text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ଓଡିଶା ଡଟ କମ ସଂବାଦ ଦାତା
ବଲାଙ୍ଗିର,ମଇ ୧୬ (ଓଡିଶା ଡ଼ଟ୍ କମ୍) ୪୧ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ବହୁ ଚର୍ଚିତ ହତ୍ୟାକାଣ୍ଡରେ ମଇ ଚାରି ତାରିଖରେ ନଅ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜୀବିତ ଥିବା ତିନି ଜଣଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ପୁଲିସ ଗିରଫ କରିଛି ।
ସେ ସମୟରେ କଂଗ୍ରେସର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଧୋବେଇ ପୋଢଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଥିବା ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ।
ତେବେ ସଜା ପାଇଥିବା ନଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଜୀବିତ ଥିବା ତିନି ଜଣ ହେଲେ ଧୋବେଇ ପୋଢ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ଆର୍ତତ୍ରାଣ ସିଂହଦେଓ । ପୋଢଙ୍କୁ ତାଙ୍କ ଗାଁ ପୁଇଁତଳା ବ୍ଲକର କୁରେଇବାହାଲ ଗ୍ରାମରୁ ଶୁକ୍ରବାର ଗିରଫ କରାଯାଇଥିବା ପୁଲିସ କହିଛି ।
ଓଡିଶା ଡଟ କମ | <urn:uuid:377e86f6-e8c4-40ea-9fe6-b3c726c94002> | CC-MAIN-2017-17 | http://www.odisha.com/archives/tag/%E0%AC%A7%E0%AD%8B%E0%AC%AC%E0%AD%87%E0%AC%87-%E0%AC%AA%E0%AD%8B%E0%AC%A2 | 2017-04-29T07:31:00Z | s3://commoncrawl/crawl-data/CC-MAIN-2017-17/segments/1492917123318.85/warc/CC-MAIN-20170423031203-00260-ip-10-145-167-34.ec2.internal.warc.gz | ory | 1.000006 | Orya | 52 | {"ory_Orya_score": 1.0000056028366089} |
ଭୁବନେଶ୍ୱର : ବୁଧବାର ନିର୍ବାଚନ ସରିଥିବା ୪ ବ୍ଲକ ଅର୍ଥାତ୍ ପର୍ଜଙ୍ଗ, କୋଲାବିରା, ଭବାନୀପାଟଣା ଓ ରେଙ୍ଗାଲି ପଞ୍ଚାୟତ ସମିତି ପାଇଁ ଆସନ୍ତା ୧ ତାରିଖରେ ଅଧ୍ୟକ୍ଷ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ କମିସନ ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୨ ତାରିଖ ଦିନ ଏସବୁ ବ୍ଲକରେ ଉପାଧ୍ୟକ୍ଷ ନିର୍ବାଚନ କରାଯିବ। ସେପଟେ ଗଣିଆ ୮ ନମ୍ବର ଜିଲ୍ଲା ପରିଷଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ କମିସନଙ୍କ ପକ୍ଷରୁ କୁହାଯାଇଛି।
ଏକ ପ୍ରେସ ବିଜ୍ଞପ୍ତିରେ କମିସନ କହିଛନ୍ତି, ଗଣିଆ ୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଓ ୪ଟି ବ୍ଲକର ସମସ୍ତ ସମିିତି ସଭ୍ୟ ସମେତ ୩ଟି ସରପଞ୍ଚ, ଗୋଟିଏ ସମିତି ସଭ୍ୟ ଏବଂ ୯ଟି ଓ୍ଵାର୍ଡ ମେମ୍ବର ପାଇଁ ଗତକାଲି ହୋଇଥିବା ନିର୍ବାଚନ ଫଳାଫଳ ଆଜି ବ୍ଲକ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଗଣିଆରେ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାରଣା ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମନୋରଂଜନ ମହାପାତ୍ରଙ୍କୁ ୪୧୯୮ଟି ଭୋଟରେ ପରାସ୍ତ କରିଛନ୍ତି।
ଆସନ୍ତା ୨୧ ତାରିଖରେ ବିଜୟୀ ସମିତି ସଭ୍ୟଙ୍କ ତାଲିକା ଜିଲ୍ଲାପାଳଙ୍କ ଗେଜେଟ୍ରେ ଓ ୨୨ ତାରିଖରେ ନିର୍ବାଚନ କମିସନଙ୍କ ଦ୍ୱାରା ଗେଜେଟ୍ ପ୍ରକାଶିତ ହେବ। ଏହା ପରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ହେବ। | <urn:uuid:4f5f7414-fbb9-4539-aa84-a64966b7bc6a> | CC-MAIN-2017-17 | http://sambad.in/news/politics/48451.html | 2017-04-30T05:02:17Z | s3://commoncrawl/crawl-data/CC-MAIN-2017-17/segments/1492917124299.47/warc/CC-MAIN-20170423031204-00048-ip-10-145-167-34.ec2.internal.warc.gz | ory | 0.999974 | Orya | 1 | {"ory_Orya_score": 0.9999735355377197} |
1ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସେହି ସ୍ତ୍ରୀ ଲୋକମାନେ ଯେଉଁଠାରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ଆସିଲେ। ସେମାନେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ୟ ସଙ୍ଗରେ ଆଣିଥିଲେ। 2ସମାଧି ବନ୍ଦ କରିବା ପାଇଁ ତା'ର ପ୍ରବେଶ ଦ୍ୱାରରେ ଗୋଟିଏ ବଡ଼ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡ଼ି ଯାଇଛି। 3ସେମାନେ ଭିତରକୁ ଗଲେ। କିନ୍ତୁ ସେମାନେ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। 4ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ୟ କିଛି ବୁଝି ପାରିଲେ ନାହିଁ। ଏହି ଘଟଣାରେ ସେମାନେ ବିସ୍ମିତ ହୋଇଯାଇଥିବା ସମୟରେ ଉଜ୍ଜ୍ୱଳ ପୋଷାକ ପିନ୍ଧି ଦୁଇଜଣ ସ୍ୱର୍ଗଦୂତ ସେମାନଙ୍କ ପାଖରେ ଠିଆ ହେଲେ। 5ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସେମାନେ ତାହାଙ୍କର ମୁଣ୍ଡ ନୁଆଁଇଲେ। ସେହି ଦୁଇଜଣ ଦୂତ ସେମାନଙ୍କୁ ପଗ୍ଭରିଲେ, "ତୁମ୍ଭେମାନେ ଜଣେ ମୃତ ଲୋକକୁ ଏଠାରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ। 6ଯୀଶୁ ଏଠାରେ ନାହାନ୍ତି, ସେ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଗାଲିଲୀରେ ଥିଲା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ'ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡ଼ୁଛି କି? 7ଯୀଶୁ କହିଥିଲେ ଯେ, ମନୁଷ୍ୟୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତରେ କ୍ରୁଶରେ ମାରି ଦିଆଯିବା ପାଇଁ ଅବଶ୍ୟ ଦେଇ ଦିଆଯିବ। କିନ୍ତୁ ସେ ପୁଣି ମୃତ୍ୟୁରୁ ତୃତୀୟ ଦିନ ଜୀବିତ ହୋଇ ଉଠିବେ।" 8ତା'ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ। 9ସେହି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡ଼ି ଏଗାର ଜଣ ପ୍ରେରିତ ଓ ସମସ୍ତ ଅନ୍ୟ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। ସମାଧି ଭିତରେ ଯାହା ଘଟିଥିଲା, ସେତକ ଗୋଟି ଗୋଟି କରି ସେମାନଙ୍କୁ କହିଲେ। 10ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରିୟମ, ଯୋହନ, ଯାକୁବଙ୍କ ମା ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ରେରିତମାନଙ୍କୁ ସବୁ ବିଷୟ ଜଣାଇଲେ। 11କିନ୍ତୁ ପ୍ରେରିତମାନେ ସ୍ତ୍ରୀଲୋକମାନଙ୍କ କଥାରେ ଆଦୌ ବିଶ୍ୱାସ କଲେ ନାହିଁ। ସେମାନଙ୍କୁ ଏହା ପାଗଳ କଥା ପରି ଲାଗିଲା। 12କିନ୍ତୁ ପିତର ଉଠି ପଡ଼ିଲେ। ଏ କଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡ଼ିଗଲେ। ସେ ଭିତରକୁ ଗ୍ଭହିଁଲେ। କିନ୍ତୁ ସେ କେବଳ ଯୀଶୁଙ୍କ ଉପରେ ଘୋଡ଼ାଇ ଦିଆଯାଇଥିବା ଲୁଗାପଟି ସେଠାରେ ଦେଖିଲେ। ଯୀଶୁଙ୍କ ଶରୀର ସେଠାରେ ନ ଥିଲା। ଯାହା ଘଟି ଯାଇଥିଲା, ସେଥିରେ ସେ ଆଶ୍ଚର୍ଯ୍ୟ ହୋଇ ଏକାକୀ ରହିବା ପାଇଁ ଗ୍ଭଲିଗଲେ। 13ସେହି ଦିନ ଯୀଶୁଙ୍କର ଦୁଇଜଣ ଶିଷ୍ୟ ଇମ୍ମାୟୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ଯିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର। 14ଯାହାସବୁ ଘଟିଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା ହେଉଥିଲେ। 15ସେ ସବୁ ବିଷୟ ସେମାନେ ଆଲୋଚନା କଲାବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଗ୍ଭଲିବାକୁ ଲାଗିଲେ। 16କିନ୍ତୁ ସେ ଦୁଇଜଣଙ୍କୁ ସେତେବେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା। 17ତା'ପରେ ଯୀଶୁଙ୍କୁ ପଗ୍ଭରିଲେ, "ତୁମ୍ଭେମାନେ କାହା ବିଷୟରେ କଥାବାର୍ତ୍ତା କରୁଛ? ଦୁଇଜଣ ଯାକ ଅଟକି ଗଲେ। ସେମାନଙ୍କର ମୁହଁ ଅତ୍ୟନ୍ତ ଦୁଃଖିତ ଦେଖା ଯାଉଥିଲା। 18ତାହାଙ୍କ ଭିତରୁ କ୍ଲେୟପା ନାମକ ଲୋକଟି ଉତ୍ତର ଦେଲା, "ତୁମ୍ଭେ ଯିରୁଶାଲମଠାରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତେଦିନ ଭିତରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ କିଛି ଜାଣ ନାହଁ।" 19ଯୀଶୁ ସେମାନଙ୍କୁ ପଗ୍ଭରିଲେ, "ତୁମ୍ଭେମାନେ କେଉଁ ଘଟଣା ଗୁଡ଼ିକ ବିଷୟରେ କହୁଛ?" ଲୋକମାନେ ଯୀଶୁଙ୍କୁ କହିଲେ, "ନାଜରିତୀୟ ଯୀଶୁଙ୍କ ବିଷୟରେ। ସେ ପରମେଶ୍ୱର ଓ ଲୋକମାନଙ୍କ ପାଇଁ ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଥିଲେ। ସେ ବହୁତ ଗୁଡ଼ିଏ ଶକ୍ତିଶାଳୀ କାର୍ଯ୍ୟ କରିଥିଲେ ଓ କହିଥିଲେ। 20କିନ୍ତୁ ଆମ୍ଭର ପ୍ରଧାନଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ଅର୍ପଣ କରିଦେଲେ ଏବଂ ତାହାଙ୍କୁ କ୍ରୁଶରେ ବଧ କଲେ। 21ସେ ହିଁ ଯିଏ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମ୍ଭେମାନେ ଆଶା ରଖିଥିଲୁ। କିନ୍ତୁ ସେତିକିବେଳେ ଏସବୁ ଘଟଣା ଘଟିଗଲା। "ଏସବୁ ଛଡ଼ା ବର୍ତ୍ତମାନ ଯୀଶୁଙ୍କୁ ହତ୍ୟା କରା ଯିବାର ତିନି ଦିନି ବିତି ଗଲାଣି। 22କିନ୍ତୁ ଆଜି ଆମ୍ଭ ଦଳର କେତେ ଜଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ କଥା କହିଲେ। ଯେଉଁ କବରରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ସେମାନେ ଆଜି ଅତି ଭୋର୍ରୁ ଯାଇଥିଲେ। 23କିନ୍ତୁ ସେମାନେ ସେଠାରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସେମାନେ ସେଠାରେ ସ୍ୱର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ୟ ଆମ୍ଭକୁ ଫେରି ଆସି କହିଲେ। ସ୍ୱର୍ଗଦୂତମାନେ ସେମାନଙ୍କୁ ଯୀଶୁ ଜୀବିତ ଥିବା କଥା କହିଥିଲେ। 24ତା'ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ୟ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ୟ ଖାଲି ଥିଲା, ସେମାନେ ଭିତରକୁ ଗ୍ଭହିଁଲେ, କିନ୍ତୁ ସେମାନେ ଯୀଶୁଙ୍କୁ ସେଠାରେ ପାଇଲେ ନାହିଁ।" 25ତା'ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, "ତୁମ୍ଭେମାନେ କେତେ ବୋକା। ଭବିଷ୍ୟଦ୍ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର। 26ଭବିଷ୍ୟଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମାରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।" 27ତା'ପରେ ଯୀଶୁ ଶାସ୍ତ୍ରମାନଙ୍କରେ ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ସେଗୁଡ଼ିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମୋଶାଙ୍କ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ୟଦ୍ବକ୍ତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାହାଙ୍କ ବିଷୟରେ ଯାହାସବୁ କହିଥିଲେ, ସେଗୁଡ଼ିକ ବୁଝାଇ ଦେଲେ। 28ଯେଉଁ ଗାଁକୁ ସେମାନଙ୍କର ଯିବାକୁ ଥିଲା, ସେମାନେ ସେ ଗାଁକୁ ପାଖରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କ ସହିତ ଏଭଳି ବ୍ୟବହାର କଲେ, ପ୍ରକୃତରେ ଯେପରି ତାହାଙ୍କର ଆଗକୁ ଯିବାକୁ ଦରକାର ଅଛି। 29କିନ୍ତୁ ସେମାନେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, "ଆମ୍ଭ ସାଙ୍ଗରେ ରହିଯାଅ। ସନ୍ଧ୍ୟାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ।" ତେଣୁ ଯୀଶୁ ସେମାନଙ୍କ ସହିତ ରହିବା ପାଇଁ ଘର ଭିତରକୁ ଗଲେ। 30ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ। 31ସେହି ସମୟରେ ସେହି ଦୁଇଜଣଙ୍କର ଚକ୍ଷୁ ଖୋଲି ଦିଆଗଲା ଓ ସେମାନେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସେମାନଙ୍କ ସାମନାରୁ ଅଦୃଶ୍ୟ ହୋଇଗଲେ। 32ତା'ପରେ ସେମାନେ ପରସ୍ପର କଥାବାର୍ତ୍ତା ହେଲେ, "ଯେତେବେଳେ ଯୀଶୁ ଆମ୍ଭ ସହିତ ରାସ୍ତାରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଆମ୍ଭ ହୃଦୟ ଭିତରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତେବେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତେଜିତ କରି ଦେଉଥିଲା।" 33ତା'ପରେ ସେମାନେ ଉଠି ପଡ଼ିଲେ ଓ ଯିରୁଶାଲମକୁ ଫେରିଗଲେ। ଯିରୁଶାଲମରେ ସେମାନେ ଯୀଶୁଙ୍କ ଶିଷ୍ୟଗଣ ଓ ଏଗାର ଜଣ ପ୍ରେରିତଙ୍କୁ ଏକତ୍ରିତ ହୋଇଥିବାର ଦେଖିଲେ। 34ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ କହୁଥିଲେ, "ପ୍ରକୃତରେ, ପ୍ରଭୁ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଶିମୋନଙ୍କୁ ଦେଖା ଦେଇଛନ୍ତି।" 35ତା'ପରେ ଏହି ଦୁଇଜଣ ଲୋକ ରାସ୍ତାରେ ଯାହାସବୁ ଘଟିଥିଲା, ସେ ସମସ୍ତ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ସେମାନେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ। 36ଏହି ଦୁଇଜଣ ଲୋକ ଏହିସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ୟଦଳଙ୍କ ଭିତରେ ଠିଆ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।" 37ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି। 38କିନ୍ତୁ ଯୀଶୁ କହିଲେ, "ତୁମ୍ଭେମାନେ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? ଯାହା ଦେଖୁଛ, ସେଥିରେ କାହିଁକି ସନ୍ଦେହ କରୁଛ? 39ମୋ' ହାତକୁ ଗ୍ଭହଁ। ମୋ' ଗୋଡ଼କୁ ଗ୍ଭହଁ। ଏହା ମୁଁ! ମୋତେ ଛୁଅଁ, ତୁମ୍ଭେମାନେ ଦେଖ ଯେ ମୋର ଏହା ଜୀବନ୍ତ ଶରୀର। ତୁମ୍ଭେମାନେ ମୋତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହୋଇ ପାରିବ ନାହିଁ। 40ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ। 41ଶିଷ୍ୟମାନେ ବିସ୍ମିତ ହୋଇଗଲେ। ସେମାନେ ଯୀଶୁଙ୍କୁ ଶରୀରରେ ଦେଖି ବହୁତ ଖୁସୀ ହୋଇଗଲେ। ତଥାପି ସେମାନେ ଯାହା ଦେଖିଲେ, ତାହା ବିଶ୍ୱାସ କରି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କ ପାଖରେ କିଛି ଖାଇବା ପଦାର୍ଥ ଅଛି କି?" 42ସେମାନେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ। 43ଶିଷ୍ୟମାନେ ଦେଖୁଥିବା ବେଳେ ଯୀଶୁ ମାଛ ନେଇ ଖାଇଲେ। 44ଯୀଶୁ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ' ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।" 45ତା'ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ। 46ଯୀଶୁ ସେମାନଙ୍କୁ କହିଲେ, "ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି। 47- 48ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା'ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ' ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ। 49ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।" 50ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଯିରୁଶାଲମରୁ ବେଥନୀୟାକୁ କଢ଼ାଇ ନେଇଗଲେ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ। 51ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। 52ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା'ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ। 53ସେମାନେ ସବୁ ସମୟରେ ମନ୍ଦିରରେ ରହି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ।
Copyright | <urn:uuid:9537981f-1d6a-4cef-9509-b77fe65d4f61> | CC-MAIN-2017-17 | http://www.bible.is/ORYWTC/Luke/24 | 2017-04-28T16:38:53Z | s3://commoncrawl/crawl-data/CC-MAIN-2017-17/segments/1492917122996.52/warc/CC-MAIN-20170423031202-00276-ip-10-145-167-34.ec2.internal.warc.gz | ory | 1.000001 | Orya | 41 | {"ory_Orya_score": 1.0000005960464478} |
ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,
ଆବଶ୍ୟକ ସାମଗ୍ରୀ:
ଅଟା-୨୫୦ ଗ୍ରାମ, ଅରୁଆ ଚାଉଳ ଗୁଣ୍ଡ-୧୫୦ ଗ୍ରାମ, ଚିନି କିମ୍ବା ଗୁଡ-୩୫୦ ଗ୍ରାମ, ନଡିଆ ୧ଟା (କୋରା), ଛେନା-୨୫୦ ଗ୍ରାମ, ଗୋଲ ମରିଚ ଗୁଣ୍ଡ-୧୦ ଗ୍ରାମ, ସ୍ଵାଦ ପାଇଁ ଲୁଣ ଚିମୁଟାଏ, ଛଣିବା ପାଇଁ ରିଫାଇନ ତେଲ ।
ପ୍ରସ୍ତୁତି ପ୍ରଣାଳୀ:
ଚୁଲିରେ କଡ଼ାଇ ବସାଇ ୩/୪ କପ ପାଣି ଦିଅନ୍ତୁ। ସେଥିରେ ଚିନି କିମ୍ବା ଗୁଡ ଓ ସ୍ଵାଦ ପାଇଁ ଲୁଣ ପକାନ୍ତୁ । ପାଣି ଭଲ ଭାବରେ ଫୁଟିଗଲେ ଅଟା ଓ ଅରୁଆ ଚାଉଳ ଏକାଠି ମିଶାଇ ଧୀରେ ଧୀରେ ପକାଇ ଭଲ ଭାବରେ ଘାଣ୍ଟନ୍ତୁ ।
ଧିମି ଆଞ୍ଚରେ ପାଞ୍ଚ ମିନିଟ ଢାଙ୍କୁଣି ଘୋଡାଇ ବସାନ୍ତୁ । ଚୁଲିରୁ ଓହ୍ଲାଇ ଗୋଟିଏ ପାତ୍ରରେ ଜନ୍ତଣିକୁ କାଢି ଥଣ୍ଡା କରନ୍ତୁ। ଜନ୍ତଣି ଥଣ୍ଡା ହୋଇଗଲେ ପାଣିହାତ କରି ଭଲ ଭାବରେରେ ଚକଟି ରଖନ୍ତୁ । ଜନ୍ତଣିକୁ ଛୋଟଛୋଟ ଗୁଲ କରି ରଖନ୍ତୁ ।
ପୁର ପ୍ରସ୍ତୁତି ପ୍ରଣାଳୀ
କୋରା ନଡିଆରେ ଗୁଡ କିମ୍ବା ଚିନି, ଛେନା ଗୋଲମରିଚ ଗୁଣ୍ଡ ମିଶାଇ ଭଲଭାବରେ ଚକଟି ରଖନ୍ତୁ । ଚୂଲିରେ କଢାଇ ବସାଇ ନଡିଆ ପୁରକୁ ସେଥିରେ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ପାଣି ଶୁଖି ପୁର ଝୁରଝୁରା ହୋଇଗଲେ ପ୍ଳେଟରେ କାଢି ଥଣ୍ଡା କରନ୍ତୁ ।
ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଗୁଳାକୁ ହାତରେ ନେଇ ପାପୁଲି ସାହାଯ୍ୟରେ ଗିନା ଆକାରର ଗଢି ଭିତରେ ନଡିଆ ପୁର ଦେଇ ଚାରିପଟୁ ଏକାଠି କରି ବନ୍ଦ କରନ୍ତୁ । ଭଲ ଭାବରେ ଉପରି ଭାଗଟିକୁ ବନ୍ଦ କରି ହାତରେ ଚଟକ କରି ଦିଅନ୍ତୁ ।
ବର୍ତ୍ତମାନ ଅନ୍ୟ ଏକ କଡାଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଗଢି ରଖିଥିବା ପିଠା ଗୁଡିକୁ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ।
କଡାଇରୁ କାଢି ଥଣ୍ଡା କରି ପରିବେଷଣ କରନ୍ତୁ ମାଠ କାକରା ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:1661bf52-3da3-4dea-9505-76b2d22125ab> | CC-MAIN-2017-17 | http://www.odisha.com/archives/tag/%E0%AC%AE%E0%AC%BE%E0%AC%A0-%E0%AC%95%E0%AC%BE%E0%AC%95%E0%AC%B0%E0%AC%BE | 2017-04-25T12:36:50Z | s3://commoncrawl/crawl-data/CC-MAIN-2017-17/segments/1492917120349.46/warc/CC-MAIN-20170423031200-00420-ip-10-145-167-34.ec2.internal.warc.gz | ory | 0.999963 | Orya | 27 | {"ory_Orya_score": 0.9999628067016602} |
ଫକିର ଚରଣ ରାଉତ
ଓଡ଼ିଶାରେ କେନ୍ଦୁପତ୍ର ବିଭାଗ ଏକ ଲାଭଜନକ ସଂସ୍ଥା ବୋଲି ଆମେ ସମସ୍ତେ ଜାଣିଛେ । ଓଡ଼ିଶା ସରକାର ବର୍ଷକୁ ହାରାହାରି ୪୨୦କୋଟି ଟଙ୍କାର ବେପାର କରି ୧୦୦ କୋଟି ଟଙ୍କା ଲାଭ ପାଉଛନ୍ତି ବୋଲି ସ୍ୱୀକାର କରୁଛନ୍ତି । ଆଜିରଦିନରେ ଓଡ଼ିଶାରେ ୧୯ଟି କେନ୍ଦୁପତ୍ର ଡିଭିଜନ ଓ ୧୪୦ଟି ରେଞ୍ଜ ଓ ୬୦୦୦ ଫଡି ରହିଛି ।
୧୯୭୩ ମସିହା ପୂର୍ବରୁ କେନ୍ଦୁପତ୍ର ତୋଳା ସହିତ ଏହାର ବେପାର ଭାର ଘରୋଇ ସଂସ୍ଥାମାନଙ୍କ ଉପରେ ଆମ ରାଜ୍ୟ ସରକାର ଠିକାଭାବରେ ନ୍ୟସ୍ତ କରିଥିଲେ । ଏହାର ଯେଉଁ ଲାଭ ଆସୁଥିଲା, ତାହା ଘରୋଇ କମ୍ପାନୀମାନେ ନେଉଥିଲେ । ରାଜ୍ୟ ସରକାରଙ୍କୁ ଏଥିରୁ କିଛି ମିଳୁ ନଥିଲା ।
ଶ୍ରୀମତୀ ନନ୍ଦିନୀ ଶତପଥି ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କରି ଅମଳରେ ୧୯୭୪ମସିହାରେ କେନ୍ଦୁପତ୍ର ଜାତୀୟକରଣ ହେଲା ଓ ସରକାର ପ୍ରତ୍ୟକ୍ଷ ଭାବରେ ଏହାର ସମସ୍ତ ପ୍ରକାର କାର୍ଯ୍ୟ କେନ୍ଦୁପତ୍ର ବିଭାଗ ମାଧ୍ୟମରେ ସମ୍ପାଦନ କଲେ । ଏହାର ଲାଭାଂଶ ସରକାରଙ୍କ ନିକଟକୁ ଆସିଲା ।
ରାଜ୍ୟ ସରକାର କେନ୍ଦୁ ଲିଫ୍ ଗ୍ରାଣ୍ଟ୍ ନାମକ ଏକ ଆର୍ଥିକ ଅନୁଦାନ ପଂଚାୟତମାନଙ୍କୁ ପ୍ରଦାନ କରୁଥିଲେ । ସତୁରୀ ଦଶକରେ କେନ୍ଦୁପତ୍ର କର୍ମଚାରୀ ସଂଘର ସରକାରଙ୍କ ନିକଟରେ ଦାବୀଥିଲା ଗୋଟିଏ କେରୀ ପତ୍ରର ଦାମ୍ ୧ପଇସା କରାଯାଉ ।
ଗୋଟିଏ କେରୀରେ ୨୦ଟି ଭଲ ପତ୍ର ସହିତ ତଳ ଓ ଉପରେ ୧ଟି ଲେଖାଁଏ ମୋଟ୍ ୨ଟି ବୁଢ଼ା ପତ୍ର ରହିଥାଏ । ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ୧ପତ୍ରକୁ ୧ପଇସା ପ୍ରଦାନ କରିବାକୁ ସଂଘ ସରକାରଙ୍କ ନିକଟରେ ଦାବୀ କରି ଆସୁଥିଲା ।
୨୦୧୬ ମସିହାବେଳକୁ ଗୋଟିଏ କେରିର ଦାମ ୭୦ପଇସା ହୋଇଛି । ସାରାଓଡ଼ିଶାରେ ଅଳ୍ପ କେତୋଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କେନ୍ଦୁପତ୍ର ତୋଳା କାର୍ଯ୍ୟ ଚାଲୁ ରହିଛି ।
ଗୋଟିଏ କାରଖାନାର ଶ୍ରମିକମାନଙ୍କୁ ଏକାଠି କରି ଲଢ଼େଇ କରିବା ସହଜ କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରଠାରୁ ମାଲକାନଗିରି ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରୁ ଗଜପତିର ମୋହନା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ଏକାଠିକରି ନିଜ ସ୍ୱାର୍ଥ ନିମନ୍ତେ ଲଢ଼େଇ କରିବାକୁ ସଂଗଠିତ କରିବା ସହଜ ନୁହେଁ ।
ଅଂଶୁଘାତପାଇଁ ସରକାର ଏପ୍ରିଲ ଓ ମେ ମାସରେ ଦିନ ୧୧ଟା ପରେ ଘରୁ ନବାହାରିବା ପାଇଁ ପ୍ରଚାର କରୁଥିବା ସମୟରେ କେନ୍ଦୁପତ୍ର ତୋଳାଳିମାନେ ୪୦ରୁ ୪୫ ଡିଗ୍ରି ତାପମାତ୍ରାକୁ ଖାତିରି ନକରି ନିଜର ପେଟ ପାଇଁ ପିଲା ଛୁଆଙ୍କୁ ଧରି କେନ୍ଦୁପତ୍ର ତୋଳିଥାନ୍ତି । ତା'ସହିତ ଥାଏ ବନ୍ୟଜନ୍ତୁଙ୍କ ଭୟ ।
ହାତୀ,ଭାଲୁ,ବାର୍ହା ଆକ୍ରମଣ, ସାପ କାମୁଡାରେ ଜୀବନକୁ ହାରିବା କଥାକୁ ଭ୍ରୂକ୍ଷେପ ନକରି କେନ୍ଦୁପତ୍ର ତୋଳାଳିମାନେ ପତ୍ର ସଂଗ୍ରହ କରୁଛନ୍ତି ।
କେନ୍ଦୁପତ୍ର ତୋଳାଳିଟିର ଲୁହ,ରକ୍ତ,ଝାଳର ପରିଶ୍ରମରେ ତୋଳାଯାଉଥିବା କେନ୍ଦୁପତ୍ର ଆଜି ସରକାରଙ୍କୁ ଚାରିଶ କୋଟି ଟଙ୍କାର ବେପାରରେ ପହଁଚାଇ ପାରିଛି । ଗଛ ବୃଦ୍ଧିରେ ଯେପରି ଚେରର ପ୍ରମୁଖ ଭୂମିକା ରହିଥାଏ, ଠିକ୍ ସେହିପରି ସରକାରଙ୍କର ରାଜସ୍ୱ ବୃଦ୍ଧିରେ କେନ୍ଦୁପତ୍ର ତୋଳାଳିଙ୍କ ଅବଦାନ ଅତୁଳନୀୟ ।
ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳିଟି ଛଟପଟ ହୋଇ ବୁଝି ପାରେନା ତାର ଦୋଷ କଣ? ସରକାର ଘୋଷଣା କରିଛନ୍ତି ଗୋଛାକଟା ମଜୁରୀ ଦିନକୁ ୨୨୦ ଟଙ୍କା । ଗୋଛାକଟାଳିଟିକୁ କାମ ମିଳେ ଅଧାଦିନ । ବାକି ଅଧାଦିନ କାମ ନପାଇ ଘରେ ବସେ । ଏହାର କାରଣ କଣ ସେ ଜାଣିପାରେନା ।
ସେପରି ଗୋଛାକଟା ଏରିଆ ଧିରେ ଧିରେ କମିଯାଉଛି ବୋଲି କେନ୍ଦୁପତ୍ର ତୋଳାଳିମାନେ ଅଭିଯୋଗ କରୁଛନ୍ତି । ଗୋଛାକଟା ପାଇଁ କେତେ ଟଙ୍କା ପ୍ରତିଗ୍ରାମକୁ ଆସେ, ତାହାର ସୂଚନା ଗୋଛାକଟାଳି ବା କେନ୍ଦୁପତ୍ର ତୋଳାଳିମାନଙ୍କ ପାଖରେ ନଥାଏ । କିନ୍ତୁ କେନ୍ଦୁପତ୍ର ବିଭାଗ କୁହେ ଫଡି କମିଟି ସବୁ ବୁଝୁଛି ।
ବାସ୍ତବକଥା ହେଲା ଫଡିକମିଟି କେବଳ କାଗଜ କଲମରେ ଛାଲିଛି । କେନ୍ଦୁପତ୍ର ତୋଳା କାମରେ ପରିବାରର ସମସ୍ତ ସଦସ୍ୟ କାମରେ ଲାଗିଥାନ୍ତି । କିନ୍ତୁ ପରିବାରର ଜଣଙ୍କ ନାମରେ କେନ୍ଦୁପତ୍ର ତୋଳାଳି ପାସ୍ ବହି ଖୋଲାଯାଏ ଓ ସେହିଜଣଙ୍କ ନାମ ବୀମାଭୁକ୍ତ କରାଯାଏ ।
ଅବଶିଷ୍ଟ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରୁ କେହି ଯଦି କେନ୍ଦୁପତ୍ର ତୋଳିବା ସମୟରେ ବନ୍ୟଜନ୍ତୁ ଆକ୍ରମଣ, ସାପକାମୁଡ଼ା ବା ଅଂଶୁଘାତରେ ଜୀବନ ହରାଏ, ପରିବାର ଲୋକଙ୍କୁ କୌଣସି କ୍ଷତିପୂରଣ ମିଳେ ନାହିଁ ।
ସେହିପରି ଗୋଟିଏ କେରୀରେ ୨୦ଟି ବିଡ଼ି ଉପଯୋଗୀ ପତ୍ର ରହିବାର ନିୟମ ଥିଲେ ମଧ୍ୟ ମୁନ୍ଷୀମାନେ ୨୨ରୁ ୨୫ପତ୍ର କେରୀରେ ବାନ୍ଧିବାକୁ ବାଧ୍ୟ କରନ୍ତି । ପତ୍ର ଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଯାଏ ।
ଆଇନତଃ ଶିଶୁ ଶ୍ରମିକ ଲଗାଇବା ବାରଣ ଥିଲେ ମଧ୍ୟ ପ୍ରତ୍ୟେକ ଫଡିରେ ମୁନ୍ଷିମାନେ ଉଚ୍ଚପଦାଧିକାରୀଙ୍କ ଜ୍ଞାତସାରରେ ପତ୍ରଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଇ ଶ୍ରମର ପାଉଣାକୁ ଲୁଟ କରିଥାନ୍ତି ।
ସେହିପରି ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ପତ୍ର ତୋଳିବାର ପାଉଣା ମିଳେ ନାହିଁ । ପ୍ରତ୍ୟେକ ତୋଳାଳୀଙ୍କୁ ଆମ୍ ଆଦ୍ମୀ ବୀମା ଯୋଜନାରେ ସାମିଲ କରାଯାଇଛି ।
ନିୟମ ଅନୁଯାୟୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ବୀମାଧାରୀଙ୍କର ନବମରୁ ଦା୍ୱଦଶ ଶ୍ରେଣୀରେ ପଢୁ ଥିବା ୨ଟି ସନ୍ତାନଙ୍କୁ ପ୍ରତିମାସରେ ୧୦୦ଟଙ୍କା ହିସାବରେ ୬ମାସରେ ୬୦୦ଙ୍କା ଛାତ୍ରବୃତ୍ତି ମିଳିବ । କିନ୍ତୁ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବୀମାଧାରୀଙ୍କର ସନ୍ତାନମାନଙ୍କୁ ସେମାନଙ୍କର ପ୍ରାପ୍ୟ ବିଭିନ୍ନ ଆଳଦେଖାଇ କେନ୍ଦୁପତ୍ର ବିଭାଗ ଦେଇ ନାହିଁ ।
୧୯୯୯ ମସିହାଠାରୁ ସରକାରଙ୍କ ପ୍ରଚେଷ୍ଟା ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ କେନ୍ଦୁପତ୍ର ତୋଳାଳୀ ଆଜି କିଛି କିଛି ସୁବିଧା ପାଇ ପାରୁଛନ୍ତି । ପ୍ରଥମରୁ କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭାଂଶ ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଉଥିଲା,ଏବେ ସେଥିରୁ ତୋଳାଳୀମାନଙ୍କୁ କିଛି କିଛି ଦିଆଯାଉଛି ।ରାଜ୍ୟ ସରକାର କେନ୍ଦୁପତ୍ର ବିକାଶ ବୋର୍ଡ ଗଠନ କରିଛନ୍ତି ।
ସେଥିରେ ତୋଳାଳୀ, ବନେ୍ଧଇ ଆଦି କାର୍ଯ୍ୟ କରୁଥିବା ଲୋକମାନଙ୍କର ସଂଘର ପ୍ରତିନିଧି ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡର ବୈଠକ ବସି ତୋଳାଳୀମାନଙ୍କ ହିତ ନିମନ୍ତେ ଯାହା ଆବଶ୍ୟକ, ସେହି ଅନୁସାରେ ନିଷ୍ପତ୍ତି ଗ୍ରହଣ କରାଯାଉଛି । ମୁନ୍ସୀ, ଚପରାଶି ଆଦିଙ୍କ ପାଇଁ କଲ୍ୟାଣ ପରିଷଦ ଗଠନ କରାଯାଇଛି ଓ ଏଥିରେ ୬ କୋଟି ଟଙ୍କା ଜମା କରାଯାଇଛି ।
ଓଡ଼ିଶାରେ ଜଙ୍ଗଲ ଉନ୍ନୟନ କର୍ପୋରେସନ ଓ ଜଙ୍ଗଲ ବିଭାଗ ମାଧ୍ୟମରେ କେନ୍ଦୁପତ୍ର ବ୍ୟବସାୟ ଚାଲୁ ରହିଛି । ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ସମୁଦାୟ ନେଣ ଦେଣ କାର୍ଯ୍ୟ ବ୍ୟାଙ୍କ ମାଧ୍ୟମରେ କରାଯିବାକୁ ସ୍ଥିର ହୋଇଛି ଓ ଚଳିତବର୍ଷ ସମସ୍ତ ଦେୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି ।
ସରକାର କେବଳ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା କହି ନିଜଆଡୁ ଦୋଷ ଖସାଇ ଦେଲେ ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀଟି ଛଟ ପଟ ହେବା ବ୍ୟତୀତ ତାହା ପକ୍ଷରେ ଅନ୍ୟ କିଛି ଚାରାନାହିଁ ।
ତୋଳାଳୀଙ୍କ ସ୍ୱାର୍ଥ ଓ କେନ୍ଦୁପତ୍ର ବିଭାଗ ଲାଭଦୃଷ୍ଟିରୁ ସରକାରଙ୍କୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପ୍ରଥମତଃ କେନ୍ଦୁପତ୍ର ତୋଳୁଥିବା ପରିବାର ସମସ୍ତ ସଦସ୍ୟଙ୍କୁ ଆମ୍ ଆଦମୀ ବୀମା ଯୋଜନାରେ ସାମିଲ କରାଇବା ସହିତ ବୀମାର ସୁବିଧାଗୁଡିକୁ ସରଳ ଉପାୟରେ ଉପଲବ୍ଧ କରାଇବା । ପତ୍ର ଦେବାର ଏକ ସପ୍ତାହ ମଧ୍ୟରେ ପାଉଣା ପ୍ରଦାନ କରିବା ।
ପତ୍ର ଶୁଖା କାମରେ ଶିଶୁଶ୍ରମିକମାନଙ୍କୁ ଲଗାଉଥିବା ମୁନ୍ସୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗୋଛା କଟା ଶୈଳୀରେ ପରିବର୍ତ୍ତନ ଆଣିବା । ତୋଳାଳୀମାନଙ୍କୁ ପ୍ରତିବର୍ଷ ଚପଲର ପାଉଣା ପ୍ରଦାନ କରିବା ଓ ଉନ୍ନତମାନର ପତ୍ର ସଂଗ୍ରହ ପାଇଁ ବାଉଁଶ ଝୁଡି ଯୋଗାଇବା ନିତାନ୍ତ ଜରୁରୀ ।
ସୌଜନ୍ୟ: ସମଦୃଷ୍ଟି | <urn:uuid:823db139-83cd-4308-976e-8aaa1526cc2f> | CC-MAIN-2017-17 | http://www.odisha.com/archives/category/economy-and-business | 2017-04-26T17:47:55Z | s3://commoncrawl/crawl-data/CC-MAIN-2017-17/segments/1492917121528.59/warc/CC-MAIN-20170423031201-00143-ip-10-145-167-34.ec2.internal.warc.gz | ory | 1.000004 | Orya | 122 | {"ory_Orya_score": 1.0000039339065552} |
ନୂଆପଡ଼ା: ଅପରଜୋଙ୍କ (ପତେରା) ଜଳ ପ୍ରକଳ୍ପରୁ ରବି ଚାଷ ପାଇଁ ପାଣି ଛାଡ଼ିବା ନେଇ ପୁଣି ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିରୋ ପଏଣ୍ଟରୁ ପାଣି ଚାଷ ପାଇଁ ନ ଦେଲେ ଶେଷକୁ କେନାଲରେ ପାଣି ଦେବାକୁ ଉପରମୁଣ୍ଡର ଚାଷୀମାନେ ବିରୋଧ କରିଛନ୍ତି। ଆଗାମୀ ଦିନରେ ଏନେଇ ପ୍ରତିବାଦ କରାଯିବାକୁ ଚାଷୀମାନେ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏନେଇ ଏକ ୨୫ ଜଣିଆ କମିଟି ଗଠନ କରାଯାଇଛି। ଯାହାକି ତଳ ଓ ଉପରମୁଣ୍ଡ ରବି ଚାଷ ପାଇଁ ପାଣି ବଣ୍ଟନକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାଦ୍ୱାରା ପୁଣି ୨୦୧୨ ମସିହା ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି।
ମଙ୍ଗଳବାର ଦିନ ଖୁଟମନଭେରା ସରପଞ୍ଚ ଦିଲ୍ଲୀପ ମାଝୀ, ସାରାବଙ୍ଗ ସରପଞ୍ଚ ଭରତଲାଲ ରାଉତଙ୍କ ଅଧ୍ୟକ୍ଷତାରେ ଦୁଇ ପଞ୍ଚାୟତର ଚାଷୀଙ୍କୁ ନେଇ ପଞ୍ଚମପୁର କେନାଲ ମାଇନରସ୍ଥିତ ମନ୍ଦିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାହାଣ କେନାଲର ୦ରୁ ୫ ନଂ ପର୍ଯ୍ୟନ୍ତ ଚାଷୀ ଏକତ୍ର ହୋଇଥିଲେ। ଚଳିତ ରବି ଚାଷ ପାଇଁ ଜଳସେଚନ ବିଭାଗ ଓ ପାଣି ପଞ୍ଚାୟତ ମିଶି ୬ ନଂ ପାଣି ପଞ୍ଚାୟତଠାରୁ ୧୬ ନଂ ପାଣି ପଞ୍ଚାୟତକୁ ରବି ଚାଷ ପାଇଁ ପାଣି ଦେବାକୁ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ କରିଥିଲେ।
କୌଣସି ଜଳସେଚନ ପ୍ରକଳ୍ପରେ ରବିଚାଷରେ ପାଣି ବଣ୍ଟନ କରାଯାଉ ନଥିବାବେଳେ କିଛି ଲୋକଙ୍କ ଚକ୍ରାନ୍ତରେ ଲୋୟର ଜୋଙ୍କ ଜଳସେଚନ ପ୍ରକଳ୍ପରେ ରବି ଚାଷ ପାଇଁ ପାଣି ବଣ୍ଟନ କରାଯାଉଛି। ଯାହାକି ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରାଯାଇଛି। ରବିରେ କେବଳ ଜିରୋ ପଏଣ୍ଟ ଠାରୁ ପାଣି ଚାଷ ପାଇଁ ଦେବା କଥା। କିନ୍ତୁ ରୋଟେସନ ନୁହେଁ। ଉଚ୍ଚ ନ୍ୟାୟାଳୟର କ'ଣ ଆଦେଶ ଅଛି, ଆମ୍ଭେ ଜାଣି ନାହୁଁ। ଏହାକୁ ଚଳିତ ବର୍ଷ ଗ୍ରହଣ କରିବୁ ନାହିଁ ବୋଲି ଚାଷୀମାନେ କ ହିଥିଲେ। ଜିରୋ ପଏଣ୍ଟରୁ ପାଣି ନଦେଲେ ଆଗାମୀ ଦିନରେ ମୁଖ୍ୟ କେନାଲଠାରେ ଧାରଣା ଦେଇ ପାଣି ତଳକୁ ଛାଡ଼ିବୁ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଚାଷୀଙ୍କ ଏପରି ନିଷ୍ପତ୍ତି ନେଇ ପୁଣି ଥରେ ପାଣି ପାଇଁ ବିବାଦ ଆରମ୍ଭ ହୋଇଛି। ୨୦୧୨ରେ ଉଚ୍ଚ ନ୍ୟାୟାଳୟ ଆଦେଶ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପ୍ରତ୍ୟେକ ବର୍ଷ ରୋଟେସନ ଅନୁଯାୟୀ ପାଣି ଦିଆଯାଉଛି। କିନ୍ତୁ ଏହି ପ୍ରକଳ୍ପରୁ ୧ରୁ ୨୦ଟି ପାଣି ପଞ୍ଚାୟତ ଦୁଇ ଭାଗ ହୋଇଥିଲେ ଓ ଜିଲ୍ଲାପାଳ ଏବଂ ଜଳସେଚନ ଅଫିସ୍ ଘେରାଉ କରିଥିଲେ। ଚଳିତ ବର୍ଷ ବରୁ ୫ ଓ ୬ରୁ ୧୬ ପାଣି ପଞ୍ଚାୟତ ଚାଷୀଙ୍କ ମଧ୍ୟରେ ପାଣି ବଣ୍ଟନ ନେଇ ବିବାଦ ଦେଖାଦେଇଛି। ପ୍ରଶାସନ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। | <urn:uuid:277d42ab-8a5e-4e7e-b467-9c1cdb164809> | CC-MAIN-2017-17 | http://sambad.in/news/nuapada/25721.html | 2017-04-27T22:32:05Z | s3://commoncrawl/crawl-data/CC-MAIN-2017-17/segments/1492917122629.72/warc/CC-MAIN-20170423031202-00190-ip-10-145-167-34.ec2.internal.warc.gz | ory | 0.999945 | Orya | 4 | {"ory_Orya_score": 0.9999454021453857} |
ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତ୍ୟୋଦୟର ମନ୍ତ୍ରଦ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ୨୫ ସେପ୍ଟେମ୍ବର ୧୯୧୬ ମସିହାରେ ହୋଇଥିଲା । ଭାରତୀୟ ସଭ୍ୟତା ଓ ସଂସ୍କୃତିର ଚିନ୍ତନଧାରାକୁ ଆଧାର କରି ସେ ବିଶ୍ୱକୁ ଏକାତ୍ମ ମାନବବାଦର ସନେ୍ଦଶ ଦେଇଥିଲେ । ସମାଜର ଅନ୍ତିମ ସୋପାନରେ ଠିଆ ହୋଇଥିବା ସବୁଠାରୁ ଗରିବ ଲୋକଙ୍କୁ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପାଇଁ ଅନ୍ତ୍ୟୋଦୟର ମାର୍ଗ ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଏହାକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ପରିଚାଳିତ ।
ତାଙ୍କର ସ୍ମୃତିରେ କେନ୍ଦ୍ର ସରକାର ୨ଟି କେନ୍ଦ୍ରୀୟ ଯୋଜନା ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଓ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ବିକାଶ ଯୋଜନା ପ୍ରଣୟନ କରିଛନ୍ତି । ଆଜିଠାରୁ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ରାଜ୍ୟ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ସହ ଏହାକୁ ବଜାୟ ରଖି କାର୍ଯ୍ୟ କରିବା ପାଇଁ ଦଳୀୟ ନେତା ଏବଂ କର୍ମକର୍ତ୍ତାଙ୍କୁ ବରିଷ୍ଠ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ ।
ଆଜିର ଏହି ସଭାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ, ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଧାୟକ ପ୍ରଦୀପ ପୁରୋହିତ, ଉପ ସଭାନେତ୍ରୀ ସୁରମା ପାଢୀ, ଉପ ସଭାପତି ପ୍ରତାପ ଷଢଙ୍ଗୀ ଓ ପୃଥ୍ୱୀରାଜ ହରିଚନ୍ଦନ, ସଂପାଦିକା ନିୟତି ଗିରି, ସଂପାଦକ ବିରଞ୍ଚି ତ୍ରିପାଠୀ ଓ ଛୋଟେଲାଲ ମହନ୍ତ, ଜିଲ୍ଲା ସଭାପତି ଅମୀୟ ଦାଶ ଓ ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ଦାସ୍, ଜଗନ୍ନାଥ ପ୍ରଧାନ, ଦିଲୀପ ମଲ୍ଲିକ, ସୁକାନ୍ତ ପାଣିଗ୍ରାହୀ, ଶିବାଜୀ ମହାନ୍ତି, ରତିକାନ୍ତ ଦାଶ, ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ଠାକୁର ରଣଜିତ ଦାଶ, ବିଜେପି ବାର୍ତ୍ତା ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । | <urn:uuid:0a26bfb8-31e5-44bd-b6c1-b1a321847758> | CC-MAIN-2017-17 | http://odishan.com/15647 | 2017-05-01T02:31:57Z | s3://commoncrawl/crawl-data/CC-MAIN-2017-17/segments/1492917126538.54/warc/CC-MAIN-20170423031206-00233-ip-10-145-167-34.ec2.internal.warc.gz | ory | 1.000004 | Orya | 9 | {"ory_Orya_score": 1.0000039339065552} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ ୨୯(ଓଡିଶା ଡଟ୍ କମ୍)-କେନ୍ଦ୍ର ସରକାରଙ୍କକ ପକ୍ଷରୁ ସାମଗ୍ରୀ ଓ ସେବା ଟିକସ ଲାଗୁ ପୂର୍ବରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ଲାଗି ନିଆଯାଇଥିବା ପଦକ୍ଷେପ ଦଦ୍ୱାରାରାଜ୍ୟ ଗୁଡିକ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।
ଏହି କ୍ଷତି ଭରଣା ପାଇଁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ପରବର୍ତୀ ସମୟରେ ପଛଘୁଞ୍ଚା ଦେବାରୁ ରାଜ୍ୟ ଗୁଡିକମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ଏବେ କେନ୍ଦ୍ର ସରକାର ଗତ ୩ ବର୍ଷ ହେଲା ବନ୍ଦ ରଖିଥିବା ଏ ସମ୍ପର୍କିତ କ୍ଷତି ଭରଣାକୁ ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ।
ଏ ବାବଦରେ ପ୍ରାୟ ରାଜ୍ୟ ଗୁଡିକ ପକ୍ଷରୁ ୩୪ କୋଟି ଟଙ୍କା କ୍ଷତି ସହିଥିବା ବିଷୟ ଦର୍ଶାଯାଇଛି ବୋଲି ଦେଶର ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ସୁଶିଲ ମୋଦି କହିଛନ୍ତି ।
କେନ୍ଦ୍ର ସରକାର ଜିଏସ୍ଟି ଲାଗୁ କରିବା ପାଇଁ ଏବଂ ଏ ସଂପର୍କିତ କ୍ଷତି ଭରଣା ଉପରେ ଅନୁଧ୍ୟାନ ଲାଗି ଏହି କ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି । ଏଥିରେ ବିହାର ଅର୍ଥମନ୍ତ୍ରୀ ସୁଶିଲ ମୋଦି ଅଧ୍ୟକ୍ଷ ଅଛନ୍ତି ।
ସୋମବାର ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଅର୍ଥମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଥମ ଦିନ ବୈଠକପରେ ସୁଶିଲ ଗଣମାଧ୍ୟମକୁ କହିଥିଲେ ଯେ ୨୦୦୦ ମସିହାରେ ସବୁ ରାଜ୍ୟରୁ ବିକ୍ରି ଟିକସ ଉଚ୍ଛେଦ କରାଯାଇ ଭାଟ୍ ବ୍ୟବସ୍ଥା ଲାଗୁ କରାଯାଇଛି ।
ଏହାପରେ ୨୦୦୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍ଟି ଲାଗୁ କରିବା ପାଇଁ ପଦକ୍ଷେପ ନିଆଯାଇଛି । ପୃଥିବୀର ୧୫୦ଟି ଦେଶରେ ଏହା ଲାଗୁ ହୋଇଛି । ଏଥିପାଇଁ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରିବା ଓ କାର୍ଯକାରୀ କରିବା ଦିଗରେ ୧୩ଟି ରାଜ୍ୟର ଅର୍ଥମନ୍ତ୍ରୀ ଓ ଅଫିସରକୁ ନେଇ କମିଟି ଗଠନ କରାଯାଇଛି ।
ଏହି ବୈଠକରେ ୧୩ ଜଣ ଅର୍ଥମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ଅର୍ଥସଚିବ,ବାଣିଜ୍ୟକର କମିସନର,କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
ଓଡିଶା ଡଟ୍ କମ୍ | <urn:uuid:12431e5b-c24e-47f2-a54b-38d19b9744fc> | CC-MAIN-2017-17 | http://www.odisha.com/archives/tag/%E0%AC%85%E0%AC%B0%E0%AD%8D%E0%AC%A5%E0%AC%B8%E0%AC%9A%E0%AC%BF%E0%AC%AC | 2017-04-27T13:00:13Z | s3://commoncrawl/crawl-data/CC-MAIN-2017-17/segments/1492917122167.63/warc/CC-MAIN-20170423031202-00631-ip-10-145-167-34.ec2.internal.warc.gz | ory | 1.000008 | Orya | 69 | {"ory_Orya_score": 1.000008463859558} |
ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହାର ବିପରୀତ ପ୍ରଭାବ ନେସ୍କୋ କର୍ତୃର୍ପକ୍ଷଙ୍କ ନିକଟରେ ଦେଖିବାକୁ ମିଳିଛି ଫଳରେ ଭଦ୍ରକ ଜିଲ୍ଲାର ଏକ ଶହ ପରିବାର ଅନ୍ଧାରରେ ରହୁଛନ୍ତି ।
ଯେତେବେଳେ ବିଜୁ ଗ୍ରାମ୍ୟ ଜ୍ୟୋତି ଓ ରାଜୀବ ଜ୍ୟୋତି ଏମାନଙ୍କ ପାଇଁ ଅପହଞ୍ଚ ସେତେବେଳେ ଉକ୍ତ ପରିବାରର ବିଦ୍ୟୁତ ସଂଯୋଗକୁ ନେସ୍କୋ କର୍ତୃପକ୍ଷ ବିଛିନ୍ନ କରିଛନ୍ତି ।
ଜିଲ୍ଲା ସଦରମହକୁମା ଠାରୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ଗେଲପୁର ପଞ୍ଚାୟତର ଗୋପବନ୍ଧୁପୁର ଗ୍ରାମର ଏକ ଶହ ତଫସିଲଭୂକ୍ତ ପରିବାର ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ।
ନିମ୍ନ ମାନର ରାସ୍ତାକାର୍ଯ୍ୟ, ପାନୀୟ ଜଳର ସଂଯୋଗ ଥାଇ ମଧ୍ୟ ପାଣି ନମିଳିବା ଠାରୁ ଆରମ୍ଭ କରି ସଂପୃକ୍ତ ପରିବାର ସମସ୍ତ ଯୋଜନାର ସୁଫଳରୁ ବଞ୍ଚିତ ।
ଫଳରେ ପରୀକ୍ଷା ଋତୁରେ ଏହି ପରିବାର ଗୁଡ଼ିକର ବହୁ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ
ହେଉଛନ୍ତି । ବିଭାଗୀୟ କର୍ତୃପକ୍ଷଙ୍କ ଏଭଳି ନୀତି ବିରୁଦ୍ଧରେ ସଂପୃକ୍ତ ପରିବାର ଗୁଡ଼ିକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:3c51661b-b798-4afe-99a1-ead583108305> | CC-MAIN-2017-17 | http://www.odisha.com/archives/tag/%E0%AC%A4%E0%AC%AB%E0%AC%B8%E0%AC%BF%E0%AC%B2%E0%AC%AD%E0%AD%82%E0%AC%95%E0%AD%8D%E0%AC%A4 | 2017-04-27T12:56:22Z | s3://commoncrawl/crawl-data/CC-MAIN-2017-17/segments/1492917122167.63/warc/CC-MAIN-20170423031202-00631-ip-10-145-167-34.ec2.internal.warc.gz | ory | 1.000007 | Orya | 12 | {"ory_Orya_score": 1.0000066757202148} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)-ଓଡିଶାରେ ମହିଳା କ୍ରିକେଟ ବିଶ୍ୱକପ୍ କରାଯିବାକୁ ସରକାର ସମ୍ମତି ଦେବାପରେ ବିସିସିଆଇ ଓ ଆଇସିସିର ପ୍ରତିନିଧି ଆସି କାର୍ଯ୍ୟସୂଚୀ ଚୂଡାନ୍ତ କରିଛନ୍ତି ।
କଟକ ବାରବାଟୀ ଷ୍ଟାଡିୟମରେ ପାକିସ୍ତାନ ମହିଳା କ୍ରିକେଟ ଟିମ ତାର ସମସ୍ତ ମ୍ୟାଚ ଖେଳିବ ବୋଲି ସେମାନେ ପ୍ରସ୍ତାବ ଦେଇଥିବା ବେଳେ ମହିଳା ବିଶ୍ୱକପ୍ ରେ ଅନ୍ୟ ମ୍ୟାଚ ଗୁଡିକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଷ୍ଟାଡିୟମରେ ଖେଳାଯିବାକୁ ପ୍ରସ୍ତାବ ଦେଇଛନ୍ତି ।
ମହିଳା କ୍ରିକେଟ ବିଶ୍ୱକପ ମ୍ୟାଚ ପାଇଁ ଟିକେଟ ବ୍ୟବସ୍ଥା ନାହିଁ । ନିମନ୍ତ୍ରଣପତ୍ର ଆଧାରରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଏଥିସହିତ ଖେଳାଳିମାନଙ୍କର ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରିବାକୁ ବିସିସିଆଇ ସରକାରଙ୍କୁ ଅନୁରୋଧ କରିଛି ।
ବିସିସିଆଇର ମ୍ୟାନେଜର ଓ ଆଇସିସିର ଆଣ୍ଟି କରପ୍ସନ ୱଙ୍ଗ ନିର୍ଦ୍ଦେଶକ ରବି ସୱାନି ଓ ସୁର ନାୟକ ଓଡିଶା ଆସି ମଙ୍ଗଳବାର ଦିନ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା ଏବଂ କ୍ରୀଡା ବିଭାଗ ସଚିବ ଆଇ.ଶ୍ରୀନିବାସଙ୍କୁ ଭେଟିଥିଲେ ।
ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ନିକଟରେ ଏବିଭିପି,ବଜ୍ରଙ୍ଗଦଳ,ରାଷ୍ଟ୍ରସୁରକ୍ଷା ମଞ୍ଚ ତରଫରୁ ବିସିସିଆଇ ଓ ଆଇସିସିର ପ୍ରତିନିଧିଙ୍କୁ ବିରୋଧ କରାଯାଇ ଥିଲା ।
ଓଡିଶା ଡଟ୍ କମ୍ | <urn:uuid:6eae317a-46aa-4fa6-b881-2a26d50e0983> | CC-MAIN-2017-17 | http://www.odisha.com/archives/tag/%E0%AC%AC%E0%AC%BF%E0%AC%9C%E0%AD%81-%E0%AC%AA%E0%AC%9F%E0%AD%8D%E0%AC%9F%E0%AC%A8%E0%AC%BE%E0%AD%9F%E0%AC%95-%E0%AC%AC%E0%AC%BF%E0%AC%AE%E0%AC%BE%E0%AC%A8-%E0%AC%AC%E0%AC%A8%E0%AD%8D%E0%AC%A6 | 2017-04-29T17:31:58Z | s3://commoncrawl/crawl-data/CC-MAIN-2017-17/segments/1492917123549.87/warc/CC-MAIN-20170423031203-00580-ip-10-145-167-34.ec2.internal.warc.gz | ory | 0.999977 | Orya | 30 | {"ory_Orya_score": 0.9999774694442749} |
ଓଡିଶା ଡଟ କମ ସମ୍ବାଦଦାତା
ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ) ଦେଶରେ ଥିବା ୧୬ଟି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି ( ଆଇଆଇଟି) ଓ ଧାନବାଦ ସ୍ଥିତ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ (ଆଇଏସଏମ)ରେ ନାମ ଲେଖା ପାଇଁ ରବିବାର ଅନୁଷ୍ଠିତ ହେଉଥିବା ଯୁଗ୍ମ ପ୍ରବେଶିକ ପରୀକ୍ଷା (ଜେଇଇ) ଏଡଭାନସଡରେ ଓଡ଼ିଶାର ୩୪୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
ଜେଇଇ ମେନର ପ୍ରଥମ ଦେଢ ଲକ୍ଷ ସ୍ଥାନରେ ରହିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଭୁବନେଶ୍ଵର ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଚାଲିଛି। ଦୁଇଟି ସିଟିଙ୍ଗ ରେ ପରୀକ୍ଷା ହେଉଛି।
ପ୍ରଥମ ସିଟିଙ୍ଗ ସକାଳ ୯ଟା ରୁ ମଧ୍ୟାହ୍ନ ୧୨ଟା ଓ ଦ୍ଵିତୀୟ ସିଟିଙ୍ଗ ପରୀକ୍ଷା ପାଇଁ ଅପରାହ୍ନ ୨ଟା ରୁ ୫ଟା ସମୟ ରହିଛି । ପରୀକ୍ଷାର ସୁପରିଚାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ସହାୟତା ନିଆଯାଇଛି।
ଓଡିଶା ଡଟ କମ | <urn:uuid:33527406-c6c4-4817-98f8-74d29364d2df> | CC-MAIN-2017-22 | http://www.odisha.com/archives/tag/%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AC%B5%E0%AC%B0-%E0%AC%93-%E0%AC%B0%E0%AC%BE%E0%AC%89%E0%AC%B0%E0%AC%95%E0%AD%87%E0%AC%B2%E0%AC%BE%E0%AC%B0%E0%AD%87 | 2017-05-25T20:06:22Z | s3://commoncrawl/crawl-data/CC-MAIN-2017-22/segments/1495463608416.96/warc/CC-MAIN-20170525195400-20170525215400-00320.warc.gz | ory | 0.999996 | Orya | 34 | {"ory_Orya_score": 0.9999964237213135} |
ରାଜାବଳୀର ପ୍ରଥମ ପୁସ୍ତକ 7Oriya Bible: Easy-to-Read Version (ERV-OR)
ଶଲୋମନଙ୍କର ପ୍ରାସାଦ
7 ଅନନ୍ତର ରାଜା ଶଲୋମନ ତାଙ୍କ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କଲେ ଯାହାକି ସମାପ୍ତ କରିବାକୁ ତାଙ୍କୁ ତେର ବର୍ଷ ଲାଗିଥିଲା। 2 ସେ ମଧ୍ୟ ଏକ ଗୃହ ନିର୍ମାଣ କଲେ ତାହା "ଲିବାନୋନ୍ର ଅରଣ୍ୟ-ଗୃହ" ନାମରେ ନାମିତ ହେଲା। ଏହାର ଦୈର୍ଘ୍ୟ ଶହେ ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। ଏହାର ଗ୍ଭରିଧାଡ଼ି ଏରସ କାଠର ସ୍ତମ୍ଭ ଉପରେ ଏରସ କାଠର କଡ଼ି ଦେଇ ତାହା ନିର୍ମାଣ କଲେ। 3 ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଗ୍ଭଳିଶ କଡ଼ି ଉପରେ ଏରସ କାଠର ଛାତ କଲେ, ପ୍ରତି ଧାଡ଼ିରେ ପନ୍ଦରଟି ଲେଖାଏଁ କଡ଼ି ଥିଲା। 4 ପ୍ରତ୍ୟେକ ପାର୍ଶ୍ୱ କାନ୍ଥରେ ତିନି ଧାଡ଼ି ଝରକା ଥିଲା ଓ ପରସ୍ପର ସେଗୁଡ଼ିକ ସମ୍ମୁଖାସମ୍ମୁଖୀ ଥିଲେ। 5 ପ୍ରତ୍ୟେକର ଶେଷରେ ତିନୋଟି କବାଟ ଥିଲା। ସବୁ କବାଟ ଖୋଲା ଥିଲା ଓ ତା'ର ଦ୍ୱାରବନ୍ଧ ବର୍ଗାକାର ଥିଲା।
6 ଆହୁରି ମଧ୍ୟ ସେ "ସ୍ତମ୍ଭ ସଦୃଶ ବାରଣ୍ତା" କଲେ। ଏହା ପଗ୍ଭଶ୍ ହାତ ଦୀର୍ଘ, ତିରିଶ୍ ହାତ ଚଉଡ଼ା ଥିଲା ଓ ବାରଣ୍ତାର ସମ୍ମୁଖରେ ଏକ ସ୍ତମ୍ଭରେ ଭରାଦିଆ ଯାଇଥିବା ପରଦା ଥିଲା।
7 ସେ ମଧ୍ୟ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲେ ଓ ଏହାକୁ "ନିୟମର ପ୍ରଶସ୍ତ ଗୃହ" କହିଲେ। ସେହି କୋଠରୀ ଚଟାଣଠାରୁ ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ଥିଲା।
8 ରାଜା ଶଲୋମନଙ୍କର ବିଗ୍ଭର ଗୃହର ଅଗଣା ଉପରେ ଅବସ୍ଥିତ ଥିଲା। ଏହା ନିୟମ ପ୍ରଶସ୍ତଗୃହ ସଦୃଶ ନିର୍ମିତ ହେଲା। ସେ ମଧ୍ୟ ନିଜର ଭାର୍ଯ୍ୟା, ଫାରୋର କନ୍ୟା ନିମନ୍ତେ ସେହି ନିୟମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲେ।
9 ଏହିସବୁ ଅଟାଳିକାଗୁଡ଼ିକ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। ଏହିସବୁ ପଥରଗୁଡ଼ିକ ନିର୍ଦ୍ଧିଷ୍ଟ ଆକାର ଅନୁସାରେ କରତରେ କଟାଗଲା। ସେଗୁଡ଼ିକର ଆଗପଛ କଟାଗଲା। ଏହି ପଥରଗୁଡ଼ିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ଯ୍ୟନ୍ତ ବ୍ୟବହାର ହେଲା। ପ୍ରାଙ୍ଗଣ ମଧ୍ୟ ବହୁମୂଲ୍ୟ ପ୍ରସ୍ତରରେ ତିଆରି ହେଲା। 10 ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। କେତେକ ପ୍ରସ୍ତର ଦଶ ହାତ ଓ କେତେକ ଆଠ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। 11 ସେହି ପ୍ରସ୍ତରର ଅଗ୍ରଭାଗରେ ବହୁମୂଲ୍ୟ ଖୋଦିତ ପ୍ରସ୍ତର ଓ ଏରସ କାଠର କଡ଼ି ଥିଲା। 12 ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁର୍ପାର୍ଶ୍ୱରେ କାନ୍ଥ ଥିଲା। ସେହି କାନ୍ଥଗୁଡ଼ିକ ତିନିଧାଡ଼ି ପ୍ରସ୍ତର ଓ ଏକଧାଡ଼ି ଏରସ କଡ଼ି କାଠରେ ନିର୍ମିତ ହୋଇଥିଲା।
13 ଅନନ୍ତର ରାଜା ଶଲୋମନ ଲୋକ ପଠାଇ ସୋରରୁ ହୀରମ୍ ନାମକ ଏକ ଲୋକକୁ ଅଣାଇଲେ। 14 ହୀରମ୍ ଇସ୍ରାଏଲର ନପ୍ତାଲି ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ୍ ଜଣେ ନିପୁଣ ପିତ୍ତଳ କାରୀଗର ଥିଲା। ରାଜା ଶଲୋମନ ସେହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ଯ୍ୟରେ ନିଯୁକ୍ତ କଲେ।
15 ହୀରମ୍ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲା ଯାହାର ଉଚ୍ଚତା ଅଠର ହାତ ଓ ଗୋଲେଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା। 16 ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରତ୍ୟେକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା। 17 ସେ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲା। 18 ସେ ପ୍ରତ୍ୟେକ ଜାଲିର ସ୍ତମ୍ଭର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡ଼ି ଡାଳିମ୍ବାକୃତି ନିର୍ମାଣ କଲା। ମୁଣ୍ତାଳିରେ ମଧ୍ୟ ତଦ୍ରୂପ କଲା। 19 ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନରେ ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା। 20 ଆଉ ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ତାଳି ଥିଲା ଓ ସେଗୁଡ଼ିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ 200ଟି ଡାଳିମ୍ବାକୃତି ଥିଲା। 21 ହୀରମ୍ ସେହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାରେ ସ୍ଥାପନ କଲା। ଗୋଟିଏ ସ୍ତମ୍ଭ ଦକ୍ଷିଣ ପାର୍ଶ୍ୱର ପ୍ରବେଶ ଦ୍ୱାରରେ ଓ ଅନ୍ୟ ସ୍ତମ୍ଭଟି ବାମ ପାର୍ଶ୍ୱରେ ରହିଲା। ଦକ୍ଷିଣ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ସ୍ତମ୍ଭର ନାମ ବୋୟସ୍ ଦେଲା। 22 ପୁଣି ସେ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପରେ ରଖିଲା। ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା।
23 ତା'ପରେ ସେ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମ ଦେଲା "ସମୁଦ୍ର"। ସେହି କୁଣ୍ତର ପରିଧି ତିରିଶ୍ ହାତ, ବ୍ୟାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା। 24 ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖରେ ଏକ ଫନ୍ଦ ଥିଲା। ଫନ୍ଦ ତଳେ ଦୁଇଧାଡ଼ି ପିତ୍ତଳର ଲାଭା ଥିଲା। ସେହି ଲାଭାଗୁଡ଼ିକ ଚୌବାଗ୍ଭ ସହିତ ଏକ ଖଣ୍ତ କରି ନିର୍ମାଣ କରାଯାଇ ଥିଲା। 25 ଏହି କୁଣ୍ତ ବାର ଗୋଟି ଷଣ୍ଢ ଉପରେ ସ୍ଥାପିତ ହୋଇଥିଲା। ସେହି ଷଣ୍ଢଗୁଡ଼ିକ ତିନି ଦଳରେ ସଜା ହୋଇଥିଲେ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ଢମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡ଼କୁ ଥିଲା। କୁଣ୍ତ ସେମାନଙ୍କ ଉପରେ ରଖାଯାଇଥିଲା। 26 ସେହି ପାତ୍ରର ମୋଟେଇ ଗ୍ଭରି ଅଙ୍ଗୁଳି ଥିଲା। ତା'ର ଫନ୍ଦ କପର ଫନ୍ଦ ପରି କିଅବା ପୁଷ୍ପର ପାଖୁଡ଼ା ସଦୃଶ ଥିଲା। ସେହି ଚୌବାଗ୍ଭ 2000 ମହଣ ଧାରଣ କରୁଥିଲା।
27 ତା'ପରେ ହୀରମ୍ ଦଶ ଗୋଟି କଂସା ଶଗଡ଼ ନିର୍ମାଣ କଲା। ପ୍ରତ୍ୟେକ ଶଗଡ଼ର ଦୈର୍ଘ୍ୟ ଗ୍ଭରି ହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନି ହାତ ଥିଲା। 28 ସେହି ଶଗଡ଼ଗୁଡ଼ିକର ଗଠନ ଚତୁର୍ଭୁଜାକାର ଓ ଫ୍ରେମ୍ ମଝିରେ ବିଟ ଥିଲା। ଯଥା: ସେ ସବୁର ମଧ୍ୟଦେଶ ଥିଲା ଓ ସେହିସବୁ ମଧ୍ୟଦେଶ ବିଟମାନଙ୍କ ମଧ୍ୟରେ ଥିଲା। 29 ପୁଣି ବିଟର ମଧ୍ୟବର୍ତ୍ତି ସେହିସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୁବଦୂତମାନେ ଥିଲେ। ବିଟ ଉପରେ ଏକ ବଇଠି ଥିଲା। ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। 30 ପ୍ରତ୍ୟେକ ବୈଠିକିର ଗ୍ଭରୋଟି ପିତ୍ତଳମୟ ଚକ ଓ ପିତ୍ତଳର ଅଖ ଗ୍ଭରିକୋଣରେ ସ୍ଥାପିତ ଅବଲମ୍ବନ ଥିଲା। ସେହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। 31 ଉପରେ ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତୁଃଷ୍କୋଣ ଥିଲା। ଏହାର ବ୍ୟାସ ଦେଢ଼ ହାତ ଥିଲା। ସେହି ଥାକରେ କଂସାରେ ବହୁତ ନକ୍ସା ଅଙ୍କା ଯାଇଥିଲା। 32 ଫ୍ରେମ୍ ତଳେ ଗ୍ଭରୋଟି ଚକ ଥିଲା ଓ ଚକଗୁଡ଼ିକର ବ୍ୟାସ ଦେଢ଼ ହାତ ଥିଲା। ଚକଗୁଡ଼ିକର କାଠ ଗୋଟିଏ ଖଣ୍ତ ଥିଲା। 33 ଆଉ ସେହି ଚକଗୁଡ଼ିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନେମି, ନାଭି ଓ ଅର ସବୁ ଢଳା ପିତ୍ତଳରେ ନିର୍ମିତ ହୋଇଥିଲା।
34 ପ୍ରତ୍ୟେକ ଖଟୁଲିର ଗ୍ଭରି କୋଣରେ ଗ୍ଭରୋଟି ଠେସା ଥିଲା ଓ ସେହି ଠେସାଗୁଡ଼ିକ ଖଟୁଲି ସହିତ ଏକ ଖଣ୍ତ ହୋଇ ରହିଲା। 35 ଆଉ ପ୍ରତି ଖଟୁଲି ମୁଣ୍ତରେ ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବେଢ଼ା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ୟ ଦେଶ ତାହା ସହିତ ନିର୍ମିତ ହୋଇଥିଲା। 36 ସେଇ ଖଟୁଲିର ଓ ଫ୍ରେମ୍ର ପାର୍ଶ୍ୱରେ କିରୁବଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବି ଖୋଦିତ ହୋଇଥିଲା। ଏହିସବୁ ଛବିଗୁଡ଼ିକ ଖଟୁଲିର ସବୁଆଡ଼େ ଖୋଦିତ କରାଯାଇ ଥିଲା ଓ ଖଟୁଲିର ଚତୁର୍ପାର୍ଶ୍ୱରେ ଥିବା ଫ୍ରେମ୍ରେ ଫୁଲସବୁ ଖୋଦିତ ହୋଇଥିଲା। 37 ହୀରମ୍ ଦଶ ଗୋଟି ଖଟୁଲି ନିର୍ମାଣ କଲା। ପ୍ରତ୍ୟେକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇ ଗୋଟିଏ ଛାଞ୍ଚରେ ଢାଳି ସେ ସେଗୁଡ଼ିକୁ ନିର୍ମାଣ କରିଥିଲା।
38 ସେ ଦଶ ଗୋଟି ଖଟୁଲି ଉପରେ ରହିବା ପାଇଁ ଦଶ ଗୋଟି ମାଠିଆ ନିର୍ମାଣ କଲା। ପ୍ରତ୍ୟେକ ମାଠିଆର ବ୍ୟାସ ଗ୍ଭରି ହାତ ଥିଲା ଓ ପ୍ରତ୍ୟେକ ମାଠିଆ ଗ୍ଭଳିଶ୍ ମହଣ ଧାରଣ କରୁଥିଲା। 39 ପୁଣି ସେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ବାମ ପାର୍ଶ୍ୱରେ ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କୋଣରେ ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା। 40-45 ହୀରମ୍ ଏହିସବୁ ପ୍ରକ୍ଷାଳନ ପାତ୍ର, ଛୋଟ କରଚୁଲ୍ଲୀ ଏବଂ ଛୋଟ ତାଟିଆଗୁଡ଼ିକ ନିର୍ମାଣ କଲା। ସେ ଶଲୋମନଙ୍କ ଇଚ୍ଛାନୁସାରେ ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତ ହେଲା। ଯଥା:
2 ଗୋଟି ସ୍ତମ୍ଭ;
2 ଗୋଟି ଗୋଲାକାର ମଣ୍ତଳୀ, ସେହି ସ୍ତମ୍ଭ ଉପରିସ୍ଥ ଆବୃତ କରିବା ପାଇଁ;
2 ଗୋଟି ଜାଲି;
400 ଗୋଟି ଡାଳିମ୍ବ ଉଭୟ ଜାଲି ନିମନ୍ତେ, ପ୍ରତ୍ୟେକ ଜାଲିରେ ଦୁଇଧାଡ଼ି ଡାଳିମ୍ବ ରହିବ;
10 ଗୋଟି ଶଗଡ଼ରୁ ପ୍ରତ୍ୟେକ ଶଗଡ଼ରେ ଗୋଟିଏ ପକ୍ଷାଳନ ପାତ୍ର ରହିବ;
ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି;
ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା।
Huram made everything King Solomon wanted. ସେଗୁଡ଼ିକ ସୁନ୍ଦର ପିତ୍ତଳରେ ନିର୍ମିତ ହୋଇଥିଲା। 46-47 ଶଲୋମନ ସମସ୍ତ ଜିନିଷ ନିର୍ମାଣରେ ବ୍ୟବହୃତ ପିତ୍ତଳକୁ ଓଜନ କଲେ ନାହିଁ। କାରଣ ତା'ର ପରିମାଣ ଏତେ ଅଧିକ ଥିଲା ଯେ ତାହା ଓଜନ କରିବା ସମ୍ଭବ ନ ଥିଲା। ରାଜା ଯର୍ଦ୍ଦନ ପଦାରେ ସୁକ୍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହା ନିର୍ମାଣ କରିବାକୁ ଆଦେଶ ଦେଲେ। ସେଗୁଡ଼ିକୁ ପିତ୍ତଳ ତରଳାଇ ଓ ଛାଞ୍ଚରେ ଢାଳି ତିଆରି କରାଗଲା।
48-50 ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହୁତ ସାମଗ୍ରୀ ସୁବର୍ଣ୍ଣର ପାଇଲେ। ଏଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରି ହେଲା। ସେଗୁଡ଼ିକ ଯଥା:
ସ୍ୱର୍ଣ୍ଣବେଦି,
ବିଶେଷ ରୋଟି ରଖିବା ପାଇଁ ସ୍ୱର୍ଣ୍ଣମୟ ମେଜ,
ଦକ୍ଷିଣ ପାର୍ଶ୍ୱରେ ପାଞ୍ଚୋଟି ସୁବର୍ଣ୍ଣର ଦ୍ୱୀପରୁଖା ଓ ମହାପବିତ୍ର ସ୍ଥାନର ଉତ୍ତର ପାର୍ଶ୍ୱରେ ପାଞ୍ଚୋଟି ଦ୍ୱୀପରୁଖା ସୁବର୍ଣ୍ଣର ଦ୍ୱୀପ,
ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍
ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କବ୍ଜା ନିର୍ମାଣ କଲେ।
51 ଏହିରୂପେ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ରାଜା ଶଲୋମନ ସମ୍ପୂର୍ଣ୍ଣ କଲେ। ସେ ମନ୍ଦିର ନିମନ୍ତେ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡ଼ିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ରଖିଲେ। | <urn:uuid:7a780d00-4a1e-41d3-8307-9ba7760cdbd8> | CC-MAIN-2017-22 | https://www.biblegateway.com/passage/?search=%E0%AC%B0%E0%AC%BE%E0%AC%9C%E0%AC%BE%E0%AC%AC%E0%AC%B3%E0%AD%80%E0%AC%B0%20%E0%AC%AA%E0%AD%8D%E0%AC%B0%E0%AC%A5%E0%AC%AE%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+7&version=ERV-OR | 2017-05-28T11:36:37Z | s3://commoncrawl/crawl-data/CC-MAIN-2017-22/segments/1495463609613.73/warc/CC-MAIN-20170528101305-20170528121305-00123.warc.gz | ory | 0.999994 | Orya | 21 | {"ory_Orya_score": 0.9999940395355225} |
ଓଡିଶା ଡଟ କମ ସଂବାଦ ଦାତା
ଅକ୍ଟୋବର ୨ (ଓଡିଶା ଡଟ କମ) ଲିବିୟାରେ ଆଇଏସ୍ ଆତଙ୍କବାଦୀଙ୍କ ଦ୍ଵାରା ଅପହୃତ ଓଡିଆ ଇଞ୍ଜିନିୟର ପ୍ରଭାତ ସାମଲ ସେମାନଙ୍କ କବଳରୁ ମୁକ୍ତ ହେବା ପରେ ଶୁକ୍ରବାର ନିଜ ରାଜ୍ୟ ଓଡିଶା ଫେରିଛନ୍ତି ।
ଗୁରୁବାର ସେ ଦିଲ୍ଲୀରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିଲା ପରେ ଗଣମାଧ୍ୟମ ଆଗରେ ଅପହରଣ ସମୟର ଅନୁଭୂତି ବର୍ଣ୍ଣନା କରି କିପରି ଓ କାହିଁକି ସେହି ଆତଙ୍କବାଦୀ ସଂସ୍ଥା ଅପହରଣ କରିଥିଲେ ଓ କିଭଳି ସେ ମୁକ୍ତି ପାଇଲେ, ସେ ସବୁ ଲୋମହର୍ଷଣ କଥା ବର୍ଣନା କରିଥିଲେ ।
ତାଙ୍କ ମୁକ୍ତି ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ଦୀର୍ଘ ଦିନଧରି ପ୍ରଭାସଙ୍କ ମୁକ୍ତି ନେଇ ଆଶଙ୍କା ଲାଗି ରହିଥିଲା । ଆତଙ୍କବାଦୀ ମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସେ ତାଙ୍କ ଭାଉଜଙ୍କୁ ପ୍ରଥମେ ଫୋନ୍ ଯୋଗେ ଜଣାଇଥିଲେ ।
କିନ୍ତୁ ତାପରେ ଆଉ ଫୋନ୍ ଯୋଗେ ତାଙ୍କ ସହିତ ଓଡିଶାରେ ରହୁଥିବା ତାଙ୍କ ସମ୍ପର୍କୀୟ ମାନେ ଫୋନ୍ ଯୋଗେ ଯୋଗାଯୋଗ କରିପାରିନଥିଲେ । ତେଣୁ ସେ ମୂକ୍ତ ହୋଇଛନ୍ତି କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ସେ ଭାରତରେ ପହଞ୍ଚିବାପରେ ତାଙ୍କ ପରିବାର ଲୋକେ ଆଶ୍ଵସ୍ଥ ହୋଇଛନ୍ତି । କେନ୍ଦ୍ରାପଡା କାରିଲୋପାଟଣା ଗ୍ରାମରେ ପ୍ରଭାସ ସାମଲଙ୍କ ଘର ।
ଦୂରଦର୍ଶନକୁ ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି ଯେ ସେପ୍ଟେମ୍ବର ୭ ତାରିଖରେ କିଛି ବ୍ୟକ୍ତି ତାଙ୍କୁ ଓ ଜଣେ ଭାରତୀୟ ଡାକ୍ତର ରାମମୂର୍ତ୍ତିଙ୍କ ସମେତ ଦୁଇଜଣ ବିଦେଶୀଙ୍କୁ ଆଖିରେ କଳାପଟି ବାନ୍ଧି ଅପହରଣ କରିନେଇଥିଲେ ।
ପ୍ରାୟ ଦଶ ଦିନ ପରେ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଫଳରେ ସେ ସୌଭାଗ୍ୟକ୍ରମେ ମୁକୁଳି ପାରିଥିଲେ । " ଯଦି ରଖେ ହରି ମାରେ କିଏ" ଭୁବନେଶ୍ଵର ରେ ପହଞ୍ଚିବା ପରେ ସେ କହିଛନ୍ତି । ନିଜ ମୁକ୍ତିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଏଃ ପୂର୍ବରୁ ପ୍ରଭାସ ଦିଲ୍ଲୀ ପହଞ୍ଚିବା ଖବର ବିଜୁଳି ବେଗରେ ପ୍ରଚାର ହେବା ପରେ ତାଙ୍କ ଗ୍ରାମ କାରିଲୋପାଟଣାରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା । ପରିବାରଲୋକେ ସ୍ଥାନୀୟ ମନ୍ଦିରରେ ପୂଜାର୍ଚନା କରିବା ସହ ନିଜ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କୁ ମିଠା ବାଣ୍ଟିଥିଲେ ।
ଜଣେ ଫିଲିଫାଇନସ ମହିଳାଙ୍କୁ ବିବାହ କରି ପ୍ରଭାସ ଗତ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲିବିଆରେ ଏକ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି ସେଠାରେ ଏବେ ମଧ୍ୟ ଅଶାନ୍ତ ପରିସ୍ଥିତି ଲାଗିରହିଛି ।
ଓଡିଶା ଡଟ କମ | <urn:uuid:6ea78083-2e9e-4143-9a2e-b538e9548e97> | CC-MAIN-2017-22 | http://www.odisha.com/archives/22831 | 2017-05-23T05:11:40Z | s3://commoncrawl/crawl-data/CC-MAIN-2017-22/segments/1495463607369.90/warc/CC-MAIN-20170523045144-20170523065144-00205.warc.gz | ory | 1.000004 | Orya | 61 | {"ory_Orya_score": 1.0000039339065552} |
ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କର ପୁସ୍ତକ 34Oriya Bible: Easy-to-Read Version (ERV-OR)
ପରମେଶ୍ୱର ତାଙ୍କର ଶତ୍ରୁକୁ ଦଣ୍ଡ ଦେବେ
34 ହେ ସମସ୍ତ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଧ୍ୟାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତୁ, ଜଗତ ଓ ସେଥିରୁ ସୃଷ୍ଟି ସମସ୍ତ ପଦାର୍ଥ ଶ୍ରବଣ କରୁ। 2 କାରଣ ସଦାପ୍ରଭୁ ଦେଶୀୟ ସମସ୍ତଙ୍କ ବିପକ୍ଷରେ ଓ ସମସ୍ତ ସୈନ୍ୟସାମନ୍ତଙ୍କ ପ୍ରତିକୂଳରେ ତାଙ୍କର ପ୍ରଚଣ୍ଡ କ୍ରୋଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସେମାନଙ୍କୁ ବିନାଶ କରିବେ ଓ ସେ ମଧ୍ୟ ସେ ସମସ୍ତଙ୍କର ବିନାଶର କାରଣ ହେବେ। 3 ସେହି ନିହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ। ସେମାନଙ୍କ ଶବ ଦୁର୍ଗନ୍ଧ ଦେବ ଓ ସେମାନଙ୍କର ରକ୍ତ ପର୍ବତଗୁଡ଼ିକରେ ବୋହି ଯିବ। 4 ପୁଣି ଆକାଶ ମଣ୍ଡଳର ସମସ୍ତ ସୈନ୍ୟ କ୍ଷୟପ୍ରାପ୍ତ ହେବେ ଏବଂ ମୋଡ଼ା କାଗଜ ଭଳି ସେ ଗୁଡ଼ାଇ ହୋଇଥିବେ। ଦ୍ରାକ୍ଷାଲତାର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର ସଦୃଶ ସମସ୍ତ ସୈନ୍ୟ ବିହୀନ ହେବେ ଏବଂ ପଡ଼ିଯିବେ। 5 ସଦାପ୍ରଭୁ କୁହନ୍ତି, "ଏହା ଘଟିବ ଯେତେବେଳେ ଆମ୍ଭର ଖଡ଼୍ଗ ପରିତୃପ୍ତ ରୂପେ ପାନ କରିଛି।"
ଦେଖ, ବିଗ୍ଭର ସାଧନ ନିମନ୍ତେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କ ଉପରେ ପଡ଼ିବ। 6 ସଦାପ୍ରଭୁଙ୍କ ଖଡ଼୍ଗ ରକ୍ତରେ ପରିତୃପ୍ତ ଓ ମେଦରେ ଓ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ। କାରଣ ବସ୍ତ୍ରରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହା ହତ୍ୟାକାଣ୍ଡ ହେବ। 7 ତେଣୁ ମେଷ, ବନ୍ୟ ଗୋରୁ, ବୃଷଭ ଏବଂ ଯୁବା ବୃଷଭ ଆସିବେ। ସେମାନଙ୍କ ରକ୍ତରେ ପରିପୂର୍ଣ୍ଣ ହେବ ଓ ସେମାନଙ୍କ ଚର୍ବ୍ବୀରେ ଭୂମି ଆଚ୍ଛାଦିତ ହେବ।
8 କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ। ଏହା ସିୟୋନର ଦିବା ସମ୍ବନ୍ଧୀୟ ପ୍ରତିଫଳର ବର୍ଷ। 9 ଆଉ ମଧ୍ୟ ତହିଁର ସ୍ରୋତସବୁ ଝୁଣାରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହେବ। ସେହି ଭୂମି ପ୍ରଜ୍ୱଳିତ ଝୁଣା ହେବ। 10 ସେହି ଅଗ୍ନି ଦିବାରାତ୍ରି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ। ସେଥିରୁ ଚିରକାଳ ଧୂମ ନିର୍ଗତ ହେବ। ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ। ଅନନ୍ତକାଳ ପର୍ଯ୍ୟନ୍ତ ତାହା ମଧ୍ୟଦେଇ କେହି ଗମନ କରିବେ ନାହିଁ। 11 ପାଣି ଭେଳା ଓ ଝିଙ୍କ ତାହା ଅଧିକାର କରିବେ। ଆଉ ପେଗ୍ଭ ଓ ଡାମରା କାଉର ତାହା ମଧ୍ୟରେ ବାସ କରିବେ। ପୁଣି ସେ ସ୍ଥାନ "ଶୂନ୍ୟ ମରୁଭୂମି" ବୋଲି ଡକା ହେବ। 12 ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ। ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ।
13 ସେଠାରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ୱାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ୱାରା ଆଚ୍ଛାଦିତ ହେବ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହେବ। 14 ସେଠାରେ ବନ୍ୟପଶୁଗଣ ଗଧିଆମାନଙ୍କ ସହିତ ମିଶି ବାସ କରିବେ। ବନ୍ୟଛାଗ ତା'ର ସାଥୀମାନଙ୍କୁ ଡାକିବ ଓ ନିଶାଚରମାନେ ସେଠାରେ ବାସ କରିବେ ଓ ବିଶ୍ରାମ ସ୍ଥାନ ଲାଭ କରିବେ। 15 ପେଗ୍ଭଗଣ ସେଠାରେ ବାସ କରିବେ ଏବଂ ପରିବାରକୁ ବୃଦ୍ଧି କରିବେ। ଚିଲମାନେ ନିଜର ସଙ୍ଗିନୀ ସହିତ ମିଳିତ ହେବେ।
16 ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର। ସେଥିରେ ଲିଖିତ ଅଛି ସେମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ରହିବେ ନାହିଁ। କେହି ନିଜର ସଙ୍ଗିନୀକୁ ଛାଡ଼ିବ ନାହିଁ। କାରଣ ମୋର ମୁଖଦ୍ୱାରା ଏହି ଆଜ୍ଞା କରିଛନ୍ତି ଓ ତାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଛି। 17 ପରମେଶ୍ୱର ପୁଣି ସେମାନଙ୍କର ନିମନ୍ତେ ଗୁଲିବାଣ୍ଟ କରିଛନ୍ତି ଓ ତାଙ୍କର ହସ୍ତ ପରିମାପକ ରଜ୍ଜୁଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି। ସେମାନେ ତାହା ଚିରକାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ। | <urn:uuid:5445e33b-d27e-419b-9c9f-19ee10cdc6a5> | CC-MAIN-2017-22 | https://www.biblegateway.com/passage/?search=%E0%AC%AF%E0%AC%BF%E0%AC%B6%E0%AC%BE%E0%AC%87%E0%AD%9F%20%E0%AC%AD%E0%AC%AC%E0%AC%BF%E0%AC%B7%E0%AD%8D%E0%AD%9F%E2%80%8C%E0%AC%A6%E0%AD%8D%E2%80%8C%E0%AC%AC%E0%AC%95%E0%AD%8D%E0%AC%A4%E0%AC%BE%E0%AC%99%E0%AD%8D%E0%AC%95%E0%AC%B0%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+34&version=ERV-OR | 2017-05-29T02:55:53Z | s3://commoncrawl/crawl-data/CC-MAIN-2017-22/segments/1495463612008.48/warc/CC-MAIN-20170529014619-20170529034619-00378.warc.gz | ory | 0.999997 | Orya | 17 | {"ory_Orya_score": 0.9999972581863403} |
"ହଇଓ ଘର କଥା ଟିକେ ଚିନ୍ତା କର। ବୟସ କଣ ଆସୁଛି? ତମ ସାଙ୍ଗ ମାନେ ପରା ଭୁବନେଶ୍ୱରରେ ଘର କିଣି ସାରିଲେଣି। ଆମ ପିଲାମାନେ ତ ଯେ ଯାହା ରାସ୍ତା ଧରିଲେ, ତମ ଚାକିରୀ ସରିଲେ ଆମେ ରହିବା କୋଉଠି"? ସୁମି ଟିକେ ବଡ ପାଟିରେ କହିଲା। ଆଗରୁ ବି ସିଏ କହିଛି ହେଲେ ଏ କଥାକୁ ମୁଁ କେବେ କାନ କି ମନ ଦେଇନି। ସବୁବେଳେ ହସିକି ବାଁଆରେଇ ଦିଏ। ପିଲା ମାନଙ୍କୁ ପଢେଇ ଲେଖେଇ ଥରେ ଉଡିବା ଶିଖେଇ ଦେଲେ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ଗାଁରେ ଦି ବଖରା ଘର କରି ରହିବୁ ବୋଲି ମୋର ଆଶା ଥିଲା। ଝିଅର ବାହାଘର ପରେ ସିଏ ଦିଲ୍ଲୀରେ ଆଉ ପୁଅ ବର୍ଷେ ହେଲା ଚାକିରୀ ପାଇ ବିଦେଶ ଯାଇଛି। ସେବା ନିବୃତ୍ତି ପାଇଁ ମୋର ଆଉ ଅଳ୍ପଦିନ ବାକି ରହିଲା। ତିରିଶ ବତିଶ ବର୍ଷ ଚାକିରୀ କାଳରେ ମୁଁ ଏତେ ଦ୍ଵିଧା ବୋଧ କରି ନଥିଲି ଯେମିତି ଆଜି କରୁଛି। ନିଜ କାର୍ଯ୍ୟକାଳ ମଧ୍ୟରେ ଭୁଲ ଠିକ୍ ର ବିଚାର ରେ ବେଶି ସମୟ ଉଚିତ କର୍ମ କରିଥିବା ମୋ ଭଳିଆ ସାଧାରଣ ମଣିଷ ଟିଏ ଯେ ଏମିତି ଦ୍ଵନ୍ଦରେ ପଡିବ ଏକଥା ଆଗରୁ ଭାବି ନଥିଲି। ଆଜି ସକାଳୁ ବାସ୍ ଗୋଟେ କଥା "ଘର କର ନହେଲେ ଘର କିଣ"! ମୁଁ ବୁଝେଇବାକୁ ଚେଷ୍ଟା କଲି "ଆରେ ଆମର ଘର କଣ ହେବ କହିଲ? ଗାଁରେ ଦୁନିଆ ଜାଗାବାଡ଼ି ପଡିଚି, ଦି ବଖରା ଘର କରିଦେଲେ ଆମ ବାର୍ଦ୍ଧକ୍ୟ କଟି ଯିବନି! ସତ କହିବାକୁ ଗଲେ ଏବେ ଯୋଉ ଘର ଅଛି, ତାକୁ ଟିକେ ସଜଡା ସାଇତା କରିଦେଲେ ମଧ୍ୟ ଆମେ ରହି ପାରିବୁ"। ନାଇଁ ଏକା ଜିଦ ଯେ ଘର ଦରକାର ସିଏ ପୁଣି ଭୁବନେଶ୍ୱରରେ, ଯେମିତି ପିଲାମାନେ ସୁବିଧାରେ ଯା ଆସ କରିପାରିବେ। କଣ ଆଉ କହିବି, ମା ମନ ତା'ର ଜମାରୁ ବୁଝିବାକୁ ନାରାଜ।
ଏ ଘର ସମସ୍ୟା ବଡ ଜଟିଳ ହେଲା। ପରିବେଶ କୁ ଟିକେ ହାଲକା କରିବା ଆଶା ନେଇ ଘରୁ ବାହାରିଗଲି ବୁବୁନା ପାନଦୋକାନ ଆଡେ। ପାନ ଭାଙ୍ଗିବାକୁ କହି ଖବର କାଗଜ ଟା ଧରିଲି। ପାନ ଭାଙ୍ଗୁ ଭାଙ୍ଗୁ ବୁବୁନା କହିଲା "କଣ ଭାଇନା, ଭାଉଜ କଣ କହିଲେ କି? ତମ ମନଟା ଭଲ ନଥିଲା ପରି ଲାଗୁଛି"। ମୁଁ କହିଲି "କଣ ଆଉ କହିବି ତୋ ଭାଉଜର ସେଇ ପୁରୁଣା କଥା"। "ଓହୋଃ! ଭାଇନା ତମେ ବି ଅଜବ ଲୋକ ଭୁବନେଶ୍ୱର ରେ ଘରଟିଏ କିଣିଦେଲେ ହୁଅନ୍ତାନି? ଭଗବାନ ତୁମର କୋଉଥିରେ ଉଣା କରିଛନ୍ତି କହିଲ? ପୁଅ ଝିଅ ଦିଟା ତ ସୁନାମୁଣ୍ଢା ଆଉ ଭାଉଜ ଭଳିଆ ଏଠି କେହି ହେବେନି। ତମ କଥା ଆଉ କଣ କହିବି"? ମୁଁ ବିଗିଡ଼ିଲି "ତୁ ପାନ ରେ ଚୂନ ମାର, ମୋତେ ତେଲ ମାରନା। ହଁ ତୋର କିଛି ବାକି ପାଇବାର ଅଛି କି କହ"। ବୁବୁନା ଦାନ୍ତ ଦେଖେଇ ହସିଲା। ମୁଁ ପୁଣି କହିଲି "ଆରେ ଓଡିଶା ମାଟିର ମମତା ମୋ ପାଇଁ ସବୁଠି ସମାନ ସେ କୋରାପୁଟ ହଉ କି ଭୁବନେଶ୍ୱର ଅବା ବାରିପଦା। ହେଲେ ଯୋଉ ଗାଁ ମାଟିରେ ଜନ୍ମ ନେଇ ଆଜି ଆମେ ମଣିଷ ହେଲୁ ସେଇ ମମତାର ମୂଲ କଣ ଆମେ ଦେଇ ପାରୁଛୁ"? ଏମିତିକା ଗପସପ କରି ଘଣ୍ଟାଏ ପରେ ଫେରିଲା ବେଳକୁ ସୁମି ବିଷୟରେ ଭାବୁଥିଲି। ଘରେ ପହଞ୍ଚି ଦେଖେ ତ ସୁମି ଓଠରୁ ହସ ଲୁଚି ଲୁଚି ବାହାରି ଆସୁଥିଲା। ରହସ୍ୟ ଟା ବୁଝିବାକୁ ଇଚ୍ଛା ହେଲେବି ଟିକେ ଶାନ୍ତ ରହିଲି। ସୁମି କିନ୍ତୁ ବେଶି ସମୟ ଚୁପ ରହି ପାରିଲାନି। "ସିପୁ ଫୋନ କରିଥିଲା। ତମ ସହ କଥା ହେବ ବୋଲି କହୁଥିଲା। ତମେ ଫ୍ରି ହେଲେ ତାକୁ ଟିକେ ଫୋନ କରିବ"। ଦ୍ବିପ୍ରହର ଖିଆପିଆ ସାରିଲା ପରେ ସିପୁ (ମୋ ପୁଅ) କୁ ଫୋନ ଲଗେଇଲି। ସିପୁ କହିଲା "ବାପା ତମେ ଘରକିଣିବା କଥା ଚିନ୍ତା କରନି। ମୁଁ ଅନଲାଇନରେ ବୁକ୍ କରିଦେବି, ତମେ ଯାଇ ଖାଲି ଲୋକଲିଟି ଦେଖି ଆସିବ। ଭଲ ଲାଗିଲେ ବିଲଡର କୁ ମୁଁ କନ୍ଫର୍ମ କରିବି। ହଁ ମୁଁ ଇଏମଆଇ ବିଷୟରେ ବି କଥା ହେଇଯାଇଛି"। ମା ପୁଅଙ୍କ ଇଚ୍ଛା ବିରୁଦ୍ଧରେ କିଛି କହିବାକୁ ମନ ବଳିଲାନି। ସିଏ ଯାହା କହିଲା ମୁଁ ହଁ ମାରିଲି।
ରବିବାର ଟା ଗୋଟେ ପ୍ରକାର କଟିଗଲା। ଆଗକୁ ପଣା ସଂକ୍ରାନ୍ତି। ଭାବିଲି ଗାଁ ରୁ ଟିକେ ବୁଲିଆସିବି ଆଉ ଗଲାବେଳେ ଗୋଟେ ଦିନ ଭୁବନେଶ୍ୱରରେ ଦେଈ ଘରେ ରହି ସିପୁ ଠିକ କରିଥିବା ଘର ଯାକ ଦେଖି ଦେଇ ଯିବି। ଯିବା କଥା ଶୁଣି ସୁମି ବି ବାହାରିଲା। ମୁଁ ମନା କଲା ରୁ ସିଏ କହିଲା "ତମେ ଯଦି ଗାଁ କୁ ଯାଅ, ମୋତେ ଦେଇ ଘରେ ଛାଡ଼ି ଦେବ"। ମୋତେ ଏବେ ପ୍ରସ୍ତାବଟା ଟିକେ ଠିକ ଲାଗିଲା। ଚାକିରୀ ସରିଗଲା ପରେ ଦେଈ ଭିଣେଇ ଭୁବନେଶ୍ୱରରେ ରହୁଛନ୍ତି। ତାଙ୍କର ଦୁଇଜଣ ଯାକ ପୁଅ ଇଞ୍ଜିନିୟର, ବିବାହିତ ଓ ପରିବାର ସହ ଓଡିଶା ବାହାରେ ରୁହନ୍ତି। ସଂକ୍ରାନ୍ତିର ଦୁଇଦିନ ପୂର୍ବରୁ ଆମେ ବାହାରିଲୁ। ଦେଈ ଘରେ ଗୋଟେଦିନ ରହି ସବୁ ଲୋକେସନ ଯାକ ବୁଲି ଦେଖିଲୁ। ତନ୍ମଧ୍ୟରୁ ଗୋଟେ ତିନି ବେଡ଼ରୁମ ଵାଲା ଘର କିଣିବା କଥା ସ୍ଥିର ବି ହେଲା।
ସଂକ୍ରାନ୍ତି ଦିନ ସକାଳୁ କାର ଧରି ମୁଁ ଏକା ଗାଁକୁ ବାହାରିଲି। ବାବା ବୋଉଙ୍କ ତିରୋଧାନ ପରେ ଗାଁ ରେ ଦାଦାଙ୍କ ପରିବାରର ସମସ୍ତେ ରୁହନ୍ତି। ସକାଳୁ ଦାଦା ପୁଅ ଭାଇ ଅକ୍ଷୟ କୁ ଫୋନ କରି ଦେଇଥିଲି। ଭାତ ଖାଇବା ସମୟରେ ଗାଁରେ ପହଂଚିଲି। ଧୁଆଧୋଇ ହେଇ ଅକ୍ଷୟର ମୋର ଖାଇବାକୁ ବସିଲୁ। ସାନ ବୋହୂ ପଖାଳ କଂସା ଆଣି ଥୋଇଲା। ଏମିତି ଗରମ ରେ ମୁଁ ଭାତ ଅପେକ୍ଷା ପଖାଳ ପସନ୍ଦ କରେ ବୋଲି ଅକ୍ଷୟ ଜାଣେ। ସକାଳୁ ଚଉରା ପୂଜା ସବୁ ସରିଥିଲା। ସନ୍ଧ୍ୟାରେ ଗାଁ ମନ୍ଦିର ରେ ପଣା ଭୋଗଲାଗି ହେଲା। ବୈଶାଖ ମାସର କୀର୍ତ୍ତନର ଶୁଭାରମ୍ଭ ହେଲା
ଗାଁରେ ଚାରିଦିନ ପାଖପାଖି ରହିଲା ପରେ ଅନିଚ୍ଛା ସତ୍ତ୍ୱେ ମୁଁ ଫେରିଲି। ଦେଈ ଘରେ ଗୋଟେ ଦିନ ରହି ସୁମି ସହ ମୁଁ ଫେରୁଥାଏ। ସୁମି ର ଚିନ୍ତିତ ଚେହେରା ଦେଖି ପଚାରିଲି କଥା କଣ ବୋଲି। ସେ କହିଲା "ଆମେ ତ ସବୁଦିନ ଭୁବନେଶ୍ୱରରେ ରହିବୁନି, ଏତେ ବଡ ଘର କଣ ହବ"? ମୁଁ ବିସ୍ମିତ ହେଲି। ମୋତେ ପୁରା କଥା ବୁଝେଇବାକୁ ସେ କହିଲା "ଜାଣିଛ ଦେଈ ଙ୍କର ଦୁଇପୁଅ ଯାକ ଜମାରୁ ଏଠିକି ଆସୁନାହାନ୍ତି, ମାନେ ଆସି ପାରୁ ନାହାନ୍ତି। ପିଲାଙ୍କ ଛୁଟି ସେମାନଙ୍କ ଛୁଟି ସବୁ ମିଶିଲେ ବର୍ଷକୁ ପରିବାର ସହ ଦଶ ପନ୍ଦର ଦିନ ପାଇଁ ଦୁହେଁ ଆସନ୍ତି। ତା ଭିତରେ ସେମାନେ ଯେ ଯାହା ଶ୍ୱଶୁରଘର ବି ଯାଆନ୍ତି। ଦେଈ ବି ଆମରି ଭଳିଆ ଚିନ୍ତା କରି ଏଠି ଘର କିଣିଥିଲେ। ହେଲେ କଣ ପାଇଲେ? ନାତି ନାତୁଣୀଙ୍କ ସହ ଫୋନ ରେ ଦେଖି କଥା ହେଉଛନ୍ତି। ତୁମ କଥା ମୋତେ ଏବେ ଠିକ ଲାଗୁଚି। ଆର ଥରକୁ ଆମେ ଛୁଟିରେ ଆସିଲେ ଆମ ଗାଁ ଘର ଟିକୁ ଟିକେ ସଜାଡି ଦେବା। ସିପୁ ଯଦି ଚାହୁଁଚି ସିଏ ଭୁବନେଶ୍ୱର ରେ ଘର କିଣୁ"। ସୁମି ର ବାକି କଥା ଗୁଡିକରେ ମୋତେ ମୋ ଗାଁର କୀର୍ତ୍ତନ ଶବ୍ଦ ଶୁଭୁଥିଲା!
ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ, ରାମ ରାମ ହରେ ହରେ…
Read more of his blogs by clicking the link below: | <urn:uuid:925732b3-10bd-4503-9f7a-7d6e9b7ac9da> | CC-MAIN-2017-22 | http://www.bhubaneswarbuzz.com/updates/odia-articles/maati-o-mamata-beautiful-odia-short-story-prabir-kumar-sahoo | 2017-05-25T19:58:50Z | s3://commoncrawl/crawl-data/CC-MAIN-2017-22/segments/1495463608416.96/warc/CC-MAIN-20170525195400-20170525215400-00597.warc.gz | ory | 0.999702 | Orya | 12 | {"ory_Orya_score": 0.9997023344039917} |
ଓଡିଶା ଡଟ କମ ସଂବାଦ ଦାତା
ନୂଆଦିଲ୍ଲୀ , ଅଗଷ୍ଟ ୧୭ (ଓଡିଶା ଡଟ କମ ) ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ କରିଥିବା ମାମଲା ସୁପ୍ରିମ କୋର୍ଟ ରେ ସୋମବାର ଖାରଜ ହୋଇଯିବାରୁ ରାଜ୍ୟ ସରକାର ଅପଦସ୍ତ ହୋଇଛନ୍ତି ।
ବର୍ତମାନ କେନ୍ଦ୍ର ସୁରକ୍ଷା ବଳର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମିଶ୍ରଙ୍କ ବିରୋଧରେ ରାଜ୍ୟ ଭିଜିଲାନସ୍ ଏକ ମାମଲା ରୁଜୁ କରିଥିଲା । ଏହି ମାମଲା ହାଇକୋର୍ଟ ରଦ୍ଦ କରିଥିଲା । ରାଜ୍ୟ ସରକାର ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ ।
ବିଚାରପତି ଚେଲେମେଶ୍ଵର ଓ ଅଭୟ ମନୋହର ସାପରାଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ବେଞ୍ଚ ଏହାର ବିଚାର କରି ଅପିଲ ଖାରଜ କରିବା ସହ ଜଣେ ସଚ୍ଚୋଟ ଅଫିସର କେମିତି ରାଜନେତାଙ୍କ ହଇରାଣର ଶିକାର ହୁଅନ୍ତି ଏହି ଘଟଣା ତାର ଏକ ଉଦାହରଣ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଯଦି ମିଶ୍ରଙ୍କ ନାମରେ ଭିଜିଲାନସ୍ ତଦନ୍ତ ହୋଇନଥାନ୍ତା ତେବେ ସେ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । ବର୍ତ୍ତମାନ ସେ ସିଆରପିଏଫର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଉଛନ୍ତି ।
ଓଡିଶା ଡଟ କମ | <urn:uuid:899adbbf-8116-4307-9ba4-9e5d262bcef6> | CC-MAIN-2017-22 | http://www.odisha.com/archives/22136 | 2017-05-23T05:10:33Z | s3://commoncrawl/crawl-data/CC-MAIN-2017-22/segments/1495463607369.90/warc/CC-MAIN-20170523045144-20170523065144-00512.warc.gz | ory | 1.000005 | Orya | 18 | {"ory_Orya_score": 1.0000052452087402} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଗୁରୁବାର ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ କରିଥିବା ବେଳେ ୧୯୮୭ ବ୍ୟାଚ୍ ରେ ସୁନୀଲ ରାୟଙ୍କୁ କଟକ-ଭୁବନେଶ୍ୱର ପୋଲିସ
କମିଶନର ଭାବେ ଅବସ୍ଥାପିତ କରିଛନ୍ତି ।
ପୋଲିସ କମିଶନର ଥିବା ବିଜୟ ଶର୍ମାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡ଼ିଜି, ସୁରେନ୍ଦ୍ର ପନୱରଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ, ସତ୍ୟଜିତ ମହାନ୍ତିଙ୍କୁ ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଏବଂ ଗୋପବନ୍ଧୁ ମଲ୍ଲିକଙ୍କୁ ଏଚ୍ଆର୍ପିସି ଅତିରିକ୍ତ ଡ଼ିଜି ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଅଭୟଙ୍କୁ ଅତିରିକ୍ତ ଡ଼ିଜି ଆଇନ ଶୃଙ୍ଖଳା, ଅରୁଣ ରାୟଙ୍କୁ କେନ୍ଦ୍ରାଞ୍ଚଳ ଆଇଜି, ଅରୁଣ ଷଡ଼ଙ୍ଗୀ ଆଇଜି ଅପରେଶନ, ୱାଇ.ବି ଖୁରାନିଆଙ୍କୁ ଆଇଜି ତାଲିମ ଭାବେ ବଦଳି କରାଯାଇଛି ।
ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଡ଼ିଆଇଜି ଅପରେଶନ, ଏସ୍.ବେତ୍ତ ସିଂଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି, ସଂଜୀବ ପଣ୍ଡା ଡ଼ିଆଇଜି ମୁଖ୍ୟାଳୟ, ଡ଼ିଏସ୍ କୁଟ୍ଟେଙ୍କୁ ଡ଼ିଆଇଜି ଏସ୍ଆଇଡ଼ି ଭାବେ ଅବସ୍ଥାପିତ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:9a69b714-95d3-4da0-a261-f6dfa23ddf75> | CC-MAIN-2017-22 | http://www.odisha.com/archives/tag/%E0%AC%AA%E0%AD%8B%E0%AC%B2%E0%AC%BF%E0%AC%B8-%E0%AC%95%E0%AC%AE%E0%AC%BF%E0%AC%B6%E0%AC%A8%E0%AC%B0 | 2017-05-26T20:46:47Z | s3://commoncrawl/crawl-data/CC-MAIN-2017-22/segments/1495463608684.93/warc/CC-MAIN-20170526203511-20170526223511-00172.warc.gz | ory | 0.999904 | Orya | 14 | {"ory_Orya_score": 0.9999039173126221} |
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 6Oriya Bible: Easy-to-Read Version (ERV-OR)
ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଯିରୁଶାଲମକୁ ନିଆଗଲା
6 ଦାଉଦ ଆଉ ଥରେ ବଛା ବଛା 30,000 ସୈନ୍ୟମାନଙ୍କୁ ଇସ୍ରାଏଲରେ ଏକତ୍ରିତ କଲେ। 2 ଦାଉଦ ଏବଂ ତାଙ୍କର ଲୋକମାନେ ଯିହୁଦାର ବାଲିକୁ ଗଲେ। ସେମାନେ ବାଲିର ଯିହୁଦାଠାରୁ ପ୍ରଭୁଙ୍କର ପବିତ୍ର ସିନ୍ଦୁକ ଯିରୁଶାଲମକୁ ଆଣିବାକୁ ଗଲେ। ସେହି ପବିତ୍ର ସିନ୍ଦୁକ ସଦାପ୍ରଭୁଙ୍କର ସିଂହାସନ ତୁଲ୍ୟ ଥିଲା। ସେହି ପବିତ୍ର ସିନ୍ଦୁକ ଉପରେ କିରୁବଦୂତମାନଙ୍କର ପ୍ରତିମୂର୍ତ୍ତିମାନ ଥିଲା ଏବଂ ସଦାପ୍ରଭୁ ସେମାନଙ୍କ ଉପରେ ବସୁଥିଲେ। 3 ଦାଉଦର ଲୋକମାନେ ସେହି ପବିତ୍ର ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାରକୁ ଆଣିଲେ। ସେଇ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସେମାନେ ଏହି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏକ ନୂଆ ଶଗଡ଼ରେ ଲଦିଲେ ଏବଂ ଅବୀନାଦବର ପୁତ୍ର ଉଷ ଅହୀୟୋ ସେହି ନୂଆ ଶଗଡ଼କୁ ଚଲେଇଲେ।
4 ସେମାନେ ପର୍ବତସ୍ଥ ଶିର୍ଷଦେଶରେ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆଣିଲେ ଓ ଉଷ ପବିତ୍ର ସିନ୍ଦୁକ ପାର୍ଶ୍ୱରେ ଗ୍ଭଲିଲା ଏବଂ ଅହୀୟୋ ପବିତ୍ର ସିନ୍ଦୁକ ଆଗେ ଆଗେ ଗ୍ଭଲିଲା। 5 ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗରେ ଦେବଦାରୁ କାଠରେ ତିଆରି ନାନା ପ୍ରକାର ବାଦ୍ୟଯନ୍ତ୍ର ବୀଣା ଓ ନେବଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନାଚୁ ଥିଲେ। 6 ସେମାନେ ନାଖୋନ ନାମକ ଶସ୍ୟ ମର୍ଦ୍ଦନ ସ୍ଥାନରେ ପହଞ୍ଚିଲେ। ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବଢ଼ାଇ ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ଧରି ନେଲେ। 7 ଉଷ ସଦାପ୍ରଭୁଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ନ କରିବାରୁ ସଦାପ୍ରଭୁ ତାଙ୍କ ଉପରେ ରାଗିଲେ ଓ ତାଙ୍କୁ ଆଘାତ କଲେ [a] । ଉଷ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପାଖରେ ମୃତ୍ୟୁବରଣ କଲେ। 8 ସଦାପ୍ରଭୁ ଉଷକୁ ମାରି ଦେଇଥିବାରୁ ଦାଉଦ ବ୍ୟତିବ୍ୟସ୍ତ ହେଲେ ଓ ସେହି ସ୍ଥାନର ନାମ "ପେରସ୍ଉଷ" ରଖିଲେ। ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ପେରସ୍ଉଷ ରହିଅଛି।
9 ସେହି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, "ମୁଁ କିପରି ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ମୋ' ପାଖକୁ ଆଣିବି।" 10 ତେଣୁ ଦାଉଦ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିଲେ ନାହିଁ। ଦାଉଦ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ନେଇ ଗାଥ୍ର ଓବେଦଇଦୋମର ଗୃହରେ ରଖିଲେ। 11 ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସେଠାରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦଇଦୋମ ଓ ତାଙ୍କର ପରିବାରକୁ ଆଶୀର୍ବାଦ କଲେ।
12 ତା'ପରେ ଲୋକମାନେ ଦାଉଦକୁ କହିଲେ, "ଓବେଦଇଦୋମ, ତା'ର ପରିବାର ଓ ତା'ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶୀର୍ବାଦ ପାଇଛନ୍ତି କାରଣ ସେଠାରେ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଅଛି।" ତେଣୁ ଦାଉଦ ଓବେଦଇଦୋମଙ୍କ ଘରୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିବାକୁ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହୋଇ ଏହା କଲେ। 13 ଯେଉଁ ଲୋକମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବହିଥିଲେ ସେମାନେ ଛଅ ପାହୁଣ୍ଡ ଆସିଲା ପରେ ସେଠାରେ ଅଟକିଲେ ଓ ଦାଉଦ ସେଠାରେ ଏକ ଗୋରୁ ବଳି ଦେଲେ ଓ ଏକ ମୋଟା ବାଛୁରି ମଧ୍ୟ ବଳି ଦେଲେ। 14 ଦାଉଦ ଏକ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମୁଖରେ ତାଙ୍କର ସମସ୍ତ ସାମର୍ଥ୍ୟ ସହ ନାଚୁଥିଲେ।
15 ଏହିପରି ଭାବରେ ଦାଉଦ ଓ ଇସ୍ରାଏଲୀୟମାନେ ଆନନ୍ଦ ଉଲ୍ଲାସରେ ଜୟଧ୍ୱନି କରି ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନଗର ମଧ୍ୟକୁ ନେଇ ଆସିଲେ। 16 ଶାଉଲଙ୍କ ଝିଅ ମୀଖଲ ଝରକାରେ ଗ୍ଭହିଁ ଥିଲେ। ଯେତେବେଳେ ସେ ଦେଖିଲେ, ପବିତ୍ର ସିନ୍ଦୁକ ଦାଉଦ ନଗରକୁ ଆସିଲା, ଏବଂ ସେ ଯେତେବେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ନାଚୁଛନ୍ତି, ସେ ବ୍ୟତିବ୍ୟସ୍ତ ହେଲେ। ସେ ହୃଦୟରେ ତାଙ୍କୁ ତୁଚ୍ଛ ବୋଲି ଭାବିବାକୁ ଲାଗିଲେ।
17 ଦାଉଦ ପବିତ୍ର ସିନ୍ଦୁକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ନେଇ ସେହି ତମ୍ବୁ ମଧ୍ୟରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
18 ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ପରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। 19 ଦାଉଦ ମଧ୍ୟ ଇସ୍ରାଏଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶୁଷ୍କ ଦ୍ରାକ୍ଷା ଦେଲେ ଓ ତା'ପରେ ଲୋକମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।
ମୀଖଲ ରାଜା ଦାଉଦଙ୍କୁ ଗାଳି ଦେଲେ
20 ଦାଉଦ ଆଶୀର୍ବାଦ ଦେବାକୁ ନିଜର ଘରକୁ ଗଲେ, କିନ୍ତୁ ଶାଉଲଙ୍କ କନ୍ୟା ମୀଖଲ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, "ଆଜି ଇସ୍ରାଏଲର ରାଜା ନିଜକୁ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମୁଖରେ ଲୁଗା କାଢ଼ି ପକାଇଲ। ତୁମ୍ଭେ ଜଣେ ନିର୍ବୋଧପରି କାର୍ଯ୍ୟ କଲ, ଯିଏ ନିଜର ବସ୍ତ୍ର ବିନା ଲଜ୍ଜାରେ କାଢ଼ି ପକାଏ।"
21 ତା'ପରେ ଦାଉଦ ମୀଖଲକୁ କହିଲେ, "ତାହାତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା। ସେତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତି କରିବାକୁ ମୋତେ ମନୋନୀତ କରିଛନ୍ତି। ଏହି ହେତୁ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ କରିବି। 22 ମୁଁ ଏପରିକି ଏହାଠାରୁ ଆହୁରି ମର୍ଯ୍ୟାଦାହୀନ ଓ ନିଜକୁ ଅପମାନିତ କରିବି। ତା'ପରେ ତୁମ୍ଭେ ଯେଉଁ ଦାସୀମାନଙ୍କ ବିଷୟରେ କହିଲ, ମୋତେ ସମ୍ମାନ କରିବେ ଓ ମୋ' ପାଇଁ ଗର୍ବ ଅନୁଭବ କରିବେ।"
23 ଏହି ଯୋଗୁଁ ଶାଉଲଙ୍କର କନ୍ୟା ମୀଖଲଙ୍କର କୌଣସି ସନ୍ତାନ ନ ଥିଲା। ସେ ମୃତ୍ୟୁ ପର୍ଯ୍ୟନ୍ତ ନିସନ୍ତାନ ଥିଲେ।
Footnotes: | <urn:uuid:082b59dd-0633-49b1-8f1a-09f35457d960> | CC-MAIN-2017-22 | https://www.biblegateway.com/passage/?search=%E0%AC%B6%E0%AC%BE%E0%AC%AE%E0%AD%81%E0%AD%9F%E0%AD%87%E0%AC%B2%E0%AC%99%E0%AD%8D%E0%AC%95%20%E0%AC%A6%E0%AD%8D%E0%AD%B1%E0%AC%BF%E0%AC%A4%E0%AD%80%E0%AD%9F%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+6&version=ERV-OR | 2017-05-23T14:56:24Z | s3://commoncrawl/crawl-data/CC-MAIN-2017-22/segments/1495463607647.16/warc/CC-MAIN-20170523143045-20170523163045-00157.warc.gz | ory | 1.000001 | Orya | 16 | {"ory_Orya_score": 1.0000009536743164} |
ଯୋହନ ଲିଖିତ ସୁସମାଗ୍ଭର 14Oriya Bible: Easy-to-Read Version (ERV-OR)
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସାନ୍ତ୍ୱନା ଦେଲ
14 ଯୀଶୁ କହିଲେ, "ତୁମ୍ଭେମାନଙ୍କର ହୃଦୟ ଦୁଃଖିତ ନ ହେଉ। ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥାଅ। ମୋ'ଠାରେ ମଧ୍ୟ ବିଶ୍ୱାସ ରଖ, 2 ମୋର ପରମପିତାଙ୍କ ଘରେ ଅନେକଗୁଡ଼ିଏ ବଖରା ଅଛି। ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହି ନ ଥା'ନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି। 3 ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫେରି ଆସିବି। ତା'ପରେ ତୁମ୍ଭକୁ ମୋ' ସହିତ ନେଇଯିବି। ମୁଁ ଯେଉଁଠାରେ ରହିବି ତୁମେମାନେ ମଧ୍ୟ ସେଠାରେ ମୋ' ସହିତ ରହିପାରିବ। 4 ମୁଁ ଯେଉଁଠାକୁ ଯାଉଛି, ତୁମ୍ଭେମାନେ ସେଠାକୁ ଯିବାର ପଥ ଜାଣ।"
5 ଥୋମା କହିଲେ, "ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସେଠାକୁ ଯିବାର ପଥ ଆମ୍ଭେ ଜାଣିବୁ କିପରି?"
6 ଯୀଶୁ ଉତ୍ତର ଦେଲେ, "ମୁଁ ପଥ, ମୁଁ ସତ୍ୟ ଓ ଜୀବନ। ପରମପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। 7 ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥା'ନ୍ତ, ତେବେ ପରମପିତାଙ୍କୁ ମଧ୍ୟ ଜାଣିଥାଆନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।"
8 ଫିଲିପ୍ପ ଯୀଶୁଙ୍କୁ କହିଲେ, "ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦେଖାନ୍ତୁ। ଆମ୍ଭର ସେତିକି ଦରକାର।"
9 ଯୀଶୁ ଉତ୍ତର ଦେଲେ, "ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ୍। ମୋତେ ଯିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ୟ ଦେଖିଛି। ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦେଖାଅ?' 10 ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କର ଯେ, ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ'ଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋ'ଠାରୁ ଆସି ନାହିଁ। ପରମପିତେ ମୋ' ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି। 11 ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ'ଠାରେ ଅଛନ୍ତି। ତୁମ୍ଭେ ମୋର ଏହି କଥା ବିଶ୍ୱାସ କର। କିମ୍ବା ମୁଁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି ସେଥିପାଇଁ ବିଶ୍ୱାସ କର।
12 "ମୁଁ ତୁମ୍ଭକୁ ସତ୍ୟ କହୁଛି। ମୋ'ଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି। 13 ତୁମ୍ଭେ ମୋ' ନାମରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମପିତାଙ୍କ ଗୌରବ ପ୍ରକାଶିତ ହେବ। 14 ମୋ' ନାମରେ ତୁମ୍ଭେ ଯାହା ମାଗିବ, ମୁଁ ତାହା କରିବି।
ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା
15 "ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। 16 ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। 17 ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ।
18 "ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ। ମୁଁ ତୁମ୍ଭ ପାଖକୁ ଫେରି ଆସିବି। 19 ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। 20 ତୁମ୍ଭେ ସେଦିନ ଜାଣିବ ଯେ, ମୁଁ ପରମପିତାଙ୍କଠାରେ ରହିଛି। ତୁମ୍ଭେ ଜାଣିବ ଯେ, ତୁମ୍ଭେ ମୋ'ଠାରେ ଓ ମୁଁ ତୁମ୍ଭଠାରେ ଅଛି। 21 ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ' ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।"
22 ତା'ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, "କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।"
23 ଯୀଶୁ ଉତ୍ତର ଦେଲେ, "ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା' ସହିତ ରହିବୁ। 24 କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋ'ଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ। ଏହା ମୋତେ ପଠାଇ ଥିବା ପରମପିତାଙ୍କର।
25 "ମୁଁ ତୁମ୍ଭ ସହିତ ଥିବା ସମୟରେ ଏହିସବୁ କଥା ତୁମ୍ଭମାନଙ୍କୁ କହିଛି। 26 କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ' ନାମରେ ପଠାଇବେ।
27 "ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ' ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ। 28 ତୁମ୍ଭେ ମୋର କଥା ଶୁଣିଛ ଯେ 'ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି।' ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ, ତେବେ ମୋ' ପାଇଁ ତୁମ୍ଭେ ଖୁସୀ ହେବ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମୋ'ଠାରୁ ମହାନ୍। 29 ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ।
30 "ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି। ମୋ' ଉପରେ ତା'ର କୌଣସି କ୍ଷମତା ନାହିଁ। 31 କିନ୍ତୁ ଏହି ଜଗତ ଜାଣିବା ଉଚିତ୍ ଯେ, ମୁଁ ପରମପିତାଙ୍କୁ ପ୍ରେମ କରେ। ତେଣୁ ପରମପିତା ମୋତେ ଯେପରି କହିଛନ୍ତି, ମୁଁ ଠିକ୍ ସେହିପରି କରିବି। ଗ୍ଭଲ ଯିବା।
"ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।" | <urn:uuid:d00ebbd6-062d-4deb-817a-b5d7199245e8> | CC-MAIN-2017-22 | https://www.biblegateway.com/passage/?search=%E0%AC%AF%E0%AD%8B%E0%AC%B9%E0%AC%A8%20%E0%AC%B2%E0%AC%BF%E0%AC%96%E0%AC%BF%E0%AC%A4%20%E0%AC%B8%E0%AD%81%E0%AC%B8%E0%AC%AE%E0%AC%BE%E0%AC%97%E0%AD%8D%E0%AC%AD%E0%AC%B0+14&version=ERV-OR | 2017-05-27T21:43:35Z | s3://commoncrawl/crawl-data/CC-MAIN-2017-22/segments/1495463609061.61/warc/CC-MAIN-20170527210417-20170527230417-00445.warc.gz | ory | 0.999999 | Orya | 15 | {"ory_Orya_score": 0.999998927116394} |
ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାର ଅନ୍ୟତମ କୃଷି ଶିଳ୍ପାଞ୍ଚଳ ବରଗଡ଼ ସ୍ଥିତ ରେଳ ଷ୍ଟେସନକୁ ବି.ଗ୍ରେଡ଼ ମାନ୍ୟତା ବୋକୁ ଦାବି ହୋଇଛି ।
ରେଳ ଷ୍ଟେସନ ବ୍ୟବହାରକାରୀ ସଂଘ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିପାଇଁ ଦାବି କରିଛନ୍ତି । ସଂଘ ସଭାପତି ତଥା ବିଶିଷ୍ଟ ବ୍ୟବସାୟୀ ପ୍ରଦୀପ ବେତା ଏ ମର୍ମରେ ଏକ ସ୍ମାରକ ପତ୍ର ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଇନ୍ଦ୍ର ଘୋଷଙ୍କୁ ପ୍ରଦାନ କରିଛନ୍ତି ।
ଏହି ଅବସରରେ ଉପସ୍ଥିତ ଓକିଲ ସଂଘ ସଭାପତି ଶିଶିର ବଲ୍ଲଭ ମିଶ୍ର ଓ ଅନ୍ୟମାନେ ରେଳ ଷ୍ଟେସନର ପରିଷ୍କାର ପରିଚ୍ଛନ୍ନ କାର୍ଯ୍ୟ ସନ୍ତୋଷଜନକ ହେଉନଥିବା ଅଭିଯୋଗ କରିଥିଲେ ।
ଷ୍ଟେସନ ଉପରେ ଏହି ଅଞ୍ଚଳର ଲକ୍ଷାଧିକ ଲୋକ ନିର୍ଭର କରୁଥିବାରୁ ଏହାକୁ ବି. ଗ୍ରେଡ଼ର ମାନ୍ୟତା ଜରୁରୀ ବୋଲି ସେମାନେ ଦାବି କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:12dc0b01-e48d-4828-83c4-84b8dc0b2e49> | CC-MAIN-2017-22 | http://www.odisha.com/archives/tag/%E0%AC%B0%E0%AD%87%E0%AC%B3-%E0%AC%B7%E0%AD%8D%E0%AC%9F%E0%AD%87%E0%AC%B8%E0%AC%A8 | 2017-05-30T11:17:47Z | s3://commoncrawl/crawl-data/CC-MAIN-2017-22/segments/1495463615093.77/warc/CC-MAIN-20170530105157-20170530125157-00061.warc.gz | ory | 1.000006 | Orya | 16 | {"ory_Orya_score": 1.0000064373016357} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ୧୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ରାଜ୍ୟର କେବିକେ ଅଞ୍ଚଳ ପାଇଁ କାର୍ଯ୍ୟକାରୀ କରାଯାଉଥିବା ସଂଶୋଧିତ ଦୀର୍ଘମିଆଦୀ ଯୋଜନା(ଆର୍ଏଲ୍ଟିଏପି)ରେ ବାର୍ଷିକ ଅନୁଦାନ ୨୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଗତ ମଇ ମାସରେ ରାଜ୍ୟ ବାର୍ଷିକ ଯୋଜନା ଚୂଡ଼ାନ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କମିଶନଙ୍କ ନିକଟରେ ଏହି ଅନୁଦାନ ବୃଦ୍ଧି ପାଇଁ ଦାବି କରିଥିଲେ ।
ବର୍ଦ୍ଧିତ ଅନୁଦାନ ଭିତ୍ତିରେ କେବିକେ ଅଂଚଳ ପାଇଁ ସଂଶୋଧିତ ଯୋଜନା ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ୨୦୦୭-୦୮ରେ କେନ୍ଦ୍ର ସରକାର କେବିକେ ଯୋଜନା ପାଇଁ ଅନୁଦାନ ରାଶି ୨୫୦ କୋଟିରୁ ୧୩୦ କୋଟି ଟଙ୍କାକୁ ହ୍ରାସ କରିଥିଲେ । ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବିଜୁ କେବିକେ ଯୋଜନା ଆରମ୍ଭ କରି ବାର୍ଷିକ ୧୨୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:cc74574c-892a-487a-b8a5-cb11b3e1746b> | CC-MAIN-2017-22 | http://www.odisha.com/archives/tag/%E0%AC%95%E0%AD%87%E0%AC%AC%E0%AC%BF%E0%AC%95%E0%AD%87 | 2017-05-28T06:45:14Z | s3://commoncrawl/crawl-data/CC-MAIN-2017-22/segments/1495463609605.31/warc/CC-MAIN-20170528062748-20170528082748-00509.warc.gz | ory | 0.999999 | Orya | 21 | {"ory_Orya_score": 0.9999985694885254} |
ଆମ ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ରୋଜଗାରର କିଛି ନିର୍ଦ୍ଧିଷ୍ଟତା କି ସ୍ଥିରତା ନାହିଁ । ସେମାନେ ନିଜର ଦୈନିକ ରୋଜଗାର ବା ମାସିକ ରୋଜଗାର କେବଳ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ହିଁ ଶେଷ ହୋଇଯାଏ । ଏଇ ଯେପରି ଆପଣଙ୍କୁ ଦୀର୍ଘ ୨୦ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଡ୍ରାଇଭର । ତା'ର ତ ପେନସନ ନାହିଁ ! ସେ ବୁଢା ହୋଇଗଲେ, କାମ ନକରି ପାରିଲେ, ବଂଚିବ କେମିତି ? ଅସୁସ୍ଥ ହେଲେ ଟଙ୍କା ଆଣିବ କେଉଁଠୁ ? ସେ ଆପଣଙ୍କ ଲୁଗା ସଫା କରୁଥିବା ଧୋବା ହେଉ, ଧାଈ ହେଉ, କାମବାଲୀ ହେଉ ଅବା ବାସନ ମାଜିବାକୁ ଆସୁଥିବା ବୁଢୀଟି ହେଉ । ଏମାନେ ବୟସର ଅପରାହ୍ନରେ କାମ କରି ନପାରିଲେ ବଂଚିବେ କେମିତି ? ଏହା ସତ ଯେ ଆମେ ସେମାନଙ୍କୁ ପାରିଶ୍ରମିକ ଦେଉ । କିନ୍ତୁ ଏହା କଣ ସେମାନଙ୍କ ପାଇଁ ଯଥେଷ୍ଟ ? ଆମ ଜୀବନକୁ ସାରା ଜୀବନ ସହଜ ଓ ସରଳ କରିଥିବା ଏହି ବ୍ୟକ୍ତିମାନେ ଯେତେବେଳେ ବୁଢାବୁଢୀ ହେଇଯିବେ ସେମାନେ କଣ ପେନସନର ହକଦାର ନୁହନ୍ତି ? ସବୁଠୁ ବଡ ଦୁଖର କଥା, ଏମାନଙ୍କୁ ଶେଷ ଦିନଗୁଡିକରେ ସାହାହେବାକୁ ଏମାନଙ୍କର ପ୍ରାୟ କେହି ନିଜର ନଥାନ୍ତି ।
ବୃଦ୍ଧାବସ୍ଥା ଆର୍ଥିକ ଅନିଶ୍ଚିତତା ଆମ ଦେଶରେ ଏକ ବଡ ଚ୍ୟାଲେଞ୍ଜ ଭଳି ଉଭା ହୋଇଛି । ଅଧିକାଂଶ କର୍ମଜୀବୀ ମୁଖ୍ୟତ ନିମ୍ନ ରୋଜଗାରକ୍ଷମ ଲୋକ ଏପରି ଏକ ଅନିଶ୍ଚିତ ଆର୍ଥିକ ଭବିଷ୍ୟ ନେଇ ଗତି କରୁଛନ୍ତି । ଏହିଭଳି ଲୋକମାନଙ୍କର ଏକ ସୁନିଶ୍ଚିତ ଭବିଷ୍ୟତ ରଚନା କରିବା ଳକ୍ଷ୍ୟରେ ଗିଫ୍ଟ ଏ ପେନସନ ଯୋଜନାର ଆରମ୍ଭ । ଏହା ଏକ ମାଇକ୍ରୋ ପେନସନ ଫାଉଣ୍ଡେସନ ପ୍ରୋଜେକ୍ଟ, ଯାହାକି ଆଦୌ ସଂଚୟ ନଥିବା ବା ସ୍ୱଳ୍ପ ସଂଚୟ କରିବାର କ୍ଷମତାଥିବା ବ୍ୟକ୍ତିବିବିଶେଷଙ୍କୁ ସଂଚୟ କରାଇବାରେ ସାହାଯ୍ୟ ପାଇଁ ଉଦ୍ଧିଷ୍ଟ ।
ଏମାନଙ୍କୁ ଟେକନୋଲୋଜିର ବ୍ୟବହାରରେ ବିଭିନ୍ନ ନୂତନ ତରିକାରେ ଭବିଷ୍ୟତର ଆର୍ଥିକ ସୁରକ୍ଷା ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ମାଇକ୍ରୋ ପେନସନ ଫାଉଣ୍ଡେସନ ଦେଖିଲା ଯେ ଦେଶରେ ୪୦ ମିଲିୟନ ଡୋମେଷ୍ଟିକ ୱାର୍କର ଅଛନ୍ତି । ଯେଉଁମାନେ କି ସଂଚୟ କରିବାକୁ ଚାହୁଁଥିଲେ ବି ସଂଚୟ କରିପାରୁନାହାଁନ୍ତି । କାରଣ ସେମାନଙ୍କ ପାଖରେ ଏ ନେଇ ଆବଶ୍ୟକୀୟ ସୁବିଧା ଓ ସୁଚନା ନାହିଁ । ତେଣୁ ସେମାନେ ଗିଫ୍ଟ ଏ ପେନସନ ଭଳି ଏକ ଅନନ୍ୟ ଯୋଜନା ନେଇ ସେମାନଙ୍କ ପାଖକୁ ଆସିଲେ ।
ଗିଫ୍ଟ ଏ ପେନସନ ଏକ ୱେବ ଆଧାରିତ ପ୍ଲାଟଫର୍ମ ଯାହା ନିଯୁକ୍ତିଦାତାମାନଙ୍କୁ ସେମାନଙ୍କ ଘରେ କାମ କରୁଥିବା ସହାୟକ ସହାୟିକାମାନଙ୍କୁ ପେନସନ ସୁବିଧା ଯୋଗାଇ ଦେବାକୁ ସହଯୋଗ କରିଥାଏ । ଏହି ବ୍ୟବସ୍ଥାରେ ନିଯୁକ୍ତିଦାତା ଅନଲାଇନରେ ସେମାନଙ୍କ ସହାୟକମାନଙ୍କୁ ଏହି ଯୋଜନାରେ ପଞ୍ଜିକରଣ କଲେ ଚାକିରି ବା କାମ ଛାଡିବା ପରେ ସେମାନେ ସମ୍ମାନର ସହ ନିଜର ପେନସନ ଉଠାଇ ପାରିବେ । ଏହି ଯୋଜନାଭୁକ୍ତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପେନସନ ସ୍କିମକୁ ସରକାରଙ୍କ ତରଫରୁ ଭାରତ ସରକାରଙ୍କ ନ୍ୟାସନାଲ ପେନସନ ସ୍କିମ୍ ଯୋଜନା ମାଧ୍ୟମରେ ପ୍ରଥମ କିଛିବର୍ଷ ପାଇଁ ବାର୍ଷିକ୧୦୦୦ ଟଙ୍କା ଯିବ । ଏଥି ସହିତ ସେମାନେ SBI ଲାଇଫ ତରଫରୁ ୩୦,୦୦୦ ଟଙ୍କାର ଏକ ଜୀବନ ବୀମା ଓ ଭିସା କାର୍ଡ ସହ ସରଳ କାରବାର ସୁବିଧା ପାଇବେ । ଥରେ ଯୋଜନାରେ ସାମିଲ ହୋଇଗଲେ ଗିଫ୍ଟ ଏ ପେନସନ ତରଫରୁ ସେମାନଙ୍କ ସହ ସଂଚୟ ଓ ଅନ୍ୟାନ୍ୟ ସେବା ପାଇଁ ସିଧାସଳଖ ଯୋଗାଯୋଗ କରାଯିବ ।
ଗିଫ୍ଟ ଏ ପେନସନ ଡିଜିଟାଲ ଓ ଅର୍ଥନୈତିକ ସମୃଦ୍ଧିକୁ ଏକ ସ୍ୱତନ୍ତ୍ର ଶୈଳୀରେ ଆଣେ । ଦେଶବ୍ୟାପୀ ବ୍ୟକ୍ତିଗତ ନିଯୁକ୍ତିଦାତାମାନେ ଅନଲାଇନରେ ସେମାନଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ନ୍ୟାସନାଲ ପେନସନ ପ୍ରଡକ୍ଟରେ ପଞ୍ଜିକୃତ କରିପାରିବେ । ଏହାର ପରବର୍ତ୍ତୀ ସେବାଗୁଡିକ ପ୍ଲାଟଫର୍ମ ବହନ କରେ । ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଆମେ ସପ୍ତାହକରେ ଏକ ମିଲିଅନ ବ୍ୟକ୍ତିଗତ କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିପାରବା ବୋଲି ମାଇକ୍ରୋ ପେନସନ ଫାଉଣ୍ଡେସନର ସହଯୋଗୀ ନିର୍ଦ୍ଧେଶକ ପାରୁଲ ଖାନ୍ନା କୁହନ୍ତି ।
ଏହି ଅନନ୍ୟ ଓ ନୂତନ ଚିନ୍ତାଧାରାର ଯୋଜନାଟି ଏମ୍ପିଏଫ୍ ବ୍ୟବସାୟ ପ୍ରତିଷ୍ଠାନ ଦ୍ୱାରା ୨୦୧୪ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ଓ କାର୍ଯ୍ୟକାରୀ ହୋଇଥିଲେମଧ୍ୟ ଏହା ଯେଭଳି ସଫଳତା ପାଇବାକଥା ପାଇଲା ନାହିଁ। ସଂଚୟ ସୁବିଧା ସୁଯୋଗରୁ ବଂଚିତ ହେଉଥିବା ଲୋକମାନଙ୍କ ପାଇଁ ଏକ ବିରଳ ସଂଚୟ ସୁଯୋଗ ସୃଷ୍ଟିକରି ଏହା ସବୁ ସ୍ତରରୁ ପ୍ରଶଂସା ପାଇଥିଲେମଧ୍ୟ ପଞ୍ଜିକରଣ ପାଇଁ ଘର ଘର ବୁଲି କାମକରୁଥିବା ସହାୟକ, ବ୍ୟକ୍ତିଗତ ସହାୟକ ଓ କର୍ମଚାରୀ ମିଳିବାରେ ଅସୁବିଧା ହେବାରୁ ଏହା ଆଶାତୀତ ସଫଳତା ପାଇଲାନାହିଁ ସେମାନଙ୍କ ସଂଚୟ ଯେ ସଂପୂର୍ଣ୍ଣ ନିରାପଦ ସେମାନଙ୍କୁ ଏହା ବୁଝାଇବା ଅତ୍ୟନ୍ତ କାଠିକର ପାଠ ହୋଇପଡିଛି। ନିଯୁକ୍ତିଦାତାମାନଙ୍କର ଭୂମିକା ଅତି ସଂକୀର୍ଣ୍ଣ ।
ସେମାନଙ୍କୁ କେବଳ ପ୍ରତି ମାସ ୩୦୦ଟଙ୍କା ପୈଠ କରିବାକୁ ପଡିଥାଏ । ଏହାପରେ କର୍ମଚାରୀମାନେ ସେମାନଙ୍କୁ ୱେଲକମ କିଟସହ ଦିଆଯାଇଥିବା ନିଜର ମାଇକ୍ରୋ ପେନସନ ପ୍ରିପେଡ କାର୍ଡ ବ୍ୟବହାର କରି କିମ୍ବା ବ୍ୟାଙ୍କ ଏକାଉଣ୍ଟ ବ୍ୟବହାର କଋ ସଂଚୟ କରିପାରିବେ । ପ୍ରିପେଡ ମୋବାଇଲ ସେବା ଭଳି ସେମାନେ ନିଜର ନିଯୁକ୍ତିଦାତାଙ୍କ ଦ୍ୱାରା ଅନଲାଇନରେ ରିଚାର୍ଜ କରିପାରିବେ ଏବଂ/କିମ୍ବା ସେମାନେ ଦେଶସାରା ଥିବା ଆଉଟଲେଟରେ ନିଜେ ଲୋଡ କରିପାରିବେ । ପାରୁଲ କୁହନନ୍ତି ଆପଣ ଯଦି ଆପଣଙ୍କର କେହି ଜଣେ ସହାୟକ କର୍ମଚାରୀକୁ ଖୁସିରେ ପୁରସ୍କୃତ କରିବାକୁ ଚାହୁଁଛନ୍ତି ତେବେ ଚରୋଟି ଅତି ସାଧାରଣ ଓ ସହଜ ପଦ୍ଧତିରେ ଆପଣ ତାଙ୍କୁ ପୁରସ୍କୃତ କରିପାରିବେ । ପ୍ରାରମ୍ଭିକ ପଞ୍ଜିକରଣ ସଂପୂର୍ଣ୍ଣରୂପେ ଅନଲାଇନରେ ହୋଇଥାଏ । ପଞ୍ଜିକରଣର ଚାରିଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କ ଲିଖିତ ଠିକଣାରେ ଏକ କୋରିୟର ମିଳିବ । ଏହାପରେ ଆପଣଙ୍କୁ ଆପଣଙ୍କ ସହାୟକର ଏକ ସ୍ୱାକ୍ଷର ଆଣିବାକୁ ପଡିବ । ଏହାପରେ କୋରିୟରଟି ଆପଣଙ୍କ ଘରୁ ନିଆଯିବ ଓ ଆପଣ ଅତି ସହଜରେ ଏହି ଉପହାରଟି ଦେଇପାରିବେ । ଆରମ୍ଭ ହେବାର ୬ ମାସ ମଧ୍ୟରେ ଏକ ପରିଚୟ ସୃଷ୍ଟି କରିପାରିଥିବା ଏହି ଗିଫ୍ଟ୍ ଏ ପେନସନ ୱେବସାଇଟ ବର୍ତମାନ ଦୈନିକ ୫୦୦ ରୁ ୧୦୦୦ ଭିଜିଟର ପାଉଛି । ଗ୍ରାହକ ସଂଖ୍ୟା ସେତେ ଅଧିକ ନ ହେଲେ ବି ବର୍ତମାନ ପାଇଁ ୧୪୦୦ ନିଯୁକ୍ତିଦାତା ପଞ୍ଜିକୃତ ହୋଇଥିବା ବେଳେ ୪୫୦ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି । ବାଙ୍ଗାେଲୋର ଓ ମୁମ୍ବାଇରେ ଆମର ସ୍ଥିତି ମଜଭୁତ ଥିବା ବେଳେ ଆମେ ଦିଲ୍ଲୀରେ ନିଜ ପାଦ ସୁଦୃଢ କରିବାକୁ ଚେଷ୍ଟାକରୁଛୁ ବୋଲିଏହାର ଜଣେ ଟିମ ସଦସ୍ୟ କୁହନ୍ତି ।
ସାମିଲ ହୋଇଥିବା ସଂଖ୍ୟାର ୫୫% ମହିଳା ଥିବା ବେଳେ ସାମିଲ ସଂଖ୍ୟାର ୬୩% ଆଧାରକାର୍ଡ ସହ ସଂଯୁକ୍ତ ଓ ୧୧% ନିଯୁକ୍ତି ଦାତା ସେମାନଙ୍କ କ୍ରେଡିଟ କାର୍ଡରେ ଅଟୋ ଡେବିଟ ସଂଯୋଗ କରିଛନ୍ତି ।
ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚି ଯେତେ ସଂଭବ ସ୍ୱଳ୍ପ ରୋଜଗାର ବ୍ୟକ୍ତିମାନଙ୍କୁ ଏହି ସରଳ ସଂଚୟ ଯୋଜନାରେ ସାମିଲ କରି ସେମାନଙ୍କୁ ଏକ ସୁନିଶ୍ଚିତ ଆର୍ଥିକ ଭବିଷ୍ୟ ଦେବା ଆମର ମୁଳ ଲକ୍ଷ୍ୟ ଓ ଆଗକୁ ଆମେ ଆଉ କିଛି ନୂଆ ନୂଆ ପ୍ଲାନ ସହ ଆସିବାକୁ ସ୍ଥିର କରିଛୁ ବୋଲି ଏହାର ସଦସ୍ୟମାନେ କୁହନ୍ତି ।
Related Stories
Stories by Ruchi Panigrahi | <urn:uuid:de9ed3aa-e896-4920-9674-0ceea14cd398> | CC-MAIN-2017-22 | https://odia.yourstory.com/read/666bce4f92/gift-a-pension- | 2017-05-24T02:25:28Z | s3://commoncrawl/crawl-data/CC-MAIN-2017-22/segments/1495463607731.0/warc/CC-MAIN-20170524020456-20170524040456-00461.warc.gz | ory | 0.999992 | Orya | 10 | {"ory_Orya_score": 0.9999924898147583} |
ମାତ୍ରାଧିକ ଫ୍ଲୋରାଇଡ ଥିବା ପାନୀୟ ଜଳ ପିଇ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବିଭିନ୍ନ ଗାଁରେ କୀଡନୀ ଜନିତ ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ଅତି ଗୁରୁତର ସହ ନେଇଛନ୍ତି । ଚାରି ସପ୍ତାହରେ ଏ ସମ୍ପର୍କରେ ତଦନ୍ତ କରି ବିସ୍ତ୍ରୁତ ରିପୋର୍ଟ ଦେବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀର ଆଗଲପୁର ପଞ୍ଚାଯତ ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ପଞ୍ଚାୟତର ରାମପୁର ଓ ଧଅଂରାଦାଦର ଏବଂ ଝରନିପାଲି ପଞ୍ଚାୟତ ର ଅଦେନଡ଼ୁଙ୍ଗୁରୀ ଗାଁରେ ମାତ୍ରାଧିକ ଫ୍ଲୋରାଇଡ ଥିବା ପଣି ପିଇ ଚାରିବର୍ଷ ମଧ୍ୟରେ ୨୮ ଜଣଙ୍କର ମୃତ୍ୟୁ ଘଟିଲାଣି ବୋଲି ଅଭିଯୋଗ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନରେ ପିଟିସନ ଦାୟର କରିଥିଲେ । ଏବେବି ଅନେକ କୀଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ମଧ୍ୟ ସେଠାରେ ଏ ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି । ଫଳରେ ଏହି ମାରାତ୍ମକ ରୋଗ ରେ ଆଉ କିଛି ଜୀବନ ଯିବାର ଆଶଙ୍କା ଦେଖାଯାଇଛି । ଦୂଷିତ ପାନୀୟଜଳ ପିଇ ଓ ଚିକିତ୍ସା ସୁବିଧା ନ ପାଇ ଗରିବ ପରିବାରର ଲୋକେ ପ୍ରାଣ ହରାଇବା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଆବେଦନକାରୀ ଯୁକ୍ତି କରିଥିଲେ । କମିଶନ ଏହାକୁ ଗୁରୁତର ସହ ବିଚାର କରି ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । | <urn:uuid:2bcbcdd6-fcac-4e95-b9ca-99cf4dc43754> | CC-MAIN-2017-22 | http://odishan.com/12059 | 2017-05-26T07:16:32Z | s3://commoncrawl/crawl-data/CC-MAIN-2017-22/segments/1495463608648.25/warc/CC-MAIN-20170526071051-20170526091051-00188.warc.gz | ory | 0.999997 | Orya | 4 | {"ory_Orya_score": 0.9999971389770508} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
କଟକ,୯ ଅଗଷ୍ଟ (ଓଡିଶା ଡଟ୍ କମ୍): ବହୁ ଚର୍ଚ୍ଚିତ ସାରଥୀବାବା ଓରଫ ସନ୍ତୋଷ ରାଉଳଙ୍କଙ୍କୁ ଜେରା କରି ଅଧିକ ତଥ୍ୟ ହାସଲ କରିବା ପାଇଁ କୋର୍ଟର ଅନୁମତି କ୍ରମେ ଶନିବାର କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଛି ।
କଡା ସୁରକ୍ଷା ବଳୟ ଭିତରେ ସାରଥୀଙ୍କୁ କଟକ ଚୌଦ୍ଵାର ସର୍କଲ ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯାଇଥିବା ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ସେଠାରେ ତାଙ୍କୁ ଜେରା ପରେ ଆହୁରି ଅଧିକ ତଥ୍ୟ ଲୋକଲୋଚନାକୁ ଆସିପାରିବ ।
ଅନ୍ୟ ପକ୍ଷରେ ଶନିବାର ସାରଥୀଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ଓ ଅଫିସରେ କ୍ରାଇମବ୍ରାଞ୍ଚ ଚଢାଉ କରି ଲାପଟପ, ମୋବାଇଲ, ସତ୍ୟମ ଚାରିଟେବଲ ଟ୍ରଷ୍ଟର କାଗଜ ପତ୍ର, ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଓ ଆଇଟି ରିଟର୍ଣ୍ଣ ଆଦି କାଗଜ ପତ୍ର ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଗୀତିରଞ୍ଜନଙ୍କ ଉପସ୍ଥିତିରେ ସାରଥୀଙ୍କୁ ଜେରା କରାଯିବା ସହ ଫିଲ୍ମ ପ୍ରଯୋଜନା ଜଗତରେ ତାଙ୍କ ଦ୍ଵାରା ଲଗାଯାଇଥିବା ଟଙ୍କା ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ ।
ଏଠାରେ ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖ ଦିନ ହାଇଦ୍ରାବାଦର ଏକ ହୋଟେଲରେ ସାରଥିବାବା ଓ ତାଙ୍କ ସହ କଟକ ଏସସିବି ମେଡିକାଲ କଲେଜର ଜଣେ ଛାତ୍ରୀଙ୍କର ଏକାଠି ରହିବା ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ସାରଥି ବିରୋଧୀ
ଆନ୍ଦୋଳନ ଦେଖାଦେବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଉପରେ ନ୍ୟସ୍ତ କରଯାଇଥିଲା ।
କ୍ରାଇମବ୍ରାଞ୍ଚର ଏକ ଟିମ କେନ୍ଦ୍ରପଡା ସ୍ଥିତ ସାରଥୀଙ୍କ ବାରିମୂଳ ଆଶ୍ରମରେ ପହଞ୍ଚି ତାଙ୍କୁ ଜେରା କରିବା ପରେ ଗୁରୁବାର ବିଳମ୍ବିତ ରାତ୍ରିରେ ତାଙ୍କୁ ଆଶ୍ରମରୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଆଣିଥିଲେ । ଶୁକ୍ରବାର ମଧ୍ୟାହ୍ନରେ ତାଙ୍କୁ ଗିରଫ କରି ପୁଲିସ କୋର୍ଟ
ଚାଲାଣ କରିଥିଲା । ପରେ ତାଙ୍କୁ କଟକ ଚୌଦ୍ଵାର ଜେଲକୁ ପଠାଯାଇଥିଲା ।
ଓଡିଶା ଡଟ୍ କମ୍ | <urn:uuid:088ea50a-872a-40b6-8f7d-54b6730d4691> | CC-MAIN-2017-22 | http://www.odisha.com/archives/tag/%E0%AC%95%E0%AD%8D%E0%AC%B0%E0%AC%BE%E0%AC%87%E0%AC%AE%E0%AC%AC%E0%AD%8D%E0%AC%B0%E0%AC%BE%E0%AC%9E%E0%AD%8D%E0%AC%9A-%E0%AC%B0%E0%AC%BF%E0%AC%AE%E0%AC%BE%E0%AC%A3%E0%AD%8D%E0%AC%A1 | 2017-05-27T11:48:12Z | s3://commoncrawl/crawl-data/CC-MAIN-2017-22/segments/1495463608953.88/warc/CC-MAIN-20170527113807-20170527133807-00508.warc.gz | ory | 0.99997 | Orya | 53 | {"ory_Orya_score": 0.9999704360961914} |
ଓଡିଶା ଡଟ କମ ସଂବାଦ ଦାତା
ନୂଆଦିଲ୍ଲୀ, ଅଗଷ୍ଟ ୩୦ (ଓଡିଶା ଡଟ କମ) ଦେଶରେ ସବୁଜ ବିପ୍ଲବ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତୀୟ କୃଷି ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଭାବେ ଓଡିଶାର କୃଷି ବୈଜ୍ଞାନିକ ତ୍ରିଲୋଚନ ମହାପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି ।
ଭାରତୀୟ କୃଷି ଗବେଷଣା ସଂସ୍ଥା ବା ଇଣ୍ଡିଆନ ଏଗ୍ରିକଲ୍ଚରାଲ ରିସର୍ଚ ଇନ୍ସଟିଚ୍ୟୁଟ- ଆଇଏ ଆରଆଇ) କୃଷି ତଥା କୃଷକଙ୍କ ଉନ୍ନତି ପାଇଁ କାମ କରୁଥିବା ଦେଶର ଏକ ଅଗ୍ରଣୀ ସରକାରୀ ଗବେଷଣା ସଂସ୍ଥା ।
ପୂର୍ବରୁ କଟକରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ( ସେଣ୍ଟ୍ରାଲ ରାଇସ ରିସର୍ଚ ଇନ୍ସଟିଚ୍ୟୁଟ )ର ମୁଖ୍ୟ ଭାବେ କାମ କରିଥିବା ମହାପାତ୍ର କଟକ ଜିଲ୍ଲାର ଏରଞ୍ଚ ଅଞ୍ଚଳର ମୂଳ ବାସିନ୍ଦା ।
ଓୟୁଏଟି ଭୁବନେଶ୍ଵରରୁ ୧୯୮୫ ରେ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ମହାପାତ୍ର ପରବର୍ତୀ ସମୟରେ ଭାରତୀୟ କୃଷି ଗବେଷଣା ସଂସ୍ଥା ନୂଆଦିଲ୍ଲୀରୁ ୧୯୮୭ ରେ ଜେନେଟିକସରେ ସ୍ନାତ୍ତକୋତ୍ତର ଓ ୧୯୯୨ ରେ ସେହି ସଂସ୍ଥାରୁ ଡକ୍ଟରେଟ ହାସଲ କରିଛନ୍ତି ।
ଉନ୍ନତ ମାନର ଧାନ ଶସ୍ୟ ବୀଜ ତଥା ଅଧିକ ଅମଳକ୍ଷମ ହୋଇପାରୁଥିବା ଟମାଟୋ ଉଦ୍ଭାବନ କରିବାରେ ତାଙ୍କର ବହୁତ ଯୋଗଦାନ ରହିଛି । ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କୁ ଦିଲ୍ଲୀରେ ବହୁ ପ୍ରତିଷ୍ଠିତ ଓଡିଆ ଓ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି ।
ଓଡିଶା ଡଟ କମ | <urn:uuid:cb56a6ea-d318-4740-ad2e-f1914b6c96d9> | CC-MAIN-2017-22 | http://www.odisha.com/archives/tag/%E0%AC%A4%E0%AD%8D%E0%AC%B0%E0%AC%BF%E0%AC%B2%E0%AD%8B%E0%AC%9A%E0%AC%A8-%E0%AC%AE%E0%AC%B9%E0%AC%BE%E0%AC%AA%E0%AC%BE%E0%AC%A4%E0%AD%8D%E0%AC%B0 | 2017-05-30T07:26:57Z | s3://commoncrawl/crawl-data/CC-MAIN-2017-22/segments/1495463614615.14/warc/CC-MAIN-20170530070611-20170530090611-00035.warc.gz | ory | 0.999996 | Orya | 43 | {"ory_Orya_score": 0.9999955892562866} |
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଓଡ଼ିଶା ଡାକିଆଣି ନିର୍ବାଚନ ପ୍ରଚାରରେ ଲଗାଇବା ବିଜେପିର ଓଡ଼ିଶା ଲୋକଙ୍କ କଟା ଘା'ରେ ଚୂନ ଦେବା ଭଳି । ମହାନଦୀ ଓଡ଼ିଶାର ଜୀବନ ରେଖା ଏବଂ ମହାନଦୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଏକ ସ୍ପର୍ଶକାତର ପ୍ରସଂଗ । କୋଟି କୋଟି ଓଡ଼ିଆଙ୍କ ଜୀବନ ଓ ଜୀବିକା ମହାନଦୀ ସହିତ ଜଡ଼ିତ ।
କିନ୍ତୁ ସେହି ମହାନଦୀର ପାଣିକୁ ଶିଳ୍ପପତିମାନଙ୍କୁ ବିକ୍ରି କରି ରମଣ ସିଂହ କେବଳ ଓଡ଼ିଶା ନୁହେଁ, ଓଡ଼ିଶାର ଚାଷୀକୂଳ ପ୍ରତି ଅନ୍ୟାୟ କରିଛନ୍ତି । ବେଆଇନ୍ ଭାବରେ ମହାନଦୀର ଉପର ମୁଣ୍ଡରେ ଡ୍ୟାମ୍, ବ୍ୟାରେଜ୍ ଆଦି ନିର୍ମାଣ କରି ଓଡ଼ିଶାର ଲୋକମାନଙ୍କୁ ମହାନଦୀର ଜଳରୁ ବଞ୍ଚôତ କରିବାକୁ ଯାଉଛନ୍ତି । ସେଥିପାଇଁ ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି ଏବଂ ନିଜର ହକ୍ ହାସଲ ପାଇଁ ବିଜୁ ଜନତା ଦଳ ବିଭିନ୍ନ ସ୍ତରରେ ଏହି ପ୍ରସଂଗ ଉପସ୍ଥାପନ କରିବା ସହିତ ଓଡ଼ିଶା ସରକାର ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ମହାନଦୀକୁ ନେଇ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ସେଥିପାଇଁ କେନ୍ଦ୍ର ଏନ୍ଡିଏ ସରକାର ଏବଂ ରମଣ ସିଂହ ଦାୟୀ । ଏହା ଓଡ଼ିଶାବାସୀ ଭଲ ଭାବରେ ବୁଝିସାରିଛନ୍ତି । ଓଡ଼ିଶାର ବିଜେପି କର୍ମକର୍ତ୍ତାମାନେ ରମଣ ସିଂହଙ୍କୁ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ପ୍ରଚାର ପାଇଁ ତାରକା ପ୍ରଚାରକ ହିସାବରେ ଡକାଇବା
ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା ଏବଂ ତାଙ୍କର ନ୍ୟାଯ୍ୟ ଅଧିକାର ଉପରେ କୁଠାରାଘାତ ।
ଓଡ଼ିଶା ବାରମ୍ବାର ଦାବି କରିଆସୁଛି ଯେ ରମଣ ସିଂହଙ୍କ ସରକାର ମହାନଦୀ ଉପରେ ନିର୍ମାଣ କରୁଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ କରୁ ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ଟ୍ରିବୁ୍ୟନାଲ୍ ଗଠନ କରାଯାଇ ଏହାର ସମାଧାନ କରାଯାଉ । କିନ୍ତୁ ରମଣ ସିଂହ କେନ୍ଦ୍ର ସହିତ ସଲାସୁତୁରା କରି ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ପ୍ରକଳ୍ପ କାର୍ଯ୍ୟ ଏ ପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି, ଏପଟେ ଓଡ଼ିଶାରେ ବିଜେପି ପାଇଁ ଭୋଟ ମାଗିବାକୁ ଓଡ଼ିଶା ଆସୁଛନ୍ତି । ଓଡ଼ିଶା ମା' ଓ ମାଟି ବିରୁଦ୍ଧରେ ଏଭଳି ଭୟଙ୍କର ଷଡ଼ଯନ୍ତ୍ର କରୁଥିବା ଜଣେ ବ୍ୟକ୍ତି ସହ ଭୋଟ ରାଜନୀତି ପାଇଁ ହାତ ମିଳାଇ ଓଡ଼ିଶାର ବିଜେପି ନେତୃବୃନ୍ଦ ନିଜ ଜନ୍ମମାଟି ତଥା ଓଡ଼ିଶାବାସୀଙ୍କ ସହିତ
ଚରମ ବିଶ୍ୱାସଘାତକତା କରିଛନ୍ତି ।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ସମୟରେ ଭୋଟ ମାଗିବାର ଅଧିକାର ସବୁ ରାଜନୈତିକ ଦଳ ଏବଂ ନିର୍ବାଚନ ଲଢ଼ୁଥିବା ବ୍ୟକ୍ତି ବିଶେଷମାନଙ୍କର ରହିଛି । କିନ୍ତୁ ଓଡ଼ିଶାବାସୀ ଏବଂ ସେମାନଙ୍କ ଆଗାମୀ ପିଢ଼ିର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ପାଇଁ ଅନୁଚିତ ପନ୍ଥାର ଆଶ୍ରୟ ନେଉଥିବା ରମଣ ସିଂହଙ୍କର ଓଡ଼ିଶାବାସୀଙ୍କ ପାଖକୁ ଆସି ବିଜେପି ପାଇଁ ଭୋଟ ଭିକ୍ଷା କରିବାର କୌଣସି ନୈତିକ ଅଧିକାର ନାହିଁ । ଓଡ଼ିଶାବାସୀ ଠିକଣା ସମୟରେ ଏହାର ଉଚିତ୍ ଜାବବ ଦେବେ ।
ରମଣ ସିଂହଙ୍କ ଏହି ଗସ୍ତକୁ ସବୁସ୍ତରରେ ଦୃଢ଼ ବିରୋଧ କରାଗଲାଣି । ଓଡ଼ିଶାର ଜନସାଧାରଣଙ୍କର କ୍ଷୋଭ ଏବଂ ଆକ୍ରୋଶ ବିଭିନ୍ନ ଭାବରେ ପ୍ରକଟିତ ହେଲାଣି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ତଥା କ୍ଷୋଭକୁ ଆଖି ଆଗରେ ରଖି ଶାନ୍ତିପୂର୍ଣ୍ଣ ଭାବରେ ଓଡ଼ିଶାବାସୀଙ୍କ ଭାବାବେଗକୁ ପ୍ରକାଶ କରିବା ପାଇଁ କଟକ ଏବଂ ସମ୍ବଲପୁର ସହରାଞ୍ଚଳ ନିକଟସ୍ଥ ମହାନଦୀରେ ଆସନ୍ତାକାଲି ଦିବା ୧୦.୩୦ ଘଟିକାରୁ ରମଣ ସିଂହ ଓଡ଼ିଶା ମାଟିରେ ପାଦ ଦେଇ ଓଡ଼ିଶାରୁ ବିଦାୟ ନେବା ପର୍ଯ୍ୟନ୍ତ ସାରା ଦିନ 'ଜଳ ସତ୍ୟାଗ୍ରହ' ଏବଂ ସନ୍ଧ୍ୟାରେ 'ଜଳ ଆଳତି' କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଆଜି ବିଜୁ ଜନତା ଦଳ କାର୍ଯ୍ୟାୟଳରେ ଆୟୋଜିତ ସାମ୍ବାଦିକ
ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା କହିଛନ୍ତି । | <urn:uuid:de1916ea-4cfc-478b-8b70-9cdfa41f4041> | CC-MAIN-2017-22 | http://odishan.com/18740 | 2017-05-28T02:53:46Z | s3://commoncrawl/crawl-data/CC-MAIN-2017-22/segments/1495463609409.62/warc/CC-MAIN-20170528024152-20170528044152-00277.warc.gz | ory | 1.000006 | Orya | 7 | {"ory_Orya_score": 1.0000057220458984} |
ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୩ (ଓଡିଶା ଡଟ କମ) କୁକ୍କୁଟ ଉତ୍ପାଦନପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସଂସ୍ଥା ଓଡିଶା ରାଜ୍ୟ କୁକ୍କୁଟ ଉତ୍ପାଦନ ସମବାୟ ବିପଣନ ମହାସଂଘ ଲିଃ (ଓପୋଲଫେଡ୍) ଭୁବନେଶ୍ୱରରେ ନିଜର ଆଉ ଏକ ଚିକେନଫ୍ରେସ ଆଉଟଲେଟ ଖୋଲିବ ସହ ଗ୍ରାହକଙ୍କୁ ନିଜର ଉତ୍ପାଦ ବିକ୍ରି କରିବା ଆରମ୍ଭ କରିଛି ।
ଆଇ ଆର ସି ଭିଲେଜ ସ୍ଥିତ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ସ୍ଥାପିତ ହୋଇଥିବା ଓପୋଲଫେଡ୍)ର ଏହି ଦ୍ଵିତୀୟ ବିକ୍ରୟ କେନ୍ଦ୍ରକୁ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ବୁଧବାର ଉଦଘାଟନ କରିଥିଲେ ।
ସୁଲଭ ମୂଲ୍ୟରେ ଗ୍ରାହକ ଅଣ୍ଡା ଓ କୁକୁଡା ମାଂସ ଏହି କେନ୍ଦ୍ରରୁ ପାଇପାରିବେ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ ଉଦଘାଟନ ଅବସରରେ କହିଛନ୍ତି।
ଓପୋଲଫେଡ ୨୯ ମାର୍ଚ୍ଚ ୧୯୭୬ ରେ ସ୍ଥାପିତ ହୋଇଥିଲା ।
ପ୍ରାଥମିକ କୁକ୍କୁଟ ସମବାୟ ସମିତି ଗଠନ କରିବା, କୁକୁଡାଚାଷୀମାନଙ୍କୁ କୁକୁଡା ପାଳନ ଉପରେ ପ୍ରଶିକ୍ଷଣ ଦେବା, କୁକୁଡା ଚାଷ ମାଧ୍ୟମରେ ସେମାନଙ୍କ ଜୀବନ ଜୀବିକାକୁ ସମୃଦ୍ଧ କରିବା ହେଉଛି ଓପୋଲଫେଡର ମୁଖ୍ୟ ଲକ୍ଷ ।
ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ଅଣ୍ଡା ଓ କୁକୁଡାକୁ ଉଚିତ୍ ମୂଲ୍ୟରେ କ୍ରୟ କରି ଖାଉଟିମାନଙ୍କୁ ଅଣ୍ଡା ଓ କୁକୁଡା ମାଂସ ଆବଶ୍ୟକୀୟ ଗ୍ରେଡିଂ ଓ ପ୍ରକ୍ରିୟାକରଣ ପରେ ସୁଲଭମୂଲ୍ୟରେ ଓପୋଲଫେଡ୍ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇଦେବାକାର୍ଯ୍ୟ ଏହି ସଂସ୍ଥା କରିଆସୁଛି ।
ନିଜସ୍ୱ ଦାନା ମିଶ୍ରଣ କେନ୍ଦ୍ରରେ ପ୍ରସ୍ତୁତ କରାଯାଉଥିବା ସୁଷମ କୁକୁଡା ଖାଦ୍ୟ କୁକୁଡା ଓପୋଲଫେଡ୍ ଚାଷୀମାନଙ୍କୁ ଯୋଗାଇଦେଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟଯେ ଚଳିତ ବର୍ଷ ମଇ ମାସରେ ଓପୋଲଫେଡ୍ ସହିଦ ନଗର ଠାରେ ନିଜର ପ୍ରଥମ ଚିକେନଫ୍ରେସ ଆଉଟଲେଟ ଖୋଲିଥିଲା ।
ଏହି ବିକ୍ରୟ କେନ୍ଦ୍ରରୁ ପ୍ରତିଦିନ ୪୦୦ ରୁ ୫୦୦ ଗ୍ରାହକ ଚିକେନ ଓ ଅଣ୍ଡା କିଣୁଛନ୍ତି । ମାସିକ ଏହି କେନ୍ଦ୍ରରେ ଆଠ ଲକ୍ଷରୁ ଦଶ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା ଓପୋଲଫେଡ ଜେନେରାଲ ମ୍ୟାନେଜର ଡାକ୍ତର ପିକେ ବିଶ୍ଵାଳ କହିଛନ୍ତି ।
ଓଡିଶା ଡଟ କମ | <urn:uuid:acc5aa5a-e3aa-40f1-bd75-6b840413d940> | CC-MAIN-2017-22 | http://www.odisha.com/archives/22625 | 2017-05-22T23:24:04Z | s3://commoncrawl/crawl-data/CC-MAIN-2017-22/segments/1495463607242.32/warc/CC-MAIN-20170522230356-20170523010356-00173.warc.gz | ory | 0.999995 | Orya | 35 | {"ory_Orya_score": 0.999995231628418} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡିସେମ୍ବର ୩୦(ଓଡିଶା ଡଟ୍ କମ୍)-ତିବ୍ଦତ ଓ ହିନ୍ଦୁ ସମାଜ ଏକ । ଆମେ ସମସ୍ତେ ଏହାର ସୁରକ୍ଷା ପାଇଁ ପ୍ରତିବଦ୍ଧ ହେବା ଦରକାର । ହିନ୍ଦୁସ୍ଥାନରେ ଆଜି ୫୦ ହଜାର ତିବ୍ଦତୀୟ ଅଛନ୍ତି । ସେମାନଙ୍କୁ ଭାରତୀୟମାନେ ଅକୁଣ୍ଠ ସହଯୋଗ କରୁଛନ୍ତି ।
ଓଡିଶାରେଥିବା ଦୁଇ ହଜାର ତିବ୍ଦତୀୟଙ୍କୁ ଯେପରି ଓଡିଶାବାସୀ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଇ ଆସିଛନ୍ତି ସେଥିପାଇଁ ତିବ୍ଦତୀୟମାନଙ୍କ ଗୁରୁ ଦଲାଇଲାମାଙ୍କ ପ୍ରତିନିଧି ତଥା ତିବ୍ଦତୀୟଗଣ ରାଜ୍ୟର ଗୃହମନ୍ତ୍ରୀ ଦଲମା ଗାୟରୀ ଓଡିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଜାତି ଜନଜାତି ମଧ୍ୟରେ ସ୍ନେହ ସଦ୍ଭାବ ଓ ଆତ୍ମୀୟତା ପୂର୍ଣ୍ଣ ସଂପର୍କ ସୃଷ୍ଟିକରି ସାମାଜିକ ସମରସତା ମାଧ୍ୟମରେ ରାଷ୍ଟ୍ରନିର୍ମାଣର ମହାସ୍ରୋତରେ ସେମାନଙ୍କୁ ସାମିଲ କରିବାର ମହାନ ଆଭିମୁଖ୍ୟ ନେଇ ଜାତି ଜନଜାତି ସାଂସ୍କୃତିକ ସମାରୋହ ସମିତି ଦ୍ୱାରାଆୟୋଜିତ ଦଦୁଇ ଦିବସୀୟ ଜାତିମୁଖିଆ ମହାସମ୍ମିଳନୀ ରବିବାର ଦିନ ଉଦ୍ୟାପିତ ହୋଇଯାଇଛି ।
ଏହି ସମ୍ମିଳନୀରେ ମୁଖ୍ୟଅତିଥିରୂପେ ଯୋଗଦେଇ ଶ୍ରୀମତୀ ଗାୟରୀ ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଇ କହିଲେ ତୀବତୀୟମାନେ ଜାତି ଭେଦରେ ବିଶ୍ୱାସ କରନ୍ତି ନାହିଁ । ସେ କେବଳ ମନୁଷ୍ୟ ଜାତିକୁ ମାନନ୍ତି । ଜାତି ଜନଜାତି ଆମର ଭାଇ ।
ତିବ୍ଦତ ଓ ଭାରତୀୟ ସଂସ୍କୃତି ଏକ । ଆମେ ଯେଉଁ ବୁଦ୍ଧଙ୍କୁ ପୂଜା କରୁଛୁ ଭାରତୀୟମାନେ ମଧ୍ୟ ପୂଜା କରୁଛନ୍ତି । ଦଶ ଅବତାର ମଧ୍ୟରେ ବୁଦ୍ଧ ପୂଜା ପାଉଛନ୍ତି ।
ଚୀନ କବ୍ଜାରେ ଆଜି ତିବ୍ଦତ । ହିନ୍ଦୁମାନଙ୍କର ପବୀତ୍ର ପୀଠସ୍ଥଳୀ କୈଳାସ ମାନସରବର ମଧ୍ୟ ଚୀନର ଅକ୍ତିଆରରେ । ଆମେ ସେହି ପବୀତ୍ର ପୀଠକୁ ଚୀନ କବ୍ଜାରୁ ମୁକ୍ତ କରିବାକୁ ଚାହୁଁଛୁ । ତିବ୍ଦତକୁ ସ୍ୱାଧୀନ କରିବାକୁ ଚାହୁଁଛୁ ।
ତିବ୍ଦତ୍ ହେଉଛି ଭାରତର ମସ୍ତିସ୍କ । ଭାରତର ଅଭିନ୍ନଅଙ୍ଗ । ଷଡଯନ୍ତ୍ରକରି ଏହାକୁ ଅଲଗା କରି ଦିଆଯାଇଛି । ଭାରତ ତିବ୍ଦତ ମିତ୍ରତାକୁ ଅଲଗା କରିବା ପାଇଁ ଯୋଜନା ଚାଲିଛି । ଏହାକୁ ପଣ୍ଡ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ ବୋଲି ଶ୍ରୀମତୀ ଗାୟରୀ ପ୍ରକାଶ କରିଥିଲେ ।
ମୁଖ୍ୟବକ୍ତାରୂପେ ଯୋଗଦେଇ ସମାଜଶାସ୍ତ୍ରୀ ଡ.କୃଷ୍ଣ ଗୋପାଳ ଜୀ କହିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ଅଧୁରାଙ୍କର କାମ ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆଜିର ଏହି ଦିନରେ ଆମେ ସଂକଳ୍ପ ନେବା ଦରକାର ।
ଓଡିଶା ଏକ ଶାନ୍ତିର ରାଜ୍ୟ । ବିଦେଶୀ ସଂସ୍କୃତି ଓ ଧର୍ମର ଆକ୍ରମଣ ଯୋଗୁଁ ଅଶାନ୍ତ ସୃଷ୍ଟି ହେଉଛି । କିନ୍ତୁ ସାରା ବିଶ୍ୱରେ ଜଗନ୍ନାଥଙ୍କର ଶାନ୍ତିର ବାଣୀ ଆମ ଦ୍ୱାରା ପହଞ୍ଚାଯାଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଧର୍ମଜାଗରଣ ସମିତର ଅଖିଳ ଭାରତୀୟ ସହସଂଗଠନ ମନ୍ତ୍ରୀ ରାଜେନ୍ଦ୍ରଜୀ କହିଲେ ହିନ୍ଦୁଙ୍କ ସଂଖ୍ୟା ଯେଉଁଠି କମିଛି ସେଠି ବିଦ୍ରୋହ ସୃଷ୍ଟି ହୋଇଛି । ସେ ଅଞ୍ଚଳ ଦେଶ ଠାରୁ ଅଲଗା ହୋଇଯାଇଛି ।
ଧର୍ମାନ୍ତରୀକରଣ ମାଧ୍ୟମରେ ଭାରତୀୟ ସଂସ୍କୃତି ଉପରେ ଆକ୍ରମଣ ହେଉଛି । ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବଢି ଚାଲିଛି । ଆମ ସଂସ୍କୃତିରୁ ଚାଲିଯାଇଥିବା ପରିବାର ଓ ସମାଜ ଆମ ନିକଟକୁ ଫେରିଆସିବା ଦରକାର । ଆମମାନଙ୍କର ଏବେ ଠାରୁ ପ୍ରୟାସ ହେବା ଦରକାର ।
୬ କୋଟି ଖ୍ରୀଷ୍ଟିଆନ ଓ ୧୪ କୋଟି ମୁସଲମାନ ସମସ୍ତେ ଆମ ପରିବାରର ଅଂଶ । ଏବେ ସମୟ ଆସିଛି ତାଙ୍କୁ ପୁଣି ଏହି ମହାସ୍ରୋତରେ ସାମିଲ କରିବା ପାଇଁ । କାରଣ ଧର୍ମପରିବତର୍ନ ଦ୍ୱାରାଏକ ରାଷ୍ଟ୍ରବିରୋଧୀ ଠିଆ ହୋଇଛନ୍ତି । ସେମାନେ ଫେରି ଆସିଲେ ଦେଶରୁ ଆତଙ୍କବାଦ ସମେତ ବିଭିନ୍ନ ସମସ୍ୟା ଦୁରହୋଇ ମଜବୁତ ଭାରତ ହୋଇ ଛିଡା ହେବ ।
ତ୍ରୀଦଣ୍ଡିସ୍ୱାମୀ ଭଗବାନଦାସଜୀ ମହାରାଜ କହିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରକୃତ ହତ୍ୟାକାରୀଙ୍କୁ ଗରିଫ କରାଯାଉ,ଦଣ୍ଡ ଦିଆଯାଉ । ନଚେତ ଆଗାମୀ ଦିନରେ ରାଜଧାନୀରେ ଲକ୍ଷାଧିକ ଜନଜାତି ଏକାଠି ହେବେ ।
ସ୍ୱାଗତ ସମିତିର ଅଧ୍ୟକ୍ଷ ସୁଦର୍ଶନ ଦାସ କହିଲେ ପ୍ରତ୍ୟେକ ଜନଜାତିର ସ୍ୱାଭିମାନ ଅଛି ଓ ସ୍ୱାତନ୍ତ୍ର୍ୟ ଅଛି । ସେମାନଙ୍କ ଉପରେ ଗବେଷଣା କରାଗଲେ ତାହା ସାରା ପୃଥିବୀକୁ ଦିଗ୍ଦର୍ଶନ ଦେଇପାରିବ ।
ସମିତିର ସଭାପତି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ମୁକୁନ୍ଦରାଓ ପଣସିକର,ସେତୁ ମାଧବନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତଥା ସାଧୁସନ୍ଥମାନେ ଉଦ୍ବୋଧନ ଦେଇଥିଲେ ।
ଧର୍ମଜାଗରଣ ସମନ୍ୱୟ ବିଭାଗର ରାଜ୍ୟ ସଂଯୋଜକ ମଙ୍ଗୁଳୁ ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଏହି ଅବସରରେ ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆରୁ ହଜାର ହଜାର ଜନଜାତିଙ୍କର ଏକ ବିଶାଳ ପଟୁଆର ବାହାରି ପଦର୍ଶନୀ ପଡିଆ,ଶ୍ରୀରାମ ମନ୍ଦିର,ଶ୍ରୀୟାଛକ,ମାଷ୍ଟର କ୍ୟାଦିନ ଦେଇ ଲୋୟର ପିଏମ୍ଜି ଠାରେ ପହଁଚିଥିଲା ।
ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଜାତିମାନେ ସେମାନଙ୍କର ପାରମ୍ପରିକ ବେଶ ଭୂଷାରେ ସଜ୍ଜିତ ହୋଇ ନିଜ ନିଜ ଭାଷାର ଗୀତର ତାଳେତାଳେ ନିଜ ନିଜ ଅଞ୍ଚଳର ନୃତ୍ୟ ପରିବେଷଣ କରିଚାଲିଥିଲେ ।
ମନେ ହେଉଥିଲା ରାଜଧାନୀର ରାଜରାସ୍ତାରେ ସତେ ଯେମିତି ପାଳିତ ହୋଇଛି ଜନଜାତିମାନଙ୍କର କୌଣସି ଉତ୍ସବ । ଆସିଥିବା ହଜାର ହଜାର ଜନଜାତିମାନେ ପାରମ୍ପରିକ ନୃତ୍ୟରେ ରାଜଧାନୀକୁ ଦୁଲୁକାଇ ଦେଇଥିôଲେ ।
ସୂଚନାଯୋଗ୍ୟ ଯେ,ଗତକାଲି ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆ ଠାରେ ବିଶିଷ୍ଟ ସମାଜସେବୀ ଡକ୍ଟର କୃଷ୍ଣଗୋପାଳ ଜୀ ଶ୍ରୀ ଜଗନ୍ନାଥ ଓ ଭାରତମାତାଙ୍କ ମୂର୍ତ୍ତି ନିକଟରେ ଦ୍ୱୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଏହି ମହାସମ୍ମିଳନୀ ଡିସେମ୍ବର ୨୯ ଓ ୩୦ ଦଦୁଇ ଦିନଧରି ଚାଲିଥିଲା ।
ଓଡିଶା ଡଟ୍ କମ୍ | <urn:uuid:6df9ac32-7b0a-4d0a-8146-135019a8b5ce> | CC-MAIN-2017-22 | http://www.odisha.com/archives/tag/%E0%AC%AA%E0%AC%BE%E0%AC%B0%E0%AC%AE%E0%AD%8D%E0%AC%AA%E0%AC%B0%E0%AC%BF%E0%AC%95-%E0%AC%A8%E0%AD%83%E0%AC%A4%E0%AD%8D%E0%AD%9F | 2017-05-22T23:27:51Z | s3://commoncrawl/crawl-data/CC-MAIN-2017-22/segments/1495463607242.32/warc/CC-MAIN-20170522230356-20170523010356-00173.warc.gz | ory | 1.000002 | Orya | 52 | {"ory_Orya_score": 1.000002145767212} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-ଆଜି "ଫିନ୍ସ" ର ଓଡିଶା ଶାଖା ଗଠନ କରାଯାଇଛି । ଏଥିରେ ସଭାପତି ଭାବେ ଅବସର ପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ମିଶ୍ର, ଉପସଭାପତି ଭାବେ କର୍ଣ୍ଣେଲ କ୍ରୀଷ୍ଣ ମୋହନ ଆଚାର୍ଯ୍ୟ, ସାଧାରଣ ସଂପାଦକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି ଓ କୋଷାଧ୍ୟକ୍ଷ ଉମେଶ ଖଣ୍ଡେଲୱାଲ ପ୍ରମୁଖ ଦଦାୟିତ୍ୱ ନିର୍ବାହ କରିଛନ୍ତି ବୋଲି ସଂଗଠନର ମିଡିଆସେଲ ରାଜ୍ୟ ସଂପାଦକ ଶ୍ରୀ ଅଶୋକ ସାହୁ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନ ସମ୍ମୀଳନୀ କକ୍ଷରେ "ଓଡଶା ଉପକୂଳ ଓ ସୁରକ୍ଷା" ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଯୋଗଦେଇ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ ଶ୍ରୀ ଭେଙ୍କଟେଶ୍ୱର ମାଧବ ପାଟିଲ୍ ଦେଶର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ ।
ସୀମା ସମସ୍ୟା ବିଶେଷତଃ ଅନ୍ତଃ ରାଷ୍ଟ୍ରୀୟ ଜଳ ସୀମା ପ୍ରତି ଚୀନପଟୁ ବିପଦ ଥିବାର ସତର୍କ କରାଇ ଦେଇଥିଲେ । ଓଡିଶା ଉପକୂଳରେ ଚାନ୍ଦିପୁର ଘାଟିର ଅବସ୍ଥିତ ଓଡିଶା ପ୍ରତି ବିପଦ ସଂକୁଳ ପରିବେଶ ସୃଷ୍ଟି କରୁଛି ବୋଲି ପ୍ରକାଶକରି ସେ ଉପଯୁକ୍ତ ବ୍ୟବସ୍ଥା ବିଷୟରେ ସମ୍ୟକ ଆଲୋଚନା କରିଥିଲେ ।
ଅବସରପ୍ରାପ୍ତ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ମିଶ୍ର ନକ୍ସଲ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ବାଂଲାଦେଶୀମାନଙ୍କ ଅନୁପ୍ରବେଶ ସଂପର୍କରେ ଚେତାଇ ଦେଇଥିଲେ ।
ସୁରକ୍ଷା ବିଶେଷଜ୍ଞ ଶ୍ରୀ ଇନ୍ଦ୍ରେଶ କୁମାର ସୀମା ସୁରକ୍ଷା ଓ ଅନୁପ୍ରବେଶ ଉପରେ ସ୍ୱତନ୍ତ୍ର ଆଲୋକପାତ କରିଥିଲେ । ଜାଲନୋଟ କାରବାର ଓ ନିଶା ଦ୍ରବ୍ୟର ଅବାଧ ଚାଲାଣ ସୀମାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୀମାରେ ସେନା ଓ ଅର୍ଦ୍ଧ ସୈନିକ ବଳଙ୍କର ଯେତିକି ଆବଶ୍ୟକତା ଅଛି,ସେଠାରେ ବାସ କରୁଥିବା ଜନସାଧାରଣଙ୍କର ମଧ୍ୟ ସେତିକି ଭୂମିକା ରହିଛି ।
ଦେଶର ସ୍ୱତନ୍ତ୍ର ବାହ୍ୟସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ଓ ସୀମା ସୁରକ୍ଷା ଉପରେ ସ୍ୱତନ୍ତ୍ରନୀତି ପ୍ରଣୟନ ପାଇଁ ଫିନ୍ସ ଦାବୀ କରେ ବୋଲି ଯୁକ୍ତି ବାଢିଥିଲେ । କୌଣସି ଆତଙ୍କବାଦୀ ହତିୟାର ସହ ଦେଶରେ ନପଶନ୍ତୁ, ଯଦି ଅଛନ୍ତି ସେମାନେ ବଞ୍ଚି ନ ରହନ୍ତୁ । ସେଥିପାଇଁ ସ୍ୱତନ୍ତ୍ରନୀତି ପ୍ରଣୟନ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଓଡିଶା ଡଟ୍ କମ୍ | <urn:uuid:cfbd407f-9899-45e3-960f-cc477a1917be> | CC-MAIN-2017-22 | http://www.odisha.com/archives/tag/%E0%AC%B0%E0%AD%87%E0%AC%A1%E0%AC%95%E0%AD%8D%E0%AC%B0%E0%AC%B8-%E0%AC%AD%E0%AC%AC%E0%AC%A8 | 2017-05-25T03:02:26Z | s3://commoncrawl/crawl-data/CC-MAIN-2017-22/segments/1495463607963.70/warc/CC-MAIN-20170525025250-20170525045250-00551.warc.gz | ory | 1 | Orya | 37 | {"ory_Orya_score": 1.0} |
ମୁଁ ଯେତେବେଳେ ଗାଁ ସ୍କୁଲ ରେ ପଢ଼ୁଥିଲି ବାପାଙ୍କ ସହ ବେଳେ ବେଳେ କଟକ ଆସେ, ମୋର ସବୁବେଳ ଇଛା ହୁଏ କି କେମିତି ମୁଁ କଟକ ବା ଭୁବନେଶ୍ୱର ରେ ରୁହନ୍ତି କି l କଲେଜ ପଢିବା ଭୁବନେଶ୍ୱର ରେ ଠିକ ହେଇଗଲା, ମୋତେ ଜୀବନର ଗୋଟେ ଯେମିତି ଗୋଟେ ବଡ ସୋପାନ ଚଢିଲା ପରି ଲାଗିଲା l ପଢ଼ା ସରିଲା, ମହାନଗର ରେ ସମ୍ଭ୍ରାନ୍ତ ଚାକିରୀ , ନୂଆ ସାଙ୍ଗ , ଅବିବାହିତ ବେଲଗାମ ଜୀବନର ମତୁଆଲା ଆନନ୍ଦ, ପଛକୁ ଚାହିଁବା ଯେମିତି ମୋ ଉତ୍ସାହ ପୁର୍ଣ ଜୀବନର ନୀତି ରେ ହିଁ ନଥିଲା l
୫ ବର୍ଷ ବିଦେଶ ରେ ରହି ଫେରି ଆସିଲି ମୁମ୍ବାଇ , ଅର୍ଜିତ ପଇସା ସୁଦୁପଯୋଗ କଲି ଭୁବନେଶ୍ୱର ରେ ଘର କିଣି , ବାପା ମା ଙ୍କ ଅନିଚ୍ଛା ସତ୍ୱେ ତାଙ୍କୁ ଗାଁ ଛାଡି ଭୁବନେଶ୍ୱର ରେ ରହିବ ପାଇଁ ଚାପ ପକେଇଲି l ମୋ ବାହାଘର ପରେ ମୁ ସମ୍ପୂର୍ଣ ଭାବରେ ମୁମ୍ବାଇ ସ୍ଥାଇ ବାସିନ୍ଦା ହେଇଗଲି ଆଉ ବାପା ମା ଭୁବନେଶ୍ୱର ର l ଆମେ ସବୁବେଳେ ଭୁବନେଶ୍ୱର ଯାଉ , ବାପା ମା ବି ନିୟମିତ ବ୍ୟବଧାନ ରେ ମୁମ୍ବାଇ ଆସନ୍ତି l ଧୀରେ ଧୀରେ ଗାଁ କୁ ଯିବା ବି କମି ଗଲା l ଆଜି କୁ ଗାଁ ଛାଡିବା ୨୫ ବର୍ଷ ହେଇଗଲା l
ରାତିରେ ଦିନେ ସ୍ବପ୍ନ ଦେଖିଲି ମୁ ଏକା ବୁଲୁଚି, କେହି ବି ଚିଂହା ଲୋକ ନାହାନ୍ତି, ଆଗକୁ ଆଗକୁ ଧଇଁ ସଇଁ ହେଇ ଦୌଡୁଛି , ହେଲେ ରାସ୍ତା ସରୁନି l କେଜାଣି କାହିଁକି ମୋତେ ହଜି ଯିବାର ଡର ମାଡ଼ି ବସିଲା l ନିଜକୁ ନିଜେ ସାମାନ୍ୟ କରୁଥାଏ, କିନ୍ତୁ ମନର କେଉଁ ଗୋଟେ କୋଣ ରେ ସେ ଡର ମୋର ଥାଏ l ଏହାର କାରଣ ମୋତେ ବୋଧ ହୁଏ ସେ ପର୍ଯ୍ୟନ୍ତ ମିଳିନଥାନ୍ତା ଯଦି ଶେଷ ସପ୍ତାହ ରେ ଆମ ଅଫିସ ର ଗୋଟେ ସାମାଜିକ ଉନ୍ନତୀମୂଳକ କାମ ରେ ଭାଗ ନେଇ ନଥାନ୍ତି l କିଛି ଖାସ ନାହିଁ, କେବଳ କିଛି ଗ୍ରାମୀଣ କ୍ଷେତ୍ର ର କିଛି ବିବରଣୀ ନେବାର ଥିଲା , ଯଥା : କ୍ଷେତ୍ରୀୟ ଶ୍ରମ ନିୟୋଜନ କେତେ ମାତ୍ର ରେ ସଫଳ , ଯୁବ ସମାଜର ରୋଜଗାର ପନ୍ଥା, କାମ ସନ୍ଧାନ ରେ ବାହାରକୁ ଯାଉଥିବା ଯୁବକ, ସହରାନୁଗାମୀ ଚିନ୍ତାଧାରା ଇତ୍ୟାଦି l ମୋ ଅନ୍ୟ ସହକର୍ମୀ ମାନଙ୍କ ପାଇଁ ଏହା ଏକ ଔପଚାରିକତା ଥିଲା , କିନ୍ତୁ ମୋ ପାଇଁ ଏହା ଏକ ପୂର୍ଣ୍ଣଛେଦ ଥିଲା ମୋର ଦୁଇ ଦଶନ୍ଧି ଧରି ଚାଲିଥିବା ଇଛା ର ସଂଘର୍ଷ ର l ମୋର ଅନୁଭବ ହେଲା ଯେ ଗୋଟିଏ ଘର ବନେଇବା ଉଦ୍ଧେଶ୍ୟ ରେ ମୁ ତିନି ତିନି ଟି ଘର ବନେଇ ସାରିଲିଣି , କିନ୍ତୁ ମୋ ପ୍ରକୃତ ଘର କୋଉଟା ? ସେଇ ୨୫ ବର୍ଷ ତଳେ ଛାଡି ଆସିଥିବା ମୋ ଗାଁ ର ସୁରେଇ ଟାଇଲ ଓ ଚାଳ ଛପର ମିଶା ପକ୍କା ଘର l ଯୋଉ ମହାନଗର ର ଚାକଚକ୍ୟ ମୋତେ ଏକଦା ଏତେ ଆକର୍ଷିତ କରିଥିଲା ଆଜି ମୁ ତାର ମୂଲ୍ୟାଙ୍କନ କରିବା ପାଇଁ ବାଧ୍ୟ ହଉଚି l ନିଃସନ୍ଦେୟ ଏ ସହରୀ ଜୀବନ ମୋତେ ଏତେ ସକାରାତ୍ମକ ଚିନ୍ତାଧାରା ରେ ଅନୁପ୍ରାଣିତ କରିଛି,ସେଥିରେ ମୋର କୌଣସି ମତଭେଦନ ନାହିଁ , ଅଛି କେବଳ ମନଭେଦନ l
ମିଳିଛି ମୋତେ ବହୁତ : କଲେଜ ରେ ଗୋଟେ ଝିଅ କୁ ପ୍ରେମ କରୁଥିବା ଚାରୋଟି ସାଙ୍ଗ, ମଟରସାଇକେଲ ନେଇ ହିମାଳୟ ଯିବା କିଛି ସହକର୍ମୀ ବନ୍ଧୁ , ଉଚ୍ଚ ମଧ୍ୟବିତ୍ତ ଜୀବନ ଶୈଳୀ , ବାପା ମା ଙ୍କ ପାଇଁ ଭଲ ଡାକ୍ତରୀ ସୁବିଧା , ସ୍ତ୍ରୀ ସହ ଶୈଳନିବାସ ରେ ଛୁଟି କାଟିବାର ମଜା , ପୁଅ ପାଇଁ ଭଲ ସ୍କୁଲ , କିନ୍ତୁ ସମ ପରିମାଣ ହରେଇଛି ବି ତ l ହରେଇଛି ମୁଁ ଅତ୍ମୀୟତା , ହରେଇଛି ମୁଁ ଗାଁ ପାଇଁ ମୋ ଭାଗର ଅବଦାନ l କର୍ମ ଜଂଜାଳ ର ଦ୍ୱାହି ଦେଇ ଲୁଚିବାକୁ ବସିଲି ; କଣ ଅବା କରି ପାରିଥାନ୍ତି ମୁଁ ? ଉତ୍ତର ବି ଆସିଲା ଓ ବହୁତ ଅପ୍ରିୟ ବି ଥିଲା l ଯୋଉ ସବୁ ଅଣ ସରକାରୀ ସଂସ୍ଥା ରେ ଭାଗ ନେଇ , ମାରାଥନ ଦୌଡ଼ି , ବସ୍ତି ରେ ମଶା ମରା ଔଷଧ ବାଣ୍ଟି ମ୍ୟାନେଜମେଣ୍ଟ କଲେଜ ରୁ ମାନପତ୍ର ପାଇଛି , ପେଶାଗତ ବ୍ୟବସାୟ କୁ ଦୃଷ୍ଟି ଆକର୍ଷିତ କରେଇଛି , ତାହାର କିଛି ଭାଗ ମୁଁ ମୋ ଗାଁ ର ଉନ୍ନତି ର ଅବଦାନ ରେ ନିଶ୍ଚୟ ଲଗେଇ ପାରିଥାନ୍ତି l ପ୍ରଥମ ଘର ମୁମ୍ବାଇ ରୁ ମୁ ଯୋଗାଯୋଗ କେବଳ ମୋ କଥାକଥିତ ଦ୍ଵିତୀୟ ଘର ସହ ରଖିଲି, ମୋ ପ୍ରକୃତ ଘର କୁ ମୁଁ କୁଣିଆ ହେଇକି ଯାଉଛି l ଯୋଉ ବାବୁଲି ଭାଇ ସାଇକେଲ ରେ ବସି ମୁ ମେଳା ଦେଖି ଯାଉଥିଲି ଆଜି ସେ ମୋତେ ନମସ୍କାର କରୁଚି , ଯୋଉ ସାଙ୍ଗ ସହ ଖାଲି ପାଦ ରେ ଥୁଣ୍ଟା ଧାନ ବିଲ ରେ କାଠ ପଟା ବ୍ୟାଟ ରେ କ୍ରିକେଟ ଖେଳୁଥିଲି ସେ ମୋତେ ଆପଣ କହୁଚି , ଆଉ ସ୍କୁଲ ର ସାର ; ଯିଏ ବେତ ମାଡ ରେ ପିଠି ରୁ ଛାଲ ଉତାରି ଦଉଥିଲେ ସେ ପଚାରୁଛନ୍ତି "ପୁଅ କେବେ ଆସିଲ " l ଯଦିଓ ଏ ପରିବର୍ତ୍ତନ କୁ ମୁ ସେ ସମୟ ରେ ଗ୍ରହଣ କରି ପାରୁ ନଥିଲି , ଏହାର କାରଣ ଯେ ଦୂରତା ମୁ ତାକୁ ଅନୁଭବ କରିପାରୁଥିଲି l ଗୁରୁତ୍ୱପୂର୍ଣ କଥା ସେମାନେ କେବେ ମୋତେ ଅପେକ୍ଷା ବି କରିନାହାନ୍ତି କି ଆଶା ବି ରଖିନାହାନ୍ତି l ପ୍ରତି ୪ ବର୍ଷ ରେ ବଦଳାଉଥିବା ସଂସ୍ଥାନ ପାଇଁ ମୁ ଗୁରୁତ୍ୱ ହେଇପାରିଲି କିନ୍ତୁ ଆଜି ସେ ଜାଗା ଯୋଉଠି ମୁ ମୋ ଶୈଶବ କାଟିଚି , ତା ପାଇଁ କୌଣସି ଗୁରୁତ୍ୱ ବହନ କରି ପାରିଲିନି l
ଏବେ ସବୁ ରାତିରେ ଶୋଇଲା ବେଳେ ମନକୁ ଆସେ ସତରେ କଣ ମୁଁ ଗାଁ କୁ ଫେରି ପାରିବି, କେବେ ତ ଏ ସହରୀକରଣ ଧାରା ଶେଷ ହବ,ସତରେ କଣ ମୋ ପର ପିଢ଼ି ମୋ ଗାଁ କଣ ଜାଣି ପାରିବେ, କିଏ ତ ଥିବ ଯିଏ ମୋତେ ମୋ ଗାଁ କୁ ଡ଼ାକିନେବ ! ! !
Read more blogs of Deepak at : http://deepakdas7.blogspot.in/2017/01/blog-post.html | <urn:uuid:d4c8edf2-5044-44e0-896e-a5f0eed9732a> | CC-MAIN-2017-22 | http://www.bhubaneswarbuzz.com/updates/odia-articles/nice-odia-short-story-deepak-das-tinoti-ghara | 2017-05-27T10:04:02Z | s3://commoncrawl/crawl-data/CC-MAIN-2017-22/segments/1495463608936.94/warc/CC-MAIN-20170527094439-20170527114439-00052.warc.gz | ory | 0.999976 | Orya | 26 | {"ory_Orya_score": 0.9999759197235107} |
ଓଡିଶା ଡଟକମ ସଂବାଦ ଦାତା
ଫୁଲବାଣୀ, ମଇ ୧୯ (ଓଡିଶା ଡଟ କମ) ମା' ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଫୁଲବାଣୀରେ ମଙ୍ଗଳବାର ଆୟୋଜିତ ଏ ସଂପର୍କିତ ଏକ ଦିବସୀୟ କର୍ମଶାଳାରେ ବକ୍ତା ମାନେ ମତପ୍ରକାଶ କରିଛନ୍ତି ।
ଆଲୋଚନାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଶିଶୁ ମୃତ୍ୟୁହାର କନ୍ଧମାଳ ଜିଲ୍ଲାରେ ଅତି ଉଦବେଗଜନକ ଅବସ୍ଥାରେ ଅଛି ବୋଲି କହିବା ସହ ଏହାକୁ ଦୂର କରିବାକୁ ହେଲେ ଗଣମାଧ୍ୟମ ଜନସଚେତନା ସୃଷ୍ଟିକରିବା ଦିଗରେ ମହତ୍ଵ ପୂର୍ଣ ଭୂମିକା ନେବା ପାଇଁ ବକ୍ତା ମାନେ ଆହ୍ଵାନ ଦେଇଥିଲେ ।
କନ୍ଧମାଳ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମୀଳନି କକ୍ଷରେ ୟୁନିସେଫ୍ ସହଯୋଗରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଏହି କର୍ମ ଶାଳାର ଆୟୋଜନ କରିଥିଲା ।
ପିକକର ସଂପାଦକ ରଂଜନ ମହାନ୍ତି ସଭାପତିତ୍ୱରେ ଏହି କର୍ଯ୍ୟକ୍ରମରେ ଅତିଥିଭାବେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ୍ତ କୁମାର ସାହାଣି, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼. ଜତିନ୍ଦ୍ର କୁମାର ପଟ୍ଟନାୟକ, ୟୁନିସେଫ୍ ର ଶ୍ରୀମତି ଅଳକା ଗୁପ୍ତା ଏବଂ ଡ଼. ମିନା ସୋମ୍ ଓ ବରିଷ୍ଠ ସାମ୍ବାଦିକ ଯତିନ୍ଦ୍ର ଦାଶ ଯୋଗ ଦେଇଥିଲେ ।
ପିକକ ସଂପାଦକ ରଂଜନ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରି ଗଣମାଧ୍ୟମର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ । ୟୁନିସେଫ୍ ର ଅଳକା ଗୁପ୍ତା ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ । ଡ. ମିନା ସୋମ୍ ମା'ନବଜାତ ଶିଶୁ ଦେଶ, ରାଜ୍ୟ ତଥା କନ୍ଧମାଳ ଜିଲ୍ଲାର ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଶିଶୁ ମୃତ୍ୟୁହାର କନ୍ଧମାଳ ଜିଲ୍ଲାରେ ଅତି ଉଦବେଗଜନକ ଅବସ୍ଥାରେ ଅଛି ବୋଲି ମତବ୍ୟକ୍ତ କରିଥିଲେ । ଏହାକୁ ଦୂର କରିବାକୁ ହେଲେ ଗଣମାଧ୍ୟମ ଜନସଚେତନା ସୃଷ୍ଟିକରିବା ଆବଶ୍ୟକ ବୋଲି କହିଥିଲେ ।
ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଜତିନ୍ଦ୍ର କୁମାର ପଟ୍ଟନାୟକ ନିଜର ବକ୍ତବ୍ୟ ରଖି ମା ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କର କାର୍ଯ୍ୟକ୍ରମର ବିଭିନ୍ନ ସୂଚନା ଦେଇଥିଲେ । ସରକାରଙ୍କର ଏହି ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ତଥା ସ୍ୱାସ୍ଥ୍ୟ ସଂପର୍କିତ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ସେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।
ବରିଷ୍ଠ ସାମ୍ବାଦିକ ଜତିନ୍ଦ୍ର ଦାଶ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ଅନ୍ୟ ଖବର ସହ ସମାଜରେ ହେଉଥିବା ବିଭିନ୍ନ ସକରାତ୍ମକ ପରିବର୍ତ୍ତନକୁ ସମାଜର ସାମ୍ନାକୁ ଆଣିବା ପାଇଁ ମଧ୍ୟ ଗଣମାଧ୍ୟମ ସଦା ସର୍ବଦା ଚେଷ୍ଟା କରିବା ଆବଶ୍ୟକ ।
କନ୍ଧମାଳ ଜିଲ୍ଲାର ପ୍ରାୟ ୬୦ରୁ ଉଦ୍ଧ୍ୱର୍ ବିଭିନ୍ନ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏହି କାର୍ମଶାଳାରେ ଯୋଗ ଦେଇଥିଲେ । ଦୁଇଟି ଗାଁ ଯଥା ବଲସ୍କୁମ୍ପା ଓ ଅଡାବାଡି ପରିଦର୍ଶନ କରି ଗ୍ରାମ୍ୟ ସ୍ତରର ବିଭିନ୍ନ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ, ମା' ଓ ଶିଶୁ ମାନଙ୍କ ସହିତ ସେମାନେ ସିଧା ସଳଖ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବୁଲୁ ନାଥ ସାହୁ , ଜିଲ୍ଲା ସୁଚନା ଅଧିକାରୀ ବସନ୍ତ କୁମାର ମହାନ୍ତି ପ୍ରମୁଖ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡିଶା ଡଟ କମ | <urn:uuid:3a268caf-67a2-4c76-b13d-387d266d21a1> | CC-MAIN-2017-22 | http://www.odisha.com/archives/tag/%E0%AC%B6%E0%AC%BF%E0%AC%B6%E0%AD%81-%E0%AC%AE%E0%AD%83%E0%AC%A4%E0%AD%8D%E0%AD%9F%E0%AD%81%E0%AC%B9%E0%AC%BE%E0%AC%B0 | 2017-05-27T10:02:41Z | s3://commoncrawl/crawl-data/CC-MAIN-2017-22/segments/1495463608936.94/warc/CC-MAIN-20170527094439-20170527114439-00052.warc.gz | ory | 0.999997 | Orya | 81 | {"ory_Orya_score": 0.9999969005584717} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡିସେମ୍ବର ୯(ଓଡିଶା ଡଟ୍ କମ୍)- ସମ୍ମାନଜନକ ଲିମ୍କା ବୁକ୍ସ ଅଫ୍ ରେକର୍ଡ଼ କୁଇଜ୍- ୨୦୧୨ ନ୍ୟାସନାଲ ଫାଇନାଲକୁ ଡିଏଭି ପବ୍ଲିକ ସ୍କୁଲ ପୋଖରୀ ଫୁଟ ଉନ୍ନୀତ ହୋଇଛି । ଏହି ଫାଇନାଲ ପ୍ରତିଯୋଗୀତା ଦେଶର ରାଜଧାନୀ ଦିଲ୍ଲୀଠାରେ ଚଳିତ ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ।
ସେମିଫାଇନାଲସ୍ତରରେ ଡିଏଭି ପୋଖରୀ ପୁଟ୍ ସ୍କୁଲ ୮୦ଟି ଦଳ ସହ ମୁକାବିଲା କରି ଇଷ୍ଟ ଜୋନ୍ରୁ ଫାଇନାଲକୁ ଉନ୍ନିତ ହୋଇଛି । ନ୍ୟାସନାଲ ଫାଇନାଲ ରାଉଣ୍ଡକୁ ଉନ୍ନିତ ହୋଇଥିବା ଦଳଗୁଡ଼ିକ ହେଲେ- ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ, ଭୁବନେଶ୍ୱର; ସେଣ୍ଟ ଥୋମାସ, ରାଞ୍ଚି; ଆର୍ମି ପବ୍ଲିକ୍ ସ୍କୁଲ, କିର୍କି-ପୁନେ; ମୁସ୍ତିଫଣ୍ଡ ଆରିୟାନ ହାଇୟର ସେକେଣ୍ଡାରୀ ସ୍କୁଲ, ଗୋଆ; ଚୈତନ୍ୟ ଜୁନିୟର କଲେଜ, ନାରାୟଣଗୁଡ଼ା- ହାଇଦରାବାଦ; ଜର୍ଜରିଆନ ପବ୍ଲିକ ସ୍କୁଲ, କୋଚି; ବାଲ ଭାରତୀ ପବ୍ଲିକ ସ୍କୁଲ, ନୋଇଡ଼ା; ୟାଦବିନ୍ଦ୍ର ପବ୍ଲିକ୍ ସ୍କୁଲ, ଚଣ୍ଡିଗଡ଼; ରୟାନ ଦିପି ବିଦ୍ୟା ମନ୍ଦିର, ଶ୍ରୀକି୍ରଷ୍ଣା ନଗର, ନାଗପୁର; ଏମ୍ଜିଏନ୍ ପବ୍ଲିକ ସ୍କୁଲ ଆଦର୍ଶ ନଗର, ଜଳନ୍ଧର ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସାରା ଦେଶର ଯୁବ ପ୍ରତିଯୋଗୀମାନଙ୍କୁ ପ୍ରୋଶ୍ଚାହିତ କରି ଜ୍ଞାନର ବୃଦ୍ଧି ଘଟାଇବା । ଚଳିତ ବର୍ଷ ୮୦ଟି ସହରରେ ୪୦୦୦ ସ୍କୁଲର ପ୍ରତିଯୋଗୀମାନଙ୍କୁ ନେଇ ଆୟୋଜିତ ହୋଇଛି ।
ଏହି ମଲଟି ସିଟି ଅଭିଯାନ ଡେରେକ୍ 'ଓ' ବେରେନ୍ ଆଣ୍ଡ ଆସୋସିଏଟଙ୍କ ସହଯୋଗରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ ।
ଲିମ୍କା ବୁକ୍ସ ଅଫ୍ ରେକର୍ଡ଼ କୁଇଜ୍ ୪ଟି ଜୋନ୍ରେ ଅନୁଷ୍ଠିତ ହେଉଛି । ଯଥା ନର୍ଥ, ସାଉଥ, ଇଷ୍ଟ ଆଣ୍ଡ ୱେଷ୍ଟ ଜୋନ୍ । ଏହା ଜୁନ୍ ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହୁଏ । ଏହି କୁଇଜ ପ୍ରତିଯୋଗିତ ୩ସ୍ତରରେ ହୋଇଥାଏ-ଇଣ୍ଟର ସ୍କୁଲ ଲେଭଲ, ସେମିଫାଇନାଲ ଏବଂ ପାଇନାଲ ରାଉଣ୍ଡ ।
ଅନୁପମ ଆଲୁଆଲିଆ, ଭାଇସ୍ ପ୍ରେସିଡ଼େଣ୍ଟ, ମାର୍କେଟିଙ୍ଗ କୋକାକୋଲା ଇଣ୍ଡିଆ ଆଣ୍ଡ ସାଉଥ ୱେଷ୍ଟ ଏସିଆ କହିବା ଅନୁଯାୟୀ ଲିମ୍କା ବୁକ୍ସ ଅପ୍ ରେକର୍ଡ଼ କୁଇଜ ଯୁବ ଗୋଷ୍ଠୀଙ୍କ ଉକ୍ତଣ୍ଠାକୁ ପ୍ରୋସ୍ଚାହିତ କରିବା ପାଇଁ ଏକ ମୂଲ୍ୟବାନ ପଦକ୍ଷେପ ।
ଓଡିଶା ଡଟ୍ କମ୍ | <urn:uuid:85c18c2a-4bc2-448f-b440-ff73633239b9> | CC-MAIN-2017-22 | http://www.odisha.com/archives/tag/%E0%AC%B2%E0%AC%BF%E0%AC%AE%E0%AD%8D%E0%AC%95%E0%AC%BE-%E0%AC%B0%E0%AD%87%E0%AC%95%E0%AC%B0%E0%AD%8D%E0%AD%9C | 2017-05-29T21:00:15Z | s3://commoncrawl/crawl-data/CC-MAIN-2017-22/segments/1495463612553.95/warc/CC-MAIN-20170529203855-20170529223855-00180.warc.gz | ory | 0.999974 | Orya | 16 | {"ory_Orya_score": 0.9999741315841675} |
ସମୀର କୁମାର ମହାନ୍ତି
ଜୁଲାଇ ୩ (ଓଡିଶା ଡଟ କମ) ୧୯୭୭ ମସିହା କଥା । ମୋର ବାଣୀବିହାରରେ ବାଣିଜ୍ୟର ସ୍ନାତକୋତ୍ତର ପାଠ୍ୟକ୍ରମ ସରି ଆସୁଥାଏ । ମୁଁ ରହୁଥିବା ହଷ୍ଟେଲରେ ଜଣେ ବନ୍ଧୁ ଗୋଟିଏ ଇଂରାଜୀ ସାପ୍ତାହିକ ପତ୍ରିକା ପଢୁଥିଲେ । ସେଥିରେ ଗୋଟିଏ ବିଷୟ ଗୁରୁପ୍ରଥା ଉପରେ ଲେଖାଯାଇଥିଲା । ସେଥିରେ ଗୁରୁଙ୍କୁ ଜଣେ ଡିକ୍ଟେଟର ବୋଲି ବର୍ଣ୍ଣନା କରାଯାଇଥିଲା । ବିଷୟର ଶେଷ ଆଡକୁ ଦେଖିଲି ସେଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ସେମାନଙ୍କର ଗୁରୁପ୍ରଥା ଓ ଗୁରୁପୂର୍ଣ୍ଣିମା ପାଳନ ପାଇଁ ସମାଲୋଚନା କରାଯାଇଥିଲା ।
ମୁଁ ହଠାତ୍ କିଛି ବୁଝି ପାରିଲି ନାହିଁ । କିନ୍ତୁ ପରେ ପରେ ମୁଁ ଏ ସମ୍ବନ୍ଧରେ ମୋର ଅନ୍ୱେଷଣ ଜାରି ରଖିଲି । ପରେ ବୁଝିଲି ଗୁରୁ ପୂର୍ଣ୍ଣିମା ଦିନ ବ୍ୟାସଦେବ ଜନ୍ମ ହୋଇଥିଲେ । ସେ ବେଦକୁ ବାଖ୍ୟା କରିଥିଲେ । ହିମାଳୟର ସରସ୍ୱତୀ ନଦୀ କୂଳରେ ବସି ସେ ଏହିକାମ କରୁଥିବା ସମୟରେ ମହାପ୍ରଭୂ ଗଣେଷ ତାଙ୍କ ଠାରୁ ଶୁଣି ଏହାକୁ ଲେଖୁଥିଲେ । ତେଣୁ ଗଜାନନଙ୍କୁ ବ୍ୟାସଦେବଙ୍କର ସଟ୍-ହ୍ୟାଣ୍ଡ ଟାଇପିଷ୍ଟ ବୋଲି କୁହାଯାଏ । ଗଣେଷ ଯେଉଁଠି ବସି ଏହି କାର୍ଯ୍ୟ କରୁଥିଲେ ତାହାକୁ ଗଣେଷ ଗୁମ୍ଫା ବୋଲି କୁହାଯାଏ,ଯାହାକି ଏବେବି ହିମାଳୟର ବଦ୍ରୀନାଥ ଠାରୁ ଖଣ୍ଡେ ଦୂରରେ ବିଦ୍ୟମାନ ଅଛି ।
ପୃଥିବୀର ଆଦିଗ୍ରନ୍ଥ ବେଦକୁ ବାଖ୍ୟା କରିବା ପରେ ବ୍ୟାସଦେବ ଅନେକ ଲେଖା ଲେଖିଛନ୍ତି । ତାଙ୍କ ଦ୍ୱାରା ରଚିତ ମହାଭାରତ ପୃଥିବୀର ବୃହତ୍ତମ ଗ୍ରନ୍ଥ । ସେ ମଧ୍ୟ ଭାଗବତ ମହାପୁରାଣ , ଅଷ୍ଟାଦଶ ମହାପୁରାଣ ଓ ବ୍ରହ୍ମସୂତ୍ର ରଚନା କରିଥିଲେ । ଉପନିଷଦ ମାନଙ୍କୁ ମଧ୍ୟ ସେ ଲୋକଲୋଚନକୁ ଆଣିଥିଲେ । କେବଳ ସେତିକି ନୁହେଁ , ସେ ଜୈମିନୀ ଋଷିଙ୍କୁ କହିଥିବା ଭବିଷ୍ୟତ ବାଣୀଗୁଡିକୁ ନେଇ ଭବିଷ୍ୟ ପୁରାଣ ରଚନା କରାଯାଇଛି ।
ଯାହାକୁ ପଢିଲେ ଭାରତରେ ଅତୀତରେ ଘଟିଥିବା କିଛି ରୋମାଞ୍ଚକର ଘଟଣା ଓ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି ଆଶ୍ଚର୍ଯ୍ୟ ଜନକ କଥା ଜାଣିବାକୁ ମିଳେ । ମହର୍ଷି ବ୍ୟାସଦେବଙ୍କର ଏହି କୃତ୍ତି ପାଇଁ, ତାଙ୍କୁ ହିନ୍ଦୁ ସଂସ୍କୃତିରେ ପୃଥିବୀର ଗୁରୁ ବୋଲି ମାନ୍ୟତା ଦିଆଯାଇଛି । ଏବଂ ସେ ଜନ୍ମ ନେଇଥିବା ତିଥି ଆଷାଢ ମାସ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଉଛି ।
ଭାରତରେ ଅନେକ ଧାର୍ମିକ ତଥା ସାମାଜିକ ସଂସ୍ଥା ମଧ୍ୟ ଏହି ଦିନଟିକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି । ଏବଂ ଏହିଦିନରେ ତାଙ୍କର ଗୁରୁଙ୍କ ପାଇଁ କିଛି ସମର୍ପଣ କରିଥାନ୍ତି , ଯାହାକୁ ଗରୁଦକ୍ଷିଣା କୁହାଯାଏ । କିଛି ଧାର୍ମିକ ସଂସ୍ଥା ସେମାନଙ୍କର ପ୍ରତିଷ୍ଠାତାଙ୍କୁ ଗୁରୁ ବୋଲି ମାନନ୍ତି । କିଛି ସଂସ୍ଥା ଗୋଟିଏ ଚିହ୍ନକୁ ଗୁରୁବୋଲି ମାନନ୍ତି । ଯେପରିକି ବିବେକାନନ୍ଦ କେନ୍ଦ୍ର ଓଁକାର ଚିହ୍ନକୁ ଗୁରୁବୋଲି ମାନନ୍ତି । କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ୍ପରା ଟିକିଏ ନିଆରା ।
ଏହି ସଂସ୍ଥା ଗେରୁଆ ରଙ୍ଗର ଦୁଇକେନିଆ ଝଣ୍ଡାକୁ ଗୁରୁ ବୋଲି ମାନନ୍ତି । ଝଣ୍ଡା ବା ପତାକା ବିଭିନ୍ନ ସଂସ୍ଥାରେ ବିଭିନ୍ନ ପ୍ରକାରର ହୋଇଥାଏ । ସେଠାରେ ଏହି ପତାକା ଗୁଡିକୁ ଅତ୍ୟନ୍ତ ସମ୍ମାନ ଦିଆଯାଇଥାଏ । ସେହିପରି ବିଭିନ୍ନ ଦେଶରେ ବିଭିନ୍ନ ରଙ୍ଗର ଓ ବିଭିନ୍ନ ଚିହ୍ନ ଥାଇ ପତାକା ଗୁଡିକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଛି । ଜାତୀୟ ପତାକାକୁ ଅତ୍ୟନ୍ତ ସମ୍ମାନର ସହିତ ସରକାରୀ କୋଠା ଉପରେ ରଖାଯାଇଥାଏ । ଏହାକୁ ଅସମ୍ମାନକଲେ ଦୋଷୀକୁ କଠୋର ଦଣ୍ଡ ଦିଆଯାଏ ।
ଭାରତରେ ସ୍ୱାଧୀନତା ସଂଗ୍ରାମ ସମୟରେ ତ୍ରୀରଙ୍ଗା ପତାକାକୁ ରକ୍ଷା କରିବାକୁ ଯାଇ ମାତଙ୍ଗୀନି ଦେବି ଧରାଶାୟୀ ହୋଇଥିଲେ । ଆମେରିକାରେ ଆବ୍ରାହମ ଲିଙ୍କନଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଗୃହଯୁଦ୍ଧ ହୋଇଥିଲା । ସେ ସମୟରେ ବିଦ୍ରୋହୀମାନଙ୍କ କବଳରୁ ଆମେରିକାର ଜାତୀୟ ପତାକାକୁ ରକ୍ଷା କରିବା ପାଇଁ ଜଣେ ବୃଦ୍ଧ ମହିଳା ବାର୍ବରା ଫ୍ରେଚି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ଗୁଳି ଖାଇବାକୁ ପ୍ରସ୍ତୁତ ହୋଇଥିଲେ । ଏହା ଦେଖି ବିଦ୍ରୋହୀମାନେ ସେମାନଙ୍କର ମନ ପରିବର୍ତ୍ତନ କରିଥିଲେ ଓ ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ସହ ବାର୍ବରା ଫ୍ରେଚିକୁ ମଧ୍ୟ ପ୍ରଶଂସା କରିଥିଲେ ।
ପୂର୍ବ କଥନ ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗେରୁଆ ରଙ୍ଗର ଦୁଇକେନିଆ ପତାକାକୁ କେବଳ ସମ୍ମାନ ଦିଏ ନାହିଁ , ବରଂ ଏହାକୁ ଗୁରୁରୂପେ ଗ୍ରହଣ କରି ପ୍ରତ୍ୟେକ ଦିନ ପଡିଆରେ ଏହାର ସ୍ୱୟଂସେବକମାନେ ପତାକା ସାମନାରେ ବିଭିନ୍ନ ପ୍ରକାରର ଶାରୀରିକ, ବୈାଦ୍ଧିକ ଓ ଯୈ÷ାଗୀକ ସାଧନା କରିଥାନ୍ତି । ଏହି ସଂସ୍ଥାରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଗୁରୁ ରୂପେ ଗ୍ରହଣ କରାଯାଇ ନାହିଁ ।
ଏହାର ନେତୃ ସ୍ଥାନୀୟ ବ୍ୟକ୍ତିମାନେ କୁହନ୍ତି ଯେ, ଜଣେ ବ୍ୟକ୍ତି ଯେତେ ଭଲ ବା ଯୋଗ୍ୟ ହେଲେ ମଧ୍ୟ ତାହାର କିଛିନା କିଛି ଦୋଷ ରହି ଥାଇ ପାରେ । ତେଣୁ ସେମାନେ କୌଣସି ବ୍ୟକ୍ତିକୁ ଗୁରୁ ରୂପେ ସ୍ୱୀକାର ନକରି ଏହି ପତାକାକୁ ଗୁରୁ ଭାବେ ଗ୍ରହଣ କରିଛନ୍ତି । ସେମାନେ ପୁଣି କୁହନ୍ତି,ଏହି ପତାକାର ଏକ ବିଶେଷତ୍ୱ ଅଛି । ଏହାର ପ୍ରାଧାନ୍ୟ ଓ ସମ୍ମାନ ଆମ ଦେଶରେ ବୈଦିକ ଯୁଗରୁ ରହିଆସିଛି । ରାମାୟଣ ଓ ମହାଭାରତର ବିଭିନ୍ନ ଯୁଦ୍ଧରେ ଏହି ପତାକା ଯୋଦ୍ଧାମାନଙ୍କ ରଥରେ ବ୍ୟବହୃତ ହେଉଥିବାର ଉଦାହରଣ ରହିଛି । ଛତ୍ରପତି ଶିବାଜୀ ମହାରାଜ ଓ ରାଣା ପ୍ରତାପଙ୍କ ଭଳି ଯୋଦ୍ଧାମାନେ ମଧ୍ୟ ଏହି ପତାକା ସେମାନଙ୍କ ହାତୀ ଓ ଘୋଡା ଉପରେ ରଖି ଯୁଦ୍ଧ କରୁଥିବାର କାହାଣୀମାନ ରହିଛି ।
ମହାରାଣୀ ଲକ୍ଷ୍ମୀବାଇ ମଧ୍ୟ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଏହି ପତାକାକୁ ଆଗରେ ରଖି ଲଢେଇ କରୁଥିଲେ । ଏପରିକି ସ୍ୱାଧୀନତା ଆନେ୍ଦାଳନ ସମୟରେ ଏହି ପତାକାକୁ ଗ୍ରହଣ କରିବା ପାଇଁ ଗୋଟିଏ ପ୍ରସ୍ତାବ ଆସିଥିଲା । କିନ୍ତୁ ଅନ୍ୟ ଏକ ଗୋଷ୍ଠୀର ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ଉପରୋକ୍ତ ଘଟଣାରୁ ଜଣାପଡେ ଯେ,ଏହି ପତାକା ଆମ ଦେଶର ସାଂସ୍କୃତିକ ଏକତାର ପ୍ରତୀକ ।
ପୁର୍ନବାର ଏହି ପତାକା ଯଜ୍ଞର ଅଗ୍ନିଶିଖା ଭଳି ଦୃଶ୍ୟମାନ । ତେଣୁ ଏହା ସମର୍ପଣ ବା ତ୍ୟାଗର ପ୍ରତୀକ । ଏହାର ଗେରୁଆ ରଙ୍ଗ ହଳଦୀ ଓ ଲାଲ ରଙ୍ଗର ମିଶ୍ରଣରେ ହୋଇଥାଏ । ହଳଦିଆ ରଙ୍ଗ ଜ୍ଞାନ ଓ ଲାଲ ରଙ୍ଗ ବିରତ୍ୱର ପ୍ରତୀକ । ତେଣୁ ଏହି ପତାକାରେ ବ୍ରହ୍ମତେଜ ଓ କ୍ଷାତ୍ର ତେଜ ଥାଏ ବୋଲି ବିଚାର କରାଯାଏ । ପୂର୍ବରୁ ଆଲୋଚନା କରିଛୁ ଯେ,ଏହା ଅଗ୍ନି ଶିଖା ସଦୃଶ । ଅଗ୍ନି ଅର୍ଥ ଅଗ୍ରେ ନିୟତୀ ଇତି ଅଗ୍ନି । ଅର୍ଥାତ ଆଗରେ ଯିବା ହେଉଛି ଅଗ୍ନି । ଏହାକୁ ପୂର୍ନବାର ଅର୍ଥକଲେ ଜଣାପଡେ ଯେ,ଆଗରେ ରହୁଥିବା ଲୋକ ହେଉଛି ନେତା, ଯାହାର ବ୍ୟକ୍ତିତ୍ୱରେ ଅଗ୍ନିଭଳି ତେଜ ରହିଛି । ଅତଏବ ଏହି ପତାକା ହେଉଛି ନେତୃତ୍ୱର ପ୍ରତୀକ ।
ଏହି ପତାକା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀମାନଙ୍କ ପାଇଁ ଅନେକ ପ୍ରେରଣାର ଉତ୍ସ । ଦେଶ ବିଭାଜନ ସମୟରେ ଏବେର ପାକିସ୍ତାନରୁ ଆସୁଥିବା ହିନ୍ଦୁ ଶରଣାର୍ଥିମାନଙ୍କୁ ସୁରକ୍ଷା ପ୍ରଦାନ, କାଶ୍ମୀର ମିଶ୍ରଣ ସମୟରେ ପାକିସ୍ତାନ ପ୍ରରୋଚିତ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତର ସେନାବାହୀନିକୁ ରାତାରାତି ଜାମ୍ମୁ ହେଲିପ୍ୟାଡ ନିର୍ମାଣରେ ସହାୟତା କରିବା,୧୯୬୨ ମସିହାରେ ଭାରତ ଚୀନ୍ ଯୁଦ୍ଧ ସମୟରେ ଦିଲ୍ଲୀ ପୋଲିସକୁ ଟ୍ରାଫିକ୍ ନିୟନ୍ତ୍ରଣରେ ସାହାଯ୍ୟ କରିବା, ବିହାରର ଉତ୍କଟ ମରୁଡି ସମୟରେ ଜୟପ୍ରକାଶ ନାରାୟଣଙ୍କୁ ସେଠାର ସେବାକାଯ୍ୟରେ ସହଯୋଗ କରିବା ଆଦି ଅନେକ ଉଲ୍ଲେଖନୀୟ କାର୍ଯ୍ୟ ଏମାନେ କରିଛନ୍ତି ।
ଏହାଛଡା ଆନ୍ଧ୍ରରେ ପ୍ରଳୟଙ୍କରୀ ବାତ୍ୟା , ଗୁଜୁରାଟର ମୋରଭି ଠାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ଓଡିଶାର ମହାବାତ୍ୟା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀମାନେ ଆଗରେ ରହି ଅନେକ ସେବାକାର୍ଯ୍ୟ କରିଛନ୍ତି । ସେହିଭଳି ଓଡିଶାରୁ ବାହାରିଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଟ୍ରେନ ଉତ୍ତର ପ୍ରଦେଶରେ ଦୁର୍ଘଟଣା ସ୍ଥାନରେ ଏହାର କର୍ମୀମାନେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ ।
ଥରେ ଗୋଟିଏ ଆରବଗାମୀ ଯାତ୍ରୀବାହି ଉଡାଜାହାଜ ଭାରତର ପଶ୍ଚିମ ସୀମାରେ ଦୁର୍ଘଟଣା ଗ୍ରସ୍ତ ହୋଇ ତଳେ ପଡିଗଲା । ସେଥିରେ ଅଧିକାଂଶ ମୁସଲମାନ ଯାତ୍ରୀ ଥିଲେ । ଦୁର୍ଘଟଣା ସ୍ଥାନରେ ପୋଲିସ ଓ ପ୍ରଶାସନ ପହଁଚିବାର ଯଥେଷ୍ଟ ପୂର୍ବରୁ ଆରଏସ୍ଏସ୍ କର୍ମୀମାନେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକୁ ଆରବ ଦେଶର ସମ୍ବାଦପତ୍ର ମାନେ ଉଚ୍ଚ ପ୍ରଶଂସା କରିଥିଲେ ।
ଏହାର କର୍ମୀମାନେ କୁହନ୍ତି ଯେ, ଏହି ନିଃସ୍ୱାର୍ଥ ସେବାକାର୍ଯ୍ୟ ପାଇଁ ପ୍ରେରଣା ସେମାନେ ତାଙ୍କର ଗୁରୁ ଗୈରୀକ ପତାକା ଠାରୁ ପ୍ରାପ୍ତ କରିଛନ୍ତି । ୧୯୭୫ ମସିହା ଜରୁରୀ କାଳୀନ ପରିସ୍ଥିତି ସମୟରେ ଏତେ କଟକଣା ସତ୍ତ୍ୱେ ଦେଶରେ ଜନସଂଘର୍ଷ ସମିତି ମାଧ୍ୟମରେ ଦେଢ ଲକ୍ଷରୁ ଉର୍ଦ୍ଧ କର୍ମୀ ଏହି କଳା ଶାସନ ବିରୁଦ୍ଧରେ ବିକ୍ଷୋଭ କରି ଭାରତ ରକ୍ଷା ଆଇନ ଦ୍ୱାରା ଗିରଫ ହୋଇଥିଲେ । ସେମାନଙ୍କ ଭିତରେ ଶତକଡା ଅଶୀଭାଗରୁ ଉଦ୍ଧ୍ୱର୍ କର୍ମୀ ଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସକ୍ରୀୟ ସଦସ୍ୟ । ଏହାର ଆଉକିଛି ସ୍ୱୟଂସେବକ ଆତ୍ମଗୋପନ କରି ଭୂମିଗତ ଆନେ୍ଦାଳନ ବା ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ କରୁଥିଲେ ।
ନାନାଜୀ ଦେଶମୁଖ, ଜଜ୍ ଫର୍ଣ୍ଣାଡିଜ୍, ରବିନ୍ଦ୍ର ବର୍ମା ପ୍ରଭୃତି ନେତାମାନେ ସେ ସମୟରେ ଏହି ମାନଙ୍କ ଦ୍ୱାରା ସାରା ଦେଶରେ ଗୁପ୍ତ ରାଜନୈତିକ କାର୍ଯ୍ୟ କରୁଥିଲେ । ୧୯୭୭ ମସିହାର ସାଧାରଣ ନିର୍ବାଚନରେ ଏହାର କର୍ମୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଶ୍ରୀମତୀ ଗାନ୍ଧୀ ନିର୍ବାଚନରେ ହାରି ଯାଇଥିଲେ ଓ ଦେଶରେ ପୁର୍ନବାର ଗଣତନ୍ତ୍ର ପ୍ରତିଷ୍ଠା ହୋଇ ପାରିଥିଲା ।
ସଂଘର ସ୍ୱୟଂସେବକ ମାନଙ୍କର ବୀରତ୍ୱ ଓ ନିଷ୍ଠାର ଶ୍ରେୟ ସେମାନେ ତାଙ୍କର ଗୁରୁ ଗୈରୀକ ପତାକାକୁ ହିଁ ଦିଅନ୍ତି । ଏବଂ ଏହି ଦିବ୍ୟ ଗୁଣ ଗୁଡିକ ତାଙ୍କ ଠାରୁ ପାଉଥିବାରୁ ଗୁରୁ ପୂର୍ଣ୍ଣିମା ଦିନ ଏହି ପତାକା ସମ୍ମୁଖରେ ସେମାନଙ୍କର ବର୍ଷକର କଷ୍ଟଲବ୍ଧ ଅର୍ଥର ଏକ ଅଂଶ ଗୁରୁ ଦକ୍ଷିଣା ରୂପେ ପ୍ରଦାନ କରନ୍ତି, ଯେଉଁଥିରେ ସଂଘକାର୍ଯ୍ୟ ବର୍ଷସାରା ଚାଲେ । ଆସନ୍ତା ଜୁଲାଇ ୧୨ ତାରିଖରେ ଏହି ଗୁରୁପୂର୍ଣ୍ଣିମା ଦିବସଟିକୁ ଅତ୍ୟନ୍ତ ନିଷ୍ଠାର ସହିତ ସେମାନେ ପାଳନ କରିବେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଛାଡିଦେଲେ ଦେଶର ଅନେକ ଧାର୍ମିକ ଅନୁଷ୍ଠାନମାନ ମଧ୍ୟ ସେମାନଙ୍କ ଗୁରୁଙ୍କ ପ୍ରେରଣାରେ ଅନେକ ସେବାକାର୍ଯ୍ୟ କରୁଛନ୍ତି । ଏମାନଙ୍କ ଭିତରେ ସତ୍ୟସାଇବାବା, ଶିରିଡିସାଇବାବା, ଅନୁକୁଳ ଚନ୍ଦ୍ର,ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଅନୁଷ୍ଠାନ, ରାମକୃଷ୍ଣ ମିଶନ, ଚିନ୍ମୟ ମିଶନ, ଶଙ୍କରାଚାର୍ଯ୍ୟଙ୍କ ଆଶ୍ରମ, ବନବାସୀ କଲ୍ୟାଣ ଆଶ୍ରମ ଓ ବିବେକାନନ୍ଦ କେନ୍ଦ୍ର ଅନ୍ୟତମ ।
ଉପରୋକ୍ତ ଉଦାହରଣରୁ ଜଣାପଡେ ଯେ, ଭାରତୀୟ ସଂସ୍କୃତିରେ ଗୁରୁ ପ୍ରଥାକୁ ଡିକ୍ଟେଟରସିପ୍ କୁହାଯାଇ ପାରିବ ନାହିଁ । ବରଂ ଗୁରୁ ହେଉଛନ୍ତି ଜଣେ ମାର୍ଗଦର୍ଶକ ଯିଏ ଆମ୍ଭମାନଙ୍କୁ ଉତ୍ତମ କାର୍ଯ୍ୟପାଇଁ ସବୁବେଳେ ପ୍ରେରଣା ଦେଇ ଆସୁଛନ୍ତି । ଏବଂ ନୈରାଶ୍ୟ ଓ ବିପତ୍ତି ସମୟରେ ଆମକୁ ରକ୍ଷା କରୁଛନ୍ତି ।
୧୨୫,ଧର୍ମବିହାର,ଭୁବନେଶ୍ୱର-୩୦
ମୋ-୯୪୩୯୮୭୬୩୩୨ | <urn:uuid:f7293f36-3dfb-455d-9a81-112c6635731d> | CC-MAIN-2017-22 | http://www.odisha.com/archives/tag/%E0%AC%86%E0%AC%A6%E0%AC%BF%E0%AC%97%E0%AD%8D%E0%AC%B0%E0%AC%A8%E0%AD%8D%E0%AC%A5-%E0%AC%AC%E0%AD%87%E0%AC%A6 | 2017-05-30T11:18:08Z | s3://commoncrawl/crawl-data/CC-MAIN-2017-22/segments/1495463615093.77/warc/CC-MAIN-20170530105157-20170530125157-00317.warc.gz | ory | 1.000005 | Orya | 76 | {"ory_Orya_score": 1.0000053644180298} |
ଶାସକ ଭାରତୀୟ ଜନତା ପାର୍ଟି ପ୍ରତି ଉଚ୍ଚତମ ନ୍ୟାୟାଳୟ ଅନୁଗ୍ରହ ଦେଖାଇଛନ୍ତି । ସେ ନିଶ୍ଚିତ କରାଇଛନ୍ତି ଯେ ଅଯୋଧ୍ୟାରେ ବାବ୍ରି ମସଜିଦ୍ର ଧ୍ୱଂସାବଶେଷ ଉପରେ ବିବାଦୀୟ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗଟି ଯେମିତି ଜୀବନ୍ତ ରହେ ।
ଏପ୍ରିଲ ୨୩ରେ କେନ୍ଦ୍ର ତଦନ୍ତ ବ୍ୟୁରୋକୁ ନିର୍ଦ୍ଦେଶ ଦେବାବେଳେ ଏହି କଥାଟି ତାଙ୍କର ଉଦ୍ଦେଶ୍ୟରେ ନଥିଲା ଯେ ୨୫ବର୍ଷର ପୁରୁଣା ଦୁଇଟି ମାମଲା – ଗୋଟିଏ ବାବ୍ରି ମସଜିଦ୍ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଯେଉଁଥିରେ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀ ସମ୍ପୃକ୍ତ ଏବଂ ଅନ୍ୟଟି ମସଜିଦ୍ ଧ୍ୱଂସ କରିଥିବା କରସେବକମାନଙ୍କୁ ନେଇ, ଉଭୟକୁ ଏକାଠି କରି ମାମଲାଟିର ଲକ୍ଷେ୍ନø ଅଦାଲତରେ ଦ୍ରୁତ ଶୁଣାଣି କରାଇବା ।
କିନ୍ତୁ ଉଦ୍ଦେଶ୍ୟ ନଥାଇ ବି ଯେଉଁ ପରିଣାମ ଆସିଯିବାର ସମ୍ଭାବନା ଦଖୋଯାଉଛି ତାହା ହେଉଛି ଯେ ତଳେ ପଡ଼ି ପୁଣି ଠିଆ ହୋଇଥିବା ଭା.ଜ.ପା ଏହି ସାମ୍ପ୍ରଦାୟିକ ପରିବର୍ତ୍ତନଶୀଳ ପ୍ରସଙ୍ଗଟିକୁ ଧିରେ ଧିରେ ଉତ୍ତପ୍ତ ରଖି ୨୦୧୯ର ସାଧାରଣ ନିର୍ବାଚନରେ ଯେମିତି ନିଜ ହିତରେ ଆସିବ ସେଭଳି ହିନ୍ଦୁ ଭୋଟଗୁଡ଼ିକୁ ଏକାଠି କରାଇବ ।
ସମ୍ପୂର୍ଣ୍ଣ ଭାବେ ଅନିଚ୍ଛାକୃତ ଏହି ଧୁର୍ତ୍ତତା ବ୍ୟତିରେକ ଆମେ ଉଚ୍ଚତମ ନ୍ୟାୟାଳୟର ଏହି ନିର୍ଦ୍ଦେଶନାମାର ବୈଶିଷ୍ଟ୍ୟକୁ ନେଇ ଆଉ କିଭଳି ସମୀକ୍ଷା କରିବା? ଡିସେମ୍ବର ୬, ୧୯୯୨ ଦିନ ଶହ ଶହ କରସେବକ ବାବ୍ରି ମସଜିଦ୍ ଉପରକୁ ଚଢ଼ିଗଲେ ଏବଂ ତାଙ୍କୁ ଉତ୍ସାହିତ କରୁଥିବା ରାଜନେତା, ପୋଲିସ ଓ ଗଣମାଧ୍ୟମର ଉପସ୍ଥିତିରେ ମସଜିଦ୍କୁ ଧ୍ୱଂସ କରିବାର ଯୋଜନା କାମରେ ଲଗାଇଲେ ।
ଯେଉଁ ଦୁଇଟି ଏଫ୍.ଆଇ.ଆର୍. ଗୋଟିଏ ଆଡ଼ଭାନୀଙ୍କ ବିରୁଦ୍ଧରେ ଏବଂ ଅନ୍ୟଟି 'ଲକ୍ଷ ଲକ୍ଷ ଅଜଣା କର ସେବକ'ଙ୍କ ବିରୁଦ୍ଧରେ ଦାୟର କରାଯାଇଥିଲା ତାହାର ଅନ୍ତିମ ପରିଣାମ କିଛି ଆସିନାହିଁ । ଅନେକ ଶୁଣାଣୀ ସ୍ଥଗିତାବସ୍ଥା ଦେଇ ମନ୍ଥର ଗତିରେ ଚାଲିଥିବା ଏହି ମାମଲାଗୁଡ଼ିକ ଗୋଟିଏ ସ୍ଥାନରେ ହିଁ ଲଟକି ରହିଥିଲା ।
ଏହି ଦୁଇଟି ମାମଲାର ଗତିପଥ ସୂଚାଇ ଦେଉଛି ଯେ ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା କେତେ ଗଭୀର ଭାବେ ପଚିଗଲାଣି । ତଥାପି, ଗୋଟିଏ ଦୃଷ୍ଟିରୁ ଦେଖିଲେ ଉଚ୍ଚତମ ନ୍ୟାୟାଳୟଙ୍କ ହସ୍ତକ୍ଷେପଟି ଗୁରୁତ୍ୱପୂର୍ଣ୍ଣ ମନେହୁଏ ।
ପୂର୍ବରୁ ରାୟବରେଲି ଓ ଲକ୍ଷେ୍ନø ଅଦାଲତରେ ଉଭୟ ମାମଲାର ପୃଥକ ପୃଥକ ଭାବେ ଯେଉଁ ଶୁଣାଣି ହେଉଥିଲା ତାକୁ ବନ୍ଦ କରି ଦୁଇଟି ମାମଲାକୁ ଏକାଠି କରିବା ପାଇଁ ସି.ବି.ଆଇକୁ ନିର୍ଦ୍ଦେଶ ଦେଇ ଅନାବଶ୍ୟକ ଭାବେ ଶୁଣାଣି ସ୍ଥଗିତ କରିବା କଥାକୁ ବନ୍ଦ କରାଇ, ବିଚାରପତିମାନଙ୍କୁ ନବଦଳାଇବା ପାଇଁ ଏବଂ ମାମଲାର ରାୟ ଦୁଇ ବର୍ଷ ଭିତରେ ଦେବାପାଇଁ ନିର୍ଦ୍ଦେଶ ଦେଇ, ଅଦାଲତ ବ୍ୟବସ୍ଥାଗତ ବିଫଳତାଗୁଡ଼ିକୁ ସ୍ୱୀକାର କରିଛନ୍ତି ।
ଏଭଳି ଏକ ହସ୍ତକ୍ଷେପ ପାଇଁ ଆମେ ଅଦାଲତଙ୍କୁ ବାହା ବାହା ଦେବୁ । ତାହା ହିଁ ଯାହା କିଛି ଆମେ ଅଦାଲତଙ୍କୁ ଦେଇପାରିବୁ । କାରଣ ଯେତେ ଗୁରୁତ୍ୱପୂର୍ଣ୍ଣ ଲାଗୁଥିଲେ ବି ଗୋଟିଏ ମାମଲାରେ ହସ୍ତକ୍ଷେପ ଆମର ରୋଗଗ୍ରସ୍ତ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଥିବା ବୃହତ୍ତର ସମସ୍ୟାଗୁଡ଼ିକର ସମାଧାନ କରିପାରିବ ନାହିଁ ।
ଆମର ଜଟିଳ ନ୍ୟାୟିକ ବ୍ୟବସ୍ଥାରେ ହଜାର ହଜାର ମାମଲା ଅନ୍ତହୀନ ଭାବେ ଅଟକି ରହିଛି, ଯେମିତିକି ଶୁଣାଣିଗୁଡ଼ିକ ବାରମ୍ବାର ସ୍ଥଗିତ ରହିବା ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ ତୁହାକୁ ତୁହା ବଦଳି କରିବା । ତା'ସହିତ ରହିଆସିଛି ଧ୍ୟାନ ଦେଉନଥିବା ସରକାରୀ ଓକିଲ ଏବଂ ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟବସ୍ଥାର ଅଭାବ, ଯାହାଫଳରେ ପ୍ରମୁଖ ସାକ୍ଷୀଗୁଡ଼ିକ ଅଦାଲତରେ ବୟାନ ରଖିବା ପୂର୍ବରୁ ମାମଲାରୁ ନିଜକୁ ଏଡ଼େଇ ନିଅନ୍ତି ।
ଏହି ସବୁ ସମସ୍ୟା ସମାଧାନ ନକଲେ କେବଳ ଗୋଟିଏ ମାମଲାର ହସ୍ତକ୍ଷେପ ଏକ ବ୍ୟତିକ୍ରମ ହେଇ ରହିଯିବ । ଏଠି ଉଲ୍ଲେଖ କରିବା ଉଚିତ ହେବ ଯେ ଉଚ୍ଚତମ ନ୍ୟାୟାଳୟର ଏଭଳି ହସ୍ତକ୍ଷେପ ପ୍ରଥମଥର ପାଇଁ ହୋଇନାହିଁ ।
୨୦୦୪ ମସିହାରେ ବେଷ୍ଟ୍ ବ୍ୟାକେରୀ ମାମଲାର (ଯେଉଁଠି ଗୁଜୁରାଟର ସାମ୍ପ୍ରଦାୟିକ ନରସଂହାରରେ ୨୦୦୨ ମସିହାରେ ୧୪ଜଣ ଲୋକଙ୍କର ବରୋଦାରେ ମୃତ୍ୟୁ ଘଟିଥିଲା), ଉଚ୍ଚତମ ନ୍ୟାୟାଳୟ ଏହି ମାମଲାଟିକୁ ଗୁଜୁରାଟରୁ ମହାରାଷ୍ଟ୍ରରେ ଥିବା ଏକ ତ୍ୱରିତ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ଏହି ଆଶଙ୍କା କରି ଯେ, ଗୁଜୁରାଟ ତକ୍ରାଳୀନ ପରିବେଶ ଏତେ ସାମ୍ପ୍ରଦାୟିକ ଥିଲା ଯେ ସେଠି ନ୍ୟାୟ ପାଇବା ପାଇଁ ଥିବା ଆଶାୟୀ ଲୋକମାନଙ୍କୁ ସରକାରୀ କଳ ସାହାଯ୍ୟ କରିପାରିବ ନାହିଁ ।
ଅଦାଲତର ଅନ୍ୟସବୁ ଅନୁଧ୍ୟାନମାନଙ୍କ ଭିତରେ ଥିଲା ଗୋଟିଏ କଥା ଯାହା ନ୍ୟାୟପାଳିକାକୁ ମନେ ପକାଇ ଦେଇଥିଲା ଯେ ସତ୍ୟ ଜାଣିବା ପାଇଁ ଆଗତୁରା କ୍ରିୟାଶୀଳ ହେବାର ଅଧିକାର ଅଦାଲତର ଅଛି ଏବଂ ସେମାନେ ଅସ୍ପଷ୍ଟ ବୈଷୟିକ ଦିଗଗୁଡ଼ିକ ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ ।
ସଂକ୍ଷେପରେ ଏହି 'ବୈଷୟିକ' ଦିଗଟି ହିଁ ବାବ୍ରି ମସଜିଦ୍ ମାମଲାଟିକୁ ୧୯୯୭ରେ ଅହେତୁକ ବିଳମ୍ବ କରାଇଥିଲା, ଯେତେବେଳେ ଏହ୍ଲାବାଦ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ ଦୁଇଟି ମାମଲାର ଶୁଣାଣି ରାୟବରେଲୀ ଓ ଲକ୍ଷେ୍ନøର ଦୁଇଟି ଅଦାଲତରେ ପୃଥକ ପୃଥକ ଭାବେ ହେବ ।
ଅଦାଲତ ପୁଣିଥରେ ଏହି ପ୍ରସଙ୍ଗଟିକୁ କେନ୍ଦ୍ରକୁ ଆଣିବାପରେ ଆମେ ମୂଲ୍ୟାୟନ କରିବାପାଇଁ ସମୟ ଆସିଛି । ବାବ୍ରି ମସଜିଦ୍ ଧ୍ୱଂସ ହେବାର ୨୫ବର୍ଷ ଭିତରେ ଭାରତ ପାଇଁ ଏହାର କ'ଣ ଅର୍ଥ ରହିଆସିଛି ।
ସେପ୍ଟେମ୍ବର ୧୯୯୦ରେ ଆଡ଼ଭାନୀଙ୍କ ରଥଯାତ୍ରା ଓ ରାମ ମନ୍ଦିର ନିର୍ମାଣ ପାଇଁ ଅଭିଯାନ ଯାହା ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ୍ ଧ୍ୱଂସ କରିବା ଯାଏଁ ଗଲା, ଭାରତକୁ ଦୁଇଟି ଧାର୍ମିକ ସମ୍ପ୍ରଦାୟ ଭିତରେ ଭାଗ ଭାଗ କରିବା ଆଡ଼କୁ ଟାଣିନେଲା ।
ହିନ୍ଦୁତ୍ୱ ବାହିନୀର ଯାତ୍ରା ଆଗକୁ ଆଗକୁ ଚାଲିଛି ଯାହାର ଅନ୍ତିମ ପରିଣତି ୨୦୧୪ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଲା । ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଯେଉଁ ଫଳାଫଳ ମିଳିଲା ତାହାର ଆରମ୍ଭ ଏବେ ହୋଇନାହିଁ ।
ମୁମ୍ବାଇରେ ୧୯୯୨ ମସିହାରେ, ବାବ୍ରି ମସଜିଦ୍ ଧ୍ୱଂସ ହେବାପରେ ଏବଂ ଗୁଜୁରାଟରେ ୨୦୦୨ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ସମେତ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ମୁସଲମାନମାନଙ୍କର ବିଶ୍ୱାସକୁ ବାସ୍ତବରେ ଧ୍ୱଂସ କରିଦେଲା ଯେ ସେମାନେ ବି ଗୋଟିଏ ଗଣତାନ୍ତ୍ରିକ ଦେଶର ସମାନ ନାଗରିକ ।
ଯେଉଁ ବେଗର ସହିତ ୨୦୧୪ ମସିହାରୁ ସେମାନଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକ ବିଷ ଉଦ୍ଗିରଣ ଓ ସମ୍ପ୍ରସାରଣ ଚାଲିଛି ତାହା ସେମାନଙ୍କର ଅସୁରକ୍ଷିତ ଭାବନାକୁ ଅଧିକ ଖରାପ କରିଚାଲିଛି । ଏକଥା ମଧ୍ୟ ନୁହେଁ ଯେ ଉଚ୍ଚତମ ନ୍ୟାଳୟର ରାୟ ଯୋଗୁଁ ବରିଷ୍ଠ ଭାଜପା ନେତାଙ୍କର ନିଦ ହଜିଯାଇଛି ।
ଓଲଟା ବରଂ ଏହି ରାୟ ପ୍ରଦାନର ସମୟ ଅଧିକ ଆକସ୍ମିକ ହୋଇପାରି ନଥାନ୍ତା ଏହା ଉମା ଭାରତୀଙ୍କ ବିଜୟ ଉଲ୍ଲାସ ବକ୍ତବ୍ୟ ତାହା ପ୍ରତିପାଦନ କରୁଛି । ଯଦି ବି ଅଦାଲତ ଆଡ଼ଭାନୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗ ମାମଲାଟିକୁ କାଏମ ରଖିଛନ୍ତି, ସେମାନଙ୍କର ବ୍ୟସ୍ତ ହେବାର କିଛି ନାହିଁ, ଯେହେତୁ ସେମାନେ ଉଚ୍ଚସ୍ତରର ଅଦାଲତରେ ଆବେଦନ କରିପାରିବେ ।
ଘଟଣାକ୍ରମେ ଯଦି ସେମାନେ ଦୋଷ ମୁକ୍ତ ହେଇଯାଆନ୍ତି ତେବେ ଭାଜପାର ଲାଭ ହିଁ ଲାଭ । ବାସ୍ତବରେ ସାମ୍ପ୍ରଦାୟିକ ବିଦ୍ୱେଷରେ ଅତିଷ୍ଠ ହୋଇଥିବା ପରିବେଶଟିରେ ଯେକୌଣସି ପରିଣାମକୁ ନିର୍ବାଚନୀ ଲାଭ ପାଇଁ ପ୍ରୟୋଗ କରାଯାଇପାରିବ ।
ସ୍ୱାଧୀନତ୍ତୋର ଭାରତର ସାମ୍ପ୍ରଦାୟିକ ଇତିହାସ ଅଧ୍ୟାୟଗୁଡ଼ିକ ଅନେକ ଘଟଣାଗୁଡ଼ିକ ଦ୍ୱାରା ଚିହ୍ନିତ । ତଥାପି, ଡିସେମ୍ବର ୬, ୧୯୯୨ ସବୁଠାରୁ ନିଆରା, ଯାହାକି ଭାରତରେ ହିନ୍ଦୁତ୍ୱ ରାଜନୀତିକୁ ପ୍ରେରଣା ଦେଲା ଯେଉଁ କଥାଟି ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଦୁଇବର୍ଷ ପରେ ଲକ୍ଷେ୍ନø ଅଦାଲତ ଯେଉଁ ରାୟଟି ଦେବେ ତାହା ଏହି ପ୍ରକ୍ରିୟାରେ ଆଉ ଗୋଟିଏ ନିସାନ ହେଇ ରହିଯିବ ।
One Cheer for the Court EPW- April 22, 2017 Vol L II No-16 | <urn:uuid:8f5324b8-4f24-401d-af79-d0174cfb437d> | CC-MAIN-2017-22 | http://www.odisha.com/archives/24080 | 2017-05-29T02:04:49Z | s3://commoncrawl/crawl-data/CC-MAIN-2017-22/segments/1495463612008.48/warc/CC-MAIN-20170529014619-20170529034619-00036.warc.gz | ory | 1.000004 | Orya | 17 | {"ory_Orya_score": 1.0000040531158447} |
ଯେଉଁ ମୁହୂର୍ତ୍ତରେ ରେ ମଣିଷ ନିଜର ସମସ୍ତ ସାହସ ଏକଠି କରି ଖୋଦ ନିଜେ ନିଜ ବଞ୍ଚିବାର ମାର୍ଗ ବାଛିନିଏ, ସେଇ ମୁହୂର୍ତ୍ତ ଠାରୁ ସବୁକିଛି ବଦଳିଯାଏ – କହିଥିଲେ ଲିଓନାର୍ଡ ୱିଲୋବୀ।
ରମେଶ ବାବୁ, ଯିଏକି ଏକ ସାଧାରଣ ବାରିକରୁ ବର୍ତମାନ କୋଟିପତି ରେ ପରିଣତ ହେଇଯାଇଛନ୍ତି, ଠିକ ଏହାହିଁ କରିଥିଲେ । ସମୟର ଆରମ୍ଭରୁ ଏପରି ଉଦ୍ୟମଶୀଳତାର କାହାଣୀ ରହିଛି ଏବଂ କେବେ ମଧ୍ୟ ପୁରୁଣା ହୁଏନା, ଯେଉଁଠାରେ ବୀର ବ୍ୟକ୍ତିତ୍ୱ ମାନେ ଅନେକ ବାଧା ବିଘ୍ନ ସତ୍ତେ ଅପାର ସଫଳତା ହାସିଲ କରିଛନ୍ତି । ଏପ୍ରକାର କଥା ଗୁଡିକ ଆମକୁ ଉତ୍ସାହିତ କରେ, ଆମ ମନରେ ବିଶ୍ଵାସ ଜଗାଏ କି ଆମେ ମଧ୍ୟ ଆମ ଅନ୍ତର୍ନିହିତ ଆବେଗକୁ ଏହିପରି ରୂପରେଖ ଦେଇପାରିବୁ।
ରମେଶ ବାବୁ ୧୯୯୪ ରେ ନିଜର ସ୍ୱଳ୍ପ ସଞ୍ଚୟରେ ଏକ ମାରୁତି ଭ୍ୟାନ କିଣିଥିଲେ। ୨୦୦୪ ରେ ରମେଶ ୭ଟି ନିୟମିତ କାର ସହ ଏକ ଟାକ୍ସି ବ୍ୟବସାୟର ପର ମେଲେଇ ସାରିଥିଲେ । ୨୦୧୪ ହେଲାବେଳକୁ ତାଙ୍କ ପାଖରେ ୨୦୦ଟି କାର ଥାଏ । ସବୁଠାରୁ ଅସାଧାରଣ ତଥ୍ୟ ହେଲା, ସେହି ୨୦୦ ଗୋଟି କାର ମଧ୍ୟରୁ ୭୫ ଗୋଟି ଲକ୍ସରି କାର ଅଟେ । ସେଥିରେ Mercedes, BMW's, Audi's, ପାଞ୍ଚ ଓ ଦଶଜଣିଆ ବିଳାସପୂର୍ଣ ଭ୍ୟାନ ଏବଂ ତାଙ୍କର ପରମ ଅଭିମାନ ଏକ Rolls Royce ମଧ୍ୟ ରହିଛି ।
ରମେଶ ବାବୁଙ୍କର ଜୀବନର ପ୍ରଥମ ପର୍ଯ୍ୟାୟ ରେ ସେ ଏକ ସାଧାରଣ ଜୀବନଯାପନ ପାଇଁ ଅନେକ ଲଢେଇ କରିଛନ୍ତି । ବର୍ତ୍ତମାନ ସଫଳତା ଏବଂ ଐଶ୍ଵର୍ଯ୍ୟର ଆରାମଦାୟକ ଜୀବନ ଥାଇ ମଧ୍ୟ ସିଏ ତାଙ୍କ କୌଳିକ ବୃତ୍ତି – ନାପିତ – କୁ ଛାଡି ନାହାନ୍ତି । ରମେଶ ସ୍କୁଲ ସମୟରୁ ତାଙ୍କର କୌଳିକ ବୃତ୍ତିକୁ ଆପଣେଇ ନେଇଥିଲେ ଓ ଏବେମଧ୍ୟ ଖୁବ ସ୍ଵାଭିମାନର ସହ କରୁଛନ୍ତି । ତାଙ୍କର ସେଲୁନ ରେ ସେ ତାଙ୍କ କାମ ପାଇଁ ମାତ୍ର ଶହେଟି ଟଙ୍କା ନିଅନ୍ତି । ତାଙ୍କ ସମ୍ବନ୍ଧରେ ଦେଶର ଅନେକ ଟିଭି ଚ୍ୟାନେଲ ଏବଂ ଖବରକାଗଜ ରେ ବାହାରିଛି। ତାଙ୍କର ଅଭୂତପୂର୍ବ ସଫଳତା ଓ ବିନମ୍ରତା ଦ୍ଵାରା ସେ ଏକ ଉପନାମ ଲାଭ କରିଛନ୍ତି – Millionaire Barber (କୋଟିପତି ନାପିତ)। ଏହି ବର୍ଷ ଆରମ୍ଭରେ ଏକ TED talk ସମୟରେ ସେ ଏହି ଉପନାମଟି ବ୍ୟବହାର କରିଥିଲେ ଯାହାକି ଏକ ପ୍ରକାର କିମ୍ବଦନ୍ତୀ ସୃଷ୍ଟି କରିଥିଲା । ଏଠାରେ ରମେଶ ବାବୁ; Millionaire Barber ତାଙ୍କର ନିତାନ୍ତ ପ୍ରେରଣାଦାୟକ କାହାଣୀ ରେ ଆମକୁ ସହଭାଗୀ କରିଛନ୍ତି ।
କଠିନ ପ୍ରାରମ୍ଭ
ମୁ ଜନ୍ମ ହେଇଥିଲି ଏକ ଗରୀବ ପରିବାରରେ । ୧୯୭୯ ମସିହାରେ ମୁ ମାତ୍ର ୭ ବର୍ଷର ହେଇଥିଲି ଯେତେବେଳେ ମୋ ବାପା ଏ ଦୁନିଆ ଛାଡି ଚାଲିଗଲେ। ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ମୋ ମା ଅନ୍ୟମାନଙ୍କ ଘରେ ଚାକରାଣୀ ଭାବେ କାମ କରିବା ଆରମ୍ଭ କଲେ । ବାପା ବ୍ରିଗେଡ ରୋଡରେ ଏକ ସେଲୁନ ଛାଡି ଯାଇଥିଲେ ଯାହାକି ମୋ କକା ଚଳେଇବାକୁ ଲାଗିଲେ । ସେହି ସେଲୁନରୁ ସିଏ ଆମକୁ ଦିନକୁ ପାଞ୍ଚ ଟଙ୍କା ଲେଖେ ଦେଉଥିଲେ । ସେସମୟରେ ଏଇ ପାଞ୍ଚ ଟଙ୍କାର ଦେୟ ମୋର ଓ ମୋ ଭାଇ ଭଉଣୀଙ୍କର ଖିଆପିଆ ଓ ପାଠପଢା ଖର୍ଚ ଉଠେଇବା ପାଇଁ ନିଅଣ୍ଟ ପଡୁଥିଲା । ଆମେମାନେ ଚଳିବା ପାଇଁ ଦିନକୁ ଓଳିଏ ମାତ୍ର ଖାଇ ରହିବାକୁ ଲାଗିଲୁ । ମାଧ୍ୟମିକ ସ୍କୁଲ ସମୟରୁ ମୋ ଛୋଟ ମୋଟ କାମ କରିବାକୁ ଲାଗିଲି କିଛି ପଇସା ରୋଜଗାର କରିବା ପାଇଁ । ଘରେ ଘରେ ଖବରକାଗଜ ପହଞ୍ଚେଇବା ଠାରୁ କ୍ଷୀର ବୋତଲ ପହଞ୍ଚେଇବା ଯାଏ, ମୁ ଯାହା ବି କାମ କରିପାରୁଥିଲି, ମୋ ମା' ଙ୍କ ବୋଝ ହାଲକା କରିବା ପାଇଁ ତାକୁ କରୁଥିଲି । ଏହିପରି ମୁ କୌଣସିମତେ ମାଟ୍ରିକ ପାସ କଲି ଓ ସନ୍ଧ୍ୟାକାଳୀନ କଲେଜରେ ଏଡମିଶନ କରିଦେଲି ।
ଚରମ ସୀମା
ନବେ ଦଶକରେ ମୁ କଲେଜର ପ୍ରଥମ ବର୍ଷରେ ଥାଏ, ମୋ ମା ଓ କାକାଙ୍କ ଭିତରେ ଉଗ୍ର ଝଗଡା ହେଲା । ସେସମୟରେ କକା ଆମକୁ ପଇସା ଦେବା ବନ୍ଦ କରିଦେଇଥିଲେ । ମୁ ମାଙ୍କୁ କହିଲି ଯେ ମୁ ନିଜେ ସେଲୁନ ଚଲେଇବାକୁ ଚାହୁଁଛି । କିନ୍ତୁ ମୋ ମା ମୋର ପାଠପଢା ସାରିବା ଉପରେ ଜୋର ଦେଇ ମନା କରିଥିଲେ । କିନ୍ତୁ ଯାହାହେଉ ମୁ ସେଲୁନରେ କାମ କରିବା ଆରମ୍ଭ କରିଦେଲି । ସକାଳ ସମୟରେ ମୁ ସେଲୁନରେ କାମ କରେ ଓ ସନ୍ଧ୍ୟା ସମୟରେ କଲେଜ ଯାଏ । ରାତିରେ କଲେଜ ପରେ ମୁଁ ପୁଣି ଫେରିଯାଏ ସେଲୁନକୁ ଯାହାକି ରାତି ୧ଟାଏ ଯାଏ ଖୋଲା ରହେ । ସେବେଠାରୁ ମୋର ନାମ ହେଇଗଲା ନାପିତ ।
ସଫଳତାର ଚମତ୍କାର
୧୯୯୩ ମସିହାରେ ମୁ କିଣିଲି ମୋର ପ୍ରଥମ କାର, ଏକ ପୁରୁଣା ମାରୁତି ଭ୍ୟାନ। ମୋର କକା ଗୋଟିଏ ଛୋଟ କାର କିଣିଥିଲେ ଏବଂ ମୋର କ୍ଷୁଦ୍ର ଅହଙ୍କାର ମୋତେ ବାଧ୍ୟ କଲା ଏବଂ ମୁ ମଧ୍ୟ ନିଜର ଗାଡିଟିଏ କିଣିଲି । ମୁ ମୋର ସମସ୍ତ ସଞ୍ଚୟ ଠୁଳ କଲି, କିଛି ଧାର ବି କଲି ଆଉ ମୋ କକାଙ୍କ ଠାରୁ ସାମାନ୍ୟ ବଡ ଗାଡିଟିଏ କିଣିପାରିଛି ବୋଲି ଏକ ଅଜବ ସନ୍ତୁଷ୍ଟି ଅନୁଭବ କଲି । ମୋର ଜେଜେବାପାଙ୍କୁ ତାଙ୍କର ସମ୍ପତ୍ତି ବନ୍ଧା ପକେଇବାକୁ ପଡିଥିଲା ଏଇ ରୃଣ ନେବାପାଇଁ । ଏହି ରୃଣର ସୁଧ ଥିଲା ମାସକୁ ଛ' ହଜାର ଆଠଶହ ଟଙ୍କା ଆଉ ୟାକୁ ସୁଝିବା ପାଇଁ ମୁ ଘୋରି ହେଇଯାଉଥିଲି । ସେହି ସମୟରେ ନନ୍ଦିନୀ ଅକ୍କା (ମୁ ତାଙ୍କୁ ତାହା ଡାକୁଥିଲି), ଯାହାଙ୍କ ଘରେ ମୋ ମା କାମ କରୁଥିଲେ, ପରାମର୍ଶ ଦେଲେ ଆମର କାରଟିକୁ ଖାଲି ନପକାଇ ଭଡାରେ ଲଗେଇ ରୃଣର ସୁଧ ପରିଶୋଧ କରିବା ପାଇଁ । ନନ୍ଦିନୀ ଅକ୍କା ମୋତେ ବ୍ୟବସାୟ ଆରମ୍ଭ କରିବାର କିଛି ମୌଳିକ ନୀତି ଶିଖାଇଲେ । ସିଏ ମୋ ପାଇଁ ଏକ ବଡ ଭଉଣୀ ପରି ଏବଂ ଏବେ ମଧ୍ୟ ମୋ ଜୀବନରଏକ ବଡ ଅଂଶ । କିଛି ଦିନ ତଳେ ଅକ୍କା ମୋତେ ତାଙ୍କ ଝିଅ ବାହାଘର ସମୟରେ ଅନ୍ୟମାନଙ୍କ ସାମ୍ନାରେ ଖୁବ ଗର୍ବ ସହକାରେ ପରିଚୟ କରାଉଥାନ୍ତି ।
ସଫଳ ବ୍ୟବସାୟର ଭିତ୍ତିଭୂମି
୧୯୯୪ ପରେ ମୁ ପୂରାପୂରି ଭାବେ ଟ୍ୟାକ୍ସି ବ୍ୟବସାୟରେ ପଶିଗଲି । Intel ଥିଲା ପ୍ରଥମ କମ୍ପାନି ଯେଉଁଠି ମୁ ମୋର ଗାଡି ଭଡାରେ ଲଗେଇଲି । ନନ୍ଦିନୀ ଆକା ସେଠାରେ କାମ କରୁଥିଲେ ଓ ସିଏ ସେ ବ୍ୟବସ୍ଥା କରିଦେଇଥିଲେ । ଧୀରେ ଧୀରେ ମୁ ବ୍ୟବସାୟରେ ଆଉ ଗାଡି ଯୋଡିବାରେ ଲାଗିଲି । ୨୦୦୪ ଯାଏ ମୋ ପାଖରେ ମୋଟେ ପାଞ୍ଚରୁ ଛ'ଟି କାର ଥିଲା । ସେସମୟରେ ମୋର ସମସ୍ତ ଧ୍ୟାନ ମୋର ସେଲୁନ ବ୍ୟବସାୟକୁ ବଢେଇବାରେ କେନ୍ଦ୍ରୀଭୂତ ଥିଲା । ତେଣୁ କାର ବ୍ୟବସାୟଟି ମୋର ପ୍ରାଥମିକତା ନଥିଲା । ବ୍ୟବସାୟ ଏତେ ଭଲ ଚଳୁନଥିଲା କାହିଁକି ନା ପ୍ରତିଯୋଗୀତା ଖୁବ ତୀବ୍ର ଥାଏ ଏବଂ ପ୍ରାୟ ସମସ୍ତ ପ୍ରତିଦ୍ଵନ୍ଦୀଙ୍କ ପାଖରେ ଛୋଟ କାର ଥାଏ । କୌଣସି ବ୍ୟବସାୟୀ ଏଯାଏ ବିଳାସପୂର୍ଣ୍ଣ ଗାଡିକୁ ନେଇ ବ୍ୟବସାୟ ନକରୁଥିବାରୁ, ମୁ ଚିନ୍ତା କଲି ମୁ ଏହାର ଆରମ୍ଭ କରିପାରିବି ।
ଦୁଃସାହସିକ କାର୍ଯ୍ୟ
୨୦୦୪ ମସିହାରେ ଯେତେବେଳେ ମୁ ମୋର ପ୍ରଥମ ଲକ୍ସରି କାର କିଣିଲି, ମୋତେ ସମସ୍ତେ କହିଲେ ମୁ ଗୋଟେ ବଡ ଭୁଲ କରୁଛି । ୨୦୦୪ ରେ ୪୦ଲକ୍ଷର ଏକ କାର କିଣିବା ଏକ ବଡ ବ୍ୟାପାର ଥିଲା । ମୁ ଶଙ୍କାରେ ଥିଲେ ମଧ୍ୟ ଏକ ସୁଯୋଗ ନେବାକୁ ତତ୍ପର ଥିଲି । ମୁ ନିଜେ ନିଜକୁ ବୁଝାଇଲି ଯେ ଯଦି ପରିସ୍ଥିତି ଖରାପରୁ ଅତ୍ୟନ୍ତ ଖରାପ ଆଡକୁ ଯାଏ, ତେବେ ଏ ଗାଡିଟି ବିକ୍ରି କରିଦେବି । ଭାଗ୍ୟବଶତ ସେ ବେଳା ଆସିଲାନହିଁ ଓ ମୋର ଜୋଖିମ ଉଠେଇବାର ଉଲ୍ଲେଖନୀୟ ମୂଲ୍ୟ ମୁ ପାଇଲି । ଅନ୍ୟ କୌଣସି ଟ୍ୟାକ୍ସି କମ୍ପାନି ପାଖରେ ଏଭଳି ମାନର ଲକ୍ସରି କାର ନଥିଲା । କିଛି ଜଣଙ୍କ ପାଖରେ ଥିବା ଲକ୍ସରି କାର ଗୁଡିକ ପୁରୁଣା ଏବଂ ଶୋଚନୀୟ ଅବସ୍ଥାରେ ଥିଲା । ମୁ ଥିଲି ବାଙ୍ଗାଲୋରର ପ୍ରଥମ ବ୍ୟବସାୟୀ ଯିଏକି ଏକଦମ ନୂଆ ଲକ୍ସରି କାର କିଣିବାରେ ପୁଞ୍ଜି ନିବେଶ କରିଥିଲି ଯାହାକି ପରବର୍ତୀ ଅନୁଭବ ଉଲ୍ଲେଖଯୋଗ୍ୟ ।
Related Stories
Stories by Team Odia | <urn:uuid:6ba5c3d2-0f79-41e9-849d-4dda57563da6> | CC-MAIN-2017-22 | https://odia.yourstory.com/read/e89205fa45/-rolls-royce- | 2017-05-24T19:38:29Z | s3://commoncrawl/crawl-data/CC-MAIN-2017-22/segments/1495463607860.7/warc/CC-MAIN-20170524192431-20170524212431-00329.warc.gz | ory | 0.999993 | Orya | 16 | {"ory_Orya_score": 0.9999934434890747} |
ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହୋଇଛି ରାଜ୍ୟ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର। ଶୋକାକୁଳ ପରିବେଶରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ପ୍ୟାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ସମ୍ବିତ ବାପାଙ୍କୁ ମୁଖାଗ୍ନି ଦେଇଥିଲେ।
ଶେଷକୃତ୍ୟ ସମୟରେ ମନ୍ତ୍ରୀ, ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଆଜି ମଧ୍ୟାହ୍ନରେ ପ୍ୟାରୀଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ଓ ନେତା ତାଙ୍କ ଶେଷ ଦର୍ଶନ କରିଥିଲେ। ସେଠାରୁ ତାଙ୍କ ମରଶରୀର ସହିଦନଗର ସ୍ଥିତ ତାଙ୍କ ବାସଭବନ A/111କୁ ନିଆଯାଇଥିଲା।
କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ, ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବୈଜୟନ୍ତ ପଣ୍ଡା, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ଦଳର ରାଜନେତା ପ୍ୟାରୀଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
କେବଳ ରାଜନେତା ନୁହନ୍ତି ପ୍ୟାରୀଙ୍କୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କେନ୍ଦ୍ରାଞ୍ଚଳ ଆରଡିସିଙ୍କଠାରୁ ଆରମ୍ଭ କରି ଅବସରପ୍ରାପ୍ତ ପ୍ରଶାସକ, ସାହିତ୍ୟିକ, ବୁଦ୍ଧିଜୀବୀ, ତାଙ୍କର ବହୁ ସହପାଠୀ, ଅନୁଗାମୀ ଓ ଶୁଭେଚ୍ଛୁଙ୍କର ମଧ୍ୟ ଭିଡ ଲାଗିଥିଲା।
ଦୀର୍ଘଦିନର ଅସୁସ୍ଥତା ପରେ ଗତକାଲି ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ରାତି ପ୍ରାୟ ୯ଟା ୪୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। | <urn:uuid:12640691-df5e-4f6f-b1e8-4a9fc72ef766> | CC-MAIN-2017-26 | http://odishareporter.in/top-story/pyari-mohan-mahapatra/ | 2017-06-24T13:47:34Z | s3://commoncrawl/crawl-data/CC-MAIN-2017-26/segments/1498128320263.78/warc/CC-MAIN-20170624133941-20170624153941-00362.warc.gz | ory | 0.999999 | Orya | 10 | {"ory_Orya_score": 0.9999988079071045} |
ପରମଗୀତ 3Oriya Bible: Easy-to-Read Version (ERV-OR)
ସେ (ସ୍ତ୍ରୀ) କହିଲେ
3 ରାତ୍ରିରେ ବିଛଣାରେ
ମୁଁ ମୋର ନର ମଣିଷକୁ ଖୋଜିଲି ଯାହାକୁ ମୁଁ ପ୍ରେମ କରେ।
ମୁଁ ତାହାଙ୍କୁ ଖୋଜିଲି।
କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
2 ମୁଁ କହିଲି, ମୁଁ ଏବେ ଉଠି
ନଗର ଭ୍ରମଣ କରିବି।
ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ,
ତାହାଙ୍କୁ ମୁଁ ଗଳିଗଳି ଛକଛକ ଖୋଜିବି।
ମୁଁ ତାହାଙ୍କୁ ଖୋଜିଲି
ମାତ୍ର ପାଇଲି ନାହିଁ।
3 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ।
ମୁଁ ସେମାନଙ୍କୁ ପଗ୍ଭରିଲି, "ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ, ତାହାଙ୍କୁ ତୁମ୍ଭେ ଦେଖିଛ କି?"
4 ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ପରେ ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ,
ତାହାଙ୍କୁ ମୁଁ ପାଇଲି।
ମୁଁ ତାହାଙ୍କୁ ମୋର ମାର ଗୃହର କୋଠରୀକୁ ନେଇଗଲି,
ଯେଉଁଠାରେ ମୁଁ ଗର୍ଭରେ ସଞ୍ଚାରିତ ହୋଇଥିଲି,
ମୁଁ ତାଙ୍କୁ ଧରି ରଖିଲି ଏବଂ ଯିବାକୁ ଦେଲି ନାହିଁ।
ସେ (ସ୍ତ୍ରୀ) ଲୋକମାନଙ୍କୁ କହିଲେ
5 ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ,
କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମରେ ପ୍ରତିଜ୍ଞା କର।
ଉଚିତ୍ ସମୟ ନ ହେବା ଯାଏ
ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।
ସେ (ପୁ) ଏବଂ ତାଙ୍କର ଅନୁଢ଼ା କନ୍ୟା
6 ସିଏ କିଏ ଅଟେ,
ଯେଉଁ ସ୍ତ୍ରୀଲୋକ ଧୂମ୍ର ସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଆସୁଅଛି?
ଗନ୍ଧରସ ଓ କୁନ୍ଦୁରୁରେ,
ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତା ହୋଇ।
7 ଦେଖ, ତାହା ଶଲୋମନଙ୍କର ଘୋଡ଼ା ଗାଡ଼ି।
ସେଠାରେ ଷାଠିଏ ଜଣ ଇସ୍ରାଏଲୀୟ ରଥକୁ ଘେରି ଅଛନ୍ତି।
8 ସେ ସମସ୍ତେ ଖଡ଼୍ଗଧାରି ଓ ଯୁଦ୍ଧରେ ନିପୁଣ।
ରାତ୍ରିକାଳରେ ଆଶଙ୍କା ହେତୁ।
ପ୍ରତ୍ୟେକର କଟି ଦେଶରେ ସ୍ୱ ସ୍ୱ ଖଡ଼୍ଗ ବନ୍ଧା ଥାଏ।
9 ଶଲୋମନ ରାଜା ଆପଣା ପାଇଁ ଲିବାନୋନ୍ର
କାଠର ଏକ ପାଲିଙ୍କି ନିର୍ମାଣ କଲେ।
10 ସେ ତହିଁରେ ସ୍ତମ୍ଭସବୁ ରୂପାର,
ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର
ଏବଂ ତହିଁର ଭିତର ପାଖଗୁଡ଼ିକ,
ପ୍ରେମ ନିମନ୍ତେ ଯିରୁଶାଲମର ଚତୁର୍ପାର୍ଶ୍ୱର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ୱାରା ସଜ୍ଜିତ ହୋଇଥିଲା।
11 ଆଗୋ ସିୟୋନର କନ୍ୟାଗଣ,
ତୁମ୍ଭେମାନେ ବାହାରେ ଯାଇ
ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ।
ତାହାଙ୍କ ବିବାହ ଦିନରେ ଓ ତାହାଙ୍କ ମନର ଆନନ୍ଦ ଦିନରେ
ତାହାଙ୍କ ମାତା ତାହାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି | <urn:uuid:bcde8ea1-1ec1-4520-8b06-d66b50d17b8b> | CC-MAIN-2017-26 | https://www.biblegateway.com/passage/?search=%E0%AC%AA%E0%AC%B0%E0%AC%AE%E0%AC%97%E0%AD%80%E0%AC%A4+3&version=ERV-OR | 2017-06-26T04:27:47Z | s3://commoncrawl/crawl-data/CC-MAIN-2017-26/segments/1498128320669.83/warc/CC-MAIN-20170626032235-20170626052235-00522.warc.gz | ory | 1 | Orya | 15 | {"ory_Orya_score": 0.9999996423721313} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)- ବଙ୍କା ପାଦଗୋଡ ନେଇ ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥିବା ଶିଶୁ ମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଇ ସେମାନଙ୍କୁ ଭବିଷ୍ୟତରେ ସାଧାରଣ ମଣିଷ ଭାବେ ସକ୍ଷମ ଜୀବନ ଯାପନ କରିବା ପାଇଁ ସକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି ।
ସରକାରୀ-ବେସରକାରୀ ସହଭାଗୀତାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପାଇଁ ଆଜି ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ କିୟୋର ଇଣ୍ଟରନାସନାଲ ଇଣ୍ଡିଆ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର , ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା ଏବଂ କିୟୋର ଇଣ୍ଟରନାସନାଲ ଇଣ୍ଡିଆ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ଜର୍ଜ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।
ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏହିପରି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥିବା ପ୍ରତ୍ୟେକ ଶିଶୁକୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଇ ସେମାନଙ୍କୁ ସକ୍ଷମ କରି ସ।ଧାରଣ ଜୀବନ ଯାପନ କରିବା ଦିଗରେ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ବଦ୍ଧତ୍ତାକୁ ବିଭାଗ ତରଫରୁ କାର୍ଯ୍ୟକାରୀ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।
ଏ ବାବଦରେ ବର୍ଷକୁ ପ୍ରାୟ ୩୦ ରୁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ପଡିବ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଟକସ୍ଥିତ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ , ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ , ବୁର୍ଲ୍ଳା ମେଡିକାଲ କଲେଜ ଓ ହସପିଟାଲ , ରାଉରକେଲା ସରକାରୀ ଡାକ୍ତରଖାନା (ଆର୍.ଜି.ଏଚ୍ ) ଏବଂ କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସାପ୍ତାହୀକ କ୍ଲବ୍-ଫୁଟ କ୍ଲିନିକ୍ ଖୋଲାଯାଇ ଏହି ଭଳି ପିଲାମାନଙ୍କୁ ଚିକିତ୍ସା କରାଯିବ ।
ମହିଳା ଓ ଶିଶୁ ବିକାଶ ବିଭାଗ ପାଖରେ ରାଜ୍ୟର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ଵ ଏହି ଭଳି ଭିନ୍ନକ୍ଷମ ଜନ୍ମିତ ଶିଶୁଙ୍କର ତାଲିକା ରହିଛି । ସେମାନେ ସମସ୍ତେ ଚିକିତ୍ସା ଅପେକ୍ଷାରେ ରହିଛନ୍ତି । ବର୍ତ୍ତମାନ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରାସେହି ସମସ୍ତ ଶିଶୁ ନିଶ୍ଚିତ ଭାବେ ଉପକୃତ ହୋଇ ପାରିବେ ବୋଲି ସଚିବ ଆହୁଜା ପ୍ରକାଶ କରିଥିଲେ ।
କିୟୋର ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ଜର୍ଜ କହିଥିଲେ କି ଦେଶରେ ପ୍ରତି ୫୦୦ ରୁ ୭୫୦ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଏଭି ଭଳି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରିଥିବା ଆକଳନ କରାଯାଇଛି । ସେହି ଦୃଷ୍ଟିରୁ ଓଡିଶାର ୪ କୋଟି ଜନସଂଖ୍ୟାରେ ପ୍ରତି ବର୍ଷ ପ୍ରାୟତଃ ୨୦୦୦ ଶିଶୁ ଏହି ଭଳି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥାଇ ପାରନ୍ତି ।
ବର୍ତ୍ତମାନ ତାଙ୍କର ସଂସ୍ଥା ଦେଶର ୧୨ ଟି ରାଜ୍ୟରେ ପିପିପି ମୋଡରେ ଏହି ଚିକିତ୍ସାସେବା ଯୋଗାଇ ଦେଉଛି । ବର୍ତ୍ତମାନ ଓଡିଶାରେ ପ୍ରଥମ କରି ଦୁଇଟି ବିଭାଗ ଏକାଠି ହୋଇ ଏହି କାର୍ଯ୍ୟକ୍ରମ ଆଗେଇ ନେବା ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ବିଭାଗର ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡା , ଅତିରିକ୍ତ ସଚିବ ଶିବବ୍ରତ ଦାସ , ପି.ଏଲ୍.ବେହେରା , ଉପଶାସନ ସଚିବ କୁଳମଣି ମିଶ୍ର ,ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଏନ୍.କେ.ଦାସ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାଃ ବି.ଏନ୍.ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଓଡିଶା ଡଟ୍ କମ୍ | <urn:uuid:9a9c08b1-5010-4049-928f-39ec4fcda265> | CC-MAIN-2017-26 | http://www.odisha.com/archives/tag/%E0%AC%AD%E0%AC%BF%E0%AC%A8%E0%AD%8D%E0%AC%A8%E0%AC%95%E0%AD%8D%E0%AC%B7%E0%AC%AE-%E0%AC%B6%E0%AC%BF%E0%AC%B6%E0%AD%81 | 2017-06-26T22:30:42Z | s3://commoncrawl/crawl-data/CC-MAIN-2017-26/segments/1498128320869.68/warc/CC-MAIN-20170626221252-20170627001252-00602.warc.gz | ory | 1.000001 | Orya | 31 | {"ory_Orya_score": 1.0000007152557373} |
କଟକ, ଫେବୃଆରୀ ୨୪: କଟକ ଜିଲ୍ଲା ତୁଳସୀପୁର ଅଞ୍ଚଳରେ ବ୍ୟାପୁଥିବା ଜଣ୍ଡିସ ପରିସ୍ଥିତିର ସମୀକ୍ଷା କରିଛନ୍ତି କଟକ ବିଧାୟକ ଏବଂ ଜିଲ୍ଲାପାଳ । ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଜଣ୍ଡିସ ପ୍ରଭାବିତ ଅଞ୍ଚଳରେ ବୁଲିଦେଖିବା ସହ ପରିମଳ ବ୍ୟବସ୍ଥା ବିଷୟରେ ଯାଞ୍ଚ କରିଛନ୍ତି ।
ଯାଞ୍ଚ ସାରି ଫେରିବା ପରେ ସୂଚନା ଦେଇ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, କଟକ ମୁନିସିପାଲ କରପୋରେସନ୍ର ଓ୍ୱାଡ଼ ନଂ -୮,୯,୧୦ ଓ୍ୱାର୍ଡ଼ରେ ଜଣ୍ଡିସ ନିଜର ପ୍ରଭାବ ବିସ୍ତାର କରିଛି । ତେବେ ଏଥିରେ ମୋଟ ୭୬ ଜଣ ଲୋକ ପିଡ଼ିତ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ ଏସ୍ ସିବି ଏବଂ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁରହିଛି । ପିଇବା ପାଣି ପାଇପ୍ରୁ ସଂକ୍ରମଣ ହେବା ଫଳରେ ଏପରି ହୋଇଛି । | <urn:uuid:6e890f9c-8e59-40e9-8748-c301ac108f8a> | CC-MAIN-2017-26 | http://odia.annnews.in/odia/health/news/Minister-Surved-Situation-Of-Spreading-Jaundice-At-Tulsipur | 2017-06-28T14:04:35Z | s3://commoncrawl/crawl-data/CC-MAIN-2017-26/segments/1498128323682.21/warc/CC-MAIN-20170628134734-20170628154734-00042.warc.gz | ory | 0.999984 | Orya | 12 | {"ory_Orya_score": 0.9999839067459106} |
ଓଡିଶା ଡଟ୍କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍ )- ବାତିଲ୍ ହୋଇଥିବା କୋଲ୍ ବ୍ଲକ୍ ଆଉଥରେ ସଂପୃକ୍ତ ସଂସ୍ଥାକୁ ଦିଆଯାଇ ପାରିବ ନାହିଁ । କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀପ୍ରକାଶ ଜୟଶ୍ୱାଲ ରାଜ୍ୟ ସରକାରଙ୍କ ଦାବି ଉପରେ ଏଭଳି ମୁହଁତୋଡ ଜବାବ ଦେଇଛନ୍ତି ।
କେନ୍ଦ୍ର ସରକାର ରାଜ୍ୟର ଶିଳ୍ପାୟନକୁ ବିରୋଧ କରୁନାହାନ୍ତି; ବରଂ ରାଷ୍ଟ୍ରାୟତା ସଂସ୍ଥାଗୁଡ଼ିକ ଉତ୍ତମ ଭାବେ କୋଇଲା ବ୍ଲକର ପରିଚାଳନା କଲେ ସେମାନଙ୍କୁ ଏହା ପୁନର୍ବାର ମିଳିବାରେ ସମସ୍ୟା ନାହିଁ ବୋଲି ସେ କହିଛନ୍ତି ।
ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ବାତିଲ ହୋଇଥିବା କୋଇଲା ବ୍ଲକ ପୁନଃପ୍ରଦାନ କରାଯାଇପାରିବ ନାହିଁ । ଆଇନାନୁଯାୟୀ ଏଗୁଡ଼ିକ ବାତିଲ କରାଯାଇଥିବାରୁ ପୁନଃ ଆବଣ୍ଟନ ନେଇ ଏ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ହିଁ ନିଷ୍ପତି ନେଇପାରିବେ । ଏ କ୍ଷେତ୍ରରେ କୋଇଲା ମନ୍ତ୍ରଣାଳୟର ଭୂମିକା ସୀମିତ ରହିବ ।
କେବଳ ମନ୍ତ୍ରଣାଳୟ ଚାହିଁଲେ ରାଜ୍ୟ ସରକାରଙ୍କ ଆବଶ୍ୟକତା ବା ଦାବି ପୂରଣ କରିପାରିବ ନାହିଁ; କାରଣ ଉଚ୍ଚସ୍ତରୀୟ କମିଟି ହିଁ କୋଇଲା ବ୍ଳକ ଆବଣ୍ଟନକୁ ରଦ୍ଧ କରିଛି । ଖଣିଗୁଡ଼ିକର କାର୍ଯ୍ୟକାରିତା ଓ ବିକାଶ ଭିତିରେ କମିଟି ନିଷ୍ପତି କରିଥାଏ ।
ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକର କାର୍ଯ୍ୟ ସନ୍ତୋଷଜନକ ହୋଇନଥିଲେ ସେମାନଙ୍କୁ ପୁନଃ ବ୍ଲକ ଆବଣ୍ଟନ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ପ୍ରଦାନ କୋଇଲା ବ୍ଲକ ବାତିଲକରି ରାଜ୍ୟରେ ଶିଳ୍ପାୟନ ପରିପନ୍ଥୀ ପଦକ୍ଷେପ ଗ୍ରହଣ କରୁଥିବା ନେଇ ଓଡିଶା ଖଣି ମନ୍ତ୍ରୀଙ୍କ ମନ୍ତବ୍ୟକୁ ଶ୍ରୀ ଜୟଶ୍ୱାଲ ଖଣ୍ଡନ କରିଛନ୍ତି ।
ଓଡିଶା ଡଟ୍କମ୍ | <urn:uuid:0e9a557e-bae4-4c2a-8524-ae75726dd247> | CC-MAIN-2017-26 | http://www.odisha.com/archives/tag/%E0%AC%95%E0%AD%8B%E0%AC%87%E0%AC%B2%E0%AC%BE-%E0%AC%AC%E0%AD%8D%E0%AC%B3%E0%AC%95 | 2017-06-24T17:27:31Z | s3://commoncrawl/crawl-data/CC-MAIN-2017-26/segments/1498128320270.12/warc/CC-MAIN-20170624170517-20170624190517-00421.warc.gz | ory | 1.000007 | Orya | 48 | {"ory_Orya_score": 1.0000066757202148} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ନବକଳେବର ରଥଯାତ୍ରା ପାଇଁ ନିର୍ମିତ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ୨୦୩ ନଂ ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାକୁ ଉଦଘାଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପିନାକୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ବୈଷ୍ଣବ ପରିଡା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମେତ ଏନଏଚଏଆଇର ବହୁ ଉଚ୍ଚପଦସ୍ଥ କର୍ମଚାରୀ ଏଠାରେ ଉପସ୍ଥିତ ଥିଲେ।
ପ୍ରାୟ ୭୬ଟି ଗାଁର ଜମି ଅଧିଗ୍ରହଣ କରାଯାଇ ନିର୍ମିତ କରାଯାଇଥିବା ଏହି ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାରେ ୮୧୦ କୋଟି ଟଙ୍କ। ଖର୍ଚ୍ଚ ହୋଇଥିବା ବେଳେ ଭୁବନେଶ୍ୱର, ପିପିଲି. ଚନ୍ଦନପୁର ଏବଂ ପୁରୀରେ ୪ଟି ବାଇପାସ୍ ଥିବା ଏହି ରାସ୍ତାର ଦୂରତା ହେଉଛି ୬୭.୨ କିଲୋମିଟର ।
ସେହିପରି ଏହି ରାସ୍ତାରେ ୧୩ଟି ମାଇନର ସେତୁ, ୧୦୫ଟି କଳଭର୍ଟ, ୧୦ଟି ବସ ରହଣୀ ସ୍ଥଳ ସହ ଦୟା, ଭାର୍ଗବୀ ଏବଂ କାଞ୍ଚିନଳାରେ ୩ଟି ସେତୁ ଓ ସାକ୍ଷୀଗୋପାଳ ଏବଂ ଚନ୍ଦନପୁରରେ ୨ଟି ଅଣ୍ଡର ବାଇପାସ ରହିଛି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:93212108-088b-4ff9-a66e-452333b81739> | CC-MAIN-2017-26 | http://www.odisha.com/archives/tag/%E0%AC%AB%E0%AD%8B%E0%AC%B0-%E0%AC%B2%E0%AD%87%E0%AC%A8%E0%AD%8D-%E0%AC%B0%E0%AC%BE%E0%AC%B8%E0%AD%8D%E0%AC%A4%E0%AC%BE | 2017-06-24T17:27:14Z | s3://commoncrawl/crawl-data/CC-MAIN-2017-26/segments/1498128320270.12/warc/CC-MAIN-20170624170517-20170624190517-00421.warc.gz | ory | 0.999997 | Orya | 83 | {"ory_Orya_score": 0.999996542930603} |
କେଦାର ମିଶ୍ର
ଓଡ଼ିଶୀ ନୃତ୍ୟ ପୃଥିବୀର ଦୁଇଶହରୁ ଅଧିକ ଦେଶରେ ନିଜର ପ୍ରତିଷ୍ଠା ଜାହିର୍ କରିଥିଲେ ମଧ୍ୟ ଭାରତର ଦକ୍ଷିଣ ପ୍ରାନ୍ତରେ ଏହାର ପ୍ରଚାର ସେତେ ପ୍ରଭାବଶାଳୀ ନୁହେଁ । ତେବେ ଗତ କିଛି ବର୍ଷ ଧରି ବେଙ୍ଗାଲୁରୁରେ ଓଡ଼ିଶୀ ନୃତ୍ୟର ପ୍ରଭାବ ବେଶ୍ ବଳଶାଳୀ ହୋଇଛି ।
ଅଶୀ ଦଶକରେ ପ୍ରତିମାଦେବୀ ବେଙ୍ଗାଲୁରୁ ଉପକଣ୍ଠରେ ନୃତ୍ୟଗ୍ରାମ ପ୍ରତିଷ୍ଠା କଲାପରେ ଏହି ମହାନଗରରେ ଓଡ଼ିଶୀ ନିଜର ଏକ ସ୍ୱତନ୍ତ୍ର ସ୍ୱରୂପ ପ୍ରଦର୍ଶନ କରି ଆସୁଛି । ବେଙ୍ଗାଲୁରୁର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁଙ୍କ ମଧ୍ୟରେ ଅଛନ୍ତି ଉଦୟ ସେଟ୍ଟି, ଶର୍ମିଲା ମୁଖାର୍ଜୀ, ସୁରୁପା ସେନ୍, ବିଜୟିନୀ ଶତପଥୀ ଓ ଆଉ କିଛି ଶିଳ୍ପୀ ।
ଏମାନଙ୍କ ମଧ୍ୟରେ ସବୁଠୁ କନିଷ୍ଠ କିନ୍ତୁ ନିଜ ନିଷ୍ଠା ଯୋଗୁଁ ଅଳ୍ପ ସମୟ ଭିତରେ ଏକ ନିଜସ୍ୱ ଧାରା ପ୍ରସ୍ତୁତ କରିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ।
ପ୍ରାୟ ଦଶବର୍ଷ ତଳେ ମଧୁଲିତା ବେଙ୍ଗାଲୁରୁରେ ନିଜର ନୃତ୍ୟ ଅନୁଷ୍ଠାନ "ନୃତ୍ୟାନ୍ତର"ର ଆରମ୍ଭ କରିଥିଲେ । ଏହି ସମୟ ଖଣ୍ଡରେ ତାଙ୍କ ଅନୁଷ୍ଠାନର ବ୍ୟାପକ ବିକାଶ ଘଟିଛି ।
ଓଡ଼ିଶୀ ନୃତ୍ୟ ପାଇଁ ଏକ ବିରାଟ ଦର୍ଶକ ଗୋଷ୍ଠୀ ସୃଷ୍ଟି କରିବା ସହ ଏକ ବିଶାଳ ଛାତ୍ରଛାତ୍ରୀ ବାହିନୀ ମଧ୍ୟ ମଧୁଲିତା ସୃଷ୍ଟି କରିଛନ୍ତି । ୫ ବର୍ଷ ତଳେ ନମନ୍ ନାମରେ ଏକ ବାର୍ଷିକ ଓଡ଼ିଶୀ ନୃତ୍ୟର ଉତ୍ସବ ମଧୁଲିତା ଆରମ୍ଭ କରିଥିଲେ । ଏହାକୁ ଉଦ୍ଘାଟନ କରିଥିଲେ ସ୍ୱର୍ଗତଃ ଗୁରୁ ଗଙ୍ଗାଧର ପ୍ରଧାନ ।
ସେହି ଦିନଠୁ ଓଡ଼ିଶାର ଖ୍ୟାତନାମା ପ୍ରତିଷ୍ଠିତ ସମ୍ପନ୍ନ ଶିଳ୍ପୀମାନେ ନମନ୍ରେ ନିଜର ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି । ଗତ ଅଗଷ୍ଟ ୨ତାରିଖ ଦିନ ପଞ୍ଚମ ନମନ୍ ଓଡ଼ିଶୀ ନୃତ୍ୟୋତ୍ସବ ଆୟୋଜିତ ହୋଇଥିଲା । ବେଙ୍ଗାଲୁରୁର ଏ ଡ଼ି ରଙ୍ଗାଳୟଠାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ନୃତ୍ୟାନୁଷ୍ଠାନ 'ସୃଜନ' ଓ 'ସୁରଭି' ନିଜର ମେଳ ନୃତ୍ୟ ପରିବେଷଣ କରିଥିବାବେଳେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ମାଧ୍ବୀ ମୁଦ୍ଗଲ୍ ଏକକ ନୃତ୍ୟ ପରିବେଷଣ କରିଥିଲେ ।
ମଧୁଲିତା ଜଣେ ଉଦୀୟମାନ ନୃତ୍ୟ ସଂରଚିକା ଭାବରେ ତାଙ୍କର ପ୍ରଥମ 'ଜନସମ୍ମୋହିନୀ ପଲ୍ଲବୀ' ଏହି ଅବସରରେ ପରିବେଷଣ କରିଥିଲେ । ମାଧ୍ବୀ ମୁଦ୍ଗଲ୍ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅନ୍ୟତମ ସାର୍ଥକ ସୃଷ୍ଟି । ଗତ ଚାଳିଶ ବର୍ଷ ଧରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମାଧ୍ବୀ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଆସିଛନ୍ତି । ପଦ ଚାଳନା, ଗତି, ଭଙ୍ଗୀ ଓ ଲାସ୍ୟର ପରିବେଷଣରେ ମାଧ୍ବୀଙ୍କ ନିଜସ୍ୱ ଶୈଳୀ ରହିଛି ।
ଗୁରୁଜୀଙ୍କ ଶୈଳୀ ସହ ସେ ତାଙ୍କ ସୃଜନଶୀଳ ଅଭିବ୍ୟକ୍ତିକୁ ମିଶାଇ ନୂଆ ଏକ ଧାରା ପ୍ରସ୍ତୁତ କରିଛନ୍ତି । ଚାରୋଟି ଛୋଟ ଛୋଟ ବିଷୟକୁ ନେଇ ମାଧ୍ବୀ ତାଙ୍କର ପ୍ରସ୍ତୁତି ରଖିଥିଲେ । ମଙ୍ଗଳାଚରଣ କ୍ରମରେ କବି ମାୟାଧର ମାନସିଂହଙ୍କ 'ନଟରାଜ ବନ୍ଦନା', ଅଭିନୟରେ 'ଜୟଦେବଙ୍କ ଅଷ୍ଟପଦୀ', 'ବେଣୁଧରଙ୍କ କହିବାକୁ ଲାଜ' ଓ 'ଝିଂଝୋଟି ପଲ୍ଲବୀ' ସେ ପରିବେଷଣ କରିଥିଲେ ।
'ନଟରାଜ ବନ୍ଦନା'ରେ ପରିସମାପ୍ତି ବେଳେ ଜଟିଳ ପଦପାତ ଓ ଅର୍ଦ୍ଧବୃତ୍ତରେ ଏକ ନୂଆ ପ୍ରକାରର ସଂରଚନା ମାଧ୍ବୀଙ୍କ ସୃଜନଶୀଳତାକୁ ପ୍ରକଟିତ କରିଥିଲା । ଅଭିନୟରେ ଆକ୍ଷରିକ ଅର୍ଥ ଓ ମୁଖାଭିନୟର ଚମକ୍ରାର ସମନ୍ୱୟ ଦେଖିବାକୁ ମିଳିଥିଲା । ମାଧ୍ବୀ ମୁଦଗଲ୍ ହେଉଛନ୍ତି ଏକମାତ୍ର ଓଡ଼ିଶୀର ବରିଷ୍ଠ ଶିଳ୍ପୀ, ଯିଏ ଆଜି ମଧ୍ୟ ପଲ୍ଲବୀ ପରିବେଷଣରେ ନୂଆ ଏକ ଗୀତିକବିତାର ଲାଳିତ୍ୟ ସୃଷ୍ଟି କରିପାରନ୍ତି ।
ତାଙ୍କର ପଲ୍ଲବୀଗୁଡ଼ିକ କେବଳ ପଦ ଓ ଛନ୍ଦର ଯାନ୍ତ୍ରିକ ପରିବେଷଣ ନୁହେଁ । ସେଠି ଭାବ, ଛନ୍ଦରେ କବିତାୟିତ ହୁଏ । ଗୁରୁ ରତିକାନ୍ତ ମହାପାତ୍ର ଓ ତାଙ୍କ ଅନୁଷ୍ଠାନ "ସୃଜନ"ର ଛାତ୍ରଛାତ୍ରୀମାନେ ନମନ୍ ଉତ୍ସବରେ ଓଡ଼ିଶୀ ମେଳ ନୃତ୍ୟର ପ୍ରଭାବ ଓ ପ୍ରତିଷ୍ଠାକୁ ଏକ ଅତୁଳନୀୟ ଉଚ୍ଚତା ପ୍ରଦାନ କରିଥିଲେ । ଶାସ୍ତ୍ରୀୟ ନୃତ୍ୟରେ ଯେଉଁ ତାଲିମ୍ ଓ ତୟାରୀର କଥା କୁହାଯାଏ, ତା'ର ନିଦର୍ଶନ ହେଉଛି ସୃଜନ ।
ଶୃଙ୍ଖଳା, ସମନ୍ୱୟ ଓ ଚିତ୍ର ନିର୍ମାଣର ଅଦ୍ଭୁତ କୌଶଳ ଶିଖାଇବାରେ ରତିକାନ୍ତ ବେଶ୍ ସମର୍ଥ । ସେଦିନ ସୃଜନର ନୃତ୍ୟଶିଳ୍ପୀମାନେ ପାଖାପାଖି ଘଣ୍ଟାଏ ଧରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କର ଚାରୋଟି ପରିବେଷଣ ଥିଲା – ଭକ୍ତଜନ ବତ୍ସଳେ, ସିନ୍ଥେସିସ୍, ବିଶ୍ୱାସ ଓ ଅର୍ଦ୍ଧନାରୀଶ୍ୱର । ରତିକାନ୍ତ ତାଙ୍କର ପରିବେଷଣରେ ମହାଭାରତୀୟ ଆଦର୍ଶକୁ ଗ୍ରହଣ କରିବାର ଚେଷ୍ଟା କରିଛନ୍ତି । ମରାଠୀର ଅଭଙ୍ଗ, କବୀର୍ ଓ ଗୁରୁବାଣୀର କବିତା ତଥା ଶଙ୍କରାଚାର୍ଯ୍ୟଙ୍କ ଅର୍ଦ୍ଧନାରୀଶ୍ୱରକୁ ଓଡ଼ିଶୀ ଶୈଳୀରେ ପରିବେଷଣ କଲାବେଳେ ତାଙ୍କର ପେଶାଦାର ଆଭିମୁଖ୍ୟ ବାରି ହୋଇ ପଡ଼େ ।
ଆଲୋକ ସମ୍ପାତ୍, ଧ୍ୱନୀ ଓ ମଞ୍ଚ ପରିଚାଳନାରେ ତାଙ୍କର ଦକ୍ଷତା ଅନନ୍ୟ । ବିଶେଷକରି 'ବିଶ୍ୱାସ' ସଂରଚନାରେ ରତିକାନ୍ତ ନିଜର ଅନନ୍ୟ ମୌଳିକତା ପ୍ରଦର୍ଶନ କରିଛନ୍ତି । ସର୍ବଧର୍ମ ସମନ୍ୱୟର ବାର୍ତ୍ତା ବହନ କରୁଥିବା ବାର୍ତ୍ତା ଏହି ନୃତ୍ୟ ସଂରଚନାଟିରେ ଏମିତି କିଛି ଦୃଶ୍ୟ ରହିଛି, ଯାହାକି ଦର୍ଶକଙ୍କୁ ଅଭିଭୂତ କରିବ । ଆଶାନୁରୂପ ରତିକାନ୍ତଙ୍କ ଦଳ ଦର୍ଶକଙ୍କଠାରୁ ବିପୁଳ କରତାଳି ଓ ସମ୍ବର୍ଦ୍ଧନା ପାଇଥିଲେ ।
ମଧୁଲିତା ମହାପାତ୍ରଙ୍କ ନୃତ୍ୟାନ୍ତରର ଛାତ୍ରଚାତ୍ରୀମାନେ ପରିବେଷଣ କରିଥିଲେ 'ଜନସମ୍ମୋହିନୀ ପଲ୍ଲବୀ' । ବିଜୟ ଜେନାଙ୍କ ସଙ୍ଗୀତ ଓ ବିଜୟ ବାରିକ୍ଙ୍କ ତାଳ ସଂଯୋଜନାରେ 'ଜନ ସମ୍ମୋହିନୀ ପଲ୍ଲବୀ'ରେ ଛନ୍ଦ ତାଳର ବିବିଧତା ରହିଛି । ନୃତ୍ୟଶିଳ୍ପୀମାନେ ଏହାର ଭାବକୁ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଆଗାମୀ ଦିନରେ "ନୃତ୍ୟାନ୍ତର' ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଏକ ବଡ଼ ପ୍ରତିଶ୍ରୁତି ଭାବରେ ପ୍ରତିଷ୍ଠା ପାଇବାକୁ ଯାଉଛି ।
ଦେବପ୍ରସାଦ ଶୈଳୀର ନୃତ୍ୟଗୁରୁ ପିତାମ୍ବର ବିଶ୍ୱାଳଙ୍କ ଅନୁଷ୍ଠାନ 'ସୁରଭି'ର ଶିଳ୍ପୀମାନେ 'କଲ୍ୟାଣ ପଲ୍ଲବୀ', ଅଭିନୟ 'ଆଗୋ ଦୂତି ଆଜ ରାତି' ଓ 'ସୂର୍ଯ୍ୟାଷ୍ଟକମ୍' ପରିବେଷଣ କରିଥିଲେ । ଗୋଟେ ପେଶାଦାର ଦଳ ଭାବରେ ସୁରଭିର ପରିବେଷଣ ଆଶାଜନକ ନଥିଲା । ନମନ୍ ଉତ୍ସବର ପୂର୍ବ ସନ୍ଧ୍ୟାରେ ନୃତ୍ୟାନ୍ତର ଛାତ୍ରଛାତ୍ରୀମାନେ ତାଙ୍କର ବାର୍ଷିକ ଉତ୍ସବ ଆୟୋଜନ କରିଥିଲେ ।
ଶତାଧିକ ଛାତ୍ରଛାତ୍ରୀଙ୍କ ଭିଡ଼ ଭିତରେ ବେଙ୍ଗାଲୁରରେ ଓଡ଼ିଶୀର ଉତ୍ସାହ ଓ ଓଡ଼ିଶାର ବାସ୍ନା ବାରି ହୋଇ ପଡୁଥିଲା । ଏହି ନୂଆ ଶିଳ୍ପୀଙ୍କ ଭିତରେ ବାରି ହୋଇପଡୁଥିଲା ଗୋଟେ ଛ'ବର୍ଷର ଝିଅ ଶ୍ରୀନିକା ପୁରୋହିତ । ଚାରିବର୍ଷ ବୟସରୁ ଶ୍ରୀନିକାଙ୍କର ପ୍ରତିଭା ସମସ୍ତଙ୍କୁ ମୁଗ୍ଧ କରି ଆସୁଛି । ତାଙ୍କର ଛୋଟିଆ ଅଙ୍ଗରେ 'କେଡ଼େ ଛନ୍ଦ ଜାଣେ ଲୋ ସହୀ…' ଏତେ କମନୀୟ ଲାଗୁଥିଲା ଯେ ଦର୍ଶକଙ୍କ ଆଖିରେ ପଲକ ପଡୁନଥିଲା ।
ଭାବ ଓ ଭଙ୍ଗୀର ଶୁଦ୍ଧତା ଶ୍ରୀନିକାଙ୍କ ଅଙ୍ଗରେ ସ୍ୱତସ୍ଫୂର୍ତ୍ତ ଭାବେ ରହିଛି । ଏହି ଅବସରରେ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ରାହୁଲ୍ ଆଚାର୍ଯ୍ୟଙ୍କ ସଂଯୋଜନାରେ ଏକ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ବିଶିଷ୍ଟ କଳାବିତ୍ ସୁନୀଲ୍ କୋଠାରୀ, ଭରତନାଟ୍ୟମ୍ ନୃତ୍ୟାଙ୍ଗନା ଲଳିତା ଶ୍ରୀନିବାସନ୍, ଆଶିଷ୍ ଖୋକର୍ ଓ ରତିକାନ୍ତ ମହାପାତ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । | <urn:uuid:d3044bc5-e2fe-46c5-b9d2-21078d5b53a3> | CC-MAIN-2017-26 | http://www.odisha.com/archives/tag/%E0%AC%AC%E0%AD%87%E0%AC%99%E0%AD%8D%E0%AC%97%E0%AC%BE%E0%AC%B2%E0%AD%81%E0%AC%B0%E0%AD%81 | 2017-06-24T17:27:05Z | s3://commoncrawl/crawl-data/CC-MAIN-2017-26/segments/1498128320270.12/warc/CC-MAIN-20170624170517-20170624190517-00421.warc.gz | ory | 1.000005 | Orya | 28 | {"ory_Orya_score": 1.0000048875808716} |
ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନରେ ଦୁଇ ଗୋଷ୍ଠୀ ମଧ୍ୟରେ ବୁଧବାର ସଂଘର୍ଷ ଘଟି ଆଠଜଣ ଶ୍ରମିକ ଆହତ ହୋଇଛନ୍ତି ।
ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା ସାମଗ୍ରୀ ଅନ୍ଲୋଡ଼ କରିବାକୁ ପ୍ରାୟ ୨୦ ଜଣ ଶ୍ରମିକ କର୍ପୋରେଶନର ଦକ୍ଷିଣ ଫାଟକରେ ଅପେକ୍ଷା କରିଥିବା ବେଳେ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ଉକ୍ତ କାମ ନକରିବାକୁ କହିଥିଲେ । ଏହାକୁ ନେଇ ସଂଘର୍ଷର ସୂତ୍ରପାତ ହୋଇଥିଲା ।
ଶ୍ରମିକ ମାନେ ଇଷ୍ଟର୍ଣ୍ଣ ଇଣ୍ଡିଆ ଅଏଲ ରିଫାଇନାରୀ ୱାର୍କସ୍ ୟୁନିଅନର ସଦସ୍ୟ ହୋଇଥିବା ବେଳେ ଅନ୍ୟ ଲୋକମାନେ ମାଁ ବୈଦେହୀ ଅଏଲ ରିଫାଇନାରୀ ୟୁନିୟନର ସଦସ୍ୟ । ମାଲ ପରିବହନ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ।
କମ୍ପାନୀ ପକ୍ଷରୁ ଅନୁମତି ପାଇବା ପରେ ୟୁନିୟନର ୨୦ ଜଣ ଶ୍ରମିକ ଏହି କାମ କରିବାକୁ ଆସିଥିଲେ ବୋଲି ଇଷ୍ଟର୍ଣ୍ଣ ଇଣ୍ଡିଆ ଅଏଲ ରିଫାଇନାରୀ ୱାର୍କସ୍ ୟୁନିଅନର ସଭାପତି କହିଛନ୍ତି ।
ଆହତ ଶ୍ରମିକ ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏ ସଂପର୍କରେ କୌଣସି ଗୋଷ୍ଠୀ ଠାରୁ ଅଭିଯୋଗ ମିଳିନଥିବା ପାରାଦ୍ଵୀପ ଥାନା ଅଧିକାରୀ ଅନୀଲ ମିଶ୍ର କହିଛନ୍ତି । ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି,ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:9df1a7ca-2160-4571-96a9-4317edc53dc9> | CC-MAIN-2017-26 | http://www.odisha.com/archives/tag/%E0%AC%87%E0%AC%A3%E0%AD%8D%E0%AC%A1%E0%AC%BF%E0%AC%86%E0%AC%A8-%E0%AC%85%E0%AC%8F%E0%AC%B2 | 2017-06-26T11:59:22Z | s3://commoncrawl/crawl-data/CC-MAIN-2017-26/segments/1498128320736.82/warc/CC-MAIN-20170626115614-20170626135614-00076.warc.gz | ory | 1.000003 | Orya | 12 | {"ory_Orya_score": 1.0000028610229492} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ଏୟାର ଇଣ୍ଡିଆ ନଭେମ୍ବର ୫ ତାରିଖରୁ ଭୁବନେଶ୍ୱରରୁ ୨ଟି ବିମାନ ଚଳାଚଳ ବନ୍ଦ କରିବ । ଭୁବନେଶ୍ୱର-କୋଲକାତା ଏ-୧-୭୬୮/୭୭୦ ଓ ଭୁବନେଶ୍ୱର ଚେନାଇ ଏ-୧-୫୩୭ର ଉଡାଣ ବନ୍ଦ ହେବ ।
ଏ ସଂପର୍କରେ ଟ୍ରାଭଲ ଏଜେ ଆସୋସିଏସନକୁ ସୂଚନା ଦିଆଯାଇଛି । ଆସୋସିଏସନ ଏୟାର ଇଣ୍ଡିଆର ଏହି ନିସ୍ପତିକୁ ବିରୋଧ କରିଛି ।
ନିସ୍ପତିର ପୁର୍ନର ବିଚାର କରାଯାଉ ବୋଲି ଓଡିଶା ଟ୍ରାଭେଲ ଏଜେ ଆସୋସିଏସନ ଦାବି କରିଛି ନଚେତ ଏହା ଦ୍ୱାରାରାଜ୍ୟ ପର୍ଯ୍ୟଟନ ଶିଳ୍ପର କ୍ଷତି ହେବ ।
ଭୁବନେଶ୍ୱରକୁ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଦାବି ହେଉଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ବିମାନସେବା ବନ୍ଦ ହୋଇଛାଲିଛି । ଏୟାର ଇଣ୍ଡିଆର ଏହି ପଦକ୍ଷେପ ଶକ୍ତ ଧକ୍କାବୋଲି ବିବେଚନା କରାଯାଉଛି ।
ପୂର୍ବରୁ ଏୟାର ଇଣ୍ଡିଆ ହାଇଦ୍ରାବାଦ ଓ ରାୟପୁରକୁ ଉଡାଣ ବନ୍ଦ କରିଥିଲା । ୨ବର୍ଷତଳେ ଭୁବନେଶ୍ୱର – ଚେନ୍ନାଇ -ବିଶାଖାପାଟଣାକୁ ଚଳାଚଳ କରୁଥିବା ବିମାନକୁ ମଧ୍ୟ ବନ୍ଦ କରିଦିଆ ଯାଇଛି ।
ସେହିପରି ଘୋର ଆର୍ଥିକ ସଂକଟ ଦେଇ ଗତିକରୁଥିବା କିଂଗ ଫିସର ମଧ୍ୟ ଭୁବନେଶ୍ୱରରୁ ଦିଲ୍ଲୀ, ବାଙ୍ଗାଲୋର, କଲିକତା ଓ ମୁମ୍ବାଇକୁ ବିମାନ ଚଳାଚଳ ବନ୍ଦ କରିଦେଇଛି । ଜେଟ୍ ଏୟାରୱେଜ ଦିଲ୍ଲୀକୁ ଚଳାଚଳ କରୁଥିବା ବିମାନକୁ ବନ୍ଦ କରିଛି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:eb5f1ad4-378c-4c24-9317-10153b9d1172> | CC-MAIN-2017-26 | http://www.odisha.com/archives/tag/%E0%AC%8F%E0%AD%9F%E0%AC%BE%E0%AC%B0-%E0%AC%87%E0%AC%A3%E0%AD%8D%E0%AC%A1%E0%AC%BF%E0%AC%86 | 2017-06-25T20:52:28Z | s3://commoncrawl/crawl-data/CC-MAIN-2017-26/segments/1498128320582.2/warc/CC-MAIN-20170625203122-20170625223122-00559.warc.gz | ory | 0.999951 | Orya | 35 | {"ory_Orya_score": 0.9999505281448364} |
ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୪ (ଓଡିଶା ଡଟ କମ) କେତେକ ଛାତ୍ରଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନକ୍ରିୟା କରିଥିବା ଅଭିଯୋଗ ପରେ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର (ଓୟୁଏଟି) ଜଣେ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଚାରୋଟି ମାମଲା ରୁଜୁ କରିଥିବା ପୁଲିସ ସୋମବାର କହିଛି ।
ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିଲା ।
ଯଦିଓ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଦେବା ନେଇ କୌଣସି ପ୍ରମାଣ ମିଳି ନ ଥିଲା, ତେବେ ସେ ପରୀକ୍ଷା ସମୟରେ କପି କରିବାକୁ ସୁଯୋଗ ଦେବା ଓ କିଛି ଛାତ୍ରଙ୍କୁ ବାଡେଇବା ସପକ୍ଷରେ ଆପାତତଃ ପ୍ରମାଣ ମିଳିବାରୁ ତାଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଥିଲା ।
ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ସ୍ଥାନୀୟ ଖଣ୍ଡଗିରି ଥାନାକୁ ଘଟଣାର ତଦନ୍ତ ପାଇଁ ଅନୁରୋଧ କଳା ପରେ ପୁଲିସ ଜେନାଙ୍କ ବିରୁଦ୍ଧରେ ଚାରୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଓଡିଶା ଡଟ କମ | <urn:uuid:7585d15b-1764-4ae7-a4d0-1ae9fc3c4236> | CC-MAIN-2017-26 | http://www.odisha.com/archives/tag/%E0%AC%9B%E0%AC%BE%E0%AC%A4%E0%AD%8D%E0%AC%B0 | 2017-06-22T20:40:16Z | s3://commoncrawl/crawl-data/CC-MAIN-2017-26/segments/1498128319902.52/warc/CC-MAIN-20170622201826-20170622221826-00195.warc.gz | ory | 1.000003 | Orya | 47 | {"ory_Orya_score": 1.0000025033950806} |
ଓଡିଶା ଡଟକମ ସଂବାଦ ଦାତା
ସୁନ୍ଦରଗଡ, ୧୨ ଅକ୍ଟୋବର (ଓଡିଶା ଡଟ କମ) ସୁନ୍ଦରଗଡ ଜିଲ୍ଲାର ଏକ ରେଲୱେ ସାଇଡିଙ୍ଗ ନିକଟରେ ପ୍ରାୟ ତିରିଶ ହଜାର ଟନରୁ ଅଧିକ ଲୁହା ପଥର ବେଆଇନ ଭାବେ ଲୁଚାଇ ରଖାଯାଇଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ଲୋକ ସଭା ସାଂସଦ ଜୁଏଲ ଓରାମ ପ୍ରକାଶ କଲାପରେ ବହୁବର୍ଷ ଧରି ରାଜ୍ୟ ରାଜନୀତିକୁ ସରଗରମ ରଖିଥିବା ଖଣି ଦୁର୍ନୀତି ପୁଣିଥରେ ଚର୍ଚା କୁ ଆସିଛି ।
ଜିଲ୍ଲାର କୋଇଡା ଅଞ୍ଚଳରେ ଥିବା ରେଞ୍ଡ଼ା ରେଲୱେ ସାଇଡିଂ ନିକଟରେ ପ୍ରାୟ ଦୁଇଶହ କୋଟି ଟଙ୍କାର ଏହି ଲୁହାପଥର ମାଟି ତଳେ ପୋତି ରଖାଯାଇଥିବା ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ସଂଗଠନ ଅଭିଯୋଗ କଲାପରେ ଓରାମ ଉକ୍ତ ଅଞ୍ଚଳ ଗସ୍ତ କରିବା ସହ ଏହାର ତଦନ୍ତ ଦାବିକରିଛନ୍ତି ।
ବଣାଇ ମଜଦୁର ସଂଘ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁସାରେ ଜଣେ ନିର୍ଦିଷ୍ଟ ବ୍ୟବସାୟୀ ଏହି ସାଇଡିଂରେ ୨୦୦୪ ମସିହାରୁ ବେଆଇନ ଭାବେ ଲୁହାପଥର ପରିବହନ କରିଆସୁଛନ୍ତି। ପରିବହନ କାର୍ଯ୍ୟରେ ଲାଗିଥିବା ବହୁ ଶ୍ରମିକଙ୍କୁ ସେ ଏପର୍ଯ୍ୟନ୍ତ ନିର୍ଧାରିତ ମଜୁରି ଦେଇନଥିବା ବେଳେ, ପାରିଶ୍ରମିକ ମାଗିଲେ ଭଡାଟିଆ ଗୁଣ୍ଡା ଲଗାଇ ସେମାନଙ୍କୁ ସେ ଧମକ ଦେଇଥିବା ଶ୍ରମିକ ସଂଘ ଅଭିଯୋଗ କରିଛି ।
୨୦୧୦-୨୦୧୧ ରେ ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହା କମିଶନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ସମୟରେ କାଳେ ଉକ୍ତ ଅଞ୍ଚଳକୁ ଆସିଯିବେ ସେ ଭୟରେ ସମ୍ପୃକ୍ତ ଠିକାଦାର ଟିକସ ଫାଙ୍କି ଏକାଠି କରିଥିବା ବହୁ ପରିମାଣର ଲୁହା ପଥରକୁ ମାଟିତଳେ ପୋତିରଖିଥିବା ସଂଘ ଅଭିଯୋଗ କରିଛି ।
ଶ୍ରମିକଙ୍କ ସହଯୋଗ ରେ ଚଳିତ ମାସ ପାଞ୍ଚ ତାରିଖ ଦିନ ସରଜମିନ ତଦନ୍ତ କରି ସ୍ଥାନୀୟ ଖଣି ନିରୀକ୍ଷକ ଚୋରା ଲୁହାପଥରକୁ ସାଇଡିଂରେ ପାଞ୍ଚ ଫୁଟ ମାଟି ତଳୁ ଖୋଳି ବାହାର କରିଥିବା ସଂଘ ପ୍ରକାଶ କରିଛି । ମାଟି ତଳେ ରହିଥିବା ଏହି ଲୁହାପଥରର ସୁରକ୍ଷା, ସମ୍ପୃକ୍ତ ଠିକାଦାରି ସଂସ୍ଥାର ମାଲିକ ଓ ତାଙ୍କୁ ସହଯୋଗ କରିଥିବା ସରକାରୀ ଅଧିକାରୀଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି ।
ଖଣି ଦୁର୍ନୀତିର ତଦନ୍ତ କରିଥିବା ଶାହା କମିଶନ ରାଜ୍ୟର ବିଭିନ୍ନ ଖଣି ପରିଦର୍ଶନ କରିଥିଲେ ମଧ୍ୟ ଏହି ସାଇଡିଂ ଅଞ୍ଚଳକୁ ଯାଇନଥିବା ଶ୍ରମିକ ସଂଘ କହିଛି । ଯଦିଓ ଉକ୍ତ ଅଞ୍ଚଳକୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା, ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ଦିନ ସ୍ଥାନୀୟ ଏକ ନିର୍ଦ୍ଦିଷ୍ଟ ଶ୍ରମିକ ସଂଗଠନ ଆନ୍ଦୋଳନ କରିବାରୁ ଉକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ତୃଷ୍ଟି ହୋଇଥିବା ପ୍ରଶାସନ ଦର୍ଶାଇ ଥିଲା ।
ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ମଧ୍ୟ ଥିବା ଦର୍ଶାଇ ପ୍ରଶାସନ ଶାହା କମିଶନଙ୍କ ଗସ୍ତକୁ ବାରଣ କରିଥିଲା । ଏହା ଫଳରେ ଶାହା କମିଶନ ଉକ୍ତ ଅଞ୍ଚଳକୁ ଗସ୍ତ କରିପାରିନ ଥିଲେ ବୋଲି ସଂଘ ଅଭିଯୋଗ କରିଛି ।ସଂଘ ସ୍ଥାନୀୟ କ ବଲାଙ୍ଗ ଥାନାରେ ଏକ ଏତଲା ମଧ୍ୟ ଦାୟର କରିଛି ।
ସମ୍ପୃକ୍ତ ଠିକାଦାରଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନ ଥିବା ବେଳେ, ଜିଲ୍ଲା ପୁଲିସ ମୁଖ୍ୟ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ପାଇନଥିବା ଦର୍ଶାଇଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ଖଣି ନିର୍ଦ୍ଦେଶାଳୟ ଏହାର ତଦନ୍ତ କରିବା ପାଇଁ ଏକ ସ୍ଵତନ୍ତ୍ର ଦଳ ପଠାଇଥିବା ପ୍ରକାଶ କରିଛି ।
ଜଣେ ପୂର୍ବତନ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ କହିବ ଅନୁଯାୟୀ ରେଳ ରେକ ରେ ଲୁହା ପଥର ଭର୍ତ୍ତି କରିବା ସମୟରେ ଟନ ପିଛା ପାଖାପାଖି ୫୦ କେଜି ରୁ ୭୦କେଜି ଲୁହାପଥର ଇତସ୍ତତ ପଡିଯାଇଥାଏ । ଏହାକୁ ସ୍ପୀଲଓଭର କୁହାଯାଏ। ଏହାକୁ ଗୋଟାଇ ପରବର୍ତ୍ତୀ ପରିବହନ ସମୟରେ ବ୍ୟବହାର କରାଯାଇଥାଏ।
ତେବେ ଏତେ ପରିମାଣର ସ୍ପୀଲଓଭର କୌଣସି ରେଲୱେ ସାଇଡିଂ ପ୍ଲଟ ରେ ମିଳିବା ଅସ୍ଵାଭାବିକ ଘଟଣା ବୋଲି ସେ କହିଛନ୍ତି । ଦ୍ଵିତୀୟରେ ସରକାରୀ ନିୟମ ଅନୁଯାଇ ରେଲୱେ ସାଇଡିଂ ପ୍ଲଟ ର ଚଟାଣ ସିମେଣ୍ଟ / କଂକ୍ରିଟ ଦ୍ଵାରା ପଲସ୍ତରା ହେବା ଜରୁରୀ, କିନ୍ତୁ ରେଞ୍ଡ଼ା ରେଳ ସାଇଡିଂରେ ଏହା କରାଯାଇନ ଥିବାରୁ ଖଣି ଚୋରି ପାଇଁ ଏହା ସହାୟକ ହୋଇଛି ବୋଲି ସେ କହିଛନ୍ତି ।
ଜୁଏଲ ବନାମ ରାଜ୍ୟ ସରକାର
ଗତ ସପ୍ତାହରେ ସ୍ଥାନୀୟ ଲୋକେ ଏହି ଲୁକ୍କାୟିତ ଲୁହାପଥରକୁ ଲୋକଲୋଚନକୁ ଆଣିବାକୁ ଅଣ୍ଟାଭିଡି ପ୍ରଥମେ କୋଇଡା ଖଣି ଉପନିର୍ଦେଶକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ତେବେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କେତେକ ସାମ୍ବାଦିକ ଭିଡିଓ ଚିତ୍ର ଉତ୍ତୋଳନ କରି ସ୍ଥାନୀୟ ଖଣି ଉପନିର୍ଦ୍ଦେଶକଙ୍କୁ ଦେଖାଇଥିଲେ ।
ପରବର୍ତୀ ସମୟରେ ସ୍ଥାନୀୟ ଲୋକେ ଭାରତୀୟ ଜନତା ପାର୍ଟିର ବଣାଇ ଜିଲ୍ଲା ସଂଗଠନକୁ ସମସ୍ତ କଥା ଅବଗତ କରାଇଥିଲେ। ପାର୍ଟିର ବଣାଇ ଜିଲ୍ଲା ସଂଗଠନ ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ ତଥା ଜିଲ୍ଲାପାଳ ଇତ୍ୟାଦିଙ୍କୁ ଲିଖିତ ପାତ୍ର ଲେଖି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ।
ଯେପରି କେହି ଏହା ଠାବ କରି ନ ପାରିବେ ଅଥବା ସନ୍ଦେହ କରି ନପାରିବେ ସେହି ଉଦ୍ଦେଶ୍ୟରଖି ସମ୍ପୃକ୍ତ ଠିକାଦାର ଏହି ଲୁହାପଥର ଉପରେ ମାଟି ପକାଇ ତା ଉପରେ ରୋଲର ଚଳାଇ ଦେଇଥିବା ସେମାନେ ଅଭିଯୋଗ କରିଥିଲେ ।
ଏହି ଘଟଣା ଉଗ୍ର ରୂପ ନେବାରୁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ହସ୍ତକ୍ଷେପ କରି ଯଥାକ୍ରମେ ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲାପାଳ ତଥା ରାଜ୍ୟ ଖଣି ସଚିବ ଇତ୍ୟାଦିଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଫଳ କିଛି ନ ହେବାରୁ ସେ ବାଧ୍ୟ ହୋଇ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଥିଲେ।
ଜୁଏଲଙ୍କ ଏହି ଚିଠି ପରେ ସ୍ଥାନୀୟ ଖଣି ଉପନିର୍ଦେଶକ ଏହି ସାଇଡିଙ୍ଗ ରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଥିଲେ । ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ "ସେମିତି କିଛି ହୋଇନାହିଁ, କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ" ବୋଲି କହିଥିଲେ । ତେବେ କିପରି ଏତେ ପରିମାଣର ଲୁହା ପଥର ସାଇଡିଂ ନିକଟରେ ରହିଛି ସେ ସଙ୍କ୍ରାନ୍ତରେ ସେମାନେ କିଛି କହି ନଥିଲେ ।
ତେବେ ରାଜ୍ୟ ଖଣି ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶକରି ଓରାମ ସରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ସେ ରାଜନୀତି ଛାଡିଦେବେ ବୋଲି କହିଛନ୍ତି ।
ଓଡିଶା ଓ ଖଣି ଦୁର୍ନୀତି
ବିଭିନ୍ନ ରାଜ୍ୟରେ ଖଣି ଦୁର୍ନୀତି ହୋଇଥିବା ତଥ୍ୟ ସାମନାକୁ ଆସିବା ପରେ କେନ୍ଦ୍ର ସରକାର ୨୦୧୦ ମସିହାରେ ଏହାର ଯାଞ୍ଚ କରିବା ପାଇଁ ଅବସର ପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏମ ବି ଶାହାଙ୍କ ନେତୃତ୍ଵରେ ଏକ କମିଶନ ଗଠନ କରିଥିଲେ । ଏହି କମିଶନ ଅନ୍ୟ ରାଜ୍ୟ ସମେତ ଓଡିଶାରେ ମଧ୍ୟ ଏହାର ଯାଞ୍ଚ କରିଥିଲେ । ଜୁଲାଇ ୨୦୧୩ ରେ କମିଶନ ଓଡିଶା ରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ନିଜର ଚୁଡାନ୍ତ ରିପୋର୍ଟ ପ୍ରଦାନ କରିଥିଲେ ।
ଏହି ରିପୋର୍ଟ ରେ ଏହି ରାଜ୍ୟର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ କେବଳ ପ୍ରାୟ ଷାଠିଏ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ଏହା ଦେଶର ଅନ୍ୟତମ ବୃହତ୍ତମ ସ୍କାମ ବୋଲି ଦର୍ଶାଇଥିଲେ।
କମିଶନ ଏହି ଦୁର୍ନୀତିର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କରିବା ପାଇଁ ସୁପାରିଶ କରିଥିବା ବେଳେ ଏ ପର୍ଯ୍ୟନ୍ତ କେନ୍ଦ୍ର ଅଥବା ରାଜ୍ୟ ସରକାର ଏ ବିଷୟରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ତଦନ୍ତର ଆବଶ୍ୟକତା ନ ଥିବା ଦର୍ଶାଇ ଆସିଥିବା ବେଳେ, ବିଜେପି ଓ କଂଗ୍ରେସ ଏହାର ବିରୋଧ କରିଆସୁଛନ୍ତି ।
ଗତ କିଛି ବର୍ଷ ଧରି ଖଣି ଦୁର୍ନୀତି ବିଷୟ ରାଜନୈତିକ ମହଲରେ ଆପାତତଃ ଗୁରୁତ୍ଵହୀନ ହୋଇ ପଡିଥିବା ବେଳେ, ଜୁଏଲଙ୍କ ବିସ୍ଫୋରକ ବୟାନ ପରେ ଏହା ପୁଣି ଚର୍ଚାକୁ ଫେରିଛି ।
ଓଡିଶା ଡଟ କମ | <urn:uuid:db6f6793-9d4b-49ff-bb06-1dcc786e95cb> | CC-MAIN-2017-26 | http://www.odisha.com/archives/tag/%E0%AC%9C%E0%AD%81%E0%AC%8F%E0%AC%B2-%E0%AC%AC%E0%AC%A8%E0%AC%BE%E0%AC%AE-%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0 | 2017-06-22T20:22:32Z | s3://commoncrawl/crawl-data/CC-MAIN-2017-26/segments/1498128319902.52/warc/CC-MAIN-20170622201826-20170622221826-00195.warc.gz | ory | 1.000005 | Orya | 56 | {"ory_Orya_score": 1.0000048875808716} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
କଟକ, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ଓଡିଶାରେ ପାକିସ୍ତାନ ମହିଳା ଦଳ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଖେଳିବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇ ଆସୁଥିବାବେଳେ ବିଜେପି ବିରୋଧ ପ୍ରଦର୍ଶନ ପୂର୍ବକ ରାସ୍ତାକୁ ଓହ୍ଲାଇଛି ।
ଓଡିଶା ମାଟିରୁ ପାକିସ୍ତାନ ଦଳ ଫେରିଯାଅ । ପାକିସ୍ତାନ ଗୋବ୍ୟାକର ସ୍ଲୋଗାନ ଦେଇ ବିଜେପି ପକ୍ଷରୁ ସ୍ଥାନୀୟ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ପାର୍କ ନିକଟରୁ ଏକ ଶୋଭାଯାତ୍ରା ଷ୍ଟାଡିୟମ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା ।
କମିଶନରେଟ ପୋଲିସ ପକ୍ଷରୁ ୨ ହଜାରରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ବିଜେପି ନେତା ଅଶୋକ ସାହୁ ଓ ବିଜେପି ରାଜ୍ୟ ସଂପାଦକ ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଓଡିଶାରେ ପାକିସ୍ତାନ କ୍ରିକେଟ ଦଳ ଖେଳିବାକୁ ତୀବ୍ର ବିରୋଧ କରିଥିଲେ ।
ଷ୍ଟାଡିୟମକୁ ସଂପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଥିବାରୁ ଗୁରୁବାର ବିଜେପି ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରାକୁ ପ୍ରତିହତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ବିଜେପି ନେତା ନୟନ କିଶୋର ମହାନ୍ତି କହିଥିଲେ ଯେ ଆମେ ବିଶ୍ୱକପକୁ ବିରୋଧ କରୁ ନାହୁଁ କିନ୍ତୁ ପାକିସ୍ତାନ ଦଳ ଏଠାରେ ମ୍ୟାଚ ଖେଳିବାକୁ ତୀବ୍ର ବିରୋଧ କରୁଛୁ । ପାକିସ୍ତାନ ସେନା ଭାରତୀୟ ଜବାନଙ୍କ ମୁଣ୍ଡ କାଟ କରିବ । ଘଟଣା ନିନ୍ଦନୀୟ । ଏହାସତ୍ୱେ ପାକିସ୍ତାନ ସହ କ୍ରିକେଟ ସଂପର୍କକୁ ବିଜେପି ପକ୍ଷରୁ ଗୁରୁବାର ଏଠାରେ ବିରୋଧ କରାଯାଇଛି ।
ବିଜେପି ନେତା ଅଶୋକ ସାହୁ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ଖେଳ କରିନଥିବା ବେଳେ ଓଡିଶାରେ ପାକିସ୍ତାନ ଦଳକୁ ଖେଳିବାକୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ଦୁର୍ଭାଗ୍ୟ ଜନକ । ପାକିସ୍ତାନ ଦଳ ଏହି ମାଟିରୁ ଫେରିଯାଉ ବୋଲି ଶ୍ରୀ ସାହୁ କହିଛନ୍ତି ।
ଓଡିଶା ଡଟ୍କମ୍ | <urn:uuid:fb23d9b8-cd12-4460-ad95-26ad0e1f7dd7> | CC-MAIN-2017-26 | http://www.odisha.com/archives/tag/%E0%AC%AC%E0%AC%95%E0%AD%8D%E0%AC%B8%E0%AC%BF%E0%AC%AC%E0%AC%9C%E0%AC%BE%E0%AC%B0 | 2017-06-23T00:03:47Z | s3://commoncrawl/crawl-data/CC-MAIN-2017-26/segments/1498128319933.33/warc/CC-MAIN-20170622234435-20170623014435-00553.warc.gz | ory | 0.999981 | Orya | 81 | {"ory_Orya_score": 0.9999812841415405} |
ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ମାର୍ଚ୍ଚ ୨୮(ଓଡ଼ିଶା ଡ଼ଟ୍ କମ୍) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ତଟରକ୍ଷୀ ବାହୀନୀ ମହାନିର୍ଦ୍ଦେଶକ ବୁଧବାର ପାରାଦ୍ଵୀପ ଠାରେ ଉପକୂଳ ଏବଂ ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ଉପରେ ସମୀକ୍ଷା କରିଛନ୍ତି ।
ଭାଇସ ଆଡ଼ମିରାଲ ଏମ୍.ପି ମୂରଲୀଧରନ୍ ଉପକୂଳର ସୁରକ୍ଷା ସୁଦୃଢ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ନିର୍ମାଣ କାର୍ଯ୍ୟ ନେଇ ତଟରକ୍ଷୀ ଅଧିକାରୀ ଏବଂ ଯବାନ ମାନଙ୍କ ସହ ଆଲୋଚନା କରିଛନ୍ତି ।
ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହୀନୀ ଦ୍ୱାରାବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ଆଲୋଚନା ସମୟରେ ପାରାଦ୍ଵୀପରେ ଅବସ୍ଥାପିତ ତଟରକ୍ଷୀ ବାହୀନୀ ଡ଼ିଆଇଜି କେପିଏସ୍ ରଘୁବଂଶି କହିଛନ୍ତି ।
କଇଁଛଙ୍କ ଅଣ୍ଡାଦାନ ସମୟରେ ଗହିରମଥାରେ ବେଆଇନ ଭାବେ ଚଳାଚଳ କରୁଥିବା ଟ୍ରଲର ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଅପରେଶନ ଅଲିଭର ଆରମ୍ଭ କରାଯାଇଛି, ସେ କହିଛନ୍ତି ।
ଉପକୂଳ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ମୁରଲୀଧରନ୍ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ ଭାରତୀୟ ତଟରକ୍ଷୀ ବାହୀନୀ ଦ୍ୱାରାକାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସେ ଆସନ୍ତାକାଲି ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:ea9d9234-5fc5-45af-9c26-06ff679b587d> | CC-MAIN-2017-26 | http://www.odisha.com/archives/tag/%E0%AC%85%E0%AC%B2%E0%AC%BF%E0%AC%AD-%E0%AC%B0%E0%AC%BF%E0%AD%9C%E0%AD%8D%E0%AC%B2%E0%AD%87 | 2017-06-26T08:35:56Z | s3://commoncrawl/crawl-data/CC-MAIN-2017-26/segments/1498128320695.49/warc/CC-MAIN-20170626083037-20170626103037-00250.warc.gz | ory | 0.999988 | Orya | 14 | {"ory_Orya_score": 0.9999880790710449} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଶୀତ ଅଧିବେଶନର ଶେଷ ଦିନରେ ବଧାନସଭାରେ ହୋଇଥିଲା ପ୍ରବଳ ହଟ୍ଟଗୋଳ ଓ ଫାଇଲ ଫିଙ୍ଗା । ଏହିପରି ଭାବରେ ଶେଷ ହୋଇଛି ଚଳିତ ବର୍ଷର ଶୀତ ଅଧିବେଶନ ।
ଶନିବାର ଦିନ ବିଧାନସଭାର ଶେଷ ଦିବସରେ ବିରୋଧୀ ଦଳର ସଦସ୍ୟମାନେ କୃଷକ ସମସ୍ୟାକୁ ନେଇ ହଙ୍ଗାମା କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକମାନେ ଫ୍ଲା କାଡ ଦେଖାଇଥିଲେ । ଚାଷୀଙ୍କ ସମସ୍ୟାନେଇ କଂଗ୍ରେସ ତରଫରୁ ଯେଉଁ ମୁଲତବୀ ପ୍ରସ୍ତାବ ଆସିଥିଲା ବାଚସ୍ପତି ତାକୁ ଗ୍ରହଣ କରିନଥିଲେ ।
ପ୍ରଶ୍ନୋତରକାଳର ମାତ୍ର ପାଞ୍ଚ ମିନିଟ ପରେ ୧୨.୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।
ଏହାପରେ ବିରୋଧୀ ବିଧାୟକମାନେ ବିଧାନସଭା ପରିସରରେ ଧାରଣା ଦେଇଥିଲେ । ଅପରାହ୍ନ ଅଧିବେଶନରେ ସମବାୟ ସଂଶୋଧନ ବିଲ୍ ଅନୁମୋଦିତ ହେବା ବେଳେ ପୁଣି ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ ।
କଂଗ୍ରେସ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ଫାଇଲପତ୍ର ଫୋପାଡି ଦେଇଥିଲେ । ପ୍ରାୟ ଅଧଘଣ୍ଟା କାଳ ଗୃହକୁ ହୁଲୁସ୍ତୁଲ କରିଥିଲେ କଂଗ୍ରେସ ସଦସ୍ୟମାନେ । ତାମଧ୍ୟରେ ଗୃହିତ ହୋଇଯାଇଥିଲା ବିଲ୍ ।
ଏ ଘଟଣାକୁ ନେଇ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ଯାହା ଆଜି ଘଟିଗଲା ତାହା ହେଉଛି ସବୁଠୁଁ କଳଙ୍କମୟ ଦିନ । ଆଜିର ଦିନଟି ହେଉଛି କଳା ଦିବସ ।
ଓଡିଶା ବିଧାନସଭା ଇତିହାସରେ ଯେଭଳି ଭାବରେ ଗୃହ ପରିଚାଳନା କରାଯାଉଛି । ଏଠି ସରକାର ଯାହା ଚାହିଁବେ ତାହା ହିଁ ହେବ । ଗଣତନ୍ତ୍ର ଏଠି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଶାସକ ଦଳ କେଉଁ ପରିସ୍ଥିତିରେ କେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ବୁଝାଯାଉନାହିଁ । ବିଧାନସଭାରେ ବିରୋଧୀଙ୍କ ଆଚରଣକୁ ନିନ୍ଦା କରିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରଭାତ କୁମାର ତ୍ରିପାଠୀ ।
ପ୍ରଥମେ ୧୨.୩୦ମି. ପରେ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଥିଲା । ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃିତି ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ଅଧିବେଶନ ଭଲ ଭାବରେ ଶେଷ ହୋଇଛି ଓ ଶାନ୍ତି ପୂର୍ଣ୍ଣ ଥିଲା ।
ଏହି ଅଧିବେଶନରେ ମୋଟ ୧୫ଟି ବିଲ୍ ପାସ ହୋଇଛି । ରାଜ୍ୟବାସୀଙ୍କ ହିତଲାଗି ଅନେକ ବିଷୟରେ ଆଲୋଚନା ହୋଇଛି । ସେତେବେଳେ ମଧ୍ୟ କଂଗ୍ରେସ ବିଧାୟକମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଫଳରେ ବାଚସ୍ପତି ଅନିଦିଷ୍ଟ କାଳପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଓଡିଶା ଡଟ୍ କମ୍ | <urn:uuid:7c287b72-cad5-415b-b8b4-09a089f7455a> | CC-MAIN-2017-26 | http://www.odisha.com/archives/tag/%E0%AC%95%E0%AC%82%E0%AC%97%E0%AD%8D%E0%AC%B0%E0%AD%87%E0%AC%B8-%E0%AC%B8%E0%AC%A6%E0%AC%B8%E0%AD%8D%E0%AD%9F | 2017-06-26T17:12:55Z | s3://commoncrawl/crawl-data/CC-MAIN-2017-26/segments/1498128320841.35/warc/CC-MAIN-20170626170406-20170626190406-00283.warc.gz | ory | 1.000008 | Orya | 57 | {"ory_Orya_score": 1.0000077486038208} |
ଆମେ କାହିଁକି ଏ ବାସ୍ତବତାକୁ ଅସ୍ୱୀକାର କରୁଛେ ଯେ ଭାରତରେ ନିୟୁତ ନିୟୁତ ଲୋକ, ବିଶେଷକରି ଗରିବ ଶ୍ରେଣୀର; ପ୍ରଦୂଷଣରେ ମୃତ୍ୟୁବରଣ କରୁଛନ୍ତି?
କେନ୍ଦ୍ର ପରିବେଶ ମନ୍ତ୍ରୀ ଅନୀଲ ମାଧବ ଡାଭେ ଅସ୍ୱୀକାର କରିଆସିଛନ୍ତି । ସେ ମନା କରିପାରିବେ ନାହିଁ ଯେ ବାୟୁ ପ୍ରଦୂଷଣ ଭାରତରେ ଗୋଟିଏ ଗୁରୁତର ସମସ୍ୟା ହୋଇପାରିଛି । କିନ୍ତୁ ଏକଥାଟି ଦେଶ ବାହାରୁ କେହି ଆମ ଲୋକଙ୍କୁ କହୁ ସେ ଚାହାନ୍ତି ନାହିଁ ।
ଯେତେବେଳେ ବୋଷ୍ଟନ ସ୍ଥିତ ହେଲଥ୍ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଆଟେଲ ସ୍ଥିତ ହେଲଥ୍ ମ୍ୟାଟ୍ରିକସ୍ ଏଣ୍ଡ୍ ଇଭାଲ୍ୟୁସେନ ମିଳିତ ଭାବେ ବିଶ୍ୱରେ ବାୟୁର ସ୍ଥିତି ୨୦୧୭ ନାମକ ଏକ ବିବରଣୀ ପ୍ରକାଶ କଲେ, ସେଠି ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟାରେ ଭାରତ ଚୀନ୍ଦେଶର ବହୁପଛରେ ନାହିଁ ବୋଲି କୁହାଯାଇଥିଲା ।
ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ଡାଭେ ଅଭିଯୋଗ ଆଣିଥିଲେ ଯେ, 'ଆମେ ଭାରତୀୟମାନେ ବାହାରର କଥାଗୁଡ଼ିକ ଦ୍ୱାରା ବେଶୀ ପ୍ରଭାବିତ ହେଲାଭଳି ମନେ ହେଉଛି ।' ସେ ପରାମର୍ଶ ଦେଇ କହିଥିଲେ ଯେ ବରଂ ସେ ନିଜର ବିଶାରଦମାନଙ୍କୁ ଅଧିକ ବିଶ୍ୱାସ କରିବେ ଯେମିତି ସେ 'ନିଜ ସୈନ୍ୟବାହିନୀକୁ ବିଶ୍ୱାସ' କରିଆସିଛନ୍ତି ।
ଯଦିଓ ସୈନ୍ୟବାହିନୀ ସହ ବିଶାରଦମାନଙ୍କ ସହ ତୁଳନା ତାଳ ଖାଉନାହିଁ; ତେବେ ମନ୍ତ୍ରୀଙ୍କର ଏହି ରିପୋର୍ଟ ପ୍ରତି ପ୍ରତିକ୍ରିୟା ବିଚଳିତ କରୁଛି ନିଶ୍ଚୟ ।
ଯଦିଓ ଏହି ରିପୋର୍ଟରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ଚିହ୍ନଟ କରିବାର ପଦ୍ଧତିକୁ ନେଇ କାହାର କେଉଁଠି ପ୍ରଶ୍ନ ରହିପାରେ, କିନ୍ତୁ ଭାରତରେ ମୃତ୍ୟୁ ଓ ରୋଗବ୍ୟାଧିର ଧାରା ପ୍ରତି ପରିବେଶଜନିତ ସମସ୍ୟାର ଯେ ଢେର୍ ଅବଦାନ ରହିଛି, ଯେଉଁଥିରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ କାରଣ, ତାକୁ ନ୍ୟୁନ କରି କୌଣସି ଯୁକ୍ତି ଉପସ୍ଥାପନ କରିହେବ ନାହିଁ ।
ବିଶ୍ୱ ବାୟୁର ସ୍ଥିତି ୨୦୧୭ ରିପୋର୍ଟରେ ବାୟୁ ପ୍ରଦୂଷଣର ପ୍ରଭାବକୁ ଆକଳନ କଲାବେଳେ ଯେଉଁ ତଥ୍ୟକୁ ଆଧାର କରାଯାଉଛି ତାହା ସବୁ ବାୟୁ ପ୍ରଦୂଷଣ ସମ୍ପର୍କିତ ସରକାରୀ ତଥ୍ୟ ଏବଂ ଗ୍ଲୋବାଲ ବର୍ଡ଼ନ ଅଫ ଡିଜିଜ୍ (ଜିବିଡି) ବା ବିଶ୍ୱର ବେମାର ବୋଝ୍ ରିପୋର୍ଟରୁ ଆସିଛି ।
୧୯୯୦ରୁ ୨୦୧୫ଭିତରେ ୨୫ବର୍ଷ ଧରି ୧୯୫ଟି ଦେଶରୁ ସଂଗ୍ରହ କରାଯାଇଥିବା ତଥ୍ୟ ସବୁ ଏବଂ ବିଶ୍ଳେଷଣକୁ ଏକ ପ୍ରଭାବଶାଳୀ ଢାଂଚାରେ ଏହି ଜିବିଡ଼ି ରିପୋର୍ଟରେ ସ୍ଥାନିତ କରାଯାଇଛି ।
ପ୍ରତ୍ୟେକ ବର୍ଷ ଏହି ରିପୋର୍ଟଟିକୁ ନୂତନଭାବେ ପ୍ରାପ୍ତ ତଥ୍ୟକୁ ନେଇ ପରିବର୍ଦ୍ଧିତ କରାଯାଉଛି । ବିଭିନ୍ନ ଜନସଂଖ୍ୟା, ବୟସ ବର୍ଗ ଏବଂ ସମୟ କାଳ ଭିତରୁ ମିଳୁଥିବା ସ୍ୱାସ୍ଥ୍ୟ ସୂଚନା ସବୁର ଏଠି ସଙ୍କଳନ କରାଯାଇଥାଏ ।
ବାୟୁ ପ୍ରଦୂଷଣକୁ ନେଇ ତଥ୍ୟ, ବିଶେଷକରି ଏଫ୍.ପି.ଏମ୍. (ଯାହା ପ୍ରଦୂଷଣ ଦ୍ୱାରା ବାୟୁକୁ ଅସ୍ପଷ୍ଟ କରିଦିଏ) ଏବଂ ଓଜନ ସମ୍ପର୍କିତ ତଥ୍ୟ ଅନ୍ୟ ସବୁ ସୂଚନା ସହ ମିଳିତ ଭାବେ ଆକଳନ ପାଇଁ ଭିତିଟିଏ ଯୋଗାଇଦିଏ ଯେ କେତେ ମୃତ୍ୟୁ ବାୟୁ ପ୍ରଦୂଷଣ ଯୋଗୁଁ ଘଟିଛି ଏବଂ କେତେ ବାୟୁ ପ୍ରଦୂଷଣ ଶାରୀରିକ ଅକ୍ଷମତା ସହ ଜିଇଁବା ପାଇଁ ବାଧ୍ୟ କରୁଛି ।
ବିଷାକ୍ତ ପଦାର୍ଥ ବିଶେଷକରି ବାୟୁରେ ଥିବା ଏଫ୍.ପି.ଏମ୍.ର ପ୍ରଭାବରେ ଦୀର୍ଘଦିନ ଧରି ରହିଲେ ହୃଦ୍ରୋଗ, ଶ୍ୱାସରୋଗ ସମେତ ତରୁଣ ଓ ବୃଦ୍ଧ ଉଭୟଙ୍କ କ୍ଷେତ୍ରରେ ବଂଚି ରହିବାର ସମୟକାଳ କମି କମି ଯାଏ । ଗୋଟିଏ କଥା ପ୍ରାୟତଃ ପ୍ରତିଷ୍ଠିତ ହୋଇଯାଇଛି ଯେ, ଓଜନ ସଂସ୍ପର୍ଶରେ ଆସିବା ଯୋଗୁଁ ଶ୍ୱାସନଳୀରେ ପ୍ରତିବନ୍ଧକ ସୃଷ୍ଟି ହୋଇ ରୋଗ ଉତ୍ପନ୍ନ ହେଉଛି ।
ଏଭଳି ଏକ ପୃଷ୍ଠଭୂମିରେ ଉକ୍ତ ରିପୋର୍ଟ ଏହି ସିଦ୍ଧାନ୍ତରେ ପହଂଚିଛି ଯେ, ୨୦୧୫ ମସିହାରେ ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ଯେଉଁ ୪୨ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ସେଥିରୁ ଶତକଡ଼ା ୫୨ଭାଗ ମୃତ୍ୟୁ କେବଳ ଚୀନ୍ ଓ ଭାରତରେ ଘଟିଛି ।
ଚୀନ୍ କିନ୍ତୁ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ସ୍ଥିର ରଖିବା ପାଇଁ ପଦକ୍ଷେପ ନେଇଥିବା ବେଳେ, ଭାରତରେ ମୃତ୍ୟୁସଂଖ୍ୟାଟି ବଢ଼ି ଚାଲିଛି । ଏଥିରେ ସଂଶୟ ସୃଷ୍ଟି କଲାଭଳି କିଛି କାରଣ ନାହିଁ ।
ଗୋଟିଏ ପରେ ଗୋଟିଏ ଶାସନ ଦାୟିତ୍ୱ ନେଉଥିବା ସରକାରମାନେ କେହି ବି ବାୟୁରେ ପ୍ରଦୂଷଣ ସୃଷ୍ଟି କରୁଥିବା ଉପାଦାନଗୁଡ଼ିକର ବୋଝକୁ ହ୍ରାସ କରିବା ପାଇଁ ଯଥେଷ୍ଟ କଠୋର ପଦକ୍ଷେପ ନେବା କ୍ଷେତ୍ରରେ ସଫଳ ହୋଇନାହାନ୍ତି ।
ପୁଣି କେବଳ ଦିଲ୍ଲୀ ଭଳି ମହାନଗରମାନଙ୍କ ଉପରେ ଅଧିକ ଧ୍ୟାନ ଦେଇ ଅନେକ ଛୋଟ ବଡ଼ ସହର ସାମ୍ନା କରୁଥିବା ସଙ୍କଟକୁ ଅଣଦେଖା କରାଯାଇଛି ।
୨୦୧୬ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ.ଏଚ୍.ଓ) ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ୨୦ଟି ସହରର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସେ ଭିତରୁ ୧୦ଟି କେବଳ ଭାରତରେ ହିଁ ଅଛନ୍ତି ଏବଂ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି ଆଲ୍ହାବାଦ, କାନପୁର, ଫିରୋଜାବାଦ ଏବଂ ଲକ୍ଷ୍ନୋ ।
କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ର ୨୦୧୫ ମସିହାରେ ଏକ ଅଧ୍ୟୟନ ମୁତାବକ ଯାହାକି 'ଆମ ନିଜ' ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଛି, ବନାରସ ହେଉଛି ତିନୋଟି ମାତ୍ରାଧିକ ପ୍ରଦୂଷିତ ସହରମାନଙ୍କ ଭିତରୁ ଅନ୍ୟତମ ।
ଡାଭେ ମହାଶୟ ଅନ୍ତତଃ ଏହି ରିପୋର୍ଟଟିକୁ ଅଣଦେଖା କରିବା କଥା ନୁହେଁ । ଦିଲ୍ଲୀ ଭଳି ମହାନଗରୀରେ ପ୍ରଦୂଷଣର ସ୍ତରକୁ ନେଇ ଅଧିକ ତଥ୍ୟ ଦେଇପାରିବା ପାଇଁ ଭିତ୍ତିଭୂମି ଅଛି ।
ବାୟୁ ପ୍ରଦୂଷଣ ଉପାଦାନ (ପି.ଏମ୍. ୧୦ ଓ ପି.ଏମ୍.୨.୫) ଏବଂ ବାୟୁର ଗୁଣମାନ ମାପିବା ପାଇଁ ଦିଲ୍ଲୀରେ ୧୩ଟି ମନିଟର ଦୈନିକ ତଥ୍ୟ ଯୋଗାଇବା ପାଇଁ ଉପଲବ୍ଧ ଥିବାବେଳେ ବନାରସରେ ମାତ୍ର ତିନୋଟି ମନିଟର କାମ କରୁଛି ଏବଂ ସେଥିରୁ କେବଳ ଗୋଟିଏ ହିଁ ପ୍ରଦୂଷଣ ଉପାଦାନ (ପି.ଏମ୍.୨.୫) ସମ୍ପର୍କରେ ତଥ୍ୟ ଯୋଗାଇ
ପାରିଛି ।
କୌଣସି ମନିଟର ବାୟୁର ଗୁଣମାନ ସମ୍ପର୍କରେ ସୂଚନା ଦେଇପାରୁ ନାହାନ୍ତି । ଆମେ ଯଦି ପ୍ରଦୂଷଣର ସ୍ତର ଆମ ସହରମାନଙ୍କରେ କେଉଁ ଭଳି ଅଛି ମାପିବା ପାଇଁ ସକ୍ଷମ ନୁହନ୍ତି, ଆମେ ତେବେ ଆମ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ପ୍ରଭାବ କ'ଣ ପଡ଼ୁଛି ଜାଣିପାରିବା କେମିତି?
ଆମର ବାୟୁ ପ୍ରଦୂଷଣ ମାପିବା ପାଇଁ ଆମ ଭିତିଭୂମିରେ ଯେଉଁ ଦାରୁଣ ସ୍ଥିତି ଲାଗି ରହିଛି, ଆମେ ବିଶ୍ୱ ବାୟୁ ବିବରଣୀଟିକୁ ଗ୍ରହଣ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କିଛି ବାଟ ଅଛି କି?
ବ୍ୟାଧିର ଧାରା ଓ ମୃତ୍ୟୁରେ ବାୟୁ ପ୍ରଦୂଷଣର ପ୍ରଭାବକୁ ନେଇ ଭାରତୀୟ ବିଶେଷଜ୍ଞମାନେ ବିବରଣୀ ପ୍ରସ୍ତୁତ କରିବାପାଇଁ ମନ୍ତ୍ରୀ ଯେଉଁ ପରାମର୍ଶ ଦେଉଛନ୍ତି ଆମେ କ'ଣ ସେ ଯାଏଁ ଅପେକ୍ଷା କରିବା ବାଞ୍ଛନୀୟ ହେବ?
ଆମେ ଯଦି ଦେଶସାରା ସହର, ନଗର ଏବଂ ଗାଁ'ମାନଙ୍କରୁ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହ ଆରମ୍ଭ କରିବା, ତେବେ ଏହି 'ବିଦେଶୀ' ରିପୋର୍ଟରେ ଯାହା କୁହାଯାଇଛି ବାସ୍ତବତାଟି ତା'ଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ବେଶୀ ।
ଅନ୍ୟ ଯେଉଁ ବାସ୍ତବତାଟିକୁ ଆମେ ସହଜରେ ଭୁଲିଯାଉ ତାହା ହେଲା ଯେ ବାୟୁର ଗୁଣମାନ ହ୍ରାସ ହେଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଗରିବ ଜନସାଧାରଣ ।
ଧନୀକ ଶ୍ରେଣୀର ଲୋକେ ବାୟୁକୁ ପ୍ରଦୂଷଣମୁକ୍ତ କରିବାପାଇଁ ବ୍ୟୟବହୁଳ ଉପକରଣମାନ ଘରେ ରଖିବା ଏବଂ ଶୀତତାପ ନିୟନ୍ତ୍ରଣ ମଟରଗାଡ଼ି ବ୍ୟବହାର କରିବା ଦ୍ୱାରା ଏ ସମସ୍ୟାକୁ ଅତିକ୍ରମ କରିପାରନ୍ତି ।
ସାଧାରଣ ବସ୍ ବା ମଟରଗାଡ଼ିରେ, ସାଇକେଲରେ ବା ଚାଲି ଚାଲି ଗଲାବେଳେ ଗରିବ ଲୋକେ ବିଷାକ୍ତ ବାୟୁ ଶ୍ୱାସ ପ୍ରଶ୍ୱାସରେ ନେବା ବ୍ୟତୀତ ସେମାନଙ୍କ ପାଇଁ ଅନ୍ୟ କିଛି ରାସ୍ତା ନାହିଁ । ବିଷର ବୋଝଟି ସେମାନଙ୍କ ପାଇଁ ଅଧିକ ଭାରାକ୍ରାନ୍ତ ହୁଏ ନିଜ ଘରେ ଯେତେବେଳେ ଜାଳେଣି ପାଇଁ ସେମାନେ କାଠ ବା ଗୋବର ବ୍ୟବହାର କରିଥାନ୍ତି ।
ଉପୁଜୁଥିବା ସଙ୍କଟର ଗଭୀରତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନ ହୋଇ ସରକାର ପ୍ରକୃତରେ କୋଟି କୋଟି ଗରିବ ଲୋକଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି : ଯେଉଁମାନେ ହୀନ ସ୍ୱାସ୍ଥ୍ୟ ଓ ପୁଷ୍ଟିହୀନତା ଯୋଗୁଁ ଆଗରୁ ହିଁ ଏକ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ।
FEBRUARY 25 ,2017 VOL L11 NO 8 EPW -11 ( Poisons in the Air) | <urn:uuid:45a47a22-e740-4e0e-a22b-aec1bda1aeb5> | CC-MAIN-2017-26 | http://www.odisha.com/archives/tag/%E0%AC%AA%E0%AD%8D%E0%AC%B0%E0%AC%A6%E0%AD%82%E0%AC%B7%E0%AC%A3 | 2017-06-26T17:12:22Z | s3://commoncrawl/crawl-data/CC-MAIN-2017-26/segments/1498128320841.35/warc/CC-MAIN-20170626170406-20170626190406-00283.warc.gz | ory | 1.000008 | Orya | 40 | {"ory_Orya_score": 1.0000075101852417} |
ବାରିପଦା: ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା, ସରକାରୀ ଅଧିକାରୀଙ୍କୁ ଗାଳି ଓ ହତ୍ୟା ଧମକ ଅଭିଯୋଗରେ ମୟୂରଭଞ୍ଜଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରାଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ମୋଦି, ଜିଲ୍ଲା କୋଷାଧ୍ୟକ୍ଷ ପ୍ରକାଶ ଅଗ୍ରୱାଲଙ୍କୁ ଜେଲ ଯିବାକୁ ପଡ଼ିଛି। ସେମାନଙ୍କ ଜାମିନ୍ ଆବେଦନ ଖାରଜ ହେବାରୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
୨୦୧୬ ମେ' ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟ କେତେକ କର୍ମୀ ମୟୂରଭଞ୍ଜ ଆନ୍ତଃରାଜ୍ୟ ଜାମଶୋଳା ତନଖି ଫାଟକ କାର୍ଯ୍ୟାଳୟରେ ପଶି ଗଣ୍ଡଗୋଳ କରିଥିଲେ। ଏନେଇ ପୂର୍ବତନ ଏସିସିଟିଓ କୁଳମଣି ଭୋଇ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ। କୃଷ୍ଣଚନ୍ଦ୍ର ଓ ଅନ୍ୟ ୩ ଜଣ ମୟୂରଭଞ୍ଜ ସ୍ୱତନ୍ତ୍ର କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଆଜି ସେମାନଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ସ୍ଥାନାନ୍ତରିତ କରାଯାଇଛି। | <urn:uuid:44ae892c-b0fa-4d80-91da-c1dc31307adc> | CC-MAIN-2017-26 | http://odishareporter.in/crime/baripada-bjp-district-presedent-and-other-three-arrest/ | 2017-06-27T20:50:36Z | s3://commoncrawl/crawl-data/CC-MAIN-2017-26/segments/1498128321553.70/warc/CC-MAIN-20170627203405-20170627223405-00003.warc.gz | ory | 0.999922 | Orya | 6 | {"ory_Orya_score": 0.9999219179153442} |
ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ହେଉଛନ୍ତି ଲଙ୍ଗଡା ଘୋଡ଼ା। ଏପରି ଲଙ୍ଗଡା ୧୦୦ ମିଶିଲେ ବି ଜଣେ ପହିଲମାନକୁ ହରାଇ ପାରିବେ ନାହିଁ। ଆଜି ଏପରି ଶଦ୍ଦରେ ଉଭୟଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।
ମମତା ବାନାର୍ଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଦୁଇ ନେତା ମହାଗଠବନ୍ଧନ ନେଇ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ଜୁଏଲଙ୍କୁ ପଚରା ଯିବାରେ ସେ ଏପରି କଟାକ୍ଷ କରିଛନ୍ତି।
ଜୁଏଲ କହିଛନ୍ତି,"ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି। ଉଭୟ (ନବୀନ-ମମତା) ସମ ଦୁଃଖରେ ଦୁଃଖି ଅଛନ୍ତି। ଉଭୟ ଚିଟ୍ଫଣ୍ଡରେ ଛନ୍ଦି ହୋଇଛନ୍ତି। ଏମାନେ ନିଜ ମନ୍ତ୍ରୀ, ନେତା ଓ ସିନେଷ୍ଟାରଙ୍କୁ ଦେଖାଇ ଲୋକଙ୍କୁ ଠକିଛନ୍ତି। ଲୋକଙ୍କ ଅଭିଶାପ ପଡ଼ିବ ଓ ଏମାନେ ଭୋଗିବେ।"
ସେ ଆହୁରି କହିଛନ୍ତି,"ଦୁଇ ରାଜ୍ୟରେ ବିଜେପି ଯେମିତି ଆଗକୁ ବଢିବ ନାହିଁ ସେ ଚେଷ୍ଟାରେ ଦୁଇ ନେତା ଅଛନ୍ତି। ଦିଲ୍ଲୀରେ ଭେଟ୍ଘାଟ ହେଲା। ଆଗକୁ ଓଡ଼ିଶାରେ ହେବ। ଏଥିରୁ ଲାଗୁଛି ବିଜେପିକୁ ରୋକିବାକୁ କିଛିଗୋଟେ ଗଠବନ୍ଧନ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ସେମାନେ ସଫଳ ହେବେ ନାହିଁ।"
ତେବେ ଜୁଏଲଙ୍କ ମନ୍ତବ୍ୟର ଉତ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଛନ୍ତି। ସେ କହିଛନ୍ତି,"ଏପରି ଅଭିଯୋଗ ଭିତ୍ତିହୀନ। ମମତାଙ୍କ ସହ ଭେଟ ନେଇ କୌଣସି କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ।" | <urn:uuid:c825c53c-0bca-49df-9a8a-c9b976f59b7d> | CC-MAIN-2017-26 | http://odishareporter.in/odisha/bhubaneswar-jual-oram-target-naveen-and-mamata/ | 2017-06-27T20:46:28Z | s3://commoncrawl/crawl-data/CC-MAIN-2017-26/segments/1498128321553.70/warc/CC-MAIN-20170627203405-20170627223405-00003.warc.gz | ory | 0.999901 | Orya | 5 | {"ory_Orya_score": 0.9999010562896729} |
ବାଙ୍ଗାଲୋର: କ୍ରିକେଟର୍ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ଦୁଇ ଜଣଙ୍କ ଲଭଷ୍ଟୋରୀ ବିଷୟରେ କାହକୁ ଅଛପା ନାହିଁ। ଏହି ଦୁଇଜଣ ଲୁଚାଛଫା ପ୍ରେମ କରିବା ବଦଳରେ ଏବେ ସର୍ବସମ୍ମୁଖରେ ସମ୍ପର୍କକୁ ସ୍ୱୀକାର କରିବାରେ ଲାଗିଲେଣି। ନିୟମିତ ଭାବେ ଏହି ଦୁଇ ଜଣ ପରସ୍ପରଙ୍କୁ ଭେଟୁଥିବା ସହ ଏହି ପ୍ରେମୀ ଯୁଗଳଙ୍କ ଫଟୋ ସୋସିଆଲ ମିଡିଆରେ ଛାଇ ଗଲାଣି। ନିକଟରେ ବିରାଟ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରୋଫାଇ ପିକ୍ଚର୍ସ ଭାବେ ଅନୁଷ୍କା ଶର୍ମାଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟି ଯାଇଛନ୍ତି। ଏହି ଫଟୋ ଇନ୍ଷ୍ଟାଗ୍ରାମ୍ରେ ଏବେ ଭାଇରାଲ ହେଇଯାଇଛି। କିଛିଦିନ ପୂର୍ବରୁ ବିରାଟ୍ ଆହତ ଥିବାରୁ ଅନୁଷ୍କା ତାଙ୍କୁ ଦେଖା କରିବାକୁ ବାଙ୍ଗାଲୋର ଯାଇଥିଲେ। ଯଦିଓ ବିରାଟ କିମ୍ବା ଅନୁଷ୍କା ସେମାନଙ୍କ ଲଭଷ୍ଟାରୀ ବିଷୟରେ ଖୋଲାଖୋଲି କିଛି କହିନାହାନ୍ତି। ତଥାପି କୋହଲି ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଉଭୟ ଅନୁଷ୍କା ଓ ନିଜ ଫଟୋ ପୋଷ୍ଟ କରି ଲୋକମନଙ୍କୁ ବେସ କିଛି କହିଦେଇଛନ୍ତି । | <urn:uuid:0b69e22c-bb82-4309-b6ae-bbc0ef3e570d> | CC-MAIN-2017-26 | http://odishareporter.in/sports/birat-anuska-love-story/ | 2017-06-27T10:24:52Z | s3://commoncrawl/crawl-data/CC-MAIN-2017-26/segments/1498128321309.25/warc/CC-MAIN-20170627101436-20170627121436-00098.warc.gz | ory | 0.999985 | Orya | 7 | {"ory_Orya_score": 0.9999853372573853} |
ବିଜେପି ସ୍ୱତନ୍ତ୍ର ସଦସ୍ୟତା ଯୁବ ଅଭିଯାନକୁ ଆଶାତୀତ ସଫଳତା ମିଳିଛି । ଚଳିତ ମାସ ମାର୍ଚ୍ଚ ୯, ୧୦ ଓ ୧୧ ଏବଂ ୧୬, ୧୭ ଓ ୧୮ ଦୁଇଦଫାରେ ୬ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା । ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ବଳିଷ୍ଠ ନେତୃତ୍ୱ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାଦାୟୀ ବ୍ୟକ୍ତିତ୍ୱରେ ଅଭିମନ୍ତ୍ରିତ ହୋଇ ହଜାର ହଜାର ଯୁବକ ଓ ଯୁବତୀ ବିଜେପିରେ ସାମିଲ୍ ହୋଇଛନ୍ତି । ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତି ଅନୁରାଗ ଠାକୁରଙ୍କ ଆହ୍ୱାନକ୍ରମେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଏହି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ପଶ୍ଚିମାଂଚଳ ରାଜ୍ୟ ସହ ସମକକ୍ଷ କରିବା ସହ ଭାରତକୁ ବିଶ୍ୱର ଏକ ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ପାଇଁ ମୋଦିଜୀ ଯେଉଁ ସଂକଳ୍ପ ଗ୍ରହଣ କରିଛନ୍ତି ତାହା ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଓ ଦୃଢ଼ତା ସୃଷ୍ଟି କରିଛି । ଅପରପକ୍ଷରେ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ବେକାରୀ ସମସ୍ୟାରେ ଯୁଝି ହେଉଥିବାବେଳେ ବିଜେଡ଼ି ସରକାର ପ୍ରତି ସେମାନଙ୍କର ଆସ୍ଥା ତୁଟିଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଛାତ୍ର ସମାଜ ଓ ଯୁବବର୍ଗ ବିଜେପିକୁ ହିଁ ବିକଳ୍ପ ବୋଲି ଗ୍ରହଣ କରିବା ସହ ଯେଉଁଭଳି ସ୍ୱତଃସ୍ଫୂର୍ତ ଭାବେ ଦଳରେ ସାମିଲ୍ ହୋଇଛନ୍ତି ତାହା ଦଳକୁ ଆହୁରି ଶକ୍ତିଶାଳୀ କରିଛି । ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟର ଦେଢ଼ କୋଟିରୁ ଉଦ୍ଧ୍ୱର୍ ଯୁବ ଓ ଛାତ୍ର ସମାଜ ପାଇଁ ଲଢ଼େଇ କରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିବା ସହ ନବାଗତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । | <urn:uuid:7447d375-9b1f-4fae-9ad4-cb18ed2d4646> | CC-MAIN-2017-26 | http://odishan.com/14780 | 2017-06-23T13:59:19Z | s3://commoncrawl/crawl-data/CC-MAIN-2017-26/segments/1498128320063.74/warc/CC-MAIN-20170623133357-20170623153357-00277.warc.gz | ory | 1.000008 | Orya | 11 | {"ory_Orya_score": 1.0000081062316895} |
ଆଦିପୁସ୍ତକ 31Oriya Bible: Easy-to-Read Version (ERV-OR)
ଛାଡ଼ିବା ସମୟରେ ଯାକୁବ ଦୌଡ଼ି ପଳାଇଲେ
31 ଦିନେ ଯାକୁବ, ଲାବନ ଓ ତା'ର ପୁତ୍ରମାନେ କଥାବାର୍ତ୍ତା ହେଉଥିବାର ଶୁଣିଲେ। ସେମାନେ କହିଲେ, "ଯାକୁବ ସବୁକିଛି ନେଇ ଯାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନେଇ ସେ ଧନୀ ହୋଇଛି।" 2 ଏହା ପରେ ଯାକୁବ ଜାଣି ପାରିଲେ ଯେ ଲାବନ ପୂର୍ବପରି ତା' ସହିତ ବ୍ୟବହାର କରୁ ନାହିଁ। 3 ସଦାପ୍ରଭୁ ଯାକୁବକୁ କହିଲେ, "ତୁମ୍ଭେ ଆପଣା ନିଜ ଦେଶର ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ। ମୁଁ ତୁମ୍ଭ ସହିତ ରହିବି।"
4 ତେଣୁ ଯାକୁବ ପଶୁପଲ ନିକଟକୁ ଯାଇ ତାଙ୍କୁ ଦେଖା କରିବାକୁ ଲେୟା ଓ ରାହେଲକୁ କହିଲେ। 5 ଯାକୁବ ରାହେଲ ଓ ଲେୟାକୁ କହିଲେ, "ମୁଁ ଦେଖୁଛି ଯେ, ତୁମ୍ଭର ପିତା ମୋତେ ଯେପରି ବ୍ୟବହାର କରୁଥିଲେ ସେପରି କରୁ ନାହାନ୍ତି। କିନ୍ତୁ ମୋ' ପିତାଙ୍କର ପରମେଶ୍ୱର ମୋ' ସହିତ ଅଛନ୍ତି। 6 ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁ ପର୍ଯ୍ୟନ୍ତ ଖଟିଛି। 7 ତୁମ୍ଭର ପିତା ମୋତେ ପ୍ରତାରଣା କଲେ। ତୁମ୍ଭର ପିତା ମୋର ବେତନ ଦଶ ଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କଲେ। ସେ ଲାବନକୁ ମୋର କ୍ଷତି କରିବାକୁ ଦେଲେ ନାହିଁ।
8 "ଥରେ ଲାବନ କହିଲେ, 'ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହେବ।' ସେ ଏହା କହି ସାରିବା ପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମୋର ହେଲା। କିନ୍ତୁ ଏହା ପରେ ଲାବନ କହିଲେ, 'ଗାର-ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେହିସବୁ ତୁମ୍ଭର ବର୍ତ୍ତନ ହେବ।' ସେ ଏହା କହିସାରିବା ପରେ, ସମସ୍ତ ପଶୁମାନେ ରେଖାଙ୍କିତ ପଶୁମାନଙ୍କୁ ଜନ୍ମ ଦେଲେ। 9 ତେଣୁ ପରମେଶ୍ୱର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମୋତେ ଦେଲେ।
10 "ସେହି ସମୟରେ ମୁଁ ଏକ ସ୍ୱପ୍ନ ଦେଖିଥିଲି, ଯେଉଁ ପୁଂ ଛାଗ ମାଇ ଛାଗ ସହିତ ସଙ୍ଗମ କଲେ। ସେମାନେ ରେଖାଯୁକ୍ତ ଛିଟିଛିଟିକା ଓ ଦାଗ-ଦାଗ ଏବଂ ବିନ୍ଦୁଚିହ୍ନିତ ହୋଇଥିଲେ। 11 ସେତେବେଳେ ପରମେଶ୍ୱରଙ୍କର ଦୂତ ସ୍ୱପ୍ନରେ ମୋତେ 'ଯାକୁବ' ବୋଲି ଡାକନ୍ତେ!
"ମୁଁ କହିଲି, 'ହଁ ମହାଶୟ, ମୁଁ ଏହିଠାରେ ଅଛି।'
12 "ପରମେଶ୍ୱରଙ୍କ ଦୂତ କହିଲେ, 'ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଙ୍ଗମ କରୁଥିବା ପ୍ରତ୍ୟେକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟିକା ଓ ଦାଗ-ଦାଗ ହୋଇଗଲେ। ମୁଁ ଏହା ହେବାକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ୟବହାର କଲା ମୁଁ ଦେଖିଲି। 13 ମୁଁ ବୈଥେଲ୍ର ସେହି ପରମେଶ୍ୱର। ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମୋ' ପାଖରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏହି ଭୂମି ପରିତ୍ୟାଗ କରି ତୁମ୍ଭର ଗୃହକୁ ଯାଅ।'"
14 ରାହେଲ ଓ ଲେୟା ଉତ୍ତର ଦେଲେ, "ପିତାଙ୍କ ସମ୍ପତ୍ତିକୁ ପାଇବା ପାଇଁ କିଛି ବାକି ନାହିଁ। 15 ଆମ୍ଭେ ତାଙ୍କ ଆଖିରେ ବିଦେଶୀନି ତୁଲ୍ୟ। ସେ କେବଳ ଆମ୍ଭକୁ ତୁମ୍ଭଠାରେ ବିକ୍ରୟ କରି ନାହାନ୍ତି।" ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ଯାହା ଆମ୍ଭମାନଙ୍କର ହେବାର ଥିଲା। 16 ଏଣୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ୱର ଯାହା କହିଲେ, ତୁମ୍ଭେ ତାହା କର।"
17 ତେଣୁ ଯାକୁବ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟରେ ବସାଇଲେ। 18 ତେଣୁ ସେମାନେ ଯାହା ପ୍ରାପ୍ତ ହୋଇଥିଲେ ପଦ୍ଦନ୍ ଅରାମରେ ସମସ୍ତ ଜୀବନ୍ତ ବସ୍ତୁ ଓ ସମ୍ପତ୍ତି ନେଲେ ଏବଂ ଗ୍ଭଲିଗଲେ। ସେମାନେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କିଣାନକୁ ପ୍ରସ୍ଥାନ କଲେ।
19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।
20 ଏବଂ ଯାକୁବ ନ ଜଣାଇ ଦୂରକୁ ଯିବା ପାଇଁ ଲାବନଙ୍କୁ ଠକି ଦେଲେ। 21 ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶୀଘ୍ର ସେ ସ୍ଥାନ ଛାଡ଼ିଲେ। ସେ ଫରାତ୍ ନଦୀ ପାର ହୋଇ ଗିଲିୟଦ ପର୍ବତ ଅଞ୍ଚଳ ଆଡ଼େ ଗ୍ଭଲିଲେ।
22 ତିନି ଦିନ ଯିବାପରେ, ଲାବନକୁ କୁହାଗଲା, ଯାକୁବ ପଳାୟନ କରିଛି। 23 ତେଣୁ ଲାବନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା' ପଛରେ ଗୋଡ଼ାଇଲେ। ସାତ ଦିନ ପରେ ଲାବନ ଯାକୁବକୁ ଗିଲିୟଦର ପର୍ବତମୟ ଦେଶରେ ଭେଟିଲେ। 24 ସେହି ରାତିରେ ପରମେଶ୍ୱର ଲାବନକୁ ସ୍ୱପ୍ନରେ ଦର୍ଶନ ଦେଲେ। ପରମେଶ୍ୱର କହିଲେ, "ସାବଧାନ ହୁଅ! ଯାକୁବ କହିଥିବା ପ୍ରତ୍ୟେକ କଥା ପାଇଁ ସାବଧାନ ହୁଅ।"
ଗ୍ଭେରି ହୋଇଥିବା ଦେବତାଗଣର ଅନୁସନ୍ଧାନ
25 ତା' ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମୟ ଦେଶ ଗିଲିୟଦରେ ଛାଉଣି ପକାଇଲେ।
26 ଲାବନ ଯାକୁବକୁ କହିଲେ, "ତୁମ୍ଭେ କାହିଁକି ମୋତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମୋର ଝିଅମାନଙ୍କୁ ଯୁଦ୍ଧ ବନ୍ଦୀପରି ନେଇଗଲ? 27 ମୋତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମୋତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥା'ନ୍ତି। 28 ତୁମ୍ଭେ ମୋର ନାତି ଓ କନ୍ୟାଗଣଙ୍କୁ ବିଦାୟ କାଳୀନ ଚୁମ୍ବନ କରିବାକୁ ଦେଲ ନାହିଁ। ତୁମ୍ଭେ ଏପରି ଅଜ୍ଞାନ କର୍ମ କାହିଁକି କଲ? 29 ତୁମ୍ଭକୁ ଆଘାତ କରିବା ପାଇଁ ମୋର ଶକ୍ତି ଅଛି। କିନ୍ତୁ ଗତ ରାତିରେ ତୁମ୍ଭ ପିତାଙ୍କର ପରମେଶ୍ୱର ସ୍ୱପ୍ନରେ ମୋତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ। 30 ମୁଁ ଜାଣେ ଯେ ତୁମ୍ଭେ ସ୍ୱଗୃହକୁ ଯିବାକୁ ଗ୍ଭହୁଁଥିଲ। ଯେଉଁଥିପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତୁ ତୁମ୍ଭେ କାହିଁକି ମୋର ଦେବତାମାନଙ୍କୁ ଗ୍ଭେରାଇ ଆଣିଲ?"
31 ଯାକୁବ ଉତ୍ତର ଦେଲେ, "ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ୟାମାନଙ୍କୁ ମୋ'ଠାରୁ ଦୂରେଇ ନେବ। 32 କିନ୍ତୁ ମୁଁ ତୁମ୍ଭର ଦେବତାଗଣଙ୍କୁ ଗ୍ଭେରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ୟା କରାଯିବ। ତୁମ୍ଭର ଲୋକମାନେ ମୋର ସାକ୍ଷୀ ରହିଲେ। ତୁମ୍ଭର ଏଠାରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଦେବତାଗଣଙ୍କୁ ଖୋଜି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନେଇ ପାରିବ।" ରାହେଲ ତାହା ଗ୍ଭେରି କରିଛନ୍ତି ବୋଲି, ଯାକୁବ ଜାଣି ନ ଥିଲେ।
33 ତେଣୁ ଲାବନ ଯାକୁବର ଛାଉଣିରେ ଖୋଜିଲେ। ତା'ପରେ ସେ ଲେୟାର ତମ୍ବୁରେ ଖୋଜିଲେ। ଏହା ପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ତମ୍ବୁରେ ଖୋଜିଲେ। କିନ୍ତୁ ସେଠାରେ ମଧ୍ୟ ସେ ପାଇଲେ ନାହିଁ। ଏହା ପରେ ଲାବନ ରାହେଲର ତମ୍ବୁକୁ ଗଲେ। 34 ରାହେଲ ସେହି ଦେବତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖୋଜିଲେ କିନ୍ତୁ କେଉଁଠାରେ ପାଇଲେ ନାହିଁ।
35 ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, "ମୋ' ଉପରେ କ୍ରୋଧ କର ନାହିଁ। ମୁଁ ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ଅସମର୍ଥ, କାରଣ ମୋର ମାସିକ ଋତୁସ୍ରାବ ହୋଇଅଛି।" ତେଣୁ ଲାବନ ସବୁଆଡ଼େ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।
36 ଏହା ପରେ ଯାକୁବ ବହୁତ କ୍ରୋଧ କଲେ। ଯାକୁବ କହିଲେ, "ମୋର କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମୋତେ ଗୋଡ଼ାଇଲ ଏବଂ ମୋତେ ଅଟକାଇଲ? 37 ମୋର ସମସ୍ତ ଦ୍ରବ୍ୟ ତୁମ୍ଭେ ଖୋଜିଲ କିନ୍ତୁ ତୁମ୍ଭର ଦେବତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତେବେ ତୁମ୍ଭେ ତାହା ଦେଖାଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ। 38 ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସେହି ସମସ୍ତ ସମୟରେ ତୁମ୍ଭର ମେଷ ଓ ଛେଳିଗୁଡ଼ିକ ଗର୍ଭପାତ ହୋଇ ନାହିଁ, କିମ୍ବା ମୁଁ ସେଗୁଡ଼ିକୁ ଖାଇଯାଇ ନାହିଁ। 39 ଯେତେବେଳେ ତୁମ୍ଭର ମେଷ ଓ ଛେଳି ହିଂସ୍ର ଜନ୍ତୁମାନଙ୍କ ଦ୍ୱାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦେଲି ନାହିଁ। କିନ୍ତୁ ମୋର ନିଜର ମେଷ ବା ଛେଳି ତା' ସ୍ଥାନରେ ରଖିଲି। ଯଦି କିଛି ରାତି ବା ଦିନରେ ଗ୍ଭେରି ହେଉଥିଲା ମୋର ନିଜର ପଶୁ ତା' ସ୍ଥାନରେ ଯୋଗାଇଲି। 40 ଦିନର ଖରା ଏବଂ ରାତିର ଥଣ୍ଡାରେ ମୁଁ କାର୍ଯ୍ୟ କରିଛି, ମୁଁ ନ ଶୋଇ ତୁମ୍ଭର ସେବା କଲି। 41 ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧ୍ୟରେ ତୁମ୍ଭେ ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ। 42 ମୋହର ପୂର୍ବପୁରୁଷଙ୍କ ପରମେଶ୍ୱର ଅବ୍ରହାମଙ୍କ ପରମେଶ୍ୱର ଓ ଇସ୍ହାକଙ୍କର ଭୟନାଶକ ପରମେଶ୍ୱର ଯେବେ ମୋ' ସହିତ ନ ଥା'ନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛା ହାତରେ ବିଦାୟ କରିଥା'ନ୍ତ। ପରମେଶ୍ୱର ମୋର ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।"
ଯାକୁବ ଏବଂ ଲାବନର ଚୁକ୍ତି
43 ଲାବନ ଯାକୁବକୁ କହିଲେ, "ତୁମ୍ଭ ସ୍ତ୍ରୀମାନେ ମୋର କନ୍ୟା ଏବଂ ଏହି ପିଲାମାନେ ମଧ୍ୟ ମୋର। ଏବଂ ଏସମସ୍ତ ପଶୁମାନେ ମଧ୍ୟ ମୋର। ଏଠାରେ ଯେତେ ସବୁ ଦେଖୁଛ ତାହା ସବୁ ମୋର। ଏଣୁ ମୋର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ'ଣ କରିବି? 44 ତେଣୁ ଆମ୍ଭେ ଦୁହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହେବ।"
45 ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲେ। 46 ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରସ୍ତର ସଂଗ୍ରହକର, ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସେହି ସ୍ଥାନରେ ସେହି ପଥରଗଦା ଉପରେ ଭୋଜନ କଲେ। 47 ଲାବନ ସେହି ସ୍ଥାନର ନାମ ଦେଲେ ଯିଗର୍-ସାହଦୂଥା [a] କିନ୍ତୁ ଯାକୁବ ସେହି ସ୍ଥାନର ନାମ ରଖିଲେ ଗଲ-ୟଦ।
48 ଲାବନ ଯାକୁବକୁ କହିଲେ, "ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା" ଯେଉଁଥିପାଇଁ ତାହାର ନାମ ଗଲ-ୟଦ ଓ ମିସ୍ପା ରଖିଲେ।
49 ଏହା ପରେ ଲାବନ କହିଲେ, "ସଦାପ୍ରଭୁ ଆମ୍ଭର ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ୟସ୍ଥ ହୁଅନ୍ତୁ।" ଯେତେବେଳେ ଆମ୍ଭେମାନେ ପରସ୍ପରଠାରୁ ଦୂରରେ ରହିବୁ। ତା'ପରେ ସେ ଏହାକୁ ମଧ୍ୟ ଡାକିଲେ: ମିସ୍ପା।
50 ଏହା ପରେ ଲାବନ କହିଲେ, "ଯଦି ତୁମ୍ଭେ ମୋର କନ୍ୟାମାନଙ୍କୁ ଆଘାତ କର ତେବେ ପରମେଶ୍ୱର ତୁମ୍ଭକୁ ଆଘାତ ଦେବେ। ଯଦି ତୁମ୍ଭେ ଅନ୍ୟ ସ୍ତ୍ରୀକୁ ବିବାହ କର ମନେରଖ, ପରମେଶ୍ୱର ଦେଖୁଛନ୍ତି। 51 ଏହିଠାରେ ଯେଉଁ ରାଶି ପୋତା ଯାଇଅଛି ପୁଣି ଆମ୍ଭ ଦୁହିଁଙ୍କର ମଧ୍ୟବର୍ତ୍ତୀ ସ୍ଥାପିତ ଏହି ସ୍ତମ୍ଭ ଦେଖ ଯାହାକି ଆମ୍ଭେ ଚୁକ୍ତି କରିଛୁ। 52 ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହୋଇ ତୁମ୍ଭ ନିକଟକୁ ଯିବି ନାହିଁ। ତୁମ୍ଭେ ମଧ୍ୟ ଏହାକୁ ପାର ହୋଇ ମୋ' ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ। 53 ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କର ପୂର୍ବପୁରୁଷଙ୍କ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଗ୍ଭର କରିବେ।"
ସେତେବେଳେ ଯାକୁବ ପରମେଶ୍ୱରଙ୍କଠାରେ ଶପଥ କଲେ ଯାହା ତାଙ୍କର ପିତା ଇସ୍ହାକଙ୍କର "ଭୟ ବୋଲି କହୁଥିଲେ"। 54 ଏହା ପରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡାକିଲେ। ତହିଁରେ ସେମାନେ ଭୋଜନ କରି ପର୍ବତରେ ରାତ୍ରିସାରା ରହିଲେ। 55 ଏହା ପରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ। ଏହିରୂପେ ଲାବନ ସ୍ୱସ୍ଥାନକୁ ଫେରିଗଲେ।
Footnotes: | <urn:uuid:40e51b39-a691-4cc4-8d57-1335134f2c96> | CC-MAIN-2017-26 | https://www.biblegateway.com/passage/?search=%E0%AC%86%E0%AC%A6%E0%AC%BF%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+31&version=ERV-OR | 2017-06-28T12:37:11Z | s3://commoncrawl/crawl-data/CC-MAIN-2017-26/segments/1498128323680.18/warc/CC-MAIN-20170628120308-20170628140308-00110.warc.gz | ory | 1.000002 | Orya | 15 | {"ory_Orya_score": 1.0000016689300537} |
• ଚୟନ କରାଯାଇଥିବା ଖେଳାଳିମାନଙ୍କୁ ୨୦୨୦ ଏବଂ ୨୦୨୪ ଅଲମ୍ପିକ ପାଇଁ ପ୍ରସ୍ତୁତ କରାଯିବ
• ଦେଶର ୧୦୭ ଜିଲାରେ ଆୟୋଜିତ ହୋଇଥିବା ଟ୍ରାଏଲରେ ୧,୧୩,୪୭୮ ଖେଳାଳି ଯୋଗ ଦେଇଥିଲେ
• ପ୍ରଥମ ସିଜନ୍ରେ ବିଜୟୀ ହୋଇଥିବା ଜିସ୍ନା ମାଥୁ୍ୟ ରିଓ ଅଲମ୍ପିକରେ ଭାଗ ନେଇଥିଲେ
ସାରା ଦେଶରେ ପର୍ଯ୍ୟାୟକ୍ରମେ ଆୟୋଜିତ ହୋଇଥିବା ଟ୍ରାଏଲ ରାଉଣ୍ଡ ପରେ ଗେଲ ଇଣ୍ଡିଆନ ସ୍ପିଡ୍ଷ୍ଟାର ସିଜନ-୨ର ଗ୍ରାଣ୍ଡ ଫିନାଲେ ନୂଆଦିଲ୍ଲୀସ୍ଥିତ ତ୍ୟାଗରାଜ ସ୍ପୋର୍ଟସ କମ୍ପଲେକ୍ସରେ ଆୟୋଜିତ ହୋଇ ଯାଇଛି । ଚୟନ ହୋଇଥିବା ୭ ଜଣ ଖେଳାଳିଙ୍କୁ ଅର୍ନ୍ତଜାତୀୟ ସ୍ତରରେ ହେଉଥିବା ଖେଳକୁଦ ପ୍ରତିଯୋଗିତା ଯେପରିକି ୨୦୨୦ ଏବଂ ୨୦୨୪ ଅଲମ୍ପିକସ୍ରେ ଭାଗ ନେବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଏହି ତୃଣମୂଳସ୍ତରର ଖେଳ ପ୍ରଥମେ ଦେଶର ୧,୧୩,୪୭୮ ପିଲାମାନଙ୍କୁ ନେଇ ଆରମ୍ଭ କରାଯାଇଥିଲା । ଜିଲା ତଥା ଜୋନ ସ୍ତରରୁ ଉତ୍ତୀର୍ଣ୍ଣ ହେବା ପରେ ଏହି ଖେଳାଳିମାନେ ଜାତୀୟ ଶିବିର ନିମନ୍ତେ ଚୟନ କରାଯାଇଛି ।
ମାନ୍ୟବର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେ଼କର ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁର୍ନରୁଦ୍ଧାର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ବିଜୟ ଗୋଏଲ ଏବଂ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଗେଲ (ଇଣ୍ଡିଆ)ର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ବି ସି ତ୍ରିପାଠୀ ଏବଂ ଜାତୀୟ ଚୟନକର୍ତ୍ତା କମିଟି ସଦସ୍ୟମାନେ ଯଥା ଖ୍ୟାତିସମ୍ପନ୍ନ ଧାବିକା ପି.ଟି ଉଷା, ଶ୍ରୀ ଶ୍ରୀରାମ ସିଂ ଶେଖାୱତ, ଅଲମ୍ପିଆନ୍ସ ସୁଶ୍ରୀ ରଚିତା ମିସ୍ତ୍ରୀ, ସୁଶ୍ରୀ ଅନୁରାଧା ବିଶ୍ୱାଳ ଏବଂ ଏସିଆନ୍ ଓ କମନ୍ୱେଲ୍ଥ ଗେମ୍ରେ ମେଡାଲ ପ୍ରାପ୍ତ ସୁଶ୍ରୀ କବିତା ରାଉତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗେଲ ଇଣ୍ଡିଆନ ସ୍ପିଡ୍ଷ୍ଟାର ଜାତୀୟ ଯୁବ କୋ-ଅପରେଟିଭ ସୋସାଇଟି ଲିମିଟେଡ଼୍ ଏବଂ ଆଙ୍ଗଲିଆନ ମେଡାଲ ହଣ୍ଟ କମ୍ପାନୀ ଦ୍ୱାରା ସଂଚାଳନ କରାଯାଉଛି ।
ଭାରତ ସରକାରଙ୍କ ମାନ୍ୟବର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେ଼କର କହିଥିଲେ ଯେ, "ଦେଶର କୋଣ ଅନୁକୋଣରୁ ଆସିଥିବା ଏହି ଯୁବ ପ୍ରତିଭାବାନ ଖେଳାଳିମାନେ ଗେଲ ଇଣ୍ଡିଆନ ରଫ୍ତାରରେ ଯୋଗ ଦେଉଥିବାରୁ ମୁଁ ଅଧିକ ଉତ୍ସାହିତ ଅଛି । ଏଭଳି ଏକ ଅଦ୍ୱିତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଗେଲ କୁ ଅଭିନନ୍ଦନ ଜଣାଉଛି, ଯେଉଁଠାରେ ଏତେ ସଂଖ୍ୟକ ଖେଳାଳି ଭାଗ ନେଇପାରିଛନ୍ତି । ମୁଁ ନିଶ୍ଚିତ ଯେ, ଚୟନ କରାଯାଇଥିବା ଖେଳାଳିମାନେ ବିଜୟୀ ହେବା ସହ ଦେଶ ପାଇଁ ଗର୍ବ ଓ ଗୌରବ ଆଣିପାରିବେ ।"
ଭାରତ ସରକାରଙ୍କ ମାନ୍ୟବର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁର୍ନରୁଦ୍ଧାର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ବିଜୟ ଗୋଏଲ ଏହି ଅବସରରେ କହିଥିଲେ ଯେ, "ସଫଳତାର ସହ ଏଭଳି ଅଦ୍ୱିତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଗେଲ୍ କୁ ଅଭିନନ୍ଦନ ଜଣାଉଛି । ଆମେ ସବୁବେଳେ ଏହିପରି ପ୍ରତିଭା ଅନ୍ୱେଷଣ ପାଇଁ ପ୍ରୟାସ କରୁଛୁ, ଏହି ପ୍ରକାର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦ୍ୱାରା ଆମ ପ୍ରୟାସକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ଅଧିକ ରୁ ଅଧିକ ପ୍ରତିଭାମାନେ ବିଭିନ୍ନ ଖେଳରେ ସୁନାମ ଅର୍ଜନ କରିପାରିବେ ।"
ଧାବିକା ସୁଶ୍ରୀ ପି ଟି ଉଷା ଏହି ଅବସରରେ କହିଥିଲେ ଯେ, "୧୪ ଏବଂ ୧୬ ରୁ କମ୍ ବୟସର ଯୁବ ଖେଳାଳିମାନଙ୍କୁ ସହଯୋଗ କରୁଥିବା ଗେଲ୍ ରଫ୍ତାର ସହିତ ମୁଁ ଆରମ୍ଭ ଉଦ୍ଘାଟନୀ ଦିବସରୁ ଯୋଡ଼ି ହୋଇ ରହିଥିବାରୁ ଖୁସି ଅନୁଭବ କରୁଛି । ଖେଳକୁଦ କ୍ଷେତ୍ରରେ ଏଭଳି ସମର୍ଥନ କେବଳ ବରିÂ ସ୍ତରରେ ଉପଲବ୍ଧ ହୋଇଥାଏ କିମ୍ବା ଯଦି କୌଣସି ପ୍ରତିଭା ପଦକ ଜିତିବା ଆରମ୍ଭ କରିଥାଏ, ଏଭଳି ପ୍ରୟାସ କରାଯାଇଥାଏ ମାତ୍ର ଏହା ଗେଲର ଏକ ସ୍ୱାଗତଯୋଗ୍ୟ ପ୍ରୟାସ ଯେଉଁଠି ଯୁବ ପ୍ରତିଭାମାନଙ୍କୁ ବିଭିନ୍ନ ସୁବିଧା ଉପଲବ୍ଧ କରାଯାଉଛି । ଏଭଳି ପ୍ରତିଭା, କୋଚିଂ ଏବଂ ସମର୍ଥନ ସୁବିଧା ଯାହା ଖେଳାଳିଙ୍କ ପାଇଁ ଉପଲବ୍ଧ କରାଯାଉଛି ତାହା ଦେଖିଲେ, ମୁଁ ଆଶା କରୁଛି ଯେ, ୨୦୨୪ ଅଲମ୍ପିକ୍ସରେ ଆମ ଦେଶର ଆଥଲେଟିକ୍ରେ ଖେଳାଳିମାନେ ନିଶ୍ଚିତ ଭାବେ ପଦକ ଜିତି ପାରିବେ ।
ଗେଲ (ଇଣ୍ଡିଆ) ଲିମିଟେଡ୍ ନିଦେ୍ର୍ଧଶକ ଏଚ୍ଆର୍, ଶ୍ରୀ ପି କେ ଗୁପ୍ତା କହିଥିଲେ ଯେ, ଅଲମ୍ପିକ୍ ମେଡାଲ ଏବଂ ପଡ଼ିଆ ହେଉଛି ପ୍ରତି ଭାରତୀୟଙ୍କ ପାଇଁ ଏକ ସ୍ୱପ୍ନ । ଆମେ ଗେଲ୍ରେ ଏହା ଅନୁଭବ କରିଛୁ ଯେ, ଗେଲ୍ ଇଣ୍ଡିଆନ୍ ସ୍ପିଡ୍ଷ୍ଟାର ମାଧ୍ୟମରେ ତୃଣମୂଳସ୍ତରର ଖେଳାଳି୍ମାନଙ୍କୁ ସାହାଯ୍ୟ କରି ସେମାନଙ୍କ ସ୍ୱପ୍ନକୁ ପୂରା କରିବା ଦିଗରେ ପ୍ରୟାସ କରୁଥିାରୁ ଆମେ ନିଜକୁ ବେଶ୍ ଧନ୍ୟ ମନେ କରୁଛୁ । ଯଦି ଆମ ଯୁବ ପ୍ରତିଭାମାନେ ଅଲମ୍ପିକରେ ମେଡାଲ ଆଣିବାରେ ସକ୍ଷମ ହେବେ ତେବେ ଏହା ଆମ ଦେଶ ପାଇଁ ଏକ ସୁବର୍ଣ୍ଣ ମୁହୂର୍ତ୍ତ ହେବ ।"
ଆଥ୍ଲେଟ୍ିକ୍ସକୁ ଭାରତରେ ଏକ ଖେଳ ଭାବେ ପ୍ରଚାର ଦିଗରେ ଗେଲ୍ ଇଣ୍ଡିଆନ ସ୍ପିଡ୍ଷ୍ଟାର ହେଉଛି ଗେଲ (ଇଣ୍ଡିଆ) ଲିମିଟେଡ଼୍ର ଏକ ଅଭିନବ ପ୍ରୟାସ । ୨୦୨୦ ଏବଂ ୨୦୨୪ ଅଲମ୍ପିକ ପାଇଁ ଖେଳାଳି ଚୟନ କରିବା ଦିଗରେ ଏହା ହେଉଛି ଏକ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ । ଦେଶରେ ଥିବା ୧୧-୧୭ ବର୍ଷ ବୟସର ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରି ୧୦୦ ମିଟର, ୨୦୦ ମିଟର ଏବଂ ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଲିମ ଦେବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଦେଶର ସମୁଦାୟ ୧୦୭ ଜିଲାର ୧,୧୩,୪୭୮ ଖେଳାଳିମାନଙ୍କୁ ନେଇ ଏହି ଖେଳ ଆୟୋଜନ କରାଯାଇଥିଲା । ସେଥିମଧ୍ୟରୁ ୧୧୮ ଖେଳାଳିଙ୍କୁ ଚୟନ କରାଯାଇ ରାଜ୍ୟସ୍ତରୀୟ ଶିବିରକୁ ମନୋନୟନ କରାଯାଇଛି । | <urn:uuid:fcbc4f3a-3d4b-46eb-af11-d39af6bb5871> | CC-MAIN-2017-26 | http://odishan.com/19343 | 2017-06-28T19:03:08Z | s3://commoncrawl/crawl-data/CC-MAIN-2017-26/segments/1498128323730.30/warc/CC-MAIN-20170628185804-20170628205804-00547.warc.gz | ory | 1.000003 | Orya | 7 | {"ory_Orya_score": 1.0000033378601074} |
ଯୀଶୁ କୌଣସି ଏକ ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିଲେକି?
ପ୍ରଶ୍ନ: ଯୀଶୁ କୌଣସି ଏକ ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିଲେକି? ଯଦି ସେପରି ଅଟେ, ତେବେ ସେ ରବିବାର ଦିନ ପୁନରୁତ୍ଥିତ ହୋଇ ସମାଧିରେ କିପରି ତିନିଦିନ ରହିଥିଲେ?
ଉତ୍ତର: ଯୀଶୁ ସପ୍ତାହର କେଉଁ ଦିନ କ୍ରୁଶବିଦ୍ଧ ହୋଇଥିଲେ ସେ ବିଷୟରେ ବାଇବଲ ନିର୍ଦ୍ଧିଷ୍ଟ ଭାବରେ ଦର୍ଶାଏ ନାହିଁ । ଅଧିକ ଲୋକଙ୍କ ମତରେ ଶୁକ୍ରବାର ଓ ବୁଧବାର କ୍ରୁଶବିଦ୍ଧର ଦିନ ଅଟେ । କିଛି ଲୋକ ଅବଶ୍ୟ ଉଭୟ ଶୁକ୍ରବାର ଓ ବୁଧବାର ଯୁକ୍ତିକୁ ମିଶାଇ ଏହାକୁ ଗୁରୁବାର ବୋଲି କୁହନ୍ତି । ମାଥିଉ 12:40ରେ ଯୀଶୁ କହିଲେ "କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତ୍ରି ବୃହତ୍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତ୍ରି ଭୂଗର୍ଭରେ ରହିବେ ।" ଯେଉଁମାନେ ଶୁକ୍ରବାରକୁ କ୍ରୁଶବିଦ୍ଧର ଦିନ ବୋଲି କୁହନ୍ତି ସେ ଯୁକ୍ତିଯୁକ୍ତ ଭାବରେ ତିନିଦିନ ସମାଧିରେ ରହିପାରିଥିବେ । ପ୍ରଥମ ଶତାବ୍ଦୀରେ ଥିବା ଯିହୂଦୀମାନଙ୍କ ମନରେ, କୌଣସି ଏକ ଦିନର କିଛି ଅଂଶକୁ ମଧ୍ୟ ପୂରା ଦିନ ବୋଲି ଧରିନିଆଯାଉଥିଲା । ଯେହେତୁ ଯୀଶୁ ଶୁକ୍ରବାରର କିଛି ସମୟ ସମାଧିରେ ଥିଲେ, ପୂରା ଶନିବାର ଦିନ ଥିଲେ ଓ ରବିବାରର କିଛି ସମୟ ଥିଲେ, ତେଣୁ ସେ ସମାଧିରେ ତିନି ଦିନ ରହିଥିବାର ବିଚାର କରାଯାଇପାରିବ । ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିବା ସପକ୍ଷରେ ଯୁକ୍ତି ମଧ୍ୟରୁ ଗୋଟିଏ ବଡ ଯୁକ୍ତି ମାର୍କ 15:42ରେ ଦେଖାଯାଏ ଯେଉଁଥିରେ ଯୀଶୁ "ବିଶ୍ରାମବାରର ପୂର୍ବ ଦିନ" କ୍ରୁଶବିଦ୍ଧ ହୋଇଥିବାର ଲେଖାଯାଏ । ଯଦି ତାହା ସାପ୍ତାହିକ ବିଶ୍ରାମବାର, ଅର୍ଥାତ୍ ଶନିବାର, ତେବେ ସେହି ଘଟନା ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିବା ବିଷୟକୁ ସମର୍ଥନ କରେ ।
ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିବା ବିଷୟରେ ଆଉ ଏକ ଯୁକ୍ତି ହେଉଛି ମାଥିଉ 16:21 ଓ ଲୂକ 9:22 ପରି ପଦ ଯାହା ଶିକ୍ଷା ଦିଏ ଯେ ଯୀଶୁ ତୃତୀୟ ଦିନରେ ଉଠିବେ; ଅତଏବ, ସେ ପୂରା ତିନି ଦିନ ଓ ତିନି ରାତି ସମାଧିରେ ରହିବାର ଆବଶ୍ୟକତା ନାହିଁ । କିନ୍ତୁ କିଛି ଅନୁବାଦରେ ଏହି ପଦଗୁଡିକରେ ଏହାକୁ "ତୃତୀୟ ଦିନରେ" ବୋଲି ଅନୁବାଦ କରାଯାଇଥିବା ବେଳେ, ସମସ୍ତ ଅନୁବାଦରେ ଏପରି ନାହିଁ ଏବଂ ଏହି ପଦଗୁଡିକୁ "ତୃତୀୟ ଦିନରେ" ବୋଲି ଅନୁବାଦ କରିବା ସବୁଠାରୁ ଭଲ ଅନୁବାଦ ନୁହେଁ । ଆହୁରି ମଧ୍ୟ, ମାର୍କ 8:31 କୁହେ ଯେ ଯୀଶୁ ତୃତୀୟ ଦିନ "ପରେ" ଉଠିବେ ।
ଗୁରୁବାର ଦିନ କ୍ରୁଶବିଦ୍ଧ ସପକ୍ଷରେ ଥିବା ଯୁକ୍ତି ଶୁକ୍ରବାର ମତ ଉପରେ ବଢିଛି ଏବଂ ଏହା ମୁଖ୍ୟତଃ ଯୁକ୍ତି କରେ ଯେ ଖ୍ରୀଷ୍ଟଙ୍କ ସମାଧିପ୍ରାପ୍ତ ଓ ରବିବାର ସକାଳ ମଧ୍ୟରେ ଅନେକ ଗୁଡିଏ ଘଟନା (କିଛି ଲୋକ ଏହାକୁ କୋଡିଏ ପର୍ଯ୍ୟନ୍ତ ବୋଲି ଗଣନା କରନ୍ତି) ଘଟିଛି । ଗୁରୁବାର ମତକୁ ସମର୍ଥନ କରୁଥିବା ଲୋକମାନେ କୁହନ୍ତି ଯେ ଶୁକ୍ରବାର ଓ ରବିବାର ମଧ୍ୟରେ ଥିବା ଏକମାତ୍ର ପୂରା ଦିନ ହେଉଛି ଶନିବାର, ଯାହା ଯିହୂଦୀ ବିଶ୍ରାମବାର ଅଟେ । ଏକ ଅତିରିକ୍ତ ଦିନ ରହିଲେ, ଏହି ସମସ୍ୟା ଉପୁଜେ ନାହିଁ । ଗୁରୁବାରକୁ ସମର୍ଥନ କରୁଥିବା ଲୋକେ ଏହିପରି ଭାବରେ ଯୁକ୍ତି କରନ୍ତି: ଧରନ୍ତୁ ଆପଣ ସୋମବାର ସଂନ୍ଧ୍ୟାରୁ ଆପଣଙ୍କ ସାଙ୍ଗକୁ ଦେଖିନାହାନ୍ତି । ଆପଣ ତାକୁ ପରବର୍ତ୍ତୀ ସମୟରେ ଦେଖିଥିବା ସମୟ ହେଉଛି ଗୁରୁବାର ସକାଳ ଏବଂ ଆପଣ କହୁଛନ୍ତି "ମୁଁ ଆପଣଙ୍କୁ ତିନି ଦିନ ହେଲା ଦେଖିନାହିଁ" ଯଦିଓ ପ୍ରକୃତରେ ଦେଖିବାକୁ ଗଲେ ଏହା 60 ଘଣ୍ଟା (2.5 ଦିନ) ହିଁ ହେଉଛି । ଯଦି ଯୀଶୁ ଗୁରୁବାର ଦିନ କ୍ରୁଶବିଦ୍ଧ ହୋଇଥିଲେ, ତେବେ ଉପରେ ଦିଆଯାଇଥିବା ଉଦାହରଣ ପ୍ରକାରେ ଯୀଶୁଙ୍କ ସମାଧିରେ ରହିବା ତିନି ଦିନ ଭାବେ ବିଚାର କରାଯାଇପାରିବ ।
ବୁଧବାର ମତ ଦର୍ଶାଏ ଯେ ସେହି ସପ୍ତାହରେ ଦୁଇଗୋଟି ବିଶ୍ରାମବାର ରହିଥିଲା । ପ୍ରଥମ ବିଶ୍ରାମବାର (ଯାହା କ୍ରୁଶବିଦ୍ଧର ସଂନ୍ଧ୍ୟା ସମୟରେ ଘଟିଥିଲା) [ମାର୍କ 15:42; ଲୂକ 23:52-54])ରେ ସ୍ତ୍ରୀ ଲୋକମାନେ ସୁଗନ୍ଧି ଦ୍ରବ୍ୟ କିଣିଥିଲେ – ଲକ୍ଷ୍ୟ କରନ୍ତୁ ଯେ ସେମାନେ ବିଶ୍ରାମବାର ପରେ କିଣିଥିଲେ [ମାର୍କ 16:1] । ବୁଧବାର ମତ ଅନୁସାରେ ଏହି "ବିଶ୍ରାମବାର" ନିସ୍ତାରପର୍ବ ଥିଲା (ଲେବୀୟ 16:29-31, 23:24-32, 39 ଦେଖନ୍ତୁ, ଯେଉଁଠି ମହା ବିଶ୍ରାମବାର ସପ୍ତାହର ସପ୍ତମ ଦିନରେ ପଡୁଥିବା ବିଶ୍ରାମବାରକୁ ନିହାତି ବୁଝାଏ ନାହିଁ) । ସେହି ସପ୍ତାହର ଦ୍ବିତୀୟ ବିଶ୍ରାମବାର ସାଧାରଣ ବିଶ୍ରାମବାର ଥିଲା । ଲକ୍ଷ୍ୟ କରନ୍ତୁ ଯେ ଲୂକ 23:56ରେ ଯେଉଁ ସ୍ତ୍ରୀ ଲୋକମାନେ ସୁଗନ୍ଧି ଦ୍ରବ୍ୟ କିଣିଥିଲେ ସେମାନେ ପ୍ରଥମ ବିଶ୍ରାମବାରରେ ଫେରିଥିଲେ ଓ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କରିଥିଲେ, ତା'ପରେ "ବିଶ୍ରାମବାରରେ ବିଶ୍ରାମ ନେଇଥିଲେ ।" ଏହି ଯୁକ୍ତି ଦର୍ଶାଏ ଯେ ସେମାନେ ବିଶ୍ରାମବାର ପରେ ସୁଗନ୍ଧି ଦ୍ରବ୍ୟ କିଣିପାରିବେ ନାହିଁ, ତଥାପି ସେମାନେ ବିଶ୍ରାମବାର ପୂର୍ବରୁ ଏହି ସମସ୍ତ ସୁଗନ୍ଧି ଦ୍ରବ୍ୟକୁ ପ୍ରସ୍ତୁତ କରିପାରିବେ ଯଦି ଦୁଇଗୋଟି ବିଶ୍ରାମବାର ନ ଥାନ୍ତା । ଦୁଇଗୋଟି ବିଶ୍ରାମବାର ଥିବା ମତ ଅନୁସାରେ, ଯଦି ଖ୍ରୀଷ୍ଟ ଗୁରୁବାର ଦିନ କ୍ରୁଶବିଦ୍ଧ ହେଲେ, ତେବେ ମହା ବିଶ୍ରାମବାର (ନିସ୍ତାରପର୍ବ) ଗୁରୁବାରର ସୂର୍ଯ୍ୟାସ୍ତ ପରେ ଆରମ୍ଭ ହୋଇଥାନ୍ତା ଏବଂ ଶୁକ୍ରବାର ସୂର୍ଯ୍ୟାସ୍ତରେ ଶେଷ ହୋଇଥାନ୍ତା ଯାହା ସାପ୍ତାହିକ ବିଶ୍ରାମବାର ଅର୍ଥାତ୍ ଶନିବାର । ସୁଗନ୍ଧି ଦ୍ରବ୍ୟ ପ୍ରଥମ ବିଶ୍ରାମବାର (ନିସ୍ତାରପର୍ବ) ପରେ କିଣିବାର ଅର୍ଥ ହେଉଛି ସେମାନେ ସେଗୁଡିକୁ ଶନିବାରରେ କିଣିଥିଲେ ଓ ବିଶ୍ରାମବାର ପାଳନ କରିବାର ନିୟମ ଭାଙ୍ଗୁ ଥିଲେ ।
ଅତଏବ, ବୁଧବାର ମତ ଦୃଷ୍ଟିକୋଣରୁ, ମାଥିଉ ୧୨:୪୦ର ଆକ୍ଷରିକ ଅର୍ଥରେ ସ୍ତ୍ରୀଲୋକମାନେ ଓ ସୁଗନ୍ଧିଦ୍ରବ୍ୟର ବାଇବଲ ଲେଖା ବାହାରେ ନ ଯାଉଥିବା ଏକମାତ୍ର ବ୍ୟାଖ୍ୟା ହେଉଛି ଖ୍ରୀଷ୍ଟ ବୁଧବାର ଦିନ କ୍ରୁଶବିଦ୍ଧ ହୋଇଥିଲେ । ମହା ବିଶ୍ରାମବାର ପଡୁଥିବା ବିଶ୍ରାମବାର ଗୁରୁବାର ଦିନ ପଡୁଥିଲା, ସ୍ତ୍ରୀ ଲୋକମାନେ ସୁଗନ୍ଧି ଦ୍ରବ୍ୟ କିଣିଥିଲେ (ତାହା ପରେ) ଶୁକ୍ରବାର ଦିନ ସେମାନେ ଫେରିଥିଲେ ଓ ସେହି ଦିନ ହିଁ ସୁଗନ୍ଧି ଦ୍ରବ୍ୟ କିଣିଥିଲେ, ସେମାନେ ଶନିବାର ଦିନ ବିଶ୍ରାମ ନେଇଥିଲେ ଯାହା ସାପ୍ତାହିକ ବିଶ୍ରାମବାର ଥିଲା, ତା'ପରେ ସେମାନେ ରବିବାର ଭୋର ସକାଳୁ ସେହି ସୁଗନ୍ଧି ଦ୍ରବ୍ୟକୁ ସମାଧି ନିକଟକୁ ଆଣିଥିଲେ । ଯୀଶୁ ବୁଧବାର ଦିନ ସୂର୍ଯ୍ୟାସ୍ତ ପାଖାପାଖି ସମୟରେ ସମାଧି ପାଇଥିଲେ, ଯାହା ଯିହୂଦୀମାନଙ୍କ କ୍ୟାଲେଣ୍ଡର ଅନୁଯାୟୀ ଗୁରୁବାର ପଡିଥିଲା । ଯିହୂଦୀ କ୍ୟାଲେଣ୍ଡର ଅନୁଯାୟୀ ଆପଣ ନିମ୍ନ ଅନୁସାରେ ତିନିଦିନ ତିନିରାତି ପାଉଛନ୍ତି – ଗୁରୁବାର ରାତି (ପ୍ରଥମ ରାତି), ଗୁରୁବାର ଦିନ (ପ୍ରଥମ ଦିନ), ଶୁକ୍ରବାର ରାତି (ଦ୍ବିତୀୟ ରାତି), ଶୁକ୍ରବାର ଦିନ (ଦ୍ବିତୀୟ ଦିନ), ଶନିବାର ରାତି (ତୃତୀୟ ରାତି) ଓ ଶନିବାର ଦିନ (ତୃତୀୟ ଦିନ) । ଠିକ୍ କେଉଁ ସମୟରେ ସେ ଉଠିଲେ ତାହା ଆମେ ଜାଣୁନାହୁଁ, କିନ୍ତୁ ଆମେ ଏତିକି ଜାଣିଛୁ ଯେ ସେ ରବିବାର ସୂର୍ଯ୍ୟ ଉଇଁବା ପୂର୍ବରୁ ଉଠିଥିଲେ । ସେ ଶନିବାର ସଂନ୍ଧ୍ୟାର ସୂର୍ଯ୍ୟାସ୍ତ ପରେ ପରେ ଉଠିଥାଇପାରନ୍ତି, ଯାହା ଯିହୂଦୀମାନଙ୍କ ସପ୍ତାହର ପ୍ରଥମ ଦିନର ଆରମ୍ଭ ହେଉଥିଲା । ଶୂନ୍ୟ ସମାଧିକୁ ଶିଷ୍ୟମାନେ ପୂରା ଆଲୋକ ହେବା ପୂର୍ବରୁ (ଯୋହନ 20:1) ଠିକ୍ ସୂର୍ଯ୍ୟାସ୍ତରେ ଦେଖିଥିଲେ (ମାର୍କ 16:2) ।
ବୁଧବାର ମତରେ ଏକ ସାମ୍ଭାବ୍ୟ ସମସ୍ୟା ହେଉଛି ଯେ ଯେଉଁ ଶିଷ୍ୟମାନେ ଯୀଶୁଙ୍କ ସହିତ ଇମ୍ମାୟୁକୁ ଯିବା ରାସ୍ତାରେ ଯାଉଥିଲେ ସେମାନେ ତାହାଙ୍କ ପୁନରୁତ୍ଥାନ ଯେଉଁଦିନ ଥିଲା "ସେହି ଦିନ" ହିଁ ଯାଉଥିଲେ (ଲୂକ 24:13) । ଯେଉଁ ଶିଷ୍ୟମାନେ ଯୀଶୁଙ୍କୁ ଚିହ୍ନିପାରୁନଥିଲେ, ସେମାନେ ଯୀଶୁଙ୍କ କ୍ରୁଶବିଦ୍ଧ ବିଷୟରେ ତାହାଙ୍କୁ କହିଥିଲେ (24:11) ଏବଂ ସେମାନେ କହିଲେ "ଏହି ସମସ୍ତ ଘଟିବାର ଆଜକୁ ତିନିଦିନ ହେଲା" (24:22) । ବୁଧବାରରୁ ରବିବାର ଚାରିଦିନ ହେଉଛି । ଏହାର ଏକ ସାମ୍ଭାବ୍ୟ ବ୍ୟାଖ୍ୟ ଏପରି ହେବ ଯେ ଖ୍ରୀଷ୍ଟ ସମାଧି ପାଇଥିବା କାର୍ଯ୍ୟକୁ ବୁଧବାରରୁ ଗଣନା କରିଥିବେ ଯାହା ଯିହୂଦୀମାନଙ୍କ ଗୁରୁବାରର ଆରମ୍ଭ ହୋଇଯାଉଥିଲା, ଏବଂ ଗୁରୁବାରରୁ ରବିବାର ତିନି ଦିନ ଭାବରେ ଗଣନା କରାଯାଇପାରିବ ।
ଅନେକ ପ୍ରକାର ପଦ୍ଧତି ରହିଥିବାରୁ, ଖ୍ରୀଷ୍ଟ କେଉଁ ଦିନ କ୍ରୁଶବିଦ୍ଧ ହୋଇଥିଲେ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ ନୁହେଁ । ଯଦି ଏହା ଅତି ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତା, ତେବେ ଈଶ୍ବରଙ୍କ ବାକ୍ୟ ସ୍ବଷ୍ଟ ଭାବେ ଏହାର ଦିନ ଓ ସମୟ ଜଣାଇଦେଇଥାନ୍ତେ । ଆମ୍ଭମାନଙ୍କ ଯେଉଁ ବିଷୟ ଗୁରୁତ୍ବପୂର୍ଣ୍ଣ ଅଟେ, ତାହା ହେଉଛି ସେ ମଲେ ଏବଂ ଶାରିରୀକ ଭାବେ ମୃତ୍ୟୁରୁ ଉଠିଲେ । ଏହା ସହିତ ଆଉ ଯେଉଁ ବିଷୟ ସମାନ ରୂପେ ଗୁରୁତ୍ବପୂର୍ଣ୍ଣ ଅଟେ, ତାହା ହେଉଛି – ସମସ୍ତ ପାପୀ ଯେଉଁ ଦଣ୍ଡ ପାଇବାର ଯୋଗ୍ୟ ଅଟନ୍ତି ସେହି ଦଣ୍ଡ ନେବା ପାଇଁ ସେ ମଲେ । ଯୋହନ 3:16 ଏବଂ 3:36 ଉଭୟ କୁହନ୍ତି ଯେ ଆପଣ ତାହାଙ୍କଠାରେ ଆପଣଙ୍କ ବିଶ୍ବାସ ରଖିଲେ ତାହା ଆପଣଙ୍କୁ ଅନନ୍ତ ଜୀବନ ଦେବ! ସେ ବୁଧବାର ଦିନ କ୍ରୁଶବିଦ୍ଧ ହୁଅନ୍ତୁ କି ଗୁରୁବାର ଦିନ କ୍ରୁଶବିଦ୍ଧ ହୁଅନ୍ତୁ କି ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୁଅନ୍ତୁ, ଏହା ସମାନ ଭାବେ ସତ ଅଟେ ।
ଯୀଶୁ କୌଣସି ଏକ ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିଲେକି? ଯଦି ସେପରି ଅଟେ, ତେବେ ସେ ରବିବାର ଦିନ ପୁନରୁତ୍ଥିତ ହୋଇ ସମାଧିରେ କିପରି ତିନିଦିନ ରହିଥିଲେ? | <urn:uuid:0ed9a921-a2a6-4597-b120-87d6e9598395> | CC-MAIN-2017-26 | https://www.gotquestions.org/Oriya/Oriya-three-days.html | 2017-06-28T05:33:40Z | s3://commoncrawl/crawl-data/CC-MAIN-2017-26/segments/1498128322870.59/warc/CC-MAIN-20170628050821-20170628070821-00482.warc.gz | ory | 1.000005 | Orya | 26 | {"ory_Orya_score": 1.0000053644180298} |
ଓଡିଶା ଡଟ କମ ସଂବାଦ ଦାତା
ପୁରୀ, ମଇ ୧୮ (ଓଡିଶା ଡଟ କମ) ଗତ ବର୍ଷ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ସଦ୍ୟଜାତ ଶିଶୁକୁ କୁକୁରୁ ଖାଇଥିବା ଅଭିଯୋଗ ଉପରେ ଜାତୀୟ ମାନବାଧିକାର କମିଶନ ଜିଲ୍ଲା ପ୍ରଶାସନକୁ ସାନି ତଦନ୍ତ ନିର୍ଦେଶ ଦେଇଥିବା ଜଣେ ମାନବଧୀକାର କର୍ମୀ ସୋମବାର କହିଛନ୍ତି ।
୧୧ଅପ୍ରେଲ ୨୦୧୪ ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାରେ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ସଦ୍ୟଜାତ ଶିଶୁକୁ କୁକୁର ଖାଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ମେଡିକାଲ ଅଧିକାରୀମାନଙ୍କୁ ଖବର ଦେଇଥିଲେ । କିନ୍ତୁ ଏହାକୁ ଅତି ହାଲୁକା ଭାବେ ନେଇ ମୃତ ଶିଶୁଟିକୁ କୁକୁର ମୁହଁରୁ ଆଣି କୁଆଡେ ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।
ଏହି ଶିଶୁଟି କାହାର ଓ କୁକୁର ଆକ୍ରମଣରେ ଏହାର ମୃତ୍ୟୁ ଘଟିଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା । ଏଭଳି ଘଟଣା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ସେହି ମାସ ୧୪ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ଏ ଘଟଣାରେ ଏନଏଚଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ।
ସେ ସିଧାସଳଖ ଏହି ଘଟଣାକୁ ଅସ୍ୱୀକାର ନ କରି ଘଟଣା ଦିନ କୌଣସି ନବଜାତ ଶିଶୁର ମୃତ୍ୟୁ ଘଟିନାହିଁ ବୋଲି ରିପୋର୍ଟରେ ଦର୍ଶାଇଥିଲେ। କମିଶନ ଏହା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଅଭିଯୋଗ କଥାକୁ ଏହି ରିପୋର୍ଟରେ ଅସ୍ୱୀକାର କରାଯାଇନାହିଁ । ତେଣୁ ଯଦି ଏଭଳି ଘଟଣା ଘଟିଥାଏ, ତେବେ ଏହି ଶିଶୁଟି କାହାର ? ଏହି ଶିଶୁର ଶବ କିପରି କୁକୁର ହାବୁଡରେ ପଡିଲା ?
ଏ ସମ୍ପର୍କରେ ପୁଲିସକୁ ଖବର ଦିଆଗଲା ନାହିଁ କାହିଁକି ? କେହି ପିଲାଟିକୁ ସେଠାରେ ଛାଡି ଚାଲି ଯାଇ ନଥିଲା ତ ? ତେଣୁ ସ୍ୱାସ୍ଥ୍ୟ ସଚିବଙ୍କ ରିପୋର୍ଟ ଉପରେ ଭରସା ନକରି ଏହି ଘଟଣାର ସଂପୂର୍ଣ ତଦନ୍ତ କରିବା ଲାଗି କମିଶନ ପୁରୀ ଏସ୍.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତଦନ୍ତ ବେଳେ କମିଶନ ଉଠାଇଥିବା ପ୍ରଶ୍ନଗୁଡିକ ପ୍ରତି ଧ୍ୟାନ ଦେବାକୁ ଏସ୍.ପି.ଙ୍କୁ କୁହାଯାଇଛି । ଘଟଣାକୁ ଚାପି ଦେବାକୁ ଚେଷ୍ଟା କରି କମିଶନଙ୍କ ନିକଟରେ ସ୍ୱାସ୍ଥ୍ୟ ବିଭାଗ ମିଥ୍ୟା ରିପୋର୍ଟ ଦାଖଲ କରିଛି ବୋଲି ଆବେଦନକାରୀ ଅଖଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଓଡିଶା ଡଟ କମ | <urn:uuid:bcf0978e-7ea6-4ce5-9a5a-b6361a559ffb> | CC-MAIN-2017-26 | http://www.odisha.com/archives/tag/%E0%AC%B6%E0%AC%BF%E0%AC%B6%E0%AD%81 | 2017-06-23T17:24:14Z | s3://commoncrawl/crawl-data/CC-MAIN-2017-26/segments/1498128320077.32/warc/CC-MAIN-20170623170148-20170623190148-00683.warc.gz | ory | 0.999996 | Orya | 43 | {"ory_Orya_score": 0.9999959468841553} |
- ମୋଦିଙ୍କ ଗରୀବ କଲ୍ୟାଣ ଯୋଜନା ପ୍ରତି ଲୋକ ମାନଙ୍କର ସମର୍ଥନ ବୃଦ୍ଧି ହେଉଛି – ବିଜେଡିର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ କୁମ୍ଭୀର କାନ୍ଦଣା
- ମୋଦି ସରକାରରେ ଓଡିଶାକୁ ସର୍ବାଧିକ ଆର୍ଥିକ ସହାୟତା ମିଳିଛି, ଏହା ତଥ୍ୟ, ବିଜେଡିକୁ ବିତର୍କ ପାଇଁ ଆହ୍ୱାନ
- ୩୬ ହଜାର ବୁଥରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ବିଜେପିର ଚାଲିଛି ପ୍ରସ୍ତୁତି
ଆଗାମୀ ଏପ୍ରିଲ ୧୫-୧୬ରେ ଭୁବନେଶ୍ୱରରେ ଅନୁÂିତ ହେଉଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ୨୦୧୯ ମସିହାର ସାଧାରଣ ନିର୍ବାଚନ ପାଇଁ ଦଳ ଦିଶାଦର୍ଶିକା ପ୍ରସ୍ତୁତ କରିବ ଓ ସାରା ଦେଶ ସମେତ ଓଡିଶା ଏଥିରୁ ଲାଭ ପାଇବ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ନିକଟ ଅତୀତରେ ଅନୁÂିତ ଉତର ପ୍ରଦେଶ ସମେତ ପାଂଚୋଟି ରାଜ୍ୟର ନିର୍ବାଚନ ହେଉ ଅଥବା ମହାରାଷ୍ଟ୍ର, ଗୁଜରାଟ ଓ ଓଡିଶାର ନଗରପାଳିକା ଓ ପଂଚାୟତ ନିର୍ବାଚନ ଅଥବା ପଶ୍ଚିମ ବଙ୍ଗରେ ୨୦୧୪ରେ ଯେଉଁ ଜନ ସମର୍ଥନ ମିଳିଥିଲା ତା ଠାରୁ ଆହୁରି ତୀବ୍ରତାର ସହିତ ଜନ ସମର୍ଥନ ବୃଦ୍ଧି ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିମୁଦ୍ରୀକରଣ ପରି ଦୃଢ ପଦକ୍ଷେପ ଓ ଦେଶର ସାଧାରଣ ଗରୀବ ଲୋକଙ୍କ ପାଇଁ ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ପାଇଁ ଯେପରି ଜନ ସମର୍ଥନ ବୃଦ୍ଧି ପାଇଛି ୨୦୧୯ ନିର୍ବାଚନ ପୂର୍ବରୁ ଏହି ସବୁ ଯୋଜନାକୁ କିପରି ଆହୁରି ଲୋକାଭିମୁଖୀ କରା ଯାଇ ପାରିବ ଏଥି ପାଇଁ ଏହି ବୈଠକରେ ଖସଡା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ
ପ୍ରଧାନ କହିଛନ୍ତି ।
ବିଜେଡିର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ସଂସଦରେ ଉତଥାପନ ମାମଲାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେଡି ପାର୍ଲାମେଂଟର ଶେଷ ଦିନରେ କୁମ୍ଭୀର କାନ୍ଦଣା କାନ୍ଦୁଛି । ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇବା ପାଇଁ ଏହା ହେଉଛି ମୁହଁ ଫୁଟାଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚତୁର୍ଦଶ ଅର୍ଥ କମିଶନ ସୁପାରିଶରେ ଓଡିଶାକୁ ସବୁଠୁ ଅଧିକ ଅର୍ଥ ମିଳିଛି । ମୁଖ୍ୟମନ୍ତ୍ରୀ ନିଜେ ଚାରିଟି ରେଳ ବଜେଟରେ କେନ୍ଦ୍ର ସରକାରଙ୍କର ପ୍ରଶଂସା କରିଛନ୍ତି । ରାଜ୍ୟରେ ପାଂଚଟି ମେଡିକାଲ
କଲେଜକୁ ଅର୍ଥ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଦାବି କରୁଛି । ଏହି ମେଡିକାଲ କଲେଜ ନିର୍ମାଣରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଯୋଗାଉଛି । ଗରୀବ ଲୋକ ମାନଙ୍କ ପାଇଁ ପକ୍କା ଘର ଚଳିତ ବର୍ଷ କେନ୍ଦ୍ରୀୟ ଯୋଜନାରେ ୩ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଥିବା ରାଜ୍ୟ ସରକାର ତାଙ୍କର ବଜେଟରେ କହିଛନ୍ତି । ତାଙ୍କ ଅଭିଯୋଗ ସତ୍ୟ ନା ଏହି ତଥ୍ୟ ସତ୍ୟ ବୋଲି ଶ୍ରୀ ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି । ତଥ୍ୟ ଆଧାରରେ ବିତର୍କ କରିବା ପାଇଁ ଶ୍ରୀ ପ୍ରଧାନ ବିଜେଡିକୁ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ୩୬ ହଜାର ବୁଥରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ବିଜେପି ଲାଗିଛି । ଗତ ପଂଚାୟତ ନିର୍ବାଚନରେ ବହୁ ଶିକ୍ଷିତ, ସ୍ୱଚ୍ଛ, ନିର୍ଭୀକ, ଲଢୁଆ ଓ ସ୍ୱାଭିମାନୀ ଲୋକ ମାନେ ନିର୍ବାଚନ ଜିତିଛନ୍ତି ଓ ହାରିଛନ୍ତି ମଧ୍ୟ । ଯୁବ ବର୍ଗର ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ବିଜେପିରେ ମିଶିବା ପାଇଁ ଯେଉଁ ଆଗ୍ରହ ଦେଖା
ଯାଉଛି, ସେମାନଙ୍କୁ ଦଳରେ ମିଶାଇ ରାଜ୍ୟରେ ଦଳକୁ ଆହୁରି ଶକ୍ତିଶାଳୀ କରିବା କ୍ଷେତ୍ରରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । | <urn:uuid:a15c8ac3-9811-4aa9-84f2-3e831bcfdd00> | CC-MAIN-2017-30 | http://odishan.com/19130 | 2017-07-28T16:46:05Z | s3://commoncrawl/crawl-data/CC-MAIN-2017-30/segments/1500550975184.95/warc/CC-MAIN-20170728163715-20170728183715-00031.warc.gz | ory | 1.000007 | Orya | 5 | {"ory_Orya_score": 1.0000070333480835} |
1ତା'ହେଲେ ମୁଁ ପ୍ରଶ୍ନ କରୁଛି: "କ'ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?" ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ। 2ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ? 3ଏଲିୟ କହିଥିଲେ: "ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦୀ ସବୁ ଭାଙ୍ଗିଛନ୍ତି। କେବଳ ମୁଁ ଜଣେ ଭବିଷ୍ୟଦ୍ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି।" 4କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ'ଣ ଥିଲା? "ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।" 5ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି। 6ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା'ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା'ନ୍ତା ତେବେ ଅନୁଗ୍ରହର କ'ଣ ବା ଅର୍ଥ ହେବ? ତା'ହେଲେ କ'ଣ ହେଲା? 7ଇସ୍ରାଏଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ଼ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ। 8ଶାସ୍ତ୍ରରେ ଯେପରି ଲେଖା ଅଛି: "ପରମେଶ୍ୱର ଲୋକମାନଙ୍କୁ ଜଡ଼ତାର ଆତ୍ମାଦେଲେ।" "ସେମାନେ ସତ୍ୟକୁ ଦେଖି ନ ପାରନ୍ତି ସେଥିପାଇଁ ପରମେଶ୍ୱର ସେମାନଙ୍କର ଆଖି ବନ୍ଦ କରିଦେଲେ, ସେମାନେ ସତ୍ୟକୁ ଶୁଣି ନ ପାରନ୍ତୁ ସେଥିପାଇଁ ପରମେଶ୍ୱର ସେମାନଙ୍କର କାନ ବନ୍ଦ କରିଦେଲେ। ଏହି ଦଶା ଏବେ ସୁଦ୍ଧା ଲାଗି ରହିଛି।" 9ଦାଉଦ କୁହନ୍ତି: "ସେ ଲୋକମାନେ ନିଜର ଭୋଜନରେ ଚ୍ଛନ୍ଦି ଓ ବାନ୍ଧି ହୋଇ ଯାଆନ୍ତୁ, ତାହାଙ୍କର ପତନ ହେଉ ଓ ସେମାନଙ୍କୁ ଦଣ୍ଡ ମିଳୁ। 10ସେମାନଙ୍କର ଆଖି ସତ୍ୟକୁ ଦେଖି ନ ପାରିବା ପାଇଁ ବନ୍ଦ ହୋଇଯାଉ। ସର୍ବଦା ପାଇଁ ସେମାନଙ୍କର ଅଣ୍ଟା ନଇଁ ପଡ଼ୁ।" 11ତା'ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି। ବରଂ ସେମାନଙ୍କର ଭୁଲ୍ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ୱାରା ଯିହୂଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗୃତ ହେଲା। 12ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ୱରୂପ ହେଲା, ସେମାନେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦେଲା। ତେଣୁ ପରମେଶ୍ୱର ଯାହା ଗ୍ଭହୁଁଛନ୍ତି ସେହି ଅନୁସାରେ ପୂର୍ଣ୍ଣ ସଂଖ୍ୟକ ଯିହୂଦୀମାନେ ଯେତେବେଳେ ଗ୍ଭଲିବେ, ସେତେବେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରାରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ! 13ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି। 14ମୁଁ ଆଶାକରେ ଯେ ନିଜ ଲୋକ ମାନଙ୍କ ଭିତରେ ଉଦ୍ଯୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି। 15ଯିହୂଦୀମାନଙ୍କୁ ପରମେଶ୍ୱର ଅସ୍ୱୀକାର କରି ଦେଲାପରେ, ସେ ଜଗତର ଅନ୍ୟଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା। 16ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା'ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚେର ପବିତ୍ର, ତା'ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର। 17ଧରିନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡ଼ିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଙ୍ଗଲୀ ଜୀତଗଛର ଶାଖାଗୁଡ଼ିକ ଆଣି ପ୍ରଥମ ଗଛ ସହିତ ସଂଯୁକ୍ତ କରାହେଲା। ତୁମ୍ଭେ ଅଣଯିହୂଦୀମାନେ ସେହି ଜଙ୍ଗଲୀ ଜୀତଗଛ ଭଳି। ତୁମ୍ଭେମାନେ ସେହି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ। 18ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳଗୁଡ଼ିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି। 19ତୁମ୍ଭେମାନେ କହି ପାର, "ସେ ଗଛର ଡାଳଗୁଡ଼ିକ ଭାଙ୍ଗି ପଡ଼ିବାରୁ ମୁଁ ତା' ସହିତ ସଂଯୁକ୍ତ ହେଲି।" 20ଏହା ସତ୍ୟ କିନ୍ତୁ ସେ ଡାଳଗୁଡ଼ିକ ଭାଙ୍ଗି ପଡ଼ିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର। 21ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡ଼ିକୁ ଭାଙ୍ଗିଦେଲେ, ତା'ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବେ। 22ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା'ହେଲେ ତୁମ୍ଭେମାନେ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ। 23ଯିହୂଦୀମାନେ ଯଦି ପୁନଃ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତା'ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରିନେବେ। ସେମାନଙ୍କୁ ନିଜ ପୂର୍ବ ସ୍ଥାନ ଦେବା ପାଇଁ ପରମେଶ୍ୱର ସମର୍ଥ ହେବେ। 24ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୂଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ। 25ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ । ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା'ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ। 26ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି: "ସିୟୋନଠାରୁ ଉଦ୍ଧାରକର୍ତ୍ତା ଆସିବେ। ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ। 27ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ ଏହି ଚୁକ୍ତି କରିବା।" 28ଯିହୂଦୀମାନେ ସୁସମାଗ୍ଭର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି। 29ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। 30ଆଗରୁ ତୁମ୍ଭେମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ କରିଛ। 31ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। 32ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ। 33ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। 34କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ: "ପ୍ରଭୁଙ୍କର ମନକୁ କିଏ ଜାଣିଛି? କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?" 35"କିଏ କେବେ ହେଲେ ପରମେଶ୍ୱରଙ୍କୁ କ'ଣ ବା ଦେଇଛି? ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।" 36ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।
Copyrighted Material | <urn:uuid:30f33a42-0cae-477d-89d6-6f9fc4ccb245> | CC-MAIN-2017-30 | http://www.bible.is/ORYWTC/Rom/11 | 2017-07-21T19:13:13Z | s3://commoncrawl/crawl-data/CC-MAIN-2017-30/segments/1500549423808.34/warc/CC-MAIN-20170721182450-20170721202450-00587.warc.gz | ory | 1.000003 | Orya | 25 | {"ory_Orya_score": 1.0000026226043701} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ଵର,୧୮ ଜୁନ (ଓଡିଶା ଡଟ୍ କମ୍): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ ପୁତ୍ର ଶିଶିରଙ୍କ ସହ ଗୁରୁବାର ଭାରତୀୟ ଜନତା ପାର୍ଟିର ଭୁବନେଶ୍ଵରରେ ସ୍ଥିତ ରାଜ୍ୟ କାର୍ଯ୍ୟାଳୟକୁ ଆସି ସେଠାରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି ।
ତାଙ୍କୁ ଦଳୀୟ ନେତା ସ୍ଵାଗତ କରିଥିବା ବେଳେ ରାଜ୍ୟ ବିଜେପି ସଭାପତି କନକ ବର୍ଧନ ସିଂହଦେଓ ଦଳୀୟ କ୍ୟାପ ପିନ୍ଧାଇ ଥିଲେ । ଅନ୍ୟ ଯେଉଁ ବରିଷ୍ଠ ନେତା ଏହି ସମୟରେ ଉପସ୍ଥିତ ଥିଲେ ସେମାନେ ହେଲେ ପାର୍ଟି ର ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦକ ରାମଲାଲା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହା ପୂର୍ବରୁ ଜୁନ ୧୨ ତାରିଖରେ ଗିରିଧର ଓ ତାଙ୍କ ପୁଅ ଶିଶିର ବିଜେପି ଅଧ୍ୟକ୍ଷ ଅମିତ ସାହାଙ୍କୁ ନୂଆଦିଲ୍ଲୀରେ ଭେଟି ପାର୍ଟିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସାହା ଏହି ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ନେତୃତ୍ଵଙ୍କୁ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାର୍ଟିରେ ଉପଯୁକ୍ତ ସମ୍ମାନ ନ ମିଳିବା ତଥା ବାରମ୍ବାର ଅପମାନିତ ହେବା ଦର୍ଶାଇ ଗିରିଧର ଗମାଙ୍ଗ ମଇ ୩୦ ତାରିଖ ଦିନ କଂଗ୍ରେସ ପାର୍ଟି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ ।
୭୨ ବର୍ଷ ବୟସ୍କ ଗମାଙ୍ଗ ଫେବୃୟାରୀ ୧୭ ୧୯୯୯ ରୁ ଡିସେମ୍ବର ୬ ୧୯୯୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ଅତୀତ ରେ ନଅ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।
ପୂର୍ବରୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ସହ ନୂଆଦିଲ୍ଲୀ ରେ ସାକ୍ଷାତ ଆଲୋଚନା କରିଥିବାରୁ ଗମାଙ୍ଗ ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚା ହୋଇଥିଲା ।
ଓଡିଶା ଡଟ୍ କମ୍ | <urn:uuid:0b298841-3f20-47f8-945b-238622b07e91> | CC-MAIN-2017-30 | http://www.odisha.com/archives/tag/%E0%AC%B6%E0%AC%BF%E0%AC%B6%E0%AC%BF%E0%AC%B0 | 2017-07-28T12:58:20Z | s3://commoncrawl/crawl-data/CC-MAIN-2017-30/segments/1500550967030.98/warc/CC-MAIN-20170728123647-20170728143647-00229.warc.gz | ory | 1.000005 | Orya | 83 | {"ory_Orya_score": 1.000004529953003} |
ପ୍ରଫୁଲ ଦାଶ
ଭୁବନେଶ୍ୱର, ଅପ୍ରେଲ ୧୩ (ଓଡ଼ିଶା ଡ଼ଟ୍ କମ୍)- ରାଜଧାନୀ ଭୁବନେଶ୍ୱରକୁ ଏକ ସମୃଦ୍ଧ, ବିକଶିତ ଓ ସବୁଜିମା ସହରରେ ପରିଣତ କରିବା ପାଇଁ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ସମେତ ବିଶିଷ୍ଠ ବ୍ୟକ୍ତି ମାନେ ଆହ୍ୱାନ ଦେଇଛନ୍ତି ।
୬୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଏବଂ ରାଜଧାନୀ ମହୋତ୍ସବ ପାଳନ ଅବସରରେ ଶନିବାର ପୂର୍ବାହ୍ନରେ ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକ ନିକଟରେ ଆୟୋଜିତ ଏକ ଚିତ୍ତାକର୍ଷକ ବେସାମରିକ ପ୍ୟାରେଡ଼୍ ରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବାଚସ୍ପତି ଶ୍ରୀ ଅମାତ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଉତ୍ସବରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, ଭୁବନେଶ୍ୱରର ଏକ ଗୌରବମୟ ଐତିହ୍ୟ ପରଂପରା ରହିଛି । ଆଜକୁ ୫୦ବର୍ଷ ପୂର୍ବେ ରାଜଧାନୀର ସୌନ୍ଦର୍ଯ୍ୟ ଓ ପରିବେଶ ଯେଭଳି ଉନ୍ନତମାନର ଥିଲା, ତାହା କ୍ରମଶଃ କ୍ଷୟ ହେବାରେ ଲାଗିଛି । ପୂର୍ବର ସେହି ପରିବେଶକୁ ପୁଣି ଫେରାଇ ଆଣିବାକୁହେଲେ ଅଧିକ ବୃକ୍ଷରୋପଣ ସହିତ ରାଜଧାନୀକୁ ଏକ ସବୁଜ ସହରରେ ପରିଣତ କରିବାକୁ ପଡ଼ିବ ।
ଏ ଦିଗରେ ସରକାର ଓ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ଏହି ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ରାଜଧାନୀର ଯୋଜନାବଦ୍ଧ ବିକାଶ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହାର କଳେବର ବୃଦ୍ଧି ନିମନ୍ତେ କେତେକ ସୁଚିନ୍ତିତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରକାଶ କରିଥିଲେ ।
ନଗରଉନ୍ନୟନ ଓ କୃଷି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ରାଜଧାନୀର ସମସ୍ତ ନାଗରିକଙ୍କୁ ସୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭୁବନେଶ୍ୱର ଏକ ଅଗ୍ରଗଣ୍ୟ ସହରରେ ପରିଣତ ହେବାକୁ ଯାଉଥିବାରୁ ସ୍ଥାନୀୟ ଯୁବକମାନେ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ ।
ଶକ୍ତି ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅରୁଣ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜଧାନୀର ଅତୀତ ଇତିହାସ ଓ ଗୌରବମୟ ପରଂପରା ସଂପର୍କରେ ସୂଚନା ଦେଇଥିଲେ । ରାଜଧାନୀର ବିକାଶ ଓ ଉନ୍ନତି ନିମନ୍ତେ ବିଭିନ୍ନ ସରକାରୀ ସଂସ୍ଥାର ଭୂମିକା ଅପେକ୍ଷା ନାଗରିକ ମାନଙ୍କ ଦାୟିତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରି ଶ୍ରୀ ସାହୁ ରାଜ୍ୟସରକାର ଭୁବନେଶ୍ୱର ସହର ପାଇଁ ଏକ ଭିଜନ ଡ଼କୁମେଣ୍ଟ୍ ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ ।
ପ୍ରଥମ ମାଷ୍ଟର ପ୍ଲାନ୍ ରେ ୪୦ହଜାର ଲୋକସଂଖ୍ୟାକୁ ନେଇ ଭୁବନେଶ୍ୱର ସହର ଗଠିତ ହୋଇଥିଲା । ୧୯୫୧ରେ ଭୁବନେଶ୍ୱରର ଜନସଂଖ୍ୟା ୧୬,୫୧୨ ଥିଲା ବେଳେ ୨୦୧୧ଜନଗଣନାରେ ମହାନଗର ନିଗମର ଜନସଂଖ୍ୟା ୮,୮୧,୯୮୮ ହେଲାଣି । ୨୦୧୫ବେଳକୁ କଟକ ଓ ଆଖପାଖକୁ ମିଶାଇ ୫୦ଲକ୍ଷ ହେବାର ସମ୍ଭାବନା ଅଛି ବୋଲି ସେ କହିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱରର ସାଂସଦ ତଥା କବି ଡ଼ଃ. ପ୍ରସନ୍ନ କୁମାର ପାଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି,ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ଭାଗିରଥି ବଡ଼ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସୂଚନା ଓ ଓଡ଼ିଶାର ବିଭିନ୍ନ ଫଟୋ ସ୍ଥାନୀତ ହୋଇଥିଲା ।
ଏଥିରେ ବିଭାଗୀୟ ନିଦେ୍ର୍ଧଶକ ଦେବେନ୍ଦ୍ର ପ୍ରସାଦ ଦାସ, ଭୁବନେଶ୍ୱର ଏଡ଼ିଏମ୍ ମନୋଜ କୁମାର ପଟ୍ଟନାୟକ, ସୂଚନାଅଧିକାରୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକସଂପର୍କ ବିଭାଗର ନିଦେ୍ର୍ଧଶକ ଦେବେନ୍ଦ୍ର ପ୍ରସାଦ ଦାସ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ତଥା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପାଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ସୈନିକ ସ୍କୁଲର ପ୍ରିନ୍ସିପାଲ୍ ଗ୍ରୁପ୍ କ୍ୟାପ୍ଟେନ୍ କେ.ସି. ତାନେଜା, ଜିଲ୍ଲା ଶିକ୍ଷାଅଧିକାରୀ ରାଧାମୋହନ ପଣ୍ଡା, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଏବଂ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନ୍ଦନା ମହାପାତ୍ର ପ୍ରମୁଖ ଯୋଗଦେଇ ସମବେତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ରାଜଧାନୀର ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ଚିନ୍ତାମଣିଶ୍ୱର ସ୍ଥିତ ଶାରଳା ଡ଼୍ୟାନ୍ସ୍ ଗ୍ରୁପ୍ର କୁନିକୁନି ପିଲାମାନେ ଅତିଥି ମାନଙ୍କୁ ନୃତ୍ୟ ମାଧ୍ୟମରେ ସ୍ୱାଗତ ସଂବର୍ଦ୍ଧନା ଜଣାଇଥିଲେ । ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସଂପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ କମିଟିର ଉପସଭାପତି ତଥା ବିରଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଚିତ୍ତାକର୍ଷକ ପ୍ୟାରେଡ଼୍ ରେ ରାଜଧାନୀ ଭୁବନେଶ୍ୱରର ସରକାରୀ, ଇିଂରାଜୀ ମାଧ୍ୟମ ସ୍କୁଲ ଓ କଲେଜର ମୋଟ ୫୪ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏ ପ୍ୟାରେଡ଼୍ କୁ ୬ନମ୍ବର ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଷମା ମହାନ୍ତି ପରିଚାଳନା କରିଥିବା ବେଳେ ତାଙ୍କୁ ସେହି ସ୍କୁଲର ଶିକ୍ଷୟତ୍ରୀ ଅର୍ଚ୍ଚନା ଜେନା, ସେଣ୍ଟ୍ ଜୋସେଫ୍ ହାଇସ୍କୁଲ୍ର ଶିକ୍ଷୟତ୍ରୀ ହରପ୍ରିୟା ଦାସ ଏବଂ ଚିନ୍ତାମଣିଶ୍ୱର ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରେମଲତା ନାୟକ ସହଯୋଗ କରିଥିଲେ ।
ଏହି ପ୍ୟାରେଡ଼୍ ରେ ଓ.ଏସ୍.ଏ.ପି. ର ସପ୍ତମ ବାଟାଲିୟନ, ସିଆରପିଏଫ୍ ର ପୋଲିସ୍ ବ୍ୟାଣ୍ଡ ଏବଂ ସୈନିକ ସ୍କୁଲ୍ ର ବ୍ରାସ୍ ବ୍ୟାଣ୍ଡ ଅଂଶଗ୍ରହଣ କରିଥିଲେ ।
ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଦ୍ମବିଭୂଷଣ ବିଶିଷ୍ଠ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ସଂସ୍କୃତି କ୍ଷେତ୍ରରେ, ବିଶିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ାଃ ସଂଘମିତ୍ରା ଦାଶଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆଡ଼ଭୋକେଟ୍ ପ୍ରଶାନ୍ତ ରଂଜନ ପଟ୍ଟନାୟକଙ୍କୁ ଆଇନ କ୍ଷେତ୍ରରେ, ହାଡ଼ିବନ୍ଧୁ ହାଲିଙ୍କୁ ସମାଜସେବା କ୍ଷେତ୍ରରେ, କୃଷି ବିଜ୍ଞାନ ଡ଼ଃ. ଅଶ୍ୱିନୀ କୁମାରଙ୍କୁ ବିଜ୍ଞାନ କ୍ଷେତ୍ରରେ, ବିଶିଷ୍ଠ ଶିଳ୍ପପତି ଝୁନ୍ଝୁନ୍ୱାଲାଙ୍କୁ ଶିଳ୍ପ କ୍ଷେତ୍ରରେ, ଆଥ୍ଲେଟ ଅମୀୟ କୁମାର ମଲ୍ଲିକଙ୍କୁ କ୍ରୀଡ଼ା କ୍ଷେତ୍ରରେ, ବରିଷ୍ଠ ପୋଲିସ୍ ଅଧିକାରୀ ଶ୍ୟାମନାରାୟଣ ତିୱାରୀଙ୍କୁ ପ୍ରଶାସନ କ୍ଷେତ୍ରରେ, ଏବଂ ବିଶିଷ୍ଠ ତାରକା ବାବୁସାନ୍ ଙ୍କୁ ଚଳଚିତ୍ର କ୍ଷେତ୍ରରେ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହା ବ୍ୟତିତ ଜନସେବା ମୂଳକ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ଜିତୁନା କିଶୋର ନାୟକ, ଡ଼ାକସେବା ପାଇଁ ପୋଷ୍ଟମ୍ୟାନ୍ କାଳିନ୍ଦୀ ଚରଣ ପଟ୍ଟନାୟକ, ଶ୍ରେଷ୍ଠ ସେବିକା ରୂପେ ଶ୍ରୀମତୀ ଶାନ୍ତିଲତା ପତି ଓ ଶ୍ରେଷ୍ଠ ଝାଡ଼ୁଦାର ଭାବେ ବିପିନି ବିହାରୀ ବେହେରାଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା ।
ଏହି ପ୍ୟାରେଡ଼୍ ପ୍ରତିଯୋଗିତାରେ କଲେଜ ସ୍ତରରେ ମହର୍ଷି କଲେଜ ଅଫ୍ ନେଚୁରାଲ୍ ଲ – ପ୍ରଥମ, ରୟାଲ୍ କଲେଜ ଅଫ୍ ସାଇନ୍ସ୍ ଆଣ୍ଡ ଟେକ୍ନୋଲୋଜି – ଦ୍ୱିତୀୟ ଓ ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ହାଇସ୍କୁଲ ସ୍ତରରେ ବାଳକ ବିଭାଗରେ ୟୁନିଟ୍-୧ ସରକାରୀ ବାଳକ ହାଇସ୍କୁଲ – ପ୍ରଥମ, ୟୁନିଟ୍ -୮ ସରକାରୀ ବାଳକ ହାଇସ୍କୁଲ-ଦ୍ୱିତୀୟ ଓ ପୁରୁଣା ଭୁବନେଶ୍ୱର ସ୍ଥିତ ବି.ଏମ୍ ହାଇସ୍କୁଲ – ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, ବାଳିକା ବିଭାଗରେ ୟୁନିଟ୍-୯ ସରକାରୀ ବାଳିକା ହାଇସ୍କୁଲ-ପ୍ରଥମ, ୟୁନିଟ୍-୮ ସରକାରୀ ବାଳିକା ହାଇସ୍କୁଲ ଏବଂ ୟୁନିଟ୍-୩ ସତ୍ୟସାଈ ବାଳିକା ହାଇସ୍କୁଲ ମିଳିତ ଭାବେ ଦ୍ୱିତୀୟ ଏବଂ ୟୁନିଟ୍-୨ ବାଳିକା ହାଇସ୍କୁଲ ଓ ୟୁନିଟ୍-୬ ସରକାରୀ ବାଳିକା ହାଇସ୍କୁଲ ମିଳିତ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ ।
ସେହିପରି ପବ୍ଲିକ୍ ସ୍କୁଲ ସ୍ତରରେ ସୈନିକ ସ୍କୁଲ ଓ ତାର ବ୍ରାସ୍ ବ୍ୟାଣ୍ଡ ଉଇଙ୍ଗ୍ ମିଳିତ ଭାବେ ପ୍ରଥମ, ଖଣ୍ଡଗିରିସ୍ଥିତ ସେଣ୍ଟ୍ ଜାଭିୟର ହାଇସ୍କୁଲ ଦ୍ୱିତୀୟ ଓ ୟୁନିଟ୍-୮ ଡ଼ି.ଏ.ଭି. ପବ୍ଲିକ୍ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ପେଙ୍ଗୁଇନ୍ ହୋମସ୍ ପ୍ରାଇଭେଟ୍ ଲିମିଟେଡ଼୍ ପକ୍ଷରୁ ପ୍ୟାରେଡ଼୍ ର କୃତି ପ୍ରତିଯୋଗୀ ମାନଙ୍କୁ ଏହାର ଅଧ୍ୟକ୍ଷ ବିନ୍ଦୁସାଗର ମହାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଶକ୍ତି, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ଏହି ପ୍ରଦର୍ଶନୀରେ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଫଟୋ ସ୍ଥାନୀତ ହୋଇଥିଲା । ଏଥିରେ ବିଭାଗୀୟ ନିଦେ୍ର୍ଧଶକ ଦେବେନ୍ଦ୍ର ପ୍ରସାଦ ଦାସ, ଭୁବନେଶ୍ୱର ଏଡ଼ିଏମ୍ ମନୋଜ କୁମାର ପଟ୍ଟନାୟକ, ସୂଚନାଅଧିକାରୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:ee60e4bf-4dba-4329-8488-a9455b83b114> | CC-MAIN-2017-30 | http://www.odisha.com/archives/tag/%E0%AC%B8%E0%AC%AC%E0%AD%81%E0%AC%9C%E0%AC%BF%E0%AC%AE%E0%AC%BE-%E0%AC%B8%E0%AC%B9%E0%AC%B0 | 2017-07-23T02:45:05Z | s3://commoncrawl/crawl-data/CC-MAIN-2017-30/segments/1500549424239.83/warc/CC-MAIN-20170723022719-20170723042719-00650.warc.gz | ory | 1.000005 | Orya | 118 | {"ory_Orya_score": 1.0000053644180298} |
ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4Oriya Bible: Easy-to-Read Version (ERV-OR)
ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ
4 ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳରେ କେତେ ଲୋକ ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରିବେ। ସେମାନେ ସେମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ। 2 ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସେହି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ୟାବାଦୀ ଲୋକମାନଙ୍କ ଦ୍ୱାରା ଆସେ। ସେମାନେ କ'ଣ ଭଲ ଓ କ'ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହୋଇଯାଇଥାଏ। 3 ସେମାନେ ଲୋକମାନଙ୍କୁ ବିବାହ କରିବା ଅନୁଚିତ୍ ବୋଲି କହନ୍ତି। ସେମାନେ ଲୋକମାନଙ୍କୁ ଏ କଥା ମଧ୍ୟ କୁହନ୍ତି ଯେ କେତେକ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ୍ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ୱାସୀ ଏବଂ ସତ୍ୟକୁ ଜାଣନ୍ତି, ସେମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସେହି ଖାଦ୍ୟ ଖାଇ ପାରିବେ। 4 ପରମେଶ୍ୱର ଯାହାସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲା ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ୍ ନୁହେଁ। 5 ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ବିଷୟ ପରମେଶ୍ୱର କହିଥିବା କଥା ଦ୍ୱାରା ଓ ପ୍ରାର୍ଥନା ଦ୍ୱାରା ପବିତ୍ର ହୋଇଥାଏ।
ଯୀଶୁ ଖ୍ରୀଷ୍ଟଙ୍କର ଭଲ ସେବକ ହୁଅ
6 ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ। 7 ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର। 8 ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ। 9 ମୁଁ ଯାହା କହୁଛି ତାହା ସତ୍ୟ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍। 10 ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।
11 ଏହି କଥାଗୁଡ଼ିକ ଶିକ୍ଷା ଦିଅ। 12 ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ।
13 ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ। 14 ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟଦ୍ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। 15 ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି। 16 ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା'ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ। | <urn:uuid:c89c6d78-5017-4996-813f-13f0ea93e493> | CC-MAIN-2017-30 | https://www.biblegateway.com/passage/?search=%E0%AC%A4%E0%AD%80%E0%AC%AE%E0%AC%A5%E0%AC%BF%E0%AC%99%E0%AD%8D%E0%AC%95%20%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%20%E0%AC%AA%E0%AD%8D%E0%AC%B0%E0%AC%A5%E0%AC%AE%20%E0%AC%AA%E0%AC%A4%E0%AD%8D%E0%AC%B0+4&version=ERV-OR | 2017-07-25T23:17:20Z | s3://commoncrawl/crawl-data/CC-MAIN-2017-30/segments/1500549425407.14/warc/CC-MAIN-20170725222357-20170726002357-00170.warc.gz | ory | 1.000008 | Orya | 17 | {"ory_Orya_score": 1.0000075101852417} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସମ୍ବଲପୁର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ସମ୍ବଲପୁର ଗୋଲବଜାରରେ ଦାଦା ବଟିକୁ କେନ୍ଦ୍ରକରି ଘଟିଥିବା ଗୁଳିକାଣ୍ଡ ପ୍ରତିବାଦରେ ଆଜି ବନ୍ଦ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଗୁଳିମାଟରେ ଆହତଙ୍କ ଅବସ୍ଥା ସ୍ଥିର ରହିଛି ।
ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସେକ୍ ମୁଜିର ସହିତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ଆଗକୁ ଗୋଲ ବଜାରର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଦାବି କରିଛନ୍ତି ବ୍ୟବସାୟୀ ମାନେ ।
ଦାଦା ବଟି ନଦେବାରୁ ଗୁରୁବାର ଅପରାଧୀମାନଙ୍କ ଆକ୍ରମଣର ଶୀକାର ହୋଇଥିବା ଗୋଲବଜାରର ବ୍ୟବସାୟୀ ସୀତାରାମ ସାହୁ ପୁଲିସରେ ଏତଲା ଦେଇଥିବାରୁ ଶୁକ୍ରବାର ଦିନ ଗୁଳିମାଡ଼ ଖାଇଥିଲେ । ତାଙ୍କୁ ସୁରକ୍ଷା ଦେଇଥିବା ଅନ୍ୟ ଜଣେ ଦୋକାନୀ ତ୍ରିଲୋକ ସାହା ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି ।
ଏହା ସ୍ଥାନୀୟ ବ୍ୟବସାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସେମାନେ ଗୋଲବଜାର ବନ୍ଦ କରି ପ୍ରଥମେ ଟାଉନ ଥାନା ଓ ପରେ ଏସପିଙ୍କ ବାସଭବନ ଘେରାଉ କରିଥିଲେ ବୋଲି ଜଣାପଡ଼ିଛି ।
ପ୍ରଥମ ଆକ୍ରମଣ ହେଲା ପରେ ପୁଲିସ ପର୍ଯ୍ୟାପ୍ତ ସୁରକ୍ଷା ଦେଇଥିଲେ ଅପରାଧୀମାନେ ଦ୍ୱିତୀୟ ଥର ଏଭଳି ମରଣାନ୍ତକ ଆକ୍ରମଣ କରିପାରିନଥାନ୍ତେ ବୋଲି ସେମାନେ କ୍ଷୋଭବ୍ୟକ୍ତ କରୁଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:8f74ee62-0765-4878-a72a-f2f886503f5c> | CC-MAIN-2017-30 | http://www.odisha.com/archives/tag/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B8%E0%AC%BE%E0%AD%9F%E0%AD%80-%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%B7%E0%AD%8D%E0%AC%A0%E0%AC%BE%E0%AC%A8 | 2017-07-21T10:44:46Z | s3://commoncrawl/crawl-data/CC-MAIN-2017-30/segments/1500549423769.10/warc/CC-MAIN-20170721102310-20170721122310-00472.warc.gz | ory | 0.999999 | Orya | 60 | {"ory_Orya_score": 0.999998927116394} |
ଭୁବନେଶ୍ଵର, ଏପ୍ରିଲ ୨୫ (ଓଡିଶା ଡଟ କମ) କନ୍ଧମାଳରୁ କେରଳକୁ କାମ କରିବାକୁ ଯାଇଥିବା ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିଶନ କେରଳ ପୁଲିସ୍ ଡିଜି ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ।
ଚାରି ସପ୍ତାହ ମଧ୍ୟରେ ଘଟଣା ସମ୍ପର୍କରେ ଜବାବ ଦେବା ଲାଗି କମିଶନ ଏହି ଦୁଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାଦନ ଖଟିବାକୁ ଯାଇଥିବା ରାଇକିଆ ଥାନା ଅନ୍ତର୍ଗତ ଟିଆଙ୍ଗିଆ ଗାଁର ଟାଇଟସ୍ ଦିଗାଲ (୧୭)ଙ୍କ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ କେରଳରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ।
କିନ୍ତୁ ସେଠାକାର ପୁଲିସ୍ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଦର୍ଶାଇ କୌଣସି ତଦନ୍ତ କରିନଥିଲା । ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଟାଇଟସ୍ ଏରନାକୁଲମ୍ ଜିଲ୍ଲାର ପଲ୍ଲିପାଡି ଠାରେ ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରୁଥିଲେ । ତାଙ୍କ ବାପା ଉଚ୍ଛବ ଦିଗାଲ ତାଙ୍କ ପୁଅଙ୍କ ମୃତ୍ୟୁ ବେଳର ଫଟୋ ଓ ତାକୁ ସେଠାକୁ ନେଇଥିବା ତାଙ୍କ ଅଂଚଳର କିଛି ଦଲାଲ୍ ଙ୍କ ହାବଭାବ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ।
ଏହି ଦଲାଲ ମାନେ ତାଙ୍କ ପୁଅକୁ ମାରିଥାଇ ପାରନ୍ତି ବୋଲି ସନ୍ଦେହ କରି ସେ ରାଇକିଆ ଥାନାରେ ଏତଲା ଦେଇଥିଲେ ଓ କନ୍ଧମାଳ ଏସ୍.ପି.ଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଏହି ଘଟଣାରେ କୌଣସି କାର୍ଯାନୁଷ୍ଠାନ ହୋଇନଥିଲା ।
ଏବେ ଜାତୀୟ ମାନବାଧିକାର କମିଶନ କନ୍ଧମାଳ ଜିଲ୍ଲାପାଳ ଓ କେରଳ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିବା ପରେ ଘଟଣାର ଠିକ୍ ଭାବେ ତଦନ୍ତ ହେବ ବୋଲି ଆବେଦନକାରୀ ଶ୍ରୀ ଅଖଣ୍ଡ ଆଶାବ୍ୟକ୍ତ କରିଛନ୍ତି । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ସେ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି ।
ଓଡିଶା ଡଟ କମ | <urn:uuid:00dc79c3-492d-441c-92df-48857ba1793e> | CC-MAIN-2017-30 | http://www.odisha.com/archives/tag/%E0%AC%A6%E0%AC%BE%E0%AC%A6%E0%AC%A8 | 2017-07-20T16:25:22Z | s3://commoncrawl/crawl-data/CC-MAIN-2017-30/segments/1500549423269.5/warc/CC-MAIN-20170720161644-20170720181644-00663.warc.gz | ory | 1.000001 | Orya | 76 | {"ory_Orya_score": 1.000001311302185} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଢେଙ୍କାନାଳ,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)- ସିଂଗ୍ଧ ଡେଙ୍ଗୁରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।
ଢେଙ୍କାନାଳ ଜିଲ୍ଲା ଦଶିପୁରା ଗ୍ରାମର ସନାତନ ନାୟକ(୩୬)ଙ୍କୁ ଗୁରୁତ୍ୱର ଅବସ୍ଥାରେ ସୋମବାର ତାଳଚେର ଠାରେ ଥିବା ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।
ମାତ୍ର ତାଙ୍କ ଅବସ୍ଥା ବେଶୀ ଗୁରୁତର ହେବାରୁ ଆଜି ଭୋର ସମୟରେ ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତରିତ କରା ଯାଇଥିଲା । ମାତ୍ର ଏସସିବିରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସେହିପରି ଢେଙ୍କାନାଳ ଜିଲ୍ଲା ଅର୍ନ୍ତଗତ ପରଜଙ୍ଗ ବ୍ଲକର ବଡକମର ଗ୍ରାମର ବିରଂଚି ନାରାୟଣ ଡେଙ୍ଗୁ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।
ସେ ଅନୁଗୁଳ ଜିଲ୍ଲା ବନ୍ତଳାରେ ଟେଲିଫୋନ ଏକ୍ସଚେଂଜରେ କାମ କରୁଥିଲେ । ତାଙ୍କ ଦେହ ଗୁରୁତ୍ୱର ଭାବେ ଅସୁସ୍ଥ ହେବାରୁ ୨ଦିନ ହେଲା ଭୁବନେଶ୍ୱର ଆୟୁଷ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ପ୍ରଦିପ ମହାପାତ୍ର କହିଛନ୍ତି ଯେ,ବିରଂଚି ନାରାୟଣଙ୍କ ଦେହରେ ଡେଙ୍ଗୁ ଭୁତାଣୁ ଚିହ୍ନଟ ସରିଥିବା ବେଳେ ସନାତନଙ୍କ ହେରେ ଏପର୍ଯ୍ୟନ୍ତ ଡେଙ୍ଗୁ ଭୁତାଣୁ ଅଛି କି ନାହିଁ ପ୍ରମାଣ ହୋଇ ପାରିନାହିଁ ।
ଓଡ଼ିଶା ଡ଼ଟ୍ କମ | <urn:uuid:75de209f-d6fa-4949-b566-171441da7312> | CC-MAIN-2017-30 | http://www.odisha.com/archives/tag/%E0%AC%86%E0%AD%9F%E0%AD%81%E0%AC%B7-%E0%AC%A1%E0%AC%BE%E0%AC%95%E0%AD%8D%E0%AC%A4%E0%AC%B0-%E0%AC%96%E0%AC%BE%E0%AC%A8%E0%AC%BE | 2017-07-21T16:36:40Z | s3://commoncrawl/crawl-data/CC-MAIN-2017-30/segments/1500549423787.24/warc/CC-MAIN-20170721162430-20170721182430-00023.warc.gz | ory | 0.999999 | Orya | 54 | {"ory_Orya_score": 0.9999992847442627} |
ବିଷ୍ଣୁପଦ ସେଠୀ
ବିଶ୍ଵ ସାହିତ୍ୟ, ସଂସ୍କୃତି ଏବଂ ଧର୍ମ ଦରବାରକୁ ଓଡିଶାର ମହନୀୟ ଅବଦାନ ହେଉଛି ପ୍ରବୃଦ୍ଧ ଗୁରୁ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରଚାରିତ ମହିମା ଧର୍ମ । ଏହି ଧର୍ମକୁ ସାର୍ବଜନୀନ କରିବାରେ ତାଙ୍କର ପଟ୍ଟଶିଷ୍ୟ ସନ୍ଥ କବି ଭୀମଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ତାଙ୍କ ଦ୍ଵାରା ରଚିତ 'ସ୍ତୁତି ଚିନ୍ତାମଣି' ମହିମା ଧ୍ରମର ମୁଖ୍ୟ ଧର୍ମଗ୍ରନ୍ଥ । ଅସଂଖ୍ୟ ଭଜନ ରଚନା କରି ସେ ମହିମା ଧର୍ମକୁ ପୁରପଲ୍ଲୀରେ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟ କରିପାରିଥିଲେ।
ବହୁସଂଖ୍ୟକ ଧର୍ମଗ୍ରନ୍ଥ ଯଥା ଆଦିଅନ୍ତ ଗୀତା, ଶ୍ରୁତି ନିଷେଧ ଗୀତା ଇତ୍ୟାଦି ମହିମା ପନ୍ଥୀଙ୍କ ଦ୍ଵାରା ଆଦୃତ ହୋଇଛି।ଗୀତା, ମହାଭାରତ, ରାମାୟଣ, ଉପନିଷଦ, ପୁରାଣ ମାନଙ୍କର ଗୂଢ ଏବଂ ଜଟିଳ ତତ୍ତ୍ୱକୁ ସରଳ ଏବଂ ସାବଲୀଳ ଭାଷାରେ ସେ ବାଖ୍ୟା କରିଛନ୍ତି। ଯୁଗଯୁଗ ଯାଏ ସ୍ତୁତି ଚିନ୍ତାମଣି, ଯାହାକୁ ଭୀମଭୋଇଙ୍କ ସର୍ବଶ୍ରେଷ୍ଠ କୃତ୍ତି ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ ।
ଯାହା ଉଲ୍ଲେଖ ଅଛି, ସୋନପୁର ଜିଲ୍ଲାସ୍ଥିତ ଖଲିଆପାଲି ଆଶ୍ରମରେ ସେ ଏକ ସାଙ୍ଗେ ଚାରି ଗୋଟି ଭଜନ ଶ୍ରୁତଲିଖନ ଆକାରରେ ରଚନା କରୁଥିଲେ, ଚାରି ଜଣ ଶିଷ୍ୟଙ୍କ ମାଧ୍ୟମରେ । କିଏ କୁହେ ସେ ଜନ୍ମରୁ ଅନ୍ଧ ଥିଲେ।
ଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମ ଗ୍ରହଣ କରି, ବାଲ୍ୟ କାଳରୁ ଅନାଥ ଭାବେ ବହୁ କଷ୍ଟରେ ମୂଲ ଲାଗି ଗାଈ ଚରାଇ ପେଟ ପୋଷୁଥିଲେ। ଜୀବନ ଯନ୍ତ୍ରଣାରେ ଜର୍ଜରିତ ଭୀମଭୋଇ ତାଙ୍କର ଦୁଃଖ ବର୍ଣ୍ଣନା କରିଛନ୍ତି ତାଙ୍କର ଲେଖା ମାଧ୍ୟମରେ ।
ଏହା ସମସ୍ତଙ୍କୁ ବିସ୍ମିତ କରେ ଯେ ଏତେ ପାଣ୍ଡିତ୍ୟ ସେ କେଉଁଠୁ ପାଇଲେ। ସେ କେଉଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ? ତାଙ୍କ ରଚନା ସବୁରେ ଯେଉଁ ଗୁଢତତ୍ତ୍ଵ ଏବଂ ବିରଳ ଶିକ୍ଷା ଲିପିବଦ୍ଧ ହୋଇଛି ସେ ସବୁ ବିନା ଅଧ୍ୟୟନରେ ବୁଝିବା ସମ୍ଭବ ନୁହେଁ।
ବିନା ପାଠପଢାରେ ସେ ଯେଉଁ ଜ୍ଞାନାଲୋକରେ ଉଦ୍ଦଭାସିତ ହେଉଥିଲେ, ତାର ସତ୍ତା ଜାଣିବାକୁ ହେଲେ ତାଙ୍କର କୃତିରାଜିକୁ ଅଧ୍ୟୟନ କରିବା ଜରୁରି। ଏହାଛଡା ଅନ୍ୟ କୌଣସି ସୂତ୍ର ନାହିଁ। ସେ 'ସ୍ତୁତି ଚିନ୍ତାମଣି' ରେ ଲେଖିଛନ୍ତି-
"ପିତାମାତା ଦୁଇ ଯୁଗଳରେ
ଯାଇ ଅବନୀରେ କଲେ ଜାତ
ପୂର୍ବକାଳ ଘୋର ତପସ୍ୟା ପୂର୍ଣ୍ଣରୁ
ହୋଇଲି କବି ପଣ୍ଡିତ।
ଜନନୀ ଉଦର ଗୋପ ମଧୁପୁର
ପାଶୋର ନ ଯାଏ ଚିତ୍ତୁ
ମାତୃ ଗର୍ଭଗତେ ପାଠ ପଢିଥିଲି
ଟିକେ ଟିକେ ଅଛି ହେତୁ।"
(ଦ୍ଵାବିଂଶ ବୋଲି -ପଦ ୧୮-
୧୯) ପୁନଶ୍ଚ-
ପିତା ଅଟନ୍ତି ମୋ ଅନାଦି ଠାକୁର,
ମାତା ଆଦି ଶକ୍ତି ନାରୀ।
ଦୂତୀ ଯୁଗଳରୁ ଜନମ ଲଭିଛି ,
କବିକୃତ କଳା ଧରି।"
(ତ୍ରିଂଶବୋଲି -ପ୍ରଥମ ପଦ)
ଭୀମଭୋଇ ଥିଲେ ଗୋଟାପଣେ ସତ୍ୟସନ୍ଧ। ସେ ବାରମ୍ବାର ଘୋଷଣା କରିଛନ୍ତି ଯେ ଯେଉଁଠି ସତ୍ୟ ନାହିଁ ସେହିଠାରେ ପ୍ରଭୁ ମଧ୍ୟ ନାହାନ୍ତି । ତାଙ୍କ ଅଧ୍ୟୟନ ଏବଂ ପ୍ରତିଭାର ସ୍ରୋତ ସମ୍ବନ୍ଧରେ ସେ ତିନୋଟି ବିଷୟରେ ଉଲ୍ଲେଖ କରିଛନ୍ତି।
ପ୍ରଥମରେ ସେ କହିଛନ୍ତି ଯେ ସେ ମାତୃଗର୍ଭରେ ଥିଲା ସମୟରେ କିଛି କିଛି ପାଠ ପଢିଛନ୍ତି। ଏହି ଦିବ୍ୟାତ୍ମାଙ୍କ ଏତାଦୃଶ ଉକ୍ତିରେ ବିସ୍ମିତ ହେବାର ନହିଁ। ମହାଭାରତରେ ମଧ୍ୟ ବର୍ଣ୍ଣନା ଅଛି ଯେ ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ଚକ୍ରବ୍ୟୂହର ଭେଦ ଜାଣିଥିଲେ।
ଦ୍ଵିତୀୟ କଥା ହେଲା, ପୂର୍ବ ଜନ୍ମର ତପସ୍ୟା ଫଳରେ ତାଙ୍କୁ କବିତ୍ଵପ୍ରାପ୍ତ ହୋଇଛି ଏବଂ ସେ ମାତୃଗର୍ଭରୁ କବିତ୍ଵ କଳା ଗ୍ରହଣ କରି ଜନ୍ମଲାଭ କରିଛନ୍ତି। ତୃତୀଯରେ ଭୀମଭୋଇ ଆଉ ଏକ ମାଧ୍ୟମରୁ ଶିକ୍ଷା ଲାଭ କରିଥିବାର ପ୍ରକାଶ କରିଛନ୍ତି, ଯାହା ହେଉଛି 'ଅନୁଭବ'। ସ୍ଵୀୟ ରଚନାରେ ସେ ଲେଖିଛନ୍ତି- "ଅନୁଭବରେ ଜ୍ଞାନ ଭେଦ, ସଋ ନୁହଇ ଚାରିବେଦ"। (ନିର୍ବେଦ ସାଧନା)
ଜ୍ଞାନ ନୁହେଁ, ବୁଦ୍ଧି ନୁହେଁ, କଲ୍ପନା ନୁହେଁ, ଅନଭବ ହିଁ ଧର୍ମ ଜ୍ଞାନର ଏକ ମାତ୍ର କଷଟି। ଧର୍ମ ଏବଂ ଦର୍ଶନ କ୍ଷେତ୍ରରେ ଏହା ସମସ୍ତ ଦିଗରୁ ସ୍ଵୀକୃତ। ଏହି ତତ୍ତ୍ଵକୁ ଭୀମଭୋଇ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରି ଈଶ୍ଵରୀୟ ସିଦ୍ଧିପ୍ରାପ୍ତ ହୋଇଥିଲେ, ଯାହାକି କେବଳ ତାଙ୍କ ସଦୃଶ ଯୁଗପୁରୁଷଙ୍କ ଠାରେ ସମ୍ଭବ।
କମିଶନର ତଥା ଶାସନ ସଚିବ,
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ,
ଓଡିଶା ସରକାର | <urn:uuid:dc7d2051-c64b-4fb0-8c37-d6c2b849ecdb> | CC-MAIN-2017-30 | http://www.odisha.com/archives/tag/%E0%AC%AE%E0%AC%B9%E0%AC%BF%E0%AC%AE%E0%AC%BE-%E0%AC%A7%E0%AC%B0%E0%AD%8D%E0%AC%AE | 2017-07-21T16:36:49Z | s3://commoncrawl/crawl-data/CC-MAIN-2017-30/segments/1500549423787.24/warc/CC-MAIN-20170721162430-20170721182430-00023.warc.gz | ory | 0.999991 | Orya | 80 | {"ory_Orya_score": 0.9999905824661255} |
କେଦାର ମିଶ୍ର
ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି।
ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।
କେବେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ଵନୀ ପରି ଆତୁର କରୁଥିବା ଏକ ସ୍ଵର, ପୁଣିକେବେ ମହାନଦୀରେ ଭାସି ଯାଉଥିବା ଡଂଗା ପରି ଟଳମଳ।
ଅକ୍ଷୟ ମହାନ୍ତି ବିନା ଆମର ପ୍ରେମ,ବିରହ,ସ୍ମୃତି, ଗାଲୁଗପ, ଆମର ଖଟି,ଆମର ଇତିହାସ ଓ ଆମର ଆସର- କିଛି ବି ଚାଲିପାରିବ ନାହିଁ ।
ତାଂକ କଣ୍ଠସ୍ବର ସର୍ବବ୍ୟାପୀ ଓ ସବୁ କିଛିକୁ ସମ୍ମୋହିତ କରି ରଖିଲା ପରି। ଅକ୍ଷୟ ମହାନ୍ତି କେବଳ ଗାୟକ ବା ଗୀତିକାର ନଥିଲେ, ସେଥିଲେ ତାଂକ ସମୟର ପ୍ରତିନିଧି । ନିଜ ସମୟର ସମାଜ ଓ ତାର ବିଭାବକୁ ଗୀତ କରି ଗାଇ ପାରିବାର କୌଶଳ ତାଂକୁ ଜଣାଥିଲା ।
ତେଣୁ ସେ ବୋଧେ ଓଡିଶାର ଏକ ମାତ୍ର ଗାୟକ ଯାହାଂକ ଗୀତରେ ଓଡିଶାର ଚାହାଣୀ,ଚଳନୀ,ଚମକ,ଛଇ,ଛଟା ସମେତ ଓଡିଶାର ଇତିହାସ ଓ ଐତିହ୍ୟ ର ସ୍ପଷ୍ଟ ପ୍ରତିଫଳନ ବାରୀ ହୋଇପଡେ ।
ଓଡିଶାରେ ବହୁ ବଡ ବଡ ଗାୟକ ଆସିଛନ୍ତି ଓ ଏବେବି ଅଛନ୍ତି, ହେଲେ ଜଣେ ଗାୟକର ଗୀତକୁ ନେଇ ଇତିହାସ ରଚନା ହେବାର ସମ୍ଭାବନା, କେବଳ ଜଣକ ପାଖରେ- ସେ ଆଉ କେହି ନୁହନ୍ତି, ସେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇ ।
ତାଂକ ଗୀତକୁ ନେଇ ସମକାଳୀନ ଓଡିଶାର ସମାଜକୁ ଖୋଜିବା ଆସନ୍ତୁ-
୧. ଅକ୍ଷୟ ମହାନ୍ତି, ଜନ୍ମ କଟକ ସହର ରେ ୧୨ ଅକ୍ଟୋବର ୧୯୩୭ ଓ ଦେହାବସାନ ୧୭ ନଭେମ୍ବର ୨୦୦୨ । ୬୬ ବର୍ଷର ଜୀବନକାଳରେ ଓଡିଶାର ସବୁ ହୃଦୟକୁ ଆନ୍ଦୋଳିତ କରିଥିବା ଅକ୍ଷୟ ମହାନ୍ତି, ଓଡିଶାର ଇତିହାସକୁ ନିଜ ସର୍ତ୍ତରେ ରଚନା କରିଛନ୍ତି ।
ସେ ଇତିହାସ ତାରିଖ, ତାଳପତ୍ର ପୋଥି, ଗୁମ୍ଫା ଚିତ୍ର କି ଶିଳାଲିପି ର ଇତିହାସ ନୁହଁ । ତାଂକ ଗୀତରେ ସାଧାରଣ ଓଡିଆ ର ଜୀବନ ଜୀବିକା ଓ ଜୀଜୀବିଷାର କମ୍ପନ ରହିଛି ।
୨. ମହାନଦୀ କଥା କହିଲେ "ଯା ରେ ଭାସି ଯା, ନୌକା ମୋର ଭାସିଯା' ଗୀତଟି ମାନେ ପଡିବାକୁ ବାଧ୍ୟ ।
ଶିବବ୍ରତ ଦାଶଂକ ରଚିତ ଏଇ ଗୀତ ଅକ୍ଷୟ ମହାଂତିଂକ କଣ୍ଠରେ ଗୋଟେ ଇତିହାସ ରଚନା କରିଛି।
ମହାନଦୀ କେବଳ ସାରା ଓଡିଶାକୁ ଗୋଟିଏ ସୂତାରେ ଗୁନ୍ଥିନାହିଁ, ଏହା ଓଡିଶାର ବିବିଧ ସାଂସ୍କୃତିକ ଜୀବନବୋଧକୁ ନିଜ ପ୍ରବାହରେ ଏକାଠି କରିଛି ।
ସମ୍ବଲପୁରୀ ନୁନୀ ର ମହାନଦୀ ଓ କଟକିଆଣୀ ର ମହାନଦୀକୁ ଗୋଟିଏ ସୁରରେ ବାନ୍ଧି ରଖିଥିବା ଏ ଗୀତ ମହାନଦୀ ପାଇଁ ସବୁଠୁ ବଡ କୃତଜ୍ଞତା ।
ଅକ୍ଷୟ ମହାନ୍ତିଙ୍କୁ ଶୁଣନ୍ତୁ
୩. କଟକ ସହର ଓ ଅକ୍ଷୟ ମହାନ୍ତି- ଗୋଟିଏ ଅସ୍ତିତ୍ଵ । କଟକର ପାନ ଦୋକାନ, ଗଳି, ଘାଟ,ବଜାର,ଛକ, କଟକ ସହରର ଦାଦା ଟୋକା, ମାଇଚିଆ, ସୁଖଭୋଗୀ ମଧ୍ୟବିତ୍ତ,ଫୁଲେଇ ସୁନ୍ଦରୀ ଝିଅ ଓ ରସିକତା ର ଗୋଟି ଗୋଟି ଉଦାହରଣ ତାଂକ ଗୀତରେ ଆସିଛି ।
୪. ଲେଇ ଲେଇକା ଲଚକମଣୀ ଲବଂଗ ଦିଆ ପାନ….. ତହୁଁ କାଂଜୀ ଗଲା ଖରେ…ଏ ଗୀତ ସବୁ ହୁଏତ ହାଲକା ଫୁଲକା ଲାଗି ପାରନ୍ତି, ହେଲେ ସବୁ ଗୀତରେ କଟକୀ ଜୀବନର ଛନ୍ଦ ଓ ଉନ୍ମାଦନା ଭାରୀ ରହିଛି ।
ଷଣ୍ଢ ଟି ଖାଲି କଟକରେ ବାଇଆ ହୋଇ ବୁଲୁନାହିଁ, ସେ ମାଲ ଗୋଦାମ, ଛତ୍ର ବଜାର, କଲେଜ ଛକ, ଚୌଧୁରୀ ବଜାର ଦେଇ ପୁରା କଟକୀ ଜୀବନ କୁ ବୟାନ୍ କରୁଛି । ଷଣ୍ଢ ଏଠି ଗୋଟେ ପ୍ରତୀକ ପାଲଟି ଯାଉଚି ଓ ସାରା କଟକ ସହରର ଜୀବନ କାହାଣୀ କୁ କହିଦେଉଛି ।
୫. ଗାଥା କବିତା କୁ ଗୀତ କରି ଅକ୍ଷୟ ମହାନ୍ତି ଓଡିଶାର ଇତିହାସକୁ ଜୀବନ୍ତ କରିଛନ୍ତି । ଓଡିଆ ପରିଚୟ ଓ ଅସ୍ମିତା କୁ ଗଢିବାରେ ଏ ଗାଥା ସବୁର ଅତୁଳନୀୟ ଅବଦାନ ରହିଛି । କାଂଚୀ ଅଭିଯାନ, କୋଣାର୍କ ଗାଥା ଓ ମହାନଦୀ ତାର ଏକ ଏକ ଉଦାହରଣ ।
୬. ଫକୀର ମୋହନଂକ "ରାଣ୍ଡି ପୁଅ ଅନନ୍ତା" ଓ "ପେଟେଣ୍ଟ ମେଡିସିନ୍" ଗୀତି କାବ୍ୟ ର ରୂପ ନେଇ ଆମ ସାମାଜିକ ଜୀବନର ଅନେକ ସତ୍ୟ କୁ ଆବିଷ୍କାର କରନ୍ତି ।
୭. କଟକ ଯେତେବେଳେ ତାର ରାଜଧାନୀ ପରିଚୟ ହରାଉଛି ଓ ୨୫ କିଲୋମିଟର ଦୂରରେ ନୁଆ ରାଜଧାନୀ ଭୁବନେଶ୍ଵର ଗଢି ଉଠୁଛି, ଏ ଦୁଇ ସହର ର ନାଗରିକଂକ ମାନସିକ ସଂଘାତ ତଥା ଭାବ-ଅଭାବ ର କଥା ଅକ୍ଷୟ ଯେମିତି କହିଛନ୍ତି, ସେ ଐତିହାସିକ ଦୃଷ୍ଟିରୁ ବେଶୀ ଗୁରୁତ୍ଵପୁର୍ଣ୍ଣ ।
ରାଜା ଝିଅ ସଂଗେ କରିଥିଲି ଭାବ….ବା..ବା..ରେ କାପିଟାଲ୍…କୁ ହାଲକା ରେ ନ ନେଇ ଟିକେ ଗଭୀର ଭାବେ ଶୁଣିଲେ, ନୁଆ କିଛି ଆବିଷ୍କାର କରାଯାଇ ପାରିବ ।
୮. ଅଧା ଗଢା ଦିଅ ର ଚକା ଚକା ଆଖିକୁ……ଏମିତି ଏକ ଗୀତ ଯେଉଁଠି ସମଗ୍ର ଜଗନାଥ ମଂଦିର ଓ ତାର ପ୍ରଥା ଓ ପରମ୍ପରା ର ବର୍ଣ୍ଣନା ରହିଛି । ଏପରିକି ସାଲାବେଗଙ୍କ ରଚନାରୁ କେଣେ ଘେନି ଯାଉଚ୍ଛ ଜଗନାଥଂକୁ ..ଗାଇଲା ବେଳେ ଇତିହାସର ଏକ ଅନ୍ଧାର ଅଧ୍ୟାୟ ର ବିଫଳତା କୁ ସେ ଅତି ଚମତ୍କାର ଭାବେ ଗାଇ ପାରନ୍ତି ।
୯. ଭୀମ ଭୋଇ, ସାଲବେଗ, ଜଗନ୍ନାଥ ଦାସଂକୁ ଗାଇଲା ବେଳେ ସେ ଯେତିକି ଗମ୍ଭୀର ନୁଆ ଜମାନା ର ଗୀତରେ ସେତିକି ସହଜିଆ । ଗୀତ ରଚନା କଲାବେଳେ ଓଡିଶାର ଜନଜୀବନ ଓ ପାଣିପାଗ ତାଂକୁ କେବେବି ଛାଡ଼ି ନାହିଁ । କାଲି ଯଦି କଟକର ନୁଆ ଇତିହାସ ଲେଖାହେବ, ସେଠି ଅକ୍ଷୟ ମହାଂତିଂକ ଗୀତ ଗୋଟେ ବଡ ଉତ୍ସ ନିଶ୍ଚୟ ।
୧୦. ବହୁ ଗାୟକଂକ ଗଳା ସୁନ୍ଦର, ସେମାନଂକ ପରିବେଷଣ ମଧୁର, ହୁଏତ ସଂଗୀତ ଶାସ୍ତ୍ରରେ ସେମାନେ ବେଶ୍ ଧୁରୀଣ- ହେଲେ ଅକ୍ଷୟ ନିଆରା । ତାଂକ ଗୀତ ଓଡିଆ ଜୀବନର ଦଲିଲ୍, ଆଉ ସେ ଦଲିଲ୍ ଅକ୍ଷୟ ଓ ଅମର ।
ଓଡିଶା ଡଟ କମ | <urn:uuid:5c1a356b-4094-414d-94f8-d41c8f8a7a10> | CC-MAIN-2017-30 | http://www.odisha.com/archives/tag/%E0%AC%AE%E0%AC%B9%E0%AC%BE%E0%AC%A8%E0%AC%A6%E0%AD%80 | 2017-07-20T22:43:29Z | s3://commoncrawl/crawl-data/CC-MAIN-2017-30/segments/1500549423512.93/warc/CC-MAIN-20170720222017-20170721002017-00192.warc.gz | ory | 0.999968 | Orya | 240 | {"ory_Orya_score": 0.9999676942825317} |
କେଦାର ମିଶ୍ର
ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ନାଁ ଟି ସହିତ ଗତ ୩୫ ବର୍ଷର ଓଡିଆ ଜନଜୀବନ ଓ ଗଣମାଧ୍ୟମ ବେଶ୍ ଅଭ୍ୟସ୍ତ। ମାତ୍ର ୫୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଲୁଲୁ (ଲଲାଟେନ୍ଦୁ ଅପେକ୍ଷା ଏ ନାଁ ଟି ସହ ଓଡିଶା ବାସୀ ବେଶୀ ପରିଚିତ) ଓଡିଶାର ଗାଁ ଗାଁ ରେ ଜଣେ ଯୁବ ନେତା ଓ ସଂଗଠକ ଭାବେ ପରିଚିତ ଥିଲେ ।
ଠୋ ଠୋ କଥା ଓ ଅପ୍ରମିତ ସାହସର ପ୍ରତୀକ ଭାବରେ ତାଂକୁ ଓଡିଶା ବାସୀ ଜାଣିଥିଲେ। ୨୦୧୫ ରେ ଓଡିଶା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଆହ୍ବାନ ଦେବାର ସାହସକୁ ନେଇ ଚର୍ଚା ଥମିନଥିବା ବେଳେ ଲୁଲୁ ଆରପାରିକୁ ଚାଲିଗଲେ।
ଅଶୀ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୁଲୁ ଥିଲେ ସବୁଠୁ ଅଲ୍ପବୟସ୍କ କିନ୍ତୁ ସବୁଠୁ ପ୍ରଭାବଶାଳୀ ରାଜନେତା। କଂଗ୍ରେସ ରାଜନୀତିରେ ମହା ମହା ନେତାଂକୁ ବେଖାତିର କରି ଲୁଲୁ ନିଜର ପତିଆରା ତିଆରି କରିଥିଲେ।
ତାଂକର ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଂକୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା ।
ରାଜନୀତିରେ ସେ ବହୁ ଶତ୍ରୁ ତିଆରି କରିଛନ୍ତି, ବହୁ ଲୋକଂକର ଶତ୍ରୁ ସାଜିଛନ୍ତି , କିନ୍ତୁ ଶତ୍ରୁତା ନିଭାଇବାବେଳେ ରାଜନୈତିକ ଫାଇଦାବାଜିକୁ ସେ ଗୁରୁତ୍ବ ଦେଇ ନାହାନ୍ତି।
ତାଂକ ଆଗରେ ହୁଏତ ଅନ୍ୟ ଦଳକୁ ଯାଇ କ୍ଷମତା ଦଖଲ କରିବାର ଅନେକ ମୌକା ଥିଲା, ସେ କିନ୍ତୁ କଂଗ୍ରେସ ଦଳକୁ ଛାଡ଼ି ନାହାନ୍ତି । ଏହି ଲୋକପ୍ରିୟ ଯୁବ ନେତା ଲୁଲୁ ମହାପାତ୍ର, ତାଂକ ଜୀବନ ଓ ରାଜନୀତିକୁ ନେଇ କିଛି କଥା-
୧. ଲୁଲୁ ମହାପାତ୍ର ଏକ ଐତିହାସିକ ପରିବାରର ଦାୟାଦ। ପାଇକ ବିଦ୍ରୋହ ର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ବଂଶର ଉତ୍ତର ପୁରୁଷ ଭାବରେ ବ୍ରହ୍ମଗିରି ର ଗଡ ରାଢନ୍ଗ ଗାଁ ରେ ତାଂକର ଜନ୍ମ ୧୪ ଫେବୃଆରୀ ୧୯୬୪ ମସିହାରେ ।
୨. ବିଜେବି କଲେଜ ରେ ପଢିବା ସମୟରୁ ତାଂକର ରାଜନୈତିକ ଜୀବନ ଆରମ୍ଭ ହୁଏ । ଅଶୀ ଦଶକରେ ଛାତ୍ର କଂଗ୍ରେସ ର ନେତୃତ୍ବ ନେଇ ସେ କଂଗ୍ରେସ ଦଳ ଲାଗି ଏକ ବଡ ସମର୍ଥକ ଗୋଷ୍ଠୀ ତିଆରି କରିଥିଲେ । ଓଡିଶାର ସବୁ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟରେ ଲୁଲୁଂକ ସମର୍ଥକ ଓ ଅନୁଗାମୀ ରହିଥିଲେ।
୩. ଲୁଲୁଂକ ପରେ ବହୁ ଛାତ୍ର ନେତା ଆସିଛନ୍ତି ଓ ଯାଇଛନ୍ତି । କିନ୍ତୁ ଲୁଲୁଂକ ପରି ଲୋକପ୍ରିୟ ତଥା ପ୍ରଭାବଶାଳୀ ହେବାରେ ତାଂକ ତୁଳନୀୟ କେହି ନାହାନ୍ତି। ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯନ୍ତ ତାଂକ ଆଗରେ ଓ ପଛରେ ହଜାର ହଜାର ଛାତ୍ର ଓ ଯୁବକ ରହିଥିଲେ ।
୪. ଅଶୀ ଦଶକର ଲୁଲୁ ଥିଲେ ଦୁର୍ଦ୍ଧର୍ଷ ଛାତ୍ରନେତା । ତାଂକର କାହାକୁ ଡର ନଥିଲା ବା ଖାତିର ନଥିଲା । ଜାନକୀ ବାବୁଂକ ଶାସନରେ ସେ ଆଖି ଉଠେଇଲେ ପ୍ରଶାସନ ଥରୁଥିଲା ବୋଲି ଆଜି ବି ବିଶ୍ଵାସ କରାଯାଏ ।
୫. ଅଥଚ କୌଣସି ସମୟରେ ସେ କ୍ଷମତାରେ ନଥିଲେ । ୧୯୯୫ ରୁ ୨୦୦୦ ଜାନକୀ ବାବୁଂକ ତୃତୀୟ ପାଳିରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବ୍ରହ୍ମଗିରି ରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଲେ । ତେବେ ପ୍ରତିଷ୍ଠା ଓ ପତିଆରା ଲାଗି ତାଂକୁ ପଦ ପଦବୀର ଆବଶ୍ୟକତା ନଥିଲା ।
୬. ୨୦୦୦ ରୁ ୨୦୦୯ ପର୍ଯନ୍ତ ବିଧାନସଭାରେ ବିରୋଧୀ ଦଳର ବିଧାୟକ ଭାବେ ତାଂକର ଭୂମିକା ଥିଲା ବେଶ୍ ପ୍ରଭାବଶାଳୀ । ବିଜେଡି-ବିଜେପି ମେଣ୍ଟ ସରକାରକୁ ବିଧାନସଭା ଭିତରେ ଓ ବାହାରେ ହଲାପଟା କରିବାରେ ତାଂକର ଭୂମିକା ବେଶ ଅଗ୍ରଣୀ ଥିଲା ।
୭. କଂଗ୍ରେସ ରାଜନୀତିରେ ସେ ଥିଲେ ସବୁଠୁ ପ୍ରଭାବଶାଳୀ ନେତା କିନ୍ତୁ ତାଂକ ନେତୃତ୍ଵ ଉପରେ କଂଗ୍ରେସ ର କେନ୍ଦ୍ରୀୟ ନେତୃତ୍ଵ ଭରସା କରି ପାରିନଥିଲେ।
ଲୁଲୁ ଛାତ୍ର ଓ ଯୁବ କଂଗ୍ରେସ ର ସଭାପତି ରହିବା ସହ ପ୍ରଦେଶ କଂଗ୍ରେସର କାର୍ୟକାରୀ ସଭାପତି ଓ ଉପ ସଭାପତି ରହିଥିଲେ। ହେଲେ ଶେଷ ଯାଏଁ ତାଂକୁ ପିସିସି ସଭାପତି ଦାୟିତ୍ଵ ମିଳି ପାରିଲା ନାହିଁ ।
୮. ଗତ କିଛି ବର୍ଷ ଧରି ବିଜେଡି ସରକାର ବିରୋଧରେ ତୀବ୍ର ସଂଗଠନ ଓ ଜନମତ ତିଆରି କରିବା ଲାଗି ତାଂକର ପ୍ରୟାସକୁ କଂଗ୍ରେସ ସମର୍ଥନ କରୁନଥିଲା । ଅନେକ ସମୟରେ ତାଂକର ଦୃଢ ଓ ଆକ୍ରମକ ରାଜନୀତିକୁ କଂଗ୍ରେସ ନେତୃତ୍ଵ ଡରି ଯାଉଥିଲେ।
୯. କଂଗ୍ରେସ ସମର୍ଥନ କରୁ ବା ନକରୁ ନିଜସ୍ବ ସଂଗଠନ ଜରିଆରେ ସେ ବିଜେଡି ନେତୃତ୍ବକୁ ସବୁବେଳେ ଅସୁବିଧାରେ ପକାଇ ଆସିଛନ୍ତି। ଅଂଡାମାଡ ରାଜନୀତିକୁ ନେଇ ଗତ ବର୍ଷ ଯେଉଁ ହଟ ଚମଟ ସୃଷ୍ଟି ହୋଇଥିଲା, ସେଥିରେ ଏକୁଟିଆ ପଡି ଯାଇଥିଲେ ମଧ୍ୟ ଲୁଲୁ ନିଜ ମତ ବଦଳାଇ ନଥିଲେ।
୧୦. ରାଜନୀତିରେ ବହୁ ନେତା ଆସିବେ ଓ ଯିବେ। ହେଲେ ସବୁ ଦଳ ଭିତରେ ନିଜର ବନ୍ଧୁ ସୃଷ୍ଟି କରି ପାରିଲା ପରି ଓ ଦରକାର ପଡିଲେ ଶତୃକୁ ବି ସାହାଯ୍ୟ କରିପାରିବା ପରି ଲୁଲୁ ମହାପାତ୍ରଂକ ଭଳି ନେତା ବିରଳ ହୋଇ ରହିବେ ।
ଗତ ୬ ନଭେମ୍ବର ସନ୍ଧ୍ୟା ରେ ଦିଲ୍ଲୀରେ ମେଦାନ୍ତ ହସପିଟାଲ୍ ରେ ତାଂକର ପରଲୋକ ଓଡିଶାର ଯୁବ ନେତୃତ୍ଵ କ୍ଷେତ୍ରରେ ଏକ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି କରିଛି।
ଓଡିଶା ଡଟ କମ | <urn:uuid:524d2211-8717-4b3e-866f-ed6fc2402fbc> | CC-MAIN-2017-30 | http://www.odisha.com/archives/tag/%E0%AC%95%E0%AC%82%E0%AC%97%E0%AD%8D%E0%AC%B0%E0%AD%87%E0%AC%B8 | 2017-07-28T12:43:23Z | s3://commoncrawl/crawl-data/CC-MAIN-2017-30/segments/1500550967030.98/warc/CC-MAIN-20170728123647-20170728143647-00674.warc.gz | ory | 0.999984 | Orya | 146 | {"ory_Orya_score": 0.9999839067459106} |
ଓଡିଶା ଡଟ କମ ସଂବାଦ ଦାତା
କଟକ, ମଇ ୧୮ (ଓଡିଶା ଡଟ କମ) ବହୁଚର୍ଚିତ ଚିଟ ଫଣ୍ଡ ଠକେଇ ମାମଲାରେ କଟକର ଏକ ସ୍ଵତନ୍ତ୍ର ଅଦାଲତ ସାଫେକ୍ସ ଇନଫ୍ରା ଇଣ୍ଡିଆ ଲିମିଟେଡ କମ୍ପାନୀର ଜବତ ସମ୍ପତ୍ତିକୁ ନିଲାମ କରି ନିବେଶକାରୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣେ ଓକିଲ ସୋମବାର
କହିଛନ୍ତି ।
ବାରମ୍ବାର ତାଗିଦ ସତ୍ଵେ ଅଦାଲତରେ କମ୍ପାନୀ ତରଫରୁ କେହି ହାଜର ନ ହେବାରୁ କୋର୍ଟ ଏକ ପାଖିଆ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।
ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଏହି କମ୍ପାନୀ ବ୍ୟାପକ ଅର୍ଥ ସଂଗ୍ରହ କରି ଫେରାଇ ନ ଥିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିଥିଲେ ।
ଏହି ଶାଖାର ଅଫିସର ମାନେ ପ୍ରାୟ ପଚାଶ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ବ୍ୟାଙ୍କରେ ସଞ୍ଚିତ ଧନ ରାଶି, କମ୍ପାନୀର ବିଭିନ୍ନ ଜିଲ୍ଲାରେ ଥିବା ଜମି ଇତ୍ୟାଦି ଦୁଇବର୍ଷ ତଳେ ଜବତ କରିଥିଲେ ।
ଓଡିଶା ଡଟ କମ | <urn:uuid:26917e7a-11b8-43e1-b1f9-3d2829e8f9db> | CC-MAIN-2017-30 | http://www.odisha.com/archives/tag/%E0%AC%9C%E0%AC%AC%E0%AC%A4 | 2017-07-28T12:44:53Z | s3://commoncrawl/crawl-data/CC-MAIN-2017-30/segments/1500550967030.98/warc/CC-MAIN-20170728123647-20170728143647-00674.warc.gz | ory | 1.000003 | Orya | 84 | {"ory_Orya_score": 1.000003457069397} |
ମୁମ୍ବାଇ: ୬ ୱିକେଟ୍ରେ ଜିତିଲା ମୁମ୍ବାଇ। ଆଜି ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚ୍ରେ ଗୁଜରାଟକୁ ହରାଇ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଲାୟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ୱିକେଟ୍ ହରାଇ ୧୭୬ ରନ କରିପାରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ୍ ୩ଟି ବଲ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଦଳ ପକ୍ଷରୁ ନୀତିଶ ରାଣା ୫୩ରନ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଅପରାଜିତ ୪୦ ରନ କରି ମୁମ୍ବାଇକୁ ଜିତାଇଥିଲେ। ଆକର୍ଷଣୀୟ ବ୍ୟାଟିଂ ପାଇଁ ନୀତିଶ ରାଣାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ମୁମ୍ବାଇ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ସହ ୮ ପଏଣ୍ଟ ଲାଭ କରିଛି । | <urn:uuid:5acf3323-f86f-44ca-b146-c7a5be629b18> | CC-MAIN-2017-30 | http://odishareporter.in/sports/mumbai-won-6wickets/ | 2017-07-23T04:54:54Z | s3://commoncrawl/crawl-data/CC-MAIN-2017-30/segments/1500549424247.30/warc/CC-MAIN-20170723042657-20170723062657-00278.warc.gz | ory | 0.99999 | Orya | 7 | {"ory_Orya_score": 0.9999896287918091} |
ଓଡିଶା ଡଟ କମ: କପିଳାସ ଭୂୟାଁ
ଭୁବନେଶ୍ଵର, ଅକ୍ଟୋବର ୨୨ (ଓଡିଶା ଡଟ କମ) ସାରା ଦେଶରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ କରି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବିଭିନ୍ନ ରାଜ୍ୟର ତିରିଶରୁ ଅଧିକ ଲେଖକ ସେମାନଙ୍କ ପୁରସ୍କାର ଫେରେଇଛନ୍ତି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ମଧ୍ୟ ।
ତେବେ ଆମ ରାଜ୍ୟରୁ କୌଣସି ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଲେଖକ ଏଭଳି ପଦକ୍ଷେପ ନେଇ ନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓଡିଶାର ଲେଖକମାନଙ୍କ ମତାମତ ଅନୁଶୀଳନ କଲେ ଲାଗେ ଯେ ଅଧିକାଂଶରେ ଆମ ଲେଖକମାନେ ଏଭଳି ପଦକ୍ଷେପରେ ବିଶ୍ଵାସ ରଖନ୍ତି ନାହିଁ ।
ବରଂ ମନେ କରନ୍ତି ଯେ ପୁରସ୍କାର ଲେଖକଙ୍କ କୃତିକୁ ଦିଆ ଯାଇଥାଏ, ଲେଖକଙ୍କୁ ନୁହେଁ। ତେଣୁ ପୁରସ୍କାର ଫେରେଇବା ଅଧିକାର ଲେଖକଙ୍କର ନାହିଁ । ପୁଣି ଆଉ କେତେକ ଲେଖକ ପୁରସ୍କାର ଫେରସ୍ତକୁ ଶସ୍ତା ରାଜନୀତି ଓ ଆତ୍ମପ୍ରଚାର ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ।
ମୂଳ ପ୍ରସଙ୍ଗ ହେଲା କି ଯେ ଗତ ଅଗଷ୍ଟ ମାସ ଶେଷ ବେଳକୁ କର୍ଣାଟକ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ହେତୁବାଦୀ ଲେଖକ ଡ॰ ଏମଏମ କଲ୍ବର୍ଗୀଙ୍କୁ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୁଳିମାରି ହତ୍ୟା କଲେ। ଧାର୍ମିକ ଅସହିଷ୍ଣୁତା କାରଣରୁ ଏହି ହତ୍ୟା କରାଯାଇଛି ବୋଲି ପ୍ରଚାରିତ ହୋଇଥିଲା ।
ତାହାର ଠିକ ପରେ ପରେ ଉତ୍ତର ପ୍ରଦେଶର ଦାଦ୍ରିଠାରେ ଗୋମାଂସ ଭକ୍ଷ୍ୟଣ କରିଥିବା କାରଣରୁ ମହମ୍ମଦ ଇକ୍ଲାକ ନାମକ ଜଣେ ବ୍ୟକ୍ତିଙ୍କୁ ଲୋକ ମାନେ ପିଟିପିଟି ମାରିଦେଲେ। ଏହା ପରେ ସାହିତ୍ୟିକ ମାନେ ଗୋଟିଏ ପରେ ଗୋଟିଏ ସେମାନଙ୍କର ପୁରସ୍କାର ଫେରାଇବା ଆରମ୍ଭ କଲେ ।
ଓଡିଶାର ବିଶିଷ୍ଟ କବି ରମାକାନ୍ତ ରଥଙ୍କ ମତରେ "ପୁରସ୍କାର ସାହିତ୍ୟିକଙ୍କୁ ନୁହେଁ ବରଂ ସାହିତ୍ୟକୁ ଦିଆଯାଇଥାଏ। ପୁରସ୍କାର ଫେରେଇବା ଅର୍ଥ ସାହିତ୍ୟର ଅସମ୍ମାନ କରିବା"।
ଏହା ସହ ପଢନ୍ତୁ !
- ଅସହିଷ୍ଣୁତାର ସୀମା- ପ୍ରଶାନ୍ତ ପଟ୍ଟନାୟକ (ତୃତୀୟ ନୟନ)
- ମତିଭ୍ରମିମାନେ ମୁନି ଭଳି ଦିଶନ୍ତି-ହରିହର ଶତପଥି (ରୋକ୍ ଠୋକ୍)
ଅନ୍ୟପକ୍ଷରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ପୁରସ୍କାର ଫେରେଇବାକୁ ଏକ ବ୍ୟକ୍ତିଗତ ନିଷ୍ପତି ବୋଲି ଅଭିହିତ କରିବା ସହ ଏହା ଏକ ଯୁକ୍ତିଯୁକ୍ତ ପଦକ୍ଷେପ ନୁହେଁ ବୋଲି ମନେ କରନ୍ତି ଓ (ବହୁ ପୂର୍ବରୁ) ଜଣେ ପାଇଥିବା ସମ୍ମାନ ଫେରେଇଦେବା ଠିକ ନୁହେଁ ବୋଲି ମତ ଦିଅନ୍ତି।
ଆମ ସମୟର ଅନ୍ୟତମ ବିଶିଷ୍ଟ ଉପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏଭଳି ପୁରସ୍କାର ଫେରସ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଥିଲା ବେଳେ ବିଶିଷ୍ଟ କବି ପ୍ରଫେସର ସୌଭାଗ୍ୟ କୁମାର ମିଶ୍ରଙ୍କ ମତ ହେଲା, "ଯେଉଁମାନେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଛନ୍ତି ପ୍ରକୃତରେ ତାହା ଠିକ ନୁହେଁ"।
"ଏକଥା ସତ, ମୌଳିକ ଅଧିକାର ଉପରେ ଆକ୍ରମଣ ହୋଇଛି। ତେଣୁ ଏହା ବିରୋଧରେ ପ୍ରତିବାଦ କରିବା କେବଳ ଲେଖକ ନୁହନ୍ତି ପ୍ରତ୍ୟେକଙ୍କର ଅଧିକାର ଅଛି।
କିନ୍ତୁ ପୁରସ୍କାର ଫେରେଇବା ଠିକ ନୁହେଁ, କାରଣ ଏହାକୁ କେନ୍ଦ୍ର ସରକାର ଦିଅନ୍ତି ନାହିଁ", କହନ୍ତି ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଲେଖିକା ଡ॰ ପ୍ରତିଭା ରାୟ।
"… ମୋ ମତରେ ପ୍ରତ୍ୟେକ ସୃଜନଶୀଳ ଲେଖକ ପୁରସ୍କାର ନଫେରେଇ ନିଜର ସୃଜନ ସୃଷ୍ଟି ମାଧ୍ୟମରେ ଏହାର ଜବାବ ଦେବା ଉଚିତ", କହନ୍ତି ଅନ୍ୟତମ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର।
ସେହିଭଳି ବିଶିଷ୍ଟ ସାହିତ୍ୟିକ ଦାସ ବେନହୁରଙ୍କ ମତ ହେଲା କି ଯେ ବ୍ୟକ୍ତିଗତ ଭାବେ ପୁରସ୍କାର ଫେରେଇବା ଅପେକ୍ଷା ସାମୁହିକ ଭାବେ ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇ ପାରିଥିଲେ ଭଲ ହୋଇଥାନ୍ତା।
ତେବେ ଆମ ସମୟର କବି ଓ ଚିନ୍ତକ ହର ପ୍ରସାଦ ଦାସଙ୍କ ସ୍ଵର ଅତି ସ୍ପଷ୍ଟ – "ପୁରସ୍କାର ପାଇବାର ୨୦/୩୦ ବର୍ଷ ପରେ, ସମସ୍ତ ଯଶ ଅର୍ଜନ କରିସାରିବା ପରେ ପୁରସ୍କାରକୁ ଫିଙ୍ଗିଦେବା ଅନୈତିକ ଓ ଅସୁନ୍ଦର"।
କେନ୍ଦ୍ର ସାହିତ୍ୟ ଏକାଡେମିର କାର୍ଯକାରିଣୀ ସଦସ୍ୟ ଥିବା ବିଶିଷ୍ଟ ଲେଖକ ଗୌରହରି ଦାସ କହନ୍ତି, "ସାହିତ୍ୟ ଏକାଡେମି ଆସନ୍ତା ୨୩ ତାରିଖରେ ଏ ବିଷୟରେ ଆଲୋଚନା କରିବା ପାଇଁ ବୈଠକ ଡାକିଛନ୍ତି ।
ମୋ ବିଚାରରେ ମାସେ ପୂର୍ବରୁ ଏହି ବୈଠକ ଡକାଯାଇଥିଲେ ପରିସ୍ଥିତି ଏତେ ବାଟକୁ ଆସି ନଥାନ୍ତା"।
ଓଡିଶା ଡଟ କମ | <urn:uuid:c6a2e9b1-20aa-42fd-9b9c-d75f3b817b96> | CC-MAIN-2017-30 | http://www.odisha.com/archives/22932 | 2017-07-25T00:38:33Z | s3://commoncrawl/crawl-data/CC-MAIN-2017-30/segments/1500549424945.18/warc/CC-MAIN-20170725002242-20170725022242-00438.warc.gz | ory | 0.999995 | Orya | 55 | {"ory_Orya_score": 0.999995231628418} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଏବଂ
ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଦଳୀୟ ସମର୍ଥନ ନେଇ ନିର୍ବାଚନ କମିଶନ ନେଇଥିବା ନିଷ୍ପତି ଉପରେ
ବୁଧବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।
ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ କମିଶନଙ୍କ ନିଷ୍ପତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି ।
ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳୀୟ ସଂକେତ କିମ୍ବା ଦଳର ନେତାଙ୍କ ଫଟୋ ବ୍ୟବହାର
କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ବାଲେଶ୍ୱର ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀନୀ କମିଶନଙ୍କ ଏଭଳି ନିଷ୍ପତି ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ୩ ତାରିଖରେ ହେବ । ଆସନ୍ତା ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:962ed08b-6234-4793-b314-497264a328da> | CC-MAIN-2017-30 | http://www.odisha.com/archives/tag/%E0%AC%A8%E0%AC%BF%E0%AC%B0%E0%AD%8D%E0%AC%AC%E0%AC%BE%E0%AC%9A%E0%AC%A8-%E0%AC%95%E0%AC%AE%E0%AC%BF%E0%AC%B6%E0%AC%A8%E0%AC%99%E0%AD%8D%E0%AC%95 | 2017-07-24T06:51:40Z | s3://commoncrawl/crawl-data/CC-MAIN-2017-30/segments/1500549424756.92/warc/CC-MAIN-20170724062304-20170724082304-00414.warc.gz | ory | 1.000005 | Orya | 15 | {"ory_Orya_score": 1.000004529953003} |
ଗୀତସଂହିତା 21Oriya Bible: Easy-to-Read Version (ERV-OR)
ଦାଉଦଙ୍କର ଏକ ଗୀତ।
21 ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ।
ତୁମ୍ଭେ ଯେତେବେଳେ ତାକୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
2 ତୁମ୍ଭେ ସେହି ରାଜାକୁ ଯାହା ସେ ଗ୍ଭହେଁ ପ୍ରଦାନ କର।
ହେ ସଦାପ୍ରଭୁ, ସେହି ରାଜା ତୁମ୍ଭ ନିକଟରୁ କିଛି ଗ୍ଭହିଁଥିଲା ଓ ତୁମ୍ଭେ ତା'ର ସକଳ ଇଚ୍ଛା ପୂରଣ କଲ।
3 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ।
ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।
4 ହେ ପରମେଶ୍ୱର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ।
ତୁମ୍ଭେ ତାକୁ ଅନନ୍ତ ଜୀବନ ଦାନ କରିଛ, ଯାହା ଅନନ୍ତକାଳସ୍ଥାୟୀ।
5 ସେହି ରାଜାଙ୍କୁ ତୁମ୍ଭେ ବିଜୟ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ।
ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ?
6 ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ।
ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିଯାଏ।
7 ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ।
ସର୍ବୋପରିସ୍ଥ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା କେବେହେଲେ ତାକୁ ପଡ଼ିବା ପାଇଁ ଦେବେ ନାହିଁ।
8 ହେ ପରମେଶ୍ୱର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ।
ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି,
ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
9 ତୁମ୍ଭେ ଆପଣା ରାଜାଙ୍କୁ ଏକ ଜ୍ୱଳନ୍ତ ଚୁଲ୍ଲୀ ତୁଲ୍ୟ କରିବ,
ଯେତେବେଳେ ତୁମ୍ଭେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସ,
ଏବଂ ତାଙ୍କ କ୍ରୋଧରେ ସେ ସମ୍ପୂର୍ଣ୍ଣ ଭାବରେ
ସେମାନଙ୍କୁ ଧ୍ୱଂସ କରିବେ।
10 ଏ ପୃଥିବୀରୁ ସେମାନଙ୍କର ଫଳ ଓ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ
ସେମାନଙ୍କର ବଂଶ ଲୋପ କରିବ।
11 କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ।
ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ।
12 ହେ ସଦାପ୍ରଭୁ, ତୁମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ଦାସ କରିଛ।
ସେମାନଙ୍କୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ।
ତୁମ୍ଭେ ରଶିରେ ସେମାନଙ୍କର ବେକକୁ ଫାଶ କରି ବସାଇ ଦେଇଛ।
ତୁମ୍ଭେ ସେମାନଙ୍କୁ ଦାସ କରି ରଖିବାକୁ ବାଧ୍ୟ କରିଛ।
13 ହେ ସଦାପ୍ରଭୁ, ତୁମ୍ଭର ଶକ୍ତିର ବିଜୟ ଗୀତ ଗ୍ଭରିଆଡ଼େ ଗୁଞ୍ଜରିତ ହେଉ।
ଆମ୍ଭେ ସେହି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ୟ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଗ୍ଭରିଆଡ଼େ ପ୍ରଗ୍ଭର କରିବୁ। | <urn:uuid:9b057c0a-da73-4242-96f6-4069b05757a4> | CC-MAIN-2017-30 | https://www.biblegateway.com/passage/?search=%E0%AC%97%E0%AD%80%E0%AC%A4%E0%AC%B8%E0%AC%82%E0%AC%B9%E0%AC%BF%E0%AC%A4%E0%AC%BE+21&version=ERV-OR | 2017-07-20T19:14:04Z | s3://commoncrawl/crawl-data/CC-MAIN-2017-30/segments/1500549423320.19/warc/CC-MAIN-20170720181829-20170720201829-00485.warc.gz | ory | 1.000004 | Orya | 15 | {"ory_Orya_score": 1.0000035762786865} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ବିନିଯୋଗ ପ୍ରମାଣ ପତ୍ର ଦେଲେ ନାହିଁ ରାଜ୍ୟ ସରକାର । ଯେଉଁଥିପାଇଁ ୧୮୨ କୋଟିରୁ ଅଧିକ ଟଙ୍କା କେନ୍ଦ୍ରକୁ ଫେରିଗଲା । କଣ୍ଟ୍ରୋଲର ଓ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟର ଏହି ତଥ୍ୟକୁ ନେଇ ଶୁକ୍ରବାର ଦିନ ବିଧାନସଭାରେ ଝଡ ଉଠିଛି ।
ବିଭିନ୍ନ ବିଭାଗର ଖର୍ଚ୍ଚକୁ ନେଇ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ହେଲେ ଏସବୁକୁ ଅତି ହାଲକା ଭାବେ ନେଇଛନ୍ତି ସରକାର । ଗତକାଲି ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆଜି କଟ୍ରୋଲର ଓ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ ।
ଏଥିରେ ଗତ ଆର୍ଥିକ ବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯିବା ସହ କେତେକ ସ୍ଥଳରେ ସରକାରଙ୍କ କାର୍ଯ୍ୟକଳାପର ସମାଲୋଚନା କରାଯାଇଛି । ଏହାକୁ ନେଇ ଆଜି ବିଧାନସଭାରେ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ବିରୋଧୀଦଳ ନେତା ଭୂପିନ୍ଦର ସିଂହ କହିଛନ୍ତି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତିି ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ଖର୍ଚ୍ଚ ହେଉଥିବା ଅର୍ଥରୁ ୨୭ହଜାର ୬୨୮କୋଟି ଟଙ୍କାର ବିନିଯୋଗ ପତ୍ର(ୟୁସି) ବିଭିନ୍ନ ବିଭାଗ ଦାଖଲ କରିବାରେ ବିଳମ୍ବ କରିଥିବା ଯୋଗୁଁ ରାଜ୍ୟ ସରକାର ୨୦୧୨-୧୨ ଆର୍ଥିକ ବର୍ଷରେ ୧୮୨.୪୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇଛନ୍ତି ।
ରାଜ୍ୟ ସରକାର କେନ୍ଦ୍ରର ଅବହେଳା ନେଇ ସଦାବେଳେ ଅଭିଯୋଗ କରିଆସୁଛନ୍ତି । ହେଲ ଏବେ ଟଙ୍କା ଫେରିଯିବା ଘଟଣା ସରକାରଙ୍କ ଅଯୋଗ୍ୟତାକୁ ପ୍ରମାଣ କରିଛି ।
ରାଜ୍ୟ ସରକାରଙ୍କ ପାଖରେ ବହୁ ପରିମାଣର ବଳକା ଧନ ରହିଛି; କିନ୍ତୁ ତାହା ରିଜର୍ଭ ବ୍ୟାଙ୍କରେ ଭାରତ ସରକାରଙ୍କ କମ ସୁଧ ଥିବା ଟ୍ରେଜେରୀ ବିଲରେ ବିନିଯୋଗ କରାଯାଇଛି ।
୫୬୦୭ କୋଟି ଟଙ୍କାର ବଳକା ରାଜସ୍ୱ ଏବଂ ବିତୀୟ ସମ୍ବନ୍ଧୀୟ ୬୨୨ କୋଟି ଟଙ୍କାର ବଳକା ଅବଶେଷ ଅଧିକ ପୁଞ୍ଜି ସୃଷ୍ଟି ଓ ସମ୍ବଳ ସୃଷ୍ଟିରେ ଏହି ଅର୍ଥକୁ ବିନିଯୋଗ କରାଯାଇପାରିଥାନ୍ତା ବୋଲି ସିଏଜି ରିପୋର୍ଟରେ ମତ ଦିଆଯାଇଛି ।
ସରକାରୀ-ବେସରକାରୀ ସହଭାଗିତା ନୀତି (ପିପିପି) ଗଠନ କରିଛନ୍ତି । ୨୦୦୭-୧୨ ମଧ୍ୟରେ ଅର୍ଥ ବ୍ୟବସ୍ଥାରେ ୧୯ଟି ସେକ୍ଟରରେ ଭିତିି ସ୍ଥାପନ କରି ସର୍ବାଧିକ ସମ୍ବଳ ଉତ୍ପାଦନ କରିବା ପାଇଁ ଏହା ଉଦ୍ଧିଷ୍ଟ ଥିଲା ।
କିନ୍ତୁ ଏହି ସମୟ ମଧ୍ୟରେ ସମ୍ବଳ ସଂଗ୍ରହ ଅତି ନଗଣ୍ୟ ଥିଲା । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଫଳପ୍ରଦ ପଦକ୍ଷେପ ନେବାକୁ ସିଏଜି ପରାମର୍ଶ ଦେଇଛନ୍ତି ।
ସଂସଦୀୟ ବ୍ୟାପାରମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ନିଜ ଏକାଉଂଟସରେ ନୁହେଁ ବିଭାଗର ଏକାଉଂଟସରେ ରହିଛି । ବର୍ଷଶେଷରେ ସେହି ଅର୍ଥ ଆସିଥିବାରୁ ଆସନ୍ତା ବର୍ଷ ଏହି ଅର୍ଥ ଖର୍ଚ୍ଚ କରାଯିବ ।
ଓଡିଶା ଡଟ୍ କମ୍ | <urn:uuid:429780c9-5def-4354-91ba-901f2a5bd3d3> | CC-MAIN-2017-30 | http://www.odisha.com/archives/tag/%E0%AC%AC%E0%AC%BF%E0%AC%B0%E0%AD%8B%E0%AC%A7%E0%AD%80%E0%AC%A6%E0%AC%B3 | 2017-07-26T12:30:38Z | s3://commoncrawl/crawl-data/CC-MAIN-2017-30/segments/1500549426161.99/warc/CC-MAIN-20170726122153-20170726142153-00321.warc.gz | ory | 1.000004 | Orya | 21 | {"ory_Orya_score": 1.0000041723251343} |
ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୮ (ଓଡିଶା ଡଟ କମ) ଆସନ୍ତା ଗୁରୁବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗସ୍ତକାଳରେ ସେ କଟକ ଶିଶୁ ଭବନ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବ ସହ ବରଗଡ ଜିଲ୍ଲାରେ ଏକ କୃଷକ ସମାବେଶ ରେ ଯୋଗ ଦେବେ ।
ଗସ୍ତର ପ୍ରଥମ ଦିନରେ ସେ ବରଗଡ଼ର ଦେବାହାଲରୁ ଅତାବିରା ଯାଏଁ ଚାଷୀ ବଞ୍ଚାଅ ପଦଯାତ୍ରାରେ ଯୋଗଦେବା ସହ ଏକ ସମାବେଶରେ ଉଦ୍ବୋଧନ ଦେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ।
ସେହିଦିନ ଏମ୍ସିଏଲ୍ ଅତିଥି ଭବନରେ ରାତ୍ରୀଯାପନ କରି ପରବର୍ତ୍ତୀ ଦିନ ଭୁବନେଶ୍ଵର ଆସିବେ ଓ ଦୁଇ ସପ୍ତାହ ମଧ୍ୟରେ ଷାଠିଏ ରୁ ଉର୍ଦ୍ଧ୍ଵ ଶିଶୁ ମୃତ୍ୟୁ ପାଇଁ ଚର୍ଚାରେ ରହିଥିବା କଟକ ଶିଶୁ ଭବନ ଯିବେ ।
ଅପରାହ୍ଣରେ ସେ ଭୁବନେଶ୍ଵର ଫେରି ପିସିସି ସଭାପତି ଓ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ଓ ସଂଧ୍ୟାରେ ସାମାଜିକ ନ୍ୟାୟ ସମ୍ପର୍କିତ ଏକ କର୍ମଶାଳାରେ ଯୋଗ ଦେବେ ।
ରାହୁଲଙ୍କ ଗସ୍ତ କୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ବ୍ୟାପକ ପ୍ରସ୍ତୁତି ଚଳାଇଛି । ସ୍ଥାନୀୟ କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସୋମବାର ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଓଡିଶା ଡଟ କମ | <urn:uuid:e722286b-713e-4eb7-8b85-89d417cedd41> | CC-MAIN-2017-30 | http://www.odisha.com/archives/22670 | 2017-07-22T06:40:54Z | s3://commoncrawl/crawl-data/CC-MAIN-2017-30/segments/1500549423903.35/warc/CC-MAIN-20170722062617-20170722082617-00557.warc.gz | ory | 1.000002 | Orya | 31 | {"ory_Orya_score": 1.0000020265579224} |
ଆୟୁବ ପୁସ୍ତକ 14Oriya Bible: Easy-to-Read Version (ERV-OR)
14 "ଆମ୍ଭେମାନେ ସମସ୍ତେ ମନୁଷ୍ୟ।
ଆମ୍ଭର ଜୀବନ ଅଳ୍ପାୟୁ ତଥା ନାନା ବିପଦରେ ପୂର୍ଣ୍ଣ।
2 ମଣିଷର ଜୀବନ ଫୁଲ ସଦୃଶ,
ସେ ଖୁବ୍ ଶୀଘ୍ର ବଢ଼ିଯାଏ ଓ ଶେଷରେ ମରିଯାଏ।
ମଣିଷର ଜୀବନ ଛାୟା ତୁଲ୍ୟ ଏଠାରେ ଖୁବ୍ କମ ସମୟ ପାଇଁ,
ଘଡ଼ିକେ ଦେଖାଯାଏ ପୁଣି ଅଦୃଶ୍ୟ ହୋଇଯାଏ।
3 ଏହା ସତ୍ୟ, କିନ୍ତୁ ପରମେଶ୍ୱର ତୁମ୍ଭେ କ'ଣ ଜଣେ ବ୍ୟକ୍ତିକୁ ଦେଖିବ?
ତୁମ୍ଭେ କ'ଣ ମୋ' ସହିତ ବିଗ୍ଭରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ଯୁକ୍ତି ଉପସ୍ଥାପନା କରିବା?
4 "ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପାରେ ନା, କେହି ଜଣେ ମନୁଷ୍ୟ କରି ପାରିବ ନାହିଁ।
5 ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି।
ହେ ପରମେଶ୍ୱର, ତୁମ୍ଭେ ନିର୍ଣ୍ଣୟ କର ଜଣେ ମନୁଷ୍ୟ କେତେ ଦିନ ବଞ୍ଚିବ।
ତୁମ୍ଭେ ମଣିଷ ପାଇଁ ସେହି ସୀମା ନିର୍ଦ୍ଦିଷ୍ଟ କରିଛ।
ଏହା କ'ଣ କେହି ବଦଳାଇ ପାରେ?
6 ତେଣୁ ହେ ପରମେଶ୍ୱର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର।
ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ।
ଯେପରି ଦିନ ମଜୁରୀଆ କାମ ଶେଷ ପରେ ତା'ର ମଜୁରୀକୁ ଉପଭୋଗ କରିଥାଏ।
7 "ଗୋଟିଏ ଗଛ ପାଇଁ ମଧ୍ୟ ଆଶା ଅଛି।
ଯଦି ଥରେ ଏହା କଟା ହୋଇଯାଏ, ଏହା ମଧ୍ୟ ପୁଣି ବଞ୍ଚିପାରେ।
ପୁଣି ଡାଳପତ୍ର ମେଲି ଶାଖା ବୃଦ୍ଧି କରିପାରେ।
8 ଯଦିଓ ତାହାର ଚେର ଭୂମି ତଳେ ଜୀର୍ଣ୍ଣ ହୋଇଯାଏ
ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିଯାଏ।
9 କିନ୍ତୁ ପାଣିର ଗନ୍ଧ ପାଇବା ମାତ୍ରେ
ଏହା ତାହାର ଶାଖା ଗୋଟିଏ ଯୁବା ବୃକ୍ଷପରି ବଢ଼ାଇପାରେ।
10 କିନ୍ତୁ ମଣିଷ ଯେତେବେଳେ ମରିଯାଏ।
ସେ ସମସ୍ତ ଶକ୍ତି ହରାଇ ଦିଏ।
ସେପରି ଶେଷ ନିଶ୍ୱାସ ନିଏ ଏବଂ ତା'ପରେ ସେ କେଉଁଠାରେ?
11 ହ୍ରଦରୁ ପାଣି ଶୂନ୍ୟ ହୋଇଯାଏ
ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହୋଇଯାଏ ଏବଂ ଶୁଖିଯାଏ।
12 ଠିକ୍ ସେହିପରି, ମଣିଷ ଶୋଇପଡ଼େ
ଏବଂ ଆଉ ଉଠେ ନାହିଁ।
ଯେପର୍ଯ୍ୟନ୍ତ ସ୍ୱର୍ଗ ଅଛି,
ମୃତ ଲୋକ କେବେ ସେହି ନିଦ୍ରାରୁ ଉଠିବେ ନାହିଁ।
13 "ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ପାତାଳରେ ଲୁଗ୍ଭଇ ରଖନ୍ତ।
ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ଲୁଗ୍ଭଇ ରଖନ୍ତ, ଯେପର୍ଯ୍ୟନ୍ତ ତୁମ୍ଭର ରାଗ ଶାନ୍ତ ନ ହୋଇଛି।
ତା'ପରେ ତୁମ୍ଭେ ମୋତେ ମନେକରିବା ପାଇଁ ଗୋଟେ ସମୟ ଠିକ୍ କରିବ।
14 ମନୁଷ୍ୟ ମଲେ କ'ଣ ପୁଣି ଆଉ ବଞ୍ଚିବ?
ମୁଁ ନିଶ୍ଚୟ ଅପେକ୍ଷା କରିବି ଯେତେଦିନ ପର୍ଯ୍ୟନ୍ତ ମୁଁ ମୁକ୍ତ ନ ହୋଇଛି।
15 ହେ ପରମେଶ୍ୱର, ତୁମ୍ଭେ ମୋତେ ଡାକିବ
ଏବଂ ମୁଁ ତୁମ୍ଭକୁ ଉତ୍ତର ଦେବି।
ତା'ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ,
ସେ ତୁମ୍ଭ ପାଇଁ ମୁଖ୍ୟ ହେବ।
16 ତୁମ୍ଭେ ତଥାପି ମୋର ପ୍ରତିଟି ପଦକ୍ଷେପକୁ ନିରୀକ୍ଷଣ କରୁଛ,
କିନ୍ତୁ ତୁମ୍ଭେ ମୋର ପାପଗୁଡ଼ିକୁ ମନେ ପକାଇବ ନାହିଁ।
17 ତୁମ୍ଭେ ମୋର ସମସ୍ତ ପାପକୁ ଏକ ଥଳିରେ ବାନ୍ଧି ଦେଇ
ନିଜର ମୋହର ଦେଇ ବାହାରକୁ ଫିଙ୍ଗି ଦେବ।
18 "ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହୋଇଯାଆନ୍ତେ,
ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହୋଇ ବିଛାଡ଼ି ହୋଇ ପଡ଼ନ୍ତେ।
19 ପଥର ଉପରେ ପାଣି ବହି ତାକୁ କ୍ଷୟ କରିଦିଏ।
ବନ୍ୟା ଭୂମିରୁ ସବୁ ପଟୁମାଟି ପାଣିରେ ପୋଛି ନିଏ।
ସେହି ଭଳି ହେ ପରମେଶ୍ୱର ତୁମ୍ଭେ ବ୍ୟକ୍ତିର ସମସ୍ତ ଆଶାକୁ ଧୂଳିସାତ କର।
20 ତୁମ୍ଭେ ତାକୁ ସମ୍ପୂର୍ଣ୍ଣ ପରାସ୍ତ କର
ଏବଂ ତାକୁ ଛାଡ଼ିଦିଅ।
ତୁମ୍ଭେ ତାକୁ ଦୁଃଖୀ କରାଅ
ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ।
21 ଯଦି ତା'ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ।
ଯଦି ତା'ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖି ପାରେ ନାହିଁ।
22 ସେହି ବ୍ୟକ୍ତି କେବଳ ନିଜ ଶରୀରରେ ଯନ୍ତ୍ରଣାକୁ ଅନୁଭବ କରିପାରେ
ଏବଂ କେବଳ ନିଜ ପାଇଁ ଶୋକ କରେ।" | <urn:uuid:63a21b1b-aef3-45bc-869f-eea340eef097> | CC-MAIN-2017-30 | https://www.biblegateway.com/passage/?search=%E0%AC%86%E0%AD%9F%E0%AD%81%E0%AC%AC%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+14&version=ERV-OR | 2017-07-21T19:10:46Z | s3://commoncrawl/crawl-data/CC-MAIN-2017-30/segments/1500549423808.34/warc/CC-MAIN-20170721182450-20170721202450-00217.warc.gz | ory | 0.99999 | Orya | 16 | {"ory_Orya_score": 0.9999901056289673} |
ଗୀତସଂହିତା 50Oriya Bible: Easy-to-Read Version (ERV-OR)
ଆସଫ୍ର ଗୋଟିଏ ଗୀତ।
50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
2 ପରମ ସୌନ୍ଦର୍ଯ୍ୟମୟୀ ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
3 ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
4 ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
5 ପରମେଶ୍ୱର କହନ୍ତି, "ମୋର ଅନୁସରଣକାରୀଗଣ, ମୋ' ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
ମୋର ଉପାସକଗଣ, ଯେଉଁମାନେ ମୋ' ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।"
6 ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।
7 ପରମେଶ୍ୱର କହନ୍ତି, "ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
8 ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ' ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।
9 ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନେବି ନାହିଁ
କି ମୁଁ ତୁମ୍ଭର ଗୁହାଳରୁ ଛେଳିମାନଙ୍କୁ ନେବି ନାହିଁ।
10 ମୁଁ ସେହି ପଶୁମାନଙ୍କୁ ଗ୍ଭହେଁ ନାହିଁ।
ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମୋର ଅଟନ୍ତି।
ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥା'ନ୍ତି ସେମାନଙ୍କର ମାଲିକ ମୁଁ ଅଟେ।
11 ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ।
ଖୋଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମୋର ଅଟେ।
12 ମୁଁ ଭୋକିଲା ନୁହେଁ, ଯଦି ମୁଁ ଭୋକିଲା ଥା'ନ୍ତି, କେବେହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥା'ନ୍ତି।
ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମୋର ଅଧୀନ ଅଟେ।
13 ମୁଁ ଷଣ୍ଢର ମାଂସ ଖାଏ ନାହିଁ।
ମୁଁ ଛେଳିର ରକ୍ତ ପିଏ ନାହିଁ।"
14 ସର୍ବୋପରିସ୍ଥ ପରମେଶ୍ୱରଙ୍କଠାରେ ତୁମ୍ଭେ ଯାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ।
ତୁମ୍ଭର ବଳି ଉତ୍ସର୍ଗ କର।
15 ପରମେଶ୍ୱର କହନ୍ତି, "ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ,
ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।"
16 ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ କହନ୍ତି,
"ତୁମ୍ଭେ ମୋର ନିୟମ ଓ ବ୍ୟବସ୍ଥା ବିଷୟରେ
ଆଲୋଚନା କରିବା ଠିକ୍ ନୁହେଁ।
17 କାରଣ ତୁମ୍ଭେମାନେ ଆନନ୍ଦିତ ନୁହଁ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ।
ତୁମ୍ଭେମାନେ ମୋର କଥାକୁ ଘୃଣା କର ଓ ତୁମ୍ଭେମାନେ ମୋର କଥାକୁ ଅବଜ୍ଞା କର।
18 ତୁମ୍ଭେ ଗୋଟିଏ ଗ୍ଭେରକୁ ଦେଖ ଓ ତା'ସହ ଦୌଡ଼ିଯାଇ ମିଶିଯାଅ।
ଯେତେବେଳେ ବ୍ୟଭିଗ୍ଭରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
19 ତୁମ୍ଭେମାନେ ସର୍ବଦା ମନ୍ଦକାର୍ଯ୍ୟ କର ଓ ମିଥ୍ୟା କୁହ।
20 ତୁମ୍ଭେ ନିରବିଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କୁହ,
ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷୟରେ ନିନ୍ଦା କରୁଅଛ।
21 ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି।
ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି।
ମୁଁ ଆଉ ନୀରବରେ ରହି ପାରିବି ନାହିଁ।
ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
22 ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।" | <urn:uuid:eb814017-34d0-4f2d-8b74-87750ec51963> | CC-MAIN-2017-30 | https://www.biblegateway.com/passage/?search=%E0%AC%97%E0%AD%80%E0%AC%A4%E0%AC%B8%E0%AC%82%E0%AC%B9%E0%AC%BF%E0%AC%A4%E0%AC%BE+50&version=ERV-OR | 2017-07-27T07:24:33Z | s3://commoncrawl/crawl-data/CC-MAIN-2017-30/segments/1500549427749.61/warc/CC-MAIN-20170727062229-20170727082229-00697.warc.gz | ory | 0.999994 | Orya | 14 | {"ory_Orya_score": 0.9999942779541016} |
ଯିହୋଶୂୟଙ୍କର ପୁସ୍ତକ 23Oriya Bible: Easy-to-Read Version (ERV-OR)
ଯିହୋଶୂୟ ଇସ୍ରାଏଲଗଣଙ୍କୁ ଉତ୍ସାହିତ କଲେ
23 ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ଶାନ୍ତି ପ୍ରଦାନ କଲେ। ଇସ୍ରାଏଲଙ୍କୁ ନିରାପତ୍ତା ଦେଲେ। ଏହିପରି ବହୁତ ଦିନପରେ ଯିହୋଶୂୟ ବୃଦ୍ଧ ହୋଇଗଲେ। 2 ଏହି ସମୟରେ ସମସ୍ତ ଇସ୍ରାଏଲର ପ୍ରାଚୀନବର୍ଗ, ସେମାନଙ୍କର ପ୍ରଧାନ, ସେମାନଙ୍କର ବିଗ୍ଭରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, "ମୁଁ ବୃଦ୍ଧ ହୋଇଗଲି। 3 ତୁମ୍ଭେମାନେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତ୍ରୁମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକୁ ସାହାଯ୍ୟ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। 4 ମୋର ମନେ ଅଛି, ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ମଧ୍ୟବର୍ତ୍ତୀ ଓ ପଶ୍ଚିମ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦେଇଅଛି। ଅଧିକୃତ ହୋଇ ନ ଥିବା ଦେଶ ତୁମ୍ଭ ଦ୍ୱାରା ଅଧିକୃତ ହେବ। କିନ୍ତୁ ତୁମ୍ଭେମାନେ ସେଗୁଡ଼ିକ ଏ ପର୍ଯ୍ୟନ୍ତ ନିଜ ଅଧୀନକୁ ଆଣି ପାରି ନାହିଁ। 5 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେଠାରେ ବାସ କରିଥିବା ଲୋକମାନଙ୍କୁ ଘଉଡ଼ାଇ ଦେବେ! ଯାହାଫଳରେ ତୁମ୍ଭେମାନେ ସେମାନଙ୍କର ଦେଶକୁ ନେଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।
6 "ତୁମ୍ଭେମାନେ ନିଶ୍ଚିତ ଯତ୍ନଶୀଳ ହେବ ସଦାପ୍ରଭୁଙ୍କର ସେହି ବାକ୍ୟକୁ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁମ୍ଭେମାନେ ମୋଶାଙ୍କ ଦ୍ୱାରା ଲିଖିତ ନିୟମ ପୁସ୍ତକର ସମସ୍ତ କଥାକୁ ଠିକ୍ ଠିକ୍ ଭାବେ ପାଳନ କରିବ। କେବେ ବି ସେ ନିୟମରୁ ବିଚ୍ୟୁତ ହେବ ନାହିଁ। 7 ଏପରି ମଧ୍ୟ ବହୁତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସେମାନେ ଇସ୍ରାଏଲୀୟ ନୁହନ୍ତି। ସେମାନେ, ସେମାନଙ୍କର ନିଜର ପ୍ରଭୁଙ୍କୁ ମାନୁଛନ୍ତି। ସେମାନଙ୍କ ସହିତ ବନ୍ଧୁତା ରଖ ନାହିଁ। ସେମାନଙ୍କ ପ୍ରଭୁଙ୍କର ପୂଜା କର ନାହିଁ। କି ସେମାନଙ୍କର ସେବା କର ନାହିଁ। 8 ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଅନୁସରଣ କରିବ। ତୁମ୍ଭେମାନେ ଆଜି ପର୍ଯ୍ୟନ୍ତ ଯେପରି କରି ଆସୁଅଛ।
9 "ସଦାପ୍ରଭୁ ତୁମ୍ଭମାନଙ୍କୁ ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାଯ୍ୟ କଲେ। ସଦାପ୍ରଭୁ ସେମାନଙ୍କୁ ବିତାଡ଼ିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇ ନାହିଁ। 10 ସଦାପ୍ରଭୁଙ୍କ ସହାୟତାରେ ଇସ୍ରାଏଲର ଯେକୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରି ପାରିବ। କାହିଁକି ଜାଣ? ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ। 11 ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ସର୍ବଦା ପ୍ରେମ କରୁଥିବ।
12 "କଦାପି ସଦାପ୍ରଭୁଙ୍କ ଉପଦେଶରୁ ବିଚ୍ୟୁତ ହୁଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧୁ ହୁଅ ନାହିଁ। ଯେଉଁମାନେ କି ଇସ୍ରାଏଲଙ୍କର ଅଂଶ ନୁହନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କର ନାହିଁ। ଇସ୍ରାଏଲ ନୁହନ୍ତି କିନ୍ତୁ ଯଦି ତୁମ୍ଭେ ସେମାନଙ୍କର ବନ୍ଧୁ ହୁଅ। 13 ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଓ ଘଉଡ଼ାଇ ଦେବାରେ ତୁମ୍ଭର ପକ୍ଷ ହେବେ ନାହିଁ। ଏହି ଲୋକମାନେ ତୁମ୍ଭ ପାଇଁ ଏକ ଫାଶ ପରି ହେବେ। ସେମାନେ ତୁମ୍ଭ ପିଠି ପାଇଁ ଗ୍ଭବୁକ୍ ପରି ଓ ତୁମ୍ଭ ଆଖି ପାଇଁ କଣ୍ଟା ପରି ହେବେ। ଯେପର୍ଯ୍ୟନ୍ତ ତୁମ୍ଭେ ସେହି ଉତ୍ତମ ଦେଶ ଛାଡ଼ିବା ପାଇଁ ବାଧ୍ୟ ନ ହୋଇଛ, ଯାହା ସଦାପ୍ରଭୁ ତୁମ୍ଭଙ୍କୁ ଦେଇଥିଲେ।
14 "ମୋର ମୃତ୍ୟୁ ସମୟ ନିକଟ ହେଲାଣି। ତୁମ୍ଭେମାନେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦେଇଛନ୍ତି। ଏବଂ ତୁମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦେଇଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତୁମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକୁ ସବୁ ଦେଇଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି। 15 ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ସେହିପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ୟ ହେବାକୁ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭୁଲ୍ କର, ତେବେ ତୁମ୍ଭ ପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦେଇଥିବା ଉତ୍ତମ ଦେଶରୁ ତୁମ୍ଭକୁ ଦୂରକୁ ନେଇଯିବେ। 16 ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ସଙ୍ଗରେ କରିଥିବା ଚୁକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭୁଙ୍କୁ ଉପାସନା କର ବା ଅନ୍ୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହା ପରେ ତୁମ୍ଭକୁ ସଦାପ୍ରଭୁ ଦେଇଥିବା ଭଲ ଭୂମିକୁ ହରାଇବାକୁ ପଡ଼ିବ।" | <urn:uuid:84dcd294-a1af-411f-98ad-6b674c15fc42> | CC-MAIN-2017-30 | https://www.biblegateway.com/passage/?search=%E0%AC%AF%E0%AC%BF%E0%AC%B9%E0%AD%8B%E0%AC%B6%E0%AD%82%E0%AD%9F%E0%AC%99%E0%AD%8D%E0%AC%95%E0%AC%B0%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+23&version=ERV-OR | 2017-07-26T13:30:00Z | s3://commoncrawl/crawl-data/CC-MAIN-2017-30/segments/1500549426161.99/warc/CC-MAIN-20170726122153-20170726142153-00682.warc.gz | ory | 1.000009 | Orya | 16 | {"ory_Orya_score": 1.0000091791152954} |
କାହାର କେତେ ଆୟୁଷ କେହି ଜାଣି ନାହାନ୍ତି। ଅର୍ଥାତ ମୃତ୍ୟୁ କେବେ ଆସିବ ତାହା କେହି ପୂର୍ବରୁ ଜାଣି ନ ଥାଆନ୍ତି। ତଥାପି କୁହାଯାଏ ଆମର କିଛି ଅଭ୍ୟାସ ଆୟୁଷ କମାଇ ଦିଏ। ଆଜି ସେଗୁଡ଼ିକ ବିଷୟରେ ଆଲୋଚନା କରିବା।
କୁହାଯାଏ ଯେଉଁ ବ୍ୟକ୍ତି ଅଦରକାରୀ କଥା କହେ, ଅର୍ଥାତ ଅଯଥା ଅଧିକ ସମୟ ବକର ବକର ହୁଅନ୍ତି ସେମାନଙ୍କ ଆୟୁଷ କମି ଯାଏ।
ଆୟୁଷ କମି ଯିବାର ଆଉ ଏକ ମୁଖ୍ୟ କାରଣ ହେଉଛି କ୍ରୋଧ। କୁହାଯାଏ ଆପଣ ଯଦି କୌଣସି କାରଣକୁ ନେଇ ରାଗୁଛନ୍ତି ତା'ହେଲେ ଭୁଲ୍ କରୁଛନ୍ତି। କ୍ରୋଧକୁ ନର୍କର ଦ୍ୱାର ବି କୁହାଯାଏ।
ଲୋଭ ମଧ୍ୟ ମଣିଷର ଆୟୁକୁ କମ୍ କରି ଦିଏ। ସେ ସବୁ ବେଳେ କେମିତି ଅଧିକ ଆୟ କରିବ ସେ ବିଷୟରେ ଚିନ୍ତା କରେ। ଏଥିପାଇଁ ବେଳବେଳେ ଅନ୍ୟର ଅନିଷ୍ଟ କରିବାକୁ ମଧ୍ୟ ଚିନ୍ତା କରେ। ତେଣୁ ଏହି ସମୟରେ ସେ ଅନ୍ୟକୁ ଅଶାନ୍ତି ଦେବା ସହ ଅଧିକ ଟଙ୍କା ପାଇଁ ବ୍ୟଗ୍ର ହୋଇ ନିଜକୁ ବି ଅଶାନ୍ତି ରଖେ। ଏହା ଦ୍ୱାରା ତାର ଆୟୁଷ କମେ ବୋଲି କୁହାଯାଏ।
କେବେ ବି ଅନ୍ୟମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ଏହାକୁ ଗର୍ବ ବୋଲି କୁହାଯାଏ। ଏହି ଗର୍ବ ଦ୍ୱାରା ମଣିଷ ଅନ୍ୟକୁ ଯେତିକି କ୍ଷତି ପହଞ୍ଚାଇ ପାରେ ନାହିଁ ନିଜକୁ ସେତିକି କ୍ଷତି ପହଞ୍ଚାଏ। ଏହି ଗର୍ବ ବି ଆୟୁ କମାଇ ଦିଏ ବୋଲି କୁହାଯାଏ। | <urn:uuid:a6a1cbcb-4cca-4ffa-b45e-7dcded6fab66> | CC-MAIN-2017-34 | http://odishareporter.in/life-style/leave-these-four-habit-neither-loose-your-live-period/ | 2017-08-19T18:41:56Z | s3://commoncrawl/crawl-data/CC-MAIN-2017-34/segments/1502886105712.28/warc/CC-MAIN-20170819182059-20170819202059-00599.warc.gz | ory | 0.999937 | Orya | 6 | {"ory_Orya_score": 0.9999369382858276} |
ଆଦିପୁସ୍ତକ 12Oriya Bible: Easy-to-Read Version (ERV-OR)
ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା
12 ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, "ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।
2 ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି।
ଅବ୍ରାମଙ୍କର କିଣାନ ଯାତ୍ରା
4 ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। 5 ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ। 6 ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ।
7 ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, "ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।"
ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। 8 ଏହା ପରେ ଅବ୍ରାମ ସେହି ସ୍ଥାନ ଛାଡ଼ି ବୈଥେଲ୍ର ପୂର୍ବଆଡ଼େ ପର୍ବତକୁ ଯାଇ ନିଜର ତମ୍ବୁ ସ୍ଥାପନ କଲେ। ସେଠାରେ ପଶ୍ଚିମରେ ବୈଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। 9 ଏହା ପରେ ଅବ୍ରାମ ଭ୍ରମଣ କରୁ କରୁ ଦକ୍ଷିଣ ଦିଗକୁ ଗଲେ।
ମିଶରରେ ଅବ୍ରାମ
10 ସେହି ସମୟରେ ସେହି ଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ଯାତ୍ରା କଲେ। 11 ସେ ଯେତେବେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, "ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦରୀ। 12 ମିଶରୀୟମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, 'ତୁମ୍ଭେ ମୋର ସ୍ତ୍ରୀ।' ତା'ପରେ ସେମାନେ ମୋତେ ମାରି ଦେବେ ଏବଂ ତୁମ୍ଭକୁ ଦୂରକୁ ନେଇଯିବେ। 13 ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମୋର ଭଉଣୀ ବୋଲି। ଯଦ୍ଦ୍ୱାରା ସେମାନେ ମୋତେ ଦୟା ଦେଖାଇବେ। ଏହି ପ୍ରକାରେ ତୁମ୍ଭେ ମୋର ପ୍ରାଣକୁ ରକ୍ଷା କରି ପାରିବ।"
14 ଯେତେବେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀୟମାନେ ସେହି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ। 15 ଏହା ପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କଲେ। ଏହା ପରେ ସେହି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା। 16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦେଖାଇଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।
17 ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ୱାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ। 18 ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, "ତୁମ୍ଭେ କାହିଁକି ମୋ' ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି? 19 ତୁମ୍ଭେ କହିଲ ଯେ, 'ସେ ତୁମ୍ଭର ଭଉଣୀ ଥିଲା।' ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମୋର ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫେରାଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫେରିଯାଅ।" 20 ଅବ୍ରାମଙ୍କୁ ମିଶରରୁ ତଡ଼ି ଦେବା ପାଇଁ ଫାରୋ ତାଙ୍କର ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ସମସ୍ତ ଦ୍ରବ୍ୟ ଧରି ସେହି ସ୍ଥାନ ପରିତ୍ୟାଗ କଲେ। | <urn:uuid:73e86761-6554-42bc-8e6f-157036bd433a> | CC-MAIN-2017-34 | https://www.biblegateway.com/passage/?search=%E0%AC%86%E0%AC%A6%E0%AC%BF%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+12&version=ERV-OR | 2017-08-20T05:52:49Z | s3://commoncrawl/crawl-data/CC-MAIN-2017-34/segments/1502886105976.13/warc/CC-MAIN-20170820053541-20170820073541-00475.warc.gz | ory | 1.000005 | Orya | 15 | {"ory_Orya_score": 1.0000054836273193} |
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 30Oriya Bible: Easy-to-Read Version (ERV-OR)
ଅମାଲେକୀୟମାନେ ସିକ୍ଳଗ୍ ଆକ୍ରମଣ କଲେ
30 ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଳଗ୍ରେ ପହଞ୍ଚିଲେ। ସେମାନେ ଦେଖିଲେ ଅମାଲେକୀୟମାନେ ସିକ୍ଳଗ ଆକ୍ରମଣ କରିଥିଲେ। ଅମାଲେକୀୟ ଲୋକମାନେ ନେଗେଭ ଆକ୍ରମଣ କରି ଓ ସିକ୍ଳଗ୍କୁ ଆକ୍ରମଣ କରି ସହରରେ ନିଆଁ ଲଗାଇ ଦେଇଥିଲେ। 2 ସେମାନେ ସିକ୍ଳଗ୍ର ସମସ୍ତ ସ୍ତ୍ରୀଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସେମାନେ ସମସ୍ତ ବୃଦ୍ଧ ଓ ସମସ୍ତ ଯୁବକମାନଙ୍କୁ ବନ୍ଦୀ କରି ଆଣିଥିଲେ। ସେମାନେ କାହାରିକୁ ମାରି ଦେଇ ନ ଥିଲେ। ସେମାନଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେମାନଙ୍କୁ ନିଜ ନିଜ ପଥରେ ନେଇ ଯାଇଥିଲେ।
3 ଯେତେବେଳେ ଦାଉଦ ଓ ତା'ର ଲୋକମାନେ ସିକ୍ଳଗ୍କୁ ଆସିଲେ। ସେମାନେ ଦେଖିବାକୁ ପାଇଲେ, ସହର ଜଳୁଅଛି। ସେମାନଙ୍କର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି। ଅମାଲେକୀୟମାନେ ସେମାନଙ୍କୁ ନେଇ ଯାଇଛନ୍ତି। 4 ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସେମାନେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକୁ ଦୁର୍ବଳ ହୋଇ ପଡ଼ିଲେ। 5 ଅମାଲେକୀୟମାନେ ମଧ୍ୟ ଦାଉଦଙ୍କର ଦୁଇ ସ୍ତ୍ରୀକୁ ନେଇ ଯାଇଅଛନ୍ତି। ଅହୀନମ୍ ଯିଷ୍ରିୟେଲୀୟା ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ।
6 ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ। 7 ଦାଉଦ ଅହୀମେଲକର ପୁତ୍ର ଅବିୟାଥର ଯାଜକକୁ କହିଲେ, ମୋ' ପାଖକୁ "ଏଫୋଦ ଆଣ।"
8 ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, "ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?"
ସଦାପ୍ରଭୁ ଉତ୍ତର ଦେଲେ, "ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।"
ଦାଉଦ ଓ ତାଙ୍କ ଲୋକମାନେ ଜଣେ ମିଶରୀୟ ଦାସକୁ ପାଇଲେ
9-10 ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନେଇ ବିଷୋର ନଦୀ ନିକଟରେ ପହଞ୍ଚିଲେ। ସେଠାରେ 200 ଲୋକ ରହିଲେ, କାରଣ ସେମାନେ ସେଠାରେ ଅତ୍ୟନ୍ତ କ୍ଳାନ୍ତ ଓ ଦୁର୍ବଳ ହୋଇ ପଡ଼ିଥିଲେ। ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନେଇ ଅମାଲେକୀୟମାନଙ୍କ ପଛରେ ଗୋଡ଼ାଇଲେ।
11 ଦାଉଦଙ୍କର ଲୋକମାନେ କ୍ଷେତରେ ଜଣେ ମିଶରୀୟକୁ ପାଇଲେ। ତାଙ୍କୁ ସେମାନେ ଦାଉଦଙ୍କ ନିକଟକୁ ଆଣିଲେ। ସେମାନେ ତାହାକୁ ଖାଦ୍ୟ ଓ ପାନୀୟ ଦେଲେ। 12 ସେମାନେ ମିଶରୀୟଙ୍କୁ ଡିମ୍ବିରି ଚକ୍ତିରୁ ଖଣ୍ଡେ ଓ ଦୁଇ ପେଣ୍ଡା କିସ୍ମିସ୍ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନୁଭବ କଲା। ସେ ତିନି ଦିନ ଏବଂ ତିନି ରାତି କିଛି ଖାଇ ନ ଥିଲା, ପାଣି ପିଇଲା ନାହିଁ।
13 ଦାଉଦ ମିଶରୀୟଙ୍କୁ ପଗ୍ଭରିଲେ, "ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରୁ ଆସିଛ?"
ସେ କହିଲା, "ମୁଁ ଜଣେ ମିଶରୀୟ। ମୁଁ ଏକ ଅମାଲେକୀୟର ଜଣେ ଦାସ ଅଟେ। ତିନି ଦିନ ପୂର୍ବରୁ ମୁଁ ଅସୁସ୍ଥ ହୋଇଗଲି, ତେଣୁ ମୋର ପ୍ରଭୁ ମୋତେ ଛାଡ଼ି ଗ୍ଭଲିଗଲେ। 14 ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍କୁ ଅଗ୍ନିରେ ଦଗ୍ଧ କଲୁ ଓ ଯିହୁଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲୁ।"
15 ଦାଉଦ ତାଙ୍କୁ ପଗ୍ଭରିଲେ, "ତୁମ୍ଭେ ମୋତେ ସେହି ସୈନ୍ୟଦଳ ନିକଟକୁ ନେଇ ପାରିବ କି ଯେଉଁମାନେ ଆମ୍ଭର ପରିବାରକୁ ସାଙ୍ଗରେ ନେଇ ଯାଇଛନ୍ତି।"
ମିଶରୀୟ ଜଣକ କହିଲା, "ତୁମ୍ଭେ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କୁହ ଯେ ତୁମ୍ଭେ ମୋତେ ମାରିଦେବ ନାହିଁ କି ମୋର ମୁନିବ ନିକଟରେ ମୋତେ ସମର୍ପଣ କରିବ ନାହିଁ। ତେବେ ମୁଁ ଅଭିଯାନରେ ନେତୃତ୍ୱ କରିବି।"
ଦାଉଦ ଅମାଲେକୀୟମାନଙ୍କୁ ପରାଜିତ କଲେ
16 ସେହି ମିଶରୀୟ ଜଣକ ଦାଉଦଙ୍କୁ ସେମାନଙ୍କ ନିକଟକୁ ନେଇଗଲା। ଯେଉଁଠାରେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ବସି ଖିଆପିଆ କରୁଥିଲେ। ସେମାନେ ପଲେଷ୍ଟୀୟମାନଙ୍କର ଓ ଯିହୁଦାରୁ ଲୁଣ୍ଠନ କରିଥିବା ବହୁତ ସାମଗ୍ରୀମାନ ଉପଭୋଗ କଲେ ଓ ସେଠାରେ ଉତ୍ସବ କରୁଥିଲେ। 17 ଦାଉଦ ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ବଧ କଲେ। ସେମାନେ ସୂର୍ଯ୍ୟୋଦୟରୁ ପରଦିନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯୁଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢ଼ିଲେ ଏବଂ ପଳାଇଲେ ସେହି ଅମାଲେକୀୟ ବ୍ୟତୀତ କେହି ରକ୍ଷା ପାଇଲେ ନାହିଁ।
18 ଦାଉଦ ପ୍ରତ୍ୟେକ ଜିନିଷ ଫେରି ପାଇଲେ, ଯେଉଁଗୁଡ଼ିକୁ ଅମାଲେକୀୟମାନେ ନେଇଯାଇ ଥିଲେ। ଏପରିକି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମଧ୍ୟ। 19 ତାଙ୍କର କୌଣସି ଜିନିଷ କିମ୍ବା ବ୍ୟକ୍ତି ହରାଇ ନ ଥିଲେ। ସେମାନଙ୍କର ସମସ୍ତ ଦ୍ରବ୍ୟ, ବୟସ୍କ ଲୋକ, ପିଲା, ସମସ୍ତଙ୍କ ପୁତ୍ରକନ୍ୟା ସମସ୍ତଙ୍କୁ ଦାଉଦ ରକ୍ଷା କଲେ। ଏବଂ ସେମାନଙ୍କର ମୂଲ୍ୟବାନ ବସ୍ତୁକୁ ମଧ୍ୟ ଦାଉଦ ନେଇ ଆସିଲେ। 20 ଦାଉଦ ସମସ୍ତ ମେଷ ଓ ଗାଈମାନ ପୁନର୍ବାର ପାଇଲେ। ଦାଉଦଙ୍କର ଲୋକମାନେ ଏହି ପଶୁଗୁଡ଼ିକୁ ସେମାନଙ୍କ ଆଗେ ଆଗେ ନେଲେ ଓ ସେମାନେ କହିଲେ, "ଏହା ହେଉଛି ଦାଉଦଙ୍କର ଲାଭ।"
ସମସ୍ତ ଲୋକଙ୍କର ସମାନ ଭାଗ ହେବ
21 ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକୁ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହେତୁ ତାଙ୍କ ପଛେ ଆସି ପାରି ନ ଥିଲେ, ସେମାନେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକୁ ବାହାରି ଆସିଲେ। ଦାଉଦ ସେମାନଙ୍କ ନିକଟକୁ ଯାଇ ତାଙ୍କର କୁଶଳବାର୍ତ୍ତା ପଗ୍ଭରିଲେ। 22 କିଛି ଦୁଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗରେ ଯାଇଥିଲେ। ସେହି ଖଳ ପ୍ରକୃତିର ଲୋକମାନେ କହିଲେ, "ଏହି ଯେଉଁ 200 ଜଣ ଲୋକ ଆମ୍ଭ ସଙ୍ଗେ ଯାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ୟ ସେମାନଙ୍କୁ ଦେବା ନାହିଁ। ସେମାନଙ୍କୁ କେବଳ ସେମାନଙ୍କର ପିଲା ଓ ସ୍ତ୍ରୀ ଫେରାଇ ଦିଅ।"
23 ଦାଉଦ ଉତ୍ତର ଦେଲେ, "ହେ ମୋର ଭାଇମାନେ, ସେପରି କର ନାହିଁ। ସଦାପ୍ରଭୁ ଯାହା ଦେଲେ, ସେ ବିଷୟରେ ଭାବ। ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି, ଆମ୍ଭକୁ ଆକ୍ରମଣ କରୁଥିବା ସୈନ୍ୟମାନଙ୍କୁ ପରାସ୍ତ କରାଇଲେ। 24 ତୁମ୍ଭମାନଙ୍କର କଥା କିଏ ଶୁଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରୀରେ ଯିଏ ଯୁଦ୍ଧକୁ ଯାଇଥିଲା ସେ ମଧ୍ୟ ଓ ଯିଏ ଭଣ୍ତାରର ଦାୟିତ୍ୱରେ ଥିଲା ସେ ମଧ୍ୟ ସମାନ ଭାଗ ପାଇବ।" 25 ଦାଉଦ ସେହି ଦିନଠାରୁ ଏହି ନିୟମ ପ୍ରଚଳନ କଲେ। ଯାହା ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ ଚଳୁଅଛି।
26 ଦାଉଦ ସିକ୍ଳଗରେ ଉପସ୍ଥିତ ହେଲେ। ତା'ପରେ ସେ ଆଣିଥିବା ଦ୍ରବ୍ୟ ତାଙ୍କର ବନ୍ଧୁମାନଙ୍କ ନିକଟକୁ ପଠାଇଲେ ଯିହୁଦାର ନେତାଙ୍କ ନିକଟକୁ। ଦାଉଦ କହିଲେ, "ଏହିଠାରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତ୍ରୁମାନଙ୍କ ନିକଟରୁ ଅଣା ଯାଇଅଛି।"
27 ଅମାଲେକୀୟମାନଙ୍କ ନିକଟରୁ ଆଣିଥିବା ଦ୍ରବ୍ୟ ଦାଉଦ କିଛି ବୈଥେଲ୍ର ପ୍ରାଚୀନମାନଙ୍କୁ, ନେଗେଭର ରାମା ଓ ଯତ୍ତୀର ନେତାମାନଙ୍କ ନିକଟକୁ ପଠାଇଲେ। 28 ଅରୋୟର, ଶିଫମୋତ୍ ଓ ଇଷ୍ଟିମୋୟମାନଙ୍କ ନିକଟକୁ କିଛି ପଠାଇଲେ। 29 ସେ କେତେକଙ୍କୁ ରାଖଲ୍ ଓ ଯିରହମେଲୀୟମାନଙ୍କ ସହର କେନିତ୍ ସହର ପଠାଇଲେ। 30 ହର୍ମା, କୋରାଶନ୍, ଅଥାକ୍, 31 ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ। | <urn:uuid:10400fa8-97cb-4462-a2bc-9ea47c2dcc17> | CC-MAIN-2017-34 | https://www.biblegateway.com/passage/?search=%E0%AC%B6%E0%AC%BE%E0%AC%AE%E0%AD%81%E0%AD%9F%E0%AD%87%E0%AC%B2%E0%AC%99%E0%AD%8D%E0%AC%95%20%E0%AC%AA%E0%AD%8D%E0%AC%B0%E0%AC%A5%E0%AC%AE%20%E0%AC%AA%E0%AD%81%E0%AC%B8%E0%AD%8D%E0%AC%A4%E0%AC%95+30&version=ERV-OR | 2017-08-18T09:34:00Z | s3://commoncrawl/crawl-data/CC-MAIN-2017-34/segments/1502886104631.25/warc/CC-MAIN-20170818082911-20170818102911-00099.warc.gz | ory | 1.000001 | Orya | 15 | {"ory_Orya_score": 1.0000014305114746} |
ପ୍ରଶାନ୍ତ ପଟ୍ଟନାୟକ
ଏକଦା ଜନୈକ ରାଜନୀତିଜ୍ଞଙ୍କ ସହ ଅ।ଲୋଚନା ସମୟରେ ସେ ମନ୍ତବ୍ୟ କରିଥିଲେ, ""ଓଡିଶାରେ ବିଜୁ ବାବୁଙ୍କର କେହି ବନ୍ଧୁ ନାହାନ୍ତି । କେବଳ ଅଛନ୍ତି ସ୍ତାବକ ଅଥବା ଶତ୍ରୁ" ।
ଯେଉଁ ରାଜନୀତିଜ୍ଞ ଏହି ମତବ୍ୟକ୍ତ କରିଥିଲେ, ସେ ନିଜେ ହେଉଛନ୍ତି ବିଜୁବାବୁଙ୍କର ଜଣେ କଟୁ ସମାଲୋଚକ । ନିକ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ସେ କହିଥିଲେ, "ବିଜୁବାବୁ ଭଳି ଜଣେ ଲୋକ ଯାହାଙ୍କ ସହ ବନ୍ଧୁତା କରିବା ଲାଗି ଓଡ଼ିଶାର କୌଣସି ରାଜନୀତିଜ୍ଞ ଅ।ଗେଇ ଅ।ସନ୍ତି ନାହିଁ । କାରଣ ସେ ଖୁବ୍ ରୋକ୍ଠୋକ୍ ଭାବରେ ମୁହେଁ ମୁହେଁ ଅନେକ ଅପ୍ରିୟ ସତ୍ୟ କହିପକାନ୍ତି ଓ ବେଳେ ବେଳେ କଠୋର ବ୍ୟବହାର ପ୍ରଦର୍ଶନ କରନ୍ତି ।
ବନ୍ଧୁ ଭାବରେ କେହି ତାଙ୍କୁ ପରାମର୍ଶ ଦେଲେ ସେ ପ୍ରାୟ ଗ୍ରହଣ କରନ୍ତି ନାହିଁ । ଫଳରେ ତାଙ୍କର କେହି ବନ୍ଧୁ ତିଷ୍ଠି ରହନ୍ତି ନାହିଁ । କେବଳ ଶତ୍ରୁ ଓ ସ୍ତାବକଙ୍କୁ ନେଇ ବିଜୁବାକୁ ରାଜନୀତି ଦୁନିଅ।ରେ ବଞ୍ଚି ରହିଛନ୍ତି । ତାଙ୍କର ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ଥିବା ଜନୈକ ଅଣଓଡିଅ। ସାମ୍ବାଦିକ ବନ୍ଧୁ କହିଥିଲେ, ""ହଁ … ମୁଁ ଓଡ଼ିଶାକୁ ଅ।ସିବା ଦିନୁ ତାହାହିଁ ଦେଖୁଛି ।
ବିଜୁବାବୁଙ୍କ ଗୁଣମୁଗ୍ଧ ଅନେକ ସ୍ତାବକ ରହିଛନ୍ତି ଓ ଅନେକ ଅସହିଷ୍ଣୁ ଶତ୍ରୁ ମଧ୍ୟ ଅଛନ୍ତି । ବନ୍ଧୁ ହୁଏତ୍ କମ୍ । ପ୍ରକୃତ ବନ୍ଧୁ କିଏ ମୁଁ ଅଛନ୍ତି କି ନା ଜାଣେନା । କାରଣ ବନ୍ଧୁତା କେବଳ ସମାସ୍କନ୍ଧ ବ୍ୟକ୍ତି ସହ କରାଯାଇଥାଏ । ଓଡ଼ିଶାରେ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଓ ବ୍ୟକ୍ତିତ୍ୱ ଦିଗରେ କିଏ ବା ସମକକ୍ଷ ଅଛନ୍ତି, ଯେ ସେ ତାଙ୍କ ସହ ଘନିଷ୍ଠ କରିବା ଲାଗି ଅ।ଗେଇ ଅ।ସିବେ ?
ଦୁଃଖର କଥା ଯେ, ବିଜୁବାବୁଙ୍କ ଭଳି ଜଣେ ବିରାଟ ଲୋକ ଓଡ଼ିଶା ଭଳି ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କଲେ । ସେ ଯଦି ବଙ୍ଗଳା, ବମ୍ବେ, ଉତ୍ତରପ୍ରଦେଶ ବା ପଞ୍ଜାବରେ ଜନ୍ମ ହୋଇଥାନ୍ତେ, ତେବେ ଅ ।ଜି ଭାରତରେ ଅନେକ ଉଚ୍ଚପଦର ଅଧିକାର କରି ବସିଥାଅ।ନ୍ତେ ।"
ସାମ୍ବାଦିକ ବନ୍ଧୁଙ୍କର ଏହି ଉକ୍ତି ଶୁଣି, ରାଜନୈତିକ ବ୍ୟକ୍ତିଜଣକ କଥାର ମୋଡ଼ ବଦଳାଇଥିଲେ । ଏଇ କେଇ ବର୍ଷ ତଳର କଥା । ବୋଧହୁଏ ୧୯୭୩ ବା ୭୪ ମସିହାର କଥା । ବିଜୁବାବୁ ଓଡ଼ିଶା ରାଜନୀତିରେ ଜଣେ ବିବଦମାନ ବ୍ୟକ୍ତି ଭାବରେ ପ୍ରାୟ ତିନି ଦଶକରୁ ଉଦ୍ଧ୍ୱର୍ କାଳ ଧରି ଅ।ଲୋକିତ ଓ ସମାଲୋଚିତ ହୋଇ ଅ।ସିଛନ୍ତି ।
ଅନେକେ ତାଙ୍କୁ "ଓଡିଶାର ଗର୍ବ ଓ ଗୌରବ" ବୋଲି କହି ପ୍ରାକ୍ ସ୍ୱାଧୀନତା କାଳରେ ସେ ଇଂରେଜ ସରକାରଙ୍କ ଅଧୀନରେ ବୈମାନିକ ଥାଇ କିଭଳି ସ୍ୱାଧୀନତା ଆନ୍ଦୋଳନ କାରୀମାନଙ୍କୁ ସାହାଯ୍ୟ କରୁଥିଲେ ଓ ସ୍ୱାଧୀନତା ଅ।ନେ୍ଦାଳନରେ ଯୋଗ ଦେବାଲାଗି ଜନସାଧାରଣଙ୍କୁ ଅ।ହ୍ୱାନ ଦେଇ ପ୍ରଚାର ପତ୍ରମାନ ଦୁର୍ଗମ ଅଞ୍ଚଳ ସବୁରେ ଅ।କାଶମାର୍ଗରୁ ପକାଇବା ସଙ୍ଗେ ସଙ୍ଗେ ବ୍ରିଟିଶ ପୋଲିସ ଅ।ଖିରେ ଧୂଳିଦେଇ ବଣ ଜଙ୍ଗଲରେ ଲୁଚି ରହିଥିବା ବହୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାହାଯ୍ୟ କରୁଥିଲେ ତାହା ଉଲ୍ଲେଖ କରି ପ୍ରଶଂସାରେ ଶତମୁଖ ହୋଇ ଉଡିଥାଅ।ନ୍ତି ।
ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସଂଗ୍ରାମୀମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ବିଜୁବାବୁ ଗିରଫ ହୋଇ କାଶ୍ମୀର ଜେଲରେ ଥିବା ସମୟରେ ତାଙ୍କୁ ବରଫ ଉପରେ ଶୁଅ।ଇ କିଭଳି ଅତ୍ୟାଚାର କରାଯାଇଥିଲା, ତାହାର ବର୍ଣ୍ଣନା ମୁଁ "ପ୍ୟାଟ୍ରିୟଟ' ସମ୍ବାଦପତ୍ରର ପୂର୍ବତନ ସମ୍ପାଦକ ଶ୍ରୀ ପି. ବିଶ୍ୱନାଥଙ୍କ ଠାରୁ ଶୁଣିଛି । ଶ୍ରୀ ବିଶ୍ୱନାଥ କାଶ୍ମୀର ଜେଲରେ ବିଜୁଙ୍କ ସହ ବନ୍ଦୀ ହୋଇଥିଲେ ।
ବିଜୁବାବୁଙ୍କ ଦୁଃସାହସିକ କାର୍ଯ୍ୟକଳାପ ସମ୍ପର୍କରେ ଶ୍ରୀମତୀ ଅରୁଣା ଅ।ସଫ୍ ଅଲ୍ଲୀଙ୍କ ଠାରୁ ବହୁ ରୋମାଞ୍ଚକର କାହାଣୀ ମଧ୍ୟ ଶୁଣିଛି । ଦିଲ୍ଲୀର ଓଲ୍ଡ୍ ଥିଏଟର ରୋଡ଼ରୁ ପ୍ରକାଶିତ "ଲିଙ୍କ' ସମ୍ବାଦ ସାପ୍ତାହିତ ପତ୍ରିକା ବାହାଦୂର ସାହାଜାଫର ମାର୍ଗରେ ନିଜସ୍ୱ କୋଠା ନିର୍ମାଣ କରିବା ଲାଗି ଯେତେବେଳେ ପ୍ରସ୍ତାବ ହୋଇଥିଲା, ଡଃ ବାଲିଗା, ଅରୁଣାଜୀ, ଏଡ଼ାଟାଟା ନାରାୟଣ, ଭିକେ କ୍ରୀଷ୍ଣମେନନ୍, ପି. ବିଶ୍ୱନାଥ ଓ ବିଜୁବାବୁ ପ୍ରମୁଖ ବସି ଅ।ଲୋଚନା କରିବା ସମୟରେ ସମ୍ମୁଖରେ ପ୍ରସ୍ତାବିତ "ଲିଙ୍କ ହାଉସ୍'ର ନକ୍ସା ଉପସ୍ଥାପନା କରାଯାଇଥିଲା ।
ମାତ୍ର ତାହା ଦେଖିବା ମାତ୍ରେ ବିଜୁବାକୁ ପ୍ରତିକ୍ରିୟା ପ୍ର୍ରକାଶ କରି କହିଥିଲେ, ""ସମ୍ବାଦପତ୍ର ଅଫିସ ନା ଗୋଦାମ ଘରର ନକ୍ସା ? ""ଲିଙ୍କ ହାଉସ୍"ର ନକ୍ସା ବଦଳାଇବାକୁ ହେବ । ଅନୁ୍ୟନ ଏକ ଛଅମହଲା ବିଶିଷ୍ଟ ଘର କରିବାକୁ ପଡିବ " । ତାଙ୍କ କଥା ଶୁଣି ଅରୁଣାଜୀ କହିଥିଲେ, ""ବିଜୁ ! ତୁମେ ଯେଭଳି ଡେଙ୍ଗାଲୋକ, ତୁମ ଚିନ୍ତାଧାରା ମଧ୍ୟ ଠିକ୍ ସେହିଭଳି ।
ଏକ ବଡ଼ କୋଠା ଲାଗି ଏତେ ଟଙ୍କା ଅ।ସିବ କୁଅ।ଡ଼ୁ ?"ବିଜୁବାବୁ ସେତେବେଳେ କହିଥିଲେ, ""ତାର ବ୍ୟବସ୍ଥା ଡଃ. ବାଲିଗା ଓ ମୁଁ କରିବୁ, ଅ।ମେ ବ୍ୟାଙ୍କରୁ ଋଣ ନେବା, ଲିଙ୍କର ସେୟାର ବିକିବା ।
ଟଙ୍କା ସମସ୍ୟା ରହିବ ନାହିଁ ।"ପ୍ରକୃତରେ ଟଙ୍କା "ଲିଙ୍କ ହାଉସ୍' ନିର୍ମାଣ ଲାଗି ଅନ୍ତରାୟ ସୃଷ୍ଟି କରିନଥିଲା । ଅରୁଣାଜୀ ଯେବେ ବି ଏକଥା କହିବା ବେଳେ ଭାବପ୍ରବଣ ହୋଇ ଉଠନ୍ତି ଓ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଉ ଉଠେ ବିଜୁବାବୁଙ୍କ ସମ୍ପର୍କରେ ବହୁ ନିନ୍ଦା ପ୍ରଶଂସା ଶୁଣିଛି ।
ତାଙ୍କ ରାଜନୈତିକ ଓ ଅର୍ଥନୈତିକ ଉତ୍ଥାନ ପତନ ମଧ୍ୟ ଦେଖିଛି । ସେ ହୁଏତ ଓଡ଼ିଶାର ଏକମାତ୍ର ରାଜନୀତିଜ୍ଞ ଯିଏ କି ରାଜନୀତି ଯୋଗୁ ନିଜର ସମସ୍ତ ବ୍ୟବସାୟ ଓ ଶିଳ୍ପକୁ ଜଳାଞ୍ଜଳି ଦେଇଛନ୍ତି । ଅନ୍ୟମାନେ ରାଜନୀତି କରି ପ୍ରଭୂତ ସମ୍ପତ୍ତିର ମାଲିକ ହୋଇଥିବା ସ୍ଥଳେ ବିଜୁବାବୁଙ୍କ କ୍ଷେତ୍ରରେ ତାହାର ବୈପରୀତ୍ୟ ଦେଖାଦେଇଛି ।
ଛାତ୍ର ଜୀବନରେ ୧୯୬୪ ମସିହାରେ ବିଜୁବାବୁଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଆନ୍ଦୋଳନରେ ଯୋଗ ଦେଇ ଚନ୍ଦନ ପଡିଅ।ଠାରେ ତାଙ୍କ ଉପରେ ଶାରିରୀକ ଅ।କ୍ରମଣ କରିବାରେ ମଧ୍ୟ ମୁଁ ଭୂମିକା ଗ୍ରହଣ କରିଛି ।ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ତାଙ୍କର ଶିଳ୍ପ ପ୍ରତିଷ୍ଠା ଓ ରାଜନୀତିର ସୀମା ମଧ୍ୟରେ ସୀମିତ ରଖି ସମସ୍ତେ ମୂଲ୍ୟାୟନ କରୁଥିବା ସମୟରେ ମୁଁ କେବଳ ଦେଖିଛି ତାଙ୍କର ସବୁଠାରୁ କୋମଳତମ ଦିଗଟିକୁ । ତାହାହିଁ ତାଙ୍କର ମାନବିକତା ।
କଳିଙ୍ଗ ଫାଉଣ୍ଡେସନ ତରଫରୁ ହଜାର ହଜାର ଗରିବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଓ ସାହାଯ୍ୟ ପ୍ରଦାନ ପାଇଁ ନୁହେଁ, ଅଥବା ଅନେକ ଅସହାୟ ରୋଗୀଙ୍କୁ ଅ।ର୍ଥିକ ସାହାଯ୍ୟ ଦାନ କିମ୍ବା ଅନ୍ତର୍ଜାତୀୟ ଖ୍ୟାତିଲାଭ ପାଇଁ କଳିଙ୍ଗ ପୁରସ୍କାର ଘୋଷଣା କରିଥିବା ଯୋଗୁଁ ନୁହେଁ, ମୁଁ ବିଜୁବାବୁଙ୍କୁ ସମ୍ମାନ ଓ ଶ୍ରଦ୍ଧା କରିବାର ଏକମାତ୍ର କାରଣ ହେଉଛି ତାଙ୍କର ମାନସିକତା ।
ସୁଦୀର୍ଘ ସାମ୍ବାଦିକ ଜୀବନରେ ବହୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କରେ ଅ ।ସିଛି ଓ ସେମାନଙ୍କ ଏକ ଏକତ୍ର ଗସ୍ତ କରିଛି । ଅନ୍ୟ ରାଜନୀତିଜ୍ଞମାନେ ଗସ୍ତ ସମୟରେ ବିଭିନ୍ନ ଅ।ୟୋଜିତ ଭୋଜି ଅଥବା ଲଞ୍ଚ ଓ ଡିନର ଖାଇ ଅ।ରାମରେ ବିଶ୍ରାମ କରିଥାଅ।ନ୍ତି । ଏକମାତ୍ର ବିଜୁବାବୁ ହୁଏତ ଏକମାତ୍ର ବ୍ୟକ୍ତି ଯେ, କି ନିଜେ ଖାଇବା ପୂର୍ବରୁ ତାଙ୍କ ସହ ଯାଇଥିବା ପ୍ରତ୍ୟେକଙ୍କର ଖାଇବା କଥା ବୁଝନ୍ତି ।
ସେ ଖାଇବା ଅ।ଗରୁ ଡ୍ରାଇଭର ଓ ଅନ୍ୟମାନେ ଖାଇବା ଲାଗି ବ୍ୟବସ୍ଥା କରନ୍ତି ପରେ ଖାଅ।ନ୍ତି ଅଥବା ଏକତ୍ର ଖାଅ।ନ୍ତି ।ଭିଅ।ଇପିମାନଙ୍କ ନିମନ୍ତେ ଖାଇବାର ବ୍ୟବସ୍ଥା ସମୟରେ ସେମାନେ ଯେ, ଭିଅ।ଇପି ଏହା ପ୍ରତିପାଦନ ଲାଗି ଓଡ଼ିଶାର ଅଧିକାଂଶ ଭିଅ।ଇପିଙ୍କ ନିମନ୍ତେ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଥାଏ ।
ଏପରିକି ମୁଁ ଅନେକ ଭିଅ।ଇପିଙ୍କୁ ଦେଖିଛି ସେମାନେ ପଂକ୍ତି ଭୋଜନରେ କେତେକ ସ୍ୱତନ୍ତ୍ର ଖାଦ୍ୟ ଖାଉଥିବା ସମୟରେ ଅନ୍ୟମାନଙ୍କ ପାଇଁ ଭିନ୍ନ ଖାଦ୍ୟ ପରିବେଷଣ କରାଯାଇଥାଏ ଓ ସେମାନଙ୍କ ପାଇଁ ଭିନ୍ନ ଖାଦ୍ୟ ପରିବେଷଣ କରାଯାଇଥାଏ ଓ ସେମାନେ ଏହି ସ୍ୱତନ୍ତ୍ର ଖାଦ୍ୟ ପାଇଁ ଗର୍ବ ଅନୁଭବ କରିଥାଅ।ନ୍ତି ।
ମାତ୍ର ବିଜୁବାବୁ ହେଉଛନ୍ତି ସେମାନଙ୍କଠାରୁ ଏକ ବ୍ୟତିକ୍ରମ । ପଂକ୍ତିଭୋଜନ ସମୟରେ ହେଉ ଅଥବା ସେ ଗସ୍ତ କରିବା ସମୟରେ ଖାଇବା ଲାଗି ଯେଉଁ ବ୍ୟବସ୍ଥା ହୋଇଥାଏ, ସେଥିରେ ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଥିଲେ ସେ ଉତ୍କ୍ଷିପ୍ତ ହୋଇଉଠନ୍ତି ଓ ତାହା ବର୍ଜନ କରୁଥିବା ବହୁ ଦୃଷ୍ଟାନ୍ତ ମୁଁ ଦେଖିଛି ।
୧୯୬୯ ମସିହା ଶେଷ ଭାବରେ ଓଡ଼ିଶାର ସ୍ୱତନ୍ତ୍ର ଜନକଂଗ୍ରେସ ସରକାର ବିରୁଦ୍ଧରେ "ଓଡିଶା ବଞ୍ଚାଅ' ଅ।ନେ୍ଦାଳନ ଅ।ୟୋଜନ ଲାଗି ବିଜୁବାବୁ ଜନମତ ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ସାରା ଗସ୍ତ କରୁଥାଅ।ନ୍ତି । ସେତେବେଳେ "କଳିଙ୍ଗ'ର ପ୍ରତିନିଧି ଭାବରେ ମତେ ଅନେକ ସମୟରେ ତାଙ୍କ ସହ ଗସ୍ତ କରିବାକୁ ପଡୁଥାଏ ।
ପୁରୀ ଜିଲ୍ଲା ଜରିପଡାରେ ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ରାୟ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥାଅ।ନ୍ତି । ବିଜୁ ବାବୁ ଚିଙ୍ଗୁଡି ଖାଇବା ଲାଗି ଭଲ ପାଉଥିବାରୁ ତାଙ୍କ ପାଇଁ ଶ୍ରୀ ରାୟ ସ୍ୱତନ୍ତ୍ର ଭାବରେ କିଛି ବଡ଼ ଚିଙ୍ଗୁଡି ଭାଜିଥାଅ।ନ୍ତି । ଖାଇବା ପରଷା ଯିବା ସମୟରେ ବିଜୁବାବୁ ଖାଇବା ଅ।ଗରୁ ସମସ୍ତଙ୍କ ପତ୍ରକୁ ଚାହିଁଥିଲେ ଓ ଜାଣିପାରିଥିଲେ ଚିଙ୍ଗୁଡି ଭଜା କେବଳ ସ୍ୱତନ୍ତ୍ର ଭାବରେ ତାଙ୍କରି ପାଇଁ ହୋଇଛି ।
ସେ ତାହା ନ ଖାଇ ସଙ୍ଗେ ସଙ୍ଗେ ରଘୁବାବୁଙ୍କୁ ଡାକି ସେହି ଚିଙ୍ଗୁଡିକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ । ମାତ୍ର ଅଳ୍ପ ଚିଙ୍ଗୁଡି ଥିବାରୁ ଶ୍ରୀ ରାୟ କୁଣ୍ଠିତ ହେବାରୁ ସେଗୁଡିକ କାହାକୁ ନ ଦେବାଲାଗି ବିଜୁବାବୁ ପରାମର୍ଶ ଦେଇଥିଲେ । ଫଳରେ ଶ୍ରୀ ରାୟ ବାଧ୍ୟ ହୋଇ ସମସ୍ତଙ୍କ ମଧ୍ୟରେ ଚିଙ୍ଗୁଡି ବାଣ୍ଟିଥିଲେ । କେବଳ ଗୋଟିଏ କ୍ଷେତ୍ରରେ ନୁହେଁ, ବହୁ କ୍ଷେତ୍ରରେ ମୁଁ ବିଜୁବାବୁଙ୍କର ଏଇ ମାନବିକତାର ପ୍ରମାଣ ପାଇଛି ।
ତାଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ପ୍ରକାଶ କଲେ ସେ ହସି ହସି କହନ୍ତି, "ଯାହା ହେଉ ତୁମେ ମତେ ଭୁଲି ନ ଯାଇ ମନେ ରଖିଛ ବୋଲି ତ ମୋ ବିରୁଦ୍ଧରେ ଲେଖୁଛ । ସେତଇପାଇଁ ମୁଁ ଖୁସି" । ସମ୍ବାଦପତ୍ର ପ୍ରତି ଏଭଳି ସହନଶୀଳତା ଓଡିଶାର ରାଜନୀତିଜ୍ଞମାନଙ୍କ ନିକଟରେ ହୁଏତ ବିରଳ । | <urn:uuid:eb3886d2-2670-4819-8b39-beedc21287d8> | CC-MAIN-2017-34 | http://www.odisha.com/archives/23470 | 2017-08-20T09:43:53Z | s3://commoncrawl/crawl-data/CC-MAIN-2017-34/segments/1502886106367.1/warc/CC-MAIN-20170820092918-20170820112918-00346.warc.gz | ory | 1.000003 | Orya | 37 | {"ory_Orya_score": 1.000003457069397} |
ମୁମ୍ବାଇ, ଫେବୃଆରୀ ୨୮: ଅମିତାଭ ବଚ୍ଚନଙ୍କ ଅଭିନୀତ ନୂଆ ହିନ୍ଦୀ ସିନେମା 'ସରକାର ୩'ର ପୋଷ୍ଟର୍ ରିଲିଜ୍ ହୋଇଛି । ଏହି ସିନେମାରେ ଏକଦମ୍ ଭିନ୍ନ ଚରିତ୍ରରେ ବିଗ୍ ବିଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି କୁହାଛନ୍ତି ନିର୍ମାତା-ନିର୍ଦ୍ଦେଶକ ରାମ ଗେପାଳ ବର୍ମା । ପରଦାରେ ଆଗରୁ ତାଙ୍କର ଏଭଳି ରୂପ କେବେ ଦେଖିବାକୁ ମିଳି ନଥିଲା ବୋଲି ମଧ୍ୟ କୁହାଯାଉଛି । ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ବାଜପେୟୀ,ୟାମୀ ଗୌତମ୍ ଏବଂ ଜ୍ୟାକି ଶ୍ରଫ୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
ସୁପରହିଟ୍ ହୋଇଥିବା ରିତିକ୍ ରୋଶନ୍ ଅଭିନୀତ ଫିଲ୍ମ 'କାବିଲ'ରେ ଅଭିନୟ ଲାଗି ୟାମୀ ଗୌତମଙ୍କୁ ଉଚ୍ଚ ପ୍ରଶଂସିତ ମିଳିଥିଲା । ଏଥର ଶୁଣିବାକୁ ମିଳୁଛ ଯେ ୟାମୀ 'ସରକାର ୩'ରେ ଏକ ନକାରାତ୍ମକ ଭୂମିକାରେ ନଜର ଆସିବେ । ଅପରପକ୍ଷରେ ମନୋଜ ବାଜପେୟୀଙ୍କୁ ଦର୍ଶକ ଜଣେ ଚତୁର ରାଜନେତା ଚରିତ୍ରରେ ଦେଖିବାକୁ ପାଇବେ । 'ସରକାର ୩' ଆଗାମୀ ଅପ୍ରେଲ୍ ୭ ତାରିଖରେ ମୁକ୍ତିଲାଭ କରିବ ବୋଲି ସୁଚନାମିଲୁଛି । ତେବେ ପୂର୍ବରୁ ଉଭୟ ସରକାର ଏବଂ ସରକାର ରାଜ୍ ରେ ଅଭିନୟ କରିଥିବା ଅଭିଷେକ ବଚ୍ଚନଙ୍କୁ 'ସରକାର ୩'ରେ ଦର୍ଶକ ଦେଖିବାକୁ ପାଇବେ ନାହିଁ । | <urn:uuid:aae9cf02-e0d6-4c89-bebf-8526161a7782> | CC-MAIN-2017-34 | http://odia.annnews.in/odia/filmnews/news/Sarkar-III-Poster-Release | 2017-08-22T03:39:45Z | s3://commoncrawl/crawl-data/CC-MAIN-2017-34/segments/1502886109893.47/warc/CC-MAIN-20170822031111-20170822051111-00506.warc.gz | ory | 0.999979 | Orya | 9 | {"ory_Orya_score": 0.9999786615371704} |
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଯାପିତ ହୋଇଛି ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ । ଦୀର୍ଘ ୫ ଦିନ ଧରି ଚାଲିଥିବା ଏହି ଏସୀୟ ଦୌଡ଼କୁଦ କ୍ରୀଡ଼ା ପ୍ରତିଯୋଗୀତାର ଅନ୍ତିମ ସନ୍ଧ୍ୟାରେ ବି ଦେଖିବାକୁ ମିଳିଥିଲା ଓଡ଼ିଶା ସଂସ୍କୃତିର ଝଲକ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରିଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବୋଂ ବହୁ ଗଣ୍ୟ ମ।ନ ବ୍ୟକ୍ତି ବିଶେଷ ।
ପ୍ରଥମ ଥର ପାଇଁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ପଦକ ତାଲିକାର ଶୀର୍ଷରେ ରହିଛି ଭାରତ । ଏହି କ୍ରିଡା ପ୍ରତିଯୋଗିତାର ଉଦଯାପିତ ଦିବସରେ ଭାରତ ସମୁଦାୟ ୪ ଟି ସ୍ୱର୍ଣ୍ଣ ସହ ମୋଟ୍ ୧୫ଟି ପଦକ ପାଇଥିଲା । ତେବେ ସର୍ବୋମୋଟ ଭାରତ ୧୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୧୨ଟି ବ୍ରୋଞ୍ଜ ପଦକ ସହ ମୋଟ୍ ୨୯ ପଦକ ପାଇଁ ତାଲିକାର ଶୀର୍ଷରେ ରହିଛି ।
ଭାରତ ପଛକୁ ରହିଛି ଏସିଆର ଅନ୍ୟତମ ଶକ୍ତି କୁହାଯାଉଥିବା ଚୀନ୍ ।ଚୀନ୍ ୮ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ, ୫ଟି ବ୍ରୋଞ୍ଜ ସହ ମୋଟ୍ ୨୦ଟି ପଦକ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ।
ଅନ୍ୟପଟେ ସଫଳତାର ସହ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ ଆୟୋଜନ କରି ଦେଖାଇ ଦେଇଛି ଭୁବନେଶ୍ୱର । ମାତ୍ର ଦେଢ଼ମାସର ସମୟ ଭିତରେ ଏକ ବର୍ଣ୍ଣାଢ଼୍ୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରି ଭବିଷ୍ୟତ ପାଇଁ ଅନେକ ସଂଭାବନା ଖୋଲି ଦେଇଛି ଓଡିଶା । | <urn:uuid:bb8289c5-7d22-41b4-b707-87beeab79338> | CC-MAIN-2017-34 | http://enewsodia.com/%E0%AC%B0%E0%AC%99%E0%AD%8D%E0%AC%97%E0%AC%BE%E0%AC%B0%E0%AC%99%E0%AD%8D%E0%AC%97-%E0%AC%95%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F%E0%AC%95%E0%AD%8D%E0%AC%B0%E0%AC%AE-%E0%AC%AE%E0%AC%A7/ | 2017-08-20T17:05:37Z | s3://commoncrawl/crawl-data/CC-MAIN-2017-34/segments/1502886106865.74/warc/CC-MAIN-20170820170023-20170820190023-00289.warc.gz | ory | 1.000008 | Orya | 7 | {"ory_Orya_score": 1.0000083446502686} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଜାନୁଆରୀ ୧୧(ଓଡିଶା ଡଟ୍ କମ୍)- ଏଚ୍.ଆଇ.ଭି / ଏଡସ୍ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ରେଡ ରିବନ ଏକ୍ସପ୍ରେସ ଦେଶର ବିଭିନ୍ନ ରାଜ୍ୟରେ ଗସ୍ତ କରିଥିଲା । ଓଡିଶାରେ ଏହି ରେଡ ରିବନ ଏକ୍ସପ୍ରେସର ଗସ୍ତକୁ ସଫଳତାର ସହିତ ସୁପରିଚାଳନା କରାଯାଇ ପାରିଥିବାରୁ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ( ନାକୋ ) ତରଫରୁ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତିକୁ ଚାରୋଟି ପୁରସ୍କାର ପ୍ରଦାନ କରାଯିବା ପାଇଁ ମନୋନିତ କରାଯାଇଛି ।
ନାକୋ ସୂତ୍ରରୁ ପ୍ରକାଶ ଯେ ଓଡିଶାରେ ରାଜ୍ୟ ସ୍ତରରେ ରେଡ୍ ରିବନ ଏକ୍ସପ୍ରେସର ସଫଳତମ ସୁପରିଚାଳନା ନିମନ୍ତେ ପ୍ରକଳ୍ପ ନିଦେ୍ର୍ଧଶକ ଡାଃ ପ୍ରମୋଦ ମେହେର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଜନସାଧାରଣ ଏହି ରେଡ୍ ରିବନ ଏକ୍ସପ୍ରେସ ପରିଦର୍ଶନ କରିଥିବାରୁ ଜିଲ୍ଲାପାଳ ଡାଃ କିଶନ କୁମାରଙ୍କୁ ପୁରସ୍କୃତ କରାଯିବ ।
ସେହିପରି କଟକ ଜିଲ୍ଲା ନୋଡାଲ ଅଫିସର ଶାନ୍ତନୁ ପୃଷ୍ଟି ଏବଂ ଗଞ୍ଜାମ ଏଡସ୍ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକ୍ରମ ଅଧିକାରୀ ଦେବବ୍ରତ ମହାପାତ୍ର ମଧ୍ୟ ସମ୍ମାନିତ କରାଯିବ । ପ୍ରକାଶ ଥାଉକି ଗତ ବର୍ଷ ଜୁନ – ଜୁଲାଇ ମାସରେ ଏଡସ୍ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ରାଜ୍ୟର ୧୦ଟି ରେଳଷ୍ଟେସନରେ ରହଣୀ କରିଥଲା ।
ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଏହାକୁ ପରିଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଏହାକୁ ପରିଦର୍ଶନ କରି ଜାତୀୟ ସ୍ତରରେ ଏକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଗତ ବର୍ଷ ରେଡ ରିବନ୍ ଏକ୍ସପ୍ରେସ ଜାତୀୟ ଯୁବ ଦିବସରୁ ଯାତ୍ରା ଆରମ୍ଭ କରି ଭାରତ ବର୍ଷରେ ୨୩ ଟି ରାଜ୍ୟର ୧୬୨ ଟି ରେଳ ଷ୍ଟେସନରେ ରହଣୀ ସହିତ ପରିକ୍ରମା କରିଛି ।
ଆସନ୍ତା କାଲି ( ୧୨.୦୧.୨୦୧୩ ) ସଫଦରଗଞ୍ଜ ରେଳ ଷ୍ଟେସନରେ ଉଦ୍ୟାପନୀ ଉତ୍ସବ ସମାରେହରେ ନାକୋ ତରଫରୁ ପୁରସ୍କାର ପ୍ରଦାନ ଓ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ସୂତ୍ରରୁ ପ୍ରକାଶ ।
ଓଡିଶା ଡଟ୍ କମ୍
. | <urn:uuid:3c2cff5d-e36d-400d-999e-d4f352ad3693> | CC-MAIN-2017-34 | http://www.odisha.com/archives/tag/%E0%AC%8F%E0%AC%A1%E0%AC%B8%E0%AD%8D%E0%AC%A2-%E0%AC%B0%E0%AD%87%E0%AC%A1%E0%AD%8D-%E0%AC%B0%E0%AC%BF%E0%AC%AC%E0%AC%A8 | 2017-08-23T08:10:16Z | s3://commoncrawl/crawl-data/CC-MAIN-2017-34/segments/1502886117911.49/warc/CC-MAIN-20170823074634-20170823094634-00529.warc.gz | ory | 1.000004 | Orya | 40 | {"ory_Orya_score": 1.0000038146972656} |
କେଦାର ମିଶ୍ର
ମାନସ ହଂସ ମୁଁ ମାନସେ ଯିବି ଉଡ଼ି … ସଂଗୀତରେ ଏହାର ବର୍ଣ୍ଣନାକୁ ନୃତ୍ୟରେ ରୂପାନ୍ତରିତ କରାଯାଇପାରିବ କେମିତି ? ମାନସ ହଂସ ଏକ ବିଶାଳ ଆକାଶ ଆଡ଼କୁ ଉଡ଼ିଯିବା ପାଇଁ ବ୍ୟାକୁଳ । ସେ ମାନସ ହଂସ ସାଧାରଣରୁ ଅସାଧାରଣର ତଲାସରେ ତା'ର ଉଡାଣ ଆରମ୍ଭ କରିଛି ।
ଏପରି ଏକ ଜଟିଳ, ମନସ୍ତାତ୍ତ୍ୱିକ ଉତ୍ତରଣକୁ ନୃତ୍ୟରେ ରୂପାନ୍ତରିତ କଲାବେଳେ ଜଣେ ନୃତ୍ୟଶିଳ୍ପୀର ପ୍ରତିଭା ପାଇଁ ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି ହୁଏ । ଓଡ଼ିଶୀ ନୃତ୍ୟର ଗତି ଓ ଭଙ୍ଗୀରେ ଏହାକୁ କେତେ ସହଜରେ ବର୍ଣ୍ଣନା କରିହେବ ତାହା ହୁଏତ ଚିନ୍ତାର ବିଷୟ । ତେବେ ଏମିତି ଏକ ଦାର୍ଶନିକ ବିଷୟବସ୍ତୁରେ ଲାଳିତ୍ୟପୂର୍ଣ୍ଣ ଭଙ୍ଗୀରେ ଉପସ୍ଥାପନା କରନ୍ତି ଆମ ସମୟର ଅନ୍ୟତମ ସାର୍ଥକ ଓଡ଼ିଶୀ ଶିଳ୍ପୀ ମୀରା ଦାସ ।
କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ପ୍ରସିଦ୍ଧ କବିତା 'ଜୀବନ ସଂଗୀତ' ଆଧାରରେ ତାଙ୍କର ନୂଆ ନୃତ୍ୟ ସଂଯୋଜନା ଜୀବନ ସଂଗୀତ ଅନେକ ଦୃଷ୍ଟିରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂତ୍ରପାତ କରିଛି । ବୈକୁଣ୍ଠନାଥଙ୍କର ଏହି ପ୍ରସିଦ୍ଧ କବିତା ଯାହାକି ପ୍ରତ୍ୟେକ ଓଡ଼ିଆର ପ୍ରାଣରେ ଗୁଞ୍ଜରିତ ।
ବୈକୁଣ୍ଠନାଥଙ୍କର କନ୍ୟା ତଥା ହିନ୍ଦୁସ୍ତାନୀ ସଂଗୀତର ମହାନାୟିକା ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠରେ 'ଜୀବନ ପାତ୍ର ମୋ ଭରିଛ କେତେ ମତେ ନଦେଲ ବୋଲି କିଛି କହିବି କି ହେ ଆଉ….' କୁ ଆମେ ଶୁଣିଛୁ ଓ ମୁଗ୍ଧ ହୋଇଛୁ ।
ଏହି ସଂଗୀତ ଭିତରେ ଗୋଟେ ନୃତ୍ୟର କାହାଣୀ ବୁଣିଛନ୍ତି ମୀରା ଦାସ । ଦ୍ରୌପଦୀ, ରାଧା ଓ ବୁଦ୍ଧଙ୍କ ଜୀବନ କାହାଣୀ ସହିତ ଜୀବନ ପାତ୍ରକୁ ଯୋଡ଼ା ଯାଇଛି । ପାଖାପାଖି ଅଧଘଣ୍ଟାର ଏହି ନୃତ୍ୟ ସଂରଚନାରେ ଯେତିକି ନାଟକୀୟତା ରହିଛି, ସେତିକି ଦାର୍ଶନିକତା ମଧ୍ୟ ରହିଛି । କେବଳ ଘଟଣାର ବର୍ଣ୍ଣନା ନୁହଁ, ବରଂ ଏକ ଦାର୍ଶନିକ ଅବବୋଧର ନୃତ୍ୟରୂପକ ପ୍ରସ୍ତୁତ କରିବା ଲାଗି ମୀରା ଦାସ ଉଦ୍ୟମ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି ।
ଜୀବନର ବିଷାଦ ଓ ଆହ୍ଲାଦ ଭିତରେ ରହିଥିବା ସୂକ୍ଷ୍ମ ବିଭାଜନ ରେଖାକୁ ଅତି ସହଜ ଓ ସାବଲୀଳ ଢଙ୍ଗରେ ତାଙ୍କର ଶିଳ୍ପୀମାନେ ଆଙ୍କିଛନ୍ତି । ଗୋଟିଏ ଚରିତ୍ରରୁ ଆଉ ଗୋଟିଏ ଚରିତ୍ର ଭିତରେ ଜୀବନକୁ ଭୋଗିବାର ତୃପ୍ତିକୁ ଅତି ସହଜ ଭାବରେ ଉପସ୍ଥାପନ କରାଯାଇପାରିଛି ।
ସୁନନ୍ଦା ପଟ୍ଟନାୟକଙ୍କର ମୂଳ ସଂଗୀତକୁ ନୂଆ ରୂପରେ ଉପସ୍ଥାପନ କରିଛନ୍ତି ସମକାଳର ବିଶିଷ୍ଟ ବଂଶୀବାଦକ ତଥା ସଂଗୀତ ନିଦେ୍ର୍ଧଶକ ଶ୍ରୀନିବାସ ଶତପଥୀ । ଶ୍ରୀନିବାସଙ୍କ ସଂଗୀତରେ କଳ୍ପନା ରହିଛି । ନୂଆ କରି ଗୋଟେ ପୁରୁଣା ସ୍ୱରକୁ ଆବିଷ୍କାର କରିବା ଶକ୍ତି ତାଙ୍କ ପାଖରେ ରହିଛି ।
ସେହି ଦୃଷ୍ଟିରୁ ଜୀବନ ସଂଗୀତ ଓଡ଼ିଶୀର ଇତିହାସରେ ଏକ ସାର୍ଥକ ସୃଷ୍ଟି । ଗତ ଅଗଷ୍ଟ ୨୨ ତାରିଖ ଦିନ ଆନ୍ତର୍ଜାତିକ ସାଂସ୍କୃତିକ ସମ୍ବନ୍ଧ ପରିଷଦ ବା ଆଇସିସିଆର୍ର ଆୟୋଜନରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ କଟକର ଶିଳ୍ପୀମାନେ ଜୀବନ ସଂଗୀତ ପରିବେଷଣ କରିଥିଲେ ।
ଖ୍ୟାତନାମା ନୃତ୍ୟଶିଳ୍ପୀ ମୀରା ଦାସଙ୍କ ମୌଳିକ ନୃତ୍ୟ ସଂରଚନାଗୁଡ଼ିକ ଏହି ଅବସରରେ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ 'ଜଗନ୍ନାଥ ମଙ୍ଗଳ', ଯେଉଁଥିରେ ଜଗନ୍ନାଥଙ୍କ ବନ୍ଦନା ଅପେକ୍ଷା ଜଗନ୍ନାଥଙ୍କ ପହଣ୍ଡି ବିଜେକୁ ମଙ୍ଗଳା ଚରଣ ଭାବେ ଉପସ୍ଥାପନ କରାଯାଇଥିଲା । ସମକାଳର ଓଡ଼ିଶୀ ଶିଳ୍ପୀମାନେ ପାରମ୍ପରିକ ଓଡ଼ିଶୀର ନବ ନିର୍ମାଣ କରୁଛନ୍ତି । ଏହାର ତତ୍ତ୍ୱ ଓ ଦର୍ଶନକୁ ନିଜସ୍ୱ ବ୍ୟାକରଣରେ ପରିଧି ଭିତରେ ସେମାନେ ନୂଆ କରି ଦେଖିବାର ପ୍ରୟାସ କରୁଛନ୍ତି ।
ଜୀବନ ସଂଗୀତ ବ୍ୟତୀତ ମେଳ ନୃତ୍ୟକ୍ରମରେ ଦେଶପଲ୍ଲବୀ ଓ ଏକକ ଅଭିନୟରେ ଦ୍ୱିଜ ରାଜଙ୍କ ଲାଜରେ ସରିଗଲି ଆଜ… ପରିବେଷଣ କରାଯାଇଥିଲା । ଦେଶପଲ୍ଲବୀରେ ମାତ୍ରା, ଛନ୍ଦ ଓ ନୃତ୍ୟର ଜଟିଳତା ରହିଥିବାବେଳେ ଏହାର ପରିବେଷଣ ସମୟରେ ଆଉ ଟିକେ ଅଧିକ ଶୃଙ୍ଖଳାର ଆବଶ୍ୟକତା ରହିଥିଲା । ଗୁଞ୍ଜନର ନୃତ୍ୟଶିଳ୍ପୀମାନେ ଦେଖିବାକୁ ସୁଠାମ ଓ ସୁନ୍ଦର ।
ସେମାନଙ୍କ ପଦଚାଳନା, ଗତି, ଭଙ୍ଗୀ, ମୁଦ୍ରା ଓ ଚଳନରେ ଲାଳିତ୍ୟ ରହିଛି । ତେବେ ଏହି ଲାଳିତ୍ୟକୁ ଆଉ ଟିକେ ଶୃଙ୍ଖଳିତ କରିବାର ଆବଶ୍ୟକତା ରହିଛି । ଆଉ ଟିକେ ମାଜି ହେଲେ ଦେଶପଲ୍ଲବ ଆହୁରି ଅଧିକ ସୁନ୍ଦର ଲାଗିବ । ଆଶା, ଗୁରୁ ଭାବରେ ମୀରା ଦାସ ଏଥିପାଇଁ ଅଧିକ ଉଦ୍ୟମ କରିବେ ।
ମୀରାଙ୍କ ଏକକ ଅଭିନୟରେ ଲାଜରେ ସରିଗଲି ଆଜ… ତାଙ୍କର ନୂଆ ସଂରଚନା । ତାଙ୍କ ସଂରଚନାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରଭାବ ସ୍ପଷ୍ଟ । ଗୁରୁଙ୍କର ଶିଷ୍ୟା ଭାବରେ ଗୁରୁଙ୍କର ପରମ୍ପରାକୁ ସେ ଅଗ୍ରସର କରାଉଛନ୍ତି । ତେବେ ଲାଜରେ ସରିଗଲି ଆଜ… କବିତା ଭିତରେ ଏମିତି କିଛି ସୂକ୍ଷ୍ମ ଶୃଙ୍ଗାରୀ ଚେତନା ରହିଛି, ଯାହାକୁ ଅଧିକ ନୃତ୍ତ ମାଧ୍ୟମରେ ଉପସ୍ଥାପନା କରିବା ସମ୍ଭବ ନୁହେଁ ।
ସଂଚାରୀକୁ ନୃତ୍ତରେ ଓ ସ୍ଥାୟୀ ଭାବକୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରିବା ହୁଏତ ବେଶୀ ପ୍ରଭାବଶାଳୀ ହେବ । ମୀରାଙ୍କ ଅଭିନୟରେ ସାବଲୀଳତା ରହିଛି । ସେ ଚରିତ୍ର ସହ ଏକାତ୍ମ ହୋଇପାରନ୍ତି ଓ ତାଙ୍କର ଗତି ଅନେକାଂଶରେ କାବି୍ୟକ । ତେଣୁ ଅଭିନୟକୁ ଖୁଣିବାର କିଛି ନାହିଁ । ଏଥିରେ ଅଧିକ କିଛି ଆଶା କରିବା କଥା କେବଳ ।
ସବୁ ଭଲ ନୃତ୍ୟଶିଳ୍ପୀଙ୍କଠୁ ଦର୍ଶକ ସବୁବେଳେ ଅଧିକ ଆଶା କରେ । ସେହି ନ୍ୟାୟରେ ଏ କ୍ଷେତ୍ରରେ ମୀରା ଦାସଙ୍କଠୁ ଆମେ ଆହୁରି ଅଧିକ ଆଶା କରୁଛୁ । ମୋଟାମୋଟି କହିବାକୁ ଗଲେ 'ଗୁଞ୍ଜନ ସନ୍ଧ୍ୟା' ଏକ ଚମକ୍ରାର ପରିକଳ୍ପନା ।
ଆଇସିସିଆର୍ର ଆୟୋଜନ ଗୁଡ଼ିକ ଭୁବନେଶ୍ୱରରେ ସେତେ ଆକର୍ଷଣୀୟ ହୁଏ ନାହିଁ । ଅନେକ ସମୟରେ ଖାଲି ଅଡ଼ିଟୋରିୟମ୍ରେ ଶିଳ୍ପୀମାନେ ନିଜ ପରିବେଷଣ କରିବାର ଇତିହାସ ରହିଛି । ସେହି ଦୃଷ୍ଟିରୁ ଗୁଞ୍ଜନ ସନ୍ଧ୍ୟା ଆଇସିସିଆର୍ର ଏକ ସଫଳ ଆୟୋଜନ । | <urn:uuid:152799d1-09df-4438-a19b-6141e1809be6> | CC-MAIN-2017-34 | http://www.odisha.com/archives/tag/%E0%AC%93%E0%AD%9C%E0%AC%BF%E0%AC%B6%E0%AD%80-%E0%AC%A8%E0%AD%83%E0%AC%A4%E0%AD%8D%E0%AD%9F | 2017-08-23T08:10:24Z | s3://commoncrawl/crawl-data/CC-MAIN-2017-34/segments/1502886117911.49/warc/CC-MAIN-20170823074634-20170823094634-00529.warc.gz | ory | 0.999992 | Orya | 46 | {"ory_Orya_score": 0.9999923706054688} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍),କଠିନ ପରିଶ୍ରମ ଦ୍ୱାରାଜଣେ ସଫଳତାର ଶୀର୍ଷରେ ପହଂଚି ପାରିବ ବୋଲି ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସୌମ୍ୟା ସନ୍ଦିପା କହିଛନ୍ତି ।
ବିଜେବି ଜୁନିୟର କଲେଜର ଛାତ୍ରୀ ସନ୍ଦିପା ଭବିଷ୍ୟତରେ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସଫଳତା ପଛରେ ପିତାମାତା, ଗୁରୁଜନ ଏବଂ ଶିକ୍ଷକଙ୍କ ଭୂମିକା ରହିଛି ବୋଲି ସେ କହିଛନ୍ତି ।
କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ସଫଳତାର ଶୀର୍ଷରେ ପହଂଚି ପାରିବ ବୋଲି,ପରୀକ୍ଷା ସମୟରେ ଦିନକୁ ୧୦ରୁ ୧୨ ଘଂଟା ପରିଶ୍ରମ କରୁଥିବା ସୌମ୍ୟା କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:b7add6cf-736f-4fd7-b6b7-181a1cdb0c18> | CC-MAIN-2017-34 | http://www.odisha.com/archives/tag/%E0%AC%95%E0%AC%A0%E0%AC%BF%E0%AC%A8-%E0%AC%AA%E0%AC%B0%E0%AC%BF%E0%AC%B6%E0%AD%8D%E0%AC%B0%E0%AC%AE | 2017-08-23T08:10:31Z | s3://commoncrawl/crawl-data/CC-MAIN-2017-34/segments/1502886117911.49/warc/CC-MAIN-20170823074634-20170823094634-00529.warc.gz | ory | 0.999994 | Orya | 39 | {"ory_Orya_score": 0.9999940395355225} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୪(ଓଡ଼ିଶା ଡ଼ଟ୍ କମ୍) ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଉଦ୍ଦବେଗ ପ୍ରକାଶ ପାଇଛି ।
ମ୍ୟାଟ୍ରିକ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ବାରମ୍ବାର ଅବ୍ୟବସ୍ଥା ହେଉଥିବାରୁ
ଛାତ୍ରଛାତ୍ରୀମାନେ ଉଚିତ୍ ନମ୍ବର ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପରୀକ୍ଷା ଓ ପରୀକ୍ଷା ପରବର୍ତୀ ମୂଲ୍ୟାଙ୍କନରେ ସ୍ୱଚ୍ଛତା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ
ଗ୍ରହଣ କରାଯାଇଥିବା କୁହାଯାଉଥିବା ବେଳେ ଏଭଳି ଅବ୍ୟବସ୍ଥା ପାଇଁ କିଏ ଦାୟୀ ବୋଲି
ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।
ମହମବତୀ ଆଲୁଅ ଏବଂ ମୋବାଇଲ ଆଲୁଅରେ ଖାତା ମୂଲ୍ୟାଙ୍କନ କରାଯାଉଥିବା ଲୋକ ଲୋଚନକୁ ଆସିଥିବା ବେଳେ ଗୁରୁବାର ଓଦା ପରୀକ୍ଷା ଖାତା ଦେଖାଯାଉଥିବା ନଜରକୁ ଆସିଛି ।
ଗତ ମଙ୍ଗଳବାର ବଲାଙ୍ଗୀର ସହରରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମହମବତୀ ଓ ମୋବାଇଲ୍ ଲାଇଟ୍ ରେ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଥିବା ବେଳେ ଗୁରୁବାର ପୁଣି ସେହି କେନ୍ଦ୍ରରେ ବର୍ଷା ଭିଜା ଖାତା ମୂଲ୍ୟାଙ୍କନ କରାଯାଉଥିବା ଦେଖିବାକୁ ମିଳିଛି ।
ପରୀକ୍ଷା ଖାତା ଗୁଡ଼ିକରେ ଥିବା ଲେଖା ଗୁଡ଼ିକ ପଢି ହେଉନଥିବା ସତ୍ୱେ ଏହି ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଓଦା ଖାତା ଦେଖୁଛନ୍ତି ।
ତେବେ ପରୀକ୍ଷା ଖାତା କେବେ କେଉଁଠି ଓଦା ହୋଇଛି ତାହା ଜଣାପଡ଼ୁନଥିବା ବେଳେ ଏସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ଜିଲ୍ଲା ଶିକ୍ଷାମଣ୍ଡଳାଧୀଶ କହିଛନ୍ତି ।
ବଲାଙ୍ଗୀରରେ ପରୀକ୍ଷା ଖାତା ଓଦା ହୋଇ ନାହିଁ ଓ ଏହା ପରୀକ୍ଷା କେନ୍ଦ୍ରରୁ ଓଦା ହୋଇ ଏଠାକୁ ଆସିଛି । ଖାତା ଗୁଡ଼ିକ ସାମାନ୍ୟ ଓଦା ହୋଇଥିଲେ ମଧ୍ୟ ପଢି ହେଉଛି ବୋଲି ସେ କହିଛନ୍ତି ।
ସରକାର ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ
ଅଭିଭାବକ ତଥା ଜନସାଧାରଣ ଦାବି କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:96a5a57b-d7f0-4996-8d46-9e595744780d> | CC-MAIN-2017-34 | http://www.odisha.com/archives/tag/%E0%AC%AE%E0%AD%8D%E0%AD%9F%E0%AC%BE%E0%AC%9F%E0%AD%8D%E0%AC%B0%E0%AC%BF%E0%AC%95 | 2017-08-23T08:11:06Z | s3://commoncrawl/crawl-data/CC-MAIN-2017-34/segments/1502886117911.49/warc/CC-MAIN-20170823074634-20170823094634-00529.warc.gz | ory | 1.000001 | Orya | 14 | {"ory_Orya_score": 1.0000005960464478} |
କେଦାର ମିଶ୍ର
ହଠାତ୍ ଓଡିଶାର ଗଣମାଧ୍ୟମ ଓ ସାମାଜିକ ଜୀବନରେ ଚର୍ଚା ର କେନ୍ଦ୍ରକୁ ଆସିଚି ଏକ ଗାଁ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ର ନଗଡା ଗାଁ। ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ କି କୋରାପୁଟ୍ ନୁହଁ, ଯଦିଓ ଏହି ଗାଁ ରେ ଜୁଆଂଗ ଆଦିବାସୀ ବସବାସ କରନ୍ତି ।
ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।
ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ଏହି ଗାଁକୁ ରାସ୍ତା ନାହିଁ। ପାହାଡ ଚଢି ଏହି ଗାଁ ରେ ପହଂଚିବାକୁ ପଡେ। ସୁକିନ୍ଦା ବ୍ଲକ୍ ର କୁହିକା ଠାରୁ ନଗଡା ଯିବାକୁ ପାଦ ଚଲା ବାଟରେ ଦୁଇ ଘଣ୍ଟା ସମୟ ଲାଗେ ।
ଏହି ଦୁର୍ଗମ ପଥ ଦେଇ ଗାଁ ରେ ପହଂଚିବା ଆଦୌ ସମ୍ଭବ ନୁହଁ । ଏକଥା ଆମେ କହୁନୁ, ଓଡିଶା ସରକାରଂକ ସ୍ବାସ୍ଥ୍ୟ ସଚିବ ଆରତି ଆହୁଜା ଗତ ୧୩ ଜୁଲାଇ ରେ ଯେଉଁ ରିପୋର୍ଟ୍ ପ୍ରସ୍ତୁତ କରିଛନ୍ତି ସେଥିରୁ ଏହି ତଥ୍ୟ ମିଳୁଛି।
ନଗଡା ଗାଁ ର ଏହି ଦାରୁଣ ସମସ୍ୟାକୁ ନେଇ ଏକ ରିପୋର୍ଟ୍ –
୧. ଉପର, ତଳ ଓ ମଝି ନଗଡା ଗାଁ ରେ ମୋଟ୍ ୩୮ ଟି ପରିବାରର ୨୯୫ ଜଣ ଲୋକ ରୁହନ୍ତି । ଏହା ସହିତ ଗୁହିଆଶାଳ ଗାଁ ରେ ୨୬ ଟି ପରିବାରର ୨୪୮ ଜଣ ବାସିନ୍ଦା ଅଛନ୍ତି।ଏମାନଂକ ଗାଁ କୁ ରାସ୍ତା, ପାଣି, ବିଜୁଳି, ରାସନ ଇତ୍ୟାଦିର କୌଣସି ବ୍ୟବସ୍ଥା ନାହିଁ ।
ପ୍ରାୟ ୮-୧୦ କିଲୋମିଟର ଚାଲି ଚାଲି ଆସିଲେ ଯାଇ ଏମାନେ ଖାଦ୍ୟ କିଣି ପାରିବେ । ତେଣୁ ପିଲାଂକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ।ଗତ ଜୁନ୍ ମାସରେ ମୃତ୍ୟୁବରଣ କରିଥିବା ୬ ଜଣ ଶିଶୁ ଅପପୁଷ୍ଟି କାରଣରୁ ହିଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତରୀ ରିପୋର୍ଟ୍ କହୁଛି ।
୨. ନଗଡା ଗାଁ ରେ ୧୨୨ ଜଣ ଶିଶୁ ଅଛନ୍ତି ଯେଉଁମାନେ କି କେବଳ ଖାଇବାକୁ ଭାତ ଓ ଲୁଣ ଖାଇବାକୁ ପଆନ୍ତି ବୋଲି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଖୋଲାଖୋଲି ସ୍ଵୀକାର କରିଛନ୍ତି ।
୩. ଜାନୁଆରୀ ରୁ ଜୁନ୍ ମାସ ମଧ୍ୟରେ ୨୨ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଟାଟା ସ୍ଵାସ୍ଥ୍ୟ କେନ୍ଦ୍ରର ରିପୋର୍ଟ୍ ଆଧାରରେ ଏଠିକାର ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୧୨ ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।
୪. ନଗଡା କୁ ମିଶେଇ ଆଉ ଚାରି ପାଂଚଟି ଗାଁ ପାଇଁ ଜଣେ ଆଶା କର୍ମୀ ଯିଏ କି ନଗଡାଠୁ ପ୍ରାୟ ୧୨ କିଲୋମିଟର୍ ଦୂର ଦେଓ ଗାଁ ରେ ରୁହନ୍ତି।ଜଣେ ଅଙ୍ଗନବାଡି ଓ ସ୍ଵାସ୍ଥ୍ୟ ସହାୟିକା ନିଯୁକ୍ତି ପାଇଥିଲେ ହେଁ ସେମାନେ ପ୍ରାୟ ୧୦-୧୨ କିଲୋମିଟର୍ ଦୂରରେ ରୁହନ୍ତି।
୫. ଗାଁ ରେ ଲୋକଂକ ଜୀବିକା ହେଉଛି ପୋଡୁ ଚାଷ ଓ ଛେଳି ଚାଷ । ପିଇବା ପାଣିର କୌଣସି ସୁବିଧା ନାହିଁ।ପାହାଡ ଉପରକୁ ରାସ୍ତା ତିଆରି କରିବାକୁ ସରକାରୀ ଅଧିକାରୀ ମାନେ ଆଗ୍ରହୀ ନୁହନ୍ତି ।
୬. ପାହାଡ ଛାଡ଼ି ଆଦିବାସୀ ମାନେ ତଳକୁ ଆସନ୍ତୁ ବୋଲି ମନ୍ତ୍ରୀ ଉଷା ଦେବୀ ଓ ସ୍ଥାନୀୟ ବିଧାୟକ ପ୍ରୀତିଶ ଚନ୍ଦ୍ର ଘଡାଇ ଅଦ୍ଭୁତ ଯୁକ୍ତି ଦର୍ଶାଇଛନ୍ତି ।ବିକାଶ ଲାଗି ଉଦବାସ୍ତୁ ହେବାପରି ଅମାନବୀୟ ଓ ମୁର୍ଖତାପୂର୍ଣ ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହଁ ବୋଲି ମାନବ ଅଧିକାର ସଂଗଠନ ଓ ବିରୋଧୀ ଦଳ ଗୁଡିକ କହିଛନ୍ତି ।
୭. ନଗଡା ଗାଁ ର ଏହି ଦୁର୍ଦ୍ଦିନ ସହିତ ଓଡିଶାର ବିକାଶ ତଥା ଅଭିବୃଦ୍ଧି କୁ କେମିତି ବିଶ୍ଲେଷଣ କରାଯିବ?ରାଜନୀତିରେ ସୁକିନ୍ଦା ର ପ୍ରଭାବଶାଳୀ ନେତୃତ୍ଵ ରହିଆସିଛି ।
ସୁକିନ୍ଦା ର ବିଧାୟକ ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା।ପୂର୍ବତନ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏହି ଅଂଚଳକୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ କରି ଆସୁଥିଲେ। ଏଠାରେ ଟାଟା କମ୍ପାନୀ ବର୍ଷ ବର୍ଷ ଧରି ଖଣି ପକେଇ ବସିଛି। ତଥାପି ନଗଡା ର ଏହି ଅବସ୍ଥା କାହିଁକି ? ଏହାର ଉତ୍ତର କିଏ ଦେବ ?
୮. ସ୍ଵାସ୍ଥ୍ୟ ସଚିବ ଆରତି ଆହୁଜାଂକ ଚାରି ପୃଷ୍ଠା ର ଛୋଟିଆ ରିପୋର୍ଟ୍ ଟି ଗୋଟେ ବଡ ସମସ୍ୟା ବିଷୟରେ ଆମକୁ ଚିନ୍ତିତ କରାଇ ଦେଉଛି । ଯେଉଁ ମାନଂକ ସମ୍ପତ୍ତି କୁ ଖଣିରୁ ଖୋଳି ଆମେ ବିକାଶର ଇମାରତ ଗଢିଲୁ, ସେମାନଂକୁ ଆମେ ଦେଇଛୁ କଣ?
୯. ଓଡିଶା ସରକାର ଜଣ ମଂଗଳ ଯୋଜନା ମାଧ୍ୟମରେ ବାରମ୍ବାର ଲୋକଂକ ଆସ୍ଥା ଭାଜନ ହେଉଛନ୍ତି ବୋଲି କୁହା ଯାଉଛି।ଜନନୀ ସୁରକ୍ଷା ଯୋଜନା ଠୁଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥାତ୍ ପିଲା ଜନ୍ମ ଠୁ ମୃତ୍ୟୁ ପର୍ଯନ୍ତ ସବୁ କ୍ଷେତ୍ରରେ ଲୋକଂକୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ବୋଲି ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି ।ନଗଡା ଅପପୃଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ସରକାରଂକ କଲ୍ୟାଣକାରୀ ଯୋଜନା ଗୁଡିକର ବିଫଳତା କୁ ପଦାରେ ପକାଇଦେଇଛି ।
୧୦. ରାଜ୍ୟ ସରକାରଂକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ମହିଳା ଓ ଶିଶୁଂକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତଥା ପୁଷ୍ଟି ଜନିତ ସଚେତନତା ସୃଷ୍ଟି ପାଇଁ ମମତା ଯୋଜନା, ପୁଷ୍ଟି ସହାୟତା ଓ ସଚେତନତା ଯୋଜନା, ଟୀକା କରଣ, ସ୍ବାସ୍ଥ୍ୟ ପରୀକ୍ଷା ସମେତ କନ୍ୟା ସନ୍ତାନ ପାଇଁ ଆହୁରି ଅନେକ ଯୋଜନା ର ଘୋଷଣା କରାଯାଇଛି ।ତେବେ ଘୋଷଣା ସହିତ କାର୍ଯ୍ୟକାରିତାର କୌଣସି ସମ୍ପର୍କ ଯେ ନାହିଁ, ଏହା ନଗଡା ରୁ ପ୍ରମାଣିତ ହେଉଛି ।
୧୧. ପ୍ରତି ମାସର ୧୫ ତାରିଖକୁ ରାଜ୍ୟ ସରକାର ପୁଷ୍ଟିକର ଦିବସ ଭାବରେ ପାଳନ କରି ଆସୁଛନ୍ତି।ଏହ ଦିନ ପ୍ରତି ଜିଲ୍ଲା, ବ୍ଲକ୍, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ମାନକ ଅନୁଯାୟୀ ପ୍ରତି ଶିଶୁର ପୁଷ୍ଟି ପରୀକ୍ଷା ହେବା କଥା।ନଗଡା ସମେତ ରାଜ୍ୟର ଆଦିବାସୀ ବହୁଳ ଗାଁ ଗୁଡିକରେ ଏହା ବିଲକୁଲ୍ କାର୍ଯ୍ୟ କରୁନାହିଁ।
ଓଡିଶା ଡଟ କମ | <urn:uuid:219b9563-1b50-4fac-88c0-2a64259f16df> | CC-MAIN-2017-34 | http://www.odisha.com/archives/tag/%E0%AC%AF%E0%AC%BE%E0%AC%9C%E0%AC%AA%E0%AD%81%E0%AC%B0 | 2017-08-23T08:11:11Z | s3://commoncrawl/crawl-data/CC-MAIN-2017-34/segments/1502886117911.49/warc/CC-MAIN-20170823074634-20170823094634-00529.warc.gz | ory | 0.999988 | Orya | 280 | {"ory_Orya_score": 0.9999877214431763} |
ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,୧୭ ଜୁଲାଇ (ଓଡିଶା ଡଟ୍ କମ୍): ୨୦୦୭ ମସିହା ଜୁନ ୨୮ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ଵାରା ଉଦ୍ଦଘାଟନ ହୋଇଥିବା ଭୁବନେଶ୍ୱରରେ କିଟ୍ ଶ୍ରାବଣୀ କ୍ଷେତ୍ରରେ ମଧ୍ୟ ଚତୁର୍ଦ୍ଧା ମୂର୍ତିଙ୍କର ନେତ୍ରୋତ୍ସବ ନୀତି ସମ୍ପନ୍ନ ହୋଇଥିବା ବେଳେ ଶନିବାର ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଏଠାରେ ସମସ୍ତ ରୀତିନୀତି ପାଳନ କରାଯାଇ ଥାଏ । ଶୁକ୍ରବାର ଏହି କ୍ଷେତ୍ରରେ ସକାଳ ୬ଟାରେ ଠାକୁରଙ୍କ ଦର୍ଶନ ଆରମ୍ଭ ହେବାପରେ ଶ୍ରୀବିଗ୍ରହଙ୍କର ଆଳତୀ, ଦନ୍ତଘଷା, ମହାସ୍ନାନ ଆଦି ପରେ ଖେଚୁଡ଼ି ଭୋଗ ଲାଗି ଆଦି କରାଯାଇଥିଲା ।
ରଥଖଳାକୁ ଆଜ୍ଞାମାଳ ଆସିବା ପରେ ରଥକୁ ପୂଜା କରି ଦକ୍ଷିଣ ମୋଡ଼ କରଯାଇ ମନ୍ଦିର ସମ୍ମୁଖରେ ରଖାଯାଇଥିବା ମନ୍ଦିର କିଟ ଅଧିକାରୀ କମଳା କାନ୍ତ ରାଉତ କହିଛନ୍ତି ।
ଓଡିଶା ଡଟ୍ କମ୍ | <urn:uuid:55f0734d-af94-4a49-80d4-f46e7636f60f> | CC-MAIN-2017-34 | http://www.odisha.com/archives/tag/%E0%AC%B6%E0%AD%8D%E0%AC%B0%E0%AC%BE%E0%AC%AC%E0%AC%A3%E0%AD%80-%E0%AC%95%E0%AD%8D%E0%AC%B7%E0%AD%87%E0%AC%A4%E0%AD%8D%E0%AC%B0 | 2017-08-23T08:11:16Z | s3://commoncrawl/crawl-data/CC-MAIN-2017-34/segments/1502886117911.49/warc/CC-MAIN-20170823074634-20170823094634-00529.warc.gz | ory | 0.999995 | Orya | 39 | {"ory_Orya_score": 0.999995231628418} |
ବାଲେଶ୍ୱର, ଫେବୃୟାରୀ ୨୫: କୃଷିଋଣ ଜାଲିଆତି ଓ ଅନାଧେୟ ବ୍ୟକ୍ତିଙ୍କ ନାମରେ ମିଥ୍ୟା କିଶାନ ବିକାଶ ପତ୍ର ହାତେଇବା ମାମଲା । ସ୍ପେଶାଲ ଭିଜିଲାନ୍ସ ଜଜ୍ ବିଦ୍ୟୁତ୍ କୁମାର ମିଶ୍ର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଦ୍ରକ ଶାଖାର ଅବସରପ୍ରାପ୍ତ କ୍ୟାସିୟର ବେଣୁଧର ନାୟକଙ୍କୁ ଦୋଷୀ ସାବ୍ୟସ୍ତ ସହ ଜେଲ ଓ ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ୧୯୯୮ ମସିହାରେ ଶ୍ରୀ ନାୟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଦ୍ରକ ଶାଖାର କ୍ୟାସିୟର ଥିବା ବେଳେ ମ୍ୟାନେଜରଙ୍କ ଅଲକ୍ଷ୍ୟରେ ଜଗନ୍ନାଥପୁର ଅଞ୍ଚଳର ରବୀନ୍ଦ୍ର ଦାସଙ୍କ ନାମରେ ବେଆଇନ୍ ଭାବେ ୬୫ ହଜାର ଟଙ୍କାର ୠଣ ମଞ୍ଜୁର ସହ ଉଠାଣ କରିଇଥିଲେ । ଏଥି ସହିତ ଶ୍ରୀ ଦାସଙ୍କ ନାମରେ ୯ ଗୋଟି ବେଆଇନ କିଶାନ ବିକାଶ ପତ୍ର ପଞ୍ଜୀକୃତ କରାଯାଇଥିବା ଜାଣିପାରି ବାରିପଦା ଭିଜିଲାନ୍ସ ଇନ୍ ସ୍ପେକ୍ଟର ଏକ ମାମଲା ରୁଜୁ କରିଥିଲେ । ଶ୍ରୀ ଦାସଙ୍କ ନାମରେ କୌଣସି ବ୍ୟକ୍ତି ନଥିବା ତଦନ୍ତ ପରେ ଜଣାପଡ଼ିଥିଲା । ଶ୍ରୀ ନାୟକ ଏକ ଫ୍ୟାକ୍ ନାମରେ ଋଣଅର୍ଥ ଉଠାଇଥିବା ତଦନ୍ତକରୀ ଅଫିସର ଜାଣିବାକୁ ପାଇଥିଲେ । ଏହି ମାମଲରେ ସମସ୍ତ ସାକ୍ଷୀଙ୍କ ବୟାନ ଓ ଆନୁସଙ୍ଗିକ ଦସ୍ତାବିଜ୍ କୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀ ମିଶ୍ର ଅଭିଯୁକ୍ତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨ ବର୍ଷ କାରଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି । ଏଡିସନାଲ ସ୍ପେଶାଲ ଭିଜିଲାନ୍ସ ପିପି ଶେଖ ହାଜିରୁଦ୍ଧିନ୍ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ । | <urn:uuid:b39eb12b-72e6-4cd6-8055-8ccd3816a780> | CC-MAIN-2017-34 | http://odia.annnews.in/odia/crime/news/Krushi-Loan-Scam-Ex-Banker-Employee-In-Jail | 2017-08-19T10:59:53Z | s3://commoncrawl/crawl-data/CC-MAIN-2017-34/segments/1502886105341.69/warc/CC-MAIN-20170819105009-20170819125009-00011.warc.gz | ory | 1.000005 | Orya | 9 | {"ory_Orya_score": 1.0000053644180298} |
ଟେଲିକମ୍ ବଜାରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଜିଓ ପୁଣି ଏକ ଧମାକେଦାର ଅଫର୍ ଆଣିଛି ଗ୍ରାହକଙ୍କ ପାଇଁ। ଭାରତୀୟ ଟେଲିକମ୍ ବଜାରକୁ ଅକ୍ତିଆର କରିବାକୁ ଅଣ୍ଟା ଭିଡିଛି ଜିଓ। ପୂର୍ବରୁ ଗ୍ରାହକଙ୍କୁ ମାଗଣାରେ ଡାଟା ଓ ଭଏସ୍ କଲ ଭଳି ସୁବିଧା ଦେଇ ନିଜ ସହ ଯୋଡି ରଖିଥିଲା ଜିଓ। ତେବେ ପୁଣିଥରେ ସବୁ କଳ୍ପନାଜଳ୍ପନା ଅନ୍ତ ଘଟାଇ ଗ୍ରାହକଙ୍କୁ ଏକ ନୂଆ ଅଫର୍ ଭେଟି ଦେଇଛି ରିଲାଏନ୍ସ ଜିଓ।
ଏବେ ପ୍ରତି ଭାରତୀୟଙ୍କ ହାତରେ ଦେଖିବାକୁ ମିଳିବ ଜିଓର ୪ଜି ସ୍ମାର୍ଟଫୋନ୍। କାରଣ ପ୍ରତି ଭାରତୀୟଙ୍କୁ ମାଗଣାରେ ସ୍ମାର୍ଟଫୋନ୍ ଯୋଗାଇଦେବ ରିଲାଏନ୍ସ କମ୍ପାନି। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି ମାଲିକ ମୁକେଶ ଅମ୍ୱାନୀ। ଜିଓ ଫୋନ୍ ନେବା ପୂର୍ବରୁ କିନ୍ତୁ ଗ୍ରାହକଙ୍କୁ ୧୫୦୦ ଟଙ୍କା ଜମା କରିବାକୁ ପଡିବ। ୩ ବର୍ଷ ପରେ ଜମା ଟଙ୍କା ଗ୍ରାହକ ଫେରି ପାଇବେ ବୋଲି କହିଛନ୍ତି ମୁକେଶ। ମୁକେଶଙ୍କ ଘୋଷଣା ପରେ ଟେଲିକମ୍ ବଜାରରେ ଲାଗିଛି ନିଆଁ।
ଜିଓ ଫୋନ୍ ପାଇଁ ଅଗଷ୍ଟ ୨୪ରୁ ପ୍ରି-ବୁକିଂ କରାଯିବ। ପ୍ରତି ମାସରେ ବଜାରକୁ ୫ ମିଲିୟନ ଜିଓ ଫୋନ୍ ଛଡାଯିବ। ସେପ୍ଟେମ୍ବର ପହିଲାରୁ ଏହାର ଫୋନ୍ ଦିଆଯିବ। ଏହି ଫୋନ୍ରେ ୨୨ଟି ଭାଷା ସର୍ପୋଟ କରିବ। ଖୁସିର କଥା ହେଲା, ଜିଓ ଫୋନ୍ରେ ଅନଲିମିଟେଡ୍ ଭଏସ୍ କଲର ଲାଭ ଉଠାଇ ପାରିବେ ଗ୍ରାହକ। ୧୫୩ ଟଙ୍କାର ପ୍ଲାନ୍ରେ ଭଏସ୍ କଲ୍, ଏସ୍ଏମ୍ଏସ୍ ଓ ଡାଟାର ସୁବିଧା ମିଳିବ। ୨.୪ ଇଞ୍ଚ ଡିସପ୍ଲେ ଥିବା ଏହି ଫୋନ୍ରେ ଅତ୍ୟାଧୁନିକ ସୁବିଧା ରହିଛି। ଏହି କି-ବୋର୍ଡ ଫୋନ୍ରେ ଭଏସ୍ ଦ୍ୱାରା ମଧ୍ୟ ଜଣେ ଫୋନ୍ ଚଲାଇପାରିବେ। ୫୧୨ ଏମ୍ବି ରାମ୍ ଓ ୪ ଜିବି ଇଣ୍ଟରନାଲ ମେମୋରୀ ରହିଛି ଏହି ଫୋନ୍ରେ। ମୁକେଶ କହିଛନ୍ତି, ପ୍ରତି ଭାରତୀୟଙ୍କୁ ଡିଜିଟାଲ ସ୍ୱାଧୀନତା ଦେବ ଜିଓ ଫୋନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ୪ଜି ସ୍ମାର୍ଟଫୋନ୍। ଭାରତୀୟଙ୍କ ପାଇଁ ଭାରତୀୟ ଯୁବବର୍ଗଙ୍କ ଦ୍ୱାରା ନିର୍ମିତ ହୋଇଛି ଜିଓ ଫୋନ୍। | <urn:uuid:c77321c8-beb5-43dc-b1c3-f79599f2ca8f> | CC-MAIN-2017-34 | http://odishareporter.in/nation/jio-distribute-free-smart-phones/ | 2017-08-17T19:31:45Z | s3://commoncrawl/crawl-data/CC-MAIN-2017-34/segments/1502886103910.54/warc/CC-MAIN-20170817185948-20170817205948-00434.warc.gz | ory | 0.99988 | Orya | 6 | {"ory_Orya_score": 0.9998804330825806} |
ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ଏପ୍ରିଲ ୧୦ (ଓଡିଶା ଡଟ କମ ) ସତୁରୀ ଦଶକରେ ସମ୍ବଲପୁରୀ ଗୀତ ରଙ୍ଗବତୀ ଓ ରଙ୍ଗବତୀ ରେ କଣ୍ଠଦାନ କରି ଲୋକପ୍ରିୟ ହୋଇଥିବା ଜିତେନ୍ଦ୍ରିୟ ହରିପାଲ ଓ କ୍ରୀଷ୍ଣା ପଟେଲଙ୍କୁ ଶୁକ୍ରବାର ଓଡିଶା ଇଉନିଭର୍ସିଟି ଅଫ କଲଚର ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛି ।
ଜିତେନ୍ଦ୍ରିୟ ଓ କ୍ରୀଷ୍ଣା ଗାଇଥିବା ଏହି ସମ୍ବଲପୁରୀ ଲୋକଗୀତ ୧୯୭୫ ମସିହାରେ ପ୍ରଥମେ ଆକାଶବାଣୀ ରେ ପ୍ରଚାରିତ ହୋଇଥିଲା। ପରବର୍ତୀ ସମୟରେ ଦେଶ ବିଦେଶର ଅନେକ ରେଡିଓ ଷ୍ଟେସନ ଏହାକୁ ପ୍ରସାରଣ କରିଥିଲେ ଓ ଏହି ଗୀତ ସାରା ବିଶ୍ଵରେ ଲୋକପ୍ରିୟ ହୋଇଥିଲା ।
ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ଵାରା ଲିଖିତ ଏହି ଗୀତ ଏବେ ମଧ୍ୟ ବିବାହ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥାଏ ।
ଓଡିଶା ଡଟ କମ | <urn:uuid:f4dedf11-6690-4fe0-a6ba-ea2b644d18bd> | CC-MAIN-2017-34 | http://www.odisha.com/archives/tag/%E0%AC%A1%E0%AC%95%E0%AD%8D%E0%AC%9F%E0%AC%B0%E0%AD%87%E0%AC%9F-%E0%AC%B8%E0%AC%AE%E0%AD%8D%E0%AC%AE%E0%AC%BE%E0%AC%A8 | 2017-08-23T02:22:52Z | s3://commoncrawl/crawl-data/CC-MAIN-2017-34/segments/1502886117519.82/warc/CC-MAIN-20170823020201-20170823040201-00194.warc.gz | ory | 1.000007 | Orya | 51 | {"ory_Orya_score": 1.000006914138794} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହ ଆଲୋଚନା କରିବା ନିମନ୍ତେ ମାନବାଧିକାର କର୍ମୀ ପ୍ରଫେସର ଜି.ହରଗୋପାଳ ଓ ପ୍ରଫେସର ଆର୍.ସୋମେଶ୍ୱର ରାଓ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
"ଆମେ କେବଳ ମଧ୍ୟସ୍ଥି । ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବାର ପ୍ରଶ୍ନ ଉଠୁନାହିଁ । ସରକାରଙ୍କ ସହ ଆଲୋଚନା ନକରିବା ପର୍ଯ୍ୟନ୍ତ ଆମେ କିଛି କହିପାରିବୁ ନାହିଁ" ବିମାନବନ୍ଦରରେ ହରଗୋପାଳ କହିଛନ୍ତି ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଉଭୟଙ୍କୁ ରାଜ୍ୟ ଅତିଥି ଭବନକୁ ନିଆଯାଇଛି । ସେମାନେ ତାଙ୍କ ସଂପର୍କୀୟଙ୍କ ସହ ସେଠାକୁ ଯାଇଛନ୍ତି ।
ଗତ ବୁଧବାର ସଂଧ୍ୟାରେ ଜିଲ୍ଲାପାଳ ଆର୍.ଭିନିଲ.କ୍ରିଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆଇଏଏସ୍ ଅଧିକାରୀଙ୍କୁ ସେମାନେ ଅପହରଣ କରିଛନ୍ତି ।
ଶନିବାର ହରଗୋପାଳ ନୂଆଦିଲ୍ଲୀରୁ ହାଇ୍ରଦ୍ରାବାଦ ଯାଇ ସେଠାରେ ଅନ୍ୟତମ ମଧ୍ୟସ୍ଥି ଅବସରପ୍ରାପ୍ତ ପ୍ରଫେସର
ସୋମେଶ୍ୱର ରାଓ, ମାଓବାଦୀ ସମର୍ଥକ ଓ ବିପ୍ଲବୀ ଲେଖକ ବାର୍ବାରା ରାଓଙ୍କ ସହ ଆଲୋଚନା କରିଥିଲେ ।
ଏହି ତିନିଜଣ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଏକତ୍ର ହୋଇ ଅପହୃତ ବ୍ୟକ୍ତିଙ୍କ ନିରାପଦ ମୁକ୍ତି କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ପ୍ରଥମେ ମାଓବାଦୀମାନେ ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ପୁଣି ସେମାନେ ସର୍ତ୍ତ ପୂରଣ ସମୟ ସୀମା ବୃଦ୍ଧି କରିଥିଲେ ।
ଓଡିଶା ଡଟ୍ କମ୍ | <urn:uuid:ea7182f1-5172-42c5-8089-4b56177588c5> | CC-MAIN-2017-34 | http://www.odisha.com/archives/tag/%E0%AC%AE%E0%AC%A7%E0%AD%8D%E0%AD%9F%E0%AC%B8%E0%AD%8D%E0%AC%A5%E0%AC%BF | 2017-08-17T23:15:05Z | s3://commoncrawl/crawl-data/CC-MAIN-2017-34/segments/1502886104172.67/warc/CC-MAIN-20170817225858-20170818005858-00559.warc.gz | ory | 1.000007 | Orya | 12 | {"ory_Orya_score": 1.000007152557373} |
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ପ୍ରବଳପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟ ସହ ୬୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଛି । ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଂଚ । ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ଵ ହେଲା ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ର ଜୀବନ୍ତ ଭୂମିକାରେ ଅଭିନୟ କରି ପୁଣି କୋଟି କୋଟି ଲୋକଙ୍କୁ ସେହି ଦ୍ୱାପର ଯୁଗକୁ ଫେରାଇ ନେଇପାରିଛନ୍ତି । ସେଭଳି ଏକ ବରିଷ୍ଠ ପରମ୍ପରାର ବାର୍ତ୍ତାବହ ଓ ଏକ ଚିରନ୍ତନ ସତ୍ୟର ବାହକ ସାଜିଛି ବରଗଡ଼ ଧନୁଯାତ୍ରା । ମଥୁରାନଗରୀର ପ୍ରତ୍ୟେକ ମଣିଷ ଏହି ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାରେ ସାଜିଛନ୍ତି ଜଣେ ଜଣେ କଳାକାର । ଏହି ମହାନାଟକରେ ରାଜାଧିରାଜ ମଥୁରା ନରେଶ ମହାରାଜ କଂସଙ୍କ ରାଜ୍ୟରେ ସମାଜର ସବୁବର୍ଗର ଲୋକେ ପାଲଟିଛନ୍ତି ଜଣେ ଜଣେ ପ୍ରଜା । ୧୧ ଦିନ ଧରି ଏଠାରେ ଚାଲିବ ମହାରାଜ କଂସଙ୍କ ଆଧିପତ୍ୟ ।
ଏହି ଉତ୍ସବରେ ସମ୍ପୂର୍ଣ୍ଣ ବରଗଡ଼ ପୂରାଣ ଯୁଗକୁ ଫେରିଗଲା ଭଳି ମନେ ହେଉଛି । ରାଜ୍ୟ ଭିତର ତଥା ରାଜ୍ୟ ବାହାରର ଅନେକ ଲୋକ ଏହି ଯାତ୍ରାକୁ ଦେଖିବାକୁ ବରଗଡ଼ ଯାତ୍ରା କରନ୍ତି । ବିଭିନ୍ନ କଳାକାରଙ୍କୁ ନେଇ ଆରମ୍ଭ ହୋଇଥିଲା ସାଂସ୍କୃତିକ ଶୋଭାଯାତ୍ରା । ଏହା ନଗର ପରିକ୍ରମା କରିବାପରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚିଥିଲା । ସେଠାରେ ଆଶୀର୍ବାଦ ଭିକ୍ଷା କରିବା ପାଇଁ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ଦୁଇଟି ହାତୀ, ୨ଟି ଓଟ ଓ ୨ଟି ସଜ୍ଜିତ ଘୋଡା ଗାଡି ସହ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ହାଟପଦାସ୍ଥିତ ରାଜ ଦରବାରରେ ପହଚିଂଥଲେ । ଉଦଘାଟନି ସଭାରେ ବିଭିନ୍ନ ଅତିଥି ଭାଷଣ ଦେବା ପରେ ଆରମ୍ଭ ହୋଇଥିଲା ପ୍ରକୃତ ନାଟ୍ୟ ଅଭିନୟ ।
ମଥୁରାନଗରୀ ଭୋଜବଂଶ ସମ୍ରାଟ ମହାରାଜ ଉଗ୍ରସେନ, ପାଟରାଣୀ, ମହାମନ୍ତ୍ରୀ ଅକ୍ରୁର ସେନାପତିମାନଙ୍କ ସହ ରାଜ ଦରବାରରେ ପଦାର୍ପଣ କରିଥିଲେ । ମହାରାଜ ଉଗ୍ରସେନ, ମହାମନ୍ତ୍ରୀ ଅକ୍ରୁର ଓ ମନ୍ତ୍ରୀ ଶକ୍ରାଜିତ୍ ମଥୁରା ରାଜ୍ୟର କୁଶଳ ମଙ୍ଗଳ ସଂପର୍କରେ ପଚାରି ବୁଝିଥିଲେ । ଅକ୍ରୁର ଓ ଶକ୍ରାଜିତ୍ ମଥୁରାନଗରୀ ପରିସ୍ଥିତି ସଂପର୍କରେ ବଖାଣି ସାଂପ୍ରତିକ ସାମାଜିକ ସ୍ଥିତିର ବର୍ଣ୍ଣନା କରିଥିଲେ । ଏହା ପରେ ମହାରାଜ ଉଗ୍ରସେନ୍ ତାଙ୍କର ଏକମାତ୍ର ଅଲିଅଳ କନ୍ୟା ଦେବକୀର ବିବାହ ପାଇଁ ଚିନ୍ତିତ ରହିଥିବା ସଂପର୍କରେ ମହାମନ୍ତ୍ରୀ ଅକ୍ରୁରଙ୍କୁ ଜଣାଇଥିଲେ । ଅକ୍ରୁରଙ୍କ ପରାମର୍ଶ କ୍ରମେ ଝିଅର ବିବାହ ପାଇଁ ମହାରାଜ ସୌମ୍ୟ, ଶାନ୍ତି, ସୁଶିଳ ବସୁଦେବଙ୍କୁ ଚୟନ କରିଥିଲେ। ରାଜ ପୁରୋହିତଙ୍କୁ ଡକାଇ ବିବାହର ଲଗ୍ନ ସ୍ଥିର କରିଥିଲେ । ରାଜକୀୟ ଆଡମ୍ବର ସହକାରେ ଦେବକୀ-ବସୁଦେବଙ୍କ ବିବାହ ସଂପନ୍ନ ହୋଇଥିଲା । ଯୁବରାଜ କଂସ ପହଂଚି ଭଉଣୀର ବିବାହ କଥା କଥା ଶୁଣି ରାଗି ଯାଇଥିଲେ । ପରେ ବସୁଦେବଙ୍କ ସହ ବିବାହ ହୋଇଥିବା ଶୁଣିବା ପରେ ଖୁସି ହୋଇଥିଲେ । ଏହାପରେ ବାହାରିଥିଲେ ନବବଧୂ ଦେବକୀ -ବସୁଦେବଙ୍କୁ ଶାଶୂଘରକୁ ଛାଡିବାକୁ ଯିବା ପାଇଁ । ହେଲେ ଯାଉଥିବା ସମୟରେ ହଠାତ୍ ଦୈବବାଣୀ ହୋଇଛି - କଂସର ମୃତ୍ୟୁର କାରଣ ହେବ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ । ବ୍ୟସ୍ତବିବ୍ରତ ହୋଇ ଉଠିଥିଲେ ଯୁବରାଜ କଂସ । ବିଚଳିତ ହୋଇ ଅବିଳମ୍ବେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ତାଙ୍କ ମୁକୁଟ ଛଡ଼ାଇ ନେଇ ନିଜେ ମଥୁରା ସିଂହାସନ ଆରୋହଣ କରିଥିିଲେ । କାରାଗାର ଭିତରେ ଭଉଣୀ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଥିଲେ କଂସ । ନିଜକୁ ମଥୁରାନଗରୀର ସମ୍ରାଟ୍ ଘୋଷଣା କରିଥିଲେ । ନୃତ୍ୟଗୀତର ଆସର ଭିତରେ ରାଜାଭିଷେକ ସଂପନ୍ନ ହୋଇଥିଲା । ନିଷ୍କଳଂକ ମହାରାଜ ହୋଇ ମଧ୍ୟ ଚିନ୍ତାମୁକ୍ତ ହୋଇପାରୁ ନାହାନ୍ତି ମହାରାଜ କଂସ କର୍ଣ୍ଣରେ ବାରମ୍ବାର ଗୁଞ୍ଜରିତ ହେଉଛି ସେହି ଦେବବାଣୀ ।
Stories by Team Odia | <urn:uuid:a930b0af-6125-449c-aee1-e21193405e5e> | CC-MAIN-2017-34 | https://odia.yourstory.com/read/1a5a0f3b4f/- | 2017-08-21T11:50:23Z | s3://commoncrawl/crawl-data/CC-MAIN-2017-34/segments/1502886108268.39/warc/CC-MAIN-20170821114342-20170821134342-00159.warc.gz | ory | 1.000005 | Orya | 10 | {"ory_Orya_score": 1.0000053644180298} |
ଲୋକେ କହନ୍ତି ଯେ ହିଂସା କେବଳ ବାହାରେ, ଅନ୍ଧାର ଗଳିରେ ଘଟେ । କିନ୍ତୁ ଅନେକାଂଶରେ ହିଂସା ଆମେ ନିଶ୍ଚିତ ଓ ଆନନ୍ଦିତ ହେବା ଭଲି ଜାଗାରେ, ଆମେ ଜାଣିଥିବା ଲୋକଙ୍କ ସଙ୍ଗେ ଘଟେ । ଅଧିକାଂଶ ହିଂସ୍ର ଘଟଣା ଆମ କାନ୍ଥ ଭିତରେ ଘଟେ, ଆଉ ବର୍ଷକୁ ବର୍ଷ ଏହା ବଢ଼ିଚାଲିଛି ।
ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ୨୦୧୪ର ହିଂସାର ଅସୁବିଧାକୁ ନେଇ ସମାଜର ବାସ୍ତବ ଅବସ୍ଥା ଦେଖାଇବା ପାଇଁ ନୂଆ ନୂଆ ବାଟ ଆରମ୍ଭ କଲେ ।
ନଭେମ୍ବର ଶେଷ ଆଡ଼କୁ ଲିଙ୍ଗଗତ ସମତା, ଯୌନ ସ୍ୱାସ୍ଥ୍ୟ, ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସଂହତି ଏବଂ ମାନବିକ ଅଧିକାର ପାଇଁ ଯୁବାମାନଙ୍କୁ ଭାଗ ନେବା ଓ ସମାଜକୁ ପ୍ରଭାବିତ କରିବା ଲାଗି ତିଆରି କରିବା ଲକ୍ଷ୍ୟରେ ଏହି ସଂଗଠନ ଏକ ଯୁବକର୍ମୀ କ୍ୟାମ୍ପ ଆୟୋଜନ କରିଥିଲା ।
ଏହି କ୍ୟାମ୍ପ ଗାର୍ଲସ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ଦେଇ ଆୟୋଜିତ ହୋଇଥିଲା । ଏହା ୨୦୧୪ ନଭେମ୍ବର ୨୮ରୁ ଡିସେମ୍ବର ୧ ତାରିଖ ଯାଏ ବିସକେକଠାରେ ଅନୁଷ୍ଠିତ ହୋଇଥିଲା । ଏହ କ୍ୟାମ୍ପରେ କିରିଗିଜସ୍ଥାନରୁ ଦୁଇଟି ଅଞ୍ଚଳରୁ ତେରଜଣ (କିରିଗିଜସ୍ଥାନରେ ମୋଟ ରାଜ୍ୟ ସାତଟି) ଅଂଶଗ୍ରହଣ କରିଥିଲେ ।
ଡିସେମ୍ବର ୧ ତାରିଖରେ ସପ୍ତାହର ସେମାନେ "ବିଶ୍ୱ ଏଡ଼ସ ଦିବସ" ଆୟୋଜନ କରିଥିଲେ । କାରଣ ହେଉଛି ଏ ସଭିଙ୍କ ଗୋଚର ହେବା ଭଳି ଅସୁବିଧାଟିଏ । ଏହା ଅତି ଜରୁରୀ କାରଣ ଏଚଆଇଭି/ଏଡ଼ସ ଲିଙ୍ଗଗତ ଭେଦଭାବର ଏକ ବଡ଼ କାରଣ, ଆଉ ଲୋକେ ଏଚଆଇଭି-ପଜିଟିଭ ପୀଡ଼ିତ ଲୋକଙ୍କୁ ଆପଣେଇବା ଶିଖିବା ଉଚିତ । କ୍ୟାମ୍ପ କଲାବେଳେ ଆୟୋଜକଗଣ HeForShe ଆନ୍ଦୋଳନ ଲିଙ୍ଗଗତ ହିଂସା ଓ ଅସମତାକୁ ଭିତ୍ତି କରି ଘଟୁଥିବା ହିଂସା ଯେ ଘଟୁଛି ଆଉ ତାକୁ ପରେ ନୁହେଁ ଏବେ ହିଁ ରୋକିବା ବାବଦରେ ଜଣାଇବା ପାଇଁ ପ୍ରଚାର କରିବାକୁ ସିଦ୍ଧାନ୍ତ ନେଇଥିଲେ । ସମସ୍ତ ଆନ୍ଦୋଳନାତ୍ମକ କାମରେ ଏହା ଏକ ବଡ଼ ଅସୁବିଧା ହୋଇଥିବାରୁ ଆଗରୁ ଆୟୋଜକମାନେ ନିରାପତ୍ତା ଓ ସୁରକ୍ଷା ବାବଦରେ ଅସୁବିଧା କଥା ଉଠାଇ ଥିଲେ । ସେମାନଙ୍କ ସକ୍ରିୟତା କାମଟି ଏକ ଡିଜିଟାଲ ଭିତ୍ତିଭୂମିରେ ଥାଇ କିରିଗିଜସ୍ଥାନର ଝିଅମାନଙ୍କ କାହାଣୀ ପ୍ରଚାର କରୁଥିବାରୁ ଏହି ଅସୁବିଧା ସେମାନଙ୍କ ପାଇଁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ।
ନଭେମ୍ବର ଆରମ୍ଭରେ ଜଣେ ତଥ୍ୟ ନିରାପତ୍ତା ବିଶେଷଜ୍ଞ ଏକ କର୍ମଶାଳା ଆୟୋଜନ କରିଥିଲେ । ସେଥିରୁ ମିଳିଥିବା କିଛି ଉପଦେଶ ଆୟୋଜକଙ୍କ ଆଗାମୀ ଲେଖାରେ ।
ଫଟୋଟି ଡାରିଆ କାସମାମିଟୋଭାଙ୍କ ଦ୍ଵାରା ଉତ୍ତୋଳିତ । ମୂଳ ଅନୂଦିତ ଲେଖା ସୁଭାସିସ ପାଣିଗ୍ରାହୀ ।
Related Stories
Stories by Subhashish Panigrahi | <urn:uuid:43198223-fb0e-4b7c-ac30-8547106fe996> | CC-MAIN-2017-34 | https://odia.yourstory.com/read/c4ccef2ae7/- | 2017-08-21T11:52:59Z | s3://commoncrawl/crawl-data/CC-MAIN-2017-34/segments/1502886108268.39/warc/CC-MAIN-20170821114342-20170821134342-00159.warc.gz | ory | 0.999954 | Orya | 10 | {"ory_Orya_score": 0.9999544620513916} |
ଖୋର୍ଦ୍ଧା: ଯୁଗ ଯାଇ କେଉଁଠି ପହଞ୍ଚିଲାଣି। ହେଲେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନି। ଏବେବି ଲୋକେ ଅନ୍ଧବିଶ୍ୱାସରରେ ବଶବର୍ତ୍ତୀ ହୋଇ ନାନା କାଣ୍ଡ ଘଟାଉଛନ୍ତି। ଏପରିକି ଏଥିରୁ ଶିକ୍ଷିତ ଯୁବକମାନେ ମୁକୁଳି ପାରିନାହାନ୍ତି। ଏପରି ଏକ ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି। ଯୁକ୍ତ ୩ରେ ପଢ଼ୁଥିବା ଜଣେ ଯୁବକ ମାନସିକ ପୂରଣ ପାଇଁ ଦୀର୍ଘ ୮ ଦିନ ଧରି ଚଣ୍ଡେଶ୍ୱର ମନ୍ଦିରରେ ଅଧିଆ ପଡ଼ିଥିଲେ। ପରେ ନିଜ ଜିଭ କାଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। | <urn:uuid:409d8271-4daf-4c7d-bc90-56429885214f> | CC-MAIN-2017-34 | http://odishareporter.in/top-story/khurda-a-young-man-cut-his-toung/ | 2017-08-17T06:00:40Z | s3://commoncrawl/crawl-data/CC-MAIN-2017-34/segments/1502886102967.65/warc/CC-MAIN-20170817053725-20170817073725-00276.warc.gz | ory | 0.999971 | Orya | 8 | {"ory_Orya_score": 0.9999709129333496} |
• ପକ୍କା ଘର ଯୋଗାଣ ମାମଲାରେ ନବୀନ ପଟ୍ଟନାୟକ ମିଥ୍ୟା ତଥ୍ୟର ସୌଦାଗର
• ୩ ବର୍ଷରେ ୩ ଲକ୍ଷ ଘର କରି ୧୮.୦୫.୨୦୧୬ରେ ଦୁଇ ବର୍ଷରେ ୧୦ ଲକ୍ଷ ଘର ଲୋକାର୍ପଣ କରିଥିବାର କରିିଥିଲେ ଡ୍ରାମା
• ୩ ଲକ୍ଷ ଘରରୁ ମାତ୍ର ୫୭ ହଜାର ଘର ଥିଲା ରାଜ୍ୟ ଯୋଜନାରେ ନିର୍ମିତ କି ନାହିଁ ଉତର ଦିଅନ୍ତୁ
• ବିଧାନସଭାରେ ମଇ ୨୦୧୫ରେ ୩ ଲକ୍ଷ ଘର ନିର୍ମାଣ କରିଥିବା କହିଥିବା ବେଳେ ଡିସେମ୍ବର ୨୦୧୬ରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମିଳିଥିଲା ଉତର
• ଦଶ ଲକ୍ଷ ଘର ତାଲିକା ଆରଟିଆଇ ଉତରରେ ଙ୍ଗଙ୍ଗଙ୍ଗ.rଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ଥିବା ଦେଇଥିଲେ ସୂଚନା
• ଏହି ତଥ୍ୟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳି ବ୍ଲକର ବେଲଗାଁ ଗ୍ରାମ ପଂଚାୟତରେ ୨୦୦୬-୦୭ରୁ ୨୦୧୬ ମସିହା ଶେଷ ପର୍ଯ୍ୟନ୍ତ ମୋଟ ୮୨ଟି ପକ୍କା ଘର ଓ ସେଥିରୁ ମୋଟ ୧୯ଟି ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନାରେ ଯୋଗାଇ ଦିଆ ଯାଇଥିବା ବିଜେପି କରିଥିଲା ଅଭିଯୋଗ
• ଏହି ଅଭିଯୋଗ ପରେ ପଂଚାୟତ ଓ ଗ୍ରାମ ହିସାବରେ ଗୃହ ନିର୍ମାଣ ତାଲିକାକୁ ଙ୍ଗଙ୍ଗଙ୍ଗ.rଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରୁ ହଟାଇ ଦିଆ ଯିବା ଟେକ୍ନ୍ଲଜି ଓ ଟ୍ରାନସପରେନ୍ସିର ପ୍ରମାଣ କି ବୋଲି ପ୍ରଶ୍ନ
• ଗୃହ ନିର୍ମାଣ ପାଇଁ ଗତ ଚାରି ରାଜ୍ୟ ବଜେଟରେ ରାଜ୍ୟ ଯୋଜନାରେ ମାତ୍ର ୧୭୩୦ କୋଟି ଟଙ୍କାର ବ୍ୟୟବରାଦ
• ମାତ୍ର କେନ୍ଦ୍ରୀୟ ଆବାସ ଯୋଜନାରେ ମୋଟ ୮୫୬୫ କୋଟି ବ୍ୟୟବରାଦ ସତ କି ନାହିଁ ଉତର ରଖିବାକୁ ମନ୍ତ୍ରୀଙ୍କୁ ଆହ୍ୱାନ
• ଯଦି ଅର୍ଥ ବ୍ୟୟବରାଦ ମୋଟରେ ଏତିକି ତାହେଲେ ମୁଖ୍ୟମନ୍ତ୍ରୀଙ୍କ ୧୮.୦୫.୨୦୧୬ର ଘୋଷଣା ପାଂଚ ବର୍ଷରେ ୨୬ ଲକ୍ଷ ଘର ଲକ୍ଷ୍ୟ ପୂରଣ ହେବ କେମିତି ?
• ପାନୀୟ ଜଳ ସମସ୍ୟା ନେଇ ତଥ୍ୟ ଉପସ୍ଥାପନ ନ କରି ଗାଁରେ ମା- ଭଉଣୀ ମାନେ ହାଣ୍ଡି ମାଠିଆ ଧରି ଠିଆ ହେବାକୁ ପ୍ରମାଣ ବୋଲି କହିଲା ବିଜେପି
• ୨୪ ଘଂଟାରେ ପାନୀୟ ଜଳ ସମସ୍ୟା ସମାଧାନର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ
• ଲଘୁ ବନଜାତ ଦ୍ରବ୍ୟ ମୂଲ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରୁ ଢେର କମରେ ବିକ୍ରି ହେଉଛି କାହିଁକି ?
ନବୀନଙ୍କ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଭାଗର ସଫଳତା ବର୍ଣନା କରିବା ପୂର୍ବରୁ ଏହି ବିଭାଗ ପରିପ୍ରେକ୍ଷୀରେ ରାଜ୍ୟ ସରକାର ' ଟ୍ରାନସପରେନ୍ସି' ଦଳରେ 'ଟ୍ରିକ'
(ପୃÂା: ୧/୩)
ବ୍ୟବହାର କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଏହା ସହ ଶ୍ରୀ ବକ୍ସିପାତ୍ର ବିଶେଷ ଭାବରେ ଗରୀବ ମାନଙ୍କୁ ପକ୍କା ଘର
ଯୋଗାଣ ମାମଲାରେ ନବୀନ ପଟ୍ଟନାୟକଙ୍କୁ ମିଥ୍ୟା ତଥ୍ୟର ସୌଦାଗର ବୋଲି ଅଭିଯୋଗକୁ ଦୋହରାଇଛନ୍ତି । ଏହା ସହ ଗାଁ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଣ ମାମଲାରେ ରାଜ୍ୟ ସରକାର କେତେ ସଫଳ ଗାଁ ଗଣ୍ଡାରେ ମା ଭଉଣୀ ମାନେ ହାଣ୍ଡି ମାଠିଆ ଧରି ପଙ୍କ ଗଡିଆରୁ, ନଦୀ ପଠା ଚୁଆରୁ ପାଣି ସଂଗ୍ରହ ନବୀନ ପଟ୍ଟନାୟକଙ୍କ ସଫଳତାର ସାର୍ଟିଫିକେଟ ବୋଲି ସେ କଟାକ୍ଷ କରିଛନ୍ତି ।
ଶ୍ରୀ ବକ୍ସିପାତ୍ର ୧୮.୦୫.୨୦୧୬ ମସିହାରେ ୨୦୧୪ ମସିହାରେ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବା ପରେ ଗତ ଦୁଇ ବର୍ଷରେ ଦଶ ଲକ୍ଷ 'ବିଜୁ ପକ୍କା ଘର' ଲୋକାର୍ପିତ କରିବା ଓ ଆଗାମୀ ତିନି ବର୍ଷରେ ଆଉ ୧୬ ଲକ୍ଷ ପକ୍କା ଘର ନିର୍ମାଣ କରାଯିବା ଲକ୍ଷ୍ୟ ଓଡିଆ ଲୋକଙ୍କୁ ବୋକା ବନାଇବା ପାଇଁ ଉଦ୍ଧିଷ୍ଟ ଥିବା ଅଭିଯୋଗ କରିବା ସହ ସେ ଉଠାଉଥିବା ତଥ୍ୟଭିତିକ ପ୍ରଶ୍ନର ଆଜି ବିଭାଗର ସଫଳତା ବଖାଣିବା ବେଳେ ସ୍ପଷ୍ଟୀକରଣ ଦେବା ପାଇଁ ଆହ୍ୱାନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ୧୮.୦୫.୨୦୧୬ ତାରିଖରେ ଦୁଇ ବର୍ଷରେ ନିର୍ମାଣ କରାଯାଇଥିବା ଦଶ ଲକ୍ଷ ଘର ଲୋକାର୍ପଣ ପୂର୍ବରୁ ବିଧାନସଭା ପ୍ରଶ୍ନ ସଂଖ୍ୟା ୟୁଡି-୨୬୬୬ , ୧୫ ଡିସେମ୍ବର ୨୦୧୫ରେ ୩ ଲକ୍ଷ ୨ ହଜାର ପକ୍କା ଘର ନିର୍ମାଣ ଗତ ତିନି ବର୍ଷରେ କରାଯାଇଥିବା ଓ ଏଥିରୁ ରାଜ୍ୟ ଯୋଜନାରେ ମୋଟ ୫୭ ହଜାର ଘର ନିର୍ମାଣ କରାଯାଇଥିବା ରାଜ୍ୟ ପଂଚାୟତିରାଜ ବିଭାଗ ମନ୍ତ୍ରୀ ବିଧାନସଭାରେ ଉତର ଦେଇଥିବା ସ୍ୱୀକାର କରିବାକୁ ବାଧ୍ୟ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ମାତ୍ର ଡିସେମ୍ବର ୨୦୧୬, ବିଧାନସଭା ରେ ରାଜ୍ୟରେ କେତେ ଘର ଦିଆ ଯାଇଛି ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସରକାରଙ୍କ ଲିଖିତ ଉତର , ସରକାର ମିଛ କହୁଛନ୍ତି ବୋଲି ପ୍ରମାଣିତ କରୁଛି ନା ନାହିଁ ବୋଲି ସ୍ପଷ୍ଟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ରାଜ୍ୟ ସରକାର ତାଙ୍କର ଚାରୋଟି ବଜେଟ ମଧ୍ୟରୁ ପ୍ରଥମ ତିନିଟି ବଜେଟରେ ୩୩୦ କୋଟି, ୭୦୦ ଓ ୭୦୦ କୋଟି, ଏହିପରି ମୋଟ ୧୭୩୦ କୋଟି ଟଙ୍କା ରାଜ୍ୟ ନିଜସ୍ୱ ବଜେଟରୁ ବ୍ୟୟବରାଦ କରିଥିବା ବେଳେ ୨୦୧୬-୧୭ ବଜେଟରେ ବିଜୁ ପକ୍କା ଘର ବାବଦରେ ଟଙ୍କାଟିଏ ବ୍ୟୟବରାଦ କରା ନ ଯାଇ ଥିବା ସତ୍ୟ କି ନୁହେଁ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ବଜେଟ ଘୋଷଣାନାମା ଆଧାରରେ ସ୍ପଷ୍ଟ କରିବା ପାଇଁ ସେ ଆହ୍ୱାନ କରିଛନ୍ତି । ଚାରିବର୍ଷରେ ବିଜୁ ପକ୍କା ଘର ବାବଦରେ ୧୭୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେନ୍ଦ୍ରୀୟ ଯୋଜନାରେ ୮୫୬୫ କୋଟି ଅର୍ଥ ବ୍ୟୟବରାଦ ହୋଇଥିବା ସତ ନା ନାହିଁ ଏହା ସ୍ପଷ୍ଟ କରିବାକୁ ପଂଚାୟତିରାଜ ମନ୍ତ୍ରୀଙ୍କୁ ଶ୍ରୀ ବକ୍ସିପାତ୍ର ଆହ୍ୱାନ ଜଣାଇଛନ୍ତି ।
ସେ କହିଛନ୍ତି ଯେ ଟେକ୍ନୋଲଜି ଓ ଟ୍ରାନସପରେନ୍ସି କଥା କହୁଥିବା ନବୀନ ପଟ୍ଟନାୟକଙ୍କ ସରକାର ପୂର୍ବରୁ କେଉଁ ଲୋକ ମାନଙ୍କୁ ଘର ଯୋଗାଇ ଦିଆ ଯାଇଛି ତାର ତାଲିକା ଙ୍ଗଙ୍ଗଙ୍ଗ.rଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ଉପଲବ୍ଧ କରାଇଥିବା ଆରଟିଆଇ ଉତରରେ ସୂଚନା ଦେଇଥିବା ବେଳେ ଆଜି ଦିନରେ ଏହି ତାଲିକାକୁ କାହିଁକି ଏଠାରୁ ଉଠାଇ ନେଇଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳି ବ୍ଲକର ବେଲଗାଁ ଗ୍ରାମ ପଂଚାୟତରେ ୨୦୦୬-୦୭ରୁ ୨୦୧୬ ମସିହା ଶେଷ ପର୍ଯ୍ୟନ୍ତ ମୋଟ ୮୨ଟି ପକ୍କା ଘର ଓ ସେଥିରୁ ମୋଟ ୧୯ଟି ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନାରେ ଯୋଗାଇ ଦିଆ ଯାଇଥିବାର ତଥ୍ୟକୁ ଡରି ନିଜେ ବଦନାମ ହେବା ଡରରେ ଏହାକୁ ବେବସାଇଟରୁ କାଢି ନିଜର ଟ୍ରାନସପରେନ୍ସି ଓ ଟେକ୍ନୋଲଜିର ପ୍ରମାଣ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
(ପୃÂା: ୨/୩)
ପାନୀୟ ଜଳ ମାମଲାରେ ବିଜେପି ସରକାରଙ୍କ ତଥ୍ୟ କେମିତି ଭୁଲ କାଗଜ ପତ୍ର ନୁହେଁ ଗାଁ ଗଣ୍ଡାରେ ମା- ମାଉସୀ ମାନେ ହାଣ୍ଡି ମାଠିଆ ଧରି ପଙ୍କ ଗଡିଆ ଓ ନଦୀ ପଠା ଚୁଆରୁ ପାନୀୟ ଜଳ ସଂଗ୍ରହ କରିବାର ଚିତ୍ର ରାଜ୍ୟ ସରକାରଙ୍କ ଜଳ ଯୋଗାଣ ମାମଲାରେ ବିଫଳତାର ପ୍ରମାଣ ଭାବେ ଉପସ୍ଥାପିତ କରିବା ସହ ମା- ଭଉଣୀଙ୍କ ଦୈନନ୍ଦିନର କଷ୍ଟକୁ ରାଜ୍ୟ ସରକାର ଉପଲବ୍ଧି କରି ପାରୁଛନ୍ତି କି ନାହିଁ, ରାଜ୍ୟ ସରକାର ସ୍ପଷ୍ଟ କରିବାକୁ କହିଛନ୍ତି । ମାତ୍ର ଖରାଦିନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପାନୀୟ ଜଳ ସମସ୍ୟା ସମୀକ୍ଷା କରି ସମସ୍ୟା ଥିଲେ ୨୪ ଘଂଟା ମଧ୍ୟରେ ସମାଧାନ କରିବା ପାଇଁ ଦେଇଥିବା ନିର୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଏହାର ଜବାବ ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି ।
ଏହା ସହ ଜଙ୍ଗଲ ବିଭାଗ ଓ ପଂଚାୟତିରାଜ ବିଭାଗର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ ସହ ସମ୍ପର୍କ ଓତପ୍ରୋତ ହୋଇଥିବା କାରଣରୁ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟର କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ମିଳୁ ନାହିଁ ବୋଲି ଉଭୟ ପଂଚାୟତିରାଜ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ମିଳିତ ଭାବେ ଉତର ଦେବା ପାଇଁ କହିଛନ୍ତି ।
ମହୁର କିଲୋ ପିଛା ସହାୟକ ମୂଲ୍ୟ ୧୫୦ ଟଙ୍କା, ଶାଳ ମଂଜି ୧୦ ଟଙ୍କା, ଶାଳ ପତ୍ର ୨୧ ଟଙ୍କା ମଂଜି ସହ ତେନ୍ତୁଳି ୧୮ ଟଙ୍କା, ନିମ୍ବ ମଂଜି ୧୨ ଟଙ୍କା, ଝାଡୁ ଘାସ ୧୦ ଟଙ୍କା କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏହି ମୂଲ୍ୟ କାହିଁକି ଆଦିବାସୀ ମାନଙ୍କୁ ମିଳୁ ନାହିଁ, ଏହାର ଉତର ଦେବା ପାଇଁ ସେ ଆହ୍ୱାନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ଦିଲୀପ ମହାନ୍ତି ଉପସ୍ଥିତ ଥିଲେ । | <urn:uuid:eb808781-1917-4f3b-93c0-147c27444ba6> | CC-MAIN-2017-34 | http://odishan.com/19388 | 2017-08-21T13:53:55Z | s3://commoncrawl/crawl-data/CC-MAIN-2017-34/segments/1502886108709.89/warc/CC-MAIN-20170821133645-20170821153645-00676.warc.gz | ory | 1 | Orya | 7 | {"ory_Orya_score": 0.9999996423721313} |
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃଆରୀ ୨୮(ଓଡ଼ିଶା ଡ଼ଟ୍ କମ୍), ବୁଧବାର ଏଠାରେ ଆରମ୍ଭ ହୋଇଥିବା ଶାହା କମିଶନଙ୍କ ଶୁଣାଣିର ପ୍ରଥମ ଦିନରେ ବିଭିନ୍ନ ଖଣିଧାରୀ ସେମାନଙ୍କର ପକ୍ଷ ରଖିଛନ୍ତି ।
ଖଣି ଦୁର୍ନୀତିର ତଦନ୍ତ କରୁଥିବା ଏହି କମିଶନ ପାଖରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ନିଜର ସଫାଇ ଦେବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରି ବହୁ ଖଣିଧାରୀ ପୂର୍ବରୁ ଆବେଦନ କରିଥିଲେ ।
କମିଶନ ଏହି ଶୁଣାଣି କରିବା ପାଇଁ ଓଡ଼ିଶା ଆସିଛନ୍ତି । ବିବାଦୀୟ ଖଣି ଅଞ୍ଚଳର ଚିହ୍ନଟ ଉପଗ୍ରହ ଚିତ୍ର ସାହାଯ୍ୟରେ କରାଯାଇଥିବାରୁ ଏହାର ସଠିକତା ଉପରେ ଖଣିଧାରୀମାନେ ନିଜ ଓକିଲଙ୍କ ଜରିଆରେ ପ୍ରଶ୍ନ ଉଠାଇଥିଲେ ।
ସେମାନେ ଆଉଥରେ ଖଣି ଅଞ୍ଚଳ ପରିଦର୍ଶନ କରି ଏହାର ସାନି ଯାଞ୍ଚ ଦାବି କରିଥିଲେ । କମିଶନ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଥିବା କୁହାଯାଇଛି । ଠିକ୍ ସେହିପରି ବିଭିନ୍ନ ସମୟରେ ସେମାନେ ସରକାରଙ୍କ ନିର୍ଦେଶାନାମା ସବୁ ପାଳନ କରି ଆସିଥିବା ବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ କରାଯାଉଛି ବୋଲି ଦର୍ଶାଇଛନ୍ତି ।
ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ ଆଗାମୀ ତିନି ଚାରି ଦିନ ଅନ୍ୟ ଶତାଧିକ କଂପାନୀକୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଦେଇଛନ୍ତି ।
ଖଣିଧାରୀମାନଙ୍କ ପକ୍ଷରୁ ଯେଉଁ ବରିଷ୍ଠ ଓକିଲ ପକ୍ଷ ରଖୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ରାମ ଜେଠ୍ ମଲାନି,ଏ.ବି.ଦିୱାନ,ଗୋପାଳ ଶୁଭ୍ରମନ୍ୟମ୍ ଓ ପିନାକୀ ମିଶ୍ର ।
ଏଠାରେ ଉଲେଖଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ଖଣିଦୁର୍ନୀତି ତଦନ୍ତ ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୧୦ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ୍.ବି.ଶାହା ଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରିଛନ୍ତି ।
ଏହି କମିଶନ ଗୋଆ ଏବଂ କର୍ଣ୍ଣାଟକ ଭଳି ଖଣିଜସମ୍ପଦ ଭରପୂର ରାଜ୍ୟ ମାନଙ୍କରେ ତଦନ୍ତ କଲାପରେ ଓଡ଼ିଶାରେ ୨୦୧୧ରୁ ତଦନ୍ତ ଆରମ୍ଭ କରିଛନ୍ତି । ଜ.ଶାହା ନିଜେ କମିଶନ ବିଶେଷଜ୍ଞ ଦଳ ସହ ଡ଼ିସେମ୍ବର୨୦୧୧ରେ ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳ ଗସ୍ତ କରିଥିଲେ ।
ଚଳିତ ଗସ୍ତ ଶାହାଙ୍କ ଦ୍ୱିତୀୟଗସ୍ତ ହୋଇଥିବା ବେଳେ କମିଶନ ବିଶେଷଜ୍ଞମାନେ ରାଜ୍ୟକୁ ଗତବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ତଦନ୍ତ ପାଇଁ ଆସିଥିଲେ । କମିଶନଙ୍କର କାର୍ଯ୍ୟକାଳ ୧୬ ଜୁଲାଇ ୨୦୧୨ରେ ଶେଷ ହେଉଥିବାରୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ପାଇଁ ଏହା କାର୍ଯ୍ୟକାଳ ବୃଦ୍ଧି କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍ | <urn:uuid:c67bc517-c685-4f8e-a78d-c8f962dea4b8> | CC-MAIN-2017-34 | http://www.odisha.com/archives/tag/%E0%AC%95%E0%AD%87%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0 | 2017-08-20T04:10:25Z | s3://commoncrawl/crawl-data/CC-MAIN-2017-34/segments/1502886105970.61/warc/CC-MAIN-20170820034343-20170820054343-00537.warc.gz | ory | 1.000004 | Orya | 99 | {"ory_Orya_score": 1.0000040531158447} |