text
stringlengths
6
3.88k
validate
list
validate-suggestion
stringclasses
0 values
validate-suggestion-metadata
dict
external_id
stringclasses
0 values
metadata
stringclasses
1 value
ଓଡିଶାର ପାରମ୍ପାରିକ ଶବଦାହ ରୀତିନୀତି ଏବଂ ଅନ୍ତିମସଂସ୍କାର
[ { "user_id": "0cd57185-cddd-408b-b469-2f0198f7c5e1", "value": "unselect", "status": "submitted" } ]
null
{ "type": null, "score": null, "agent": null }
null
{}
ଲେଖିକା
[ { "user_id": "0cd57185-cddd-408b-b469-2f0198f7c5e1", "value": "unselect", "status": "submitted" } ]
null
{ "type": null, "score": null, "agent": null }
null
{}
ଶ୍ରୀମତୀ କଲ୍ୟାଣମାଳିନୀ ସାହୁ
[ { "user_id": "0cd57185-cddd-408b-b469-2f0198f7c5e1", "value": "unselect", "status": "submitted" } ]
null
{ "type": null, "score": null, "agent": null }
null
{}
ଓଡିଶାର ପାରମ୍ପାରିକ ଶବଦାହ ରୀତିନୀତି ଏବଂ ଅନ୍ତିମସଂସ୍କାର
[ { "user_id": "0cd57185-cddd-408b-b469-2f0198f7c5e1", "value": "unselect", "status": "submitted" } ]
null
{ "type": null, "score": null, "agent": null }
null
{}
ଏହି ପ୍ରବନ୍ଧରେ ଭାରତର ଓଡିଶା ପ୍ରଦେଶରେ ହିନ୍ଦୁମାନେ ପାଳନ କରୁଥିବା ଅନ୍ତିମସଂସ୍କାର ନୀତି ନୀୟମ ତଥା ବିଧିଗୁଡିକ ବିଷୟରେ ଆଲୋଚନା କରାଯାଇଛି। ଓଡିଶା ରାଜ୍ୟ ଭାରତର ଉତ୍ତରପୂର୍ବ ଅଞ୍ଚଳରେ ଅବସ୍ଥିତ। ପ୍ରବନ୍ଧରେ ଏଠାକାର ହିନ୍ଦୁ ମାନଙ୍କର ମୃତ୍ୟୁ ସମ୍ବନ୍ଧୀୟ ଧାର୍ମିକ ବିଶ୍ବାସ ଏବଂ ସାମାଜିକ, ସାଂସ୍କୃତିକ ରୀତିନୀତି ଗୁଡିକୁ ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରାଯାଇଛି। ଲୋକଙ୍କ ଭିତରେ ଦୃଢ ବିଶ୍ବାସ ରହିଛି ଯେ ଶରୀର ମଧ୍ୟରେ ଆତ୍ମା ଅବସ୍ଥାନ କରେ। ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର ଓ ଚିରନ୍ତନ। ଏହା ଶାନ୍ତି ନହେବା ପର୍ଯ୍ୟନ୍ତ ଜୀବନମରଣ ଚକ୍ର ମଧ୍ୟ ଦେଇ ଗତି କରିଥାଏ। ଅନ୍ତେଷ୍ଷିକ୍ରିୟା କେବଳ ଶରୀରର ଅବସାନ ଘଟାଇବା ପାଇଁ କରାଯାଏ ନାହିଁ , ବରଂ ଆଗତ ଜନ୍ମରେ ମୃତବ୍ୟକ୍ତିର ଆତ୍ମା କିପରି ଏକ ଉନ୍ନତ ଏବଂ ସୁନ୍ଦର ଜୀବନ ପାଇ ପାରିବ ସେଥିପାଇଁ ପ୍ରୟାସ କରାଯାଇ ଥାଏ। ମୃତ ବ୍ୟକ୍ତିଙ୍କର ନିକଟ ପରିବାର ଲୋକଙ୍କର ତାଙ୍କ ଅନ୍ତେଷ୍ଷିକ୍ରିୟା କରିବା ଏକ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ । ଏହା ସହିତ ଉତ୍ତରାଧିକାରୀ ହେବାର ଅଧୀକାର ମଧ୍ୟ ଜଡିତ । ଅବିବାହିତ ଓ ଆତ୍ମହତ୍ୟା କରିଥିବା ଲୋକଙ୍କର ଅନ୍ତେଷ୍ଟୀ କ୍ରୀୟା କରାଯାଏ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ସମାଜରେ ବିବାହକୁ ଏକ ଆବଶ୍ୟକୀୟ ପବିତ୍ର ପରଂପରା ଭାବରେ ବିବେଚନା କରାଯାଏ। ସେହିପରି ଆତ୍ମହତ୍ୟାକୁ ଏକ ମହାପାପ ଭାବରେ ଧରାଯାଏ। ଜୀବନ ଈଶ୍ବରଙ୍କର ଏକ ଉତ୍ତମ ଓ ମହାନ ଦାନ। ଶାସ୍ତ୍ରୀୟ ମତ ଅନୁସାରେ ନିଜ ଜୀବନକୁ ନିଜେ ନଷ୍ଟ କରିବାର ଅଧିକାର ମନୁଷ୍ୟ ପାଖରେ ନାହିଁ। ତେଣୁ ଆତ୍ମହତ୍ୟା ତଥା ଅବିବାହିତ ଥିବା ଲୋକଙ୍କ ଶରୀରକୁ ନଷ୍ଟ କରିଦିଆଗଲେ ମଧ୍ୟ ସେମାନଙ୍କ ଅନ୍ତେଷ୍ଟିକ୍ରିୟା କରାଯାଏ ନାହିଁ ।
[ { "user_id": "0cd57185-cddd-408b-b469-2f0198f7c5e1", "value": "unselect", "status": "submitted" } ]
null
{ "type": null, "score": null, "agent": null }
null
{}
ଏହି ପରିପ୍ରେକ୍ଷୀରେ ମଧ୍ୟ ଜଣାଯାଏ ଯେ ସମାଜରେ ଲିଙ୍ଗ ସମ୍ବନ୍ଧୀୟ ଭେଦଭାବ ଜାରି ରହିଛି । ମୁଖ୍ୟତଃ ମୃତ ବ୍ୟକ୍ତିଙ୍କ ଜ୍ୟେଷ୍ଠ ପୁତ୍ର ହିଁ ଶୁଦ୍ଧ କ୍ରିୟା କରିବା ପାଇଁ ହକଦାର। ଅନ୍ତେଷ୍ଟିକ୍ରିୟା କରିବା ହେତୁ ମୃତ ବ୍ୟକ୍ତିଙ୍କ ଆତ୍ମୀୟସ୍ଵଜନଙ୍କୁ ଖୁବ ସନ୍ତୋଷ ମିଳିଥାଏ। ସମସ୍ତ କୁଟୁମ୍ବଜନ ଏକତ୍ରିତ ହେବା ଏବଂ ପାରସ୍ପରିକ ସମ୍ପର୍କକୁ ସମ୍ମାନ ଜଣାଇବା ସମାଜରେ ଥିବା ଏକତାକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା କଥା ଦର୍ଶାଇଥାଏ।
[ { "user_id": "0cd57185-cddd-408b-b469-2f0198f7c5e1", "value": "unselect", "status": "submitted" } ]
null
{ "type": null, "score": null, "agent": null }
null
{}
ଅନ୍ତେଷ୍ଟୀକ୍ରିୟାରେ ବ୍ୟବହୃତ ଭାଷା ଓ ଶବ୍ଦ ମାନଙ୍କର ଭାବ ଆଦାନ ପ୍ରଦାନର ପ୍ରୟୋଜନ ନଥାଏ। ସେଗୁଡିକ କେବଳ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବହାର କରାଯାଏ ।
[ { "user_id": "0cd57185-cddd-408b-b469-2f0198f7c5e1", "value": "unselect", "status": "submitted" } ]
null
{ "type": null, "score": null, "agent": null }
null
{}
ଉପରୋକ୍ତ ଗଦ୍ୟାଂଶରେ ମୁଖ୍ୟ ଶବ୍ଦ: ହିନ୍ଦୁ ଅନ୍ତେଷ୍ଟିକ୍ରିୟା,ସାମାଜିକ କାର୍ଯ୍ୟରେ ଭାଷା, ପୂର୍ବପୁରୁଷଙ୍କ ସନ୍ତୁଷ୍ଟି, ଆତ୍ମହତ୍ୟା, ଲିଙ୍ଗ ଭେଦ, ଉତ୍ତରାଧିକାର।
[ { "user_id": "0cd57185-cddd-408b-b469-2f0198f7c5e1", "value": "select", "status": "submitted" } ]
null
{ "type": null, "score": null, "agent": null }
null
{}
ଉପକ୍ରମଣିକା
[]
null
{ "type": null, "score": null, "agent": null }
null
{}
ବିଭିନ୍ନ ଧର୍ମ ଏବଂ ସଂସ୍କୃତି ମାନଙ୍କରେ ଜନ୍ମ ଓ ମୃତ୍ୟୁକୁ ଜୀବନରେ ସାଧାରଣ ପ୍ରାକୃତିକ ଘଟଣା ଭାବରେ ଧରାଯାଏ। ମଣିଷ ମାତ୍ରକେ ଜନ୍ମ ମୃତ୍ୟୁ ଚକ୍ରରେ ଆବଦ୍ଧ ହେବା ସ୍ୱଭାବିକ ଏବଂ ସୁନିଶ୍ଚିତ । ଏହି ସତ୍ୟ ସବୁ ଦେଶ ଓ ସଭ୍ୟତାରେ ଶୁବିଦିତ। କିନ୍ତୁ ହିନ୍ଦୁ ଧର୍ମରେ କିଛି ନିଆରା ସତ୍ୟକୁ ଏହି ପରିପ୍ରେକ୍ଷୀରେ ପ୍ରାଥମିକତା ଦିଆ ଯାଇଛି । ଶରୀର ନଷ୍ଟ ହେଲେ ମଧ୍ୟ ଶରୀରରେ ଆବଦ୍ଧ ହୋଇ ରହିଥିବା ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ଭଗବତ ଗୀତା ଅନୁସାରେ ମୃତ୍ୟୁ ଗୋଟିଏ ଜୀବନର ଶେଷ ଓ ଆଉ ଏକ ଜୀବନ ଅଥବା ସ୍ଥିତିର ଆରମ୍ଭ ।(Tiwari, 2006, "(ଭଗବତ ଗୀତା):"ଜନ୍ମ ନେଇଥିବା ଜୀବର ମୃତ୍ୟୁ ସୁନିଶ୍ଚିତ, ଏବଂ ମୃତ୍ୟୁ ବରଣ କରୁଥିବା ଜୀବର ଜନ୍ମ ସୁନିଶ୍ଚିତ ।"(ଭଗବତ ଗୀତା, 2:27)। ଶରୀରର ମୃତ୍ୟୁ ହୁଏ ଏବଂ ଏହା ମଧ୍ୟରେ ଥିବା ଆତ୍ମାର ନା ଅଛି ଆରମ୍ଭ ନା ଅଛି ଶେଷ । ଶରୀରର ମୃତ୍ୟୁ ହେବାପରେ,ଜୀବନ କାଳରେ କରିଥିବା କର୍ମ ଅନୁସାରେ, ଆତ୍ମା ପୁନଶ୍ଚଃ ଆଉ ଏକ ଜନ୍ମ ନେଇପାରେ ଏବଂ ଜନ୍ମମୃତ୍ୟୁ ଚକ୍ରରେ ଗତି କରିଥାଏ କିମ୍ବା ମୋକ୍ଷ ଲାଭକରି ଈଶ୍ବରଙ୍କ ଠାରେ ଲୀନ ହୋଇଥାଏ। ତେଣୁ ଅନ୍ତେଷ୍ଟିକ୍ରିୟା ସମାଜରେ ଥିବା ଜନ୍ମ ମୃତ୍ୟୁ ବିଶ୍ବାସ ହିନ୍ଦୁ ମାନଙ୍କର ଧାର୍ମିକ ଭାବନା ଜନିତ ସତ୍ୟ ଉପରେ ଆଧାରିତ । ହିନ୍ଦୁ ଧର୍ମରେ ପ୍ରଚଳିତ ଏହି ବିଶ୍ବାସର ଅନେକ ବାସ୍ତବିକ ନମୁନା ଆଧୁନିକ ଯୁଗରେ ମଧ୍ୟ ଦେଖିବାକୁ ମିଳିଛି ଓ ମିଳୁଛି । ପାଶ୍ଚାତ୍ୟ ଦେଶର ଅନେକ ବୁଦ୍ଧିଜୀବୀ ଏହି ସତ୍ୟର ସତ୍ୟାସତ୍ୟକୁ ପରୀକ୍ଷା କରି ଗ୍ରହଣ କରିଛନ୍ତି।
[]
null
{ "type": null, "score": null, "agent": null }
null
{}
ଯଦିଓ ଏହି ପ୍ରବନ୍ଧରେ ଓଡିଶାର ହିନ୍ଦୁ ମାନଙ୍କର ଅନ୍ତେଷ୍ଟିକ୍ରିୟା ବିଷୟରେ ବର୍ଣ୍ଣନା କରାଯାଇଛି, ପ୍ରକୃତପକ୍ଷେ ସମସ୍ତ ଭାରତୀୟ ହିନ୍ଦୁ ମାନଙ୍କର ଅନ୍ତେଷ୍ଟିକ୍ରିୟା ପ୍ରାୟ ଅଳ୍ପ ବହୁତ ସମାନ ଢଙ୍ଗରେ କରାଯାଇଥାଏ। ଭାରତ ବର୍ଷରେ ଅନ୍ୟ ଅଞ୍ଚଳ ଗୁଡ଼ିକରେ ମଧ୍ୟ ପୂର୍ବପୁରୁଷଙ୍କ ପୁଜା ଓ ଆତ୍ମାଶାନ୍ତି କରିବାର ପ୍ରଥା ବଳବତ୍ତର ରହିଛି । ପ୍ରାୟତଃ ଅନ୍ତେଷ୍ଟିକ୍ରିୟା ଜନିତ ସବୁ ନୀୟମ ଓ ବିଧି ବେଦ ଗୁଡିକରୁ ହିଁ ଆସିଅଛି । ଏହି ପ୍ରବନ୍ଧରେ ହିନ୍ଦୁ ମାନଙ୍କର ଅନ୍ତେଷ୍ଟିକ୍ରିୟା ବିଷୟରେ ବର୍ଣ୍ଣନା କରାଯାଇଛି କିନ୍ତୁ ମୁଖ୍ୟତଃ ଓଡିଆ ଘର ମାନଙ୍କରେ ହେଉଥିବା ଅନ୍ତେଷ୍ଟିକ୍ରିୟାକୁ ବିଶେଷ ଧ୍ୟାନ ଦିଆ ଯାଇଛି। କେଉଁ କେଉଁ ଶବ୍ଦ ଓ ଭାଷା ବ୍ୟବହାର ଏହି ପରିପ୍ରେକ୍ଷୀରେ କରାଯାଏ ତାହାକୁ ଅନୁଧ୍ୟାନ କରା ଯାଇଛି ଏବଂ ପରିଷ୍କାର ଭାବରେ ସେଗୁଡିକୁ ବୁଝାଇବାକୁ ପ୍ରୟାସ କରାଯାଇଛି। ସମାଜ ଉପରେ ତାହାର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରାଯାଇଛି । ତିନି ଗୋଟି ପ୍ରଶ୍ନର ଏଠାରେ ଉତ୍ତର ଦିଆଯାଇଛି:
[]
null
{ "type": null, "score": null, "agent": null }
null
{}
୧ଅନ୍ତେଷ୍ଟି କ୍ରିୟା କାହିଁକି କରାଯାଏ?
[]
null
{ "type": null, "score": null, "agent": null }
null
{}
୨ ଅନ୍ତେଷ୍ଟିକ୍ରିୟା ରୀତିନୀତିରେ ବ୍ୟବହୃତ ସାମାଜିକ ବକ୍ତବ୍ୟର ପ୍ରଭାବ କ’ଣ?
[]
null
{ "type": null, "score": null, "agent": null }
null
{}
୩ଜୀବନର ସମାପ୍ତିର ଅର୍ଥ ସାମାଜିକ ପରିଚୟର ସମାପ୍ତି କି ?
[]
null
{ "type": null, "score": null, "agent": null }
null
{}
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶରୀରର ମୃତ୍ୟୁ ନିଶ୍ଚିତ କିନ୍ତୁ ଆତ୍ମା ​​ଅମର ଅଟେ। ଶରୀର ମରିବା ପରେ ଆତ୍ମା ​​ଅସ୍ତିତ୍ୱର ଅନ୍ୟ ଏକ ସ୍ତରକୁ ଚାଲିଯାଏ; ଜଣଙ୍କର ଜୀବନକାଳ ମଧ୍ୟରେ କରାଯାଇଥିବା ଭଲ କିମ୍ବା ଖରାପ କାର୍ଯ୍ୟ ଉପରେ ଏହା ନିର୍ଭର କରେ । ଜୀବନ କାଳରେ ପୁଣ୍ୟ ବା ଭଲ କାମ କରିଥିଲେ ବ୍ୟକ୍ତିର ଆତ୍ମା ସ୍ୱର୍ଗ ଲୋକକୁ ଯାଇଥାଏ। ସେହିପରି ଖରାପ କାର୍ଯ୍ୟ କରିଥିଲେ ଆତ୍ମା ନର୍କକୁ ଗମନ କରିଥାଏ।
[]
null
{ "type": null, "score": null, "agent": null }
null
{}
ପୃଥିବୀରୁ ବିଦାୟ ପ୍ରାପ୍ତ ଆତ୍ମାମାନେ ସେମାନଙ୍କର କର୍ମ ଅନୁଯାୟୀ ନର୍କରେ ଯନ୍ତ୍ରଣା ଭୋଗିବା ପରେ, କିମ୍ବା ସ୍ୱର୍ଗରେ ଜମା ହୋଇଥିବା ସେମାନଙ୍କର ପୁଣ୍ୟ ଶେଷ ହେବାପରେ, ପିତୃଲୋକ ଅର୍ଥାତ୍' ପିତୃପୁରୁଷଙ୍କ କ୍ଷେତ୍ରରେ ପ୍ରବେଶ କରନ୍ତି ଏବଂ ପୃଥିବୀ ପୃଷ୍ଠରେ ପୁନର୍ଜନ୍ମ ଗ୍ରହଣ କରିବା ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରନ୍ତି। ପୁନର୍ଜନ୍ମ ଗ୍ରହଣ କରିବାକୁ ହିନ୍ଦୁ ଧର୍ମରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ପୁନର୍ଜନ୍ମର ଧାରଣା ଓଡିଆ ଭାଷାକୁ ଖୁବ ପ୍ରଭାବିତ କରିଛି କାରଣ ଏହା ଆମ ଭାଷାକୁ ଅନେକ ଗୁଡିଏ ନୂଆ ଶବ୍ଦ ଦେଇଛି ଯାହାକୁ ଆମେ କାହାର ମୃତ୍ୟୁ ଘଟିଲେ ସେହି କ୍ଷେତ୍ରରେ ବ୍ୟବହାର କରିଥାଉ:
[]
null
{ "type": null, "score": null, "agent": null }
null
{}
ଉଦାହରଣ:୧ ତାଙ୍କର ଦେହାନ୍ତ ବା ପରଲୋକ ହୋଇଗଲା।
[]
null
{ "type": null, "score": null, "agent": null }
null
{}
ଉଦାହରଣ:୨ସେ ଇହଲୀଳା ସମ୍ବରଣ କଲେ ।
[]
null
{ "type": null, "score": null, "agent": null }
null
{}
ଉଦାହରଣ:୩ସେ ସ୍ଵର୍ଗବାସ କଲେ ।
[]
null
{ "type": null, "score": null, "agent": null }
null
{}
ସାଧୁ ତଥା ସନ୍ଥ ମାନଙ୍କ କ୍ଷେତ୍ରରେ ଏହାକୁ ଅନ୍ୟ ଭାବରେ ପ୍ରକାଶ କରାଯାଏ ।
[]
null
{ "type": null, "score": null, "agent": null }
null
{}
ଉଦାହରଣ:୧ସେ ମର ଶରୀର ତ୍ୟାଗ କଲେ।
[]
null
{ "type": null, "score": null, "agent": null }
null
{}
ଉଦାହରଣ:୨ସେ ମହା ସମାଧି ନେଲେ ।
[]
null
{ "type": null, "score": null, "agent": null }
null
{}
ଉଦାହରଣ:୩ତାଙ୍କର ଦେହାବସାନ ହେଲା
[]
null
{ "type": null, "score": null, "agent": null }
null
{}
ଉପରସ୍ଥ ସବୁ ଉଦାହରଣ ଗୁଡିକର ଅର୍ଥ ହେଉଛି "ସେ ମୃତ୍ୟୁ ବରଣ କଲେ ବା ମରିଗଲେ।"
[]
null
{ "type": null, "score": null, "agent": null }
null
{}
ଧ୍ୟାନ ଦେବା ଉଚିତ ଯେ ‘ମୃତ୍ୟୁ’କୁ ଶରୀରର ଶେଷ ବା ଅନ୍ୟ ଏକ ଦୁନିଆକୁ ଗମନ କରିଥିବା କୁହାଯାଏ | ହିନ୍ଦୁ ଧର୍ମରେ ଏବଂ ବୌଦ୍ଧ ଧର୍ମରେ ମଧ୍ୟ ସେହି ଏକ ପ୍ରକାରର ଧାରଣା ବଳବତ୍ତର ଥିବାର ଲକ୍ଷ୍ୟ କରାଯାଏ | ଗବେଷକ ହେରାଟଙ୍କ ମତରେ," ଶ୍ରୀଲଙ୍କାରେ, ବୌଦ୍ଧ ଏବଂ ହିନ୍ଦୁମାନଙ୍କ ପାଇଁ ମୃତ୍ୟୁ ଏକ ସମାପ୍ତି ନୁହେଁ ବରଂ ଆତ୍ମାର ଯାତ୍ରା। ମୃତ୍ୟୁ ପୁର୍ବନିର୍ଧାରିତ ଅଟେ।” | ଆହୁରି ମଧ୍ୟ, ମୃତ୍ୟୁ ପାଇଁ ବ୍ୟବହୃତ ଭାଷା ସର୍ବଦା କୋମଳ ଓ ଭଦ୍ର ଅଟେ । ଯେପରି କି "ତାଙ୍କୁ" "ତାଙ୍କର" ଭଳି ଶବ୍ଦ ଗୁଡିକର ଅତ୍ୟନ୍ତ ସମ୍ମାନର ସହ ବ୍ୟବହାର କରାଯାଇଥାଏ | ତେଣୁ, ଏହିପରି ଭଦ୍ରତା ହେଉଛି “ସାମାଜିକ ଭାଷା ସମ୍ଭାର ମଧ୍ୟରୁ କିଛି କୌଶଳ ଯୁକ୍ତ ବ୍ୟବହାର ଯାହାର ଲକ୍ଷ୍ୟ ହେଉଛି ମୃତ ବ୍ୟକ୍ତିଙ୍କ ସମେତ ସମସ୍ତଙ୍କୁ ଏକ ସାମାଜିକ ପାରସ୍ପରିକ କଥାବାର୍ତ୍ତା ପରିବେଶରେ ସାମିଲ କରାଯାଏ। ମୃତ ବ୍ୟକ୍ତି ମାନଙ୍କୁ ସମ୍ମାନ ଜଣାଇବାକୁ ଏହା ଏକ ଉତ୍କୃଷ୍ଟ ଉପାୟ। ଏହା ମଧ୍ୟ ଏକ ସତ୍ୟତାକୁ ପ୍ରତିପାଦନ କରେ । ଭାଷା ଜନିତ ଭଦ୍ରତା ବା ବିନମ୍ରତା ସୂଚକ ଶବ୍ଦ ଗୁଡିକ ଏକ ଦଳବଦ୍ଧ ଗୋଷ୍ଠୀ କିମ୍ବା ସଂପ୍ରଦାୟ ଦ୍ବାରା ସୃଷ୍ଟି ହୋଇଥିବା ସାମାଜିକ ଭାଷା ସମ୍ଭାରର ଅବିଚ୍ଛେଦ୍ୟ ଅଂଶ ଭାବରେ ବିବେଚନା କରାଯିବା ଉଚିତ ।
[]
null
{ "type": null, "score": null, "agent": null }
null
{}
ପୌରାଣିକ ମତରେ, ମାନବ ଜାତିର ପ୍ରାଚୀନ ବଂଶଧର ତଥା ମୃତ ବ୍ୟକ୍ତି ମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଷେତ୍ରକୁ ପିତୃଲୋକ କୁହାଯାଏ, ଏବଂ ବ୍ୟକ୍ତି ମାନଙ୍କୁ ପିତୃପୁରୂଷ ଅର୍ଥାତ୍ ‘ପୂର୍ବପୁରୁଷ’ କୁହାଯାଏ | ବାସ୍ତବରେ, ଏଠାରେ, ପୁରୁଷ ଏବଂ ମହିଳାଙ୍କୁ ଦର୍ଶାଇ ପୁରୁଷ ଏକ ସାଧାରଣ ଶବ୍ଦ ଭାବରେ ବ୍ୟବହୃତ ହୋଇଛି | ତେଣୁ, ବର୍ତ୍ତମାନଠାରୁ ଏଠାରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ମିଶାଇ ‘ପିତୃପୁରୁଷ’ ରୂପକ ଶବ୍ଦର ବ୍ୟବହାର କରାଯିବ। ବିଶ୍ୱାସ କରାଯାଏ ଯେ ବିଦାୟ ନେଉଥିବା ଆତ୍ମା ​​ପିତୃଲୋକରେ ପହଞ୍ଚିବା ପାଇଁ ମୋକ୍ଷ ପ୍ରାପ୍ତ ହେବା ଆବଶ୍ୟକ। ପିତୃପୁରୁଷଗଣଙ୍କ ଦ୍ୱାରା ଉପଭୋଗ ହୋଇଥିବା ସ୍ୱର୍ଗୀୟ ସୁଖକୁ ଉପଭୋଗ କରିବାକୁ ହେଲେ ମୋକ୍ଷ୍ୟ ପ୍ରାପ୍ତି ଅପରିହାର୍ଯ୍ୟ। ତେଣୁ, ଆତ୍ମାକୁ ପିତୃଲୋକରେ ପହଞ୍ଚିବାରେ ସାହାଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ଦିନରେ ଏବଂ ନିର୍ଦ୍ଦିଷ୍ଟ ସମୟରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା କିଛି ଅନ୍ତିମ ରୀତିନୀତି ବା ସଂସ୍କାର କରାଯାଇଥାଏ । ପୁରୋହିତଙ୍କ ସାହାଯ୍ୟରେ ଅଧିକାଂଶ ରୀତିନୀତି ପରିବାର ସମେତ କୁଟୁମ୍ବ ଜନଙ୍କ ଦ୍ୱାରା କରାଯାଇଥାଏ। ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା, ଭଜନ, ବିଭିନ୍ନ ପବିତ୍ର କାର୍ଯ୍ୟ କଳାପ ଯଥା ଖାଦ୍ୟ ବସ୍ତ୍ର ଇତ୍ୟାଦିର ଦାନ ମଧ୍ୟ କରାଯାଇଥାଏ। ଏହାଛଡ଼ା କିଛି ଧାର୍ମିକ ରୀତିନୀତି ମଧ୍ୟ ପରିବାର ସଦସ୍ୟମାନଙ୍କ ଦ୍ୱାରା ସମାପନ କରାଯାଇଥାଏ। ଅନ୍ତିମସଂସ୍କାରର ପ୍ରଦର୍ଶନ କେବଳ ବ୍ୟକ୍ତିର ଜୀବନର ସମାପ୍ତିକୁ ନିଶ୍ଚିତ କରେନାହିଁ, ବରଂ ଅନ୍ୟ ଜଗତକୁ ଯିବା ପାଇଁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସାହାଯ୍ୟ ତଥା ଯୋଗ୍ୟତା ପ୍ରଦାନ କରେ। ଦୁଃଖରେ ଭାଙ୍ଗି ପଡିଥିବା ପରିବାର ସଦସ୍ୟମାନେ ଅନେକ ଦିନ ପାଇଁ ଏନେକ ନୀୟମ ମାନି ରହିଥାଆନ୍ତି। ଏହି ଅବଧି ମଧ୍ୟରେ, ବନ୍ଧୁ ଏବଂ ସମ୍ପର୍କୀୟମାନେ ପରିବାରକୁ ସାହସ ତଥା ସହାୟତା ପ୍ରଦାନ କରନ୍ତି।
[]
null
{ "type": null, "score": null, "agent": null }
null
{}
ହିନ୍ଦୁ ଧର୍ମରେ ମୃତ୍ୟୁ ସହିତ ଜଡିତ ବିଭିନ୍ନ ରୀତିନୀତି ପର୍ଯ୍ଯାୟ କ୍ରମେ ଆରମ୍ଭ ଓ ଶେଷ କରାଯାଏ। ଏହା ଏକ ଦୀର୍ଘସୂଚୀ କାର୍ଯ୍ୟକ୍ରମ ରୂପେ କରାଯାଇଥାଏ, ଯଥା:
[]
null
{ "type": null, "score": null, "agent": null }
null
{}
(କ) ଯେତେବେଳେ ବ୍ୟକ୍ତିର ମୃତ୍ୟୁ ପାଖେଇ ଆସୁଥିବା ଜଣାଯାଏ ।
[]
null
{ "type": null, "score": null, "agent": null }
null
{}
(ଖ) ଯେତେବେଳେ ମୃତ ଶରୀରକୁ ଦାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ ।
[]
null
{ "type": null, "score": null, "agent": null }
null
{}
(ଗ) ମୃତ୍ୟୁର ବାର ଦିନ ପାଇଁ ବିଦାୟପ୍ରାପ୍ତ ପ୍ରାଣକୁ ଏକ ପ୍ରେତାତ୍ମାରୁ ଆତ୍ମାରେ ପରିଣତ କରିବାପାଇଁ ।
[]
null
{ "type": null, "score": null, "agent": null }
null
{}
(ଘ) ବିଦାୟ ପ୍ରାଣକୁ ପିତୃଲୋକରେ ପହଞ୍ଚିବା ପାଇଁ ଏକ ବର୍ଷର ସ୍ମାରକ ଏବଂ ପିତୃପୁରୁଷଙ୍କ ସମ୍ମାନାର୍ଥେ ବାର୍ଷିକ ସ୍ମୃତିଦିବସ ପାଳନ।
[]
null
{ "type": null, "score": null, "agent": null }
null
{}
ଏଠାରେ ଉଲ୍ଲେଖ କରାଯିବା ଉଚିତ ଯେ ଏହି ଗବେଷଣାତ୍ମକ ପ୍ରବନ୍ଧଟି ପାଇଁ କିଛି ତଥ୍ୟ, ଉଭୟ ଭାଷାଭିତ୍ତିକ ଏବଂ ଅଣଭାଷାଭିତ୍ତିକ, ଅନେକ ବ୍ୟକ୍ତିଗତ ଯୋଗାଯୋଗ, କିଛି ପ୍ରବନ୍ଧ, ଧାର୍ମିକ ପୁସ୍ତକ, ଖବରକାଗଜ, ବ୍ଲଗ୍ ଏବଂ ଫେସବୁକ୍, ଇଣ୍ଟରନେଟରେ ଉପଲବ୍ଧ ପ୍ରବନ୍ଧଗୁଡ଼ିକରୁ ସଂଗୃହିତ ହୋଇଛି | ସବୁ ତଥ୍ୟଗୁଡିକୁ ବିଶ୍ଳେଷଣ କରିବା ପରେ ଫଳାଫଳ ମିଳିଲା ଯେ ତିନୋଟି କାରଣ ପାଇଁ ଏହି ଅନ୍ତିମ ସଂସ୍କାର କରିବା ଅତ୍ୟନ୍ତ ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ:
[]
null
{ "type": null, "score": null, "agent": null }
null
{}
(୧) ମୃତ୍ୟୁ ଲାଭକରିଥିବା ବ୍ୟକ୍ତିଙ୍କର ଅନ୍ତେଷ୍ଟିକ୍ରିୟା ନହେଲେ ବଡ ବିଭ୍ରାଟ ହେବାର ସମ୍ଭାବନା ରହିବା ସୁନିଶ୍ଚିତ। ପରିଜନମାନେ ମୃତ ବ୍ୟକ୍ତିଙ୍କ ମର ଶରୀରକୁ ଦର୍ଶନ କଲେ ଏବଂ ଆନ୍ତରିକତା ସହ ସମ୍ନାନ ଜଣାଇଲେ ଅନେକ ଶୁଭତ୍ଵ ପ୍ରାପ୍ତି ହୁଏ। ଏହା ମଧ୍ୟ ଈଶ୍ବରଙ୍କ କୃପା ଲାଭ କରି ମୃତବ୍ୟକ୍ତିଙ୍କ ଆତ୍ମାର ଉନ୍ନତି ସାଧନ କରେ। ଏପରି କରିବା ଦ୍ବାରା ମୃତବ୍ୟକ୍ତିଙ୍କ ଆତ୍ମା ପିତୃପୁରୁଷଙ୍କ ସ୍ଥାନକୁ ଯିବାପାଇଁ ଯୋଗ୍ୟତା ଲାଭ କରେ। ଅନ୍ତେଷ୍ଟିକ୍ରିୟା ଯଦି କରା ନଯାଏ ମୃତ ବ୍ୟକ୍ତିଙ୍କ ଆତ୍ମା ପ୍ରେତାତ୍ମା ହୋଇ ଅନେକ ଅଶୁଭ ଘଟଣାମାନ ଘଟାଇ ଥାଏ। ଏହା ପିତୃଲୋକରେ ପ୍ରବେଶ କରିବା ଅସମ୍ଭବ।
[]
null
{ "type": null, "score": null, "agent": null }
null
{}
(୨) ଅନ୍ତେଷ୍ଟିକ୍ରିୟା ବ୍ୟବସ୍ଥା ଯଦି ନଥାନ୍ତା ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେବା ସ୍ପଷ୍ଟ ଅନୁମେୟ। ବନ୍ଧୁବାନ୍ଧବମାନେ ଏକାଠି ହେବାପାଇଁ ବାଧ୍ୟ ହୁଅନ୍ତେ ନାହିଁ କି ସାଙ୍ଗଠନିକ ଭାବରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ପାଇଁ ଶୋକ ପାଳନ କରନ୍ତେ ନାହିଁ। ଏହା ଦୁଃଖ ସମୟରେ ଅନେକ ବନ୍ଧୁବାନ୍ଧବମାନଙ୍କୁ ଏକାଠି କରାଏ ଏବଂ ସମାଜରେ ଏକତାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦିଏ। ଶୃଙ୍ଖଳା ଏବଂ ଏକତା ବିନା ସାମାଜିକ ଜୀବନ ସମ୍ଭବ ନୁହେଁ ।
[]
null
{ "type": null, "score": null, "agent": null }
null
{}
(୩) ହିନ୍ଦୁ ମାନଙ୍କର ଧାର୍ମିକ ଚିନ୍ତାଧାରା ଅତ୍ୟନ୍ତ ଉଚ୍ଚକୋଟିର। ମୃତ୍ୟୁ ଏକ ଭ୍ରମ ମାତ୍ର। କିନ୍ତୁ ସାଧାରଣ ଲୋକଙ୍କୁ ଏସବୁ ଏତେ ଗଭୀର ଭାବରେ ଜଣାନଥାଏ ବା ସେମାନଙ୍କର ଏହି ସତ୍ୟରେ ଏତେ ଗଭୀର ବିଶ୍ବାସ ନ ଥାଏ। ସେମାନେ ଭାବନ୍ତି ଶରୀର ହିଁ ସବୁକିଛି। ଶରୀର ମଧ୍ୟରେ ଶକ୍ତି ଅଛି। ବିଜ୍ଞାନ କହେ ଶକ୍ତି ନଷ୍ଟ କରାଯାଇ ପାରିବ ନାହିଁ। ଏହି ସତ୍ୟକୂ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଅନ୍ତେଷ୍ଟିକ୍ରିୟାର ଗୁରୁତ୍ୱ ଯଥେଷ୍ଟ। ମୃତ୍ୟୁ ଏକ ଭ୍ରମ ମାତ୍ର। ଏହି ଭାବଧାରା ଶହ ଶହ ବର୍ଷ ଧରି ହିନ୍ଦୁ ସମାଜରେ ବଳବତ୍ତର ରହିଛି। ଆତ୍ମାର ଅମରତ୍ୱକୁ ଜନ ମାନସରେ ଜାଗ୍ରତ ରଖିବା ପାଇଁ ହିନ୍ଦୁମାନଙ୍କର ଅନେକ ଉପାୟ ରହିଛି । ସେହିପରି ଉପାୟ ମଧ୍ୟରେ ଅନ୍ତେଷ୍ଟିକ୍ରିୟା ଜଡିତ ହୋଇ ରହିଛି । ଏହା ବୋଧହୁଏ ଏହି ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କ'ଣ କଲେ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ତା'ର ଆତ୍ମାର ସଦ୍ ଗତି ହୁଏ ଏବଂ ଖରାପ କର୍ମ କରିବା ଯୋଗୁଁ କେଉଁ ଅସୁବିଧା ଗୁଡିକୁ ବ୍ୟକ୍ତିଙ୍କ ଆତ୍ମାକୁ ସହ୍ୟ କରିବାକୁ ବାଧ୍ୟହୁଏ ସେ ସବୁର ଆଭାସ ମୃତ୍ୟୁର ପ୍ରକାର ଭେଦରୁ ଜଣା ପଡିଥାଏ। ସେଥିପାଇଁ ମଧ୍ୟ ଅନ୍ତେଷ୍ଟିକ୍ରିୟା ସମୟରେ ଅଶୁଭତ୍ୱ ନଷ୍ଟ ପାଇଁ କିଛି ଅଧିକ କର୍ମ କରିବାକୁ ପଡିଥାଏ।
[]
null
{ "type": null, "score": null, "agent": null }
null
{}
ଏହି ପ୍ରବନ୍ଧର ଅବଶିଷ୍ଟାଶଂକୁ ନିମ୍ନଲିଖିତ ଭାବରେ ଉପସ୍ଥାପନା କରାଯାଇଛି । ଦ୍ଵିତୀୟ ବିଭାଗରେ ଠିକ୍ ମୃତ୍ୟୁ ପୂର୍ବରୁ କ'ଣ କ'ଣ କରାଯାଏ ତାହା ଆଲୋଚନା କରାଯାଇଛି । ମୃତ ବ୍ୟକ୍ତିଙ୍କ ଅନ୍ତେଷ୍ଟିକ୍ରିୟା କିପରି ଭାବରେ କରାଯିବ ସେଥିପାଇଁ କିଛି ଯୋଗ୍ୟତା ରହିଛି । ସେଗୁଡିକୁ ତୃତୀୟ ଓ ଚତୁର୍ଥ ଭାଗରେ ବର୍ଣ୍ଣନା କରାଯାଇଛି । ପୁରୁଷ, ମହିଳା, ଶିଶୁ, ଅବିବାହିତ ପୁରୁଷ ଓ ମହିଳା, ଆତ୍ମ ହତ୍ୟା କରିଥିବା ନାରୀ ଓ ପୁରୁଷ ତଥା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶରୀର ବିହୀନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଅନ୍ତେଷ୍ଟିକ୍ରିୟା ନୀୟମମାନ ରହିଛି । ପ୍ରବନ୍ଧର ପଞ୍ଚମ ଭାଗରେ ଶବ ଦାହ ହେବା ପରେ ଯେଉଁ ଯେଉଁ କ୍ରିୟା କର୍ମ ଇତ୍ୟାଦି କରାଯାଏ ସେ ବିଷୟରେ ବିଶଦ ବିବରଣୀ ପ୍ରଦାନ କରାଯାଇଛି। ଏଠାରେ ଶବ ଦାହ ପରେ ପାଳିତ ହେଉଥିବା ବାର ଦିନ ବ୍ୟାପି ଶୋକଦିବସ ଗୁଡିକ ଠାରୁ ଆରମ୍ଭ କରି, ବର୍ଷର ଶେଷରେ ପାଳିତ ହେଉଥିବା ମୃତ୍ୟୁ ବାର୍ଷିକଉତ୍ସବ ପର୍ଯ୍ୟନ୍ତ ଯାହା ସବୁ କର୍ମ କରାଯାଏ ତାହାର ବିସ୍ତୃତ ଆଲୋଚନା କରାଯାଇଛି । ପରିଶେଷରେ କିଛି ଅନ୍ତିମ ବକ୍ତବ୍ଯ ସହିତ ପ୍ରବନ୍ଧଟିକୁ ସମାପ୍ତ କରାଯାଇଛି ।
[]
null
{ "type": null, "score": null, "agent": null }
null
{}
ପୁର୍ବେ ଓଡିଶାକୁ ଇଂରାଜୀ ଭାଷାରେ ଓରିଶା(Orissa) କୁହାଯାଉ ଥିଲା। ପୂର୍ବଭାରତର ଏହି ରାଜ୍ୟକୁ ବର୍ଷ ୨୦୧୧ ରେ ଓଡିଶା (Odisha) ରେ ନାମିତ କରାଯାଇଛି । ପୂର୍ବ ଭାରତରେ ଅବସ୍ଥିତ ଏହି ରାଜ୍ୟରେ ଶତକଡ଼ା ୯୪.35 ଲୋକ ହିନ୍ଦୁ ଧର୍ମାବଲମ୍ବୀ ( ୨୦୧୧ ଜନଗଣନା)। ଭାରତର ୨୮ତମ ଜନଗଣନା ଅନୁଯାୟୀ ଏହି ରାଜ୍ୟର ଜନସଂଖ୍ୟା ୪୧,୯୪୭,୩୫୮ ଅଟେ।
[]
null
{ "type": null, "score": null, "agent": null }
null
{}
ଏହି ପ୍ରବନ୍ଧରେ ଓଡିଶାରେ ପାଳନ କରାଯାଉଥିବା ମୃତ୍ୟୁ ପରର ରୀତିନୀତି ଏବଂ ଅନ୍ତେଷ୍ଟିକ୍ରିୟା ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଏହି ସବୁ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହେଉଥିବା ଭାଷା ହେଉଛି ସଂସ୍କୃତ କିମ୍ବା ଯେଉଁ ଭାଷା ବ୍ୟବହାର କରାଯାଉଛି ତାହା ମୂଳ ଭାଷା ସଂସ୍କୃତରୁ ଆସିଅଛି । ଏବେ ସଂସ୍କୃତ ଏକ କଥିତ ଭାଷା ନ ହେଲେ ମଧ୍ୟ ଓଡିଆ ପର୍ବପର୍ବାଣୀରେ ତଥା ଧାର୍ମିକ କାର୍ଯ୍ୟ ଗୁଡିକରେ ସଂସ୍କୃତ ଭାଷାରେ ପ୍ରାର୍ଥନା ଓ ମନ୍ତ୍ରପାଠ କରାଯାଏ।
[]
null
{ "type": null, "score": null, "agent": null }
null
{}
ସଂସ୍କୃତ ହେଉଛି ଭାରତର ଶାସ୍ତ୍ରୀୟ ଭାଷା ଯାହା ହଜାର ହଜାର ବର୍ଷ ଧରି ଧର୍ମକର୍ମ କାର୍ଯ୍ୟରେ ଭାଷା ଭାବରେ ବ୍ୟବହୃତ ହୋଇଆସୁଛି ଏବଂ ଆଜି ମଧ୍ୟ ଏହା ବ୍ୟବହୃତ ହେଉଛି | ବିଦ୍ୱାନ ଏବଂ ଜ୍ଞାନୀ ବ୍ୟକ୍ତିମାନଙ୍କ ମଧ୍ୟରେ ସଂସ୍କୃତ ଭାଷାର ଆଦର ଯଥେଷ୍ଟ ରହିଛି ।
[]
null
{ "type": null, "score": null, "agent": null }
null
{}
ପରମ୍ପରାକୁ ଭିତ୍ତିକରି ଲୋକମାନେ ନିଜ ଆତ୍ମୀୟସ୍ଵଜନ ତଥା ପ୍ରିୟଜନଙ୍କ ଉପସ୍ଥିତିରେ ଘରେ ଶରୀର ତ୍ଯାଗ କରିବାକୁ ପସନ୍ଦ କରନ୍ତି। ତେଣୁ, ଯେତେବେଳେ ମୃତ୍ୟୁ ପାଖେଇ ଆସେ, ପରିବାର ସଦସ୍ୟ ଓ ବନ୍ଧୁ ବାନ୍ଧବମାନେ ମୃତ୍ୟୁ ବରଣ କରିଥିବାକୁ ଯାଉଥିବା ଅସୁସ୍ଥ ବ୍ୟକ୍ତି ଅବା ବୃଦ୍ଧ ବୃଦ୍ଧାଙ୍କ ପାଖେ ପାଖେ ରହିବାକୁ ଚେଷ୍ଟା କରନ୍ତି, ଏବଂ ଦୂର ଦୂରାନ୍ତରେ ଥିବା ଆତ୍ମୀୟ ମାନଙ୍କୁ ଏହି ଦୁଃଖ ଖବର ଜଣାଇ ଦିଆଯାଏ | ଚିକିତ୍ସା ଏବଂ ସେବା ସହିତ ପରିବାର ସଦସ୍ୟମାନେ ମୃତ୍ୟୁ ବରଣ କରିବାକୁ ଯାଉଥିବା ବ୍ୟକ୍ତି ସଂସାରରୁ ବିଦାୟ ନେବା ପର୍ଯ୍ୟନ୍ତ ତାଙ୍କର ଉପଯୁକ୍ତ ଯତ୍ନ ନେଇଥାଆନ୍ତି। ତାଙ୍କ ପାଖରେ ଧାର୍ମିକ ଭଜନ ଗାନ କରନ୍ତି, ପ୍ରାର୍ଥନା, ଶାସ୍ତ୍ର ପାଠ ଇତ୍ୟାଦି କରନ୍ତି ଏବଂ ଭଗବାନ ବିଷ୍ଣୁ କିମ୍ବା ଭଗବାନ ଶିବଙ୍କ ସହସ୍ର ନାମ ମଧ୍ୟ ପାଠକରନ୍ତି। ଶେଷ ଇଚ୍ଛା ଯଦି ଥାଏ ତାହା ପୂରଣ ହେବାକୁ ଚେଷ୍ଟା କରାଯାଏ। ପରିବାର ସଦସ୍ୟଙ୍କ ତରଫରୁ ଏକ ଶାନ୍ତିପୂର୍ଣ୍ଣ ପରିବେଶ ଯୋଗାଇବା ପାଇଁ ପ୍ରୟାସ କରାଯାଇଥାଏ । ଏହା ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ମଙ୍ଗଳକାରକ ହୋଇଥାଏ । ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ ଏହା ତାଙ୍କୁ ଶାନ୍ତି ଦେଇଥାଏ। ବ୍ୟକ୍ତି ଜଣକୁ ତାଙ୍କ କୋଠରୀରେ ରଖାଯାଇଥାଏ ଏବଂ ତାଙ୍କ ପାଖରେ ଈଶ୍ବରଙ୍କ ନାମ ଜପ କରାଯାଏ। ଆତ୍ମୀୟସ୍ଵଜନ ମାନେ ବ୍ୟକ୍ତିଙ୍କୁ ନିଜର ଇଷ୍ଟଦେବତା ତଥା ଈଶ୍ବରଙ୍କଠାରେ ନିଜର ଧ୍ୟାନ କେନ୍ଦ୍ରିତ କରିବାକୁ କୁହନ୍ତି। ଅନେକ ଭକ୍ତିବିଚଳିତ ହୋଇ ଆନନ୍ଦ ମନରେ ଶରୀର ତ୍ଯାଗ କରିଥାଆନ୍ତି।
[]
null
{ "type": null, "score": null, "agent": null }
null
{}
ଅନ୍ତେଷ୍ଟିକ୍ରିୟା ରୀତିନୀତିରେ ଯେଉଁସବୁ ଶବ୍ଦ ଉଚ୍ଚାରଣ ହୁଏ ତାହା ମୃତ୍ୟୁ କାଳୀନ ସାମାଜିକ ପରିସ୍ଥିତି ସହିତ ଜଡିତ। ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମନକୁ ଈଶ୍ୱରଙ୍କ ଉପରେ ଧ୍ୟାନ ରଖିବା ପାଇଁ କୁହାଯାଏ ଏବଂ ଏହା ସାଧାରଣ ଲୋକଙ୍କର ଦୃଢ ବିଶ୍ବାସ ଯେ ଭଗବଦ୍ ଗୀତା, ରାମାୟଣ କିମ୍ବା ବେଦ ପରି ପବିତ୍ର ଧାର୍ମିକ ପୁସ୍ତକଗୁଡ଼ିକର ପଠନ କଲେ ବ୍ୟକ୍ତିଙ୍କର ଆତ୍ମାର ନିଶ୍ଚିତ ଭାବରେ ବହୁତ ଆଧ୍ୟାତ୍ମିକ ଉପକାର ହୁଏ । ଭଗବଦ୍ ଗୀତାରେ ଶୀକୃଷ୍ଣ ସୂଚିତ କରିଛନ୍ତି, “ଯିଏ ଦେହ ଛାଡିବା ସମୟରେ ତଥା ମୃତ୍ୟୁ ସମୟରେ ମୋତେ ମନେ ପକାଇଥାଏ ସେ ମୋତେ ପାଇଥାଏ ଏବଂ ମୋର ନିବାସ ସ୍ଥାନରେ ଚିରନିବାସ କରେ। ଏଥିରେ କୌଣସି ସନ୍ଦେହ ନାହିଁ।" ପ୍ରଭୁ ଶୀକୃଷ୍ଣ ଏହି ପରିପ୍ରେକ୍ଷୀରେ ଏପରି ଘୋଷଣା କରିଛନ୍ତି। ତେଣୁ, ହିନ୍ଦୁମାନେ ଏହାକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରନ୍ତି ଏବଂ ଜଣେ ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ଯଥା ସମ୍ଭବ ଚେଷ୍ଟା କରନ୍ତି ମୃତ୍ୟୁ ବରଣ କରିବାକୁ ଯାଉଥିବା ଲୋକର କର୍ଣ୍ଣରେ ଈଶ୍ୱରଙ୍କ ନାମ ଯେପରି ହେଲେ ପଡୁ। ଯଦି ମୃତ୍ୟୁବରଣ କରୁଥିବା ବ୍ୟକ୍ତି ଚେତାଶୂନ୍ୟ ହୁଅନ୍ତି, ତେବେ ପରିବାର ସଦସ୍ୟ ସେହି ବ୍ୟକ୍ତିଙ୍କ ଡାହାଣ କାନରେ ଭଗବାନଙ୍କ ନାମ ଜପ କରନ୍ତି। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କିମ୍ବା ହଠାତ୍ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ମଧ୍ୟ କରାଯାଇଥାଏ। ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ କପାଳରେ ଚନ୍ଦନର ପ୍ରଲେପ ଦିଆଯାଏ, ଏବଂ କିଛି ବୁନ୍ଦା ଗଙ୍ଗାଜଳ କିମ୍ବା ଅନ୍ୟ ପବିତ୍ର ଜଳ ତୁରନ୍ତ ପରିବାର ସଦସ୍ୟଙ୍କ ଦ୍ବାରା ବ୍ୟକ୍ତିଙ୍କ ପାଟିରେ ଦିଆଯାଏ। ତୁଳସୀ ପତ୍ର ମଧ୍ୟ ଦିଆଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପାଟିରେ ନିର୍ମାଲ୍ୟ ଦେବା। ମୃତ୍ୟୁବେଳକୁ ଯଦି ବ୍ୟକ୍ତି ଜଣକ ନିର୍ମାଲ୍ୟ ଟିକିଏ ପାଟିରେ ପାଇପାରିବେ, ତାଙ୍କୁ ଭାଗ୍ୟବାନ ମନେ କରାଯାଏ । ମୃତ୍ୟୁ ପରେ ମୃତଦେହକୁ ଦକ୍ଷିଣଆଡକୁ ମୁହାଁଇ ଘରର ପ୍ରବେଶପଥରେ ରଖାଯାଏ।
[]
null
{ "type": null, "score": null, "agent": null }
null
{}
ପରିବାର ସଦସ୍ୟ ମୃତକଙ୍କ ପାଟି ଏବଂ ଆଖି ବନ୍ଦ କରି ଗୋଡ ହାତ ସିଧା କରିଦିଅନ୍ତି। ପଡୋଶୀ ଲୋକମାନେ ଶରୀରର ଅନାବଶ୍ୟକ ସ୍ପର୍ଶରୁ ଦୂରେଇ ରୁହନ୍ତି, ଯେହେତୁ ଏହାକୁ ଛୁଇଁଲେ ଶରୀର ଅପବିତ୍ର ହୋଇଥାଏ ଏବଂ ଗାଧୋଇବାକୁ ପଡେ। ଏକ ଦୀପ ଶବର ମୁଣ୍ଡ ନିକଟରେ ରଖାଯାଏ ଏବଂ ଝୁଣା ଜଳାଯାଏ। ବେଦମନ୍ତ୍ର ମୃତ ଶରୀରର ପାଖରେ ଜପ କରାଯାଏ। ଏକ ଶୋକାକୁଳ ପରିବେଶ ସୃଷ୍ଟିହୁଏ । ଆତ୍ମୀୟ ସ୍ଵଜନଙ୍କ ଉଚ୍ଚ କ୍ରନ୍ଦନ ଶବ୍ଦ ଶୁଣିବାକୁ ମିଳେ। ସମସ୍ତ ପ୍ରିୟଜନ ଅନୁଭବ କରନ୍ତି ଯେ ମୃତ ବ୍ୟକ୍ତି ଜଣକ ସଂସାରରୁ ସବୁଦିନ ପାଇଁ ବିଦାହୋଇଗଲେ । ଏହା ପରେ ପରିବାରସଦସ୍ୟ ଓ କୁଟୁମ୍ବଜନ ମର ଶରୀରକୁ ଦାହ କରିବା ନିମନ୍ତେ ସ୍ମଶାନକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭକରନ୍ତି। ତା'ପରେ ସମସ୍ତେ ଏକ ଶୋଭାଯାତ୍ରାରେ ସାମିଲ ହୁଅନ୍ତି ଏବଂ ଶବକୁ ବାଉଁଶରେ ପ୍ରସ୍ତୁତ ହୋଇଥିବା କୋକେଇରେ ସ୍ମଶାନକୁ ବୋହିନିଅନ୍ତି ।
[]
null
{ "type": null, "score": null, "agent": null }
null
{}
ମୃତ୍ୟୁ ପୂର୍ବରୁ ରୀତିନୀତି ଅନୁସାରେ ହେଉଥିବା କାର୍ଯକର୍ମକୁ ଅନୁଧ୍ୟାନ କରିବା ଦ୍ବାରା ମୃତ୍ୟୁ ବରଣ କରିବାକୁ ଯାଉଥିବା ବ୍ୟକ୍ତିକୁ ନିଶ୍ଚିତ ଭାବରେ କିଛି ଆଶ୍ବାସନା ଓ ଆଶ୍ବସ୍ତି ମିଳିଥାଏ। ଭୟ ଓ ବ୍ୟାକୁଳତା କିଛି ମାତ୍ରାରେ ହ୍ରାସ ପାଇଥାଏ । ମୃତ୍ୟୁର ସାମାଜିକ ଦିଗ ଉପରେ ଆଲୋକପାତ କରିବା ପ୍ରଯୁଜ୍ୟ। ମୃତ୍ୟୁ ଲୋକମାନଙ୍କୁ ମନେ ପକାଇ ଦିଏ ଯେ ଜୀବନ କ୍ଷଣଭଙ୍ଗୁର। ପରସ୍ପର ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ ଭୁଲିଯାଇ ସମସ୍ତ କୁଟୁମ୍ବଜନ ଏକତ୍ରିତ ହୋଇ ଅନ୍ତେଷ୍ଟିକ୍ରିୟା ସମାପନ କରନ୍ତି। ଅନେକ କ୍ଷେତ୍ରରେ ମୃତ୍ୟୁ ବରଣ କରିବା ପୂର୍ବରୁ କିଛି ଲୋକ ଅନ୍ୟ ମାନଙ୍କୁ କ୍ଷମା ମାଗନ୍ତି ଅବା ସେମାନଙ୍କୁ କ୍ଷମା କରିଦିଅନ୍ତି। ତେଣୁ, ମୃତ୍ୟୁ, ଅନେକ କ୍ଷେତ୍ରରେ, ପୂର୍ବ ଶତ୍ରୁତାକୁ ସମାପ୍ତ କରେ ଏବଂ ପାରସ୍ପରିକ ସାମାଜିକ ସମ୍ପର୍କକୁ ବିକଶିତ କରେ। ସମସ୍ତେ ମିଳିମିଶି ମୃତ ବ୍ୟକ୍ତିଙ୍କ ଆତ୍ମା କିପରି ଶାନ୍ତି ପାଇବ ସେଥିପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରନ୍ତି । ପରିବାରର ସମସ୍ତ ସଦସ୍ୟ, ସମ୍ପର୍କୀୟ, ପଡ଼ୋଶୀ, ଏବଂ ସମସ୍ତ ପରିଚିତ ବନ୍ଧୁ ଏବଂ ସହଯୋଗୀମାନେ ପୂର୍ବ ଶତ୍ରୁତାକୁ ଭୁଲିଯାଇ ଏକତ୍ରିତ ହୋଇ ଥାଆନ୍ତି। ଏତେ ମାତ୍ରାରେ ଲୋକଙ୍କ ସମାଗମ ଯୋଗୁ ଦୁଃଖରେ ମ୍ରିୟମାଣ ହୋଇ ପଡିଥିବା ପରିବାରଟି ଆଶ୍ବସ୍ତି ଅନୁଭବ କରିଥାଏ । ପରିବାର ମଧ୍ୟରୁ ହରାଇଥିବା ବ୍ୟକ୍ତିଙ୍କ ଦୁଃଖ ସେ ସହିବାକୁ ସକ୍ଷମ ହୋଇଥାଏ । ଏହି ସମୟରେ ସବୁ ପ୍ରକାରର ସାହାଯ୍ୟର ହାତ ଲମ୍ବି ଆସିଥାଏ। ଶବଦାହ ଓ ଅନ୍ତେଷ୍ଟିକ୍ରିୟା ସରିବା ପରେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ନିଜକୁ କିଛି ନୀୟମ ମାନି ପବିତ୍ର କରିଥାଆନ୍ତି।
[]
null
{ "type": null, "score": null, "agent": null }
null
{}
ଶରୀରର ବିଲୋପନ
[]
null
{ "type": null, "score": null, "agent": null }
null
{}
ହିନ୍ଦୁ ଧର୍ମରେ ଧାର୍ଯ୍ୟ କରାଯାଇଥିବା ନିୟମ ଅନୁଯାୟୀ, ଗର୍ଭଧାରଣ ସମୟଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ,୧୬ଟି ସଂସ୍କାର ଅର୍ଥାତ୍ ଧର୍ମବିଧି ରହିଛି । ଏହା ଏକ ବ୍ୟକ୍ତିଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ଚିହ୍ନିତ କରେ, ଯାହାକୁ ଶେଷରେ ଅନ୍ତିମସଂସ୍କାର ବା ଅନ୍ତେଷ୍ଟିକ୍ରିୟା କୁହାଯାଏ । ଶେଷ ଧର୍ମବିଧି ହେଉଛି ଶବଦାହ। ଏହି ଅନ୍ତିମସଂସ୍କାର ଏବଂ ଏହା ସହିତ ଜଡିତ ରୀତିନୀତି, ମୃତ୍ୟୁଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ଶରୀରକୁ ପାବନ ବା ପବିତ୍ର କରିବା ପାଇଁ ଏବଂ ବିଦାୟପ୍ରାପ୍ତ ଆତ୍ମାକୁ ପିତୃଲୋକରେ ପ୍ରବେଶ କରିବାକୁ ସକ୍ଷମ କରାଇବା ପାଇଁ ବଳବତ୍ତର ରହେ। ହିନ୍ଦୁମାନଙ୍କ ପାଇଁ ମୃତକଙ୍କ ଶବକୁ କବର ନଦେଇ ଦାହ କରିବା ଏବଂ ଏକ ବର୍ଷ ପାଇଁ କିଛି ନୀୟମ ପାଳନ କରିବା ହେଉଛି ସାଧାରଣ ପଦ୍ଧତି।
[]
null
{ "type": null, "score": null, "agent": null }
null
{}
ଦାହ ପାଇଁ ମୃତ ଶରୀରକୁ ପ୍ରସ୍ତୁତ କରିବା
[]
null
{ "type": null, "score": null, "agent": null }
null
{}
ଶବଦାହ, ଯଦି ସମ୍ଭବ ହୁଏ, ଯେଉଁ ଦିନ ମୃତ୍ୟୁ ଘଟିବ, ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ କିମ୍ବା ୨୪ ଘଣ୍ଟା ମଧ୍ୟରେ ସମାପନ ହେବା ଉଚିତ। ବୋଧହୁଏ ଗରମ ଜଳବାୟୁ ଯୋଗୁଁ ଏପରି ବ୍ୟବସ୍ଥା ରହିଛି। ଅନ୍ତିମ ସଂସ୍କାର ସାଧାରଣତଃ ଘନିଷ୍ଠ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଏ | ଯେତେବେଳେ ଜଣେ ପିତା କିମ୍ବା ମାତାଙ୍କ ମୃତ୍ୟୁ ହୁଏ ଏବଂ ପିଲାମାନେ ବହୁ ଦୂରରେ ଥାଆନ୍ତି, ପରିବାରର ଅନ୍ୟ ସଦସ୍ୟମାନେ ଶବକୁ ଦାହ ନକରି ଜଗି ରୁହନ୍ତି। ଯେପର୍ଯ୍ୟନ୍ତ ପିଲାମାନେ ନଆସନ୍ତି ସେମାନଙ୍କୁ ଅପେକ୍ଷା କରିବାକୁପଡେ। ହିନ୍ଦୁ ପରମ୍ପରା ଅନୁଯାୟୀ, କେବଳ ପରିବାରର ପୁରୁଷ ସଦସ୍ୟ ଯେପରିକି ସ୍ୱାମୀ, ପିତା କିମ୍ବା ପୁଅ ହିଁ ଶେଷ ରୀତିନୀତି କରିପାରିବେ। ସାଧାରଣତଃ, ଜ୍ୟେଷ୍ଠପୁତ୍ର ହେଉଛି ଶେଷ ରୀତିନୀତିର କର୍ତ୍ତା ଏବଂ ଶବଦାହ କ୍ଷେତ୍ରରେ ମଧ୍ୟ ସାଧାରଣତଃ ବଡ ପୁଅ ହିଁ ମୁଖାଗ୍ନି ଦେଇଥାଏ କିମ୍ବା କ୍ରିମାଟରିଅମରେ ବଟନ୍ ଦବାଇଥାଏ। ବଡ ପୁଅ କିମ୍ବା ପୁଅ ନ ଥିଲେ, ନାତି, ଜ୍ବାଇଁ କିମ୍ବା ମୃତକଙ୍କର ଅନ୍ୟ କୌଣସି ନିକଟ ସମ୍ପର୍କୀୟ ଏହା କରନ୍ତି।
[]
null
{ "type": null, "score": null, "agent": null }
null
{}
ଅନ୍ତିମ ସଂସ୍କାର ପାଇଁ ଏକ ସ୍ୱତନ୍ତ୍ର ପୁରୋହିତଙ୍କୁ ନିୟୋଜିତ କରାଯାଏ। ନଅଟି ପିତ୍ତଳ କୁମ୍ଭ ଅର୍ଥାତ୍ ଜଳ ହାଣ୍ଡି ଏବଂ ଗୋଟିଏ ମାଟି ପାତ୍ରକୁ ଆଶୀର୍ବାଦ ଗ୍ରହଣ ପାଇଁ ଘରେ ରଖାଯାଏ । ତା'ପରେ ଏକ ହୋମ କରାଯାଏ | ଜ୍ୟେଷ୍ଠପୁତ୍ର ଆରତୀ ବା ତେଲ ଦୀପ ସହିତ ପୂଜା କରି ତା’ପରେ ଫୁଲ ଅର୍ପଣ କରି ଅନ୍ତେଷ୍ଟିକ୍ରିୟାର ନେତୃତ୍ୱ ନେଇଥାଏ | ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ମୃତକଙ୍କ ଚାରିପାଖରେ ଏକତ୍ରିତ ହୋଇ କାନ୍ଦିବା ଏବଂ ବାହୁନିବା ଆରମ୍ଭ କରନ୍ତି। ମୃତ୍ୟୁ ପରେ ମର ଶରୀରକୁ ତୁରନ୍ତ ଗାଧୋଇ ଦିଆଯାଏ। ପୁରୁଷ ହୋଇଥିଲେ ପୁରୁଷମାନେ ଏହା କରିଥାଆନ୍ତି ଏବଂ ନାରୀମାନଙ୍କ ମର ଶରୀରକୁ ନାରୀମାନେ ଗାଧୋଇ ଦିଅନ୍ତି । ମୃତ ବ୍ୟକ୍ତିଙ୍କ କେଶ ଏବଂ ନଖ ମଧ୍ୟ କାଟି ଦିଆଯାଏ ଏବଂ ଶରୀରକୁ ନଅଟି ହାଣ୍ଡିରୁ ପାଣି ଆଣି ସ୍ନାନ କରାଯାଏ | ରୀତିମତେ ଗାଧୋଇ ଦେବା ପାଇଁ ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ଦକ୍ଷିଣ ଦିଗ ଆଡକୁ ରଖା ଯାଏ | ମୃତକଙ୍କ ମୁଣ୍ଡ ନିକଟରେ ତେଲର ଦୀପଟିଏ ଜଳାଇ ଦିଆଯାଏ। ଶରୀରକୁ ଗାଧୋଇ ଦେବାବେଳେ, ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମନ୍ତ୍ର ଉଚ୍ଚାରଣ କରିଥାଆନ୍ତି। ଶରୀରକୁ ଯଥେଷ୍ଟ ସଫା ଓ ପରିଷ୍କାର କରାଯିବା ପରେ, ପବିତ୍ର ମନ୍ତ୍ର ଜପ କରୁଥିବା ପୁରୋହିତଙ୍କ ନିର୍ଦ୍ଦେଶନାରେ ବ୍ୟକ୍ତିଙ୍କ ଶରୀରରେ ଚନ୍ଦନ ଏବଂ ହଳଦୀ ଲଗାଯାଏ । ତା’ପରେ ମର ଶରୀରକୁ ନୂଆ ଧଳା ବସ୍ତ୍ର ପରିଧାନ କରାଇ ଅଳଙ୍କାରରେ ସୁସଜ୍ଜିତ କରାଯାଏ। ଯଦି ମୃତ ଲୋକମାନେ ପୁରୁଷ କିମ୍ବା ବିଧବା ତେବେ ସାଧାରଣତ ଧଳା ପୋଷାକ ବ୍ୟବହାର କରାଯାଏ | ଯଦି ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣେ ବିବାହିତା ମହିଳା, ତେବେ ସେ ନାଲି କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧିବାର ବିଧି ରହିଛି। ବିବାହିତା ନାରୀର ସମସ୍ତ ଗହଣା ଏବଂ ଅଳଙ୍କାରରେ ତା'ଙ୍କ ଶରୀରକୁ ସୁସଜ୍ଜିତ କରାଯାଏ (ହାର, ଚୁଡି, ହାତ ଆଙ୍ଗୁଠି ଏବଂ ଗୋଡ ଆଙ୍ଗୁଠିରେ ମୁଦି , କପାଳରେ ସିନ୍ଦୁର ଟୋପା ଏବଂ ସୁନ୍ତାଣିରେ ସିନ୍ଦୁର ଭରି ଦିଆଯାଏ) । ଶରୀରକୁ ଚନ୍ଦନ, ତୁଳସୀ , ଫୁଲମାଳ ଏବଂ ଫୁଲରେ ସଜେଇ ଦିଆଯାଏ। ପବିତ୍ର ତୁଳସୀ ପତ୍ର ପ୍ରଭୁ ବିଷ୍ଣୁଙ୍କ ପ୍ରତିନିଧିତ୍ୱ କରେ ଏବଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି | ଏହିପରି ମର ଶରୀର ପାଇଁ ବିଭିନ୍ନ ରୀତିନୀତି ହୁଏ ଏବଂ ପ୍ରାର୍ଥନା ଜଣାଣ ଇତ୍ୟାଦି କରାଯାଏ । ପବିତ୍ର ଗଙ୍ଗା ଜଳ ଶରୀରରେ ସିଞ୍ଚନ କରାଯିବାର ଆବଶ୍ୟକତା ରହିଛି । ଶରୀରକୁ ଅନାବଶ୍ୟକ ଭାବେ ସ୍ପର୍ଶ କରିବାକୁ ଏଡାଇବା ପାଇଁ ଯତ୍ନ ନିଆଯାଏ। କାରଣ, ମର ଶରୀରକୁ ଅତ୍ୟଧିକ ଅପରିଷ୍କାରତା ଓ ଅପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଏ।
[]
null
{ "type": null, "score": null, "agent": null }
null
{}
ପ୍ରଥମତଃ, ଶରୀର ଦୋଷଯୁକ୍ତ ଓ ଏବଂ ପାପପୂର୍ଣ୍ଣ। ଆତ୍ମା ହିଁ ଶ୍ରେଷ୍ଠ ଏବଂ କୌଣସି ମନ୍ଦ ଆସୁରିକ ପ୍ରବୃତ୍ତି ଏହାକୁ ଛୁଇଁ ପାରିବ ନାହିଁ। ଶରୀର କ୍ଷଣ ଭଙ୍ଗୁର କିନ୍ତୁ ଆତ୍ମା ଅବିନାଶୀ। ଦିତିୟତଃ, ସଂକ୍ରମଣ କିମ୍ବା ଜୀବାଣୁ ବିସ୍ତାରରୁ ରକ୍ଷା ପାଇବା ପାଇଁ ମଧ୍ୟ ହିନ୍ଦୁ ଧର୍ମ ଶରୀରର ଅନାବଶ୍ୟକ ସ୍ପର୍ଶକୁ ବାରଣ କରେ। ସାଧାରଣତଃ, ମୃତ ବ୍ୟକ୍ତିଙ୍କ ବେକରେ ଏକ ତୁଳସୀ ମାଳି ଏବଂ ପୁଷ୍ପ ମାଳ ମଧ୍ୟ ରଖାଯାଇଥାଏ। ଗୋଡକୁ ଏକାଠି ରଖିବା ଉଚିତ୍, ହାତକୁ ପ୍ରାର୍ଥନା କରିବା ଢଙ୍ଗରେ ପାପୁଲିକୁ ପାପୁଲି ଯୋଡି ଦିଆଯାଏ। ହାତରେ ଧୂପକାଠି ଧରି ଛୋଟ ପିଲାମାନେ ମର ଶରୀରକୁ ଘେରି ରହି ଭଜନ ଗାନ କରନ୍ତି। ଏହା ପରେ ପରିବାର ସଦସ୍ୟମାନେ ଶରୀରକୁ ପ୍ରଦକ୍ଷିଣ କରନ୍ତି। ଅତି ପାଖ ପରିବାର ସଦସ୍ୟ ଶରୀର ଉପରେ ଫୁଲ, ପାଟିରେ ଚାଉଳ (ଆଗାମୀ ଯାତ୍ରା ପାଇଁ ବିଦାୟ ପ୍ରାପ୍ତ ପ୍ରାଣ ପାଇଁ ପୁଷ୍ଟିକର ଖାଦ୍ୟ) ଏବଂ ହାତରେ ମୁଦ୍ରା ଦିଅନ୍ତି। ଶବକୁ ଏକ କୋକେଇ ଉପରେ ରଖାଯାଇଥାଏ ଏବଂ ମୃତ ବ୍ୟକ୍ତିଙ୍କ ପୁଅ ଓ ଅନ୍ୟମାନେ,ସମୁଦାୟ ଚାରିଜଣ ମିଶି ମର ଶରୀରକୁ କାନ୍ଧରେ ବୋହି ଶ୍ମଶାନକୁ ନେଇଥାଆନ୍ତି। ତା’ପରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ମିଶି ସେମାନେ ଶ୍ମଶାନ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରାର୍ଥନା କରିଚାଲନ୍ତି। ଦୁଇଟି କୁମ୍ଭ ବହନ କରାଯାଏ: ଗୋଟିଏ ମାଟି ହାଣ୍ଡି ଏବଂ ଅନ୍ୟଟିରେ ହୋମରୁ ଅଣାଯାଇଥିବା ଜଳନ୍ତା ଅଙ୍ଗାର ଥାଏ। ବଡ଼ପୁଅଙ୍କ ନେତୃତ୍ୱରେ କେବଳ ପୁରୁଷମାନେ ଶବଦାହ ସ୍ଥାନକୁ ଯାଆନ୍ତି। ତା'ପରେ ଅନ୍ତିମ ସଂସ୍କାରର ଆୟୋଜନ କରାଯାଏ। ଅନ୍ତିମ ସଂସ୍କାର ପାଇଁ ଶବକୁ ଶ୍ମଶାନକୁ ଦାହକରିବା ନିମନ୍ତେ ନେବାବେଳ ସ୍ଥାନେ ସ୍ଥାନେ ରହିବାକୁ ପଡେ। ମୃତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭାବେ ମହତ୍ବପୂର୍ଣ୍ଣ ସ୍ଥାନରେ ଏପରି କରିବାକୁ ପଡିଥାଏ।
[]
null
{ "type": null, "score": null, "agent": null }
null
{}
ଶବଦାହ କରିବା ପାଇଁ ଯୋଗ୍ୟତା
[]
null
{ "type": null, "score": null, "agent": null }
null
{}
ସାଧାରଣତଃ ଶବଦାହ ଗ୍ରାମମାନଙ୍କର ଶେଷ ମୁଣ୍ଡରେ ଥିବା ଶ୍ମଶାନରେ କରାଯାଏ। ସହରରେ ମଧ୍ୟ ଶ୍ମଶାନ ସହର ବାହାରେ ଅବସ୍ଥିତ ଥାଏ । ଶବଦାହ ସ୍ଥଳରେ ପହଞ୍ଚିବା ପରେ ଶବକୁ ଦକ୍ଷିଣ ଆଡକୁ ମୁହାଁଇ ଅନ୍ତିମ ସଂସ୍କାର ପାଇଁ ରଖାଯାଏ। ଅଳଙ୍କାର ଯଦି ଦେହରେ ଥାଏ,ତା'ହାକୁ କାଢି ଦେବାକୁ ହୁଏ। ଶରୀରକୁ ଚିତା ଚାରିପାଖରେ ତିନି ଥର ବୁଲାଇ ଦେବାକୁ ପଡିଥାଏ ଏବଂ ତା’ପରେ ଏହାକୁ ଚିତା ଉପରେ ରଖାଯାଏ। ଏହା ସହିତ କିଛି ପୂଜା ଓ ଆରତୀ ମଧ୍ୟ କରିବାକୁ ପଡେ। ଅରୁଆ ଚାଉଳ ଏବଂ ତିଳ ମଞ୍ଜି ଶରୀରର ପାର୍ଶ୍ୱରେ ବିଛାଇ ଦିଆ ଯାଇଥାଏ। ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ, ଜ୍ୟେଷ୍ଠପୁତ୍ର ପବିତ୍ର ମନ୍ତ୍ର ଉଚ୍ଚାରଣ କରିବା ସହିତ ଶରୀରରେ ଘିଅ ଢାଳି ଦିଅନ୍ତି। ପୁରୁଷମାନେ ଶରୀରକୁ କାଠରେ ଘୋଡାଇ ସେଥିରେ ଧୂପ ଓ ଘିଅ ଦିଅନ୍ତି। ଧନୀ ପରିବାରର ଲୋକମାନେ ଶବଦାହ ପାଇଁ ମହଙ୍ଗା ଚନ୍ଦନ କାଠ କିଣି ଅଗ୍ନିରେ ଦେଇଥାଆନ୍ତି। ଏହି ସମୟରେ ପିତୃ ପୁରୁଷଗଣଙ୍କୁ ଆବାହନ କରିବା ସହିତ ଅଗ୍ନିରେ ଘୃତ ଅର୍ପଣ କରାଯାଏ।
[]
null
{ "type": null, "score": null, "agent": null }
null
{}
ଜଣେ ବିବାହିତା ମହିଳାଙ୍କ କ୍ଷେତ୍ରରେ,ଶାଶୁ ଶଶୁରଙ୍କ ତିନି ପୁରୁଷଙ୍କୁ ଆବାହନ କରାଯାଏ, ଯଥା ଶଶୁର, ଶଶୁରଙ୍କ ବାପା ଓ ଜେଜେବାପା। ଏପରି କରିବାର କାରଣ ହେଉଛି ଜଣେ ବିବାହିତା ମହିଳାଙ୍କୁ ଶାଶୁଙ୍କ ପରିବାରର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ବିବେଚନା କରାଯାଏ। ସାମାଜିକ ତଥା ପାରମ୍ପାରିକ ରୀତି ଅନୁସାରେ ଏବଂ ସାଂସ୍କୃତିକ ଚଳଣିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ମହିଳାମାନଙ୍କର ନିଜସ୍ୱ ପରିଚୟକୁ ତାଙ୍କ ସ୍ବାମୀମାନଙ୍କ ପରିବାରର ପରିଚୟ ମଧ୍ୟକୁ ଟାଣି ନିଆଯାଇଛି। ଏବେ ମଧ୍ୟ ବିବାହିତା ମହିଳାମାନେ ତାଙ୍କ ସ୍ୱାମୀଙ୍କ ପାରିବାରିକ ପରିଚୟରେ ସମାଜରେ ପରିଗଣିତ ହୁଅନ୍ତି। ଅତଏବ, ମୃତ୍ୟୁ ପରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି। ପାରିବାରିକ ପରିଚୟ ନାରୀର ବ୍ୟକ୍ତିଗତ ପରିଚୟ ହୋଇଯାଏ। ଧ୍ୟାନଦେବା ଦରକାର ଯଦିଓ ବ୍ୟକ୍ତିଗତ କିମ୍ବା ସାମାଜିକ ପରିଚୟ ମୃତ୍ୟୁ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ପୁରୁଷ ଏବଂ ମହିଳା ମାନଙ୍କର ବୃତ୍ତିଗତ ପରିଚୟରେ, ମୃତ୍ୟୁର କୌଣସି ଭୂମିକା ନାହିଁ। ମୃତ୍ତିକା ପାତ୍ରରୁ ପାଣି ଛିଞ୍ଚିବାବେଳେ ଜ୍ୟେଷ୍ଠପୁତ୍ର ଚିତାକୁ ତିନିଥର ପ୍ରଦକ୍ଷିଣ କରେ। ଯେହେତୁ ମୃତ୍ୟୁ ସମୟରେ ସବୁକିଛି ଓଲଟା ଅଟେ,ଏହା ପରେ ମାଟି ପାତ୍ରଟି ମୃତକଙ୍କ ମୁଣ୍ଡ ନିକଟରେ ଭୂମିରେ ଭାଙ୍ଗି ଦିଆ ଯାଏ। ସାଧାରଣତଃ ଜ୍ୟେଷ୍ଠପୁତ୍ର ଶବ ମୁଖରେ ଅଗ୍ନି ସଂଯୋଗ କରନ୍ତି। ମୁହଁରୁ ହିଁ ଅଗ୍ନି ସଂଯୋଗ କରିବାର ବିଧି ରହିଛି। ମର ଶରୀରକୁ ଅଗ୍ନି ଦେବତାଙ୍କୁ ଅର୍ପଣ କରାଯାଏ। ଅଗ୍ନି ଦେବତା ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସ୍ୱର୍ଗକୁ ପ୍ରେରିତ କରନ୍ତି। ଅନ୍ତିମ ସଂସ୍କାରର ନିଆଁ ପ୍ରଭୁ ବ୍ରହ୍ମାଙ୍କ ଉପସ୍ଥିତିକୁ ପ୍ରତିପାଦିତ କରେ ଏବଂ ବ୍ରହ୍ମା ସୃଷ୍ଟିର କର୍ତ୍ତା। ଶରୀରର ଜଳିବା ଆତ୍ମାର ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ପଥ ସୁଗମ କରେ। ପୁରୋହିତ ଶାସ୍ତ୍ରରୁ ପବିତ୍ର ମନ୍ତ୍ର ଜପ କରନ୍ତି ଏବଂ ମୃତ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରାଯାଏ:
[]
null
{ "type": null, "score": null, "agent": null }
null
{}
'ହେ ସର୍ବୋଚ୍ଚ ଆଲୋକମୟ ବ୍ରହ୍ମ!, ଆମକୁ ଅସତ୍ୟରୁ ସତ୍ୟକୁ, ଅନ୍ଧକାରରୁ ଆଲୋକକୁ ଏବଂ ମୃତ୍ୟୁରୁ ଅମରତ୍ଵକୁ ନେଇଯାଅ।’
[]
null
{ "type": null, "score": null, "agent": null }
null
{}
ମୃତ ଶରୀରର ବିଭିନ୍ନ ଅଙ୍ଗକୁ ବିଭିନ୍ନ ଉପାଦାନଗୁଡ଼ିକ ସହିତ ମିଶ୍ରଣ କରିବାକୁ ନିର୍ଦ୍ଦେଶ ପ୍ରାର୍ଥନା କରାଯାଏ ଯଥା ଆକାଶକୁ ସ୍ୱର, ସୂର୍ଯ୍ୟଙ୍କୁ ଆଖି, ପବନକୁ ନିଶ୍ୱାସ ଇତ୍ୟାଦି। ସଠିକ୍ ଶବଦାହ ପାଇଁ ବ୍ୟବହୃତ ଭାଷା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ଆଧ୍ୟାତ୍ମିକ ସାଂଙ୍କେତିକତା ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାଷାଭିତ୍ତିକ ଅଭିବ୍ୟକ୍ତି ହେଉଛି ପ୍ରସଙ୍ଗ ବା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଶବଟି ପ୍ରାୟ ସଂପୂର୍ଣ୍ଣ ଜଳିଯିବା ପରେ ପୁଅ କପାଳକ୍ରିୟା ନାମକ ଏକ କାର୍ଯ୍ୟ କରିଥାଏ। ଏହା ଖପୁରୀ ସହିତ ଜଡିତ ଏକ ରୀତି। ଏକ ଲମ୍ବା ବାଉଁଶ ବାଡିରେ ଖପୁରୀକୁ ଫଟାଯାଏ। ଏହିପରି ଭାବରେ ଶରୀରରୁ ପ୍ରାଣକୁ ମୁକ୍ତି ମିଳିଥାଏ । ଶରୀର ଅଗ୍ନି ଦ୍ୱାରା ଗ୍ରାସ ହେବା ପରେ, ସମସ୍ତ ଲୋକେ ଚିତାଗ୍ନିକୁ ପ୍ରଦକ୍ଷିଣ କରନ୍ତି ଏବଂ ପଛକୁ ନଚାହିଁ ଘରକୁ ଫେରିଆସନ୍ତି।
[]
null
{ "type": null, "score": null, "agent": null }
null
{}
ତା’ପରେ ସମସ୍ତେ ଏକ ଶୁଦ୍ଧ ସ୍ନାନ କରିଥାଆନ୍ତି। ଘରେ ପ୍ରବେଶ କରିବା ପୂର୍ବରୁ ପୋଷାକକୁ ଧୋଇବା ଏବଂ ବଦଳାଇବା ଅପରିହାର୍ଯ୍ୟ,କାରଣ ମୃତ୍ୟୁ ସହିତ ଜଡିତ ସବୁକିଛି ଅପବିତ୍ର ଓ ଅପରିଷ୍କାର ଅଟେ। ତା’ପରେ ପରିବାର ଲୋକେ ପୁରା ଘର ସଫା କରନ୍ତି। ଜଣେ ପୁରୋହିତ ବିଭିନ୍ନ ଦ୍ରବ୍ୟ ଓ ଧୂପ ସହିତ ଘରକୁ ଶୁଦ୍ଧ କରନ୍ତି। ତିକ୍ତ ନିମ୍ବ ପତ୍ର ସେବନ କରିବା ସହିତ ପରିବାରରେ ଭୋଜନ ସାଧାରଣ ଖାଦ୍ୟଠାରୁ ଭିନ୍ନ ରହେ। ସାଧାରଣତଃ ତରକାରୀରେ ହଳଦୀ ବ୍ୟବହାର କରାଯାଏ ନାହିଁ । ଅନ୍ତିମ ସଂସ୍କାର ପରେ ମୃତକଙ୍କ ପରିବାର ଏକାଦଶ ଦିନ ପର୍ଯ୍ୟନ୍ତ ପ୍ରଦୂଷଣ ଅବସ୍ଥାରେ ରହିଛନ୍ତି ବୋଲି ଧରାଯାଏ । ରୀତିନୀତି ଅନୁସାରେ ଅଶୁଦ୍ଧତାର ଏହି ଦିନରେ, ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ କାହାକୁ ଛୁଅନ୍ତି ନାହିଁ କିମ୍ବା କୌଣସି ସ୍ଥାନକୁ ଯାଆନ୍ତି ନାହିଁ। ସେମାନେ ପର୍ବ ପର୍ବାଣି ଏବଂ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ନାହିଁ। ବିବାହ ବ୍ରତୋପନୟନ ଇତ୍ୟାଦିରେ ଅଂଶଗ୍ରହଣ କରନ୍ତି ନାହିଁ। ବିଶେଷକରି ମୃତକଙ୍କ ପରିବାରରେ କୌଣସି ସଦସ୍ୟଙ୍କ ବିବାହ ବ୍ରତ ଆଦି ଏକ ବର୍ଷ ପର୍ଯ୍ୟନ୍ତ କରାଯାଏ ନାହିଁ କିମ୍ବା କୌଣସି ଧାର୍ମିକ ପର୍ବ ପାଳନ କରାଯାଏ ନାହିଁ। ଯଦି ଜଣେ ବ୍ୟକ୍ତି ଏକ ନିର୍ଦ୍ଧିଷ୍ଟ ପର୍ବ ଦିନ ମୃତ୍ୟୁ ବରଣ କରନ୍ତି,ସେହି ପରିବାରରେ ସେହି ପର୍ବ ମଧ୍ୟ ଆଉ ପାଳନ କରାଯାଏ ନାହିଁ।
[]
null
{ "type": null, "score": null, "agent": null }
null
{}
ଅନ୍ତିମ ସଂସ୍କାର କରିବା ଏବଂ ଉତ୍ତରାଧିକାରୀ ହେବା ପାଇଁ ଯୋଗ୍ୟତାର ମାନଦଣ୍ଡ ମଧ୍ୟ ରହିଛି। ହିନ୍ଦୁ ବିଶ୍ବାସ ଅନୁଯାୟୀ, ଶବଦାହ ବିଦାୟପ୍ରାପ୍ତ ପ୍ରାଣ ପାଇଁ ଆଧ୍ୟାତ୍ମିକ ଭାବରେ ଲାଭଦାୟକ। ଏହାର କାରଣ ହେଉଛି ଯଦି ଶରୀରକୁ ଦାହ କରାଯାଏ ନାହିଁ, ତେବେ ଆତ୍ମା ​​କିଛି ଦିନ କିମ୍ବା ମାସ ଧରି ଶରୀର ନିକଟରେ ରହିଥା’ନ୍ତି, ଯାହା ପରିତ୍ରାଣ ପାଇବାରେ ସମସ୍ୟା ସୃଷ୍ଟି କରିଥାଏ। ଶିଶୁମାନଙ୍କୁ ଶବଦାହ କରିବା ପରିବର୍ତ୍ତେ ପୋତି ଦିଆଯାଏ। ଶିଶୁ ଏବଂ ଅବିବାହିତ ଲୋକଙ୍କ ଶବକୁ ଛାଡିଦେଲେ ବିବାହିତ ହିନ୍ଦୁମାନଙ୍କର ପୁରୁଷ ଏବଂ ମହିଳାଙ୍କ ଶବକୁ ସାଧାରଣତଃ ପୋଡି ଦିଆଯାଏ। ଶିଶୁ ଏବଂ ଅବିବାହିତ ଲୋକମାନଙ୍କର ଶବକୁ କବର ଦିଆଯାଇପାରେ କିମ୍ବା ଶବଦାହ ପାଇଁ ଯାଇପାରେ, କିନ୍ତୁ ଅନ୍ତିମସଂସ୍କାର କରାଯାଏ ନାହିଁ ଯେହେତୁ ସେମାନଙ୍କର ଅନ୍ତିମସଂସ୍କାର କରିବା ପାଇଁ ତାଙ୍କର ସନ୍ତାନସନ୍ତତି ନଥାନ୍ତି। ଏପରିକି ‘ଅବିବାହିତ ପୁରୁଷର ଆତ୍ମା ଏବଂ ଅବିବାହିତା ମହିଳାର ଆତ୍ମାକୁ ନିମ୍ନ ଗସ୍ତର ସୂଚାଇବା ପାଇଁ କିଛି ଭସା ଭାଷା ବ୍ୟବହାର କରାଯାଏ। ଦ୍ୱିତୀୟ ବିବାହ କ୍ଷେତ୍ରରେ ପତିପତ୍ନୀଙ୍କ ମୃତ୍ୟୁ କିମ୍ବା ଛାଡପତ୍ର ହେଲେ (ଏପରି ଘଟଣା କ୍ୱଚିତ୍ ହୁଏ), ଜଣେ ପୁରୁଷଙ୍କ ପାଇଁ, ଉଭୟ ପତ୍ନୀଙ୍କ ଜ୍ୟେଷ୍ଠପୁତ୍ର ଅନ୍ତିମ ସଂସ୍କାର କରିପାରନ୍ତି, କିନ୍ତୁ ଜଣେ ମହିଳାଙ୍କ ପାଇଁ ନିଜର ଜ୍ୟେଷ୍ଠପୁତ୍ର କିମ୍ବା ପ୍ରଥମ ସ୍ୱାମୀ ଏହା କରନ୍ତି। ଅବଶ୍ୟ, ଜଣେ ବିବାହ ପୂର୍ବରୁ ଜନ୍ମ ହୋଇଥିବେ କିମ୍ବା ବେଆଇନ୍ ସନ୍ତାନ ହୋଇଥିବେ ତେବେ ଅନ୍ତିମ ସଂସ୍କାର କରିବା ପାଇଁ ଯୋଗ୍ୟ ନୁହଁନ୍ତି। ତେଣୁ, ଅନ୍ତିମ ସଂସ୍କାରର ଏକ ଉତ୍ସବ ଯାହା କେବଳ ଆଇନଗତ ବିବାହିତ ଜୀବନକୁ ପ୍ରୋତ୍ସାହିତ କରେ ନାହିଁ ବରଂ ପିଲାମାନଙ୍କ ସହିତ ପରିବାରର ବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରେ। ଏଥି ସହିତ, ଜ୍ୟେଷ୍ଠପୁତ୍ରକୁ ସମସ୍ତ ଅନ୍ତିମ ସଂସ୍କାରର ମୁଖ୍ୟ ଭୁମିକା ଦେବା ଲିଙ୍ଗଗତ ପକ୍ଷପାତ ସୃଷ୍ଟି କରେ। ଏହା ମଧ୍ୟ ଦେଖାଯାଏ ଯେ ପରିବାର ସଦସ୍ୟ ମୃତ ବ୍ୟକ୍ତିଙ୍କୁ ପିତୃଲୋକରେ ପହଞ୍ଚିବାରେ ସାହାଯ୍ୟ କରନ୍ତି, ପୈତୃକ ସମ୍ପତ୍ତି ପରିବାର ସଦସ୍ୟଙ୍କୁ ଦିଆଯାଏ, କର୍ତ୍ତା (ଅର୍ଥାତ୍ ‘ମୂଖ୍ୟ ଅଭିନେତା’) ସହିତ ଅଂଶୀଦାର ହେବା ସହିତ ସାଧାରଣତଃ ଏହା ଜ୍ୟେଷ୍ଠପୁତ୍ର କିମ୍ବା ପୁଅ ଅଟେ। ଯେହେତୁ ସମସ୍ତ ପୁତ୍ରଙ୍କର ଅନ୍ତିମ ସଂସ୍କାର ଏବଂ ଉତ୍ତରାଧିକାର ପାଇଁ ସମାନ ଅଧିକାର ଅଛି, ଯଦିଓ ଅନ୍ତିମ ସଂସ୍କାର ପାଇଁ ଜ୍ୟେଷ୍ଠପୁତ୍ର ପସନ୍ଦ କରନ୍ତି। ବାସ୍ତବରେ, ଅନ୍ତିମସଂସ୍କାର କରିବାର ଅଧିକାର ଏବଂ ଉତ୍ତରାଧିକରୀ ଅଧିକାର ପ୍ରାୟତଃ ପରସ୍ପର ସହିତ ଜଡିତ।ଏହି ଅଧିକାରଗୁଡ଼ିକ ସାଧାରଣତ ପରିବାରର ପୁରୁଷ ସଦସ୍ୟଙ୍କର ହୋଇଥାଏ। ସେମାନଙ୍କ ପରିବାରର ବରିଷ୍ଠତା କ୍ରମରେ ଏହା ଜଣେ ବ୍ୟକ୍ତିଙ୍କର ପ୍ରାପ୍ୟ ହୋଇଥାଏ । ପରିବାରର ଜ୍ୟେଷ୍ଠରୁ କନିଷ୍ଠକୁ ଯାଉଥିବା ସାଧାରଣ କ୍ରମିକ ନିୟମ ହେଉଛି: ପୁଅ, ନାତି, ନାତୁଣୀ, ଗୋଟିଏ କନ୍ୟାର ପୁତ୍ର ନାତି, ଜୀବନସାଥୀ, ଭାଇ, ଭାଇର ପୁତ୍ର, ପିତା, ମାତା,ଝିଅମାନେ, ବୋହୂ, ଭଉଣୀମାନେ, ଭଉଣୀର ପୁତ୍ର ଏବଂ ଶେଷରେ କୋଣସି ପାରିବାରିକ ସମ୍ପର୍କୟ। ଅନ୍ତିମ ସଂସ୍କାର କିଏ କରିବେ ସେ ସମ୍ବନ୍ଧରେ ନିଷ୍ପତ୍ତି ନେବାବେଳେ ପରିବାର ସଦସ୍ୟଙ୍କ ଆନ୍ତରିକତା ଏବଂ ମାନସିକ ସ୍ତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବଅଟେ। ଯଦି କୌଣସି ପରିବାରର ସଦସ୍ୟ ଉପଲବ୍ଧ ନୁହଁନ୍ତି ତେବେ ସେହି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଯେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ଅନ୍ତେଷ୍ଟି ରୀତିନୀତି କରାଯାଇପାରେ। ସନ୍ତାନସନ୍ତତି ନଥିବା ଲୋକମାନେ, ନିଜର ଅନ୍ତିମ ସଂସ୍କାର କରିବା ପାଇଁ ସାଧାରଣଃ ଏକ ପୋଷ୍ୟ ପୁତ୍ର ଗ୍ରହଣ କରନ୍ତି ।ଧ୍ୟାନ ଦେବା ଦରକାର ଅନ୍ତେଷ୍ଟି ରୀତିନୀତି ମଧ୍ୟ ସମାଜରେ ଲିଙ୍ଗଗତ ପାର୍ଥକ୍ୟ ଦର୍ଶାଏ। ପୁତ୍ରମାନେ ଅନ୍ତିମ ସଂସ୍କାରର କାର୍ଯ କରି ପତ୍ନୀ କିମ୍ବା ଅନ୍ୟ ନାରୀ ମାନଙ୍କୁ ଉତ୍ତରାଧିକାରୀ ଅଧିକାର ଦେବାକୁ ବାରଣ କରି ଆସୁଛନ୍ତି। ସେହିଭଳି ଭାଇ,ଭଉଣୀ ଏବଂ ପରିବାରର ଅନ୍ୟ ମାନଙ୍କ ଅପେକ୍ଷା ଜ୍ୟେଷ୍ଠ ପୁତ୍ରର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପର୍ଣ କରିବା ପାଇଁ ସବୁଠାରୁ ଅଧିକ ଅଧିକାର ରହିଛି । ଏହିପରି ସାମାଜିକ ଚଳଣି ଧର୍ମ ସହିତ ଏତେ ଜଡିତ ହୋଇଛି ଯେ ଓଡିଆ ସମାଜରେ ଏକ ଦମ୍ପତିଙ୍କ ପାଇଁ ପୁରୁଷ ସନ୍ତାନ ଜନ୍ମ କରିବା ବାଧ୍ୟତାମୂଳକ ହେବାଭଳି ବିବେଚନା କରାଯାଏ।ଏବେ ମଧ୍ୟ ଗ୍ରାମାଞ୍ଚଳରେ ଯେଉଁ ମହିଳା ମାନଙ୍କର ସନ୍ତାନ ସନ୍ତତି ନାହାନ୍ତି ସେମାନଙ୍କୁ ଲୋକେ "ଆଣ୍ଠୁକୁଡି" କହନ୍ତି ଓ ଭିନ୍ନ ଦୃଷ୍ଟିରେ ଦେଖନ୍ତି । "ଆଣ୍ଠୁକୁଡି" ଅର୍ଥାତ୍ ସନ୍ତାନ ନଥିବା ମହିଳାଙ୍କ ପାଇଁ ଏହା ଏକ ଦୁର୍ବ୍ୟବହାର ଶବ୍ଦ ଭାବରେ ବ୍ୟବହୃତ ହୁଏ। ଜଣେ ମହିଳାଙ୍କର ଅନେକ ଝିଅ ଥିଲେବି, ପୁତ୍ରହୀନ ହୋଇଥିବାରୁ ସେ ମଧ୍ୟେ "ଆଣ୍ଠୁକୁଡି" ହେବାର ଦୋଷରୁ ମୁକ୍ତ ନୁହିଁନ୍ତି। ହିନ୍ଦୁ ଧର୍ମରେ ଉପନିଷଦ ପରି ଧାର୍ମିକ ପୁସ୍ତକରେ ଆତ୍ମହତ୍ୟାକୁ ଦୃଢ ବିରୋଧ କରାଯାଇଛି ଏବଂ ଆତ୍ମହତ୍ୟା କରୁଥିବା ଲୋକଙ୍କୁ ଉଦ୍ଧାର କରିବାକୁ ବାରଣ କରାଯାଏ। ଯେହେତୁ ହିନ୍ଦୁ ଧର୍ମରେ ପୁନର୍ଜନ୍ମରେ ବିଶ୍ବାସ କରାଯାଏ,ଯଦି ଜଣେ ବ୍ୟକ୍ତି ଏପରି ପାପ କରେ,ତାଙ୍କୁ ଆଗତ ଜନ୍ମରେ ଏକ ନିମ୍ନ ମାନର ମଣିଷ ବା ଜୀବ ହୋଇ ଜନ୍ମ ନେବାକୁ ପଡିଥାଏ। ଏପରିକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ମଧ୍ୟ ଏହି ପାପରେ ଅନ୍ତର୍ଭୁକ୍ତ ଅଟେ। ଏହିପରି, ଆତ୍ମହତ୍ୟା ପୀଡିତଙ୍କ ପାଇଁ, ଯଦିଓ ଶବ ବ୍ୟବଚ୍ଛେଦ କରାଯାଏ, ତଥାପି ପୀଡିତ ବା ପିଡୀତାର ପରିତ୍ରାଣ ହେବାର ଆଶା ନ ଥିବାରୁ,ସେମାନଙ୍କର ଅନ୍ତିମ ସଂସ୍କାର କରାଯାଏ ନାହିଁ | ତେଣୁ,ଅନ୍ତିମ ସଂସ୍କାର ନ ହେବା ବିଷୟରେ ଲୋକମାନଙ୍କୁ ଅବଗତ କରାଇଛି ଏବଂ ସେମାନଙ୍କୁ ଆତ୍ମହତ୍ୟା ନକରିବାକୁ ଏହା ଏକ କଡା ଚେତାବନୀ।
[]
null
{ "type": null, "score": null, "agent": null }
null
{}
ଶବ ବଦଳରେ ପୁତ୍ତଳିକା ଦାହ
[]
null
{ "type": null, "score": null, "agent": null }
null
{}
ଶବଟିଏ ଉପସ୍ଥିତ ନ ଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ ଶବଦାହ କରିବାଟା ଜରୁରୀ। ପାଣିରେ ବୁଡ଼ିଯିବା, ବାୟୁ ଯାନରେଦୁର୍ଘଟଣା,
[]
null
{ "type": null, "score": null, "agent": null }
null
{}
ଭୂମିକମ୍ପ କିମ୍ବା ଅନ୍ୟ କୌଣସି ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଶବକୁ ବ୍ୟବଚ୍ଛେଦ କରାଯାଏ ଏବଂ ସେଠାରେ ଅନ୍ତିମ ସଂସ୍କାର କରିବା ଅତ୍ୟନ୍ତ ଜରୁରୀ ଅଟେ। ଏହାର କାରଣ ହେଉଛି ଅନ୍ତିମ ସଂସ୍କାର ବିନା, ବିଦାୟ ପ୍ରାପ୍ତ ଆତ୍ମା ​​ପିତୃଲୋକରେ ପହଞ୍ଚିବା କିମ୍ବା ପରିତ୍ରାଣ ପାଇବା ସମ୍ଭବ ନୁହେଁ। ତେଣୁ, ଏପରି ପରିସ୍ଥିତିରେ ମୃତ ବ୍ୟକ୍ତିଙ୍କର ଏକ କୁଶ ପୁତ୍ତଳିକା କରାଯାଏ,ଏବଂ ଅନ୍ତିମ ସଂସ୍କାର ପାଳନ କରିବା ପାଇଁ ଏହାକୁ ଦାହ କରାଯାଏ। ପୌରାଣିକ ଗ୍ରନ୍ଥ ଭବିଷ୍ୟ ପୁରାଣରେ ବର୍ଣ୍ଣିତଅଛି ଯେ ୩୬୦ଟି କୁଶରେ ପୁତ୍ତଳିକା ତିଆରି ହେବା ଆବଶ୍ୟକ: ମୁଣ୍ଡ ପାଇଁ ଚାଳିଶଟି, ବେକ ପାଇଁ କୋଡ଼ିଏଟି, ଦୁଇ ବାହୁରେ ଶହେଟି, ଛାତିରେ କୋଡ଼ିଏ, ପେଟରେ କୋଡ଼ିଏ, ନିତମ୍ବରେ ତିରିଶ, ଦୁଇ ଜଙ୍ଘରେ ଶହେ, ଆଣ୍ଠୁଠାରୁ ତଳକୁ ତିରିଶ।
[]
null
{ "type": null, "score": null, "agent": null }
null
{}
ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଯାଏ, କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ମୃତ ବୋଲି ଜଣା ନଥାଏ, ଶବଦାହ କରିବା ପୂର୍ବରୁ ସମ୍ପର୍କୀୟମାନଙ୍କୁ ୧୨ ବର୍ଷ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଜଣେ ବ୍ୟକ୍ତିଙ୍କ ପୁତ୍ତଳିକା ଦାହ କରାଯାଇଛି, କିନ୍ତୁ ତା’ପରେ କିଛି ବର୍ଷପରେ ଘରକୁ ଫେରିଛନ୍ତି, ସେହି ବ୍ୟକ୍ତିଙ୍କୁ ଜଣେ ମହିଳାଙ୍କ ଦୁଇ ଗୋଡ ମଧ୍ୟ ଦେଇ ଗତିକରି ପୁନର୍ବାର ଜନ୍ମ ହେବା ଆବଶ୍ୟକ | ପର୍ଯ୍ୟାୟ କ୍ରମେ, ସମସ୍ତ ଶୁଦ୍ଧ ସମାରୋହ ଗୁଡ଼ିକ କରାଯାଏ। ଅନେକ କ୍ଷେତ୍ରରେ ନିଜ ପତ୍ନୀଙ୍କ ସହିତ ପୁନଃ ବିବାହ ମଧ୍ୟ କରାଯାଏ | ଏଠାରେ ପାରିବାରିକ ପରିଚୟ ବା ଜଣେ ବ୍ୟକ୍ତିର ସାମାଜିକସାଂସ୍କୃତିକ ପରିଚୟକୁ ଗୁରୁତ୍ୱ ଦିଆଯାଇଛି। ବୟସ ଏବଂ ବୃତ୍ତିଗତ ପରିଚୟ କୌଣସି ପ୍ରତିବନ୍ଧକ ସୃଷ୍ଟି କରେନାହିଁ।
[]
null
{ "type": null, "score": null, "agent": null }
null
{}
ଶବଦାହ ପରର ରୀତିନୀତି (ଚିତାଭସ୍ମ ସଂରକ୍ଷଣ)
[]
null
{ "type": null, "score": null, "agent": null }
null
{}
ଶବଦାହର ତିନି ଦିନ ପରେ,କର୍ତ୍ତା କିମ୍ବା ବଡ ପୁଅ ସହିତ ପରିବାରର କିଛି ପୁରୁଷ ସଦସ୍ୟ ଚିତାଭସ୍ମ ସଂଗ୍ରହ କରିବାକୁ ଶବଦାହ ସ୍ଥଳକୁ ଯାଆନ୍ତି। ସେମାନେ ଚିତାଭସ୍ମ ଓ ଅସ୍ଥି ଉପରେ କ୍ଷୀର ଏବଂ ପାଣି ଛିଞ୍ଚିବାବେଳେ ଚିତାଭସ୍ମ ଏବଂ ଅସ୍ଥି ଚାରିପାଖରେ ତିନି ଥର ବୁଲି ଯାଆନ୍ତି। ଅସ୍ଥି ଗୁଡ଼ିକୁ ବୁଢା ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠି ସାହାଯ୍ୟରେ ଉଠାଯାଏ ଏବଂ ଏକାଠି ରଖାଯାଏ। ପାତ୍ର ଗୁଡିକ ସାଧାରଣତଃ ପୁରୁଷ ଏବଂ ମହିଳା ମାନଙ୍କର ଆକୃତିକୁ ଲକ୍ଷ୍ଯକରି ଗଢାଯାଇଥାଏ। ପ୍ରଥମେ ପାଦର ଅସ୍ଥି ସଂଗ୍ରହ କରାଯାଏ ଏବଂ ପରେ କ୍ରମାଗତ ଭାବରେ ଅନ୍ୟ ଅସ୍ଥିଗୁଡ଼ିକ ମୁଣ୍ଡ ପର୍ଯ୍ୟନ୍ତ ସଂଗ୍ରହ କରାଯାଏ। ଏହା ପରେ ସମସ୍ତ ଅସ୍ଥିକୁ ଏକତ୍ର କରି ଶୁଦ୍ଧ କରାଯାଏ ଏବଂ ଚିତାଭସ୍ମ ସହିତ ସିଲ୍ କରାଯାଏ। ସେଗୁଡିକ ଏକ ସ୍ମାରକୀରେ ସଂରକ୍ଷିତ କରାଯାଇଥାଏ। ଏହାକୁ ଏକ ସୁରକ୍ଷିତ ସ୍ଥାନରେ ସମାଧିରେ ସଂରକ୍ଷିତ କରାଯାଏ। କିଛି ମାସ ପରେ କିମ୍ବା ବର୍ଷ ପରେ ପରିବାର ସଦସ୍ୟମାନେ ଏହି ଗଚ୍ଛିତ ଅସ୍ଥି ଏବଂ ଚିତାଭସ୍ମକୁ ଗଙ୍ଗା ନଦୀ ପରି ଏକ ପବିତ୍ର ନଦୀରେ କିମ୍ବା ଅନ୍ୟ କୌଣସି ପବିତ୍ର ନଦୀ ବା ଜଳ ଭଣ୍ଡାରରେ ବିସର୍ଜନ କରାଯାଏ।
[]
null
{ "type": null, "score": null, "agent": null }
null
{}
ଶୋକ ଅବଧି
[]
null
{ "type": null, "score": null, "agent": null }
null
{}
ହିନ୍ଦୁ ଧର୍ମରେ ଶରୀରର ବିଲୋପ ସାଧନ ସହିତ ମୃତ୍ୟୁ ରୀତିନୀତି ସମାପ୍ତ ହୁଏ ନାହିଁ। ଆତ୍ମା ନିତ୍ୟ ଏବଂ ସର୍ବ ବିଦ୍ୟମାନ। ଅନ୍ୟ ଲୋକକୁ ଅର୍ଥାତ୍ ପିତୃଲୋକୁ ଯାତ୍ରା ସମୟରେ ଆତ୍ମାର ପଥ ସୁଗମ କରିବାକୁ ପଡିଥାଏ। ଶ୍ରାଦ୍ଧ ନାମକ ଏକ ବାର ଦିନିଆ ରୀତିନୀତି କରାଯାଏ| ବିଶ୍ୱାସ କରାଯାଏ ଯେ ଏହି ରୀତିନୀତି ବିନା ଆତ୍ମା ​​କେବେବି ପିତୃଲୋକକୁ ଯିବିପାଇଁ ବାଟ ଖୋଜିପାରେ ନାହିଁ। ମୃତକଙ୍କ ଶବଦାହ ଦିନଠାରୁ ଶୋକ ପାଳନ ସମୟର ଆରମ୍ଭ ହୁଏ ଏବଂ ୧୨ ଦିନ ପର୍ଯ୍ୟନ୍ତ ରହିଥାଏ | ଯଦିଓ ମୃତ ବ୍ୟକ୍ତିଙ୍କ ପାଇଁ ଦୁଃଖ ଶୋକ ଏକ ପ୍ରକାର ବ୍ୟକ୍ତିଗତ ଏବଂ ପାରିବାରିକ ଘଟଣା ଅଟେ, ଏହି ସମୟ ମଧ୍ୟରେ ସମ୍ପର୍ଣ୍ଣ କରାଯାଉଥିବା ରୀତିନୀତି ଏକ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ। ବାସ୍ତବରେ, ପରିବାରର ଖୁବ୍ ପାଖ ସଦସ୍ୟଙ୍କ ମୃତ୍ୟୁ ପରିବାରକୁ ଦୁଃଖର ଗଭୀର ସାଗର ଭିତରକୁ ଟାଣିନିଏ। ଗଭୀର ବେଦନାରେ ଛଟପଟ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବା ପାଇଁ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯାଏ। ନିୟମିତ ଜୀବନ ଶୌଳୀରେ ବ୍ୟାଘାତ ଉପୁଜିଥିବା ଯୋଗୁଁ ଦୁଃଖ ଓ ଯନ୍ତ୍ରଣାର ପ୍ରଭାବକୁ ହ୍ରାସ କରିବା ଦିଗରେ ଏହି ସାମାଜିକସାଂସ୍କୃତିକ ରୀତିନୀତି ଯଥେଷ୍ଟ ସାହାଯ୍ୟ କରିଥାଏ।
[]
null
{ "type": null, "score": null, "agent": null }
null
{}
ହଜାର ହଜାର ବର୍ଷ ଧରି ପାଳିତ ହେଉଥିବା ରୀତିନୀତି ପରିବାରର ସଦସ୍ୟ ମାନଙ୍କ ମନରେ ଆତ୍ମାର ଅମରତ୍ୱ ଏବଂ ଚିରନ୍ତନ ସ୍ଥିତି ଶାନ୍ତି,ଆଶା ଓ ଭରସା ଭରିଦିଏ। ମୃତକ ବିଧବା ଅର୍ଥାତ୍ ପତିହରା ହୋଇଥିଲେ ଶୋକର ଚିହ୍ନ ସ୍ବରୂପ ତାଙ୍କୁ ଆଜୀବନ ଧଳା ପୋଷାକ ପିନ୍ଧିବାକୁ ପଡିଥାଏ। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ଜଣକ ସମସ୍ତ ବିବାହର ପ୍ରତୀକଗୁଡ଼ିକୁ ଯେପରିକି ହାତ ମୁଦି, ଗୋଡମୁଦି,ସୁନା ହାର ଏବଂ ଅନ୍ୟ ସବୁ ଅଳଙ୍କାର ବାହାର କରିଦିଏ ଏବଂ ସେହି ମୁହୂର୍ତ୍ତରୁ ଜୀବନସାରା ଏହାକୁ ପିନ୍ଧିବା ବନ୍ଦ କରିଦିଏ | ସେ କପାଳରେ ସିନ୍ଦୂର ପିନ୍ଧିବା ମଧ୍ୟ ସାରା ଜୀବନ ପାଇଁ ବନ୍ଦ କରିଦିଏ କାରଣ ସିନ୍ଦୁର ଜଣେ ସଧବା ନାରୀର ପ୍ରତୀକ।
[]
null
{ "type": null, "score": null, "agent": null }
null
{}
ହିନ୍ଦୁ ଧର୍ମରେ ବିଧବାମାନଙ୍କ ଉପରେ ଅନେକ ଖାଦ୍ୟପେୟ ସମ୍ବନ୍ଧୀୟ ପ୍ରତିବନ୍ଧକ ଲଗାଯାଇଥାଏ। ବିଧବାମାନେ ତାମସିକ ଖାଦ୍ୟ ଖାଇବା ଉଚିତ ନୁହେଁ। ଏପରିକି ଶାକାହାରୀ ଖାଦ୍ୟ ସାମଗ୍ରୀ ତଥା ପିଆଜ, ରସୁଣ, ଇତ୍ୟାଦି ମଧ୍ୟ ସେମାନଙ୍କର ଯୌନ ଇଚ୍ଛାକୁ ଜାଗ୍ରତ କରିପାରେ। ଅବଶ୍ୟ, ପତ୍ନୀହରାଙ୍କ ପାଇଁ ସମାନ ପ୍ରତିବନ୍ଧକ ଲାଗୁହେବାର ଆବଶ୍ୟକତା ନାହିଁ । ଓଡିଆ ଭାଷାରେ ‘ବିଧବା’ ଶବ୍ଦ ଅଛି, କିନ୍ତୁ ପତ୍ନୀ ନ ଥିବା ପୁରୁଷମାନଙ୍କପାଇଁ ସେପରି କିଛି ଶବ୍ଦ ବ୍ୟବହାର କରାଯାଏ ନାହିଁ। ବିଧବା ସ୍ତ୍ରୀ ମାନେ ଧଳା ବ୍ୟତୀତ ରଙ୍ଗୀନ ପୋଷାକ ପିନ୍ଧିବା ଅନୁଚିତ। ସୁନ୍ଦର ଦେଖାଯିବା ପାଇଁ ସେମାନେ ମେକ୍ଅପ୍ କିମ୍ବା ଅଳଙ୍କାର ପିନ୍ଧିବା ଅନୁଚିତ; ସେମାନେ ବିବାହ ପରି ଶୁଭ ସମାରୋହରେ ଯୋଗଦେବା ଅନୁଚିତ। ମୃତ ପୁରୁଷର ଘନିଷ୍ଠ ପୁରୁଷ ଆତ୍ମଜନ ଏବଂ ସମ୍ପର୍କୀୟ ଯେପରିକି ପିତା, ଭାଇ କିମ୍ବା ପୁଅ, ସାଧାରଣତଃ ମୃତ୍ୟୁ ପରେ ଦଶ ଦିନ ପର୍ଯ୍ୟନ୍ତ ନଖ କାଟିବା କିମ୍ବା କେଶ କାଟିବା ନିଷେଧ। ଦଶମ ଦିନରେ, ମୃତକଙ୍କ ପୁଅମାନେ ଦାଢି ଏବଂ ମୁଣ୍ଡର କେଶ କାଟନ୍ତି। ମୃତକଙ୍କ ପରିବାର ବାର ଦିନ ଯାଏ ଶୋକ ପାଳନ କରିବା ସହିତ ସୀମିତ ଶାକାହାରୀ ଖାଦ୍ୟ ପଦାର୍ଥ ଖାଆନ୍ତି ଏବଂ ସବୁ ପ୍ରକାରର ମନୋରଞ୍ଜନଠାରୁ ଦୂରରେ ରୁହନ୍ତି। ମନ୍ଦିର ଯିବା ପୁନଃ ଆରମ୍ଭ ହେବା ପରେ ସେମାନେ ନିୟମିତ ମନ୍ଦିର ଯାଇ ପାରିବେ, କିନ୍ତୁ ପ୍ରମୁଖ ଶୁଭ ପାରିବାରିକ ସମାରୋହ ବା ଅନ୍ୟାନ୍ୟ ଧାର୍ମିକ ପର୍ବ ପାଳନ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଏ। ଯେଉଁ ପର୍ଯ୍ୟନ୍ତ ବାର୍ଷିକ ଶ୍ରାଦ୍ଧ ପାଳନ କରା ନ ଯାଇଛି ଏସବୁ ହୋଇ ପାରିବ ନାହିଁ। ଘରେ ମୃତ ବ୍ୟକ୍ତିଙ୍କର ଏକ ଫଟୋ କାନ୍ଥରେ ପ୍ରଦର୍ଶିତ ହୁଏ ଏବଂ ଫଟୋରେ ଏକ ଫୁଲମାଳ ଲଗାଇ ଦିଆଯାଏ। ପରିବାର ସଦସ୍ୟମାନେ ମୃତ ବ୍ୟକ୍ତିଙ୍କ ପୁନଃ ଜନ୍ମ ପାଇଁ ଏକ ନୂତନ ଆଧ୍ୟାତ୍ମିକ ଶରୀର ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଯୋଗାଇବା ପାଇଁ ଉଦ୍ଦିଷ୍ଟ ପ୍ରେତକର୍ମ କରନ୍ତି। ଏହି ଅବଧି ମଧ୍ୟରେ, ସମ୍ପର୍କୀୟ ଏବଂ ବନ୍ଧୁ ବାନ୍ଧବମାନେ ମୃତକଙ୍କ ପରିବାରକୁ ସେମାନଙ୍କର ସମବେଦନା ଓ ସମର୍ଥନ ଜଣାଇ ଥାଆନ୍ତି।
[]
null
{ "type": null, "score": null, "agent": null }
null
{}
ପୂରକ ରୀତିନୀତି
[]
null
{ "type": null, "score": null, "agent": null }
null
{}
ପଞ୍ଚଭୁତରେ ଗଢା ଶରୀରକୁ ଦାହ କରାଯିବା ମାତ୍ରେ ଆତ୍ମା ​​କେବଳ ତିନୋଟି ଉପାଦାନକୁ ନେଇ ଏକ ସୂକ୍ଷ୍ମ ଶରୀରରେ ବାସ କରିବାକୁ ଲାଗେ ଯଥା: ତେଜ ( 'ଉତ୍ତାପ'),ବାୟୁ ('ପବନ'),ଏବଂ ଆକାଶା। ଏହା ହେଉଛି ଅତିବାହିକା ଶରୀର। ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଏହା ଏକ ସୂକ୍ଷ୍ମ ଶରୀର ଯାହାକି ମୃତକ ମାନଙ୍କୁ ଅନ୍ୟ ଜଗତକୁ ଅତିବାହିକା ଅବସ୍ଥାକୁ ପଠାଇବା ପାଇଁ ଉଦ୍ଦିଷ୍ଟ। କୁହାଯାଏ ଯେ ଅତିବାହିକା ଅବସ୍ଥାରେ ବିଦାୟପ୍ରାପ୍ତ ଆତ୍ମା ​​କୌଣସି ସମର୍ଥନ ବିନା ପବନରେ ଆକାଶରେ ରହିଥାଏ। ତେଣୁ,ଅତିବାହିକା ଶରୀରକୁ ଏକ ପ୍ରେତାତ୍ମା’ ସ୍ଥିତିରେ ପରିଣତ କରିବା ପାଇଁ ଶାସ୍ତ୍ର ବର୍ଣ୍ଣିତ ରୀତିନୀତି କରାଯାଏ। ପୂରକ ରୀତିନୀତିରେ,ଉସୁନା ଚାଉଳରେ ପ୍ରସ୍ତୁତ ପିଠା,ଲହୁଣୀ,ତେଲ, ମହୁ, କ୍ଷୀର, ଚିନି ଏବଂ ଏକ ବଲ୍ ଆକାରରେ ଶୁଖିଲା ଫଳ ପ୍ରଦାନ କରି, ଆତିବାହିକା ଶରୀରକୁ ଧୀରେ ଧୀରେ ଏକ ସୂକ୍ଷ୍ମ ପ୍ରେତ ଶରୀରରେ ରୂପାନ୍ତରିତ କରାଯାଏ। ପିଣ୍ଡ ଶବ୍ଦଟି ମୂଳ ସଂସ୍କୃତ "ପିଣ୍ଡରୁ" ଉତ୍ପନ୍ନ ହୋଇଛି। ଯାହାର ଅର୍ଥ ହେଉଛି ଏକ ବଲ୍ ଆକାରରେ ଗଢିବା ବା ଏକତ୍ର କରିବା।ସାଧାରଣତଃ ତିନୋଟି ପିଣ୍ଡ ଦିଆଯାଏ, ଗୋଟିଏ ପିତାଙ୍କ ପାଇଁ, ଜେଜେବାପାଙ୍କ ପାଇଁ ଏବଂ ଆଉ ଗୋଟିଏ ଜେଜେବାପାଙ୍କ ବାପାଙ୍କ ପାଇଁ । ପୂରକ ରୀତି ସାଧାରଣତଃ ମୃତ୍ୟୁର ଦଶ ଦିନ ପର୍ଯ୍ୟନ୍ତ ରହିଥାଏ। ଏଥିପାଇଁ,ମୁରୁଜରେ ରେଖା ଚିହ୍ନିତ ଏକ ଛୋଟ ବେଦୀ ତିଆରି ହୁଏ । ତା’ପରେ କୁଶ କିଛି ହାତରେ ଧରି କର୍ତ୍ତା ମୃତଦେହକୁ ପରିବାରର ଗୋତ୍ର ସହିତ ନାମକରଣ କରିବା ସମୟରେ ଭୂମିକୁ ହାତରେ ପରିଷ୍କାର କରନ୍ତି। ଏକ ପିଣ୍ଡ ଧରି ସେ କହନ୍ତି:
[]
null
{ "type": null, "score": null, "agent": null }
null
{}
‘ଏହି ନୈବେଦ୍ୟ ତୁମ ପାଇଁ ଗ୍ରହଣୀୟ ହେଉ। ଏହା ଆପଣଙ୍କ ମସ୍ତକକୁ ପୁନଃ ସ୍ଥାପନ କରୁ। ଏହା ତୁମ ପାଇଁ ଗ୍ରହଣୀୟ ହେଉ। ’ ତା’ପରେ ସେ ନୈବେଦ୍ୟ ଉପରେ ମୁଠାଏ ଫୁଲ,ପାନ ପତ୍ର ରଖି ମୃତ ବ୍ୟକ୍ତିଙ୍କୁ ଏକ ଦୀପ ଏବଂ ଧଳା ଲୁଗା ବା ଧୋତି ପ୍ରଦାନ କରି କୁହନ୍ତି:
[]
null
{ "type": null, "score": null, "agent": null }
null
{}
‘ଏହି ଦୀପ ଓ ଲୁଗା ତୁମ ପାଇଁ ଗ୍ରହଣୀୟ ହେଉ।’
[]
null
{ "type": null, "score": null, "agent": null }
null
{}
ତା’ପରେ ସେ ପିଣ୍ଡ ନିକଟରେ ଏକ ମାଟି ପାତ୍ରରେ ପାଣି ଏବଂ କଳା ତିଳ ରଖି କୁହନ୍ତି:'ଏହି ଜଳ ଓ ତିଳ ତୁମ ପାଇଁ ଗ୍ରହଣୀୟ ହେଉ।’
[]
null
{ "type": null, "score": null, "agent": null }
null
{}
ଏହି କର୍ମ ପରେ ପିଣ୍ଡ ଏବଂ ଅନ୍ୟାନ୍ୟ ଜିନିଷ ପାଣିରେ ପକାଯାଏ। କ୍ରମାଗତ ଦଶ ଦିନ ପାଇଁ ବିଭିନ୍ନ ଶାରୀରିକ ଅଂଶକୁ ପୁନଃ ସ୍ଥାପନ କରିବା ପାଇଁ ପ୍ରତ୍ୟେକ ଦିନ ଏକ ଭିନ୍ନ ଠିକଣା ବ୍ୟବହାର କରି ପିଣ୍ଡ ଦିଆଯାଏ। ଯେଉଁ କ୍ରମରେ ଅତିବାହିକା ଶରୀର ଦ୍ରବୀଭୂତ ହୁଏ ଏବଂ ପ୍ରେତ ଶରୀର ସୃଷ୍ଟି ହୁଏ, ତାହା ହେଉଛି:(୧) ପ୍ରଥମ ଦିନରେ ଏକ ପିଣ୍ଡ ଅର୍ପଣ କରାଯାଏ ଏବଂ ମୃତ ବ୍ୟକ୍ତିଙ୍କ ପ୍ରେତ ମୁଣ୍ଡ ପାଇଥାଏ; ଦ୍ୱିତୀୟ ଦିନ ଦ୍ୱିତୀୟ ପିଣ୍ଡ ଦିଆଯାଏ ଏବଂ ସେ ତାଙ୍କ କାନ, ଆଖି ଏବଂ ନାକ ପ୍ରାପ୍ତ କରନ୍ତି; ତୃତୀୟ ଦିନରେ ଏକ ତୃତୀୟ ପିଣ୍ଡ ପ୍ରଦାନ କରାଯାଏ ଏବଂ ସେ ଛାତି ଏବଂ ବେକକୁ ପାଇଥାଆନ୍ତି;ଚତୁର୍ଥ ଦିନରେ ସେ ପେଟ ଏବଂ ତଳି ପେଟ ପାଆନ୍ତି; ପଞ୍ଚମ ଦିନରେ ସେ ଗୋଡ ଏବଂ ପାଦ ପାଆନ୍ତି;ଷଷ୍ଠ ଦିନରେ, ସେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରାପ୍ତ କରନ୍ତି;ସପ୍ତମ ଦିନରେ ସେ ହାଡ, ମର୍ମ, ଶିରା ଏବଂ ଧମନୀ ପ୍ରାପ୍ତ କରନ୍ତି; ଅଷ୍ଟମ ଦିନରେ ସେ ନଖ ଏବଂ କେଶ ପାଆନ୍ତି; ନବମ ଦିନରେ ଅବଶିଷ୍ଟ ଅଙ୍ଗ ପାଆନ୍ତି ଏବଂ ଅଙ୍ଗଗୁଡ଼ିକ ଜୀବନ୍ତ ହେବା ସହିତ ବିକଶିତ ହୁଏ; ଦଶମ ଦିନରେ, ଯେତେବେଳେ ଅନ୍ତିମ ପିଣ୍ଡ ଦାନ କରାଯାଏ, ଆତିବାହିକାଙ୍କର ଶରୀର ସହିତ ଜଡିତ କ୍ଷୁଧା ଏବଂ ଶୋଷର ଅନୁଭବ ଦୂର ହୁଏ।
[]
null
{ "type": null, "score": null, "agent": null }
null
{}
ଆତିବାହିକା ଶରୀର ଶେଷରେ ଦ୍ରବୀଭୂତ ହୁଏ ଏବଂ ସୂକ୍ଷ୍ମ ପ୍ରେତ ‘ଆତ୍ମା’ ଶରୀର ସମ୍ପୂର୍ଣ୍ଣ ଭାବରେ ବିକଶିତ ହୁଏ। ଅଭିବ୍ୟକ୍ତିର ଉଦ୍ଦିଷ୍ଟ ଅର୍ଥ ପ୍ରସଙ୍ଗଗତ ସୂତ୍ର ଉପରେ ନିର୍ଭରଶୀଳ।ଏହା ଧାର୍ମିକ ପୁସ୍ତକଗୁଡ଼ିକରେ ବର୍ଣ୍ଣିତ ଯଥା, ୟଜୁର ବେଦ, ଅଧ୍ୟାୟ ୨ ଏବଂ ମନ୍ତ୍ର ୩୪। ପରବର୍ତ୍ତୀ ପ୍ରେତ ପର୍ଯ୍ୟାୟ ଏକ ବର୍ଷ ପର୍ଯ୍ୟନ୍ତ ରହିଥାଏ।ଏହି ପର୍ଯ୍ୟାୟରେ, ଯେହେତୁ ଆତ୍ମାର ଶରୀର ନଥାଏ,ସେ କୌଣସି ଜିନିଷକୁ ଉପଭୋଗ କରିବାକୁ କିମ୍ବା କଷ୍ଟ ଅନୁଭବ କରିବାକୁ ସକ୍ଷମ ନୁହେଁ, ତେଣୁ, ଏକ ଅଶାନ୍ତ ଅବସ୍ଥାରେ କିମ୍ବା ଦୁଃଖରେ ରୁହେ।ବ୍ରାହ୍ମଣମାନେ ‘ସର୍ବୋଚ୍ଚ ଜାତିର ସଦସ୍ୟ’। ସେମାନଙ୍କୁ ୭, ୯,୧୦ ଏବଂ ୧୨ ଦିନରେ ଭୋଜନ ଦିଆଯାଏ | ଖାଦ୍ୟ, ନଡ଼ିଆ, ପାନପତ୍ର ଏବଂ କିଛି ଟଙ୍କା ବ୍ରାହ୍ମଣମାନଙ୍କୁ ମୃତକଙ୍କ ଆତ୍ମାର ଉନ୍ନତି ପାଇଁ ଉପହାର ଭାବରେ ଦିଆଯାଏ। ବ୍ରାହ୍ମଣମାନେ ଭଗବାନଙ୍କ ପ୍ରତିନିଧିତ୍ୱ କରନ୍ତି। ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେବା ଭଗବାନଙ୍କୁ ଖାଇବାକୁ ଦେବା ସହିତ ସମାନ। ଏହା ମଧ୍ୟ ସମଗ୍ର ବିଶ୍ବକୁ ଭୋଜନ ଦେବା ସହିତ ସମାନ ଅଟେ।
[]
null
{ "type": null, "score": null, "agent": null }
null
{}
ଶ୍ରାଦ୍ଧ ରୀତିନୀତି
[]
null
{ "type": null, "score": null, "agent": null }
null
{}
ଏକାଦଶ ଦିନରେ,ସମସ୍ତେ ଘରକୁ ଭଲ ଭାବରେ ସଫା କରନ୍ତି, ଏବଂ ଜଣେ ପୁରୋହିତ ମଧ୍ୟ ଧୂପ, ମନ୍ତ୍ର ଦ୍ୱାରା ଏବଂ ଘରେ ପବିତ୍ର ଜଳ ଛିଞ୍ଚି ଘରକୁ ଶୁଦ୍ଧ କରନ୍ତି | ତା’ପରେ, ପୁରୋହିତଙ୍କ ସାହାଯ୍ୟରେ ପୁତ୍ରଙ୍କ ଦ୍ବାରା ଏକ ଶ୍ରାଦ୍ଧ ସଂପାଦିତ ହୁଏ। ଷୋହଳଟି ଶ୍ରାଦ୍ଧ ମଧ୍ୟରୁ ଏହା ପ୍ରଥମ ଯାହା ମୃତ ବ୍ୟକ୍ତିଙ୍କ ପ୍ରେତ ଶରୀରକୁ ବଜାୟ ରଖିବା ଏବଂ ବିଦାୟ ପ୍ରାପ୍ତ ଆତ୍ମାକୁ ଏକ ପିତୃ ପୁରୁଷ ସ୍ଥିତିକୁ ଉନ୍ନୀତ କରିବା ପାଇଁ କରାଯାଏ | ଘରର ଗୋବରରେ ସଫା ହୋଇଥିବା ଏକ ସ୍ଥାନରେ ଏବଂ କୁଷରେ ନିର୍ମିତ ଏକ ଆସନରେ ବସି କର୍ତ୍ତା ଯଜ୍ଞପୋବିତ ପିନ୍ଧି ଦକ୍ଷିଣ ଦିଗକୁ, ପିତୃପୁରୁଷଙ୍କ ଆଳୟ ଆଡକୁ ମୁହଁ କରନ୍ତି | ସେ ମୃତଦେହକୁ ପାଣି, କପଡା, ପିଣ୍ଡ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ପ୍ରଦାନ କରନ୍ତି। ଏହା ସହିତ କିଛି ରୀତିନୀତି ଏବଂ ପ୍ରାର୍ଥନା ମଧ୍ୟ କରନ୍ତି | ସେ ମୃତ ବ୍ୟକ୍ତିଙ୍କ ନାମରେ କଳା ତିଳ ମଞ୍ଜି ଏବଂ ସଂସ୍କୃତ ଭାଷାରେ ମନ୍ତ୍ର ପଢି କରି ତିଳ ତର୍ପଣ କରନ୍ତି ଏବଂ କୁହନ୍ତି 'ଏହି ତର୍ପଣ ଆପଣଙ୍କ ପାଇଁ ଗ୍ରହଣୀୟ ହେଉ |' ଏହା ପରେ ସେ ଏକ ପିଣ୍ଡ ଦାନ କରନ୍ତି ଓ କୁହନ୍ତି, "ଏହି ପିଣ୍ଡ ତୁମ ପାଇଁ ଗ୍ରହଣୀୟ ହେଉ। ’ତା’ପରେ ସେ ପ୍ରାର୍ଥନା କରି ସମସ୍ତ ପିତୃପୁରୁଷଙ୍କୁ ଖାଦ୍ୟ ପରିବେଷଣ କରନ୍ତି। ସେ ଉତ୍ସର୍ଗୀକୃତ ଆସ୍ଥାନକୁ ସଂସ୍କୃତରେ ମନ୍ତ୍ର ପଢି ପ୍ରଦକ୍ଷିଣ କରନ୍ତି। ସେ ମନ୍ତ୍ର ପାଠରେ କୁହନ୍ତି:‘ ହେ ପୂର୍ବଜନ, ଆପଣା ଆନନ୍ଦ କରନ୍ତୁ। ଆପଣଙ୍କର ନିଜ ନିଜ ଭାଗ ଗ୍ରହଣ କରନ୍ତୁ ଏବଂ ଦୃଢ ଏବଂ ଶକ୍ତ ହୁଅନ୍ତୁ।" 'ତା’ପରେ ସେ ଆସ୍ଥାନକୁ ପୁଣି ଫେରିଆସି ତର୍ପଣ କରନ୍ତି ଏବଂ କୁହନ୍ତି,' ଏହି ସ୍ନାନ ତୁମ ପାଇଁ ଗ୍ରହଣୀୟ ହେଉ। 'ତା’ପରେ ସମାରୋହ ନିମନ୍ତ୍ରିତ ବ୍ରାହ୍ମଣମାନଙ୍କୁ ଖାଦ୍ୟ ଅର୍ପଣ କରିବା ସହିତ ସମାପ୍ତ ହୁଏ। ଏହି ଶ୍ରାଦ୍ଧ ପରେ, ରୀତିନୀତି ଅନୁଯାୟୀ ଅପବିତ୍ରତା ସମାପ୍ତ ହୁଏ | ଏକ ବର୍ଷ ପାଇଁ ଏହାର ମାସିକ ପୁନରାବୃତ୍ତି ମଧ୍ୟ ସାଧାରଣ ଅଟେ | ମୃତ ବ୍ୟକ୍ତିଙ୍କ ସ୍ମୃତି ପରିବାରର ଐସାନ୍ୟ କୋଣ ବା ପ୍ରାର୍ଥନା ସ୍ଥାନରେ ସଂରକ୍ଷିତ ହୋଇ ରହେ। ଦ୍ୱାଦଶ ଦିନରେ,ପରିବାରର ସଦସ୍ୟମାନେ ଏକ ଆନୁଷ୍ଠାନିକ ଭୋଜି ପାଇଁ ଏକତ୍ରିତ ହୁଅନ୍ତି ଏବଂ ମୃତ ବ୍ୟକ୍ତିଙ୍କ ଜୀବନ ପାଇଁ ପରିବାରର କୃତଜ୍ଞତା ଦେଖାଇବା ପାଇଁ ଗରୀବ ଲୋକଙ୍କୁ ଦାନ ଦିଅନ୍ତି | ଏହା ପରେ, ପରିବାରରେ ସେମାନଙ୍କର ସାଧାରଣ ଜୀବନ ଜାରି ହୁଏ। ମୃତ ବ୍ୟକ୍ତିଙ୍କ ମାନଙ୍କ ପାଇଁ ଶୋକ କିଛି ଦିନ,ଏପରିକି ମାସ ମାସ କିମ୍ବା ବର୍ଷ ବର୍ଷ ପର୍ଯ୍ୟନ୍ତ ରହିପାରେ।
[]
null
{ "type": null, "score": null, "agent": null }
null
{}
ଏକ ବର୍ଷ ସ୍ମୃତି / ବର୍ଷିକିଆ
[]
null
{ "type": null, "score": null, "agent": null }
null
{}
ଏହା ପରେ, ଗୋଟିଏ ବର୍ଷର ଅବଧି ପାଇଁ, ପ୍ରତ୍ୟେକ ଚନ୍ଦ୍ର ମାସରେ,ବ୍ୟକ୍ତିଙ୍କ ମୃତ୍ୟୁ ତାରିଖ ଦିନ ପିଣ୍ଡଦାନ ଦ୍ୱାରା ମାସିକା ଶ୍ରାଦ୍ଧ କରାଯାଏ | ତା’ପରେ ବର୍ଷ ଶେଷରେ, ପରିବାର ବାର୍ଶିକ ଶ୍ରାଦ୍ଧ ବା ଅନ୍ତିମ ଶ୍ରାଦ୍ଧ କାର୍ଯ୍ୟ କରାଯାଏ। ସେହି ସମୟରେ ବିଦାୟ ପ୍ରାପ୍ତ ଆତ୍ମା ​​ଶେଷରେ ଏକ "ପିତୃ" ହୋଇଯାଏ। ଜଣେ ପୁରୋହିତ ସାଧାରଣତଃ ପରିବାରର ଘରେ ମୃତକଙ୍କ ମୃତ୍ୟୁ ବାର୍ଷିକୀ ଶ୍ରାଦ୍ଧ କରନ୍ତି। ଏହା ପୂର୍ବ ଶ୍ରାଦ୍ଧପରି ଏକା ଢଙ୍ଗରେ ସଂପନ୍ନ ହୁଏ। ଏଥିପାଇଁ କିଛି ତିଳ ଏବଂ ସୁଗନ୍ଧଯୁକ୍ତ ଜଳ ଚାରୋଟି ପାତ୍ରରେ ଭରିବାକୁ ପଡେ। ବିଦାୟ ପ୍ରାପ୍ତ ଆତ୍ମା ପାଇଁ ଗୋଟିଏ ପାତ୍ର ଏବଂ ପିତୃପୁରୁଷଙ୍କ ପାଇଁ ତିନୋଟି ପାତ୍ର। ଏଗୁଡିକ ତିନି ପିଢି ଅର୍ଥାତ୍ ବାପା, ଜେଜେବାପା ଏବଂ ଜେଜେବାପାଙ୍କ ବାପା (ପଣ ଜେଜେବାପାଙ୍କ) ପାଇଁ ଉଦ୍ଦିଷ୍ଟ। ତାପରେ କର୍ତ୍ତା ତିନୋଟି ପାତ୍ରରୁ ସମ୍ପ୍ରତ୍ତି ବିଦାୟ ପ୍ରାପ୍ତ ପ୍ରାଣ ପାଇଁ ଉଦ୍ଦିଷ୍ଟ ପାତ୍ରରେ ଅନ୍ୟ ତିନୋଟି ପାତ୍ରରୁ ଜଳ ଆଣି ମିଶାଇ ଥାଆନ୍ତି। ସେହିଭଳି,କର୍ତ୍ତା ମୃତକଙ୍କୁ ପ୍ରତିନିଧିତ୍ୱ କରୁଥିବା ଏକ ବଡ ପିଣ୍ଡ ଏବଂ ତିନୋଟି ଛୋଟ ଛୋଟ ପିଣ୍ଡ ଦାନ କରନ୍ତି । ବାପା, ଜେଜେବାପା, ଏବଂ ଜେଜେବାପାଙ୍କ ବାପାଙ୍କୁ ପ୍ରତିନିଧିତ୍ୱ କରନ୍ତି। ବିଦାୟ ପ୍ରାପ୍ତ ପ୍ରାଣକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିଙ୍କ ଜଳ ପାତ୍ରକୁ ତିନି ଖଣ୍ଡରେ ଭାଙ୍ଗି ଦିଆଯାଏ ଏବଂ ଛୋଟ ଛୋଟ ପିଣ୍ଡ ସହିତ ଯୋଡି ହୋଇ ଅନ୍ୟ ଜଗତରେ ପିତୃପୁରୁଷଙ୍କ ସହିତ ଆତ୍ମାକୁ ଏକତ୍ର ହୁଏ। ଏହି ରୀତିନୀତିର ପ୍ରଦର୍ଶନ ପରେ, ପ୍ରେତ ଏକ ପିତୃଲୋକର ସଦସ୍ୟ ହୋଇଯାଏ ଏବଂ ପିତୃଲୋକରେ ଏକ ସୁକ୍ଷ୍ମ ଶରୀର ଆକାରରେ ଯୋଗ ଦେଇ ପିତୃପୁରୁଷମାନଙ୍କ ମଧ୍ୟରୁ ଜଣେ ହୋଇଯାଏ। ଆୟୋଜିତ କରାଯାଉଥିବା ବର୍ଷିକା ଶ୍ରାଦ୍ଧ ଏହି ସତ୍ୟକୁ ଦର୍ଶାଇଥାଏ। ମୃତ୍ୟୁ ପରବର୍ତ୍ତୀ ରୀତିନୀତିର ମୂଳ ଉଦ୍ଦେଶ୍ୟ ହେଉଛି ବିଦାୟପ୍ରାପ୍ତ ଆତ୍ମାର ପିତୃଲୋକାକୁ ଯିବା ପାଇଁ ପଥ ସୁଗମ ଏବଂ ନିଶ୍ଚିତ କରିବା।
[]
null
{ "type": null, "score": null, "agent": null }
null
{}
ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେବା ମଧ୍ୟ ଶ୍ରାଦ୍ଧରେ ଅତ୍ୟନ୍ତ ଆବଶ୍ୟକ,ଯେହେତୁ ବ୍ରାହ୍ମଣମାନଙ୍କୁ ପିତୃପୁରୁଷଙ୍କ ପ୍ରତିନିଧୀ ଭାବରେ ବିବେଚନା କରାଯାଏ ଏବଂ ସେମାନଙ୍କର ସନ୍ତୁଷ୍ଟତା ପିତୃପୁରୁଷଙ୍କ ସନ୍ତୁଷ୍ଟି ଅଟେ। ତେଣୁ ଶ୍ରାଦ୍ଧ ରୀତିନୀତିରେ ବ୍ରାହ୍ମଣମାନଙ୍କର ସ୍ଥିତି ଅତ୍ୟନ୍ତ ଉଚ୍ଚ, ଏବଂ ସେମାନଙ୍କୁ କର୍ତ୍ତାଙ୍କ ପରିବାର ସଦସ୍ୟ ପୂଜା କରନ୍ତି। କର୍ତ୍ତା କିଛି ବ୍ରାହ୍ମଣଙ୍କୁ ଘରକୁ ନିମନ୍ତ୍ରଣ କରନ୍ତି ଏବଂ ସେମାନଙ୍କୁ ଯତ୍ନର ସହିତ ଏକ ତୃପ୍ତିକର ଭୋଜନ ପ୍ରଦାନ କରନ୍ତି। ବିଶ୍ୱାସ କରାଯାଏ ଯେ ଯେତେବେଳେ ବ୍ରାହ୍ମଣମାନେ ଖାଆନ୍ତି, ସେମାନେ ପୂର୍ବପୁରୁଷଙ୍କ ତରଫରୁ ଖାଆନ୍ତି। ଗରିବ ଏବଂ ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ଦିଆଯାଏ। ସେମାନଙ୍କୁ ଦରିଦ୍ର ନାରାୟଣ କୁହାଯାଏ।
[]
null
{ "type": null, "score": null, "agent": null }
null
{}
ବାର୍ଷିକ ରୀତିନୀତି
[]
null
{ "type": null, "score": null, "agent": null }
null
{}
ମୃତ୍ୟୁ ପରେ, ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ,ମୃତ୍ୟୁ ବାର୍ଷିକୀ ଅନୁଷ୍ଠିତ ହୁଏ। ପୁରୋହିତଙ୍କ ସାହାଯ୍ୟରେ ପରିବାରର ଜ୍ୟେଷ୍ଠପୁତ୍ର ପୂର୍ବପୁରୁଷମାନଙ୍କୁ ପିଣ୍ଡ ଦାନ କରନ୍ତି। ମୃତ ବ୍ୟକ୍ତିଙ୍କ ପୁଅମାନେ ଜୀବିତ ଥିବା ପର୍ଯ୍ୟନ୍ତ ଏହି ଶ୍ରାଦ୍ଧ ପ୍ରତିବର୍ଷ କରାଯାଏ | ଏହି ଦିନ ବିଦାୟ ପ୍ରାପ୍ତ ପିତୃପୁରୁଷଙ୍କ ସ୍ମୃତିରେ ଗରିବ ଏବଂ ଅଭାବୀ ଲୋକଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଦିଆଯାଏ ଏକ ପିତୃ ଭାବରେ ପ୍ରତିଷ୍ଠିତ ହେବା ପରେ, ବିଦାୟ ପ୍ରାପ୍ତ ଆତ୍ମା ​​ବହୁ ସମାରୋହରେ ଅର୍ପଣ କରାଯାଉଥିବା ଖାଦ୍ୟ ଏ ଅନ୍ୟାନ୍ୟ ଦ୍ରବ୍ୟ ପାଇବାକୁ ଯୋଗ୍ୟ ହୁଅନ୍ତି।ସେ ପିତୃପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରାଦ୍ଧ ସମାରୋହରେ ପିଣ୍ଡ,ତର୍ପଣ,ଏବଂ ହୋମ ଇତ୍ୟାଦିରେ
[]
null
{ "type": null, "score": null, "agent": null }
null
{}
ତାଙ୍କର ପ୍ରାପ୍ୟ ପାଇଥାଆନ୍ତି।ମାସର ନିର୍ଦ୍ଦିଷ୍ଟ ଦିନ ଏବଂ ବର୍ଷର ନିର୍ଦ୍ଦିଷ୍ଟ ଦିନରେ ପିତୃପୁରୁଷଙ୍କ ପାଇଁ କିଛି ସମାରୋହ କରାଯାଇଥାଏ,ଯଥା ଅମାବାସ୍ୟା ଦିନ ଏବଂ ଅଶ୍ୱିନ୍ୟ ମାସରେ ମହାଳୟା ଶ୍ରାଦ୍ଧ କରାଯାଏ। ଏହା ହେଉଛି ସେହି ସମୟ ଯେତେବେଳେ ସାତ ପିଢୀ ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ପରିବାର ସଦସ୍ୟମାନେ ପୂଜା କରନ୍ତି। ଏହା ଦୁର୍ଘଟଣା ଏବଂ ଅଜଣା କାରଣରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ଆତ୍ମାକୁ ପିତୃଲୋକକୁ ଯିବା ପାଇଁ ଯୋଗ୍ୟ କରିଥାଏ। ସେମାନଙ୍କର ଅନ୍ତେଷ୍ଟିକ୍ରିୟା ହୋଇନଥିବାରୁ ସେମାନେ ଅଶାନ୍ତି ଭୋଗ କରୁଥାଆନ୍ତି। ଏହା ପରିବାର ସଦସ୍ୟଙ୍କର ମୃତ ବ୍ୟକ୍ତିଙ୍କ ପ୍ରତି ଥିବା ପ୍ରେମର ଅଭିବ୍ୟକ୍ତି। ଏହା ପରିବାରର ଲୋକଙ୍କର ଏକ ଅଭିବ୍ୟକ୍ତି ଯଥା: ‘ଆମେ ତୁମକୁ ଭଲପାଉ ଏବଂ ତୁମର ସ୍ମୃତି ଆମ ମନରେ ଏବେବି ଜୀବନ୍ତ ଅଛି। ତୁମେ ଯେଉଁଠାରେ ଥାଅ, ଶାନ୍ତିରେ ରୁହ!'।ଶ୍ରାଦ୍ଧ ମାନସିକ ସ୍ତରରେ ବ୍ୟକ୍ତିକୁ ବାହ୍ୟ ଜଗତ ସହିତ ସମନ୍ୱୟ ରକ୍ଷା କରିବାରେ ସାହାଯ୍ୟ କରେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଯୁଦ୍ଧରେ ମୃତ୍ୟୁବରଣ କରୁଥିବା ସୈନିକମାନେ ଅନ୍ତିମ ସଂସ୍କାର ପୂର୍ବରୁ ସିଧାସଳଖ ମୁକ୍ତି ପାଆନ୍ତି। ବାର୍ଷିକ ସ୍ମୃତି ଦିବସରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ।
[]
null
{ "type": null, "score": null, "agent": null }
null
{}
ପିତୃପୁରୁଷଙ୍କୁ ପ୍ରଦାନ କରାଯାଉଥିବା ପିଣ୍ଡ ନୈବେଦ୍ୟ କେବଳ ଖାଦ୍ୟ ନୈବେଦ୍ୟ ନୁହେଁ। ସେମାନେ ପରିବାର ଲୋକଙ୍କଠାରୁ ଆତ୍ମୀୟତା ଏବଂ ପ୍ରେମ ପାଇଥାଆନ୍ତି। ସେମାନେ ସମଗ୍ର ବ୍ରହ୍ମାଣ୍ଡର ଅସ୍ତିତ୍ୱକୁ ପ୍ରତିନିଧିତ୍ୱ କରନ୍ତି। ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବା ସମଗ୍ର ବ୍ରହ୍ମାଣ୍ଡକୁ ଖାଦ୍ୟଦାନ କରିବା ସହିତ ସମାନ |
[]
null
{ "type": null, "score": null, "agent": null }
null
{}
ସିଦ୍ଧାନ୍ତ ନିର୍ଣ୍ଣୟ
[]
null
{ "type": null, "score": null, "agent": null }
null
{}
‘ମୃତ୍ୟୁ’ ଶବ୍ଦଟି ଏତେ ଭୟାନକ ଯେ ସାଧାରଣତଃ ଲୋକମାନେ ମୃତ୍ୟୁ ବିଷୟରେ ଆଲୋଚନା କରିବା ପାଇଁ ମଧ୍ୟ ଆଗକୁ ଆସନ୍ତି ନାହିଁ। ଏହାକୁ ମଧ୍ୟ ଆଲୋଚନା ପାଇଁ ଅଶୁଭ ବୋଲି ଭାବନ୍ତି। ଏହା ଶବ୍ଦକୁ ସାମାଜରେ ଲୋକେ ଅଭିଶାପ ଦେବା ତଥା ଗାଳି ଗୁଲଜ କରିବା ପାଇଁ ବ୍ୟବହାର କରନ୍ତି । ମୃତ୍ୟୁ ଶବ୍ଦଟି ଏକ କଳଙ୍କିତ ଶବ୍ଦ। ‘ମୃତ୍ୟୁ’ ସମାଜରେ ଏକ ପ୍ରତିବନ୍ଧିତ ଅଭିବ୍ୟକ୍ତି।ଏହି ପ୍ରକାର ନିର୍ଣ୍ଣୟ ସମାଜରେ ଥିବା ମୃତ୍ୟୁ ଭୟକୁ ପ୍ରତିଫଳିତ କରେ। ଏହିପରି କିଛି ଶବ୍ଦ ହେଉଛି ବାଡିଖିଆ, (ହଇଜାରେ ମୃତ୍ୟୁ), ସାପଖିଆ (ସାପ କାମୁଡ଼ିବାରେ ମୃତ୍ୟୁ ), ବାଘଖିଆ (ଏକ ବାଘ ଦ୍ୱାରା ମର), ଭେଣ୍ଡାବଂଶିଆ (ତୁମ ପରିବାରର ସମସ୍ତ ସଦସ୍ୟ ପୁରୁଷ ଅଳ୍ପ ବୟସରେ ମରନ୍ତୁ), ଗଜା ବୟସିଆ (ଅଳ୍ପ ବୟସରେ ମର) ଅଧାବୟସିଆ (ଅଧା ବୟସରେ ମର) ଇତ୍ୟାଦି ଅପଶବ୍ଦ ମାନ ବ୍ୟବହୃତ ହୁଏ। ଅନ୍ତିମ ସଂସ୍କାର ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ତଥା ପୃଥିବୀରେ ଆମ ଜୀବନର ଅର୍ଥ ବିଷୟରେ ଆମକୁ ଅବଗତ କରାଏ। ଆମର ବ୍ୟକ୍ତିଗତ ଅସ୍ତିତ୍ୱକୁ ବିକାଶିତ କରିବାରେ ସାହାଯ୍ୟ କରେ। ଏହା ଦର୍ଶାଏ ଏକ ସୁସ୍ଥ ଓ ନୈତିକ ଜୀବନଯାପନ କରିବାର ଆବଶ୍ୟକତା କେତେ ଅଧିକ ଏବଂ ଏହାକୁ ଭୟ କରିବା ପରିବର୍ତ୍ତେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ଜରୁରୀ। ଏହା ସତ୍ କର୍ମ ଏବଂ ପାପ କଲେ କିପରି ପରିଣତି ଭୋଗିବାକୁ ହୁଏ ଲୋକମାନଙ୍କୁ ସଚେତନ କରାଏ। ଏହା ଏକ ସାମାଜିକ ତଥା ସାମୂହିକ ଉଦ୍ଦେଶ୍ୟ ମଧ୍ୟ ପୂରଣ କରେ। ମୋଟାମୋଟି ଭାବରେ, ଜ୍ଞାନୀ ଗୁଣି ଲୋକଙ୍କ ମତରେ ମୃତ୍ୟୁର ଅର୍ଥ ଅନ୍ୟ ଏକ ରାଜ୍ୟରେ ଜୀବନର ଭିନ୍ନ ଏକ ଅସ୍ତିତ୍ୱକୁ ପ୍ରାପ୍ତ କରିବା। ଏହା ଏକ ପରିବର୍ତ୍ତନ ମାତ୍ର। ଜୀବନର ଉତ୍ପତ୍ତି ସ୍ଥଳ ଆତ୍ମା ଯାହା ଅବିନାଶୀ ଏବଂ ଅକ୍ଷୟ। ଯେହେତୁ ହିନ୍ଦୁମାନେ ପୁନର୍ଜନ୍ମରେ ବିଶ୍ବାସ କରନ୍ତି, ଅନ୍ତିମ ସଂସ୍କାର କେବଳ ଶରୀରର ବିଲୋପନ ପାଇଁ ନୁହେଁ, ବରଂ ପରବର୍ତ୍ତୀ ସ୍ଥିତିରେ ପ୍ରାଣକୁ ରୂପାନ୍ତରିତ କରିବା ପାଇଁ।
[]
null
{ "type": null, "score": null, "agent": null }
null
{}
ଅନ୍ତିମ ସଂସ୍କାର ପାଇଁ ଯୋଗ୍ୟତା କେବଳ ଦାମ୍ପତ୍ୟ ଜୀବନ ଏବଂ ମନୁଷ୍ୟ ଜାତିର ଆବଶ୍ୟକତା ସୃଷ୍ଟି କରେ ନାହିଁ, ବରଂ ଲୋକଙ୍କୁ ଆତ୍ମହତ୍ୟା ନକରିବାକୁ ମଧ୍ୟ ଚେତାବନୀ ଦେଇଥାଏ | ରୀତିନୀତି ସମାଜରେ ଲିଙ୍ଗପକ୍ଷପାତକୁ ଆଲୋକିତ କରେ, ଜ୍ୟେଷ୍ଠପୁତ୍ର ଏହି ରୀତିନୀତିର ମୁଖ୍ୟ କର୍ତ୍ତା। ଏହା ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ ଯଦିଓ ସମାଜରେ ବ୍ୟକ୍ତିଗତ ପରିଚୟ ପାଇଁ ବୃତ୍ତିଗତ ପରିଚୟର ଏକ ପ୍ରମୁଖ ଭୂମିକା ରହିଛି, ଅନ୍ତିମ ସଂସ୍କାର ସହିତ ଏହାର କୌଣସି ଭୂମିକା ନାହିଁ | ବୃତ୍ତିଗତ ପରିଚୟ ଶରୀରର ଶେଷ ସହିତ ସମାପ୍ତ ହୁଏ, ଯେତେବେଳେ ପରିବାରର ପରିଚୟ କେବଳ ଜୀବନରେ ନୁହେଁ, ଜୀବନ ପରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ପାରିବାରିକ ପରିଚୟ ଏତେ ପ୍ରତିଷ୍ଠିତ ଯେ ମୃତ୍ୟୁ ପରେ ମଧ୍ୟ ମୃତ ବ୍ୟକ୍ତି ଜଣକ ପରିବାରର ଅଂଶ ଭାବରେ ପରିଗଣିତ ହୁଏ ଏବଂ ବେଳେବେଳେ ଶିଶୁ କିମ୍ବା ନାତୁଣୀଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ମୃତକଙ୍କ ନାମ ପରିବାର ସଦସ୍ୟଙ୍କ ତାଲିକାରେ ଉଲ୍ଲେଖ କରାଯାଇଥାଏ | ଅନୁସନ୍ଧାନ କାର୍ଯ୍ୟ / ପୁସ୍ତକକୁ ଉତ୍ସର୍ଗ କରିବା/ ଘର / ଡାକ୍ତରଖାନା / ପୁଷ୍କରଣୀ / ସଡକ ଇତ୍ୟାଦି ନାମକରଣ ଏକ ମୃତ ବ୍ୟକ୍ତିଙ୍କ ନାମରେ କରାଯାଇପାରେ | ଏପରି କରିବା ଦ୍ଵାରା ଦୁଃଖୀ ପରିବାରକୁ ପ୍ରଚୁର ଶାନ୍ତି ଓ ଦୃଢ ମନୋବଳ ପ୍ରଦାନ କରେ। ସମାଜରେ ଜୀବନଯାପନ ଏବଂ ପାରସ୍ପାରିକ ବ୍ୟକ୍ତିଗତ ସମ୍ପର୍କକୁ ଯଥେଷ୍ଟ ଗୁରୁତ୍ୱ ଦେଇଥାଏ| ରୀତିନୀତିରେ ବ୍ୟବହୃତ ସାମାଜିକ ବକ୍ତବ୍ୟ ଗୁଡ଼ିକର ଯୋଗାଯୋଗ କାର୍ଯ୍ୟ ନାହିଁ, ବରଂ ସେମାନଙ୍କର ଏକ ସାମାଜିକଧାର୍ମିକ କାର୍ଯ୍ୟ ଅଛି। ପିତୃପୁରୁଷଙ୍କ ଉପାସନା କରିବା ଦ୍ୱାରା ଜଣେ ବ୍ୟକ୍ତି ପୂର୍ବପୁରୁଷମାନଙ୍କ ସହିତ ସମ୍ପର୍କ ସ୍ଥାପନ କରେ। ବ୍ୟକ୍ତିର ଆତ୍ମା ବ୍ରହ୍ମାଣ୍ଡରେ ଏକୁଟିଆ ରହେ ନାହିଁ। ତର୍ପଣ ସମାରୋହରେ ବ୍ୟବହୃତ ପ୍ରାର୍ଥନାଗୁଡ଼ିକର ଅର୍ଥ ଏହାକୁ ବର୍ଣ୍ଣନା କରେ:
[]
null
{ "type": null, "score": null, "agent": null }
null
{}
‘ସର୍ବୋଚ୍ଚ ସ୍ଥାନରୁ ନିମ୍ନତମ ସ୍ଥାନ ପର୍ଯ୍ୟନ୍ତ, ଏହି ବ୍ରହ୍ମାଣ୍ଡ ଯେତେ ବିସ୍ତାର ହୋଇଛି, ସମସ୍ତ ଐଶ୍ୱରୀୟ ସାଧକଗଣ ତଥା ପିତୃପୁରୁଷ,ଉଭୟ ସମସ୍ତ ମୃତ ପିତା ଏବଂ ମାତାଙ୍କ ପାର୍ଶ୍ୱରେ ପୂଜନ କରାଯାଉ। ଅତୀତର ଅସୀମ ପରିବାରର ସାତୋଟି ମହାଦେଶର ବାସିନ୍ଦାଙ୍କୁ ଉପକୃତ କରିବା ପାଇଁ ତିଳ ଏବଂ ଜଳର ଏହି ନମ୍ର ନୈବେଦ୍ୟକୁ ସର୍ବୋଚ୍ଚ ସ୍ୱର୍ଗରୁ ପୃଥିବୀ ପର୍ଯ୍ୟନ୍ତ ସମଗ୍ର ବିଶ୍ୱର ଲାଭ ପାଇଁ ବ୍ୟବହାର କରାଯାଉ। ’
[]
null
{ "type": null, "score": null, "agent": null }
null
{}
ଅନ୍ତେଷ୍ଟିକ୍ରିୟା ରୀତିନୀତିରେ ଭାଷାର ସାମାଜିକ ମନୋବୈଜ୍ଞାନିକ ଉଦ୍ଦେଶ୍ୟ ରହିଛି। ବକ୍ତବ୍ଯବ ଏବଂ ସମାଜର ନିୟମର ମିଶ୍ରଣ ଦ୍ୱାରା ଭାଷା ନିର୍ଣ୍ଣୟ କରାଯାଏ। ଅନ୍ତେଷ୍ଟିକ୍ରିୟାରେ ବ୍ୟବହୃତ ବକ୍ତବ୍ୟ ସହ ଜଡିତ ଘଟଣା ଗୁଡିକ ଏକ ଯୋଗାଯୋଗ କାର୍ଯ୍ୟ ଅପେକ୍ଷା ଏକ ସାମାଜିକମାନସିକ କାର୍ଯ୍ୟ କରିଥାଏ।
[]
null
{ "type": null, "score": null, "agent": null }
null
{}

Dataset Card for argilla-dataset

This dataset has been created with Argilla.

As shown in the sections below, this dataset can be loaded into Argilla as explained in Load with Argilla, or used directly with the datasets library in Load with datasets.

Dataset Summary

This dataset contains:

  • A dataset configuration file conforming to the Argilla dataset format named argilla.yaml. This configuration file will be used to configure the dataset when using the FeedbackDataset.from_huggingface method in Argilla.

  • Dataset records in a format compatible with HuggingFace datasets. These records will be loaded automatically when using FeedbackDataset.from_huggingface and can be loaded independently using the datasets library via load_dataset.

  • The annotation guidelines that have been used for building and curating the dataset, if they've been defined in Argilla.

Load with Argilla

To load with Argilla, you'll just need to install Argilla as pip install argilla --upgrade and then use the following code:

import argilla as rg

ds = rg.FeedbackDataset.from_huggingface("arkamaldeen/argilla-dataset")

Load with datasets

To load this dataset with datasets, you'll just need to install datasets as pip install datasets --upgrade and then use the following code:

from datasets import load_dataset

ds = load_dataset("arkamaldeen/argilla-dataset")

Supported Tasks and Leaderboards

This dataset can contain multiple fields, questions and responses so it can be used for different NLP tasks, depending on the configuration. The dataset structure is described in the Dataset Structure section.

There are no leaderboards associated with this dataset.

Languages

[More Information Needed]

Dataset Structure

Data in Argilla

The dataset is created in Argilla with: fields, questions, suggestions, metadata, vectors, and guidelines.

The fields are the dataset records themselves, for the moment just text fields are supported. These are the ones that will be used to provide responses to the questions.

Field Name Title Type Required Markdown
text Text text True False

The questions are the questions that will be asked to the annotators. They can be of different types, such as rating, text, label_selection, multi_label_selection, or ranking.

Question Name Title Type Required Description Values/Labels
validate Validate label_selection True N/A ['select', 'unselect']

The suggestions are human or machine generated recommendations for each question to assist the annotator during the annotation process, so those are always linked to the existing questions, and named appending "-suggestion" and "-suggestion-metadata" to those, containing the value/s of the suggestion and its metadata, respectively. So on, the possible values are the same as in the table above, but the column name is appended with "-suggestion" and the metadata is appended with "-suggestion-metadata".

The metadata is a dictionary that can be used to provide additional information about the dataset record. This can be useful to provide additional context to the annotators, or to provide additional information about the dataset record itself. For example, you can use this to provide a link to the original source of the dataset record, or to provide additional information about the dataset record itself, such as the author, the date, or the source. The metadata is always optional, and can be potentially linked to the metadata_properties defined in the dataset configuration file in argilla.yaml.

Metadata Name Title Type Values Visible for Annotators

The guidelines, are optional as well, and are just a plain string that can be used to provide instructions to the annotators. Find those in the annotation guidelines section.

Data Instances

An example of a dataset instance in Argilla looks as follows:

{
    "external_id": null,
    "fields": {
        "text": "\u0b13\u0b21\u0b3f\u0b36\u0b3e\u0b30 \u0b2a\u0b3e\u0b30\u0b2e\u0b4d\u0b2a\u0b3e\u0b30\u0b3f\u0b15 \u0b36\u0b2c\u0b26\u0b3e\u0b39 \u0b30\u0b40\u0b24\u0b3f\u0b28\u0b40\u0b24\u0b3f \u0b0f\u0b2c\u0b02 \u0b05\u0b28\u0b4d\u0b24\u0b3f\u0b2e\u0b38\u0b02\u0b38\u0b4d\u0b15\u0b3e\u0b30"
    },
    "metadata": {},
    "responses": [
        {
            "status": "submitted",
            "user_id": "0cd57185-cddd-408b-b469-2f0198f7c5e1",
            "values": {
                "validate": {
                    "value": "unselect"
                }
            }
        }
    ],
    "suggestions": [],
    "vectors": {}
}

While the same record in HuggingFace datasets looks as follows:

{
    "external_id": null,
    "metadata": "{}",
    "text": "\u0b13\u0b21\u0b3f\u0b36\u0b3e\u0b30 \u0b2a\u0b3e\u0b30\u0b2e\u0b4d\u0b2a\u0b3e\u0b30\u0b3f\u0b15 \u0b36\u0b2c\u0b26\u0b3e\u0b39 \u0b30\u0b40\u0b24\u0b3f\u0b28\u0b40\u0b24\u0b3f \u0b0f\u0b2c\u0b02 \u0b05\u0b28\u0b4d\u0b24\u0b3f\u0b2e\u0b38\u0b02\u0b38\u0b4d\u0b15\u0b3e\u0b30",
    "validate": [
        {
            "status": "submitted",
            "user_id": "0cd57185-cddd-408b-b469-2f0198f7c5e1",
            "value": "unselect"
        }
    ],
    "validate-suggestion": null,
    "validate-suggestion-metadata": {
        "agent": null,
        "score": null,
        "type": null
    }
}

Data Fields

Among the dataset fields, we differentiate between the following:

  • Fields: These are the dataset records themselves, for the moment just text fields are supported. These are the ones that will be used to provide responses to the questions.

    • text is of type text.
  • Questions: These are the questions that will be asked to the annotators. They can be of different types, such as RatingQuestion, TextQuestion, LabelQuestion, MultiLabelQuestion, and RankingQuestion.

    • validate is of type label_selection with the following allowed values ['select', 'unselect'].
  • Suggestions: As of Argilla 1.13.0, the suggestions have been included to provide the annotators with suggestions to ease or assist during the annotation process. Suggestions are linked to the existing questions, are always optional, and contain not just the suggestion itself, but also the metadata linked to it, if applicable.

    • (optional) validate-suggestion is of type label_selection with the following allowed values ['select', 'unselect'].

Additionally, we also have two more fields that are optional and are the following:

  • metadata: This is an optional field that can be used to provide additional information about the dataset record. This can be useful to provide additional context to the annotators, or to provide additional information about the dataset record itself. For example, you can use this to provide a link to the original source of the dataset record, or to provide additional information about the dataset record itself, such as the author, the date, or the source. The metadata is always optional, and can be potentially linked to the metadata_properties defined in the dataset configuration file in argilla.yaml.
  • external_id: This is an optional field that can be used to provide an external ID for the dataset record. This can be useful if you want to link the dataset record to an external resource, such as a database or a file.

Data Splits

The dataset contains a single split, which is train.

Dataset Creation

Curation Rationale

[More Information Needed]

Source Data

Initial Data Collection and Normalization

[More Information Needed]

Who are the source language producers?

[More Information Needed]

Annotations

Annotation guidelines

[More Information Needed]

Annotation process

[More Information Needed]

Who are the annotators?

[More Information Needed]

Personal and Sensitive Information

[More Information Needed]

Considerations for Using the Data

Social Impact of Dataset

[More Information Needed]

Discussion of Biases

[More Information Needed]

Other Known Limitations

[More Information Needed]

Additional Information

Dataset Curators

[More Information Needed]

Licensing Information

[More Information Needed]

Citation Information

[More Information Needed]

Contributions

[More Information Needed]

Downloads last month
42