଦକ୍ଷିଣାବର୍ତ୍ତ ଶଙ୍ଖ। ଚତୁର୍ବାହୁ। ବାହୁ ଆଜାନୁଲମ୍ବିତ। ବକ୍ଷ ସ୍ଥଳରେ ଦିବ୍ୟ ହାର। ଗଳାରେ କୌସ୍ତୁଭ ମଣି ହାର, କଣ୍ଠ ଲମ୍ବିତମାଳା ନାଭିଦେଶ ପର୍ଯ୍ୟନ୍ତ ସ୍ପର୍ଶ କରୁଥିଲା। ପରିଧାନ ପୀତ ବସନ ଥିଲା। ଚରଣ ଦ୍ୱୟ ରତ୍ନ ବଳୟରେ ଶୋଭିତ। ହାର, କଙ୍କଣ, କିରୀଟ ପ୍ରଭୃତି ନାନାଦି ରତ୍ନ ଅଳଙ୍କାରରେ ବିଗ୍ରହଙ୍କର ତନୁ ସୁଶୋଭିତ। ଚତୁର୍ବାହୁରେ ଯଥାକ୍ରମେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସମେତ ଏହି ଦିବ୍ୟ କମନୀୟ ବିଗ୍ରହ ଶ୍ରୀନୀଳମାଧବଙ୍କ ପାର୍ଶ୍ୱରେ ଲକ୍ଷ୍ମୀ ସର୍ବବିଧ ଅଳଙ୍କାରରେ ବିଭୂଷିତ ହୋଇ ଭଗବାନଙ୍କ ମୁଖମଣ୍ଡଳକୁ ନୟନ ନିକ୍ଷେପ ପୂର୍ବକ ବୀଣାବାଦନ କରୁଛନ୍ତି।ଶ୍ରୀନୀଳମାଧବ ବିଗ୍ରହଙ୍କ ପଶ୍ଚାତ୍ ଭାଗରେ ଅନନ୍ତ ଦେବ ଫଣା ସମୂହ ଛତ୍ରାକାର କରି ରହିଛନ୍ତି। ଅଗ୍ରରେ ଦେହଧାରୀ ସୁଦର୍ଶନ ବିଦ୍ୟମାନ।ପଶ୍ଚାତ୍ ଭାଗରେ କୃତାଞ୍ଜଳି ପୁଟରେ ପକ୍ଷୀରାଜ ଗରୁଡ଼ ଅବସ୍ଥାନ କରୁଛନ୍ତି ବୋଲି ସ୍କନ୍ଦ ପୁରାଣର ୧୦ମ ଅଧ୍ୟାୟରେ ୧୯ରୁ ୩୭ ଶ୍ଳୋକ ମଧ୍ୟରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି। ପୁନଶ୍ଚ ଏହି ପୁରାଣର ଉଲ୍ଲେଖ ପ୍ରକାରେ କ୍ଷେତ୍ରର ମଧ୍ୟ ସ୍ଥଳରେ ନୀଳଗିରି ଅବସ୍ଥିତ ଏବଂ ଶ୍ରୀନୀଳମାଧବ ନୀଳ ପର୍ବତର ମଧ୍ୟ ସ୍ଥଳରେ ଅକ୍ଷୟ ବଟର ମୂଳଠାରୁ ବାୟୁକୋଣସ୍ଥିତ ରୋହିଣୀ କୁଣ୍ଡର ତୀରରେ ବିରାଜମାନ କରୁଥିଲେ। ଦେବତାମାନେ ପ୍ରତିଦିନ ସ୍ବର୍ଗରୁ ଅବତରଣ କରି ବୃକ୍ଷରାଜିରେ ସୁଶୋଭିତ ଏହି ନୀଳଗିରିରେ ଆବିର୍ଭୂତ ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତ ଦିବ୍ୟ କମନୀୟ ଶ୍ରୀନୀଳମାଧବଙ୍କୁ ସହସ୍ର ଉପଚାରରେ ପୂଜାର୍ଚ୍ଚନା କରୁଥିଲେ। ଦିବ୍ୟ ସୁଗନ୍ଧି ମହାପ୍ରସାଦରେ ଚତୁର୍ଦିଗ ମହମହ ବାସନାରେ ପରିପୂର୍ଣ୍ଣ ହୋଇ ଉଠୁଥିଲା। ସ୍ବର୍ଗରୁ ପାରିଜାତ ପୁଷ୍ପ ଓ ନାନାଦି ପୁଷ୍ପମାଲ୍ୟରେ ଶୋଭିତ ଭଗବାନ ଶ୍ରୀନୀଳମାଧବ ଗୋପନୀୟ ଲୀଳା କରୁଥିଲେ। ସତ୍ୟ ଯୁଗରେ ସୂର୍ଯ୍ୟ ବଂଶୀୟ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମାଳବ ଦେଶର ଅବନ୍ତୀ ନଗରରୀରେ ବାସ କରୁଥିଲେ। ସେ ଜଣେ ପ୍ରଗାଢ଼ ବିଷ୍ଣୁ ଉପାସକ ଥିଲେ। ଦିନେ ରାଜ ସଭାରେ ଜଣେ ତୀର୍ଥ ପର୍ଯ୍ୟଟକ ତପସ୍ବୀଙ୍କଠାରୁ ଶୁଣିବାକୁ ପାଇଥିଲେ ଯେ ଉତ୍କଳ ପ୍ରଦେଶର ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ସ୍ବୟଂ ଭଗବାନ ବିରାଜମାନ ହୋଇଛନ୍ତି। ପ୍ରଜାପାଳକ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମନରେ ଶ୍ରୀବିଷ୍ଣୁଙ୍କର ଆରାଧନା ନିମିତ୍ତ ଆଗ୍ରହ ଉପୁଜିଥିଲା। ମହାରାଜା ଇନ୍ଦ୍ରଦ୍ୟୁମ୍ନ ବହୁ ସୈନ୍ୟ, ସାମନ୍ତ, ପାରିଷଦ ବର୍ଗଙ୍କ ସହ ଉତ୍କଳ ପ୍ରଦେଶକୁ ଆଗମନ ପୂର୍ବକ ଶ୍ରୀନୀଳମାଧବ ମୂର୍ତ୍ତିଙ୍କ ଦର୍ଶନ ପାଇଁ ନୀଳାଚଳ କ୍ଷେତ୍ରରେ ପହଞ୍ଚତ୍ ଥିଲେ। କିନ୍ତୁ ସେତେବେଳକୁ ଶ୍ରୀନୀଳମାଧବ ମୂର୍ତ୍ତି ଅନ୍ତର୍ଦ୍ଧାନ ହୋଇଯାଇଥିବା କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ ଅତ୍ୟନ୍ତ ଦୁଃଖିତ ତଥା ମ୍ରିୟମାଣ ହୋଇ ପଡ଼ିଥିଲେ। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବର୍ଣ୍ଣିତ ତଥ୍ୟ ପ୍ରକାରେ କଳ୍ପର ଅନ୍ତିମ ଭାଗରେ ହଠାତ୍ ଦକ୍ଷିଣ ମହୋଦଧିର ତୀର ଭାଗରୁ ପ୍ରବଳ ବେଗରେ ଝଡ଼ ବତାସ ପ୍ରବାହିତ ହେବା ଦ୍ୱାରା ସ୍ବର୍ଣ୍ଣ ବାଲୁକା ରାଶିରେ ପ୍ରଭୁ ଶ୍ରୀନୀଳମାଧବ ଅନ୍ତର୍ହିତ ହୋଇଯାଇଥିଲେ। ଇନ୍ଦ୍ରଦ୍ୟୁମ୍ନଙ୍କ କରୁଣ ପ୍ରାର୍ଥନା ଓ ଭକ୍ତି ଭାବରେ ସନ୍ତୁଷ୍ଟ ହୋଇ ଭଗବାନ ଆକାଶବାଣୀ ଜରିଆରେ କହିଥିଲେ, 'ହେ ରାଜନ୍! ଶ୍ରୀନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ମଧ୍ୟ ତୁମ୍ଭଙ୍କୁ ଭଗବାନ ବିଷ୍ଣୁ ଦାରୁବ୍ରହ୍ମ ରୂପରେ ଦର୍ଶନ ଦେବେ।' ଏହି ଦିବ୍ୟବାଣୀ ଅନୁସାରେ ସ୍ବୟଂ ଭଗବାନ ଶ୍ରୀନୀଳମାଧବ ନୀଳାଚଳରେ ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହ ରୂପେ ଆର୍ବିଭୂତ ହୋଇଥିଲେ। |Mon||Wed||Thu||Fri||Sat||Sun| |+18°||+29°||+28°||+28°||+29°||+29°| |+18°||+19°||+20°||+19°||+19°||+22°|
<urn:uuid:7b03ca1f-f0d3-4519-a23a-cd0f2943d39e>
CC-MAIN-2017-39
http://www.pratinidhiodia.in/page_details.php?id=349
2017-09-24T01:27:16Z
s3://commoncrawl/crawl-data/CC-MAIN-2017-39/segments/1505818689823.92/warc/CC-MAIN-20170924010628-20170924030628-00338.warc.gz
ory
0.999998
Orya
10
{"ory_Orya_score": 0.9999982118606567}
ଚର୍ଚ୍ଚିତ ଖବର କନ୍ଧମାଳରେ ନକ୍ସଲଙ୍କୁ ଜଗିବ ଡ୍ରୋନ ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣ ତଥା ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ ନୂତନ ଯୋଜନା ହାତକୁ ନିଆଯାଇଛି । ଜିଲ୍ଲା ପୁଲିସ ପକ୍ଷରୁ ଏଥିପାଇଁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ନକ୍ସଲଙ୍କ ଗତିବିଧି ଠଉରାଇବା ପାଇଁ ଆକାଶମାର୍ଗରୁ ନଜର ରଖିବ 'ଡ୍ରୋନ' । ଏଥିପାଇଁ କନ୍ଧମାଳ ଜିଲ୍ଲାକୁ ଦୁଇଟି ଡ୍ରୋନ ଯୋଗାଇବୋକୁ ଜିଲ୍ଲା ପୁଲିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ଜିଲ୍ଲାର ନୂତନ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କଠାରୁ ସୂଚନା ମିଳିଛି । ଡ୍ରୋନ୍ ଆସିବା ପରେ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁତୟନ କରାଯିବ ବୋଲି ଏସ୍ପି କହିଛନ୍ତି । ଯୋଜନା ଅନୁସାରେ ଆକାଶମାର୍ଗରୁ ମାଓବାଦୀଙ୍କ ଗତିବିଧି, ଅସ୍ଥାୟୀ କ୍ୟାମ୍ପ ଏବଂ ତାଲିମ ଶିବିର ସମ୍ପର୍କରେ ଡ୍ରୋନ୍ ଜରିଆରେ ତଥ୍ୟ ସଂଗ୍ରହ କରାଯିବ । ଏହା ସହିତ ନକ୍ସଲଙ୍କ ସମ୍ଭାବ୍ୟ ହମଲା ଏବଂ ଅନ୍ୟ ଗୁଇନ୍ଦା ତଥ୍ୟ ହାସଲ କରିବାରେ ଡ୍ରୋନ ସହାୟକ ହେବ । ଡ୍ରୋନ ମୁତୟନ ସହିତ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବ । ଜିଲ୍ଲାର ଭୌଗୋଳିକ ସ୍ଥିତି ଓ ଅନ୍ୟ ବିଭିନ୍ନ ସମସ୍ୟାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଏସ୍ପି ଶ୍ରୀ ମହାପାତ୍ର । ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲା ରାଜ୍ୟର କେନ୍ଦ୍ରସ୍ଥଳରେ ରହିଥିବାବେଳେ ଏହା ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହୋଇଥିବାରୁ ଏଠାରେ ମାଓ ଗତିବିଧି ବୃଦ୍ଧି ପାଉଛି । କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ଗଜପତି, ବଲାଙ୍ଗିର, ଜିଲ୍ଲା ସୀମାନ୍ତକୁ ଲାଗିଥିବାରୁ କନ୍ଧମାଳରେ ମାଓ ଗତିବିଧି ବୃଦ୍ଧି ପାଉଛି । ଏପରିକି ମାଓବାଦୀ ଅନ୍ୟ ଜିଲ୍ଲାରେ ହିଂସାତ୍ମକ କାର୍ଯ୍ୟକଳାପ କରି କନ୍ଧମାଳକୁ ଚାଲିଆସୁଛନ୍ତି । ଏଥିପାଇଁ ଏଠାରେ ମାଓ ମୁକାବିଲା ନୀତି ପ୍ରସ୍ତୁତ ହୋଇଛି । କନ୍ଧମାଳରେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼(କେକେବିଏନ) ଡିଭିଜନ ଏବଂ ବାଶଦାରା ଘୁମୁସର ନାଗାବଳୀ ଡିଭିଜନ ସକ୍ରିୟ ଅଛି । କେକେବିଏନ ଡିଭିଜନ ଅଧିନରେ ତିନୋଟି ଏରିଆ କମିଟି ଜିଲ୍ଲାରେ ସକ୍ରିୟ ରହିଥିବା ସୂଚନା ମିଳିଛି । ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଭ୍ୟ ଜମ୍ପନ୍ନା ଏବଂ ତାଙ୍କ ସ୍ତ୍ରୀ ଦୁର୍ଗା ଓରଫ ନବତା ଅଧିକ ମୁଣ୍ଡବ୍ୟଥାର କାରଣ ହୋଇଛି କନ୍ଧମାଳ ସମେତ ଚାରି ଜିଲ୍ଲାର ପୁଲିସ ପାଇଁ । କିଛି ଦିନ ପୂର୍ବରୁ ଖମନଖୋଲ ଘାଟିରେ ମାଓ ଆକ୍ରମଣରେ ଜଣେ ଯବାନ ସହିତ ଅନ୍ୟ ୭ଜଣ ଆହତ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?
<urn:uuid:8161657c-be03-4d4d-a1f4-695be482bc29>
CC-MAIN-2017-39
http://www.pratinidhiodia.in/page_details.php?id=6475
2017-09-24T01:15:40Z
s3://commoncrawl/crawl-data/CC-MAIN-2017-39/segments/1505818689823.92/warc/CC-MAIN-20170924010628-20170924030628-00338.warc.gz
ory
0.99998
Orya
5
{"ory_Orya_score": 0.9999796152114868}
ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଉତ୍ସବରେ ଲିଙ୍ଗରାଜଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ । ରୁକୁଣା ରଥଯାତ୍ରାରେ ବିପୁଳ ଜନସମାଗମ ହୁଏ । କେବଳ ଭୁବନେଶ୍ଵରରେ ପାଳିତ ହେଉଥିବା ଏହି ଯାତ୍ରା ପୁରୀର ଜଗନ୍ନାଥଙ୍କ ରଥଯାତ୍ରା ଠାରୁ ମଧ୍ୟ ପୁରୁଣା ବୋଲି ପ୍ରମାଣ ମିଳେ । ସମଗ୍ର ବିଶ୍ଵରେ ଶିବଙ୍କର ଏପରି ଏକ ରଥ ଯାତ୍ରା ବିରଳ । ଏହା ପାଳନର ପ୍ରକୃତ ତାତ୍ପର୍ଯ୍ୟ ଗବେଷକମାନେ ଏଯାଏଁ ସ୍ପଷ୍ଟ କରି ପାରି ନାହାନ୍ତି । ଆୟୋଜନ: ଏହାର ସୁବନ୍ଦୋବସ୍ତ ପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ଆରକ୍ଷୀ ବାହିନୀ ସଜ୍ଜିତ ହେଉଛନ୍ତି । ୧୭ ପ୍ଲାଟୁନ ସୁରକ୍ଷା ବଳ ସହ ଅସ୍ଥାୟୀ ଆଶ୍ରୟ ସ୍ଥଳୀ, ଜଳ ଯୋଗାଣ ଓ ଉତ୍ତାପ ନିୟନ୍ତ୍ରଣ ପାଇଁ ଭକ୍ତଙ୍କ ଉପରେ ଜଳ ସିଞ୍ଚନ ବ୍ୟବସ୍ଥା ହୋଇଛି । ମନ୍ଦିର ପାଇଁ ବ୍ୟବହୃତ ଯାନ ଚଳାଚଳ ପାଇଁ ଯାତାୟତ ମାର୍ଗ ବଦଳାଇ ଦିଆଯାଏ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଏ । ଆଲୋକମାଳାରେ ମନ୍ଦିରର ଚତୁଃପାଶ୍ୱର୍କୁ ସଜାଯାଏ । ଏବେ ଠାରୁ ଏକାମ୍ର କ୍ଷେତ୍ର ଏକ ପ୍ରକାର ଚଳଚଞ୍ଚଳ ହୋଇପଡିଛି । ରୁକୁଣା ରଥଯାତ୍ରା ଉପଲକ୍ଷେ ୬ଦିନିଆ ଜାତୀୟ ସ୍ତରୀୟ ଲିଙ୍ଗରାଜ ମହୋତ୍ସବ ସ୍ଥାନୀୟ ଲିଙ୍ଗରାଜ ଭଜନ ମଣ୍ଡପରେ ଆରମ୍ଭ ହେଉଛି । ରଥ ସମ୍ପର୍କରେ କିଛି ରୋଚକ ତଥ୍ୟ: ରଥଟଣା ସରିବା ପରେ ରଥ ଯାଇ ମାଉସୀ ମା' ଛକ ନିକଟରେ ଥିବା ରାମେଶ୍ଵର ମନ୍ଦିରରେ ରହେ । ଲୋକବାକ୍ୟରେ ପ୍ରଚଳିତ ଅଛି ଅଛି "ରୁକୁଣ ରଥ ଅଣଲେଉଟା ଆଉ ନଫେରେ" । ଯେଉଁଭଳି ଭାବେ ରଥଟି ରାମେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ଵାର ଖୋଲାଯାଇ ଘୋଡା ଜୋଚାଯିବା ପରେ ଏହା ପଛକୁ ପଛ ଫେରିଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ । ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ । ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ । ଧର୍ମୀୟ ବିଶ୍ଵାସ: ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତି (ରଥ ଜାତ ପୂର୍ବ ରାତି)ରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ଵର ମନ୍ଦିରର ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ । ଯାତ୍ରା ନିର୍ଘଣ୍ଟ: ଆସନ୍ତା ୧୪ ତାରିଖ (ଗୁରୁବାର ଦିନ) ପହଣ୍ଡି ଅପରାହ୍ଣ ୨ ଟା, ରଥଟଣା ୪ ଟା, ସାହାଣମେଳା ୫.୩୦ ରୁ ଆରମ୍ଭ ହୋଇ ୬.୩୦ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦ୍ଧାରିତ ହୋଇଛି ଶୁକ୍ରବାର ଠାରୁ ଭକ୍ତମାନେ ରଥ ଉପରେ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ନେତ ଉତ୍ସବ (ପୁରୋହିତଙ୍କ ଦ୍ବାରା ମାଜଣା) ପୂର୍ବ ଦିନ ସଂଧ୍ୟାରେ ଅନୁଷ୍ଠିତ ହେଉଛି ଅପ୍ରେଲ ରୁକୁଣା ରଥରେ ମହାପ୍ରଭୁ ୫ ଦିନ ପାଇଁ ମାଉସୀ ଘରକୁ ଯିବେ । ଏପ୍ରିଲ ୧୮ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । Author NISTHA RANJAN DASH A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected] I will be happy to interact with u through odisha's leading media website bhubaneswar buzz. thank you. Happy reading…
<urn:uuid:a8353427-bb39-4ecf-9bc8-f5aab5a82ed7>
CC-MAIN-2017-39
http://www.bhubaneswarbuzz.com/citizen-bloggers/daily-column/odiapostat11-%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AC%B5%E0%AC%B0%E0%AC%B0-%E0%AC%B0%E0%AD%81%E0%AC%95%E0%AD%81%E0%AC%A3%E0%AC%BE-%E0%AC%B0%E0%AC%A5%E0%AC%AF%E0%AC%BE
2017-09-20T00:23:57Z
s3://commoncrawl/crawl-data/CC-MAIN-2017-39/segments/1505818686077.22/warc/CC-MAIN-20170919235817-20170920015817-00415.warc.gz
ory
0.999953
Orya
8
{"ory_Orya_score": 0.999953031539917}
କେଦାର ମିଶ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା ।ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁନ୍କୁ ଜ୍ବର ହୁଏ। ଓଡିଶାର ଜନଜୀବନରେ ଏହା ଅଣସର ସମୟ।ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳି ସମୟ ।ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତୀ ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି । ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ନନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା- ୧. ଜେଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ।ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲେ ପରେ ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ। କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି । ୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ । ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥନ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି। ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି । ୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ । କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ ।ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ । ୪. କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ।ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି। ୫. ଦଶମୀ ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପିଠ କୁ ଆଣି ଟା ଉପରେ ମୂର୍ତୀମାନଂକୁ ବସାଯାଏ । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ । ୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘତୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି। ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ।ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି । ୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ। ୮. ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ । ଏହାକୁ ଶ୍ରୀ ପୟର ପୂଜା ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଲି ପ୍ରସାଦ ତିଆରି ହୁଏ । ୯. ଚତୁର୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତୀ ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ଫେରି ଆସନ୍ତି। ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ । ୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ । ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ।
<urn:uuid:141d9377-f870-48a2-b253-d71dc5e7844d>
CC-MAIN-2017-39
http://www.odisha.com/archives/tag/%E0%AC%AE%E0%AC%B9%E0%AC%BE%E0%AC%AA%E0%AD%8D%E0%AC%B0%E0%AC%AD%E0%AD%81
2017-09-26T16:34:41Z
s3://commoncrawl/crawl-data/CC-MAIN-2017-39/segments/1505818696653.69/warc/CC-MAIN-20170926160416-20170926180416-00335.warc.gz
ory
0.999951
Orya
134
{"ory_Orya_score": 0.9999507665634155}
ଆର୍ଯ୍ୟମାନଙ୍କ ବହୁ ଆଗରୁ ଓଡ଼ିଶାର ଜନଜାତି ଓ ଆଦିମ ଅଧିବାସୀମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା । ସେମାନେ ଇଷ୍ଟଦେଵଦେଵୀଙ୍କୁ ପ୍ରଥମ ଉତ୍ପାଦିତ ଅନ୍ନ ଅର୍ପଣ କଲା ପରେ ଯାଇ ନିଜେ ଗ୍ରହଣ କରୁଥିଲେ । ସମୟ ସୁଅରେ ସେଇ ପରମ୍ପରା ଆଜିଯାଏଁ ଚଳିଆସି ଓଡ଼ିଶାରେ ନଵାନ୍ନ ପର୍ଵ ବୋଲାଉଛି । ନଵାନ୍ନ ବା ନୂଆ ଖାଇ ପର୍ଵ ପରି କେରଳର ଓଣମ, ଆସାମର ଭୋଗଲି ବିହୁ ପର୍ଵ ପାଳନ ହେଉଥିବାର ଦେଖାଯାଏ । ଆମ ଓଡ଼ିଶାର ବଲାଙ୍ଗିର, ବରଗଡ଼, ସମ୍ବଲପୁର, କଳାହାଣ୍ଡି ସମେତ ରାଜ୍ୟର ପଶ୍ଚିମାଳର ପ୍ରାୟ ବାରଟି ଜିଲ୍ଲାରେ 'ନୂଆଖାଇ ପର୍ବ' ବା 'ନବାନ୍ନ' ହେଉଛି ଏକ ପ୍ରମୁଖ ପର୍ବ । ନୂଆଖାଇକୁ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ସମ୍ବଲପୁରରେ ସମଲେଶ୍ବରୀ, ବଲାଙ୍ଗୀରରେ ପାଟଣେଶ୍ବରୀ, ସୋନପୁରର ସୁରେଶ୍ୱରୀ ଓ ଭବାନୀପାଟଣାର ମାଣିକେଶ୍ବରୀଙ୍କୁ ଇଷ୍ଟଦେଵୀ ରୂପେ ପୂଜା କରାଯାଇଥାଏ । ନିର୍ଦ୍ଧାରିତ ଲଗ୍ନରେ ଦେଵୀଙ୍କ ସମ୍ମୁଖରେ କୀଟ ଓ ପକ୍ଷୀଙ୍କ ସ୍ପର୍ଶ ପୂର୍ବରୁ ଉତ୍ପାଦିତ ହୋଇଥିବା ନୂଆ ଧାନ, ପୂଜାରେ ଭୋଗ ଲଗାଯାଏ । ନଵାନ୍ନ ଧାନ ପ୍ରସ୍ତୁତି – ଶ୍ରାବଣ ମାସର ଶେଷ ବେଳକୁ ଖରିଫ ଧାନ ଚାଷ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଥାଏ । ଅକ୍ଷୟ ତୃତୀୟା ଓ ଶୀତଳଷଷ୍ଠୀ ସମୟରେ କରାଯାଇଥିବା ଧାନ ଚାଷର ପ୍ରଥମ ଶସ୍ୟ ନବାନ୍ନ ବେଳକୁ ଅମଳକ୍ଷମ ହୋଇଥାଏ । ଖରଡ଼ି ଚାଷ ମାଧ୍ୟମରେ ସୁରୁଆଁ କିସମର ଧାନ ବିହନ ଏଥିପାଇଁ ଚାଷୀମାନେ ଉପଯୋଗ କରିଥାନ୍ତି । ଭଳ ଜମିରେ ଚାଷୀମାନେ ନବାନ୍ନ ସକାଶେ ଏହି ଧାନ ଚାଷ କଲା ଉତ୍ତାରୁ ଖରିଫ ଫସଲର କାର୍ଯ୍ୟ ଆରମ୍ଭ କରିଥାନ୍ତି । ସଜବାଜ – ନୂଆଖାଇ ଦିନ ବଡ଼ି ଭୋରରୁ ଗାଁମାନଙ୍କରେ ପାରମ୍ପରିକ ଭାବେ ଏକ ନିର୍ଦ୍ଧିଷ୍ଟ ପରିବାର ନୂଆ ଧାନ ଗ୍ରାମବାସୀମାନଙ୍କୁ ପ୍ରଦାନ କରିଥାନ୍ତି । ଏପଟେ ଗୃହିଣୀମାନେ ମଧ୍ୟ ଘର ଲିପା ପୋଛା କରି ନୂଆଁଖାଇକୁ ସ୍ୱାଗତ କରିବାକୁ ଅନେଇ ବସନ୍ତି । ଘର ଲିପାପୋଛା କରି ନୂଆ ରଂଗ ଲଗାଇ ନୂଆଁଖାଇକୁ ସ୍ୱାଗତ କରନ୍ତି । ପୁଣି କିଏ ନୂଆଁଖାଇ ପାଇଁ ପତ୍ର ତୋଳିବାରେ ଲାଗି ଥିବାବେଳେ ଆଉ କିଏ ନୂଆଁ ଧାନ ସଂଗ୍ରହ କରିବାରେ ବ୍ୟସ୍ତ ରୁହନ୍ତି । ବିଶେଷ କରି ଗୃହିଣୀମାନେ ଘରକୁ ନୂଆ କରି ସଜାଡ଼ିବାରେ ଲାଗି ପଡ଼ନ୍ତି । ଇଷ୍ଟଙ୍କୁ ଅର୍ପଣ – ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ ହୋଇଥିବା ଅମୃତବେଳା ବା ଶୁଭବେଳାରେ ନୂଆ ଧାନକୁ କ୍ଷୀର ସହ ମିଶାଇ ପୂଜା କରାଯାଏ । ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ବା ମହିଳା ଏହି ପ୍ରଥମ ଧାନରେ ତିଆରି ଭୋଗକୁ ପରିବାରର ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ଆରିସା ଓ ମଣ୍ଡାପିଠା ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ପତ୍ରଥାଳିଆରେ ଖାଇଥାନ୍ତି । ନୂଆ ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ଗ୍ରାମଦେବତୀଙ୍କ ପୀଠରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ପରସ୍ପର ମଧ୍ୟରେ ଥିବା ତିକ୍ତତା ଦୁରେଇ ଦେଉଥିବା ଏହି ପର୍ବରେ ନିଜଠାରୁ ବଡ଼ ଲୋକଙ୍କୁ ସମସ୍ତେ ତାଙ୍କର ଭକ୍ତି ପ୍ରଦର୍ଶନ କରିଥାନ୍ତି । ସମସ୍ତେ ମିଳିମିଶି ନୂଆ ପୋଷାକ ପିନ୍ଧିବା ସହ ମଉଜ ମଜଲିସରେ ଦିନଟି ଅତିବାହିତ କରନ୍ତି । ଖାଲି ଚାଷୀ ନୁହେଁ ନୂଆଁଖାଇ ପାଳିବାକୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଥାଏ ପ୍ରବଳ ଉତ୍ସାହ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ଚତୁର୍ଥୀ ପରଦିନ ଅର୍ଥାତ ଋଷ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ପିତୃ ପୁରୁଷ ପିଣ୍ଡଦାନ ଶ୍ରାଦ୍ଧରେ ଏହି ନବାନ୍ନ ଦେବାର ବ୍ୟବସ୍ଥା ଅଛି । ——————————————————————————————————————–
<urn:uuid:453f7f08-aa17-4ce7-84ac-db2283839d4a>
CC-MAIN-2017-39
http://www.bhubaneswarbuzz.com/updates/odia-articles/odiapost-prakruti-pujara-parampara-nuakhai-odisha-festival
2017-09-26T00:07:51Z
s3://commoncrawl/crawl-data/CC-MAIN-2017-39/segments/1505818693866.86/warc/CC-MAIN-20170925235144-20170926015144-00468.warc.gz
ory
1
Orya
21
{"ory_Orya_score": 0.9999995231628418}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଅନେକ ବ୍ୟବସାୟିକ ଯୋଜନା ଏବଂ ଆର୍ନ୍ତଜାତୀୟ ଶିଳ୍ପପତି ମାନଙ୍କ ମଧ୍ୟରେ ଗଠବନ୍ଧନ ସ୍ଥାପନ ସହିତ ତିନି ଦିନ ଧରି ଚାଲିଥିବା ଇନଭେଷ୍ଟ ଭୁବନେଶ୍ୱର ସମ୍ମିଳନୀ ସୋମବାର ଶେଷ ହୋଇଛି । ତାଇୱାନର ନ୍ୟୁଲାଇଟ କର୍ପୋରେସନ୍ ୨୦୦ ନିୟୁତ ଡଲାର ବିନିଯୋଗରେ ଏକ ଏଲଇଡି ଉତ୍ପାନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଛି । ଏହା ଘରୋଇ ଲାଇଟ ସହିତ ଷ୍ଟି୍ରଟ ଲାଇଟ ତିଆରି କରିବ । ରୁସାପ ସିପ ଇଣ୍ଟରନ୍ୟାସନାଲ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ଶହ କୋଟି ଟଙ୍କା ବିନିଯୋଗରେ ଏକ ପ୍ୟାସେର କମ୍ କାର୍ଗୋର ବ୍ୟବସ୍ଥା ରହିଛି ଯାହା ପୁରୀରୁ କୋଲକାତା ପର୍ଯ୍ୟନ୍ତ ଚାଲିବ ଏବଂ ଏହା ବହୁ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ସେହିପରି ସିଭି ରମଣ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ଏବଂ ବେଷ୍ଟ ୱେର୍ଷ୍ଟନ ଗ୍ରୁପ୍ର ମିଳିତ ସହଯୋଗରେ ରାଜ୍ୟରେ ଏକ ହୋଟେଲ ମ୍ୟାନେଜମେଣ୍ଟ କଲେଜ୍ ଖୋଲିବାର ବ୍ୟବସ୍ଥା ରହିଛି । ଆସନ୍ତା ମଇ ୨୦୧୧ରେ ଓଡ଼ିଶା ସରକାର ଇନଭେଷ୍ଟ ଭୁବନେଶ୍ୱର ସଦସ୍ୟଙ୍କୁ ନେଇ ସିଲିକନ ଭ୍ୟାଲି ଗସ୍ତରେ ଯିବେ । ଏହି ପ୍ରତିନିଧି ଦଳ ଡାଲାସ, ଦୁବାଇ, ସିଡ୍ନି, ତାଇପାଇ, ଇସରାଇଲ୍ ଆଦି ସ୍ଥାନ ଗୁଡ଼ିକ ଭ୍ରମଣ କରି ଇନଭେଷ୍ଟମେଣ୍ଟ ପ୍ରକ୍ରିୟାକୁ ତ୍ୱରାନିତ କରିବେ, ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଏହି ସମ୍ମିଳନୀ ସମସ୍ତ ଇନଭେଷ୍ଟର ମାନଙ୍କୁ ଆକର୍ଷିତ କରିବା ସହିତ ସେମାନଙ୍କୁ ଏକ ନୂତନ ମଞ୍ଚ ଯୋଗାଇଥାଏ, ଇନଭେଷ୍ଟ ଭୁବନେଶ୍ୱରର କନ୍ଭେନର୍ ଧନନ୍ଦା ମିଶ୍ର କହିଛନ୍ତି । ଓଡ଼ିଶା ଡ଼ଟ୍ କମ୍
<urn:uuid:8cf16dd4-3b4e-462b-9691-63bdd6269bc4>
CC-MAIN-2017-39
http://www.odisha.com/archives/tag/%E0%AC%87%E0%AC%A8%E0%AC%AD%E0%AD%87%E0%AC%B7%E0%AD%8D%E0%AC%9F
2017-09-26T11:01:17Z
s3://commoncrawl/crawl-data/CC-MAIN-2017-39/segments/1505818695439.96/warc/CC-MAIN-20170926103944-20170926123944-00347.warc.gz
ory
1.000002
Orya
22
{"ory_Orya_score": 1.0000016689300537}
ଭୋଡାଫୋନ୍ ଇଣ୍ଡିଆ ଓ ଆଇଡିଆ ସେଲ୍ୟୁଲାର ମଧ୍ୟରେ ମିଶ୍ରଣ ପାଇଁ ଆଲୋଚନା ଆରମ୍ଭ ହୋଇଛି। ଭୋଡାଫୋନ୍ ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି। ଯଦି ଦୁଇ କଂପାନି ମଧ୍ୟରେ ମିଶ୍ରଣ ହେବ ତାହା ଦେଶର ସର୍ବବୃହତ ମୋବାଇଲ୍ ସେବା ପ୍ରଦାନକାରୀ କଂପାନିକୁ ଜନ୍ମ ଦେବ। ଏହି ମିଶ୍ରଣ ଆଲୋଚନା ଏୟାରଟେଲ୍ ଓ ରିଲାଏନ୍ସ ଜିଓ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଏହି ଖବର ପ୍ରଚାର ହେବା ପରେ ବମ୍ବେ ଷ୍ଟକ ବଜାରରେ ଆଇଡିଆର ସେୟାର ମୂଲ୍ୟରେ ଜବରଦସ୍ତ ୨୬ ପ୍ରତିଶତର ବୃଦ୍ଧି ହୋଇଛି। ଭୋଡାଫୋନ୍ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ସେୟାରକୁ ନେଇ ଏହି ମିଶ୍ରଣ ହେବ। ମିଶ୍ରଣ ପ୍ରକ୍ରିୟାରେ ଭୋଡାଫୋନ୍ ପାଇଁ ଆଇଡିଆ ନୂତନ ସେୟାର ଜାରି କରିବ। ରିଲାଏନ୍ସ ଜିଓର ବଜାର ପ୍ରବେଶ ପରେ ଅଧିକାଂଶ ଟେଲିକମ୍ କମ୍ପାନିଗୁଡ଼କ ଆଖିରୁ ନିଦ ହଜିଯାଇଛି। କିପରି ଅଫର୍ ପ୍ରଦାନ କଲେ ଗ୍ରାହକ ଜିଓକୁ ଛାଡ଼ି ତାଙ୍କ ନେଟ୍ଓ୍ଵାର୍କ ବ୍ୟବହାର କରିବେ ଏ ଚେଷ୍ଟାରେ ଏବେ ସମସ୍ତେ ବ୍ୟସ୍ତ। ଦ୍ୱିତୀୟ ବୃହତ୍ ଟେଲିକମ୍ କମ୍ପାନି ଭୋଡ଼ାଫୋନ୍ ଜିଓକୁ ଟକ୍କର ଦେବା ପାଇଁ ଏବେ ଅନ୍ୟ ଏକ ବିକଳ୍ପ ଚିନ୍ତା କରିସାରିଛି। ନିଜ ନେଟ୍ଓ୍ଵର୍କକୁ ସୁଦୃଢ଼ କରିବା ପାଇଁ ଭୋଡ଼ାଫୋନ୍ ଓ ଆଇଡିଆ ଏବେ ଏକତ୍ରଭାବେ ନେଟ୍ଓ୍ଵର୍କ ଚଳାଇବାର ଯୋଜନା କରିଛନ୍ତି। ତେବେ, ଏକତ୍ର ହୋଇ ସେମାନେ କି ପ୍ରକାର ଯୋଜନା ସବୁ ଗ୍ରାହକୁ ଦେବେ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ପ୍ରକାଶ ପାଇନାହିଁ। ମାତ୍ର ଏହି ୨ କମ୍ପାନି ମିଶିଯିବା ପରେ ସେମାନଙ୍କର ମାର୍କେଟ ସେୟାର୍ ୪୩ ପ୍ରତିଶତ ରହିବ ବୋଲି ସେମାନେ ଆଶା ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଏୟାର୍ଟେଲ୍ର ମାର୍କେଟ୍ ସେୟାର ୩୩ ପ୍ରତିଶତ ଥିବା ବେଳେ ଜିଓର ୧୩ ପ୍ରତିଶତ ରହିଛି। Related Stories Stories by Team Odia
<urn:uuid:5c40a02a-e5b7-463c-9d68-e3b5e7dbd852>
CC-MAIN-2017-39
https://odia.yourstory.com/read/bc9c8f25f9/-
2017-09-26T10:54:47Z
s3://commoncrawl/crawl-data/CC-MAIN-2017-39/segments/1505818695439.96/warc/CC-MAIN-20170926103944-20170926123944-00347.warc.gz
ory
0.999983
Orya
10
{"ory_Orya_score": 0.9999831914901733}
ଓଡିଶା ଡଟ୍ କମ୍ ସମ୍ବାଦଦାତା ଓସାକା,ଜାପାନ ମଇ ୨୨ (ଓଡିଶା ଡଟ୍ କମ୍) ଓଡିଶାର ପୁରୀ ସହରର ଜଣେ ସ୍ନାତକ ଡିଗ୍ରୀଧାରୀ ବ୍ରାହ୍ମଣ ଓଡିଆ ଯୁବକ ସୁଦୂର ଜାପାନରେ ପହଞ୍ଚି ମାତ୍ର ୧୦ ବର୍ଷ ମଧ୍ୟରେ ସେଠାରେ ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ । ଦୃଢ ଇଚ୍ଛାଶକ୍ତି, କଠୋର ଶ୍ରମ ଏବଂ ସମର୍ପଣଭାବକୁ ପାଥେୟକରି ଏହି ଯୁବକ ଜଣକ ବର୍ତ୍ତମାନ କେବଳ ନିଜ ପାଇଁ ନୁହେଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କିଭଳି ବୃଦ୍ଧି ପାଇବ ସେଥିଲାଗି ଚଳାଇଛନ୍ତି ଅହରହ ସଂଗ୍ରାମ । ତାଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ମୁଖ୍ୟ ସଂପାଦକ ଯତୀନ୍ଦ୍ର ଦାଶଙ୍କ ଦୀର୍ଘ ସାକ୍ଷାତକାର । ଠିକ୍ ଦଶ ବର୍ଷ ତଳେ ଶ୍ରୀକାନ୍ତ କୁମାର ଦାଶ (କୁନା) ଓଡିଶାର ଶ୍ରୀକ୍ଷେତ୍ର ରୂପେ ପରିଚିତ ପୁରୀ ସହରର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ । ତିନିଭାଇ, ଦୁଇ ଭଉଣୀ ଏବଂ ବାପା,ମାଙ୍କୁ ନେଇ ମଧ୍ୟମ କିସମର ଏକ ଛୋଟ ପରିବାର । ପରିବାରର ଦୈନିକ ଗୁଜୁରାଣ ମେଣ୍ଟାଇବା ଲାଗି ଘରର ମୁରବି ଚନ୍ଦ୍ରଶେଖର ଦାଶ ପ୍ରାୟ ଚାଳିଶି ବର୍ଷ ପଛରେ ସେହି ପବିତ୍ର ମାଟିରେ ସ୍ଥାପନ କରିଥିଲେ "ହୋଟେଲ୍ ସାନ୍ତ୍ୱନା" । ମନକୁ ଛୁଇଁଲାଭଳି ଆତିଥ୍ୟ, ପାଟିରୁ ଲାଳ ଗଡିଲା ଭଳି ସୁସ୍ୱାଦୁ ଖାଦ୍ୟ, ସର୍ବୋପରି ମନଲୋଭା ପରିବେଶ ଲାଗି ଖୁବ୍ କମ୍ ସମୟ ଭିତରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିଲା ଏହି ଅନୁଷ୍ଠାନ । ମୋଟାମୋଟି କହିବାକୁ ଗଲେ, ସେହି ହୋଟେଲରେ ଏକ କ୍ଷୁଦ୍ର ବିଶ୍ୱର ଛବି ପ୍ରତିଫଳିତ ହେଉଥିଲା ପ୍ରାୟତଃ ସବୁଦିନ । ସମୟ ଗଡି ଚାଲିଥାଏ । ଦାଶ ପରିବାରର ମୁରବିଙ୍କଠାରୁ ଆରମ୍ଭକରି ପ୍ରତ୍ୟେକ ସଦସ୍ୟ ବିଶ୍ୱ ବାତାବରଣସହ ନିଜ ଅଜ୍ଞାତରେ ଜଡିତ ହୋଇପଡୁଥାନ୍ତି । ବିଶେଷକରି ଜାପାନର ପର୍ଯ୍ୟଟକମାନଙ୍କର ପଦ ସ୍ପର୍ଷରେ ହୋଟେଲର ପ୍ରତିଟି କକ୍ଷ ଅଧିକରୁ ଅଧିକ ଜୀବନ୍ତ ହୋଇ ଉଠୁଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବାରୁ ହିନ୍ଦୁମାନଙ୍କ ଜୀବନଶୈଳୀସହ ବେଶ୍ ଖାପ ଖାଉଥାଏ । ଅପରପକ୍ଷରେ ଏହି ପର୍ଯ୍ୟଟକମାନଙ୍କ ବିଷୟରେ ଜ୍ଞାନ ଆହରଣ ଲାଗି ଶ୍ରୀକାନ୍ତଙ୍କ ମନରେ ପ୍ରତିଦିନ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଥାଏ । ସେଥିପାଇଁ ସେ ଜାପାନୀ ଭାଷାକୁ ନିଜ ଦଖଲକୁ ନେବାପାଇଁ ଉଦ୍ୟମ ଆରମ୍ଭ କରନ୍ତି । ସ୍ୱଳ୍ପ ସମୟର ଅବଧି ମଧ୍ୟରେ ସଫଳତା ମଧ୍ୟ ପାଆନ୍ତି । ଶେଷରେ ଏହି ଯୁବକ ଜଣକର ଦୃଢ ଇଚ୍ଛାଶକ୍ତି ଏବଂ ଚଲାପଥରେ ପୁଷ୍ପ ବୃଷ୍ଟି କରିବାକୁ କଳାଠାକୁର କୃପା କରନ୍ତି । "ସେ ଦିନ ଥିଲା ୧୯୯୩ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ" । "ଜାପାନ ଯାତ୍ରାର ଅୟମାରମ୍ଭ" । "ସେତେବେଳେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର କହିଲେ ନିକଟରେ ଥାଏ ମାତ୍ର ଖଣ୍ଡିଏ ସ୍ନାତକ ଡିଗ୍ରୀ । ଭାରତରେ ଉଚ୍ଚଶିକ୍ଷାର ଡୋରି ବାନ୍ଧିଲି" । "ଜାପାନ ଯାତ୍ରା ପୂର୍ବରୁ ମୋ' ମନ ଭିତରେ ଭରି ଯାଇଥାଏ ପ୍ରବଳ ଉନ୍ମାଦନା ଏବଂ ଅସୁମାରି ଉତ୍ସାହ" ବୋଲି ଓଡିଶା ଡଟ୍ କମ୍ କୁ କହନ୍ତି ଶ୍ରୀକାନ୍ତ । ପ୍ରଥମ ଦେଖାରେ ଜାପାନ ପ୍ରତି ମନରେ ପ୍ରେମିକାର ମଧୁର ଧାରଣା ସୃ୍ଷ୍ଟି ହୋଇଥିଲା । ତେଣୁ ସେହି ମାଟିର ମୋହରେ ପଡିଗଲି । ବଞ୍ଚିବାକୁ ଏବଂ ଘନିଷ୍ଠତା ବଢାଇବାକୁ ହେଲେ ଭାରତର କିଛି ନୂଆଁ ଜିନିଷ ଜାପାନରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି । ଶେଷରେ ପିତାଙ୍କ ପସନ୍ଦର ସେହି "ସାନ୍ତ୍ୱନା' ନାଁକୁ ଆଶ୍ରାକରି ଓସକା ନଗରୀରେ ଆରମ୍ଭ କଲି ଏକ ରେସ୍ତୋରାଁ ବୋଲି ସେ କହନ୍ତି । ରେସ୍ତୋରାଁରେ ଜାପାନୀ ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଲା । ଭାଗ୍ୟଦେବୀଙ୍କ କୃପାରୁ ହାତଗଣତି ଦିନ କେତୋଟି ମଧ୍ୟରେ ରେସ୍ତୋରାଁକୁ ଶହ ଶହ ଜାପାନୀଙ୍କ ଧାଡି ଲାଗିଲା । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା " ପେଟ ପୂଜା ଲାଗି ସାନ୍ତ୍ୱନାରେ ମିଳୁଛି ବଢିଆ ଖାଦ୍ୟ" । ପ୍ରଥମେ ଦେଢ ଶହ, ପରେ ଦୁଇ ଶହ ଏଭଳି ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଲା । ଅବଶ୍ୟ ଏହି ସଂଖ୍ୟା ସେତେବେଳେ ଥିଲା ଅତି ନଗଣ୍ୟ । ହେଲେ ଆଠ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଓସକା ନଗରୀରେ ସାନ୍ତ୍ୱନାର ନାମ ପ୍ରଚାର କରିବାରେ ଏହି ଗ୍ରାହକମାନେ ଜଣେ ଜଣେ ରାଷ୍ଟ୍ରଦୂତର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବୋଲି ଶ୍ରୀକାନ୍ତ କହିଛନ୍ତି । ଅନ୍ୟପକ୍ଷରେ ଦିନ ବିତିବାରେ ଲାଗିଲା ଏବଂ ସାନ୍ତ୍ୱନା ରେସ୍ତୋରାଁର ସଂପୂର୍ଣ୍ଣ ଭାରତୀୟ ଖାଦ୍ୟଦ୍ରବ୍ୟର ମହକରେ ବିମୋହିତ ଜାପାନୀମାନେ ଭାରତ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ଲାଗି ଉତ୍ସୁକତା ପ୍ରକାଶ କଲେ । ସେହି ଦିନଠାରୁ ଆରମ୍ଭ ହେଲା ଭାରତ-ଜାପାନ ମଧ୍ୟରେ ଅଣଆନୁଷ୍ଠାନିକ ସମ୍ପର୍କ । ଛୁଟି ବିତାଇବା ପାଇଁ ଭାରତକୁ ଧାଇଁଲେ ବହୁ ସଂଖ୍ୟକ ଜାପାନୀ ପର୍ଯ୍ୟଟକ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବଢିବାରେ ଲାଗିଲା । ଓସାକା ନଗରୀରେ ସମ୍ପ୍ରତି ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଓଡିଆମାନଙ୍କ ସଂଖ୍ୟା ହାତଗଣତି । ମାତ୍ର ପାଞ୍ଚଟି ଓଡିଆ ପରିବାର ସେଠାରେ ରହୁଛନ୍ତି । ବିଗତ ଦଶ ବର୍ଷର ରହଣୀ କାଳ ମଧ୍ୟରେ ଶ୍ରୀକାନ୍ତଙ୍କ ବନ୍ଧୁ ତାଲିକାରେ ନାଁ ଲେଖାଇଛନ୍ତି ଅସଂଖ୍ୟ ଭାରତୀୟ ଓ ଜାପାନୀ । ନିଜ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ନିମିତ୍ତ ୨୦୦୪ ଏପ୍ରିଲ୍ ପହିଲାରେ ଓସାକା ନଗରୀରେ ସେ ସ୍ଥାପନ କରିଛନ୍ତି ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ କ୍ଲବ । ଭାବର ଆଦାନପ୍ରଦାନ ନିମିତ୍ତ ଶିକ୍ଷାର ଗୁରୁତ୍ୱ ଏବେ ବେଶ ହୃଦୟଙ୍ଗମ କରିପାରିଛନ୍ତି ଶ୍ରୀକାନ୍ତ । ଦୁଇ ଦେଶର ସାଂସ୍କୃତିକ କାର୍ଯ୍ୟକଳାପର ସେତୁ ରୂପେ କାର୍ଯ୍ୟ କରୁଛି ତାଙ୍କ ଦ୍ୱାରା ପୁରୀରେ ସ୍ଥାପିତ ଚନ୍ଦ୍ରଶେଖର ଏକାଡେମୀ । ଜାପାନୀମାନଙ୍କ କଠୋର ପରିଶ୍ରମ ଏବଂ ଦେଶ ପ୍ରତି ସମର୍ପଣ ଭାବକୁ ଭୂୟସୀ ପ୍ରଶଂସା କରୁଥିବା ଶ୍ରୀକାନ୍ତ କହନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱର ଅନ୍ୟତମ ଧନଶାଳୀ ରାଷ୍ଟ୍ରର ମାନ୍ୟତା ତାଲିକାରେ ସ୍ଥାନ ପାଇଥିବା ଜାପାନୀମାନଙ୍କ ଦୂରଦୃଷ୍ଟି କୋଣର ବିକଳ୍ପ ନାହିଁ । ଅନୁରୂପ ଶ୍ରମ ଏବଂ ସମର୍ପଣଭାବ ଭାରତୀୟମାନଙ୍କ ହୃଦୟରେ କିଭଳି ଜାଗ୍ରତ ହେବ ସେଥିଲାଗି ବିଗତ କିଛି ବର୍ଷ ହେଲା ସେ ଉଦ୍ୟମ ଚଳାଇ ଆସୁଛନ୍ତି । ଉଦ୍ୟମର ପ୍ରଥମ ପାଦରେ ଜନ୍ମ ନେଇଛି ଗତ ୨୦୦୪ ମସିହା ଜୁଲାଇ ୪ ତାରିଖ ଦିନ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବାଲିଘାଇ ନିକଟରେ ଚନ୍ଦ୍ରଶେଖର ଏକାଡେମୀ । ଏହି ଅନୁଷ୍ଠାନକୁ ଯିବା ନିମନ୍ତେ ପୁରୀରୁ ମାତ୍ର ୧୫ ମିନିଟ୍ ତଥା ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ନିକଟରୁ କେବଳ ୪୫ ମିନିଟ୍ ବ୍ୟୟ କରିବାକୁ ପଡୁଛି । ଇଂରାଜୀ ଶିଖିବା ଲାଗି ଜାପାନୀମାନେ ମୁଖ୍ୟତଃ ପାଶ୍ଚାତ ରାଷ୍ଟ୍ର ଗୁଡିକ ଉପରେ ନିର୍ଭର କରିଥାନ୍ତି । ତେବେ ଏହି କାର୍ଯ୍ୟ ସକାଶେ ସେମାନଙ୍କୁ ପକେଟରୁ ଅଧିକ ଅର୍ଥ ଶ୍ରାଦ୍ଧ କରିବାକୁ ପଡିଥାଏ । ତେଣୁ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ କ୍ଲବ୍ ଜରିଆରେ ଇଂରାଜୀ ଶକ୍ଷା ନିମିତ୍ତ ଆଗ୍ରହୀ ଜାପାନୀମାନଙ୍କୁ ଗ୍ରୀଷ୍ମ ଓ ଶୀତ ଅବକାଶରେ ଏଠାକୁ ପ୍ରେରଣ କରାଯାଉଛି । ଅନ୍ୟପକ୍ଷରେ ଏହାଦ୍ୱାରା ଭାରତ-ଜାପାନ ମଧ୍ୟରେ ବିଦେଶୀ ମୁଦ୍ରାର ଅନୁପାତରେ ଅକ୍ଲେଶରେ ସମନ୍ୱୟ ରକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି କହନ୍ତି ସେ । ଏହାଛଡା ସି.ଏସ୍.ଏକାଡେମୀ ଜାପାନୀରେ ଭାଷା ସମ୍ପର୍କରେ ଶିକ୍ଷା ଦେବାପାଇଁ ଏହାର ପରିଚାଳନା ମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଗାମୀ ଦିନରେ ଭାରତରେ ଖୋଲିବାକୁ ଯାଉଥିବା ବିଭିନ୍ନ କମ୍ପାନୀମାନଙ୍କରେ ନିଯୁ୍କ୍ତି ପାଇବାର ସୁଯୋଗ ଲାଭ କରିବେ ଏଠାକାର ଶିକ୍ଷାର୍ଥୀଗଣ । ସେଭଳି ଜାପାନୀଭାଷା ଏବଂ ବୈଷୟିକ ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷାର୍ଥୀମାନଙ୍କୁ ଅଧିକ ଦକ୍ଷ କରାଇବା ଏବଂ ଉଜ୍ୱଳ ଭବିଷ୍ୟତ ଗଠନ ଲାଗି କିଭଳି ଜାପାନ ପଠା ଯିବାର ବନ୍ଦୋବସ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସି.ଏସ୍.ଏ.ର ସଭାପତି ପନ୍ଥା ଅନ୍ୱେଷଣରେ ଲାଗି ପଡିଛନ୍ତି । ୫ ଏକର ପରିମିତ ଅଞ୍ଚଳକୁ ନେଇ ଇକୋ-ଫ୍ରେଣ୍ଡଲି ପରିବେଶ ମଧ୍ୟରେ ଗଠିତ ଏହି ଅନୁଷ୍ଠାନରେ ସବୁ ପ୍ରକାରର ଆଧୁନିକ ସୁଖସ୍ୱାଚ୍ଛନ୍ଦ୍ର ରହିଛି । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅନୁପାତ ହାର ୧:୧୫ ଧାର୍ଯ୍ୟ କରାଯାଇଛି । "ପ୍ରତିବର୍ଷ ଥରେ କିମ୍ବା ଦୁଇଥର ଭାରତକୁ ଆସିଥାଏ" ।"ପରିବାରର ସଦସ୍ୟମାନଙ୍କ ସହ ଦିନ କାଟିବା ସହ ବ୍ୟବସାୟ ଏବଂ ଏକାଡେମୀର ଭଲମନ୍ଦ ବୁଝିଥାଏ ବୋଲି କହନ୍ତି ଶ୍ରୀକାନ୍ତ । ଗୁଜୁରାଟ ଭୂମିକମ୍ପବେଳେ ଜାପାନରୁ ବିଭିନ୍ନ କିସମର ଲୁଗାପଟା ସଂଗ୍ରହକରି ଭାରତକୁ ନିଜ ଭାଇ,ଭଉଣୀମାନଙ୍କ ଜରିଆରେ ପଠାଇଥିଲେ ସେ । ଶ୍ରୀକାନ୍ତଙ୍କ ମତରେ ଭାରତରେ ପ୍ରଚୁର ସମ୍ପଦ ରହିଛି । ଖଣି, ଜଙ୍ଗଲ, ନଦୀ, ନାଳ, ସାଗର ଏବଂ ଲୋକବଳର କୌଣସି ଅଭାବ ନାହିଁ । ତେବେ ଏ ସବୁ ସମ୍ପଦର ସଠିକ୍ ବିନିଯୋଗ ହୋଇପାରୁନାହିଁ । ସମ୍ବଳର ବିନିଯୋଗ ଲାଗି ଆମ ନିକଟରେ ଉଦ୍ୟୋଗ ମଧ୍ୟ ରହିଛି । ତେବେ ଏହି ସବୁ କିଭଳି ସଠିକ୍ ମାର୍ଗରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଆମ୍ଭେମାନେ ସଚେତନ ହେବା ଏକାନ୍ତ ଜରୁରୀ । ତାଛଡା ଏକତା ହିଁ ପ୍ରତ୍ୟେକ ଶକ୍ତିର ମୂଳ ଆଧାର । ଭାରତକୁ ଧନୀ ଓ ସମୃଦ୍ଧିଶାଳୀ ରାଷ୍ଟ୍ରର ମାନ୍ୟତା ଦେବାପାଇଁ ସମସ୍ତ ଭାରତୀୟ ଗୋଟିଏ ଛାତ ତଳେ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ଓଡିଶା ଡଟ୍ କମ୍
<urn:uuid:94868951-e90a-4b33-85e2-8fec2ca85451>
CC-MAIN-2017-39
http://www.odisha.com/archives/date/2005/05
2017-09-21T14:06:15Z
s3://commoncrawl/crawl-data/CC-MAIN-2017-39/segments/1505818687820.59/warc/CC-MAIN-20170921134614-20170921154614-00386.warc.gz
ory
1.000003
Orya
35
{"ory_Orya_score": 1.0000027418136597}
୨୦୦୮ରେ ମୁଁ ଯେତେବେଳେ ମୋର ଷ୍ଟାର୍ଟଅପ୍ ଆରମ୍ଭ କଲି, ଏ ବାବଦରେ ସମସ୍ତେ ଜାଣନ୍ତୁ ବୋଲି ମୁଁ ଭାଆରି ଇଛା କରିଥିଲି । ଏବଂ ଏଥିପାଇଁ ସବୁଠୁ ଭଲ ପନ୍ଥା ହେଲା, ଗଣମାଧ୍ୟମଗୁଡ଼ିକ ମୋ ବାବଦରେ ଲେଖିବେ । ସର୍ବୋପରି ଗୋଟେ ଖବର ପ୍ରକାଶ ମାଧ୍ୟମରେ ହିଁ ଆମେ ଆମର ଉପସ୍ଥିତି ବାବଦରେ ଅନ୍ୟକୁ ଚେତାଇ ପାରିବା । ହାୟ, କେହି ବି ଲେଖିଲେନି । ମୁଁ ସେ ନେଇ ବେଶ୍ ହତୋତ୍ସାହିତ ହୋଇଯାଇଥିଲି - ଦୁଃଖର କଥା ମୋ କଥା ଶୁଣିବାକୁ କେହି ଆଗ୍ରହୀ ନଥିଲେ । ମୁଁ ନିଜର ସଂସ୍ଥା ଆରମ୍ଭ କରିବା ସହ କିଛି ଉତ୍ସାହପ୍ରଦ କାମ କରିବା ଲକ୍ଷ୍ୟରେ (ବା ସେମିତି କିଛି ମୁଁ ଭାବୁଥିଲି) କର୍ପୋରେଟ୍ ଚାକିରି ଛାଡ଼ି ଆସିଥିଲି । ଗଣମାଧ୍ୟମ ମୋ କାହାଣୀ କହିବା ଉଚିତ ନଥିଲା କି? ହୁଏତ ମୋର ଏ ବ୍ୟତିକ୍ରମ ବ୍ୟବସାୟ ବାବଦରେ କିଛି ଲେଖିବାର ଥିଲା? ସତ କହୁଛି, ମୋର ପୂର୍ବ କମ୍ପାନି ସିଏନବିସି ଟିଭି୧୮ ତାର ବହୁଳ ପ୍ରଚାରିତ Youg Turks କାର୍ଯ୍ୟକ୍ରମରେ ମୋ ବାବଦରେ କହୁ ବୋଲି ମୁଁ ଇଛା କରିଥିଲି । ସେ ଭାଗ୍ୟ ମୋର ନଥିଲା । ପ୍ରକୃତରେ, ପାରମ୍ପରିକ ଗଣମାଧ୍ୟମ ସବୁ ମୋ ଠାରୁ ହାତେ ଦୂରରେ ଥିଲେ । (ଏବଂ ମୁଁ ସେମାନଙ୍କୁ ଅଶେଷ ଧନ୍ୟବାଦ ଦେଉଛି ଯେ ମୋ ପାଇଁ ସେମିତି କିଛି ବଡ଼ କାମ ସେମାନେ କରିନାହାନ୍ତି ।) ମୋର ମନେପଡ଼ୁଛି, କିଛି ବର୍ଷ ତଳେ ଯେତେବେଳେ ଗୋଟିଏ ଶିଳ୍ପ ସଂସ୍ଥା ପକ୍ଷରୁ ତିନିଜଣଙ୍କୁ ପୁରସ୍କାର ଦିଆଯାଉଥିଲା (ତନ୍ମଧ୍ୟରୁ ଜଣେ ମୁଁ), ଅନ୍ୟ ଦୁଇଜଣଙ୍କ ବାବଦରେ ଦେଶର ଗୋଟେ ବଡ଼ ବାଣିଜ୍ୟ ଦୈନିକ କାଗଜ (ଯେଉଁଠି ମୁଁ ଏକଦା କାମ କରୁଥିଲି) ଅଧ ପୃଷ୍ଠା ଲେଖାଏଁ ବର୍ଣ୍ଣନା ଥିଲା, କିନ୍ତୁ ମୋତେ ବାଦ ଦିଆଯାଇଥିଲା । ମୋର ମନେପଡ଼ୁଛି ମୁଁ ବାରମ୍ବାର କେମିତି କାଗଜଟିକୁ ତନ୍ନତନ୍ନ ପଢ଼ୁଥିଲି: କାଳେ ବାହାରିଥିବ ମୁଁ ଦେଖି ପାରିନଥିବି, କାଳେ କେଉଁଠି କେଉଁ ଲେଖା ଭିତରେ ମୋ ବିଷୟରେ ଲେଖା ହୋଇଥିବ, ହୁଏତ ଛୋଟ ଲେଖା ଟିକେ, ନହେଲେ ଧାଡ଼ିଏ ବି ବାହାରିଥିବ । ମୁଁ ଆଗ୍ରହୀ ଥିଲି, ହୁଏତ ମୋ ବାବଦରେ ନହେଲେ ନାହିଁ, ୟୋରଷ୍ଟୋରି ବାବଦରେ କେଉଁଠି ଟିକେ ଉଲ୍ଲେଖ ଥିବ । (ଆପଣ ଜାଣନ୍ତି ଆପଣଙ୍କ ସଂସ୍ଥାର ପ୍ରଚାର ପାଇଁ ଯେତେବେଳେ ଆପଣଙ୍କ ପାଖରେ ଅର୍ଥ ନଥାଏ, କୋଉଠି ଟିକେ ଉଲ୍ଲେଖ ହେବା ବି ବଡ଼ କଥା ।) ନା, ସେତିକି ବି ନଥିଲା । ଗତ କିଛି ବର୍ଷ ଭିତରେ, ଯାହାହେଉ, ମୁଁ ଏଇ ଭାବେ କାମ କରିଚାଲିଲି, ସତେ ଯେମିତି ମୁଖ୍ୟସ୍ରୋତର ଗଣମାଧ୍ୟମ ପାଇଁ ମୋର ଅସ୍ତିତ୍ୱ ହିଁ ନଥିଲା । ଅବଶ୍ୟ, ଗଣମାଧ୍ୟମରେ କେବେକେବେ ମୋ ବାବଦରେ ଲେଖା ହେଉଥିଲା ଏବଂ ସେଥିପାଇଁ ମୁଁ କୃତଜ୍ଞ । କିନ୍ତୁ, ମୋଟାମୋଟି ଭାବେ, ଏଭଳି ବ୍ୟତିକ୍ରମ ମୋ ଭିତରେ ଗୋଟେ ଅତିରିକ୍ତ ସ୍ଫୁରଣ ଆଣିଲା, ଯେଉଁଥି ପାଇଁ ମୁଁ ୟୋରଷ୍ଟୋରିରେ ଉଦ୍ୟୋଗୀଙ୍କ ପାଇଁ ସବୁଠୁ ଅଧିକ ସ୍ଥାନ ଦେବାକୁ ଚାହିଁଲି । ଯେଉଁମାନେ ଅଣଦେଖା ରହିଯାଉଛନ୍ତି, ସେମାନେ ନିଜର କଥା କହିବା ଲାଗି ଏଇଠି କିଛି ସ୍ଥାନ ପାଇବା ଉଚିତ । ଏଯାଏଁ ୩୦ ହଜାରରୁ ଅଧିକ ଉଦ୍ୟୋଗୀ ଏଭଳି ସ୍ଥାନ ପାଇ ସାରିଛନ୍ତି । ଏହା ସତ ଯେ, ଆମର ଅବାରିତ ପ୍ରଚେଷ୍ଟା ସତ୍ତ୍ୱେ ଏଭଳି ବହୁ କାହାଣୀ ଆମେ ପାଇ ପାରିନାହୁଁ । ତେଣୁ ଜଣେ ଉଦ୍ୟୋଗୀ ଭାବେ ମୁଁ ସମ୍ପୂର୍ଣ୍ଣ ବୁଝି ସାରିଛି ଯେ କାହିଁକି ଆମେ ଆମର କଥା ଗଣମାଧ୍ୟମ ମାଧ୍ୟମରେ କହିବା ଜରୁରୀ । କଥା ହେଲା, ମୋର ମନେପଡ଼ୁଛି ଯେତେବେଳେ ମୁଁ ସିଏନବିସି ଓ ୟୋରଷ୍ଟୋରି ମଝିରେ ଥିଲି, ଫ୍ଲିପକାର୍ଟର ଜଣେ ପୂର୍ବ କର୍ମଚାରୀ (ଏବେ ଜଣେ ବନ୍ଧୁ) ମୋତେ ଫୋନ କରିଥିଲେ ଓ Young Turks କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ ଜଣାଇ କହିଥିଲେ: 'ଏହା ଆମକୁ କର୍ମଚାରୀ ସନ୍ଧାନରେ ସହଯୋଗ କରିବ, କାରଣ ଆମେ ପ୍ରମୁଖ କଲେଜ କ୍ୟାମ୍ପସକୁ ଗଲାବେଳେ ସେମାନେ ଆମକୁ ଜାଣିନାହାନ୍ତି ।' ଗଣମାଧ୍ୟମରେ ଟିକେ ସ୍ଥାନ ପାଇବା ଲାଗି ଆମ ସମସ୍ତଙ୍କ ପାଖରେ କିଛି ନା କିଛି କାରଣ ଅବଶ୍ୟ ଅଛି, କାରଣ ହୁଏତ ସମୟାନ୍ତରରେ ବଦଳି ପାରେ, କିନ୍ତୁ ଆପଣ ବ୍ୟବସାୟରେ ଅଛନ୍ତି ମାନେ ଆପଣଙ୍କୁ ଜନସଂଚାର ଆବଶ୍ୟକ ଏବଂ ଗଣମାଧ୍ୟମ ହିଁ ଏଥିପାଇଁ ସବୁଠୁ ଉପଯୁକ୍ତ ମାଧ୍ୟମ । ୨୦୦୮ରେ ୟୋରଷ୍ଟୋରି ପ୍ରତିଷ୍ଠା ହେବା ପରଠାରୁ ଭାରତୀୟ ଗଣମାଧ୍ୟମରେ ଉଲ୍ଲେଖନୀୟ ଅଭ୍ୟୁଦୟ ଆସିଛି । ଆଜି ୮ ବର୍ଷ ପରେ ଦେଶର ପ୍ରାୟ ସବୁ ଖବରକାଗଜ, ପତ୍ରିକା ଓ ଖବର ୱେବାସାଇଟ୍ ଷ୍ଟାର୍ଟଅପ୍ କାହାଣୀ କହିବାକୁ ଆତୁର । କିଛି ବର୍ଷ ପରେ ଗଣମାଧ୍ୟମ ଜଗତର ବଡ଼ପଣ୍ଡାମାନେ ସମ୍ଭବତଃ ଅନୁଭବ କଲେ ଯେ ଷ୍ଟାର୍ଟଅପ୍ ବାବଦରେ କହିବା ଓ ଲେଖିବା ଗୋଟେ ବଡ଼ କଥା । ଇ-କମର୍ସରେ ବହୁ ଅର୍ଥ ବିନିଯୋଗ ହେଉଥିବାରୁ ଏଭଳି ତରଙ୍ଗ ସୃଷ୍ଟି ହୋଇଛି, ଓ ଶେଷରେ ଷ୍ଟାର୍ଟଅପ୍ ଖବରର ଶିରୋନାମ ହେବାର ଯୋଗ୍ୟତା ହାସଲ କରିଛି । ପ୍ରତିଦିନ ଷ୍ଟାର୍ଟଅପ୍ ଖବର ହେଡଲାଇନ୍ ପାଲଟୁଛି, ଅଧିକାଂଶ ପୁଞ୍ଜିଲଗାଣ ସମ୍ବନ୍ଧୀୟ । ୧୦୦ କୋଟି ଡଲାର କ୍ଲବରେ କିଏ ସାମିଲ ହେଲା? କିଏ ନୂଆ ପୋଷ୍ଟର ବୟ? କିଏ ଅଧିକ ପୁଞ୍ଜି ବିନିଯୋଗ କରୁଛି? ହଁ, ଚିୟରଲିଡର ଭଳି ଭୂମିକା ନିର୍ବାହ କରୁଥିବା ୟୋରଷ୍ଟୋରି ବି ବେଳେବେଳେ ଚାପରେ ହେଡଲାଇନ୍ ପାଲଟୁଛି, କାରଣ ଆମେ ଜାଣୁ ଅନଲାଇନ ଗଣମାଧ୍ୟମରେ ପୃଷ୍ଠାଦର୍ଶନ ସଂଖ୍ୟା ବଢ଼ିବା ଦରକାର । ଏବଂ ଏଇ ଖବର ଓ ଶିରୋନାମ କଥା ଗପିବା ବେଳେ, ଗୋଟେ ପ୍ରଶ୍ନ ମୋ ମନକୁ ଆସୁଛି, ଯାହା ବାବଦରେ ସମସ୍ତେ ଭାବିବା ଉଚିତ: କାହିଁକି ଷ୍ଟାର୍ଟଅପ୍ ଖବର ସବୁବେଳେ ଶୀର୍ଷରେ? ବଡ଼ ସଂସ୍ଥା ଠାରୁ ପାଣିଫୋଟକା ଯାଏଁ, ଦେଶର ତ୍ରାଣକର୍ତା ପାଲଟିଥିବା ଷ୍ଟାର୍ଟଅପ୍ ଠାରୁ ନିଜେ ପରିତ୍ରାଣ ଚାହୁଁଥିବା ଷ୍ଟାର୍ଟଅପ୍ ଯାଏଁ, ସବୁବେଳେ ଗଣମାଧ୍ୟମ କିଛି ନିର୍ଣୟ କଲାବେଳେ କାହିଁକି ଶୀର୍ଷ କଥା ଉପରେ ଅଧିକ ଭରସା କରୁଛି? ଗତ ସପ୍ତାହରେ ଗୁଡ଼ାଏ ସୁକୁସୁକୁ ହେଉଥିବା ଷ୍ଟାର୍ଟଅପ୍ ସବୁର କାହାଣୀ ପଢ଼ି ମୁଁ ନିରାଶ ହୋଇଗଲି । ଆଉ ହଁ, ମୁଁ ବଡ଼ ପୁଞ୍ଜି ବିନିଯୋଗ ଖବର ପଢ଼ିଲେ ବି ସେତେ ଉତ୍ସାହିତ ହୁଏନି । ଅଧିକାଂଶ ଉଦ୍ୟୋଗୀଙ୍କ ଭଳି ମୋ ପାଇଁ ଫଣ୍ଡିଂ ହେଉଛି ଗୋଟେ ଦୀର୍ଘ ଯାତ୍ରାରେ ଗୋଟିଏ ପାହାଚ । ଯେତେବେଳେ ବଡ଼ବଡ଼ ମାନେ ଫସରଫାଟି ଯାଆନ୍ତି, ଲାଗେ ସତେ ଯେମିତି ଅନ୍ତିମ ସମୟ ଆଉ ମାତ୍ର ସପ୍ତାହେ ବାକି । ମୁଁ ଗୋଟେ ବିଦ୍ୱାନ ନୁହେଁ, କିନ୍ତୁ ଗଣମାଧ୍ୟମ ଓ ପାଣିଫୋଟକା ତତ୍ତ୍ୱର ସମର୍ଥକମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେ: ଯେ କୌଣସି ଯାତ୍ରାରେ ଉଠିବା ଓ ଖସିବା ଗୋଟେ ସାଧାରଣ କଥା ନୁହେଁ କି? କାହିଁକି ଜଣକୁ ଦିନେ ନାୟକ କରି ମୁଣ୍ଡରେ ବସାଉଛ ଓ ପୁଣି କିଛିମାସ ପରେ ମଇଳା ଗଦାକୁ ଫିଙ୍ଗିଦେଉଛ - ଏମିତିକି ତା'ର କାର୍ଯ୍ୟକ୍ରମ ନ ପରଖି କେବଳ ଅନୁମାନରେ ଜଣକୁ ରସାତଳକୁ ଫିଙ୍ଗିଦେବା କେତେ ଯୁକ୍ତିଯୁକ୍ତ? ଉଦ୍ୟୋଗୀମାନଙ୍କୁ ମୋର ପ୍ରଶ୍ନ: ପ୍ରଥମ ପୃଷ୍ଠାରେ ଆମ ବିଷୟରେ ଲେଖା ହୋଇଗଲେ ଆମମାନଙ୍କ ଛାତି କାହିଁକି କୁଣ୍ଢେମୋଟ ହୋଇଯାଏ? ବିଗତ କିଛି ବର୍ଷ ଭିତରେ ମୁଁ ବହୁ ଷ୍ଟାର୍ଟଅପ୍ ନାୟକଙ୍କୁ ଦେଖିଛି, ଟିକିଏ ଗଣମାଧ୍ୟମ ତାଙ୍କୁ ଅନେଇ ଦେଲେ, ସେମାନେ ଭାବିନିଅନ୍ତି ଯେ 'ମୁଁ ଏଥର ଲାଇନକୁ ଆସିଗଲି ।' ଜଣେ ଉଦ୍ୟୋଗୀଙ୍କ ଠାରୁ ମୁଁ ସାକ୍ଷାତକାର ନେବାକୁ ଚାହିବା ବେଳେ ସେ ଉତ୍ତର ଦେଲେ, ମତେ ଟିଭି ଚ୍ୟାନେଲ ସବୁ ଏତେ ପଚାରୁଛନ୍ତି । ତାଙ୍କ ପାଇଁ ମୁଁ ସମୟ କାଢ଼ି ପାରୁନି, ତମକୁ କୁଆଡ଼ୁ ସମୟ ଦେବି? ମୁଁ ଚିନ୍ତାକଲି, ସେମାନେ କେମିତି ଜାଣି ପାରୁନାହାନ୍ତି ଗଣମାଧ୍ୟମରେ ଏ ପ୍ରକାର ପ୍ରସିଦ୍ଧି କ୍ଷଣସ୍ଥାୟୀ? ଏ ଲେଖାଟି ଗଣମାଧ୍ୟମ ବାବଦରେ ବେଶି ନୁହେଁ, କାରଣ ଗଣମାଧ୍ୟମ ଗଣମାଧ୍ୟମ ହୋଇ ରହିବନି ଯଦି ସେମାନେ ଦେଖୁଦେଖୁ ଚାଟି ପକାଇବା ଭଳି ଶିରୋନାମ ନ ଦିଅନ୍ତି । ଖବରକୁ ଖବର ପରି ଯୋଗ୍ୟ କରିବାକୁ ହେବ । ଏହା ଆମକୁ ଆକର୍ଷିତ କରିପାରୁଥିବ । ନହେଲେ, ଏହା ବିରକ୍ତିକର, ମାନ୍ଦା ହେବ ଓ ଆମ ସମୟକୁ ଖାପ ଖାଇବନି । ଏହା ଆମକୁ ସାମନା କରିବାକୁ ହେବ ଯେ- ଗୋଟେ ମସଲାଦାର କାହାଣୀ ହେଲେ ଯାଇ ଆମେ ତା ଉପରେ କ୍ଲିକ୍ କରୁ, ସମ୍ଭବତଃ ଆମ ମାନ୍ଦା ସ୍ଥତାବସ୍ଥାରୁ ଟିକେ ହାଲକା ସ୍ଥରକୁ ଯିବା ପାଇଁ ଆମେ ଏଭଳି ଖବର ଖୋଜିଥାଉ । ଆମେ ଉଦ୍ୟୋଗୀମାନେ ନିଜ କାହାଣୀ ନିଜେ କାହିଁକି କହି ପାରିବାନି? ସମୟ ନାହିଁ? ବା ଆମେ ଭାବୁଛେ ଏବେ ଆମ ପାଇଁ ସେ ସମୟ ଆସିନି । ଆମେ ସବୁବେଳେ ଆମ ପାଇଁ କହିବା ପାଇଁ ଗୋଟେ ଲୋକସମ୍ପର୍କ ବ୍ୟକ୍ତିତ୍ୱ କିମ୍ବା ପ୍ରବୀଣ କାହାଣୀକାର ଖୋଜୁ । Also read: I don't know. And I'm fine with that ଏବେ ସମୟ ଆସିଛି, ଆମେ ଆମ କହିବା ଶୈଳୀକୁ ଆୟତ କରିବା - ଅନ୍ତତଃ ଯେତିକି ସମ୍ଭବ । ଆଉ ଏଭଳି ସ୍ଥିତିରେ ନିୟମିତ ଗଣମାଧ୍ୟମରେ ଆମ ବାବଦରେ ବାହାରିବା କାହିଁକି ଗୁରୁତ୍ୱପୂର୍ଣ ହେବ? କାହିଁକି ଆପଣ ନିରନ୍ତର ଖବରରେ ରହିବାକୁ ଚାହିବେ? ପ୍ରକୃତରେ, ଆପଣ ଯଦି ବେଶି ମିଡିଆ କଭରେଜ୍ ପାଉଛନ୍ତି ବରଂ ବ୍ୟସ୍ତ ହେବା କଥା । ସର୍ବତ୍ର ବିଦ୍ୟମାନ ସୋସିଆଲ ମିଡିଆରେ ନିଜର ଗଣମାଧ୍ୟମ କାହିଁକି ନକରିବା? ମୁଁ ଏଇଠି ପିପରଟ୍ୟାପ୍ କାହାଣୀ ଉଲ୍ଲେଖ କରୁଛି । ତାଙ୍କ ବ୍ୟବସାୟ ବନ୍ଦ ହୋଇଯିବ ବୋଲି ଗଣମାଧ୍ୟମରେ ଯେତେବେଳେ ବାହାରିଲା ଏହାର ପ୍ରତିଷ୍ଠାତା ନବନୀତ ସିଂ ଆଦୌ ଚିନ୍ତିତ ହେଲେନି । ନବନୀତ ନିଜେ ନିଜ ଭାଷାରେ ନିଜର କାହାଣୀ କହିଲେ । ସମସ୍ତେ ତ ଆଶା ଛାଡ଼ି ଦେଇଥିଲେ, କିନ୍ତୁ ସେ ନିଜେ ନିଜର କାହାଣୀ କହି ଚାଲିଲେ । ସେ ଯାହା ଚାହୁଥିଲେ କହିଲେ ଓ ତାଙ୍କ ସ୍ୱର ଅଧିକ ସ୍ପଷ୍ଟ ଓ ଅଧିକ ତୀବ୍ର ହେଲା । ଅନେକ ଉଦ୍ୟୋଗୀ ମୋତେ କହନ୍ତି: ମୁଁ ଆଗକୁ ଏକାଙ୍ଗ ଚକ୍ରବର୍ତୀ ହୋଇଯିବି ଓ ଆପଣ ବି ମୋତେ ନେଇ ଶିରୋନାମ ପାଇବେ । ମୁଁ ସେମାନଙ୍କର ଆତ୍ମବିଶ୍ୱାସକୁ ଭଲପାଏ, କିନ୍ତୁ ଭିତରେ ଡରିଯାଏ: ପ୍ରଭୁ ନକରନ୍ତୁ, ସତରେ ସେମାନେ ଯଦି ଖବରରେ ଆସୁଛନ୍ତି ତେବେ ସେମାନଙ୍କୁ ଆଗାମୀ ଦିନରେ ଅନ୍ଧାରକୁ ସାମନା କରିବାକୁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ । ଏବଂ ମୁଁ ଯେତେବେଳେ ଏ କଥା ଲେଖୁଛି ମୁଁ ପୁଣି ଶିଖିବାକୁ ଚାହୁଛି ଯେ ଖବର, କାମ ଓ ଜୀବନରେ ଭାରସାମ୍ୟ ରହିବାର ମାନେ କ'ଣ । ଏବଂ ଆମ ସମସ୍ତଙ୍କ ପାଇଁ ମୁଁ କହିବି, ଆସନ୍ତୁ ଆମେ ନିଜେ ନିଜର ଶିରୋନାମ ଲେଖିବା ଓ ନିଜେ ନିଜର ଷ୍ଟାର୍ଟଅପ୍ କାହାଣୀ କହିବା । Read more from this author: ମୂଳ ଲେଖା - ଶ୍ରଦ୍ଧା ଶର୍ମା ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା Related Stories Stories by Team Odia
<urn:uuid:dba94f31-b12a-4004-b30c-73cab557dc39>
CC-MAIN-2017-43
https://odia.yourstory.com/read/1f31b3e573/-
2017-10-17T03:49:52Z
s3://commoncrawl/crawl-data/CC-MAIN-2017-43/segments/1508187820700.4/warc/CC-MAIN-20171017033641-20171017053641-00236.warc.gz
ory
0.999987
Orya
10
{"ory_Orya_score": 0.9999868869781494}
ଯିହୋଶୂୟଙ୍କର ପୁସ୍ତକ 18Oriya Bible: Easy-to-Read Version (ERV-OR) ଅବଶିଷ୍ଟ ଭୂମିକୁ ବାଣ୍ଟି ନେଲେ 18 ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ। 2 ମାତ୍ର ସେହି ସମୟରେ ମଧ୍ୟ ଇସ୍ରାଏଲର ସାତୋଟି ପରିବାରବର୍ଗ ଭୂମି ପାଇ ନ ଥିଲେ। ଯାହାକି ସଦାପ୍ରଭୁ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। 3 ତେଣୁ ଯିହୋଶୂୟ ଇସ୍ରାଏଲ ବାସୀଙ୍କୁ କହିଲେ, "କାହିଁକି ତୁମ୍ଭେମାନେ ତୁମ୍ଭର ଭୂମି ନେବା ପାଇଁ ଡେରି କରୁଛ? ସଦାପ୍ରଭୁ ତୁମ୍ଭ ପିତା ପରମେଶ୍ୱର ତୁମ୍ଭକୁ ଏହି ଭୂମି ଦେଇଛନ୍ତି। 4 ତେଣୁ ତୁମ୍ଭେମାନେ ପ୍ରତ୍ୟେକ ପରିବାରବର୍ଗରୁ ତିନି ଜଣ ଲେଖାଏଁ ବାଛ। ମୁଁ ସେମାନଙ୍କୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଅନୁସାରେ ଲେଖି ଯେତେବେଳେ ଫେରିବେ ତାହା ଆମ୍ଭମାନଙ୍କୁ ଦେବେ। ଯେତେବେଳେ ସେମାନେ ମୋ' ନିକଟକୁ ଫେରାଇ ଆଣିବେ। 5 ସେମାନେ ସେ ଭୂମିକୁ ସାତ ଭାଗରେ ବାଣ୍ଟ କରିବେ। ଯିହୁଦାର ଲୋକମାନେ ସେମାନଙ୍କର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷେଫଙ୍କର ଉତ୍ତରାଧିକାରୀଗଣ ଉତ୍ତରରେ ସେମାନଙ୍କର ଭୂମି ପାଇବେ। 6 କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ। 7 ଏଥିରେ ଲେବୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସେମାନଙ୍କର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସେବା କରିବା। ଏବଂ ଗାଦ୍, ରୁବେନ୍, ମନଃଶିର ଓ ଅର୍ଦ୍ଧବଂଶ ଯର୍ଦ୍ଦନ ପୂର୍ବ ପାରିରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସେବକ ମୋଶା ଯିଏ ସେମାନଙ୍କୁ ଏ ଭୂମି ଦେଲେ।" 8 ତେଣୁ ଲୋକମାନେ ଯେଉଁମାନେ ବଛା ଯାଇଥିଲେ, ସେମାନେ ଯାଇ ଦେଶ ଅନୁଧ୍ୟାନ କରି ସେ ବିଷୟରେ ଲେଖିଲେ। ଯିହୋଶୂୟ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଯାଇ ଦେଶ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ, ତା'ପରେ ମୁଁ ଶୀଲୋର ପରମେଶ୍ୱରଙ୍କ ସମ୍ମୁଖରେ ଗୁଲିବାଣ୍ଟ ପକାଇ ବାଣ୍ଟି ଦେବି।" 9 ତେଣୁ ସେହି ଲୋକମାନେ ସେ ଦେଶକୁ ଗଲେ, ଏବଂ ସେହି ଲୋକମାନେ ଦେଶରେ ସମସ୍ତ ଭାଗ ବୁଲି ଦେଖିଲେ, ଏବଂ ସେ ବିଷୟରେ ଏକ ବିବରଣୀ ଲେଖି ଯିହୋଶୂୟଙ୍କୁ ଜଣାଇଲେ। ସେମାନେ ସେଠାରେ ଥିବା ସମସ୍ତ ସହରକୁ ଚିଠା ଭିତରେ ଲେଖିଲେ ଓ ସେଗୁଡ଼ିକ ସେମାନେ ସାତ ଭାଗରେ ବିଭକ୍ତ କଲେ। ଏହା ପରେ ସେମାନେ ଶୀଲୋଠାରେ ଥିବା ଯିହୋଶୂୟ ନିକଟକୁ ଫେରି ଆସିଲେ। 10 ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ। ବିନ୍ୟାମୀନ ବଂଶଧରଙ୍କ ପାଇଁ ଭୂମି 11 ବିନ୍ୟାମୀନର ପରିବାରବର୍ଗଗଣ ଯିହୁଦା ଓ ଯୋଷେଫଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳରେ ଭୂମି ପାଇଲେ। ବିନ୍ୟାମୀନ ପ୍ରତ୍ୟେକ ପରିବାରବର୍ଗର ଲୋକମାନେ ସେମାନଙ୍କର ଭାଗ ପାଇଲେ। ଏହି ଭୂମି ଯାହାକି ବିନ୍ୟାମୀନ ପରିବାରବର୍ଗଙ୍କ ପାଇଁ ସ୍ଥିର କରାଯାଇଥିଲା। 12 ସେମାନଙ୍କର ଉତ୍ତର ସୀମା ଯର୍ଦ୍ଦନ ନଦୀଠାରୁ ଆରମ୍ଭ ହେଲା। ଏହାର ସୀମା ଉତ୍ତରରେ ଯିରୀହୋରୁ ଲାଗିଥିଲା। ଏହା ପରେ ଏହାର ସୀମା ପଶ୍ଚିମରେ ପର୍ବତମୟ ଦେଶକୁ ଲାଗିଥିଲା। ଏହାର ସୀମା ପୂର୍ବ ପଟରେ ବୈଥାବନ ପର୍ଯ୍ୟନ୍ତ ଲାଗିଥିଲା। 13 ସେଠାରୁ ସେ ସୀମା ଦକ୍ଷିଣ ଆଡ଼େ ଲୁସ (ବୈଥେଲ୍) ପର୍ଯ୍ୟନ୍ତ ଗଲା। ଏହା ପରେ ନୀଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦେଇ ଅଟାରୋତ୍ ଅଦ୍ଦର ଆଡ଼କୁ ଗଲା। 14 ସେଠାରୁ ସେ ସୀମା ଲାଗି ରହିଲା। ପଶ୍ଚିମରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯିହୁଦା ସନ୍ତାନଗଣର କିରିୟଥ-ବାଲ୍ ବା କିରିୟଥ-ଯିୟାରୀମ୍ ନାମକ ଏକ ନଗର ପର୍ଯ୍ୟନ୍ତ। ଏହା ଥିଲା ସେମାନଙ୍କର ପଶ୍ଚିମ ସୀମା। 15 ଏହାର ଦକ୍ଷିଣ ସୀମା କିରିୟଥ୍-ଯିୟାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗରେ ଏହାର ସୀମା ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଥିଲା। 16 ଏହାର ସୀମା ରଫାୟୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରୁ ଯିବୂଷର ଦକ୍ଷିଣ ପାର୍ଶ୍ୱ ପର୍ଯ୍ୟନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନରୋଗଲେକୁ ଲାଗିଥିଲା। 17 ଏହାର ସୀମା ଉତ୍ତର ଦିଗଠାରୁ ଐନଶେମସ ପର୍ଯ୍ୟନ୍ତ ଲାଗିଥିଲା। ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ପର୍ଯ୍ୟନ୍ତ ଓ ସେଠାରୁ ଗଲୀଲୋତ୍ଠାରୁ ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଲାଗିଥିଲା। 18 ଉତ୍ତର ଦିଗରେ ପଦା ଭୂମିର ସମ୍ମୁଖ ପାର୍ଶ୍ୱଠାରୁ ପଦାଭୂମି ପର୍ଯ୍ୟନ୍ତ ଲାଗି ଥିଲା। 19 ଏହାର ସେହି ସୀମା ବୈଥ-ଅଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଲାଗି ରହିଥିଲା। ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତଭାଗ ଥିଲା। ଏହା ଥିଲା ଏହାର ଦକ୍ଷିଣ ସୀମା। 20 ଯର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ୟାମୀନଙ୍କର ପରିବାରବର୍ଗ ସେମାନଙ୍କର ଗୋଷ୍ଠୀ ଅନୁସାରେ ତାହା ଅଧିକାର କଲେ। 21 ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣର ବଂଶମାନଙ୍କ ନଗର ଯିରୀହୋ ଓ ବୈଥ୍-ଅଗ୍ଲା ଓ ଏମକ୍କତ୍ଶିସ୍। 22 ବୈଥ୍-ଆରବା, ସୀମାରୟମ ଓ ବୈଥେଲ୍। 23 ଅବ୍ବୀମ, ପାରା ଓ ଅଫ୍ରା। 24 କଫରମ୍ମୋନି, ଅଫନି ଓ ଗେବା, ଗ୍ରାମ ସମେତ ଏହିପରି ଭାବରେ ବାରଟି ନଗର ଥିଲା। 25 ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍, 26 ମିସ୍ପୀ, କଫୀରା, ମୋତ୍ସା, 27 ରେକମ୍, ଯିର୍ପେଲ୍, ତରଲା, 28 ସେଲା, ଏଲଫ୍, ଯିବୂଷ, ଗିବିୟା ଓ କିରିୟଥ ଗ୍ରାମ ସମେତ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।
<urn:uuid:59e40aba-325c-4490-857d-11229d6a39a7>
CC-MAIN-2017-43
https://www.biblegateway.com/passage/?search=%E0%AC%AF%E0%AC%BF%E0%AC%B9%E0%AD%8B%E0%AC%B6%E0%AD%82%E0%AD%9F%E0%AC%99%E0%AD%8D%E0%AC%95%E0%AC%B0%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+18&version=ERV-OR
2017-10-19T22:32:16Z
s3://commoncrawl/crawl-data/CC-MAIN-2017-43/segments/1508187823478.54/warc/CC-MAIN-20171019212946-20171019232946-00196.warc.gz
ory
0.999993
Orya
16
{"ory_Orya_score": 0.9999934434890747}
ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ ଜଳ ସମସ୍ୟା କୃଷି କ୍ଷେତ୍ରରେ ମୂଳ ବାଧକ ସାଜିଛି । ପ୍ରତିବର୍ଷ ଚାଷୀମାନ ମରୁଡି ହେତୁ ଫସଲ ହରାଉଛନ୍ତି । ଚାଷୀମାନଙ୍କୁ ମୋବାଇଲ ଫୋନରେ ଚାଷ ସମ୍ପର୍କୀତ ସୂଚନା ଦିଆଯାଉଥିବା ବେଳେ ମୋବାଇଲ ଜ୍ଞାନକୌଶଳ ବ୍ୟବହାର କରି ଜଳ ସମସ୍ୟା ମଧ୍ୟ ଦୂର କରାଯାଇପାରୁଛି । ଏହା ଭାରତରେ ଦୀର୍ଘ ପାଞ୍ଚ ବର୍ଷ ହେଲା ବ୍ୟବହାର ହୋଇଆସିଲାଣି । ଓସିଆନ ଦ୍ୱାରା ନାନୋ ଗଣେଶ ମୋବାଇଲ ଇନଷ୍ଟଲେସନ ଜ୍ଞାନକୌଶଳର ବ୍ୟବହାରରେ ଚାଷୀମାନେ ଚାଷ ଜମିକୁ ନ ଯାଇ ୭ କିଲୋମିଟର ଦୁରରୁ ଚାଷ ଜମିର ଜଳଯୋଗାଣକୁ ପରିଚାଳିତ କରିପାରିବେ । ଭାରତରେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟର ୧୫୦୦୦ରୁ ଅଧିକ ଜମିରେ ଏହି ନାନୋ ଗଣେଶ ବ୍ୟବହାର କରାଯାଇଥିବା ବେଳେ ଇଜିପ୍ଟ,ତାଞ୍ଜାନିଆ, ଅଷ୍ଟ୍ରେଲିଆ ଏବଂ ଭୂଟାନ ଭଳି ଦେଶମାନଙ୍କରେ ମଧ୍ୟ ବହୁଳ ଭାବେ ବ୍ୟବହାର କରାଯାଉଛି । ଗୋଟିଏ ନାନୋ ଗଣେଶର ବ୍ୟବହାର ପ୍ରାୟ ୮ ଜଣ ବ୍ୟକ୍ତିଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନକୁ ପ୍ରଭାବିତ କରିଥାଏ – ଚାଷୀ, ଚାଷୀର ପରିବାର, ଚାଷ ପରିଚାଳକ ଏବଂ ପାଖର ଆଗ୍ରୋ ଇଲୋକଟ୍ରେନିକ ମେକାନିକ । ଏହାର ମରାମତି ଓ ଜ୍ଞାନକୌଶଳ ସହାୟତା ନିହାତି ଭାବରେ ଏକ ବଡ ପ୍ରଶ୍ନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ଚାଷୀମାନଙ୍କୁ ସେମାନଙ୍କୁ ଏହି ମେସିନ ସିଧାସଳଖ ଆମର ପୁନେସ୍ଥିତ କାର୍ଯ୍ୟାଳୟକୁ ପଠାଇବାକୁ କହୁଥିଲୁ । ପରେ ଆମେ ବିଭିନ୍ନ ରାଜ୍ୟରେ ଆମର ଶାଖାମାନ ଖୋଲି ସେବା ପ୍ରଦାନ କରୁଛୁ । କିଛି କ୍ଷେତ୍ରରେ ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କୁ ଗମନାଗମନର ଅସୁବିଧା ଥିବାରୁ ଆମେ ସେମାନଙ୍କୁ ଏହା ଉପରେ କିଛି ଶିକ୍ଷା ଦେଇ ସେମାନଙ୍କୁ ନିଜେ ଏହାକୁ ସମ୍ଭାଳିବାର ସକ୍ଷମ କରାଇଥାଉ । ସବୁଠୁ ବଡ କଥା ହେଲା ଏହା ଚାଷୀମାନଙ୍କୁ ଶ୍ରମିକ ଓ ଇନ୍ଧନ ଖର୍ଚ୍ଚରୁ ୫୦ ରୁ ୬୦ ହଜାର ବଞ୍ଚାଉଅଛି ବୋଲି ଓସିଆନର ପ୍ରତିଷ୍ଠାତା ସନ୍ତୋଷ ଓସ୍ତୱାଲ କୁହନ୍ତି । ପ୍ରତ୍ୟେକ ନାନୋ ଗଣେଶର ଦାମ ଏହାର ମଡେଲ ଉପରେ ନିର୍ଭର କରିଥାଏ ଓ ଏହା ୫୬୦ ଟଙ୍କାରୁ ଆରମ୍ଭ କରି ୨୮୦୦ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ମଡେଲ ରହିଛି । ଏହା କଂପାନୀ ସହ ଯୋଗାଯୋଗ କରୁଥିବା ଚାଷୀଙ୍କୁ କଂପାନୀ ସିଧାସଳଖ ଯୋଗାଉଥିବା ବେଳ ଏହାର ୩୦୦ରୁ ଅଧିକ ଡିଲର ମଧ୍ୟ ଅଛନ୍ତି ଯେଉଁମାନେ କି ଏହା ଚାଷୀଙ୍କ ନିକଟରେ ପହଂଚାଇଥାନ୍ତି । ଜାତୀୟ ଗଣମାଧ୍ୟମଗୁଡିକରେ ମଧ୍ୟ ଏହାରମୂ ବିଜ୍ଞ୍ୟାପନ ଦିଆଯାଇଥାଏ । ଆଜିର ଦିନରେ ନାନୋ ଗଣେଶ ଏକ ସଫଳ ପ୍ରକଳ୍ପ ହୋଇଥିଲେ ମଧ୍ୟ ଆରମ୍ଭରେ ଏହା ବହୁ ଆର୍ଥିକ ସଂକଟ ଦେଇ ଗତି କରିଥିଲା ଓ ସେମାନେ ବହୁ କଷ୍ଟରେ ନିବେଶକ ଯୋଗାଡ କରି ଏହାକୁ ଆରମ୍ଭ କରିଥିଲେ ବୋଲି ସନ୍ତୋଷ କୁହନ୍ତି । ମୂଳ ଲେଖା - ବୃନ୍ଦା ଲକ୍ଷ୍ମୀ ଭାଷାନ୍ତର - ସୌରଭ ପରିଡ଼ା Stories by Team Odia
<urn:uuid:d9cef4c2-24a7-411e-8e2d-96d333ded2ca>
CC-MAIN-2017-43
https://odia.yourstory.com/read/08882d3f33/-
2017-10-16T22:10:49Z
s3://commoncrawl/crawl-data/CC-MAIN-2017-43/segments/1508187820466.2/warc/CC-MAIN-20171016214209-20171016234209-00185.warc.gz
ory
1
Orya
8
{"ory_Orya_score": 0.9999995231628418}
ଗାଲାତୀୟଙ୍କ ପ୍ରତି ପତ୍ର 3Oriya Bible: Easy-to-Read Version (ERV-OR) ପରମେଶ୍ୱରଙ୍କ ଆଶୀର୍ବାଦ ବିଶ୍ୱାସ ଦ୍ୱାରା ମିଳେ 3 ହେ ଗାଲାତୀୟ ଲୋକେ! ଯୀଶୁ ଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ୟୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭେମାନେ ମୂର୍ଖ। ତୁମ୍ଭେ କାହାର ଛଳନାରେ ପଡ଼ିଗଲ। 2 ତୁମ୍ଭେମାନେ ମୋତେ ଗୋଟିଏ କଥା କୁହ: ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ? କ'ଣ ତୁମ୍ଭେମାନେ ବ୍ୟବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ? ନା! ତୁମ୍ଭେମାନେ ସୁସମାଗ୍ଭର ଶୁଣି ଓ ବିଶ୍ୱାସ କରି ପବିତ୍ରଆତ୍ମାଙ୍କୁ ସ୍ୱୀକାର କରିଥିଲ। 3 ତୁମ୍ଭେମାନେ ଆତ୍ମାଙ୍କ ସହିତ "ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ।" ଏବେ କ'ଣ ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ନିଜର ଶକ୍ତି ବଳରେ ଶେଷ ପର୍ଯ୍ୟନ୍ତ ଚଳି ପାରିବ? ତୁମ୍ଭେମାନେ କ'ଣ ଏତେ ବୋକା? 4 ତୁମ୍ଭେମାନେ ଅନେକ କଥା ଅନୁଭବ କରିଛ। କ'ଣ ସେ ସବୁ ବିଫଳ ହୋଇଗଲା? ନା! 5 ସେ ସବୁ ବିଫଳ ହୋଇ ନାହିଁ। ତୁମ୍ଭେମାନେ ବ୍ୟବସ୍ଥା ପାଳନ କର ବୋଲି କ'ଣ ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ଆଶ୍ଚର୍ଯ୍ୟକର୍ମମାନ କରିଛନ୍ତି, ତାହା କ'ଣ ବ୍ୟବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭେମାନେ ସୁସମାଗ୍ଭର ଶୁଣି ସେଗୁଡ଼ିକରେ ବିଶ୍ୱାସ କଲ ବୋଲି, ପରମେଶ୍ୱର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ କର୍ମମାନ କରିଛନ୍ତି। 6 ଅବ୍ରହାମଙ୍କ ବିଷୟରେ ଶାସ୍ତ୍ର ମଧ୍ୟ ଏହି କଥା କୁହେ: "ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ପରମେଶ୍ୱର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ।" [a] 7 ଅତଏବ ତୁମ୍ଭେମାନେ ଜାଣି ରଖ ଯେ, ବିଶ୍ୱାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ। 8 ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ'ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: "ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।" [b] 9 ଅବ୍ରହାମ ଏହାକୁ ବିଶ୍ୱାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସେହିପରି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି। 10 କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: "ଯାହା ବ୍ୟବସ୍ଥା [c]ରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।" [d] 11 ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ପରମେଶ୍ୱରଙ୍କଠାରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କହେ: "ବିଶ୍ୱାସକୁ ଆଧାର କରି ଧାର୍ମିକ ବ୍ୟକ୍ତି ସଦାକାଳ ପାଇଁ ଜୀବିତ ରହିବ।" [e] 12 କିନ୍ତୁ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳରେ ଶାସ୍ତ୍ର କୁହେ: "ଯେଉଁ ଲୋକ ବ୍ୟବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସେଗୁଡ଼ିକ ମାଧ୍ୟମରେ ବଞ୍ଚିବ।" [f] 13 ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: "ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, [g] ସେ ଲୋକଟି ଅଭିଶାପଗ୍ରସ୍ତ।" [h] 14 ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ୱାସ ଦ୍ୱାରା ଆମ୍ଭେ ସମସ୍ତେ ସେହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇ ପାରିବା। ବ୍ୟବସ୍ଥା ଓ ପ୍ରତିଜ୍ଞା 15 ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି: ଜଣେ ଲୋକ ଅନ୍ୟ ଜଣକ ସହିତ କରିଥିବା ଚୁକ୍ତି ବିଷୟରେ ଭାବ। ସେହି ଚୁକ୍ତିଟି ଅନୁମୋଦିତ ହୋଇଗଲା ପରେ, ସେଥିରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥିରେ ଯୋଡ଼ା ଯାଇପାରେ ନାହିଁ। 16 ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ "ଓ ତାହାଙ୍କ ସନ୍ତାନଙ୍କୁ" ପ୍ରତିଶୃତି ଦେଇଥିଲେ। କିନ୍ତୁ "ସେ ତାହାଙ୍କର ସମସ୍ତ ବଂଶଧର" ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ। 17 ମୋ' କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ। 18 ଯଦି ଉତ୍ତରାଧିକାର "ବ୍ୟବସ୍ଥା ଆଧାରିତ" ଅଟେ, ତେବେ ତାହା ''ପ୍ରତିଶୃତି ଆଧାରିତ" ହୋଇ ପାରିବ ନାହିଁ। କିନ୍ତୁ ପରମେଶ୍ୱର ଆପଣା ପ୍ରତିଶୃତି ମାଧ୍ୟମରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ। 19 ତା'ହେଲେ ବ୍ୟବସ୍ଥାର ପ୍ରୟୋଜନ କ'ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ। 20 ଗୋଟିଏ ପଟ ଥିଲେ, ମଧ୍ୟସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ। ମୋଶାଙ୍କ ନିୟମର ପ୍ରୟୋଜନ 21 ଏହାର ଅର୍ଥ କ'ଣ ଏହା ଯେ ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତରେ ଜୀବନ ଭଳି ବ୍ୟବସ୍ଥା ଯଦି ଦିଆଯାଇ ପାରିଥା'ନ୍ତା, ତେବେ ସେହି ବ୍ୟବସ୍ଥା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମ୍ଭେ ପ୍ରକୃତରେ ଧାର୍ମିକ ହୋଇ ପାରିଥାଆନ୍ତୁ। 22 କିନ୍ତୁ ଏହା ସତ୍ୟ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା ଯେ, ବିଶ୍ୱାସ ମାଧ୍ୟମରେ ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। 23 ଏହି ବିଶ୍ୱାସ ପ୍ରକାଶ ହେବା ପର୍ଯ୍ୟନ୍ତ ଆମ୍ଭେ ବ୍ୟବସ୍ଥା ଦ୍ୱାରା ବନ୍ଦୀ ଓ ପରିଗ୍ଭଳିତ ହୋଇଥିଲୁ। ଆମ୍ଭର ସେତେବେଳେ କୌଣସି ସ୍ୱାଧୀନତା ନ ଥିଲା। 24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ୟବସ୍ଥା ଆମ୍ଭର ସ୍ୱାମୀ ଥିଲା। ତା'ପରେ ଆମ୍ଭେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହେଲୁ। 25 ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ। 26 ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ। 27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ। 28 ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ। 29 ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ। Footnotes:
<urn:uuid:86867b59-46f7-47d4-80c3-42ac5786cc1c>
CC-MAIN-2017-43
https://www.biblegateway.com/passage/?search=%E0%AC%97%E0%AC%BE%E0%AC%B2%E0%AC%BE%E0%AC%A4%E0%AD%80%E0%AD%9F%E0%AC%99%E0%AD%8D%E0%AC%95%20%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%20%E0%AC%AA%E0%AC%A4%E0%AD%8D%E0%AC%B0+3&version=ERV-OR
2017-10-18T13:26:47Z
s3://commoncrawl/crawl-data/CC-MAIN-2017-43/segments/1508187822966.64/warc/CC-MAIN-20171018123747-20171018143747-00757.warc.gz
ory
1.000006
Orya
16
{"ory_Orya_score": 1.000005841255188}
ଜୟପୁର: ଏକତରଫା ପ୍ରେମର କରୁଣ ପରିଣତି। ଯୁବତୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ। ଏପରି ଘଟଣା ଘଟିଛି ଜୟପୁର ସଦର ଥାନା ବାରେଣୀପୁଟ ଗାଁରେ। ପ୍ରେମରେ ବିଫଳ ହୋଇ ନିଜ ମାମୁଁ ଝିଅକୁ ଗୁଳି କରି ହତ୍ୟା କରିଛି ସେହି ଗାଁର ଅଜିତ ଖରା। ଗତ କିଛି ଦିନ ହେଲା ଅଜିତ ନିଜ ମାମୁ ଝିଅ ପିଙ୍କିକୁ ଏକତରଫା ପ୍ରେମ କରୁଥିଲା। ମାତ୍ର ଏହାକୁ ପିଙ୍କି ବିରୋଧ କରୁଥିଲେ। ତେବେ ପିଙ୍କି ଆଜି ନିଜ ଘରେ ଥିଲେ। ଏହି ସମୟରେ ତାଙ୍କ ଘରେ ପ୍ରବେଶ କରି ଗୁଳି କରି ହତ୍ୟା କରିଥିଲେ। ଗୁଳି ଶବ୍ଦ ଶୁଣି ପରିବାର ଓ ଗାଁ ଲୋକେ ଅଭିଯୁକ୍ତ ଅଜିତକୁ କାବୁ କରି ମାଡ଼ ମାରିଥିଲେ। ପୋଲିସ ଖବର ପାଇ ଅଭିଯୁକ୍ତ ଅଜିତକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
<urn:uuid:8c1eeffd-48c9-4691-b09a-70b75a67ad53>
CC-MAIN-2017-43
http://odishareporter.in/odisha/jeypore-girl-shot-dead-by-jilted-lover/
2017-10-19T21:55:09Z
s3://commoncrawl/crawl-data/CC-MAIN-2017-43/segments/1508187823478.54/warc/CC-MAIN-20171019212946-20171019232946-00557.warc.gz
ory
0.999951
Orya
6
{"ory_Orya_score": 0.9999512434005737}
ସକ୍ରିୟ ପ୍ରଶାସନ ଲାଗି ଉଦ୍ଦିଷ୍ଟ ବହୁମୁଖୀ ପ୍ଲାଟଫର୍ମ – "ପ୍ରଗତି" ର ଅଠରତମ ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ରେଳବାଇ ସଂପର୍କିତ ଅଭିଯୋଗର ଅନୁଧ୍ୟାନ ଏବଂ ସମାଧାନର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଦୁର୍ନୀତିଗସ୍ତ ରେଳବାଇ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣା ହେଲ୍ପଲାଇନ୍ ସମତେ ସମସ୍ତ ଅଭିଯୋଗ ଏବଂ ଦ୍ୱନ୍ଦ୍ୱର ସମାଧାନ ଲାଗି ଏକ ଟେଲିଫୋନ୍ ନମ୍ବର ପ୍ରଚଳନ କରିବା ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇକୁ ନିର୍ଦ୍ଦେଶ ଦେଇଥିଲେ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ ଏବଂ କାଶ୍ମୀର, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା ଏବଂ ନାଗାଲାଣ୍ଡ ଭଳି ରାଜ୍ୟରେ ରେଳବାଇ, ରାସ୍ତା ଏବଂ ବିଦ୍ୟୁତ୍ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଯେଉଁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା ସେଗୁଡ଼ିକ ହେଲା : ମୁମ୍ବାଇ ମେଟ୍ରୋ, ତିରୁପତି-ଚେନ୍ନାଇ ରାଜପଥ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ଦୀର୍ଘଦିନରୁ ପଡ଼ି ରହିଥିବା ରାସ୍ତା ପ୍ରକଳ୍ପ, ଜାମ୍ମୁ ଏବଂ କାଶ୍ମୀର ଏବଂ ଉତ୍ତର-ପୂର୍ବାଂଚଳରେ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ସରବରାହ ଲାଇନ୍ । ମିଶନ୍ ଇନ୍ଦ୍ରଧନୁଶ ଟିକାକରଣ ମିଶନର ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସବୁଠୁ ଖରାପ ପ୍ରଦର୍ଶନ କରିଥିବା 100ଟି ଜିଲ୍ଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଟିକାକରଣରୁ ଯେମିତି ଜଣେ ବି ଶିଶୁ ବଂଚିତ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ଏନସିସି ଏବଂ ନେହରୁ ଯୁବ କେନ୍ଦ୍ର ଭଳି ଯୁବ ଅନୁଷ୍ଠାନଗୁଡ଼ିକୁ କାର୍ଯ୍ୟରେ ନିୟୋଜିତ କରାଯିବା ଉଚିତ୍ । ସ୍ୱଚ୍ଛତା ଆକ୍ସନ୍ ପ୍ଲାନର କାର୍ଯ୍ୟକାରୀତା ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ପକ୍ଷ ଭଳି କାର୍ଯ୍ୟକ୍ରମକୁ ସ୍ଥାୟୀ ସମାଧାନ ନିମନ୍ତେ ଆନ୍ଦୋଳନରେ ପରିବର୍ତ୍ତନ କରାଯିବା ଆବଶ୍ୟକ । ଅମୃତ ମିଶନ୍ ଅଧୀନରେ ଏଲଇଡି ବଲ୍ବ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ମିଳୁଥିବା ଲାଭ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହାଦ୍ୱାରା ଏହାର ସୁଫଳ ସମସ୍ତଙ୍କ ନିକଟରେ ପହଂଚିପାରିବ । 2022ରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଭାରତର ରୂପାନ୍ତରଣକାରୀ ପରିବର୍ତ୍ତନ ଲାଗି ସୁଦୃଢ଼ ଯୋଜନା ଏବଂ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସମସ୍ତ ସଚିବ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ଦିଗରେ ସର୍ବାଧିକ ପଦକ୍ଷେପ ନେବା ଲାଗି ସେ ଆହ୍ୱାନ କରିଥିଲେ । ******
<urn:uuid:06972978-b2ad-4668-889e-581613ddaec8>
CC-MAIN-2017-43
http://www.pmindia.gov.in/ory/news_updates/%E0%AC%AA%E0%AD%8D%E0%AC%B0%E0%AC%97%E0%AC%A4%E0%AC%BF-%E0%AC%AE%E0%AC%BE%E0%AC%A7%E0%AD%8D%E0%AD%9F%E0%AC%AE%E0%AC%B0%E0%AD%87-%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8%E0%AC%AE-5/
2017-10-19T20:15:22Z
s3://commoncrawl/crawl-data/CC-MAIN-2017-43/segments/1508187823462.26/warc/CC-MAIN-20171019194011-20171019214011-00418.warc.gz
ory
1.000002
Orya
9
{"ory_Orya_score": 1.0000015497207642}
ଭୁବନେଶ୍ୱର(ଓଡିଶା ରିପୋର୍ଟର), ଆଜିକାଲି ବର୍ଷାରେ ବେହାଲ ହେଲାଣି ଜୀବନ। ଛାଡିବାର ନାଁ ହିଁ ନେଉନି।ଲଗାଣବର୍ଷା ପାଇଁ ଦୈନନ୍ଦିନ ଜୀବନ ବେହାଲ ହେଉଥିବା ବେଳେ ସେପଟେ ବର୍ଷାରେ ମସ୍ତି କରୁଛନ୍ତି 'ସିଷ୍ଟର ଶ୍ରୀଦେବୀ' ଫିଲ୍ମର ଲିଡ୍ ହିରୋଇନ୍ ଶିବାନୀ। କାରଣ ସବୁବେଳେ ବର୍ଷାରେ ଭିଜି ଦେହ ଖରାପ କରିବାକୁ ସେ ବିଲକୁଲ ପସନ୍ଦ କରନ୍ତିନି। ତେଣୁ ବର୍ଷାରେ ଘରେ କଫି ପିଇ ଫିଲ୍ମ ଦେଖିବାକୁ ସେ ଖୁବ ପସନ୍ଦ କରନ୍ତି ଓ ବର୍ଷାହେଲେ ସେ ତାଙ୍କ ସାଙ୍ଗମାନଙ୍କୁ ଘରକୁ ଡାକି କଥାବାର୍ତ୍ତାର ଆସର ଜମାନ୍ତି। ଶିବାନୀଙ୍କ କହିବା ଅନୁଯ଼ାୟୀ ପିଲାଦିନେ ତାଙ୍କୁ ବର୍ଷା ପିଣିରେ ଭିଜିବା ବେସ୍ ପସନ୍ଦ ଥିଲା। ପିଲାଦିନେ ଯେତେ ଦେହ ଖରାପ ହେଉନା କାହିଁକି ସେ ବର୍ଷା ହେବା ମାତ୍ରେ ବର୍ଷରେ ଯାଇ ଭିଜୁଥିଲେ ଓ ଗୀତଗାଇ ନାଚୁଥିଲେ କିନ୍ତୁ ଏବେ ସୁଟିଙ୍କ ଓ ପଢାରେ ବ୍ୟସ୍ତ ରହୁଥିବାରୁ ସେ ବର୍ଷା ପାଣିଠୁ ଟିକେ ଦୁରେଇ ରହୁଛନ୍ତି। ନହେଲେ ଦେହ ଖରାପ ହେବ ଓ ସବୁ ସିଡୁଲ ବିଗିଡିଯିବ। ତେବେ ଏଠାରେ ଦର୍ଶକମାନଙ୍କୁ ଜଣାଇ ଦେଉଛୁ ଯେ, ଶିବାନୀ 'ତରଙ୍ଗ ସିନେ ପ୍ରଜକ୍ସନ'ର 'ସିଷ୍ଟର ଶ୍ରୀଦେବୀ' ଫିଲ୍ମରେ ବାବୁସାନଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ । ଯଦିଓ ଶିବାନୀଙ୍କୁ ଏପର୍ଯ୍ୟନ୍ତ ଗୋଟେ ଫିଲ୍ମରେ ଅଭିନୟ କରିଥିବାର ଦେଖାଯାଇଛି ତେବେ ପୂର୍ବରୁ ଶିଶୁ କଳାକାର ଭାବେ ତାଙ୍କୁ ଅନେକ ଧାରାବାହିକରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା।' ଉତ୍ତରଦାୟୀ' , 'ଦେବୀ' ପରି ହିଟ୍ ସିରିଏଲରେ ସେ ପୂର୍ବରୁ ଶିଶୁ କଳାକାର ଭାବେ ଅଭିନୟ କରିସାରିଛନ୍ତି।
<urn:uuid:88c2d7a1-8681-4b7e-9424-e6ef3893538c>
CC-MAIN-2017-43
http://odishareporter.in/entertainment/sibani-enjoying-in-rainy-season/
2017-10-20T01:15:28Z
s3://commoncrawl/crawl-data/CC-MAIN-2017-43/segments/1508187823605.33/warc/CC-MAIN-20171020010834-20171020030834-00882.warc.gz
ory
0.999989
Orya
5
{"ory_Orya_score": 0.9999887943267822}
ଇଶ୍ୱରଙ୍କ ହାତରେ ସ୍ୱାଧୀନତାର ସୂକ୍ଷ୍ମ କଳାକୃତି ଭୁବନେଶ୍ୱର/(ସିଓ): ଇଶ୍ୱରଙ୍କ ପ୍ରଦତ୍ତ କଳାକୁ ସେ ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ । ମନର ଭାବନା ଓ ପରିକଳ୍ପନାକୁ ହାତର ସ୍ପର୍ଷରେ ସୁନ୍ଦର କରି ଗଢି ତୋଳନ୍ତି ସୂକ୍ଷ୍ମ କଳା ମାନ । ସେ ଆଉ କେହି ନୁହଁନ୍ତି, ଜଟଣୀସ୍ଥିତ ହାଟ ବଜାର, ଗୋପିନାଥପୁରର ସୂକ୍ଷ୍ମ କଳାର ଯାଦୁକର ଏଲ୍ ଇଶ୍ୱର ରାଓ । ଆଶା ତ ଅନେକ ଅଛି,କିଛି ନୂଆ କରି ଦେଖାଇବାର । କେବେ ବି ସେ ଥକି ପଡିନାହାନ୍ତି କି ହାର ମାନିନାହାନ୍ତି । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଇଶ୍ୱର ୬୯ତମ ସ୍ୱାଧୀନତା ଦିବସ ଅବସରରେ ବୋତଲ ଭିତରେ ସାବୁନ ମାଧ୍ୟମରେ ତିଆରି କରିଛନ୍ତି ଜବାହାର ଲାଲ୍ ନେହେରୁ, ମହାତ୍ମା ଗାନ୍ଧୀ, ଭଗତ ସିଂ, ସୂବାଷ ଚନ୍ଦ୍ର ବୋଷ ଓ ଡ଼ ରାଜେନ୍ଦ୍ର ପ୍ରସାଦଙ୍କ ଜୀବନ୍ତ ପ୍ରତିମୂର୍ତ୍ତୀ ।
<urn:uuid:3bd5b469-c28d-478c-8e47-b92f439d89d5>
CC-MAIN-2017-43
http://eswar6r.blogspot.com/2015/08/canvasodisha.html
2017-10-19T01:53:26Z
s3://commoncrawl/crawl-data/CC-MAIN-2017-43/segments/1508187823214.37/warc/CC-MAIN-20171019012514-20171019032514-00492.warc.gz
ory
0.999998
Orya
36
{"ory_Orya_score": 0.9999982118606567}
କେଦାର ମିଶ୍ର ରାଣୀପୁର-ଝରିଆଲ, ବଲାଂଗିର ଜିଲ୍ଲାର ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ। ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର। ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି । ରାଣିପୁର-ଝରିଆଲ ବ୍ୟତୀତ ଖୁର୍ଧା ଜିଲ୍ଲାର ହୀରାପୁର ଠାରେ ଏମିତି ଆଉ ଏକ ମନ୍ଦିର ରହିଛି। ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ। ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର। ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି। ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ଵ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା- ୧। ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି କୁହାଯାଉଥିଲା । ଏହି ଧାରାର ଜଣେ ପ୍ରମୁଖ ସାଧକ "ଗଗନଶିବ" ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି। ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ । ୨. ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି। ଯୋଗିନୀ ମାନେ ମୂଳତଃ ଲୋକ ଦେବୀ। ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି। ୩. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଂକ ମନ୍ଦିର ରହିଛି । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି। ୪. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ। ସୋମ ବଂଶି ମାନେ ଉତ୍ତର ଦିଗରୁ ଆସିଥିବାରୁ ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ । ୫. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ଵାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣିତ ବିବିଧ କରଣ ରେ ଏଠି କାର ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି। ଶିବଙ୍କର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି। ୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି । ୭. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଂକରୀ। ପ୍ରାୟ ଯୋଗିନୀ ତ୍ରିଶୁଳ, ପାଶ ଓ ମାଳ ଧାରଣ କରନ୍ତି। ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି । ୮. ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି। ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ଵୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ । ୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି । ୧୦. ପର୍ଯ୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି। ଟିଟିଲାଗଡ ଓ କଂଟାବାଂଜୀ ସହର ଠାରୁ ଏଠିକି ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ର ମର୍ଯ୍ୟାଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ । ସୌଜନ୍ୟ: ଓଡିଶା ଡଟ କମ
<urn:uuid:e863d6a4-8836-4f56-ba07-ecff57af562f>
CC-MAIN-2017-43
http://odia.bigwire.in/%E0%AC%A4%E0%AC%A8%E0%AD%8D%E0%AC%A4%E0%AD%8D%E0%AC%B0-%E0%AC%B8%E0%AC%BE%E0%AC%A7%E0%AC%A8%E0%AC%BE%E0%AC%B0-%E0%AC%AE%E0%AC%B9%E0%AC%BE%E0%AC%AA%E0%AD%80%E0%AC%A0-%E0%AC%B0%E0%AC%BE%E0%AC%A3/
2017-10-18T07:17:09Z
s3://commoncrawl/crawl-data/CC-MAIN-2017-43/segments/1508187822822.66/warc/CC-MAIN-20171018070528-20171018090528-00158.warc.gz
ory
0.999997
Orya
239
{"ory_Orya_score": 0.9999966621398926}
ଗଣନା ପୁସ୍ତକ 21Oriya Bible: Easy-to-Read Version (ERV-OR) କିଣାନବଂଶୀୟଙ୍କ ସହିତ ଯୁଦ୍ଧ 21 କିଣାନ ବଂଶୀୟ ରାଜା ଆରାଦ ଦକ୍ଷିଣ ପ୍ରଦେଶରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇସ୍ରାଏଲର ଲୋକମାନେ ଅଥାରୀମର ପଥ ଦେଇ ଆସୁଛନ୍ତି। ତେଣୁ ସେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବନ୍ଦୀ କଲେ। 2 ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କଠାରେ ପ୍ରତିଜ୍ଞା କଲେ: "ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କର, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବିନାଶ କରିବୁ।" 3 ତହୁଁ ସଦାପ୍ରଭୁ ସେମାନଙ୍କ ପ୍ରାର୍ଥନା ଶୁଣିଲେ, ସେ କିଣାନୀୟମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ସମସ୍ତ ନଗର ବର୍ଜ୍ଜନୀୟ ରୂପେ ବିନାଶ ହେଲା। ତେଣୁ ସେହି ସ୍ଥାନର ନାମ ହର୍ମା ହେଲା। ପିତ୍ତଳ ସର୍ପ 4 ତା'ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ। 5 ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, "କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।" 6 ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ। 7 ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, "ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।" ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ। 8 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, "ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।" 9 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ। ମୋୟାବକୁ ଯାତ୍ରା 10 ଅନନ୍ତର ଇସ୍ରାଏଲର ଲୋକମାନେ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ। 11 ତାହାପରେ ଓବୋତରୁ ଯାତ୍ରା କରି ପୂର୍ବ ଦିଗରେ ମୋୟାବର ପୂର୍ବଦିଗସ୍ଥିତ ମରୁଭୂମିରେ ଇୟୀଅବାରୀମରେ ଛାଉଣି ସ୍ଥାପନ କଲେ। 12 ପୁଣି ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ। 13 ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣ୍ଣୋନ ନଦୀର ଅନ୍ୟ ପାର୍ଶ୍ୱ ମରୁଭୂମିରେ ଛାଉଣି ସ୍ଥାପନ କଲେ। କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା। 14 ଏଥିନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା: "ଘୂର୍ଣିବାୟୁରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା। 15 ଘାଟିର ଗଡ଼ାଣିଗୁଡ଼ିକ ଯେଉଁଗୁଡ଼ିକ ଆରର ନିବାସ ଆଡ଼େ ଯାଇଥିଲା ଏବଂ ସେଗୁଡ଼ିକ ମୋୟାବର ସୀମାରେ ଅବସ୍ଥିତ ଥିଲା।" 16 ସେଠାରୁ ସେମାନେ ବେର ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, "ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର। ମୁଁ ସେମାନଙ୍କୁ ଜଳ ଦେବି।" 17 ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାଇଲେ: "ହେ କୂପଜଳ, ଉଚ୍ଛୁଳିଉଠ, 19 ଲୋକମାନେ ମତ୍ତାନରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ ଯାତ୍ରା କଲେ। 20 ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସ୍ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା। ସୀହୋନ ଓ ଓଗ 21 ଅନନ୍ତର ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ କେତେକ ଦୂତଙ୍କୁ ପଠାଇଲେ, ସେମାନେ ରାଜାଙ୍କୁ କହିଲେ, 22 "ଦୟାକରି ତୁମ୍ଭ ରାଜ୍ୟ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ ଦେଶସୀମା ପାର ହେବା ପର୍ଯ୍ୟନ୍ତ କେବଳ ରାଜପଥ ଦେଇ ଗମନ କରିବୁ।" 23 ମାତ୍ର ସୀହୋନର ରାଜା ଆପଣା ଦେଶ ମଧ୍ୟଦେଇ ଇସ୍ରାଏଲକୁ ଯାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ବାହାରିଲେ। ଯହସଠାରେ ପହଞ୍ଚି ସେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କଲେ। 24 ମାତ୍ର ଇସ୍ରାଏଲର ଲୋକମାନେ ରାଜାଙ୍କୁ ହତ୍ୟା କଲେ। ତା'ପରେ ସେମାନେ ଅର୍ଣ୍ଣୋନଠାରୁ ଯଦ୍ଦୋକ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଅଗ୍ରସର ହେଲେ। ସେମାନେ ସେମାନଙ୍କର ଦେଶ ଅଧିକାର କଲେ କିନ୍ତୁ ଆଗକୁ ଯାଇ ପାରିଲେ ନାହିଁ। କାରଣ ଅମ୍ମୋନୀୟମାନେ ଶକ୍ତିଶାଳୀ ଥିଲେ। 25 ଏହିରୂପେ ଇସ୍ରାଏଲ ସେ ସମସ୍ତ ନଗର ଦଖଲ କଲେ। ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ନଗରରେ ଅର୍ଥାତ୍ ହିଷ୍ବୋନରେ ଓ ତହିଁର ସମସ୍ତ ନଗରରେ ବାସକଲେ। 26 କାରଣ ହିଷ୍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ରାଜକୀୟ ନଗର ଥିଲା। ସେ ମୋୟାବର ପୂର୍ବ ରାଜା ବିପକ୍ଷରେ ଯୁଦ୍ଧ କଲେ ଏବଂ ଅର୍ଣ୍ଣୋନ ପର୍ଯ୍ୟନ୍ତ ଦେଶ ଅଧିକାର କଲେ। 27 ଏଥିନିମନ୍ତେ କବିମାନେ କହନ୍ତି, "ତୁମ୍ଭେମାନେ ହିଷ୍ବୋନକୁ ଆସ, 31 ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ। 32 ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ ଛୋଟ ନଗରଗୁଡ଼ିକୁ ଅକ୍ତିଆର କଲେ ଓ ସେଠାରେ ବାସ କରୁଥିବା ଇମୋରୀୟମାନଙ୍କୁ ତଡ଼ି ଦେଲେ। 33 ତହୁଁ ସେମାନେ ବାଶନ ଆଡ଼କୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସେମାନଙ୍କ ସହିତ ଇଦ୍ରିୟୀଠାରେ ଯୁଦ୍ଧ କଲେ। 34 ସଦାପ୍ରଭୁ ମୋଶାଙ୍କୁ କହିଲେ, "ସେ ରାଜାକୁ ଭୟ କର ନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସର୍ମପଣ କରିବି। ତୁମ୍ଭେ ହିଷ୍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେପରି କରିଥିଲ, ତାହା ପ୍ରତି ସେହିପରି କରିବ।" 35 ଏଣୁ କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସେମାନେ ତାହାର ରାଜ୍ୟ ଅଧିକାର କଲେ।
<urn:uuid:b5f1c3aa-d912-455e-bc8f-8607ca7e8687>
CC-MAIN-2017-43
https://www.biblegateway.com/passage/?search=%E0%AC%97%E0%AC%A3%E0%AC%A8%E0%AC%BE%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+21&version=ERV-OR
2017-10-21T05:07:07Z
s3://commoncrawl/crawl-data/CC-MAIN-2017-43/segments/1508187824570.79/warc/CC-MAIN-20171021043111-20171021063111-00545.warc.gz
ory
1
Orya
15
{"ory_Orya_score": 0.9999997615814209}
ବର୍ଷସାରା ଚାଷକାମରେ ଲାଗି ରହୁଥିବା ବିଜୁ, ଏଇ ତିନିମାସ ଗାଁ ମୁଣ୍ଡ ହାଇୱେ ପାଖରେ ଥିବା ବରଗଛ ମୂଳେ ଦହିବରା ବେପାର କରେ, ଯେ ପର୍ଯ୍ୟନ୍ତ ମାଟିରେ ହଳଫାଳ ଲାଗିବା ପାଗ ହେଇନି। ତା ମନ ଜାଣି ଭଗବାନ ତାକୁ କୁନି ପରି ସ୍ତ୍ରୀ ଟିଏ ଦେଇଛନ୍ତି। ବିଜୁ ଯେମିତି ଚାଷକାମରେ ମାଟି ସହ ମାଟି ହେଇ ଚଷିପାରେ, କୁନି ସେମିତି ଘରକାମଠୁ ଆରମ୍ଭ କରି ପୁନେଇଁ ପରବ ଓଷାବ୍ରତ ପର୍ଯ୍ୟନ୍ତ ସବୁ କାମକୁ ସୁରୁଖୁର ରେ ଚଳେଇ ନିଏ। ଥରେ ମୁଁ ଗୋଟେ ବିଶେଷ କାମରେ ଗାଁ କୁ ଯାଉଥାଏ। ସେତେବେଳକୁ ଦିନ ଦୁଇଟା ହେଲାଣି। ପାଞ୍ଚ ଘଣ୍ଟା କାର ଡ୍ରାଇଭ କଲାପରେ ଭୋକ ବି ଲାଗିଲାଣି। ବିଜୁ ର ଦହିବରା ଚାଳଟି ଦେଖି ଗାଡି ଛିଡା କରି ପଚାରିଲି, "ଆରେ ଭାଇ ଆଗରେ ହୋଟେଲ କୋଉଠି ଅଛି"? ବିଜୁ କହିଲା "ବାବୁ, ଭଲ ହୋଟେଲ ତ ଛାଡ଼ିକି ଆସିଲ। ଆଗକୁ ସେମିତି ଭଲ ହୋଟେଲ ନାହିଁ, ହଁ ଢାବା ସବୁ ମିଳିବ। ଢାବାର ଖାଇବା ଆପଣଙ୍କୁ ଭଲ ଲାଗିପାରେ ହେଲେ ଆମ ପାଟିକୁ ଖରାଦିନେ ପଖାଳର ସୁଆଦ ସବୁଠୁ ବେଶି"। ବିଜୁ କଥାରେ କେମିତି ଗୋଟେ ମମତା ଥିଲା। ମୁଁ ଟିକେ ତାତ୍ସଲ୍ୟ କରି କହିଲି "ସେ କଥା ଠିକ ଯେ ହେଲେ ଏବେ ମୁଁ ଚାହିଁଲେ ବି କଣ ପଖାଳ ମିଳିବ? ଛାଡ଼, ଭାଇ ଦହିବରା ଗୋଟେ ପ୍ଲେଟ ଦିଅ"। ଠିକ ସେତିକି ବେଳେ କୁନି ବିଜୁ ପାଇଁ ପଖାଳ ହାଣ୍ଡିଟା ନେଇ ପହଁଚିଲା। ବିଜୁର ଆଖିରେ ଗୋଟେ ଚମକ୍ ଆସିଗଲା। ଖୁସି ହେଇ କହି ପକେଇଲା "ଆପଣ ଯଦି ଚାହିଁବେ ପଖାଳ ନିଶ୍ଚୟ ମିଳିବ"। ମୁଁ ହାତ ଧୋଉ ଧୋଉ ପ୍ରଶ୍ନିଳ ଆଖିରେ ତାକୁ ଚାହିଁଲି। ମୋତେ ପାଖ ବେଞ୍ଚରେ ବସିବାକୁ ନିର୍ଦ୍ଦେଶ ଦେଇ କୁନିକୁ ପଖାଳ ବାଢିବାକୁ କହିଲା। ମୁଁ ଆନମନା ହେଲାରୁ ମୋତେ ବୋଧଦେଇ ବିଜୁ କହିଲା "ବାବୁ, ବୈଶାଖ ମାସ ଖରା, ତୋରାଣି ମୁନ୍ଦେ ପିଇ ଦେଇ ଯାଅ ଆଗକୁ ଦମ ଧରିବ"। ମୁଁ ବିଜୁ କଥାର ଗୁରୁତ୍ୱ ହୃଦୟଙ୍ଗମ କରୁ କରୁ କୁନି ଆଣି ମୋ ଆଗରେ ପଖାଳ କଂସାଟା ଥୋଇଦେଲା ଓ ତା ସହ ଦୁଇ ପ୍ରକାର ଶାଗ, ବଡି ଚୁରା, କଲରା ଆଳୁ ଭଜା, ପିଆଜ, କଞ୍ଚା ଲଙ୍କା ବି ଦେଲା। ମୋ ଦ୍ଵିଧା କୁ ଦୂର କରିବା ପାଇଁ ବିଜୁ କହିଲା "ବାବୁ ଚିନ୍ତା କରନି, ତମେ ଖାଅ। ଏ କୁନି ମୋ ପାଇଁ ସବୁବେଳେ ବେଶି ଆଣିଥାଏ"। ସେଇ ପଖାଳ ଖିଆ ଅନୁଭୂତି ବଡ ନିଆରା ଥିଲା। କୁନିର ହାତରନ୍ଧା ପଖାଳରେ କି ସୁଆଦ ଥିଲା କେଜାଣି। ଖାଇସାରି ପର୍ସ କାଢି କହିଲି "କେତେ ଦେବି"? ବିଜୁ ହସି ହସି କହିଲା "ଏଇଟା ମୋ ଘର ଖାଦ୍ୟ ବାବୁ, ବେପାର ନୁହଁ"। ନିଜ ମନର ବୋଝ କମ କରିବାକୁ ବିଜୁ କୁ କହିଲି "ତମେ ଦହିବରା ସହ ପଖାଳ ବେଉସା ବି କରୁନ। ସତ କହୁଛି ଏମିତି ସୁଆଦିଆ ପଖାଳ ମୁଁ କେବେ ଖାଇନି"। ପ୍ରଶଂସା ଶୁଣି ଦୁହେଁ ହସିଲେ ଓ ବିଜୁ କହିଲା "ବାବୁ ତମେ ଭଲ ମଜା କଥାଟିଏ କହିଲ! 'ପଖାଳ ବେଉସା' କଣ ସମ୍ଭବ"? ଏଥର ମୋତେ ସୁଯୋଗ ମିଳିଗଲା। ମୁଁ ପର୍ସ ରୁ ଗୋଟେ ପଚାଶ ଟଙ୍କିଆ ନୋଟ କାଢି କହିଲି "ତମେ ଏଇଟା ରଖ, ପଖାଳ ବେଉସା ଆରମ୍ଭ କର, ଯଦି ଚାଲିଲା ତା ହେଲେ ମୁଁ ହେଲି ତମ ପ୍ରଥମ ଗ୍ରାହକ। ଆଉ ଯଦି ନ ଚାଲେ, ତାହେଲେ ମୋ ପଇସା ଫେରେଇ ଦେବ"। ଏଥର ବିଜୁ ଅମଙ୍ଗ ହେଲେ ମଧ୍ୟ ମନା କରି ପାରିଲାନି। ମୁଁ ତା ପକେଟରେ ଟଙ୍କାଟା ଗୁଞ୍ଜିଦେଇ ବାହାରିଗଲି। ୟା ଭିତରେ ଚାରି ବର୍ଷ ବିତିଯାଇଛି। ଗରମ ଆରମ୍ଭ ହେଇଗଲାଣି, ଗୁଳୁଗୁଳି ଯଦିଓ ନୁହଁ ତେବେ ଗତ ସପ୍ତାହ ରୁ ଖରାତାତି ଗ୍ରୀଷ୍ମାରମ୍ଭର ସୂଚନା ଦେଲାଣି। ପିଲାମାନଙ୍କ ପରୀକ୍ଷା ଚଉଦ ତାରିଖରୁ ସରିଥିଲା କିନ୍ତୁ ଛୁଟି ସୁବିଧା କରି ପରିବାରକୁ ନେଇ କୋଡିଏ ତାରିଖ ରେ ଗାଁ କୁ ବାହାରିଲି। ଦିନ ଗୋଟାଏ ପାଖାପାଖି ହବ, ଠିକ ବିଜୁ ହୋଟେଲ ପାଖରେ ଘରଣୀ କହିଲେ "ଗାଡି ରଖ, ଆମେ ଏଇଠି ଖାଇ ନବା"। ଜାଗାଟା ଢାବା ଭଳିଆ ହେଇଚି ଦେଖି ମୁଁ ଟିକେ ଇତସ୍ତତଃ ହେଲି। ଢାବା ଭିତରକୁ ପଶିଲା ବେଳକୁ ବିଜୁ ବାହାରି ଆସି ହାତ ଯୋଡି ଛିଡା ହେଲା। ମୁଁ ବିଜୁ କୁ ଚିହ୍ନି ପାରିଲି କିନ୍ତୁ ଆମ ଘରଣୀ ଟିକେ ଆଶ୍ଚର୍ଯ୍ୟ ହେଉଥାଆନ୍ତି। ଆମକୁ ଗୋଟେ ଟେବୁଲରେ ବସେଇଲା ପରେ ବିଜୁ ଆରମ୍ଭ କଲା "ମା ଜାଣିଛ, ତମ ବାବୁ ଏଇ ହୋଟେଲର ପ୍ରଥମ ଗ୍ରାହକ!" ତା ପରେ ଚାରି ବର୍ଷ ପୁରୁଣା କଥା ସବୁ ଗାଇଗଲା। ମୁଁ ଟେବୁଲ ଉପରେ ଥୁଆ ହେଇଥିବା ମେନୁ କାର୍ଡ ଉପରେ ନଜର ପକେଇଲି। ସେଥିରେ ବିଭିନ୍ନ ପ୍ରକାରର ଭଜା, ଛଣା, ପୋଡା, ସିଝା, ଛେଚା, ସନ୍ତୁଳା, ଶାଗ, ଚଟଣି ସହ ଆଚାର ସାଲାଡ ତ ଥିଲା କିନ୍ତୁ ସବୁଠୁ ବେଶି ମଜା କଥା ହେଲା ସେଠି ବିଭିନ୍ନ ପ୍ରକାର ପଖାଳର ମେନୁ ବି ଥିଲା। ଯେମିତି କି: ସଜ ପଖାଳ ବାସି ପଖାଳ ଜିରା ପଖାଳ ଦହି ପଖାଳ ଧନିଆ ପୋଦିନା ପଖାଳ ଆମ୍ବକଷିଆ ଅଦା ପଖାଳ କଞ୍ଚାଆମ୍ବ ପଖାଳ କାକୁଡ଼ିକୋରା ପଖାଳ ବଡ଼ି ପଖାଳ ଇତ୍ୟାଦି ଆମେ ସମସ୍ତେ ପଖାଳ ଖାଇଲୁ। ଖାଇଲାବେଳେ ମୋର ପୁରୁଣା କଥା ସବୁ ମନେ ପଡୁଥାଏ। ଖାଇସାରିଲା ପରେ କେତେ ଟଙ୍କା ହେଲା ବୋଲି ପଚାରିଲାରୁ ବିଜୁ କହିଲା "ବାବୁ ତମ ହାତରୁ ଏ ବେପାର ଆରମ୍ଭ କରିଥିଲି ବୋଲି ଆଜି ଏତେ ବଢିଗଲା। ତମ ଠାରୁ କଣ ପଇସା ନେବି"? ସେଠୁ ଫେରି ଗାଡି ଷ୍ଟାର୍ଟ କରୁ କରୁ ବିଜୁର ଢାବା ଆଗରେ ଲାଗିଥିବା ଫ୍ଲେକ୍ସ ଟା ଆଖିରେ ପଡ଼ିଲା ଯୋଉଠି ବଡ ବଡ ଅକ୍ଷରରେ 'ପଖାଳ ଦିବସ' ର ସ୍ୱାଗତ ସମ୍ବାଦ ଲେଖା ହେଇଥାଏ। ମୋର ମନେ ପଡ଼ିଲା ଓଃ ଆଜି ପରା 'ମାର୍ଚ୍ଚ କୋଡିଏ'। Link to the blog of Prabir kumar sahoo below, read more
<urn:uuid:6fddcc6b-8fd8-4657-8912-8738949768a8>
CC-MAIN-2017-43
http://www.bhubaneswarbuzz.com/updates/odia-articles/pakhala-beautiful-short-story-odia
2017-10-23T22:24:58Z
s3://commoncrawl/crawl-data/CC-MAIN-2017-43/segments/1508187826840.85/warc/CC-MAIN-20171023221059-20171024001059-00145.warc.gz
ory
0.999709
Orya
26
{"ory_Orya_score": 0.9997092485427856}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା କଟକ, ମଇ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ଅଗ୍ନିଶମ ବିଭାଗର ତାଲିମ ଚାଲିଥିବା ବେଳେ ପାଣିରେ ବୁଡ଼ିଯାଇ ଗୁରୁବାର ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ମହାନୀ ସ୍ଥିତ ବାଙ୍କି ବେଦୀୱାର ନିକଟରେ ଅଗ୍ନିଶମ ତାଲିମ ଅନୁଷ୍ଠାନର ୨୦ରୁ ଉର୍ଦ୍ଧ୍ଵ ଅଧିକାରୀ ତାଲିମ ନେବା ପାଇଁ ପାଣିକୁ ଯାଇଥିଲେ । କିଛି ସମୟ ପରେ ଅନ୍ୟମାନେ ବାହାରକୁ ଆସିଥିବା ବେଳେ ଆସିଷ୍ଟାଣ୍ଟ ଫାୟାର ଅଫିସର ଶୈଳେନ୍ଦୁ ମହାନ୍ତି ଆସିନଥିଲେ । ପରେ ସେଠାରେ ଥିବା କର୍ମଚାରୀମାନେ ଖୋଜାଖୋଜି କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ଆଣିଥିଲେ । ତେବେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ଡ଼ଟ୍ କମ୍
<urn:uuid:df0085e7-70fc-4873-afe1-c4d5c71bd467>
CC-MAIN-2017-47
http://www.odisha.com/archives/10884
2017-11-21T06:15:44Z
s3://commoncrawl/crawl-data/CC-MAIN-2017-47/segments/1510934806317.75/warc/CC-MAIN-20171121055145-20171121075145-00691.warc.gz
ory
0.999973
Orya
23
{"ory_Orya_score": 0.9999725818634033}
ଶୁଭାଶିଷ ପାଣିଗ୍ରାହୀ ଗତ ଦୁଇ ସପ୍ତାହ ସାରା ଇଣ୍ଟରନେଟରେ ନିଆଁ ଲାଗିଛି । ସାରା ଦେଶରୁ ଲୋକେ ନିଆଁରେ ପତଙ୍ଗ ଝାସ ଦେଲା ଭଳି ଫେସବୁକର ନୂଆ ପ୍ରକଳ୍ପ ଫ୍ରି ବେସିକ (Free Basics) ବିରୋଧରେ ଭିନ୍ନ ଭିନ୍ନ ଧରଣର ମତ ଦେଇଚାଲିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାଳରେ ସେଠାରେ ଜୁକରବର୍ଗଙ୍କ ସାଙ୍ଗେ ଭେଟି ଫେସବୁକର ମିଳିତ ସହଯୋଗରେ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜ୍ଞାନ ବିତରଣ ଓ ସୂଚନା ପହଞ୍ଚାଇବା ବାବଦରେ ଆଲୋଚନ କରିଥିଲେ। ଫେସବୁକ ଏହାକୁ ଭାରତରେ ନିଜର ଚେର ମୋଟା କରିବାର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଉଦ୍ୟମ କଲା । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ଫ୍ରି ବେସିକ୍ସ ସମ୍ପର୍କରେ ଘୋଷଣା କରିବାର ଦୁଇ ସପ୍ତାହ ନ ପୁରୁଣୁ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ପାଖରେ ସାଢ଼େ ଚାରି ଲକ୍ଷ ପାଖାପାଖି ଇମେଲ ଏହାକୁ ରୋକିବା ଲାଗି ପହଞ୍ଚି ସାରିଲାଣି । ଜନନେତା ଓ ଇନଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନୀଳକେଣିଙ୍କ ଠାରୁ ଆରମ୍ଭ କରି ମିଡ଼ିଆନାମାର ପ୍ରତିଷ୍ଠାତା ନିଖିଳ ପାଉଆ, ଭେଞ୍ଚର କ୍ୟାପିଟାଲିଷ୍ଟ ମହେଶ ମୂର୍ତ୍ତି, ଇଣ୍ଟରନେଟ ଆକ୍ଟିଭିଷ୍ଟ ସୁନୀଳ ଆବ୍ରାହାମ, ପ୍ରଣେଶ ପ୍ରକାଶଙ୍କ ଯାଏ ସଭିଏଁ ଏହା ପଛରେ ଫେସବୁକ ଲାଭକାରୀ ମନୋଭାବ ନିହିତ ଅଛି ବୋଲି ଦର୍ଶାଇ ଏହି ଉଦ୍ୟମକୁ କଡ଼ା ନିନ୍ଦା କରିଛନ୍ତି। ତେବେ କଣ ଏ ଫ୍ରି ବେସିକ୍ସ? କାହିଁକି ଏତେ ବିବାଦ ? ଫେସବୁକ ବ୍ୟବହାର କରୁଥିବା ଉଣାଅଧିକେ ସଭିଏଁ ଜାଣୁଥିବେ ସେ କେଡ଼େ ଅଠାକାଠି! ଫେସବୁକର ପ୍ରାୟ ବ୍ୟବହାକାରୀ ହେଲେ ଯୁବବର୍ଗର । ତେବେ ଅନ୍ୟ ବଯସର ଲୋକେ ମଧ୍ୟ ଫେସବୁକ ବ୍ୟବହାର କରିଥାନ୍ତି । ଖୁବ କମ ସମୟରେ ଅଧିକ ଲୋକଙ୍କ ସଙ୍ଗେ ମିଶିବା, ଗପିବା ଆଦି ସୁବିଧା ପାଇବା ଯୋଗୁଁ ଅନେକେ ଫେସବୁକ ପ୍ରେମରେ ପଡ଼ିଯାଆନ୍ତି । ସରଳ ଭାଷାରେ କହିଲେ ଫେସବୁକ ଇଣ୍ଟରନେଟରେ ଉପଲବ୍ଧ ଏକ ହାଟ ବଜାର । ଲୋକେ ସେଠି କିଛି ସମୟ କାଟିବା ପାଇଁ, ଚିହ୍ନା-ଅଚିହ୍ନା ଲୋକଙ୍କ ସହ ମିଶିବା ପାଇଁ, ଆଳାପ-ଆଲୋଚନା ପାଇଁ ଏକାଠି ହୁଅନ୍ତି । ଅଧିକାଂଶ ଆଲୋଚନା କେବଳ ମଜା ମଉଜ ପାଇଁ ହେଲା ବେଳେ କିଛି ଉପଯୋଗୀ ଆଲୋଚନା ମଧ୍ୟ ହୋଇଥାଏ । ଫେସବୁକ ଏକ ବିଶାଳ ଲାଭକାରୀ କମ୍ପାନି । ଏହାର ଆଉ ଏକ ସହ ପ୍ରକଳ୍ପ ହେଲା ହୁଆଟ୍ସ ଅପ । ଏହା ଅନଲାଇନ ଚାଟିଂ ପାଇଁ ବ୍ୟବହାର କରାଯାଏ । ଫଟୋ ଭିଡ଼ିଓରୁ ଆରମ୍ଭ କରି ସାଧାରଣ ଚାଟିଂ ନିମନ୍ତେ ଏହା ଖୁବ ଜଣା । ନିକଟରେ ଫେସବୁକ internet.org ନାମକ ଏକ ସହ-ସଙ୍ଗଠନ ଆରମ୍ଭ କରିଛି । ଫ୍ରି ବେସିକ୍ସ ହେଲା ଏ ଇଣ୍ଟରନେଟ ଡଟ ଅର୍ଗ ଅଧୀନରେ ଏକ ଯୋଜନା । ତେବେ ଫେସବୁକ ଓ ଫେସବୁକର ସହ-ପ୍ରକଳ୍ପସବୁକୁ ଅଭାବୀ ଦେଶମାନଙ୍କରେ ଅଧିକ ଲୋକପ୍ରିୟ କରିବା ଲାଗି ସେସବୁକୁ ବିନାମୂଲ୍ୟରେ ପହଞ୍ଚାଇବା ପାଇଁ ଏ ଫ୍ରି ବେସିକ୍ସ । ଭାରତ ସମେତ ଜଗତର ୩୦ଟି ଦେଶରେ ଫ୍ରି ବେସିକ୍ସ ଜରିଆରେ ମାଗଣା ସୀମିତ ଫେସବୁକ ସୁବିଧା ଦେବା ଏହାର ଉଦ୍ଦେଶ୍ୟ । ଫ୍ରି ବେସିକ୍ସ ଜରିଆରେ ଆଉ କିଛି ମାଗଣା ୱେବସାଇଟ ମଧ୍ୟ ଉପଲବ୍ଧ ହେବ । ତେବେ ଏଠାରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ? ଏ ମାଗଣା ୱେବସାଇଟସବୁ ବ୍ୟବହାର ପାଇଁ ଲୋଡ଼ା କି ନାଁ ତା'ର ସିଦ୍ଧାନ୍ତ କିଏ ନେବ, ଫେସବୁକ ନାଁ ବ୍ୟବହାରକାରୀ ? ଫ୍ରି ବେସିକ୍ସ ଅଧୁନା କିଛି ଦେଶରେ ଉପଲବ୍ଧ ହୋଇଥିବା ବେଳେ ଫିଲିପାଇନ୍ସରେ ରହୁଥିବା ଜଣେ ଭାରତୀୟ ଜିତେଶ ଗୋସ୍ୱାମୀ ନିକଟରେ ନିଜେ ନିଜ ମୋବାଇଲରେ ସେଠାର ଫ୍ରି ବେସିକ୍ସ ଇନଷ୍ଟଲ କରି ଯାହା ମତ ଦେଇଛନ୍ତି ତା' ଭାରୀ ଚିନ୍ତାର ବିଷୟ । ସାଧାରଣ ଫେସବୁକର ଅଧାରୁ ଅଧିକ ସୁବିଧା ଫ୍ରି ବେସିକ୍ସରେ ନାହିଁ । ଏଥିରେ ଫେସବୁକ ବାହାରେ ଥିବା ଭିଡ଼ିଓ ମାଗଣାରେ ଦେଖିହେବନି କି ଖବର ଆଦି ସମ୍ପୂର୍ଣ୍ଣ ପଢ଼ିହେବନି । ପୁଣି ମାଗଣାରେ ମିଳିବାକୁ ଥିବା ବାକି ୱେବସାଇଟସବୁ ବାଛିବାରେ ଫେସବୁକର ଏକଚାଟିଆ ଅଧିକାର ରହିବ । ବ୍ୟବହାରକାରୀ କଣ ଚାହାନ୍ତି ନ ଚାହାନ୍ତି ତାହା ଫେସବୁକ ନିର୍ଣ୍ଣୟ କରିବ । ଆଉ ଗରୀବ ମାଇପ ସବୁରି ଶାଳୀ ନ୍ୟାୟରେ ଗରୀବଙ୍କୁ ମାଗଣା ତିଅଣର ସୁଆଦ ଚଖାଇ ଫେସବୁକ ସେମାନଙ୍କୁ ଇଣ୍ଟରନେଟ ଯୋଗାଇବା ଆଳରେ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ରଖିବ । ଫେସବୁକ ଉଇକିପିଡ଼ିଆ Mozilla ଭଳି ଖୋଲା ସଫ୍ଟଓଏର ବ୍ୟବହାର କରେନାହିଁ କି ଲୋକଙ୍କ ଉଦ୍ୟମରେ ତିଆରି ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲାଭକାରୀ କମ୍ପାନି । ତେଣୁ ଫେସବୁକର ସବୁ କାମ ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ ନିଜ ସ୍ୱାର୍ଥ ହାସଲ ପାଇଁ । ଅଭାବୀ ଦେଶର ଲୋକଙ୍କ ମନ ଜିଣିବା ପାଇଁ ଓ ନିଜର ବ୍ୟବହାର କାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ଏହା ଫେସବୁକର ଏକ ମସୁଧା ବୋଲି ଅନେକ ଚିନ୍ତାଶୀଳ ଲୋକେ ମତ ଦେଇଛନ୍ତି । ଫେସବୁକର ଏହି ଏକ ଚାଟିଆ କାମ ନେଟ ନିଉଟ୍ରାଲିଟି ବା ନେଟ ସମାନତାର ପକ୍ଷପାତୀ । ପକ୍ଷପାତ ନ କରି ସବୁ ୱେବସାଇଟକୁ ସମାନ ଭାବେ ଗଣିବା ନେଟ ସମାନତା ନାମରେ ଜଣା । ଫ୍ରି ବେସିକ୍ସରେ ଥିବା ନାନାଦି ଭୁଲ ବିଷୟକୁ ଭଲ ଭାବେ ତନଖି କରିବା ପାଇଁ ନିକଟରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଫ୍ରି ବେସିକ୍ସକୁ କିଛି ସମୟ ପାଇଁ ବାସନ୍ଦ କରିଛି । ଚତୁର ଫେସବୁକ କେବେ ଚାଷୀମାନଙ୍କୁ ପାଣିପାଗ ଜାଣିବାରେ ଫ୍ରି ବେସିକ୍ସ ସାହାଯ୍ୟ କରିବ ତ କେବେ ଅଭାବୀ ଭାରତୀୟଙ୍କୁ ପରସ୍ପର ସହ ଯୋଡ଼ିବାରେ ସାହାଯ୍ୟ କରିବ ବୋଲି ଦେଶସାରା ସହର ବଜାର ସବୁଠି ଜୋରଦାର ପ୍ରଚାର ଚଳାଇଥିଲା । ସବୁ ଖବରକାଗଜରେ ପୂରା ଫର୍ଦ ବିଜ୍ଞାପନ ଆଉ ସବୁ ବସ ରହିବା ସ୍ଥାନରେ ବଡ଼ ବଡ଼ ହୋର୍ଡ଼ିଂ । ଆଉ ଏଥିରେ ସଭିଙ୍କୁ ଅନୁରୋଧ ଥିଲା ଏକ ନମ୍ବରକୁ ମିସ କଲ ଦେଇ ଫ୍ରି ବେସିକ୍ସକୁ ସମର୍ଥନ କରିବା ପାଇଁ । ଏ ପ୍ରଚାର ପ୍ରସାରରେ ୧୦୦ କୋଟିରୁ ଅଧିକ ବୋଧେ ଖର୍ଚ୍ଚ ହୋଇଥିବ! କେଉଁଠୁ ଆଦାୟ ହେବ ଏ ପଇସା? ଫ୍ରି ବେସିକ୍ସର ମାଗଣା ଫେସବୁକ ଓ ବାକି ୱେବସାଇଟକୁ ସୁବିଧା ଦେବାର ଏ ଆଳ ବିରୋଧରେ ଝଡ଼ ଉଠିଛି । Savetheinternet.in ନାମରେ ଏକ ୱେବସାଇଟ ତିଆରି କରି ଇଣ୍ଟରନେଟରେ ସମାନତା ପାଇଁ ଲଢ଼ୁଥିବା କର୍ମୀଏ ଏକରକମ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଫେସବୁକର ମିସ କଲ ଅଭିଯାନର କଡ଼ା ଜବାବ ଦେବାପାଇଁ Savetheinternet.in ଓ fsmi.in ନାମକ ଦୁଇଟି ୱେବସାଇଟ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇ ଟ୍ରାଇ ପାଖକୁ ଇମେଲ ପଠାଇବା ଅନୁରୋଧ କରାଯାଇଥିଲା । ଫେସବୁକର କୋଟି କୋଟି ଟଙ୍କା ଖର୍ଚର ମିସ କଲ ଅଭିଯାନରୁ ୧୦ ଲକ୍ଷ ସମର୍ଥନ ମିଳିଥିବା ବେଳେ ବିନା ପଇସାରେ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଇମେଲ ଜରିଆରେ ଫ୍ରି ବେସିକ୍ସକୁ ବିରୋଧ କରି ଟ୍ରାଇକୁ ଇମେଲ କରିଛନ୍ତି । ତେବେ ଫେସବୁକର ଏହି ସମର୍ଥନ ସଂଗ୍ରହକୁ ଟ୍ରାଇର ସଭାପତି ଆରଏସ ଶର୍ମା ଘୋର ନିନ୍ଦା କରି କହିଛନ୍ତି ଏଯାବତ ଫେସବୁକ ଯେଉଁ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ସେମାନଙ୍କୁ ମିସ କଲ ଜରିଆରେ ସମର୍ଥନ ଆଣିଛି ତା' ମୂଲ୍ୟହୀନ । ୧୦୦ କୋଟି ଟଙ୍କାର କି ଅପଚୟ! ସେତିକି ପଇସାରେ ଶହେ ହଜାର ଲୋକଙ୍କ ମାଗଣାରେ କିଛି ଉପଯୋଗୀ ସାଇଟ ଦେଖିବା ସୁଯୋଗ ଦେଇଥିଲେ ଆହୁରି ଭଲ ହୋଇଥାନ୍ତା । ଫ୍ରି ବେସିକ୍ସରେ ଲୁଚି ରହିଥିବା ସବୁଠୁ ବଡ଼ ବିପଦଟି ହେଲା ଫେସବୁକର ତଥ୍ୟ ସଂଗ୍ରହ କାରସାଦି । ବ୍ୟବହାର୍ରକାରୀ କି କି ସାଇଟ ଦେଖିଲେ, କାହା ସଙ୍ଗେ ଗପିଲେ ସେସବୁ ଏହା ତାଙ୍କ ଅଗୋଚରେ ଟିକିନିଖି କରି ହିସାବ ରଖିଥାଏ । ସଳଖେ କହିଲେ ଫେସବୁକରେ ବ୍ୟବହାର କାରୀ ବାପୁଡ଼ାର ବ୍ୟକ୍ତିଗତ ବୋଲି କିଛି ରହିବ ନାହିଁ । ଫେସବୁକ ଆରମ୍ଭରୁ ଶବ୍ଦସମ୍ଭାରରେ ଭରା ଏକ ଲମ୍ବା ବିବରଣୀରେ ତଥ୍ୟ ସଂଗ୍ରହରେ ବ୍ୟବହାରକାରୀଙ୍କ କୌଣସି ଅଭିଯୋଗ ନାହିଁ ବୋଲି ଖୁବ ଚତୁର ଭାବେ ତାଙ୍କଠୁ ଅନୁମତି ନେଇଯାଏ । ଅନଭିଜ୍ଞ ବ୍ୟବହାରକାରୀ ପାଠ ଘର ଯାହା ସେଥିରେ ସେ ଏ ଫିକର ବୁଝିବ ବା କିପରି? ଇଣ୍ଟରନେଟ ଓକିଲ ଇବେନ ମଗଲେନ ଓ ମିସି ଚୌଧୁରୀ ଏକ ଲେଖାରେ ଦୁହେଁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି ଏ କଥା । ପ୍ରଶ୍ନ ଉଠେ ଯେ ଫେସବୁକ ଧନୀ ଦେଶରେ ଏଭଳି ବେପରୁଆ ଅପସାହସ କରିବକି? ଏହି ଭଳି ଆଉ ଏକ କୁଟିଳ ବିଷୟ ଥିଲା ଏଆରଟେଲ ଜିରୋ । ଏଆରଟେଲ ଜିରୋ ଆଉ ଫ୍ରି ବେସିକ ଭିତରେ ବଡ଼ ସମାନତା ହେଉଛି ଉଭୟ କମ୍ପାନି କିଛି ୱେବସାଇଟଙ୍କଠାରୁ ବିପୁଳ ପରିମାଣରେ ପଇସା ନେଇ ସେ ୱେବସାଇଟସବୁକୁ ବ୍ୟବହାର କାରୀଙ୍କ ପାଇଁ ମାଗଣାରେ ଯୋଗାଇଥାନ୍ତି । ଏଥିରେ ସେବା ଯୋଗାଣକାରୀ ଓ ମାଗଣାରେ ବ୍ୟବହାର କାରୀଙ୍କ ପାଖେ ପହଞ୍ଚୁଥିବା ୱେବସାଇଟସବୁଙ୍କ ସିଧାସଳଖ ସ୍ୱାର୍ଥ ନିହିତ ଥାଏ । ପାଠକଙ୍କୁ ଜ୍ଞାନ ବିତରଣ କରିବାର ତୁଚ୍ଛା ବିଜ୍ଞାପନ ତଳେ ଯେ ଏତେ ଫନ୍ଦି ରହିଛି ତାହା ପାଠକ ବାପୁଡ଼ା ବା ଜାଣିବ କେମନ୍ତେ? ଆଉ ଧନୀ ଦେଶରେ ଏଭଳି ଫିକର ସହଜେ ଧରାପଡ଼ିବ ବୋଲି ଫେସବୁକ ଭଳି କମ୍ପାନି ୩୦ଟି ଅଭାବୀ ଦେଶକୁ ଥୋପ କରିଛି । ତେବେ ମାଗଣାରେ କିଛି ୱେବସାଇଟ ଉପଲବ୍ଧ କରାଇବା କିଛି ନୂଆ ନୁହେଁ । ଅତୀତରେ ବଙ୍ଗଳାଦେଶରେ Mozilla (ଫାୟାରଫକ୍ସ ଭଳି ନାନାଦି ଖୋଲା ସଫ୍ଟଓଏର ପରିଚାଳନା କରୁଥିବା ସଙ୍ଗଠନ) ଗ୍ରାମୀଣଫୋନ ନାମକ ଯୋଜନା ଜରିଆରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦିନକୁ ୨୦ MBର ଡାଟା ଦେବା ସାରା ଜଗତରେ ଆଲୋଚନା ବିଷୟ ହୋଇଥିଲା । ମୋଜିଲା ଓ ମୋବାଇଲ ସେବା ଯୋଗାଣକାରୀ ଟେଲିନର ଏଥି ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ । ଅନେକ ଦେଶରେ ସାଧାରଣ ଲୋକେ ବିଭିନ୍ନ ବିଷୟରେ ଜାଣିବାକୁ ପାଉନଥିବାରୁ ଏସଏସମେସ ଓ ଇଣ୍ଟରନେଟ ଯୋଗେ ସାଧାରଣ ଲୋକଙ୍କ ଦ୍ୱାରା ସମ୍ପାଦିତ ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆ, ଉଇକିପିଡ଼ିଆ ଜିରୋ ପ୍ରକଳ୍ପ ଜରିଆରେ ମାଗଣାରେ ଯୋଗାଇଦିଆଯାଉଛି । ଭାରତରେ ମଧ୍ୟ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଏହି ସୁବିଧା ଦିଆଯାଇଛି । ତେବେ ଜ୍ଞାନ ବିତରଣ ପାଇଁ ଏହି ଭଳି ଉଦ୍ୟମ ସବୁରି ଆଦର ପାଆନ୍ତି । କିନ୍ତୁ ନିଜ ସ୍ୱାର୍ଥ ହାସଲ ନିମନ୍ତେ ଜଗତର ହିତ ନାମରେ ଗରୀବଙ୍କ ଗରିବୀକୁ ଥୋପ କରି ଫେସବୁକର ଫ୍ରି ବେସିକ୍ସ କେବଳ ନିନ୍ଦା ପାଇଛି । ଲୋକଙ୍କ ସମର୍ଥନ ପାଇବାକୁ ହେଲେ କିଛି ପରିମାଣରେ ସଚ୍ଚା ହେବାକୁ ଯେ ପଡ଼ିବ ଏ କଥାଟି ଫେସବୁକ ଏବେଠୁ ହେଜିଲେ ଆଗକୁ ମଙ୍ଗଳ ହେବ । ଲେଖକ ପରିଚୟ: ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି ।ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ । ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି, ବେଙ୍ଗାଳୁର [email protected]
<urn:uuid:a0e453c5-61ba-429b-893e-8c3cee632fc5>
CC-MAIN-2017-47
http://www.odisha.com/archives/23402
2017-11-21T06:21:16Z
s3://commoncrawl/crawl-data/CC-MAIN-2017-47/segments/1510934806317.75/warc/CC-MAIN-20171121055145-20171121075145-00691.warc.gz
ory
0.999959
Orya
97
{"ory_Orya_score": 0.9999586343765259}
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ମାନିଲାଠାରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସିଆନ ଅଂଚଳ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆସିଆନ କ୍ଷେତ୍ର ସହିତ ଭାରତର ଭାବଗତ ସମ୍ପର୍କ ଏବଂ ସହଭାଗୀତାର ଦୀର୍ଘ ଐତିହ୍ୟ ସମ୍ପର୍କରେ ସେ କହିଥିଲେ। ବିଶେଷ କରି ସେ ବୁଦ୍ଧ ଏବଂ ରାମାୟଣ କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଅଂଚଳରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଐତିହ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବେ ହେଲେ ଅନ୍ୟ ଦେଶର କ୍ଷତି କରିନାହିଁ। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୂର ଦେଶରେ କିପରି ଦେଢ଼ଲକ୍ଷ ଭାରତୀୟ ଯବାନ ପ୍ରାଣବଳୀ ଦେଇଥିଲେ ସେ ସମ୍ପର୍କରେ ସେ କହିଥିଲେ। ସେ କହିଥିଲେ ଯେ ଭାରତର ବର୍ତମାନ ମଧ୍ୟ ସମାନ ଭାବେ ଉଜ୍ଜ୍ୱଳ ଏବଂ ସମୃଦ୍ଧ ହେବା ଉଚିତ। ସେ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ, ଯାହା 'ଏସିଆର ଶତାବ୍ଦୀ' ବୋଲି କୁହାଯାଉଛି ତାହା 'ଭାରତର ଶତାବ୍ଦୀ' ହେଉ ସେ ଦିଗରେ ଆମକୁ ଯଥାସମ୍ଭବ ପ୍ରୟାସ କରିବାକୁ ହେବ। ଗରିବ ଲୋକମାନଙ୍କ ସଶକ୍ତିକରଣ ଲାଗି ସରକାରଙ୍କ ଜନଧନ ଯୋଜନା ଏବଂ ଉଜ୍ଜ୍ୱଳା ଭଳି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ସବସିଡିର ଆଧାର ସଂଯୋଗ ହେବା ଦ୍ୱାରା ହୋଇଥିବା ଲାଭ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।
<urn:uuid:7cc668bb-963d-4585-b614-1aff6c04166c>
CC-MAIN-2017-47
http://odiapua.com/%E0%AC%AB%E0%AC%BF%E0%AC%B2%E0%AC%BF%E0%AC%AA%E0%AC%BE%E0%AC%87%E0%AC%A8%E0%AD%8D%E0%AC%B8%E0%AC%B0%E0%AD%87-%E0%AC%AD%E0%AC%BE%E0%AC%B0%E0%AC%A4%E0%AD%80%E0%AD%9F-%E0%AC%B8%E0%AC%AE%E0%AD%81%E0%AC%A6/
2017-11-23T14:49:34Z
s3://commoncrawl/crawl-data/CC-MAIN-2017-47/segments/1510934806842.71/warc/CC-MAIN-20171123142513-20171123162513-00691.warc.gz
ory
1.000008
Orya
2
{"ory_Orya_score": 1.0000083446502686}
ଭୁବନେଶ୍ୱର: ଜୁଲାଇ ୧୧ (ଓଡିଶା ଡଟ କମ) ନିକଟରେ ଗୋପାଳପୁର ବନ୍ଦରରେ ଯେଉଁ ବଡ଼ ଧରଣର ମାଛ ମୃତ୍ୟୁ ହୋଇଥିଲା ଯାହା ମତ୍ସ୍ୟ ଏବଂ ସାମୁଦ୍ରିକ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମ୍ପ୍ରଦାୟ ଏବଂ ଗଞ୍ଜାମ ଜିଲ୍ଲାର ସାମାଜିକ କର୍ମୀଙ୍କୁ ଚକିତ କରିଥିଲା ଓ ଏ ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ରିପୋର୍ଟର ବିପରୀତ ଏହି ଘଟଣାରେ ଗୋପାଳପୁର ବନ୍ଦରର କୌଣସି ଭୂମିକା ନ ଥିବା ବନ୍ଦର କତ୍ତୃପକ୍ଷ କହିଛନ୍ତି । ଚଳିତ ବର୍ଷ ଜୁନ୍ ୨୭ରେ କେତେକ ଖବର ପ୍ରକାଶ ପାଇଥିଲା ଯେ ବଡ଼ ଧରଣର ମଲା ମାଛ ଏବଂ ଅନ୍ୟ ସାମୁଦ୍ରିକ ଜୀବ ଭାସୁଛନ୍ତି ଏବଂ ଗୋପାଳପୁର ବନ୍ଦରନିକଟସ୍ଥ ସମୁଦ୍ରକୂଳରେ ପଡ଼ିରହିଛନ୍ତି । ରିପୋର୍ଟରେ ଲେଖାଯାଇଥିଲା ଯେ ବର୍ଷା ଯୋଗୁଁ ହୁଏତ ଗୋପଳପୁର ବନ୍ଦରରେ ଥିବା ସାର ଏବଂ ୟୁରିଆ ସମୁଦ୍ରରେ ମିଶିଯାଇଛି ଯାହା ପାଣିକୁ ଅପମିଶ୍ରିତ କରିଛି ଏବଂ ତାହାର ପ୍ରଭାବରେ ସାମୁଦ୍ରିକ ଜୀବଙ୍କ ଜୀବନ ହାନି ହୋଇଛି । ଏଭଳି ଆକଳନ କରିବା ପଛର କାରଣ ହେଉଛି ମାଛଗୁଡ଼ିକ ଯେଉଁ ଫିସିଂ ଜେଟି ନିକଟରେ ମରିପଡ଼ିଥିଲେ ତାହା ବେନ୍ଦରକୁ ଲାଗିଛି । ମାତ୍ର ଭଲ ଭାବେ ଦୃଷ୍ଟି ନିକ୍ଷେପ କଲେ ଜାଣି ହେବ ଯେ ଫିସିଂ ଜେଟି ପୁରୁଣା ବନ୍ଦର ନିକଟରେ ରହିଛି । ତାହା ଏବେର ଗୋପାଳପୁର ବନ୍ଦରର ଅଂଶ ହୋଇ ରହିନାହିଁ । ଏହା ବ୍ୟତୀତ, କମ ଢ଼େଉ ଏବଂ ଜଳ ସ୍ତର ଯୋଗୁଁ ଦିନର ଅଧିକାଂଶ ସମୟ ବନ୍ଦରରେ ପାଣି କମ୍ ରହୁଛି । କିଛି ମାସ ଅତୀତରେ ମତ୍ସ୍ୟଜୀବୀମାନେ ସରକାରଙ୍କ ନିକଟରେ ଆଉ ଏକ ଫିସିଂ ଜେଟି ନିର୍ମାଣ କରିବାକୁ ଆବେଦନ କରିଥିଲେ । ତେଣୁ ମାଛ ମୃତ୍ୟୁରେ ବନ୍ଦର ସମ୍ପର୍କିତ କୌଣସି କାର୍ଯ୍ୟକଳାପର ଭୂମିକା ନାହିଁ ବୋଲି ବନ୍ଦରର ଜଣେ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ୨୦୧୭ ଏପ୍ରିଲ୍ ପରଠାରୁ ବନ୍ଦର ପକ୍ଷରୁ କୌଣସି ସାର ଜାହଜକୁ ପରିଚାଳନା କରାଯାଇନାହିଁ । ମାଛ ମୃତ୍ୟୁର ଏକ କାରଣ ହୋଇପାରେ ଇଣ୍ଡିଆନ୍ ରେୟାର୍ ଆର୍ଥ ଲିମିଟେଡ୍ର ଓଡ଼ିଶା ସ୍ୟାଣ୍ଡସ୍ କମ୍ପେ୍ଲକ୍ସ (ଓଏସ୍ସିଓଏମ୍) ଯାହା ପାଇପଲାଇନ୍ ଡିସ୍ଚାର୍ଜ କରୁଥିବା ଅଂଚଳରେ ମାଛ ମୃତ୍ୟୁ ହୋଇଛି, ସେହି ସ୍ଥାନରୁ ରାସାୟନିକ ଉପାଦନ ସମୁଦ୍ର ମଧ୍ୟକୁ ଛଡ଼ାଯାଇଥାଏ ଯାହା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ । ଏହି ଘଟଣା ପରେ ମତ୍ସ୍ୟଜୀବୀମାନେ ମାଛ ମାରିବା ବନ୍ଦ କରିଦେଇଛନ୍ତି ଯାହା ଦ୍ୱାରା ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ ୨୦୧୬ ଅଗଷ୍ଟ ୬, ବନ୍ଦର ନିକଟବର୍ତି ଅଂଚଳରେ ଏଭଳି ଏକ ଘଟଣା ଘଟିଥିଲା ଏବଂ ସେଂଟ୍ରାଲ ମାରିନ୍ ଫିସରିଜ୍ ଇନଷ୍ଟିଚ୍ୟୁଟ୍ (ସିଏମ୍ଏଫ୍ଆର୍ଆଇ), ପୁରୀର ଏକ ବୈଜ୍ଞାନିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ । ଟିମ୍ ପକ୍ଷରୁ ଜଳ ଏବଂ ମଲା ମାଛର ନମୁନା ସଂଗ୍ରହ କରିଥିଲେ କିନ୍ତୁ ଅଧିକାରୀମାନେ ଏ ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିନାହାନ୍ତି । ୨୬ ଜୁନ୍ ୨୦୧୭ରେ (ମଲା ମାଛ ଦେଖାଯିବାର ଗୋଟିଏ ଦିନ ପରେ) ଜଳର ଯେଉଁ ନମୁନା ସେଠାରୁ ସଂଗ୍ରହ କରାଯାଇଥିଲା ସେଥିରେ କୌଣସି ରାସାୟନିକ ଉପାଦାନ କିମ୍ବା ସାର ନଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି । କିନ୍ତୁ ଏହା ଜଣାଶୁଣା କଥା ଯେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମାଛ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇ ରହିଛି । ମାଛ ମୃତ୍ୟୁ ଏବେ ବି ପରିବେଶବିତମାନଙ୍କୁ ଚକିତ କରି ରଖିଛି । ମତ୍ସ୍ୟଜୀବୀଙ୍କ ସଂଘର ସଭାପତି ସରକାରଙ୍କୁ ଅନୁରୋଧ କରି ତଦନ୍ତ କରିବା ଏବଂ ଭୟଭୀତ ଥିବା ମତ୍ସ୍ୟଜୀବୀମାନଙ୍କ ସମସ୍ୟା ସମାଧାନ କରିବାକୁ କହିଛନ୍ତି । ସାମାଜିକ କର୍ମୀମାନେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ସମର୍ଥନ କରୁଛନ୍ତି । ଓଡିଶା ଡଟ କମ
<urn:uuid:51224d17-2313-4aa8-9837-5e332f46c425>
CC-MAIN-2017-47
http://www.odisha.com/archives/date/2017/07
2017-11-23T15:03:45Z
s3://commoncrawl/crawl-data/CC-MAIN-2017-47/segments/1510934806842.71/warc/CC-MAIN-20171123142513-20171123162513-00691.warc.gz
ory
0.999999
Orya
66
{"ory_Orya_score": 0.9999991655349731}
ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)-ବିଜୁ ଯୁବ ଜନତା ଦଳ ଆହ୍ୱାନରେ ଆଜି କେନ୍ଦ୍ର କଂଗ୍ରେସ ସରକାର ଓଡ଼ିଶାର ରେଳ ବିକାଶ ପ୍ରତି ପୋଷଣ କରୁଥିବା ଚରମ ଅବହେଳା ପ୍ରତିବାଦରେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାକୁ ଅର୍ଥନୈତିକ ଅବରୋଧ କରିବା ସହ ବିଜୁ ଯୁବ ଜନତା ଦଳ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ, ବନ୍ଦର ସଂଯୋଗୀକରଣ ଓ ମାଓ ପ୍ରବଣ ଅଞ୍ଚଳରେ ରେଳ ସଂଯୋଗୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ୨୦୧୨-୧୨ ଆର୍ଥିକ ବର୍ଷ ପାଇଁ ୨୩୪୫କୋଟି ଟଙ୍କାର ବ୍ୟୟ ବରାଦ ପାଇଁ ପ୍ରସ୍ତାବ ରଖିଥଲେ । ତେବେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ମାତ୍ର ୭୨୩କୋଟି ଟଙ୍କା ବ୍ୟବସ୍ଥା କରିଥିଲେ । ଓଡ଼ିଶାର ନିର୍ମାଣଧୀନ ରେଳ ପ୍ରକଳ୍ପ ଗୁଡ଼ିକ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ୟୟବରାଦ ଅର୍ଥରୁ ଗତ ଜୁନ୍ ମାସରେ ୧୮୬କୋଟି ଓ ସେପ୍ଟେମ୍ବର ମାସରେ ୩୪କୋଟି ଘୋଷିତ ବଜେଟରୁ କାଟି ଦିଆଯାଇଥିଲା । ବର୍ତ୍ତମାନ ପୁଣି ଏଭଳି ନଗଣ୍ୟ ବ୍ୟୟ ବରାଦରୁ ୬୦କୋଟି କାଟିବା, କେନ୍ଦ୍ର ରେଳବାଇ ବିଭାଗର ଓଡ଼ିଶାପ୍ରତି ଏହା କେବଳ କ୍ରମାଗତ ଅବିଚାର ନୁହେଁ, ବରଂ ଚରମ ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଥିଲେ । ଦାସବର୍ମାଙ୍କ ନେତୃତ୍ୱରେ ୨୦୦୦ରୁ ଉର୍ଦ୍ଧ୍ଵ କର୍ମୀ ସାମିଲ୍ ହୋଇ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାକୁ ଅଚଳ କରି ଦେଇଥିଲେ । ମୁଖ୍ୟ ଫାଟକକୁ ଅବରୋଧ କରିବା ଫଳରେ କର୍ମ·ରୀମାନେ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ ମଧ୍ୟ ଦଳର ଏଭଳି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ଦାବିକୁ ପରୋକ୍ଷରେ ସମର୍ଥନ ଜଣାଇଥିଲେ । କେନ୍ଦ୍ର ସରକାରଙ୍କର ଏଭଳି ଓଡ଼ିଶା ବିରୋଧି ବୈମାତୃକ ମନୋଭାବ ବିରୁଦ୍ଧରେ ବିଜୁ ଜନତା ଦଳ ରାଜ୍ୟବ୍ୟାପି ଆନ୍ଦୋଳନ ଡ଼ାକରା ଦେଇ ଆଜି ଭୁବନେଶ୍ୱରରୁ ଶୁଭାରମ୍ଭ କରୁଛି । ଏହି ଆନ୍ଦୋଳନ ଆଗାମୀ ଦନରେ ପଲ୍ଳୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ । କେନ୍ଦ୍ର ରେଳବାଇ ସର୍ବାଧିକ ରାଜସ୍ୱ ପାଉଥିବା ବେଳେ ଓଡ଼ିଶାରେ ରେଳ ବିକାଶକୁ ଗତିରୋଧ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି ଏହାକୁ ରାଜ୍ୟବାସୀ କଦାପି ଗ୍ରହଣ କରୁନାହାଁନ୍ତି ଏବଂ ଆଗାମୀ ଦିନରେ ଏଭଳି ଏକ ରାଜ୍ୟବିକାଶ ବିରୋଧି କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୃଢ ଜବାବ ଦେବେ ବୋଲି ଦାସବର୍ମା ଚରମ ଚେତାବନୀ ଜଣାଇଛନ୍ତି । ପୁଲିସ୍ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତ ବିଧାୟକ, ମେୟର ଓ ୭୦୦ରୁ ଉଦ୍ଧ୍ୱର୍ କର୍ମୀମାନଙ୍କୁ ଗିରଫ କରି ଭୁବନେଶ୍ୱର ପୋଲିସ୍ ରିଜର୍ଭ ଲାଇନ୍ ମୁକ୍ତ ଆକାଶ ଜେଲ୍ରେ ବନ୍ଦୀକରି ରଖିଥିଲେ । ଓଡିଶା ଡଟ୍ କମ୍
<urn:uuid:d248ee23-60e8-414e-bff6-bc3b89e3de1f>
CC-MAIN-2017-47
http://www.odisha.com/archives/14448
2017-11-24T09:18:55Z
s3://commoncrawl/crawl-data/CC-MAIN-2017-47/segments/1510934807344.89/warc/CC-MAIN-20171124085059-20171124105059-00691.warc.gz
ory
1
Orya
51
{"ory_Orya_score": 0.9999995231628418}
ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଜାନୁଆରୀ ୧୪(ଓଡିଶା ଡଟ୍ କମ୍ )- ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍ଘାଟନ ହୋଇଥିଲା । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନାରୁ । ଉକ୍ତଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ତୁଳସୀ ଦାସଙ୍କ ରଚନାରୁ ନମାମୀଶ ମୀଶାନ ନିର୍ବାଣ ରୂପଂ ଶିବ ସ୍ତୃତି ପରିବେଷଣ କରିଥିଲେ । ଏହି ସମବେତ ସଙ୍ଗୀତକୁ ନୀର୍ଦେଶନା ଦେଇଥିଲେ ଗୁରୁ ବିଜୟ କୁମାର ଜେନା । ପରବର୍ତୀ କାର୍ଯ୍ୟକ୍ରମ ଥିଲା ଏକକ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଥିଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନା ଓଡ଼ିଶୀ ନୃତ୍ୟ ଶିଳ୍ପୀ ସଙ୍ଗୀତା ଦାଶ । ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ବେଦସାର ଶିବସ୍ତୋତ୍ରମ । ଏଥିରେ ଦେବଦେବ ମହାଦେବଙ୍କର ରୂପ ଗୌରବ ମହିମାକୁ ଅତି ଚମକ୍ତାର ଭାବରେ ପରିବେଷଣ କରିଥିଲେ । ଯାହା ରାଗ କୌଶିକ ଆହାର ଏବଂ ତାଳ ଯତି ଉପରେ ନିବଦ୍ଧ ଥିଲା । ଗୁରୁ ରାମହରି ଦାସଙ୍କ ସ୍ୱର ସଂଯୋଜନା ଏବଂ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳ ସଂଯୋଜନାରେ ସଙ୍ଗୀତା ନିଜେ ନୃତ୍ୟ ସଂଯୋଜନା କରିଥିଲେ । ତାଙ୍କର ପରବର୍ତୀ କାର୍ଯ୍ୟକ୍ରମ ଥିଲା ଅଭିନୟ । କବି ବନମାଳୀଙ୍କ ରଚନାରୁ ସେ ରାଧାକୃଷ୍ଣ ମିଳନର ଏକ କାବି୍ୟକ ଏବଂ ରସୋତିୀର୍ଣ୍ଣ ପରିବେଷଣ କରିଥିଲେ । ଏହା ରାଗ କିରବାଣୀ ଏବଂ ତାଳ ଯତି ଉପରେ ଆଧାରିତ । ଏହାର ସ୍ୱର ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଏବଂ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର । ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ସଂଯୁକ୍ତା ରାଗ ହଂସକଲ୍ୟାଣ ଓ ମଠା ତାଳରେ ପଲ୍ଲବୀ ପରିବେଷଣ କରିଥିଲେ । ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ । ତାଙ୍କର ଦ୍ୱିତୀୟ ଅର୍ଘ୍ୟ ଥିଲା ଶଙ୍କରାଚାର୍ଯ୍ୟ କୃତ ଭବାନୀ ଭୁଜଙ୍ଗ ସ୍ତୋତ୍ରମ । ଯେଉଁଥିରେ ସେ ଶଙ୍କର ଓ ଭବନୀଙ୍କର ନୀରାଜନାକୁ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ ଓଡ଼ିଶୀ ଗାଥା ଯାହାକୁ ପରିବେଷଣ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ନୃତ୍ୟ ଶିଳ୍ପୀମାନେ । ଏଥିରେ ମନ୍ଦିରରୁ ମଂଚ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟର ବିବର୍ତନକୁ ଅତି ଚମକ୍ତାର ଭାବେ ପରିବେଷଣ କରିଥିଲେ । ମାହାରି ଶୈଳୀରୁ ଆରମ୍ଭ କରି ମଙ୍ଗଳା ଚରଣ, ପଲ୍ଲବୀ, ସ୍ଥାୟୀ, ଅଭିନୟ ଓ ମୋକ୍ଷ ଆଦିର ଝଲକ ଦେଖାଇଥିଲେ । ପରେ ପରେ ରାମାୟଣ ବିଭନ୍ନ ପ୍ରସଙ୍ଗକୁ ନେଇ ପରିବେଷଣ କରିଥିଲେ ନବରଶ । ଏଥିରେ କଣ୍ଠ ଦାନ କରିଥିଲେ ରୂପକ ପରିଡ଼ା ଓ ନାଜିଆ ଆଲାମ । ମର୍ଦ୍ଧଳରେ ସହଯୋଗ କରିଥିଲେ ଗୁରୁ ବିଜୟ କୁମାର ବାରିକ୍, ବେହେଲାରେ ଅଗ୍ନିମିତ୍ର ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ ଓ ମଞ୍ଜିରାରେ ସୀତାକାନ୍ତ ଜେନା । ଉଦଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଆମେରିକାର ଦୃତାବାସର ରାଷ୍ଟ୍ରଦୂତ ନାନସି ଯେ ପାଓଲ । ଓଡିଶା ଡଟ୍ କମ୍
<urn:uuid:7e8f2c1c-133a-483a-887f-b533ee697944>
CC-MAIN-2017-47
http://www.odisha.com/archives/14741
2017-11-24T18:38:38Z
s3://commoncrawl/crawl-data/CC-MAIN-2017-47/segments/1510934808742.58/warc/CC-MAIN-20171124180349-20171124200349-00367.warc.gz
ory
1.000009
Orya
36
{"ory_Orya_score": 1.0000085830688477}
ରାୟଗଡ଼ା/କଲ୍ୟାଣସିଂହପୁର : ରେଳ ଧାରଣାରେ ଫାଟ ଯୋଗୁଁ ୨୪ ଘଣ୍ଟା ବ୍ୟବଧାନରେ ବିଶାଖପାଟଣା-କୋର୍ବା ଏକ୍ସପ୍ରେସ୍ ଦୁଇ ଥର ଦୁର୍ଘଟଣାରୁ ବର୍ତ୍ତିଥିଲା। ଏହାପରେ ଆଜି କୋରାପୁଟ- ରାୟଗଡ଼ା ରେଳ ଲାଇନ୍ରେ ମାଟି ଅତଡ଼ା ଧସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ହାଓ୍ଵଡା- ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍। କେଆର ରେଳ ଲାଇନର କେଉଟଗୁଡାରୁ ଶିକରପାଇ ମଧ୍ୟରେ ମାଟି ଅତଡା ଧସିବାରୁ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ୩ ଘଣ୍ଟା ଅଟକି ରହିଥିଲା। ପରେ ରାସ୍ତା ସଫା କରିବା ପରେ ଏହି ଟ୍ରେନ୍ଟି ଜଗଦଳପୁର ଅଭିମୁଖେ ଯାତ୍ରା କରିଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟା ବେଳେ ସମଲେଶ୍ୱରୀ ଟ୍ରେନ ରାୟଗଡା ଛାଡ଼ିଥିଲା। ତେବେ ୫ଟା ୧୫ ମିନିଟ ସମୟରେ ଶିକରପାଇ ରେଳ ଷ୍ଟେସନର ୧୪୯କିମି ପୋଲ ନିକଟରେ ମାଟି, ପଥର ଧସି ଟ୍ରାକ୍ ଉପରେ ପଡିଥିଲା। ଏହି ସମୟରେ ଏକ ବଡ଼ପଥର ଟ୍ରେନ୍ ଇଂଜିନ୍ରେ ବାଡେଇ ହେବାରୁ ଡ୍ରାଇଭର ଟ୍ରେନ୍କୁ ଅଟକାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା କାରଣରୁ ରାୟଗଡ଼ା- କୋରାପୁଟ ରେଳ ଲାଇନ ପାର୍ଶ୍ୱରେ ଥିବା ପାହାଡ଼ରୁ ଅତଡ଼ା ଧସିଥିଲା। ବର୍ଷା ଦିନେ ଏହି ରାସ୍ତାରେ ଟ୍ରେନ୍ର ବେଗ କମ୍ ରହିଥାଏ। ତଥାପି ଧାରଣା ମଝିରେ ପଡ଼ିଥିବା ଏକ ପଥର ସହ ଇଂଜିନ୍ ବାଡେଇ ହେବାରୁ କ୍ଷତିଗ୍ରସ୍ତ ହୋଇଥିଲା। ବୈଷୟିକ ଦଳ ତୁରନ୍ତ ଘଟଣା ସ୍ଥଳରେ ଆଲୋକ ବ୍ୟବସ୍ଥା କରି ମାଟି ଓ ପଥରକୁ ହଟାଇବାରେ ସକ୍ଷମ ହୋଇଥିଲେ। ରେଳବାଇ କର୍ତ୍ତୃପକ୍ଷ ରାୟଗଡ଼ାରୁ ଆଉ ଏକ ଇଂଜିନ ଘଟଣା ସ୍ଥଳକୁ ପଠାଇବା ପରେ ଶିକରପାଇ ଷ୍ଟେସନ ନିକଟରେ ଅଟକି ରହିଥିବା ଟ୍ରେନ୍ରେ ଏହାକୁ ଯୋଡ଼ା ଯାଇଥିଲା। ରାତି ପ୍ରାୟ ସାଢେ ୮ ଟାରେ ଟ୍ରେନ୍ଟି ଗନ୍ତବ୍ୟ ପଥରେ ଯାତ୍ରା କରିଥିବା ଶିକରପାଇ ଷ୍ଟେସନ ପରିଚାଳକ ସୂଚନା ଦେଇଛନ୍ତି। ଅପରପକ୍ଷରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜଗଦଲପୁର- ଭୁବନେଶ୍ୱର ହୀରାଖଣ୍ଡ ଟ୍ରେନ ବିଳମ୍ବରେ ଯାତ୍ରା କରୁଥିବା ସୂଚନା ମିଳିଛି। ଜଙ୍ଗଲିଆ ରାସ୍ତାରେ ଟ୍ରେନ ଅଟକି ରହିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ।
<urn:uuid:9c40bbb4-5fae-4d3a-8a2f-90c833b53557>
CC-MAIN-2017-47
http://sambad.in/state/samaleshwari-express-5305/
2017-11-19T19:45:14Z
s3://commoncrawl/crawl-data/CC-MAIN-2017-47/segments/1510934805761.46/warc/CC-MAIN-20171119191646-20171119211646-00132.warc.gz
ory
0.999968
Orya
6
{"ory_Orya_score": 0.9999682903289795}
ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଜଗମୋହନ ମରାମତି ପ୍ରସଙ୍ଗରେ ସୁରକ୍ଷା ନକ୍ସା ପ୍ରସ୍ତୁତି ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଦଳ । ଏଏସଆଇର ସୁପାରିସ କ୍ରମେ ଆଜି ଏହି ଟିମ୍ ପହଂଚିବ । ମରାମତି କାମର ରୂପରେଖ ନିର୍ଦ୍ଧାରଣ ଓ କୋର କମିଟି ସହ ଆଲୋଚନା ପାଇଁ ଚେନ୍ନାଇ ଆଇଆଇଟି ପ୍ରଫେସର ଅରୁଣ ମେନନଙ୍କ ନେତୃତ୍ୱରେ ଏହି ବିଶେଷଜ୍ଞ ଦଳ ଆସୁଛି । ଆଜି ଭୁବନେଶ୍ୱରରେ ଆୟୋଜିତ ଏଏସଆଇ,ଆଇଆଇଟି ବିଶେଷଜ୍ଞ ଏବଂ କୋର କମିଟିର ମିଳିତ ବୈଠକରେ ଜଗମୋହନର ସ୍ଥିତି ଯାଂଚ, ବିଶେଷଜ୍ଞଙ୍କ ସ୍ଥାୟୀ ସୁରକ୍ଷା ପ୍ରସ୍ତାବ, ନକ୍ସା, ଡ୍ରଇଁ ଉପରେ ଆଲୋଚନା ହେବ । ଏହି ବୈଠକରେ ହିଁ ସୁରକ୍ଷା ପ୍ଲାନର ରୂପରେଖ ଚୂଡାନ୍ତ କରାଯିବ ବୋଲି ସୂଚନା ରହିଛି । 8th July, 2016 | 3:24 am You might also like - ଜିଓ ଗ୍ରାହକଙ୍କୁ ଝଟକା: ଆଉ ୩ଦିନ ପରେ ବନ୍ଦ ହୋଇଯିବ ୩୯୯ଟଙ୍କିଆ ରିଚାର୍ଜ ପ୍ଲାନ - ପୁରୀ : ମା ପାଲଟିଲା ପିଶାଚିନୀ ! ପରକୀୟା ପ୍ରୀତିକୁ ନେଇ ନାବାଳିକା ଝିଅକୁ ମା ଓ ତା ପ୍ରେମିକର ଶାରିରୀକ ନିର୍ଯାତନା ଅଭିଯୋଗ - ମା ହେବା ପରେ ପୁଣି ପଡିଆକୁ ଓହ୍ଲାଇଲେ ମହିଳା କ୍ରିକେଟର ! ଭାରତୀୟ ମହିଳା ଏ ଟିମରେ ସାମିଲ ନେହା ତନୱାର - ବାଲେଶ୍ୱରର ବସ୍ତାରେ ନକଲି ମଦ କାରଖାନା ଠାବ ! ରୂପସାରେ ଲକ୍ଷାଧିକ ଟଙ୍କାର ମଦ ସାମଗ୍ରୀ ଜବତ, ୨ ଗିରଫ
<urn:uuid:daf61250-52fe-417d-b1a5-f443a21c446c>
CC-MAIN-2017-47
http://kanaknews.com/jagamohan-repairing-issue-puri/
2017-11-22T05:38:30Z
s3://commoncrawl/crawl-data/CC-MAIN-2017-47/segments/1510934806465.90/warc/CC-MAIN-20171122050455-20171122070455-00132.warc.gz
ory
0.99994
Orya
1
{"ory_Orya_score": 0.9999399185180664}
ତ୍ୟାଗ ଓ ସେବାର ନାୟକ ପର୍ଶୁରାମ News Story - Posted on 2017-08-13 ବୈଷ୍ଣବ ଜେନା ସ୍ୱତନ୍ତ୍ର ଭାବେ ବରୀ ଅଞ୍ଚଳ ତଥା ରାଜଧାନୀରେ ଓ ସାମଗ୍ରିକ ଭାବେ ଓଡ଼ିଶା ରାଜ୍ୟରେ ତ୍ୟାଗ, ମାନବ ସେବା, ପରୋପକାର, ସାମାଜିକ ବଂଧନ, ସ୍ନେହ ଓ ଭକ୍ତିର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ପର୍ଶୁରାମ ନାୟକ। ଏହି ନାମ ଉଚ୍ଚାରଣରେ ଏକ ଭିନ୍ନତା ଥାଏ। କାରଣ ଏହି ନିଆରା ମଣିଷଟି ଆଜୀବନ ଅନ୍ୟମାନଙ୍କ ଶିକ୍ଷାଦୀକ୍ଷା, ଚାକିରୀ, ସାମାଜିକ ଥଇଥାନ, ସ୍ୱାବଲମ୍ୱନଶୀଳତା, ଆର୍ଥିକ ମାନଦଣ୍ଡ ବୃଦ୍ଧି ତଥା ପାରମ୍ପରିକ ରୀତିରେ ବିବାହ ବନ୍ଧନ ଆଦିରେ ବହୁମୂଲ୍ୟ ଅବଦାନ ରଖି ଆସୁଥିଲେ। ସବୁ କ୍ଷେତ୍ରରେ ନିସ୍ୱାର୍ଥପରତା ଏବଂ ଆତ୍ମ ପ୍ରଚାରର ବିରୋଧି ମନୋଭାବ। ଅନ୍ୟମାନଙ୍କୁ ଦେବାରେ ସେ ଅପାର ଆନନ୍ଦ ଅନୁଭବ କରୁଥିଲେ। ସେ ସେବା ଓ ତ୍ୟାଗର ଚଳନ୍ତି ପ୍ରତିଭା ଥିଲେ। ଏହି କାରଣରୁ ସେ ବରୀ ଏବଂ ରାଜଧାନୀର ବୟସ୍କ ଲୋକମାନଙ୍କର ଶ୍ରଦ୍ଧାର ପାତ୍ର ହୋଇଥିବା ବେଳେ ଯୁବପିଢୀର ଲୋକଙ୍କ କ୍ଷେତ୍ରରେ ଭକ୍ତି ଓ ପୂଜାର ମଣିଷ। ଯାଜପୁର ଜିଲ୍ଲା ବରୀ ବ୍ଲକର ସେରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାପୁରୁଷ ଜଣକ ବାଲ୍ୟକାଳରୁ ସଂଗ୍ରାମୀ ଥିଲେ। ୪ର୍ଥ ଶ୍ରେଣୀରେ ପାଠ ପଢ଼ିଲା ବେଳକୁ ତାଙ୍କୁ ୫ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡୁଥିଲା, ତାହା ପୁଣି ଗୋଟିଏ ନାଳ ଓ ଗୋଟିଏ ନଦୀ (ବିରୂପା ନଦୀ) ପାର ହୋଇ। ସକାଳ ୮ଟା ବୋଳୁ ଘରୁ ବାହାରୁ ଏକରକମ ଦୌଡି ଦୌଡି ଇନ୍ଦୁପୁର ଯାଆନ୍ତି ଓ ଫେରନ୍ତି ରାତି ୮ଟା ବେଳେ। ଏହା ସତ୍ତ୍ୱେ ସେ ଥକି ନଥିଲେ କିମ୍ୱା ପାଠପଢ଼ା ଜିଦ୍ରୁ ଓହରିନଥିଲେ। ମାଟ୍ରିକ୍ ପାସ୍ ପରେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। କଟକ ଆସିବା ପାଇଁ ସେ ନିଜର ବାକ୍ସପତ୍ର ମୁଣ୍ଡାଇ ୨୦ କି.ମି. ଦୂର କେନ୍ଦ୍ରାପଡାକୁ ଆସିଥିଲେ। ଏହି କଷ୍ଟ ଯାତ୍ରା କଥା ଏକଦା ସେ ଆମକୁ କହିଥିଲେ। ସେତେବେଳେ ତାଙ୍କ ପରିବାର ଅବସ୍ଥା ଭଲ ନଥିଲା। ବାଲ୍ୟକାଳରୁ ସେ ପିତାଙ୍କୁ ହରାଇଥିଲେ। ରେଭେନ୍ସାରେ ପଢ଼ିବା ବେଳେ ସେ ମାତ୍ର ୨୦ ଟଙ୍କା ମେଧାବୃତ୍ତି ଆକାରର ପାଉଥିଲେ। ସେତେବେଳେ ଏହା ଯଥେଷ୍ଟ ଥିଲା, କାରଣ ସେତେବେଳେ ମାସିକ ହଷ୍ଟେଲ୍ ଖର୍ଚ୍ଚ ଥିଲାମାତ୍ର ୧୨ ଟଙ୍କା। ରେଭେନ୍ସାରୁ ପାଠ ସାରି ସେ ସ୍ନାତକୋତ୍ତର ପାଠ ପାଇଁ ଆହ୍ଲାବାଦ ଯାଇଥିଲେ। ସେଠାରୁ ଆସି ପ୍ରଥମେ ଅଧ୍ୟାପକ ପରେ ଡେପୁଟି କଲେକ୍ଟର (ଓ.ଏ.ଏସ୍.) ଓ ଶେଷରେ ଷ୍ଟେଟ୍ ବ୍ୟାଙ୍କର ଅଫିସର ଭାବେ ଯୋଗଦେଇଥିଲେ। ଏହି କର୍ମମୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜର ରାଜକାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ସହିତ ଜନସେବାକୁ ଅଗ୍ରାଧିକାର ସେ ଦେଇଆସିଥିଲେ। ପାଟଣା ଏବଂ କାନପୁରରେ ଷ୍ଟେଟ୍ ବ୍ୟାଙ୍କର ମହାପ୍ରବନ୍ଧକ ଥିଲାବେଳେ ସେଠାକାର ଓଡ଼ିଆ ସମାଜକୁ ସୁସଂଗଠିତ କରିବା ତାଙ୍କର ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟ। ଷ୍ଟେଟ୍ ବ୍ୟାଙ୍କରୁ ଡେପୁଟେସନ୍ରେ ଯାଇ ସେ ତତ୍କାଳୀନ କୋରାପୁଟ ପଞ୍ଚବଟୀ ଗ୍ରାମ୍ୟ ବ୍ୟାଙ୍କର (ବର୍ତ୍ତମାନର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ) ସେ ପ୍ରଥମ ଅଧ୍ୟକ୍ଷ ଥିଲେ। ସେ ପ୍ରାୟ ୧୫ ବର୍ଷ କାଳ କୋରାପୁଟ ଜିଲ୍ଲାରେ କଟାଇଥିଲେ। ତେଣୁ ସେ ଏହି ଅବିଭକ୍ତ ଜିଲ୍ଲାର ସବୁ ପ୍ରମୁଖ ଗାଁ ସମ୍ପର୍କରେ ଅବଗତ ଥିଲେ। ତାଙ୍କ ଅମଳରେ କୋରାପୁଟ ଜିଲ୍ଲାର ବ୍ୟାଙ୍କ ବ୍ୟବସ୍ଥାର ବିସ୍ତାର ଘଟିଥିଲା। ସେହି ଅଞ୍ଚଳରେ ପର୍ଶୁରାମ ବାବୁ ବା ନାୟକ ସାହେବ ଜଣେ ଲୋକପ୍ରିୟ ବ୍ୟକ୍ତି। ୧୭ ବର୍ଷ ତଳେ ସେ ଅବସର ନେଇଥିଲେ ବି ମୃତ୍ୟୁର ଶେଷ ପର୍ଯ୍ୟନ୍ତ ସେ କେବେ ବେକାର ହୋଇ ବସି ନଥିଲେ। ସ୍ୱୟଂମ୍ଶ୍ରୀ ମାଇକ୍ରୋ ଫାଇନାନ୍ସର ସେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଥିଲେ । ଏହି କ୍ଷୁଦ୍ର ସଂସ୍ଥାକୁ ସେ ଏକ ଆନ୍ତର୍ଜାତିକ ପ୍ରଶିକ୍ଷଣ କେନ୍ଦ୍ରରେ ପରିଣତ କରାଇଛନ୍ତି। ମାତ୍ର ୫ କୋଟି ଟଙ୍କାରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାର କାରବାର ଏବେ ବାର୍ଷିକ ୧୨୦୦ କୋଟି ଟଙ୍କା। ପ୍ରାୟ ୧୫ ହଜାର ଅନଗ୍ରସର ମହିଳା ସେଥିରେ ସାମିଲ୍ ଅଛନ୍ତି। ଦିନକୁ ଏହି ସଂସ୍ଥା ପାଇଁ ଦୈନିକ ୧୨ ଘଣ୍ଟା ସମୟ ଦେଉଥିଲେ ବି ପାରିଶ୍ରମିକ ବାବଦରେ ଗୋଟିଏ ପଇସା ନେଉନଥିଲେ। ଗରିବ ଓ ତଳ ଶ୍ରେଣୀର ଲୋକଙ୍କ ପାଇଁ କାମ କରି ପଇସା ନେଲେ ଆତ୍ମସନ୍ତୋଷ ମିଳିବ ନାହିଁ ବୋଲି କହିଥିଲେ। ସେହିପରି ଭାବେ ପୁଅ ବିଦେଶରେ ରହୁଥିବାରୁ ଏବଂ ତାଙ୍କ ପାଇଁ ସେଠାରେ ଗୋଲାପର ଶଯ୍ୟା ଥିଲେ ବି ସେ ନିଜ ଲୋକଙ୍କ ମେଳରେ ଅର୍ଥାତ୍ ଆତ୍ମୀୟସ୍ୱଜନଙ୍କ ମେଳରେ ରହିବାକୁ ନିଷ୍ପତ୍ତି କରିଥିଲେ। ନିଜ ଲୋକଙ୍କଠାରୁ ଯେଉଁ ସ୍ନେହ ଶ୍ରଦ୍ଧା ମିଳେ ତାହା ଅନ୍ୟ କେଉଁଠି ମିଳିବ ନାହିଁ ବୋଲି ସେ କହୁଥିଲେ। ପର୍ଶୁରାମ ବାବୁଙ୍କର ପରଲୋକ ଖବର ଶୁଣିବା ପରେ ଅଞ୍ଚଳର ବହୁ ଲୋକ କାନ୍ଦି ପକାଇଥବା ବେଳେ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଶ୍ୟାମ ସୁନ୍ଦର ମଲ୍ଲିକଙ୍କର କୋହଭରା ମନ୍ତବ୍ୟ ଅତ୍ୟନ୍ତ ଉଲ୍ଲେଖନୀୟ। ତାଙ୍କ କହିବାନୁସାରେ ଗତ ୭୦ ଦଶକରେ ସେରପୁର ଓ ଶ୍ରୀରାମପୁର ମଧ୍ୟରେ ସବର୍ଣ୍ଣ ଅସବର୍ଣ୍ଣ ସଂଘର୍ଷ ଘଟିଥିଲା। ଏଥିରେ ସାମିଲ୍ ହୋଇ ଅସବର୍ଣ୍ଣମାନଙ୍କୁ ନିଶ୍ଚିହ୍ନ କରିବା ପାଇଁ କେତେକ ଲୋକ ତାଙ୍କୁ ପ୍ରବର୍ତ୍ତାଇଥିଲେ। ତେବେ ମହାଜ୍ଞାନୀ ଓ ଦୂରଦ୍ରଷ୍ଟା ପର୍ଶୁରାମ ବାବୁ କହିଥିଲେ ଯେ ଅସବର୍ଣ୍ଣମାନଙ୍କ ଉପରେ ଆକ୍ରମଣ କରିବା ବୋକାମୀ ଓ ମୁର୍ଖତା। କାରଣ ସେମାନେ ତୁମ୍ଭ ଉପରେ ନିର୍ଭରଶୀଳ ନୁହଁନ୍ତି, ବରଂ ତୁମ୍ଭେମାନେ ସେମାନଙ୍କ ଉପରେ ନିର୍ଭରଶୀଳ। ବରୀ ପରି ଅନଗ୍ରସର ଅଞ୍ଚଳ ସେମାନଙ୍କୁ ଛାଡି ତିଷ୍ଠିବା ଅସମ୍ଭବ। ତେଣୁ ତାଙ୍କୁ ମାରିବା ଓ ତଡ଼ିଦେବା କଥା ଛାଡି ଦିଅ, ଭୁଲ୍ ବୁଝାମଣା ଦୂର କର ନଚେତ୍ ଅସଲ ଦୁର୍ଦ୍ଦଶା ଭୋଗିବ ବୋଲି ତାଗିଦା ପୂର୍ବକ ପର୍ଶୁବାବୁ କହିଥିଲେ। ଏହାଦ୍ୱାରା ସେହି ଦୁଇଟି ଗ୍ରାମରେ ହେବାକୁ ଥିବା ଭୟଙ୍କର ହିଂସାକାଣ୍ଡ ଆପେ ଆପେ ପ୍ରଶମିତ ହୋଇଥିଲା। ବହୁ ଧନ ଜୀବନ ନଷ୍ଟ ହେବାରୁ ବଞ୍ଚି ଯାଇଥିଲା। କାରଣ ସେତେବେଳେ ବରୀ ଓ ବିଞ୍ଝାରପୁର ବ୍ଲକରେ ନିଜ ନିଜ ବାଟରେ ସବର୍ଣ୍ଣ ଓ ଅସବର୍ଣ୍ଣମାନେ ମେଳି ଆରମ୍ଭ କରି ସଂଘର୍ଷ ପାଇଁ ପ୍ରସ୍ତୁତ ହୋଇସାରିଥିଲେ ବୋଲି ଶ୍ୟାମବାବୁ ଲୁହ ଗଡାଇ କହିଥିଲେ। ତାଙ୍କ ଉଦ୍ୟମରେ ବରୀ ବ୍ଲକର ଅଙ୍ଗାଳୋ, କାଇପଡା ଓ ରତ୍ନଗିରିଠାରେ ଷ୍ଟେଟ୍ବ୍ୟାଙ୍କ ସ୍ଥାପନ ହୋଇଛି। ସେ ବରୀ ଅଞ୍ଚଳର ସ୍ୱାଭିମାନ ଓ ଐତିହ୍ୟକୁ ରାଜଧାନୀ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କଳାମାଟିଆ ଗୁଳିକାଣ୍ଡ ଓ ଗଣହତ୍ୟା ଘଟଣାକୁ ସେ ରାଜ୍ୟସ୍ତରୀୟ ଉତ୍ସବ କରାଇଛନ୍ତି। ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନର ସେ ଅନ୍ୟତମ କର୍ଣ୍ଣଧାର। ବିରୂପା ନଦୀ ଉପରେ ଇନ୍ଦୁପୁର-ଗମୁ ଠାରେ ସେତୁ ନିର୍ମାଣ ପାଇଁ ତାଙ୍କର ବି ଅବଦାନ ରହିଛି। ସାମଗ୍ରିକ ଭାବେ କହିବାକୁ ଗଲେ ବରୀ ଅଞ୍ଚଳର ସମସ୍ତ ବିକାଶ ଓ ସମସ୍ୟା ସହିତ ସେ ସଂପୃକ୍ତ । କିନ୍ତୁ ତାଙ୍କ ପ୍ରତିଭାକୁ ରାଜ୍ୟ ସରକାର ଚିହ୍ନିଲେ ନାହିଁ। ରାଜ୍ୟ ଯୋଜନା ବୋର୍ଡରେ ତାଙ୍କୁ ସଦସ୍ୟ ଭାବରେ ନେବାପାଇଁ ଦାବୀ ହୋଇଥିଲେ ବି ତାହା ସଫଳ ହେଲାନାହିଁ। ଦେଶର ଅନ୍ୟ ଅଞ୍ଚଳରେ ଜନ୍ମ ହୋଇଥିଲେ ତାଙ୍କୁ ନିଶ୍ଚୟ ଉଲ୍ଲେଖନୀୟ ସମାଜ ସେବା ପାଇଁ ପଦ୍ମଶ୍ରୀ ମିଳିଥାଆନ୍ତା। ଏହାହିଁ ଆମର ଦୁଃଖ ଓ ଅନୁଶୋଚନା। ସେହି ମହାନ୍ ବ୍ୟକ୍ତିତ୍ୱ ତଥା ଆମର ପର୍ଶୁଭାଇଙ୍କର ମୃତ୍ୟୁ ମଧ୍ୟ ଚମକପ୍ରଦ ଓ ହୃଦୟସ୍ପର୍ଶୀ। ଜୀବନ ସାରା ଅନ୍ୟମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖି ଆସିଥିବା ସେହି ବ୍ୟକ୍ତିଜଣଙ୍କ ମରଣ ପୂର୍ବରୁ କାହାକୁ କଷ୍ଟ ଦେଲେନାହିଁ। ଅଚାନକ ପରଲୋକ ଗମନ କଲେ। ତାଙ୍କର ଆତ୍ମାର ବ୍ରହ୍ମଲୀନ ଘଟିବ। ପରଲୋକରେ ବି ସେ ପରକଥା ଚିନ୍ତା କରିବେ। ସଂପର୍କ- ୯୪୩୭୦୦୭୨୦୦
<urn:uuid:69d2a8ee-132c-4e76-8480-2f5c70a02fde>
CC-MAIN-2017-47
http://samanyakathan.com/readmore.php?sid=2057
2017-11-22T13:02:39Z
s3://commoncrawl/crawl-data/CC-MAIN-2017-47/segments/1510934806586.6/warc/CC-MAIN-20171122122605-20171122142605-00631.warc.gz
ory
0.999994
Orya
4
{"ory_Orya_score": 0.999994158744812}
କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି । ଏଥିପାଇଁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ପବିତ୍ର କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳିଙ୍କ ଭିଡ ଜମିଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଭକ୍ତ ଦର୍ଶନ କରିପାରିବେ ନାହିଁ । ଦ୍ୱିତୀୟ ଭୋଗମଣ୍ଡପ ପରେ ଦତମହାପାତ୍ର ସେବକ ଏହି ନୀତି ସମ୍ପନ୍ନ କରିବେ । Source: epuja.co.in 26th October, 2017 | 8:22 am You might also like - ଲଘୁଚାପ ବର୍ଷା କ୍ଷୟକ୍ଷତି ଆକଳନ କରିବାକୁ ଯାଇ ଫଶିଗଲେ ଆରଆଇ ! ଦାବି ମୁତାବକ ରିପୋର୍ଟ ଦେବାକୁ ମନା କରିବାରୁ ପାଣିରେ ବୁଡାଇଲେ ଯୁବକ - ପ୍ରାଇମ୍ ଟାଇମ୍ ନ୍ୟୁଜ୍ : ୨୪-୧୧-୧୭ - ଗରିବ ରାଜ୍ୟରେ ଧନୀ ରାଜନୈତିକ ଦଳ ! ହୁ ହୁ ହୋଇ ବଢି ଚାଲିଛି ରାଜନୈତିକ ଦଳର ସମ୍ପତି, ଜାଣନ୍ତୁ କାହାର କେତେ ବଢିଛି ସମ୍ପତି - ମନ୍ଦିରରେ ବୋହୁଛି ଘିଅର ନଦୀ ! ସୁନା ରୂପା ବଦଳରେ ଭକ୍ତ କରୁଛନ୍ତି ଘିଅ ଦାନ, ଜାଣନ୍ତୁ କେଉଁଠି ?
<urn:uuid:9ee079b4-366b-4645-83cd-f2423116936d>
CC-MAIN-2017-47
http://kanaknews.com/puri-banakalagi-ritual/
2017-11-24T20:05:30Z
s3://commoncrawl/crawl-data/CC-MAIN-2017-47/segments/1510934808935.79/warc/CC-MAIN-20171124195442-20171124215442-00631.warc.gz
ory
1
Orya
1
{"ory_Orya_score": 1.0000003576278687}
୧୯ ବର୍ଷ ପରେ ବାପା ହେବେ ଭାଇଜାନ୍ ସଲମାନ୍ ଖାନ୍ । ସଲମାନ୍ ତାଙ୍କର ଆଗାମୀ ସିନେମାରେ ଜଣେ ୧୩ ବର୍ଷ ଝିଅର ବାପା ଚରିତ୍ରରେ ନଜର ଆସିବେ । ତେବେ ସିନେମାର ନାଁ ଏଯାଏ ସ୍ଥିର ହୋଇ ନାହିଁ । ଏହି ସିନେମାରେ ସଲମାନ୍ ଜଣେ ଡ୍ୟାନ୍ସ ଟ୍ରେନରର ଭୂମିକାରେ ଅଭିନୟ କରିବେ । ସିନେମାଟି ମୁଖ୍ୟତଃ ଡ୍ୟାନ୍ସ ଉପରେ ଆଧାରିତ । ସୂଚନା ଅନୁସାରେ , ଆମୀର୍ ଖାନଙ୍କ ସିନେମା 'ଦଙ୍ଗଲ' ଆସିବା ପରେ ବଲିଉଡର ସମସ୍ତ ଲୋକପ୍ରିୟ ତାରକାଙ୍କ ମଧ୍ୟରେ ନିଜ ନିଜ ରୋଲକୁ ନେଇ ଯେମିତି ଦଙ୍ଗଲ ଆରମ୍ଭ ହୋଇଯାଇଛି । ଆଉ ଏହି ଦୌଡର ଆଗରେ ରହିଛନ୍ତି ଦବଙ୍ଗ୍ ହିରୋ ସଲମାନ୍ ଖାନ୍ । ଦଙ୍ଗଲ ସିନେମାରେ ଆମୀରଙ୍କ ଦୁଇ ଯୁବତୀ ଝିଅଙ୍କ ବାପା ଚରିତ୍ରଟି ସଲମାନଙ୍କୁ ବେଶ୍ ପ୍ରଭାବିତ କରିଛି । ଫଳରେ ସେ ତାଙ୍କ ଆଗାମୀ ସିନେମାରେ ବାପା ହେବା ପାଇଁ ରାଜି ହୋଇ ଯାଇଛନ୍ତି । ଶେଷ ଥର ସଲମାନ ସିନେମା 'ଜବ୍ ପ୍ୟାର୍ କିସି ସେ ହୋତା ହୈ'ରେ ବାପା ଭୂମିକାରେ ଅଭିନୟ କରିଥିଲେ ।
<urn:uuid:6ae765ab-a918-45a6-874c-cdecdcf56846>
CC-MAIN-2017-47
http://kanaknews.com/salman-khan-to-play-a-father-roll-in-his-next-film-after-19-years/
2017-11-24T20:05:18Z
s3://commoncrawl/crawl-data/CC-MAIN-2017-47/segments/1510934808935.79/warc/CC-MAIN-20171124195442-20171124215442-00631.warc.gz
ory
1
Orya
5
{"ory_Orya_score": 1.0}
କନକ ବ୍ୟୁରୋ : ଗାଁରେ ନା ଅଛି ବିଜୁଳିବତୀ ନା ଅଛି ପିଇବା ପାଣିର ସୁବିଧା । ଅନ୍ଧାରରେ ଗ୍ରାମବାସୀମାନେ ଜୀବନ କାଟୁଥିବାବେଳେ ସରକାରଙ୍କ ନଜରରେ ପଡିପାରୁନି ଗାଁର ସମସ୍ୟା । ବତୀ ଆଲୁଅରେ ପାଠ ପଢୁଛନ୍ତି ପିଲା । କେବଳ ପିଲାମାନେ ନୁହଁନ୍ତି ବରଂ ଗ୍ରାମବାସୀ ମାନେ ଅନ୍ଧାରରେ ଦୀର୍ଘ ବର୍ଷ ହେବ ଜୀବନ ବିତାଉଛନ୍ତି । ଇଏ କୈାଣସି ଉପାନ୍ତ ଅଂଚଳ ନୁହଁ ବରଂ ଇଏ ହେଉଛି ଉପକୁଳ ଅଂଚଳ ଭଦ୍ରକ ଚାନ୍ଦବାଲିର ତିଳଂଚି ଗାଁର କଥା । ଗାଁରେ ରାଜୀବଗାନ୍ଧୀ ଗ୍ରାମୀଣ ଜ୍ୟୋତି ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଖୁଂଟଠାରୁ ଆରମ୍ଭ କରି ଟ୍ରାନସଫର୍ମରର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗାଁରେ ଆଲୁଅ ଜଳିପାରୁନି । କେବଳ ବିଜୁଳୀ ନୁହଁ ବରଂ ଏହି ଗାଁରେ ରହିଛି ଏଭଳି ଆହୁରି ଅନେକ ସମସ୍ୟା । ପାଖାପାଖି ୧୦୦ ପରିବାର ପିଇବା ପାଣି ପାଇଁ ଗୋଟିଏ ମାତ୍ର ନଳକୁଅ ଉପରେ ହିଁ ଭରସା କରନ୍ତି । ସେଥିପାଇଁ ତ ପ୍ରତିଦିନ ଗାଁର ମହିଳାମାନେ ୩ କିମି ବାଟ ଚାଲନ୍ତି । ଏସଂପର୍କରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମଂଚଳର ଉନ୍ନତି ପାଇଁ ଯୋଜନା କରୁଥିବା ସରକାରଙ୍କ ନଜର ବୋଧେ ତିଳଂଚି ଗାଁରେ ପଡିନି ।
<urn:uuid:b2a0e44d-fab9-4870-b9f0-bc2dcabe6f12>
CC-MAIN-2017-47
http://kanaknews.com/bhadrak-village-problem/
2017-11-19T02:49:51Z
s3://commoncrawl/crawl-data/CC-MAIN-2017-47/segments/1510934805265.10/warc/CC-MAIN-20171119023719-20171119043719-00387.warc.gz
ory
0.999973
Orya
8
{"ory_Orya_score": 0.9999731779098511}
ଭବାନୀପାଟଣା/ ନୂଆପଡ଼ା: ବହୁ ଚର୍ଚ୍ଚିତ ଟିଡିଆର ଚଞ୍ଚକତା ମାମଲାର ମୁଖ୍ୟଅଭିଯୁକ୍ତ ବଣ୍ଟି ଅଗ୍ରୱାଲଙ୍କ ସହ ତାଙ୍କ ପତ୍ନୀ ସବିତା ଅଗ୍ରଓ୍ଵାଲ ଓ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲଙ୍କୁ ସୋମବାର ନୂଆପଡ଼ା ପୁଲିସ ହରିଆଣାରୁ ଗିରଫ କରିଛି। ସଂପୃକ୍ତ ୩ ଜଣଙ୍କୁ ସେଠାକାର କୋର୍ଟରେ ହାଜର କରାଯିବା ପରେ ନୂଆପଡା ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣୁଥିବା ଜଣାଯାଇଛି। ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟଉନ୍ନୟନ ବିଭାଗରେ ଜାଲ ଟିଡିଆର ଚଞ୍ଚକତା କରି କୋଟି କୋଟି ଟଙ୍କା ଟେଣ୍ଡର ହାତେଇବା ଘଟଣା ଗତ ଅକ୍ଟୋବର ମାସରେ 'ସମ୍ବାଦ' ମାଧ୍ୟମରେ ପ୍ରଥମେ ଲୋକଲୋଚନକୁ ଆସିଥିଲା । ଗତ ଅକ୍ଟୋବର ୭ ତାରିଖରେ କଳାହାଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ୪୮ଟି ନକଲି ଟିଡିଆର ଦାଖଲ କରି ୨କୋଟି ୩୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଭବାନୀପାଟଣା ଟାଉନଥାନାରେ ସୁପର କ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲ ବିରୋଧରେ ମାମଲା ରୁଜୁ ହୋଇଥିଲା । ଥାନାରେ ମାମଲା ହେବାପରେ ସେ ଆତ୍ମଗୋପନ କରିଥିଲେ । ପରେ ଖରିଆର, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର ଥାନାରେ ମାମଲା ପରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ବଣ୍ଟି ଅଗ୍ରୱାଲର ସ୍ତ୍ରୀ ସବିତା ଦେବୀ ଅଗ୍ରୱାଲ ଓ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲଙ୍କ ବିରୋଧରେ ବିଭିନ୍ନ ଥାନରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ନେଇ ରାଜ୍ୟ ପୁଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଏସପି ସ୍ମିତ ପି. ପରମାରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ବଣ୍ଟି ଅଗ୍ରୱାଲ ହରିଆଣାରେ ଆତ୍ମଗୋପନ କରିଥିବା ଖବର ପାଇ ଏହି ଟିମ ହରିଆଣା ଯାଉଥିଲେ। ସୋମବାର ବଣ୍ଟି ଅଗ୍ରୱାଲଙ୍କୁ ପୁଲିସ ଠାବ କରି ଗିରଫ କରିବାରେ ସଫଳ ହୋଇଥିଲା । ବଣ୍ଟିଙ୍କୁ ପଚରା ଉଚୁରା କରି ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ ଓ ସ୍ତ୍ରୀ ସବିତାଦେବୀ ଅଗ୍ରୱାଲଙ୍କୁ ମଧ୍ୟ ଠାବ କରି ପୁଲିସ ଗିରଫ କରିଥିଲା ।
<urn:uuid:2109c50c-3ddb-4df3-aff9-4c5affbc27aa>
CC-MAIN-2017-47
http://sambad.in/district/nuapada/arrest-in-hariyana-banti-father-and-wife-26748/
2017-11-19T03:25:11Z
s3://commoncrawl/crawl-data/CC-MAIN-2017-47/segments/1510934805265.10/warc/CC-MAIN-20171119023719-20171119043719-00387.warc.gz
ory
0.999978
Orya
6
{"ory_Orya_score": 0.9999781847000122}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସ୍ଥିତ ସାଣରାକସ ୟୁନିଭର୍ସିଟିରେ ଏକ ତାଲିମ କର୍ମଶାଳାରେ ଯୋଗଦେବାକୁ ଯାଇଥିବା ଜଣେ ଓଡ଼ିଶା ଆଇଏଫ୍ଏସ୍ ଅଧକାରୀଙ୍କୁ ପୋଲିସ ଗିରଫ କରିଛି । ସମ୍ବଲପୁର ଡିଭିଜନରେ କାର୍ଯ୍ୟରତ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ସେଠାରେ ଜଣେ ହୋଟେଲ ପରିଚାରିକାଙ୍କୁ ଯୌନ ଅସାଚରଣ କରିଥିବା ଅଭିଯୋଗ ପରେ ତାଙ୍କୁ ପେନ୍ସିଲଭେନିଆରେ ଗିରଫ କରାଯାଇଛି । ମହାପାତ୍ର ରହୁଥିବା ହୋଟେଲ ରୁମ୍ ରେ ଇଣ୍ଟରନେଟ ସମସ୍ୟା ଥିବାରୁ ତାହା ସୁଧାରିବା ପାଇଁ ଜଣେ ମହିଳା ଉକ୍ତ ରୁମ୍କୁ ଆସିଥିଲେ ଏବଂ କିଛି ସମୟ ପରେ ବାହାରକୁ ଚାଲିଯାଇଥିଲେ । ପୁଣି କିଛି ସମୟ ପରେ ପୋଲିସ ମହାପାତ୍ର ରହୁଥିବା ରୁମ୍ ଭିତରକୁ ପ୍ରବେଶ କରି ତାଙ୍କୁ ଗିରଫ କରିଥିଲା । ତେବେ ସଂପୃକ୍ତ ମହିଳା ଜଣକ ତାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ କରିବା ପରେ ପୋଲିସ ମହାପାତ୍ରଙ୍କୁ ଗିରଫ କରିଥିବା କୁହାଯାଇଛି । ଓଡ଼ିଶା କ୍ୟାଡରର ଜଣେ ଆଇଏଫ୍ଏସ୍ ଅଫିସରଙ୍କୁ ଆମେରିକାରେ ଗିରଫ କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଭାରତୀୟ ଦୂତାବାସ ତଥା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଉଛି ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁସାରେ ମହାପାତ୍ର ଅନ୍ୟ ୩୦ଜଣ ବରିଷ୍ଠ ବନ ଅଧିକାରୀଙ୍କ ସହ ସେଠାକୁ ଯାଇଥିଲେ, ସେ କହିଛନ୍ତି । ତେବେ ମହାପାତ୍ରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି । ଓଡ଼ିଶା ଡ଼ଟ୍ କମ୍
<urn:uuid:7fad43a5-50b2-4a15-8bbe-a4f75d384f24>
CC-MAIN-2017-47
http://www.odisha.com/archives/tag/%E0%AC%86%E0%AC%87%E0%AC%8F%E0%AC%AB%E0%AD%8D%E0%AC%8F%E0%AC%B8%E0%AD%8D
2017-11-25T09:42:42Z
s3://commoncrawl/crawl-data/CC-MAIN-2017-47/segments/1510934809746.91/warc/CC-MAIN-20171125090503-20171125110503-00387.warc.gz
ory
1.000005
Orya
15
{"ory_Orya_score": 1.0000051259994507}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ବେପରୁଆ ତଥା ଦ୍ରୁତ ଗାଡ଼ି ଚାଳନା ଉପରେ ନିୟନ୍ତ୍ରଣ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ସମସ୍ତ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଗାଡ଼ିରେ ସ୍ପିଡ଼ ଗଭର୍ଣ୍ଣର ଲଗାଯିବ । ନିଷ୍ପତି ଅନୁଯାୟୀ କୌଣସି ଗାଡ଼ି ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଯାଇପାରିବେ ନାହିଁ । ପ୍ରତ୍ୟେକ ଗାଡ଼ି ପାଇଁ ଗତିକୁ ଏକ ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ରଖିବାକୁ ନିଷ୍ପତି ନିଆଯାଇଛି । ଦୁଇ ଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୫୦ କିମି ରଖାଯାଇଥିବା ବେଳେ ଅଟୋ ରିକ୍ସା ପାଇଁ ୩୦ କିମି ଏବଂ ଚାରି ଚକିଆ ଯାନ ପାଇଁ ସର୍ବାଧିକ ବେଗ ୬୫ରୁ ୭୦ କିମି ପର୍ଯ୍ୟନ୍ତ ରଖାଯାଇଛି । ଗାଡ଼ିରେ ସ୍ପିଡ଼ ଗଭର୍ଣ୍ଣର ଲଗାଇନଥିବା ବ୍ୟକ୍ତିଙ୍କ ଠାରୁ ଅତିକମ୍ ରେ ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ରାଜ୍ୟରେ ପାଞ୍ଜିକୃତ ହୋଇଥିବା ୩୯ ଲକ୍ଷ ଗାଡ଼ିରେ ସ୍ପିଡ଼ ଗଭର୍ଣ୍ଣର ଲଗାଇବା ବାଧ୍ୟତାମୂଳକ କରାଯାଇଛି । ନୂଆ ଗାଡ଼ିରେ ପଞ୍ଜିକରଣ ସମୟରେ ସ୍ପିଡ଼ ଗଭର୍ଣ୍ଣର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଟୋ ଓ ଅନ୍ୟାନ୍ୟ ଗାଡ଼ିରେ ଏକ ମାସ ମଧ୍ୟରେ ଲଗାଇବାକୁ କୁହାଯାଇଛି । ଦ୍ରୁତ ଗତି ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବାରୁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବେଗ ନିୟନ୍ତ୍ରଣ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଆଧାର କରି ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଓଡ଼ିଶା ଡ଼ଟ୍ କମ୍
<urn:uuid:13c19caf-04b5-4f03-b62c-a1fed683a2fa>
CC-MAIN-2017-47
http://www.odisha.com/archives/tag/%E0%AC%AA%E0%AC%B0%E0%AC%BF%E0%AC%AC%E0%AC%B9%E0%AC%A8
2017-11-25T09:42:28Z
s3://commoncrawl/crawl-data/CC-MAIN-2017-47/segments/1510934809746.91/warc/CC-MAIN-20171125090503-20171125110503-00387.warc.gz
ory
0.999991
Orya
38
{"ory_Orya_score": 0.9999905824661255}
ଓଡିଶା ଡଟ କମ ସଂବାଦ ଦାତା ଭୁବନେଶ୍ୱର, ମଇ ୨୨ (ଓଡିଶା ଡଟ କମ) ନିକଟରେ ଅନୁଷ୍ଠିତ ହୋଇଥିବା ଭୁବନେଶ୍ଵର ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ଦୁଇ ଦିନିଆ ୨୨ତମ ବାର୍ଷିକ ସାଂସ୍କୃତିକ ମହୋତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ଲୋକଙ୍କୁ ସମ୍ମାନିତ କରାଯାଇଥିବା ଏହାର ଆୟୋଜକ କହିଛନ୍ତି । ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ସମାହିତ ଏହି ଉତ୍ସବରେ ଗତ ବର୍ଷ ଅନଗୁଳ ଠାରେ ଘଟିଥିବା ବିଦ୍ୟୁତ ଆଘାତରେ ପିତା ମାତାଙ୍କ ମୃତ୍ୟୁ ଘଟଣାରେ ଅସୀମ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇ ବିପନ୍ନ ପୁତ୍ରକୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଥିବା ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇ ଏବାବଦକୁ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ଟ୍ରଫି ଓ ଏକ ହଜାର ତାଙ୍କ ପ୍ରଦାନ କରାଯାଇଥିଲା । ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ପ୍ରୀତିସୁଧା ମହାନ୍ତି, ବୟସ ଅନୁପାତିକ ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତୃତ ସଫଳତା ପାଇଁ ଛାତ୍ରୀ ବିଦିଶା ପଣ୍ଡା, ସଂଘର ସାଂସ୍କୃତିକ ମଞ୍ଚ ରୁ ଅଭିନୟ ଜୀବନ ଆରମ୍ଭ କରି ରାଜ୍ୟରେ ଏକ ସ୍ୱନାମଧନ୍ୟ ନାଟ୍ୟ ସଂସ୍ଥାରେ ପ୍ରମୁଖ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିବା ଲିପିନା ପାଲ୍ ଏବଂ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ସମାଜସେବୀ ଇଂ. ଅଭୟ କୁମାର ସାମନ୍ତରାୟ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ ଓ ଶ୍ରୀ ଦେବୀ ପ୍ରସାଦ ମଲ୍ଲିକ୍, ଶ୍ରୀ ଚନ୍ଦ୍ର ଶେଖର ପତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ସଂଘର ଏହି ନିରବଚ୍ଛିନ୍ନ ପ୍ରୟାସକୁ ପ୍ରଶଂସା କରିଥିଲେ । ମହିଳା ସଶକ୍ତିକରଣର ବାର୍ତ୍ତା ସହିତ ସାମିଲ ହୋଇ ସଂଘ ଏହାର ଗୁରୁତ୍ୱ ଉପରେ ଏ ବର୍ଷର ଉତ୍ସବକୁ ସମର୍ପିତ କରିଥିଲା ।ସଂଘର ୨୨ ବର୍ଷର ନିରନ୍ତର ଯାତ୍ରା ମଧ୍ୟରେ ପରଲୋକ ଗମନ କରିଥିବା ମୁଖ୍ୟ ଉପଦେଷ୍ଟା ସ୍ୱର୍ଗତ ପୀତାମ୍ବର ମହାନ୍ତି, ପ୍ରତିଷ୍ଠାତା ସଭ୍ୟ ସତ୍ୟବ୍ରତ ଦାସ ଏବଂ ମନତୋଷ ମହାପାତ୍ରଙ୍କ ନିଃସ୍ୱାର୍ଥପର ଅବଦାନକୁ ମନେରଖିବା ଉଦ୍ଦେଶ୍ୟରେ ଉପରୋକ୍ତ ପୁରସ୍କାରସବୁକୁ ନାମିତ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ବିୟୋଗ ତଥା ନେପାଳର ଭୟାବହ ଭୂମିକମ୍ପରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ)ଙ୍କ ଧନ୍ୟବାଦ ପ୍ରସ୍ତାବ ସହ ମହିଳା ସଶକ୍ତିକରଣ ଭିତ୍ତିକ ନାଟକ ଦ୍ୱୟ ପ୍ରଥମ ସଂଧ୍ୟାରେ 'ବରଷା ରାଣୀର ଭିଜା ଓଢଣି' ଏବଂ ଦ୍ୱିତୀୟ ସଂଧ୍ୟାରେ 'କଇଁଚି କାକୁଡି ନଳିତା ପିତା' ମଞ୍ଚସ୍ଥ ହୋଇଥିଲା । ଏହି ୨ ଦିନିଆ ଅହୋରାତ୍ର ନାଟକ ଉତ୍ସବକୁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ମନଭରି ଉପଭୋଗ କରିଥିଲେ । ଓଡିଶା ଡଟ କମ
<urn:uuid:b787685d-5237-44e7-993a-13f4fcff576f>
CC-MAIN-2017-47
http://www.odisha.com/archives/tag/%E0%AC%AA%E0%AD%8D%E0%AC%B0%E0%AC%95%E0%AC%BE%E0%AC%B6-%E0%AC%AA%E0%AC%BE%E0%AC%A3%E0%AC%BF%E0%AC%97%E0%AD%8D%E0%AC%B0%E0%AC%BE%E0%AC%B9%E0%AD%80
2017-11-25T09:43:49Z
s3://commoncrawl/crawl-data/CC-MAIN-2017-47/segments/1510934809746.91/warc/CC-MAIN-20171125090503-20171125110503-00387.warc.gz
ory
1.000006
Orya
31
{"ory_Orya_score": 1.0000064373016357}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତବର୍ଷର ସମ୍ମାନଜନକ ଅକ୍ଷୟ ସମ୍ମାନ ଦିଆଯିବ । ଏହି ପୁରସ୍କାର ବାବଦରେ ତାଙ୍କୁ ୧୦ହଜାର ଟଙ୍କା ଅର୍ଥରାଶି,ମାନପତ୍ର,ଓ ଉପଢୌକନ ଦିଆଯିବ । ଆସନ୍ତା ୧୭ତାରିଖରେ ତାଙ୍କୁ ପୁରସ୍କୃତ କରାଯିବ । ରାୟଙ୍କ ଅଦ୍ୟାବିଧି ଅନେକ ଶିଶୁ ପୁସ୍ତକ ସହ ୨୨ଟି ଉପନ୍ୟାସ, ୧୦ଟି ଭ୍ରମଣ ପୁସ୍ତକ ପକ୍ରାଶ ପାଇଛି । ଓଡ଼ିଆ ସାହିତ୍ୟ ପ୍ରତି ସାରସ୍ୱତ ସାଧନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଶାରଳା, ପୁରସ୍କାର, ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଆସନ୍ତା ୧୭ ତାରିଖରେ ଏହା ସହ ତରୁଣ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଅନେକ ପ୍ରସିଦ୍ଧ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସିନେକ୍ରିଟିକ୍ ଆସୋସିଏସନର ସମ୍ପାଦକ ଦିଲୀପ ହାଲି ଏକ ବିଜ୍ଞପ୍ତିରେ କହିଛନ୍ତି । ଓଡିଶା ଡଟ୍ କମ୍
<urn:uuid:f45a9a2a-99eb-4088-b60f-ea486f35a932>
CC-MAIN-2017-47
http://www.odisha.com/archives/tag/%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%AD%E0%AC%BE-%E0%AC%B0%E0%AC%BE%E0%AD%9F
2017-11-25T09:43:46Z
s3://commoncrawl/crawl-data/CC-MAIN-2017-47/segments/1510934809746.91/warc/CC-MAIN-20171125090503-20171125110503-00387.warc.gz
ory
1.000007
Orya
30
{"ory_Orya_score": 1.000006914138794}
କେଦାର ମିଶ୍ର ଫଟୋ- ସଂଜୟ କାନୁନଗୋ କେବେ ସକାଳୁ ଉଠି ତାଂକ ସ୍ଵରରେ ଗୀତ ଗୋବିନ୍ଦ ଶୁଣିଛନ୍ତି ? କେବେ ଭାବିଛନ୍ତି ତାଂକ ଗୀତରେ କି ଭାବ ଥାଏ ଯାହା ଜାତି, ଧର୍ମ ଓ ଜାତୀୟତାର ସୀମାରେଖା ଲିଭେଇ ଦେଇ ଏକ ବିଶୁଦ୍ଧ ଭାବ ରାଜ୍ୟର ନିର୍ମାଣ କରେ ? ସେ ଗାଉଥିବା ଗୀତ ହୁଏତ ହିନ୍ଦୁ ଧର୍ମର ଏକ ବହୁ ଚର୍ଚିତ ଶାସ୍ତ୍ରରୁ ଆସିଛି, ହେଲେ ସେ ଗୀତରେ ଯେଉଁ ପ୍ରେମର ଅନୁଭବ ତାର ଧର୍ମ ହେଉଛି ମାନବିକତା। ତାଂକ ଗୀତ ଶୁଣି ଓଡିଆ ଶ୍ରୋତା ଯେତିକି ମୁଗ୍ଧ ହୁଏ, ତାଂକ ସୁରର ଯାଦୁକରୀରେ ତେଲୁଗୁ ଓ ତାମିଲ୍ ଶ୍ରୋତା ମଧ୍ୟ ସେତିକି ମୋହିତ ହୁଅନ୍ତି। ତାଂକ ଗୀତର ମୋହନ ଶକ୍ତି ପ୍ରାୟ ଗୋଟେ ଦଶନ୍ଧି ଧରି ଇଟାଲୀ ର ଖ୍ୟାତନାମା ନାଟ୍ୟଶିଳ୍ପୀ ଇଉଜିନିଓ ବାର୍ବା ଓ ତାଂକର ସାଥୀ ମାନଂକୁ ମଧ୍ୟ ପ୍ରଭାବିତ କରିଥିଲା । ସାରା ଭାରତର ଶ୍ରୋତା ତାଂକର ଗୀତ ଗୋବିନ୍ଦର ମଧୁର ପରିବେଷଣରେ ମୁଗ୍ଧ ଥିବା ବେଳେ, ଷାଠିଏ ଦଶକରେ ସେ ଥିଲେ ତାମିଲ୍ ଓ ତେଲୁଗୁ ସିନେମାର ଚର୍ଚିତ ଗାୟକ। ଓଡିଆ ସିନେମା ଓ ରେଡିଓରେ ତାଂକର ସ୍ଵର ଥିଲା ଏକ ପ୍ରକାର କୁହୁକ ପରି । "ସୁଷମା ଗୋ ତୁମ ଅଂଗେ ଅଂଗେ ଭରା ମଧୁ ଜୋଛନା", "ନ ଯା ରାଧିକା ଏକା ଏକା" କିମ୍ବା "ପକା କମ୍ବଳ ପୋତ ଛତା " ଭଳି ଲୋକପ୍ରିୟ ଓଡିଆ ଗୀତ ତାଂକୁ ଓଡିଶାର ଘରେ ଘରେ ପରିଚିତି ଦେଇଥିଲା । ସେ ଗାୟକ ଭାବରେ ଓଡିଶାର ଏକମାତ୍ର ତାରକା, ଯାହାଂକୁ ଭାରତର ପ୍ରାୟ ସବୁ ମହାନ ସଂଗୀତଜ୍ଞ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ। ତାଂକ ସୁର ଓ ଲୟ ଆଗରେ ବହୁ ବହୁ ମହାନ ହସ୍ତୀ ନତ ମସ୍ତକ ହେବାର ଆମେ ଦେଖିଛୁ ଓ ତାଂକ ଓଡିଆ ପରିଚୟକୁ ଗର୍ବର ସହ ଛାତିରେ ଝୁଲେଇଛୁ । ସେ ଅନନ୍ୟ ଓ ଅତୁଳନୀୟ ସୁରଶିଳ୍ପୀ ଆଉ କେହି ନୁହନ୍ତି, ସେ ସୁରମଣି ରଘୁନାଥ ପାଣିଗ୍ରାହୀ । ତାଂକ ଗୀତ ଗୋବିନ୍ଦ ଗାୟନର ସ୍ଵତନ୍ତ ଶୈଳୀ ଓ ଶୁଦ୍ଧତା ପାଇଁ ମହାନ ଅଭିନେତା ପୃଥ୍ଵୀରାଜ କପୁର ରଘୁନାଥଂକୁ ଶ୍ରଦ୍ଧା ରେ ଡାକୁଥିଲେ ଗୀତ ଗୋବିନ୍ଦ ପାଣିଗ୍ରାହୀ। ଓଡିଶୀ ଗାୟନ ପରମ୍ପରାରେ ସେ ଥିଲେ ସର୍ବଶ୍ରେଷ୍ଠ ଓ ସର୍ବମାନ୍ୟ। ୧୯୮୨ ରେ ଫ୍ରାନ୍ସ୍ ସରକାର ତାଂକୁ ଗ୍ରାଂ ପ୍ରିକସ୍ ପୁରସ୍କାର ଦେବାର ପ୍ରାୟ ପଚିଶ ବର୍ଷ ପରେ ଭାରତ ସରକାର ତାଂକୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ , ଅଥଚ ସେ ଥିଲେ ସବୁ ସମ୍ମାନର ବହୁ ଉପରେ। ଓଡିଆ ଓ ଓଡିଶୀ ଜୀବନର ଏହି ମହାନାୟକ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମ ଜୀବନ ଓ କଳା କୁ ନେଇ କେତୋଟି ମଂଜ କଥା- ୧. କୋରାପୁଟ୍ ଜିଲ୍ଲାର ଛୋଟିଆ ସହର ଗୁଣୁପୁର ରେ ରଘୁନାଥ ଜନ୍ମ ନେଇଥିଲେ ୧୦ ଅଗଷ୍ଟ ୧୯୩୨ ରେ । ବାପା ନୀଳମଣି ପାଣିଗ୍ରାହୀ ଥିଲେ ସୌଖିନ୍ ଗାୟକ। ଘରେ ସଂଗୀତର ଚର୍ଚା ଓ ସାଧନା ର ବାତାବରଣ ରହିଥିଲା । ଗୁଣପୁର ଓ ପୁରୀରେ ପ୍ରାଥମିକ ସଂଗୀତ ଶିକ୍ଷା ପରେ ସେ ମାଦ୍ରାସ ଯାଇଥିଲେ ସଂଗୀତରେ ଅଧିକ ତାଲିମ୍ ପାଇଁ। ୨. ମାଦ୍ରାସ ତାଂକୁ ସଂଗୀତର ସବୁଠୁ ବଡ ଗୁରୁ କେବଳ ଦେଇନଥିଲା, ମାଦ୍ରାସରେ ସେ ନିଜ ସଂଗୀତ ଜୀବନର ସବୁଠୁ ବଡ ସଫଳତା ଓ ସିଦ୍ଧି କୁ ମଧ୍ୟ ଭେଟିଥିଲେ। ହିନ୍ଦୁସ୍ତାନୀ ସଂଗୀତର କିମ୍ବଦନ୍ତି ପୁରୁଷ ଡି.ଭି. ପୋଲୁସ୍ଖରନ୍କୁ ଗୁରୁ ଭାବରେ ପାଇବା ତାଂକ ଜୀବନର ଏକ ମୋଡ ପରିବର୍ତନ ଥିଲା । ତା ପୂର୍ବରୁ ସେ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଶୀ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଓଡିଶୀ, କର୍ନାଟକୀ ଓ ହିନ୍ଦୁସ୍ତାନୀ- ତିନୋଟି ଯାକ ସଂଗୀତ ଶୈଳୀର ସେ ଥିଲେ ଜ୍ଞାତା । ୩. ମାଦ୍ରାସ୍ ରଘୁନାଥଂକୁ ଗୋଟେ ବଡ ସୁଯୋଗ ଦେଇଥିଲା ।ଷାଠିଏ ଦଶକରେ ଘଣ୍ଟଶାଳା ଓ ପି.ବି.ଶ୍ରୀନିବାସଂକ ପରି ମହାନ ସଂଗୀତ ନିର୍ଦେଶକଂକ ସହ ତାଂକୁ କାମ କରିବାର ସୁଯୋଗ ମିଳିଥିଲା। ତାମିଲ୍ ଓ ତେଲୁଗୁ ସିନେମା ରେ ଅଳ୍ପ କେତୋଟି ଗୀତ ଗାଇ ସେ ଲୋକପ୍ରିୟତାର ଶୀର୍ଷ ରେ ପହଂଚିଥିଲେ। ଏସ. ଦକ୍ଷିଣମୂର୍ତିଂକ ପ୍ରସିଦ୍ଧ ସିନେମା "ଇଲାବେଲୁପୁ" ର "ଚଲାନୀ ରାଜା ଓ ଚନ୍ଦାମାମା" ଗୀତଟି ତାଂକୁ ଆଜିବି ଲୋକପ୍ରିୟ କରି ରଖିଛି। ୪. ତେବେ ମାଦ୍ରାସ ବାହାରେ ତାଂକୁ ଅପେକ୍ଷା କରିଥିଲା ଭିନ୍ନ ଏକ ଇତିହାସ ।ଦକ୍ଷିଣ ଭାରତୀୟ ସିନେମାର ପ୍ରତିଷ୍ଠା ଓ ପ୍ରତିପତ୍ତି କୁ ଠୋକର ମାରି ସେ ଫେରି ଆସିଲେ ଜନ୍ମଭୂମି ଓଡିଶାକୁ । ଏହି ସମୟରେ ମାଦ୍ରାସ କଳାକ୍ଷେତ୍ରରେ ତରୁଣ ରଘୁନାଥ ପ୍ରେମରେ ପଡନ୍ତି, ସେତେବେଳର ଭରତନାତ୍ୟମ ଶିଳ୍ପୀ ସଂଯୁକ୍ତା ମିଶ୍ର (ଯିଏ ପରେ ଓଡିଶୀ ନୃତ୍ୟର କିମ୍ବଦନ୍ତି ନାୟିକା ସଂଯୁକ୍ତା ପାଣିଗ୍ରାହୀ ) ସହିତ। ବମ୍ବେ ସହରରେ ସେମାନେ ବିବାହ କରନ୍ତି ଓ ସେଇଠୁ ଆରମ୍ଭ ହୁଏ ଓଡିଶା ଇତିହାସର ଏକ ନୁଆ ଅଧ୍ୟାୟ । ୫. ଆକାଶବାଣୀ ଓ ଓଡିଆ ସିନେମା ରେ ରଘୁନାଥ ବେଶ୍ ପ୍ରସିଦ୍ଧି ପାଆନ୍ତି । ଶ୍ରୀ ପତିତପାବନ (୧୯୬୩) ରୁ "ଭାଇ ଭାଉଜ", ମୁକ୍ତି, ଅଭିନେତ୍ରୀ, ଅହଲ୍ୟା ପର୍ଯନ୍ତ ଓଡିଆ ସିନେମାରେ ତାଂକର ପଦଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ।ଶହ ଶହ ଓଡିଆ ଗୀତ ସେ ଗାଇଛନ୍ତି ଓ ସବୁ ଗୀତରେ ନୁଆ ଏକ ଅନୁଭବ ବାଣ୍ଟିଛନ୍ତି। ୬. ତାଂକର ସବୁଠୁ ଚର୍ଚିତ ଗୀତ ସିନେମା ଅପେକ୍ଷା ଆକାଶବାଣୀ ଓ ଏଚ୍ଏମଭି ରେକର୍ଡ଼ ରେ ରହିଥିଲା । ଚକାନୟନକୁ ପତିତ କେହି…ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ …ମନସିଜ ମନମୋହନ …..ରୂପ ରେଖ ନାହିଁ ହେ ….ଜୀବନରେ ଥିବି ଯେବେ ଜୀବୀ ବୃନ୍ଦାବନ…..ସଂଗିନିରେ ରାସ ରଂଗୀନୀରେ …ଏମିତି ଅଗଣିତ କାଳଜୟୀ ଗୀତ ତାଂକର ଓଡିଶାର ଜଣ ଜୀବନରେ ଆଜିବି ବଂଚି ରହିଛି ଓ ରହିଥିବ । ୭. ଗୋଟେ ସମୟ ପରେ ଗୀତ ଗୋବିନ୍ଦ ତାଂକ ପ୍ରାଣର ଅଂଶ ପାଲଟି ଗଲା।ସବୁ ଗୀତର ମାଧୁର୍ଯ୍ୟ ଓ ପ୍ରଭାବ ଗୀତ ଗୋବିନ୍ଦ ଆଗରେ ଫିକା ପଡିଗଲେ । ଅଷ୍ଟପଦୀ ଗାୟନର ଏକ ବଳିଷ୍ଠ ଓଡିଶୀ ଧାରା ର ସେ ଥିଲେ ସୂତ୍ରଧର।ଗୀତ ଗୋବିନ୍ଦର ସ୍ବର ନିର୍ମାଣ ଓ ବିନ୍ୟାସ କରିବାରେ ତାଂକ ସମକକ୍ଷ ଶିଳ୍ପୀ ବିରଳ। ୮. ଓଡିଶୀ ଓ ଓଡିଶା ପାଇଁ ରଘୁନାଥ ନିଜ ଜୀବନର ସବୁଠୁ ବଡ ତ୍ୟାଗ ସ୍ଵୀକାର କରିଛନ୍ତି । ଜାତୀୟ ସ୍ତରରେ ଜଣେ ପ୍ରଛଦ ଶିଳ୍ପୀ ହେବାର ମୋହ ପରିତ୍ୟାଗ କରିଥିଲେ। ଜୀବନର ଶେଷ ତିନି ଦଶନ୍ଧି ସେ କେବଳ ଓଡିଶୀ ସଂଗୀତ ପାଇଁ ବିନିଯୋଗ କରିଥିଲେ। ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ ନଥିଲେ ଓଡିଶୀ ନୃତ୍ୟ ଆଜି ଯେଉଁ ସ୍ତରରେ ପହଂଚିଛି, ସେଠି ପହଂଚିବାର ସମ୍ଭାବନା ନଥିଲା । ରଘୁନାଥଂକ ସୁର ଓ ସଂଯୁକ୍ତାଂକ ଛନ୍ଦର ମାଧୁରୀ ଓଡିଶୀକୁ ବିଶ୍ଵ ରଂଗମଂଚ ରେ ପ୍ରତିଷ୍ଠା ଦେଇଥିଲା । ୯. ସଂଗୀତ ଓ କଳା କ୍ଷେତ୍ରରେ ତାଂକର ଅବଦାନ ଯାହା, ତା'ର କୌଣସି ତୁଳନା ନାହିଁ । ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ତାଂକୁ ମିଳିଥିଲା । ଅଥଚ ପଦ୍ମଶ୍ରୀ ଭଳି ସାମାନ୍ୟ ସମ୍ମାନ ତାଂକୁ ମିଳିଲା ମୃତ୍ୟୁ ର ମାତ୍ର ବର୍ଷେ ଆଗରୁ। ଓଡିଆ ସିନେମାର ସବୁଠୁ ବଡ ସମ୍ମାନ ଦେବାରେ ତାଂକ ପ୍ରତି ଆମେ ଉଦାସୀନ ରହିଲେ। ୧୦. ୨୫ ଅଗଷ୍ଟ ୨୦୧୩ ରେ ଏହି ମହାନ ଶିଳ୍ପୀ ଅମରତ୍ଵ ଲାଭ କଲେ। ତାଂକ ସ୍ମୃତିକୁ ସାଇତି ରଖିବାରେ ଆମେ ଏତେ ବିଫଳ ଯେ ତାଂକ ସହ ଇତିହାସର ଏକ ବିରାଟ ଅଧ୍ୟାୟ ପୋଛି ହୋଇ ଯାଉଛି, ସେକଥା ଆମ ମୁଣ୍ଡରେ ପଶୁନାହିଁ । ଓଡିଶା ଡଟକମ
<urn:uuid:1faf8399-3fe8-4793-85b1-4d8ddda11e6d>
CC-MAIN-2017-47
http://www.odisha.com/archives/tag/%E0%AC%B9%E0%AC%BF%E0%AC%A8%E0%AD%8D%E0%AC%A6%E0%AD%81-%E0%AC%A7%E0%AC%B0%E0%AD%8D%E0%AC%AE
2017-11-25T09:42:47Z
s3://commoncrawl/crawl-data/CC-MAIN-2017-47/segments/1510934809746.91/warc/CC-MAIN-20171125090503-20171125110503-00387.warc.gz
ory
0.999988
Orya
362
{"ory_Orya_score": 0.9999878406524658}
ବନ୍ତ: ଭଦ୍ରକ ଜିଲାର ଅନ୍ୟତମ ପ୍ରମୁଖ ତଥା ବ୍ୟସ୍ତବହୁଳ ବରପଦା-ଆଗରପଡା ୧୪କି.ମି ପୂର୍ତ୍ତ ବିଭାଗ ରାସ୍ତାଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ଏହାର ମରାମତି ପାଇଁ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସକଙ୍କ ପର୍ଯ୍ୟନ୍ତ କେହି ଦୃଷ୍ଟି ଦେଉନଥିବା ଜଣାଯାଇଛି । ଏହି ରାସ୍ତା ନିର୍ମାଣର ଦେଢବର୍ଷ ମଧ୍ୟରେ ନଷ୍ଟ ହୋଇଯିବା ନେଇ କାର୍ଯ୍ୟର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରାୟ ୧୯କୋଟି ଟଙ୍କା ଅଟକଳରେ ୨୦୧୨ ମସିହାରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୧୫ ମସିହା ଶେଷ ଭାଗରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା । ଅତିନିମ୍ନମାନର କାର୍ଯ୍ୟ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚପରେ ମଧ୍ୟ ଅଞ୍ଚଳବାସୀ ଏହାର ସୁଫଳ ବେଶିଦିନ ପାଇପାରିନାହାଁନ୍ତି । ଏବେ ଏହି ରାସ୍ତା ଫାଟି ଆଁ କରିଛି । ଯାହାଫଳରେ ପ୍ରତ୍ୟେକ ଦିନ ବାଇକ ଦୁର୍ଘଟଣା ମାନ ଘଟି ଲୋକମାନେ କ୍ଷତବିକ୍ଷତ ହେଉଛନ୍ତି । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଗାଡି ମୋଟର ଚଳାଚଳ କରୁଛି । ରାସ୍ତାରେ ବାଲେଶ୍ୱର ଜିଲା ଖଇରା ବ୍ଳକର ବର୍ତ୍ତନା, ହରିପୁର, ରଟିଣା, ବରୋଦା, ବନ୍ତ ବ୍ଳକର ଗୋପିନାଥପୁର, ଅଣିଜୋ, ବଡମହିଷଗୋଠ, ବିଟିପୁର, ପୁରଷଣ୍ଢ, କାଦବରାଙ୍ଗ, ଆଡିଆ, ଓଡଙ୍ଗ ଆଦି ପଞ୍ଚାୟତର ଲୋକେ ବିଭିନ୍ନ କାର୍ଯ୍ୟନେଇ ପ୍ରତ୍ୟେକ ଦିନ ଭଦ୍ରକ ଜିଲା ସଦର ମହକୁମାକୁ ଯାଇଥାନ୍ତି । ଏହି ରାସ୍ତା ସମସ୍ୟାକୁ ନେଇ କଟକ ସ୍ଥିତ କାର୍ଯ୍ୟାଳୟରେ ଆରଡିସିଙ୍କୁ ହାଇକୋର୍ଟର ଆଇନଜୀବୀ ମନୋଜ ରାୟଙ୍କ ନେତୃତ୍ୱରେ ଗଙ୍ଗାଧର ପତି, ଅଶ୍ୱନି କୁମାର ପଣ୍ଡା, ରବିନ୍ଦ୍ର ଆଇଚ, ମନ୍ମଥ ଦାସ, ଅକ୍ଷୟ ରାଉତ, ଟୁଟୁ ଆଇଚ, ଶୁସାନ୍ତ ଶତପଥି ପ୍ରମୁଖ ସାକ୍ଷାତ ଆଲୋଚନା କରିଛନ୍ତି । ସେହିପରି ଆଗରପଡା ବଜାରର ମୁଖ୍ୟ ରାସ୍ତା ଡ୍ରେନ ଉପରେ କ୍ୟାବିନ ପକାଯାଇ ଏବେ ରାସ୍ତା ଅବରୋଧ କରାଯାଉଛି । ଯାହାକୁ ନେଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏଥିପୂର୍ବରୁ ତକôାଳୀନ ଆରଡିସି ଅରବିନ୍ଦ ପାଢୀଙ୍କୁ ଶ୍ରୀ ରାୟଙ୍କ ନେତୃତ୍ୱରେ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଭେଟିଥିଲେ । ଏବଂ ବଜାର ରାସ୍ତାକୁ ଉଚ୍ଛେଦ ପାଇଁ ଦାବି କରିଥିଲେ । ଚିଠି ନଂ ୧୧୬୦୧/୦୪୧୨୧୨ଖ (ବି)୯୯୫/୧୨ ମୂଳେ ଜିଲାପାଳ ପଦକ୍ଷେପ ନେବାକୁ ସେତେବେଳେ ନିଦେ୍ର୍ଧଶ ଦେଇଥିଲେ । ଏହି ଉଚ୍ଛେଦ କାର୍ଯ୍ୟକୁ ମଧ୍ୟ ରାଜିନୀତିକରଣ କରାଯାଇ ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଖୋଦ ଶ୍ରୀ ପାଢୀ ଭଦ୍ରକରେ ରହି ଏହି ଉଚ୍ଛେଦକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଫଳରେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ସୁରୁଖୁରୁରେ ସରିଥିଲା । ଏବେ ପୁଣିକିଛି ବ୍ୟକ୍ତି ରାସ୍ତାପାଶ୍ୱର୍ କଙ୍କ୍ରିଟ୍ ଡ୍ରେନ ଉପରେ ଦୋକାନ କରିଥିବାର ପରିଲକ୍ଷିତ ହେଉଛି । ଏହାହ୍ୱାରା ପଥଚାରୀ ମାନେ ଯାଆସ କରିବାରେ ଓ ବାଇକ ସାଇକେଲ ରଖି ମାର୍କେଟିଙ୍ଗ୍ କରିବାରେ ଅସୁବିଧା ଭୋଗୁଛନ୍ତି । ଏନେଇ ମଧ୍ୟ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
<urn:uuid:71f06d29-d387-4672-9406-b54f41dd16b9>
CC-MAIN-2017-47
http://odiaspotnews.in/news-details/17006
2017-11-23T11:13:27Z
s3://commoncrawl/crawl-data/CC-MAIN-2017-47/segments/1510934806771.56/warc/CC-MAIN-20171123104442-20171123124442-00120.warc.gz
ory
1.000005
Orya
16
{"ory_Orya_score": 1.0000051259994507}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ବୁର୍ଲ୍ଲା,୧୨ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ସମ୍ବଲପୁର ଜିଲ୍ଲାର ବୁର୍ଲ୍ଲା ସ୍ଥିତ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ଜୁଲାଇ ୧୩ରେ ମହାନଦୀକୁ ଛଡାଯିବ । ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଉକ୍ତ ଦିନ ଦିନ ଏଗାର ଟାରୁ ଗୋଟାଏ ମଧ୍ୟରେ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ କରାଯିବ । ଏଥିପାଇଁ ସ୍ଥାନୀୟ ଅଞ୍ଚଳ ସମେତ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବା ପାଇଁ କୁହାଯାଇଛି । ହୀରାକୁଦ ଡ୍ୟାମରେ ୬୩୦ ଫୁଟ ପାଣି ରହିବାର କ୍ଷମତା ଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର ୬୦୭.୩୯ ଫୁଟ ରହିଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଜୁଲାଇ ୨୪ ରେ ନିଷ୍କାସିତ କରାଯାଇଥିଲା। ଓଡ଼ିଶା ଡ଼ଟ୍ କମ୍
<urn:uuid:4646fc2f-b2ff-46fb-87ec-e362f3ac9ef3>
CC-MAIN-2017-47
http://www.odisha.com/archives/21067
2017-11-19T04:59:12Z
s3://commoncrawl/crawl-data/CC-MAIN-2017-47/segments/1510934805362.48/warc/CC-MAIN-20171119042717-20171119062717-00656.warc.gz
ory
0.999997
Orya
38
{"ory_Orya_score": 0.999996542930603}
ମାଲକାନଗିରି: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହେବାରୁ ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମଙ୍ଗଳବାର ୬ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଧୂରବେଡ଼ା ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଅଧଘଣ୍ଟା ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପରେ ପୁଲିସ ପକ୍ଷରୁ ୬ଜଣଙ୍କ ମାଓବାଦୀଙ୍କର ମୃତ ଦେହ ଜବତ କରାଯାଇଛିି ବୋଲି ନାରାୟଣପୁର ଏସ୍ପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ୯ଟି ବନ୍ଧୁକ ଓ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମୃତଦେହ ଗୁଡ଼ିକୁ ନାରୟାଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଛି। ପୁଲିସ ଶବଗୁଡ଼ିକୁ ଚିହ୍ନିବା ପାଇଁ ଉଦ୍ୟମ କରିବା ସହିତ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ସୋମବାର ମଧ୍ୟ ଛତିଶଗଡ଼ରେ ୭ଜଣ ନକ୍ସଲ ଗିରଫ ହୋଇଛନ୍ତି। ସୁକମା ଜିଲ୍ଲା ପୋଲିସ ୬ ଜଣ ନକ୍ସଲକୁ ଗିରଫ କରିଥିବା ବେଳେ ନାରାୟଣପୁର ଜିଲ୍ଲାରୁ ଜଣେ ନକ୍ସଲଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ସୁକମା ଜିଲ୍ଲା ପୋଲିସ,ସିଆରପିଏଫ,ଏସଟିଏଫ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା,ଦୋରନାପାଲ ଏବଂ ଫୁଲବଗଡି ଅଂଚଳରେ ସର୍ଚ ଅପରେସନ୍ ଚଳାଇଥିବା ବେଳେ ଏହି ୬ ଜଣ ନକ୍ସଲକୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ନକ୍ସଲମାନେ ହେଲେ ଡିକେଏମଏସ ସଦସ୍ୟ ପଡିଆମି ଜଗା,ମାଡବୀ ଦେବା,ମାଡକାମ ମୁୟା,ବଞ୍ଜାମ ନନ୍ଦା,ମାଡବି ଲଖା ଏବଂ ମାଡବି ଗଂଗା।ଏମାନେ ଚିନ୍ତାଗୁମ୍ଫା,ଦୋରନାପାଲ ଏବଂ ଫୁଲବଗଡି ଅଂଚଳରେ ବହୁ ହିଂସା ଘଟାଇଥିବା ପୋଲିସ କହିଛି। ରାସ୍ତା ଖୋଳିବା,ସୋଲାର ପ୍ଲେଟରେ ନିଆଁ ଲଗାଇବା,ପୋଲିସ ଉପରେ ଆକ୍ରମଣ କରିବା ଏବଂ ବୋମା ଖଂଜିବା ଭଳି ବହୁ କାଣ୍ଡ ଘଟାଇଥିବା ଜଣାପଡିଛି। ଏମାନଙ୍କୁ ଜେରା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ସେହିପରି ନାରାୟଣପୁର ଏସପି ସଂତୋଷ ସିଂଙ୍କ କହିବା ଅନୁଯାୟୀ ଝରାଘାଟି ଅଂଚଳରେ କମ୍ବିଂ କରାଯାଉଥିବା ବେଳେ ଜନତାନା ସରକାରର ସଦସ୍ୟ ସୋମନାଥ ସଲାମ ନାମକ ନକ୍ସଲକୁ ଧରିବାରେ ପୋଲିସ ସଫଳତା ପାଇଥିଲା। ଗିରଫ ନକ୍ସଲ ନିକଟରୁ ଗୋଟିଏ ବନ୍ଧୁକ ସହ୧୦ କିଲୋର ଏକ ଟିଫିନ ବୋମା,୪ଟି ଡିଟୋନେଟର,୫୦ ମିଟର ବିଦ୍ୟୁତ ତାର ସମେତ ବହୁ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।
<urn:uuid:cae73ae8-5c30-4b96-a346-73009b55870c>
CC-MAIN-2017-47
http://sambad.in/state/six-maoists-gunned-down-in-encounter-23211/
2017-11-25T11:25:46Z
s3://commoncrawl/crawl-data/CC-MAIN-2017-47/segments/1510934809778.95/warc/CC-MAIN-20171125105437-20171125125437-00656.warc.gz
ory
0.99976
Orya
8
{"ory_Orya_score": 0.9997596144676208}
ଅପସ୍ମାର ଅପସ୍ମାର କୁ ମୂର୍ଚ୍ଛାରୋଗ ମଧ୍ୟ କୁହାଯାଏ । - Contents - ଉପକ୍ରମ ଅପସ୍ମାର (ଏପିଲେପ୍ସି ) କୁ ମୂର୍ଚ୍ଛାରୋଗ ମଧ୍ୟ କୁହାଯାଏ । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅସ୍ଵାଭାବିକଆବେଗ ଅନୁଭବ କରିଥାନ୍ତୁ । ଏପରିକି ଚେତା ହରାଇ ଥାଆନ୍ତି । ସାଧାରଣତଃ ମୂର୍ଚ୍ଛାରୋଗର ୩ଟି ଅବସ୍ଥା ରହିଛି ପ୍ରାଥମିକ ଅବସ୍ଥା ଏହି ଅବସ୍ଥାରେ ରୋଗୀ ମୂର୍ଚ୍ଛାରୋଗର କିଛି ଘଣ୍ଟା ପୂର୍ବରୁ ବା ଗୋଟିଏ ଦିନ ପୂର୍ବରୁ ଆବେଗ ଓ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରିଥାନ୍ତି । ଯଦି ଏପରି ସଙ୍କେତ ଦେଖାଦିଏ ତେବେ ରୋଗୀ ଜଣକ ତାଙ୍କର ଔଷଧ ଠିକ୍ ଭାବରେ ଗ୍ରହଣ କରୁଥିବା ସୁନିଶ୍ଚିତ କରିନିଅନ୍ତୁ । ରୋଗୀଙ୍କୁ ତାଙ୍କର କାର୍ଯ୍ୟଶୈଳୀ ପରିବର୍ତ୍ତନ କରିବାରେ ସାହାଯ୍ୟ କରନ୍ତୁ ଓ ଆଘାତ ନ ଲାଗିବା ପାଇଁ ବ୍ୟବସ୍ଥା କରନ୍ତୁ । ମଧ୍ୟମ ଅବସ୍ଥା ଏହି ଅବସ୍ଥାରେ ମୂର୍ଚ୍ଛାରୋଗର ସଙ୍କେତ ସ୍ତରରେ ଦୃଶ୍ୟମାନ ଲକ୍ଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ । ଶେଷ ଅବସ୍ଥା ମୂର୍ଚ୍ଛାରୋଗ ପରେ ଏହି ହେଉଛି ରିକଭରି ଅବସ୍ଥା । କେତେକ ରୋଗୀ ତୁରନ୍ତ ପୂର୍ବାବସ୍ଥାକୁ ଫେରି ଆସନ୍ତି ଓ କେତେକ ସ୍ଵାଭାବିକ ଅବସ୍ଥାକୁ ଆସିବା ପାଇଁ କିଛି ସମୟ ନେଇଥାନ୍ତି । ମୂର୍ଚ୍ଛାରୋଗର ପ୍ରକାର ଓ ଏହା ମସ୍ତିଷ୍କର ପ୍ରଭାବିତ କରିଥିବା ପରିମାଣ ଅନୁଯାୟୀ ରିକଭରି ଅବସ୍ଥା ପରିବର୍ତ୍ତନ କରିଥାଏ । ଉପଚାର ଯଦି ଚିପା ପୋଷାକ ପିନ୍ଧିଥାଆନ୍ତି ତେବେ ପୋଷାକକୁ ଢିଲା କରିନିଅନ୍ତୁ । - ସମ୍ପୃକ୍ତ ବ୍ୟକ୍ତିଙ୍କର ବାୟୁ ଚଳାଚଳ ପଥକୁ ଉନ୍ମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଧୀରେ ଧୀରେ ତାଙ୍କର ମାଢିକୁ ସ୍ଵାଭାବିକ କରନ୍ତୁ ଓ ମୁଣ୍ଡକୁ ଠିକ୍ ଅବସ୍ଥାକୁ ଆଣନ୍ତୁ । - ଏପିଲେପଟିକ୍ସ ଅବସ୍ଥା ଏଡ଼ାଇବା ପାଇଁ ମୂର୍ଚ୍ଛାରୋଗର ସମୟ ଓ ଲକ୍ଷଣକୁ ନୋଟ୍ କରନ୍ତୁ । - ସ୍ଵାଭାବିକ ଭାବରେ ମୂର୍ଚ୍ଛାରୋଗ ସମାପ୍ତ ହେବା ପର୍ଯ୍ୟନ୍ତ ରୋଗୀଙ୍କ ସହ ରହନ୍ତୁ । - ଧୀରେ ଧୀରେ ବ୍ୟକ୍ତିଙ୍କୁ ବିପଜ୍ଜନକ ସ୍ଥାନରୁ ଦୂରେଇ ନିଆନ୍ତୁ । ପାତିରୁ ବାହାରୁଥିବା ଲାଳକୁ ପୋଛି ଦିଅନ୍ତି । ରୋଗୀ ପୂର୍ବ ଅବସ୍ଥା ଫେରିସାରିଲା ପରେ ସେ କେଉଁଠାରେ ବର୍ତ୍ତମାନ ଅଛନ୍ତି, କ'ଣ ତାଙ୍କୁ ସାଙ୍ଗରେ ଘଟିଥିଲା ଏବଂ ବର୍ତ୍ତମାନର ଅବସ୍ଥା ବିଷୟରେ ଅବଗତ କରାନ୍ତୁ । ସତର୍କ ରହନ୍ତୁ କୌଣସି ବିପଦ ଥିଲେ ରୋଗୀଙ୍କର ଚଳନକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବ୍ୟକ୍ତିଙ୍କ ପାଟିରେ କୌଣସି କଠିନ ବସ୍ତୁ ଯଥା ଛୁରି, ପେଚ୍କସ୍, ଚାବି ରିଂ ଇତ୍ୟାଦି ପ୍ରୟୋଗ କରନ୍ତୁ ନାହିଁ । ରୋଗୀ ଯଦି ଅଚେତ ଅବସ୍ଥାରେ ଅଛନ୍ତି ତେବେ କୌଣସି ବଟିକା, ପାଣି ବା ଖାଦ୍ୟ ପାଟିରେ ପୁରାନ୍ତୁ ନାହିଁ । କୃତ୍ରିମ ଶ୍ଵାସକ୍ରିୟା କରାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ରୋଗୀ ପାଖରୁ ଗହଳି ଭାଙ୍ଗନ୍ତୁ ଏବଂ ଯେପରି ତା'ଙ୍କ ଚାରିପାଖରେ ବାୟୁ ପ୍ରବାହିତ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଜରୁରିକାଳୀନ ସାହାଯ୍ୟ : ଯଦି ମୂର୍ଚ୍ଛା ୫ ମିନିଟ୍ ରୁ ଅଧିକ ସମୟ ପର୍ଯ୍ୟନ୍ତ ଲାଗି ରହେ । ରୋଗୀର ଚେତା ନ ଫେରି ରୋଗୀ ମୂର୍ଚ୍ଛାରେ ଥାଏ କ୍ରମଶଃ ବ୍ୟବସ୍ଥାରେ ସୁଧାର ଆସିବା ପୂର୍ବରୁ ପୁଣି ଠାରେ ମୂର୍ଚ୍ଛା ରୋଗ ଦେଖାଦେବା । - ଯଦି ବ୍ୟକ୍ତି ଜଣକ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥାନ୍ତି ବା ଶ୍ଵାସରୁଦ୍ଧ ହେବା ପରି ଅନୁଭବ କରିଥାନ୍ତି ବା ଶ୍ଵାସରୁଦ୍ଧ ହେବା ପରି ଅନୁଭବ କରିଥାନ୍ତି । - ପାଣିରେ ଥିବା ସମୟରେ ମୂର୍ଚ୍ଛା ହୋଇଗଲେ । - ମୂର୍ଚ୍ଛାରୋଗ ଦ୍ଵାରା କୌଣସି କଠିନ ପଦାର୍ଥରେ ଆଘାତ ଲାଗିବା । ଉପରୋକ୍ତ ଅବସ୍ଥାରେ ରୋଗୀକୁ ପାଖାରେ ଥିବା ଯେକୌଣସି ଡାକ୍ତରଖାନାକୁ ନେଇ ଜାଆନ୍ତୁ ଏବଂ ଅଭିଜ୍ଞ ସ୍ନାୟୁ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ । ଆଧାର:ଧରିତ୍ରୀ
<urn:uuid:b65388c3-83cc-4836-961b-6108d325c456>
CC-MAIN-2017-47
http://or.vikaspedia.in/health/roga/b05b2ab38b4db2eb3eb30
2017-11-18T00:50:10Z
s3://commoncrawl/crawl-data/CC-MAIN-2017-47/segments/1510934804125.49/warc/CC-MAIN-20171118002717-20171118022717-00435.warc.gz
ory
1.000008
Orya
4
{"ory_Orya_score": 1.0000081062316895}
ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା ପାରାୀପ, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଜାହାଜରୁ ଗ୍ୟାସ୍ ଅନ୍ଲୋଡ଼ ସମୟରେ ଏହା ଲିକ୍ ହୋଇଯିବାରୁ ମଙ୍ଗଳବାର ଇଫ୍କୋ ସାର କାରଖାନାର ତିନି ଜଣ କର୍ମଚାରୀ ଅହତ ହୋଇଛନ୍ତି । ମାଲେସିଆର ଏକ ଜାହାଜ ଇଫ୍କୋ ପାଇଁ ୧୩ ହଜାର ମେଟ୍ରିକ୍ ଟନ୍ ଆମୋନିଆ ଗ୍ୟାସ ଆଣି ପାରାଦ୍ଵୀପ ବନ୍ଦରରେ ପହଞ୍ଚିବା ପରେ ଜାହାଜ ଓ କାରଖାନାର କର୍ମଚାରୀମାନେ ପାଇପ ସାହାଯ୍ୟରେ ସେଥିରୁ ଗ୍ୟାସ ଅନ୍ଲୋଡ଼ କରିଥିଲେ । ଅନ୍ଲୋଡ଼ ଶେଷ ହେବାପରେ ଜାହାଜର କେତେକ କର୍ମଚାରୀ ଭୁଲବଶତଃ ଗ୍ୟାସ ଟାଙ୍କିକୁ ଧରିବୋରୁ ତାହା ଖୋଲିଯାଇ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ ସଂସ୍ପର୍ଶରେ ଆସି ତିନି ଜଣ ଇଫ୍କୋ କର୍ମଚାରୀ ଆହତ ହୋଇଯାଇଥିଲେ । ଘଟଣା ସଂପର୍କରେ ଜାଣିବା ପରେ ବନ୍ଦରରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଗ୍ୟାସ୍ ଲିକ୍ ସଂପର୍କରେ ଜାଣିବା ପାଇଁ ବନ୍ଦର ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ଏବଂ ଏବିଷୟରେ ଭୟଭୀତ ହେବାର କାରଣ ନାହିଁ ବୋଲି ବନ୍ଦର କର୍ତୃପକ୍ଷ କହିଛନ୍ତି । ଆହତ କର୍ମଚାରୀ ଦ୍ଵୀପକ କୁମାର ଚୁଗଲେ, ରମେଶ ଚନ୍ଦ୍ର ଜେନା ଏବଂ ଇଫ୍କୋ ଡ଼୍ରାଇଭର ସୁବାଷ ଚନ୍ଦ୍ର ଦାସଙ୍କୁ ପାରାଦ୍ଵୀପ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି । ଗ୍ୟାସ ଅନ୍ଲୋଡ଼ ସମୟରେ ଭୁଲ ଯୋଗୁଁ ଏଭଳି ହୋଇଛି ବୋଲି ଇଫ୍କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍.ଆର୍.ପଟେଲ କହିଛନ୍ତି । ଓଡ଼ିଶା ଡ଼ଟ୍ କମ୍
<urn:uuid:ec4b2548-c3b4-4b5d-ae46-448e9d5b124f>
CC-MAIN-2017-47
http://www.odisha.com/archives/9082
2017-11-21T04:38:39Z
s3://commoncrawl/crawl-data/CC-MAIN-2017-47/segments/1510934806316.80/warc/CC-MAIN-20171121040104-20171121060104-00435.warc.gz
ory
0.999998
Orya
13
{"ory_Orya_score": 0.9999984502792358}
ଅଭିନେତ୍ରୀ ସୋନମ୍ କପୁର୍ ନିଜ ଆଫେୟାର୍ ପାଇଁ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ବିବାହକୁ ନେଇ ଏକ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଛି । କାରଣ କରିଶ୍ମା କପୁର ଭାଇ ରଣବୀରଙ୍କ ସହ ସୋନମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହି କଥାର ଖୁଲାସା ନିଜେ କରୀନା କପୁର କରିବା ସହ ସେ ମଧ୍ୟ ସୋନମଙ୍କୁ ଭାଉଜ ରୂପରେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି । କରନ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ' 'କଫି ୱିଥ୍ କରନ'ରେ ଏହି କଥା ସାମ୍ନାକୁ ଆସିଛି । ତେବେ ସୋ'ରେ ଉପସ୍ଥିତ ଥିବା ସୋନମ୍ କରୀନାଙ୍କ ଏହି କଥାକୁ ହସି ହସି ଏଡାଇବା ସହ କହିଥିଲେ ସେ ରଣବୀରଙ୍କୁ ଖୁସିରେ ରଖି ପାରିବେ ନାହିଁ । ତେଣୁ ସେ ତାଙ୍କୁ ବିବାହ କରିପାରିବେ ନାହିଁ । କିନ୍ତୁ ସାରା ଜୀବନ ତାଙ୍କର ଜଣେ ଭଲ ସାଙ୍ଗ ହୋଇ ରହି ପାରିବେ । ଉଭୟ ରଣବୀର୍ ଓ ସୋନମ୍ ସଂଜୟ ଲୀଲା ଭନସାଲୀଙ୍କ ସିନେମା 'ସାୱରିୟା' ରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ତେବେ ସିନେମା ଅପେକ୍ଷା ଉଭୟଙ୍କ ପ୍ରେମ ବେଶ୍ ଚର୍ଚ୍ଚାରେ ଥିଲା ।
<urn:uuid:4d856b98-5286-43f1-9a4b-a7001699d5b6>
CC-MAIN-2017-47
http://kanaknews.com/kareena-karisma-want-sonam-to-marry-with-ranbir/
2017-11-23T12:55:59Z
s3://commoncrawl/crawl-data/CC-MAIN-2017-47/segments/1510934806832.87/warc/CC-MAIN-20171123123458-20171123143458-00435.warc.gz
ory
1.000005
Orya
4
{"ory_Orya_score": 1.0000050067901611}
କନକ ବ୍ୟୁରୋ: ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ କେନ୍ଦ୍ରାଂଚଳ ଆରଡିସି ଡିଭି ସ୍ୱାମୀ ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ଟିକେଟ ଦର ଅପରିବର୍ତ୍ତିତ ରଖାଯାଇଛି । ମୋଟ ୩୨ ହଜାର ୪୦୩ ଟିକେଟ ଛପାଯିବ ଓ ଡିସେମ୍ବର ୧୪ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପ୍ରଥମ ୨ ଦିନ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ସକାଳ ୧୦ ଟାରୁ ସଂଧ୍ୟା ୬ଟା ଯାଏଁ ଓସିଏ କନଫରେନ୍ସ ହଲରେ ଟିକଟ ବିକ୍ରି କରାଯିବ । ପରେ ୧୬ ଓ ୧୭ ତାରିଖରେ ସକାଳ ୯ରୁ ସଂଧ୍ୟା ୫ଟା ଯାଏଁ ତିନିଟି କାଉଂଟରରୁ ଟିକଟ କିଣି ପାରିବେ ଦର୍ଶକ । ଅନଲାଇନ ଟିକଟ ବିକ୍ରି ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ସେହିପରି ୩ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଟିକଟ ଲାଗୁହେବ ନାହିଁ ବୋଲି ଜଣାପଡିଛି । ଷ୍ଟାଡିୟମ ଭିତରକୁ ପାଣି ବୋତଲ ସଂପୂର୍ଣ୍ଣ ମନା ହୋଇଛି । ସେହିପରି ହେଲମେଟ, ବୈଦ୍ୟୁତିକ ଉପକରଣ, କାଚ, ବାଣ, ଦର୍ପଣକୁ ବାରଣ କରାଯାଇଛି । ସୂଚନା ମୁତାବକ, ଡିସେମ୍ବର ୨୦ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ଆନ୍ତର୍ଜାତିକ ଟି-୨୦ ପାଇଁ ସୋମବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଡିଭି ସ୍ୱାମୀ ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରିଛନ୍ତି । ମ୍ୟାଚ ପାଇଁ ଚଳିତ ବର୍ଷ ଟିକେଟ ଦର ଅପରିବର୍ତ୍ତିତ ରଖାଯାଇଛି । ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ସମୟରେ ଧାର୍ଯ୍ୟ ମୂଲ୍ୟରେ ଏଥର କୌଣସି ପରିବର୍ତ୍ତନ କରାଯାଇନାହିଁ । ଗ୍ୟାଲେରୀ ନମ୍ବର ୧ ଓ ୩କୁ ୬୦୦ ଟଙ୍କା, ୨ ଓ ୪କୁ ୫୦୦ ଟଙ୍କା, ୬ ଓ ୭କୁ ୪୦୦ ଟଙ୍କା ଓ ୬ ନମ୍ବର ଗ୍ୟାଲେରୀର ଖେଳାଳିଙ୍କ ରିହାତି ପାଇଁ ୨୦୦ ଟଙ୍କା ଟିକେଟ ଦର ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ ସ୍ପେଶାଲ ଏନକ୍ଲୋଜୋର ୩ହଜାର, ନିଉ ପାଭିଲିଅନ୍ ୫ହଜାର, ଏସି ବକ୍ସ (୪ନମ୍ବର ଗ୍ୟାଲେରୀ) ୫ହଜାର ଓ କର୍ପୋରେଟ ବକ୍ସ ୮ହଜାର ଟଙ୍କାରେ ଟିକେଟ ବିକ୍ରି କରାଯିବ। ଡିସେମ୍ବର ୧୪ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହେବ। ମୋଟ ୩୨,୪୦୩ ଟିକେଟ ଛପାଯିବ । ସେଥିମଧ୍ୟରୁ ୨୨,୦୪୧ ଟିକେଟ ସାଧାରଣ ଲୋକଙ୍କ ପାଇଁ ଏବଂ ୧୦,୩୬୨ ଟିକେଟ ବିସିସିଆଇ ପ୍ରାୟୋଜକ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ଉଦ୍ଧିଷ୍ଟ । ପ୍ରଥମ ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାମାନଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଓସିଏ କନ୍ଫରେନ୍ସ ହଲ୍ରେ ଟିକେଟ ବିକ୍ରି ହେବ । ବଳକା ଟିକେଟ ଗୁଡ଼ିକ ୧୬ ଓ ୧୭ ତାରିଖରେ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ତିନୋଟି କାଉଣ୍ଟରରେ ବିକ୍ରି କରାଯିବ । ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାର୍କୋଡ୍ ଓ ହୋଲୋଗ୍ରାମ୍ ରହିବ। ଅନଲାଇନ୍ ଟିକେଟ ବିକ୍ରି ପାଇଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବୈଠକରେ କୁହାଯାଇଛି । ୩ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାମାନଙ୍କ ପାଇଁ ଟିକେଟ ଲାଗୁ ହେବ । ପ୍ରତ୍ୟେକ ଦର୍ଶକ ଦୁଇଟି ଟିକେଟ କିଣିପାରିବେ । କୌଣସି ବୈଦ୍ୟୁତିକ ଉପକରଣ, କାଚ, ବାଣ, ଦର୍ପଣ, ହେଲମେଟ୍ ଇତ୍ୟାଦି ଷ୍ଟାଡିୟମ ଭିତରକୁ ନେବାପାଇଁ ବାରଣ କରାଯାଇଛି । କୌଣସି ପ୍ରକାରର ଫିଙ୍ଗାଯାଇପାରୁଥିବା ଭଳି ସାମଗ୍ରୀକୁ ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଛି । ପାଣି ବୋତଲ କିମ୍ବା ପାଉଚକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି । କୌଣସି ସାମ୍ପ୍ରଦାୟିକବାଦ ଭେଦଭାବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଷ୍ଟାଡିୟମରୁ ବାହାର କରିଦିଆଯିବ ଏବଂ ଆବଶ୍ୟକ ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସିସି କ୍ୟାମେରା ଲଗାଯିବ। ଦିନ ୩ଟାରୁ ପ୍ରବେଶ ଗେଟ୍ ଖୋଲାଯିବ। ୧୪ଟି ଗେଟ୍ ଦେଇ ଦର୍ଶକ ମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ। ଖେଳାଳି, ମ୍ୟାଚ ପରିଚାଳନା ଅଧିକାରୀ, ବିସିସିଆଇ କର୍ମକର୍ତ୍ତାଙ୍କ ରହିବା ପାଇଁ ହୋଟେଲ୍ ମେ ଫେୟାରରେ ୮୦ରୁ ଉର୍ଦ୍ଧ୍ୱ ରୁମ୍ ବୁକ୍ କରାଯାଇଛି । ମ୍ୟାଚ ପାଇଁ ମୋଟ ୨୦ କୋଟି ଟଙ୍କାର ବୀମା କରାଯାଇଛି। ସେଥିମଧ୍ୟରୁ ଅଗ୍ନି ନିରାପତ୍ତା ଓ ଅନ୍ୟାନ୍ୟ ବିପଦଜ୍ଜନକ ସ୍ଥିତି ପାଇଁ ୮କୋଟି, ସାଧାରଣ ଦର୍ଶକଙ୍କ ପାଇଁ ୭ କୋଟି ଏବଂ ସ୍ୱତନ୍ତ୍ର ଜରୁରିକାଳୀନ ବୀମା ପାଇଁ ୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ବାଲିଯାତ୍ରା ପଡ଼ିଆ, କ୍ରିକେଟ ଏକାଡେମୀ, କେମ୍ବ୍ରିଜ୍ ସ୍କୁଲ୍, ସେଣ୍ଟ ଜାଭିୟର୍ସ ସ୍କୁଲ୍ ପରିସରରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଭିତରେ ୪ଟି ଦମକଳ ବାହିନୀ ୟୁନିଟ୍ ନିୟୋଜିତ ରହିବେ । ଏହାଛଡ଼ା ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରତ୍ୟେକ ସ୍ଥାନର ରଖାଯିବ । ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ କେତେକ ଘରୋଇ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବାକୁ ବ୍ୟବସ୍ଥା କରାଯାଇଛି । ତେବେ ସେଗୁଡ଼ିକୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ସ୍ୱୀକୃତି ଦେବା ପରେ ତାହାକୁ ଷ୍ଟାଡିୟମରେ ଲଗାଯିବ ବୋଲି ଆର୍ଡିସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗ୍ୟାଲେରୀରେ ଦର୍ଶକଙ୍କୁ ଦିଆଯିବାକୁଥିବା ପାଣିର ମାନ ମଧ୍ୟ ଯାଞ୍ଚ କରିବାକୁ ସିଡିଏମଓ ଓ ପିଏଚଡିକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଥର ଭୁବନେଶ୍ୱରରୁ ଦୁଇଟି ରାସ୍ତା ଦେଇ କଟକକୁ ଗାଡ଼ି ଚଳାଚଳ କରିବ । ତେଣୁ ଏହାପୂର୍ବରୁ ରାସ୍ତା ଆଲୋକୀକରଣ, ମରାମତି ଇତ୍ୟାଦି କାମ ଶେଷ କରିବାକୁ ସିଏମସି ଓ ପିଡବ୍ଲୁଡିକୁ କୁହାଯାଇଛି । ଦର୍ଶକମାନଙ୍କ ପାଇଁ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ବସ୍ ସୁବିଧା କରାଯିବ । ଅନ୍ୟପକ୍ଷରେ ଦର୍ଶକଙ୍କ ବ୍ୟବହାରିକ ଆଚରଣକୁ ଶୃଙ୍ଖଳିତ କରିବା ପାଇଁ ଓସିଏ ସଚେତନତା ଅଭିଯାନ ସୃଷ୍ଟି କରୁ ବୋଲି ପରିଚାଳନା ସମିତିର ସଦସ୍ୟମାନଙ୍କୁ ଆରଡିସି ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଆରଡିସିଙ୍କ ବ୍ୟତୀତ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ, ବାରବାଟୀ କଟକ ବିଧାୟକ ତଥା ମ୍ୟାଚ ଆୟୋଜନ ସମିତି ଅଧ୍ୟକ୍ଷ ଦେବାଶିଷ ସାମନ୍ତରାୟ, ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲ୍ଲେଇ, ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ, ଜନାର୍ଦ୍ଦନ ଦାସ, ଜିଲ୍ଲା ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
<urn:uuid:a29dd4a7-67c0-4108-bbf0-9ac4eab2570c>
CC-MAIN-2017-47
http://kanaknews.com/ndia-sri-lanka-t20-at-barabati-ticket-sale-at-counters-from-dec-14/
2017-11-23T12:52:45Z
s3://commoncrawl/crawl-data/CC-MAIN-2017-47/segments/1510934806832.87/warc/CC-MAIN-20171123123458-20171123143458-00435.warc.gz
ory
1.000002
Orya
13
{"ory_Orya_score": 1.0000016689300537}
ଆପଣ କେବେ ଏମିତି ବ୍ୟକ୍ତିଙ୍କ ବିଷୟରେ ଜାଣିଛନ୍ତି । ଯିଏକି ନିଜର ପ୍ରିୟ ଜିନିଷ ନାଁରେ ନିଜ ନାଁକୁ ବଦଳାଇଦେଇଛନ୍ତି । ହଁ ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଚର୍ଚ୍ଚା । ଜଣେ ବ୍ୟକ୍ତି ଯିଏକି ନିତି ପିଉଥିବା ଚା'ର ନାମକୁ ନିଜ ନାମ ସହ ଯୋଡିଛନ୍ତି । ଆଉ ଜଣେ ନିଆରା ବ୍ୟକ୍ତି ପାଲଟି ଯାଇଛନ୍ତି । ପ୍ରକାଶିତ ତଥ୍ୟ ଅନୁସାରେ , ବ୍ରିଟେନର ନାଥନ ଡେରେକ୍ ଗାର୍ନର ଜଣେ ଟି (ଚା) ପ୍ରିୟ । ସେ ନିଜ ନାଁର ମଝି ରେ ଯୋଡି ଛନ୍ତି ନିଜ ପ୍ରିୟ ପ୍ରିୟ ଚା' ୟୋର୍କସାୟର ନାମ । ଅର୍ଥାତ୍ ନିଜ ନାଁ ରଖିଛନ୍ତି ନାଥନ ୟୋର୍କସାୟର ଟି ଗାର୍ନର । ଏହି ଚା' ପ୍ରିୟ ବ୍ୟକ୍ତି ଏହି ନାଁର ଚା କୁ ଖୁବ ପିଉଥିଲେ । ଆଉ ଏହି ବ୍ରାଣ୍ଡର ଚା'ର ନାମ ଅନୁସାରେ ବଦଳାଇଥିଲେ ନିଜ ନାଁ । ଗାର୍ନର କୁହନ୍ତି ତାଙ୍କର ଜଣେ ସହକର୍ମୀ ଏ ଧାରଣ ଦେଇଥିଲେ , ନିଜେ ପିଉଥିବା ଚା'ର ନାଁକୁ ତାଙ୍କ ନାଁ ସହ ଯୋଡି 'ୟୋର୍କସାୟର ଟି ' ରଖିବାକୁ କହିଥିଲେ । ଗାର୍ନର ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଯେତେବେଳେ ତାଙ୍କର ଜଣେ କର୍ମଚାରୀ ତାଙ୍କର ଫଟୋ ଟ୍ୱିଟ୍ କରିବା ସହ , ଲିଗାଲ୍ ନେମ ଚେଂଜର ତଥ୍ୟ ଦର୍ଶାଇଥିଲେ । ଗାର୍ନର କୁହନ୍ତି , କିଛି ବନ୍ଧୁ ଓ ପରିବାର ଲୋକଙ୍କୁ ଏହା ଏକ ବୋକାମୀ ବୋଲି କହିଥିଲେ । ଆଉ ହସିଥିଲେ । କିନ୍ତୁ ମୋ ମା' ଚେରିଲ ଭାବନ୍ତି ଏହା ଏକକୁ ଭଲ ବୋଲି କୁହନ୍ତି । ମୋର ନୂତନ ନାଁ ଶୁଣି ସେ ଜୋରରେ ହସିଥିଲେ । ଏହି ଅଜବ ଖିଆଲର ଚା' ପ୍ରିୟ ବ୍ୟକ୍ତି ଏକ କଂକ୍ରିଟ୍ ଫ୍ୟାକ୍ଟଟ୍ରିରେ କାମ କରନ୍ତି । ସେ ୧୨ ବର୍ଷ ବୟସରୁ ଏହି ଚା' ପିଉଛନ୍ତି ବୋଲି କୁହନ୍ତି । ତାଙ୍କ ଜେଜେ ବାପା ଏହି ୟୋର୍କସାୟର ଟି ବ୍ରାଣ୍ଡକୁ ତାଙ୍କୁ ଚିହ୍ନେଇଥିଲେ । ଆଉ ତାପରେ ସେ ଏହି ଚା ପିଇଥିଲେ । ଗାର୍ନର କୁହନ୍ତି ଦିନରେ ସେ ପାଖାପାଖି ୨୦ କପ୍ ଚା ପିଅନ୍ତି ।
<urn:uuid:6dd6a5b7-8535-4e55-91b2-627bb8fb4687>
CC-MAIN-2017-47
http://kanaknews.com/special-news-meet-the-man-who-named-himself-after-his-favourite-chai/
2017-11-23T12:56:12Z
s3://commoncrawl/crawl-data/CC-MAIN-2017-47/segments/1510934806832.87/warc/CC-MAIN-20171123123458-20171123143458-00435.warc.gz
ory
1.000004
Orya
8
{"ory_Orya_score": 1.000003695487976}
ବାଲୁଗାଁ : ବାଲୁଗାଁ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ନାଭାଲ ଛକ ନିକଟସ୍ଥ ସୋଲ ପୋଖରୀଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପାଇପ୍ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକ୍ ମଧ୍ୟରେ ଥିବା ୭ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ସମସ୍ତେ ପଶ୍ଚିମବଙ୍ଗର ସାଉଥ୍ ୨୪ପ୍ରଗଣା ଅଞ୍ଚଳ ଗୋଟିଏ ଗ୍ରାମର । ମୃତକ ହେଲେ ଆରିବଉଲ୍ଲା ପୁରକାଇଟ(୩୨), ରାଜା (୧୯)ଓ ହବିବ୍ଉଲ୍ଲା (୩୫)। ଆହତମାନେ ହେଲେ ହମିଦ୍, ଅମ୍ମାଦୁ ଓ ମୋହିରୁଉଦ୍ଦିନ। ପ୍ରକାଶ ଯେ, ଏକ ମୋବାଇଲ କମ୍ପାନିର ଟାୱାର ନିର୍ମାଣ ନିମନ୍ତେ ମଙ୍ଗଳବାର ରାତିରେ କଟକରୁ ଏକ ଟ୍ରକ୍(ଓଡି-୦୫ଡବ୍ଲ୍ୟୁ-୮୯୫୫) ଟାୱାର ନିର୍ମାଣ ପାଇପ୍ ଓ ଅନ୍ୟାନ୍ୟ ଆବଶ୍ୟକତା ସାମଗ୍ରୀ ବେଝୋଇ କରି ରାୟଗଡ଼ା ଅଭିମୁଖେ ବାହାରିଥଲା। ମଙ୍ଗଳବାର ରାତ୍ରି ପ୍ରାୟ ୨ଟା ସମୟରେ ବାଲୁଗାଁ ବାଇପାସ୍ ରାସ୍ତାର ସୋଲ ପୋଖରୀଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରକ୍ଟି ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍ କ୍ୟାବିନ୍ ଉପରେ ଶୋଇଥିବା ୨ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଟ୍ରକ୍ର କ୍ୟାବିନ୍ ଭିତରେ ଥିବା ୫ ଜଣ ମଧ୍ୟରୁ ୪ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଆହମାନଙ୍କ ମଧ୍ୟରୁ ଜଣେଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସାପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ନାଭାଲ୍ ଫାଣ୍ଡି ଅଧିକାରିଣୀ ମଞ୍ଜୁଲତା ଖାଡ଼ଙ୍ଗା ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରି ଟ୍ରକ୍ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
<urn:uuid:ae757e2d-0291-424c-a57b-02866428eb12>
CC-MAIN-2017-47
http://sambad.in/state/3-killed-as-truck-falls-on-highway-5338/
2017-11-19T18:08:34Z
s3://commoncrawl/crawl-data/CC-MAIN-2017-47/segments/1510934805708.41/warc/CC-MAIN-20171119172232-20171119192232-00151.warc.gz
ory
0.999976
Orya
6
{"ory_Orya_score": 0.9999760389328003}
ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ୩୪ତମ ଭୁବନେଶ୍ଵର ପୁସ୍ତକମେଳା ଶନିବାର ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ବହୁ ଲେଖକାଙ୍କ ନୂତନ ପୁସ୍ତକ ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା କଲିକତା ଅନ୍ତର୍ଜାତିକ ପୁସ୍ତକ ମେଳାର ସମ୍ପାଦକ ତ୍ରୀଦିବ କୁମାର ଚାଟର୍ଜି ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ତଥା ନୂଆ ଦିଲ୍ଲୀର ଆୟକର କମିଶନର ପାରମିତା ଶତପଥି, ପୁସ୍ତକ ମେଳାର ଅଧ୍ୟକ୍ଷ ତଥା ବ୍ରହ୍ମଗିରି ବିଧାୟକ ସଂଜୟ ଦାସ ବର୍ମା ଏବଂ ଅନୁବାଦକ ଯୁଗଳ କିଶୋର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ। ପୁସ୍ତକମେଳାର ସମ୍ପାଦକ ଅଶୋକ ମହାନ୍ତି ଯୁବ ପିଢୀଙ୍କୁ ଇ- ବୁକ୍ ଅପେକ୍ଷା ଛପା ବହିର ଆଦୃତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବିଧାୟକ ଦାସ ବର୍ମା ମଧ୍ୟ ଇଣ୍ଟରନେଟ୍ ଅପେକ୍ଷା ମୁଦ୍ରିତ ପୁସ୍ତକର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ଜଣାପଡିଛି। ମେଳା ଉଦ୍ଘାଟନୀ ଅବସରରେ ବିଶିଷ୍ଟ ଲେଖକ ଦେବ୍ରାଜ ଲେଙ୍କା, ସାହିତ୍ୟିକ ପଦ୍ମଜ ପାଳ, ପ୍ରାବନ୍ଧିକ ପ୍ରଫେସର ବାଉରୀ ବନ୍ଧୁ କରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏଥି ସହିତ କବି ମମତା ଦାସଙ୍କୁ ସଚ୍ଚି ରାଉତରାୟ କବିତା ସମ୍ମାନ ଓ ଗାଳ୍ପିକ ସୁଲୋଚନା ଦାସଙ୍କୁ ବିଜୟ କୃଷ୍ଣ ମହାନ୍ତି ଗଳ୍ପ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ପାଦକ ଅଶୋକ ମହାନ୍ତି ଓ ଆବାହକ ପବିତ୍ର କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମେଳା ଅନୁଷ୍ଠିତ ହେଉଛି।
<urn:uuid:2f4cbca6-2745-494e-b3a4-f1d5ad360c2d>
CC-MAIN-2017-47
http://odishareporter.in/odisha/34th-bhubaneswara-book-fair-inaugurated/
2017-11-22T10:51:52Z
s3://commoncrawl/crawl-data/CC-MAIN-2017-47/segments/1510934806569.66/warc/CC-MAIN-20171122103526-20171122123526-00630.warc.gz
ory
0.99999
Orya
2
{"ory_Orya_score": 0.9999899864196777}
ଓଡ଼ିଶାର ଚାଲିଚଳଣି, ଆପଣାପଣିଆ ତଥା ଓଡ଼ିଆ ପରମ୍ପରାର ନିରୁତା ଛବିଟିଏ ଏବେବି ଲୁଚିରହିଛି ଗାଁରେ । ଗାଁଟିଏ ବଡ଼ ହେଉ କିମ୍ବା ଛୋଟ, ଜଣାଶୁଣା ହେଉ କିମ୍ବା ବିଛିନ୍ନାଂଚଳର ଦୂର କେଉଁ ଏକ ଗାଁ । ସବୁ ଗାଁର ରହିଛି ଅନେକ କାହାଣୀ ବୁଢ଼ୀମାର ଗପ ପରି । ନିରୋଳାରେ କେବେ ବସିଥିଲେ ଏଇ କାହାଣୀ ହାତଠାରି ଡାକେ ତାରି କୋଳକୁ ।ଆଉ ଏମିତି ଏକ ବିଷୟବସ୍ତୁକୁ ନେଇ ପ୍ରଥମ ଓଡ଼ିଆ ଘରୋଇ ଚାନେଲ ଇଟିଭି ଓଡ଼ିଆରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ "ଛୋଟ ମୋର ଗାଁ'ଟି" । ଦଶ ବର୍ଷରୁ ଉଦ୍ଧ୍ୱର୍ ସମୟ ପାଇଁ ସଫଳତାର ସହିତ ପ୍ରସାରିତ ହେବାପରେ ଗତ କିଛି ବର୍ଷଧରି ସାମୟିକ ଭାବେ ଦୂରେଇଯାଇଥିବା ଏହି କାର୍ଯ୍ୟକ୍ରମ "ଛୋଟ ମୋର ଗାଁ'ଟି" ଆସନ୍ତା ମେ ମାସରେ ପୁଣି ଫେରୁଛି ଟିଭି ପରଦାରେ "ଇଟିଭି ନ୍ୟୁଜ୍ ଓଡ଼ିଆ"ରେ । ଗାଁର ମନଛୁଆଁ ବିଷୟବସ୍ତୁକୁ ଦର୍ଶକଙ୍କ ସାମନାକୁ ଆଣିବା ଚ୍ୟାନେଲ ଗାଁକୁ ପଠାଉଛି ଲୋକପ୍ରିୟ ଅଭିନେତା ତଥା ଟେଲିଭିଜନ ଉପସ୍ଥାପକ ଅଶ୍ରୁମୋଚନ ମହାନ୍ତିଙ୍କୁ । ଏହି ନୂତନ ସଂସ୍କରଣ କେବଳ ଗାଁର ସଂସ୍କୃତି, ଗୈାରବ କିମ୍ବା ଐତିହରେ ସୀମିତ ନୁହେଁ । ବରଂ ଗାଁର ଉନ୍ନତିରେ ବାଧାସାଜୁଥିବା ସମସ୍ୟାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦୃଢ଼ ଦାବି ରଖାଯିବ ବୋଲି ଏହାର ପ୍ରଯୋଜକ କହିଛନ୍ତି । ସବୁଠୁ ଉଲ୍ଲେଖନୀୟ କଥା ହେଉଛି କାର୍ଯ୍ୟକ୍ରମର ନିର୍ମାଣ ଦାୟିତ୍ୱ ନେଇଛନ୍ତି ଲୋକପ୍ରିୟ ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ "ପୁଣ୍ଟୁନନାଙ୍କ ପେଟ ଯାତ୍ରା", ଏବଂ ନବକଳେବର ଅଧାରିତ ଚର୍ଚ୍ଚିତ ପ୍ରାମାଣିକ ଧାରାବାହିକ "ଦେବତା ହୋଇଲେ ମରଇ"ର ନିର୍ମାତା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରଡକ୍ସନ ସଂସ୍ଥା "ଲାଇଟହାଉସ୍" । ଚିତ୍ତ୍ରୋଳନରେ ଚମତ୍କାରିତା ତଥା ଜାତୀୟସ୍ତରର ସଂପାଦନା ପାଇଁ ପ୍ରସିଦ୍ଧି ଥିବା ଏହି ପ୍ରଯୋଜନା ସଂସ୍ଥା ଦର୍ଶକଙ୍କୁ ଉଚ୍ଚମାନର କାର୍ଯ୍ୟକ୍ରମ ଦେଇଆସିଆସିଛି । ଗାଁର ସୈାନ୍ଦର୍ଯ୍ୟକୁ ଟିଭି ପରଦାରେ ନିଖୁଣ ଭାବରେ ଦୃଶ୍ୟାୟନ କରିବାରର ପ୍ରତିଶ୍ରୁତି ରଖୁଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମେ ୧ ତାରିଖରୁ ପ୍ରତ୍ୟେକ ରବିବାର ସଂନ୍ଧ୍ୟା ୮ଟାରେ ପ୍ରସାରିତ ହେବ ବୋଲି ଚ୍ୟାନେଲର ସଂପାଦକ ଭକ୍ତ ତ୍ରିପାଠୀ ସୁଚନା ଦେଇଛନ୍ତି । ପୂର୍ବବତ୍ ଦର୍ଶକମାନଙ୍କ ପାଖରେ "ଛୋଟ ମୋର ଗାଁ'ଟି" ଆଦୃତ ହେବ ବୋଲି ସେ ଆଶା ରଖିଛନ୍ତି । ଓଡିଶା ଡଟ କମ
<urn:uuid:a0c94dee-3cd8-452f-88cb-74d3d13a9c97>
CC-MAIN-2017-47
http://www.odisha.com/archives/tag/%E0%AC%87%E0%AC%9F%E0%AC%BF%E0%AC%AD%E0%AC%BF-%E0%AC%A8%E0%AD%8D%E0%AD%9F%E0%AD%81%E0%AC%9C%E0%AD%8D-%E0%AC%93%E0%AD%9C%E0%AC%BF%E0%AC%86
2017-11-23T05:30:00Z
s3://commoncrawl/crawl-data/CC-MAIN-2017-47/segments/1510934806736.55/warc/CC-MAIN-20171123050243-20171123070243-00630.warc.gz
ory
0.999991
Orya
63
{"ory_Orya_score": 0.999990701675415}
ଉତ୍ତପ୍ତ ବିଶ୍ୱ, ପାଗ ପରିବର୍ତ୍ତନ ଏବଂ ଉତ୍ତରମେରୁରେ ବରଫ ତରଳିବା ଫଳରେ ସମୁଦ୍ର ଜଳପତ୍ତନର ଉତ୍ତୋଳନ ଯେତେବେଳେ ସମଗ୍ର ବିଶ୍ୱକୁ ଆତଙ୍କିତ କରୁଛି ଏବଂ ବିଶ୍ୱର ସମୁଦ୍ର ତଟବର୍ତ୍ତୀ ରାଷ୍ଟ୍ରମାନଙ୍କର ସମୁଦ୍ରରେ ଲୀନ ହେବାର ଆଶଙ୍କା ଦେଖାଦେଇଛି ଓ ପରିବେଶ ଅସନ୍ତୁଳନ ଆଦି ଅନାହୂତ ଆଶଙ୍କା ବିଶ୍ୱରେ ଖାଦ୍ୟ ସଂକଟ ଘଟିବ ବୋଲି ଖାଦ୍ୟ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଆଦି ଘଟଣାବଳୀ ମଣିଷର ମାନସିକ ଅସନ୍ତୁଳନକୁ ବଢାଇ ଦେଇଛି, ଠିକ୍ ସେତିକିବେଳେ ଛତିଶଗଡର ରାଜ୍ୟ ବିଜେପି ସରକାର କିମ୍ବା ଆନ୍ଧ୍ରର କଂଗ୍ରେସ ରାଜ୍ୟ ସରକାର ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ଏବଂ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖ# ଓଡ଼ିଶା ଭଳି ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟର ଜନଜୀବନକୁ ଆତଙ୍କିତ କରୁଛିା ମହାନଦୀର ଉପରମୁଣ୍ଡରେ ଏକ ତରଫା ବ୍ୟାରେଜ ନିର୍ମାଣ କରି ଶିଳ୍ପ ପାଇଁ ମହାନଦୀ ଜଳକୁ ଅବରୋଧ କରୁଛନ୍ତିା ହୀରାକୁଦ ଜଳଭଣ୍ଡାରକୁ ନିର୍ଦ୍ଧାରିତ ଅଣମୌସୁମୀ ସମୟରେ ପାଣି ନ ଛାଡିବାରୁ ବିଦୁ୍ୟତ ଉତ୍ପାଦନ ଘୋରତର ବ୍ୟାହତ ହେବା ସଙ୍ଗେ ସଙ୍ଗେ ଆବଶ୍ୟକ ଜଳର ସ୍ୱଳ୍ପତା ହେତୁ ମରୁଡିର ଆଶଙ୍କା ଯେତିକି ଦେଖା ଦେଇଛି ତା'ଠାରୁ ଅଧ#କ ଭୟଙ୍କର ଅବସ୍ଥା ସୃଷ୍ଟି କରିବାକୁ ଯାଉଛିା ଶିଳ୍ପରୁ ନିର୍ଗତ ଦୂଷିତ ଜଳ ହୀରାକୁଦ ତଳମୁଣ୍ଡରେ ଥ#ବା ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ପ୍ରବାହିତ ହେବା ଜଳଜୀବମାନେ ମୃତୁ୍ୟବରଣ କରିବୋ ଏହି ମହାନଦୀର ଅବବାହିକାରେ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ପରିବାର ବୃତ୍ତି ହରେଇବୋ ଶିଳ୍ପ ନିର୍ଗତ ଦୂଷିତ ଜଳରାଶିକୁ ବ୍ୟବହାର କରି ଭୟଙ୍କର ରୋଗ ସଂକ୍ରମଣ ଘଟିବା ଏବେ ଦେଖାଯାଉଛି ପାରାଦ୍ୱୀପ ସମୁଦ୍ର କୂଳରେ ଗଢି ଉଠିଥ#ବା ତୈଳ ବିଶୋଧନାଗାରରୁ ନିର୍ଗତ ଦୂଷିତ ଜଳ ଯୋଗୁଁ ସମୁଦ୍ର ତଟବର୍ତ୍ତୀ ହଜାର ଲକ୍ଷ ସଂଖ୍ୟାରେ ମାଛ ମରି ଭାସୁଛନ୍ତିା ଏ ତ ସମୁଦ୍ର ତଟବର୍ତ୍ତୀ କଥାା କିନ୍ତୁ ଯଦି ହୀରାକୁଦଠାରୁ ନଦୀ ମୁହାଣ ପର୍ଯ୍ୟନ୍ତ ଜଳରାଶି ଭୟଙ୍କର ଭାବେ ଦୂଷିତ ହେବ ତା'ର କୁପ୍ରଭାବ ରାଜ୍ୟର ଜନଜୀବନକୁ ଆନ୍ଦୋଳିତ କରିବ ତାହା ଆଶଙ୍କାର କାରଣ ହୋଇଛିା ସେହିଭଳି ଭାବେ ଛତିଶଗଡ ସରକାର ବହୁ ସଂଖ୍ୟକ ବ୍ୟାରେଜ ନିର୍ମାଣ କରି ଶିଳ୍ପ ପାଇଁ ଜଳ ସଂରକ୍ଷଣ କରୁଥ#ବା ବେଳେ ସେ ଅଞ୍ଚଳର ଯଦି ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହୁଏ, ଏବଂ ବର୍ଷାଜଳ ଯଦି ବ୍ୟାରେଜର ଜଳପତ୍ତନକୁ ଅତ୍ୟଧ#କ ବୃଦ୍ଧି କରିଦିଏ, ସେତେବେଳେ ନିଜର ବ୍ୟାରେଜ୍କୁ ନିରାପଦ ରଖ#ବା ପାଇଁ ଛତିଶଗଡ ସରକାର ହଠାତ୍ ଲକ୍ଷ ଲକ୍ଷ କୁ୍ୟସେକ୍ ପାଣି ଛାଡି ଦିଅନ୍ତି ଓ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳପତ୍ତନ ୬୨୯ ଫୁଟ ହୋଇ ଗଲେ ହୀରାକୁଦ ଆନିକଟର ସ୍ଥିିତି ବିପଦଜନକ ଅବସ୍ଥାକୁ ଆସି ଯଦି ବନ୍ଧ ଭାଙ୍ଗିଯାଏ, ତେବେ ୧୫ଟି ଜିଲ୍ଲା ବିଶେଷ କରି ଅବିଭକ୍ତ କଟକ ଜିଲ୍ଲାରେ କି ପ୍ରଳୟ ଘଟିବ? ଧନଜନ କେତେ ସଂଖ୍ୟାରେ ସମୁଦ୍ର ଭିତରକୁ ଭାସିଯିବେ ତାହା କଳନା କରିହେବ ନାହିାଁ ପ୍ରଖ୍ୟାତ ଇଂଜିନିୟର ସ୍ୱର୍ଗତ ବିଶେ୍ୱଶ୍ୱରାୟଙ୍କ ୧୯୪୮ ମସିହାର ସମ୍ଭାବନା ରିପୋର୍ଟକୁ ନେଇ ଏକ ଜାତୀୟ ପ୍ରକଳ୍ପ ଭାବେ ମହାନଦୀର ହୀରାକୁଦଠାରେ ଆନିକଟ ନିର୍ମାଣ କରାଯାଇଥ#ଲାା ଉଦ୍ଦେଶ୍ୟ ଥ#ଲା ଜାତୀୟ ବିକାଶ କ୍ଷେତ୍ରରେ ଜଳବିଦୁ୍ୟତର ଉପଯୋଗ ଏବଂ ହୀରାକୁଦ ତଳମୁଣ୍ଡରେ ଅବସ୍ଥିତ ଓଡ଼ିଶାର ବନ୍ୟା ନିୟନ୍ତ୍ରଣ, ଜଳସେଚନ ଆଦି କରାଯାଇ ପ୍ରାକୃତିକ ସଂପଦ ଭରା ଓଡ଼ିଶାର ଦାରିଦ୍ର୍ୟକୁ ଉପଶମ କରିବାା ସେଥ#ପାଇଁ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦିଲ୍ଲୀକୁ ଡକାଇ ସମସ୍ତ କଥା ଅବଗତ କରାଇଥ#ଲେ ଏବଂ ସହମତିରେ ଓଡ଼ିଶାର ହୀରାକୁଦଠାରେ ହିଁ ମହାନଦୀର ସ୍ରୋତକୁ ଅବରୋଧ କରି ଜାତୀୟ ଏବଂ ଦରିଦ୍ରତମ ରାଜ୍ୟ ଓଡ଼ିଶାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ବୁଝାଇଥ#ଲୋ ବିିହାର ରାଜ୍ୟର ଲୁହାପଥରକୁ ବ୍ୟବହାର କରି ଓ ଓଡ଼ିଶାର ଅମାପ ଖଣିଜ ସଂପଦକୁ ବିନିଯୋଗ କରି ରାଉରକେଲାଠାରେ ଇସ୍ପାତ୍ କାରଖାନା ପ୍ରତିଷ୍ଠା ହୋଇଥ#ଲାା ସେଥ#ପାଇଁ କୁହାଯାଏ ଜଳସଂପଦ, ଜଙ୍ଗଲ ସଂପଦ, ଖଣିଜ ସଂପଦ ଏବଂ ସାଗର ସଂପଦ ଯେଉଁ ରାଜ୍ୟରେ ଥାଉ ନା କାହିଁକି ସେସବୁ ଜାତୀୟ ସଂପଦା ରାଜ୍ୟଗୁଡିକର ସମବିକାଶ ଜରିଆରେ ଭାରତୀୟ ଉପମହାଦେଶକୁ ଏକ ସମୃଦ୍ଧ ଏବଂ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ହେବା ଉଚିତା କେନ୍ଦ୍ରରେୟୁନିୟନ୍ ସରକାରର ଯିଏ ପ୍ରଧାନମନ୍ତ୍ରୀ ହେବେ ସେ ନିର୍ବାଚିତ ହୋଇଥ#ବା ତାଙ୍କ ଦଳ କିମ୍ବା ନିଜ ରାଜ୍ୟର ପ୍ରଧାନମନ୍ତ୍ରୀ ନହୋଇ ସମଗ୍ର ଭାରତୀୟ ଉପମହାଦେଶର ଜନସାଧାରଣଙ୍କର ପ୍ରଧାନମନ୍ତ୍ରୀ ହେବୋ ଏବଂ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଭାବନାରେ ଦେଶ ପରିଚାଳିତ ହେବା ଆମେରିକା ମହାଦେଶର ରାଷ୍ଟ୍ରଗୁଡିକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା ଗଠିତ ହୋଇଛିା ମାତ୍ର ଯୁକ୍ତରାଷ୍ଟ୍ରର ସମସ୍ତ କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ଦିଆଯାଇଛିା ସେହି ଢାଞ୍ଚାରେ ଆମ ଦେଶର ସମ୍ବିଧାନ ତିଆରି ହୋଇଛିା ଏହା ଏକ ସଂଘୀୟ ରାଷ୍ଟ୍ର ଏବଂ ଏ ରାଷ୍ଟ୍ରର କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ କେନ୍ଦ୍ରୀଭୂତା ଏହି ଯୁକ୍ତ ଭାରତବର୍ଷରେ ରାଜ୍ୟଗୁଡିକ ସମଭାବରେ ଶକ୍ତିଶାଳୀ ନ ହେଲେ ଦେଶକୁ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢିହେବ ନାହିାଁ ସେ ବିଚାରରେ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀସଭାର ସଦସ୍ୟମାନେ ଯେଭଳି ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ଏବଂ ଆଞ୍ଚଳିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ତାହା ପ୍ରାକୃତିକ ସଂପଦରେ ଭରା ଓଡ଼ିଶା ଭଳି ଦାରିଦ୍ର୍ୟ ନିପୀଡିତ ରାଜ୍ୟଗୁଡିକୁ ତଳିତଳାନ୍ତ କରିବାକୁ ଯାଉଛିା ସବୁଠାରୁ ପରିତାପର ବିଷୟ ଓଡ଼ିଶା ମାଟିରେ ଜନ୍ମ ନେଇଥ#ବା ଓଡ଼ିଶା ପାଣିପବନରେ ପରିପୁଷ୍ଟ ହୋଇଥ#ବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ରାଜ୍ୟରୁ ରାଜ୍ୟସଭାକୁ ଯାଇ ଜନ୍ମମାଟିକୁ ଭୁଲିଯାଇ ବିଜେପି ଦଳୀୟ ସ୍ୱାର୍ଥ ଏବଂ ଦଳୀୟ ଓ ଆଞ୍ଚଳିକ ଭାବନାରେ ପରିପୁଷ୍ଟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ ଏବଂ ବିହାର ରାଜ୍ୟର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଛତିଶଗଡ ବିଜେପି ସରକାରର ଓଡ଼ିଶା ସ୍ୱାର୍ଥ ବିରୋଧୀ ଘଟଣା ପ୍ରତି ଯେଭଳି ସମର୍ଥନ ଜ୍ଞାପନ କରିଚାଲିଛନ୍ତି ତାହା ରାଜ୍ୟବାସୀ ଅବଶ୍ୟ ଅବଗତ ଅଛନ୍ତିା ମୋଟ ଉପରେ ଛତିଶଗଡ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସହିତ ବୁଝାମଣା କରି ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଓ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଓଡ଼ିଶାର ଚାରିକୋଟି ୨୦ ଲକ୍ଷ ଲୋକଙ୍କର ଭାଗ୍ୟ ବିପର୍ଯ୍ୟୟ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚନା କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦ ଏବଂ ହୀନମାନ୍ୟତାର ପରିଚାୟକ କହିଲେ ଅତୁ୍ୟକ୍ତି ହେବ ନାହିାଁ ମୌସୁମୀ ପ୍ରବାହଜନିତ ବୃଷ୍ଟିପାତ ଏବେ ପ୍ରାୟତଃ ଅନିୟମିତା ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ଭରସା କରିହେଉ ନାହିାଁ ଉତ୍ତରପଶ୍ଚିମ ମୌସୁମୀ ବାୟୁ ଶିମିଳିପାଳରେ ବାଧାପ୍ରାପ୍ତ ହୋଇ ଯେଭଳି ରବି ଋତୁରେ ରବି ଫସଲକୁ ସହାୟତା କରୁଥ#ଲା ତାହା ଏବେ ଆଉ ହେଉ ନାହିାଁ ଏତ ଗଲା ମୌସୁମୀ ବାୟୁ ପ୍ରବାହର କଥା କିନ୍ତୁ ଲଘୁଚାପଜନିତ ବର୍ଷା ଓଡ଼ିଶା ପାଇଁ ଅଧ#କ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥାଏା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ୨୦୦ ନଟିକାଲ ମାଇଲ ଦୂରରେ ପ୍ରଶାନ୍ତ ମହାସାଗରରେ ଆବହମାନ କାଳରୁ ବର୍ଷକୁ ହାରାହାରି ଦୁଇଥର ଲଘୁଚାପ ସୃଷ୍ଟି ହେଲେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟାଜନିତ ପବନ ହୁଏା ଏହି ବାତ୍ୟାଜନିତ ପବନ ଉପକୂଳରୁ ଗତିକଲା ବେଳେ ଉପକୂଳରେ ଝଡ ସୃଷ୍ଟି ହୁଏା ଅଧ#କ ଘନିଭୂତ ହେଲେ ବେଳେବେଳେ ମହାବାତ୍ୟାରେ ପରିବର୍ତ୍ତନ ହୁଏା ୧୯୬୭, ୧୯୭୧, ୧୯୮୧ରେ ଏବଂ ୧୯୯୯ ମସିହାରେ ଲଘୁଚାପଜନିତ ବାତ୍ୟାପବନ ମହାବାତ୍ୟାରେ ପରିଣତ ହୋଇ ଯେଭଳି ସମୁଦ୍ରକୂଳର ଢେଉ ଓଡ଼ିଶାର ଆଭ୍ୟନ୍ତରକୁ ପ୍ରବେଶ କରିବା ସଙ୍ଗେ ସଙ୍ଗେ ମୁଷଳଧାରାରେ ବର୍ଷା ହେଲା ଓ ବନ୍ୟା ପ୍ଲାବନ ସୃଷ୍ଟି କରିଥ#ଲା, ସେ କଥା କାହାକୁ ଅଛପା ନାହିାଁ ୨୦୧୪ ମସିହାରେ ଫାଇଲିନ୍ ବାତ୍ୟା ଚିଲିକା ମୁହାଣ ଏବଂ ଋଷିକୂଲ୍ୟା ମୁହାଣର ମଧ୍ୟସ୍ଥଳରେ ପ୍ରବେଶ କରି ଗୋପାଳପୁର ଏବଂ ଗଞ୍ଜାମ ଜିଲ୍ଲାର ଯେପରି କ୍ଷୟକ୍ଷତି ଘଟାଇଲା ତା'ର ପୁନନିର୍ମାଣ ଏବେ ଯାଏ ଶେଷ ହୋଇନାହିାଁ ଏବଂ ଏହି ଘନିଭୂତ ଫାଇଲିନ୍ ବାତ୍ୟା ଓ ପବନ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ ଛତିଶଗଡରେ ବର୍ଷା ନହୋଇ ଝାଡଖଣ୍ଡ ରାଜ୍ୟରେ ପ୍ରବଳ ବୃଷ୍ଟିପାତ କରିବା ଫଳରେ ଝାଡଖଣ୍ଡରୁ ବନ୍ୟାସ୍ରୋତ ଶିମିିଳିପାଳ ଦେଇ ବାରିପଦା ସହରକୁ ଖ#ନ୍ଭିନ୍ କରିଦେଇଥ#ଲାା ଦୀର୍ଘ ୪୦ ବର୍ଷ ପରେ ୨୦୧୪ ମସିହାର ବନ୍ୟା ବିଭୀଷିକା କେବଳ ବାରିପଦା ଓ ମୟୁରଭଞ୍ଜ ଜିଲ୍ଲାର ବିପୁଳ କ୍ଷତି ଘଟାଇଲା ନାହିଁ ବରଂ ଉତ୍ତର ବାଲେଶ୍ୱର, ବସ୍ତା, ବାଲିଆପାଳ, ଭୋଗରାଇ ଅଞ୍ଚଳରେ ସୁବର୍ଣ୍ଣରେଖାର ବନ୍ୟା ପ୍ରଭୂତ ପରିମାଣରେ କ୍ଷୟକ୍ଷତି ଘଟାଇଲାା ସେହିଭଳି ଭାବରେ ସମୁଦ୍ରରେ ଲଘୁଚାପଜନିତ ପ୍ରବଳ ବର୍ଷା ଓଡ଼ିଶାକୁ ବନ୍ୟାପ୍ଳାବିତ କରି ଯଦି ଅମରକଣ୍ଟକ ପର୍ବତମାଳାରୁ ଧାବମାନ ହୁଏ ସେଠାରେ ଛତିଶଗଡ ସରକାର ନିର୍ମାଣ କରୁଥ#ବା ବ୍ୟାରେଜ୍ଗୁଡିକ ଉଛୁଳି ପଡିବ ଏବଂ ବ୍ୟାରେଜଗୁଡିକୁ ରକ୍ଷା କରିବାକୁ ଯାଇ ଛତିଶଗଡ ସରକାର ହଠାତ୍ ଉଦ୍ବୃତ୍ତ ଜଳରାଶିକୁ ହୀରାକୁଦ ଜଳଭଣ୍ଡାରକୁ ଛାଡିବେ ଏବଂ ହୀରାକୁଦ ଜଳଭଣ୍ଡାର ଜଳପତ୍ତନ ୬୨୯ ଫୁଟକୁ ଅତିକ୍ରମ କରିଯାଏ ତେବେ ହୀରାକୁଦ ବନ୍ଧକୁ ରକ୍ଷା କରିବା ସମ୍ଭବପର ହେବ ତ? ଯଦି ଅଘଟଣ ଘଟେ ଓଡ଼ିଶାର ୧୫ଟି ଜିଲ୍ଲା ଏବଂ ବିଶେଷ କରି ଅବିଭକ୍ତ କଟକ ଜିଲ୍ଲାର ଅବସ୍ଥା କ'ଣ ହେବ? ଏ ସମସ୍ତ କଥାକୁ ଚିନ୍ତା କରି ଓଡ଼ିଶାର ଜନସାଧାରଣ ବିଭିନ୍ନ ଦଳରେ ବିଭକ୍ତ ହୋଇ କେବଳ ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥକୁ ଆଧାର ନକରି ସମ୍ମିଳିତ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତୁା ସଂଖ୍ୟା ଗରିଷ୍ଠ ମତରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲାପରେ ସମଗ୍ର ରାଜ୍ୟବାସୀଙ୍କର ସ୍ୱାର୍ଥ ହେଉଛି ତାଙ୍କର ଦାୟିତ୍ୱ ଏବଂ ଛତିଶଗଡର ବିଜେପି ସରକାର ବିରୁଦ୍ଧରେ ସେ ଯେଉଁ ସ୍ୱର ଉତ୍ତୋଳନ କରୁଛନ୍ତି ତାହା ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ବୋଲି ବୁଝିବାକୁ ହେବା ତା' ନହେଲେ ଦଳୀୟ ଭାବନା ଏବଂ ଦଳୀୟ ସ୍ୱାର୍ଥକୁ ଆଧାର କରି ବିଖଣ୍ଡିତ ପରସ୍ପର ବିରୋଧୀ ମତ ସୃଷ୍ଟିକରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଭାଷଣବାଜୀ କଲେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ନାହିାଁ ତେଣୁ ସାଂପ୍ରତିକ ପରିସ୍ଥିତିରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ଭାବନାକୁ ନେଇ ଆଗେ ମାଟି ପରେ ପାର୍ଟିା ଜନ୍ମ ମାଟି ଆମର ମା'ା ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାର୍ଟି ହେଉଛି ଗୋଟିଏ ରାହାା ପାର୍ଟି ବିଚାରରେ ମାଟି ମା' ପ୍ରତି ଅହେତୁକ ବିପଦ ସୃଷ୍ଟିକୁ କେହି ଆମନ୍ତ୍ରଣ କରନ୍ତୁ ନାହିାଁ ଏହା ହିଁ ସାଂପ୍ରତିକ ସ୍ଥିତିରେ ଏକ ମାର୍ମିକ ନିବେଦନା
<urn:uuid:881e9995-78f3-4191-9663-2b9119e4f0a7>
CC-MAIN-2017-47
http://odishan.com/tag/dr-damodar-rout
2017-11-21T10:24:47Z
s3://commoncrawl/crawl-data/CC-MAIN-2017-47/segments/1510934806338.36/warc/CC-MAIN-20171121094039-20171121114039-00390.warc.gz
ory
0.999998
Orya
11
{"ory_Orya_score": 0.9999984502792358}
ଦେଶୀ ପିଆଜର ବିହନ ସଂରକ୍ଷଣ ଦେଶୀ ପିଆଜର ବିହନ ସଂରକ୍ଷଣ ସମ୍ବନ୍ଧିତ ସୂଚନା । - Contents - ମହିଳାମାନଙ୍କ ମଧ୍ୟରେ ଦେଶୀ ପିଆଜର ଆଦର ଅଧିକ, ତେଣୁ ପୋଷଣ ବଗିଚାରେ କୃଷିଜୀବୀ ମହିଳାମାନେ ଅଳ୍ପ ଖର୍ଚ୍ଚ ଏବଂ ଅନ୍ଧ ପରିଶ୍ରମରେ ଏହି ପିଆଜ, ଉତ୍ପାଦନ କରିପାରିବେ । ପିଆଜ, ଫସଲ ଲଗାଇବା ପାଇଁ ବ୍ୟବହୃତ ବିହନର ପ୍ରାୟ ୫ ରୁ ୮ ଗୁଣ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହାର ଗୋଟିଏ ବୁଦାରେ ପ୍ରାୟ ୧୦ ରୁ ୧୫ଟି ପିଆଜ ଥାଏ । ଏହା ଖାଇବା ପାଇଁ ସ୍ଵାଦିଷ୍ଟ ଏବଂ ବଜାର ଚାହିଦା ମଧ୍ୟ ଅଧିକ । ଦେଶୀ ପିଆଜ ଚାଷର ବିଧି - ଦେଶୀ ପିଆଜ ଚାଷ ପାଇଁ ଜମି ପ୍ରସ୍ତୁତି ଭଲ ଭାବେ କରିବା ଦରକାର । ଏଥୁ ପାଇଁ ବହୁତ ଅମ୍ଳୀୟ କିମ୍ବା କ୍ଷାରୀୟ ମାଟି ନ ହୋଇ ସାଧାରଣ ନିଗିଡ଼ା ମାଟି ହେଲେ ଭଲ । ମାଟିରେ ଯଥେଷ୍ଟ ପରିମାଣରେ ଶଢ଼ାଖତ ମିଶାନ୍ତୁ । ଶୀତଦିନ ଏହି ଚାଷ ପାଇଁ ଉପଯୁକ୍ତ ଅଟେ । ସେପ୍ଟେମ୍ବର ମାସ ଶେଷ କିମ୍ବା ଅକ୍ଟୋବର ମାସ ଆରମ୍ଭରେ ବିହନ ଲଗାଇବା ବ୍ୟବସ୍ଥା କରନ୍ତୁ । - ଦେଶୀ ପିଆଜର ସହଣି ଶକ୍ତି ଅଧିକ । ତେଣୁ ଘରବାଡ଼ିର ପୋଷଣ ବଗିଚା ପାଇଁ ଏହା ଅଧିକ ଉପଯୁକ୍ତ । ମାଟିରେ ଲଗାଇବା ପାଇଁ ବୁଦାର ସବୁଠାରୁ ବଡ଼ ପିଆଜ ଗୁଡ଼ିକୁ ବ୍ୟବହାର କଲେ ଭଲ । ଏହାଦ୍ଵାରା ବୁଦାରେ ପିଆଜ ସଂଖ୍ୟା ଅଧିକ ହୁଏ । ଛୋଟ ପିଆଜ ବ୍ୟବହାର କଲେ ବୁଦାରେ ଗୋଟିଏ ପିଆଜ ହୁଏ। - ବିହନ ଲଗାଇବା ପାଇଁ ପିଆଜର ଚେରପଟ ମାଟିର ତଳକୁ ଏବଂ କାଣ୍ଡପଟ ମାଟିର ଉପରପଟକୁ ରଖି ଲଗାନ୍ତୁ । ଗଛରୁ ଗଛି ମଧ୍ୟରେ ବ୍ୟବଧ୍ୟାନ ୨୦ ସେ.ମି. ଏବଂ ଧାଡ଼ିରୁ ଧାଡ଼ି ମଧ୍ୟରେ ବ୍ୟବଧ୍ୟାନ ୩୦ ସେ.ମି. ରଖନ୍ତୁ । ବିହନ ପ୍ରାୟ ୩ ରୁ ୪ ସେ.ମି. ଗଭୀରରେ ପୋତନ୍ତୁ । ପ୍ରତି ୪ ଧାଡ଼ି ପରେ ପ୍ରାୟ ୫୦ ସେ.ମି. ଜାଗା ଛାଡ଼ନ୍ତୁ । ଅନ୍ତଃ ଚାଷ ପାଇଁ ଏହା ଜରୁରୀ । - ପିଆଜ ଗଛ ଭଲଭାବେ ବାହାରି ଗଲାପରେ ଅନ୍ତଃ ଚାଷ କରନ୍ତୁ । ଧ୍ୟାନ ରଖନ୍ତୁ, ଯେପରି ଗଛର ମୂଳଭାଗ ଅଧିକ କ୍ଷତିଗ୍ରସ୍ତ ନ ହୁଏ । ଏହାଦ୍ଵାରା ଅମଳ ଉପରେ ପ୍ରଭାବ ପଡ଼ିବ । ପିଆଜ ଶଣ୍ଢା ବାହାରି ଆସିଲେ ତାକୁ କାଟି ଦିଅନ୍ତୁ । - ପିଆଜ ଗଛର ପତ୍ର ମରିବା ଆରମ୍ଭ କଲେ ପାଣି ମଡ଼େଇବା ବନ୍ଦ କରନ୍ତୁ । ପ୍ରାୟ ତିନି ଚତୁର୍ଥଦଂଶ ପତ୍ର ଶୁଖୁଗଲେ ପିଆଜକୁ ଅମଳ କରିବା ବ୍ୟବସ୍ଥା କରିବା ଦରକାର । ଅଧିକ କଞ୍ଚାଥିବା ଗଛକୁ ଆଉ ଏକ ସପ୍ତାହ ସମୟ ଦେଲେ ଭଲ । ଏହି ଗଛରୁ ଅମଳ ହୋଇଥିବା ପିଆଜ ଗୁଡ଼ିକୁ ବିହନ ରୂପେ ବ୍ୟବହାର କରନ୍ତୁ ନାହିଁ । - ପିଆଜ ଅମଳ ପରେ ଅତ୍ୟଧୁକ ମାଟି ଝାଡ଼ି ସିଧା ଠିଆକରି ଶୁଖିବାକୁ ଛାଡ଼ି ଦିଅନ୍ତୁ। ପିଆଜର ଶୁଖିଲା ପତ୍ର ଛିଡ଼େଇବାକୁ ଏବଂ ପୂରା ମାଟି ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଦେଶୀ ପିଆଜର ବିହନ ପାଇଁ ପ୍ରସ୍ତୁତି ବା କିଓରିଙ୍ଗ - ଅମଳ ହୋଇଥିବା ପିଆଜକୁ ବିହନ ରୂପେ ବ୍ୟବହାର କରିବା ପାଇଁ ତାକୁ ଠିକ ଭାବରେ ପ୍ରସ୍ତୁତ କରନ୍ତୁ । ଏହା ଦ୍ଵାରା ତାର ସହଣି ଶକ୍ତି ବୃଦ୍ଧି ପାଇବ ଏବଂ ବିନ୍ଦନ ଆଗାମୀ ଋତୁ ପର୍ଯ୍ୟନ୍ତ ଠିକ ଭାବରେ ସାଇତି ରଖାଯାଇ ପାରିବ । - ପିଆଜ କିଓରିଙ୍ଗ କରିବା ପାଇଁ କାଠର ଥାକ, ବାଉଁଶ କାଲି କିମ୍ବା ତାର ଜାଲିରେ ତିଆରି ହୋଇଥିବା ଥାକରେ ପ୍ରାୟ ୧ ରୁ ୨ ମାସ ପର୍ଯ୍ୟନ୍ତ ଖେଳେଇ ରଖନ୍ତୁ । ସାଇତି ରଖିବା ଜାଗାଟି ଶୁଖିଲା ଏବଂ ଉଷୁମ ହେଲେ ଭଲ । - ଉତ୍ତମ ବାୟୁ ଚଳାଚଳ ହେଉଥିବା ଜାଗାକୁ ବାଛନ୍ତୁ, ନଚେତ ପିଆଜ ଶଢ଼ିଯିବ । ସେହି ଜାଗାରେ ଖରା ନ ପଡ଼ୁଥିବା ଦରକାର । - ଜାଲି ବା ଥାକ ଉପରେ ରଖିଲାବେଳେ ପିଆଜକୁ ପତଳା କରି ଖେଳେଇବେ, ଯେମିତି ତଳପାଖକୁ ଚେର ଏବଂ ପତ୍ର ଉପରକୁ ରହିବ । - ମଝିରେ ମଝିରେ ପିଆଜକୁ ନିରୀକ୍ଷଣ କରୁଥିବେ ଏବଂ ପଚା ପିଆଜ ଦେଖାଲେ ତାକୁ କାଢ଼ି ଫୋପାଡ଼ିଦେବେ । ପିଆଜକୁ ବେଶୀ ଘଣ୍ଟାଘଣ୍ଟି ନ କଲେ ଭଲ । ଏହାଦ୍ଵାରା ତାର ଚୋପା ବାହାରି ଆସିବ ଏବଂ ବିହନର କ୍ଷତି କରିବ । ପିଆଜ ଠିକ ଭାବରେ ଶୁଖିଗଲା ପରେ ତାକୁ ବୁଦାରୁ ଅଲଗା କରି ଉପର ପତ୍ରକୁ ପିଆଜଠାରୁ ପ୍ରାୟ ୧ ଇଞ୍ଚ ଛାଡ଼ି କାଟିଦେବେ । - ଭଲଭାବେ କିଓରିଙ୍ଗ ହୋଇଥିବା ପିଆଜକୁ ଆମେ ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବା ଏବଂ ଆଗାମୀ ଋତୁରେ ବିହନ ରୂପେ ବ୍ୟବହାର କରିପାରିବା । - ବିହନ ପାଇଁ ପ୍ରସ୍ତୁତ ହୋଇଥିବା ପିଆଜକୁ ସାଇତି ରଖିବା ପାଇଁ ବିହନ କିଓରିଙ୍ଗ ବେଳେ ବ୍ୟବହାର କରାଯାଉଥିବା କାଠର ଥାକ କିମ୍ବା ତାର ବା ବାଉଁଶ ଜାଲିର ଥାକ ବ୍ୟବହାର କରାଯାଇପାରିବ । ଏହି ସମୟରେ ନିହାତି ଧ୍ୟାନ ଦେବା ଦରକାର ଯେ ସାଇତି ରଖିବା ଜାଗାଟି ଥଣ୍ଡା, ଶୁଖିଲା ଏବଂ ବାୟୁ ଚଳାଚଳ ଯୁକ୍ତ ହେବା ଦରକାର । ପିଆଜକୁ ପତଳା କରି ଖେଳେଇ ରଖିଲେ ଭଲ । ମଝି ମଝିରେ ନିରୀକ୍ଷଣ କରି ପଚାଶଡ଼ା କିମ୍ବା ଖରାପ ପିଆଜକୁ ଅଲଗା କରି ଫୋପାଡ଼ି ଦେବା ଦରକାର । - ଏହିପରି ଭାବରେ ସାଇତି ରଖିଥିବା ପିଆଜ ଆଗାମୀ ଋତୁରେ ବିହନ ରୂପେ ବ୍ୟବହାର କରାଯାଇପାରିବ । - ଦେଶୀ ପିଆଜର ବିନ୍ଧନ ସଂରକ୍ଷଣ ଅତ୍ୟନ୍ତ ସହଜ ଏବଂ ଘରବାଡ଼ିରେ ଥିବା ପୋଷଣ ବଗିଚା ପାଇଁ ଏହା ଏକ ଉପାଦେୟ ଫସଲ । ସଂଗୃହିତ - ଲକ୍ଷ୍ମୀପ୍ରିୟା ସାହୁ, ଚକ୍ରଧର ପାତ୍ର କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ଵର
<urn:uuid:1087b42b-616e-47a3-a52f-e58a7b534585>
CC-MAIN-2017-47
http://or.vikaspedia.in/agriculture/b2bb38b32-b2ab30b30-b1fb47b15b4db28b32b1cb3f/b26b47b36b40-b2ab3fb06b1cb30-b2cb3fb39b28-b38b02b30b15b4db37b23
2017-11-21T09:56:20Z
s3://commoncrawl/crawl-data/CC-MAIN-2017-47/segments/1510934806338.36/warc/CC-MAIN-20171121094039-20171121114039-00390.warc.gz
ory
1.000005
Orya
11
{"ory_Orya_score": 1.0000052452087402}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସମସ୍ତ ନୂଆ ଗାଡ଼ି ନମ୍ବର ପ୍ଲେଟ୍ ରେ ଓଆର୍ ପରିବର୍ତେ ଓଡ଼ି ନମ୍ବର ଲେଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଇଂରାଜୀ ବନାନରେ ରାଜ୍ୟର ନାମ ଓରିଶା ବଦଳରେ ଓଡ଼ିଶା ହୋଇଥିବାରୁ ଏହି ନିଷ୍ପତି ନିଆଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରାଜ୍ୟ ପରିବହନ ବିଭାଗର ଏହି ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି । ତେବେ ସେପ୍ଟେମ୍ବର ୧ ପୂର୍ବରୁ ଯେଉଁ ଗାଡ଼ିରେ ଓଆର୍ ଲେଖାଯାଇଛି ତାହା ପୂର୍ବଭଳି ରହିବ ଓ ଏଗୁଡ଼ିକର ନମ୍ବର ପ୍ଲେଟ୍ ରେ କୌଣସି ପରିବର୍ତନ କରାଯିବ ନାହିଁ । ସୂଚନାଯୋଗ୍ୟ, ୧୯୮୯ ପୂର୍ବରୁ ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟରେ ଓଆର୍ ସହିତ ଜିଲ୍ଲାୱାରି ପଦ୍ଧତି ପ୍ରଚଳନଥିଲା । ଏହା ସଂଶୋଧନ ହୋଇ ଓଆର୍ ୦୧, ୦୨ ଆଦି ଲେଖାଯାଉଥିଲା । ଓଡ଼ିଶା ଡ଼ଟ୍ କମ୍
<urn:uuid:45610e18-d1b2-45ae-8608-06d80ae4e525>
CC-MAIN-2017-47
http://www.odisha.com/archives/tag/%E0%AC%AA%E0%AC%B0%E0%AC%BF%E0%AC%AC%E0%AC%B9%E0%AC%A8-%E0%AC%AC%E0%AC%BF%E0%AC%AD%E0%AC%BE%E0%AC%97
2017-11-24T22:10:43Z
s3://commoncrawl/crawl-data/CC-MAIN-2017-47/segments/1510934808972.93/warc/CC-MAIN-20171124214510-20171124234510-00096.warc.gz
ory
1.000003
Orya
31
{"ory_Orya_score": 1.0000027418136597}
ଓଡିଶା ଡଟ କମ ସଂବାଦ ଦାତା ଭୁବନେଶ୍ଵର, ୧୦ ଜୁନ (ଓଡିଶା ଡଟ୍ କମ୍): ଚିଟଫଣ୍ଡ ଦୁର୍ନୀତିର ତଦନ୍ତରେ ଶିଥିଳତା, ଜମାକାରୀଙ୍କୁ ଅର୍ଥ ଫେରସ୍ତ ମିଳିବାରେ ବିଳମ୍ବ ଆଦି ପ୍ରତିବାଦରେ ହଜାର ହଜାର ସଂଖ୍ୟାରେ ଜମାକାରୀ ଭୁବନେଶ୍ୱରରେ ବୁଧବାର ଏକ ବିଶାଳ ରାଲିର ଆୟୋଜନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ଵେ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ହୋଇଥିବା ଏହି ରାଲିରେ ଜମା କାରୀ ମାନେ ବହୁ ସଂଖ୍ୟାରେ ସ୍ଲୋଗାନ ଦେଇ, ହାତରେ ପ୍ଲାକାର୍ଡ ଧରି ରେଳ ଷ୍ଟେସନରୁ ବାହାରି ପିଏମଜି ପହଞ୍ଚି ଥିଲେ । ଦିନିକିଆ ଓଡିଶା ଗସ୍ତରେ ଆସିଥିବା ସିପିଆଇର ରାଷ୍ଟ୍ରୀୟ ସମ୍ପାଦକ ଡ଼ି. ରାଜା ଏହି ରାଲିକୁ ଉଦବୋଧନ ଦେଇ କହିଥିଲେ ଯେ ଦେଶରେ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଲୁଣ୍ଠନ କରି ସରକାର କର୍ପୋରେଟ ସାମ୍ରାଜ୍ୟର ପୁଞ୍ଜିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଜମାକାରୀଙ୍କ ଟଙ୍କା ଚିଟଫଣ୍ଡ ଦ୍ଵାରା ଠକେଇ ହୋଇନାହିଁ ଏହା ଦେଶର ବଡ଼ ବଡ଼ ପୁଞ୍ଜିପତିମାନଙ୍କର କର୍ପୋରେଟ ଦ୍ଵାରା ଠକେଇ ହୋଇଛି । ଏହି ଠକେଇ ଓଡିଶା ସହ ଦେଶର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଛି । ତେଣୁ ଏହାର ତୀବ୍ର ବିରୋଧକରି ଜମାକାରୀମାନଙ୍କୁ ଅର୍ଥ ଫେରସ୍ତପାଇଁ ଦୀର୍ଘଦିନ ଧରି ଆନ୍ଦୋଳନ କରିବାକୁ ପଡିବ । ମଞ୍ଚ ପରାମର୍ଶଦାତା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ରାଜ୍ୟ ସରକାର ଗତ ଏପ୍ରିଲରେ ହୋଇଥିବା କ୍ୟାବିନେଟ୍ ବୈଠକରେ ନିସ୍ପତି ନେଇଥିଲେ ଯେ ଦେଢମାସ ମଧ୍ୟରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ହେଲେ କେହି ଜଣେ ବି ଜମାକାରୀ ତାଙ୍କ ଜମାରାଶି ଫେରିପାଇନାହାଁନ୍ତି । ସୁପ୍ରିମ କୋର୍ଟ ଏହାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିଥିଲେ ମଧ୍ୟ ଆଜି ଯାଏଁ କିଛି ସୁଫଳ ମିଳିପାରି ନାହିଁ । ଏହି ଠକାମୀରେ ଜମାକାରୀଙ୍କ ଠାରୁ ଠକ କମ୍ପାନୀମାନେ ଟଙ୍କା ନେଇ ଗଢିଥିବା ସମ୍ପତ୍ତି ତଦନ୍ତକାରୀ ସଂସ୍ଥା ଜବତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମାକାରୀଙ୍କୁ ଚିହ୍ନଟ କରୁନାହାଁନ୍ତି କିମ୍ବା ସୂଚନା ଦେଉନାହାଁନ୍ତି ବୋଲି ଅନ୍ୟ ବକ୍ତା ମାନେ ଅଭିଯୋଗ କରିଥିଲେ । ପୁଣି ୧୭୫ଟି କମ୍ପାନୀ ଠକାମୀ କରି ମକଦ୍ଧମାରେ ଜଡ଼ିତ ଥିବାବେଳେ ମାତ୍ର ୧୦ ରୁ ୧୧ଟି କମ୍ପାନୀର ସମ୍ପତ୍ତି ଜବତ କରାଯାଇଛି । ବାକି କମ୍ପାନୀମାନଙ୍କ ପ୍ରତି ତଦନ୍ତକାରୀ ସଂସ୍ଥାମାନେ କୋହଳ ମନୋଭାବ ପୋଷଣ କରୁ ଥିବା ସେମାନେ କହିଥିଲେ । ସରକାର ତହସିଲ ଜରିଆରେ ଘରକୁ ଘର ସର୍ଭେ କରି ଜମାକାରୀ ଚିହ୍ନଟ ପାଇଁ ସେମାନେ ଦାବୀ କରିଥିଲେ । ସମସ୍ତ ତ୍ରୁଟିଯୁକ୍ତ କମ୍ପାନୀ ଆଇନ୍, ଆର୍ଥିକ ଆଇନ୍ ଓ ସମବାୟ ଆଇନ୍ ସଂଶୋଧନ ସହ ଠକ କମ୍ପାନୀ ମାଲିକ ଓ ପ୍ରଭାବଶାଳୀ ପୃଷ୍ଠପୋଷକମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ବ୍ୟବସ୍ଥା ପ୍ରଣୟନ ନ କଲେ ଜମାକାରୀ ମାନେ ଜୁଲାଇ୧୫ରୁ ରାଜ୍ୟ ବ୍ୟାପୀ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି । ଆସନ୍ତା ଏକ ମାସ ମଧ୍ୟରେ ଠକାମୀ ଅଭିଯୋଗରେ ମକଦ୍ଧମା ରୁଜୁ ହୋଇଥିବା ସମସ୍ତ ୧୭୫ କମ୍ପାନୀର ମାଲିକମାନଙ୍କୁ ଗିରଫ ସହ ତାଙ୍କର ସ୍ଥାବର, ଅସ୍ଥାବର ଓ ବେନାମୀ ସମ୍ପତ୍ତିକୁ ଠାବ କରି ଜବତ କରି ଜମାକାରୀମାନଙ୍କୁ ତାଙ୍କ କଷ୍ଟାର୍ଜିତ ଜମାରାଶି ଫେରସ୍ତ ପାଇଁ ସେମାନେ ଦାବି କରିଛନ୍ତି । ସମାବେଶ ପରେ ଜୟନ୍ତ ଦାସଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଉପସ୍ଥାପନ କରିଥିଲେ । ଅନ୍ୟ ଯେଉଁ ବିଶିଷ୍ଟ ବ୍ୟକ୍ତି ମାନେ ଏହି ରାଲି ରେ ଯୋଗ ଦେଇ ଉଦବୋଧନ ଦେଇଥିଲେ ସେମାନେ ହେଲେ ବରିଷ୍ଠ ସମ୍ବାଦିକ ରବି ଦାସ, ଲୋକଶକ୍ତି ମଞ୍ଚର ଅଧ୍ୟକ୍ଷ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସିପିଆଇଏମ୍ ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇର ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା, ସିପିଆଇଏମ୍ଏଲ୍ ରେଡ଼୍ ଫ୍ଲାଗର ନେତା ଶିବରାମ, ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା । ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଜମାକାରୀଙ୍କ ଅଭଯୋଗକୁ ଖଣ୍ଡନ କାରୀ କହିଛନ୍ତି ଯେ ଚିଟଫଣ୍ଡ ଠକେଇ ର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରାଇ ଦେବା ପାଇଁ ସରକାର ଆବଶ୍ୟକ ମୁତାବକ ପଦକ୍ଷେପ ନେଉଛନ୍ତି । ଓଡିଶା ଡଟ କମ
<urn:uuid:7ac8cbd8-115e-4bdf-8599-81b558285f84>
CC-MAIN-2017-47
http://www.odisha.com/archives/tag/%E0%AC%B0%E0%AC%BE%E0%AC%B2%E0%AC%BF
2017-11-24T22:10:28Z
s3://commoncrawl/crawl-data/CC-MAIN-2017-47/segments/1510934808972.93/warc/CC-MAIN-20171124214510-20171124234510-00096.warc.gz
ory
0.999998
Orya
18
{"ory_Orya_score": 0.9999980926513672}
ଅଟୋମେଟେଡ୍ ଟେଲର ମେସିନ (ଏଟିଏମ)ର ବ୍ୟବହାର ସାଧାରଣତଃ ଅର୍ଥ ଲେନ-ଦେନ ପାଇଁ କରାଯାଇଥାଏ । ଏଟିଏମ ବ୍ୟବହାର କରି ଗ୍ରାହକମାନେ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ବାଲାନ୍ସ ଚେକ୍ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି । ଏଟିଏମ ଇଣ୍ଡଷ୍ଟ୍ରି ଆସୋସିଏସନ ମୁତାବକ, ସାରା ବିଶ୍ୱରେ ପାଖାପାଖି ୩.୫ ମିଲିୟନ ଏଟିଏମ ରହିଛି । ହେଲେ ପ୍ରତ୍ୟେକଟି ମେସିନରେ କିଛି ନା କିଛି ଦୁର୍ବଳତା ତଥା ସମସ୍ୟା ନିଶ୍ଚୟ ରୂପେ ରହିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଟିଏମ ସଂପର୍କିତ କିଛି ସୂଚନା ଦେବାକୁ ଯାଉଛୁ ଯାହାକି ଆପଣଙ୍କ କାମରେ ନିଶ୍ଟୟ ଆସିବ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା । ଅଧିକାଂଶ ସମୟରେ ଶୁଣିବାକୁ ମିଳେ କି, ଏଟିଏମରୁ ଟଙ୍କା ଉଠାଇବା ବେଳେ ଆପଣଙ୍କର ଆକାଉଂଟରୁ ଟଙ୍କା ତ କଟି ଯାଇଥାଏ ହେଲେ ଏଟିଏମରୁ ଟଙ୍କା ବାହାରି ନଥାଏ । ଏଭଳି ପରିସ୍ଥିତିରେ ଆପଣ ଆଦୌ ବ୍ୟସ୍ତ ନହୋଇ ତୁରନ୍ତ ଏସଂପର୍କରେ ବ୍ୟାଙ୍କରେ ଅଭିଯୋଗ କରିବା ଆବଶ୍ୟକ । କାରଣ ନା, ଏଭଳି ଅନେକ ମାମଲାରେ ବ୍ୟାଙ୍କ ଯାଂଚ କରି ଗ୍ରାହକଙ୍କୁ ତାଙ୍କର ଟଙ୍କାକୁ ଫେରସ୍ତ କରିଦେଇଥାଏ । କିନ୍ତୁ ଏହାପରେ ବି ଯଦି ବ୍ୟାଙ୍କ ଏପରି ନକରେ ତେବେ ଏଥିପାଇଁ ବି ଆପଣ ଅଭିଯୋଗ କରିପାରିବେ । ଯାହାର ସୂଚନା ଖୋଦ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱନ ଦେଇଛନ୍ତି । ଯଦି ଜଣେ ଗ୍ରାହକ ଏଟିଏମରୁ ଟଙ୍କା ବାହାର କରନ୍ତି, ମାତ୍ର ଏଟିଏମରୁ ଟଙ୍କା ନ ଉଠିବା ସହିତ ତାଙ୍କ ଖାତାରୁ ତାହା କଟି ଯାଏଁ ତେବେ ଗ୍ରାହକଙ୍କୁ ଏଭଳି ପରିସ୍ଥିତିରେ କଣ କରିବା ଉଚିତ ବୋଲି ପାସୱନ କହିଛନ୍ତି । • ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଉପଭୋକ୍ତା ବିଭାଗର ହେଲ୍ପଲାଇନକୁ ଯାଇ ଅଭିଯୋଗ କରିପାରିବେ । • ଅଭିଯୋଗ କରିବାର ମାତ୍ର ୧୮ ଦିନରୁ କମ ସମୟ ମଧ୍ୟରେ ହିଁ ଗ୍ରାହକଙ୍କୁ ତାଙ୍କର ଟଙ୍କାକୁ ଫେରସ୍ତ କରିଦିଆଯିବ । • ଏଥିସହିତ ଗ୍ରାହକ, ଉପଭୋକ୍ତା ବିଭାଗର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ କନଜ୍ୟୁମରହେଲ୍ପଲାଇନ ଡଟ୍ ଜିଓଭି ଡଟ୍ ଇନକୁ ଯାଇ ମଧ୍ୟ ଆପଣ ଆପଣଙ୍କର ଅଭିଯୋଗ ଦାଖଲ କରିପାରିବେ । ସୌଜନ୍ୟ- ଦୈନିକ ଜାଗରଣ
<urn:uuid:19694ca6-0572-4581-84f4-1dec89c085f8>
CC-MAIN-2017-47
http://kanaknews.com/special-what-should-you-do-if-fails-to-get-money-from-atm-after-transaction-being-done/
2017-11-23T20:27:32Z
s3://commoncrawl/crawl-data/CC-MAIN-2017-47/segments/1510934806939.98/warc/CC-MAIN-20171123195711-20171123215711-00654.warc.gz
ory
0.99999
Orya
8
{"ory_Orya_score": 0.9999899864196777}
ଏପ୍ରିଲ ୧-୩ ତାରିଖ ପର୍ଯ୍ୟନ୍ତ MCL ପାଳନ କରୁଛି ଏହାର ୨୫ ବର୍ଷ ପୂର୍ତ୍ତି ଉତ୍ସବ । ଏହାର ବୁର୍ଲା ସ୍ଥିତ ମୁଖ୍ୟାଳୟ ପରିସରରେ କେକ କାଟି କମ୍ପାନୀ ପରିଚାଳକ ନିର୍ଦ୍ଦେଶକ , ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମଚାରୀ ବୃନ୍ଦ ରୌପ୍ୟ ଜୟନ୍ତି ପାଳନ କରିଥିଲେ । ଏଥି ସହ ସଂଧ୍ୟା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଯୋଜନ କରାଯାଇ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ ଅଭିଯାନର ବାର୍ତ୍ତା ଉପସ୍ଥାପନ କରାଯାଇଥିଲା । ଓଡ଼ିଶାରେ ଅବସ୍ଥିତ ଏବଂ ପରିଚାଳିତ ମହାନଦୀ କୋଇଲା କ୍ଷେତ୍ର ଲିଃ ହେଉଛି 'କୋଇଲା ଇଣ୍ଡିଆ'ର ଏକ ଉପକ୍ରମ । ୧୯୯୨ ମସିହାରେ 'ଦକ୍ଷିଣ ପୂର୍ବ କୋଇଲା ଖଣି ଲିଃରୁ ଅଲଗା ହୋଇ ସ୍ଥାପିତ ହୋଇଥିଲା । ଏବେ ଏହା ଦୁଇଟି ପ୍ରାଇଭେଟ କମ୍ପାନୀ MJSJ Coal Limited & MNH Shakti Ltd ସହ ଅନୁବନ୍ଧିତ ଅଟେ । ମହାନଦୀ ଅବବାହିକାରେ ଏହାର ସାତଟି ଖୋଲା ଓ ତିନୋଟି ଭୂତଳ ଖଣି ଅଛି । MCL ୧୩୭.୯ ଅୟୁତ ଟନ ରେକର୍ଡ ପରିମାଣର ୧୩.୬ ବୃଦ୍ଧି ହାରରେ କୋଇଲା ଉତ୍ପାଦନ କରୁଛି । ଏହା ୧୪୦.୨୨ ଅୟୁତ ଟନ ଶୁଷ୍କ ଜାଳେଣୀ ଏହାର ଖାଉଟିଙ୍କୁ ଯୋଗାଇଥାଏ । ଏହା ଦ୍ଵାରା କୋଇଲା ଖନନ ୨୦୧୪ ବର୍ଷରେ ସେଇ ଏକା ସମୟ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ଘଟିଛି । ୧୯୯୨ରେ ଏହାର ପ୍ରାରମ୍ଭିକ ଉତ୍ପାଦନ ୨୩ ଅୟୁତ ଟନ ଥିଲା । ସୂଚନା ଯୋଗ୍ୟ ଯେ ଏମସିଏଲ ପରି COAL INDIA ଅଧିନରେ ଆଉ ଆଠଟି କୋଇଲା ଉତ୍ପାଦନକାରୀ କମ୍ପାନୀ ଭାରତରେ କୋଇଲା ଉତ୍ପାଦନ କରୁଛନ୍ତି । Author: Nistha Ranjan Dash (Audiologist & Speech Therapist) VIMSAR, Burla, Sambalpur.
<urn:uuid:36c9200d-257c-4d0e-915c-041dd18cc1de>
CC-MAIN-2017-47
http://www.bhubaneswarbuzz.com/updates/odia-articles/mcl-completes-25-years-of-existence-odisha
2017-11-19T12:32:31Z
s3://commoncrawl/crawl-data/CC-MAIN-2017-47/segments/1510934805578.23/warc/CC-MAIN-20171119115102-20171119135102-00400.warc.gz
ory
1.000003
Orya
19
{"ory_Orya_score": 1.0000027418136597}
ଓଡିଶା ଡଟ କମ ସଂବାଦ ଦାତା ନୂଆଦିଲ୍ଲୀ, ଅକ୍ଟୋବର ୧ (ଓଡିଶା ଡଟ କମ) କେନ୍ଦ୍ରର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ଓଡିଶାର ଅନୁପ କୁମାର ପୂଜାରୀଙ୍କୁ ସରକାର ଇସ୍ପାତ ମନ୍ତ୍ରାଳୟର ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି। ପୂଜାରୀଙ୍କୁ ଏହା ସହ ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ (ସେଲ) ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ଦିଆଯାଇଥିବାରୁ ସେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କର୍ଣାଟକ କ୍ୟାଡରର ୧୯୮୦ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଏହା ପୂର୍ବରୁ ଇସ୍ପାତ ମନ୍ତ୍ରାଳୟ ର ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ । ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପୂଜାରୀ ବୋଷ୍ଟନ ବିଶ୍ଵ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି । ୨୦୦୬ରୁ ଏହି ଓଡିଆ ଅଧିକାରୀ କେନ୍ଦ୍ର ଡେପୁଟେସନରେ ଅଛନ୍ତି । ଓଡିଶା ଡଟ କମ
<urn:uuid:cdf240e3-cd55-4510-b865-a97c54c3cd58>
CC-MAIN-2017-47
http://www.odisha.com/archives/tag/%E0%AC%85%E0%AC%A8%E0%AD%81%E0%AC%AA-%E0%AC%95%E0%AD%81%E0%AC%AE%E0%AC%BE%E0%AC%B0-%E0%AC%AA%E0%AD%82%E0%AC%9C%E0%AC%BE%E0%AC%B0%E0%AD%80
2017-11-21T07:55:23Z
s3://commoncrawl/crawl-data/CC-MAIN-2017-47/segments/1510934806327.92/warc/CC-MAIN-20171121074123-20171121094123-00411.warc.gz
ory
1.000003
Orya
48
{"ory_Orya_score": 1.0000029802322388}
କେଦାର ମିଶ୍ର ତାଂକୁ ନେଇ ଆଜି ହୁଏତ ଖବର କାଗଜ ଅବା ସୋସିଆଲ୍ ମିଡିଆ ରେ ଅନେକ କଥା କୁହାଯାଉଛି, ଶ୍ରଦ୍ଧାଂଜଳିର ଭାଷାରେ ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତି ନାୟିକା, ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ବିନମ୍ର ପ୍ରତୀକ । ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା। ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ ବିଡମ୍ବନା।ସାରା ଜୀବନର ସାଧନା ପରେ ବି ସ୍ଵୀକୃତି ସହଜରେ ମିଳେ ନାହିଁ । ଜୀବନ ଓ ନୃତ୍ୟ ର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।ରହିବା ଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ । ଢୋଲ୍ ରେ ପାର୍ ବାଜିଲେ ପାଦ ଉଛନ୍ନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡି ହୋଇଯାଏ।ସବୁ ଅଭାବ ସତ୍ତ୍ଵେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ। ଗୁରୁବାରୀ ମିର୍ଧା ପ୍ରାଣହୀନ ହୋଇ ପଡିରହିଥିବା ବେଳେ, ସେ ମୁହଁ ରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ !! ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା ? କଣ ତାଂକର ପରିଚୟ ? ତାଂକ ଜୀବନ କାହାଣୀ ଗୋଟେ ଅଧଲେଖା ଉପନ୍ୟାସ ପରି।ଆସନ୍ତୁ ତାଂକୁ ଚିହ୍ନିବା ଓ ଚିହ୍ନୁ ଚିହ୍ନୁତାଂକୁ ସମ୍ମାନ ର ସହ ଭଲ ପାଇବା – ୧. ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ବରୂପ ନାହିଁ।ପଶ୍ଚିମ ଓଡିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହଛି। ଡାଲଖାଇ, ରସରକେଲୀ, ମାଏଲାଜଡ, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା……ଏମିତି କେତେ ପ୍ରକାର ଓ କେତେ ପ୍ରଜାତି।ଗୁରୁବାରୀ ମିର୍ଦ୍ଧା ଏହି ସବୁ ଗୀତ ଓ ନୃତ୍ୟ ର କଳାକାର । ୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା । ୩. ୧୯୬9 ମସିହା ଜାନୁଆରୀ ୨୬ ରେ ସମ୍ବଲପୁରୀ –ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ। ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ । ୪. ୧୯୬୮ ରେ ଗୁରୁବାରୀଂକ ବୟସ ଥିଲା ୧୬।ତାପରେ ସେ ବିଭିନ୍ନ କାର୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି।ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚ କୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି । ୫. ଏହି ସମାନ ସମୟରେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି । ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ । ଆଜିଯାଏ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି।ବୟସ ଗଡିଗଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ ।ସେଇ ବିଡମ୍ବନା ଗୁରୁବାରୀଂକ ଜୀବନରେ ବି ଆସିଛି । ୬. ଘର ସଂସାର ଓ ଅଭାବୀ ଜୀବନର ଦହନ ତାଂକୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଂକୁ ଛାଡିଲା ନାହିଁ । ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି।ସମ୍ବଲପୁରୀ ର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଂକ ନୃତ୍ୟ ରେ ଉତ୍କର୍ଷ ହାସଲ କରିଥିଲା । ୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ । ୮. ତେବେ ଜୀବନ ସଂଘର୍ଷରେ ତାଂକ ଲାଗି ଘର ଖଣ୍ଡେ ବି ନଥିଲା।ମୁଢି ଭାଜି ସେ ଜୀବିକ ନିର୍ବାହ କରୁଥିଲେ ।ବଡ କଷ୍ଟରେ ପରିଣତ ବୟସରେ ତାଂକୁ ରହିବା ଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ୍ କୁହା ବୋଲା ପରେ । ୯. ଜୀବନର ଅନ୍ତିମ ଭାଗରେ ତାଂକ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ବୀକୃତି ତାଂକୁ ମିଳିଥିଲା।ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଂକୁ ସମ୍ବର୍ଦ୍ଧିତ କରିଥିଲେ । ୧୦. ୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତି ନାୟିକାଂକ ଜୀବନ ଦୀପ ଲିଭିଗଲା । ବରଗଡ ଜିଲ୍ଲା ବିଜେପୁର ପାଖ ଏମ ଗଣ୍ଡପାଲି ଗାଁ ରେ ୭୦ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ। ଗୁରୁବାରୀଂକ ବିଷୟରେ ଆଜି ଯାହା ଲେଖା ହେଲେବି ଆମକୁ ଗୋଟିଏ କଥା ମାନିବାକୁ ପଡିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭା ମାନଂକୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦା ର ଜୀବନ ଟିଏ ଦେଇ ପାରି ନାହୁଁ । ଓଡିଶା ଡଟ କମ
<urn:uuid:d4ae7741-6edc-4dfa-a303-b5ac1a560445>
CC-MAIN-2017-47
http://www.odisha.com/archives/tag/%E0%AC%B2%E0%AD%8B%E0%AC%95-%E0%AC%AA%E0%AC%B0%E0%AC%AE%E0%AD%8D%E0%AC%AA%E0%AC%B0%E0%AC%BE
2017-11-21T07:56:59Z
s3://commoncrawl/crawl-data/CC-MAIN-2017-47/segments/1510934806327.92/warc/CC-MAIN-20171121074123-20171121094123-00411.warc.gz
ory
0.999974
Orya
297
{"ory_Orya_score": 0.9999743700027466}
ମୁମ୍ବାଇ: ଟିଭି ଶୋ 'ସ୍ୱରାଗିଣୀ'ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଖୁବଶୀଘ୍ର ଏକ ନୂଆ ସିରିଏଲ୍ରେ ନଜର ଆସିବେ। ଏଥିରେ ସେ ଜଣେ ୧୦ ବର୍ଷର ବାଳକ ସହିତ ରୋମାନ୍ସ କରିବେ। ସୋନୀ ଟିଭିରେ ଆରମ୍ଭ ହେବାକୁ ଥିବା ଏହି ଶୋର ନାଁ 'ପହରେଦାର ପିୟା କୀ'। ଏହି ଶୋ ୟଶ ଚୋପ୍ରାଙ୍କ କ୍ଲାସିକ୍ ଫିଲ୍ମ 'ଲମ୍ହେ' ଉପରେ ଆଧାରିତ। ଏଥିରେ ୨୪ ବର୍ଷୀୟ ତେଜସ୍ୱୀ ଶିଶୁ କଳାକାର ଅଫାନ ଖାନଙ୍କ ଓପଜିଟ୍ରେ ନଜର ଆସିବେ।
<urn:uuid:d9fa6971-de8e-4231-ac07-003676c36ea2>
CC-MAIN-2017-47
http://odishareporter.in/entertainment/tv-actress-tejswee-will-make-romance-with-10-years-old-boy/
2017-11-21T10:15:40Z
s3://commoncrawl/crawl-data/CC-MAIN-2017-47/segments/1510934806338.36/warc/CC-MAIN-20171121094039-20171121114039-00655.warc.gz
ory
0.999932
Orya
7
{"ory_Orya_score": 0.9999315738677979}
ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,୧୪ ଜୁଲାଇ (ଓଡିଶା ଡଟ୍ କମ୍): ରାଜ୍ୟରେ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବର୍ଷା ଓ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ତଥ୍ୟାନୁସାରେ ବଜ୍ରପାତ ଯୋଗୁଁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ପୋଲିସ ଷ୍ଟେସନ ଅନ୍ତର୍ଗତ ନିମକଳା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଦୀକ୍ଷିତପଡା ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି ବ୍ଲକର ସାଥିବାକୁଡା ଗାଁରେ ସ୍କୁଲରୁ ଫେରୁଥିବା ସମୟରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଏକ ବାଳିକା ଊଚ୍ଚ ବିଦ୍ୟାଳୟରେ ପାଠପଢା ଚାଲିଥିବା ସମୟରେ ଉକ୍ତ ସ୍ଥାନରେ ବଜ୍ରପାତ ହେବାରୁ ୧୧ ଜଣ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏତଦ୍ ବ୍ୟତୀତ ଏହି ବ୍ଲକରେ ଜଣେ କଲେଜ ଛାତ୍ରଙ୍କ ସମେତ ମହାକାଳପଡା ବ୍ଲକର ଚକଡାଗଗୁଆ ଗାଁରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି। ସେହିଭଳି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକର ପାଟିଲୋ ଗାଁର ଜଣେ ଓ ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଦେଇପୁରପାଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ଵରରେ ମଧ୍ୟ ବଜ୍ରପାତ ଯୋଗୁଁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଓଡିଶା ଡଟ୍ କମ୍
<urn:uuid:ebde3088-a282-4488-bef3-fdcc47cdb874>
CC-MAIN-2017-47
http://www.odisha.com/archives/21110
2017-11-22T23:56:25Z
s3://commoncrawl/crawl-data/CC-MAIN-2017-47/segments/1510934806708.81/warc/CC-MAIN-20171122233044-20171123013044-00655.warc.gz
ory
0.999855
Orya
34
{"ory_Orya_score": 0.9998548030853271}
ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ଜାନୁୟାରୀ ମାସରୁ ରାଉରକେଲା-କଲିକତା ମଧ୍ୟରେ ୧୮ ସିଟ୍ ବିଶିଷ୍ଟ କ୍ଷୁଦ୍ର ବିମାନ ଚଳାଚଳ କରିବାକୁ ଡ଼େକାନ କମ୍ପାନୀ ସରକାରଙ୍କୁ ପ୍ରସ୍ତାବ ଦେଇଛି । ସରକାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହେବା ସହ ଅନ୍ୟ ସହର ମଧ୍ୟରେ ବିମାନ ଚଳାଚଳ କରିବାକୁ କମ୍ପାନୀକୁ ପରାମର୍ଶ ଦେଇଛନ୍ତି । କମ୍ପାନୀ ଉପସଭାପତି କର୍ଣ୍ଣେଲ ଭି.ସି.ଯାଦବ ସୋମବାର ମୁଖ୍ୟ ଶାସନ ସଚିବ ବସଜୟ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଛନ୍ତି । ରାଉରକେଲା-କଲିକତା ମଧ୍ୟରେ ଚାଲିବାକୁ ଥିବା ଏହି ବିମାନରେ ନଅଟି ସିଟ୍ ରାଜ୍ୟ ସରକାରଙ୍କ ପାଇଁ ସଂରକ୍ଷଣ ରହିବ ଓ ପ୍ରତି ସିଟ୍ ର ମୂଲ୍ୟ ଛଅ ହଜାର ଟଙ୍କା ରଖାଯିବ । ଦ୍ଵୀତୀୟ ପର୍ଯ୍ୟାୟରେ ୪୮ ସିଟ୍ ବିଶିଷ୍ଟ ବିମାନ ଏହି ରୁଟ୍ ରେ ଚଳାଚଳ କରିବ ଓ ପରେ ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ଆଉ ଏକ ବିମାନ ଚଳାଚଳ କରିବ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି । ଓଡିଶା ଡଟ୍ କମ୍
<urn:uuid:7aa068e5-a820-43c8-8df3-1448a8921c2a>
CC-MAIN-2017-47
http://www.odisha.com/archives/441
2017-11-25T07:30:56Z
s3://commoncrawl/crawl-data/CC-MAIN-2017-47/segments/1510934809695.97/warc/CC-MAIN-20171125071427-20171125091427-00655.warc.gz
ory
1.000003
Orya
18
{"ory_Orya_score": 1.0000033378601074}
ଭୁବନେଶ୍ୱର, ୪ା୫ (ନି.ପ୍ର): ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପାଇଁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ନବୀନ । ନିଜର ସ୍ୱଭାବସୁଲଭ ଶୈଳୀରେ ମାସାଧିକ କାଳ ଧରି ଏହି ପ୍ରସଙ୍ଗକୁ 'ଦେଖିବା', 'ବିଚାର କରାଯିବ' ଆଦି ସଂକ୍ଷିପ୍ତ ଶବ୍ଦରେ ଝୁଲାଇ ରଖିଥିବା ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗକୁ ଖଣ୍ଡନ କରୁ ନାହାନ୍ତି ବୋଲି କହିବା ପରେ ରାଜ୍ୟର ରାଜନୀତି ମହଲରେ ଉଷ୍ଣତା ସୃଷ୍ଟି କରିଛି । ଏପରିକି ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହି ପରିବର୍ତ୍ତନର ରୂପରେଖ ସ୍ପଷ୍ଟ ହୋଇପାରେ ବୋଲି ମନେ କରାଯାଉଛି । ନବୀନଙ୍କ ଏହି ମନ୍ତବ୍ୟ ପରେ ବାଦ ପଡ଼ିବା ଓ ନୂଆ ସାମିଲ ହେବା ନେଇ ଦଳରେ ସୃଷ୍ଟି ହୋଇଛି ଉତ୍ସୁକତା । ମନ୍ତ୍ରୀ ଆଶାୟୀ ବିଧାୟକ ଓ ବିଦାୟ ସମ୍ଭାବନା ଥିବା ମନ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ବିଫଳତା ନେଇ ନିରାଶ ନ ହେବାକୁ ଆଶ୍ୱାସନା ଦେଇଥିବା ସତ୍ତ୍ୱେ ଫଳାଫଳର ତର୍ଜମା କରାଯିବା ସମ୍ପର୍କରେ ଉଲ୍ଲେଖ କରି ପରିବର୍ତ୍ତନର ଆଭାସ ଦେଇଥିଲେ । ବିଧାୟକ ଦଳ ବୈଠକରେ ନବୀନ ମୁଖ୍ୟତଃ ଲୋକଙ୍କ ସହ ଯୋଡ଼ି ହୋଇ ରହିବା, ସାଙ୍ଗଠନିକ ଓ ଦଳୀୟ ନିଷ୍ଠା, ସର୍ବୋପରି ବିଧାୟକ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟାବଳୀର ସମୀକ୍ଷା ଆଦି ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟପକ୍ଷରେ ଗତ ୩ ବର୍ଷ ଧରି ସରକାରରେ ଥିବା ମନ୍ତ୍ରୀମାନଙ୍କର କାର୍ଯ୍ୟ ଓ ପ୍ରଶାସନିକ ଦକ୍ଷତା, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ସ୍ଥାନୀୟ ଅଞ୍ଚଳରେ ଜନପ୍ରିୟତାକୁ ଆଧାର କରାଯିବ ବୋଲି ମଧ୍ୟ ପରୋକ୍ଷରେ ସୂଚାଇ ଦେଇଥିଲେ । ନିକଟରେ ବିଭିନ୍ନ ଜିଲାର ପଞ୍ଚାୟତ ସମୀକ୍ଷା ଏହାର ପ୍ରତିଫଳନ ବୋଲି କୁହାଯାଉଛି । ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନିମନ୍ତେ ଏହି ୩ଟି ପ୍ରସଙ୍ଗ ମୁଖ୍ୟ ଆଧାର ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ରାଜ୍ୟପାଳ ଡକ୍ଟର ଏସ.ସି.ଜମିର ଏବେ ଭୁବନେଶ୍ୱରରେ ନାହାନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ୬ତାରିଖ ସକାଳେ ତାଙ୍କର ଫେରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ୬ ତାରିଖ ସୁଦ୍ଧା ବିଜେଡ଼ିର ଜିଲାସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ ହେଉଛି । ଆସନ୍ତା ୮ତାରିଖରେ ମାଓ ମୁକାବିଲା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଆହୁତ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହି ଅବଧି ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ଟିମ୍ ଗଠନ କରିବାର ଯୋଜନା ରହିଛି । ବିଶେଷ କରି ପଞ୍ଚାୟତ ନିର୍ବାଚନର ଫଳାଫଳ ଯେପରି ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ ନକରେ ସେଥିପାଇଁ ସରକାର ଓ ସଙ୍ଗଠନରେ ବ୍ୟାପକ ଅଦଳବଦଳ କରି ନବୀନ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଦଳୀୟ ମହଲରୁ ମିଳିଥିବା ସୂଚନା ଅନୁସାରେ ନବୀନ ଏଥର ତାଙ୍କ ନୂଆ ଟିମରେ କିଛି ବରିଷ୍ଠ, ଦକ୍ଷ ଓ ନୂଆ ଚେହେରାଙ୍କୁ ସାମିଲ କରିବାକୁ ମନସ୍ଥ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପରେ ବିଜେପି ମାତ୍ରାଧିକ ସଫଳତା ପାଇ ଯେପରି ଉଲ୍ଲସିତ ଅଛି ଏବଂ ସଙ୍ଗଠନ ସଜାଡ଼ି ବିଜେଡ଼ିକୁ ଧରାଶୟୀ କରିବାର ଯୋଜନା ତିଆରି କରିଛି ତାହାର ମୁକାବିଲା ପାଇଁ ନବୀନବାବୁ କିଛି ଦିନ ହେଲା ସରକାର ଓ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ନୂଆ ନୂଆ କୌଶଳ ଆପଣାଇଛନ୍ତି । ସାଙ୍ଗଠନିକ ସ୍ଥିତି ସୁଧାରିବା ପାଇଁ ସେ କିଛି ଯୁବ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ୱ ଦେବାକୁ ସ୍ଥିର ହୋଇଛି । ବିଶେଷ କରି ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବପ୍ରକାଶ ଦାସଙ୍କ ସମେତ ଅନ୍ୟ କେତେକ ଯୁବ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି । ଯୁବ ମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭଳି କିଛି ଅଭିଜ୍ଞ ନେତାଙ୍କୁ ବି ସରକାର ଓ ସଙ୍ଗଠନ ଭିତରେ ସମନ୍ୱୟ ରକ୍ଷା ଦିଗରେ ନିୟୋଜିତ କରାଯିବା ପାଇଁ ଲକ୍ଷ୍ୟ ରହିଛି । ଅନ୍ୟପକ୍ଷରେ ମନ୍ତ୍ରୀ ପଦରେ ନିଜର ଦକ୍ଷତା ପ୍ରତିପାଦନ କରିପାରି ନ ଥିବା କିଛି ବରିଷ୍ଠ ନେତାଙ୍କୁ ନୂଆ ଟିମରୁ ବାଦ ଦିଆଯିବାର ପ୍ରସ୍ତାବ ରହିଛି । ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ସମୀକ୍ଷା କେବେଠାରୁ ଶେଷ ହୋଇଛି । ପୁଣି ପଞ୍ଚାୟତ ନିର୍ବାଚନରେ ଦଳୀୟ ନେତାଙ୍କ କାଟ୍ତି ପ୍ରମାଣିତ ହୋଇଛି । ଏ ସବୁ ବିଷୟକୁ ଟିକିିନିଖି ଅନୁଧ୍ୟାନ କରାଯାଉଛି । ବିଶେଷ କରି ସରକାର ଓ ସଙ୍ଗଠନରେ ପାରଦର୍ଶିତା ଦେଖାଇବାରେ ସମର୍ଥ ହୋଇ ନ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ । ନିଜ ଜିଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଥିବା ଜିଲାରେ ମନ୍ତ୍ରୀମାନଙ୍କ ସଫଳତାକୁ ତଉଲା ଯାଉଛି । ଏହି କ୍ରମରେ ମନ୍ତ୍ରୀ ଲାଲବିହାରୀ ହିମିରିକା, ଯୋଗେନ୍ଦ୍ର ବେହେରା, ପ୍ରଦୀପ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ସୁଦାମ ମାର୍ଣ୍ଡି, ସ୍ନେହାଙ୍ଗିନୀ ଛୁରିଆଙ୍କ ମୁଣ୍ଡରେ ଡ଼େମୋକ୍ଲିସ ଖଣ୍ଡା ଝୁଲୁଛି । ଅନ୍ୟପକ୍ଷରେ ବର୍ତ୍ତମାନ ବାଚସ୍ପତି ଥିବା ନିରଞ୍ଜନ ପୂଜାରୀଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି । ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଓ ଉପ ବାଚସ୍ପତି ପଦ ଲାଗି ନୂଆ ନାଁ ଚର୍ଚ୍ଚାର ପରିଧିକୁ ଆସିଛି । ଦଳ ଭିତରେ ଉତ୍ତମ ଭାବମୂର୍ତ୍ତି ଥିବା କିଛି ନୂଆ ବିଧାୟକ ବି ନୂଆ ଟିମରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି । ଆସନ୍ତା ଦୁଇଦିନ ଭିତରେ ନୂଆ ମନ୍ତ୍ରିମଣ୍ଡଳ ଚେହେରାରେ ନବୀନ ଶେଷ ସ୍ପର୍ଶ ଦେଇପାରନ୍ତି ବୋଲି ସୂଚନା ମିଳିଛି ।
<urn:uuid:ae5e9710-25c3-4943-a20c-21eef607c6fe>
CC-MAIN-2017-47
http://thesamaja.in/index.php/page/news_details/478
2017-11-17T20:56:36Z
s3://commoncrawl/crawl-data/CC-MAIN-2017-47/segments/1510934803944.17/warc/CC-MAIN-20171117204606-20171117224606-00372.warc.gz
ory
1.000006
Orya
6
{"ory_Orya_score": 1.000005841255188}
କନକ ବ୍ୟୁରୋ : ବିଜେପୁର ବାଜି ଲଢିବା ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି । ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଦେଖା ଦେଇଥିବା ବିବାଦକୁ ସମାଧାନ କରିବାରେ ସଫଳ ହୋଇଛନ୍ତି ବିଜେଡି ସୁପ୍ରିମୋ । ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ପ୍ରଭାତ ଓ ତାଙ୍କ ସମର୍ଥକଙ୍କୁ ମନାଇଛନ୍ତି ନବୀନ । ପାର୍ଟି ସୁପ୍ରିମୋଙ୍କ ସହ ଆଲୋଚନା ପରେ ପ୍ରଭାତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ତାଙ୍କର ଅସନ୍ତୋଷ ନୁହେଁ ବରଂ ସ୍ୱାଭିମାନର କଥା । ତେବେ ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀଙ୍କୁ ମନାଇବା ପରେ ନବୀନ କହିଛନ୍ତି ଯେ, ସେମାନେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଆଶାବାଦୀ ଅଛନ୍ତି । ପୂର୍ବରୁ ବିଜେପି ମଧ୍ୟ ତାର ଅସନ୍ତୁଷ୍ଟ ନେତା ନାରାୟଣ ସାହୁଙ୍କୁ ମନାଇବାରେ ସମର୍ଥ ହୋଇଥିଲା । ବିଜେଡିର ରୀତା ସାହୁଙ୍କୁ କାଉଂଟର କରିବାକୁ ବିଜେଡିରୁ ନିଲମ୍ବିତ ଅଶୋକ ପାଣିଗ୍ରାହୀଙ୍କୁ ଆପଣେଇ ନେଲା ବିଜେପି । ଅଶୋକଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେପି ଘୋଷଣା କରନଥିଲେ ମଧ୍ୟ ଏହା ବିଜେପୁର ବିଜେପିରେ ଅସନ୍ତୋଷ ପାଇଁ ଥିଲା ଯଥେଷ୍ଟ । ଆଉ ଦଳୀୟ ନିଷ୍ପତି ବିରୋଧରେ ଖୋଲାଖୋଲି ବିଷୋଦଗାର କଲେ ଟାଣୁଆ ନେତା ନାରାୟଣ ସାହୁ । ବରଗଡ ଜିଲ୍ଲାପରିଷଦ ପରେ ବିଜେପୁର ଉପନିର୍ବାଚନ ଉପରେ ଆଖି ରଖିଥିବା ବିଜେପି ମଧ୍ୟ ଦଳ ଭିତରେ କୌଣସି ଅସନ୍ତୋଷ ରଖିବାକୁ ଚାହୁଁନଥିଲା । ଶେଷରେ ବିଜେପି ବିଧାୟକ ଦଳ ନେତା କେ ଭି ସିଂଦେଓଙ୍କ ବାସଭବନରେ ରୁଦ୍ଧଦ୍ୱାର ବୈଠକ କରି ନାରାୟଣଙ୍କୁ ମନାଇ ନେଲା ବିଜେପି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଦଳୀୟ ଅସନ୍ତୋଷକୁ ସମାଧାନ କରି ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେଡି ଓ ବିଜେପି ।
<urn:uuid:52018f3e-ea6c-4954-b942-650a5017d7ea>
CC-MAIN-2017-47
http://kanaknews.com/bijepur-politics-dissident-bjd-leader-agrees-to-support-rita-sahu/
2017-11-24T22:01:44Z
s3://commoncrawl/crawl-data/CC-MAIN-2017-47/segments/1510934808972.93/warc/CC-MAIN-20171124214510-20171124234510-00372.warc.gz
ory
0.999995
Orya
10
{"ory_Orya_score": 0.9999954700469971}
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୯ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ତଥା ଚଳିତ ବର୍ଷ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନାଁ ପଞ୍ଜୀକରଣ ପାଇଁ ଶେଷ ତାରିଖ ଅକ୍ଟୋବର ୧୨ ଧାର୍ଯ୍ୟ କରାଯାଇଥିଲା। ବୋର୍ଡ ପକ୍ଷରୁ ଏହି ସମୟସୀମା ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଅନ୍ ଲାଇନରେ ଅକ୍ଟୋବର ୨୦ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ଫି ଅନ୍ ଲାଇନରେ ଜମା କରି ପାରିବେ। ଏଥି ସହିତ ଅକ୍ଟୋବର ୨୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସେମାନଙ୍କ ନାଁ ପଞ୍ଜୀକରଣ କରି ପାରିବେ। ନିର୍ଦ୍ଧାରିତ ୪୦ ଟଙ୍କା ଫି ଜମା କରିଥିବା ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ କରି ପାରିବେ। ଯେଉଁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନାଁ ପଞ୍ଜୀକରଣ କରିବେ ନାହିଁ ସେମାନେ ନିୟମିତ ଛାତ୍ରଛାତ୍ରୀ ଭାବେ ୨୦୧୯ରେ ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାମ ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀ ପତ୍ରବିନିମୟ ପାଠ୍ୟକ୍ରମରେ ପରୀକ୍ଷା ଦେଇ ପାରିବେ।
<urn:uuid:f8366b90-6185-4a4e-b2f5-1461df399bf5>
CC-MAIN-2017-47
http://sambad.in/state/online-registration-for-class-ix-students-in-odisha-9161/
2017-11-24T22:25:38Z
s3://commoncrawl/crawl-data/CC-MAIN-2017-47/segments/1510934808972.93/warc/CC-MAIN-20171124214510-20171124234510-00372.warc.gz
ory
1.000006
Orya
5
{"ory_Orya_score": 1.0000064373016357}
କନକ ବ୍ୟୁରୋ: ୱାର୍ଟସ ଆପ୍ ନମ୍ବରକୁ ନେଇ ବ୍ରହ୍ମଗିରିରେ ଲଙ୍କାକାଣ୍ଡ । ଜଣେ ଯୁବତୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି । ଗୋପଛକ ଠାରେ ବାଇସିବାଟୀ ଗାଁର ଗଣେଷ ପ୍ରଧାନ ଏବଂ ତାଙ୍କ ଭାଇ ଜଣେ ଯୁବତୀଙ୍କୁ ତାର ୱାଟର୍ସ ଆଫ୍ ନମ୍ବର ମାଗିଥିଲେ । ହେଲେ ଯୁବତୀ ଜଣକ ନମ୍ବର ନଦେବାକୁ ତାକୁ ଅଶ୍ରବ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଏମିତିକି ହାତ ଉଠାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହା ସହ ଦେଖନ୍ତୁ ଏହି ଭିଡିଓ-
<urn:uuid:1f1029f9-bae2-4fec-83d9-61355eb11baa>
CC-MAIN-2017-47
http://kanaknews.com/2-brothers-attack-girl-as-she-refused-to-give-whatsapp-number-in-brahmagiri/
2017-11-19T23:56:08Z
s3://commoncrawl/crawl-data/CC-MAIN-2017-47/segments/1510934805881.65/warc/CC-MAIN-20171119234824-20171120014824-00120.warc.gz
ory
1.000008
Orya
5
{"ory_Orya_score": 1.0000083446502686}
ନୟାଗଡ : କଳାହାଣ୍ଡିରେ ଦାନ ମାଝୀଙ୍କ ଶବ ଶୋଭାଯାତ୍ରାର କରୁଣ ଦୃଶ୍ୟ ସାରା ବିଶ୍ୱରେ ଦେଶକୁ ନିନ୍ଦିତ କଲା । ଲଜ୍ଜିତ କଲା ରାଜ୍ୟ ସରକାରଙ୍କୁ । ଏହାର ମାସକ ପରେ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ନୟାଗଡ ସହରରେ ପୁଣି ହୋଇଛି ଶବ ଶୋଭାଯାତ୍ରା । ଏଠି ବି ଜଣେ ସ୍ୱାମୀ ଓ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହୋଇଛନ୍ତି ଜଣେ ମୃତ ମହିଳା । ମେଡିକାଲରୁ ଜିଲ୍ଲାପାଳଙ୍କ ଅଫିସ୍ ଯାଏ ଚାଲିଲା ଏହି ଶୋଭାଯାତ୍ରା । ଆଉ ଆଗରେ ପଛରେ ଥିଲା ଟିଭି ସାମ୍ବାଦିକଙ୍କ ଭିଡ । କିଛି ସମୟ ପାଇଁ ସହରବାସୀଙ୍କ ଆଖିକୁ ଫେରି ଆସିଲା କଳାହାଣ୍ଡିର ସେହି କରୁଣ ଦୃଶ୍ୟ । ପରିବାର ଲୋକେ ଅଭିଯୋଗ କଲେ ଚିକିତ୍ସା ଅବହେଳା ଓ ମହାପ୍ରୟାଣ ଗାଡି ନମିଳିବାର କଥା। ହେଲେ ଏ ଶବ ଶୋଭାଯାତ୍ରା ସତ ଥିଲା ନା ଥିଲା ଦାନମାଝୀ ଷ୍ଟାଇଲ୍ । ରାତିର ଅନ୍ଧାର ଭିତରେ ଅଭାବୀ ଅସହାୟ ଦାନ ମାଝୀ ଅସହାୟ ହୋଇପଡିଥିଲେ। ହେଲେ ଦିନର ଆଲୋକରେ ସହର ଭିତରେ କେମିତି ଅସହାୟ ହୋଇ ପଡିଲେ ମୃତ ମହିଳାଙ୍କ ପରିବାର ଲୋକେ । ମୃତ୍ୟୁ ପରେ ଆମ୍ବୁଲାନ୍ସଟିଏ ଯୋଗାଇ ଦେବାକୁ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ କି ? ଦାନ ମାଝୀଙ୍କ କାହାଣୀ ସତ ଥିଲା । ହେଲେ ଏଠି କିନ୍ତୁ ଅନୁକମ୍ପା ଆଶାରେ ବଜାରରେ ଭିଡ ଉପରେ ମଂଚସ୍ଥ ହୋଇଥିଲା ଶବବୁହାର ନାଟକ । ଏକଥା କହିଛି ପ୍ରାଥମିକ ତଦନ୍ତ ପରେ ନୟାଗଡ ପୁଲିସ୍ । ଉପାନ୍ତ ଓ ଅପହଂଚ ଅଂଚଳରୁ ଏଭଳି ଦୃଶ୍ୟକୁ ସହଜରେ ବିଶ୍ୱାସ କରି ହେବ । କାରଣ ସେଠି ପାଦେ ପାଦେ ଗରିବୀର ଚିହ୍ନ । ହେଲେ ନୟାଗଡ ଭଳି ଏକ ଶିକ୍ଷିତ ଓ ଆଗୁଆ ଜିଲ୍ଲାରୁ ଯେତେବେଳେ ଏଭଳି ଚିତ୍ର ଆସେ , ସେତେବେଳେ ପ୍ରଶ୍ନ ବି ଉଠେ । ଆଉ ଲୋକେ ପଚାରନ୍ତି ଏ କଣ ଦାନ ମାଝୀ ଷ୍ଟାଇଲ୍।
<urn:uuid:ed7285e7-a596-4d0f-9f23-af43ef734375>
CC-MAIN-2017-47
http://kanaknews.com/nayagarh-dead-body-carried-in-dana-majhi-style/
2017-11-19T23:55:28Z
s3://commoncrawl/crawl-data/CC-MAIN-2017-47/segments/1510934805881.65/warc/CC-MAIN-20171119234824-20171120014824-00120.warc.gz
ory
0.999997
Orya
5
{"ory_Orya_score": 0.9999969005584717}
ଖ୍ରୀଷ୍ଟିଆନ୍ କିଏ? ପ୍ରଶ୍ନ: ଖ୍ରୀଷ୍ଟିଆନ୍ କିଏ? ଉତ୍ତର: ଏକ ଅଭିଧାନ ଅନୁସାରେ ଜଣେ ଖ୍ରୀଷ୍ଟିଆନର ସଂଜ୍ଞା ଏହି ପ୍ରକାର ହୋଇ ପାରେ, ଯଥା "ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରେ ବୋଲି ସ୍ଵୀକାର କରେ" ଅବା "ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଉପରେ ଆଧାରିତ ଧର୍ମ ଉପରେ ବିଶ୍ଵାସ କରେ" | ଯଦିଓ ଅନେକ ଅଭିଧାନର ସଂଜ୍ଞା ଭଳି, ଏହା ବୁଝିବା ପାଇଁ ଏକ ଉତ୍ତମ ଆରମ୍ଭ କିନ୍ତୁ ଜଣେ ଖ୍ରୀଷ୍ଟିଆନ୍ ପ୍ରକୃତରେ କିଏ ଏହି ବିଷୟରେ ବାଇବଲ ଯାହା ଶିକ୍ଷା ଦିଏ, ତାହା ଠାରୁ ଏହି ସଂଜ୍ଞା ଗୁଡ଼ିକର ଅର୍ଥ ଅଲଗା ଅଟେ | ନୂତନ ନିୟମରେ "ଖ୍ରୀଷ୍ଟିଆନ୍" ଶବ୍ଦଟିକୁ ତିନି ଥର ବ୍ୟବହାର କରାଯାଇଅଛି (ପ୍ରେରିତ ୧୧:୨୬; ୨୬:୨୮; ୧ ପିତର ୪:୧୬) | ଆନ୍ତିୟଖିଆରେ ଯୀଶୁଖ୍ରୀଷ୍ଟଙ୍କ ଅନୁଗାମୀମାନେ ପ୍ରଥମ ଥର ପାଇଁ "ଖ୍ରୀଷ୍ଟିଆନ୍" ନାମରେ ପରିଚିତ ହେଲେ (ପ୍ରେରିତ ୧୧:୨୬) କାରଣ ସେମାନଙ୍କ ବ୍ୟବହାର, କାର୍ଯ୍ୟକଳାପ ଏବଂ ବାକ୍ୟ ଖ୍ରୀଷ୍ଟଙ୍କ ପରି ଥିଲା | "ଖ୍ରୀଷ୍ଟିଆନ୍" ଶବ୍ଦର ଆକ୍ଷରିକ ଅର୍ଥ ହେଉଛି, "ଖ୍ରୀଷ୍ଟଙ୍କ ଦଳର ସମ୍ପତ୍ତି ଭୁକ୍ତ ହେବା" ଅବା "ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ" | ଦୁର୍ଭାଗ୍ୟବଶତଃ, ସମୟ ଅନୁକ୍ରମେ, "ଖ୍ରୀଷ୍ଟିଆନ୍" ଶବ୍ଦଟି ତାହାର ଗୁରୁତ୍ଵ ହରେଇ ବସିଛି ଏବଂ ଏହାକୁ ସାଧାରଣତଃ ସେହି ବ୍ୟକ୍ତି ନିମନ୍ତେ ବ୍ୟବହାର କରାଯାଏ ଯିଏ ଧର୍ମପରାୟଣ ଅଟେ ଅବା ଯାହା ପାଖରେ ଉଚ୍ଚ ନୌତିକ ଗୁଣ ସମୂହ ରହିଅଛି | କିନ୍ତୁ ସେ ଯୀଶୁ ଖ୍ରୀଷ୍ଟଙ୍କ ସତ୍ୟ ଅନୁଗାମୀ ହୋଇ ପାରେ ଅବା ହୋଇ ନ ପାରେ | ବହୁସଂଖ୍ୟକ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରନ୍ତି ନାହିଁ ଅବା ତାହାଙ୍କ ଠାରେ ଭରସା ରଖନ୍ତି ନାହିଁ, ସେମାନେ ନିଜକୁ ଖ୍ରୀଷ୍ଟିଆନ୍ ବୋଲି ପରିଚୟ ଦିଅନ୍ତି କାରଣ ସେମାନେ ଗିର୍ଜାକୁ ଯାଆନ୍ତି ବା ସେମାନେ ଖ୍ରୀଷ୍ଟିଆନ୍ ଦେଶରେ ବାସ କରନ୍ତି । କିନ୍ତୁ ଗିର୍ଜାକୁ ଯିବା, ନିଜ ଠାରୁ ନିମ୍ନତର ଲୋକଙ୍କ ସେବା କରିବା, ଅବା ଜଣେ ଉତ୍ତମ ବ୍ୟକ୍ତି ହେବା ତୁମକୁ ଖ୍ରୀଷ୍ଟିଆନ୍ କରେ ନାହିଁ | ଗିର୍ଜାକୁ ଯିବା ଦ୍ଵାରା କେହି ଖ୍ରୀଷ୍ଟିଆନ୍ ହୋଇ ପାରିବ ନାହିଁ | ଯେପରି ଜଣେ ବ୍ୟକ୍ତି ଗ୍ୟାରେଜକୁ ଯିବା ଦ୍ଵାରା ଗୋଟେ ଗାଡ଼ି ହୋଇ ଯାଏ ନାହିଁ, ସେହିପରି ଗିର୍ଜାର ସଦସ୍ୟ ହେବା, ସର୍ବଦା ଉପାସନାରେ ଯୋଗ ଦେବା ଦ୍ଵାରା ଓ ଗିର୍ଜାର କାର୍ଯ୍ୟ ପାଇଁ ଦାନ ଦେବା, ତୁମକୁ ଖ୍ରୀଷ୍ଟିୟାନ୍ କରି ପାରେ ନାହିଁ | ବାଇବଲ୍ ଶିକ୍ଷା ଦିଏ ଯେ ଉତ୍ତମ କାର୍ଯ୍ୟ ଦ୍ଵାରା ଆମେ ଈଶ୍ବରଙ୍କ ଗ୍ରହଣୀୟ ହୋଇପାରିବା ନାହିଁ | ତୀତସ ୩:୫ରେ ଲେଖାଯାଏ, "ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟା ଅନୁସାରେ ପୁନରଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ଵାରା ଆମ୍ଭମାନଙ୍କ ପରିତ୍ରାଣ କରିଅଛନ୍ତି" | ଯେଉଁ ବ୍ୟକ୍ତି ଈଶ୍ବରଙ୍କ ଦ୍ଵାରା ପୁନରଜନ୍ମ ଲାଭ କରିଅଛି (ଯୋହନ ୩:୩; ୩:୭; ୧ ପିତର ୧:୨୩) ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନିଜର ବିଶ୍ଵାସ ଓ ଭରସା ରଖିଅଛି, ସେହି ବ୍ୟକ୍ତି ଖ୍ରୀଷ୍ଟିଆନ୍ ଅଟେ | ଏଫିସୀୟ ୨:୮ ଆମକୁ ଶିକ୍ଷା ଦିଏ ଯେ, "କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜ ଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ"| ଜଣେ ପ୍ରକୃତ ଖ୍ରୀଷ୍ଟିଆନ୍ ହେଉଛି ସେହି ବ୍ୟକ୍ତି ଯିଏ ତାହାର ବିଶ୍ଵାସ ଓ ଭରସା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଓ ତାହାଙ୍କ କାର୍ଯ୍ୟରେ ରଖିଅଛି, ଯେଉଁଠାରେ କି ପାପର ମୂଲ୍ୟ ପରିଶୋଧ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶିୟ ମୃତ୍ୟୁ ଓ ତୃତୀୟ ଦିନରେ ଯୀଶୁ ଖ୍ରୀଷ୍ଟଙ୍କ ପୂନରୁଥାନ ସାମିଲ୍ ଅଟେ | "ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ଵରଙ୍କ ଠାରୁ ଜାତ ହେଲେ" ଯୋହନ ୧:୧୨ | ଜଣେ ପ୍ରକୃତ ଖ୍ରୀଷ୍ଟିଆନର ଚିହ୍ନ ହେଉଛି ଅନ୍ୟମାନଙ୍କୁ ପ୍ରେମ କରିବା ଏବଂ ଈଶ୍ଵରଙ୍କ ବାକ୍ୟର ଆଜ୍ଞାବହ ହେବା (୧ ଯୋହନ ୨:୪,୧୦) | ଜଣେ ପ୍ରକୃତ ଖ୍ରୀଷ୍ଟିଆନ୍ ହେଉଛି ଈଶ୍ଵରଙ୍କ ସନ୍ତାନ, ଈଶ୍ଵରଙ୍କ ପରିବାରର ଜଣେ ସଦସ୍ୟ ଏବଂ ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନୂତନ ଜୀବନ ପାଇଅଛି | ଆମେନ୍ | ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା "ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି" ବୋତାମକୁ କ୍ଲିକ୍ କରନ୍ତୁ ଖ୍ରୀଷ୍ଟିଆନ୍ କିଏ?
<urn:uuid:58652bd6-a225-4760-9742-e3a99adc28fc>
CC-MAIN-2017-47
https://www.gotquestions.org/Oriya/Oriya-what-Christian.html
2017-11-20T19:20:04Z
s3://commoncrawl/crawl-data/CC-MAIN-2017-47/segments/1510934806124.52/warc/CC-MAIN-20171120183849-20171120203849-00120.warc.gz
ory
1.000006
Orya
19
{"ory_Orya_score": 1.000005841255188}
ଓଡିଶା ଡଟ୍ କମ୍: ସୀମାଂଚଳ ପଟନାୟକ ଫୁଲବାଣୀ,ଡିସେମ୍ବର ୩୧(ଓଡିଶା ଡଟ୍ କମ୍ )- କନ୍ଧମାଳ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଶ୍ରୀରାମପୁରରେ ଗତ ଜାନୁୟାରୀରେ ହୋଇଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟଣା ଏବେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଛି । ୨୦୧୨ ଜାନୁୟାରୀ ୫ ତାରିଖରେ ଏହି ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ କନ୍ଧମାଳ ରିଜର୍ଭ ବାଟାଲିଅନ୍ ର ୩ ଜଣ ଯବାନ ପ୍ରାଣ ହରାଇଥିଲେ । ଏମାନେ ହେଲେ ଫୁଲବାଣୀ ସାହିର ସୁନାସିର ଲେଙ୍କା, ପିଅନ ପଡାର ଉମା ଜାନୀ ଓ ତି୍ରତ୍ରାପଙ୍ଗାର ସଂଗ୍ରାମ ଲେଙ୍କା । ପୁଲିସ୍ ବିଭାଗର ଉଚ୍ଚାଧିକାରୀମାନେ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟୋର(ଏସ୍ଓପି) ଉଲଂଘନ କରି ଯବାନମାନଙ୍କୁ ପଠାଇଥିବାରୁ ଏଭଳି ଘଟିଲା ବୋଲି ଅଭିଯୋଗ ହୋଇଥିଲା । ଏହା ଦ୍ୱାରାମାନବାଧିକାର ଉଲଂଘନ ହୋଇଛି ବୋଲି ଦର୍ଶାଇ ରାଜ୍ୟସ୍ତରୀୟ ମାନବାଧିକାର ସଂଗଠନ 'ଇଣ୍ଡିଆ ମିଡିଆ ସେଂଟର'ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନାବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ ଦାୟର କରିଥିଲେ । ପୂର୍ବଦିନ ହୋଇଥିବା ଏକ ଲାଣ୍ଡମାଇନ୍ ବିସ୍ଫୋରଣର ତଦାରଖ ପାଇଁ ଯବାନମାନଙ୍କୁ ପଠାଯାଇଥିଲା । କିନ୍ତୁ ଏସ୍ଓପି ଅନୁଯାୟୀ ଲାଣ୍ଡମାଇନ୍ ଘଟିଥିବା ରାସ୍ତାରେ ପୋଲିସ୍ ଭେହିକିଲ୍ ଯିବା କଥା ନୁହେଁ । ପୁଣି ଯବାନମାନଙ୍କ ସହ କେହି ଅଫିସର ମଧ୍ୟ ନଥିଲେ ବୋଲି ପିଟିସନକାରୀ ଅଖଣ୍ଡ କମିସନଙ୍କୁ ଜଣାଇଛନ୍ତି । କମିସନ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । କେସ୍ ନମ୍ବର ୫୬୧୯/୧୮/୨୬/୨୦୧୨ରେ ମାମଲା ରୁଜୁ ହୋଇଛି । ଏସ୍ଓପି ଉଲଂଘନ ଘଟଣାର ତଦନ୍ତ କରିବା ସହ ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ପାଇଁ କମିସନଙ୍କ ନିକଟରେ ନିବେଦନ କରାଯାଇଛି । ଏହି ମାମଲାରେ ଗୃହ ସଚିବ, ପୁଲିସ୍ ଡିଜି ଓ ଆଇଜି ଅପରେସନଙ୍କୁ ପକ୍ଷଭୁକ୍ତ କରାଯାଇଛି । ଓଡିଶା ଡଟ୍ କମ୍
<urn:uuid:dea8fae9-d247-4ee0-8b5a-cd3d0ec2d960>
CC-MAIN-2017-47
http://www.odisha.com/archives/14618
2017-11-21T13:26:47Z
s3://commoncrawl/crawl-data/CC-MAIN-2017-47/segments/1510934806388.64/warc/CC-MAIN-20171121132158-20171121152158-00120.warc.gz
ory
0.99998
Orya
55
{"ory_Orya_score": 0.9999798536300659}
ବର୍ତ୍ତମାନ ସୁଦ୍ଧା ଆପଣ ବିଭିନ୍ନ ପ୍ରକାରର ଟ୍ରେନ ଦେଖି ସାରିଛନ୍ତି । ହେଲେ କେବେ ଦେଖିଛନ୍ତି କି ଝୁଲନ୍ତା ଟ୍ରେନ ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ଝୁଲନ୍ତା ଟ୍ରେନ ସଂପର୍କରେ ଯାହାକୁ ଶୁଣି ଆପଣ ବିସ୍ମୟ ହେବେ । କଥାଟିକୁ ଶୁଣିଲେ ପ୍ରଥମେ ଆପଣଙ୍କୁ ବିଶ୍ୱାସ ଲାଗି ନପାରେ ମାତ୍ରା ଏହା କୌଣସି କାଳ୍ପନିଜ କି ଥ୍ରୀଡି କାହାଣୀ ନୁହେଁ । ଏହା ଏକ ସତ୍ୟ ଅଟେ । ଜର୍ମାନୀରେ ଥିବା ୱର୍ପେଟାଲ ସହରରେ ଦେଖିବାକୁ ମିଳିିଛି ଝୁଲନ୍ତା ଟ୍ରେନ ଯେଉଁଥିରେ ପ୍ରତିଦିନ ପାଖାପାଖି ୮୨ ହଜାର ଲୋକ ଟ୍ରାଭେଲ କରିଥାଆନ୍ତି । ଏହି ଝୁଲନ୍ତା ଟ୍ରେନ ପାଖାପାଖି ୧୩.୩ କିଲୋମିଟର ରାସ୍ତା ଅତିକ୍ରମ କରିଥାଏ । ଏହି ସମୟରେ ଟ୍ରେନଟି ୨୦ଟି ଷ୍ଟେସନରେ ଅଟକିଥାଏ ।ଏହାକୁ ବିଶ୍ୱର ସର୍ବ ପୂରାତନ ମୋନୋରେଲ କୁହାଯାଏ । ରିପୋର୍ଟ ମୁତାବକ, ୧୯୦୧ ମସିହାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ପ୍ରକୃତ ଘଟଣାଟି ହେଲା, ଏହି ସହର ପ୍ରଥମରୁ ହିଁ ବିକଶିତ ହୋଇଥିଲା । ଯେହେତୁ ସେଠାକାର ଟ୍ରେନ ଚଳାଇବାକୁ ସ୍ଥାନର ଅଭାବ ରହିଥିଲା ଆଉ ସେଥିପାଇଁ ଝୁଲନ୍ତା ଟ୍ରେନ ଚଳାଇବାକୁ ନେଇ ଉପାୟ ବାହାର କରାଯାଇଥିଲା । ଏହାର ସବୁଠାରୁ ବଡ କାରଣ ହେଲା, ପ୍ରଥମତଃ ଏହା ପାହାଡିଆ ଅଂଚଳ ଅଟେ ଏବଂ ଏଠାରେ ଅଣ୍ଡରଗ୍ରାଉଣ୍ଡ ଟ୍ରେନ ଚଳାଇବା ମଧ୍ୟ କାଠିକର ପାଠ ଥିଲା । ମାତ୍ର ବଡ ଦୁଃଖର ବିଷୟ ହେଲା ୧୯୯୯ ମସିହାରେ ଏକ ଝୁଲନ୍ତା ଟ୍ରେନ ୱପର ନଦୀ ରେ ଖସି ପଡିଥିଲା । ଯାହାଫଳରେ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୫୦ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଝୁଲନ୍ତା ଟ୍ରେନ ବ୍ୟବସ୍ଥାରେ ଇତିହାସରେ ଏଇ ଗୋଟିଏ ଦୁର୍ଘଟଣାକୁ ଛାଡିଦେଲା ପରେ ଆଉ କେବେ କୌଣସି ବଡ ଦୁର୍ଘଟଣା ଘଟି ନାହିଁ । ତେବେ ବିଦ୍ୟୁତରେ ଚାଳିତ ଏହି ଝୁଲନ୍ତା ଟ୍ରେନ ପାଖାପାଖି ୩୯ ଫୁଟ୍ ଉଚ୍ଚତାରେ ଚାଲିଥାଏ ।
<urn:uuid:e7540448-21b4-4d02-a814-67e40dad698f>
CC-MAIN-2017-47
http://kanaknews.com/hanging-train-of-germany/
2017-11-23T22:29:25Z
s3://commoncrawl/crawl-data/CC-MAIN-2017-47/segments/1510934806979.99/warc/CC-MAIN-20171123214752-20171123234752-00120.warc.gz
ory
1.000004
Orya
5
{"ory_Orya_score": 1.0000042915344238}
ମୁଁ ଅଯୋଧ୍ୟା ଗଲେ ଏସ୍ପି ଓ ବିଏସ୍ପିଙ୍କୁ ବିଜୁଳି ଆଘାତ ଲାଗେ: ଯୋଗି ଆଦିତ୍ୟନାଥ ଅଯୋଧ୍ୟା: ତାଙ୍କ ଅଯୋଧ୍ୟା ଗସ୍ତରେ ଏସ୍ପି ଏବଂ ବିଏସ୍ପି ଲୋକେ ଅସୁଖୀ ବୋଲି ଦାବି କରି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମନ୍ଦିର ନଗରୀକୁ ସେ ଯେତେ ଥର ଯାଆନ୍ତି ବିରୋଧୀ ଦଳଗୁଡ଼ିକ ବିଜୁଳି ଆଘାତ ପାଆନ୍ତି। ଅଯୋଧ୍ୟାରେ ପୌର ନିର୍ବାଚନ ଅବସରରେ ଯୋଗୀ ନିଜର ପ୍ରଥମ ସର୍ବସାଧାରଣ ସଭାରେ କହିଛନ୍ତି: ସେମାନଙ୍କୁ ବିଜୁଳି ଆଘାତ ପରି ଆଘାତ ଲାଗୁଛି। କେତେକ ବ୍ୟକ୍ତି ଅଯୋଧ୍ୟା ନାମ ଶୁଣିଲେ ବିରକ୍ତ ହେଉଛନ୍ତି। ବିଶ୍ୱକୁ ଦୀପାବଳି ଉତ୍ସବ ଦେଇଥିବା ସହରରେ ସବୁବେଳେ ଦୀପାବଳିକୁ ଉପେକ୍ଷା କରାଯାଉଛି। ଦୀପାବଳୀକୁ ଜାକଜମକରେ ପାଳନ କରିବା ସକାଶ ତାଙ୍କ ସରକାର ଗତ ମାସରେ ଅଯୋଧ୍ୟାରେ ଉପସ୍ଥିତ ଥିଲେ। ବାତୁଳପ୍ରାୟ ଜନଗଣଙ୍କୁ ସମ୍ବୋଧନ କରି ଯୋଗୀ ସ୍ଥାନୀୟ ସଙ୍ଗଠନର ନିର୍ବାଚନ ବିଗୁଲ ବଜାଇ ଅଯୋଧ୍ୟାର ହୃତ ଗୌରବ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଯୋଧ୍ୟାରେ ଦୀପାବଳି ପାଳନ ଥିଲା ଅୟମାରମ୍ଭ। ଆମେ ଅଯୋଧ୍ୟାରେ ୧୩୭ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କଲୁ ବୋଲି କହି, ଯଦି ପୌର ନିର୍ବାଚନରେ ଲୋକେ ଗୈରିକ ଦଳକୁ ଭୋଟ୍ ଦିଅନ୍ତି ପବିତ୍ର ସହର ନିମନ୍ତେ ଅଧିକ ବିକାଶମୂଳକ ପ୍ରକଳ୍ପ ସକାଶ ସେ ପ୍ରତିଶ୍ରୁତି ଦେଇଥିଲେ। ଫରିଦାବାଦର ରାଜକୀୟ ଇଣ୍ଟର୍ କଲେଜ୍ ପଡ଼ିଆରେ ଆୟୋଜିତ ରାଲି ଜନଗଣଙ୍କ ଜୟ ଶ୍ରୀରାମ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା। 'ଯାଗୀଜୀ ଗୋଟେ କାମ କର, ମନ୍ଦିରର ନିର୍ମାଣ କର' ସ୍ଲୋଗାନରେ ଗୈରିକ ପରିବେଶ ମୁଖରିତ ହୋଇଥିଲା। ଗୈରିକ ବସନଧାରୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆୟୋଜିତ ଅନୁଷ୍ଠାନରେ ପକା ଯାଇଥିବା ତମ୍ବୁ, ମଞ୍ଚସଜା ସାମଗ୍ରୀ ଏବଂ ଅଯୋଧ୍ୟାର 'ସନ୍ଥ ସମାଜ' ପାଇଁ ପଡ଼ିଥିବା ଚୌକି ସବୁ ଗେରୁଆ ବର୍ଣ୍ଣ ଧାରଣ କରିଥିଲା। ସମର୍ଥକମାନେ ମଧ୍ୟ ଗେରୁ ବର୍ଣ୍ଣର ନେହେରୁ ଟୋପି ପିନ୍ଧିଥିଲେ। କେବଳ ଦଳର ଚିହ୍ନ ପଦ୍ମର ଧଳା କଟ୍-ଆଉଟ ଚିତ୍ରପଟ୍ଟର ବିରୋଧାଭାସ କରୁଥିଲା। ନିକଟରେ ଗଠିତ ହୋଇଥିବା ଅଯୋଧ୍ୟା-ଫୈଜାବାଦ ପୌରପାଳିକା ପାଇଁ ଏହା ହେଉଛି ପ୍ରଥମ ନିର୍ବାଚନ। ଏହା ବ୍ୟତିରେକେ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ରାମ ମନ୍ଦିର ମାମଲା ଉପସ୍ଥାପନ କରାଯିବାକୁ ଥିବାରୁ ଅଯୋଧ୍ୟାରେ ଦଳର ଶକ୍ତି ପ୍ରଦର୍ଶନ ମଧ୍ୟ ଗୁରତ୍ୱପୂର୍ଣ୍ଣ। ସଭାସ୍ଥଳରେ ଉପସ୍ଥିତ ସାଧୁସନ୍ଥମାନଙ୍କୁ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଅଯୋଧ୍ୟାବାସୀଙ୍କ ଇଚ୍ଛାନୁସାରେ ଅଯୋଧ୍ୟାର ବିକାଶ ହେବ। ଅଯୋଧ୍ୟାକୁ ବିକାଶ ଯୋଜନାରୁ ବଞ୍ଚିତ ରଖି ଲୋକଙ୍କ ପରିଚୟକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଭୋଟ୍ ନ ଦେବାକୁ ସେ କହିଥିଲେ। ପୂର୍ବ ସରକାର ଅଯୋଧ୍ୟାର ସାଂସ୍କୃତିକ ଉଚ୍ଛ୍ୱାସକୁ ନଷ୍ଟ କରିଛି। ମୁଖ୍ୟମନ୍ତ୍ରୀ କରାଯିବା ପରେ ରାମ ନବମୀର ଅଳ୍ପ ଦିନ ପୂର୍ବରୁ ସେ ଅଯୋଧ୍ୟା ଆସିଥିବାବେଳେ ସାଧୁସନ୍ଥମାନେ ତାଙ୍କୁ କହିଥିଲେ ରାମଙ୍କର ଜନ୍ମଭୂମିରେ ଦୀପାବଳି ବହୁଆଡ଼ମ୍ବରରେ ପାଳିତ ହେଉଥିଲା। ଏବେ ଅଯୋଧ୍ୟା ମାତ୍ର ତିନି ଘଣ୍ଟା ପାଇଁ ବିଜୁଳି ଯୋଗାଣ ପାଉଛି। ଆମେ ୨୪ ଘଣ୍ଟା ବିଜୁଳି ଯୋଗାଇବୁ। ରାଜ୍ୟ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେ କହିଲେ ସଭାସ୍ଥଳକୁ ସମର୍ଥକଙ୍କ ଆଗମନ ଦର୍ଶାଉଛି ଯେ ଅଯୋଧ୍ୟାରେ ଦଳ ଜିଣିବ।
<urn:uuid:cf7ecb0b-133d-4a2c-a3f3-486adb8d7e0e>
CC-MAIN-2017-47
http://sambad.in/politics/sp-bsp-get-electric-shocks-when-i-visit-ayodhya-yogi-adityanath-27774/
2017-11-25T11:24:02Z
s3://commoncrawl/crawl-data/CC-MAIN-2017-47/segments/1510934809778.95/warc/CC-MAIN-20171125105437-20171125125437-00120.warc.gz
ory
0.999991
Orya
5
{"ory_Orya_score": 0.999990701675415}
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା କଟକ, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଔଷଧ ଓ ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଅଧ୍ୟକ୍ଷ ବିଚାରପତି ଏ.ଏସ୍.ନାଇଡ଼ୁ ଶନିବାର କଟକ ବଡ଼ ଡ଼ାକ୍ତରଖାନାରେ ତଦନ୍ତ ଆରମ୍ଭ କରିଛନ୍ତି । ଡ଼ାକ୍ତରଖାନାରେ ଆକ୍ରାନ୍ତମାନେ କେଉଁ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଏବଂ ସେମାନଙ୍କର କିପରି ମୃତ୍ୟୁ ଘଟିଲା ସେ ସଂପର୍କରେ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚାରି ବୁଝିଥିଲେ । ଡ଼ାକ୍ତରଖାନା ଅଧିକ୍ଷକଙ୍କ ସହ କମିଶନ ଏ ବିଷୟରେ ଆଲୋଚନା କରିବା ସହ କଟକ ଜିଲ୍ଲାପାଳ ଡ଼ିସିିପିଙ୍କୁ ଘଟଣା ସଂପର୍କରେ ପଚାରିଥିଲେ । ଏହାବ୍ୟତୀତ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ମଧ୍ୟ ସେ ଯାଞ୍ଚ କରିଥିଲେ । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଔଷଧ ଓ ମଦ ସେବନ କରି ଗତ ୭ ତାରିଖରେ କେତେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ପ୍ରାୟ ୮୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଏହି ଘଟଣାରେ କଟକ ମେଡ଼ିକାଲ ଓ ଅନ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ମୋଟ୍ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶଶ ଦେବା ପରେ ଏ.ଏସ୍ ନାଇଡ଼ୁ କମିଶନ୍ ଙ୍କୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଓଡ଼ିଶା ଡ଼ଟ୍ କମ୍
<urn:uuid:38845286-3be0-4698-9b7d-c480d87a3672>
CC-MAIN-2017-47
http://www.odisha.com/archives/9307
2017-11-24T23:51:57Z
s3://commoncrawl/crawl-data/CC-MAIN-2017-47/segments/1510934809160.77/warc/CC-MAIN-20171124234011-20171125014011-00675.warc.gz
ory
1.000006
Orya
16
{"ory_Orya_score": 1.0000063180923462}
ଓଡିଶା ଡଟ୍ କମ୍ ସମ୍ବାଦଦାତା କଟକ,ଜାନୁଆରୀ ୧(ଓଡିଶା ଡଟ୍ କମ୍)-ସୋମବାର ରାତି ୧୦ଟା୨୦ରେ ୯୬ବର୍ଷ ବୟସରେ ତାଙ୍କ କଟକ ବାଖରାବାଦ ବାସଭବନରେ ଆଖିବୁଜି ଦେଇଛନ୍ତି ବର୍ଷିୟାନ ଗାନ୍ଧିବାଦୀ ,ସର୍ବୋଦୟ ନେତ୍ରୀ ତଥା ସମାଜସେବୀ ଅନ୍ନପୂର୍ଣ୍ଣା ମହାରଣା । ସମଗ୍ର ରାଜ୍ୟ ଶୋକରେ ବୁଡି ଯାଇଛି । ଆସନ୍ତାକାଲି ପୂର୍ବାହ୍ନରେ ଖାନନଗର ଶ୍ମଶାନରେ ଅନ୍ନପୂର୍ଣ୍ଣାଦେବୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଭାଉଜ ସୁମିତ୍ରା ଚୌଧୁରୀ, ଦଦୁଇ ପୁଅ ଡଃ ଜ୍ଞାନଦେବ ଓ ଡଃ କର୍ମଦେବଙ୍କ ସମେତ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । କଟକର ବାଖରାବାଦସ୍ଥିତ ଏକ ମୁକ୍ତି ସଂଗ୍ରାମୀ ପରିବାରରେ ୧୯୧୭ ନଭେମ୍ବର ୩ରେ ଅନ୍ନପୂର୍ଣ୍ଣା ଜନ୍ମଲାଭ କରିଥଲେ । ଦେଶ ଓ ଦଶର ସେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ । ଜୀବନବ୍ୟାପୀ ଜନସେବାର ସ୍ୱୀକୃତି ସ୍ୱରୂପ ଉତ୍କଳ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । "ଉତ୍କଳ ସାହିତ୍ୟ ସମାଜ' ପକ୍ଷରୁ "ଉତ୍କଳରତ୍ନ' ଉପାଧି ଏବଂ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଧାନାଥ ରଥ ସେବା ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ସେବା ଓ ତ୍ୟାଗର ବିରଳ ମଣିଷପଣିଆ ତାଙ୍କଠାରେ ଥିଲା । ସେ ଥିଲେ ଏକ ମହନୀୟ ବ୍ୟକ୍ତିତ୍ୱ । ନିଶାନିବାରଣ ଓ ମଦ୍ୟପାନ ବିରୋଧରେ ସେ ଆମୃତୁ୍ୟ ସଂଗ୍ରାମୀ ଥିଲେ । ଅତ୍ୟାଚାରୀ ଇଂରେଜ ପୁଲିସଙ୍କ ଦ୍ୱାରାସେ ଅକଥନୀୟ ନିର୍ଯାତନା ଭୋଗିବା ସହ ମାତ୍ର ୧୩ବର୍ଷ ବୟସରେ ପ୍ରଥମ କାରାବରଣ କରିଥିଲେ । ଜଣେ ବାନରସେନା ରୂପେ ମାତୃଭୂମି ପାଇଁ ସାହସର ସହିତ ଲଢ଼େଇକରି ସମସ୍ତଙ୍କର ଆଦରଣୀୟ ହୋଇପାରିଥିଲେ । ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଶ୍ରୀମତୀ ମହାରଣା ମା' ରମାଦେବୀ ଓ ବାପା ଗୋପବନ୍ଧୁ ଚୌଧୁରୀ, ଭାଇ ମନମୋହନ ଚୌଧୁରୀ, ଦାଦା ନବକୃଷ୍ଣ ଚୌଧୁରୀ, ଖୁଡ଼ୀ ମାଳତୀ ଦେବୀ ଓ ସ୍ୱାମୀ ଶରତ ମହାରଣାଙ୍କ ସହିତ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୩୦ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଓ ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ସେ ସକ୍ରିୟଭାବେ ଅଂଶଗ୍ରହଣକରି କାରାବରଣଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପିସିସି ସଭାପତି ନିରଜଂନ ପଟ୍ଟନାୟକ ଓ ଅନାଦି ସାହୁ ପ୍ରମୁଖ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ବସାଭବନକୁ ଯାଉ ଶେଷ ଦର୍ଶନ କରିଥିଲେ । ଓଡିଶା ଡଟ୍ କମ୍
<urn:uuid:8979b3ec-9dd7-4c3e-bde1-30dc23a5496a>
CC-MAIN-2017-47
http://www.odisha.com/archives/14634
2017-11-21T06:03:06Z
s3://commoncrawl/crawl-data/CC-MAIN-2017-47/segments/1510934806317.75/warc/CC-MAIN-20171121055145-20171121075145-00178.warc.gz
ory
0.999997
Orya
58
{"ory_Orya_score": 0.9999966621398926}
ପୁଣି ନିଜ ଆଗାମୀ ସିନେମାକୁ ନେଇ ଚର୍ଚ୍ଚାରେ ବାବା ରାମ ରହିମ । ଖୁବଶୀଘ୍ର ଗୁରମିତ ରାମ ରହିମ ନିଜ ଫ୍ୟାନମାନଙ୍କୁ ଭେଟିଦେବାକୁ ଯାଉଛନ୍ତି ଆଉ ଏକ ସିନେମା । ଯାହାର ଟାଇଟେଲ ରହିଛି 'ହିନ୍ଦ୍ କା ନାପାକ କୋ ଜବାବ' । ଏବେ ଏହାର ପୋଷ୍ଟର ରିଲିଜ ହୋଇଛି । ଗୁରୁମିତ ରାମ ରହିମ ପୋଷ୍ଟରଟିକୁ ସେୟାର କରିଛନ୍ତି । ଏହି ପୋଷ୍ଟରରେ ତାଙ୍କ ପୁଅ ହନିପ୍ରୀତ ସିଂହ ମଧ୍ୟ ନଜର ଆସିଛନ୍ତି । ତେବେ ଗୁରମିତଙ୍କ ଅଭିନିତ ସିନେମାଟି ସର୍ଜିାକାଲ ଷ୍ଟ୍ରାଇକ ଉପରେ ପର୍ଯବେଷିତ ।
<urn:uuid:c21b3417-f351-42fe-b77e-94aaf1307879>
CC-MAIN-2017-47
http://kanaknews.com/hind-ka-napak-ko-jawab-poster-release/
2017-11-25T04:08:46Z
s3://commoncrawl/crawl-data/CC-MAIN-2017-47/segments/1510934809392.94/warc/CC-MAIN-20171125032456-20171125052456-00178.warc.gz
ory
1.000004
Orya
4
{"ory_Orya_score": 1.0000040531158447}